ମୁଖ୍ୟ ସୂଚୀ ଦେଖିବେ
ଓଡ଼ିଆ ଭାଗବତ ଲେଖକ/କବି: ଜଗନ୍ନାଥ ଦାସ
ଦଶମ ସ୍କନ୍ଧ

ବିଷୟସୂଚୀ

ଦଶମ ସ୍କନ୍ଧ (ଗୋପଲୀଳା)ସମ୍ପାଦନ କରନ୍ତୁ

ନାରାୟଣଂ ନମସ୍କୃତ୍ୟ ନରଂ ଚୈବ ନରୋତ୍ତମମ୍ ।
ଦେବୀଂ ସରସ୍ୱତୀଂ ବ୍ୟାସଂ ତତୋ ଜୟମୁଦୀରୟେତ୍ ।
ମୂକଂ କରୋତି ବାଚାଳଂ ପଙ୍ଗୁଂ ଲଙ୍ଘୟତେ ଗିରିମ୍ ।
ଯତ୍‌କୃପା ତମହଂ ବନ୍ଦେ ପରମାନନ୍ଦମାଧବମ୍ । ।
ନିଗମ କଳ୍ପତରୋର୍ଗଳିତଂ ଫଳଂ
ଶୁକମୁଖାଦମୃତଦ୍ରବସଂଯୁତମ୍ ।
ପିବତ ଭାଗବତଂ ରସମାଳୟଂ
ମୁହୁରହୋ ରସିକାଭୁବିଭାବୁକାଃ ।

ପ୍ରଥମ ଅଧ୍ୟାୟସମ୍ପାଦନ କରନ୍ତୁ

ବନ୍ଦଇ ଦେବ ଲମ୍ବୋଦର । ପାଶ ଅଙ୍କୁଶ ବେନିକର । ।୧
ପୃଥୁଳ ଜଠର ସୁନ୍ଦର । ଗଜବଦନ ଗଣେଶ୍ୱର । ।୨
ଅନାଦି ନାଥର ନନ୍ଦନ । ଅମୃତପାନେ ତୋଷମନ । ।୩
ଯଜ୍ଞ ଆରମ୍ଭେ ତୋର ପୂଜା । ଉତ୍ତରୀ କଣ୍ଠେ ନାଗରାଜ । ।୪
ଶ୍ୟାମସୁନ୍ଦର ତନୁବ‰ର୍ଣ୍ଣ । ଅଶେଷ ବିଘ୍ନ-ବିନାଶନ । ।୫
ତୁମ୍ଭର ଜନକ ଜନନୀ । ଜଗତ ଜନକ ଜନନୀ । ।୬
ତୋର ମହିମା ମୁଖେକହି । କେ ପାରେ ନରଦେହ ବହି । ।୭
ହୁଅ ସଦୟ ଗଣନାଥ । କହିବି ଶ୍ରୀକୃଷ୍ଣ ଚରିତ । ।୮
ନମଇଁ ପ୍ରଭୁ ନରହରି । ହିରଣ୍ୟକଶିପୁ ବିଦାରି । ।୯
ଉଦିତ ରବି ଜିଣି ତେଜ । ସୁନ୍ଦର ଶୋହେ ଚତୁର୍ଭୁଜ । ।୧୦
କୁଣ୍ତŠଳ ଶଶୀ ଦିନକର । ନକ୍ଷତ୍ର ମାଳା ହୃଦେହାର । ।୧୧
ବ୍ରହ୍ମାଣ୍ତŠ ମାଳମାଳ ହୋଇ । ତୋ ଲୋମକୂପେ ଛନ୍ତି ରହି । ।୧୨
ଧର୍ମ‌ପାଳକ ତୁ ଜଗତେ । ଶରୀର ବହୁ ପ୍ରାଣୀ ହିତେ । ।୧୩
ଦୁଷ୍ଟ ନିବାରି ସନ୍ଥ ପାଳୁ । ତୁ ନାଥ ପରମ ଦୟାଳୁ । ।୧୪
କର ସୁଦୟା ନରହରି । ତୋ ଲୀଳା କହିବି ବିସ୍ତାରି । ।୧୫
ପରମ ମଙ୍ଗଳ ତୋ' ନାମ । ଖଣ୍ତେ ସକଳ ବିଘ୍ନମାନ । ।୧୬
ଏଣୁ ମୋହର ନାହିଁ ଭୟେ । ଯାହାର ନାମ ଯମଜୟେ । ।୧୭
ବ୍ୟାସକୁମର ପାଦ ଧରି । ବୋଲେ ପରୀକ୍ଷ-ଦŠଣ୍ତଧାରୀ । ।୧୮

ପରୀକ୍ଷିତ ଉବାଚ

ଭୋମୁନି ହୋଇବା ସଦୟେ । ମୋ ଚିତ୍ତ ରହୁ କୃଷ୍ଣପାୟେ । ।୧୯
ପାଣ୍ତŠବ କୁଳେ ମୋର ଜନ୍ମ । ମୋହାର ବନ୍ଧୁ ଜନାŸର୍ଦ୍ଦନ । ।୨୦
ଦ୍ରୋଣ କୁମର ବାଣ-ତ୍ରାସେ । ମରିବି କହିଗଲେ ବ୍ୟାସେ । ।୨୧
ତା' ଶୁଣି ଜନନୀ ମୋହର । ଶରଣ ଗଲା ଚକ୍ରଧର । ।୨୨
ଗର୍ଭେ ପଡ଼ନ୍ତେ ଆସି ବାଣ । ମୋତେ ରଖିଲେ ନାରାୟଣ । ।୨୩
ତେଣୁ କୃଷ୍ଣ ଏ ଶରୀରର । କିଣିଲା ସେବକ ମୁଁ ତା'ର । ।୨୪
ତା'ର ଚରିତ କର୍ଣ୍ଣେ ଶୁଣି । ତରିବି ଭବ- ତରଙ୍ଗିଣୀ । ।୨୫
ଶ୍ରୀକୃଷ୍ଣ ଲୀଳାର ଚରିତ । ମୁଖ-ପଙ୍କଜୁଁ ତୋ'ର ଜାତ । ।୨୬
ଶ୍ରୁତି ଯୁଗଳେ ପାନ କରି । ହେଳେ ତରିବି ଭବ-ବାରି । ।୨୭
ପାଣ୍ତŠବେ ଯାହାର ବିଶ୍ୱାସୁ । ତରିଲେ କୁରୁବଳ-ତ୍ରାସୁ । ।୨୮
ବତ୍ସାଚରଣ-ଜଳ ତୁଲ୍ୟେ । ହେଳେ ତରିଲେ କୁରୁବଳେ । ।୨୯
ସେ ହରିଚରିତ ଗହନ । ଧ୍ୟାନେ ଭାବନ୍ତି ମୁନିଜନ । ।୩୦
ଭବସାଗର ପରମାଦ । ବିଷୟା ବିଷକୁ ଏ ଗଦ । ।୩୧
ଚଣ୍ତାଳୁ ବ୍ରହ୍ମଯାଏ ଲୋକ । କେ ଶୁଣି ହୋଇବ ବିମୁଖ । ।୩୨
ଅଶେଷ ଜନ୍ତୁ ଦେହ ବହି । ଯେ କାଳରୂପେ ଅଛି ରହି । ।୩୩
ମାୟା ମନୁଷ୍ୟ ରୂପେ ଜାତ । ସଂହାରି ପାଳଇ ଜଗତ । ।୩୪
ମୃତ୍ୟୁ ଅମୃତ୍ୟୁ ବେନି ଦେଇ । ନିତ୍ୟେ ନିର୍ମଳ ଯା'ର ଦେହୀ । ।୩୫
ନବମସ୍କନ୍ଧେ ମୁହିଁ ଶୁଣି । ସେ କଥା ମନେ ମନେ ଗୁଣି । ।୩୬
ବିଚାର କଲି ଭ୍ରମଚିତ୍ତ । ଭୋ ମୁନି କହିବା ତଦନ୍ତ । ।୩୭
ଶ୍ରୀଭାଗବତର ସିଦ୍ଧାନ୍ତ । ଅମୃତ ରସମୟ ଗୀତ । ।୩୮
ଧାର୍ମିକ କୁଳେ ଯଦୁବଂଶେ । ଜନ୍ମ ହୋଇଲେ ନିଜ ଅଂଶେ । ।୩୯
ନୀଳ ଧବଳ ରୂପ ଦୁଇ । ଦେବକୀ ଗର୍ଭେ ଜାତ ହୋଇ । ।୪୦
କେମନ୍ତେ ରୋହିଣୀର ସୁତ । ରାମକୁ ବୋଲନ୍ତି ଜଗତ । ।୪୧
ବେନି ଉଦରୁ ଏକ ଦେହ । ଭୋ ମୁନି ଫେଡ଼ିବା ସନ୍ଦେହ । ।୪୨
କେବଣ ହେତୁ ଭଗବାନ । ଗୁପତେ ଗଲେ ବୃନ୍ଦାବନ । ।୪୩
ଭକତ ତାରିବାର ଆଶେ । ରମିଲେ ବାଳକ ବିଶ୍ୱାସେ । ।୪୪
ପୁଣି କେତେହେଁ ଦିନେ ହରି । ମିଳିଲେ ମଥୁରା ନଗରୀ । ।୪୫
ଜଗତଜନଙ୍କର ଗୁରୁ । ଯା'ର ମହିମା ମହାମେରୁ । ।୪୬
କିମ୍ପା ଅନୀତି ଆଚରିଲେ । ସୋଦର ମଉଳା ମାଇଲେ । ।୪୭
ଏ କି ତାହାଙ୍କ ପରମାଣ । ଯାହାଙ୍କ ନାମ ନାରାୟଣ । ।୪୮
ମନୁଷ୍ୟ ରୂପେ ହୋଇ ଜନ୍ମ । କେତେ ବରଷ ଭୋଗକର୍ମ । ।୪୯
ଯାଦବ ସଙ୍ଗତେ ବିହରି । କେତେ କଳତ୍ର ଭୋଗକରି । ।୫୦
ଏ ଆଦି ଯେତେକ ଚରିତ । ଭୋ ମୁନି କହି ତୋଷ ଚିତ୍ତ । ।୫୧
ଦେଖ ମରଣକାଳ ମୋର । ଭୋ ମୁନି ତେଜିଲି ଆହାର । ।୫୨
ହରିଚରିତ ସୁଧା-ବାରି । ତୋର ବଦନୁଁ ପାନ କରି । ।୫୩
ଜଗତ ସଂହାରିଣୀ କ୍ଷୁଧା । ସେ ମୋତେ ନ କରଇ ବାଧା । ।୫୪

ସୂତ ଉବାଚ

ଶୁଣି ରାଜାର ସାଧୁ କଥା । ମୁନି-ପଣ୍ତିତ ଶୁଦ୍ଧଚେତା । ।୫୫
କୃଷ୍ଣ ଚରଣେ ଦେଇ ଚିତ୍ତ । ବୋଲନ୍ତି ଶୁଣ ଭାଗବତ । ।୫୬

ଶୁକ ଉବାଚ

ସାଧୁ ଚରିତ ତୋ'ର ବୁଦ୍ଧି । କୃଷ୍ଣଚରଣେ ଚିତ୍ତ ଖେଦି । ।୫୭
ଗୋବିନ୍ଦେ ତୋ'ର ମନ ଯେତେ । ମୁଁ କହି ପାରିବିକି ତୋତେ । ।୫୮
ଗୋବିନ୍ଦ କଥା ପରଶନ । ହେଳେ ତାରଇ ତିନିଜଣ । ।୫୯
ଶ୍ରୋତା ବକତା ଯେ ପଚାରି । ଏ ତିନିଜଣେ ଯା'ନ୍ତି ତରି । ।୬୦
ତା' ପାଦ ଗଙ୍ଗାଜଳ ଯେହ୍ନେ । ତାରଇ ସ୍ନାନ-ପିŠଣ୍ତଦାନେ । ।୬୧
ନାମ ମାତ୍ରକେ ପାପ ନାଶେ । ତାରଇ ସେ ତିନି ପୁରୁଷେ । ।୬୨
କହିବି କୃଷ୍ଣ ଲୀଳା ମାନ । ରାଜନ ହୁଅ ସାବଧାନ । ।୬୩
ଅସୁର ବଳ ପାଦଭରେ । ଭୂମି କମ୍ପିଲା ଥରହରେ । ।୬୪
ଭାରାରେ ଚଳି ନ ପାରଇ । ଅଧରୁ ରୁଧିର ଗଳଇ । ।୬୫
ଦିନକେ ବିଚାରଇ ବସି । କେ ମୋର ଶରୀର ଆଶ୍ୱାସି । ।୬୬
ଛାଡ଼ିବି ସଂସାର ଧାରଣ । ପଶିବି ବ୍ରହ୍ମାରେ ଶରଣ । ।୬୭
ମାୟା ସୁରଭି ରୂପ ହୋଇ । କାନ୍ଦଇ ଚଉଦିଗ ଚାହିଁ । ।୬୮
ବିଧାତା ନିକଟେ ମିଳିଲା । ନିଜ ବେଦନା ଜଣାଇଲା । ।୬୯
ବିଧାତା ଶୁଣି ତା' ବିକଳ । ସଙ୍ଗେ ଘେନିଲେ ଦେବଦଳ । ।୭୦
ଶଙ୍କର ଘେନି ସର୍ବେ ବେଗେ । ମିଳିଲେ କ୍ଷୀରସିନ୍ଧୁ ଲାଗେ । ।୭୧
ଜଳଧି କୂଳେ ଦେବଗଣ । ଡାକନ୍ତି ରଖ ନାରାୟଣ । ।୭୨
ଅନେକ ଧ୍ୟାନ ସ୍ତୁତି କଲେ । ହରି ସନ୍ଦେଶ ନ ପାଇଲେ । ।୭୩
ଅନେକ ମତେ କରି ଧ୍ୟାନ । ବ୍ରହ୍ମା ପାଇଲେ ମନେ ଛନ୍ନ । ।୭୪
ଅନନ୍ତ ନ ଦେଖି ବିଧାତା । ମନେ ପାଇଲେ ଗୁରୁ ଚିନ୍ତା । ।୭୫
ସମାଧି ବସିଲେ ତକ୍ଷଣ । ଚିନ୍ତି ଅନାଦି-ନାରାୟଣ । ।୭୬
ବ୍ରହ୍ମାର ଦେଖିଣ ବିକଳ । କରୁଣା କଲେ ଆଦିମୂଳ । ।୭୭
ନିଦ୍ରାର ବଳେ ମନେ ହରି । ସ୍ୱପନେ କହିଲେ ମୁରାରି । ।୭୮
ବ୍ରହ୍ମାଙ୍କୁ ଦିଶିଲା ସ୍ୱପନ । କହନ୍ତି ପ୍ରଭୁ ନାରାୟଣ । ।୭୯
ଶୁଣ ବଚନ ମୋର ଧାତା । ମୁଁ ଯେ ଜଗତ ପିତାମାତା । ।୮୦
ସକଳ ମୋହର ଭିଆଣ । କେବଳ ଦେଲି ପରମାଣ । ।୮୧
ମୋର ବଚନ ଶିରେ ଧରି । ତୁ ଅଛୁ ଜଗତ ଆବୋରି । ।୮୨
ବେଦ ବିଚାରି ସୃଷ୍ଟି ପାଳୁ । ଅବନୀ ଭାରେ କିମ୍ବା ଭାଳୁ । ।୮୩
ମୁଁ ତାହା ଜାଣଇଟି ସର୍ବ । ନାଶିବି ଅସୁରଙ୍କ ଗର୍ବ । ।୮୪
ଏବେ ସକଳ ଦେବେ ଯାଅ । ମର୍ତ୍ତ୍ୟମŠଣ୍ତଳେ ଜାତ ହୁଅ । ।୮୫
ଯାଦବ ଆଦି ସାତବଂଶ । କଂସକୁ ହୋଇବ ବିଶ୍ୱାସ । ।୮୬
ଗୋପୀ ଗୋପାଳ ରୂପ ହୋଇ । ଗୋପେ ଜନ୍ମିବ ଦେହ ବହି । ।୮୭
ମୁଁ ଜାତ ବାସୁଦେବ ଘରେ । ବଢ଼ିବି ଯାଇ ଗୋପପୁରେ । ।୮୮
ଷୋଳ ସହସ୍ର ଗୋପନାରୀ । ରମିବି ବୃନ୍ଦାବନେ ହେରି । ।୮୯
ଅନେକ ନାଶିବି ଅସୁର । ଖଣ୍ତିବି ଅବନୀର ଭାର । ।୯୦
ଭକତ ଜନଙ୍କୁ ତାରିବି । ପୁଣି ସ୍ୱଧାମେ ବାହୁଡ଼ିବି । ।୯୧
ଏବେ ହେ ଯାଅ ତୁ ସତ୍ୱର । କହିବୁ ଦେବଙ୍କ ଆଗର । ।୯୨
ବେଗେ ହୁଅନ୍ତୁ ମଞ୍ଚେ ଜନ୍ମ । କହି ହୋଇଲେ ଅନ୍ତର୍ଦ୍ଧାନ । ।୯୩
ସ୍ୱପନ ଚେତି ବେଦବର । କହିଲେ ଦେବଙ୍କ ଆଗର । ।୯୪
ଶୁଣି ସାନନ୍ଦ ଦେବଗଣେ । ନମିଲେ ଧାତାର ଚରଣେ । ।୯୫
ବୋଲନ୍ତି ଶୁଣ ବେଦବର । ଯାହା କହିଲେ ଚକ୍ରଧର । ।୯୬
ଅବନୀ ମଧ୍ୟେ ଦେହ ଧରି । ଗୋପେ ଯାଦବେ ଅବତରି । ।୯୭
ହୋଇବୁଁ ଏ ଆମ୍ଭର ସତ୍ୟ । କି କି କହିଲେ ଜଗନ୍ନାଥ । ।୯୮
ସେ କଥା କହ ପ୍ରଜାପତି । ଶୁଣି ନିର୍ମଳ ହେଉ ମତି । ।୯୯

ବ୍ରହ୍ମାଉବାଚ

ବହ୍ମାବୋଇଲେ ଦେବେ ଶୁଣ । ଯାହା କହିଲେ ନାରାୟଣ । ।୧୦୦
ଯାଦବ ବସୁଦେବ ଘରେ । ଜନ୍ମିବେ ଦେବକୀ ଉଦରେ । ।୧୦୧
ହରିର କଳାରେ ଅନନ୍ତ । ଆଗେ ହୋଇବେ ଗର୍ଭଗତ । ।୧୦୨
ମାୟାର ଯୋଗ ବଳେ କରି । ଦେବକୀ ଗର୍ଭୁ ତାହା ହରି । ।୧୦୩
ରୋହିଣୀ ଗର୍ଭେ ତାହା ଥୋଇ । ଦାସ ବତ୍ସ›ଳ ଭାବଗ୍ରାହୀ । ।୧୦୪
ଆପଣେ ପ୍ରଭୁ ଜଗନ୍ନାଥ । ଦେବକୀ ଗର୍ଭେ ହେବେ ଜାତ । ।୧୦୫
ଦୁର୍ଗାଙ୍କୁ ଯଶୋଦାର କୋଳେ । ଜାତ କରିବେ ଯୋଗ ବଳେ । ।୧୦୬
କୃଷ୍ଣଙ୍କୁ ବସୁଦେବ ନେଇ । ଆସିବ ନନ୍ଦ ଘରେ ଥୋଇ । ।୧୦୭
ଏମନ୍ତେ ତାରିବେ ସଂସାର । ଦାସ ବ›ତ୍ସଳ ଦାମୋଦର । ।୧୦୮
ଶୁଣିଣ ବିଧାତା ବଚନ । ଦେବେ ଆନନ୍ଦ କଲେ ମନ । ।୧୦୯
ଚାହିଁଣ ଧରଣୀ ବଦନ । ବୋଇଲେ ଧନ୍ୟ ତୋ' ଜୀବନ । ।୧୧୦
ତୋ'ର ଉପରେ ଚକ୍ରଧାରୀ । ମନୁଷ୍ୟ ଦେହେ ଅବତରି । ।୧୧୧
ନାଶିବେ ତୋ'ର ଦୁଃଖରାଶି । ଆମ୍ଭେ ଦେଖିବୁ ବ୍ରହ୍ମରାଶି । ।୧୧୨
ଭୂମି ଆଶ୍ୱାସୀ ଦେବଗଣ । ଗଲେ ସେ ଯେ ଯାହା ଭୁବନ । ।୧୧୩
ଏବେ ହୋ ଶୁଣ ମହୀପତି । ଯେମନ୍ତ କଲେ ଶିରୀପତି । ।୧୧୪
ହରିଚରଣେ ଦେଇ ଚିତ୍ତ । କହଇ ଦାସ ଜଗନ୍ନାଥ । ।୧୧୫
ଇତି ଶ୍ରୀମଦ୍ଭଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ଶ୍ରୀକୃଷ୍ଣ ଅବତାର ଉପକ୍ରମେ ପ୍ରଥମୋଽଧ୍ୟାୟଃ

ଦ୍ୱିତୀୟ ଅଧ୍ୟାୟସମ୍ପାଦନ କରନ୍ତୁ

ଶୁକ ଉବାଚ

ବନ୍ଦଇ ନୃସିଂହ ଚରଣ । କହିବି ବିଷ୍ଣୁର ପୁରାଣ । ।୧
ଶୁକ ବୋଲନ୍ତି ଶୁଣ ରାୟେ । ମଞ୍ଚେ ଜନ୍ମିଲେ ଦେବତାୟେ । ।୨
ଭୋଜବଂଶରେ ଉତ୍‌ପନ୍ନ । ପ୍ରତାପୀ ରାଜା ଶୁରସେନ । ।୩
ପୂର୍ବେ ମଥୁରା ପୁରେ ଥିଲା । ଅନେକ ନୃପତି ଜିଣିଲା । ।୪
ତେଣୁ କଟକ ମଧୁ ପୁରୀ । ଯହିଁ ବିଜୟ ନରହରି । ।୫
ସେ ରାଜା ଗୋବିନ୍ଦ ଭକତ । ତାହାର ଉଗ୍ରସେନ୍ ସୁତ । ।୬
ଦେବକ ନାମେ ତା'ର ଭ୍ରାତ । ଦେବକୀ ତାହାର ଦୁହିତ । ।୭
ରୂପେ କମଳା ନୋହେ ସରି । ସେ କନ୍ୟା ବସୁଦେବ ବରି । ।୮
ମାୟା ଭିଆଣ ପଦ୍ମନାଭ । କରନ୍ତି ବିବାହ ଉ›ବ । ।୯
ବିଭା କରାଇ କନ୍ୟାବର । ଯାବତ ମଙ୍ଗଳ ବେଭାର । ।୧୦
ଜନବେଭାରେ ସେ ଦେବକ । ଅନେକ ଦେଲା ଯଉତୁକ । ।୧୧
ଚତୁରଶତ ହସ୍ତୀ ଦେଲା । କଣ୍ଠେ ଲମ୍ବାଇ ରତ୍ନମାଳା । ।୧୨
ଅଠରଶତ ରଥ ଯୁତେ । ଅଶ୍ୱ ସେ ଦେଲା ସେହି ମତେ । ।୧୩
ବେନି ଶତେକ ପରିବାରୀ । ଦେଲା ସେ ଅଳଙ୍କାର ଭରି । ।୧୪
ବାଜଇ ଭେରୀ ତୁରୀ ବାଦ୍ୟ । କେ କହୁ ବିଭାର ଆନନ୍ଦ । ।୧୫
ରଥେ ବସାଇ କନ୍ୟାବର । ନବରୁ ହୋଇଲେ ବାହାର । ।୧୬
କୁସୁମ ବରଷନ୍ତି ଘେନି । ମଙ୍ଗଳ କଲେ ଦେବ ଧ୍ୱନୀ । ।୧୭
ଉଗ୍ରସେନର କଂସ ସୂତ । ଦେଖିଣ ହୋଇଲା ଉଷତ । ।୧୮
ଯାହାର ନାମେ ଦେବେ ଡ଼ରି । ଚାଲନ୍ତି କମ୍ପେ ବସୁନ୍ଧରୀ । ।୧୯
ଶୁଦ୍ଧସୁବ‰ର୍ଣ୍ଣ ରଥେ ବସି । ରାଜାଏ କଂସକୁ ପ୍ରଶଂସି । ।୨୦
ଭଗିନୀ ପ୍ରିୟ ବନ୍ଧୁପଣେ । ରଥରେ ବସିଲା ଆପଣେ । ।୨୧
ଅଶ୍ୱ ଦଉଡ଼ି ଧରିକରେ । ରଥ ବାହିଲା ଧୀରେ ଧୀରେ । ।୨୨
ଥୋକାଏ ଦୂର ରଥଗଲା । ଆକାଶୁ ଶବଦ ଶୁଭିଲା । ।୨୩
ତା' ଶୁଣି ଚାହିଁଲା ଗଗନେ । ଶବଦ ଶୁଭୁଅଛି ଶୂନ୍ୟେ । ।୨୪
ରେରେ ଅସୁର କଂସ ଶୁଣ । ନଜାଣୁ ଆପଣା ମରଣ । ।୨୫
ଯାହାର ବାହୁ ଅଛୁ ରଥ । ତୋତେ ମାରିବେ ତା'ର ସୁତ । ।୨୬
ଅଷ୍ଟମ ଗର୍ଭେ ଅବତରି । ମହୀ ରଖିବେ ତୋତେ ମାରି । ।୨୭
ଶୁଣି ଅନ୍ତରୀକ୍ଷ ବଚନ । ରଥରୁ ଓହ୍ଲାଇ ବହନ । ।୨୮
କରେ ଉଞ୍ଚାଇ କରବାଳ । ଧଇଲା ଦେବକୀର ଚୂଳ । ।୨୯
ବୋଲଇ ଭଲ ଏ ବିଚାର । କୁମାରୀ କାଳୁ ୟାକୁ ମାର । ।୩୦
ମୂଳୁଁ ମାରିଲେ ଯିବ ସରି । ଦେବଙ୍କ ସଙ୍ଗେ କିମ୍ପା କଳି । ।୩୧
ଅଧର ଚାପି ରୋଷେ ଚାହେଁ । କମ୍ପଇ ଦେବକୀର କାୟେ । ।୩୨
କଂସକୁ ବସୁଦେବ ଚାହିଁ । ଭୟେ ଚିନ୍ତଇ ଭାବଗ୍ରାହୀ । ।୩୩
କଂସର ଭୁଜ କରେ ଧରି । ବୋଲଇ ଶୁଣ ଦŠଣ୍ତଧାରୀ । ।୩୪
ତୁ ଅଟୁ ମହତ ପୁରୁଷ । ସଂସାରେ ଅଛି ତୋ'ର ଯଶ । ।୩୫
ଧାର୍ମିକ ବୋଲନ୍ତି ସକଳେ । ଦେବକୀ ମାରୁ କିମ୍ପା ବଳେ । ।୩୬
ବିଭାର କାଳେ ଏଡ଼େ କର୍ମ । କେମନ୍ତେ ସହିବଟି ଧର୍ମ । ।୩୭
ଦେହର ସଙ୍ଗେ ମୃତ୍ୟୁ ଜାତ । ନାହିଁ ଏହାର ଆଦିଅନ୍ତ । ।୩୮
ବାଳକ ସ୍ଥବିର ତରୁଣ । ଅବଶ୍ୟ ଲଭିବେ ମରଣ । ।୩୯
ଦେହ ବହିଲେ ନିଶ୍ଚେ ମରି । ମରଣ ଛାରେ କିମ୍ପା ଡରି । ।୪୦
ଏ ଜୀବ ମରଣ ନିକଟେ । ବେଗେ ଚିନ୍ତଇ ଅନ୍ୟଘଟେ । ।୪୧
ଏହାର କଲା କର୍ମମାନ । ତେଣୁ ହୁଅନ୍ତି ସାବଧାନ । ।୪୨
କର୍ମର ବଶ ହୋଏ ଜନ୍ତୁ । ଜନ୍ମ ମରଣ କର୍ମ ହେତୁ । ।୪୩
ଜୋକ ଯେ ଏକଇ ଚରଣେ । ଯେସନେ ସଞ୍ଚରଇ ତୃଣେ । ।୪୪
ଜୀବ ଯେ କର୍ମେ ସଞ୍ଚରଇ । ଜନ୍ମ ମରଣ ନାମ ବହି । ।୪୫
ନିଦ୍ରାରେ ଯେସନେ ସ୍ୱପନ । ଦେଖିଣ ପାସୋରଇ ମନ । ।୪୬
ଦେହରେ ଥାଇ ଯେତେ କରି । ଜୀବ ଛାଡ଼ିଲେ ତା' ପାଶୋରି । ।୪୭
କରଇ ପରଲୋକ ଭୋଗ । ପୁଣ ହିଁ ରଜ ବୀର୍ଯ୍ୟ ଯୋଗ । ।୪୮
ଜନ୍ମିଣ ପାଶୋରଇ ତାହା । ଏମନ୍ତ ଅନାଦିର ମାୟା । ।୪୯
ଏକଇ ପୁରୁଷ ମୁରାରି । ସକଳଘଟେ ଛନ୍ତି ପୂରି । ।୫୦
ଶତେକ ଜଳଘଟ ଥୋଇ । ଚାହିଁଲେ ଆକାଶ ଦିଶଇ । ।୫୧
ପୁଣି ହିଁ କଲେ ଏକଗୋଟି । ତହିଁ ଆକାଶ ଥାଏ ଘୋଟି । ।୫୨
ଆକାଶ ନୁହଁଇଟି ଭିନ୍ନ । ନାଶ ହୁଅନ୍ତି ଘଟମାନ । ।୫୩
ଏମନ୍ତ ଆତ୍ମାର ବିବେକ । ଏହା ଜାଣନ୍ତି ଜ୍ଞାନୀ ଲୋକ । ।୫୪
ତୁ ଅଟୁ ମହତ ପୁରୁଷ । କିମ୍ପା ବହେଣୀ କରୁ ନାଶ । ।୫୫
ଜୀବ ମାରନ୍ତି ଆତ୍ମା ସୁଖେ । ଅନ୍ତେ ହେଁ ପଡ଼ନ୍ତି ନରକେ । ।୫୬
ଏ ସାନ ବହେଣୀ ତୋହର । ଏହାକୁ ରକ୍ଷାକର ବୀର । ।୫୭
ଶୁକ ବୋଲନ୍ତି ଶୁଣ ରାୟେ । ଅସୁର ସ୍ୱଭାବେ ନିŸର୍ଦ୍ଦୟେ । ।୫୮
ଧର୍ମବଚନ ନ ଶୁଣଇ । ବିଶେଷେ ତା'ର ଜ୍ଞାନ ନାହିଁ । ।୫୯
ଭିଣୋଇ ବୋଲ ନ ଶୁଣିଲା । ପୁଣି ହିଁ ହାଣିବି ବୋଇଲା । ।୬୦
ଦେଖି ବସୁଦେବ ବିଚାରି । କାନ୍ଦିଣ ସୁମରେ ମୁରାରି । ।୬୧
ପୁଣି ବିଚାରୁଅଛି ମନେ । ଦେବକୀ ରଖିବି କେସନେ । ।୬୨
କେ ସହୁ ଏହାର ବିକଳ । ରଖିବି ଲାଭ ଦେଇ ମୂଳ । ।୬୩
କିବା ନୋହୁଣୁ ମୋର ସୁତ । କଂସ ହୋଇବ ପ୍ରାଣେ ହତ । ।୬୪
କିବା ନୋହିବ ମୋର ପୁଅ । ଜାଣନ୍ତି ପ୍ରଭୁ ଦେବରାୟ । ।୬୫
ଏମନ୍ତେ ମନେ ବିଚାରିଲା । କଂସର ମୁଖକୁ ଚାହିଁଲା । ।୬୬
ବୋଲନ୍ତି ଶୁଣ ବୀର କଂସ । ଛାଡ଼ ତୁ ବହେଣୀର କେଶ । ।୬୭
ଏହାର ସୁତ ତୋତେ ମାରି । ଏ ତୋ'ର ନୁହଁଇ ବଇରୀ । ।୬୮
ଏ ଯେତେ ଶିଶୁ ପ୍ରସବିବ । ତୋ'ର ନିକଟେ ଦେବି ସର୍ବ । ।୬୯
ତୁ ଅଟୁ ପୁରୁଷ ମହତ । ଏ ମୋ'ର ତିନିବାର ସତ୍ୟ । ।୭୦
ଶୁଣନ୍ତୁ ଦଶଦିଗ ଲୋକେ । ଏଠାରେ ଅଛନ୍ତି ଯେ ଥୋକେ । ।୭୧
ଏକଥା ମୋହର ପ୍ରମାଣ । ଏଥକୁ ସାକ୍ଷୀ ନାରାୟଣ । ।୭୨
ବସୁଦେବର ବୋଲ ଶୁଣି । କଂସ ହିଁ ମନେମନେ ଗୁଣି । ।୭୩
ବିଚାରି ମଣିଲା ବିଶ୍ୱାସ । ଛାଡ଼ିଲା ଦେବକୀର କେଶ । ।୭୪
ଆନନ୍ଦ ହୋଇ ସର୍ବଜନେ । ଗଲେ ସେ ଯେ ଯାହା ଭୁବନେ । ।୭୫
କେତେହେଁ ଦିନ ତହିଁ ଗଲା । ଦେବକୀ ଗର୍ଭ ଉପୁଜିଲା । ।୭୬
ବରଷ ବରଷକେ ସୁତ । ହୋଇଲା ଏକଇ ଦୁହିତ । ।୭୭
ପ୍ରଥମେ ହୋଇଲା ତନୟେ । ରୂପେ ମୋହିଲା କାମ ପ୍ରାୟେ । ।୭୮
ସୁତକୁ ଦେଖି ବସୁଦେବ । ବିକଳେ ଚିନ୍ତଇ ମାଧବ । ।୭୯
ଏ ସୁତ ଦେବଇଁ କେମନ୍ତେ । ସତ୍ୟ ଯେ କରିଛି ଯୁକତେ । ।୮୦
ଦେବକୀ ମୁଖକୁ ଚାହିଁଲା । ହା କୃଷ୍ଣ ବୋଲି ଡାକ ଦେଲା । ।୮୧
କୋଳରେ ଘେନିଲା ତନୟ । ହୋଇଲା ହରଷ ବିସ୍ମୟ । ।୮୨
କଂସର ସଭାରେ ମିଳିଲା । ବାଳକ ତଳେ ଶୁଆଇଲା । ।୮୩
ଦେଖି ଚକିତ ସଭାଜନେ । କଂସ ବିଚାରୁଅଛି ମନେ । ।୮୪
ଏତ ନୋହଇ ମୋ' ବଇରୀ । ଅଷ୍ଟମଗର୍ଭ ମୋତେ ମାରି । ।୮୫
ଏହାର ମଣିଲି ମୁଁ ସତ୍ୟ । ନେଉ ଏହାର ନିଜ ସୁତ । ।୮୬
ହସିଣ ବସୁଦେବ ଚାହିଁ । କହଇ ବିଶ୍ୱାସ କରାଇ । ।୮୭
ତୋହରେ ମଣିଲି ମୁଁ ସତ୍ୟ । ନିଅ ତୋହର ନିଜ ସୁତ । ।୮୮
ଶୁଣି ବସୁଦେବ ଚକିତେ । କଂସକୁ ନ ଯାଇ ପରତେ । ।୮୯
କ୍ଷଣକେ ରହିଣ ବିଚାରି । ପୁଣି କୁମର କୋଳେ ଧରି । ।୯୦
ବାଟରେ କରଇ ବିଚାର । ଦୁଷ୍ଟ ଦାନବ ଦୁରାଚାର । ।୯୧
ଏବେ ମୁଁ ନେବି ବାହୁଡ଼ାଇ । ପୁଣି ମାରିବ କଂସ ନେଇ । ।୯୨
ଦେବକୀ କଷ୍ଟ ହେବ ବଡ଼ । କିସ କରିବି ମୁହିଁ ରାଢ଼ । ।୯୩
ହରି ଭିଆଣ କଲେ ଯାହା । ଅବଶ୍ୟ ଭୁଞ୍ଜିବିନା ତାହା । ।୯୪
ଏମନ୍ତେ ଦୁଃଖେ ସୁଖେ ଯାଇ । ଦେବକୀ ନିକଟେ ମିଳଇ । ।୯୫
ସୁତକୁ ଦେଲା ତା'ର କୋଳେ । କାନ୍ଦଇ ମାୟାମୋହ ଭୋଳେ । ।୯୬
ବିଚ୍ଛେଦ-ଦୁଃଖ-ମାତା-ଚିତ୍ତ । ପୁତ୍ରକୁ ପାଇଣ ଉଷତ । ।୯୭
ନିବିଡ଼ ସ୍ନେହେ କୋଳେ ଯାକି । ଆନନ୍ଦ କେ ପାରିବ ଲକ୍ଷ୍ୟି । ।୯୮
ରଜନୀ ହୋଇଲା ପ୍ରବେଶ । ମିଳିଲା ଅନ୍ତଃପୁରେ କଂସ । ।୯୯
ଶୀତଳ ମଣୋହି ସାରିଲା । ସୁଖେ ପଲ୍ୟଙ୍କେ ବିଜେକଲା । ।୧୦୦
ତକ୍ଷଣେ ମିଳିଲେ ନାରଦ । ଆନନ୍ଦେ କଲେ ବୀଣାନାଦ । ।୧୦୧
ଦେଖିଣ ତେଜିଲା ଶୟନ । ପ୍ରଣାମ କଲାକ ବହନ । ।୧୦୨
ନିଜ ଆସନେ ବସାଇଲା । ବିଶ୍ୱାସେ ଚରଣ ଚାପିଲା । ।୧୦୩
ଭକତି ଦେଖିଣ ନାରଦ । କହନ୍ତି ଶୋକ ଗଦଗଦ । ।୧୦୪
ଶୁଣ ଅସୁର ଚୂଡ଼ାମଣି । ତୋ'ର ମରଣ ମୁହିଁ ଶୁଣି । ।୧୦୫
ତୋ' ଦୁଃଖ ଦେଖି ମୁଁ ବିକଳ । ଦେଖ ନୟନେ ଅଶ୍ରୁଜଳ । ।୧୦୬
ଶୁଣ ଦାନବ ଶିରୋମଣି । ତୋ'ର ମରଣ ତଥ୍ୟବାଣୀ । ।୧୦୭
ଭୂମିର ଦେଖିଣ ବିକଳ । ଗୁହାରି କଲେ ଦେବବଳ । ।୧୦୮
ବ୍ରହ୍ମାର ତୁଲେ ଶୂଳପାଣି । କ୍ଷୀର ସମୁଦ୍ରେ ସ୍ତୁତିଭଣି । ।୧୦୯
ବ୍ରାହ୍ମାଙ୍କୁ କହିଲେ ଅନନ୍ତ । ମନୁଷ୍ୟେ ହୋଇବି ମୁଁ ଜାତ । ।୧୧୦
ମାରିବି ସକଳ ଅସୁର । ନାଶିବି ଅବନୀର ଭାରତ । ।୧୧୧
ଏମନ୍ତ କୂଟକଥା ମାନ । ଭିଆଣ କଲେ ଦେବଗଣ । ।୧୧୨
ଦେବକୀ ଅଷ୍ଟମ ଗର୍ଭର । ନିଶ୍ଚୟେ ମରଣ ତୋହର । ।୧୧୩
ବ୍ରହ୍ମାର ବଚନେ ମୁରାରି । ମାୟା ମନୁଷ୍ୟ ରୂପ ଧରି । ।୧୧୪
ତୋତେ ମାରିବେ ସେ ଅନନ୍ତ । ତୁ କିମ୍ପା ହୋଇଲୁ ନିଶ୍ଚିନ୍ତ । ।୧୧୫
ଦେବେ ଉପୁଜିଛନ୍ତି ଅଂଶେ । ଗୋପାଳ-ଯଦୁ-ଭୋଜବଂଶେ । ।୧୧୬
ନନ୍ଦ ଯଶୋଦା ଆଦି ଯେତେ । କହିବି ଏକେ ଏକେ କେତେ । ।୧୧୭
ଦେବକୀ ଦେବୀ ବସୁଦେବ । ଏ ଆଦି ଯେତେକ ଯାଦବ । ।୧୧୮
ତୋହାର ଯେତେକ ସେବକ । ଦେବତାମାନେ ଏଟି ଦେଖ । ।୧୧୯
ତୁ ଯହୁଁ ଦୁଷ୍ଟପଣ କଲୁ । କି ବୋଲି ବାଳକ ଛାଡ଼ିଲୁ । ।୧୨୦
କଂସ ବୋଇଲା ବ୍ରହ୍ମଚାରୀ । ଅଷ୍ଟମଗର୍ଭ ମୋ' ବଇରୀ । ।୧୨୧
ଆବର ଯେତେ ଗର୍ଭଶିଷ । ତହିଁ ମୋ' ପ୍ରୟୋଜନ କିସ । ।୧୨୨
କଂସର ଶୁଣି ଏ ଉତ୍ତର । ମୁନି କାଟିଲେ ଅଷ୍ଟଗାର । ।୧୨୩
ପ୍ରଥମେ ଗଣିଲେକ ଆଠ । ଛନ୍ଦେଣ ବୁଝାଇଲେ ପାଠ । ।୧୨୪
ବାମଭାଗକୁ ଲେଉଟାଇ । ପୁଣି ଗଣିଲେ ପାଠ କହି । ।୧୨୫
ଯେଝାର ଠାରୁ ଆଠ ହୋନ୍ତି । ଶୁଣ ହୋ ଅସୁର ନୃପତି । ।୧୨୬
ଏହା ଛାଡ଼ିଲେ କେଉଁ ଯଶ । ଏଣେ ହୋ ପ୍ରୟୋଜନ କିସ । ।୧୨୭
ଏହା ତୁ ନ କଲେ ବିଚାର । ନିକଟେ ମରିବୁ ଅସୁର । ।୧୨୮
କଂସକୁ କରାଇ ଉଚ୍ଚାଟ । ନାରଦ ଗଲେ ଶୂନ୍ୟବାଟ । ।୧୨୯
ଏମନ୍ତ ମୁନିବାକ୍ୟ ଶୁଣି । କଂସ ହିଁ ମନେମନେ ଗୁଣି । ।୧୩୦
ଦୁଃଖେ ରଜନୀ ପୁହାଇଲା । ନିଜ ସଭାରେ ବିଜେକଲା । ।୧୩୧
ଅସୁର ବଳ ଘେନି ସଙ୍ଗେ । ଧାଇଁଲା ପବନହୁଁ ବେଗେ । ।୧୩୨
ଦେବକୀ ମନ୍ଦିରେ ମିଳିଲା । କୋପେ ଅଧର କାମୋଡ଼ିଲା । ।୧୩୩
ଦେବକୀ ମୁଖକୁ ଅନାଇ । ବୋଲଇ କୋପଭର ହୋଇ । ।୧୩୪
ତୁ ଅଟୁ ବହେଣୀ ମୋହର । ମୋର ମରଣେ ତୋ' ବିଚାର । ।୧୩୫
ମୁଁ ଏହା ଜାଣିବି କେମନ୍ତେ । ଭିଣୋଇ ବୋଲେ ଗଲି ପ୍ରତେ । ।୧୩୬
ଏମନ୍ତେ ଅନେକ ବୋଇଲା । କୋଳୁଁ ବାଳକ ଘେନିଗଲା । ।୧୩୭
ବେନିଚରଣ କରେ ଧରି । ବୁଲାଇ ଅନ୍ତରାଳ କରି । ।୧୩୮
କୋପେ ଅନେକ ଗାଳିଦେଲା । ଶିଳା ଉପରେ କଚାଡ଼ିଲା । ।୧୩୯
ଦେବକୀ ବସୁଦେବ ଆଣି । ବନ୍ଧନକଲା ପାଦପାଣି । ।୧୪୦
ମାଡ଼ ମରାଇ ମହାରୋଷେ । ପାଦେ ଭରିଲା ଲୌହପାଶେ । ।୧୪୧
ଧନ-ସମ୍ପଦ କଲା ଜୂର । ଆଣି ଭରିଲା ବନ୍ଦୀଘର । ।୧୪୨
ସାତକବାଟ ମହାବଳ । ଲୌହକିଳିଣୀ ଅନର୍ଗଳ । ।୧୪୩
ପ୍ରହରୀ ଶତେକ ଜଗାଇ । କହଇ ରୋଷଭର ହୋଇ । ।୧୪୪
ଦେବକୀ ଯେତେ ପ୍ରସବିବ । ମୋର ଛାମୁରେ ଜଣାଇବ । ।୧୪୫
ଯେ ମୋର ବୋଲ ନ କରିବ । ସେହି ମୋହର ଶତ୍ରୁ ହେବ । ।୧୪୬
ନିଜ ପିଅର ଅଣାଇଲା । ଅନେକ ମାଡ଼ ମରାଇଲା । ।୧୪୭
ଶାଙ୍କୋଳି ଦେଲା ବନ୍ଦୀଘରେ । ଅନେକ ଯାଦବ ସଙ୍ଗରେ । ।୧୪୮
ଅସୁର ସ୍ୱଭାବେଣ କଂସ । ମାଇଲା ଆପଣାର ବଂଶ । ।୧୪୯
କୋପ ସଂହରି ନିଜପୁରେ । ଅସୁର ପଶିଲା ଭିତରେ । ।୧୫୦
କଂସ ଜାଣଇ ଯୋଗବଳେ । ମୁଁ ଜାତ ଦାନବର କୁଳେ । ।୧୫୧
ଅନେକବାର ମୋତେ ମାରି । ମୋକ୍ଷ ନ ଦେଲେ ନରହରି । ।୧୫୨
ଏବେ ମାରିବ ହରି ମୋତେ । ଭାଗ୍ୟ ମୋ କେ କରିବ ଅନ୍ତେ । ।୧୫୩
ଏମନ୍ତ ମେନ ବିଚାରିଲା । ଯଦୁଙ୍କ ସଙ୍ଗେ ବାଦ କଲା । ।୧୫୪
ଶୁଣ ସୁଜନେ ଭାଗବତ । କୃଷ୍ଣଚରଣେ ଦେଇ ଚିତ୍ତ । ।୧୫୫
ପଣ୍ତିତେ ନ ଘେନିବା ଦୋଷ । କୃଷ୍ଣଚରିତ ସୁଧାରସ । ।୧୫୬
କହଇ ବିପ୍ର ଜଗନ୍ନାଥ । ହରିଚରଣେ ଦେଇ ଚିତ୍ତ । ।୧୫୭
ଇତି ଶ୍ରମଦ୍ଭାଗବତେ ମହାପୁରାଣେ ପାରମହଁସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେପୂର୍ବାର୍ଦ୍ଧେ ଶ୍ରୀକୃଷ୍ଣ ଅବତାର ଉପକ୍ରମେ ଦ୍ୱିତୀୟୋଽଧ୍ୟାୟଂ । ।

