ଅନୁସରିଛି ରେ
ଲେଖକ/କବି: ବଳଦେବ ରଥ

ଅନୁସରିଛି ରେ
(ରାଗ ପୂରବୀ, ଝୁଲା)

ଅନୁସରିଛି ରେ, ମନୁ ପାସୋରିବୁ ନାହିଁ,
ବଢ଼ି ଅଇଲାଣି, କଢ଼ି ପଦ୍ମପ୍ରାୟେ,
ଉଚ୍ଚ ହୋଇ କୁଚ ଦୁଇ ॥ଘୋଷା॥

କରକରଦନା କରଯୋଡ଼ି ଜଣାଇଁବି ଯେତେବେଳେ ତୋତେ
ଦରହାସ ମିଶା ପରଶନ ମୁଖ ଦରଶନ ଦେବୁ ମୋତେ ॥୧॥

ରଙ୍ଗ ଅଥରୀକି ଭଙ୍ଗାଇ କହିବେ ପ୍ରୀତି ବିରାଧିନୀ ଯେତେ
ସୁଝୀନ ବସନା ବୁଝିବା ଉଚିତ ବୁଝି ଦଣ୍ଡ ଦେବୁ ମୋତେ ॥୨॥
 
ତରୁଣି-ବରଙ୍କ ରଜା ଯେତେବେଳେ ହେବୁ କରୁଣା ଲହରୀ
ଆଜନ୍ମ ସୁଖୀରେ ଲାଜ ପ୍ରବଳରେ ଦେବୁ ପରା ମନାକରି ॥୩॥

ଜମ୍ବୁନଦଜିତ ସମ୍ବୁପରା ସ୍ତନ ଏକା ପଡ଼ୁ ମୋର ହସ୍ତେ ।
କବିଦିନକର ରାୟଗୁରୁ ବୋଲେ ହାର କରିଥବି ତୋତେ ॥୪॥