ମୁଖ୍ୟ ସୂଚୀ ଦେଖିବେ

ଉଇକିପାଠାଗାର β

ବୈଦେହୀଶ ବିଳାସ/ବଲ୍ଲଭ ଦୁର୍ଲ୍ଲଭ ସନ୍ଦେଶ ଲଭନ୍ତେ ସୀତା

< ବୈଦେହୀଶ ବିଳାସ
ବୈଦେହୀଶ ବିଳାସ ଲେଖକ/କବି: ଉପେନ୍ଦ୍ର ଭଞ୍ଜ
ଏକ ପଞ୍ଚାଶତ୍ ଛାନ୍ଦ:ବଲ୍ଲଭ ଦୁର୍ଲ୍ଲଭ ସନ୍ଦେଶ ଲଭନ୍ତେ ସୀତା ଇଷ

ଏକ ପଞ୍ଚାଶତ୍ ଛାନ୍ଦ:ବଲ୍ଲଭ ଦୁର୍ଲ୍ଲଭ ସନ୍ଦେଶ ଲଭନ୍ତେ ସୀତା ଇଷ

 ରାଗ-କନଡା
ବଲ୍ଲଭ ଦୁର୍ଲ୍ଲଭ ସନ୍ଦେଶ ଲଭନ୍ତେ ସୀତା ଇଷିତ ହାସବଶ
      ବେଶ ହେବାର ନୋହିଲା ଆବେଶ ।
ବିଚ୍ଛେଦ ବିପତ୍ତି ଦରଶନେ ପତି
 ମତିକି କରି ପ୍ରବେଶ ସେ । ବରାଙ୍ଗୀ ।
ବସି ସୁଖାସନେ କରୁଁ ଗମନ । ବେଢ଼ି ରାବଣ ମହାଦେଈମାନ ।
ବରହିବରହ ଚାମର ଆଲଟ ଖଦି କରନ୍ତି ଚାଳନ ସେ। ବନିତା ।୧।
ବାହାରି ବାରିଥିଲହରୀ ଯେମନ୍ତେ ତହିଁ ବିହରି ଶିରୀ ଆସେ ।
         ବନଜିନୀ ଲତା କି ପାଶେ ଭାସେ ।
ବିଚିତ୍ର ତରଣୀ ମଞ୍ଜୁଳ ଧାରିଣୀ
         ହାନ୍ଦୋଳା ଦୋଳାୟିତ ସେ ଯେ । ବିଦୁଷେ ।
ବୋଇଲେ ରାମ ଚଲାଇଆଣ ଦେଖିପାସୋରନ୍ତୁ ସର୍ବେକଷ୍ଟ ଯେ।ବେଗରେ
 ବେତ୍ର କର ଗତି ମତ୍ସ୍ୟ ଚହଟ।ବୋଲିବାର ମଣିମାଭେକରଟ
 ବାଟେ ଦ୍ବିବିତ କହିଲା ଏ ଉଦନ୍ତ ସୁଦନ୍ତଶୋଭୀ ଶୁଣି ଭାଳେ ।
       ବିଭୁ ବିରାଗୀ ମୋହଠାରେ ହେଲେ ।୨।
ବନଜୀନୀଦଳେ ଗଭୀଳସୀ ହଂସୀ
  ଚାଲିବା ଚାଲିକି ଦଳେ ସେ। ବରାଙ୍ଗୀ ।
 ବାସେ ଲୋଭୀ ହୋଇ ଭୃଙ୍ଗମଣ୍ଡଳୀ। ବୁଲେ ଚତ୍ରଛବିରେ ଘୋଷଶାଳୀ ।
କିଶେଷଶୋଭାରେ କୀରତିକି ରତିକି ରଚିରେ ଛେଦେଭାଳି ସେ । ବିଦୁଷେ ।୩।
    ବିଚାରିଲେ ସର୍ବେ ନେତ୍ରପାତ ମାତ୍ରେ ବିଧାନ କଲା କେ ଏହାକୁ ।
  ବିଲୋକନ କଲାଇଁ ତାହାକୁ ।
ବୋଲନ୍ତି ଯାହାକୁ ଭୁଷଣଭୁଷଣା
ଆନ ଉପମା ଏହାକୁ ହେ।ବିଧାତା ।
ବୁଦ୍ଧିକେତେ ତୋ ନିର୍ମାଣ ଏହାର। ବଣା ଧୈର୍ଯ୍ୟ ଉର୍ବଶୀରେ ଯାହାର
ବାସ୍ତୋସ୍ପତି ଯେବେ ଦରଶନେ କଳ୍ପନବକୁ ସେହି ପ୍ରକାର ହେ। ବିଧାତା ।୪।
ବାମଦେବ କିପାଁ ଗଉରୀକି କାଳୀ ବୋଲନ୍ତି ଥିଲା ଏ ସଂଶୟ
  ବଳେ ସୁବର୍ଣ୍ଣ ଶତେଗୁଣ କାୟ ।
ବାଳୀ ରତନ ଛାଇ କି
           ଯେଣୁ ହେବେ ଉପମେୟ ହେ। ବିଧାତା ।
ବିଶ୍ମେ ଏମନ୍ତ ପରିରେ ତାହାକୁ। ବାମା ନାହିଁ ତ ଉପମା ଦେବାକୁ ।
