ଅର୍ଘ୍ୟଥାଳୀ ଲେଖକ/କବି: ଗଙ୍ଗାଧର ମେହେର
ଭକ୍ତି






          ବିଶ୍ଵ ଜୀବନ ହେତୁମ୍ଭଙ୍କୁ କରୁଣାସିନ୍ଧୁ
               ବୋଲିବାକୁ ମନ ବଳୁନାହିଁ ଯେଣୁ
                  ସିନ୍ଧୁ ତବ କୃପାବିନ୍ଦୁ । ୦ ।

           ତୁମ୍ଭ ଭଜନରେହେବି ନାହିଁ ନାଥ
                  ମାଳା ଜପିବାକୁ ବାଧ୍ୟ,
           କୋଟି କୋଟି ଗ୍ରହକଣ୍ଠି ସେ ମାଳାର
                  କେ ଜପି କରିବ ସାଧ୍ୟ ?

           ଦେଇ ନାହିଁ ବଳ ପାଦଧୂଳି ଘେନି
                  ପାରିବ ନାହିଁ ମୋ ମୁଣ୍ଡ
           କୋଟି କୋଟି ରବିଧୂଳି ରୂପେ ତୁମ୍ଭ
                  ପାଦେ ହୋଇଛନ୍ତି ରୁଣ୍ଡ ।

           ହୃଦୟର କଥାଜାଣିବାକୁ ଅଛି
                  ତୁମ୍ଭର ଅସୀମ ଶକ୍ତି,
           ସେତିକି ଘେନିବଯେତିକି ଅଛି ମୋ
                  ହୃଦେ ତୁମ୍ଭ ପ୍ରତି ଭକ୍ତି ।

           ଥାପିବାକୁ ତୁମ୍ଭମୂରତି ମୋ କ୍ଷୁଦ୍ର
                  ହୃଦୟରେ ନାହିଁ ସ୍ଥାନ,
           ସର୍ଷପ ଗରଭେ ରହି କି ପାରଇ
                  ହିମାଳୟ ସାନୁମାନ ?

           କି ଦେଇ ପୂଜିବିଯାହା ମୁଁ ଦେଖୁଛି
                  ସବୁ ତୁମ୍ଭରି ପ୍ରସାଦ,
           ଯାହା ପରସାଦତାଙ୍କୁ ଅରପିଲେ
                  ହେବ ସିନା ଅପରାଧ !

           ମୁଁ' କାର ମାତରମୋର ନୁହେଁ ବୋଲି
                    କହିବାକୁ ନାହିଁ ବାଟ,
          ଦୂରୁ ଶ୍ରୀଚରଣେଅର୍ପଣ କରୁଛି
                    ଘେନ ତା' ବିଶ୍ଵସମ୍ରାଟ୍ !