ତୃତୀୟ ଅଧ୍ୟାୟସମ୍ପାଦନ କରନ୍ତୁ

ଶୁକ ଉବାଚ

ଶୁକ ବୋଲନ୍ତି ଶୁଣ ରାୟ । କଂସ ପାଇଲା ମହାଭୟ । ।୧
ଦୂତ ପେଷିଲା ଚାରିଦିଗେ । ବିଶ୍ୱାସୀ ଦାନବଙ୍କ ସଙ୍ଗେ । ।୨
କଂସର ଯେତେ ମିତ୍ରଗଣ । ଆସି ମିଳିଲେ ଜଣେ ଜଣ । ।୩
ଚାଣୁର ତୃଣାବର୍ତ୍ତ ବୀର । ମୁଷ୍ଟିକ ଅଘା ଷଣ୍ଢାସୁର । ।୪
ଦ୍ୱିବିନ୍ଦ ନାମେଣ ବାନର । ପ୍ରଳମ୍ବା ବକା ବତ୍ସାସୁର । ।୫
ପୂତନା ନାମେଣ ରାକ୍ଷସୀ । ଆଗେ ମିଳିଲା ବୀରକେଶୀ । ।୬
ବାଣା ନାରକା ଜରାସନ୍ଧ । ସ୍ୱଭାବେ ଅଟନ୍ତି ଏ ମନ୍ଦ । ।୭
ଏମନ୍ତେ କହିବଇଁ କେତେ । କଂସର ମିତ୍ର ଛନ୍ତି ଯେତେ । ।୮
ଏହାଙ୍କୁ ବସାଇ ଆସନେ । କଂସ କହଇ ଖେଦ ମନେ । ।୯
ଶୁଣ ସକଳ ବୀରମଣି । ମୋହର କର୍ମଫଳ ବାଣୀ । ।୧୦
ନାରଦ କହିଗଲେ ମୋତେ । ଯଦୁଙ୍କୁ ନ ଯିବୁ ପରତେ । ।୧୧
ଯଦୁଙ୍କ ହାତେ ମୋ' ମରଣ । ଏ କଥା ଅଟଇ ପ୍ରମାଣ । ।୧୨
ଏମନ୍ତ କହିଗଲେ ମୁନି । ବ୍ରହ୍ମାକୁମର ମହାଜ୍ଞାନୀ । ।୧୩
ତୁମ୍ଭେ ଯେ ମୋହର ବିଶ୍ୱାସ । ଯଦୁଙ୍କୁ ବେଗେ କର ନାଶ । ।୧୪
ଶୁଣି ଅସୁରେ ପରଜ୍ୱଳି । ଯେସନେ ସମୁଦ୍ର ଉଚ୍ଛୁଳି । ।୧୫
ଯଦୁଙ୍କୁ ଦେଲେ କଷ୍ଟମାନ । ଯହୁଁ ରଖିବେ ଭଗବାନ । ।୧୬
ଯାଦବେ ଅସୁରଙ୍କ ଡରେ । ପଳାଇଗଲେ ଦେଶାନ୍ତରେ । ।୧୭
କେ କୁରୁ ନଗରେ ପଶିଲେ । ପାଞ୍ଚାଳ ଦେଶେ କେ ଲୁଚିଲେ । ।୧୮
ବିଦେହ ନିଷଧ କୋଶଳେ । ପଶିଲେ ଜୀବନ ବିକଳେ । ।୧୯
ଯେ ଅବା ଯାଇ ନ ପାରିଲେ । କଂସର ଶରଣ ପଶିଲେ । ।୨୦
କେହୁ ସେବକ ପଣେ ଦାସ । କାହାକୁ ଦେଲା ଲୌହପାଶ । ।୨୧
ଏମନ୍ତେ ବରଷେ ପୂରିଲା । ପୁଣି ଦେବକୀ ପ୍ରସବିଲା । ।୨୨
ପ୍ରହରୀ ଜଣାଇଲା ଯାଇ । ଶୁଣି ଧାଇଁଲା ରୋଷ ବହି । ।୨୩
ଦେବକୀ ନିକଟେ ମିଳିଲା । କୋଳୁ ବାଳକ ଉଛୁଡ଼ିଲା । ।୨୪
ବେନିଚରଣ ଧରି କରେ । ବୁଲାଇ ପିଟିଲା ଶିଳାରେ । ।୨୫
ଏମନ୍ତେ ବରଷେ ବରଷ । ଛ'ପୁତ୍ର କଲା କଂସ ନାଶ । ।୨୬
ଦେଖିଣ ଦେବକୀ ବିକଳ । ଦୟାସାଗର ଆଦିମୂଳ । ।୨୭
ଅନନ୍ତ ରୂପ ଧରି ହରି । ଦେବକୀ ଗର୍ଭେ ବିଜେ କରି । ।୨୮
ଏ ରୂପେ ଅନନ୍ତ ପ୍ରକାଶ । ଗର୍ଭେ ହୋଇଲେ ଅଷ୍ଟମାସ । ।୨୯
ଦେବକୀ ନିଜ ଦେହ ଚାହିଁ । ବିକଳେ ନିଶ୍ୱାସ ଛାଡ଼ଇ । ।୩୦
କେତେ ପାତକ କଲି ପୂର୍ବେ । ପୁଣି ହୋଇଲା ଆସି ଗର୍ଭେ । ।୩୧
କେତେ ସହିବି ଗର୍ଭକଷ୍ଟ । ବିଧାତା କଲା ମୋତେ ହଟ । ।୩୨
ଗର୍ଭେ ଧରଇ ଦଶମାସ । କୋଳ ଧରିତେ ନାହିଁ ଆଶ । ।୩୩
ଏମନ୍ତ ବିଚାରି ବିକଳ । ନୟନୁ ବହେ ଅଶ୍ରୁଜଳ । ।୩୪
ଦାସବ›ତ୍ସଳ ଭଗବାନ । ଜାଣିଲେ ଦେବକୀର ମନ । ।୩୫
ଦୁର୍ଗାଙ୍କୁ ନିକଟେ ବସାଇ । ବୋଲନ୍ତି ପ୍ରଭୁ ଭାବଗ୍ରାହୀ । ।୩୬
ଅମ୍ବିକା ଶୁଣ ମୋ' ଉତ୍ତର । ବହନ ଯାଅ ମଞ୍ଚପୁର । ।୩୭
ମଥୁରା-କଂସ-ବନ୍ଦୀ-ଘରେ । ମିଳିବୁ ପ୍ରଥମ ପ୍ରହରେ । ।୩୮
ବନ୍ଦୀ କରିଛି କଂସରାୟେ । ଏକ ଶାଙ୍କୋଳି ବେନିପାୟେ । ।୩୯
ବସୁଦେବଙ୍କୁ ଯେତେବେଳେ । ଧରି ଆଣିଲା କଂସ ବଳେ । ।୪୦
ତାହାର ପତ୍ନୀ ନନ୍ଦଘରେ । ଯାଇ ଲୁଚିଲା କଂସଡ଼ରେ । ।୪୧
ରୋହିଣୀ ନାମ ବିଦ୍ୟମାନ । ତାହାର ଗର୍ଭ ଅଛି ଶୂନ୍ୟ । ।୪୨
ଦେବକୀ ଦେବୀ ନିଦ୍ରାକାଳେ । ଗର୍ଭ ହରିବୁ ଯୋଗବଳେ । ।୪୩
ମିଳିବୁ ନନ୍ଦ ଘରେ ଯାଇ । ରୋହିଣୀ-ଗର୍ଭେ ତାହା ଥୋଇ । ।୪୪
ଜନ୍ମିବୁ ଯଶୋଦା ଉଦରେ । ମୁଁ ପୁଣି ଯିବି ମଞ୍ଚପୁରେ । ।୪୫
ଦେବକୀ ଗର୍ଭେ ହେବି ଜାତ । ମୋତେ ଘେନିଣ ଯିବେ ତାତ । ।୪୬
ତୋତେ ଆଣିବେ ମୋତେ ଥୋଇ । ଏ କଥା ନ ଜାଣିବେ କେହି । ।୪୭
ଏମନ୍ତ କଂସର ମରଣ । ହସି କହନ୍ତି ନାରାୟଣ । ।୪୮
ମଞ୍ଚେ ହୋଇବୁ ତୁ ଯେ ଜାତ । ଜଗତେ ହୋଇବୁ ବିଖ୍ୟାତ । ।୪୯
ଲୋକେ କରିବେ ତୋତେପୂଜା । ଅନେକ ଦେବେ ବଳିଭୋଜା । ।୫୦
ଭକତେ ହୋଇବୁ ପ୍ରସନ୍ନ । ଅନେକ ହେବ ତୋର ନାମ । ।୫୧
ଜୟା ବିଜୟା ଭଦ୍ରକାଳୀ । ମଙ୍ଗଳା ଚଣ୍ତିକା କଙ୍କାଳୀ । ।୫୨
କନ୍ୟକା କୃଷ୍ଣା ଯେ ମାଧବୀ । ଈଶାନୀ ଶାରଦା ବୈଷ୍ଣବୀ । ।୫୩
ଦୁର୍ଗା ଅମ୍ବିକା ନାରାୟଣୀ । ଏକୁ ଅନେକ ନମ ଭଣି । ।୫୪
ଗ୍ରାମ ଗ୍ରାମକେ କରି ସ୍ଥାନ । ପୂଜନ୍ତେ ହୋଇବୁ ପ୍ରସନ୍ନ । ।୫୫
ଅନେକ ନାମ ତୋ' ଜଗତେ । ଅନ୍ତ ମୁଁ କରିବଇଁ କେତେ । ।୫୬
ପୂଜା କରିବେ ସର୍ବସ୍ଥାନେ । ରାଜା ପରଜା ଭକ୍ତମାନେ । ।୫୭
ସ୍ତୁତି ପଠନ ମନ୍ତ୍ର ଧ୍ୟାନ । ଷୋଡ଼ଶ ଉପଚାର ମାନ । ।୫୮
ଶୁଣ ବଚନ ଆଦିମାତା । ଫେଡ଼ ଦେବକୀ ମନଚିନ୍ତା । ।୫୯
ଦେବକୀ ଗର୍ଭୁ ତା' ଆଣିବୁ । ରୋହିଣୀ ଗର୍ଭରେ ଥୋଇବୁ । ।୬୦
ତାହାଙ୍କ ନାମ ସଙ୍କର୍ଷଣ । ଲୋକରେ ହୋଇବେ ପ୍ରମାଣ । ।୬୧
ନାମ ହୋଇବ ବଳରାମ । ବଳେ ନୋହିବେ କେହି ସମ । ।୬୨
ଶୁଣି ଆନନ୍ଦମନା ହୋଇ । ମଞ୍ଚେ ଚଳିଲେ ମହାମାୟୀ । ।୬୩
ହରି ଆଦେଶ ଘେନି ଶିରେ । ମିଳିଲେ ମଥୁରା ନଗରେ । ।୬୪
କଂସରାଜାର ବନ୍ଦୀଘରେ । ମିଳିଲେ ପ୍ରଥମ ପ୍ରହରେ । ।୬୫
ରାତ୍ରେ ଦେବକୀ ନିଦ୍ରାକାଳେ । ଗର୍ଭ ହରିଲେ ଯୋଗବଳେ । ।୬୬
ଅନନ୍ତ ଘେନି ମାୟାଦମ୍ଭେ । ଥୋଇଲେ ରୋହିଣୀର ଗର୍ଭେ । ।୬୭
ଗର୍ଭ ସଂଯୋଗ ଦେବୀ କରି । ଦିନକୁ ଦିନ ଗର୍ଭ ଭାରି । ।୬୮
ସିଂହ ପୌର୍ଣ୍ଣମୀ ଦିନ ସାର । ରୋହିଣୀ ପ୍ରସବେ କୁମର । ।୬୯
ଧବଳ ଜ୍ୟୋତି ରୂପ ପୁଣି । ଶିରେ ଶୋହଇ ସପ୍ତଫଣୀ । ।୭୦
ଅପୁଆ ଘରେ ପୁଅ ଜାତ । ଆନନ୍ଦ ହୋଏ ନନ୍ଦ ଚିତ୍ତ । ।୭୧
ମୋହର ଘରେ ପୁତ୍ର ନାହିଁ । ଏ ମୋତେ କାରଣ ଅଟଇ । ।୭୨
ଯାହା ସେ ଦଇବ ନିର୍ମିତ । ଦୁର୍ଗା ହୋଇଲେ ଗର୍ଭଗତ । ।୭୩
ମିଳିଲେ ନନ୍ଦଘରେ ଯାଇ । କୃଷ୍ଣ ଜନ୍ମିବା ବାଟ ଚାହିଁ । ।୭୪
ଦେବକୀ ଗର୍ଭ ଯହୁଁ ଗଲା । ଲୋକେ ବୋଇଲେ ଭଲହେଲା । ।୭୫
ଭଲଟି ଗଲେ ନାରାୟଣ । ଦେବକୀ ନ ପାଉ କଷଣ । ।୭୬
ଥୋକେ ବୋଇଲେ ଭଲ ହେଲା । କଂସର ଡରେ ପଳାଇଲା । ।୭୭
ପୋଡୁ ଏ ଦେବକୀ ଭିଆଣ । କେ ବୋଲେ କର୍ଣ୍ଣେ ତା'ନ ଶୁଣ । ।୭୮
ଏଡ଼େ ମଡ଼ିଛୀ ଅଛି କାହିଁ । କେ ବୋଲେ ମୁଖ ତା'ନ ଚାହିଁ । ।୭୯
କାନ୍ଦି କେ ହୁଅନ୍ତି ବିକଳ । କେ ବୋଲେ ରଖ ଆଦିମୂଳ । ।୮୦
ଦେବକୀ ମନର କଷଣ । ଜାଣିଲେ ପ୍ରଭୁ ନାରାୟଣ । ।୮୧
ତେଜିଲେ ଜଳଧି ଶୟନ । ମଥୁରା ମିଳିଲେ ବହନ । ।୮୨
ବସୁଦେବର ଦେହେ ଯାଇ । ପଶିଲେ ଜ୍ୟୋତିରୂପ ହୋଇ । ।୮୩
ବିଷ୍ଣୁର ତେଜ ପରଚଣ୍ତŠ । ଯେହ୍ନେ ଉଦିତ ମାରତଣ୍ତŠ । ।୮୪
ଅମରଗୁରୁ ଲଗ୍ନ ବେଳେ । କାନ୍ତ କାମିନୀ ଏକମେଳେ । ।୮୫
ଜଗତ ମଙ୍ଗଳ ପୁରୁଷ । ଦେବକୀ ଉଦରେ ପ୍ରବେଶ । ।୮୬
ଉଦୟ କାଳେ ଯେହ୍ନେ ଶଶୀ । ପୂର୍ବ ଦିଗରୁ ପରକାଶି । ।୮୭
କୃଷ୍ଣଙ୍କୁ ଧରିଣ ଉଦର । ଦେବକୀ ଦିଶିଲା ସୁନ୍ଦର । ।୮୮
ଅନ୍ଧାର ବନ୍ଦୀଘରେ ତେଜ । ଯେହ୍ନେ ଉଦିତ ଗ୍ରହରାଜ । ।୮୯
ଦେବକୀ ଗର୍ଭବାସ କଥା । ଶୁଣି ପାଇଲା କଂସ ବ୍ୟଥା । ।୯୦
ଭୟେ ଚକିତ ମନେ ଛନ୍ନ । ମିଳିଲା ଦେବକୀ ଭୁବନ । ।୯୧
ସାତ କବାଟ ଫେଡ଼ାଇଲା । ଅନ୍ଧାର ଘରକୁ ଚାହିଁଲା । ।୯୨
ଉଦୟ ହୋଇ ଦିନକର । ଯେହ୍ନେ ନାଶଇ ତମ ଘୋର । ।୯୩
ଦେଖି ଚକିତ କଂସ ମନେ । ଭାଳି ବୋଲଇ ଭୟଛନ୍ନେ । ।୯୪
ନିଶ୍ଚୟେ ହୋଇଲା ମରଣ । ଏ ତ ଅନାଦି ନାରାୟଣ । ।୯୫
ଗର୍ଭେ ବିଜୟେ ବ୍ରହ୍ମରାଶି । ଏ ମୋର କାଳ ଦŠଣ୍ତଫାଶି । ।୯୬
ଜୀବନ ନାଶିବ ମୋହର । ଦେବକୀ ବଡ଼ଇ ସୁନ୍ଦର । ।୯୭
ଏ ଯେତେ ଗର୍ଭ ପ୍ରସବିଲା । ଏମନ୍ତ ବେଳେ ନ ଦିଶିଲା । ।୯୮
କି ବୁଦ୍ଧି କରିବଇଁ ଆଜ । ମାରିଣ ଲଭିବଇଁ କାର୍ଯ୍ୟ । ।୯୯
ଏସନ ମନେ ବିଚାରଇ । ମୁନି ତ ଯାଇଛନ୍ତି କହି । ।୧୦୦
ଯାହା କହିଲେ ବ୍ରହ୍ମସୁତ । ସେ କଥା ନୋହଇ ବିଅର୍ଥ । ।୧୦୧
ଯାଦବେ ମୋହର ବଇରୀ । ମୋର ମରଣ ହେତୁ କରି । ।୧୦୨
ଦେବକୀ ବସୁଦେବ ଆଦି । ଏ ମୋର ଅଟନ୍ତି ବିବାଦୀ । ।୧୦୩
ଭିଣୋଇ ଗୁଣ କର୍ମମାନ । ଯୁବତୀ କଲା ଭିନ୍ନ ଭିନ୍ନ । ।୧୦୪
ଆତ୍ମବହେଣୀ ମୋର ଶଲ । ମୋହରେ ନ ଇଚ୍ଛଇ ଭଲ । ।୧୦୫
ସପ୍ତମଗର୍ଭ କେଣେ ନେଲା । ବୋଇଲା ଗର୍ଭ ଉଭେଇଲା । ।୧୦୬
ଏ ଯେ ମୋହର ଅପରାଧୀ । କିସ କରିବି ଏବେ ବୁଦ୍ଧି । ।୧୦୭
ହସ୍ତରେ ଅଛି ମୋ' ଉପାୟ । ଛାଡ଼ିଲେ ନ ପାଇବି କାୟ । ।୧୦୮
ଦେବକୀ ପକାଇବି ମାରି । ଗର୍ଭ ନାଶିବି ପେଟ ଚିରି । ।୧୦୯
ପୁଣି ବିଚାରୁଅଛି ମନେ । ଏ କର୍ମ କରିବି କେସନେ । ।୧୧୦
ଜୀବନ ପାଇଁ ଏଡ଼େ ପାପ । କରି ପାଇବି ମନେ ତାପ । ।୧୧୧
ଉଭୟ ଲୋକେ ସୁଖ ନାହିଁ । ନରକେ ପଡ଼ିବି ମୁଁ ଯାଇ । ।୧୧୨
ପାପର ମଧ୍ୟେ ପରମାଦ । ସ୍ତିରୀ ଗର୍ଭିଣୀ ଶିଶୁବଧ । ।୧୧୩
ଏ ତିନି କର୍ମ ଯେ କରନ୍ତି । ଜୀବନ ଥାଉଁ ସେ ମରନ୍ତି । ।୧୧୪
ତାହାର ମରିବାର କାଳେ । ନିନ୍ଦିତ ବୋଲନ୍ତି ସକଳେ । ।୧୧୫
ଇହଲୋକରେ ଅପଯଶ । ମରଣେ ନରକେ ପ୍ରବେଶ । ।୧୧୬
ଏମନ୍ତ ମନେ ବିଚାରିଲା । ଖଡ଼ଗ ଘେନି ବାହୁଡ଼ିଲା । ।୧୧୭
ମିଳିଲା ନିଜପୁରେ ଯାଇ । ଭାଳଇ ଚଉଦିଗ ଚାହିଁ । ।୧୧୮
ହରିଙ୍କି କଲା ମହାଭୟ । କ୍ଷଣ କ୍ଷଣକେ କମ୍ପେ କାୟ । ।୧୧୯
ଆସନ ଶୟନ ଭୋଜନେ । ସ୍ନାନ ବିହାର ଜଳପାନେ । ।୧୨୦
ଗୋଡ଼ାଇଛନ୍ତି ଯେହ୍ନେ ହରି । କମ୍ପଇ ମହାଭୟ କରି । ।୧୨୧
ବୃକ୍ଷ କାନନ ନଦୀ ଗିରି । ସକଳ ମଣେ ନରହରି । ।୧୨୨
ଏମନ୍ତେ ରଜନୀ ହୋଇଲା । ଘୋର ତିମିର ପ୍ରକାଶିଲା । ।୧୨୩
ବ୍ରହ୍ମାଶଙ୍କର ଇନ୍ଦ୍ର ତୁଲେ । ତେତିଶ କୋଟି ଦେବବଳେ । ।୧୨୪
ମିଳିଲେ ମଥୁରା ନବରେ । ଦେବକୀ ଦେବୀ ବନ୍ଦୀଘରେ । ।୧୨୫
ପ୍ରଣାମ କଲେ ଜଣେ ଜଣେ । ଶ୍ରୀକୃଷ୍ଣ ଜନନୀ ଚରଣେ । ।୧୨୬
ଗର୍ଭକୁ ଚାହିଁ ଗଙ୍ଗାଧର । ସ୍ତୁତି କରନ୍ତି ବେଦବର । ।୧୨୭
ବାସବ ଆଦି ଦିଗପତି । ଯେ ଯାହା ମତେକଲେ ସ୍ତୁତି । ।୧୨୮
ଜୟ ଗୋବିନ୍ଦ ଦାମୋଦର । ସତ୍ୟ ବଚନ ସ୍ୱାମୀ ତୋ'ର । ।୧୨୯
ଆବୋରି ଅଛୁ ତିନି ସତ୍ୟ । ସୃଷ୍ଟିର ଆଦି ମଧ୍ୟ ଅନ୍ତ । ।୧୩୦
ସତ୍ୟେ ବ୍ରହ୍ମାଙ୍କୁ କଲୁ ଜାତ । ସତ୍ୟ ସ୍ୱରୂପ ତୁ ଅଚ୍ୟୁତ । ।୧୩୧
ସତ୍ୟେ ତୁ ପାଳୁ ବସୁନ୍ଧରୀ । ତୋ'ର ଭିଆଣ ନରହରି । ।୧୩୨
ସତ୍ୟର ହେଉ ତୁହି ସତ୍ୟ । ସତ୍ୟ ବଚନ ସତ୍ୟନେତ୍ର । ।୧୩୩
ସତ୍ୟେ ତୋହର ଆତଯାତ । ଆମ୍ଭେ ଜାଣିଲୁ ତୋ'ର ସତ୍ୟ । ।୧୩୪
ତୋ'ର ଏ ସଞ୍ଚିଲା ଶୟଳ । ଦୁଷ୍ଟ ନିବାରି ସନ୍ଥ ପାଳ । ।୧୩୫
ଅସାଧୁ ମାରି ସତ୍ୟପାଳ । ତୋହର ଶରଣ ସକଳ । ।୧୩୬
ସଂସାର ମଧ୍ୟେ ଦେହବୃକ୍ଷେ । ଏଥେ ତୁ ମିଳିଲୁ ପ୍ରତ୍ୟକ୍ଷେ । ।୧୩୭
ବୃକ୍ଷର ଯେତେ ଗୁଣମାନ । ଶରୀରେ ତୋହର ଭିଆଣ । ।୧୩୮
ଏକଇ ବୃକ୍ଷ ବେନିଫଳ । ଚତୁର ରସ ତିନିମୂଳ । ।୧୩୯
ପଞ୍ଚ ଶିକଡ଼ ତଳେ ଗଣ୍ଠି । ଆତ୍ମା ଏହାର ଷଡ଼ଗୋଟି । ।୧୪୦
ସାତ ବକଳ ଦେହେ ଜଡ଼ି । ଅଷ୍ଟମ ଡାଳେ ଛନ୍ତି ବେଢ଼ି । ।୧୪୧
ଗଣ୍ଠି ସ୍ୱଭାବେ ନବନେତ୍ର । ବିସ୍ତାର ହୋଇ ଦଶପତ୍ର । ।୧୪୨
ଉପରେ ଛନ୍ତି ବେନି ପକ୍ଷୀ । ଏମନ୍ତ ବୃକ୍ଷ ଦେହେ ଲକ୍ଷି । ।୧୪୩
ମୁନି ବୋଲନ୍ତି ରାୟେ ଶୁଣ । ଦେହେ କହିବା ବୃକ୍ଷଗୁଣ । ।୧୪୪
ବୃକ୍ଷର ପ୍ରାୟେ ଦେହ ଏକ । ଫଳ ଯୋଡ଼ିଏ ଦୁଃଖସୁଖ । ।୧୪୫
ତାମସ ରଜ ସତ୍ତ୍ୱ ଗୁଣ । ଏହାର ମୂଳଟି ପ୍ରମାଣ । ।୧୪୬
ଧର୍ମ ସମ୍ପଦ କାମ ମୋକ୍ଷ । ଏ ଚାରି ରସଟି ପ୍ରତ୍ୟକ୍ଷ । ।୧୪୭
ଶବଦ ରୂପ ରସ ଗନ୍ଧ । ସ୍ପରଶ ପଞ୍ଚମୂଳ ଛନ୍ଦ । ।୧୪୮
ଜନ୍ମ ହୋଇଣ ଦେହ ବହି । ବାଳୁତ ରୂପେଣ ବଢ଼ଇ । ।୧୪୯
ତରୁଣ ବୃଦ୍ଧ କ୍ଷୟ ମୃତ୍ୟୁ । ଆତ୍ମବିକାର ଷଡ଼ ହେତୁ । ।୧୫୦
ଚର୍ମ ଶୋଣିତ ମାଂସ ମେଦ । ଅସ୍ଥି ମଜ୍ଜା ଯେ ଶୁକ୍ର ଛନ୍ଦ । ।୧୫୧
ସପତ ବକଳ ଏହାର । ମୁନି କହନ୍ତି ଜ୍ଞାନସାର । ।୧୫୨
ଭୂଜଳ ଅନଳ ସମୀର । ଖ ମନ ବୁଦ୍ଧି ଅହଙ୍କାର । ।୧୫୩
ଏ ଅଷ୍ଟଡାଳଟି ଏହାର । ନବମ ଛିଦ୍ର ନବଦ୍ୱାର । ।୧୫୪
ଦଶ ଇନ୍ଦ୍ରିୟ ପତ୍ର ଲେଖି । ଜୀବ ପରମ ବେନି ପକ୍ଷୀ । ।୧୫୫
ଏମନ୍ତ ବୃକ୍ଷ ରୂପ ବହି । ଭାରା ଉଶ୍ୱାସି ରଖ ମହୀ । ।୧୫୬
ଜଗତ ତୋର ତହୁଁ ଜାତ । ଲୟ ପାଳନ ଜଗନ୍ନାଥ । ।୧୫୭
ତୋର ମାୟାରେ ମୂର୍ଖ ଜନ । ଆତ୍ମାକୁ ଦେଖନ୍ତି ସେ ଭିନ୍ନ । ।୧୫୮
ଜ୍ଞାନୀଏ ଦେଖନ୍ତି ସେ ଏକ । ମାୟାରେ ଦିଶୁ ତୁ ଅନେକ । ।୧୫୯
ତୁ ଏ ସଂସାର ଦୁଃଖନାଶେ । ଶରୀର ବହୁ ନାନା ଅଂଶେ । ।୧୬୦
ସାଧୁଙ୍କୁ ଦିଶୁ ତୁ ନିର୍ମଳ । ଖଳଲୋଚନେ ଯେହ୍ନେ କାଳ । ।୧୬୧
ଯେ ତୋ'ର ପାଦେ ପଦ୍ମନାଭ । କରନ୍ତି ଆତ୍ମଜ୍ଞାନେ ଭାବ । ।୧୬୨
ତୋହର ନାମ ନାବ କରି । ହେଳେ ତରନ୍ତି ଭବବାରି । ।୧୬୩
ଭୋ ନାଥ କମଳଲୋଚନ । ମାୟାରେ ମୋହୁ ପ୍ରାଣୀ ମନ । ।୧୬୪
ଯେ ତୋ'ର ନାମ ନ ଭଜନ୍ତି । ମାୟାପଟଳେ ବଣା ହୋନ୍ତି । ।୧୬୫
ତୀର୍ଥସେବନ-ଦାନ-ତପେ । ତରିଲୁ ବୋଲୁଥା'ନ୍ତି ଆପେ । ।୧୬୬
କରନ୍ତି ସିଦ୍ଧଙ୍କ ଉପାୟେ । ଭେଦନ୍ତି ବ୍ରହ୍ମଲୋକ ଯାଏ । ।୧୬୭
ତୋ'ପାଦେ ନ କରି ଆଦର । ହୃଦେ ବହନ୍ତି ଅହଙ୍କାର । ।୧୬୮
ତହୁଁ ପଡ଼ନ୍ତି ଦେହ ଘେନି । ଜନ୍ମ ହୁଅନ୍ତି ନାନା ଯୋନି । ।୧୬୯
ଯେ ତୋ'ର ତହିଁ ମିତ୍ରପଣେ । ଚିତ୍ତ ଖଟାନ୍ତି ଅନୁକ୍ଷଣେ । ।୧୭୦
ନିର୍ଭୟେ ଭ୍ରମନ୍ତି ସଂସାରେ । ନୃତ୍ୟ କରନ୍ତି ଜମ ଶିରେ । ।୧୭୧
ସତ-ନିର୍ମଳ-ଗୁଣ ଧରୁ । ଭକ୍ତଙ୍କ ପାଇଁ ଅବତରୁ । ।୧୭୨
ତପ-ସମାଧି-ଯୋଗ-କ୍ରିୟା । ବେଦେ କହନ୍ତି ମୁନି ଯାହା । ।୧୭୩
ତୋ ଆରାଧନୁଁ ନାହିଁ ଆନ । ତୁ ପୂରିଅଛୁ ସ୍ଥଳ ଶୂନ୍ୟ । ।୧୭୪
ତୁ ଯେବେ ନୋହିବୁ ଜଗତେ । ଅଜ୍ଞାନ ନାଶିବୁ କେମନ୍ତେ । ।୧୭୫
ଯେ ତୋତେ ଯେମନ୍ତ ଚିନ୍ତଇ । ଗୁଣ ପ୍ରକାଶୁ ଦେହ ବହି । ।୧୭୬
ତୋହର ଗୁଣ-କର୍ମମାନ । ସଂଖ୍ୟା କେ କରୁ ଭଗବାନ । ।୧୭୭
ମନ-ବଚନେ ହେଁ ନ ଜାଣି । କେବଳ ବେଦେ ପରିମାଣି । ।୧୭୮
ଶ୍ରବଣେ ତୋ'ର ନାମ ଶୁଣି । ତୋ ରୂପ ହୃଦେ ପରିମାଣି । ।୧୭୯
ତୋ'ପାଦପୂଜାର ବିଧାନ । ଏଣେ ଯେ ହୋନ୍ତି ସାବଧାନ । ।୧୮୦
ଜନ୍ମ ମରଣ ତା'ଙ୍କ ନାହିଁ । ଏମନ୍ତ ପ୍ରଭୁ ଭାବଗ୍ରାହୀ । ।୧୮୧
ତୋହର ପାଦୁଁ ଜାତ ମହୀ । ତା' ଦୁଃଖ ନ ପାରିଲୁ ସହି । ।୧୮୨
ତୋହର ପାଦରଜ ଦେଇ । ଉଶ୍ୱାସ କର ନାଥ ମହୀ । ।୧୮୩
ସ୍ୱର୍ଗେ ପଶିବୁ ପଦ୍ମନାଭ । ତହିଁ ଦେଖିବୁ ତୋ'ର ଭାବ । ।୧୮୪
ଏ ତୋ'ର ଦେହବନ୍ତ ପଣ । ଏବେ ଜାଣିଲୁ ନାରାୟଣ । ।୧୮୫
ମନୁଷ୍ୟ ଲୀଳାର ଯେ ଭାବ । ଯା'ରୂପ ନ ଜାଣନ୍ତି ଦେବ । ।୧୮୬
ମ›ତ୍ସ୍ୟ କଚ୍ଛପ ନରସିଂହ । କୋଳ ବାମନ ହଂସ ହୟ । ।୧୮୭
ରାଜନ ଋଷିଦେବ ବଂଶେ । ଜନ୍ମ ତୁ ହେଉ ଯୋଗଅଂଶେ । ।୧୮୮
ତିନି-ଭୁବନେ ଦୁଃଖ ନାଶି । ଆମ୍ଭଙ୍କୁ ପାଳୁ ବ୍ରହ୍ମରାଶି । ।୧୮୯
ଅବନୀ ଭାରା ଏବେ ହର । ଭୋ ନାଥ ଶରଣ ତୋହର । ।୧୯୦
ଏମନ୍ତେ ପାହିଲା ରଜନୀ । ଦେବକୀ ମୁଖ ଚାହିଁ ଭଣି । ।୧୯୧
ତୋ'ର ଉଦରେ ଜଗନ୍ନାଥ । ଜଗତ ରଖିବେ ତୋ'ସୁତ । ।୧୯୨
ଶୁଦ୍ଧ ଚୈତନ୍ୟ ରୂପ ଘେନି । ପ୍ରକାଶ ହୋଇବେ ମେଦିନୀ । ।୧୯୩
କଂସର ଭୟ ଛାଡ଼ ଆଈ । ଯାହାର ନାମେ ଦୁଃଖ ନାହିଁ । ।୧୯୪
ଅରୁଣ ତେଜ ପ୍ରକାଶିଲା । ଦେବଙ୍କୁ ଉଚ୍ଚାଟ ଲାଗିଲା । ।୧୯୫
ବ୍ରହ୍ମାଶଙ୍କର ଆଗେ କରି । ଦେବେ ଚଳିଲେ ଯେଝାପୁରୀ । ।୧୯୬
ଶ୍ରୀହରି-ଚରଣେ ମୋ'ଚିତ୍ତ । ସୁଜନ ହିତେ କଲି ଗୀତ । ।୧୯୭
ଦଶମସ୍କନ୍ଧେ ହରିବାଣୀ । ଶୁଣି ନିର୍ମଳ ହୁଅ ପ୍ରାଣୀ । ।୧୯୮
ପୁରାଣ କଲି ଗୀତ ରସ । କହଇ ଜଗନ୍ନାଥ ଦାସ । ।୧୯୯
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ଗର୍ଭଗତ ବିଷ୍ଣୋ ବ୍ରହ୍ମାଦି କୃତ ସ୍ତୁତିର୍ନାମ ତୃତୀୟୋଽଧ୍ୟାୟଃ

ଚତୁର୍ଥ ଅଧ୍ୟାୟସମ୍ପାଦନ କରନ୍ତୁ

କହନ୍ତି ଶୁକମୁନି ହସି । କୃଷ୍ଣ ଚରିତ ପରଶଂସି । ।୧
ପରୀକ୍ଷ ମୁଖକୁ ଚାହିଁଲେ । ଆନନ୍ଦେ ଲୋଚନ ବୁଜିଲେ । ।୨
ସମାଧି କରି ଯୋଗଧ୍ୟାୟି । କୃଷ୍ଣ ପ୍ରସନ୍ନ ଲେଶ ପାଇ । ।୩
ପୁଣି କ୍ଷଣକେ ଚକ୍ଷୁ ଫେଇ । ହସି କହନ୍ତି ରାଜା ଚାହିଁ । ।୪

ଶୁକ ଉବାଚ

ଶୁଣ ହୋ ଶ୍ରୀକୃଷ୍ଣର ଜନ୍ମ । ଯେଣେ ଖଣ୍ତିବ ଭବଭ୍ରମ । ।୫
ଦେବକୀ ଦେବଗଣ ଦେଖି । ମନେ ବିଚାରେ ଶଶୀମୁଖୀ । ।୬
ମୁଁ ଅଟେ ମାନୁଷ ଯୁବତୀ । ଦେବେ କରନ୍ତି ମୋତେ ସ୍ତୁତି । ।୭
କି ଅବା ଉଦରେ ମୋହର । ବିଜୟ କଲେ ଚକ୍ରଧର । ।୮
ଯାଦବକୁଳ ନିସ୍ତାରଣେ । ପାପିଷ୍ଠ କଂସର ମରଣେ । ।୯
ଦେବଙ୍କ ଛଳେ ଅବତାର । ନାଶିବେ ଅବନୀର ଭାର । ।୧୦
ଏତେ ବିଚାରି ମହାମାୟା । କ୍ଷଣକେ ପାସୋରିଲା ତାହା । ।୧୧
ଯୋଗମାୟାର ଯୋଗବଳେ । ବିଷୟାରସ କାମଭୋଳେ । ।୧୨
ସୁତ ଲାଳସା ପରିବନ୍ଧେ । ତ୍ରିଗୁଣ ଭେଦ କୂଟଛନ୍ଦେ । ।୧୩
ମନ ମୋହିଲା ରାଜସୁତା । ନ ଜାଣେ ଗର୍ଭର ବ୍ୟବସ୍ଥା । ।୧୪
ମନୁଷ୍ୟ ଜନ୍ମର ସ୍ୱଭାବ । ଦେଖଇ ପତିବ୍ରତା ଗର୍ଭ । ।୧୫
ତଥ୍ୟ ନ କଲେ ରୂପ ହେଜି । କ୍ଷଣ କ୍ଷଣକେ ଚକ୍ଷୁ ବୁଜି । ।୧୬
ଶୁଖିଲା ଅଧର ଦଶନ । ଫିଟିଲା କଟୀ ପହରଣ । ।୧୭
ଶୁଖିଲା ପ୍ରାୟେ ବିମ୍ବାଧର । କମ୍ପିତ ମୁଖ ଭୁଜ ଊର । ।୧୮
ନାଭି ଲେଉଟି ଦିଶେ ଝଳି । ଟାଙ୍କୋରେ ତନୁ ରୋମାବଳୀ । ।୧୯
କ୍ଷଣ କ୍ଷଣକେ ଯୋଗନିଦ୍ରା । ଛାଡ଼ିଲା ସୁଖ ଭୋଗ ସୁଧା । ।୨୦
ନିବିଡ଼େ ଅବନୀ ଶୟନ । କ୍ଷଣେ ମଳୟ ହୁତାଶନ । ।୨୧
ତପତ ନିଃଶ୍ୱାସ ସମୀର । କର ଚରଣ ଥରହର । ।୨୨
କୋମଳପତ୍ର ଶଯ୍ୟା ଆଶେ । ମଳୟ ଚନ୍ଦନ ପ୍ରକାଶେ । ।୨୩
ସକଳ ସୁଖଭୋଗ ମାନ । କରାନ୍ତି ପ୍ରଭୁ ଭଗବାନ । ।୨୪
ଯେ ହେବ ଗୋବିନ୍ଦର ଆଈ । ତାହାର ପାପ-ବାଧା କାହିଁ । ।୨୫
ବିଚାର କରେ ଦେବୀ ମନେ । ଏ ଗର୍ଭ ସହିବି କେସନେ । ।୨୬
ଛ ବେଳ ହେଲା ପରିହାର । ଏବେ ମୋ ପ୍ରକୃତି ଅନ୍ତର । ।୨୭
କି ଅବା କାଳଆଶ୍ରେ ମୋତେ । ଜୀବନ ହରିବ ଯୁଗତେ । ।୨୮
ଏମନ୍ତେ ଦିବାରାତ୍ର ବସି । ମନେ ଭାଳଇ ଶୁଭ୍ରକେଶୀ । ।୨୯
ଏମନ୍ତେ ଦୁଃଖ ସୁଖ ମନେ । ଦିନ ହରଇ ମନଛନ୍ନେ । ।୩୦
ଶୁଭେ ହୋଇଲା ଅଷ୍ଟମାସ । ପୃଥ୍ୱୀ ମଣ୍ତିବେ ଶ୍ରୀନିବାସ । ।୩୧
ଶରଦ ହେମନ୍ତ ଅନ୍ତରେ । ବସନ୍ତ ଗ୍ରୀଷମ ବେଭାରେ । ।୩୨
ସୂର୍ଯ୍ୟଙ୍କ ତହୁଁ ଷଡ଼ଋତୁ । ପ୍ରକାଶ ଜନସୁଖ ହେତୁ । ।୩୩
ଋତୁଙ୍କ ମଧ୍ୟେ ଶ୍ରେଷ୍ଠବଳ । ସଂପୂ‰ର୍ଣ୍ଣ ବରଷାର କାଳ । ।୩୪
ଭାଦ୍ରବ ମାସ କୃଷ୍ଣପକ୍ଷେ । ସକଳ ଗ୍ରହେ ଛନ୍ତି ଉଚ୍ଚେ । ।୩୫
ଅଷ୍ଟମୀ ନିଶା ଅର୍ଦ୍ଧଭାଗେ । ରୋହିଣୀ ନକ୍ଷତ୍ର ସଂଯୋଗେ । ।୩୬
ବୃଷ ରାଶିରେ ନିଶାକର । ନକ୍ଷତ୍ର ଗ୍ରହେ ବଳୀୟାର । ।୩୭
ଗଭୀର ଘୋର ମେଘ ଘୋଷ । ବର୍ଗ ଉତ୍ତମ ନବଅଂଶ । ।୩୮
ଏହି ସମୟେ ସୁରରାୟେ । ଆକାଶେ ଉତ୍ସ›ବ କରାଏ । ।୩୯
ଦୁନ୍ଦୁଭି-ବାଦ୍ୟ-ନାଦ ହେରି । ରଙ୍ଗେ ନାଚନ୍ତି ଅପସରୀ । ।୪୦
ଦେବେ କରନ୍ତି ପୁଷ୍ପବୃଷ୍ଟି । ଖଣ୍ତିବେ ଗୋବିନ୍ଦ ଅରିଷ୍ଟି । ।୪୧
ଇନ୍ଦ୍ର ପବନକୁ ହକାରି । ବୋଲଇ ଯାଅ ମଧୁପୁରୀ । ।୪୨
ତୋହର ଗନ୍ଧ ଗୁଣ ଘେନି । ଆନନ୍ଦେ ବହିବୁ ମେଦିନୀ । ।୪୩
କଂସର ବନ୍ଦୀଘରେ ଯାଇ । ବହିବୁ ମଳୟ ପୁରାଇ । ।୪୪
ଦିଗେ ଦିଶନ୍ତୁ ପରିମଳ । ବହିବୁ ସୁଗନ୍ଧ ଶୀତଳ । ।୪୫
ଇନ୍ଦ୍ରର ଆଜ୍ଞା ପାଇ ବେଗେ । ସମୀର ଚଳିଗଲା ଆଗେ । ।୪୬
ପବନ ଗଲା ମଧୁ ପୁରେ । ବହେ ସୁଗନ୍ଧ ରସଭରେ । ।୪୭
ନିର୍ମଳ ଦିଶିଲା ଗଗନ । ମହୀ ମଙ୍ଗଳ ବିଦ୍ୟମାନ । ।୪୮
ଗ୍ରାମ ପାଟଣା ପୁର ଘୋଷ । ମଙ୍ଗଳ ବାଦ୍ୟେ ଗୀତ ରସ । ।୪୯
ନଦୀଏ ଉଛୁଳିଲେ ଜଳେ । ପକ୍ଷୀଙ୍କ ନାଦ ବୃକ୍ଷଡ଼ାଳେ । ।୫୦
ସ୍ତବକ ପୁଷ୍ପ ବନେ ଫୁଟି । ବାସ ପ୍ରସରଇ ପ୍ରକଟି । ।୫୧
ବିପ୍ରେ ମଙ୍ଗଳ ବେଦନାଦେ । ଅନଳେ କ୍ଷେପନ୍ତି ସମିଧେ । ।୫୨
ଆନନ୍ଦ ହେଉଅଛି ମହୀ । କୃଷ୍ଣ ଜନ୍ମିବେ ଦେହ ବହି । ।୫୩
ବଥାଏ ଦେବକୀ ଉଦର । ସ୍ୱାମୀଙ୍କି ବୋଲନ୍ତି ଉତ୍ତର । ।୫୪
ଭୋ ନାଥ ଚିନ୍ତ ନାରାୟଣ । କେ ସହୁ ଗର୍ଭର କଷଣ । ।୫୫
ଶୁଣି ବସୁଦେବ ଉଠିଲା । ଦେବକୀ କଙ୍କାଳ ଧଇଲା । ।୫୬
ଆବୋରି ଗୋବିନ୍ଦ ସୁମରି । ଭୟେ ଚିନ୍ତଇ ନରହରି । ।୫୭
ଆକାଶେ ଉଦେ ନିଶାକର । ଦେବକୀ ଉଦରୁ ବାହାର । ।୫୮
ନୀଳ-ଜୀମୂତ ଦେହ କାନ୍ତି । ବଳୟ ମଣି ଝଟକନ୍ତି । ।୫୯
ପୀତବସନ କଟୀ ଶୋହେ । ରୂପେ କୋଟିଏ କାମ ମୋହେ । ।୬୦
କଟୀ-ମେଖଳା ସୁନା-ସୂତା । ଉତ୍ତରୀ ସୁବ‰ର୍ଣ୍ଣ ପଇତା । ।୬୧
କିରୀଟ କୁଣ୍ତŠଳ କଙ୍କଣ । ପାଦେ ନୂପୁର ରୁଣଝୁଣ । ।୬୨
ଦିଶଇ ଶଙ୍ଖ ଚକ୍ର ତେଜ । ମର୍କତ ସ୍ତମ୍ଭ ଚାରିଭୁଜ । ।୬୩
ଗଦା କମଳ ଶଙ୍ଖଚକ୍ର । ଅଧର ଓଷ୍ଠ ରଙ୍ଗ ରେଖ । ।୬୪
ଶ୍ରୀବତ୍ସ› ଚିହ୍ନ ହୃଦେ ଶୋହେ । ରତ୍ନପାଦୁକା ବେନି ପାୟେ । ।୬୫
ଅପୂର୍ବ ରୂପେ ଯୋଗେଶ୍ୱର । ଦେବ ମାନବେ ଅଗୋଚର । ।୬୬
ଦେବକୀ ପ୍ରସବିଣ ସୁତ । ଶ୍ରମେ ହୋଇଲା ମୋହଗତ । ।୬୭
ପଛେ ଯେ ବସୁଦେବ ଥିଲା । କୃଷ୍ଣ ରୂପକୁ ଅନାଇଲା । ।୬୮
ସ୍ଥିରେ ଚାହିଁଲା ବସୁଦେବ । ଦେଖିଲା ଅନାଦି ମାଧବ । ।୬୯
କ୍ଷଣେ ରହିଲା ସ୍ଥିର ହୋଇ । କୃଷ୍ଣଙ୍କୁ ଚାହିଁ ବିଚାରଇ । ।୭୦
କୃଷ୍ଣ ହରିଲେ ପିତା ଜ୍ଞାନ । ଚକିତେ ବିଚାରଇ ମନ । ।୭୧
ମନରେ ଗଙ୍ଗାସ୍ନାନ କଲା । ଅୟୁତେ ଧେନୁ ଉ›ତ୍ସର୍ଗିଲା । ।୭୨
ଏ ପୁତ୍ରେ କଂସ ନ ମାଇଲେ । ଦେବଇଁ ଅଳଙ୍କାର ତୁଲେ । ।୭୩
ଏ ପୁତ୍ର ନମଲେ ମୋହର । ପୁଜିବି ବିପ୍ରଙ୍କ ପୟର । ।୭୪
ଚାହିଁଲା ଗୋବିନ୍ଦ ବଦନ । ପୁଣି ପାଇଲା ଦିବ୍ୟଜ୍ଞାନ । ।୭୫
ଭୟେ କମ୍ପଇ ତା'ଶରୀର । ଏ ତ ଅନାଦି ଚକ୍ରଧର । ।୭୬
ମୁ ଛାର ମନୁଷ୍ୟ ଅଧମ । କିପାଁ ଏ ହୋଇଲା ପ୍ରସନ୍ନ । ।୭୭
କି ବୁଦ୍ଧି କରିବଇଁ ମୁହିଁ । କଂସକୁ ଡରେ ମୋର ଦେହୀ । ।୭୮
ବୋଲଇ ବସୁଦେବ ଶୋକେ । ଏ କିମ୍ବା ଜାତ ମଞ୍ଚଲୋକେ । ।୭୯
ତେଜେ ଉଜ୍ଜ୍ୱଳ ବନ୍ଦୀଘର । ତିଳେ ହେଁ ନଦିଶେ ଅନ୍ଧାର । ।୮୦
କର ଅଞ୍ଜଳି ଶିରେ ଦେଇ । ସ୍ତୁତି କରଇ କୃଷ୍ଣ ଚାହିଁ । ।୮୧

