ଆମ ଦେହ/ପରିପାକ ଯନ୍ତ୍ର

ଆମ ଦେହ ଲେଖକ/କବି: ବନବିହାରୀ ପଟ୍ଟନାୟକ
ପରିପାକ ଯନ୍ତ୍ର


ପରିପାକ ଯନ୍ତ୍ର

ଆମେ ଭାତ, ଡ଼ାଲି, ତରକାରୀ ଆଦି ଅନେକ ପ୍ରକାର ଜିନିଷ ଖାଉଁ, ଅଥଚ ଦେହର କୌଣସି ଜାଗା କଟିଗଲେ ସେଠାରେ ସେ ସବୁ ଜିନିଷର କିଛି ପତ୍ତା ମିଳେ ନାହିଁ, କେବଳ ରକ୍ତ ବୁହେ । ଦେହକୁ ଟିକି ଟିକି କରି କାଟିଲେ ବି ଏ ସବୁର ସତ୍ତା ମିଳିବ ନାହିଁ । ଅଥଚ ଏହି ଭାତ, ଡାଲି, ତରକାରୀ ଆଦି ଖାଇବାଦ୍ୱାରା ଆମର ବଳ ହେଉଛି, ଦେହର କ୍ଷତିପୂରଣ ହେଉଛି ଓ ଦେହ ବଢ଼ୁଛି । ଦେହକୁ କାଟିଲେ ଖାଇଥିବା ଭାତ, ଡ଼ାଲି, ତରକାରୀ ଆଦି ମିଳେ ନାହିଁ ସତ, କିନ୍ତୁ କାହାର ସାର ରକ୍ତ ସଙ୍ଗେ ମିଶି ରହିଥାଏ, ଆଉ ରକ୍ତ ଦେହର ଚାରିଆଡ଼କୁ ଯାଏ । ଖାଦ୍ୟରୁ କିପରି ସାର ବାହାରେ ଓ ସେ ସାର କିପରି ରକ୍ତ ସଙ୍ଗେ ମିଶେ, ସେ କଥା ତଳେ କୁହାଗଲା ।

ଖାଦ୍ୟ ଜିନିଷ ଖାଇଦେବା ପରେ ଆସ୍ତେ ଆସ୍ତେ ବଦଳିବାକୁ ଲାଗେ ଓ ଶେଷରେ ତାହାର ସାର ବାହାରି ରକ୍ତରେ ମିଶେ ଏବଂ ଖଦଡ଼ା ଅଂଶତକ ମଳ ହୋଇ ଦେହରୁ ବାହାରିଯାଏ । ଖାଦ୍ୟରୁ ସାର ବାହାରି ରକ୍ତରେ ମିଶିବାକୁ ଜୀର୍ଣ୍ଣ ବା ହଜମ ହେବା କହନ୍ତି । ପାଣିରେ ମଇଦା ଗୋଳିଦେଲେ ତାହା ଗୋଳି ହୋଇଯାଏ, କିନ୍ତୁ ସେହି ମଇଦାଗୋଳା ପାଣିକୁ ଟିକିଏ ସ୍ଥିରଭାବରେ ରଖିଦେଲେ ମଇଦାତକ ପାଣି ତଳକୁ ବସିଯାଏ କମ୍ବା ଛାଣିଦେଲେ ଛାଣି ହୋଇଯାଏ କିନ୍ତୁ ଲୁଣକୁ ପାଣିରେ ଗୋଳିଦେଲେ ତାହା ଏକାବେଳକେ ପାଣି ସଙ୍ଗେ ମିଶିଯାଏ । ସ୍ଥିରଭାବରେ ରଖିଲେ କମ୍ବା ଛାଣିଲେ ତହିଁରୁ ଲୁଣ ଅଲଗା ହୋଇ ପାରେ ନାହିଁ । ଭାତ, ଡାଲି, ତରକାରୀ ଆଦିକୁ ପାଣିରେ ଚକଟିଲେ ତାହା ମଇଦା ଗୋଳିହେଲା ପରି ଗୋଳି ହୋଇଯାଇ ପାରିବ, ଲୁଣ ମିଶିଗଲା ପରି ପାଣି ସଙ୍ଗେ ଏକାବେଳେ ମିଶିଯିବ ନାହିଁ । ସେ ସବୁ ଜିନିଷ ପାଣି ସଙ୍ଗେ ନ ମିଶିଲା ଯାଏ ରକ୍ତରେ ମିଶିବା ଅସମ୍ଭବ । ଏ ହେତୁରୁ ଖାଦ୍ୟ ପେଟ ଭିତରେ ଆସ୍ତେ ଆସ୍ତେ ବଦଳିବାକୁ ଲାଗେ ଓ ତାର ସାରତକ ବାହାରି ଶେଷରେ ତ‌ହିଁର କେତେକ ଅଂଶ ଏପରି ହୋଇଯାଏ ଯେ, ଜଳରେ ଲୁଣ ମିଳିଗଲା ପରି ତାହା ପେଟ ଓ ଅନ୍ତରେ ଥିବା ଖାଦ୍ୟର ଜଳଭାଗ ସଙ୍ଗେ ମିଶିଯାଏ । ଏହି ସାରମିଶା ଜଳ ଶୋଷି ହୋଇ ରକ୍ତରେ ମିଶେ ଓ ଖଦଡ଼ାତକ ମଳ ପାଲଟିଯାଇ ମଳଦ୍ୱାରବାଟେ ଦେହରୁ ବାହାରି ଯାଏ ।