ବିସର୍ଜିଲା ପ୍ରାଣ ନ ମୁଞ୍ଚି ରାବଣ ତ୍ରିପୁରେ ଭ୍ରମି ଥିବାକୁ ହେ ବିଧାତା ।୫।
 ବଦନଶୋଭାକୁ ଚାହିଁ ମହୀଜାର କଳାକାର ନାମ ବହିଲା ।
     ବିଧିର ତ ବିବେକ ନ ରହିଲା ।
       ବେଦଜଡ଼ ସିନା ଅନନ୍ତେ ପୁଚ୍ଛିବ
                 ଅନନ୍ତ ତାକୁ ହୋଇଲା ହେ। ବିଧାତା ।
ବୋଲିବାକୁ ସ୍ତ୍ରୀପଦରେ ସମ୍ଭବେ। ବିନାୟକମତରୁ ସୀତାଠାବେ ।
ବରବର୍ଣ୍ଣିନୀ ବରାରୋହ ଉତ୍ତମା ରାମା ହୋଇଛି ତା ଭାବେ ହେ । ବିଧାତା ।୬।
     ବାଛି ବାଛି ଲଙ୍କପତି ଆଣିଥିଲା ସଂସାରସାର ସୁନ୍ଦରୀଙ୍କି ।
                   ବିଦେହଜା ତହିଁ ରାଜାଭିଷେକୀ ।
                ବିଚାରୁ ଏସନ ତାଚାରୁ ଦର୍ଶନ
                   ଲଭେ ରାମସନ୍ନିଧିକି ହେ। ବିଧାତା ।
ବୋଲେ ସତ୍ୟବାଦୀ ହୋଇ ଏ ଗିର।ବିରାଧକୁ ବିନାଶ କଲି ପର ।
ବିଭାବସୁପତି ପଦ୍ମିନୀ ମଧୁପେ ରସିତା ଏ ଶ୍ଳେଷକର ଗୋ । ବରାଙ୍ଗୀ ।୭।
ବୈଦେହୀ ଗୁଣଗର୍ବିତା ହୋଇ ଭାଷେ ସୁବର୍ଣ୍ଣବର୍ଣ୍ଣନା ଯାହାରେ ।
            ବୋଲୁଁ ଶୁଣି ହୁଡ଼ ଅଛି ତହିଁରେ ।
ବୋଧିଲେ ଲେଖକେ ସିନା ହୋଇ ମୁହିଁ
            କହିଛି ଆନ ପ୍ରକାରେ। ହେ ବିଚାର ।
ବୀତିହୋତ୍ରେ ପରୀକ୍ଷା ଜଣା ତାର। ବୋଲୁଁ ସାଧବୀ କଲେ ସୀଉକାର ।
ବଣିକଭାବେ ଇନ୍ଧନକୂଟେ ଅଗ୍ନି ଯୋଗେ ଝାସିଲେ ସତ୍ଵର ସେ । ବରାଙ୍ଗୀ ।୮।
        ବିକଳେ ସକଳେ ଭାଳେ କି କରୁଣା ନ ଜାଣେ ଏ ବଡ଼ ଦାରୁଣ ।
                         ବେଧା ବିଧାନ ହୁଅଇ ପ୍ରମାଣ ।
           ବନ୍ଧୁ ବନ୍ଧୁ ବୋଲି ନିରାଶ ଜଳାଇ
                    ସେକାଳେ କଲେ କରୁଣ ସେ। ବୀରେନ୍ଦ୍ର ।
ବିଭାକରମଣି ସେ ହୋଇଥିଲେ। ବିଧୁମଣିଭାବ ପୁଣି ବହିଲେ ।
ବିଜ୍ଞବିଚାରେ ପ୍ରୀତିରେ ଦୁଇକଥା ଜଳିଲେ ପୁଣି ଦ୍ରବିଲେ ସେ । ବିକଳେ ।୯।
ବାଳୀ(ଳି) ଶ ବଚନେ ଜୀବନ ତେଜିବା ଉଚିତ ହୋଇଲା ତୋହର ।
             ବୁଡିଗଲା ସୃଷ୍ଟି ଏବେ ମୋହର ।
ବୋଇଲା କି ନାହିଁ ଚନ୍ଦ୍ରମା ହୋଇଲେ
             ଆନଅର୍ଥେ ଦୋଷାକରରେ । ବରାଙ୍ଗ ।
ବିଂଶାକ୍ଷ କି ତୋତେ ଛୁଇଁ ଭାଜନ। ବିବେଚନା କରିଣ ମନେ ଘନେ।
