ଅବକାଶଚିନ୍ତା ଲେଖକ/କବି: ଗୋପବନ୍ଧୁ ଦାସ
ନ୍ରୋଧ

           
ମାନବ ଦୁରନ୍ତ ରିପୁ ଅନଳପ୍ରିତମ
ସାଧୁମୁଖେ ନ୍ରୋଧ! ସଦା ତବ ନିନ୍ଦାବାଦ;
ତୁମ୍ଭ ଆବିର୍ଭାବେ ଘଟେ ଅଶାନ୍ତି ଅସୀମ,
ସମାଜ ଶାସନେ ଘୋଟେ ଘୋର ପରମାଦ!
ମହାକାଳରୂପୀ ଦେବ ! ଯେବେ ପରକାଶେ
ସତ୍ୟର ସପକ୍ଷେ ତବ ଭୀମକାନ୍ତ କାୟା;
ନାଶେ ପାପୀ ଭୟେ ନାଚେ ଧାର୍ମିକ ଉଲ୍ଲାସେ,
ସେ ମୂର୍ତ୍ତି ସମ୍ମୁଖେ ନମେ କ୍ଷୀଣ ଭବମାୟା ।
ଜର୍ଜରିତ ଅତ୍ୟାଚାର ଅନ୍ୟାୟ ଦୂଷଣେ
ପ୍ରଚଣ୍ଡ ପ୍ରଭାବେ ପ୍ରେରି(୧) ନ୍ରିଂଶକୋଟି ପ୍ରାଣେ
ସତ୍ୟ ଧର୍ମ ନ୍ୟାୟ ସଖା ରୁଦ୍ରରୂପୀ ନ୍ରୋଧ!
ନମେ ତବ ପଦେ, କର ପାପ ପ୍ରତିଶୋଧ ।