ଅପଭ୍ରଂଶବୋଧିନୀ
ଅପଭ୍ରଂଶବୋଧିନୀ
ଶ୍ରୀ ଆର୍ତ୍ତତ୍ରାଣ ଶତପଥୀ କର୍ତ୍ତୃକ
ସଙ୍କଳିତ ।
ପରିବର୍ଦ୍ଧିତ ଦ୍ୱାବିଂଶ ସଂସ୍କରଣ ।
Published by P. Book Stall.
Printed by V. Kar.
The Utkal Sahitya Presss.
Cuttak.
1928.
ମୂଲ୍ୟ ଟଂ ୷
ଅପଭ୍ରଂଶବୋଧିନୀ
ଶ୍ରୀ ଆର୍ତ୍ତତ୍ରାଣ ଶତପଥୀ କର୍ତ୍ତୃକ
ସଙ୍କଳିତ ।
ପରିବର୍ଦ୍ଧିତ ଦ୍ୱାବିଂଶ ସଂସ୍କରଣ ।
Published by P. Book Stall.
Printed by V. Kar.
The Utkal Sahitya Presss.
Cuttak.
1928.
ମୂଲ୍ୟ ଟଂ ୷
ଶ୍ରୀରାଧାନାଥ ରାୟ
ମହୋଦୟେଷୁ ।
ସବିନୟମର୍ପିତମିଦଂ-
ମହାଶୟ,
ଆପଣଙ୍କର ସାଧୁଜନାନୁମୋଦିତ ସଦ୍ଗୁଣଚରିତ୍ରାଦିଗୁଣଗ୍ରାହିତା ସନ୍ଦର୍ଶନ କରି ମୋହର ପ୍ରଥମୋଦ୍ୟମର ଏହି "ଅପଭ୍ରଂଶବୋଧିନୀ" ପୁସ୍ତିକା ଖଣ୍ତିକ ଆନ୍ତରିକ ଭକ୍ତିର ଚିହ୍ନ ସ୍ୱରୂପ ଆପଣଙ୍କ କରକମଳରେ ଅର୍ପଣ କଲି, ଏଥିରେ ଅପଭ୍ରଷ୍ଟ ଓ ବିକୃତ ଶବ୍ଦମାନଙ୍କର ମୌଳିକ ସାଧୁଶବ୍ଦ ନ୍ୟସ୍ତ ଥିବାରୁ ସର୍ବଶ୍ରେଣୀୟ ଉତ୍କଳପାଠକମାନଙ୍କର ଶବ୍ଦବ୍ୟବହାର ସମ୍ବନ୍ଧରେ ଗୋଟିଏ ବିଶେଷ ଅଭାବ ଦୂରୀଭୁତ ହେବାର ନିତାନ୍ତ ସମ୍ଭବ । ଏଥକୁ ଆପଣ ଆମୂଳପରୀକ୍ଷା କରି ଆନୁକୁଲ୍ୟ ପ୍ରଦର୍ଶନପୂର୍ବକ ସ୍ୱଦେଶୀୟ ଭାଷାଧ୍ୟାୟି-ଛାତ୍ରମାନଙ୍କର କିୟତ୍ ପରିମାଣରେ ସହାୟତାଦ୍ୱାରା ଏହି ସଦାନୁଗତ ଗ୍ରନ୍ଥକାରକୁ କୃତଜ୍ଞତାପାଶରେ ଆବଦ୍ଧ କରନ୍ତୁ । ଇତି ।
୧୨/୧୨/୧୮୯୨ କଟକ
କିମଧିକଂ ଶ୍ରୀ ବିଜ୍ଞବରେଷୁ ବଶମ୍ବଦ ଶ୍ରୀ ଆର୍ତ୍ତତ୍ରାଣ ଶତପଥୀ ।
କେତେଗୁଡ଼ିଏ କ୍ରିୟା ଯଥା-
ଅଣେଇବା = ଆନମନ
ଅଣ୍ଡାଳିବା = ଆନ୍ଦୋଳନ
ଆଉଁଶିବା = ଆମର୍ଶଣ
ଆଉଟିବା = ଆବର୍ତ୍ତନ
ଆଣିବା=ଆନୟନ
ଉଇଁବା = ଉଦୟ