ବିଳମ୍ବ ଅବଲମ୍ବକୁ ତ୍ୟଜ ତ୍ୟଜ ନ କର କୃଶାନୁସ୍ନାନରେ । ବରାଙ୍ଗୀ ।୧୦।
 ବାରିଦ ଅଙ୍କରେ ଲୀନ ହୋଇଥାଇ ପ୍ରକାଶଇ ଯଥା ଚଞ୍ଚଳା
                    ବିକାଶିବୁ ମୋ ଭାଗ୍ୟେ ସେହି ଲୀଳା।
         ବୋଲିବାକୁ ଜଳ- ମଗ୍ନ ଜନପ୍ରାୟ
                   ବାହାର ହେଲେ ନିର୍ମଳା ସେ । ବରାଙ୍ଗୀ ।
ବେଢ଼ିଥିଲା ଜନେ ଜୟ ଘୋଷିଲେ । ବିଧୁ ରାହୁମୁଖୁଁ ମୁକ୍ତ ଭାଷିଲେ।
ବିହାୟସରୁ ବିହାୟସ ପରାଏ ସେକାଳେ ଖସିଆସିଲେ ଯେ । ବିବୁଧେ ।୧୧।
   ବିଦିତ ଶିରୀ ପଞ୍ଚାସ୍ୟ ଆଦି କରି ପରେତରାଟ ବରୁଣହିଁ ।
                         ବାସବର ତ ପରିମଳ ଶୋହି ।
     ବିଳସନ୍ତା ହେଲେ ମୟୁରେ ଗନ୍ଧର୍ବେ
            ମରୁତେ ଅପୁର୍ବ ନୋହି ସେ। ବିଦୁଷେ।
ବିଚିତ୍ର ଏ ଅଜଜ ତେ ରୁଚିର। ବୋଲେ ଶ୍ରୀ ତ୍ୟକ୍ତ କରିବା ବେଭାର ।
ବିଷ୍ଣୁ ତୁମ୍ଭେ ରାଜୁକୁମାର ସ୍ୱଭାବେ ଯୁବା ବୟସରେ ସର ହେ। ବିଚାର ।୧୨।
ବୃଷାଞ୍ଜନ କହି ବାସୁକି ଶ୍ରୀ ଯେହି ତୁମ୍ଭେ ମୋହପରି ଭୋଗରେ।
              ବସୁନ୍ଧରା ଫୁଟି ଜାତ ଯୋଗରେ।
   ବହ୍ନି ଯାହାକୁ ଜୀର୍ଣ୍ଣ କରି ନ ପାରେ
             ଆନ କେ ଧର୍ଷିବ ତାରେ ହେ। ବିଚାର।
ବୋଲେ ରାଘବ ଜନ ଅପବାଦ ବିଧ୍ୱଂସିଲାଇ ଭଲ ଏ କି ମନ୍ଦ ।
ବିଶ୍ଵମ୍ଭର ଯେବେ ମୁହିଁ ମୋତେ ତେବେ ସେବିବେ ଭୂଦେବବୃନ୍ଦ ହେ ।
                                                    ବିନୟେ ।୧୩।
ବ୍ରହ୍ମା ବୋଇଲେ ମୋ ପୁତ୍ର ଶିବ ବୋଲେ ମୋ ମିତ୍ର ଜାଣି ଅନୁସାରେ ।
                 ବିହରିବେ ତାଙ୍କ ପୁତ୍ର ସେବାରେ।
     ବର୍ତ୍ତିବେ ସୈନ୍ୟ ରକ୍ଷ ଦୁଷ୍ଟବିହୀନ
               ତେବେ ଆଞ୍ଜା ପାଳନରେ ହେ । ବିବୁଧେ ।
ବୃଷ୍ଟି ସୁଧା ଯେ ବସନ୍ତ ମରୁତ। ବଶେ ସମନ୍ତ କଲା ପଲ୍ଲବିତ।
ବଂଶ ଦୁଷ୍ଟର ମୃତ୍ୟୁଭାବେ ରହିଲେ ଥିଲା ଜନେ ଆଚମ୍ବିତ ହେ।
                                                       ବିଦୁଷେ ।୧୪।
  ବ୍ୟାପାରେ ବଳି ବିନିଦ୍ରଜନ ଯଥା ଯୁଦ୍ଧାର୍ଥେ ତଥା ସର୍ବେ ଧାଇଁ।
                  ବେନି ଦିଗ ମନ୍ତ୍ରି ଏ ନିବର୍ତ୍ତାଇ।
