ପୃଷ୍ଠା:Prachina Odia Kabita.pdf/୩୪

ଏହି ପୃଷ୍ଠାଟି ବୈଧ ହୋଇସାରିଛି
ସାରଳା ମାଳଶ୍ରୀ
ସାରଳା ଦାସ

 
ଆପଦ ଖଣ୍ଡନୀ ମାଗୋ ବିପଦ ନାଶେନୀ
ଦୁଃସହ ଦୁର୍ଗତିରୁ ଫେଡ଼ କାନ୍ତା ୟେନୀ ।
ପରମ ଯୋଗେଶ୍ବରୀ ଗୋ ଆଦି ଯେ ଅପର୍ଣ୍ଣା ।
ମହାମାୟେ ମାହେଶ୍ବରୀ ଅନାଦି ଅନ୍ନପୂର୍ଣ୍ଣା । ।୧।

ଦୁର୍ଗତି ତାରେଣୀ ମାଗୋ, ଆପଦ ଖଣ୍ଡଣୀ
ଦୁଃସହ ଦୁର୍ଗତ ନାଶି ଉଦ୍ଧର ଗୋସାମଣୀ ।
ବ°ଝଗିରି ବା ସେମୀ ମାଗୋ ପର ଦୁଃଖେ ଦୁଃଖି
ଦୁର୍ଗତି ତାରେଣୀ ମାଗୋ ଶରଦ ଚନ୍ଦ୍ରମୁଖୀ । ।୨।

ଲେହତ କର୍କଶ ବଦମା ମାଗେ ଅଭୟେ ମଙ୍ଗଳା
କରୁଣାବତ୍ସଳୀ ମାଗୋ ଭୁହ ସେ ସର୍ବମଙ୍ଗଳା ।
ଜଗତର ମାତ ଗୋ ରୁଚିର ମାତଙ୍ଗୀ
ଜଗତ୍ ଜନମୀ ମାଗୋ ଭବବୃନ୍ଦ ସଙ୍ଗୀ । ।୩।

ଯୋଗେ ଯାଗେଶ୍ବରୀ ମାଗୋ ମହାଜ୍ଞାନ ରୂପୀ
ବ୍ୟାଘ୍ର ମୃଗ ଶାର୍ଦ୍ଦୂଳ ଚଢ଼ି ଗଗନରେ କ୍ଷେପି
ପ୍ରଫୁଲ୍ଲ ଅରବିନ୍ଦ ଚରଣତଳ କାନ୍ତି
ଡାକି ଡମ୍ବରୁ ମାଗୋ ବିକସିତ ନେତ୍ରୀ । ।୪।

ଜଳଧର ମେଦୁର ଜିଣି ଯାହାର ଅଙ୍ଗ ଭାବ
ସର୍ବଜ୍ଞ ସୁନ୍ଦେରୀ ମାଗୋ, ମୋହନୀ ସର୍ବଦେବ ।
ତକ୍ଷଣେ ବାତୁଳ ମାଗୋ ତକ୍ଷଣେ ଗଗନ କ୍ଷେପି
ୟେକ କାୟା ଅନ୍ତେ ମାଗୋ ଅର୍ଦ୍ଧକାୟା ବ୍ୟାପି । ।୫।

ଶ୍ୟାମ ରୁଚିର ନେତ୍ରୀ ବକସିତ ନେତ୍ରା
କାମିନୀ କାମସେଣା ଆବର ଜଗତ ମାତା ।
ମମ ସର୍ବ ପାପ ମାଗୋ ମମ ଆପଦ ଖଣ୍ଡି
ସଦା ସନ୍ତ‌ତ୍ତି ଦେଉ ମାଗୋ, ମଙ୍ଗଳ ଚଣ୍ଡୀ । ।୬।