ଉଗାରି = ଉଦ୍ଗାର
ଉଛୁଳଇ = ଉଚ୍ଛ୍ୱାସ
ଉଜେଇବା = ଉଦ୍ଯାପନ
ଉଝାଳିବା = ଉଜ୍ଜ୍ୱଳ
ଉଞ୍ଚିବା = ଉଞ୍ଛ
ଉଡ଼ିବା = ଉଡ୍ଡୟନ
ଉତୁରିବା = ଉତ୍ତରଣ
ଉପାଡ଼ିବା = ଉତ୍ପାଟନ
ଉଭେଇବା = ଉହ୍ୟ
ଉଲୁସିବା = ଉଲ୍ଲସନ
ଓଗାଳିବା = ଅର୍ଗଳ
ଓହ୍ଲାଇବା = ଅବରୋହଣ
କମ୍ପିବା = କମ୍ପନ
କାଣ୍ଡିବା = କଣ୍ଡନ
କାନ୍ଦିବା = କ୍ରନ୍ଦନ
କିଣିବା = କ୍ରୟ
କୁଞ୍ଚେଇବା = କୁଞ୍ଚନ
କୁଟିବା = କୁଟ୍ଟନ
କୁଣ୍ଡାଇବା = କଣ୍ଡୂୟନ
କୁଦିବା=କୂର୍ଦ୍ଦନ
କୁନ୍ଥାଇବା = କୁନ୍ଥନ
ଖସିବା = ସ୍ଖଳନ
ଖାଇବା = ଖାଦନ
ଗଢ଼ିବା = ଗଠନ
ଗଣିବା = ଗଣନ
ଗାଇବା = ଗାନ
ଗାଧୋଇବା = ଗାତ୍ରଧାବନ
ଗାଳିବା = ଗାଳନ
ଗିଳିବା = ଗଳନ
ଘଷିବା = ଘର୍ଷଣ
ଘୋଟିବା = ଘଟ୍ଟନ
ଚଦିବା = ତର୍ଜ୍ଜନ
ଚୋବାଇବା = ଚର୍ବଣ
ଛଞ୍ଚିବା = ସଞ୍ଚୟ
ଥକିବା = ସ୍ଥଗିତ
ଦୁହିଁବା = ଦୋହନ
ଧାଇବା = ଧାବକ
ନାଚିବା = ନର୍ତ୍ତନ |
ବିଛାଇବା = ବିସ୍ତାର |
ହାଣିବା = ହନନ |
ଅଧାର = ଆହାର |
ଆଖିପତା = ଅକ୍ଷିପତ୍ର |
ଇଲିଶି = ଇଲ୍ଲୀଶ |
ଓଥରା = ଅକୃତଦାର |
କଟାଶ = ଖଟ୍ଟାଶ |
କରବାଡ଼ = ଖବଂଟ |
କାନ = କର୍ଣ୍ଣ |
କୁଢ଼ = କୁଷ୍ଠ |
କୋଳି = କୋଳ |
ଖିଡ଼ିକି = ଖଡ଼କ୍ୱିକା |
ଗୟଳ = ଗବଳ |
ଗୁମର = ଗମ୍ଭୀର |
ଘିକୁଆଁରୀ = ଘୃତକୁମାରୀ |
ଚାନ୍ଦ = ଚନ୍ଦ୍ର |
ଚୌରସ = ଚତୁରସ୍ର |
ଛୁଚୁନ୍ଦ୍ର = ଛୁଛୁନ୍ଦରୀ |
ଜୁଡା=ଚୂଡା |
ଡର = ଦର |
ତିଅଣ = ତେମନ |
ଥାକୁଲା = ସ୍ଥୂଳକାୟ |
ଦାନ୍ତ = ଦନ୍ତ |
ଧାଡ଼ି = ଧାରା |
ନାରଙ୍ଗ = ନାଗରଙ୍ଗ |
ନେତ = ନେତ୍ର |
ପରାସ = ପ୍ରୟାସ |
ପାଣ୍ଢୋଇ = ପନ୍ନନ୍ଧ୍ରୀ |
ପିମ୍ପୁଡ଼ି = ପିପୀଲିକା |
ପୋତକ = ପତଙ୍ଗିକା |