       ବାହୁଡ଼ିଲେ ଶୂରେ ସର୍ବେ ଅଯୋଧ୍ୟାକୁ
                ଯେବେ ଯିବା କେହି କହି ହେ। ବୀରେନ୍ଦ୍ ର।
      ବିଭୀଷଣ ପୁଷ୍ପକ ସମର୍ପଇ।ବଇଦେହୀଙ୍କୀ ମନ୍ଦୋଦରୀ ତହିଁ ।
ବିଳୋଇ‍ ରହିଲେ ଶ୍ରୀରାମ ସବଳେ ବସନ୍ତେ ଗଗନେ ଯାଇ ସେ ବିମାନେ ।୧୫।
        ବର୍ଣ୍ଣ ବର୍ଣ୍ଣନେ ଅମରବରମଣି ମରକତ କରି ଯାହାରେ ।
                  ବାଚକ ସେ ପ୍ରିୟାରେ ସ୍ନେହଭରେ ।
       ବସିବା ଦମ୍ପତ୍ତି ସମ୍ପତ୍ତିରେ ରଥେ
                  ପ୍ରତେ ନ ଥିଲା ମନରେ ରେ। ବାନ୍ଧବ ।
       ବାଳାମଣି ଶୁଣି କଲେ ଉତ୍ତର।ବିପତ୍ତି କି ସାକ୍ଷୀ ଗୁଡ଼ିଏ ମୋର ।
   ବିରସ ହରଷ ସ୍ପରଶକୁ ଦରଶନ କଲା ଦଇବର ହେ ବାନ୍ଧବ ।୧୬।
ବିଦର୍ପକର ଦର୍ପକର ରୁଚି ଯେ ଭାରତୀ ରଚି ସେ ବିଚିତ୍ରେ ।
                   ବହେ ତୃଣାଙ୍କୁର ମେରୁ ତୋ ଗାତ୍ରେ ।
ବନ୍ଧ ବନ୍ଧନ ନଳହେତୁ ଜଳରେ
          ତଥା ରହିଛନ୍ତି ଗୋତ୍ରେ ରେ। ବାନ୍ଧବି ।
ବରୁଣର ପ୍ରସନ୍ନ ମନେ ଧ୍ୟାୟି। ବିହି ଏସ୍ତାନେ କୁଶଶଯ୍ୟା ମୁହିଁ ।
ବାମାକ୍ଷୀ ଭାଷେ ଅଶୋକବନ ଦିଶେ ଏଥେଁ ମୁଁ ମହୀରେ ଶୋଇ ହେ ।
                                                 ବାନ୍ଧବ ।୧୭।
ବ୍ୟବସ୍ଥିତେ ଦେଖ ମାଲ୍ୟବନ୍ତ କେଶି । ମାଲ୍ୟବନ୍ତ ରାମ କଥିତ ।
        ବଞ୍ଚିବାରେ ବରଷା କି ବ୍ୟଥିତ ।
      ବରଗିଲୁଁ ଦୁତ
         ଘେନି ସେ ବାହୁଡି ସ୍ଥିତରେ । ବାନ୍ଧବ ।
   ବୃକ୍ଷ ଶିଂଶପାଏ ସେ ସୀତା ବୋଲି । ବ୍ୟଥାବଶେ ମୁଁ ଯଥା ଆଶ୍ରା କଲି ।
ବାରତା ପାଇଁ ତାତଳେ ଆଶାବୃର୍ଦ୍ଧି ଆଶାମାନ ଚାହୁଁଥିଲି ହେ।ବାନ୍ଧବ ।୧୮।
 ବିକୁକ୍ଷିବଂଶୀ ବୋଲନ୍ତି କ୍ଷୀଣକୁକ୍ଷି ଅନା ଏ ଋଷ୍ୟମୁକ ଦିଶେ ।
                   ବ୍ୟପିଥିଲା ସନ୍ତାପ ତମନିଶି ।
      ବାୟୁଜ ଅରୁଣ ସହ ମିତ୍ର ସମ୍ବା
                ଦରେ ହୃଦପଦ୍ମ ତୋଷିରେ। ବାନ୍ଧବି।
     ବିଦ୍ଧ କଉଶିକଭବ ଗୁପ୍ତରେ । ବଇଦେହୀ ପ୍ରଣାମ ତାହା କରେ ।
ବିହୀନ। ମୁଁ ଚନ୍ଦ୍ରତାରା ଭୂଷଣରେଦୀନ ହୋଇ ଏହିଠାରେହେ। ବାନ୍ଧବ ।୧୯।