ପାଟିଠାରୁ ମଳଦ୍ୱାର ଯାଏ ଦେହ ଭିତରେ ଭିତରେ ଗୋଟିଏ ନଳ ଯାଇଛି । ଏହାକୁ ମହାସ୍ରୋତ (Alimentary Canal) କହନ୍ତି । ଏହି ନଳବାଟେ ଖାଦ୍ୟ ଯାଏ ଓ ଯାଉ ଯାଉ ବାଟରେ ଆସ୍ତେ ଆସ୍ତେ ହଜମ ହୁଏ । ମହାସ୍ରୋତ ଫୁଙ୍କନଳ ପରି ସିଧା ସଳଖ ନୁହେ । ମୁହଁଠାରୁ ମଳଦ୍ୱାର ପର୍ଯ୍ୟନ୍ତ ଦେଖିବାକୁ ଦୁଇଫୁଟ କିମ୍ବା ଅଢ଼େଇ ଫୁଟ ସତ କିନ୍ତୁ ଏ ନଳ ଏତେ ମୋଡ଼ି ମୋଡି ହୋଇ ଯାଇଛି ଯେ ପାଟିଠାରୁ ମଳଦ୍ୱାର ଯାଏ ଏହା ଲମ୍ବରେ ପ୍ରାୟ ୨୮ ଫୁଟ ହେବ । ଖାଲି ଆଙ୍କ ବାଙ୍କ ନୁହେ, ସେଥିରେ ପୁଣି ବହୁତ ନବରଙ୍ଗ ଅଛି । କେଉଁଠାରେ ନଳଟି ଠିକ ସିଧା ଫୁଙ୍କନଳ ପରି, ଆଉ କେଉଁଠାରେ ଥଳି ପରି ଖୁବ ଓସାରିଆ, କେଉଁଠି ଚିପି ହୋଇ ଏକାବେଳେ ସରୁ ହୋଇ ଯାଇଛି, ଆଉ କେଉଁଠି ଫୁଲି ଉଠିଛି । ଏହା ଦେହରେ ମଧ୍ୟ ବହୁତ ବହୁତ କଳ କାରଖାନା ଅଛି । ଚିନି କାରଖାନା, ଲବଣ ଦ୍ରାବକ (Hydrochloric Acid) କାରଖାନା, ସାବୁନ କାରଖାନା ଆଦି କେତେ କଣ ଅଛି । କହିବାକୁ ଗଲେ ସେ ନଳଟା ଗୋଟାଏ ରାଜ୍ୟ ।

ପାଟି ହେଲା ମହାସ୍ରୋତର ଆରମ୍ଭ । ସେଠାରେ ଆମେ ଖାଦ୍ୟ ଭୁଞ୍ଜାଇ ଦେଉ । ଖାଦ୍ୟ ମୁହଁକୁ ଗଲାକ୍ଷଣି ଦାନ୍ତର କାମ ଆରମ୍ଭ ହୁଏ । ଦାନ୍ତ ସବୁ ଏପରି ଗଢ଼ା ଯେ ତ‌ହିଁରୁ କିଏ ଖାଦ୍ୟକୁ ଜାବି ଧରିଲେ ଆଉ କିଏ ଖାଦ୍ୟର ବଡ଼ ବଡ଼ ଖଣ୍ଡକୁ ଟିକି ଟିକି କରି କାଟି ଦିଏ, କିଏ ଅବା ତାକୁ ପେଷି ଚୂନା କରିଦିଏ । ପ୍ରତ୍ୟେକ ପାଟିରେ ୧୬ଟି କରି ଦୁଇପାଟିରେ ୩୨ଟି ଦାନ୍ତ ଆମର ଅଛି । ପିଲାଦିନେ ୧oଟି କରି ୨ ପାଟିରେ ୨୦୫ ଦାନ୍ତ ଥାଏ । ଦୁଧଦାନ୍ତ ପଡ଼ିଗଲେ ଅସଲ ଦାନ୍ତ ଉଠେ । ଦାନ୍ତ ଭିତରୁ ଛାମୁଦାନ୍ତ ଖାଦ୍ୟକୁ ଟିକି ଟିକି କରି ଦିଏ ଓ ସେ ସବୁକୁ କଳଦାନ୍ତ ପେଷି ଗୁଣ୍ଡ କରି ଦିଏ । ଦାନ୍ତ ପାଇଁ ତଳ ଓ ଉପର ପାଟିରେ ଥିବା ହାଡ଼ ଦେହରେ ଖୋପ ଅଛି । ଏହି ଖୋପରେ ଦାନ୍ତମୂଳ ପଶି ସିମେଣ୍ଟ ମାଟି ଭଳିଆ ଏକପ୍ରକାର ଜିନିଷରେ ଖୁବ୍ ଜୋରରେ ଅଣ୍ଟା ହୋଇଥାଏ । ଏ ହେତୁରୁ ଦାନ୍ତ ଖସିପଡ଼େ ନାହିଁ । ଦାନ୍ତର ଯେଉଁ ଅଂଶ ବାହାରକୁ ଦେଖାଯାଏ, ତାକୁ ମୁକୁଟ (ଛତି, Crown) କହନ୍ତି । ଏଥିରେ ଆମେ ଚୋବାଉଁ । ଦାନ୍ତ ଶଙ୍ଖ ବା କଉଡ଼ି ଭଳିଆ ଏକପ୍ରକାର ଜିନିଷରେ ଗଢ଼ା, କିନ୍ତୁ ମୁକୁଟ ଉପରେ ଏକ ପ୍ରକାର ଶକ୍ତି ପାଲିସ ଚକଚକିଆ ଆବରଣ ଅଛି । ଏହାକୁ ମୀନା (Enamel) କହନ୍ତି । ଏହି ମୀନା ଯୋଗରୁ ଦାନ୍ତ ଏତେ ଟାଣ ଓ ଏତେ ଚକଚକିଆ ଦିଶେ । ଦାନ୍ତ ଭିତରେ ଗୋଟିଏ ଲେଖାଏଁ ସରୁ ଗାତ ଅଛି । ତାହା ଭିତରେ ନାଡ଼ୀ ଓ ରକ୍ତ ଯୋଗାଇବା ପାଇଁ ଧମନୀ ରହିଛି ।