ବଛି = ବତ୍ସ |
ବାଉଳା = ବାତୁଳ |
ବିଛୁଆତି = ବୃଶ୍ଚିପତ୍ରୀ |
ବେଭାର = ବ୍ୟବହାର |
ଭାଲା = ଭଲ୍ଲ |
ମଞ୍ଚା = ମଞ୍ଚ |
ମହୁଡ଼ = ମୁକୁଟ |
ମାଲପୁଆ = ମଲ୍ଲପୂପକି ? |
ମୂଷାକାନି = ମୂଷିକପର୍ଣ୍ଣୀ |
ରାତି = ରାତ୍ରି |
ଶଳା = ଶ୍ୟାଳକ |
ଶିଶୁ = ଶିଶୁକ |
ସରି = ସଦୃଶ |
ସୁନା = ସ୍ୱର୍ଣ୍ଣ |
ହାଟ = ହଟ୍ଟ |
ଅମର ମେଦିନୀ ଓ ବିଶ୍ୱ ପ୍ରଭୃତି ଅଷ୍ଟାଦଶ କୋଷ ଏବଂ ଆଧୁନିକ ପ୍ରଚଳିତ ଅଭିଧାନ ପ୍ରଭୃତି କୌଣସି ଗ୍ରନ୍ଥ ସଂସ୍କୃତ କାବ୍ୟମାନଙ୍କର ପୂର୍ବରୁ ସୃଷ୍ଟ ହୋଇ ନାହାନ୍ତି । ପ୍ରତ୍ୟେକ କୋଷକାର କାବ୍ୟମାନଙ୍କରେ ବ୍ୟବହୃତ ଶବ୍ଦମାନଙ୍କୁ ସଂଗ୍ରହ କରି ଅଭିଧାନ ପ୍ରସ୍ତୁତ କରିଅଛନ୍ତି । ଏହି କ୍ଷୁଦ୍ର ଅପଭ୍ରଂଶବୋଧିନୀର ପ୍ରାୟ ସମସ୍ତ ଶବ୍ଦ ପ୍ରୟୋଗମୂଳକ । କାବ୍ୟମାନଙ୍କରେ ଯେଉଁ ଯେଉଁ ସଂସ୍କୃତ ଶବ୍ଦମାନ ପ୍ରଯୁକ୍ତ ହୋଇଅଛି, ପୂର୍ବେ ସେହି ସେହି ଶବ୍ଦମାନଙ୍କୁ ବ୍ୟବହାର କରି ପ୍ରତ୍ୟେକ ଭାରତୀୟ ଆର୍ଯ୍ୟ କଥାବାର୍ତ୍ତା କରୁଥିଲେ । ନୀଚ ଜାତୀୟମାନେ ଅଶିକ୍ଷାବଶରୁ କିମ୍ବା କି ଉଚ୍ଚ କି ମଧ୍ୟ ଶ୍ରେଣୀୟ ଲୋକମାନେ କୃଷି, ବାଣିଜ୍ୟ ପ୍ରଭୃତି ବ୍ୟବସାୟର ବ୍ୟଗ୍ରତାବଶରୁ ଠିକ୍ ମୌଳିକ ଶବ୍ଦ ଉଚ୍ଚାରଣ କରି ନ ପାରି କାଳକ୍ରମେ ଶବ୍ଦମାନଙ୍କୁ ବିକୃତ କରି ଉଚ୍ଚାରଣ କଲେ । ସେହି ମୂଳଶବ୍ଦମାନଙ୍କର ଆଭାସରେ ନିଜେ ନିଜେ ଅପଭ୍ରଷ୍ଟ ଶବ୍ଦ ଗଢ଼ି ତହିଁରେ ମନୋଭାବ ବ୍ୟକ୍ତ କରିବାକୁ ଲାଗିଲେ । ଏହିପରି ମୁହୁର୍ମୁହୁ ପରିବର୍ତ୍ତନ ସ୍ରୋତରେ ପଡ଼ି ବର୍ତ୍ତମାନ ଯେଉଁ ବିକୃତ ଶବ୍ଦମାନ ଉପସ୍ଥିତ ହେଲାଣି, ତାହା ଦେଖିଲେ ଅତ୍ୟନ୍ତ ଆଶ୍ଚର୍ଯ୍ୟାନ୍ୱିତ ହେବାକୁ ହୁଏ । ବର୍ତ୍ତମାନ ପ୍ରାୟ ସମସ୍ତେ ସେହି ଅପଭ୍ରଷ୍ଟ ଶବ୍ଦ ପ୍ରୟୋଗ କରି ପରସ୍ପର ଭାବ ଗ୍ରହଣ କରୁଅଛନ୍ତି । ସୁତରାଂ ମୂଳ ସଂସ୍କୃତ ଶବ୍ଦର ଚର୍ଚ୍ଚା ପ୍ରାୟ ରହିତ ହୋଇ ଯାଉଅଛି ।