 ବିଚ୍ଛେଦି ଥିଲା ଦମ୍ଭ ତରୁଣି-ବିଚ୍ଛେଦ-ପରଶୁ ତୋହର ।
                      ବାହୁବନ୍ଦେ ପଡିଲୁଁ କବନ୍ଧର ।
       ବିନୋଦର କଲା ସୋଦର ଏ ସ୍ଥାନେ
                   ଗିର ଆଦରି ରାମର ଯେ । ବରାଙ୍ଗୀ ।
       ବୋଲେ ତୁମ୍ଭେ ବଳବନ୍ତ କେଶରୀ । ବିଚାର ମୁଁ ଅବଳା ସୁକୁମାରୀ।
ବିଲୋକନ କର ଏ ପଞ୍ଚବଟୀକି ଏହି ସିନା କଷ୍ଟକାରୀ ହେ।ବାନ୍ଧବ ।୨୦।
ବାହୁଜବର ବୋଇଲେ ବନଦୋଷ ବାନ୍ଧିବି ମନରେ ନ ଘେନ।
ବଣିଜର ଭାବ କରି ବର୍ଦ୍ଧନ।
ବସାଇ ବିଚ୍ଛେଦ ତୁଳପାତ୍ରେ ତୁଳି
ଦେଲା ସିନା ପ୍ରେମଧନରେ ବାନ୍ଦବି।
ବାରେ ନିରେଖ ଚି କୁଟ ଗରି। ବିନୋଦକୁ ଥଲୁ ଏଥେଁ ଆଦରି ।
ବୋଲୁଁ ଭରଦ୍ୱାଜ ବନେ ମିଳେ ରଥ ରହ ବେଲି ଯେଣୁ ସୁରି ସେ ।
                                                 ବୀରେନ୍ଦ୍ର ।୨୧।
ବ୍ୟୋମରେ ଅମରେ ଗମନ୍ତି କି ଋଷି କୁମରେ ମନେ କରିଥିଲେ।
ବଳ ତ୍ରିବିଧରେ ଯହୁ ଦେଖିଲେ।
ବଳି ତିରସ୍କାର ତ୍ରିବିତ୍ରମ୍ ତହିଁ
ଦେଖି ଗୁରୁଙ୍କୁ କହିଲେ ସେ।ବିଦୁଷେ ।
ବ୍ୟଗ୍ର ହୋଇ ପୂଜନ କଲେ ଆସି । ବେଳୁଁ ବେଳ ହୋଇଲେ ଅତି ତୋଷୀ
ବିଭିନ୍ନକର ହିରଣ୍ୟପ୍ରଭ ରଙ୍ଗେ ସେ ନରକେଶରୀ ଭାଷି ସେ । ବିଦୁଷେ ।୨୨।
ବସାଇ ଆଶ୍ରମେ ଆସନେ ଶୁଣିଲେ କାନ୍ତବିଚ୍ଛେଦ କଷ୍ଟ ଖେଦ ।
ବଧ କରିବା କବନ୍ଧ ତ୍ରବ୍ୟାଦ।
ବିଦ୍ଧ ସପ୍ତଶାଳ ସୁଗ୍ରୀବ ସପକ୍ଷ
ବପୀନ୍ଦ୍ର କରିବା ଭିଦ ହେ ।ବିଦୁଷେ ।
ବାରିପରେ ମହୀଧର ଭାସିବା । ବଂଶ ସହିତେ ରାବଣ ନାଶିବା ।
ବହିଲା ଗର୍ବ ସର୍ବ ମୋର ହୋଇଛି ଶୁଣି ମୁନି ପ୍ରଂଶସିବା ଯେ ବାତଜ ।୨୩।
ବନ୍ଦ୍ୟ ବନ୍ଦନୀୟ ଜାଣି ତାର ମନ ବାରୁଣୀବନେ ପଠିଆଇଁ ।
ବିଚ୍ଛନ୍ଦରେ ମହାଭୁଜ ଦେଖାଇ ।
ବିନ୍ଦାଣ ମଲ୍ଲସ୍ତମ୍ଭରେ କଳାପ୍ରାୟ
ଯୁଦ୍ଧାରମ୍ଭେ ଫୁଟି ରହି ସେ । ବାତଜ।
ବିଭାବରୀ ସମ୍ମୁଖରେ ଯେମନ୍ତେ। ବନରୁହରେ ବନ୍ଦୀ ମଧୁବ୍ରତ ।
ବିମୁକ୍ତ କଲା ତହିଁରୁ ରାମନାମ ସ୍ମରଣ ହୋଇ ପ୍ରଭାତ ସେ । ବିଦୁଷେ ।୨୪।
ବୋଧ କଲେ ପ୍ରଭୁ ଭେଟୁ ଆସି ତେଜହୀନେ ଦେଇ ଏହି ଲକ୍ଷତ ।
ବ୍ୟାଘ୍ର ନାସାଛିଦ୍ର ଘାତେ ବ୍ୟଥିତ।
ବିମର୍ଦ୍ଦନେ କ୍ଷମ କଦା ନେ ହେ, ହୋଏ