ବସୁଦେବ ଉବାଚ

ତୋହର ଆଦି ଅନ୍ତ ନାହିଁ । ପ୍ରକୃତି ତୋତେ ନଲାଗଇ । ।୮୨
କେବଳ ସୂକ୍ଷ୍ମ ରୂପେ ଶୂନ୍ୟ । ମୁନିଙ୍କ ଚିତ୍ତେ ଜ୍ଞାନଗମ୍ୟ । ।୮୩
ତୋହର ମାୟାରେ ଜଗତ । ମହତ ଆଦି ପଞ୍ଚଭୂତ । ।୮୪
ତହିଁରେ ନୋହୁ ତୁ ପ୍ରବେଶ । ପ୍ରବେଶ ପ୍ରାୟ ତୋ' ପ୍ରକାଶ । ।୮୫
ବାହାର ଭିତରେ ଅନନ୍ତ । ସୃଷ୍ଟି କରୁ ତୁ ଆତଯାତ । ।୮୬
ବୁଦ୍ଧି ଲକ୍ଷଣ ଗୁଣ ଘେନି । ତୋତେ ଚିନ୍ତନ୍ତି ଆତ୍ମଜ୍ଞାନୀ । ।୮୭
କାହୁଁ ଦେଖିବେ ଦେହବନ୍ତ । ତୁ ଦେବ ଅନାଦି ଅଚ୍ୟୁତ । ।୮୮
ଜଗତ ତୋ'ର ତହୁଁ ଜାତ । ପାଳିଣ ପୁଣି କରୁ ଅନ୍ତ । ।୮୯
ଜଗତ ଉପୁଜିବା କାଳେ । ଅରୁଣ ବ‰ର୍ଣ୍ଣ ହେଉ ବେଳେ । ।୯୦
ପାଳିବା କାଳେ ଶୁକ୍ଳବ‰ର୍ଣ୍ଣ । ଜଗତେ ବୋଲାଉ ତୁ ଧର୍ମ । ।୯୧
ସଂହାର କାଳେ କୃଷ୍ଣରୂପ । ତୋର ବିହାର ମୋହକଳ୍ପ । ।୯୨
ତୁ ଏବେ ମୋରଘରେ ନାଥ । ଅଂଶେ ହୋଇଲୁ ଦେହବନ୍ତ । ।୯୩
ଜାଣିଲି ଯେତେକ ଅସୁର । ମାରି କରିବୁ ମହୀ ସ୍ଥିର । ।୯୪
ତୋ'ର ଜନମ ମୋ'ର ଘରେ । ଶୁଣିଣ କଂସ କୋପଭରେ । ।୯୫
ଛ ପୁତ୍ର ମାଇଲା ମୋହର । ତୁ କି ନ ଜାଣୁ ଚକ୍ରଧର । ।୯୬
ପ୍ରହରୀମାନେ ଜଗିଛନ୍ତି । ଶୁଣିବେ ବୋଲି ମନେ ଭୀତି । ।୯୭
କଂସକୁ କହିବେ ତୁରିତେ । ସେ ଆସି ମାରିବଟି ତୋତେ । ।୯୮
ତୋତେ ହୋ ତୁହି ରକ୍ଷାକର । ମୁଁ ଛାର ମନୁଷ୍ୟ ମାତର । ।୯୯
ଏମନ୍ତେ ଗଡ଼ଘାଲି ଶୋଇ । କମ୍ପଇ କୃଷ୍ଣ ମୁଖ ଚାହିଁ । ।୧୦୦
ଶୀତଳ ବହଇ ପବନ । ଦେବକୀ ପାଇଲା ଚେତନ । ।୧୦୧
ଚକ୍ଷୁ ଫେଇଣ ଚାହେଁ ଧୀରେ । ଯେହ୍ନେ ଉଦୟ ଦିନକରେ । ।୧୦୨
ଚାହିଁଲା ପୁତ୍ରର ବଦନ । ଚକିତେ ହୋଇ ଛନ୍ନଛନ୍ନ । ।୧୦୩
ଅପୂର୍ବ କାହୁଁ ଏ ଅଇଲା । ଜଗତେ ନାହିଁ ନା ଦେଖିଲା । ।୧୦୪
ଏ ତ ପୁରୁଷଙ୍କ ଉତ୍ତମ । କି ଅବା ପ୍ରଭୁ ଭଗବାନ । ।୧୦୫
ପୂ‰ର୍ଣ୍ଣ ଆନନ୍ଦ ଜ୍ଞାନମୟ । ଦେଖି ପାଇଲା ଦେବୀ ଭୟ । ।୧୦୬
ବିକଳେ ବେନିକର ଯୋଡ଼ି । ହା କୃଷ୍ଣ ବୋଲି ପାୟେ ପଡ଼ି । ।୧୦୭
ଚଞ୍ଚଳ ମନ କରି ସ୍ଥିର । ଦେବକୀ ବୋଲଇ ଉତ୍ତର । ।୧୦୮

ଦେବକୀ ଉବାଚ

ଭୋ ନାଥ ନିସ୍ତରିଲି ମୁହିଁ । ତୋହର ଆଦି ଅନ୍ତ ନାହିଁ । ।୧୦୯
ମନ ବଚନେ ହେଁ ନ ପାଇ । ପ୍ରସନ୍ନ ହୁଅ ମୋତେ ତୁହି । ।୧୧୦
ଜ୍ୟୋତିସ୍ୱରୂପ ନିରଞ୍ଜନ । ନିର୍ମଳ ପୁଣ୍ୟ ଦିବ୍ୟଜ୍ଞାନ । ।୧୧୧
ଦେବେ ଗୋଚର ନୋହେ ଯେହୁ । ଅଧ୍ୟାତ୍ମଦୀପ ମହାବାହୁ । ।୧୧୨
ବ୍ରହ୍ମାର ଅନ୍ତେ ମହୀ ନାଶେ । ବ୍ରହ୍ମାŠଣ୍ତ ଲୁଚନ୍ତି ଆକାଶେ । ।୧୧୩
ମନର ମୂଳେ ପଞ୍ଚଭୂତେ । ତୋହର ଦେହେ ଲୀନହୋନ୍ତେ । ।୧୧୪
ରବି ଶଶାଙ୍କ ନାହିଁ କେହି । ତୁ ମାତ୍ର ରହୁ ଶେଷ ହୋଇ । ।୧୧୫
ନିମିଷ ଆଦି ଯେଉଁ କାଳ । ତୋହର ଚେଷ୍ଟା ଅନ୍ତରାଳ । ।୧୧୬
ଏ ମର୍ତ୍ତ୍ୟେ ମୃତ୍ୟୁସର୍ପ ରୂପେ । ଦଂଶିବ ବୋଲି ମହାକୋପେ । ।୧୧୭
ଦେଖଇଁ ପ୍ରାଣୀଙ୍କି ନିରତ । କରଇ କ୍ଷଣେ କ୍ଷଣେ ଗ୍ରସ୍ତ । ।୧୧୮
ଶରଣ ତୋ'ର ପାଦେ ଯେହୁ । ସେ ମୃତ୍ୟୁ ପାଇବଟି କାହୁଁ । ।୧୧୯
ବାହୁଡ଼ି ହୋଏ ଯେ ନିରାଶ । ସେ ପ୍ରାଣୀ ରହେ ତୋ'ର ପାଶ । ।୧୨୦
ତୁ ଏବେ ହରି ରଖ ତୋତେ । କଂସକୁ ନ ଯାଇ ପରତେ । ।୧୨୧
ମୋର ଉଦରୁ ତୋ'ର ଜାତ । ଲୋକେ କରିବେ କାହୁଁ ସତ । ।୧୨୨
ତୋ' ରୂପ ନ ଜାଣନ୍ତି କେହି । କଂସକୁ ଡରେ ମୋର ଦେହୀ । ।୧୨୩
ଶୁଣି ବୋଲନ୍ତି ନାରାୟଣ । ଭୋ ତାତ ଶୁଣ ମୋ' ବଚନ । ।୧୨୪
ବ୍ରହ୍ମା ଯେ ସୃଷ୍ଟି ଭିଆଇଲା । ତୁମ୍ଭ ଦୁହିଁଙ୍କି ଜାତ କଲା । ।୧୨୫
ପୃଶ୍ନି ସୁତପା ନାମ ବହି । ଜନ୍ମ ହୋଇଲ ତୁମ୍ଭେ ଦୁଇ । ।୧୨୬
ତା'ର ଆଦେଶ ଘେନି ଶିରେ । ମିଳିଲ ଗହନ ବନରେ । ।୧୨୭
ଅନେକ ଦୁଃଖେ ତପ କରି । ଜଳ ପବନ ପତ୍ର ଚରି । ।୧୨୮
ବରଷା ଗ୍ରୀଷ୍ମ ଶୀତ ହିମେ । ଶ୍ୱାସ ନିରୋଧି ମହାଶ୍ରମେ । ।୧୨୯
ଶତେ ବରଷ ଦେବମତେ । ତପ ସାଧିଲ ଦୃଢ଼ଚିତ୍ତେ । ।୧୩୦
ନିରତେ କଲ ମୋତେ ଧ୍ୟାନ । ମୁଁ ପୁଣି ହୋଇଲି ପ୍ରସନ୍ନ । ।୧୩୧
ଆନନ୍ଦେ ଯାଚିଲି ମୁଁ ବର । ଜାଣିଲି ତୁମ୍ଭର ବିଚାର । ।୧୩୨
ମୋର ପ୍ରସନ୍ନ ଭାବ ଘେନି । ଭାବେ ବୋଇଲ ତୁମ୍ଭେ ବେନି । ।୧୩୩
ବୋଇଲ ଶୁଣ ଚକ୍ରଧର । ଆମ୍ଭର ହୋଇବ କୁମର । ।୧୩୪
ପ୍ରଥମେ ହୋଇଲି ମୁଁ ଜାତ । ନାମ ମୋ' ପୃଶ୍ନିଗର୍ଭ ଖ୍ୟାତ । ।୧୩୫
ଦ୍ୱିତୀୟେ କଶ୍ୟପ ଅଦିତି । ରୂପରେ ତୁମ୍ଭ ଉତପତ୍ତି । ।୧୩୬
ମୁଁ ପୁଣି ତୁମ୍ଭ ଗର୍ଭେ ଜାତ । ଉପେନ୍ଦ୍ର ବାମନ ବିଖ୍ୟାତ । ।୧୩୭
ମୋହର ନାମ ଭାବଗ୍ରାହୀ । ଜନ୍ମିଲି ପୁଣି ଦେହ ବହି । ।୧୩୮
ପୁତ୍ର ଲାଳସେ ପାଳି ମୋତେ । ପଶିବ ମୋ'ର ଦେହେ ଅନ୍ତେ । ।୧୩୯
ଦେବଙ୍କ ବଚନେ ମୁଁ ଜାତ । ଅସୁର କରିବି ନିପାତ । ।୧୪୦
ଆଉ କହିତେ ନାହିଁ ବେଳ । ମୋତେ ଘେନିଣ ବେଗେ ଚଳ । ।୧୪୧
ନନ୍ଦର ଘରେ ମୋତେ ଥୋଇ । କନ୍ୟାକୁ ଆଣ ପାଲଟାଇ । ।୧୪୨

ଶୁକ ଉବାଚ

ଏମନ୍ତ କହି ନରହରି । ନରବାଳୁତ ରୂପ ଧରି । ।୧୪୩
ଗୋବିନ୍ଦ ଆଜ୍ଞା ଘେନି ଶିରେ । କୋଳେ ଧଇଲା ଚକ୍ରଧରେ । ।୧୪୪
ଘେନିଣ ଦେବ ଚକ୍ରଧର । ଭୟେଣ ହୋଏ ଥରହର । ।୧୪୫
ଶ୍ରୀକୃଷ୍ଣ ଆଜ୍ଞା ପରମାଣେ । କବାଟ ଫିଟିଲା ତକ୍ଷଣେ । ।୧୪୬
ଫିଟିଲା ପୟର ଶାଙ୍କୋଳି । ପଥ କଢ଼ାଇଲା ବିଜୁଳି । ।୧୪୭
କୋଳରେ ଘେନି ନାରାୟଣ । ବାହାର ହୋଏ ତତ୍‌କ୍ଷଣ । ।୧୪୮
ନିଦ୍ରାରେ ମୋହିତ ସକଳ । ବୃଷ୍ଟି କରନ୍ତି ମେଘମାଳ । ।୧୪୯
ତିନ୍ତିବା ଦେଖି ଜଗନ୍ନାଥ । ଫଣା ଉହାଡ଼ିଲା ଅନନ୍ତ । ।୧୫୦
ଯାଆନ୍ତେ କୃଷ୍ଣଙ୍କୁ ଘେନିଣ । ପଥେ ଓଗାଳେ ଉଗ୍ରସେନ । ।୧୫୧
ବୋଲଇ କାହିଁରରେ ଚୋର । ନିଶାରେ ହୋଇଛୁ ବାହାର । ।୧୫୨
କଂସର ଜାଣିନାହୁଁ ବାନା । ଦେବଙ୍କ ଗର୍ବ କଲା ଚୂନା । ।୧୫୩
ମୁହିଁ ତାହାର ରିପୁ ମିତ୍ର । ଦେଖି ବୁଲଇ ରାତ୍ରେ ପଥ । ।୧୫୪
ଆଜ ହାଣିବି ତୋର ଶିର । ବନ୍ଧନ କରି ନେବି ଚୋର । ।୧୫୫
ଶୁଣି କମ୍ପଇ ବସୁଦେବ । ବିପତ୍ତି ଦେଲୁ ହା ଦଇବ । ।୧୫୬
ହା କୃଷ୍ଣ ବୋଲିଣ ବିକଳ । ନୟନୁ ବହେ ଅଶ୍ରୁଜଳ । ।୧୫୭
ବୋଲଇ ଉଗ୍ରସେନେ ଚାହିଁ । ପୁତ୍ରକୁ ନେଉଅଛି ମୁହିଁ । ।୧୫୮
ବୋଲଇ ଉଗ୍ରସେନ ବୀର । କାଲି ମାରିବ କଂସାସୁର । ।୧୫୯
ଯେତେ ବାଳକ ତୋ'ର ଜାତ । ସବୁଙ୍କୁ କରଇ ସେ ହତ । ।୧୬୦
ମୁଁ କେହ୍ନେ ଛାଡ଼ିଦେବି ପଥ । ଶୁଣିଲେ କୋପିବ ଦଇତ୍ୟ । ।୧୬୧
ଶୁଣି ଆରତ ବସୁଦେବ । ବିକଳେ ଚିନ୍ତଇ ମାଧବ । ।୧୬୨
କମ୍ପଇ ବସୁଦେବ କାୟେ । ବଚନ ନ କହଇ ଭୟେ । ।୧୬୩
ପିଅର ବିକଳ ଦେଖିଣ । ବୋଲନ୍ତି ପ୍ରଭୁ ନାରାୟଣ । ।୧୬୪
ଶୁଣ ହୋ ବୀର ଉଗ୍ରସେନ । ଆମ୍ଭେ ସେ ଦେବ ଭଗବାନ । ।୧୬୫
ଜନମ ହୋଇ ବନ୍ଦୀଘରେ । ଦେବକୀ ଦେବୀଙ୍କ ଉଦରେ । ।୧୬୬
ଏବେ ଯାଉଛୁ ଗୋପପୁର । ଏ କଥା ପ୍ରଘଟ ନ କର । ।୧୬୭
ଭାରା ଯେ ନ ସହଇ ମହୀ । ଉଶ୍ୱାସ କରିବଇଁ ମୁହିଁ । ।୧୬୮
ଶୁଣି ବୋଲଇ ଉଗ୍ରସେନ । ତୁ ଯେବେ ଦେବ ଭଗବାନ । ।୧୬୯
ଦେଖାଅ ଶଙ୍ଖଚକ୍ର ଚିହ୍ନ । ସଂପ୍ରତେ ଯିବ ମୋର ମନ । ।୧୭୦
ବେଦ ବଚନେ ଦେବମାନେ । କହନ୍ତି ଶାହାସ୍ର ପୁରାଣେ । ।୧୭୧
ତୋହର ଚତୁର୍ଭୁଜ କର । ଦେଖାଅ ନିଜରୂପ ତୋ'ର । ।୧୭୨
ଭୃତ୍ୟର ତୋଷେ ଭାବଗ୍ରାହୀ । ଶଙ୍ଖଚକ୍ର ଚିହ୍ନ ଦେଖାଇ । ।୧୭୩
ଦେଖି ସାନନ୍ଦ ଉଗ୍ରସେନ । ଖଡଗ ପକାଇ ବହନ । ।୧୭୪
ବୋଲଇ ନିସ୍ତରିଲି ମୁହିଁ । ତୋ'ର ଶ୍ରୀମୁଖକୁ ଅନାଇଁ । ।୧୭୫
ଗୋପକୁ ଯିବ କିସ ଅର୍ଥେ । ମଥୁରା ନରହିଲ ଏଥେ । ।୧୭୬
ବୋଲନ୍ତି ଭକତବ›ତ୍ସଳ । ଗୋକୁଳେ ସେବକ ମୋହର । ।୧୭୭
ଗୋପୀ ଅଛନ୍ତି ଷୋଳସସ୍ର । ସେ ଆମ୍ଭ ନିଜ ପ୍ରାଣ ଗାତ୍ର । ।୧୭୮
ଅଷ୍ଟମ ବରଷ ସଂପୂ‰ର୍ଣ୍ଣ । କଂସକୁ କରିବୁ ନିଧନ । ।୧୭୯
ତୋତେ ଦେବଇଁ ଅଇଶ୍ୱର୍ଯ୍ୟ । ଚିନ୍ତା ନ କର ଭୋଜରାଜ । ।୧୮୦
ଶୁଣି ସାନନ୍ଦ ଉଗ୍ରସେନ । ଚରଣେ କଲାକ ପ୍ରଣାମ । ।୧୮୧
ମୁଁ ତୋ'ର ଦାସର ସେବକ । ତେଣୁ ଦେଖିଲି ତୋ' ଶ୍ରୀମୁଖ । ।୧୮୨
ଅନେକମତେ ସ୍ତୁତି କରି । ପୁଣି ଚରଣ ତଳେ ପଡ଼ି । ।୧୮୩
ଶ୍ରୀମୁଖେ ତା'କୁ ଆଜ୍ଞା ଦେଲେ । ନୃପତି ହୋଇବୁ ବୋଇଲେ । ।୧୮୪
ସନ୍ତୋଷ ହୋଇ ନରହରି । ଉଗ୍ରସେନକୁ ଦେଲେ ଶାଢ଼ୀ । ।୧୮୫
ଦେଇ ବୋଲନ୍ତି ଦେବରାଜ । ଆଜହୁଁ ମଥୁରାରେ ରାଜ । ।୧୮୬
ଉଗ୍ରସେନକୁ ପୁଷ୍ଠମାଳୀ । ହରଷେ କୃଷ୍ଣ ଦେଲେ ତୋଳି । ।୧୮୭
ପାଟେ ବାନ୍ଧିଲା ଉଗ୍ରସେନ । ବୋଲଇ ଯାଅ ଭଗବାନ । ।୧୮୮
ଆନନ୍ଦେ ପଥ ଛାଡ଼ିଦେଇ । ବୋଲଇ ନିସ୍ତରିଲି ମୁହିଁ । ।୧୮୯
ତହୁଁ ଚଳିଲେ ଚକ୍ରଧାରୀ । ପାଛୋଟି ଯାଏ ଦଣ୍ତŠଧାରୀ । ।୧୯୦
ଏମନ୍ତେ କିଛି ଦୂର ଗଲା । ଆଜ୍ଞା ପାଇଣ ବାହୁଡ଼ିଲା । ।୧୯୧
ହରଷ ଚିତ୍ତେ ବସୁଦେବ । ହୃଦେ ଚିନ୍ତଇ ପଦ୍ମନାଭ । ।୧୯୨
ନଦୀର ତୀରେ ଯାଇ ମିଳି । ଦେଖିଲା ଯମୁନା ଉଚ୍ଛୁଳି । ।୧୯୩
ଯମର ବହେଣୀ ଯୁକତ । ଗଭୀର କେ କରିବ ଅନ୍ତ । ।୧୯୪
ବହଇ ଅତି ଖରତର । ଫେନ-ସ୍ରୋତରେ ଭୟଙ୍କର । ।୧୯୫
ନଦୀରେ ପଶିଲା ବହନ । କାତରେ ଅତି ଭୟମନ । ।୧୯୬
ନାସାରେ ପଶନ୍ତେଣ ପାଣି । ଶିରେ ବସାଇ ଚକ୍ରପାଣି । ।୧୯୭
ବୁଡ଼ିଣ ଯା'ନ୍ତେ ବସୁଦେବ । ହୃଦେ ଚିନ୍ତଇ ବାସୁଦେବ । ।୧୯୮
ହରି ସୁମରେ ଯହୁଁ ଖରେ । ଯମୁନା ଜାଣିଲା ନିର୍ଭରେ । ।୧୯୯
ମୋହର ସୌଭାଗ୍ୟ ହୋଇଲା । ମାଧବ ଏଥେ ବିହରିଲା । ।୨୦୦
ପୂର୍ବେ ମୋ' ଯେତେ ପାପ ଥିଲା । ଶ୍ରୀକୃଷ୍ଣ ଦର୍ଶନେ ଛାଡ଼ିଲା । ।୨୦୧
ନାନା ସ୍ତୁତିରେ ପାଦବନ୍ଦି । କୃତାର୍ଥ ହୋଇଲା କାଳିନ୍ଦୀ । ।୨୦୨
ତକ୍ଷଣେ ଜଳ ଛାଡ଼ିଗଲା । ଗୋଡ଼ ଝୁଣ୍ଟିଆଣି ହୋଇଲା । ।୨୦୩
ହରିଙ୍କି ଦେଖି ଭୟ କଲା । ବାଲିବନ୍ତରେ ବାଟ ଦେଲା । ।୨୦୪
ଚଳିଲେ ନଦୀ ପାର ହୋଇ । କୃଷ୍ଣଙ୍କୁ ହୃଦରେ ଲଗାଇ । ।୨୦୫
ମିଳିଲେ ଯାଇ ଗୋପପୁରେ । ସଭୟେ ନନ୍ଦର ମନ୍ଦିରେ । ।୨୦୬
ନିଦ୍ରା ମୋହିତ ସର୍ବଜନ । ଭୟେ ଚାହଁଇ ଛନଛନ । ।୨୦୭
ପ୍ରସବ କରି ନନ୍ଦରାଣୀ । ଅଚେତେ ଶୟନ ଧରଣୀ । ।୨୦୮
ଅମ୍ବିକା ହୋଇଛନ୍ତି ଜାତ । ଜଗତ ନିଦ୍ରାରେ ମୋହିତ । ।୨୦୯
ଯଶୋଦା କୋଳେ କୃଷ୍ଣ ଥୋଇ । କନ୍ୟା ଆଣିଲା ପାଲଟାଇ । ।୨୧୦
ମିଳିଲା ଦେବକୀ ନିକଟ । ତକ୍ଷଣେ ପଡ଼ିଲା କବାଟ । ।୨୧୧
ଲାଗିଲା ଚରଣେ ଶାଙ୍କୋଳି । ଦୁହିତା ଛାଡ଼ିଲା ବୋବାଳି । ।୨୧୨
ହରି ଚରିତ ସୁଧାବାଣୀ । ଶୁଣି ନିର୍ମଳ ହୁଅ ପ୍ରାଣୀ । ।୨୧୩
ଶ୍ରୀକୃଷ୍ଣ ଜନ୍ମ ରସଭର । ଶୁଣି ସଂସାରୁ ହୁଅ ପାର । ।୨୧୪
ପରୀକ୍ଷେ କହେ ଶୁକମୁନି । ପୁରାଣ ରସଗୀତ ବାଣୀ । ।୨୧୫
ହରିଚରିତ ଭାଗବତ । କହଇ ଦାସ ଜଗନ୍ନାଥ । ।୨୧୬
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ କୃଷ୍ଣଜନ୍ମନି ଚତୁର୍ଥୋଽଧ୍ୟାୟଃ । ।

ପଞ୍ଚମ ଅଧ୍ୟାୟସମ୍ପାଦନ କରନ୍ତୁ

ଶୁଣି ସାନନ୍ଦମନେ ରାଜା । ମୁନିଚରଣେ କଲେ ପୂଜା । ।୧
ଆନନ୍ଦେ ଲୋଟଇ ଧରଣୀ । କୁତାର୍ଥ କୃଷ୍ଣଜନ୍ମ ଶୁଣି । ।୨
ଭକତି ଦେଖିଣ ତାହାର । କହନ୍ତି ବ୍ୟାସଙ୍କ କୁମର । ।୩

ଶୁକ ଉବାଚ

ଶୁଣ ପରୀକ୍ଷ ଦଣ୍ତŠଧାରୀ । ଶିଶୁକୁମାରୀ ରାବ କରି । ।୪
ଶୁଣି ପ୍ରହରୀ ବେଗେ ଗଲେ । କଂସ ଛାମୁରେ ଜଣାଇଲେ । ।୫
ଶୁଣି ଅସୁର ମହାବଳ । ବୋଲଇ ପୂରିଲା ମୋ' କାଳ । ।୬
ଶଯ୍ୟା ଉପେକ୍ଷି ବେଗେ ଉଠି । ଖଡ଼ଗ୍ କଲା ଦୃଢ଼ମୁଷ୍ଟି । ।୭
ଧାଇଁଲା ପବନହୁଁ ଖରେ । ବେଗେ ମିଳିଲା ବନ୍ଦୀଘରେ । ।୮
ପିନ୍ଧିଲା ବସ୍ତ୍ର ଅସମ୍ଭାଳ । ଫିଟିଲା ଦୃଢ଼ବନ୍ଧ ବାଳ । ।୯
କବାଟ ଫେଡ଼ାଇ ପଶିଲା । ଦେଖି ଦେବକୀ ଭୟ କଲା । ।୧୦
କଂସ କମ୍ପଇ କୋପଭରେ । ରତ୍ନମୁକୁଟ ଅଛି ଶିରେ । ।୧୧
ଦେଖିଣ କମ୍ପଇ ଦେବକୀ । କାନ୍ଦଇ ଅତି ଦୁଃଖେ ଦୁଃଖୀ । ।୧୨
ବୋଲଇ ଶୁଣ ନରନାଥ । ହୋଇଲା ଦୁହିତା ଏ ଜାତ । ।୧୩
ଏହାକୁ ସଂହାର ନ କର । ବଇରୀ ନୁହଁଇ ଏ ତୋ'ର । ।୧୪
ଯେବେ ତୁ କରିବୁ ସଂହାର । ପ୍ରାଣ ତେଜିବି ତୋ' ଉପର । ।୧୫
ଦୁହିତା ଦାନ ଦେଇ ରଖ । ନୋହିଲେ ହୋଇବି ନିରେଖ । ।୧୬
ସଙ୍ଖାଳି ହେଉ ବୃଦ୍ଧକାଳେ । ପଡୁଛି ତୋ'ର ପାଦତଳେ । ।୧୭
ତୋର ପୁତ୍ରକୁ ଏହା ଦେବି । ଆନନ୍ଦେ ବିଭା କରାଇବି । ।୧୮
ବହୁତ ଦେଲୁ ଗର୍ଭକଷ୍ଟ । ପୋଡ଼ୁ ନିର୍ଲ୍ଲଜ ମୋର ପେଟ । ।୧୯
ଆଉ ବୟସ ମୋର କାହିଁ । ପାରିବି ପୁତ୍ର ଉପୁଜାଇ । ।୨୦
ଶୁଣି ଦାନବ ମହାବଳୀ । କୋପେ କମ୍ପଇ ପରଜ୍ଜ୍ୱଳି । ।୨୧
ଦେଖିଣ ଚକିତ ଦେବକୀ । ଭୟେ ବୁଜିଲା ବେନି ଆଖି । ।୨୨
କୋଳରେ ଲୁଚାଇ ଦୁହିତା । ଶରଣ ଗଲି ରଖ ଭ୍ରାତା । ।୨୩
କଂସ ବୋଲଇ ଶିର ଝୁଣି । ତୁ ଛାର ମୋହର ବହେଣୀ । ।୨୪
ବସୁଦେବର ଦୋଷ ନାହିଁ । ତୁ ମୋତେ ଅଛୁ ବାଟ ଚାହିଁ । ।୨୫
ମୋର ମରଣ ତୋ'ର ସୁଖ । ତେଣୁ ପାଉଛୁ ତୁହି ଦୁଃଖ । ।୨୬
ତୁ କାହିଁ ଜାଣୁ ହରିମାୟା । ଅସୁରେ ବଡ଼ ସେ ନିŸର୍ଦ୍ଦୟା । ।୨୭
ନାନା ରୂପରେ ହୋଇ ଜାତ । ଅସୁର କରଇ ନିପାତ । ।୨୮
ବଇଲୋଚନ ବୀର ଥିଲା । ଭାରିଯା ରୂପେଣ ମାଇଲା । ।୨୯
ସ୍ତିରୀ ମୂରତି ଧରି ଚଣ୍ତୀ । ଅନେକ ଦୈତ୍ୟ ଶିର ଖŠଣ୍ତି । ।୩୦
ମହିଷ ମାରି ଦୁର୍ଗା ହୋଇ । ତା'ମାୟା ନ ଜାଣୁ ଲୋ ତୁହି । ।୩୧
ରକତବୀର୍ଯ୍ୟ ଚŠଣ୍ତମୁŠଣ୍ତ । ଘୋଟନ୍ତି ମହୀ ନବଖŠଣ୍ତ । ।୩୨
ଦୁର୍ଗାର ହସ୍ତେ ପ୍ରାଣ ଦେଲେ । ଆବର ଯେତେ ଦୈତ୍ୟ ଥିଲେ । ।୩୩
ଛ ପୁତ୍ର ଦେଇ ମୁରୁଛିଲୁ । ଏବେ ତୁ ଦୁହିତା ଇଚ୍ଛିଲୁ । ।୩୪
ଦୁହିତା ଆଶ ଛାଡ଼ ଆଈ । ଏ ମୋର ବଇରୀ ଅଟଇ । ।୩୫
ଯାହା କହିଲେ ବିଶ୍ୱକେତୁ । ଅଷ୍ଟମ ଗର୍ଭ ମୋର ଶତ୍ରୁ । ।୩୬
ନାରଦ କହିଛନ୍ତି ମୋତେ । ମରିବି ତୋ'ର ପୁତ୍ର ହସ୍ତେ । ।୩୭
ଅଷ୍ଟମଗର୍ଭ ମୋ' ବଇରୀ । ଏହାକୁ ପକାଇବି ମାରି । ।୩୮
ଦେବକୀ ଦୁହିତା ସେନେହ । କଂସେ କରଇ ଗରୁ କୋହ । ।୩୯
ଚାହିଁଲା ଅଧର କାମୋଡ଼ି । କୋଳରୁ ଆଣିଲା ଉଛୁଡ଼ି । ।୪୦
ବେନିଚରଣ ଧରି କରେ । ବୁଲାଇ ପିଟିଲା ଶିଳାରେ । ।୪୧
ଯେ ଦେବୀ ଜଗତସଂହାରେ । କାହାର ବଳ ତା'କୁ ମାରେ । ।୪୨
କଂସର ହସ୍ତରୁ ଉଛୁଳି । ଆକାଶେ ଯେସନେ ବିଜୁଳି । ।୪୩
ତେଜେ ଦଶଦିଗ ବିରାଜେ । ବେନିଚରଣ ଅଷ୍ଟଭୁଜେ । ।୪୪
କେ କହୁ ଦେବୀ ଆଭରଣ । ଅଙ୍ଗଦ ନୂପୁର କଙ୍କଣ । ।୪୫
ଗନ୍ଧଚନ୍ଦନ-ପୁଷ୍ପମାଳୀ । ତେତିଶ କୋଟି ଦେବେ ମିଳି । ।୪୬
ସ୍ତୁତି କରନ୍ତି ସୁର ମୁନି । କଂସକୁ ବୋଲନ୍ତି ଭବାନୀ । ।୪୭
ରେ କଂସ ଶୁଣ ମୋ' ଉତ୍ତର । ତୋର ବଇରୀ ଚକ୍ରଧର । ।୪୮
ସେ ତୋତେ କରିବେ ସଂହାର । ଆବର ଯେତେକ ଅସୁର । ।୪୯
ତୋହର ପାଇଁ ଦେହ ବହି । ଜାତ ହୋଇଲେ ଯହିଁ ତହିଁ । ।୫୦
ତୁ ମୋତେ ନ ଜାଣି କଚାଡୁ । ନିୟତ ପଥ କି କେ ହୁଡ଼ୁ । ।୫୧
ଦେବେ ଯେ ତୋହର ବଇରୀ । ତାହାଙ୍କ ବୋଲକୁ ତୁ ଡରି । ।୫୨
ଛ ପୁତ୍ର ମାଇଲୁ ଏହାର । ଧର୍ମକୁ ଛାଡ଼ିଲୁ ଅସୁର । ।୫୩
ଏବେ ମୁଁ କହୁଅଛି ତୋତେ । ହରିଙ୍କି ଭାବ ହୃଦଗତେ । ।୫୪
ସେ ବିଶ୍ୱମ୍ଭର ବିଶ୍ୱମୂର୍ତ୍ତି । ଭାବିଲେ ପାଇବୁ ମୁକତି । ।୫୫
ସେ ହରି ତୋହର ବଇରୀ । ତୋ'ର ମରଣେ ଅବତରି । ।୫୬
ସେ ଶୂନ୍ୟପୁରୁଷ ଗୋସାଇଁ । ତାହା ଭେଟିବୁ ଅବା କାହିଁ । ।୫୭
ଏବେ ତୁ ଶୁଣ କଂସ ବୀର । ଏ ତୋର ବହେଣୀ ସୋଦର । ।୫୮
ଏହାଙ୍କୁ ବନ୍ଦୀଘରୁ ଫେଡ଼ି । ବେନି ଚରଣତଳେ ପଡ଼ି । ।୫୯
ତୋଷିଣ ନିଅ ନିଜପୁର । ତୋ'ର ବଇରୀ ପିତାମ୍ବର । ।୬୦
କହି ଚଳିଲେ ନିଜସ୍ଥାନ । ଉଚ୍ଚାଟ କରି କଂସ ମନ । ।୬୧
ଯାହା କହିଲେ ଜଗନ୍ମାଥ । ଜଗତେ ହୋଇଲା ବିଖ୍ୟାତ । ।୬୨
ଦେବୀ ବଚନ କଂସ ଶୁଣି । ବିଚାର କଲା ମନେ ଗୁଣି । ।୬୩
ନ ଜାଣି ବିଧାତାର ଗତି । ସୋଦରେ କଲଇଁ ଅନୀତି । ।୬୪
ଅନେକ କଲଇଁ ମୁଁ ଦୋଷ । କେମନ୍ତେ ହୋଇବ ବିଶ୍ୱାସ । ।୬୫
କିସ କରିବି ବୋଲି ଭାଳି । ଚରଣୁଁ ଫେଡ଼ିଲା ଶାଙ୍କୋଳି । ।୬୬
ଚାହିଁଲା ଦେବକୀ ବଦନ । ବୋଲଇ ମଧୁର ବଚନ । ।୬୭
ଦେବକୀ ବସୁଦେବ ଶୁଣ । ତୁମ୍ଭରେ କଲି ଦ୍ରୋହପଣ । ।୬୮
ମୁହିଁ ତ ସ୍ୱଭାବେ ଅସୁର । ଭଣଜା ମାଇଲି ମୋହର । ।୬୯
ତୁମ୍ଭଙ୍କୁ ଦେଲି ପୁତ୍ରକଷ୍ଟ । ମୋହର ଧର୍ମ କଲି ନଷ୍ଟ । ।୭୦
ସଂସାରେ କଲି ଅପଯଶ । ନରକେ ହୋଇବି ପ୍ରବେଶ । ।୭୧
ଦେହ ବହିଲେ ନିଶ୍ଚେ ମରି । ସଂସାର ନୁହଁଇ କାହାରି । ।୭୨
ବୃକ୍ଷର ତଳେ ଯେହ୍ନେ ଆସି । ପଥୁକୀ ବିଶ୍ରାମନ୍ତି ବସି । ।୭୩
ପୁଣି ଚଳନ୍ତି ଶ୍ରମ ସାରି । ସେ ବୃକ୍ଷ ନୁହଁଇ କାହାରି । ।୭୪
ତେମନ୍ତ ମାୟା ଏ ସଂସାର । କେ ମାତା କେ ପିତା କୁମର । ।୭୫
ଅର୍ଜିଲା କର୍ମେ ଆତଯାତ । ମାୟାଭିଆଣ ତାତମାତ । ।୭୬
ବିଧି ବିଚାରେ ଯାହା କରି । ଭୁଞ୍ଜଇ ସେ ଫଳ ଆବୋରି । ।୭୭
ଦୋଷ କରିବା ମୋର କ୍ଷମା । ସ୍ୱଭାବେ ମୁହିଁ ଦୁରାତମା । ।୭୮
ଏମନ୍ତ ବୋଲି ଶୋକ କରି । ପାଦେ ପଡ଼ିଲା କରଯୋଡ଼ି । ।୭୯
ସହୃଦପଣ ଦେଖାଇଲା । ଅନେକ ଧନରତ୍ନ ଦେଲା । ।୮୦
ନିଜ ମନ୍ଦିରେ ଦେଲା ବାସ । ଅନେକ କରାଇ ବିଶ୍ୱାସ । ।୮୧
କଂସ ଭକତିଭାବ ଦେଖି । ସନ୍ତାପ ଛାଡ଼ିଲା ଦେବକୀ । ।୮୨
ସନ୍ତୋଷ ହୋଇ ବସୁଦେବ । ଦିନକୁ ଦିନ ବଡ଼ ଭାବ । ।୮୩
ଏମନ୍ତେ ରଜନୀ ପାହିଲା । କଂସ ସଭାରେ ବିଜେକଲା । ।୮୪
ଅସୁରଗଣଙ୍କୁ ବସାଇ । କହଇ ବିଶ୍ୱାସ କରାଇ । ।୮୫
ଶୂନ୍ୟେ ଚଣ୍ତିକା ଯାହା ଭଣି । ସବୁ କହିଲା ପରିମାଣି । ।୮୬
କଂସର ଦେଖିଣ କାତର । ଅସୁରେ ବୋଲନ୍ତି ଉତ୍ତର । ।୮୭
ଶୁଣ ହୋ ଭୋଜନୃପମଣି । ଯାହା କହିଲେ ନାରାୟଣୀ । ।୮୮
ତୋହର ଆଜ୍ଞା ଘେନି ଶିରେ । ବୁଲିବୁ ସକଳ ଦେଶରେ । ।୮୯
ଦିନକଠାରୁ ଯେତେ ବାଳ । ସବୁରି ପୂରାଇବୁ କାଳ । ।୯୦
ଯେତେ ବାଳକ ବସୁନ୍ଧରୀ । ସକଳ ପକାଇବୁ ମାରି । ।୯୧
ତୁ କିମ୍ବା ଡରୁ ଦେବଗଣେ । ସେବନ୍ତି ତୋହର ଚରଣେ । ।୯୨
ତୋ ତୁଲେ କେ କରୁ ସଂଗ୍ରାମ । ଦେବେ ନୁହଁନ୍ତି ସରିସମ । ।୯୩
ତୋହର ଶୁଣି ଧନୁଘୋଷେ । ପଳାନ୍ତି ସଂଗ୍ରାମୁଁ ତରାସେ । ।୯୪
ଜୀବନ ପାଇଁ ଛାଡ଼ି ରଣ । ବେଗେ ପଳାନ୍ତି ଦେବଗଣ । ।୯୫
କେ ପିନ୍ଧି ନ ପାରନ୍ତି ବାସ । କାହାର ଭୟେ ଫିଟେ କେଶ । ।୯୬
ନିସତେ ନ ପଳାନ୍ତି ଯେହୁ । ନ ମାରି ତାଙ୍କୁ ଦୟା ବହୁ । ।୯୭
ଜୀବନ ପାଇଁ ଯା'ର ଆଶ । ସେ ତୋ'ର କରିବେଟି କିସ । ।୯୮
ତହୁଁ ଅଧିକ ତିନି ଦେବ । ବ୍ରହ୍ମା ଶଙ୍କର ପଦ୍ମନାଭ । ।୯୯
ଆତ୍ମାର ସୁଖେ ସେ ରମନ୍ତି । ସେ କିମ୍ବା ତୋତେ ବାଦ ଚିନ୍ତି । ।୧୦୦
ଅଗାଧ କ୍ଷୀରସିନ୍ଧୁ ଜଳେ । ଶୟନ ଅନନ୍ତର କୋଳେ । ।୧୦୧
ପାଦେ ଖଟନ୍ତି ବେନି ନାରୀ । ସୁଖେ ଶୟନ ଦେବ ହରି । ।୧୦୨
ସେ କାହିଁ ତୋ'ର ତୁଲେ ରଣ । ମିଥ୍ୟା କହିଲେ ଦେବଗଣ । ।୧୦୩
ବ୍ରହ୍ମା ତ ଥାଇ ତା'ର ସୁଖେ । ଚିନ୍ତା କରଇ ତିନିଲୋକେ । ।୧୦୪
ତପହୁଁ ନଜାଣଇ ଆନ । ଚିନ୍ତଇ ପ୍ରଭୁ ଭଗବାନ । ।୧୦୫
କୃଷ୍ଣହୁଁ ନ ଜାଣଇ କିଛି । ସେ କିପାଁ ତୋତେ ବାଦ ଇଚ୍ଛି । ।୧୦୬
ଈଶ୍ୱର ରହେ ଭୂତମେଳେ । ଅମ୍ବିକା ଥାଇ ତା'ର କୋଳେ । ।୧୦୭
ସେ କିପାଁ ସମର କରିବ । ନିତ୍ୟେ ଉଦାସୀ ସଦାଶିବ । ।୧୦୮
ଇନ୍ଦ୍ର ତ ବଳେ ନୋହେ ସରି । ତୋତେ ତ ଦିଗପାଳେ ଡରି । ।୧୦୯
ତୋ'ର ବଇରୀ ଯେବେ ହରି । ସେ ଥାଇ ସର୍ବଘଟେ ପୂରି । ।୧୧୦
କେ ତା'କୁ ପାଇବ ତ୍ରିଲୋକେ । ଶୁଣ କହିବା କଉତୁକେ । ।୧୧୧
ଦେବତାମାନେ ତା'ର ମୂଳ । ଯେ ଧର୍ମ ଧରିଛି ଶୟଳ । ।୧୧୨
ଦେବେ ତାହାର ତହୁଁ ଜନ୍ମ । ବେଦରୁ ଯେହ୍ନେ ନିତ୍ୟକର୍ମ । ।୧୧୩
ଗୋରୁ ବ୍ରାହ୍ମଣ ଯଜ୍ଞଦାନ । ତୀର୍ଥ ଦକ୍ଷିଣା ତପ ଶ୍ରମ । ।୧୧୪
ତପ କରନ୍ତି ଯେତେ ଲୋକେ । ବିଷ୍ଣୁଙ୍କୁ ଭଜନ୍ତି ଯେ ଥୋକେ । ।୧୧୫
ଶ୍ରଦ୍ଧା କରନ୍ତି ଯେହୁ ଧର୍ମେ । ଦୟା କରନ୍ତି ଦୁଃଖୀଜନେ । ।୧୧୬
କରନ୍ତି ପର ଉପକାର । ଯମଲୋକକୁ ଯା'ର ଡ଼ର । ।୧୧୭
ଏହାଙ୍କ ଦେହେ ଥାଇ ହରି । ଏ ମଲେ ମରଇ ମୁରାରି । ।୧୧୮
ଏ ଆମ୍ଭ ଉଚିତ ବିଚାର । ଏମନ୍ତେ ଶତ୍ରୁଯିବ ମା'ର । ।୧୧୯
ଅଇରୀ ବାଳକାଳୁଁ ମାରି । ନ ମଲେ ଦିନୁ ଦିନ ବଢ଼ି । ।୧୨୦
ଦେହରେ ବ୍ୟାଧି ଜନ୍ମକାଳେ । ହେଳା ଯେ କରେ ସୁଖଭୋଳେ । ।୧୨୧
ସେ ଯେହ୍ନେ ନିରତେ ବଢ଼ଇ । ଶତ୍ରୁର ସ୍ୱଭାବଟି ଏହି । ।୧୨୨
ଆଜ୍ଞା ତୁ ଦିଅ ବେଗ କରି । ହରିଙ୍କି ପକାଇବୁ ମାରି । ।୧୨୩
ଭାଜିବୁ ପ୍ରସାଦ ଅଟ୍ଟାଳୀ । ଗୋରୁ ବ୍ରାହ୍ମଣ ଆଦି ମାରି । ।୧୨୪
ଯଜ୍ଞ ଭାଙ୍ଗିବୁ ମୁନିଙ୍କର । ଯେ ଧର୍ମନୀତିର ବେଭାର । ।୧୨୫
ଦ୍ୱାଦଶ ଦିବସ ବାଳକ । ଖୋଜି ମାରିବୁ ଲକ୍ଷ ଲକ୍ଷ । ।୧୨୬
ଧର୍ମ ବିଧ୍ୱଂସେ କର ଆଶ । ଦେବେ କରିବେ ଆନ କିସ । ।୧୨୭
ଏବେ ତୁ କର ସ୍ନାନ କର୍ମ । କୁଳର ଯେ ବିଧିବିଧାନ । ।୧୨୮
ଅସୁରବଳ ବୋଲ ଶୁଣି । କଂସ ଆନନ୍ଦମନେ ଗୁଣି । ।୧୨୯
ଅନେକ କଲା ପରଶଂସା । ହିତ ମଣିଲା ବିଷ୍ଣୁହିଂସା । ।୧୩୦
ଜଣ ଜଣକେ ଶାଢ଼ି ଦେଲା । ବଇରୀ ସଂହାର ବୋଇଲା । ।୧୩୧
ଅସୁରେ କଲାକ ବିଶ୍ୱାସ । ଅମୃତ ମଣିଲାକ ବିଷ । ।୧୩୨
କଂସ ଆଦେଶ ଘେନି ବେଗେ । ଅସୁରେ ଗଲେ ଦଶଦିଗେ । ।୧୩୩
ତକ୍ଷଣେ ହୋଇ କାମରୂପୀ । ପଶିଲେ ବନ ଗିରିବ୍ୟାପୀ । ।୧୩୪
ଗ୍ରାମ ପାଟଣା ପୁର ଦେଶ । ଅନେକ ଶିଶୁ କଲେ ନାଶ । ।୧୩୫
ଦାନବବୁଦ୍ଧି ମୂଢ଼ପଣ । ସାଧୁଙ୍କୁ ଦିଅନ୍ତି କଷଣ । ।୧୩୬
କଂସ ବଇରୀ ଅଛି କାହିଁ । ନିତ୍ୟେ ଖୋଜନ୍ତି ଭାବଗ୍ରାହୀ । ।୧୩୭
ତାମସ ଗୁଣ ଆଚରିଲେ । ନିକଟେ ମରଣ ଲୋଡ଼ିଲେ । ।୧୩୮
ଆୟୁଷ ବଳ ଯଶ ଧର୍ମ । ଲୋକ ଆଶିଷ ଶୁଭକର୍ମ । ।୧୩୯
ଏ ଆଦି ସର୍ବନାଶ କରେ । ଯେ ହିଂସା କରିଥା'ନ୍ତି ପରେ । ।୧୪୦
ସୁଜନେ ଶୁଣ ହରିକଥା । ଫିଟିବ ଭବବନ୍ଧ ବ୍ୟଥା । ।୧୪୧
କୀଟରୁ ବ୍ରହ୍ମଲୋକ ଯାଏ । ହିଂସ୍ରକ ହରିଙ୍କି ନ ପାଏ । ।୧୪୨
ସେ ହରି ଦୁଃଖୀଙ୍କ ସୋଦର । ହିଂସା ନାଶିବେ ପ୍ରଭୁ ମୋ'ର । ।୧୪୩
କୃଷ୍ଣର ପାଦେ ଦେଇ ଚିତ୍ତ । କହଇ ଦାସ ଜଗନ୍ନାଥ । ।୧୪୪
ଇତି ଶ୍ରମଦ୍ଭାଗବତେ ମହାପୁରାଣେ ପାରମହଁସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ପଞ୍ଚମୋଽଧ୍ୟାୟଂ । ।

