"ମନବୋଧ ଚଉତିଶା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୧୭ କ ଧାଡ଼ି:
କେତେ ଦିନ କୁ ମନ ବାନ୍ଧିଛୁ ଆଣ୍ଟ,

କି ଘେନି ଯିବୁ ତୋର ଛୁଟିଲେ ଘଟ ।।୧।।

ଖଣ୍ଡି ଯେ ଖଣ୍ଡି ତୋର ପିଞ୍ଜରା କାଠି,

ଖାଉଣ ଥିବେ ଶ୍ୱାନ ଶୃଗାଳ ବାଣ୍ଟି ।

ଖଟ ପଲଙ୍କେ ମନ ଶେଯାଇ ଶୋଉ,

ଖଳ ଦୁର୍ଗନ୍ଧ ହେବ ଏ ତୋର ଦେହୁ ।।୨।।

ଗଲେଣି ତୋ ସଙ୍ଗରୁ ଯେତେକ ଜନ,

ଗଣ୍ଠିରେ ବାନ୍ଧିନେଲେ କେ କେତେ ଧନ ।

ଗୁରୁ ଗୋବିନ୍ଦ ନାମ ତୁଣ୍ଡେ ନ ବୋଲୁ,

ଗାଢ଼େ ମଜ୍ଜିଣ ନିତ୍ୟ ଧନ ଅର୍ଜିଲୁ।।୩।।

ଘର ବୋଲି ଅର୍ଜିଛୁ ଯେତେ ପଦାର୍ଥ,

ଘଟ ଛୁଟିଲେ ତୋତେ ବୋଲିବେ ଭୂତ ।

ଘର ଘରଣି ଦେହ କୀଳାଉଥିବେ,

ଘେନି ବନ୍ଧୁ କୁଟୁମ୍ବ ଶୁଦ୍ଧ ହୋଇବେ ।।୪।।

ଉଦ୍ଦାର ହେବୁ ଯେବେ ଭବ ସାଗରୁ,

ଉପାୟ କରି ଭଜ ଏବେ ଶ୍ରୀଗୁରୁ ।

ଊଣା ହେଉଛି ଦିନୁ ଦିନ ଆୟୁଷ,

ଆଉ ଏଣିକି ଅଛି କେତେ ବୟସ ।।୫।।

ଚିତ୍ର ପ୍ରତିମା ପ୍ରାୟେ ଦିଶୁ ସୁନ୍ଦର,

ଚିରି ଭିତରେ ଦେଖ କି ନାରଖାର ।

ଚର୍ମ ବେଢ଼ିଛି ସିନା ଚଉରାଶିକି,

ଚିତ୍ତ ତୁ ଦିଅ ନୀଳଗିରିବାସୀଙ୍କି ।।୬।।

ଛାର ଦେହକୁ ମନ କରୁଛୁ ସଜ,

ଛନ୍ଦ କପଟ ତେଜି ଗୋବିନ୍ଦ ଭଜ ।

ଛୁଇଁବେ ନାହିଁ ତୋତେ ବୋଲିବେ ମଡ଼ା,

ଛ'ଖଣ୍ଡି କାଠ ହେବ ତୋପାଇଁ ଲୋଡ଼ା ।।୭।।

ଯମ ଯେ ନ ଜାଣଇ ବାଳୁତ ଯୁବା,

ଜୀଇଁବୁ ବୋଲି ମନେ କରିଛୁ ଅବା ।

ଜଣେହିଁ ଏଥୁ କେହି ନାହିଁ ଅମର,

ଜଗନ୍ନାଥଙ୍କୁ ଭଜ ହେବୁ ଉଦ୍ଧାର ।।୮।।

ଝେଲା ଗନ୍ଥା ପାଛୋଡ଼ା ପିନ୍ଧାକୁ ରସୁ,