କି ତା ପ୍ରାକର୍ମ ନିନ୍ଦିତ ହେ। ବାତଜ।
ବିଘ୍ନହୀନେ ଯା ରଭସ ତ୍ରାସିତ । ବିଜୟ ତୁ ହୁଅ ଆଜୁଁ ଜଗତ ।
ବୋଲିଣ କୈକେୟ ପାଶକୁ ପ୍ରେଷିତ ଜାଣିବାପାଇଁ ଉଦନ୍ତ ସେ । ବୀରେନ୍ଦ୍ର ।୨୫।
ବଦାଇଥିଲେ ଶୃଙ୍ଗବେରପାଳକି ମେଳି ହୋଇ ରାଗ ଜାଣିଲା ।
ବରାଟକ ବିନା ଗିରେ କିଣିଲା ।
ବ୍ୟୋମନାସିକା ପରା ହୋଇ ଆକାଶେ
ବିଳାସ ପ୍ରକାଶ କଲା ସେ । ବାତଜ ।
ବଲ୍ମୀକରୁ ଯେମନ୍ତ ଇନ୍ଦ୍ରଚାପ । ବ୍ୟାପି ନଭରେ ଧରେ ପ୍ରଭାରୁପ ।
ବିଚିତ୍ରତା ଦେଖି ଅଯୋଧ୍ୟାଗମନେ ଉତ୍ସୁକ ଶବରାଧୀପ ସେ । ବିଦୁଷେ ।୨୬।
ବିଭର୍ତ୍ତି କରିଛି ଭରତ ଭରତଖଣ୍ଡ ଲକ୍ଷନୃପ ସସୈନ୍ୟେ ।
ବହେ ନନ୍ଦୀଗ୍ରାମ ଲକ୍ଷ ଏସନେ।
ବହୁତ ତାରକା ନଭ ପ୍ରତିବିମ୍ବେ
ଜଳପାତ୍ରକେ ଯେସନେ ହେ । ବିଦୁଷେ ।
 ବିତର୍କଇ ତା ଦେଖି ହନୁମନ୍ତ । ବୈମାତକରେ ଲକ୍ଷ୍ମଣ ଭରତ ।
ବାସିତ ପୁଷ୍ପ ସେ ଏ କଣ୍ଟକପାତ୍ର ଏକା କେତକୀରୁ ଜାତ ହେ। ବିଧାତ ।୨୭।
ବୋଲାବୋଲି ହେଉଁ ଲଙ୍କା କଟକାଇ ଲଗ୍ନ କେଉଁଦିନ ଶ୍ରବଣେ ।
ବିବେକ ତା ଲାଙ୍ଗଳୀ ସୁଲକ୍ଷଣେ।
ବାହ୍ୟ କର୍କଶ ଦେଖାଇ ରସଗର୍ଭ
ବୋମୁଁ ଖସି ଭରତେ ପ୍ରଣିପତ୍ୟ । ବିଗ୍ରହରେ ଦେଖି ସେହୁ ଜଡିତ ।
ବାର୍ତ୍ତାକି ବାର୍ତ୍ତାକି ପୁଚ୍ଛୁଁ ଜୟ କରି ପ୍ରଭୁ ବିଜୟ ଭାଷିତ ସେ।ବାତଜ ।୨୮।
ବାରବାମା ମୁଖୁଁ ଧାତ୍ରୀ ଶୁଣି ଭଣୁ ଜନୟିତ୍ରୀଗଣ ଆସିଲେ
ବାଣୀ ସଲକ୍ଷଣଟିକି ଭାଷିଲେ
ବୋଇଲେ ରାମଚନ୍ଦ୍ର, ଉଦେ ପୂର୍ଣ୍ଣରେ
କ୍ଷୀଣେ ସିନା ମୁଞ୍ଚିଥିଲେ। ବାତଜ
ବିଧାଇକି ବହୁତ ରୂପେ ଦେଇ । ବିଚାରନ୍ତେ ପାଛୋଟି ଯିବା ତହିଁ ।
ବିମାନେ ଗଗନେ ଆସନ୍ତି ସିନାସେ ସ୍ୱନାମ ଲକ୍ଷରେ ବହି ସେ । ବାତଜ ।୨୯।
ବନୌକା ଆଶ୍ରମେ ପୁଷ୍ପକାଳ ଶେଷ କରି ଅଶେଷ ତୋଷଭର ।
ବଇଦେହୀ ଭୋଗରେ ତତପର।
ବିଗତ ଅନଙ୍ଗ- ଜ୍ଵର ସାନ୍ଵିପାତ
ଭୟ ସ୍ୟନ୍ଦନ ବିହାର ସେ। ବୀରେନ୍ଦ୍ର ।
ବାଦ୍ୟ ଶୁଭନ୍ତେ ଧରଣୀଉଛୁଳି।ବାହୁ ଉର୍ଦ୍ଧ୍ଵେ ନପତିବୃନ୍ଦ ତୋଳି
ବହୁତ କାକତଚକୀ ରଜ୍ଜୂଧୃତ କୁତୁକୀ କି ଦୃଷ୍ଟିଶାଳୀ ସେ ବିଦୁଷେ ।୩୦।
ବାଲ୍ୟଅବସ୍ଥା ସୁମରଣା ନିର୍ଜରେ ସାରଣୀ ଫିଙ୍ଗିଲା ପରିରେ ।
ବିମାନ ଯେ ଖସି ଆସି ସତ୍ଵରେ ।
ବିଳସି ପାରାବତ ବୃକ୍ଷେ ବସିବା