ଷଷ୍ଠ ଅଧ୍ୟାୟସମ୍ପାଦନ କରନ୍ତୁ

ବ୍ୟାସକୁମର ମୁଖୁଁ ଶୁଣି । ଅମୃତ ଭାଗବତ ବାଣୀ । ।୧
ଆନନ୍ଦେ ପୁଲକିତ ହୋଇ । ମୁନିଚରଣେ ଶିର ଦେଇ । ।୨
ଉଠି ଯୋଡ଼ିଣ ବେନିକର । ରାଜନ ବୋଇଲ ଉତ୍ତର । ।୩

ପରୀକ୍ଷିତ ଉବାଚ

ଭୋ ମୁନି ହୋଇଲି ପବିତ୍ର । ଶୁଣି ଚରିତ ଭାଗବତ । ।୪
କୃଷ୍ଣଙ୍କୁ ବସୁଦେବ ନେଇ । ଅଇଲା ନନ୍ଦଘରେ ଥୋଇ । ।୫
ତହିଁକି କଲେ ବନମାଳୀ । ଶୁଣିବି କୃଷ୍ଣ ବାଳକେଳି । ।୬
କହି ପବିତ୍ର ମୋତେ କର । ସେବଇଁ ଚରଣେ ତୁମ୍ଭର । ।୭
ଶୁଣି ସାନନ୍ଦ ମୁନିବର । ବୋଲନ୍ତି ଶୁଣ ଦଣ୍ତŠଧର । ।୮

ଶୁକ ଉବାଚ

ନିଦ୍ରା ଜଗତ ମୋହିଥିଲା । ପାଲଟି ବସୁଦେବ ନେଲା । ।୯
ଦେବକୀ କୋଳରେ ରଖିଲା । କଂସର ହସ୍ତୁ ଶୂନ୍ୟେ ଗଲା । ।୧୦
ଏମନ୍ତେ ପାହିଲା ରଜନୀ । ଶୁଣ ତୁ ବୀର ଚୂଡ଼ାମଣି । ।୧୧
ଚେତି ଚାହିଁଲା ନନ୍ଦରାଣୀ । ଚିଆଇଁ ଉଠି ସୁଲକ୍ଷଣୀ । ।୧୨
ଦେଖିଲା ହୋଇଛି ତନୟେ । ନନ୍ଦକୁ କହିଲେ ଥୋକାଏ । ।୧୩
ଶୁଣି ମିଳିଲା ବେଗେ ନନ୍ଦ । ପୁତ୍ରକୁ ଦେଖିଣ ଆନନ୍ଦ । ।୧୪
ଯେତେ ଯଶୋଦା ପରିବାରୀ । ରାଇ ଆଣିଲେ ଗୋପନାରୀ । ।୧୫
ବ୍ରାହ୍ମଣେ ମିଳିଲେ ଗହଳ । ଶୁଣିଲେ ପୁତ୍ର ଜନ୍ମ ଗୋଳ । ।୧୬
ନନ୍ଦ ଦେଖିଣ ଦ୍ୱିଜଗଣ । ତକ୍ଷଣେ ପୂଜିଲା ଚରଣ । ।୧୭
ବେଗେ ସେ ହୋଇ ଶୁଚିବନ୍ତ । କାଞ୍ଚନ ଆଣିଲା ବହୁତ । ।୧୮
ବ୍ରାହ୍ମଣେ କଲେ ବେଦଧ୍ୱନି । ମଙ୍ଗଳ ଶୁଭଲଗ୍ନ ଘେନି । ।୧୯
କରାଇ ଜାତକର୍ମ ବିଧି । ଦେବତା ପିତୃଙ୍କୁ ଆରାଧି । ।୨୦
ବିପ୍ରଙ୍କୁ ଅନେକ ପୂଜିଲା । ବେନିନିୟୁତ ଧେନୁ ଦେଲା । ।୨୧
ମŠଣ୍ତିଣ ବସ୍ତ୍ର ଅଳଙ୍କାର । ଚନ୍ଦନ କୁସୁମ ଚାମର । ।୨୨
ତିଳପର୍ବତ ମାନ କରି । ଦେଲା କାଞ୍ଚନ ବସ୍ତ୍ର ଭରି । ।୨୩
ବିପ୍ରେ ପଢ଼ିଲେ ବେଦ ଚାରି । ରଙ୍ଗେ ନାଚନ୍ତି ଗୋପନାରୀ । ।୨୪
ସୂତ ମାଗଧ ବନ୍ଦୀ ମିଳି । ଗାବନ୍ତି ମଙ୍ଗଳ ଉଚ୍ଚାରି । ।୨୫
ବାଜଇ ବୀରତୂରୀ ଭେରୀ । ଆନନ୍ଦେ ମଙ୍ଗଳମହୁରୀ । ।୨୬
ନନ୍ଦର ଘରେ ପୁତ୍ରଜାତ । ଚହଳ ଶୁଭେ ଅପ୍ରମିତ । ।୨୭
ଗୋପନଗରେ ଯେତେ ଲୋକେ । ଚିଆଇଁ ଧାଇଁଛନ୍ତି ଥୋକେ । ।୨୮
ସୁଖେଣ ପାହିଲା ରଜନୀ । ବାହାର ହୋଇଲେ କାମିନୀ । ।୨୯
ଅଗଣା ଖରକି ପହଁରା । ଚନ୍ଦନ ଗୋଳି ଦ୍ୟନ୍ତି ଛେରା । ।୩୦
ଦୁଆରେ ସୁବ‰ର୍ଣ୍ଣ କଳସେ । ତୋରଣା ଲମ୍ବାନ୍ତି ହରଷେ । ।୩୧
ଗୋରୁଙ୍କୁ ମŠଣ୍ତନ୍ତି ଗୋପାଳେ । ବସ୍ତ୍ର ଭୂଷଣ ଫୁଲମାନେ । ।୩୨
ବୃଷଭ ସୁରଭି ବାଛୁରୀ । ହଳଦୀ ତେଲ ତାଙ୍କୁ ବୋଳି । ।୩୩
ଗଉଡ଼େ ଶୁଚିବନ୍ତ ହୋଇ । ଯେ ଯାହା ଅଳଙ୍କାର ନେଇ । ।୩୪
ହାର କଙ୍କଣ କ‰ର୍ଣ୍ଣଫୁଲ । ବାଜେଣୀ ନୂପୁର ଅମୂଲ୍ୟ । ।୩୫
ଏମନ୍ତେ ପିନ୍ଧି ଅଳଙ୍କାର । ହସ୍ତେ ଘେନିଲେ ଦୁର୍ବାଙ୍କୁର । ।୩୬
ଏକ ଆରକେ ଆଗ ହୋଇ । ମିଳିଲେ ନନ୍ଦଘରେ ଯାଇ । ।୩୭
ଗୋପୀଏ ନିତ୍ୟକର୍ମ ସାରି । ଦେହରେ ଅଳଙ୍କାର ଭରି । ।୩୮
ପିନ୍ଧିଲେ ନାନା ବସ୍ତ୍ରମାନ । ଆନନ୍ଦେ ମନ ଛନ୍ନ ଛନ୍ନ । ।୩୯
ହସ୍ତରେ ଘେନି ଅର୍ଘ୍ୟଥାଳୀ । ରଙ୍ଗେ ଚଳିଲେ ଗୋପବାଳୀ । ।୪୦
ଏକ ଆରକେ ଯା'ନ୍ତି ଜିଣି । ଚରଣେ ନୂପୁର ବାଜେଣୀ । ।୪୧
କେହି ଲେଉଟି ନ ଚାହାଁନ୍ତି । ଆକାଶେ ଯେହ୍ନେ ହଂସପନ୍ତି । ।୪୨
ଚଳନ୍ତି ଶ୍ରବଣେ କୁଣ୍ତŠଳ । ନିତମ୍ବ କୁଚ ହେମମାଳ । ।୪୩
ଆକାଶେ ଦେବେ ଛନ୍ତି ଚାହିଁ । ଗୋପୀ ଚଳନ୍ତି ଗୀତଗାଇ । ।୪୪
ଯା'ନ୍ତେ ବିରାଜେ ମହୀସ୍ଥଳୀ । କ୍ଷଣ କ୍ଷଣକେ ହୁଳହୁଳି । ।୪୫
କବରୀ ଫିଟି ଫୁଲମାଳ । ଯା'ନ୍ତେ ପଡ଼ଇ ମହୀତଳ । ।୪୬
କୃଷ୍ଣଙ୍କୁ ଯାଉଛନ୍ତି ଦେଖି । ଆନନ୍ଦ କେ ପାରିବ ଲେଖି । ।୪୭
ଦିଶଇ ନନ୍ଦ ନିଜ ବାସ । କି ଜିଣି ତପନ ତରାସ । ।୪୮
ଆକାଶ ମŠଣ୍ତଣି ପରାୟେ । ତେଜେ ସକଳ ଶୋଭାପାଏ । ।୪୯
କି ଜିଣି ନବଗ୍ରହ ଜ୍ୟୋତି । ତ୍ରିବିଧ ରତ୍ନ ଝଟକନ୍ତି । ।୫୦
ଶ୍ୱେତ ସୁରଙ୍ଗ ପୀତବାସ । ବିବିଧ ଚାରୁବର୍ଣ୍ଣେ ବସ୍ତ୍ର । ।୫୧
ଯହିଁ ଗୋବିନ୍ଦ ଦେହ ଧରି । କେ ତାହା ବ‰ର୍ଣ୍ଣିବ ବିଚାରି । ।୫୨
ନନ୍ଦର ମନ୍ଦିରେ ମିଳିଲେ । ମଙ୍ଗଳ-ଗୀତ-ନାଦ କଲେ । ।୫୩
ଅନ୍ତୁଡ଼ିଶାଳେ ଯାଇ ମିଳି । ହାସ୍ୟେ କେ କରନ୍ତି ଢ଼ମାଳି । ।୫୪
ଯଶୋଦା କୋଳେ କୃଷ୍ଣ ଦେଖି । ନିର୍ମଳ କଲେ ଚର୍ମ ଆଖି । ।୫୫
ଅକ୍ଷତ କୃଷ୍ଣ ଶିରେ ଦ୍ୟନ୍ତି । ଆନନ୍ଦେ କଲ୍ୟାଣ କରନ୍ତି । ।୫୬
ବୋଲନ୍ତି ଯଶୋଦାଙ୍କୁ ଚାହିଁ । ଧନ୍ୟ ଜୀବନ ତୋର ଆଈ । ।୫୭
ଆମ୍ଭ ଆୟୁଷ ଘେନି କରି । ତୋ ପୁତ୍ର ବର୍ତ୍ତୁ ଯୁଗ ଚାରି । ।୫୮
ଏ ଆମ୍ଭ ଗୋକୁଳ ରଖିବ । ଏହାକୁ ରଖୁ ସଦାଶିବ । ।୫୯
ହଳଦୀ ତେଲ ଘେନି ଥୋକେ । ବୋଲନ୍ତି ଏକକୁ ଆରକେ । ।୬୦
ଖେମଟା ନାଦେ କରତାଳି । ଆନନ୍ଦେ ନାଚନ୍ତି ଗୁଆଳୀ । ।୬୧
କରେ ବଜାନ୍ତି କରତାଳି । ଢଗଢ଼ମାଳି ରଙ୍ଗକେଳି । ।୬୨
ବିଜୟ ପରମ ମଙ୍ଗଳ । ଆନନ୍ଦମାନଙ୍କର ମୂଳ । ।୬୩
ଗୋପାଳେ ଏକକୁ ଆରକେ । ସିଞ୍ଚନ୍ତି ଦୁଧଦଧି ଥୋକେ । ।୬୪
ଲବଣି ଘେନି ମରାମରି । ନାଚନ୍ତି ଏକୁ ଆରେ ଧରି । ।୬୫
ଆନନ୍ଦ ହୋଇ ନନ୍ଦରାୟେ । ଭଣ୍ତାରେ ଫେଇଲେ ଥୋକାଏ । ।୬୬
ଅନେକ ଗୋରୁ ବସ୍ତ୍ର ଧନ । ତୋଷିଲେ ଜଣେ ଜଣେ ମନ । ।୬୭
ରୋହିଣୀ ନିକଟେ ମିଳିଲେ । ଅନେକ ଧନରତ୍ନ ଦେଲେ । ।୬୮
ଗୋପୀଙ୍କି କରାଇ ହରଷ । ଭୋଜନ ଦେଲେ ଷଡ଼ରସ । ।୬୯
ଶ୍ରୀକୃଷ୍ଣ ଜନ୍ମ ମନେ ଗୁଣି । ଗୋପେ ବିଜୟ କମଳିନୀ । ।୭୦
କେ କହୁ ଗୋପର ସମ୍ପଦ । ଯହିଁ ବିଜୟ ଆଦିକନ୍ଦ । ।୭୧
ଶୁଣ ହେ କୁରୁ ନୃପମଣି । ଜନ୍ମ ଉ›ତ୍ସବ ଅନ୍ତେ ପୁଣି । ।୭୨
କଂସର ଆଡ଼ତିଆ ଥିଲା । ନନ୍ଦକୁ କ୍ଷଣେ ନଛାଡ଼ିଲା । ।୭୩
ଦଇବେ ଆକଟ ଅପାର । ନେବ ସେ ବରଷକ କର । ।୭୪
ଗୋପାଳମାନଙ୍କୁ ବସାଇ । ନନ୍ଦ ବୋଲଇ ଶୋକ ବହି । ।୭୫
କଂସ ଆକଟ ମୋତେ କରି । ମୁଁ ଆଜି ଯିବି ମଧୁପୁରୀ । ।୭୬
ପୁତ୍ରର ଚିନ୍ତା ତୁମ୍ଭେ କର । କହି ଚଳିଲା ଗୋପବୀର । ।୭୭
କଂସର ଛାମୁରେ ମିଳିଲା । ସୁନିଅାଁ ଧନ ଗଣିଦେଲା । ।୭୮
ଆନନ୍ଦ ହୋଇ ଦŠଣ୍ତଧାରୀ । ଦେଲା ସେ ଅଳଙ୍କାର ଭରି । ।୭୯
ମେଲାଣି ପାଇ ତତ୍‌କ୍ଷଣ । କିଣିଲା ନାନା ଦ୍ରବ୍ୟମାନ । ।୮୦
ଗୋପନବରେ ଯେତେ ଲୋଡ଼ା । ତାଳ ଜମ୍ବିଳ ଆମ୍ବସଢ଼ା । ।୮୧
ଶକଟେ ଭରି ମନ ତୋଷେ । ଏମନ୍ତେ ଦିନ ଅବଶେଷେ । ।୮୨
ସାରିଲା ରନ୍ଧନ ଭୋଜନ । ନିରତେ ପୁତ୍ର ତହିଁ ମନ । ।୮୩
ଏମନ୍ତେ ରଜନୀ ହୋଇଲା । ଘୋର ତିମିର ପ୍ରକାଶିଲା । ।୮୪
ନନ୍ଦର ଆଗମନ ଶୁଣି । ବସୁଦେବ ତା ମନେ ଗୁଣି । ।୮୫
ସ୍ୱଭାବେ ନନ୍ଦ ମିତ୍ର ମୋର । ତା'ଘରେ ବେନି ମୋ କୁମର । ।୮୬
ତା'ର କୁଶଳେ ମୋର ଇଷ୍ଟ । ନ ପୁଣ ଜାଣେ କଂସ ଦୁଷ୍ଟ । ।୮୭
ଏମନ୍ତ ମନେ ବିଚାରିଲା । ନନ୍ଦର ନିକଟେ ମିଳିଲା । ।୮୮
ମିତ୍ର ଆଗମ ନନ୍ଦ ଦେଖି । ଉଠିଲା ଆସନ ଉପେକ୍ଷି । ।୮୯
ଆନନ୍ଦେ ହୋଇ କୋଳାକୋଳ । ବସିଲେ ଯାଇ ଏକମେଳ । ।୯୦
ପୂର୍ବର କଥାମାନ କହି । ଏକ ଆରକେ ଭାବବହି । ।୯୧
ବୋଲନ୍ତି ବସୁଦେବ ହସି । ନନ୍ଦ କୁଶଳ ପରଶଂସି । ।୯୨
ବୃଦ୍ଧ ବୟସେ ତୋ'ର ସୁତ । ଶୁଣି ହୋଇଲି କୃତକୃତ୍ୟ । ।୯୩
ମନୁଷ୍ୟ ଜନ୍ମର ଏ ସାର । ବୋଲନ୍ତି ସଂସାର ବେଭାର । ।୯୪
ଦାରା ତନୟ ବନ୍ଧୁଗଣ । ଧନସମ୍ପଦ ଏ କାରଣ । ।୯୫
ଏତେ ନ ଥିଲେ ଦୁଃଖ ପାଇ । ଉଭୟଲୋକେ ସୁଖ ନାହିଁ । ।୯୬
ଏ ପୁଣି ନୁହଁଇନା ସତ୍ୟ । ଦର୍ପଣେ ପ୍ରତିମା ଯେମନ୍ତ । ।୯୭
ଚିତ୍ର ପ୍ରତିମା ପ୍ରାୟେ ଠୁଳ । ଯେମନ୍ତେ ସମୁଦ୍ର ଉଲ୍ଲୋଳ । ।୯୮
ଭଲେ ଅଛନ୍ତି ନା ଗୋ-କୁଳ । ତୃଣ ବୀରୁଧ କନ୍ଦମୂଳ । ।୯୯
ଗୋପୀଏ ଅଛନ୍ତି ନା ଭଲେ । ରୋହିଣୀ ଯଶୋଦାର ତୁଲେ । ।୧୦୦
ମୋହର ରୋହିଣୀର ସୁତ । ତୁମ୍ଭେ ତାହାର ତାତମାତ । ।୧୦୧
ପିତା ବିଚ୍ଛେଦେ ଅରକ୍ଷିତ । ତୁମ୍ଭର ପାଳିବା ଉଚିତ । ।୧୦୨
ମୁଁ କି କରିବି ଉପକାର । ଏତେ ଅନ୍ତରେ ଗୃହ ମୋର । ।୧୦୩
ଜୀବନ୍ତେ ଏକୁ ଆର ସଖା । ମରଣେ ପରଲୋକେ ଦେଖା । ।୧୦୪
ଏମନ୍ତ ମିତ୍ରର ସ୍ୱଭାବ । ଆନନ୍ଦେ କହେ ବସୁଦେବ । ।୧୦୫
ନନ୍ଦ ଯେ ବସୁଦେବ ଚାହିଁ । ବୋଲଇ ଶୋକଭର ହୋଇ । ।୧୦୬
ଭୋ ମିତ୍ର ବଡ଼ାଇ ବିକଳ । ନୟନୁ ବହେ ଅଶ୍ରୁଜଳ । ।୧୦୭
ଦେବକୀ କଲା କେତେ ପାପ । ଅଳପ ଦିନେ ବହୁତାପ । ।୧୦୮
ପ୍ରସବେ ବରଷେ ବରଷ । ଛ ପୁତ୍ର କଂସ କଲା ନାଶ । ।୧୦୯
ଏବେ ଦୁହିତାଏ ହୋଇଲା । ତାହା ମାରିବ ବୋଲି ଗଲା । ।୧୧୦
ଦେବକୀ ତା'ର ଧରି କର । ବୋଲଇ ଏହାକୁ ନ ମାର । ।୧୧୧
ସଙ୍ଖାଳି ହେଉ ବୃଦ୍ଧକାଳେ । ପଡୁଛି ତୋ'ର ପାଦତଳେ । ।୧୧୨
ଦେବକୀ ବୋଲ ସେ ନ କଲା । କୋଳରୁ ଛଡ଼ାଇ ଆଣିଲା । ।୧୧୩
ଚରଣ ଧରି କଚାଡ଼ନ୍ତେ । ହସ୍ତରୁ ଗଲା ସେ ତୁରିତେ । ।୧୧୪
କଂସର ମୃତ୍ୟୁ ସେ କହିଲା । ଶୂନ୍ୟମାର୍ଗରେ ଚଳିଗଲା । । ।୧୧୫
ଏ କଥା କର୍ମର ଆୟତ୍ତ । ଜଗତ କର୍ମେ ଆତଯାତ । ।୧୧୬
ଏହା ଜାଣନ୍ତି ଜ୍ଞାନୀଲୋକ । ତେଣୁ ନ ଲାଗେ ଦୁଃଖସୁଖ । ।୧୧୭
ବୋଲଇ ବସୁଦେବ ଶୋକେ । ଯାହା ଅର୍ଜିଲି ପୂର୍ବଲୋକେ । ।୧୧୮
ସେ କଥା କର୍ମଟି ମୋହର । ଭୋ ମିତ୍ର ବେଗେ ଯାଅ ଘର । ।୧୧୯
କଂସ ଆଦେଶ ଘେନି ଶିରେ । ଜଗତେ ବୁଲନ୍ତି ଅସୁରେ । ।୧୨୦
ମାରିବେ ଯେତେ ବାଳପୁଅ । ଭୋ ମିତ୍ର ଦଣ୍ତେŠ ହେଁ ନ ରହ । ।୧୨୧
କହି ଚଳିଲେ ବସୁଦେବ । ନନ୍ଦର ମନ ଉଦ୍‌ବେଗ । ।୧୨୨
ଶୁଣିଣ ମିତ୍ରର ବଚନ । ନନ୍ଦର ମନ ଛନ୍ନ ଛନ୍ନ । ।୧୨୩
ଶକଟେ ନାନା ଦ୍ରବ୍ୟ ଭରି । ଭୟେ ସୁମରେ ନରହରି । ।୧୨୪
ବଜାଇ ଶଙ୍ଖ ଭେରୀ ତୁର । ନଗରୁ ହୋଇଲା ବାହାର । ।୧୨୫
କୃଷ୍ଣ ଆଦେଶ ଶିରେ ଘେନି । କହନ୍ତି ଶୁକ ମହାମୁନି । ।୧୨୬
ସୁଜନେ ଶୁଣ କୃଷ୍ଣଲୀଳା । ଏ ଭଗସାଗରକୁ ଭେଳା । ।୧୨୭
ଏ ନାବେ ବସ ଭ୍ରାନ୍ତି ଛାଡ଼ି । ନ ମର ଭବଜଳେ ବୁଡ଼ି । ।୧୨୮
ପତ୍ନୀ ତନୟ ଗୃହବାସ । ଏଣେ ନ କରିବ ବିଶ୍ୱାସ । ।୧୨୯
ସମ୍ପଦ ସ୍ୱପ୍ନ ପ୍ରାୟ ଦୃଶ୍ୟ । ତେଣେ ନ କର ତୁମ୍ଭେ ଆଶ । ।୧୩୦
ନିରତେ ଚିନ୍ତ ନରହରି । ନ ମର ଶୂନ୍ୟେ କୋଳକରି । ।୧୩୧
ଗୋବିନ୍ଦ ନାମେ ଜ୍ଞାନରସ । କହଇ ଜଗନ୍ନାଥ ଦାସ । ।୧୩୨
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଦେ ପୂର୍ବାର୍ଦ୍ଧେ ନନ୍ଦବସୁଦେବ ସଙ୍ଗମୋ ନାମ ଷଷ୍ଟୋଽଧ୍ୟାୟଃ ।