କାଳକ୍ରମେ ଏପରି ଅନେକଗୁଡ଼ିଏ ଅପଭ୍ରଷ୍ଟ ଶବ୍ଦ ପ୍ରସ୍ତୁତ ହୋଇଅଛି ଯେ, ତାହାର ମୂଳ ସଂସ୍କୃତ ଶବ୍ଦ ସ୍ଥିର କରିବା ଅତ୍ୟନ୍ତ କଠିନ ଏବଂ ଅନେକଗୁଡ଼ିଏ ଶବ୍ଦର ପୂର୍ଣ୍ଣ ବ୍ୟାଖା କରି ନ ଦେଲେ ମୌଳିକ ଶବ୍ଦର ପ୍ରତୀତି ହେବା ଅସମ୍ଭବ । ଏହି ହେତୁ ନିମ୍ନରେ କେତୋଟି ମାତ୍ର ଶବ୍ଦ ପ୍ରଦର୍ଶିତ ହେଲା ।
ହଜାର-ସହସ୍ର; ସହସ୍ର ମୌଳିକ ଶବ୍ଦ ହେଉଅଛି । ସହସ୍ରରୁ - ସହସର, ସହସରରୁ - ହସର, ହସରରୁ- ହଜର ଏବଂ ହଜରରୁ ହଜାର ହୋଇଅଛି । ମୁଛ - ଶ୍ମଶ୍ରୂ; ମୌଳିକ ଶବ୍ଦ ଶଶ୍ରୁ । କାଳକ୍ରମେ ଶଶ୍ରୁକୁ ମଶ୍ରୁ କହିଲେ; ମଶ୍ରୁରୁ - ମଚ୍ଛୁ, ମଚ୍ଛୃରୁ - ମୁଚ୍ଛୃ, ମୂଚ୍ଛୃରୁ ମୁଛ ହୋଇଅଛି । ଦୟାନଇ - ଦଧିଭଦ୍ରାନଦୀ:ଦଧୀବି ମୁନି ଉକ୍ତ ନଦୀକୂଳରେ ତପସ୍ୟା କରୁଥିଲେ ବୋଲି ତାହାର ନାମ ଦଧିଭଦ୍ରା ହେଲା । ଦଧିଭଦ୍ରାରୁ - ଦହିଆ, ଦହିଆରୁ ବର୍ତ୍ତମାନ ଦୟା ହୋଇଅଛି । ଦଉଡ଼ି - ଡ଼ୋରକ; ପ୍ରେଥମେ ଡ଼ୋରକ ଏହିମୂଳ ସଂସ୍କୃତ ଶବ୍ଦ ଥିଲା । ଡୋରକରୁ କାଳକ୍ରମେ ଡ଼ୋର, ଡ଼ୋରରୁ - ଡ଼ୋରି, ଡ଼ୋରିରୁ - ଡ଼ଉରି, ଡ଼ଉରିରୁ - ଦଉରି ଏବଂ ଦଉଡ଼ି ହୋଇଅଛି । ଅସ୍କରା - ଅବସ୍କର; ଅବସ୍କରରୁ - ଓସ୍କରା, ଓସ୍କରାରୁ - ଅସ୍କର, ଅସ୍କରରୁ - ଅସ୍କରା ହୋଇଅଛି । ଚିରେଇତା - କିରାତତିକ୍ତ; କିରାତତିକ୍ତରୁ - ଚିରାତତିକ୍ତ, ଚିରାତତିକ୍ତରୁ - ଚିରାତିକ୍ତ, ଚିରାତିକ୍ତରୁ-ଚିରାଇକ୍ତ, ଚିରାଇକ୍ତରୁ - ଚିରାଇତ ଓ ଚିରାଇତରୁ - ଚିରେଇତା ହୋଇଅଛି । ଛାମୁ - ସାମ୍ମୁଖ୍ୟ ; ସାମ୍ମୁଖ୍ୟ ଏହି ମୂଳ ଶବ୍ଦରୁ - ସାମୁହ, ସାମୁହରୁ - ଛାମୁହ, ଛାମୁହରୁ - ଛାମୁ ହୋଇଅଛି । ଦାର୍ଜିଲିଂ - ଦୁର୍ଜୟଲିଙ୍ଗ; ଦୁର୍ଜ୍ଜୟଲିଙ୍ଗ ନାମକ ଶିବଙ୍କ ନାମାନୁସାରେ ନାମିତ । ଦୁର୍ଜ୍ଜୟଲିଙ୍ଗରୁ ଦୁର୍ଜଲିଙ୍ଗ, ଦୁର୍ଜ୍ଜଲିଙ୍ଗରୁ - ଡ଼ୁର୍ଜ୍ଜଲିଙ୍ଗ, ଡ଼ୁର୍ଜ୍ଜଲିଙ୍ଗରୁ - ଡ଼ାର୍ଜ୍ଜଲିଙ୍ଗ ଏବଂ ଡ଼ାର୍ଜ୍ଜଲିଙ୍ଗରୁ - ଦାର୍ଜ୍ଜଲିଙ୍ଗ ହୋଇଅଛି । ମଶାଣି - ଶ୍ମଶାନ; ଶ୍ମଶାନରୁ - ମଶାନ, ମଶାନରୁ ମଶାଣ, ମଶାଣରୁ -ମଶାଣି ହୋଇଅଛି । ତ୍ରିଚିନାପଲୀ-ତ୍ରିଶିରଃପଲ୍ଲୀ; ଲଙ୍କାଧିପତି ରାବଣର ଭ୍ରାତା ତ୍ରିଶିରାନାମକ ଅସୁର ଏହି ଦାକ୍ଷିଣାତ୍ୟ ପ୍ରଦେଶରେ ରାଜ୍ୟଭାର ଗ୍ରହଣ କରିଥିଲା । ତାହାର ନାମାନୁସାରେ ସ୍ଥାନର ନାମ ତ୍ରିଶିରପଲ୍ଲୀ ହୋଇଅଛି । ବର୍ତ୍ତମାନ ସେହି ତ୍ରିଶିରପଲୀ ପ୍ରାକୃତ ଲୋକମାନଙ୍କ ମୁଖରେ ପଡ଼ି ତ୍ରିଚିନାପଲୀ ହୋଇଅଛି । କରବାଡ଼ - ଖର୍ବଟ; ମୂଳ ସଂସ୍କୃତ ଖର୍ବଟ ଶବ୍ଦର ଅର୍ଥ କ୍ଷୁଦ୍ରଗ୍ରାମ । ଖର୍ବଟରୁ - ଖରବଟ, ଖରବଟରୁ - ଖରବଡ଼, ଖରବଡ଼ରୁ - ଖରବାଡ଼, ଖରବାଡ଼ରୁ - କରବାଡ଼ ହୋଇଅଛି ।
ଏହି ପୁସ୍ତକାନ୍ତଗତ ଅପଭ୍ରଷ୍ଟ ଶବ୍ଦ ବ୍ୟତୀତ ଓଡ଼ିଆଭାଷାରେ ଆଉ ଏକପ୍ରକାର ଶବ୍ଦ ଦୃଷ୍ଟିଗୋଚର ହୁଏ । ସେମାନଙ୍କୁ ଗ୍ରାମ୍ୟ ବା ଦେଶଜ ଶବ୍ଦ କହନ୍ତି । ସେହି ଶବ୍ଦମାନଙ୍କର ଉତ୍ପତ୍ତି ଭାଷାନ୍ତର-ପ୍ରସୂତ ବୋଲି ଅଦ୍ୟାବଧି ନିର୍ଣ୍ଣୀତ ହୋଇ ପାରି ନାହିଁ । ତେଣୁ ବାସ୍ତବରେ ଯାହା ଆମ୍ଭ ମାନଙ୍କ ଭାଷାର ସମ୍ପଦ, ସେଗୁଡ଼ିକର ବ୍ୟବହାର କ୍ରମଶଃ ବିରଳ ହୋଇ ଆସିବାରୁ ଓଡ଼ିଆ ଭାଷା କୃଶକଳେବର ହେଉଅଛି । ଏହି ତ୍ରୁଟି ଦୂରୀକରଣାର୍ଥ ନିମ୍ନରେ କେତେଗୁଡ଼ିଏ ନୀରୋଳ । ଦେଶଜ ଶବ୍ଦ ପ୍ରଦତ୍ତ ହେଲା ।