ପାଟିଠାରୁ ପାକସ୍ଥଳୀ ଆଡ଼କୁ ଖାଦ୍ୟ ଓ ନାକଠାରୁ ଫୁସ୍‌ଫୁସ୍ ଆଡ଼କୁ ପବନ କେଉଁ ଭାବରେ ଯାଏ ତାହା ଏହି ଚିତ୍ରରୁ ଜଣାଯାଏ । ଦାନ୍ତ ଢେଙ୍କି ପରି କାମ କରେ, ଆଉ ଜିଭ ସୁଙ୍ଖେଇ ଦିଏ । ଟିକିଏ ଖଦଡ଼ା ରହିଲେ ଜିଭ ତାହା ଜାଣି ପାରି ପୁଣି ଚୂନା ହେବା ପାଇଁ ଦାନ୍ତ ଉପରକୁ ଠେଲିଦିଏ । ସ୍ୱାଦ ବାରିବା କ୍ଷମତା ଜିଭର ଅଛି; ତେଣୁ କିଛି ଖରାପ ଜିନିଷ ଦେଖିଲେ ତାକୁ ଥୁ ଥୁ କରି ଫିଙ୍ଗି ଦିଏ ।

ଦାନ୍ତଦ୍ୱାରା ଖାଦ୍ୟ ଚୂନା ହେବା ସଙ୍ଗେ ସଙ୍ଗେ ତାହା ଏକପ୍ରକାର ଲାଲ ସଙ୍ଗେ ମିଶି ପିଠଉ ପରି ହୋଇଯିବାରୁ ସହଜରେ ଗିଳି ହୋଇଯାଏ; ଆଉ ଏହି ଲାଳ ଖାଦ୍ୟ ସଙ୍ଗେ ମିଶି ତ‌ହିଁରେ ଥିବା ଚିନିଜାତୀୟ ଖାଦ୍ୟକୁ କେତେକ ପରିମାଣରେ ବଦଳାଇ ଦିଏ ।