ଝଡ଼ ସଂସାରେ ମନ ନ ବୁଝି ପଶୁ ।

ଝୁଣ୍ଟି ପଡ଼ିଲେ ଉଠି ପାରିବୁ ନାହିଁ,

ଝଡ଼ିଲା ପତ୍ର ବୃକ୍ଷେ ଲାଗିଛି କାହିଁ ।।୯।।

ନିଶି ଦିବସ ଥୟ ନୋହୁଛି ମନ,

ନିଦ୍ରାରେ ଦେଖୁଅଛୁ ଯଥା ସ୍ୱପନ ।

ନଯିବେ ସଙ୍ଗେ କେହି ଯିବୁ ତୁ ଏକା,

ନାମ ମାତ୍ର ଅଟଇ ପଥକୁ ସଖା ।।୧୦।।

ଟାଣ କରୁଛୁ ମନ ସବୁ ମୋହରି,

ଟଳି ପଡ଼ିଲେ କେହି ନୁହେଁ କାହାରି ।

ଟେରା ଭିତରେ ଯେହ୍ନେ ଅପୂର୍ବ ନାରୀ,

ଟୋପ ଚଉଁରା ଅଛି ତୋ ଦେହେ ପୁରି ।।୧୧।।

ଠିକେ ମୁଁ କ‌ହୁଅଛି କର ମୋ କଥା,

ଠିକେ ହେହରେ ଅଛି ଶୂନ୍ୟ ଦେବତା ।

ଠିକ ଯିବୁଟି ମନ ମୁଣ୍ଡ ପଡ଼ିଲେ,

ଠିକେ ଗୁରୁଙ୍କ ସେବା କର ତୁ ଭଲେ ।।୧୨।।

ଡାକି କ‌ହୁଛି ମନ ଡାକ ଗୋବିନ୍ଦ,

ଡର ଜଞ୍ଜାଳ ଯାଉ ମୋହର ହୃଦ ।

ଡେରିଥାନ୍ତି ଶ୍ରବଣ ଭକ୍ତ ଡାକ‌କୁ,

ଡଙ୍ଗା ଯେହ୍ନେ ଜଳରେ ଚାହେଁ ପଛକୁ ।।୧୩।।

ଢୋଲ ଯେସନେ ଢାଉଁ ଢାଉଁ ବାଜଇ,

ଢଳେ ତ‌ହିଁ ଭିତରେ କିଛି ହିଁ ନାହିଁ ।

ଢାଙ୍କି ରହିଛି ଦେହ ସବୁଟି ତୁଚ୍ଛ,

ଢଳି ପଡ଼ିଲେ ସବୁ ହେବଟି ମିଛ ।।୧୪।।

ଏଣେ ତୁ ଦେଇଥିଲେ ତେଣେ ପାଇବୁ,

ଅଣଆୟତ୍ତ ବେଳେ କି ଘେନି ଯିବୁ ।

ଅଣବିଶ୍ୱାସୀ ହୋଇ ରହିବୁ ଦିନେ,

ଅନେକ ଦୁଃଖ ଦେବେ ଯମ ଭୁବନେ ।।୧୫।।

ତୁ ଯେ ବୋଲୁଛୁ ମୋର ଅର୍ଜିଲା ଧନ,

ତୋ ଦେହ ନୁହେଁ ତୋର ଦେଖ ଏ ମନ ।

ତୋହରି ସଙ୍ଗୁ ମନ ଗଲେଣି କେତେ,

ତୁ ମିଥ୍ୟା କଥାକୁ ତ ଯାଉ ପରତେ ।।୧୬।।

ଥିଲେ ଏ ସଂସାରେ ଯେତେ ନୃପତି,

ଥୟ କରି କେ ଭୋଗକଲା ଏ ପୃଥିବୀ ।

ଥୋଇଲା ଧନ ତୋର ଖୁଣ୍ଟି ଖାଇବେ,

ଥାନେ ତୋହର ଘର କରି ରହିବେ ।।୧୭।।

ଦେହେ ପୂରିଛି ତୋର ଅଶେଷ ରୋଗ,

ଦିନ ଚାରିକ ସିନା ଏ ସୁଖ ଭୋଗ ।

ଦଣ୍ଡେ ହେ ବେଳ ତୋତେ ରଖିବେ ନାହିଁ,

ଦଣ୍ଡୁ ଯେ ଥିବେ ଯମ ଡଗର ନେଇ ।।୧୮।।

ଧର୍ମ ଅଧର୍ମ କଥା ନ‌ଜାଣୁ ତୁହି,

ଧନ୍ଦି ହେଉଛୁ ଧନ ଅର୍ଜିବା ପାଇଁ ।

ଧୋକା ରଖିଲେ ଧନ୍ଦା ଫିଟିବ ନାହିଁ,

ଧର୍ମରେ ଆତଯାତ ହେଉଛି ମହୀ ।।୧୯।।

ନିନ୍ଦି ଅକର୍ମ କଲେ ନିନ୍ଦା ପାଇବୁ,

ନରକେ ପଡ଼ି କେତେ ଦୁଃଖ ସ‌ହିବୁ ।

ନିମିଷେ ମାତ୍ର ତୁଣ୍ଡେ ନନେଲୁ ହରି,

ନାଶ-ହେତୁକୁ କିମ୍ପା ଅଛୁ ଆବୋରି ।।୨୦।।

ପାହିଲା ନିଶି ଯେହ୍ନେ ରବି ଉଦୟ,

ପଦ୍ମଲୋଚନ ସବୁ ଦେହେ ଉଦୟ ।

ପ୍ରଭୁଙ୍କୁ ଆଶ୍ରେ କର ତରିବୁ ଯେବେ,

ତା ପାଦପଦ୍ମେ ଚିତ୍ତ ଦିଅନ୍ତୁ ଏବେ ।।୨୧।।

ଫୁଲ ଯେସନେ ଫୁଲେ ଫୁଲେ ବିହରେ,

ଫୁଲ ସମୀରେ ଆଉ ନ‌ଦିଶେ ତାରେ ।

ଫୁଲ ସଂସାରେ ଲାଭ ହରି ଭଜନ,

ଫାଶ ଗଳାକୁ କିମ୍ପା କରିଛୁ ମନ ।।୨୨।।

ବେଳକୁ ବେଳ ତୋତେ କ‌ହୁଛି ମୁହିଁ,

ବାନ୍ଧିଣ ନେବ ଯମ କି ଦୁଃଖ ଦେଇ ।

ବିକଳେ କାନ୍ଦୁଥିବୁ ଆକୁଳ ହୋଇ,

ବେଳହୁଁ ଆଶ୍ରେକରି ଭଜ ଗୋସାଇଁ ।।୨୩।।

ଭେଳା ବୁଡ଼ିବ ହେଳା କଲେ କ‌ହୁଛି,

ଭଙ୍ଗା ନାଗରେ କିଏ ସିନ୍ଧୁ ତରିଛି ।

ଭାବକୁ ନିକଟ ସେ ଅଭାବେ ଦୂର,

ଭକତ ଦାସ କ‌ହେ ଜୀବନ ଛାର ।।୨୪।।

ମିଥ୍ୟା ଭାୟା ସଂସାର ନୋହେ କାହାରି,

ମଲା ବୋଲିଣ ଦିନେ ପଡ଼ିବ ହୁରି ।

ମହୀ ଭିତରେ କେହି ଦେଖିବ ନାହିଁ,

ମଲା ବୋଲି କାନ୍ଦୁଛୁ ମରିବୁ ତୁହି ।।୨୫।।

ଜନମ ହେଲେ ପ୍ରାଣୀ ଅବଶ୍ୟ ମରି,