ପରାୟେ ସ୍ଥିତ ମହୀରେ ସେ । ବିମାନ ।
ବ୍ୟୋମକେଶ ବୋଲନ୍ତି ତ୍ରିଲୋଚନ।ବୁଝିବାରେ ଉପମା ବିଦ୍ୟମାନ।
ବିଭୂଷିଥିଲେ ପାରିଜାତମାଳକୁ ଖସି ସେ ହେଲା ପତନ କି। ବିଦୁଷେ ।୩୧।
ବନ୍ଧାଇ କି ଚୂଡ଼ା ରସା ରସାଳସା ଆକାଶ ବେଶକାରୀ ବଶେ।
ବିରାଜଇ ଋକ୍ଷପ୍ରଭାଜାଳେ ସେ ।
ବନ୍ୟସ୍ତ କର୍ପୂର କାଠିକି ସୁକରେ
ରାମଗର୍ଭଦିବ୍ୟବାସେ । ବିଦୁଷେ ।
ବାହାରନ୍ତେ ସେ ରଥୁ ରଘୁମଣି । ବିକାଶେ କି ପୂର୍ବାଦ୍ରିରୁ ତରଣି।
ବିପ୍ର ନୃପତି କଳାପ କରାଞ୍ଜଳି ନିଉଁଚ୍ଛାଳି ସ୍ତୁତି ଭଣି ହେ । ବିଦୁଷେ ।୩୨।
ବଡଦେଉଳ ଅଗ୍ରତରେ ଗୁଣ୍ଡିଚା ରଥ ଯେ ଦେଖିଛି ତରକ ।
ବିଲୋକନେ ବିଳସୀ ସର୍ବଲୋକ ।
ବିଦିତ ନରେଶେ ଉତ୍ସବ ସେଠାରେ
ଏ ନବଦିନ ସଂଖ୍ୟକ ହେ। ବିଦୁଷେ ।
ବେନି ସୋଦର ନମସ୍କାର ଅନ୍ତେ।ବଧୂ ନେଇ ଆନନ୍ଦେ ମାତୃବ୍ରାତେ
ବିଶେଷତ ଶୁଭରତ ସୁଭରତ ଶ୍ରୀ ରାମ କଟାକ୍ଷପାତେ ହେ । ବିଦୁଷେ ।୩୩।
ବାନରପତିରେ କେଶରୀ ସରିରେ ନରପତି ବିଧି ଆଦରେ ।
ବିପ୍ରବିଧି ସୁଷେଣ ଜାମ୍ବବରେ ।
ବଭୀଷଣେ ରାମ ଆଚାର ପ୍ରଚାର
ପ୍ରଶସିତ ସମସ୍ତରେ ହେ। ବିଦୁସେ ।
ବାଚକ ସେ କୃତାର୍ଥ ହେଲୁଁ ସର୍ବ । ବିଜେ ସଭାରେ ସମ୍ଭାରେ ରଘବ ।
ବିରଚି ସ୍ଥାନ ଚରଚି ସେ ଅନ୍ତରେ ସୁମତି-ସୁମନ୍ନ ଭାବ ହେ। ବିଦୁଶେ ।୩୪।
ବର୍ଦ୍ଧକି ବର୍ଦ୍ଧନ ଶୋଭା ଅଯୋଧ୍ୟାରେ ସେ ଦିନୁଁ ଅତି ଯତ୍ନେ କରୁଁ ।
ବିଶ୍ୱକର୍ମା ବାଞ୍ଛିତ କୃତେ ଗୁରୁ।
ବିଜ୍ୱଳିତ ସେତ ଅନନ୍ତ ମଣିରେ
ଅନନ୍ତ ମଣିରେ ଚାରୁ ଏ । ବିଦୁଷେ।
ବିଚାରଣା ଏ ଅଳକାଶୋଭିତା । ବଇଧବ୍ୟ ଅବସ୍ଥା ଆଲିଙ୍ଗତା ।
ବିଶେଷ ଅଙ୍କାର ମୁଞ୍ଚି ଗଲା କି କେବଳ କରିଣ ଚିନ୍ତା ଏ ବିଦୁଷେ ।୩୫।
ବୋଲଇ ଯେ ଲଙ୍କା ତହିଁ କରୁ ଶଙ୍କା ତା ପୁଷ୍ପ ଲଙ୍କାକେଶୁଁ ଖସି ।
ବିମଳିନ ପତନ ହୋଇ ଦିଶି ।
ବୟସ୍ଥା ଯହିଁ ଅମରବତୀ କହି
ବାର୍ଦ୍ଧକୀ ସ୍ୱଭାବ ଦିଶି ହେ। ବିଦୁଷେ।
ବସେ ଭୋଗବତୀ ପଦତଳରେ । ବିଶ୍ୱସିତା ଦାସୀଭାବ ବଳରେ ।
ବଇକୁଣ୍ଠ ଯେହି ନାମେ ମର୍ତ୍ତ୍ୟେ ନାହିଁ ତା ତୁଳେ ତୁଳେ ତୁଳରେ ହେ । ବିଦୁଷେ ।୩୬।
ବିନୟ କୈକେୟ ପାଦୁକାକୁ ଥୋଇ ରଘୁବଂଶଈଶ ଛାମୁରେ ।
ବହ ନୃପ ପଦକୁ ତତପରେ ।