ଆମ ଦେହରେ କେତେଗୁଡ଼ିଏ ଯନ୍ତ୍ର ଅଛି, ତାକୁ ଗ୍ରନ୍ଥି ( Glands ) କହନ୍ତି । ରକ୍ତରୁ ଭିନ୍ନ ଭିନ୍ନ ପ୍ରକାର ଉପାଦାନ ନେଇ ଏମାନେ ଭିନ୍ନ ଭିନ୍ନ ପ୍ରକାର ରସ ତିଆରି କରନ୍ତି । ଏହି ରସ ଭିତରୁ କେତେକ ଆମ ଉପକାରରେ ଲାଗେ, ଆଉ କେତେକ ଦେହ ପକ୍ଷରେ ଅପକାରୀ, ତେଣୁ ତାହା ମଇଳାରୂପରେ ବାହାରି ଯାଏ । ଯେଉଁ ଗ୍ରନ୍ଥି ଉପକାରୀ ରସ ତିଆରି କରେ, ତାକୁ ସେଚକ ଗ୍ରନ୍ଥି (Secreting Gland) ଓ ଯାହା ଅପବାରୀ ମଇଳା ବାହାର କରିଦିଏ, ତାକୁ ରେଚକ ଗ୍ରନ୍ଥି (Excreting Gland) କ‌ହନ୍ତି । ପାଟି ଭିତର ଲାଳ ତିଆରି ହେବା ପାଇଁ କାନ ମୂଳରେ, ଜିଭ ତଳେ ଓ ତଳପାଟି କଣରେ ଯୋଡ଼ିଏ ଲେଖାଏଁ ମୋଟରେ ତିନି ଯୋଡ଼ା ସେଚକ ଗ୍ରନ୍ଥି ଅଛି । ଏଥିରେ ଲାଳ ତିଆରି ହୋଇ ଛୋଟ ଛୋଟ ନଳିବାଟେ ଆସି ପାଟିରେ ଖାଦ୍ୟ ସଙ୍ଗେ ମିଶେ । ଦାନ୍ତରେ ପେଷି ହୋଇ ଲାଳ ସଙ୍ଗେ ମିଶି ଖାଦ୍ୟ ପିଠାଉ ପରି ହୋଇଗଲେ ତାହା ଗିଳି ହୋଇଯାଏ । ଗିଳିବାଟା ଗୋଟାଏ ବଡ଼ କଥା । ଏଥିରେ ନିମିଷକେ ଯେତେ ଯେତେ କାମ ହୋଇଯାଏ ତାହା ବାସ୍ତବିକ ଆଶ୍ଚର୍ଯ୍ୟଜନକ । ଗିଳିଲା ବେଳେ ଖାଇବା ଜିନିଷ ପାଟିରୁ ଗଳକକ୍ଷ (Pharynx) କୁ ଯାଏ । ଏହି ଗଳକକ୍ଷ ଗୋଟିଏ ବାକସ୍ ପରି । ଏହା ଆଗରେ ହେଉଛି ପାଟି । ପାଟି ଛଡ଼ା ନଶ୍ୱାସ ଯିବା ବାଟ ନାସାରନ୍ଧ୍ର ମଧ୍ୟ ଏହାର ଆଗପଟେ ଫିଟିଛି । ପାଟି ଓ ନାସାରନ୍ଧ୍ର ମଝିରେ ବ୍ୟବଧାନ ତାଳୁ ଓ ଘଣ୍ଟିକା । ଗଳକକ୍ଷର ଦୁଇକରରେ ଦୁଇଟି କର୍ଣ୍ଣନଳୀ (Eustachian Tube) ଫିଟିଛି । ତଳପଟେ ଆଗପଛ ହୋଇ ଦୁଇଟି ବାଟ ଅଛି । ଆଗବାଟରେ ନିଃଶ୍ୱାସ ପବନ ଫୁସ୍‌‌ଫୁସ୍‌କୁ ଯାଏ । ଏହାକୁ ଶ୍ୱାସନଳୀ (Trachea) କହନ୍ତି । ପଛଟିରେ ପାକସ୍ଥଳୀକୁ ଖାଦ୍ୟ ଯାଏ । ଏହାକୁ ଅନ୍ତନାଳୀ (Oesophagus) କହନ୍ତି । ଏତେ ବାଟ ଥାଇ ସୁଦ୍ଧା ଖାଇବା ଜିନିଷ ଠିକ୍ ଏହି ଅନ୍ତନାଳୀ ବାଟରେ ପାକସ୍ଥଳୀକୁ ଯାଏ; କେବେହେଲେ ପବନ ଯିବା ବାଟରେ ପଶିଯାଏ ନାହିଁ ।

ଖାଦ୍ୟ ଅନ୍ତ୍ରନାଳୀକୁ ଯିବାବେଳେ ତାଳୁ ନାକର ବାଟ ବନ୍ଦ କରିଦିଏ । ତେଣୁ ଖାଦ୍ୟ ନାକ ଭିତରକୁ ମଧ୍ୟ ପଶି ପାରେ ନାହିଁ । ଏହପରି ଖାଦ୍ୟ ଗଳକକ୍ଷ ବାଟ ଦେଇ ଅନ୍ନନାଳୀକୁ ଆସେ । ଜିଭ ମୂଳକୁ ଲାଗିକରି ଅଧିଜିହ୍ୱା (Epiglottis) ବୋଲି ଗୋଟିଏ ପରଦାକୃତି ଅଙ୍ଗ ଅଛି ।

ଅନ୍ନନାଳୀ ୯ ଇଞ୍ଚ ଲମ୍ବର ଗୋଟିଏ ସରୁ ନଳୀ । ଏହା ଗଳକକ୍ଷରୁ ବାହାରି ଶ୍ୱାସନଳୀ ପଛ ଦେଇ ମଧ୍ୟଚ୍ଛଦା ପେଶୀ (Diaphragm) ଭେଦ କରି ପାକସ୍ଥଳୀ ସଙ୍ଗେ ମିଳିଅଛି । ଏହି ନଳୀରେ ଖାଦ୍ୟ ପହଞ୍ଚିଲା ମାତ୍ରେ ତାର ଆର ମେଲା ହୋଇଯାଏ ଓ ଖାଦ୍ୟ ରହିଥିବା ଜାଗା ଚିପି ହୋଇଯାଏ, ତେଣୁ ଖାଦ୍ୟ ଠେଲିହୋଇ ଆଗକୁ ଚାଲିଯାଏ । ଏହିପରି ଯାଇ ଖାଦ୍ୟ ପାକସ୍ଥଳୀରେ ପ‌ହଞ୍ଚେ । ଅନ୍ନନାଳୀ କିମ୍ବା ଅନ୍ତରେ, ଖାଦ୍ୟ ଏହିପରି ଠେଲିହୋଇ ଯିବାକୁ କୃମିଗତି (Peristalsis) କହନ୍ତି ।

