ପୃଷ୍ଠା:Prachina Odia Kabita.pdf/୧୮୩

ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୬ଶ ଶତାବ୍ଦୀ
୧୭୫
 

(୫)
ବାଇ ମନରେ, ବସି ଅବନା ବନ ।
ଅବନା ବନିଲେ ଅମାପ ମାପିବୁ, ବିଦ୍ୟାରେ ତୋର ହୋଇବ ଧନ୍ୟ ।
ଅମାସ୍ୟା ନିଶିରେ ଷୋଳ କଳା ଚନ୍ଦ୍ର, ସର୍ବଦା ନିଶିରେ ଚନ୍ଦ୍ର ଦର୍ଶନ
ଅହର୍ନିଶ ଯହିଁ ପ୍ରଦୀପ ଜଳଇ, ଦୀପ ତେଜେ ଅଣଚାଶ ପବନ ।
ଅଣାକାର ଘରେ ନାମ ସଂକୀର୍ତ୍ତନ, ଶବଦରେ ନାହିଁ ହରି ଭଜନ
ଶହେ ଛୁଆ ଘେନି ହରିଣୀ ଶୋଇଛି, ବ୍ୟାଘ୍ର ଆଣି ତାକୁ ଦିଏ ଭୋଜନ ।
ନିର୍ଝର କନ୍ଦରେ ପହଁରୁଛି ହଂସ, ଅଥଳ ଜଳେ ହରିଣୀ ଆସନ
ଚାରିମେଘ ଘୋଟି କଲେ ଜଳ ବୃଷ୍ଟି, ମରୁଡ଼ିରେ କୃଷି ହେଲେ ଦହନ ।
ଶୂନ୍ୟରେ ଶୂନ୍ୟରେ ଦେଉଳ ହୋଇଛି, ଦେଉଳ ଗୋଟିକ ଜଳେ ନିର୍ମାଣ
ଏମନ୍ତ ଦେଉଳ ବିନ୍ଧାଣୀ ଗଢ଼ିଛି, ଅମୁଦା ଦେଉଳେ ଦିଅଁ ଦର୍ଶନ । ।୧୦।
ନିର୍ଦ୍ଧନର ଘର ବହି ନେଲେ ଚୋର, ବାଟରେ ବସି କରନ୍ତି ରୋଦନ
ଧରାଗଲେ ଚୋର ହୋଇବ ଅମର, କହଇ ଅଚ୍ୟୁତ ମୂଢ଼ ଅଜ୍ଞାନ ।

(୬)
ବାଇମନ ହୋ, ବସି ହଂସକୁ ଖେଳା
ହଂସ ଉଡିଗଲେ ବୁଡ଼ିବ ଭେଳା ।
ପୋଖରୀ ଗୋଟିକ ଚାରି ଚୌରସ
ଡିମ୍ବ ପାଡ଼ିଅଛି ଅଣ୍ଡିରା ହଂସ ।
ଶୁଖିଲା ପୋଖରୀ ମାରେ ଲହଡ଼ି
ଡିମ୍ବଅଛି ଛୁଆ ଗଲାଣି ଉଡ଼ି ।
ଡିମ୍ବ ଗୋଟିକେ ତିନି ତିନି ଛୁଆ
ସୁଜ୍ଞାନୀ ହୋଇଲେ କହିବ ଏହା ।
ସର୍ପକୁ ମଣ୍ଡୁକୀ କରୁଛି ଗେଲ
ଯୂଇ ବୃକ୍ଷେ ଅଛି ମନ୍ଦାର ଫୁଲ । ।୧୦ ।