ଅକଳ = କଠିନ ଅବସ୍ଥା |
ଅଣସର = ଅନ୍ୟ ଜାଡ଼ି, ଆଷାଢ଼ କୃଷ୍ଣପକ୍ଷ । |
ଅଳି = ମିନତି |
ଉଛୁଡିବା = ଟାଣିବା |
କଇଁଆ = ଦରସିଝା |
ଖଉରିଆ = ନଖରା |
ଗଣ୍ତି = ମୋଟ କାଠ, ଅଣ୍ଟାରୁ ବେକଯାଏ |
ଗୋଲାପଜାମୁ = ଫଳବିଶେଷ, ମିଷ୍ଟାନ୍ନବିଶେଷ |
ଠଣା = ତାକ |
ଢପ=ଛଇ |
ଦରବା = ଜୀର୍ଣ୍ଣ ବସ୍ତ୍ର |
ନହସ = ଛଳ |
ବାଲିଙ୍ଗି = ଚାଖି, ଚାତର |
ପ୍ରଦଳି = ଗୋଳମାଳ |
ବାଲିଙ୍ଗି = ଚାଖି, ଚାତର |
ଭେଣ୍ତିଆ = ଯୁବକ |
ଲୋଡ଼ା = ଆବଶ୍ୟକ |
ହଡ଼ପ = ତାମ୍ବୁକ ସାମଗ୍ରୀ |
ସମାପ୍ତ
Printed by V. Kar, U.S. Press, Cuttack
ବିଜ୍ଞାପନ ।
ଅପଭ୍ରଂଶବୋଧିନୀ ... ... ଟ ୦ ଙ୍କା
ଶୁଦ୍ଧବୋଧକ ... ... ଟ ୦ ଙ୍କା
ପ୍ରବନ୍ଧକଳିକା ... ... ଟ ୦ ଙ୍କା
ଚାଶାଳିମାନସାଙ୍କ ... ... ଟ ୦ ଙ୍କା
ମାନସାଙ୍କ ସାର ।
ମୂଲ୍ୟ ଛଅଣା ମାତ୍ର ।
ଏ ପୁସ୍ତକ ପ୍ରାଇଜ୍ ଲାଇବ୍ରେରି ତାଲିକାଅନ୍ତର୍ଗତ ହୋଇଅଛି । ମାନସାଙ୍କସାରର ଅର୍ଡର ଦେଲା ବେଳେ (ଅର୍ତ୍ତତ୍ରାଣ କୃତ) ଏ କଥା ଲେଖିବାକୁ ଭୁଲିବେ ନାହିଁ ।
ବାସବ ଦତ୍ତା ।
ମଲ୍ୟ ପାଞ୍ଚଅଣା ମାତ୍ର ।
ଓଡ଼ିଶାରେ ପ୍ରତ୍ୟକ ସାହିତ୍ୟ-ସେକଙ୍କର ବାରମ୍ବାର ଅନୁରୋଧରୁ ଏ ପୁସ୍ତକର ଦ୍ୱିତୀୟ ସଂସ୍କରଣ ପ୍ରକାଶିତ ହୋଇଅଛି । ଚିତ୍ତବିନୋଦନ ନିମିତ୍ତ ଏହି ସୁଲଳିତ କବିତାପୁସ୍ତକ ଥରେ ପଢ଼ିବାକୁ ଆରମ୍ଭ କଲେ ଶେଷ କରି ରହି ପାରିବେ ନାହିଁ ।
ଉପରଲିଖିତ ପୁସ୍ତକମାନ ପଣ୍ଡିତ ଆକୁଳ ମିଶ୍ର କାବ୍ୟତୀର୍ଥ, ବାବୁ ରାଧାକୃଷ୍ଣ ବସୁ, ମାଣିକଘୋଷ ବଜାର ଏବଂ ଅନ୍ୟାନ୍ୟ ପୁସ୍ତକ ଦୋକାନରେ ପ୍ରାପ୍ତବ୍ୟ ।
ଚାନ୍ଦିନୀ ଚୌକ
ଶ୍ରୀ ରାଧାକୃଷ୍ଣ ଶତପଥୀ
କଟକ
}