ସପ୍ତମ ଅଧ୍ୟାୟସମ୍ପାଦନ କରନ୍ତୁ

ଶୁକ ଉବାଚ

ଶୁକ କହନ୍ତି ରାଜା ଆଗେ । ନନ୍ଦ ଚଳିଲେ ବେଗେ ବେଗେ । ।୧
ବସୁଦେବର ବୋଲ ଶୁଣି । ମନେ ଚିନ୍ତଇ ଚକ୍ରପାଣି । ।୨
କଂସର ଆଦେଶେ ଅସୁରୀ । ପୂତନା ଚଉଦିଗେ ଫେରି । ।୩
ଗ୍ରାମ ପାଟଣା ପୁର ଦେଶ । ଅନେକ ଶିଶୁ କଲା ନାଶ । ।୪
ସ୍ତନଯୁଗଳେ ବିଷ ଭରି । ପିଆଇ ବାଳକ ସଂହାରି । ।୫
ଯହିଁ ବିଜୟ ଆଦିମୂଳ । ଆନନ୍ଦ ପରମ ମଙ୍ଗଳ । ।୬
କି କରି ପାରିବ ଅସୁରୀ । ଯାହାର ନାମେ ଯମ ଡ଼ରି । ।୭
ପୂତନା ବୁଲି ଚଉଦିଗେ । ମିଳିଲା ବୃନ୍ଦାବନ ଲାଗେ । ।୮
ରଜନୀ ହୋଇଲା ପ୍ରଭାତ । ଜାଣିଲେ ପ୍ରଭୁ ଜଗନ୍ନାଥ । ।୯
ଅନନ୍ତ ବିଚାରିଲେ ଚିତ୍ତେ । ପୂତନା ଅଇଲା ଗୁପତେ । ।୧୦
ଅନେକ ଶିଶୁ ଏ ମାଇଲା । ମୋହର ନୁହଁଇ ସହିଲା । ।୧୧
ଦୁଷ୍ଟ ମାରଣେ ମୋର ଜନ୍ମ । ଅସୁରୀ କଲା ଏଡ଼େ କର୍ମ । ।୧୨
ଏମନ୍ତ କୃଷ୍ଣ ବିଚାରିଲେ । ପୂତନା ମନ ଆକର୍ଷିଲେ । ।୧୩
ରାକ୍ଷସୀ ବିଚାରଇ ବସି । ଏହି ନଗରେ ଯିବି ପଶି । ।୧୪
ଆକାଶେ ଉଦେ ଦିନକର । ଅସୁରୀ ମାୟାର ଭŠଣ୍ତାର । ।୧୫
ମାୟାମୋହିନୀ ରୂପ ଧରି । ତିନିଭୁବନେ ନାହିଁ ସରି । ।୧୬
କି ତାକୁ ପଟାନ୍ତର ଦେବା । ଦେଖି ଢଳିବେ ସୁରଦେବା । ।୧୭
କବରୀଭାରେ ଫୁଲମାଳ । ସୁନ୍ଦର ଅଳକା କପୋଳ । ।୧୮
ପୃଥୁ ନିତମ୍ବ କୁଚ ଭାର । ସିଂହକଟୀକୁ ପଟାନ୍ତର । ।୧୯
ଝୀନ ପତନୀ ରଙ୍ଗବାସ । କଟୀମେଖଳା ରବିତ୍ରାସ । ।୨୦
କ‰ର୍ଣ୍ଣେ ଶୋଭିତ ରତ୍ନକାପ । ଶିରେ ସୀମନ୍ତ ଦିବ୍ୟରୂପ । ।୨୧
ଅଳପ କହଇ ବଚନ । ଅŠଣ୍ତିର କୋକିଳ ଯେସନ । ।୨୨
ହରିଲା ଗୋପୀଙ୍କର ମନ । ବାଳ ତରୁଣ ବୃଦ୍ଧଜନ । ।୨୩
ପଦ୍ମ ଗୋଟିଏ ଘେନି କରେ । ଅସୁରୀ ଚାଲଇ ସଧୀରେ । ।୨୪
କୁଟୀଳ ଅଳକା କପୋଳେ । ବାମ ଅଙ୍ଗୁଳି ଅଗ୍ରେ ତୋଳେ । ।୨୫
ପୂତନା ରୂପ ଗୋପୀ ଦେଖି । ପିଛାଡ଼ି ନ ପାରନ୍ତି ଆଖି । ।୨୬
ଗୋଡ଼ାଇ ବୋଲନ୍ତି ଯୁବତୀ । କିଏ ତେଜିଲା ବାରସ୍ୱତୀ । ।୨୭
ଏମନ୍ତ ଦେଖିଲା ତ ନାହିଁ । କେ ବୋଲେ ଅମ୍ବିକାଟି ଏହି । ।୨୮
କେବୋଲେ ଶୁଣ ମୋ ଉତ୍ତର । କୃଷ୍ଣ ଜନ୍ମିଲେ ନନ୍ଦଘର । ।୨୯
କମଳା ଆସିଛନ୍ତି ଦେଖି । ଜଳଧି ଶୟନ ଉପେକ୍ଷି । ।୩୦
କେ ବୋଲେ ଅଟଇ ଏମନ୍ତ । ପୁରାଣେ ଶୁଣିଛୁ ତଦନ୍ତ । ।୩୧
ଏମନ୍ତେ ଜାଣି ନ ପାରିଲେ । ସକଳେ ପଛେ ଗୋଡ଼ାଇଲେ । ।୩୨
ବୋଲନ୍ତି ପୂତନାକୁ ଚାହିଁ । କାହୁଁ ଅଇଲୁ ମହାମାୟି । ।୩୩
ପୂତନା ବୋଲଇ ମଧୁରେ । ବାଳକ ଅଛି କାହାଘରେ । ।୩୪
ମୋର ତନୟ ଏବେ ମଲା । ସ୍ତନ ମୋ ନୋହଇ ସହିଲା । ।୩୫
କାହାର ପୁତ୍ର ଅଛି ମାଏ । ସ୍ତନ୍ୟ ପିଆଇବି ଥୋକାଏ । ।୩୬
ଏମନ୍ତେ କହିଣ ଉତ୍ତର । ଅସୁରୀ ଚାଲେ ଧୀର ଧୀର । ।୩୭
ମିଳିଲା ଯାଇ ନନ୍ଦ ଦ୍ୱାର । ଦ୍ୱାରୀକି ବୋଲଇ ଉତ୍ତର । ।୩୮
ଗୋପୀଏ ଗଲେ ଆଗସରି । ଭିତରେ ପଶିଲା ଅସୁରୀ । ।୩୯
ଯଶୋଦା ଦେଖିଣ ଚକିତ । କାହୁଁ ଅଇଲା ଅଦଭୁତ । ।୪୦
କି ଅବା ତ୍ରିପୁର ସୁନ୍ଦରୀ । ରୂପେ ତ ନାହିଁ ସମସରି । ।୪୧
ପୂତନା ପାଶେଣ ମିଳିଲା । ମଧୁର ବଚନ କହିଲା । ।୪୨
କାହୁଁ ଅଇଲୁ ମହାତ୍ମାଣୀ । କି ଅବା ହରିର ଘରଣୀ । ।୪୩
କିମ୍ବା ମୋ ପୁରକୁ ଅଇଲୁ । ଏ ମୋର ମନକୁ ମୋହିଲୁ । ।୪୪
କିସ କରିବୁଁ ମୋତେ କହ । ଦେଖି ମୋ ରହୁନାହିଁ ଦେହ । ।୪୫
ପୂତନା ବୋଲଇ ଉତ୍ତର । ଶୁଣ କାମିନୀ ଭାଷା ମୋର । ।୪୬
ମୁଁ ହାଦେ ଦଇବଙ୍କ ନାରୀ । ଜାଣଇ ଭେଦ ମନ୍ତ୍ର କରି । ।୪୭
ମୋହର କ୍ଷୀର କଲେ ପାନ । ପୁତ୍ର ହୋଇବେ ବଳବାନ । ।୪୮
ଯଶୋଦା ହୋଇଲେ ଉଷତ । ପୁତ୍ରେ ମୋ'ହେବେ ବଳବନ୍ତ । ।୪୯
ଏ ଯେବେ ମୋର ଘରେ ଥାଇ । ନିରତେ ପୁତ୍ରେ କ୍ଷୀର ଦେଇ । ।୫୦
ବେନିକୁଚକୁ ବେନି ସୁତ । ପିଇଣ ହେବେ ବଳବନ୍ତ । ।୫୧
ସ୍ୱାମୀର ଛାମୁରେ କହିବି । ବହୁତ ଧନବସ୍ତ୍ର ଦେବି । ।୫୨
ଯଶୋଧା ଏମନ୍ତ ବିଚାର । ଘରକୁ ଆଣିଲା ଅସୁରୀ । ।୫୩
ଏମନ୍ତେ ଶୁଣ କଥା ରସ । ପୁତନା ଚାହେଁ ପୀତବାସ । ।୫୪
ବାଳକ ସ୍ୱଭାବେ ଅନନ୍ତ । ନିଦ୍ରାରେ ଦିଶନ୍ତି ଅଚେତ । ।୫୫
ଯଶୋଦା ମନେ ବିଚାରଇ । ନିଦ୍ରାର ବେଳେ ଦେବି ମୁହିଁ । ।୫୬
ଏମନ୍ତ ବୋଲିଣ ବୋଇଲେ । କୃଷ୍ଣକୁ ତୋଳିଣ ଧଇଲେ । ।୫୭
ଯଶୋଦା ଘେନି ବନମାଳୀ । ପୂତନା କୋଳେ ଦେଲେତୋଳି । ।୫୮
ତା' ଦେଖି ପୂତନା ହରଷେ । କ୍ଷୀର ସେ ଦେଲା ପୀତବାସେ । ।୫୯
କୃଷ୍ଣର ନଜାଣଇ ବଳ । ଆକର୍ଷି ନେଇ କଲା କୋଳ । ।୬୦
କୃଷ୍ଣର ମୁଖେ ଦେଲା ସ୍ତନ । ଗାଢ଼େ ଶୋଷିଲେ ଭଗବାନ । ।୬୧
ପଞ୍ଚ-ପରାଣ କ୍ଷୀର ସଙ୍ଗେ । ପଶିଲା ଗୋବିନ୍ଦର ଅଙ୍ଗେ । ।୬୨
ଜୀବ ଛାଡ଼ିଲା ଗଣ୍ଠିଛନ୍ଦ । ଅସୁରୀ କଲା ଘୋରନାଦ । ।୬୩
ନିଜ ଶରୀର ପ୍ରକାଶିଲା । ଛାଡ଼ ଛାଡ଼ ବୋଲି ଡ଼ାକିଲା । ।୬୪
ଶବଦେ କମ୍ପିଲା ବ୍ରହ୍ମାŠଣ୍ତ । ମାଡ଼ି ପଡ଼ିଲା ଭୂମିଖŠଣ୍ତ । ।୬୫
କର-ଚରଣ ପ୍ରସାରିଲା । ଦେଢ଼ ଯୋଜନ ଆବୋରିଲା । ।୬୬
ବୃକ୍ଷ ମନ୍ଦିର ଗୋରୁ ଘର । ଭାଜି ହୋଇଲେ ଶତେଚୂର । ।୬୭
ଶୁକ କହନ୍ତି ଶୁଣ ରାୟେ । କେ କହୁ ଅସୁରୀର କାୟେ । ।୬୮
ଲଙ୍ଗଳ ଈଶ ପ୍ରାୟ ଦନ୍ତ । ନାସିକା ପର୍ବତର ଅନ୍ତ । ।୬୯
ଖଣ୍ତŠପର୍ବତ ସ୍ତନ ବେନି । ଖାଙ୍କର କେଶ ତା' ମୂର୍ଦ୍ଧନି । ।୭୦
ପିଙ୍ଗଳ ଚକ୍ଷୁର ସ୍ୱରୂପ । ଯେହ୍ନେ ଖୋଦିତ ଅନ୍ଧକୂପ । ।୭୧
ନଦୀର ତଟ ପ୍ରାୟ ଜଙ୍ଘ । ଭୁଜ ଦିଶଇ ସେତୁବନ୍ଧ । ।୭୨
ଶୁଖିଲା ହ୍ରଦ ତା' ଉଦର । ଦେଖି କମ୍ପିଲେ ସୁରନର । ।୭୩
ଗୋପରେ ପଡ଼ିଲାକି ହୁରି । ଭୟେ ପଳାନ୍ତି ନରନାରୀ । ।୭୪
ପଡ଼ି ଭାଜିଲା କାହା ମୁଣ୍ତŠ । କାହାର ଦେହ ଖŠଣ୍ତ ଖଣ୍ତŠ । ।୭୫
ଦେଖି ଚକିତ ନନ୍ଦରାଣୀ । ଭୟେ ଚିନ୍ତଇ ଚକ୍ରପାଣି । ।୭୬
କ୍ଷଣକେ ହୋଇଲା ସଚେତ । ଉଠି ଲୋଡ଼ଇ ନିଜ ସୁତ । ।୭୭
ଗୋପୀଙ୍କି ବୋଲଇ ଉତ୍ତର । କେ ଘେନିଅଛ ମୋ' କୁମର । ।୭୮
ଆଣ ମୋହର କୋଳେ ଦିଅ । ପୁତ୍ର ନ ଦେଖି କମ୍ପେ ଦେହ । ।୭୯
ବହନ ଆଣ ପୁତ୍ର ଯାଇ । ମରିବି ତା ମୁଖ ନ ଚାହିଁ । ।୮୦
ଦେଖିଣ ଯଶୋଦା ବିକଳ । ଗୋପୀ ଧାମନ୍ତି ଅନ୍ତରାଳ । ।୮୧
ଭୟେ ଖୋଜନ୍ତି ଘରଦ୍ୱାର । ଦେଖିଲେ ପୂତନା ଉପର । ।୮୨
ବେନି ପର୍ବତ ମଧ୍ୟେ ରହି । ଯେସନେ ଶଶାଙ୍କ ଦିଶଇ । ।୮୩
ପୂତନା ସ୍ତନ ମଧ୍ୟେ ହରି । ଗୋପୀଏ ଯାଇ କୋଳକରି । ।୮୪
ପୁତ୍ରକୁ ଦେଖିଣ ବିସ୍ମୟେ । ଆନନ୍ଦ ହୋଇଲେ ଥୋକାଏ । ।୮୫
ନୟନେ ପୁତ୍ରକୁ ଦେଖିଣ । ଆନନ୍ଦ ଯଶୋଦାର ମନ । ।୮୬
କୋଳେ ଧରିଣ ଚୁମ୍ବ ଦେଇ । ନିଜ ମନ୍ଦିରେ ମିଳେ ଯାଇ । ।୮୭
ରୋହିଣୀ ଦେଖିଣ ଉଷତ । ଲୋକେ ହୋଇଲେ କୃତକୃତ୍ୟ । ।୮୮
ଗୋପି ମିଳିଲେ ବେଗେ ଯାଇ । ବୋଲନ୍ତି ଯଶୋଦାକୁ ଚାହିଁ । ।୮୯
ଆପଦୁଁ ତରିଲା କୁମର । ତୁ ଏବେ ରିଷ୍ଟ ଶାନ୍ତି କର । ।୯୦
ଶୁଣି ସାନନ୍ଦ ନନ୍ଦରାଣୀ । ପୁତ୍ରକୁ ଘେନିଲା ରୋହିଣୀ । ।୯୧
ବେଢ଼ି ବସିଲେ ଗୋପନାରୀ । ଯେତେ ଯଶୋଦା ପରିବାରୀ । ।୯୨
ବ›ତ୍ସା ଗୋଟିଏ ଆଣିକରି । ତା' ଲାଞ୍ଜେ ପୁତ୍ର ଦେହ ଝାଡ଼ି । ।୯୩
ଗୋ ମୂତ୍ରେ କରାଇ ସ୍ନାହାନ । ଗୋରଜ କରନ୍ତି ଲେପନ । ।୯୪
ଗୋମୟେ ଦେଲେ ଠିଆ ଚିତା । ଯେ ପ୍ରଭୁ ଗୋ-ବ୍ରାହ୍ମଣ-ହିତା । ।୯୫
ହସ୍ତରେ ଦୂର୍ବାଙ୍କୁର ଘେନି । କଲ୍ୟାଣ କରନ୍ତି କାମିନୀ । ।୯୬
ଦ୍ୱାଦଶ ଅଙ୍ଗନ୍ୟାସ କରି । ଗୋପୀ ବୋଲନ୍ତି ନାମ ଧରି । ।୯୭
ଯାହାର ନାହିଁ ଆଦିଅନ୍ତ । ଚରଣ ରଖୁ ତୋ ଅନନ୍ତ । ।୯୮
ଯଜ୍ଞପୁରୁଷ ଶିରୀଅଙ୍ଗ । ରକ୍ଷା କରନ୍ତୁ ବେନି ଜଂଘ । ।୯୯
ଅଚ୍ୟୁତ ରଖୁ କଟୀଭାଗ । ଗର୍ଭ ରଖନ୍ତୁ ପଦ୍ମନାଭ । ।୧୦୦
ହୃଦୟ ରଖୁ ହୟଗ୍ରୀବ । କଣ୍ଠ ତୋ ରଖୁ ବାସୁଦେବ । ।୧୦୧
ବିଷ୍ଣୁ ତୋ ରଖୁ ବେନିଭୁଜ । ବକ୍ଷ ତୋ ରଖୁ ଗ୍ରହରାଜ । ।୧୦୨
ଲଲାଟ ରଖୁ ସଦାଶିବ । ମୁଖ ତୋ' ରଖନ୍ତୁ ମାଧବ । ।୧୦୩
ତୋର ଅଗ୍ରତେ ଚକ୍ରଧର । ପୃଷ୍ଠ ତୋ' ରଖୁ ଗଦାଧର । ।୧୦୪
ସାରଙ୍ଗଧର ଏକ ପାଖ । ଖଡ଼ଗଧାରୀ ଆରପାଖ । ।୧୦୫
ଶଙ୍ଖ ତୋ' ରଖୁ ଚାରିକୋଣ । ଉପରେ ରଖୁ ନାରାୟଣ । ।୧୦୬
ଗରୁଡ଼ପତି ରଖୁ ତଳେ । ମଧୁସୂଦନ ଅନ୍ତରାଳେ । ।୧୦୭
ହୃଷିକେଶ ତୋ ଇନ୍ଦ୍ରିଗଣ । ରଖୁ ଗୋବିନ୍ଦ ପଞ୍ଚପ୍ରାଣ । ।୧୦୮
ଚିତ୍ତ ତୋ ଶ୍ୱେତଦ୍ୱୀପ-ପତି । ମାଧବ ରଖୁ ତୋ'ର ମତି । ।୧୦୯
ଖେଳନ୍ତେ ରଖୁ ବନମାଳୀ । ଶୟନେ କୃଷ୍ଣ ପ୍ରତିପାଳି । ।୧୧୦
ଚାଲନ୍ତେ ଭୋଜନେ ଶୟନେ । ରଖନ୍ତୁ ଶ୍ରୀ ମଧୁସୁଦନେ । ।୧୧୧
ଭୂତ ବେତାଳ ପ୍ରେତଜ୍ୱର । ଗ୍ରହ ଡାକିନୀ ନିଶାଚର । ।୧୧୨
ଦୁଷ୍ଟ ସ୍ୱପନ ଗ୍ରହପୀଡ଼ା । ବିଷ୍ଣୁ ନାଶନ୍ତୁ ସର୍ବଅଡ଼ା । ।୧୧୩
ନିର୍ଭୟ କରୁ ନରସିଂହ । ବଜ୍ର ତୋ ହେଉ ସର୍ବଦେହ । ।୧୧୪
ଆମ୍ଭ ଆୟୁଷ ତୋତେ ହେଉ । ତୋ ଦେହ ଚିରକାଳ ରହୁ । ।୧୧୫
ଅଶ୍ୱତ୍ଥାମାଦି ସିଦ୍ଧ ସାତେ । ତାହାଙ୍କ ଆୟୁର୍ବଳ ଯେତେ । ।୧୧୬
ଏ ସର୍ବ ତୋର ଦେହେ ହେଉ । ତୋ ଯଶ ତିନିପୁରେ ଥାଉ । ।୧୧୭
ନ ଥାଉ ତୋତେ କେ ଜିଣନ୍ତା । ତିନି ଭୁବନେ ସାମରଥା । ।୧୧୮
ଏମନ୍ତେ ସ୍ନେହଭର ହୋଇ । ଯଶୋଦାକୋଳେ ଦେଲେନେଇ । ।୧୧୯
ସ୍ତନ୍ୟ ପିଆଇ ନନ୍ଦରାଣୀ । ଭୟେ ଚିନ୍ତଇ ଚକ୍ରପାଣି । ।୧୨୦
ନନ୍ଦ ଯେ ଥିଲା ମଧୁବନେ । ଆସି ମିଳିଲା ରାତ୍ରମାନେ । ।୧୨୧
ଦେଖିଣ ପୂତନା ଶରୀର । ଭୟେ କମ୍ପଇ ଥରହର । ।୧୨୨
ମିତ୍ର ବଚନ ମନେ ଗୁଣି । ସୁମରି ଦୃଢ଼େ ପରିମାଣି । ।୧୨୩
ଗୋପାଳମାନଙ୍କୁ ରାଇଲା । ଦହନ କର ହୋ ବୋଇଲା । ।୧୨୪
ନନ୍ଦ ଆଜ୍ଞାରେ ଗୋପଜନ । ବୋଲନ୍ତି କରିବୁ ଦହନ । ।୧୨୫
ତକ୍ଷଣେ କରି ଖଣ୍ତŠ ଖŠଣ୍ତ । ଦହିଲେ ପୂତନାର ପିŠଣ୍ତ । ।୧୨୬
ଅନଳେ ଦହନ୍ତେ ଅସୁରୀ । ଗନ୍ଧ ପ୍ରସରିଲା କସ୍ତୁରୀ । ।୧୨୭
ଆନନ୍ଦ ହୋଇଲେ ସକଳେ । ଗନ୍ଧ ଆମୋଦ ଦିଗ ପୂରେ । ।୧୨୮
ହରି ଭକ୍ଷିଲେ ଯା'ର କ୍ଷୀର । ସୁଗନ୍ଧ କେତେକ ମାତର । ।୧୨୯
ଅଷ୍ଟାଙ୍ଗଯୋଗେ ମୁନିଗଣେ । ଚିନ୍ତନ୍ତି ଯେ ହରିଚରଣେ । ।୧୩୦
କ୍ଷୀର ସଙ୍ଗତେ ପଞ୍ଚପ୍ରାଣ । ଶ୍ରୀକୃଷ୍ଣ ଦେହେ ହେଲା ଲୀନ । ।୧୩୧
ପାମରୀ ସ୍ୱଭାବେ ଅସୁରୀ । ଅନେକ ପାପ ଥିଲା କରି । ।୧୩୨
ହତ୍ୟା କହିବା ତା'ର କେତେ । ଦେହରେ ଲୋମ ଅଛି ଯେତେ । ।୧୩୩
କୃଷ୍ଣଙ୍କୁ କୋଳେ ବସାଇଲା । ଶ୍ରୀମୁଖ ଚାହିଁ କ୍ଷୀର ଦେଲା । ।୧୩୪
ଦେବକୀ ନନ୍ଦ ଯଶୋବନ୍ତୀ । ବସୁଦେବଙ୍କ ଯହିଁ ଗତି । ।୧୩୫
ତହିଁକି ପେଷିଲେ ମୁରାରି । ଅସୁରୀ ଗଲା ଆଗସରି । ।୧୩୬
ଗୋପୀ ଗୋପାଳ ଯେତେ ଗାଈ । ଯାହାଙ୍କ କ୍ଷୀର କୃଷ୍ଣ ଖାଇ । ।୧୩୭
ବସିଲେ ଯେତେ ଜନ କୋଳେ । ସବୁ ତରିବେ ଏକାବେଳେ । ।୧୩୮
ଅସୁରୀ ଦହନ କରାଇ । ଘରେ ମିଳିଲେ ନନ୍ଦ ଯାଇ । ।୧୩୯
ପୂତନା ଆଗମନ ଲୋକେ । କହିଲେ ନନ୍ଦ ଆଗେ ଥୋକେ । ।୧୪୦
ନନ୍ଦ ଯେ ବିସ୍ମୟ ହୋଇଲେ । ସକଳେ କୃଷ୍ଣ ସୁମରିଲେ । ।୧୪୧
ଗୋପାଳେ ବୋଲନ୍ତି ଏମନ୍ତ । ଦେଖ ସଂସାର ଅଦଭୁତ । ।୧୪୨
ଜାଣିଲୁ ନନ୍ଦ ଭାଗ୍ୟବନ୍ତ । ଆପଦୁଁ ତରିଲା ତା ସୁତ । ।୧୪୩
ଆମ୍ଭର ଅଛି ପୁଣ୍ୟବଳ । ଗୋବିନ୍ଦ ରଖିବେ ଗୋକୁଳ । ।୧୪୪
ନିଜ ମନ୍ଦିରେ ନନ୍ଦ ମିଳି । କୋଳେ ବସାଇ ବନମାଳୀ । ।୧୪୫
ଶ୍ରୀକୃଷ୍ଣ ଶିରେ ଦେଇ କର । ଚୁମ୍ବନ ଦେଲାକ ଅପାର । ।୧୪୬
ବିପ୍ରଙ୍କୁ ରାଇ ଗ୍ରହ ଶାନ୍ତି । କରାଇ ଚିନ୍ତଇ ଶ୍ରୀପତି । ।୧୪୭
ନନ୍ଦର ଆଜ୍ଞାରେ ବ୍ରାହ୍ମଣେ । କରନ୍ତି ଶାନ୍ତି ଗ୍ରହଗଣେ । ।୧୪୮
ଯଜ୍ଞ ଉଚିତ ପ୍ରାୟଶ୍ଚିତ । କରନ୍ତି ଧର୍ମଶାସ୍ତ୍ର ମତ । ।୧୪୯
ଷଡ଼ଅକ୍ଷର ମନ୍ତ୍ର ପଢ଼ି । ସିଞ୍ଚନ୍ତି କୁଶ ଘେନି ବାରି । ।୧୫୦
ସହସ୍ରେ ଧେନୁ-ବତ୍ସା ଦେଲେ । ସୁବ‰ର୍ଣ୍ଣ ଅଳଙ୍କାର ତୁଲେ । ।୧୫୧
ପ୍ରସନ୍ନ ହୋଇ ବିପ୍ରଗଣ । କୃଷ୍ଣଙ୍କୁ କରନ୍ତି କଲ୍ୟାଣ । ।୧୫୨
ସକଳ ରିଷ୍ଟରୁ ଅଚ୍ୟୁତ । ତୋତେ ସେ କରନ୍ତୁ ମୁକତ । ।୧୫୩
ଜ୍ଞାତି-ଭୋଜନ ଦେଲେ ନନ୍ଦ । ରିଷ୍ଟ ଖŠଣ୍ତିବେ ଆଦିକନ୍ଦ । ।୧୫୪
ଆନନ୍ଦେ ହୋଇ କୃତକୃତ୍ୟ । କହନ୍ତି ବ୍ୟାସଙ୍କର ସୁତ । ।୧୫୫
ଯେ ଶୁଣେ କୃଷ୍ଣ-ବାଳକେଳି । ଆନନ୍ଦ ହୋଇ ମନେ ଭାଳି । ।୧୫୬
ପୂତନା ମରଣର ବାଣୀ । କ‰ର୍ଣ୍ଣେ ଶୁଣନ୍ତି ଯେତେ ପ୍ରାଣୀ । ।୧୫୭
ଅସୁରୀ ତରିଲା ଯେମନ୍ତେ । ସୁଜନେ ଯିବ ସେହି ପଥେ । ।୧୫୮
ଭକତି କର ଦୃଢ଼ଚିତ୍ତେ । ହରି-ଭକତଙ୍କର ମତେ । ।୧୫୯
ଗୀତ-ବିନୋଦ ଭାଗବତ । କହିଲା ଦାସ ଜଗନ୍ନାଥ । ।୧୬୦
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ସପ୍ତମୋଽଧ୍ୟାୟଃ ।

ଅଷ୍ଟମ ଅଧ୍ୟାୟସମ୍ପାଦନ କରନ୍ତୁ

ରାଜା ଉବାଚ

ନମଇଁ କୃଷ୍ଣ-ପଦ୍ମ‌ପାଦ । ଏ ମୋର ଜୀବନ-ସମ୍ପଦ । ।୧
ପରୀକ୍ଷ ଶୁକମୁଖ ଚାହିଁ । ବୋଲନ୍ତି କୃତକୃତ୍ୟ ହୋଇ । ।୨
ଗୋପ ନବରେ ନରହରି । ମାଇଲେ ପୂତନା ଅସୁରୀ । ।୩
ଦେବଙ୍କ ଭୟ ନିବାରିଲେ । ନିଜ ଶରୀରେ ଠାବ ଦେଲେ । ।୪
ଯାହାର ନାହିଁ ମିତ୍ର-ଅରି । ଚାଣ୍ତାŠଳୁଁ ବ୍ରହ୍ମ ଆଦି କରି । ।୫
ସାଧୁଙ୍କୁ ପାଳି ଦୁଷ୍ଟ ନାଶି । ଦୟାସାଗର ବ୍ରହ୍ମରାଶି । ।୬
ତାହାଙ୍କ ଯେତେ କର୍ମମାନ । ବାଳକ-ଚରିତ ବିଧାନ । ।୭
ଶୁଣି ଭଜନ୍ତି ଯେତେ ପ୍ରାଣୀ । ତରନ୍ତି ଭବ-ତରଙ୍ଗିଣୀ । ।୮
ମାୟା-ମନୁଷ୍ୟ ଅବତାର । ଖŠଣ୍ତିବେ ଅବନୀର ଭାର । ।୯
ଆବର କଲେ ଗୋପେ ଯାହା । କହିବା ଯେବେ ମୋତେଦୟା । ।୧୦
ରାଜା ପ୍ରଶନ ବାକ୍ୟ ଶୁଣି । କହନ୍ତି ଶୁକ ମହାମୁନି । ।୧୧
କହିବା ଶୁଣ କୃଷ୍ଣକଥା । ଯେଣେ ତୁଟିବ ଭବବ୍ୟଥା । ।୧୨
ଅନ୍ତୁଡ଼ି ଉଠିଆରୀ ଦିନେ । ଆସି ମିଳିଲେ ଗୋପୀଜନେ । ।୧୩
ମଙ୍ଗଳ ଗୀତନାଦ କରି । ସ୍ନାନ କରାଇଲେ ମୁରାରି । ।୧୪
ବ୍ରହ୍ମଣ ମିଳିଲେ ଥୋକାଏ । ଆଶିଷ ଦେଲେ ମାଏପୋଏ । ।୧୫
ଆନନ୍ଦମନେ ନନ୍ଦରାୟେ । ଧନବସନ ଦାନ ଦିଏ । ।୧୬
ଗୋପୀ ଆନନ୍ଦ ଗୀତରସ । ନିଦ୍ରାମୋହିତ ପୀତବାସ । ।୧୭
ଶକଟତଳେ ବସ୍ତ୍ର ପାଡ଼ି । ଯଶୋଦା ଶୁଆଇ ମୁରାରି । ।୧୮
ନିଦ୍ରା କରଇ ଗୀତ ଗାଇ । ଗୋପୀଙ୍କିଦେଲେ ସେ ବଧାଇ । ।୧୯
ଅକ୍ଷତ ଦେଲେ ଜଣେ ଜଣ । ପୁତ୍ରକୁ କରନ୍ତି କଲ୍ୟାଣ । ।୨୦
ଏମନ୍ତେ କଂସର ଅସୁର । ନାମ ଶକଟାସୁର ବୀର । ।୨୧
କୃଷ୍ଣଙ୍କୁ ମାରିବାର ଆଶେ । ଶକଟ ଶରୀର ପ୍ରକାଶେ । ।୨୨
ତାହା ଜାଣିଲେ ଭାବଗ୍ରାହୀ । ବାଳୁତ ରୂପେ ଛନ୍ତି ଶୋଇ । ।୨୩
ନିଦ୍ରା ଭାଜନ୍ତେ ନାରାୟଣ । କାନ୍ଦି ଲୋଡ଼ନ୍ତି ମାତାସ୍ତନ । ।୨୪
ଗୋଳେ ନ ଶୁଣଇ ଗୁଆଳୀ । କୃଷ୍ଣ କାନ୍ଦନ୍ତି ପାଦ ଚାଳି । ।୨୫
ଶକଟେ ବାଜିଲା ପୟର । ଶବଦ କଲା ମହାଘୋର । ।୨୬
ଶକଟ ପଡ଼ିଲାକ ଝଡ଼ି । ଦେଖି ଚକିତ ଗୋପବାଳୀ । ।୨୭
ଦଧି ତଇଳ ଘୃତଭାଣ୍ତŠ । ଭାଜି ହୋଇଲା ଖଣ୍ତŠ ଖଣ୍ତŠ । ।୨୮
ଶବଦ ଶୁଣି ଗୋପୀ ଧାଇଁ । ମିଳିଲେ ନନ୍ଦ ଆଦି ଯାଇ । ।୨୯
ଦେଖିଲେ ଯଶୋଦା କୁମର । ପଡ଼ିଛି ଶକଟ ତଳର । ।୩୦
କୃଷ୍ଣଙ୍କୁ ଆଣି କୋଳ କଲେ । ଏକକୁ ଆରେକ କହିଲେ । ।୩୧
ଏ କି ଆପଦ କାହିଁ ହୋଇ । ଏମନ୍ତ ଦେଖିଲା ତ ନାହିଁ । ।୩୨
ଶକଟ ଭାଜିଲା କେମନ୍ତ । ବୁଝ ହୋ ଏହାର ତଦନ୍ତ । ।୩୩
ଯଶୋଦା ଦେବୀ ଭାଗ୍ୟବନ୍ତ । ଆପଦୁଁ ତରିଲା ବାଳୁତ । ।୩୪
ଶକଟ ଭାଜିଲା କେମନ୍ତେ । ଜାଣିଲେ ଯିବା ନା ପରତେ । ।୩୫
ବାଳକୁମରେ ତାହା ଶୁଣି । ବୋଲନ୍ତି ଆମ୍ଭେ ଅଛୁ ଜାଣି । ।୩୬
ଯଶୋଦାସୁତ ପାଦଘାତେ । ଶକଟ ଭାଜିଲା ଯୁକତେ । ।୩୭
ତହୁଁ ପୁରୁଷେ ଜାତ ହୋଇ । ଯୋଡ଼ି ବୋଇଲା କର ଦୁଇ । ।୩୮
ଅନେକ ବିନୋଇ କହିଲା । ବିମାନେ ବସି ସ୍ୱର୍ଗେ ଗଲା । ।୩୯
ଶୁଣି ହସିଲେ ବାଳ ବୋଲ । କୃଷ୍ଣର ନ ଜାଣନ୍ତି ବଳ । ।୪୦
ରୋଦନ କରନ୍ତେ ମୁରାରି । ଯଶୋଦାକୋଳେଦେଲେ ନାରୀ । ।୪୧
କୁଗ୍ରହ ହେବା ମନେ ଚିନ୍ତି । ବିପ୍ରଙ୍କୁ ଆଣି ଗ୍ରହଶାନ୍ତି । ।୪୨
କରାଇ ପିଆଇଲେ ସ୍ତନ୍ୟ । ଆନନ୍ଦ ଯଶୋଦାର ମନ । ।୪୩
ଆନ ଶକଟ ଭିଆଇଲେ । ଦ୍ରବ୍ୟମାନଙ୍କୁ ସଜାଡ଼ିଲେ । ।୪୪
ବ୍ରାହ୍ମଣେ କଲେ ପଞ୍ଚାମୃତ । ଦେଖିଣ ନନ୍ଦ କୃତକୃତ୍ୟ । ।୪୫
ହରଷ ହୋଇ ଦେଲା ଦାନ । ଧେନୁ କାଞ୍ଚନ ବସ୍ତ୍ର ଅନ୍ନ । ।୪୬
ସନ୍ତୋଷ ହୋଇ ବିପ୍ରଗଣେ । କଲ୍ୟାଣ କଲେ ତୋଷମନେ । ।୪୭
ଆଚାର ବିଦ୍ୟାରେ ଭରସା । ପରେ ସେ ନ କରନ୍ତି ହିଂସା । ।୪୮
ଯାହା ବୋଲନ୍ତି ସିଦ୍ଧଜନେ । ଅନ୍ୟଥା ନୁହଇ ବଚନେ । ।୪୯
କହନ୍ତି ବ୍ୟାସଙ୍କ ନନ୍ଦନ । ଏମନ୍ତେ ଗଲା କେତେଦିନ । ।୫୦
କଂସର ଆଜ୍ଞାରେ ଦଇତ୍ୟ । ଗୋପେ ମିଳିଲା ତୃଣାବର୍ତ୍ତ । ।୫୧
ତାହା ଜାଣିଲେ ଦଇତ୍ୟାରି । ଯଶୋଦା କୋଳେ ଛନ୍ତି ଧରି । ।୫୨
ବିଚାର କଲେ ଚକ୍ରଧର । ଆଜ ସଂହାରିବି ଅସୁର । ।୫୩
ଜନନୀ କୋଳେ ହେଲେ ଗରୁ । ଯେହ୍ନେ ଅଚଳ ମହାମେରୁ । ।୫୪
ତକ୍ଷଣେ ଥୋଇଲା ଅବନୀ । ବିଚାର କଲା ଭୟ ଘେନି । ।୫୫
ବାଳୁତ ଏଡ଼େ ଗରୁପଣ । ନ ପୁଣ ପଡ଼ଇ କଷଣ । ।୫୬
ଶେଯେ ଶୁଆଇ ଗଲାଘର । କରଇ ବ୍ୟାପାର ବେଭାର । ।୫୭
କଂସର ଆଜ୍ଞା ପରମାଣେ । ଅସୁର ମିଳିଲା ତକ୍ଷଣେ । ।୫୮
ଗଗନେ ଘୋରନାଦ କରି । ଚକ୍ରପବନ ରୂପ ଧରି । ।୫୯
ଦିବସେ କଲା ଅନ୍ଧକାର । ଭୂମି କମ୍ପିଲା ଥରହର । ।୬୦
ବୃକ୍ଷେ ପଡ଼ିଲେ ମହୀତଳେ । ରେଣୁ ଉଡ଼ିଲେ ଅନ୍ତରାଳେ । ।୬୧
ଚାହିଁ ନ ପାରି ବେନିଘଡ଼ି । ଚକ୍ଷୁ ବୁଜିଲେ ନରନାରୀ । ।୬୨
ଚକ୍ରପବନ ଗଲା ଉଡ଼ି । କୃଷ୍ଣଙ୍କୁ ଦୈତ୍ୟ ନେଲା ହରି । ।୬୩
ପ୍ରକାଶେ ରବିର କିରଣ । ନିର୍ମଳ ଦିଶିଲା ଗଗନ । ।୬୪
ଘରୁ ବାହାରି ନନ୍ଦରାଣୀ । ପୁତ୍ରକୁ ଖୋଜଇ ଧରଣୀ । ।୬୫
କୃଷ୍ଣେ ନ ଦେଖି ହିଆକୋଡ଼ି । ଧାମଇଁ ପୁଣ ପୁଣ ପଡ଼ି । ।୬୬
ଘରବାହାରେ ପୁର ଲାଗେ । ବିକଳେ ଲୋଡ଼େ ଚଉଦିଗେ । ।୬୭
ଖୋଜି ନ ପାଇ ବନମାଳୀ । ତା' ଶୁଣି ମିଳିଲେ ଗୁଆଳୀ । ।୬୮
ଖୋଜନ୍ତି ଘରେ ଘରେ ପଶି । କାହିଁ ପାଇବେ ବ୍ରହ୍ମରାଶି । ।୬୯
ନ ଦେଖି ପ୍ରଭୁ ଚକ୍ରପାଣି । ମୋହେ ପଡ଼ିଲା ନନ୍ଦରାଣୀ । ।୭୦
ଗୋପୀ ଧଇଲେ ବେଗେ ଯାଇ । ବିଞ୍ଚନ୍ତି ମୁଖେ ନୀର ଦେଇ । ।୭୧
ଘଡ଼ିକେ ହୋଇଲା ସଚେତ । ଉଠି ଲୋଡ଼ଇ ନିଜ ସୁତ । ।୭୨
କେଶ ବସନ ଅସମ୍ଭାଳେ । ପଡ଼େ ଗୋପୀଙ୍କ ପାଦତଳେ । ।୭୩
କେ କହୁ ଯଶୋଦାର ଶୋକ । ଗୋପୀଙ୍କି ଚାହିଁଣ ନିରେଖ । ।୭୪
ବିକଳେ ଲୋଟଇ ଧରଣୀ । ଗୋପୀ କାନ୍ଦନ୍ତି ତାହା ଶୁଣି । ।୭୫
କେ କହୁ ଶୋକର ତଦନ୍ତ । ଗୋପୀ ହୋଇଲେ ମୋହଗତ । ।୭୬
ତାହା ଜାଣିଲେ ଜଗନ୍ନାଥ । ଆକାଶେ ଉଡୁଛି ଦଇତ୍ୟ । ।୭୭
ଶ୍ରୀକୃଷ୍ଣ ବିଚାରନ୍ତି ମନେ । ଅସୁର ମାରିବି କେସନେ । ।୭୮
ଏ ତ ନେଉଛି ଶୂନ୍ୟପଥେ । ଏତେ ବିଚାରି ଗୋପୀନାଥେ । ।୭୯
ଦାସବ›ତ୍ସଳ ନନ୍ଦବଳା । ରୁନ୍ଧିଲେ ଅସୁରର ଗଳା । ।୮୦
କଣ୍ଠେ ଲମ୍ବିଲେ ବନମାଳୀ । ଅସୁର ନ ପାରିଲା ଚଳି । ।୮୧
ବ୍ରହ୍ମାŠଣ୍ତ କୋଟି କୋଟି ମାଳେ । ବସନ୍ତି ଯା'ର ରୋମମୂଳେ । ।୮୨
ଅସୁର ଚାଳିବ ତା କାହିଁ । ଭାଳଇ ଚଉଦିଗ ଚାହିଁ । ।୮୩
ବାଳୁତ ପୁଅ ଏଡ଼େ ଗରୁ । ପକାଇ ଦେବି ପଡ଼ି ମରୁ । ।୮୪
ଧରିଣ କୃଷ୍ଣ ବାମହସ୍ତେ । ତା' କଣ୍ଠ ଚାପିଲେ ତୁରିତେ । ।୮୫
ବେନି ଲୋଚନ ଗଲା ଫୁଟି । ପ୍ରାଣ ଛାଡ଼ିଲା ତାଳୁ ଫାଟି । ।୮୬
ଶବଦ କଲା ମହାଘୋର । ଶୁଣି କମ୍ପିଲେ ସୁରନର । ।୮୭
ଅସୁର ଘେନି କୃଷ୍ଣ କରେ । ପଡ଼ିଲେ ଶିଳାର ଉପରେ । ।୮୮
ଅସୁର ଦେହ ହେଲା ଚୂର । ଗୋପୀ ଦେଖିଲେ ଦାମୋଦର । ।୮୯
ଯମର ଘରୁ ଯେହ୍ନେ ଆସି । କୋଳ କରନ୍ତି ଗୋପୀ ହସି । ।୯୦
ଶିଳାରୁ ଘେନି ବନମାଳୀ । ଯଶୋଦାକୋଳେ ଦେଲେତୋଳି । ।୯୧
ଗୋପୀ ଗୋପାଳ ଆଦି ନନ୍ଦ । କୃଷ୍ଣଙ୍କୁ ଦେଖିଣ ସାନନ୍ଦ । ।୯୨
ଗୋପାଳେ ନନ୍ଦଙ୍କୁ ଅନାଇ । ବୋଲନ୍ତି ଭାଗ୍ୟବନ୍ତ ତୁହି । ।୯୩
କାଳର ମୁଖୁଁ ଉବୁରିଲା । ପୁତ୍ରକୁ ଗୋବିନ୍ଦ ରଖିଲା । ।୯୪
ଶୀତଳ ଯଶୋଦାର କୋଳ । ଆପଦୁଁ ତରିଲା କୁମର । ।୯୫
ଅରିଷ୍ଟ ଦେଖି ନନ୍ଦ ମନେ । ଭାଳଇ ମିତ୍ରର ବଚନେ । ।୯୬
ଦିନେକ ପୁତ୍ର କୋଳେ ଘେନି । କ୍ଷୀର ପିଆନ୍ତେ ନନ୍ଦ ରାଣୀ । ।୯୭
କୃଷ୍ଣ ବଦନେ ଉଠେ ହାଇ । ଯଶୋଦା ତୁଣ୍ତେŠ ଦେଲା ଚାହିଁ । ।୯୮
ଦେଖିଲା ଦର୍ପଣ ପରାୟେ । ବ୍ରହ୍ମାŠଣ୍ତ ଦିଶେ କୃଷ୍ଣ ଦେହେ । ।୯୯
ଆକାଶ ଆଦି ଦିଗପାଳେ । ଗ୍ରହ ନକ୍ଷତ୍ର ମେଘମାଳେ । ।୧୦୦
ସପତ ସିନ୍ଧୁ ବସୁନ୍ଧରୀ । ନଦୀ କାନନ ଦିଗ ଗିରି । ।୧୦୧
ସ୍ଥାବର ଆଦି ସର୍ବଜନ୍ତୁ । ବିଶ୍ୱ ସଂସାରେ ଯେତେ ହେତୁ । ।୧୦୨
ଦେଖି ଚକିତମନେ ଚାହିଁ । ହୃଦେ ଚିନ୍ତଇ ଭାବଗ୍ରାହୀ । ।୧୦୩
ସଭୟେ ପୁତ୍ର କୋଳେ ଘେନି । ଘରେ ପଶିଲେ ନନ୍ଦରାଣୀ । ।୧୦୪
ଆନନ୍ଦ କେ ପାରିବ କହି । ଯାହାର ସୁତ ଭାବଗ୍ରାହୀ । ।୧୦୫
ନିଦ୍ରା ମୋହିତ ହୃଷିକେଶ । ନମଇଁ ଜଗନ୍ନାଥ ଦାସ । ।୧୦୬
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ନନ୍ଦବସୁଦେବ ସଙ୍ଗମୋ ନାମ ଅଷ୍ଟମ ଅଧ୍ୟାୟଃ ।

