କର୍ମଗୁଣ ଲେଖକ/କବି: ଗଙ୍ଗାଧର ମେହେର
ଉଚ୍ଚ ସେହୁ ଉଚ୍ଚ କର୍ମ କରେ ଯେଉଁ ଜନ, କରମ ନିମନ୍ତେ ନାହିଁ ବଂଶ ପ୍ରୟୋଜନ । ନୀଚ ହୋଇ କରେ ଯେବେ ଉତ୍ତମ କରମ, ତା ଚରଣ ଉଚ୍ଚ ସେବେ ସଂସାର ଧରମ । କର୍ମ ଯୋଗୁଁ ଲୌହ ଆସି ରହେ ସମାଦରେ, ଶୋଭିତ ହେବାକୁ ସ୍ୱର୍ଣ୍ଣ ଲାଗେ ତା’ ପାଦରେ । •••