ପାକସ୍ଥଳୀଠାରୁ ମଳଦ୍ୱାର ପର୍ଯ୍ୟନ୍ତ ମହାସ୍ରୋତର ଚିତ୍ର
ମହାସ୍ରୋତ ଦେହରେ ପାକସ୍ଥଳୀ ସବୁଠାରୁ ଓସାରିଆ । ଏହା ଦେଖିବାକୁ ଗୋଟିଏ ଥଳୀ ପରି । ଏହାର ଲମ୍ବ ପ୍ରାୟ ୧୦|୧୨ ଇଞ୍ଚ ଓ ଚଉଡ଼ା ୪|୫ ଇଞ୍ଚ । ଏହାର ଉପରପଟେ ଅନ୍ନନାଳୀ ମିଳିଛି ଏବଂ ତଳଆଡ଼ୁ ଅନ୍ତ ଆରମ୍ଭ ହୋଇଅଛି । ପାକସ୍ଥଳୀର ଅସ୍ତରଣ ( Coat ) ଦେହରେ ଅସଂଖ୍ୟ ପାଚକ ଗ୍ରନ୍ଥି (Gastric Glands) ଅଛି । ଏସବୁ ହେଉଛି ପାଚକ ରସର କାରଖାନା । ଖାଦ୍ୟ ପାକସ୍ଥଳୀରେ ପହଞ୍ଚିଲାମାତ୍ରେ ଏଥିରୁ ପାଚକ ରସ ବାହାରି ପାକସ୍ଥଳୀରେ ପଡ଼େ ଓ ପାକସ୍ଥଳୀ ଲୋଚା କୋଚା ହୋଇ ଖାଦ୍ୟକୁ ପାଚକ ରସ ସଙ୍ଗେ ଭଲ କରି ମିଶାଇ ଦିଏ । ପାଚକ ରସରେ ଲବଣଦ୍ରାବକ(Hydrochloric Acid)ଓ ଜୀର୍ଣ୍ଣଦ୍ରାବକ (Pepsin) ବୋଲି ଦୁଇଗୋଟି ଜିନିଷ ଅଛି । ଲବଣଦ୍ରାବକଦ୍ୱାରା ଚିନିଜାତୀୟ ଓ ଜୀର୍ଣ୍ଣଦ୍ରାବକଦ୍ୱାରା ଛେନାଜାତୀୟ ଖାଦ୍ୟ କେତେକ ପରିମାଣରେ ବଦଳି ଯାନ୍ତି ।

ଖାଦ୍ୟ ଜିନିଷ ପାଚକ ରସ ସଙ୍ଗେ ମିଶି ପାକସ୍ଥଳୀରେ ମନ୍ଥି ହେଲା ବେଳେ ତାହାର ଦୁଇଟିଯାକ ମୁହଁ ବନ୍ଦ ହୋଇଥାଏ, ତେଣୁ ଖାଦ୍ୟ ଜିନିଷ ଅନ୍ନନାଳୀକୁ ଫେରି ଆସି ପାରେ ନାହିଁ କିମ୍ବା ଅନ୍ତକୁ ଚାଲିଯାଏ ନାହିଁ । ପାକସ୍ଥଳୀରୁ ଯେଉଁଠାରୁ ଅନ୍ତ ବାହାରିଛି, ସେଠା ବଟୁଆମୁହଁ ପରି (Pyloric Sphinctor) ସଦାବେଳେ ବନ୍ଦ ଥାଏ । ପାକସ୍ଥଳୀ ଭିତରେ ଖାଦ୍ୟ ପାଚକରସ ସଙ୍ଗେ ଭଲରୂପେ ମିଶି ମନ୍ଥି ହୋଇଗଲେ ତାହା ଲବଣଦ୍ରାବକ ଯୋଗେ ଖଟାଳିଆ ହୋଇଯାଏ ଓ ଏହି ଖଟାଳିଆ ଜିନିଷ ସେହି ବଟୁଆମୁହଁ ପରି ବନ୍ଦ ଥିବା ବାଟରେ ବାଜିଲାକ୍ଷଣି କେଳାଙ୍କ କୁହୁକ ପରି ତାହା ସଙ୍ଗେ ସଙ୍ଗେ ମେଲା ହୋଇଯାଏ; ତେଣୁ ଥୋଡ଼ାଏ ଖାଦ୍ୟ ପାକସ୍ଥଳୀରୁ ଅନ୍ତକୁ ଚାଲିଯାଏ । ସେହି ବଟୁଆ ମୁହଁପରି ବନ୍ଦ ଥିବା ବାଟର ଅନ୍ତପାଖରେ ଖଟା ଜିନିଷ ବାଜିଲା ମାତ୍ରେ ପୁଣି ସେଠା ବନ୍ଦ ହୋଇଯାଏ ଓ ତ‌ହିଁର ଖଟା ଅଂଶ ନ ମରିବାଯାଏ ଆଉ କବାଟ ଖୋଲେ ନାହିଁ । ପାକସ୍ଥଳୀରେ ଖାଦ୍ୟ ଅଧା ହଜମ ହୁଏ । ଏହି ଅଧା ହଜମ ହୋଇଥିବା ଖାଦ୍ୟକୁ ପାକମଣ୍ତ କହନ୍ତି । ଏହିପରି ଛେକ ଛେକ ହୋଇ ପାକମଣ୍ତ ପାକସ୍ଥଳୀରୁ ଅନ୍ତକୁ ଯାଏ ।