ନବମ ଅଧ୍ୟାୟସମ୍ପାଦନ କରନ୍ତୁ

ଶୁକ ଉବାଚ

ଶୁଣ ଅଭିମନ୍ୟୁ-କୁମର । କହନ୍ତି ଶୁକ-ମୁନିବର । ।୧
ଗର୍ଗବଂଶରେ ମୁନି ଜାତ । ଯାଦବବଂଶ ପୁରୋହିତ । ।୨
ଧାର୍ମିକପଣେ ସମ ନାହିଁ । ଆଣିଲା ବସୁଦେବ ରାଇ । ।୩
ବସାଇ ପୂଜିଲା ପୟର । ଏକାନ୍ତେ ବୋଲଇ ଉତ୍ତର । ।୪
ଭୋ ମୁନି ନନ୍ଦଘରେ ମୋର । ଅଛନ୍ତି ବେନି ଯେ କୁମର । ।୫
କଂସର ଡ଼ରେ ମୁହିଁ ନେଇ । ଗୋପରେ ଅଛଇଁ ଲୁଚାଇ । ।୬
ଏବେ ଗୋପକୁ ତୁମ୍ଭେ ଯାଅ । ମୋର ପୁତ୍ରଙ୍କୁ ନାମ ଦିଅ । ।୭
ଏହା ଜାଣିବ ଏକା ନନ୍ଦ । ଆନ ଜାଣିଲେ ହେବ ମନ୍ଦ । ।୮
ବସୁଦେବର ବୋଲ ଶୁଣି । ଗୋପେ ଚଳିଲେ ଗର୍ଗମୁନି । ।୯
ସାମଗାୟନ କରି ଧୀରେ । ମିଳିଲେ ନନ୍ଦର ମନ୍ଦିରେ । ।୧୦
ଦେଖି ଆସନୁ ନନ୍ଦ ଉଠି । ଥୋକାଏ ଅଇଲେ ପାଛୋଟି । ।୧୧
ପବିତ୍ର ଜଳେ ପାଦ ଧୋଇ । ଆସନେ ବସାଇଲା ନେଇ । ।୧୨
ଚରଣ ପୂଜି ଷଡ଼ଅର୍ଘ୍ୟେ । ବିନୟ ହୋଇ ସାଧୁ ଗାର୍ଗ୍ୟେ । ।୧୩
ଆନନ୍ଦ କରାଇଣ ମନ । ବୋଲଇ ମଧୁର ବଚନ । ।୧୪
ଭୋ ମୁନି ହୋଇଲି ନିର୍ମଳ । ଘେନି ତୁମ୍ଭର ପାଦଜଳ । ।୧୫
ଭୂତ ଭବିଷ୍ୟତ ବର୍ତ୍ତମାନ । ଏଣେ ତୁମ୍ଭର ଦିବ୍ୟଜ୍ଞାନ । ।୧୬
ଅନେକ ପୁଣ୍ୟ ଥିଲା ମୋର । ତେଣୁ ପୂଜିଲି ତୋ' ପୟର । ।୧୭
ଭିତରପୁରେ ମୁନି ନେଇ । କହଇ ଏକାନ୍ତେ ବସାଇ । ।୧୮
ଶୁଣ ପŠଣ୍ତିତ ଚୂଡ଼ାମଣି । ମୋ ଘରେ ଅଛଇ ରୋହିଣୀ । ।୧୯
ବସୁଦେବର ଏ ତନୟ । ପୁଣି ହୋଇଛି ମୋର ପୁଅ । ।୨୦
ନାମକରଣ ଆଜ କର । ପ୍ରସନ୍ନ ହୋଇ ମୁନିବର । ।୨୧
କ୍ଷତ୍ରିୟ ସ୍ୱଭାବେ ଯୁକତେ । ସଂସ୍କାର କର ବେନିସୁତେ । ।୨୨
ତୋ ତହୁଁ ନ ଜାଣିବେ କେହି । ଏମନ୍ତ ମନ୍ଦିରେ ବସାଇ । ।୨୩
ମୁନି ବୋଲନ୍ତି ନନ୍ଦ ଚାହିଁ । ଏ କଥା ମୋତେ ନ ଯୋଗାଇ । ।୨୪
ମୁଁ ଯଦୁବଂଶେ ପୁରୋହିତ । ଏ କଥା ସଂସାରେ ବିଦିତ । ।୨୫
ତୋହର ଘରେ କାର୍ଯ୍ୟ କଲେ । କଂସ ଜାଣିବ ତାହା ଭଲେ । ।୨୬
ବସୁଦେବର ପୁତ୍ର ଏହି । ପୂର୍ବେ ଅମ୍ବିକା ଗଲେ କହି । ।୨୭
ଦେବକୀ ଅଷ୍ଟମ ଗର୍ଭର । ନିଶ୍ଚୟେ ହୋଇଲା କୁମର । ।୨୮
କେ ଅବା ଆସିଅଛି ଥୋଇ । ପୁରୋହିତ ଯେ ଗଲେ ତହିଁ । ।୨୯
ଏମନ୍ତ ବିଚାରି ଅସୁର । ଘେନାଇ ଯିବ ମଧୁପୁର । ।୩୦
ନେଇ ମାରିବ ବେନିବାଳ । ଏ କଥା ଅନର୍ଥର ମୂଳ । ।୩୧
ଶୁଣି ବୋଲନ୍ତି ନନ୍ଦରାୟ । ଭୋ ମୁନି ନ କର ତୁ ଭୟ । ।୩୨
ତୋ ତହୁଁ ନଜାଣିବେ ଆନ । ଏମନ୍ତ ଅଛି ମୋର ସ୍ଥାନ । ।୩୩
କହି କରାଇ ସାବଧାନ । ଆଣିଲା ହୋମର ବିଧାନ । ।୩୪
ଦ୍ୱିଜ ବେଭାରେ ଶୁଚିମନ୍ତ । ସଂସ୍କାର କଲେ ବେନିସୁତ । ।୩୫
ଗର୍ଗ୍ୟ ଅଇଲେ ଯହିଁ ପାଇଁ । ଦେଖିଲେ ନନ୍ଦପୁତ୍ର ଦୁଇ । ।୩୬
ନୟନେ ଦେଖି ନିସ୍ତରିଲେ । ବେଦବଚନେ ସ୍ତୁତି କଲେ । ।୩୭
ବିଚାରି ହୃଦେ ପରିମାଣି । ଜ୍ଞାନଦର୍ଶନେ ମୁନିମଣି । ।୩୮
ସଭୟ କରି ହୃଦଗତେ । ଗୋବିନ୍ଦ ଭାବ ଅନୁମତେ । ।୩୯
ଭୋ ବ୍ରହ୍ମ ପୁରୁଷ ଶରୀର । ମର୍ତ୍ତ୍ୟେ ହୋଇଲ ଅବତାର । ।୪୦
ଅବନୀଭାରା ନାଶ ଅର୍ଥେ । ଅଂଶେଣ ହୋଇଲ ସମ୍ଭୂତେ । ।୪୧
ନାଶିବ ଦୁଷ୍ଟ ମହାମଲ୍ଲେ । ଯେତେ ଏ ଅଛନ୍ତି ଶୟଳେ । ।୪୨
ଏମୋର ନୟନ ଆନନ୍ଦ । କେବଣ ତପ କଲା ନନ୍ଦ । ।୪୩
ଗୋରୁ ଗୋପାଳ ଗୋପସୁତ । ନଦୀ କାନନ ପରବତ । ।୪୪
ଗିରିକୁସୁମ ବନେ ଯେତେ । ଦ୍ୱାଦଶ-ବିପିନ ସହିତେ । ।୪୫
ଏହାଙ୍କ ଭାଗ୍ୟ କେହୁ କହୁ । ମାୟା-ମନୁଷ୍ୟ ମହାବାହୁ । ।୪୬
ଭୋ ନାଥ କମଳନୟନ । ଅଜନ୍ମା ହେଲ ତୁମ୍ଭେ ଜନ୍ମ । ।୪୭
ମୁଁ କୀଟ କୋଟିକେ ଅନ୍ତର । କିସ ବା ନାମ ଦେବି ତୋର । ।୪୮
ଅନନ୍ତ ଅବତାର ନାମ । ଅଂଶେ ହୋଇଲ ଗୁଣଧାମ । ।୪୯
ଏମନ୍ତ ଯେତେ ଗୁଣ କର୍ମେ । ସମସ୍ତ କହିଲେ ବଚନେ । ।୫୦
ମନେ ବିଚାରି ହୃଦେ ସ୍ତୁତି । କଲେ ସେ ଗାର୍ଗ୍ୟ ମହାଯତି । ।୫୧
ଆତ୍ମାର ଗୁଣ କର୍ମ ଅର୍ଥେ । କହନ୍ତି ନନ୍ଦର ଅଗ୍ରତେ । ।୫୨
ଶୁଣ ହେ ବ୍ରଜ ମହୀପତି । ଯେ ତୋର ପୁତ୍ର ନାମ ଗତି । ।୫୩
ରୋହିଣୀ ସୁତ ଏ ସୁନ୍ଦର । ଗୁଣେ ରଞ୍ଜିବ ସୁରନର । ।୫୪
ଏହାର ନାମ ରାମ ହେଉ । ଦେଖ ଆଜାନୁ ବେନି ବାହୁ । ।୫୫
ବଳ ଅଧିକୁ ବଳ ନାମ । ବେନି ସଂଯୋଗେ ବଳରାମ । ।୫୬
ଗୋବିନ୍ଦ ଆଜ୍ଞା ଘେନି ପୂର୍ବେ । ଦୁର୍ଗା ଆକର୍ଷି ଥିଲେ ଗର୍ଭେ । ।୫୭
ତେଣୁ ଯେ ନାମ ସଙ୍କର୍ଷଣ । ଦେଖ ସ୍ୱରୂପ ବିଚକ୍ଷଣ । ।୫୮
ଏ ଯେ ତୋହର ନିଜ ସୁତ । ଏହାର ଗୁଣ ଅପ୍ରମିତ । ।୫୯
ଏଯେତେ ଜନ୍ମ ମହୀତଳେ । ମୁହିଁ ଜାଣଇ ଯୋଗବଳେ । ।୬୦
ଯୁଗ ଯୁଗକେ ଆନ ବ‰ର୍ଣ୍ଣ । ଆବର ଯେତେ ଗୁଣ କର୍ମ । ।୬୧
ଏହାକୁ ନ ଜାଣନ୍ତି କେହି । ମୁଁ ଏହା ଅଳପ ଜାଣଇ । ।୬୨
ନାମ ଏହାର ଅଛି ଯେତେ । କହିବି ଏକେ ଏକେ କେତେ । ।୬୩
ଶ୍ୱେତ ଶୋଣିତ ପୀତ ଶ୍ୟାମ । ଯୁଗକୁ ଯୁଗ ଅନୁଆନ । ।୬୪
ଏବେ ଏହାର କୃଷ୍ଣ ନାମ । ଦୁଷ୍ଟ କରିବ ବିନାଶନ । ।୬୫
ପୂର୍ବେ ଏ ବସୁଦେବ ଘରେ । ଜନ୍ମିଲେ ଦେବକୀ ଉଦରେ । ।୬୬
ପିତା ଏହାର ବସୁଦେବ । ତେଣୁ ତା'ନାମ ବାସୁଦେବ । ।୬୭
ଯେତେକ ନାମଟି ଏହାର । ଅଳପ ଜାଣେ ଦେବବର । ।୬୮
ଏହାର ନାମ ଆଶ୍ରେ କରି । ହେଳେ ତରିବେ ଭବବାରି । ।୬୯
ପ୍ରଥମ ଯୁଗେ ଏହା ଗୁଣ । ହେ ନନ୍ଦ ସାବଧାନେ ଶୁଣ । ।୭୦
ବେଣରାଜାର ଅନ୍ତଃକାଳେ । ଭୂମି କମ୍ପିଲା ଟଳମଳେ । ।୭୧
ଏହାର ବଳ ଆଶ୍ରେ କରି । ସୁଖେ ବଞ୍ଚିଲେ ନରନାରୀ । ।୭୨
ଏହାର ନାମେ ଯା'ର ଭାବ । ସେ ପ୍ରାଣୀ ସଂସାରୁ ତରିବ । ।୭୩
ଦେଖ ଏହାର ବ‰ର୍ଣ୍ଣ ଚିହ୍ନ । ପ୍ରତ୍ୟକ୍ଷେ ବିଷ୍ଣୁର ସମାନ । ।୭୪
ଏଣେ ବିଶ୍ୱାସ ନନ୍ଦ କର । ତରିବୁ ଭବ ମହାଘୋର । ।୭୫
ଏମନ୍ତ କହି ନନ୍ଦ ଆଗେ । ମଥୁରା ଗଲେ ମୁନି ବେଗେ । ।୭୬
ନନ୍ଦ ସନ୍ତୋଷ ମନେ ଗୁଣି । କୃଷ୍ଣୁଙ୍କୁ ଘେନିଲା ରୋହିଣୀ । ।୭୭
ଯଶୋଦା ରାମ ଘେନି କୋଳେ । ସ୍ତନ୍ୟ ପିଆନ୍ତି ସୁଖଭୋଳେ । ।୭୮
କେତେହେଁ ଦିନ ତହିଁ ଗଲା । ଶୁଣ ହୋ ଶ୍ରୀକୃଷ୍ଣର ଲୀଳା । ।୭୯
ଦିନେକ ରାମ ଶିରୀଧର । ମନ୍ଦିରୁ ହୋଇଲେ ବାହାର । ।୮୦
ଚାଲନ୍ତି ଆଗେ ଗୁଳଗୁଞ୍ଚା । କ୍ଷଣ କ୍ଷଣକେ ପଛଘୁଞ୍ଚା । ।୮୧
ଚରଣେ ନୂପୁର ବାଜେଣୀ । କରେ କଙ୍କଣ କଣ୍ଠେ ମଣି । ।୮୨
ଚାଲନ୍ତେ ଗୋପୀଙ୍କ ଅଗଣା । କŸର୍ଦ୍ଦମେ ପଡ଼ି ହୋନ୍ତି ବଣା । ।୮୩
ପୁଣି ଚାଲନ୍ତେ ପୁଣି ବାଜେ । ପଛକୁ ଚାହିଁ ଦେବରାଜେ । ।୮୪
ଚରଣେ ରୁଣୁଝୁଣୁ ନାଦେ । ଗୋବିନ୍ଦ ନାଚନ୍ତି ଆନନ୍ଦେ । ।୮୫
ଦେଖି ଧାମନ୍ତି ବେନିମାଏ । ରାମକୃଷ୍ଣଙ୍କ ପଙ୍କ କାୟେ । ।୮୬
କାଖେ ବସାଇ ଘରେ ଆଣି । ଧୁଅନ୍ତି ଘେନି ବାସପାଣି । ।୮୭
ଝୀନବସନେ ପୋଛି ଦେହ । କ୍ଷଣକ୍ଷଣକେ ମାୟାମୋହ । ।୮୮
ବେନି ମାତାଏ କୋଳେ ଧରି । ସ୍ତନ୍ୟ ପିଆନ୍ତି ପେଟଭରି । ।୮୯
ପାଟିକେ ଦୁଇ ଦୁଇ ଦନ୍ତ । ଦେଖିଣ ଯଶୋଦା ଉଷତ । ।୯୦
ରୋହିଣୀ ଦେଖିଣ ସାନନ୍ଦ । ପୁତ୍ରଙ୍କୁ କୋଳ କଲା ନନ୍ଦ । ।୯୧
ଦିନକୁ ଦିନ ବଳୀୟାର । ବଢ଼ନ୍ତି ରାମ ଦାମୋଦର । ।୯୨
ଗୋପାଳ ବାଳକଙ୍କ ମେଳେ । ଗୋପୀଏ ଧରୁଥା'ନ୍ତି କୋଳେ । ।୯୩
ଖେଳନ୍ତି ଗୃହ ଦାଣ୍ତŠ ଭାଗେ । ବାଛୁରୀମାନଙ୍କର ସଙ୍ଗେ । ।୯୪
ଉଠନ୍ତି ବ›ତ୍ସାଙ୍କ ଉପର । ଧୂଳି ଧୂସର କଳେବର । ।୯୫
ବତ୍ସାଏ ଉଠି ଯେ ପଳାନ୍ତି । ଲାଙ୍ଗୁଡ଼ ଧରି ଓଟାରନ୍ତି । ।୯୬
ପୁଣି ପଳାନ୍ତେ କର ଛାଡ଼ି । ତଳେ ପଡ଼ନ୍ତି ମୁହଁମାଡ଼ି । ।୯୭
ତୁଣ୍ତŠରୁ ଗଳଇ ରୁଧିର । କାନ୍ଦନ୍ତି ବ୍ରହ୍ମାŠଣ୍ତ ଠାକୁର । ।୯୮
ଘରୁ ବାହାର ହୋଇ ଗୋପୀ । କୃଷ୍ଣଙ୍କୁ ଚାହାନ୍ତି ନିରୋପି । ।୯୯
ଧୂଳି ଝାଡ଼ନ୍ତି ବାସ୍ତ୍ର ଘେନି । କୋଳ କରନ୍ତି ପୁତ୍ର ବେନି । ।୧୦୦
ଘରେ ଶୁଆଉଁ ବସ୍ତ୍ର ପାଡ଼ି । ଲୋଟି ହୁଅନ୍ତି ଗଡ଼ାଗଡ଼ି । ।୧୦୧
କ୍ଷଣକେ ହୁଅନ୍ତି ବାହାର । କ୍ଷଣ କ୍ଷଣକେ ଆଗୁସାର । ।୧୦୨
ଗୋପୀ ଧରନ୍ତି ଯାଇ କୋଳେ । ଚୁମ୍ବନ ଦ୍ୟନ୍ତି କୁତୂହଳେ । ।୧୦୩
ନନ୍ଦର ଘରେ ଦ୍ୟନ୍ତି ନେଇ । କହନ୍ତି ଯଶୋଦାକୁ ଚାହିଁ । ।୧୦୪
ଏ ତୋର କେବଣ ବିଚାର । ପୁତ୍ର ନ ଥୋଉ କିମ୍ପପାଁ ଘର । ।୧୦୫
ଏକ ବାଳକେ ନ ସମ୍ଭାଳୁ । ବିପଦ ପଡ଼ିଲେ ଯେ ଭାଳୁ । ।୧୦୬
ଶୁଣି ଯଶୋଦା କୃଷ୍ଣ ଘେନି । ରାମଙ୍କୁ ସମ୍ଭାଳେ ରୋହିଣୀ । ।୧୦୭
ଦିନକୁ ଦିନ ଅପ୍ରମିତେ । ଘରେ ନ ରହନ୍ତି ବାଳୁତେ । ।୧୦୮
ଗୋ ଶୃଙ୍ଗ ଧରିଣ ନାଚନ୍ତି । ଅଗ୍ନିର ନିକଟେ ବୁଲନ୍ତି । ।୧୦୯
ଡେରିଲା ଖŠଣ୍ତାକୁ ଚାଳନ୍ତି । ଶ୍ୱାନର ତୁଣ୍ତେŠ ହସ୍ତ ଦ୍ୟନ୍ତି । ।୧୧୦
ପଡ଼ି ଲୋଟନ୍ତି ଜଳକୁଣ୍ତେŠ । ହସ୍ତ ଭରନ୍ତି ସର୍ପତୁଣ୍ତେŠ । ।୧୧୧
କଣ୍ଟା ଉପରେ ଗଡ଼ିଯା'ନ୍ତି । ମାର୍ଜାରୀ ପୁଅକୁ ଧରନ୍ତି । ।୧୧୨
ଖେଳନ୍ତି ଅତି ବଳୀୟାର । ଗୋକୁଳେ ରାମ ଦାମୋଦର । ।୧୧୩
ନିତ୍ୟେ ପୁତ୍ରଙ୍କୁ ଧରିଆଣି । ପିଟନ୍ତି ଯଶୋଦା ରୋହିଣୀ । ।୧୧୪
ବେପାର ନ ପାରନ୍ତି କରି । ପୁଣି ଆଣନ୍ତି କୋଳେ ଧରି । ।୧୧୫
ଦଣ୍ତେŠ ହେଁ ନରହନ୍ତି ଘରେ । ବୁଲନ୍ତି ଗୋପୀଙ୍କ ମନ୍ଦିରେ । ।୧୧୬
ତୁଲ୍ୟବୟସ ଗୋପବାଳେ । ଖେଳନ୍ତି ରାମକୃଷ୍ଣ ତୁଲେ । ।୧୧୭
ଭାଙ୍ଗନ୍ତି କାହା ଦଧିଭାଣ୍ତŠ । ବସ୍ତ୍ର ଚିରନ୍ତି ଖଣ୍ତŠ ଖଣ୍ତŠ । ।୧୧୮
କାହାର ପିଆନ୍ତି ବାଛୁରୀ । ଲବଣି ଖା'ନ୍ତି ଚୋରିକରି । ।୧୧୯
କନ୍ଦାନ୍ତି ଦୋଳିର କୁମର । ପାଣି ଢାଳନ୍ତି କା' ଉପର । ।୧୨୦
ସହି ନପାରି ଗୋପବାଳୀ । ନନ୍ଦର ଘରେ ଥୋକେ ମିଳି । ।୧୨୧
ଗୋପୀ କହନ୍ତି ଆଗବଢ଼ି । ଯଶୋଦା ପାଦତଳେ ପଡ଼ି । ।୧୨୨
ସମ୍ଭାଳ ତୋର ଘରଦ୍ୱାର । ଆମ୍ଭେ ନ ଥିବୁ ଗୋପପୁର । ।୧୨୩
କହିବୁ ଆଉ ଗୁଣକେତେ । ଶୁଣ ଗୋ କର୍ମ କଲା ଯେତେ । ।୧୨୪
ଜୀବିକା ବୁଡ଼ିଲା ଆମ୍ଭର । ବତ୍ସା ମେଲାନ୍ତି ତୋ' କୁମର । ।୧୨୫
ଘରେ ନ ଥାଉଁ ଯେତେବେଳେ । ଚୋରି କରଇ ଅବହେଳେ । ।୧୨୬
ଶିକା ଦଉଡ଼ି କାଟିଦେଇ । ଲବଣି କାନ୍ଥେ ଲେପୁଥାଇ । ।୧୨୭
ବସ୍ତ୍ର ଚିରଇ ଘରେ ପଶି । ବୋଇଲେ ବେଗେ ଯାଏ ଋଷି । ।୧୨୮
ଭାŠଣ୍ତ ଭାଙ୍ଗଇ ଲୁଚି ଲୁଚି । କଥାକେ ଯାଉଥାଏ ଘୁଞ୍ଚି । ।୧୨୯
ଖୋଜିଣ ଦୁଧ ସର ଖାଇ । କାହାର ଭାŠଣ୍ତରେ ମୂତଇ । ।୧୩୦
ସର ନପାଏ ଯା'ର ଘରେ । ହାŠଣ୍ତି ଭାଙ୍ଗଇ କୋପଭରେ । ।୧୩୧
କିଛି ନପାଏ ଯା'ର ଘର । ଉଠଇ ଦୋଳିର ଉପର । ।୧୩୨
ଶୋଇଲା ପୁଅକୁ କନ୍ଦାଏ । ଗୋଡ଼ାଇ ଗଲେ ଗାଳିଦିଏ । ।୧୩୩
ଏକଇ ଗୋପୀ ରୋଷଭରେ । କହଇ ଯଶୋଦା ଆଗରେ । ।୧୩୪
ଯମୁନା ଯିବାବେଳେ ମୋର । ଘରେ ପଶିଲା ତୋ' କୁମର । ।୧୩୫
କବାଟ ଫେଡ଼ିଣ ମୋହର । ଘରେ ପଶଇ ଯେହ୍ନେ ଚୋର । ।୧୩୬
ତା' ଦେଖି ବାହୁଡ଼ିଲି ମୁହିଁ । ଜଳାକବାଟି ବାଟେ ଚାହିଁ । ।୧୩୭
ଶିକାରେ ଅଛି ମୋର ସର । ଗମ୍ଭିରୀ ବଡ଼ଇ ଅନ୍ଧାର । ।୧୩୮
କିଛି ନ ପାଇ ମୋର ଘରେ । ପଶିଲା ଗମ୍ଭୀରି ଭିତରେ । ।୧୩୯
କି ମନ୍ତ୍ର ଜାଣେ ତୋର ପୁଅ । କୋଟିଏ ସୂର୍ଯ୍ୟ ଜିଣି ଦେହ । ।୧୪୦
ଘୋର ଅନ୍ଧାର ଗଲା କେଣେ । ପୁଣି ଚାହିଁଲା ଏଣେତେଣେ । ।୧୪୧
ଦେଖିଲା ଶିକା ଅଛି ଉଚ୍ଚେ । ହସ୍ତ ନ ପାଇଲା ସୁସଞ୍ଚେ । ।୧୪୨
ରୋଳ ଆଣିଲା ଧାତିକାରେ । ଉଠିଲା ତଥିର ଉପରେ । ।୧୪୩
ସବୁ ଖାଇଲା ଦୁଧସର । ତୁŠଣ୍ତୁ ମୋ' ନଇଲା ଉତ୍ତର । ।୧୪୪
ପୁଣି ଗୋପୀଏ ହୋଇ ଆଗେ । କୋପେକହଇ ବେଗେ ବେଗେ । ।୧୪୫
ଭୋ ମାତ ଗଲି ନୀର ଆଣି । ତୋ' ସୁତ ଖାଇଲା ଲବଣି । ।୧୪୬
ଆସି ହୋଇଲି ବେଗେ ଘର । ବସିଛି ପିŠଣ୍ତାର ଉପର । ।୧୪୭
ବୋଇଲା ଗଲୁ ଏତେବେଳ । ତୋ' ଘରେ ପଶିଥିଲା ଚୋର । ।୧୪୮
ମୁଁ ଏବେ ବସିଅଛି ଜଗି । ଖାଇବି ଆନଘରେ ମାଗି । ।୧୪୯
ଖରେ ପଶିଲି ଘରେ ମୁହିଁ । ଦେଖିଲି ଗଲାଣି ପଳାଇ । ।୧୫୦
ପୁଣି ଗୋପୀଏ ଆଗସରି । ବୋଲଇ ଶୁଣ ନନ୍ଦନାରୀ । ।୧୫୧
ଦିନେକ ମୋର ଘରେ ଗଲା । କରଅଞ୍ଜଳି ପ୍ରସାରିଲା । ।୧୫୨
ବୋଇଲା ଫୁଟିଲି ମୁଁ ପଥେ । ଲବଣି ଦିଅ ମୋର ହସ୍ତେ । ।୧୫୩
ହସ୍ତ ପୂରାଇ ଦିଅ ସର । ତୋ ଘରେ ନପଶିବ ଚୋର । ।୧୫୪
ଶୁଣି ସାନନ୍ଦ ମନେ ମୁହିଁ । ସର ଲୁଚାଏ ଦେଲି ନେଇ । ।୧୫୫
ହସ୍ତ ନ ପୂରଇ ତାହାର । ବୋଲଇ ଆଣ ଧାତିକାର । ।୧୫୬
ପୁଣି ଥୋକାଏ ଦେଲି ନେଇ । ଦେଖିଲି ହସ୍ତ ନ ପୂରଇ । ।୧୫୭
ଯେତେକ ଥିଲା ଘରେ ମୋର । ଦୁଧ ଲବଣି ଘୃତ ସର । ।୧୫୮
ସବୁ ଢାଳିଲି ବେଗେ ନେଇ । ଦେଖିଲି ହସ୍ତ ନ ପୂରଇ । ।୧୫୯
ପାଖ ପଡ଼ିଶା ଯେତେ ଘର । ସବୁ ଆଣିଲି ଘୃତ ସର । ।୧୬୦
କେବେହେଁ କର ନ ପୂରିଲା । ପୁଣି ହିଁ ଆଣ ଲୋ ବୋଇଲା । ।୧୬୧
ଦେଖି ମୁଁ ହୋଇଲି ଚକିତ । ଏକା ଗ୍ରାସକେ ଗର୍ଭଗତ । ।୧୬୨
ହସ୍ତ ବୋଳିଲା ମୋର ମୁେŠ । ପଳାଇଗଲା ଦାଣ୍ତେŠ ଦାଣ୍ତେŠ । ।୧୬୩
ଗୋପୀଙ୍କ ଭାଷା ଶୁଣି ଶୁଣି । କୋପେ ବୋଲଇ ନନ୍ଦରାଣୀ । ।୧୬୪
କୃଷ୍ଣର ଧରିଛନ୍ତି କର । ଭୟେ କମ୍ପନ୍ତି ଚକ୍ରଧର । ।୧୬୫
ଯଶୋଦା ବୋଲଇ ଲୋ ଶୁଣ । ଜାଣିଲି ପୁତ୍ର ଦୁଷ୍ଟପଣ । ।୧୬୬
ତୁମ୍ଭର ଜାଣିଲି ସଦୟେ । ଦେଲଟି ଲବଣି ଟିକାଏ । ।୧୬୭
ଏତେକେ ବୁଡ଼ିଲା ତୋ' ଘର । ଭଣ୍ତŠ ଲୋ ମୋହର ଆଗର । ।୧୬୮
ବାଳୁତ ପୁଅ ହସ୍ତ କାହିଁ । ଶତେ ନଉତି ନପୂରଇ । ।୧୬୯
ଏତେ ଅନୀତି କଥା କହ । ଜାଣତ ଦୁଷ୍ଟ ମୋର ପୁଅ । ।୧୭୦
ଏ ଛାର ତୁମ୍ଭର ପ୍ରମାଣ । ଏଥକୁ ସାକ୍ଷୀ ନାରାୟଣ । ।୧୭୧
ଦାସବ›ତ୍ସଳ ଭଗବାନ । ଚାହିଁଲେ ଗୋପୀଙ୍କ ବଦନ । ।୧୭୨
ଗୋପୀ କରିବେ ତା'ଙ୍କୁ କିସ । ଏମନ୍ତ ପ୍ରଭୁ ହୃଷୀକେଶ । ।୧୭୩
ମୋହନ କରି ହସ ହସ । ଗୋପୀ ହୋଇଲେ ସର୍ବେବଶ । ।୧୭୪
ତକ୍ଷଣେ ସ୍ନେହଭର ହୋଇ । ଗୋପୀଏ ଏକୁ ଆରେ ଚାହିଁ । ।୧୭୫
କୃଷ୍ଣର ମୁଖେ ଚୁମ୍ବ ଦେଇ । ଯେ ଯାହା ଘରକୁ ସେ ଯାଇ । ।୧୭୬
ଶୁଣ ପରୀକ୍ଷ ମହୀପାଳ । ବାଳକଲୀଳା ନନ୍ଦବାଳ । ।୧୭୭
ଦିନେକ ରାମ ବନମାଳୀ । ବାଳକ ମେଳେ ଗଲେ ଖେଳି । ।୧୭୮
ଆନନ୍ଦେ କ୍ରୀଡ଼ାରଙ୍ଗେ ଫୁଟି । ତୁଣ୍ତେŠ ଭରିଲେ କୃଷ୍ଣ ମାଟି । ।୧୭୯
ରାମ ଦେଖିଣ ଗଲେ ଖରେ । କହିଲେ ଯଶୋଦା ଛାମୁରେ । ।୧୮୦
ଶୁଣ ଜନନୀ ମୋ' ଉତ୍ତର । ମାଟି ଭକ୍ଷିଲା ତୋ' କୁମର । ।୧୮୧
ଯାଇ ମୁଁ ଧଇଲି ତା' ହସ୍ତ । ମାରଇ ବୋଲି ଭୟଚିତ୍ତ । ।୧୮୨
ବେଗେ ସେ ଛଡ଼ାଇଲା ହସ୍ତ । ମୋ ଅଙ୍ଗେ ମାଇଲା ବହୁତ । ।୧୮୩
ଶୁଣି ଯଶୋଦା ବେଗେ ଯାଇ । ଧଇଲେ କୃଷ୍ଣ କର ଦୁଇ । ।୧୮୪
କୋପ ନୟନେ ଗୋପୀ ଚାହେଁ । ଭୟେ କମ୍ପନ୍ତି ଦେବରାୟେ । ।୧୮୫
ଯଶୋଦା କୋପେ ପରଜ୍ୱଳି । ଛାଟ ଉଞ୍ଚାଇ ଦେଲେ ଗାଳି । ।୧୮୬
ସର-ଲବଣି ତୁ ପକାଉ । କାହାର ବୋଲେ ମାଟି ଖାଉ । ।୧୮୭
ଆଜ ମାରିବି ତୋତେ ଘରେ । କହିବି ପିତାଙ୍କ ଛାମୁରେ । ।୧୮୮
ପୋଏ କହିଲେ ଶୁଣ ମାଏ । ଭକ୍ଷିଲେ ମୃତ୍ତିକା ମୁଠାଏ । ।୧୮୯
ଶୁଣି ଯଶୋଦା କୋପ କରି । ଛାଟ ଉଞ୍ଚାଇ ଦେଲେ ଗାଳି । ।୧୯୦
ଅଞ୍ଚଳେ ବାନ୍ଧି ବେନି ହସ୍ତ । ଭୟେ କମ୍ପନ୍ତି ଗୋପୀନାଥ । ।୧୯୧
ଛାଟ ଉଞ୍ଚାନ୍ତେ ନନ୍ଦନାରୀ । କାନ୍ଦି କହନ୍ତି ନରହରି । ।୧୯୨
ଏହାଙ୍କ ଘରେ ମୁହିଁ ଯାଇ । ଲବଣି ଭୁଞ୍ଜଇ ଚୋରାଇ । ।୧୯୩
ସେ ଘେନି କହୁଛନ୍ତି ଖଚ । ତୁଣ୍ତŠ ମୋ' ଦେଖ ତୁ ପ୍ରତ୍ୟକ୍ଷ । ।୧୯୪
ବଳଦେବ ହିଁ ମୋତେ ହିଂସି । ତୋଆଗେ କହିଲେ ସେ ଆସି । ।୧୯୫
ମୋ ତୁଣ୍ତେŠ ଥିଲେ ସିନା ମାଟି । ତେବେହେଁ ମୋତେ ଛାଟେପିଟି । ।୧୯୬
ହସ୍ତରୁ ବେଗେ ଛାଟ ପକା । ମାଏ ବୋଇଲେ ତୁŠଣ୍ତ ଦେଖା । ।୧୯୭
ଶୁଣି ସାନନ୍ଦ ଚକ୍ରଧର । ବିସ୍ତାରି ଦେଖାନ୍ତି ଅଧର । ।୧୯୮
ତକ୍ଷଣେ ବେନିପାଟି ଧରି । ତୁଣ୍ତେŠ ଚାହିଁଲେ ନନ୍ଦନାରୀ । ।୧୯୯
ଦେଖଇ ଅଶେଷ ବ୍ରହ୍ମାଣ୍ତŠ । ସପତ-ମହୀ ନବଖଣ୍ତŠ । ।୨୦୦
ସ୍ଥଳ ସାଗର ମହୀଧର । ଶଶୀ ନକ୍ଷତ୍ର ଦିବାକର । ।୨୦୧
ଦିଶ ଆକାଶ ଅନ୍ତରାଳ । ଗ୍ରହ ପବନ ମେଘମାଳ । ।୨୦୨
ସ୍ଥାବର ଆଦି ସର୍ବଜନ୍ତୁ । ବିଶ୍ୱସଂସାରେ ଯେତେ ହେତୁ । ।୨୦୩
ନଗ୍ର ପାଟଣା ପୁର ଗ୍ରାମ । ନଦୀ ପର୍ବତ ଘୋରବନ । ।୨୦୪
ମଥୁରାପୁର ଆଦି କରି । ଗୋପନଗର ନରନାରୀ । ।୨୦୫
ବାଳକ ମେଳେ ନନ୍ଦଦ୍ୱାରେ । କୃଷ୍ଣଙ୍କୁ ଘେନିଛନ୍ତି କରେ । ।୨୦୬
ରୋହିଣୀ ଛନ୍ତି ରାମ ଘେନି । ସ୍ତୁତି କରନ୍ତି ସୁର ମୁନି । ।୨୦୭
ଦେଖି ଚକିତ ନନ୍ଦରାଣୀ । ମୂର୍ଚ୍ଛିତେ ପଡ଼ିଲେ ଧରଣୀ । ।୨୦୮
ପୁଣି କ୍ଷଣକେ ପାଇ ଜ୍ଞାନ । ଭାଳଇ ଦେଖିଲି ସ୍ୱପନ । ।୨୦୯
କେଉଁ ଦେବତା ମାୟା କଲା । ମୋହର ମନକୁ ମୋହିଲା । ।୨୧୦
କି ଅବା ହୋଇଲଇଁ ବାଇ । ଜ୍ଞାନ ହାରିଲି ଗର୍ଭ ଚାହିଁ । ।୨୧୧
ଏ ବଡ଼ ପଡ଼ିଲା ସଂଶୟ । ଏବେ କି ବୁଦ୍ଧି ମୋର ମୋହ । ।୨୧୨
ଜଗତ ଦେଖିଲି ତ ଗର୍ଭେ । ଏହା ବୁଝିବି କେଉଁ ଭାବେ । ।୨୧୩
ପୁତ୍ରର କାହିଁ ଏଡ଼େ ଗର୍ଭ । ଏ କି ଅନାଦି ପଦ୍ମନାଭ । ।୨୧୪
ସିଦ୍ଧ ପୁରୁଷ ଅବା ଜାତ । ଏହାକୁ ବୋଲଇ ମୁଁ ସୁତ । ।୨୧୫
କିବା ଡାକିନୀ ମାୟା କଲା । ଗର୍ଭେ ତ ଏମନ୍ତ ଦିଶିଲା । ।୨୧୬
ନ ପୁଣ ପଡ଼ଇ ପ୍ରମାଦ । ଶୋକେ ଯଶୋଦା ଗଦଗଦ । ।୨୧୭
ଏତ ନୁହଁଇ ଭଲ ଚିହ୍ନ । ମୋହର ମନ ଛନ ଛନ । ।୨୧୮
ଏମନ୍ତ ଭାଳି ନନ୍ଦରାଣୀ । ମନ ବଚନ ଚିତ୍ତେ ଗୁଣି । ।୨୧୯
ନ ଜାଣି ବାଇ ପ୍ରାୟ ହୋଇ । ଭାଳଇ ଦଶଦିଗ ଚାହିଁ । ।୨୨୦
ପୁଣ କ୍ଷଣକେ ଅନୁମାନି । ଚିତ୍ତେ ଚିନ୍ତଇ ଭୟ ଘେନି । ।୨୨୧
ଯାହାର ମାୟାଘୋର ଭ୍ରମେ । ଜୀବ ଭ୍ରମଇ ପଥଶ୍ରମେ । ।୨୨୨
ମୁହିଁ ମୋହର ଏ ସଂସାର । ପତି ତନୟ ବନ୍ଧୁ ମୋର । ।୨୨୩
ସ୍ୱାମୀର ପତ୍ନୀ ମୁହିଁ ସରି । ସର୍ବ ସମ୍ପଦ ମୁଁ ଆବୋରି । ।୨୨୪
ଏ ଗୋପୀ ଗୋପ ଗୋରୁ ଧନ । ସର୍ବ ଆବୋରି ମୋର ମନ । ।୨୨୫
ଯା'ର ମାୟାରେ ଏହି ମତି । ସେ ହରି ମୋତେ କରୁ ଗତି । ।୨୨୬
ଏତେ ବିଚାରି କଲା ଭୟ । ମାୟା ମୋହିଲେ ଦେବରାୟ । ।୨୨୭
ତକ୍ଷଣେ କୃଷ୍ଣେ କରି କୋଳ । ନମଇଁ ଦଶଦିଗ ପାଳ । ।୨୨୮
ଜୟ ଚŠଣ୍ତିକା ଗୋ ମଙ୍ଗଳା । ରଖ ମୋ ଏକଇର ବଳା । ।୨୨୯
ଗଜବଦନ କ୍ଷେତ୍ରପାଳେ । ପୁତ୍ର ମୋ ରଖ ସର୍ବକାଳେ । ।୨୩୦
ନମଇଁ ଗୋବିନ୍ଦର ପାୟେ । ରିଷ୍ଟ ଖŠଣ୍ତିବେ ମୋ' ତନୟେ । ।୨୩୧
ଏମନ୍ତ ବୋଲି କୃଷ୍ଣେ ଘେନି । ଘରେ ମିଳିଲା ନନ୍ଦରାଣୀ । ।୨୩୨
ଗୋରଜ କୃଷ୍ଣଦେହେ ବୋଳି । ଅନେକ କଲା ନିଉଛାଳି । ।୨୩୩
ପୁତ୍ରକୁ କରାଇ ସ୍ନାହାନ । ବ୍ରାହ୍ମଣେ ଦେଲା ମିଷ୍ଟଅନ୍ନ । ।୨୩୪
ସ୍ତନ୍ୟ ପିଆଇ କୋଳେ ଧରି । ନିଦ୍ରା କରାଇଲା ମୁରାରି । ।୨୩୫
ବୋଲେ ପରୀକ୍ଷ ଶୁକ ଚାହିଁ । ତୁମ୍ଭରେ ନିସ୍ତରିଲି ମୁହିଁ । ।୨୩୬
ନନ୍ଦ ଯଶୋଦାଙ୍କର ତପ । ଭୋ ମୁନି କହିବା ସ୍ୱରୂପ । ।୨୩୭
ଯାହାର ନାମ ହୃଦେ ଘେନି । ସଂସାରୁ ତରିଯା'ନ୍ତି ମୁନି । ।୨୩୮
ତପେ ବିଧାତା ଯାକୁ ଧାୟି । ଯା' ନାମ ଶଙ୍କର ଜପଇ । ।୨୩୯
ଦେବେ ନ ଜାଣନ୍ତି ଯାହାକୁ । ସେ କେହ୍ନେ ପ୍ରାପତ ନନ୍ଦକୁ । ।୨୪୦
ଯଶୋଦା କଲା କେଡ଼େ ଭାଗ୍ୟ । ତାହାର କୋଳେ ପଦ୍ମନାଭ । ।୨୪୧
ଗର୍ଭରେ ଧରି ଦଶମାସ । ଦେବକୀ ହୋଇଲା ନିରାଶ । ।୨୪୨
କୃଷ୍ଣର ଏତେ ବଡ଼ ମାୟା । ଏହାରେ କଲେ ଏଡ଼େ ଦୟା । ।୨୪୩
କହିବା ମୋତେ ମୁନିବର । ନିର୍ମଳ ହେଉ ମୋ ଶରୀର । ।୨୪୪
ମୁନି କହନ୍ତି ତାହା ଶୁଣି । କୃଷ୍ଣଚରିତ ମନେ ଗୁଣି । ।୨୪୫
ଶୁଣ ରାଜନ କୃଷ୍ଣକଥା । ସୃଷ୍ଟିର ଆଦ୍ୟକାଳେ ଧାତା । ।୨୪୬
ଅଷ୍ଟବସୁଙ୍କୁ ଜାତ କଲା । ଜଣ ଜଣକେ ନାମ ଦେଲା । ।୨୪୭
ପୁତ୍ରଙ୍କ ମଧ୍ୟେ ସାଧୁ ଧୀର । ଦ୍ରୋଣବସୁ ନାମ ଯାହାର । ।୨୪୮
ପତ୍ନୀର ନାମ ତାର ଧରା । ସମ ନୁହଁଇ ଅପସରା । ।୨୪୯
ପୁତ୍ର-ବଧୂଙ୍କୁ ରାଇ ଧୀର । ଆଦେଶ ଦେଲେ ବେଦବର । ।୨୫୦
ବେଦପ୍ରମାଣେ ସୃଷ୍ଟି କର । ସଂସାର ହୋଇବ ତୁମ୍ଭର । ।୨୫୧
ଶୁଣି ଯୋଡ଼ିଲେ ବେନିକର । ମଧୁରେ କହନ୍ତି ଉତ୍ତର । ।୨୫୨
ବୋଲନ୍ତି ଶିରେ କର ଦେଇ । ଭୋ ତାତ ଏଣେ କାର୍ଯ୍ୟ ନାହିଁ । ।୨୫୩
ଆମ୍ଭର ଚିତ୍ତ ଅପ୍ରମାଦେ । ଭକତି ହେଉ କୃଷ୍ଣପାଦେ । ।୨୫୪
ତେବେ କରିବୁଁ ତୋ ବଚନ । ଭୋ ତାତ ହୋଇବା ପ୍ରସନ୍ନ । ।୨୫୫
ସନ୍ତୋଷେ ବୋଲେ ପ୍ରଜାପତି । ଗୋବିନ୍ଦେ ହେଉ ତୁମ୍ଭ ମତି । ।୨୫୬
ହରିଙ୍କି ଧାୟି ତପକରି । ଶୀତ ବରଷା ଅପହରି । ।୨୫୭
ସୂର୍ଯ୍ୟତେଜକୁ ନାହିଁ ଭୟେ । ତପ କରନ୍ତି କୃଷ୍ଣଲୟେ । ।୨୫୮
ତାହା ଜାଣିଲେ ନାରାୟଣ । ବ୍ରାହ୍ମଣ ରୂପେ ପରସନ୍ନ । ।୨୫୯
କୃଷ୍ଣ ଆରାଧି ତପ କରି । ପୁତ୍ର ମୋ ହୋଇବେ ମୁରାରି । ।୨୬୦
ଏହାଉଁ ଆନ କାର୍ଯ୍ୟ ନାହିଁ । ତୁମ୍ଭ ଚରଣେ କହିଲଇଁ । ।୨୬୧
ଶୁଣି ହସିଲେ ଭାବଗ୍ରାହୀ । କହନ୍ତି ଦୁହିଁଙ୍କି ଅନାଇ । ।୨୬୨
ଗୋପରେ ହୁଅ ଯାଇ ଜାତ । ତୁମ୍ଭେ ଯେ ହୋଇବ ମହତ । ।୨୬୩
ଦ୍ୱାପର ଯୁଗେ ଭାରା ନାଶେ । ଜନ୍ମ ହୋଇବେ ପୀତବାସେ । ।୨୬୪
ଦେବକୀ ଗର୍ଭେ ହୋଇ ଜାତ । କୃଷ୍ଣ ହୋଇବେ ତୁମ୍ଭ ସୁତ । ।୨୬୫
ପୁତ୍ର ବୋଲାଇବେ ତୁମ୍ଭର । ଅସୁର କରିବେ ସଂହାର । ।୨୬୬
ଏଗାର ବ›ତ୍ସର ତୋ ଘରେ । ବଞ୍ଚିବେ ପୁତ୍ରସ୍ନେହ ଭରେ । ।୨୬୭
ଗୋପରେ କରିଣ ବିହାର । ବିଜେ କରିବେ ମଧୁପୁର । ।୨୬୮
ନିଜ ସ୍ୱରୂପ ଧରି ହରି । ତାହାଙ୍କ ଆଶା ପୂ‰ର୍ଣ୍ଣକରି । ।୨୬୯
ଏତେକ କହି ନାରାୟଣ । ତକ୍ଷଣେ ହେଲେ ଅନ୍ତର୍ଦ୍ଧାନ । ।୨୭୦
କୃଷ୍ଣ ଆଦେଶ ଘେନି ଶିରେ । ଜନ୍ମ ହୋଇଲେ ଗୋପପୁରେ । ।୨୭୧
କୃଷ୍ଣଙ୍କୁ ତପବଳେ ପାଇଁ । ପାଳନ୍ତି ପିତାମାତା ହୋଇ । ।୨୭୨
ଶୁଣ ସୁଜନେ କୃଷ୍ଣବାଣୀ । ନିର୍ମଳ ହୁଅ ମନେ ଗୁଣି । ।୨୭୩
ପୁରାଣ ଗୀତବନ୍ଧେ କଲି । ରାମକୃଷ୍ଣଙ୍କ ବାଳକେଳି । ।୨୭୪
ଏଥକୁ ହୁଅ ଦୃଢ଼ଚିତ୍ତ । କହଇ ଦାସ ଜଗନ୍ନାଥ । ।୨୭୫
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ନନ୍ଦବସୁଦେବ ସଙ୍ଗମୋ ନାମ ନବମୋଽଧ୍ୟାୟଃ ।