ବାସୁକୀ ବିନା ଧରା ଭାରା ଧାରଣ
ଆନ ସୋଦରେ କି ଚିରେ ହେ। ବୀରେନ୍ଦ୍ର ।
ବୋଲୁ ଶତ୍ରୁଘ୍ନ ଯଥାର୍ଥ ଉଚ୍ଚାରି । ବୋଲେ ସୁମନ୍ତ୍ର ହେଉ ଏ ସେପରି ।
ବିଷ୍ଣୁଙ୍କୁ ଅନୁସରି ବ୍ରହ୍ମା ଯେମନ୍ତ ସୃଷ୍ଟିପାଳନାକୁ କରି ହେ । ବୀରେଶ ।୩୭।
ବିଶିଷ୍ଟ ବିଶିଷ୍ଠ ଗୁରୁପୁଷ୍ୟାଯୋଗେ ଅଭିଷେକ ହେବ। ଭାଷିତ ।
ବାମଦେବ କହି ହେଲେ ଏମନ୍ତ ।
ବନେ ଦୂଷଣ ନାଶିଅଛ ଅନୁଜ-
ପ୍ରସୂ ଦୂଷଣ ହର ତ ହେ। ବୀରେନ୍ଦ୍ର।
ବିଭୁ ଅଙ୍ଗୀକୃତେ ଏହା ଶୁଣିଲେ । ବାୟୁପୁତ୍ରକୁ ଜାମ୍ବବ ଭଣିଲେ ।
ବାଳଖିଳ୍ୟାସହ ସନକାଦିମୁନି ଗଙ୍ଗାଦି ଜଳ ଆଣିଲେ ହେ। ବିଦୁଷେ ।୩୮।
ବିଭିନ୍ନ କଲେ ସଟାଯହୁଁ ହରିର ଅରଣ୍ୟବିହାର ଅନ୍ତର ।
ବସିବାକୁ ସମ୍ରାଟ ପଦବୀର
ବିଭୂଷି କୁନ୍ତଳ- ଦେଶ ପୁଷ୍ପପର
ଅଙ୍ଗଦେଶ ମନୋହର ହେ। ବିଦୁଷେ ।
ବହି ଅନନ୍ତ ଶୋଭା ମହୀଧାର୍ଯ୍ୟେ । ବିଧୂ ନକ୍ଷତ୍ରମାଳାରେ ବିରାଜେ।
ବୋଇଲେ କନ୍ଦର୍ପ କୋଟିଏ ଗୋଟିଏ ଦଶନେ ଜନସମାଜେ ହେ ବିଦୁଷେ ।୩୯।
ବାଦ୍ୟଶବଦର ଗମକ ଚମକ ଦାନବେନ୍ଦ୍ର ଦାନ କରଣ।
ବିଚାରିଲେ ମାଇଲେଣି ରାବଣ ।
ବାଜଣା ସାଜଣା କାହିଁକି ଏଣିକି
ମାରିବା ଇଛେ ଲବଣ ସେ । ବୀରେନ୍ଦ୍ର ।
ବ୍ୟାଳଶ୍ରେଷ୍ଠ ଦେଖିବା ଅଭିଷେକ । ବୋଲାବୋଲି ହୋଇ ଯିବା ଉତ୍ସୁକ ।
ବଚନେ ଭାବିତ ଲୋଚନେ ଦେଖିବେ ମହାଭାଗ୍ୟବନ୍ତ ଲୋକ ହେ ।
                                                            ବିଧିରେ ।୪୦।
ବାଜୀ ଗଜ ରଥ ପତ୍ତ ଚତୁରଙ୍ଗ ପରମ୍ପରା ହୋଇ ଏ ଥିଲା ।
ବିଧି ଏକ ନୂତନ ତହିଁ ହେଲା ।
ବାନର ଋକ୍ଷ ରାକ୍ଷସଙ୍କର ମେଳ।
ହିଂସହୀନ ରାମଲୀଳା ହେ। ବିଦୁଷେ।
ବଇଜୟନ୍ତୀ ଉଡେ ବ୍ରାତ ବ୍ରାତ। ବନ୍ଦିବୃନ୍ଦ ବନ୍ଦନରେ ଉନ୍ମତ୍ତ ।
ବିଭୀଷଣ ସୁଗ୍ରୀବାଦି ମହୀପତି ଯାନମାନ ଆରୋହିତ ହେ । ବିବୁଧେ ।୪୧।
ବିଭ୍ରାଜ ହେଲେ ତ୍ରିଭୁବନକିରୀଟ ମର୍କତମଣି ସତ ରାମ ।
ବିଧିରେ ତ ଅଯୋଧ୍ୟା ନିଜଧାମ ।
ବପୁଷ୍ମନ୍ତେ ମୁକ୍ତ ବୋଇବେ କିଞ୍ଚିତେ
ଭାବିଲେ ଜନମି ପ୍ରେମ ହେ। ବିଦୁଷେ।
ବୟାଳିଶପଦେ ଛାନ୍ଦ ମଧୁର। ବୋଲେ ଉପେନ୍ଦ୍ର ଭଞ୍ଜ ବୀରବର ।
ବୈହାସିକ ହେବେ ନ ବୁଝିଲା ଜନେତହିଁ କିକେଉଁ ବିଚାର ହେ। ବିବୁଧେ ।୪୨।