ଅଙ୍କୁରିକା

ଅନ୍ତ ପାକସ୍ଥଳୀରୁ ଆରମ୍ଭ ହୋଇଛି । ଏହାର ପ୍ରଥମ ଭାଗକୁ ଅନ୍ତମୂଳ ବା ଗ୍ରହଣୀ (Duodenum ),ତାପର ଭାଗକୁ କ୍ଷୁଦ୍ରାନ୍ତ୍ର ଓ ଶେଷଭାଗକୁ ବୃହଦନ୍ତ୍ର କ‌ହନ୍ତି । ଅନ୍ତମୂଳ ଓ କ୍ଷୁଦ୍ରାନ୍ତ୍ର ମିଶି ପ୍ରାୟ ୨୦ ଫୁଟ ଲମ୍ବ । ମୋଡ଼ିହୋଇ ଏତେ ଲମ୍ବା ନଳଟାଏ ପେଟ ଚାଖଣ୍ଡକ ଭିତରେ ରହିଅଛି । କ୍ଷୁଦ୍ରାନ୍ତ୍ର ଭିତରେ ଅସଂଖ୍ୟ ଅସଂଖ୍ୟ ଶୋଷକ‌ଯନ୍ତ୍ର ବା ଅଙ୍କୁରିକା (Villi) ଅଛି । ଏଗୁଡ଼ିକ ଖାଲି ଆଖିରେ ଦେଖିବା ସହଜ ନୁହେଁ । ଏମାନଙ୍କ ଯୋଗେ କ୍ଷୁଦ୍ରାନ୍ତ୍ର ଭିତର ଅନେକଟା ମଖମଲ କନାପରି ଦେଖାଯାଏ । ଖାଦ୍ୟ ଏକାବେଳକେ ବଦଳିଗଲା ପରେ ଏମାନେ ତାର ସାରାଂଶ ଶୋଷି ନିଅନ୍ତି ।

କ୍ଷୁଦ୍ରାନ୍ତ୍ରରୁ ଏକ ପ୍ରକାର ପାଚକ ରସ ବାହାରେ । ତାହାକୁ ଆନ୍ମିକ ରସ କ‌ହନ୍ତି ।
ମହାସ୍ରୋତ
ପାଟିଠାରୁ ମଳଦ୍ୱାର ପର୍ଯ୍ୟନ୍ତ ନଳକୁ ମହାସ୍ରୋତ କହନ୍ତି । ଏହା ଭିତର ଦେଇ ଯାଉ ଯାଉ ଖାଦ୍ୟ ହଜମ ହୋଇଯାଏ ଏବଂ ତାହାର ମାର ଶୋଷିହୋଇ ରକ୍ତରେ ମିଶେ । କାନମୂଳରେ ଓ ଜିଭତଳେ ଥିବା ଗ୍ରନ୍ଥମାନଙ୍କର ଏବଂ ଯକୃତ ଓ ଅଗ୍ନ୍ୟାଶୟରୁ ରସବାହୀନଳୀ ଆସି କିପରି ମହାସ୍ରୋତରେ ମିଳିଅଛି ତାହା ଏହି ଚିତ୍ରରୁ ଦେଖାଯାଏ । ଏହି ନଳାବାଟେ ଭିନ୍ନ ଭିନ୍ନ ପାଚକ ରସ ଆସି ଖାଦ୍ୟ ସଙ୍ଗେ ମିଶି ବିଭିନ୍ନ ପ୍ରକାର ଖାଦ୍ୟକୁ ଜୀର୍ଣ୍ଣ କରନ୍ତି ।

୧ । ଜିଭ ।
୨ । ତାଳୁ ।
୩ । କାନମୂଳରେ ଥିବା ଗ୍ରନ୍ଥି ।
୪ । ଅନ୍ନନାଳୀ ।
୫ । ପାକସ୍ଥଳୀ ।
୬ । ପିତ୍ତକୋଷ ।
୭ । ଅଗ୍ନ୍ୟାଶୟ ।
୮ । ବୃହଦନ୍ତ୍ର ।
୯ । କ୍ଷୁଦ୍ରାନ୍ତ୍ର ।
୧୦ । ମଳଦ୍ୱାର ।