ଦଶମ ଅଧ୍ୟାୟସମ୍ପାଦନ କରନ୍ତୁ

ଶୁକ ଉବାଚ

ନମଇଁ ପ୍ରଭୁ ବନମାଳୀ । ସୁଖସାଗର ବାଳକେଳି । ।୧
ଦିନେକ ଦେବୀ ଯଶୋବନ୍ତୀ । ସେବକୀମାନ ହକାରନ୍ତି । ।୨
ଆଜ୍ଞା ପ୍ରମାଣେ ଦାସୀଗଣେ । ଆସି ମିଳିଲେ ଜଣେ ଜଣେ । ।୩
ଯଶୋଦା ବୋଲନ୍ତି ଉତ୍ତର । ଘର ବେଭାର ତୁମ୍ଭେ କର । ।୪
ଦଧିମନ୍ଥିବି ଆଜ ମୁହିଁ । ଲବଣି କେତେ ଜାଣିବଇଁ । ।୫
ମନେ ଜାଣିଲେ ଭାବଗ୍ରାହୀ । ଭକ୍ତଜନଙ୍କ ସତ୍ୟ ପାଇଁ । ।୬
ଗୋପୀ ଯେ କହିଥିଲେ ଗତେ । ମୋହର କଥାମାନ ଯେତେ । ।୭
ସେକଥା କରିବଇଁ ସତ୍ୟେ । ଯଶୋଦା ଯିବନା ପରତେ । ।୮
ମାୟା ମୋହିଲେ ନରହରି । ଦାସଜନଙ୍କ ସତ୍ୟେ କରି । ।୯
ଏମନ୍ତ ବୋଲି ଆଜ୍ଞାଦେଲେ । ମନ୍ଥନ ଦଣ୍ତŠ ଅଣାଇଲେ । ।୧୦
ମନ ଆନନ୍ଦେ ନନ୍ଦନାରୀ । ଦଧିଭାŠଣ୍ତରେ ଖୁଆଭରି । ।୧୧
ଯଶୋଦା ହୋଇଲାକ ସଜ । ଯାହାର ସୁତ ଦେବରାଜ । ।୧୨
ପିନ୍ଧି ସୁରଙ୍ଗ ପାଟଶାଢ଼ି । ରତ୍ନମେଖଳା ଅଛି ଭିଡ଼ି । ।୧୩
ପୃଥୁଳ ନିତମ୍ବ ଯୁଗଳ । ସୁବ‰ର୍ଣ୍ଣ ଚୁଡ଼ି ବେନିକର । ।୧୪
ବେନିସ୍ତନରୁ କ୍ଷୀର ଝରେ । ନୂପୁର ବାଜଇ ପୟରେ । ।୧୫
ହୃଦରେ ହାର କ‰ର୍ଣ୍ଣେ କାପ । ଶିରେ ସୀମନ୍ତ ଦିବ୍ୟରୂପ । ।୧୬
ଖୁଆ ଦଉଡ଼ି ଧରି କରେ । ବାମ ଦକ୍ଷିଣେ ଚାଲେ ଧୀରେ । ।୧୭
ଦଉଡ଼ି ଟାଣିବାର ଡ଼ରେ । ବସ୍ତ୍ର ନରହେ ଦେବୀ ଶିରେ । ।୧୮
କବରୀ ଫିଟି ଲୋଟେ ତଳେ । ପୁଷ୍ପ ପଡ଼ନ୍ତି ମାଳେ ମାଳେ । ।୧୯
ହୃଦେ କମ୍ପନ୍ତି ପୟୋଧର । କଙ୍କଣ ନାଦ ବେନିକର । ।୨୦
ମୁଖେ ଶୋଭିତ ଶ୍ରମଝାଳ । ରଙ୍ଗ ଅଧରେ ସୁକପୋଳ । ।୨୧
ଦଧି ମନ୍ଥଇ ମନତୋଷେ । କୃଷ୍ଣ ମିଳିଲେ ତା'ର ପାଶେ । ।୨୨
ସ୍ତନ୍ୟ ପିଇବା ଆଶେ ହରି । ଜନନୀ ବସ୍ତ୍ର କରେ ଧରି । ।୨୩
ଦେଖି ଯଶୋଦା କୋପଭର । କୃଷ୍ଣଙ୍କୁ ବୋଲନ୍ତି ଉତ୍ତର । ।୨୪
ଯାଅ ନଧର ଏତେବେଳେ । ପଛେ ଘେନିବି ତୋତେକୋଳେ । ।୨୫
ଶୁଣି କାନ୍ଦନ୍ତି ବନମାଳୀ । ଦେଖି ଯଶୋଦା ଦେଇ ଗାଳି । ।୨୬
କୃଷ୍ଣଙ୍କୁ କରାଇଲେ ତୁନି । ସୁସ୍ୱରେ କରି ଗୀତଧ୍ୱନି । ।୨୭
ବାଳୁତ କାଳୁ ଯେତେ ଜାଣି । ସୁମରି ଗାଏ ନନ୍ଦରାଣୀ । ।୨୮
କୋଇଲି ଛନ୍ଦେ ଗାଇ ଗୀତ । ଶୁଣି କାନ୍ଦନ୍ତି ଗୋପୀନାଥ । ।୨୯
ହସ୍ତ ବଢ଼ାଇ ଗୋପୀନାଥେ । ଖୁଆ ଧଇଲେ ବାମହସ୍ତେ । ।୩୦
ଯଶୋଦା ନପାରିଲା ଚାଳି । କୋଳେ ଧଇଲା ବନମାଳୀ । ।୩୧
ସ୍ତନ୍ୟ ପିଆଇ ତୋଷମନ । ଶ୍ରୀମୁଖେ ଦେଲାକ ଚୁମ୍ବନ । ।୩୨
ଶୁଣ ପରୀକ୍ଷ ଏକଚିତ୍ତ । ଏମନ୍ତ ହୋଇ ବିପରୀତ । ।୩୩
ଚୁଲିରେ ବସିଥିଲା କ୍ଷୀର । ଚାହିଁଲେ ପ୍ରଭୁ ଚକ୍ରଧର । ।୩୪
ତକ୍ଷଣେ ପଡ଼ିଲା ଉତୁରି । ଦେଖିଲା ଯଶୋଦା ସୁନ୍ଦରୀ । ।୩୫
କୃଷ୍ଣଙ୍କୁ ପକାଇଲା ତଳେ । ଅଜ୍ଞାନ-ମୋହ-ମାୟା-ଭୋଳେ । ।୩୬
ଧାମଇଁ କରେ ଜଳ ଘେନି । ପଡ଼ି କାନ୍ଦନ୍ତି ଅନ୍ତର୍ଯ୍ୟାମି । ।୩୭
କୋପ ବସିଲା କୃଷ୍ଣଙ୍କର । ଦନ୍ତେ କାମୋଡ଼ିଲେ ଅଧର । ।୩୮
ଉଠିଲେ ଭବସୁଖଦାତା । ଘରୁ ଆଣିଲେ ଶିଳପୁତା । ।୩୯
ପିଟିଲେ ଦଧିଭାଣ୍ତେŠ ନେଇ । ଭାଜି ଗୋରସ ଗଲା ବହି । ।୪୦
ତା' ଦେଖି ଗୋବିନ୍ଦ କାତରେ । ଲୁଚିଲେ ଗମ୍ଭୀରି ଭିତରେ । ।୪୧
ଘରେ ଲବଣି ଥିଲା ଯେତେ । ସବୁ ଖାଇଲେ ବେନିହସ୍ତେ । ।୪୨
କ୍ଷୀର ଉତାରି ଗୋପବାଳୀ । ପୁଣି ମନ୍ଥନ ସ୍ଥାନେ ମିଳି । ।୪୩
ଦେଖ ଚକିତ ଗାଲେ ହସ୍ତ । ଏଡ଼େ କରମ କଲା ସୁତ । ।୪୪
ବାଳୁତ କାଳୁ ଏଡ଼େ କୋପୀ । ସତ କହନ୍ତି ମୋତେ ଗୋପୀ । ।୪୫
ତାହାଙ୍କୁ ନିନ୍ଦିଲି ମୁଁ କୋପେ । ଏବେ ତ ଦେଖିଲି ସ୍ୱରୂପେ । ।୪୬
ଆଜ କରିବି ପ୍ରତିଫଳ । ଗୋପୀଏ ଛାଡ଼ନ୍ତି ଚହଳ । ।୪୭
ବଢ଼ିଲା କହୁଁ କହୁଁ କୋପ । ଯଷ୍ଟି ପ୍ରହାରେ ଯେହ୍ନେ ସର୍ପ । ।୪୮
ଛାଟ ଲୁଚାଇ ପଛଭାଗେ । ମିଳିଲା ଗମ୍ଭୀରିର ଲାଗେ । ।୪୯
ଦ୍ୱାରେ ଚାହିଁଲେ ଦେବୀ ଧୀର । ଦେଖିଲେ ପ୍ରଭୁ ଦାମୋଦର । ।୫୦
ରୋଳ ଉପରେ ଗୋପୀନାଥ । ଶିକା ଧରିଣ ବାମହସ୍ତ । ।୫୧
ଶିକାରେ ଥିଲା ଯେ ଲବଣି । କୃଷ୍ଣ ତା' ବେନିକରେ ଆଣି । ।୫୨
ମାର୍ଜାରୀ ପାଞ୍ଚ ସାତ ମେଳେ । ଲବଣି ଖାନ୍ତି କୁତୂହଳେ । ।୫୩
ଦ୍ୱାରକୁ ଚାହିଁ ଚକ୍ରଧର । ଭୟେ କମ୍ପନ୍ତି ଯେହ୍ନେ ଚୋର । ।୫୪
ଦେଖି ଯଶୋଦା ପରଜ୍ୱଳି । ଯଷ୍ଟି ଉଞ୍ଚାଇ ଦେଲେ ଗାଳି । ।୫୫
ଆଜ କରିବି ଖଣ୍ତŠ ଖଣ୍ତŠ । ଛାଟେ ପିଟିବି ତୋର ପିŠଣ୍ତ । ।୫୬
ଦେଖି ଚକିତ ଭାବଗ୍ରାହୀ । ରୋଳୁଁ ପଡ଼ିଲେ ବେଗେ ଡ଼େଇଁ । ।୫୭
କୃଷ୍ଣ ପଳାନ୍ତି ଭୟ ଘେନି । ପଛେ ଗୋଡ଼ାନ୍ତି ନନ୍ଦରାଣୀ । ।୫୮
ପଳାନ୍ତି ପଛକୁ ଅନାଇଁ । ପଛେ ଯଶୋଦା ଛନ୍ତି ଧାଇଁ । ।୫୯
ଯାହାର ନାହିଁ ଆଦି ଅନ୍ତ । ଧ୍ୟାନେ ଚିନ୍ତନ୍ତି ମୁନି ସନ୍ଥ । ।୬୦
ତାହାଙ୍କୁ ପୁତ୍ର ପ୍ରାୟେ ମଣି । ପଛେ ଧାମଇଁ ଗୋପାଳୁଣୀ । ।୬୧
ପୃଥୁ ନିତମ୍ବ ପାୟୋଧରେ । ଗୋଡ଼ାଇ ନପାରଇ ଖରେ । ।୬୨
ପୁଣି ଗୋଡ଼ାଇ ପଛେ ଝୁଣ୍ଟି । ଘଡ଼ିକେ ଉଠି ଘର୍ମେ ଫୁଟି । ।୬୩
ପୁଣି ଗୋଡ଼ାଇ ପୁଣ ପଡ଼ି । ପାୟେକ ଉଠିଣ ହାବୋଡ଼ି । ।୬୪
କେଶ ଫିଟିଲା ଶ୍ରମଝାଳେ । ଫୁଲ ପଡ଼ଇ ଫିଟି ତଳେ । ।୬୫
ଏମନ୍ତ ଯଶୋଦାର ଗତି । ଦେଖି ଆନନ୍ଦ ଶିରୀପତି । ।୬୬
ଯାହାର ଆଦି ଅନ୍ତ ନାହିଁ । ଯଶୋଦା ପାଇବ ତା' କାହିଁ । ।୬୭
ଜାଣିଣ ଯଶୋଦା ବିକଳ । ଲେଉଟି ଚାହେଁ ଆଦିମୂଳ । ।୬୮
ମନେ ବିଚାର ଭାବଗ୍ରାହୀ । ଯଶୋଦାଠାରେ ଦୟା ବହି । ।୬୯
ଯେବେ ମୁଁ ଯିବିଟି ପଳାଇ । କେ ମୋତେ ପାରିବ ଗୋଡ଼ାଇ । ।୭୦
ଏତେ ବିଚାରି ଦୟାନିଧି । ରଜ୍ଜୁରେ ହୋଇବଇଁ ବନ୍ଦୀ । ।୭୧
ମାତାର ଶ୍ରମ ମନେ ଜାଣି । ରହିଲେ ପ୍ରଭୁ ବେନୁପାଣି । ।୭୨
ଧାଇଁ ଧଇଲେ ଦେବୀ କରେ । ଛାଟ ଉଞ୍ଚାଇ କୋପଭରେ । ।୭୩
ଭୟେ କମ୍ପନ୍ତି ଚକ୍ରଧର । ଚକ୍ଷୁ ଘଷନ୍ତି ବାମକର । ।୭୪
କୃଷ୍ଣ ବିକଳ ଦେଖି ମାତା । ଛାଟ ପକାଇ କଲେ ଚିନ୍ତା । ।୭୫
ବୋଲଇ ବାନ୍ଧିବି ଏହାରେ । ବ୍ୟାପାର କରୁଥିବି ଘରେ । ।୭୬
ରୋଳେ ଖଟାଇ ଥିବି ନିତି । ଏଣେ ନ ଥିବ ମୋର ଭୀତି । ।୭୭
ଏତେ ବିଚାରି ନନ୍ଦନାରୀ । ରୋଳ ଆଣିଲା ବେଗ କରି । ।୭୮
ଦଉଡ଼ି ଦେଖି ମାତା ହାତେ । କାନ୍ଦନ୍ତି ପ୍ରଭୁ ଗୋପୀନାଥେ । ।୭୯
ଅଣ୍ଟାରେ ଯୋଚିଲାକ ନେଇ । ବେନି ଅଙ୍ଗୁଳ ନ ଅଣ୍ଟଇ । ।୮୦
ତକ୍ଷଣେ ଦୀର୍ଘ ରଜ୍ଜୁ ଆଣି । ନେଇ ଯୋଖିଲା ନନ୍ଦରାଣୀ । ।୮୧
ଯୋଖନ୍ତେ ପୁଣି ସେ ତୁଟିଲା । ବେନି ଅଙ୍ଗୁଳ ନ ଅଣ୍ଟିଲା । ।୮୨
ପୁଣି ଯୋଖିଲା ଖŠଣ୍ତ ଦୁଇ । ବେନି ଅଙ୍ଗୁଳ ନ ଅଣ୍ଟଇ । ।୮୩
ପୁଣି ପଶିଲା ଘରେ ଯାଇ । ଦଉଡ଼ି ଆଣେ କନ୍ଧେ ବହି । ।୮୪
ଏମନ୍ତେ ଘରେ ଯେତେ ଥିଲା । ଯୋଖନ୍ତେ ପୁଣି ନଅଣ୍ଟିଲା । ।୮୫
ସାହି ପଡ଼ିଶା ଯେତେ ଘର । ଦଉଡ଼ି ଆଣେ କୋପଭର । ।୮୬
ତାହା ଯୋଖିଲା ବେଗେ ନେଇ । ଦେଖିଲା ପୁଣି ନଅଣ୍ଟଇ । ।୮୭
କେବେହେଁ ନ ପାରିଲା ବାନ୍ଧି । କରଚରଣ ତଳେ ରୁନ୍ଧି । ।୮୮
ଗୋପୀ ଅଇଲେ ତାହା ଶୁଣି । ଯଶୋଦା ବାନ୍ଧେ ପୁଣ ପୁଣି । ।୮୯
ଗୋପୀ ହସନ୍ତି ତାହା ଚାହିଁ । ସମସ୍ତେ ମୁଖେ ବସ୍ତ୍ର ଦେଇ । ।୯୦
ଏକ ଆରେକ କରତାଳି । ମାରନ୍ତି ହୋଇ କୁତୂହଳି । ।୯୧
ବୋଲନ୍ତି ପରିହାସ ବାଣୀ । ଦଉଡ଼ି ନ ପାରିଲୁ ଆଣି । ।୯୨
ରାଣୀ ବୋଲାଅ ଗୋପପୁରେ । ନାନା ଭŠଣ୍ତାର ତୋର ଘରେ । ।୯୩
ଦଉଡ଼ି ନାହିଁ ତୋ' ଭୁବନେ । ବାଳକ ବାନ୍ଧିବୁ କେସନେ । ।୯୪
ଶୁଣି ଯଶୋଦା ଲାଜ ପାଇ । ରହିଲା ଭୂମିକୁ ଅନାଇ । ।୯୫
ସଂକୋଚେ ହୋଇ ଜରଜର । କାତରେ କମ୍ପଇ ଶରୀର । ।୯୬
କେଶ ବସନ ଅସମ୍ଭାଳ । ଖୋସାରୁ ଖସେ ଫୁଲମାଳ । ।୯୭
ଯଶୋଦା ଶ୍ରମ ଦେଖି ହରି । ନିଜ ବନ୍ଧନେ ମନକରି । ।୯୮
ତକ୍ଷଣେ ଦଉଡ଼ି ଅଣ୍ଟିଲା । କୃଷ୍ଣଙ୍କୁ ରୋଳେ ଖଟାଇଲା । ।୯୯
ଯେ ହରି ତିନିଗୁଣେ ଛନ୍ଦି । ସଂସାର କରିଅଛି ବନ୍ଦୀ । ।୧୦୦
ତାଙ୍କୁ ବାନ୍ଧିଲା ନନ୍ଦନାରୀ । ପୂର୍ବେ ଅନେକ ତପକରି । ।୧୦୧
ମାତାଙ୍କୁ ଯେତେ ଦୟା କଲେ । ବ୍ରହ୍ମା ଶଙ୍କର ନ ପାଇଲେ । ।୧୦୨
କମଳା ସେବେ ପଦ୍ମ‌ପାଦ । ସେହି ନ ପାଇଲା ପ୍ରସାଦ । ।୧୦୩
ଭକତ ଜନେ ଯେତେ ଦୟା । ଜ୍ଞାନୀ ପାଇବେ କାହିଁ ତାହା । ।୧୦୪
ଜନନୀ ବାନ୍ଧିଗଲା ରୋଳେ । ଯାମଳା ଅର୍ଜୁନର ତଳେ । ।୧୦୫
ଗୃହ ବ୍ୟାପାରେ ଦେଲା ମନ । ଏବେ ତୁ ଶୁଣ ହୋ ରାଜନ । ।୧୦୬
କୃଷ୍ଣ ଚାହିଁଲେ ବୃକ୍ଷ ଦୁଇ । ବିଚାର କଲେ ଭାବଗ୍ରାହୀ । ।୧୦୭
ପୂର୍ବେ କୁବେର ବେନିସୁତେ । ବୃକ୍ଷ ହୋଇଲେ ଭୋଳ ଚିତ୍ତେ । ।୧୦୮
ନାରଦ ତହୁଁ ଶାପ ପାଇ । ଅନେକ କାଳୁ ଛନ୍ତି ରହି । ।୧୦୯
ସେ ମୁନି ବୋଲିଛନ୍ତି ଯାହା । ଅବଶ୍ୟ କରିବି ମୁଁ ତାହା । ।୧୧୦
ଏତେ ବିଚାରି ବନମାଳୀ । ରୋଳ ଟାଣିଲେ ପାଦ ଚାଳି । ।୧୧୧
ମିଳିଲେ ବେନି ବୃକ୍ଷ ତଳେ । ଟେକି ଚାହିଁଲେ ବେନି ଡୋଳେ । ।୧୧୨
ସେ ହରି ଚରଣପଙ୍କଜ । ସୁଜନଜନେ ନିତ୍ୟ ଭଜ । ।୧୧୩
ଏହା ଶୁଣନ୍ତେ ନରନାରୀ । ହେଳେ ତରିବେ ଭବବାରି । ।୧୧୪
ଶ୍ରୀକୃଷ୍ଣ ବାଳକ ଚରିତ । କହଇ ଦାସ ଜଗନ୍ନାଥ । ।୧୧୫
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ନନ୍ଦବସୁଦେବ ସଙ୍ଗମୋ ନାମ ଷଷ୍ଟୋଽଧ୍ୟାୟଃ ।

ଏକାଦଶ ଅଧ୍ୟାୟସମ୍ପାଦନ କରନ୍ତୁ

ଶୁକ ବଚନ ଶୁଣି ରାୟେ । ପଡ଼ଇ ପୁନଃ ପୁନଃ ପାୟେ । ।୧
ମନ ଆନନ୍ଦେ ନୃପବର । ମୁନିଙ୍କି ବୋଲନ୍ତି ଉତ୍ତର । ।୨

ପରୀକ୍ଷିତ ଉବାଚ

ଭୋ ମୁନି କୁବେର କୁମରେ । ବୃକ୍ଷ ହୋଇଲେ ଗୋପପୁରେ । ।୩
କି ଦୋଷ କଲେ ନାରଦରେ । ଶାପ ପାଇଲେ କି ପାପରେ । ।୪
ଯାହାଙ୍କ ଦେହେ ନାହିଁ ରୋଷ । ବିଶେଷେ ଗୋବିନ୍ଦର ଦାସ । ।୫
ପିତାର ଦିଗପାଳ ପଦ । ଅର୍ଜିଲେ ଅନେକ ସମ୍ପଦ । ।୬
ଏଡ଼େ ଅନୀତି ଆଚରିଲେ । ନିର୍ଗୁଣ ମୁନିଙ୍କି ଚାଳିଲେ । ।୭
ତେଣୁ ହୋଇଲେ ବୃକ୍ଷ ଦୁଇ । ଗୋପ ନଗରେ ବେନିଭାଇ । ।୮
ସେକଥା କହ ମୁନିବର । ନିର୍ମଳ ହେଉ ମୋ ଶରୀର । ।୯
ମୁନି ବୋଲନ୍ତି ତାହା ଶୁଣି । କୃଷ୍ଣଚରିତ ମନେ ଗୁଣି । ।୧୦

ଶୁକ ଉବାଚ

ନଳକୂବର ମଣିଗ୍ରୀବ । ତପେ ତୋଷିଲେ ସଦାଶିବ । ।୧୧
ପ୍ରସନ୍ନ ହୋଇ ଉମାକାନ୍ତ । ବର ଯାଚିଲେ ବିଶ୍ୱନାଥ । ।୧୨
ଶୁଣି ସାନନ୍ଦ ବେନିଭାଇ । କହନ୍ତି ଶିରେ କର ଦେଇ । ।୧୩
ଆନ ସମ୍ପଦେ କାର୍ଯ୍ୟ ନାହିଁ । ଶୁଣିମା ତ୍ରୈଲୋକ୍ୟ ଗୋସାଇଁ । ।୧୪
ଶତେକ ଯକ୍ଷ-ଅପସରୀ । ଆମ୍ଭେ ରମିବୁ ବନେ ହେରି । ।୧୫
ଅସ୍ତୁ ବୋଇଲେ ଶୂଳପାଣି । ଦଇବ ମିଳାଇଲା ଆଣି । ।୧୬
କନ୍ୟା ସମେତେ ବେନିଭାଇ । ମିଳିଲେ ଗଙ୍ଗାତୀରେ ଯାଇ । ।୧୭
ବାରୁଣୀ ମଦ୍ୟ କଲେ ପାନ । ଭୋଳେ ହୋଇଲେ ହତଜ୍ଞାନ । ।୧୮
ଦଇବେ ନିଦାଘର କାଳ । ଡେଇଁ ପଶିଲେ ଗଙ୍ଗାଜଳ । ।୧୯
ବସ୍ତ୍ର ପାଲଟି ବୃକ୍ଷତଳେ । କନ୍ୟାଏ ପଶିଗଲେ ଜଳେ । ।୨୦
କରନ୍ତି ନାନା ରଙ୍ଗେ କେଳି । ହାସ-ପରିହାସ-ଢମାଳି । ।୨୧
ଏମନ୍ତ ସମୟେ ନାରଦ । ଯା'ନ୍ତେ କରନ୍ତି ବୀଣାବାଦ୍ୟ । ।୨୨
ଆଶ୍ରମ ନାମେ ବଦରିକା । ତହିଁକି ଯାଉଛନ୍ତି ଏକା । ।୨୩
ହରି ଭକତି ହୃଦେ ଧ୍ୟାୟୀ । ନାଚନ୍ତି ବୀଣାବାଦ୍ୟ ବାଇ । ।୨୪
କନ୍ୟାୟେ ନାରଦଙ୍କୁ ଦେଖି । ତକ୍ଷଣେ କ୍ରୀଡ଼ାନ୍ତ ଉପେକ୍ଷି । ।୨୫
ଜଳୁ ଉତୁରି ଯେଝାମତେ । ବସ୍ତ୍ର ସେ ପିନ୍ଧିଲେ ତୁରିତେ । ।୨୬
ଭୟେ କମ୍ପନ୍ତି ଥରହର । ନ ପୁଣ କୋପେ ମୁନିବର । ।୨୭
ଲୁଚିଲେ ବୃକ୍ଷଙ୍କର ପଛେ । ନାରଦ ଦେଖନ୍ତି ପ୍ରତ୍ୟେକ୍ଷ । ।୨୮
ଜଳେ କ୍ରୀଡ଼ନ୍ତି ବେନିଭାଇ । ଦେଖିଲେ କନ୍ୟାମାନ ନାହିଁ । ।୨୯
ଭୋଳେ ଚାହାନ୍ତି ଦଶଦିଗେ । ବସ୍ତ୍ର ହିଁ ନାହିଁ କଟୀଭାଗେ । ।୩୦
ମଦ୍ୟେ ଅରୁଣ ବେନିଆଖି । ମୁନିଙ୍କି ଚାହାନ୍ତି ନିରେଖି । ।୩୧
ଦେଖି ନାରଦ ମୁନିବର । ବୀଣା ଶବଦ କଲେ ସ୍ଥିର । ।୩୨
କୂଳେ ରହିଲେ ଆଡ଼ ହୋଇ । ଦୟାରେ ବିଚାରନ୍ତି ଚାହିଁ । ।୩୩
ଏ ବେନି କୁବେର ନନ୍ଦନ । ମଦେ ହୋଇଲେ ହତଜ୍ଞାନ । ।୩୪
ଦଇବ କଲା ୟାଙ୍କୁ ନାଶ । ତେଣୁ ହୋଇଲା ବୁଦ୍ଧିଭ୍ରଂଶ । ।୩୫
ସ୍ୱଭାବେ ରଜୋଗୁଣ ଛନ୍ଦେ । ଅଜ୍ଞାନ ହେଲେ ମୋହବନ୍ଧେ । ।୩୬
କେ ଏହା ପାରେ ଆନ କରି । ଯାବତ ଥାଇ ଦେହ ଧରି । ।୩୭
ବହୁତ ଥାଇ ଯା'ର ଧନ । ବନ୍ଧୁରେ ସେହି ଶ୍ରେଷ୍ଠ ଜନ । ।୩୮
ପର ରମଣୀ ଯେହୁ ହରେ । ଯେ ପ୍ରାଣୀ ମଦ୍ୟପାନ କରେ । ।୩୯
ଜୁଆ ଖେଳନ୍ତି ଭୋଳ ହୋଇ । ଚୋରି କରନ୍ତି ଲୋଭ ବହି । ।୪୦
ଐଶ୍ୱର୍ଯ୍ୟ ମଦର ଲକ୍ଷଣ । ତ୍ରିବିଧ ଅଟେ ଏହା ଜାଣ । ।୪୧
ବହୁ ସ୍ତ୍ରୀସଙ୍ଗ ସୁରାପାନ । ଦ୍ୟୁତ-କ୍ରୀଡ଼ାରେ ରସେ ମନ । ।୪୨
ଧିକ ଏ ଅଇଶ୍ୱର୍ଯ୍ୟ ଜାଣ । ପରରେ ଦିଅନ୍ତି କଷଣ । ।୪୩
ଏକ ଆରକେ ହିଂସା ବହି । ନରକେ ପଡୁଥା'ନ୍ତି ଯାଇ । ।୪୪
ନଶ୍ୱର-ଦେହକୁ ଅଜର । ଅମର ପରା କରି ସ୍ଥିର । ।୪୫
ଜୀବ ହିଂସନ୍ତି ଆନନ୍ଦରେ । ଶୋଚନା ନ ଥାଇ ମନରେ । ।୪୬
ମାଂସ ଭକ୍ଷଣେ ପଶୁ ମାରେ । ଯେ ଦୟା ଧର୍ମ ନ ବିଚାରେ । ।୪୭
ଦେହକୁ ବୋଲନ୍ତି ମୋହର । ପାପକୁ ନାହିଁ ଯା'ର ଡର । ।୪୮
ଅଜ୍ଞାନ ମୋହେ ହୋନ୍ତି ମତ୍ତ । ନରକେ ପଡ଼ନ୍ତି ତୁରିତ । ।୪୯
ଦେହରୁ ପ୍ରାଣ ଗଲେ ଛାଡ଼ି । ରହଇ ମୃତପିŠଣ୍ତ ପଡ଼ି । ।୫୦
ଭୂଦେବ ନରଦେବ ହେଲେ । ଅନ୍ତେ ଏ ନାଶ ଲଭେ ଲଭେ । ।୫୧
ଏ ଦେହୁ ଜୀବ ଯିବା କାଳେ । ପଶଇ ଭସ୍ମକୀଟ ମେଳେ । ।୫୨
ଏ ଦେହ ପାଇଁ ମାରେ ଜନ୍ତୁ । ଅଜ୍ଞାନ ନରକର ହେତୁ । ।୫୩
ଜ୍ଞାନ ହୁଅଇ ଏତେ ଭ୍ରମ । ଜନ୍ମ ମରଣେ ପଥଶ୍ରମ । ।୫୪
ଏ ଦେହ କହିବା କାହାର । ମାତାପିତା ବା ବନ୍ଧୁଙ୍କର । ।୫୫
କି ଅନ୍ନଦାତା କି ରାଜାର । କି ଅଗ୍ନି ଶ୍ୱାନ ଶୃଗାଳର । ।୫୬
କି ଅବା ନିଜର ଏ ଦେହ । କେ ଏହା କରିବ ନି‰ର୍ଣ୍ଣୟ । ।୫୭
ଅଥବା ବଳ ଅଛି ଯା'ର । ତାହାର ଏଥେ ଅଧିକାର । ।୫୮
ଅବ୍ୟକ୍ତ ତହୁଁ ଜାତ ହୋଇ । ପୁଣି ସେ ତହିଁରେ ମିଶଇ । ।୫୯
ଏ ଦେହ ପାଇଁ ଜନ୍ତୁ ମାରେ । ମୂଢ଼ ନ ହେଲେ କେବା କରେ । ।୬୦
ସମ୍ପଦ ମଦେ ଯେହୁ ଅନ୍ଧ । ସମ୍ପଦ-ନାଶ ତା ଔଷଧ । ।୬୧
ଦରିଦ୍ର ପଣେ ଦୁଃଖ ପାଇ । ଆତ୍ମାକୁ ଜଗତେ ଦେଖଇ । ।୬୨
କଣ୍ଟା ନ ବହେ ଯା ଚରଣ । ସେ କି ଜାଣଇ ସେ କଷଣ । ।୬୩
ସୁଖୀ ନ ଜାଣେ ପର ବ୍ୟଥା । ଜୀବ ମାରଣେ ସାମରଥା । ।୬୪
ଯାହାର ଦେହେ କ୍ଷତ ହୋଇ । ସେ ଜାଣେ ସୁଖଦୁଃଖ ଦୁଇ । ।୬୫
ଦରିଦ୍ର ଜନ କ୍ଳେଶ ପାଇ । ଇନ୍ଦ୍ରିୟ ଭୋଗେ ନ ରସଇ । ।୬୬
କ୍ଷୁଧାରେ ଶୁଷ୍କ ଯା' ଶରୀର । ସେ କାହୁଁ ହିଂସିବ ଅପର । ।୬୭
ଏଣୁ ଦୁଃଖୀର ଦୁଃଖୀପଣ । ପରମ ତପସ୍ୟା ସମାନ । ।୬୮
ହରି ଭକତ ସାଧୁଜନ । ସଙ୍ଗ ଲଭଇ ଅକିଞ୍ଚନ । ।୬୯
ସମ ମଣଇ ଦୁଃଖସୁଖେ । ତାହାକୁ ନାରାୟଣ ରଖେ । ।୭୦
ଏତେ ବିଚାରି ମୁନିବର । ଚଞ୍ଚଳ ଚିତ୍ତକଲେ ସ୍ଥିର । ।୭୧
ବୋଲନ୍ତି ଦୟାଭାବ ଚିତ୍ତେ । ନାଶ ଏ ଯିବେ ଏହି ମତେ । ।୭୨
ଦଇବେ ଗର୍ବ ଏହାଙ୍କର । ଅଜ୍ଞାନ ସଂସାର ବେଭାର । ।୭୩
ମାଗିଲେ ଶତେକନ୍ୟା ରତି । ଏ ମୂଢ଼େ କିଛି ନ ଜାଣନ୍ତି । ।୭୪
ଭୋଳ ହୋଇଲେ ମଦ୍ୟ ଖାଇ । ଏବେ ତରିବେ ବେନିଭାଇ । ।୭୫
ଦେହକୁ ନ ଜାଣନ୍ତି ଭୋଳେ । ବୃକ୍ଷ ହୋଇବେ ଏକତୁଲେ । ।୭୬
କୋପେ ବୋଲନ୍ତି ମୁନିବର । ଶୁଣ ହେ କୁବେର କୁମର । ।୭୭
ଅର୍ଜୁନ ବୃକ୍ଷ ରୂପ ହୋଇ । କାଳ ବଞ୍ଚିବ ବେନିଭାଇ । ।୭୮
ମୋତେ ଯେ ନଚିହ୍ନିଲ ବ୍ରହ୍ମ । ତେଣୁ ହୋଇବ ଉଚ୍ଚଦ୍ରୁମ । ।୭୯
ଏତେ ବୋଲିଣ ମୁନି ଗଲେ । କନ୍ୟାଏ ତାହାଙ୍କୁ କହିଲେ । ।୮୦
ଶାପ ବିହିଲେ ମହାଋଷି । ବୋଇଲେ ସ୍ଥାବର ହୁଅସି । ।୮୧
ଶୁଣି କମ୍ପିଲେ ଭାଇ ବେନି । ଯାଇ ଭେଟିଲେ ବ୍ରହ୍ମମୁନି । ।୮୨
ପାଦେ ପଡ଼ିଣ ମାଗି ଗତି । ବୋଇଲେ ଶୁଣ ବ୍ରହ୍ମଯତି । ।୮୩
ଆମ୍ଭର ମତି-ଭୋଳପଣେ । ଗର୍ବ ବହିଲୁ ଅକାରଣେ । ।୮୪
ଅମୋଘ-ବଚନ ଏ ତୋର । ବିଅର୍ଥ ନୋହେ ମୁନିବର । ।୮୫
ଉତ୍ତମକୁଳେ ହୋଇ ଜନ୍ମ । କଲୁ ଯେ ପାପ ନୀତିମାନ । ।୮୬
ଏମନ୍ତେ କାନ୍ଦି ଉଚ୍ଚସ୍ୱରେ । ବୋଲନ୍ତି କୁବେର-କୁମରେ । ।୮୭
ବିକଳ ଦେଖି ବ୍ରହ୍ମଋଷି । ବୋଇଲେ ବଚନ ଆଶ୍ୱାସି । ।୮୮
ଆମ୍ଭ ବଚନ ମିଥ୍ୟା ନୋହି । ବୃକ୍ଷ ହୋଇବ ବେନିଭାଇ । ।୮୯
ନନ୍ଦ-ବରଜେ ଦେହଧରି । ବୃକ୍ଷ ହୋଇବ ମର୍ତ୍ତ୍ୟପୁରୀ । ।୯୦
ଅଷ୍ଟାବିଂଶତି ଦ୍ୱାପରେଣ । ଜନ୍ମ ଲଢ଼ିବେ ନାରାୟଣ । ।୯୧
ବିଷ୍ଣୁର ଦିବ୍ୟରୂପ ଚାହିଁ । ସ୍ୱର୍ଗେ ଆସିବ ବେନିଭାଇ । ।୯୨
ଯହୁଁ କରୁଣା ଶୂଳ ପାଣି । ଶତେକ କନ୍ୟା ଦେଲେ ଆଣି । ।୯୩
ତୁମ୍ଭର ଶାପ ମୋକ୍ଷ ଯାଏ । ଏମାନେ ଥିବେ ସେହିଠାଏ । ।୯୪
ଈଶ୍ୱର ବର ନୋହେ ଆନ । ଆସି ରମିବ କନ୍ୟାମାନ । ।୯୫
ଅର୍ଜୁନବୃକ୍ଷ ରୂପ ହୋଇ । ଗୋପେ ଜନମ ବେନିଭାଇ । ।୯୬
ଶତେ-ବରଷ ଦେବମତେ । କୃଷ୍ଣଙ୍କୁ ଭେଟ ଶାପଅନ୍ତେ । ।୯୭
ଭକତି ହେଉ କୃଷ୍ଣପାଦେ । ଶାପୁଁ ତରିବ ଅପ୍ରମାଦେ । ।୯୮
ମୁନିଶାପରେ ବେନିଭାଇ । ବୃକ୍ଷ ହୋଇଲେ ଗୋପେ ଯାଇ । ।୯୯
ଶୁଣ ପାŠଣ୍ତବ-ଚୂଡ଼ାମଣି । ରୋଳ ଟାଣିଲେ ଚକ୍ରପାଣି । ।୧୦୦
ବୃକ୍ଷରେ ଦେଇ ବେନିହସ୍ତ । ମନେ ଚିନ୍ତନ୍ତି ଗୋପୀନାଥ । ।୧୦୧
ନାରଦ-ବଚନ ମୋହର । ପାଳିବା ଉଚିତ ବେଭାର । ।୧୦୨
ଦାସବତ୍ସ›ଳ ବ୍ରହ୍ମରାଶି । ବୃକ୍ଷଙ୍କ ମଧ୍ୟେ ଗଲେ ପଶି । ।୧୦୩
ରୋଳ ଲାଗନ୍ତେ ବେନିବୃକ୍ଷେ । ଗୋବିନ୍ଦ ଟାଣିଲେ ପ୍ରତ୍ୟେକ୍ଷେ । ।୧୦୪
ଉପୁଡ଼ି ଗଲା ବେନି ମୂଳ । ପଡ଼ି କମ୍ପିଲେ ପତ୍ର-ଡ଼ାଳ । ।୧୦୫
ଶବଦ ମେଘ-ଘଡ଼ଘଡ଼ି । ପଡ଼ିଲେ କୃଷ୍ଣ-ଦେହ ଛାଡ଼ି । ।୧୦୬
ଦେହ ଲାଗନ୍ତେ ଭାବଗ୍ରାହୀ । ବାହାର ହେଲେ ବେନିଭାଇ । ।୧୦୭
ଅନଳ ପ୍ରାୟେ ତେଜରାଶି । ଗଞ୍ଜନ୍ତି ଦିବାକର-ଶଶୀ । ।୧୦୮
କୃଷ୍ଣଙ୍କୁ ଦେଖି ବେନିଭାଇ । ଚରଣେ ଶିର ଦେଲେ ନେଇ । ।୧୦୯
ଚିତ୍ତ ନିବେଶି ପଦ୍ମପାଦେ । ବୋଲନ୍ତି ଶୋକ-ଗଦଗଦେ । ।୧୧୦
କୃଷ୍ଣ-ପରମାନନ୍ଦ ହରି । ପରମପୁରୁଷ-ମୁରାରି । ।୧୧୧
ଲୀଳାଏ କରି ବିଶ୍ୱମାୟା । ଭକ୍ତଜନରେ କରୁ ଦୟା । ।୧୧୨
ତୋହର ରୂପ ଗୁଣ ଯେତେ । ବିପ୍ରେ ଜାଣନ୍ତି ବେଦମତେ । ।୧୧୩
ପୃଥିବୀ ଆଦି ପଞ୍ଚଭୂତ । ମନ-ଇନ୍ଦ୍ରିୟ-ଆତ୍ମତତ୍ତ୍ୱ । ।୧୧୪
କାଳସ୍ୱଭାବେ ଜନ୍ମ-ମୃତ୍ୟୁ । ଜୀବ-ପରମ ଆତ୍ମା ହେତୁ । ।୧୧୫
ଭକତ ଜନ ନିସ୍ତାରଣେ । ଶରୀର ବହୁ ତୁ କାରଣେ । ।୧୧୬
ତୋ' ନାମ ପରମ ମଙ୍ଗଳ । ତ୍ରାହି କରିବା ଆଦିମୂଳ । ।୧୧୭
ଅଷ୍ଟାଙ୍ଗଯୋଗ ଧ୍ୟାନ କରି । ଯାହା ଚିନ୍ତନ୍ତି ବ୍ରହ୍ମଚାରୀ । ।୧୧୮
ନାରଦ ଭେଟିବାର ଫଳେ । ତୋତେ ଦେଖିଲୁ ଚର୍ମଡୋଳେ । ।୧୧୯
ଚକ୍ଷୁ-ଶ୍ରବଣ-ବୁଦ୍ଧି-ଶିର । ମନ-ବଚନ ବେନିକର । ।୧୨୦
ତୋହର ପାଦେ ନିତ୍ୟେ ଥାଉ । ତୋ' ନାମ ଧରି ଦିନ ଯାଉ । ।୧୨୧
ଅନେକ ଜନ୍ମେ ତପ କରି । ତୋତେ ଭେଟିଲୁ ନରହରି । ।୧୨୨
ତୋର ସେବକ ମିତ୍ରପଣେ । ଖଟିବୁ ତୋହର ଚରଣେ । ।୧୨୩
ଏମନ୍ତେ ବେନିକର ଯୋଡ଼ି । ଆଜ୍ଞା ମାଗିଲେ ପାୟେ ପଡ଼ି । ।୧୨୪
ହସି ବୋଲନ୍ତି ଭାବଗ୍ରାହୀ । ସାଧୁଙ୍କ ସଙ୍ଗ ଫଳ ଏହି । ।୧୨୫
ନାରଦ ଭେଟିବାର ଫଳୁ । ହେଳେ ତରିଲ ଭବଜଳୁ । ।୧୨୬
ମୋହର ପାଦେ ଯା'ର ମନ । ମୋ' ନାମ କରନ୍ତି କୀର୍ତ୍ତନ । ।୧୨୭
ପରେ କରନ୍ତି ଦୟାଚିତ୍ତ । ମାୟାରେ ନୁହନ୍ତି ମୋହିତ । ।୧୨୮
ଏହାଙ୍କ ଦରଶନ ପାଇ । ପାପ ତାହାଙ୍କୁ ନ ଲାଗଇ । ।୧୨୯
ଶୁଣ ହେ କୁବେର କୁମରେ । ନିଶ୍ଚିନ୍ତେ ଯାଅ ନିଜ ପୁରେ । ।୧୩୦
ଭକତି କରି ମୋର ପାଦେ । ମୋତେ ପାଇବ ଅପ୍ରମାଦେ । ।୧୩୧
କୃଷ୍ଣ-ବଚନ ଶିରେ ଧରି । ଉତ୍ତର ପଥେ ଗଲେ ଚଳି । ।୧୩୨
ଭକ୍ତ ବତ୍ସ›ଳ ପୀତବାସ । କ୍ଷମା କରିବେ ମୋର ଦୋଷ । ।୧୩୩
ସେ ହରିଚରଣେ ବିଶ୍ୱାସ । କହଇ ଜଗନ୍ନାଥ ଦାସ । ।୧୩୪
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ନନ୍ଦବସୁଦେବ ସଙ୍ଗମୋ ନାମ ଏକାଦଶୋଽଧ୍ୟାୟଃ ।