ଯଶ ରଖିବୁ ଯେବେ ଭଜ ଶ୍ରୀହରି ।

ଯମ ବାନ୍ଧିନେବଟି ହେବୁ ମେଲାଣି,

ଜଗନ୍ନାଥ ମହିମା ଲଣିକି ଆଣି ।।୨୬।।

ରଙ୍ଗ ପସରା ସିନା ଭବ ସାଗର,

ରଙ୍ଗ ଭିତରେ ଅଛି କି ନାରଖାର ।

ରୂପ ପ୍ରତିମାକୁ ତୁ ପରତେ ନଯା,

ରହିବେ ନାହିଁ କେହି ରଜା ପରଜା ।।୨୭।।

ଲୋଚନେ ଦେଖି କର୍ଣ୍ଣେ ଶୁଣୁଛି ନିତି,

ଲୋଭକରି ଅର୍ଜିଲୁ ଧନ ସମ୍ପତ୍ତି ।

ଲୋଭଟି ସବୁ ନାଶ କରଇ ମନ,

ଲୋଡ଼ିଲେ ନପାଇବୁ ଆଉ ଜୀବନ ।।୨୮।।

ବିଅର୍ଥ ରହିଅଛି ଦୁର୍ଲଭ ଦେହ,

ବିଷୟା ବିଷେ ଆଉ ନବଳା ସ୍ନେହ ।

ବୁଡ଼ିଯିବଟି ମୂଳ ଲାଭ ସରିବ,

ବେଳହୁଁ ଆଶ୍ରେକରି ଭଜ ମାଧବ ।।୨୯।।

ଶ୍ରୀକୃଷ୍ଣ ପାଦପଦ୍ମେ ଦିଅନ୍ତୁ ମନ,

ସରମେ ନପାଇବୁ ଆଉ ଜୀବନ ।

ଶ୍ରୀକୃଷ୍ଣ ନାମାଗରଟି କର ଭଜନ,

ଶ୍ରୀକୃଷ୍ଣ ପାଦପଦ୍ମେ କର ତୁ ଧ୍ୟାନ ।।୩୦।।

ସନ୍ତୋଷ ଚିତ୍ତେ ତୁହି ହରିଙ୍କି ଭଜ,

ସଂସାରେ ପଡ଼ି ଆଉ ନ ପାଅ ଲାଜ ।

ସବୁଟି ମିଛ ହରି ନାମଟି ସତ,

ଶ୍ରୀକୃଷ୍ଣ ପାଦପଦ୍ମେ ଦିଅତୁ ଚିତ୍ତ ।।୩୧।।

ସତ୍ୟ ମଣୁଛୁ ତୁହି ଭବସାଗର,

ସରିଯାଉଛି ପରମାୟୁ ତୋହର ।

ସନ୍ତୋଷ ହୋଇ ଦୃଢ଼େ ଭଜ ଶ୍ରୀହରି,

ଶୋକ ସାଗରୁ ଯେବେ ହୋଇବୁ ପାରି ।।୩୨।।

ହୁଡ଼ିଲେ ଯେତେ ଜନ ହରି ନାମକୁ,

ହୀନ ଗତିକୁ ଗଲେ ବୁଡ଼ି ତଳକୁ ।

ହାରିଲେ ଦେହ ଆଉ ପାଇବୁ କାହିଁ,

ହାଟ ବସାଇଥିବେ ତୋ ଦେହ ପାଇଁ ।।୩୩।।

କ୍ଷୟେ ଦୁର୍ଲ୍ଲଭ ଦେହେ ହୁଏ ଆୟୁଷ,

କ୍ଷୟ ନ ଯିବ ନାମ ହୃଦରେ ଘୋଷ ।

ଛାର ଦେହକୁ ମନ ନଯା ବିଶ୍ୱାସ,

ଛାର ଦୁର୍ବୁଦ୍ଧି କହେ ଭକତ ଦାସ ।।୩୪।।