୧୧ । ଜିଭତଳେ ଥିବା ଗ୍ରନ୍ଥି ।

(ଯକୃତ, ପାକସ୍ଥଳୀ, ଗ୍ରହଣୀ ଓ ଅଗ୍ନ୍ୟାଶୟର ଚିତ୍ର । ଯକୃତ ଓ ପାକସ୍ଥଳୀ ଉପରକୁ ଟେକି ଦିଆଯାଇଥିବାରୁ ସେ ଦୁହିଁଙ୍କର ତଳ ଓ ପଛପଟ ଦେଖା ଯାଉ ଅଛି । ପିତ୍ତ ଓ ନଗ୍ନ୍ୟାଶୟ ରସ ଆସି ତ୍ରହଣୀଠାରେ କିପରି ପାକମଣ୍ତ ସଙ୍ଗେ ମିଶନ୍ତି ତାହା ଏହି ଚିତ୍ରରୁ ଜଣାଯାଏ ।)

ପେଟ ଭିତରେ ଦୁଇଟି ବଡ଼ ବଡ଼ ସେଚକଗ୍ରନ୍ଥି (Secreting Glands) ରହିଅଛି । ଏଥିମଧ୍ୟରୁ ବଡ଼ଟିର ନାମ ଯକୃତ(Liver) ଓ ଛୋଟ‌ଟିର ନାମ ଅଗ୍ନ୍ୟାଶୟ (Pancreas) । ଯକୃତରୁ ପିତ୍ତ ଓ ଅଗ୍ନ୍ୟାଶୟରୁ ଅଗ୍ନ୍ୟାଶୟ-ରସ ବାହାରେ । ଏ ଦୁଇଟିଯାକ ରସ ଖାଦ୍ୟକୁ ହଜମ କରାଇ ଦିଅନ୍ତି । ପାକମଣ୍ଡ ପାକସ୍ଥଳୀରୁ ଅନ୍ତମୂଳକୁ ଗଲେ ଏ ଦୁଇ ପାଚକ ରସ ବାହାରି ଅନ୍ତମୂଳରେ ପଡ଼ନ୍ତି ଓ ପାକମଣ୍ଡ ସଙ୍ଗେ ମିଶନ୍ତି । ପାକମଣ୍ଡ କ୍ଷୁଦ୍ରାନ୍ତ୍ରକୁ ଗଲେ ସେଠାରେ ଆନ୍ତ୍ରିକ ରସ ନାମରେ ଆଉ ଏକପ୍ରକାର ଜୀର୍ଣ୍ଣକାରକ ରସ ଅନ୍ତରୁ ବାହାରି ମଧ୍ୟ ତାହା ସହିତ ମିଳିତ ହୁଏ । ପିତ୍ତ, ଅଗ୍ନ୍ୟାଶୟରସ ଓ ଆନ୍ତ୍ରିକ ରସ, ଏ ତିନିହେଁ ଏକସଙ୍ଗେ ମିଶି ଚିନି, ଛେନା ଓ ତୈଳଜାତୀୟ ଖାଦ୍ୟକୁ ବଦଳାଇ ଏପରି କରିଦିଅନ୍ତି ଯେ ଏ ସବୁର ସାରତକ ବଦଳିବା ସଙ୍ଗେ ସଙ୍ଗେ ପାଣିରେ ଲୁଣ ମିଳିଗଲା ପରି ଖାଦ୍ୟର ଜଳଭାଗ ସଙ୍ଗେ ମିଳିଯାଏ; ତେଣୁ ସହଜରେ ଅଙ୍କୁରିକା ଶୋଷି ନିଏ ।

ଭାତ, ରୁଟି,ଚିନି,ଆଳୁ ଆଦି ଚିନିଜାତୀୟ ଖାଦ୍ୟ । ଅନ୍ତଭିତରେ ଏ ସମସ୍ତେ ଦ୍ରାକ୍ଷା ଶର୍କରାରେ (Grape Sugar) ପରିଣତ ହୋଇ ଶୋଷି ହୁଅନ୍ତି ।

ମାଛ, ମାଂସ, ଛେନା, ଡାଲି ଆଦି ଛେନାଜାତୀୟ ଖାଦ୍ୟର ଅନ୍ତଭିତରେ ଚରମ ପରିଣାମ ହେଉଛି ଆମିନୋ ଏସିଡ୍ (Amino Acid) । ଏହା ଜଳରେ ମିଳିଯାଇ ପାରେ, ତେଣୁ ଏହାକୁ ଅଙ୍କୁରିକା ଶୋଷିନେଇ ପାରେ ।

ତେଲ ପାଣିରେ କେବେହେଲେ ମିଶିବ ନାହିଁ । କିନ୍ତୁ ତାହା ସହିତ ଯଦି କ୍ଷାର ଜିନିଷ ମିଶେ, ତେବେ ତାହା ଗ୍ଲିସେରିନ୍ (Glycerine) ଓ ସାବୁନ (Soap) ହୋଇଯାଏ ଏବଂ ଏ ଦୁହେଁ ଜଳରେ ମିଳିଯାଇ ପାରନ୍ତି । ପିତ୍ତ, ଅଗ୍ନ୍ୟାଶୟ ରସ ଓ ଆନ୍ତ୍ରିକ ରସ ଏ ସମସ୍ତେ କ୍ଷାରଗୁଣବିଶିଷ୍ଟ (Alkaline); ଏ ହେତୁରୁ ଏମାନେ ତୈଳଜାତୀୟ ଖାଦ୍ୟକୁ ଜଳରେ ମିଶିଲା ଭଳି ଗ୍ଲିସେରିନ୍ ଓ ସାବୁନରେ ପରିଣତ କରାଇ ଦିଅନ୍ତି, ତେଣୁ ତାହାକୁ ଅଙ୍କୁରିକା ଶୋଷି ନିଏ ।

