ରଚନା-ରାଧାନାଥ ଦାସ

ଷାଠିଏ ପଉଟି ଭୋଗରୁ ତୁମର....... କାଢିତ ନେଇନି ହରି

କୁହ ତେବେ କେଉଁ ଅପରାଧେ ମୋତେ (୨ ଥର )

କଲ ଦାନ୍ଡର ଭିକାରୀ (୨ ଥର )

ଭିକାରୀ କରିବା ଯେବେ ତୁମ ଇଛ୍ଛା.......ନାହିଁ ମୋ ମନରେ ଦୁଃଖ

ସିଂହଦ୍ୱାର ବିନା ଆନ ଦୁଆରକୁ ..... ମାଗି ଯିବି ନାହିଁ ଭିକ ।

ଆହେ ଇଛ୍ଛାମୟ ଇଛ୍ଛାରେ ତୁମରି

ଦିଅ ମୋର ଥାଳ ଭରି......କଲ ଦାଣ୍ଡର ଭିକାରୀ ( ଘୋଷା )

ଜାଣି ଶୁଣି ଯେବେ ଚେଇଁ ଶୋଇଥିବ..... କ‌ହିବି କାହାକୁ ଆଉ

ଆଉ କାହା ପାଶେ ପତାଇବି ହାତ.....ତୁମ୍ଭେ ପ୍ରଭୁ ଥାଉଁ ଥାଉ‌ଁ

ଖାଲି ହାତେ ପଛେ ଫେରିଯିବି ପ୍ରଭୁ (୨ ଥର)

ବ‌ଡଦାଣ୍ଡେ ଛାଡି ହୁରି........କଲ ଦ‌ଣ୍ଡର ଭିକାରି......