ଜଳ ଓ ଲବଣଜାତୀୟ ଖାଦ୍ୟର କିଛି ପରିବର୍ତ୍ତନ ଦରକାର ପଡ଼େ ନାହିଁ; ତେଣୁ ତାହା ସେହିପରି ଶୋଷି ହୋଇଯାଏ । ଜଳ ଓ ଲବଣଜାତୀୟ ଜିନିଷର ହଜମ ଦରକାର ନାହିଁ ।

ଏହିପରି ଖାଦ୍ୟର ସାର ଅଙ୍କୁରିକାଦ୍ୱାରା ଶୋଷି ହୋଇ ତେଣିକି ଦୁଇଟି ବାଟ ଧରେ । ତୈଳଜାତୀୟ ଖାଦ୍ୟର ସାର ଅଙ୍କୁରିକାରୁ ପଘୃଦ୍ଧିକ ପ୍ରଣାଳୀକା (acteals), ସେଠାରୁ ରସ (Thoracic Duct) ଏବଂ ରସରୁ ବାମ ଜଙ୍ଘର ଅକ୍ଷଧର୍ ଶିର୍ (Left Subclavian Yein) କୁ ଯାଇ: ସେଠାରେ ରକ୍ତ ସଙ୍ଗେ ମିରେ । ଏହା ଯକୃତ ବା5ରେ ଯାଏ ନାହିଁ । ଅନାନ୍ତି। ଜାଭୟ ଖାଦ୍ୟର ସାଇ ଛେ ୪ ଛୋ୪ ରକ୍ତାର (Blood Vessels) ରେ ବା ରକ୍ତ ସଙ୍ଗେ ମିଶି ପ୍ରଭହାଣୀ ମହାଣିଗ୍ (Portal Vein) ଓ ଯକୃତ ବା ଦେଇ ହୃଦ୍‌କୁ ଯାଏ ।

ପାନମଣ୍ଡ ଯୁଦ୍ରାରେ ଯାଉ ଯାଉ ବଦକ ଯାଉଥାଏ, ଓ ସଙ୍ଗେ ସଙ୍ଗେ ତାର ସାରଭକ ଶୋS ହୋଇ ଝାଉଥାଏ । ଶେଷରେ ପହି ଅଗ ବେଳକୁ ଜରେ ପ୍ରାୟ ଅଉ ସାର ନ ଥାଏ; ତେଣୁ ଖଦଡ଼ା ଜଳ ବୃହଦନ୍ତ୍ରରେ ପଣେ ।

ଛିଦ୍ରା ଶେଷରୁ ଦର ଆରମ୍ଭ । ସେଠାରୁ ଏହା ଅରମ୍ଭ ହୋଇଅଛୁ, ସେଠାରେ ଏ କବା୪ (Valve) ଅଛି । ଏହା କ୍ଷୁଦ୍ରାନ୍ତ୍ରରୁ ଖଦଡ଼ାତକ ବୃହଦନ୍ତ୍ରକୁ ଶୁଏ, କନ୍ତୁ ବୃହଦନ୍ତ୍ରରୁ କିଛି ୫ ଦ୍ରନ୍ତ୍ରକୁ ଛଡ଼େ ନାହିଁ । ହୃଦକ୍ତ ଲମ୍ବରେ ମୋ5 ୬ ଫୁ କରୁ ଯୁଦ୍ଧାସ୍ତ୍ରଠାରୁ ଅନେକ ମୋ& । ବୃହଦନ୍ତ୍ରର ଶେଷ ଭାଗରୁ ମଇକୋଷ୍ଠ (Rectum) କହନ୍ତି । ଏହା ଲେସ୍କାରରେ ଶେଷ ହୋଇଅଛୁ । ବ ରୁଜା ହେଇ ପର ମଳଦ୍ବାର ସଦାବେଳେ ବନ ଥାଏ, କେଦଳି ଦରକାର ବେଳେ ଖୋଲେ ।

ପାକଣ୍ଡର ଖଦଡ଼ା ସଙ୍ଗେ କିଛି ଜଳଘୁଗ ଝବାରୁ ଜାହା ପ୍ରଥମେ ପାଣିଆ ହୋଇଥାଏ କିନ୍ତୁ ଏହି ହୃଦ ରେ ଯାଉ ଯାଉ ପାହକ ଶେଷ ହୋଇଯାଏ ଏବଂ ଖଦଡ଼ାଇକ ବିଷ୍ଠାରୁ ମଳଦ୍ଧାରଦା ବାହାରିଯାଏ ।