ଦ୍ୱାଦଶ ଅଧ୍ୟାୟସମ୍ପାଦନ କରନ୍ତୁ

କୃଷ୍ଣ ଚରଣେ ଦେଇ ମନ । କହନ୍ତି ବ୍ୟାସଙ୍କ ନନ୍ଦନ । ।୧

ଶୁକ ଉବାଚ

ଶୁଣ ପରୀକ୍ଷ ମହୀପାଳ । ଗୋପରେ ଶୁଭିଲା ଚହଳ । ।୨
ଭାଜିଣ ବେନି ବୃକ୍ଷ ପଡ଼ି । ଶୁଭିଲା ମେଘ ଘଡ଼ଘଡ଼ି । ।୩
ଭୂମି କମ୍ପଇ ଥରହର । ଗୋପାଳ ହୋଇଲେ ବାହାର । ।୪
ବୋଇଲେ ଏକୁ ଆରେ ଚାହିଁ । ଏ କି ଶବଦ କାହୁଁ ହୋଇ । ।୫
ନିର୍ଘାତ ଶୁଭିଲା ତ ଗୋଳ । ଗଗନେ ନାହିଁ ମେଘମାଳ । ।୬
କାହୁଁ ଏ ଶବଦ ଶୁଭିଲା । ଜାଣିଲେ ଅର୍ଜୁନ ଭାଜିଲା । ।୭
ତକ୍ଷଣେ ମିଳିଲେ ସକଳେ । ଯାମଳା ଅର୍ଜୁନର ତଳେ । ।୮
ବୋଲନ୍ତି ଭାଜିଲା କେମନ୍ତ । ପବନ ନାହିଁ ବଳବନ୍ତ । ।୯
ଶସ୍ତ୍ରେ ଛେଦିଲା ନାହିଁ କେହି । ଭିତରେ ମଞ୍ଜକିଳା ନାହିଁ । ।୧୦
କିମ୍ବା ପଡ଼ିଲା ମହୀତଳେ । ବେନି ଅର୍ଜୁନ ଏକାବେଳେ । ।୧୧
ଡାଳ ଦେଖନ୍ତେ ଏକ ଏକ । ଦେଖିଲେ ପଡ଼ିଛି ବାଳକ । ।୧୨
ଚକିତ ହୋଇ କଲେ କୋଳ । ବନ୍ଧନ ହୋଇଅଛି ରୋଳ । ।୧୩
କେ ନାରୀ କଲା ଏଡ଼େ କର୍ମ । ଚିହ୍ନିଲେ ଯଶୋଦା ନନ୍ଦନ । ।୧୪
ବାଳକେ ବୃକ୍ଷମୂଳେ ଥିଲେ । ଗୋପାଳମାନଙ୍କୁ କହିଲେ । ।୧୫
ଯଶୋଦା ରୋଳେ ବାନ୍ଧିଗଲା । ତଳେ ତା' ସୁତ କାନ୍ଦୁଥିଲା । ।୧୬
ବେନି ବୃକ୍ଷର ମଧ୍ୟେ ପଶି । ରୋଳ ସେ ଟାଣିଲା ଆକର୍ଷି । ।୧୭
ବୃକ୍ଷେ ପଡ଼ିଲେ ବେଗେ ଭାଙ୍ଗି । ଏହାର ଦେହ ଯହୁଁ ଲାଗି । ।୧୮
ବେନି ପୁରୁଷେ ଏହି ବୃକ୍ଷେ । ବାହାର ହୋଇଲେ ପ୍ରତ୍ୟେକ୍ଷ । ।୧୯
ତେଜେ ଗଞ୍ଜନ୍ତି ନିଶାକର । ଏହାର ପାଦେ ଦେଇ ଶିର । ।୨୦
କି କି ବୋଇଲେ ତା' ନ ଜାଣି । ଉତ୍ତରେ ଗଲେ ଏହିକ୍ଷଣି । ।୨୧
ଶୁଣି ହସିଲେ ଗୋପ ଲୋକେ । ବୋଲନ୍ତି ଏକକୁ ଆରକେ । ।୨୨
ବାଳବଚନ କାହିଁ ସତ୍ୟ । ମାୟା ମୋହିଲେ ଗୋପୀନାଥ । ।୨୩
ବନ୍ଧନ କଟୀଭାଗୁଁ ଫେଇ । ନନ୍ଦରକୋଳେ ଦେଲେ ନେଇ । ।୨୪
ଶୁଣି ମିଳିଲେ ନନ୍ଦ ନାରୀ । କୃଷ୍ଣଙ୍କୁ ଆଣ କୋଳକରି । ।୨୫
ଗ୍ରହ ଶଙ୍କିତେ ବ୍ରଜବାଳୀ । କୃଷ୍ଣଙ୍କୁ କଲେ ନିଉଛାଳି । ।୨୬
ଆନନ୍ଦ କଲେ ଗୀତ ଗାଇ । କୃଷ୍ଣ ନାଚନ୍ତି ତାଳି ଦେଇ । ।୨୭
ଗୋପୀ ବୋଲନ୍ତି କୃଷ୍ଣ ଶୁଣ । ଘର ଭିତରୁ ଆଣ ମାଣ । ।୨୮
ପାଣ୍ତୋଇ କଠାଉ ମସୁଣି । ଆଣ ତୁ ଦୁଧର ଦୁହୁଁଣୀ । ।୨୯
ଶୁଣି ଗୋବିନ୍ଦ ଘରେ ଯାଇ । ଆଣନ୍ତି କନ୍ଧେ ଶିରେ ବହି । ।୩୦
ଥୋଇ କରନ୍ତି କଉତୁକ । ଆହୁରି ଆଣିବଇଁ ଦେଖ । ।୩୧
ଭକତ ଜନଙ୍କୁ ସୁଫଳ । ଗୋପେ ଦେଖନ୍ତି ନନ୍ଦବାଳ । ।୩୨
ଭକତ ଜନେ ଦ୍ୟନ୍ତି ଦେଖା । ଗୋପେ ଅଇଲା କୋଳିବିକା । ।୩୩
ଡାକଇ କୋଳି କୋଳି ବାଣୀ । କୃଷ୍ଣ ଧାଇଁଲେ ତାହା ଶୁଣି । ।୩୪
ବସନ ନାହିଁ କଟୀଭାଗେ । ମିଳିଲେ ଧାନରାଣି ଲାଗେ । ।୩୫
ଧାନ ଆଞ୍ଜୋଳି ପେଟେ ଦେଇ । ବେଗେ ଧାଇଁଲେ ଭାବଗ୍ରାହୀ । ।୩୬
ମିଳିଲେ କୋଳିବିକା ଲାଗେ । ମାଣ ପାତିଲା ଦେଖି ବେଗେ । ।୩୭
କୃଷ୍ଣର ଦୃଷ୍ଟି ଅଛି ଫଳେ । ଧାନ ପଡ଼ିଲା ସବୁ ତଳେ । ।୩୮
ତକ୍ଷଣେ ଝାଡ଼ି ବେନିକର । ଆଞ୍ଜୋଳି କଲେ ଦାମୋଦର । ।୩୯
କର ପୂରୋଇ ଦେଲା ଫଳ । ବୋଲନ୍ତି ପ୍ରଭୁ ଚକ୍ରଧର । ।୪୦
ଭାଣ୍ତେ ତ ଅଛି କେତେ କୋଳି । ଟେକି ଚାହିଁଲେ ବନମାଳୀ । ।୪୧
ରତ୍ନ ହୋଇଲା ତତ୍‌କ୍ଷଣ । ଘରେ ମିଳିଲେ ନାରାୟଣ । ।୪୨
ଏବେ ହୋ ଶୁଣ ନରନାଥ । କୃଷ୍ଣର ବାଳକ ଚରିତ । ।୪୩
ଗୋକୁଳ ମଧ୍ୟେ ଏକ ନଦୀ । ବହଇ ବୃନ୍ଦାବନ ଭେଦି । ।୪୪
ସେ ନଦୀତୀରେ ଏକଦିନେ । ରାମ ଗୋବିନ୍ଦ ତୋଷମନେ । ।୪୫
ଖେଳନ୍ତି ନାନା କୁତୂହଳେ । ଗୋପବାଳକ ଗଣମେଳେ । ।୪୬
ଉଛୁର ଦେଖିଣ ରୋହିଣୀ । ଚଞ୍ଚଳେ ଗଲେ ପୁତ୍ରେ ଆଣି । ।୪୭
ଡାକନ୍ତି ମଧୁର ବଚନେ । ଗୋବିନ୍ଦ ନ ଶୁଣନ୍ତି କର୍ଣ୍ଣେ । ।୪୮
କୋପେ ରୋହିଣୀ ବାହୁଡ଼ିଲା । ଯଶୋଦା ଛାମୁରେ କହିଲା । ।୪୯
ଶୁଣି ଯଶୋଦା ଗଲା ଖରେ । କୃଷ୍ଣ ଦେଖିଲା ନଦୀତୀରେ । ।୫୦
ପୁତ୍ରର ସ୍ନେହ-ମାୟା-ମୋହେ । ସ୍ତନଯୁଗଳୁ କ୍ଷୀର ବହେ । ।୫୧
କୃଷ୍ଣ-କମଳ-ମୁଖ ଚାହିଁ । ଡାକଇ ଅଙ୍ଗୁଳି ଦେଖାଇ । ।୫୨
ଆସ ମୋ ତାତ ପିଅ ସ୍ତନ୍ୟ । ଶ୍ରମେ ଆକୁଳ ତୋ' ବଦନ । ।୫୩
ଭୋଜନ ହୋଇଲା ଉଛୁର । ଆସ ତୁ ବେଗେ ଯିବା ଘର । ।୫୪
ହେ ରାମ ଆସ କୃଷ୍ଣ ଘେନି । ବହୁତ ଦେବଇଁ ଲବଣି । ।୫୫
ପିତା ଭୋଜନ-ବେଳ ହୋଇ । ସଙ୍ଗେ ଭୁଞ୍ଜିବ ବେନି ଭାଇ । ।୫୬
ବାଳକେ ଯା'ନ୍ତି ଯେଝା ଘର । ବେଳ ଯେ ହେଉଛି ଉଛୁର । ।୫୭
ଦେହ ତୋ ଧୂଳିରେ ଧୂସର । ଜନ୍ମ ନକ୍ଷତ୍ର ଆଜ ତୋ'ର । ।୫୮
ଅରିଷ୍ଟ-ଖŠଣ୍ତନେ ତୋହର । ବିପ୍ରଙ୍କୁ ଗୋରୁ ଦାନ କର । ।୫୯
ଦେଖ ବାଳକେ ତୋ'ର ସଙ୍ଗେ । ବିବିଧ ଅଳଙ୍କାର ଅଙ୍ଗେ । ।୬୦
ସ୍ନାନ ଭୋଜନ ଆସି କର । ଦେବଇଁ ନାନା ଅଳଙ୍କାର । ।୬୧
ଏମନ୍ତ ବୋଲି ନନ୍ଦରାଣୀ । କରେ ଧରିଲେ ଚକ୍ରପାଣି । ।୬୨
ରାମଙ୍କୁ କାଖରେ ବସାଇ । ଘରେ ମିଳିଲେ ଦେବୀ ଯାଇ । ।୬୩
କରାଇ ସ୍ନାହାନ ଭୋଜନ । ରଞ୍ଜିଲେ ରାମକୃଷ୍ଣ ମନ । ।୬୪
ଭୋଜନ ସାରି ଆଚମନ । ଆନନ୍ଦେ କରାଇ ଶୟନ । ।୬୫
ବିପ୍ରଙ୍କୁ ଆଣି ସେ ଡ଼କାଇ । ତାହାଙ୍କୁ ଗୋରୁଦାନ ଦେଇ । ।୬୬
ଅସ୍ତ ହୋଇଲେ ଦିନକର । ଗୋପାଳେ କରନ୍ତି ବିଚାର । ।୬୭
ଏକ ଆରକେ ଅବହେଳେ । ନନ୍ଦର ଦ୍ୱାରେ ମେଳ ହେଲେ । ।୬୮
ବସିଲେ ନନ୍ଦ ଉପନନ୍ଦ । ମଧ୍ୟେ ଅନନ୍ତ ଆଦିକନ୍ଦ । ।୬୯
ଗୋପାଳେ କରନ୍ତି ବିଚାର । ଶୁଭ ନ ଦିଶେ ଗୋପପୁର । ।୭୦
କହ କି କରିବା ଉପାୟ । ପୁତ୍ରଙ୍କୁ ଉପୁଜିଲା ଭୟ । ।୭୧
ଶୁଣି ଉଠିଲେ ଉପନନ୍ଦ । ଯାହାର ଜୀବନ ଗୋବିନ୍ଦ । ।୭୨
ଜ୍ଞାନବୟସେ ବୃଦ୍ଧପଣ । ଗୋପଙ୍କୁ କହଇ କାରଣ । ।୭୩
ଶିରେ ନିବେଶି ବେନିକର । ସଭୟେ କହଇ ଉତ୍ତର । ।୭୪
ଚାଲ ନ ଥିବା ଗୋପପୁରେ । ଘର କରିବା ଆନଠାରେ । ।୭୫
ଅନେକ ପଡ଼ିଲା ପ୍ରମାଦ । ପୁତ୍ରେ ତ ଆମ୍ଭର ସମ୍ପଦ । ।୭୬
ଦେଖ ଯଶୋଦାପୁତ୍ର ସଙ୍ଗେ । ଆମ୍ଭ ବାଳକେ ନାଶଯିବେ । ।୭୭
ଅଳପ ଦିନେ ମହାଭୟେ । ଆପଦ ପଡ଼ିଲା ଥୋକାଏ । ।୭୮
ତୋ'ର ପୁତ୍ରକୁ ଦେଖ ନନ୍ଦ । କେତେ ନ ପଡ଼ିଲା ପ୍ରମାଦ । ।୭୯
ପୂତନା ମୁଖୁଁ ଅଛି ତରି । ଶୂନ୍ୟେ ଦଇତ୍ୟ ନେଲା ହରି । ।୮୦
ଶକଟ ଉପରେ ପଡ଼ିଲା । ସେ ବେଳେ ଗୋବିନ୍ଦ ରଖିଲା । ।୮୧
ଏବେ ତରିଲା ପରମାଦୁ । ଯାମଳା ଅର୍ଜ୍ଜୁନ ଆପଦୁ । ।୮୨
ଚାଲ ନ ଥିବା ଏ ନଗର । ନାଶ ନ ହେଉ ଗୋପପୁର । ।୮୩
ଯଶୋଦା ଯେବେ ନ ଛାଡ଼ିବ । ଏକା ପୁତ୍ରକୁ ନ ପାଇବ । ।୮୪
ଚାଲ ଆପଦ ନୋହୁ ଯିବା । ତେବେ ସେ ପୁତ୍ରଙ୍କୁ ପାଇବା । ।୮୫
ସକଳେ ଦୃଢ଼ କର ମନେ । ଘର କରିବା ବୃନ୍ଦାବନେ । ।୮୬
ବହୁତ ଫଳ କନ୍ଦମୂଳ । ନିର୍ମଳ ଯମୁନାର ଜଳ । ।୮୭
ପର୍ବତ ନାମେ ଗୋବର୍ଦ୍ଧନ । ଗୋରୁଙ୍କୁ ଅଛି ଜଳ ତୃଣ । ।୮୮
ଗୋପୀଗୋପାଳ ତୋଷ ହେବେ । ବହୁତ କ୍ଷୀର ଗାଈ ଦେବେ । ।୮୯
କାଲି ପ୍ରଭାତୁ ହୁଅ ସଜ । ଭାର ଶକଟ ବେଗେ ସାଜ । ।୯୦
ଗୋଧନ ଚଳିଯା'ନ୍ତି ବେଗେ । ଗୋପ ବାଳକେ ଘେନି ସଙ୍ଗେ । ।୯୧
ସୁଖେ ରହିବା ବୃନ୍ଦାବନେ । କିଛି ନ ଭାଳ ତୁମ୍ଭେ ମନେ । ।୯୨
ଶୁଣି ମଣିଲେ ଗୋପହି୍ତ । ନିଜ ଭୁବନେ ଉପଗତ । ।୯୩
ଯେଝାରେ ଘେନିଣ ସମ୍ପଦ । ଯା'ନ୍ତେ କରନ୍ତି ଶିଙ୍ଗାନାଦ । ।୯୪
ନନ୍ଦ ଯଶୋଦା ଏକମେଳେ । ରୋହିଣୀ ସୁତ ଘେନି କୋଳେ । ।୯୫
ପାଶେ ଚଳନ୍ତି ଗୋପୀନାଥ । ଗାବନ୍ତି ନାନାରଙ୍ଗେ ଗୀତ । ।୯୬
ଶକଟମାନ ଯା'ନ୍ତେ ଖର । ଧୂଳିରେ ଛିନ୍ନ ଦିବାକର । ।୯୭
ମିଳିଲେ ବୃନ୍ଦାବନେ ଯାଇ । କୃଷ୍ଣଚରିତ ଗୀତ ଗାଇ । ।୯୮
ଗୋପାଳେ ଧନୁଶର ଘେନି । ନାନା ଶବଦେ ବେଣୁଧ୍ୱନି । ।୯୯
ଯାଇ ହୋଇଲେ ବୃନ୍ଦାବନ । ଆନନ୍ଦ ଗୋପୀଙ୍କର ମନ । ।୧୦୦
ଯେ ବନେ ବିଜେ ଗୋପୀନାଥ । ସର୍ବଦା ବହଇ ବସନ୍ତ । ।୧୦୧
ସୀମା ଆବୋରି ଗୋପପୁର । ଯେଝାରେ ତୋଳିଲେ ମନ୍ଦିର । ।୧୦୨
ଗ୍ରାମର ମଧ୍ୟେ ନନ୍ଦଘର । ଯହିଁ ବିଜୟ ଦାମୋଦର । ।୧୦୩
କୃଷ୍ଣ ଦେଖିଲେ ଗୋବର୍ଦ୍ଧନ । ଯମୁନା ନଦୀ ବୃନ୍ଦାବନ । ।୧୦୪
ଦେସା ଖିନନ୍ଦ ବେନି ଭାଇ । ବୋଲନ୍ତି ନନ୍ଦୁକୁ ବସାଇ । ।୧୦୫
ଯେତେ ଅଛନ୍ତି ବ›ତ୍ସା ଘରେ । ଆମ୍ଭେ ରଖିବୁ ନଦୀତୀରେ । ।୧୦୬
ଭୋ ତାତ ନାହିଁ ତୁ ନ କର । ବ›ତ୍ସା ରଖିବୁ ଆମ୍ଭେ ତୋ'ର । ।୧୦୭
ନନ୍ଦ ବୋଇଲେ ତୋଷ ହୋଇ । କାଲିହୁଁ ବ›ତ୍ସା ରଖ ନେଇ । ।୧୦୮
ପିତାର ବଚନେ ମୁରାରି । ସାନନ୍ଦେ ଚରାନ୍ତି ବାଛୁରୀ । ।୧୦୯
ଗ୍ରାମ ନିକଟେ ଥା'ନ୍ତି ନିତ୍ୟେ । ବନେ ନଯା'ନ୍ତି ଭୟଚିତ୍ତେ । ।୧୧୦
ବ୍ୟାଘ୍ର ଭଲ୍ଲୁକ ସିଂହ ତ୍ରାସେ । ବ›ତ୍ସା ଚରାନ୍ତି ଗ୍ରାମ ପାଶେ । ।୧୧୧
ଗୋପାଳ ପୋଏ ଥା'ନ୍ତି ସଙ୍ଗେ । ଖେଳନ୍ତି ନାନା ରସ ରଙ୍ଗେ । ।୧୧୨
କ୍ଷଣ କ୍ଷଣକେ ବେଣୁନାଦ । କେ କହୁ କୃଷ୍ଣର ଆନନ୍ଦ । ।୧୧୩
ଏକ ଆରକେ ଭୁଜ ଧରି । ଯୁଝନ୍ତି ବାହାନାଦ କରି । ।୧୧୪
ବେଲ ଅଏଁଳା କଣ୍ଟା ଫଳେ । ତୋଳି ଆଣନ୍ତି ବୃକ୍ଷୁଁ ବାଳେ । ।୧୧୫
ଏକ ଆରେକେ ମରାମରି । ସାକ୍ଷୀ କରାନ୍ତି ରାମହରି । ।୧୧୬
ନାନା ପକ୍ଷୀଙ୍କ ନାଦ ଶୁଣି । ପୋଏ ନାଚନ୍ତି ତାହା ଶୁଣି । ।୧୧୭
ଦିନେ ଯମୁନାତୀରେ ହରି । ଆନନ୍ଦେ ଚରାନ୍ତି ବାଛୁରୀ । ।୧୧୮
କଂସ ଆଦେଶ ବତ୍ସାସୁର । ଆସି ମିଳିଲା ଧାତିକାର । ।୧୧୯
କୃଷ୍ଣର ମୁଖକୁ ଚାହିଁଲା । ବାଛୁରୀ ରୂପକୁ ଧଇଲା । ।୧୨୦
ବତ୍ସା ଗହଳେ ଗଲା ପଶି । ରାମଙ୍କୁ ଦେଖାନ୍ତି ଶ୍ରୀବତ୍ସୀ । ।୧୨୧
ଦେଖ ଦଇତ୍ୟ ବତ୍ସା ପାଶେ । ଆମ୍ଭଙ୍କୁ ମାରିବାର ଆଶେ । ।୧୨୨
ମାୟା ବାଛୁରୀ ରୂପ ହୋଇ । କହି ହସନ୍ତି ଭାବଗ୍ରାହୀ । ।୧୨୩
ଅସୁର ବିଚାରଇ ମନେ । କୃଷ୍ଣଙ୍କୁ ମାରିବି କେସନେ । ।୧୨୪
ନିକଟେ ମିଳିଲେ ମୋହର । ପାଦେ କରିବି ଶତେ ଚୁର । ।୧୨୫
ତାହା ଜାଣିଲେ ନାରାୟଣ । ମୋହିଲେ କୁମାରଙ୍କ ମନ । ।୧୨୬
କଇଥ ଗଛ ଦେଖି ପୋଏ । ବୋଲନ୍ତି ରାମଙ୍କୁ ଥୋକାଏ । ।୧୨୭
ଏ ଫଳ ଦିଶଇ ସୁସଞ୍ଚ । ହସ୍ତ ନ ପାଏ ବଡ଼ ଉଚ୍ଚ । ।୧୨୮
ତୁ ରାମ ଅତି ବଳୀୟାର । ଫଳ ଥୋକାଏ ବୃକ୍ଷୁ ତୋଳ । ।୧୨୯
ଶୁଣି ସାନନ୍ଦ ବନମାଳୀ । ବତ୍ସା ନିକଟେ ଯାଇ ମିଳି । ।୧୩୦
ବେନିଚରଣ ଧରି କରେ । ବୁଲାଇ ପିଟିଲେ ବୃକ୍ଷରେ । ।୧୩୧
କରେ ଘୂରାନ୍ତେ ପ୍ରାଣ ଗଲା । ଜୀବନ ଗୋବିନ୍ଦେ ପଶିଲା । ।୧୩୨
ଦେବେ ଚକିତ ତାହା ଦେଖି । ବ୍ରହ୍ମା ହୋଇଲେ ଅତି ସୁଖୀ । ।୧୩୩
ଅସୁର ଦେହ ଲାଗି କରି । ଫଳ ପଡ଼ିଲା ବୃକ୍ଷୁ ଝଡ଼ି । ।୧୩୪
ବାଳକେ ଦେଖିଣ ଚକିତ । ବୋଲନ୍ତି ଧନ୍ୟ ନନ୍ଦସୁତ । ।୧୩୫
ଆନନ୍ଦେ ଦେବତାଏ ସ୍ତୁତି । କୃଷ୍ଣଙ୍କୁ କଲେ ପୁଷ୍ପବୃଷ୍ଟି । ।୧୩୬
ଏମନ୍ତେ ରାମ ବନମାଳୀ । ବତ୍ସା ରଖନ୍ତେ ବନେ କେଳି । ।୧୩୭
ସକାଳେ ଦଧି ଗୁଡ଼ ଅନ୍ନ । ଭୁଞ୍ଜନ୍ତି ରାମ ଭଗବାନ । ।୧୩୮
ନିତ୍ୟେ ଯମୁନାତୀରେ ଯାଇ । ବତ୍ସା ରଖନ୍ତି ବେନିଭାଇ । ।୧୩୯
ଗୋପାଳ ପୁଅ ଘେନି ସଙ୍ଗେ । ବନେ ବିହରି ନାନାରଙ୍ଗେ । ।୧୪୦
ବାଳକେ ଯେଝା ବତ୍ସା ଘେନି । ଚରାନ୍ତି କରି ବେଣୁ ଧ୍ୱନି । ।୧୪୧
ଦିନେ ନିଦାଘେ ଖରାବେଳେ । ମିଳିଲେ ଯାଇ ନଦୀକୂଳେ । ।୧୪୨
ବତ୍ସାଙ୍କୁ ପିଆଇ ବହନ । ସକଳେ କଲେ ଜଳପାନ । ।୧୪୩
କଂସର ମିତ୍ର ବକାସୁର । ସଧୀରେ ବିହରଇ ନୀର । ।୧୪୪
କୃଷ୍ଣଙ୍କୁ ଦେଖି କାମରୂପୀ । କ୍ଷଣ କ୍ଷଣକେ ତନୁବ୍ୟାପୀ । ।୧୪୫
ନିଜ ସ୍ୱଭାବେ ମହାକାୟେ । ଦେଖି ଡରିଲେ ଗୋପପୋଏ । ।୧୪୬
ଏ ବନେ ଏଡେ ବକ ଥାଇ । କହନ୍ତି ରାମଙ୍କୁ ଦେଖାଇ । ।୧୪୭
ଗୋପାଳ ପୋଏ ପରଶଂସି । ପର୍ବତଖଣ୍ତŠ ପ୍ରାୟେ ଦିଶି । ।୧୪୮
ତ୍ରାସେ ଉଠିଲେ ବେଗେ ତୀର । ଦେଖି ଧାଇଁଲା ବକାସୁର । ।୧୪୯
ଘୋର ଶବଦ ବେଗେ କଲା । ତକ୍ଷଣେ କୃଷ୍ଣଙ୍କୁ ଗିଳିଲା । ।୧୫୦
କୃଷ୍ଣ ନ ଦେଖି ଗୋପବାଳେ । ଢଳି ପଡ଼ିଲେ ମହୀତଳେ । ।୧୫୧
ଉଠିଣ କରନ୍ତି ରୋଦନ । ଚକିତେ ଚାହିଁ ଛନ୍ନଛନ୍ନ । ।୧୫୨
ବକାର ତାଳୁ ମୂଳେ ରହି । ତାହା ଜାଣିଲେ ଭାବଗ୍ରାହୀ । ।୧୫୩
ଦାସବ›ତ୍ସଳ ନରହରି । ବେଗେ ଅନଳ ରୂପ ଧରି । ।୧୫୪
ପ୍ରଳୟ ଅଗ୍ନି ଜିଣି ତେଜ । ତା'ଳୁ ଦହିଲେ ଦେବରାଜ । ।୧୫୫
ତକ୍ଷଣେ ଘୋର ନାଦକରି । କୃଷ୍ଣଙ୍କୁ ପକାଇ ଉଦାରି । ।୧୫୬
ଧୀରେ ଛାହିଁଲା ବକାସୁର । ସୁନ୍ଦର ଦିଶିଲା ଶରୀର । ।୧୫୭
ଦେଖି ଶ୍ରୀକୃଷ୍ଣ କଳେବର । ପୁଣି ଧାଇଁଲା ରୋଷଭର । ।୧୫୮
କୃଷ୍ଣର ଦେହେ କ୍ଷତ ନାହିଁ । ଅସୁର ମନେ ବିଚାରଇ । ।୧୫୯
ପୁଣି ବିଚାରୁଅଛି ମନେ । ଏହାକୁ ମାରିବି କେସନେ । ।୧୬୦
ଏହାର ସୁକୁମାର ପିଣ୍ତŠ । ଥଣ୍ତେ କରିବି ଖŠଣ୍ତ ଖଣ୍ତŠ । ।୧୬୧
ବିସ୍ତାରି ବେନିପାଟି ତୋଳି । ବେଗେ ଧାଇଁଲା ମହାବଳୀ । ।୧୬୨
ଶୂନ୍ୟେ ଦେଖନ୍ତି ଦେବଗଣ । ଆଗ ହୋଇଲେ ନାରାୟଣ । ।୧୬୩
କରେ ଧଇଲେ ବେନିପାଟି । ଅସୁର ନ ପାରିଲା ଉଠି । ।୧୬୪
ବାଳକ ମେଳେଣ ଶ୍ରୀହରି । ଚିରିଲେ ବେନିଫାଳ କରି । ।୧୬୫
ଦେଖି ସାନନ୍ଦେ ବୃନ୍ଦାରକେ । କୁସୁମ ବରଷିଲେ ଥୋକେ । ।୧୬୬
ଦୁନ୍ଦୁଭି ବାଦ୍ୟନାଦ କରି । ରଙ୍ଗେ ନାଚନ୍ତି ଅପସରୀ । ।୧୬୭
ବାଳକେ ଦେଖିଣ ଚକିତ । ମାୟା ମୋହିଲେ ଗୋପୀନାଥ । ।୧୬୮
ତକ୍ଷଣେ ଆଲିଙ୍ଗନ କରି । ଗୋଠକୁ ଆଣିଲେ ବାଛୁରୀ । ।୧୬୯
ପୋଏ କହିଲେ ଯେଝାଘରେ । ପୁଣି ମିଳିଲେ ନନ୍ଦଦ୍ୱାରେ । ।୧୭୦
ବକର ତୁŠଣ୍ତୁ ଉବୁରିଲା । ଭାଗ୍ୟ ଗୋ ଯଶୋଦାର ଥିଲା । ।୧୭୧
ଶୁଣି ଚକିତ ଗୋପଗୋପୀ । କୃଷ୍ଣଙ୍କୁ ଚାହାନ୍ତି ନିରୋପି । ।୧୭୨
ବୋଲନ୍ତି ଧର୍ମ ତିନିଲୋକେ । ସତ୍ୟ ବେଭାର ଜନମୁଖେ । ।୧୭୩
ନିର୍ଦ୍ଦୋଷ ପ୍ରାଣୀ ହିଂସା କରି । ଆପଣେ ଯାଉଛନ୍ତି ମରି । ।୧୭୪
ଏ ପୋଏ ବାଳକ ସ୍ୱଭାବେ । ଏହାଙ୍କୁ ହିଂସନ୍ତି ଦାନବେ । ।୧୭୫
ତେଣୁ ହୁଅନ୍ତି ମୃତ୍ୟୁ ସଙ୍ଗ । ଅନଳେ ଯେସନେ ପତଙ୍ଗ । ।୧୭୬
ପŠଣ୍ତିତଜନଙ୍କର କଥା । କେବେ ହେଁ ନୁହଁଇ ଅନ୍ୟଥା । ।୧୭୭
ଯାହା କହିଲେ ଗାର୍ଗ୍ୟଋଷି । ରାମକୃଷ୍ଣଙ୍କୁ ପରଶଂସି । ।୧୭୮
ସେ କଥା ହୋଇଲା ପ୍ରମାଣ । ଏହାଙ୍କୁ ରଖୁ ନାରାୟଣ । ।୧୭୯
ଆପଦ ଦେଖି ନନ୍ଦରାୟେ । ଶାନ୍ତି କରାଇଲେ ଥୋକାଏ । ।୧୮୦
ଗୋପେ ଗୋବିନ୍ଦ ଅଙ୍ଗସଙ୍ଗେ । ତରିଲେ ଭବଜଳୁ ରଙ୍ଗେ । ।୧୮୧
ସେ ହରି ଚରଣେ ବିଶ୍ୱାସ । କହଇ ଜଗନ୍ନାଥ ଦାସ । ।୧୮୨
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ନନ୍ଦବସୁଦେବ ସଙ୍ଗମୋ ନାମ ଦ୍ୱାଦଶୋଽଧ୍ୟାୟଃ ।

ତ୍ରୟୋଦଶ ଅଧ୍ୟାୟସମ୍ପାଦନ କରନ୍ତୁ

ଶୁକ ଉବାଚ

ବୋଲନ୍ତି ବ୍ୟାସମୁନି ଶିଷ । ଶୁଣ ରାଜନ କୃଷ୍ଣରସ । ।୧
ଗୋପ ନଗରେ ଶିରୀରଙ୍ଗେ । ଖେଳନ୍ତି କୁମାରଙ୍କ ସଙ୍ଗେ । ।୨
ଦିନ ହରନ୍ତି ବୃନ୍ଦାବନେ । ଘରେ ମିଳନ୍ତି ରାତ୍ରମାନେ । ।୩
ଏମନ୍ତେ ବୃନ୍ଦାବନେ କେଳି । ରାମ ଗୋବିନ୍ଦ ଗୋପବାଳୀ । ।୪
ଦିନେକ ପ୍ରଭୁ ଦେବରାଜ । ରାତ୍ରହୁଁ ଉପେକ୍ଷିଲେ ଶେଯ । ।୫
ରଜନୀ ଅଛି ବେନି ଘଡ଼ି । ନିଦ୍ରା ଉପେକ୍ଷି ନରହରି । ।୬
ମାତାଙ୍କୁ ଡାକି ବନମାଳୀ । ପୟରେ କଲେ ନିଉଛାଳି । ।୭
ଆଜ ମୁଁ ନ ଭୁଞ୍ଜିବି ଘରେ । ଅନ୍ନ ପୁଡ଼ାଏ ଦିଅ ମୋରେ । ।୮
ଦଇବେ ନିଦାଘର କାଳ । ଖରା ଲାଗନ୍ତେ ବହେ ଝାଳ । ।୯
ଶୀତଳ ବେଳୁ ଯିବୁ ବନ । ଅନ୍ନ ତୁ ଦିଅ ଗୋ ବହନ । ।୧୦
ଶୁଣି ସାନନ୍ଦ ନନ୍ଦରାଣୀ । ଅନ୍ନ ବାଢ଼ିଲେ ଘରୁ ଆଣି । ।୧୧
ନାନା ବ୍ୟଞ୍ଜନ ଗୁଡ଼ ଦଧି । ପୁଡ଼ା ଗୋଟିଏ ଦେଲେ ବାନ୍ଧି । ।୧୨
ଶିକାରେ ଘେନି ଅନ୍ନ ପୁଡ଼ା । ଶିଙ୍ଗା କାହାଳୀ ବେତଯୋଡ଼ା । ।୧୩
ଛନ୍ଦ ଦଉଡ଼ି କନ୍ଧେ ଘେନି । ଗୋବିନ୍ଦ କଲେ ଶିଙ୍ଗାଧ୍ୱନି । ।୧୪
ଗୋପ କୁମରେ ଥିଲେ ଶୋଇ । କ‰ର୍ଣ୍ଣେ ଶୁଭିଲା ନାଦ ଯାଇ । ।୧୫
ବନେ ଭୁଞ୍ଜିବା ଆଜ ଅନ୍ନ । କରିବା କ୍ରୀଡ଼ାରସମାନ । ।୧୬
ରାତ୍ରେ ସଂକେତ କରିଥିଲେ । ପ୍ରଭାତେ ବେଣୁଧ୍ୱନି କଲେ । ।୧୭
ଯେ ଯାହା ନାମ ଧରି ଡାକି । ବାଳକେ ଶୟନ ଉପେକ୍ଷି । ।୧୮
ନନ୍ଦର ଦ୍ୱାରେ ଯାଇ ମିଳି । ଦେଖିଲେ ରାମ ବନମାଳୀ । ।୧୯
ବୋଲନ୍ତି ପ୍ରଭୁ ଦେବରାଜ । ଆମ୍ଭର ପ୍ରାୟେ ହୁଅ ସଜ । ।୨୦
ଶୁଣି ମିଳିଲେ ଯେଝା ଘରେ । ଅନ୍ନ ଘେନିଲେ ବାମକରେ । ।୨୧
ବେଣୁ କଠଉ ଶିଙ୍ଗା ବେତ । ବାଛୁରୀ ଫେଇ ଯୂଥଯୂଥ । ।୨୨
ମୁରଲୀ ବଜାଇ ତୁରିତେ । ଆଗେ ମିଳିଲେ ନନ୍ଦସୁତେ । । ।୨୩
ଅନ୍ତ କରିବି କେତେ ମୁହିଁ । ବାଛୁରୀ ଗଣିତା ନ ଯାଇ । ।୨୪
ଚଳାଇ ବତ୍ସା ଯୂଥଯୂଥ । ପଛେ ବିଜୟେ ଗୋପୀନାଥ । ।୨୫
ବନେ ପଶନ୍ତି ଏକମେଳେ । ଶୁଭଇ ମୁଖରାଗ ଗୋଳେ । ।୨୬
ସକଳେ ଏକରୁଣ୍ତŠ ହୋଇ । ନାଚନ୍ତି ଶିଙ୍ଗା ବେଣୁ ବାଇ । ।୨୭
ଖେମଟା ଛନ୍ଦେ କରତାଳି । ମଧ୍ୟେ ନାଚନ୍ତି ବନମାଳୀ । ।୨୮
ବିବିଧ ଅଳଙ୍କାର ଲାଇ । ନାଚନ୍ତି ମନେ ତୋଷ ହୋଇ । ।୨୯
ମଣି ମୁକୁତା କ‰ର୍ଣ୍ଣଫୁଲ । ନୂପୁର କଙ୍କଣ ଅମୂଲ୍ୟ । ।୩୦
କଟୀ ମେଖଳା ରତ୍ନ ଛନ୍ଦି । ଶିରେ ଗୁଞ୍ଜରା ପାଟି ବାନ୍ଧି । ।୩୧
ଶିରେ ମୟୂର ପୁଚ୍ଛ ଚୂଳ । କ‰ର୍ଣ୍ଣରେ କୋମଳ ପତର । ।୩୨
କଣ୍ଠେ ଶୋଭିତ ରତ୍ନହାର । ନିବିଡ଼ ସୁରଙ୍ଗ ଅଧର । ।୩୩
ରଙ୍ଗ ମୃତ୍ତିକା ଅଙ୍ଗେ ବୋଳି । ପଇତା ଗରଗଡ଼ ମାଳୀ । ।୩୪
କଙ୍କଣ ନୂପୁର ଶବଦେ । ନାଚନ୍ତି ଏକୁ ଆରେ ବାଦେ । ।୩୫
କେ କାହା ଅନ୍ନପୁଡ଼ା ବଳେ । ନେଇ ଲୁଚାନ୍ତି ବୁଦାତଳେ । ।୩୬
କେ କାନ୍ଦି କୃଷ୍ଣଙ୍କୁ କହନ୍ତି । ଆଜ୍ଞା ପ୍ରମାଣେ ଆଣି ଦ୍ୟନ୍ତି । ।୩୭
ଏକ ଆରକେ ପୀଢ଼ କରି । ଗୋଡ଼ାଇ ଛୁଅନ୍ତି ମୁରାରି । ।୩୮
କେ କାହା ନାମ ଧରି ବାଦେ । ଦୂରୁ ଡାକନ୍ତି ବେଣୁ ନାଦେ । ।୩୯
ଶୁକ କୋକିଳ ନାଦ ଶୁଣି । ପୋଏ ନାଚନ୍ତି ତାହା ଭଣି । ।୪୦
ପକ୍ଷୀ ଉଡ଼ନ୍ତେ ଛାୟା ଦେଖି । ଧାମନ୍ତି ବାଛୁରୀ ଉପେକ୍ଷି । ।୪୧
ଦେଖି ମୟୂର ହଂସ ଚାଲି । ପୋଏ ଚାଲନ୍ତି ପେଲାପେଲି । ।୪୨
ବକଙ୍କ ସଙ୍ଗେ ଯାଇ ବସି । ଭେକର ତୁଲେ ଯା'ନ୍ତି ଭାସି । ।୪୩
ବାନର ପୁଅଙ୍କୁ ଧରନ୍ତି । ଖେଳାଇ ପୁଣି ଛାଡ଼ି ଦ୍ୟନ୍ତି । ।୪୪
ସେ ଯାଇ ଉଠନ୍ତି ବୃକ୍ଷରେ । ପଲ୍ଲବେ ଲୁଚନ୍ତି କାତରେ । ।୪୫
ପୋଏ ହୁଅନ୍ତି ସେହି ମତ । ଡାକନ୍ତି ଆସ ଗୋପୀନାଥ । ।୪୬
ଆପଣା ଛାଇ ଦେଖି ଜଳେ । ହସନ୍ତି ନାନା କୁତୂହଳେ । ।୪୭
କାନନେ ପ୍ରତିନାଦ ଶୁଣି । ହସନ୍ତି ନାନା ଗାଳି ଭଣି । ।୪୮
ଏମନ୍ତେ ଗୋବିନ୍ଦର ମେଳେ । ବାଳକେ ନାନା କୁତୂହଳେ । ।୪୯
ଅନେକ ଜନ୍ମେ ତପ କରି । ନିକଟେ ପାଇଲେ ମୁରାରି । ।୫୦
କେ କହୁ ତା'ଙ୍କ ପୁଣ୍ୟଫଳ । ବେଦ ନ ଜାଣେ ଆଦିମୂଳ । ।୫୧
ଅନେକ ତପଯଜ୍ଞେ ବନ୍ଦି । ମନ ପବନ ହୃଦେ ଛନ୍ଦି । ।୫୨
ଜ୍ଞାନୀ ଚିନ୍ତନ୍ତି ଯୋଗବଳେ । ସେ ଖେଳେ ଗୋପାଳଙ୍କ ମେଳେ । ।୫୩
ମନୁଷ୍ୟ ଦେହ ମଞ୍ଚେ ବହି । କେ ପାରେ ତା'ଙ୍କ ପୁଣ୍ୟ କହି । ।୫୪
ଯାହାର ପାଦ ଜଳ ପାଇ । ଆନନ୍ଦେ ଶଙ୍କର ନାଚଇ । ।୫୫
ଯା' ନାମ ଚାରି ବେଦ ଭଣେ । ସେହି ଗୋପାଳ ସଙ୍ଗେ ଜଣେ । ।୫୬
ଏମନ୍ତେ ଶୁଣ ନୃପମଣି । ଶ୍ରୀକୃଷ୍ଣ ମହିମା ନ ଜାଣି । ।୫୭
ଅଘା ନାମେଣ ସେ ଅସୁର । କଂସ ଆଦେଶ ଘେନି ଶିର । ।୫୮
ମିଳିଲା ବୃନ୍ଦାବନେ ଯାଇ । କଂସର ମିତ୍ରପଣ ହୋଇ । ।୫୯
ବୃକ୍ଷର ଉହାଡ଼େ ରହିଲା । ଗୋପାଳ ପୁଅଙ୍କୁ ଚାହିଁଲା । ।୬୦
ମଧ୍ୟେ ଦେଖିଲା ଭଗବାନ । ହୃଦରେ ଶ୍ରୀବତ୍ସ› ଲାଞ୍ଛନ । ।୬୧
ବୋଲଇ ଏ ମୋର ବଇରୀ । ବେନି ସୋଦର ଅଛି ମାରି । ।୬୨
କଂସକୁ କରିବ ଏ ନାଶ । ଯାଦବେ ଏହାର ବିଶ୍ୱାସ । ।୬୩
ନିଶ୍ଚୟେ ରିପୁ ଏ ମୋହର । ମାରିଛି ବେନି ସହୋଦର । ।୬୪
ପୂତନା ବହେଣୀ ମୋହର । ଜ୍ୟେଷ୍ଠଭ୍ରାତ ମୋ' ବକାସୁର । ।୬୫
ଏହାଙ୍କୁ ଜଳ ତିଳ ଦେଇ । ଆଜ ଉଦ୍ଧାରି ବଇଁ ମୁହିଁ । ।୬୬
କୃଷ୍ଣ ବାଛୁରୀ ଗୋପ ପୋଏ । ମୋତେ ଦିଶନ୍ତି ତିଳ ପ୍ରାୟେ । ।୬୭
ଜିହ୍ୱା ମୋହର ତମ୍ବାପାତ୍ରୀ । କୁଶ ହୋଇବ ଦନ୍ତପନ୍ତି । ।୬୮
ଖର ନିଃଶ୍ୱାସ ମନ୍ତ୍ରସ୍ୱରେ । ତର୍ପଣ କରିବି ରୁଧିରେ । ।୬୯
ଗୋପେ ମିଳିବି ରାତ୍ରେ ଯାଇ । ଗିଳିବି ଯେତେ ଜନ୍ତୁ ଗାଈ । ।୭୦
ତେବେ ହୋଇବ ମନସ୍ଥିର । ଆକାଶେ ବସିବେ ସୋଦର । ।୭୧
ପୁଣି ବିଚାରୁ ଅଛି ରହି । ଗୋକୁଳେ ମୋର କାର୍ଯ୍ୟ ନାହିଁ । ।୭୨
ବାଳକେ ବାଛୁରୀ ସହିତେ । ଏ ବନେ ଗିଳିବ ତୁରିତେ । ।୭୩
ପୁତ୍ରେ ନ ପାଇ ବାପ ମାଏ । ଭାଳିଣ ମରିବେ ଥୋକାଏ । ।୭୪
ପ୍ରାଣୀଙ୍କ ପ୍ରାଣ ପୁତ୍ରଦେହେ । ଏଣୁ ମରିବେ ମାୟାମୋହେ । ।୭୫
ଏମନ୍ତେ ସାଧିବି ବଇରୀ । ଗିଳିବି ସର୍ପରୂପ ଧରି । ।୭୬
ବିଚାର କଲା ଏହି ମତ । ଅସୁର ଅତି ବଳବନ୍ତ । ।୭୭
ଯାହାର ନାମେ ଦେବେ ଡରି । ଗଗନେ ପଡୁଥାଇ ହୁରି । ।୭୮
ଅମୃତ ଖାଇ ଦେବଗଣ । ଚିନ୍ତନ୍ତି ଅସୁର ମରଣ । ।୭୯
ଯେବେ ମରିବ ଅଘାସୁର । ଆମ୍ଭ ଅରିଷ୍ଟ ଯିବ ଦୂର । ।୮୦
ବ୍ରହ୍ମା ଡରନ୍ତି ନିରନ୍ତର । ଶୂନ୍ୟେ କମ୍ପନ୍ତି ସାତପୁର । ।୮୧
ଅଘାର ନାମେ ଥରହର । ଭୟେ କମ୍ପଇ ସୁନାସୀର । ।୮୨
ହୋଇଲା ଅଜଗର ରୂପୀ । ଯୋଜନ ଯାଏଁ ଦେହ ବ୍ୟାପି । ।୮୩
ପୂର୍ବ ଦିଗକୁ ମୁଖ କଲା । ସ୍ୱଭାବେ ତୁŠଣ୍ତ ବିସ୍ତାରିଲା । ।୮୪
ଉପର ପାଟି କଲା ମେଘେ । ଅଧର ଓଷ୍ଟ ମହୀଭାଗେ । ।୮୫
ଜିହ୍ୱା ବୁଲାଇ ଅନ୍ତରାଳ । ଦନ୍ତପର୍ବତ ଶୃଙ୍ଗମାଳ । ।୮୬
ତୁŠଣ୍ତ ଦିଶଇ ଅନ୍ଧକାର । ବିଷପବନ ଖରତର । ।୮୭
ପଶ୍ଚିମ ଦିଗେ ଯା'ନ୍ତି ଚଳି । ଗୋରୁ ଗୋପାଳ ବନମାଳୀ । ।୮୮
ମାୟା ଅସୁର ମୁଖ ଲାଗେ । ପୋଏ ମିଳିଲେ ଆସି ବେଗେ । ।୮୯
ବିଷ ପବନ ଖର ଶ୍ୱାସ । ଦେହେ ଲାଗନ୍ତେ ବଡ଼ ତ୍ରାସ । ।୯୦
ଚକିତେ ଚଉଦିଗେ ଚାହିଁ । ବୋଲନ୍ତି ଏକୁ ଆରେ ରହି । ।୯୧
କିଏ ଭାଜିଲା ଗିରିଖŠଣ୍ତ । ବିସ୍ତାର କରିଅଛି ତୁŠଣ୍ତ । ।୯୨
କେ ବୋଲେ ମେଘ କାମରୂପୀ । ଭୂମି ଗଗନେ ଅଛି ବ୍ୟାପୀ । ।୯୩
କେ ବୋଲେ ସର୍ପ ଏ ସ୍ୱରୂପ । ଅରୁଣ ବେନି ପାଟି ଦେଖ । ।୯୪
ଆମିଷ ପ୍ରାୟେ ପୂତିଗନ୍ଧ । ରୁକ୍ଷ ପବନ ମନ୍ଦମନ୍ଦ । ।୯୫
କେ ବୋଲେ ପୋଡୁଅଛି ବନ । ଜନ୍ତୁଏ ହୁଅନ୍ତି ଦହନ । ।୯୬
ତେଣୁ ଆମିଷଗନ୍ଧ ଦେଖ । ଏହାକୁ ଭଲେ ହୋ ନିରେଖ । ।୯୭
ବାମ ଦକ୍ଷିଣେ ଜିହ୍ୱା ଚାଳି । ଚା‚ଞ୍ଛିଲା ବାଟ ପ୍ରାୟେ ଝଳି । ।୯୮
ଜାଣିଲୁ ସର୍ପ ଏ ଶରୀର । ମରଣ ହୋଇଲା ଆମ୍ଭର । ।୯୯
ଥୋକେ ବୋଲନ୍ତି କିମ୍ବା ଡର । ଆମ୍ଭର କୃଷ୍ଣ ବଳୀଆର । ।୧୦୦
ଯେବେ ଏ ଆମ୍ଭଙ୍କୁ ଗିଳିବ । ବକର ପ୍ରାୟେ ନାଶ ଯିବ । ।୧୦୧
କ୍ଷଣକେ ମରିବଟି ଏହି । ଏମନ୍ତେ ପଛକୁ ଅନାଇଁ । ।୧୦୨
ପଶିଲେ କରତାଳି ମାରି । ଆଗରେ ଅଡ଼ାନ୍ତି ବାଛୁରୀ । ।୧୦୩
କେ ବୋଲେ ଆଗ ହୋ ନପଶ । ନିକଟେ ନାହିଁ ପୀତବାସ । ।୧୦୪
ଚାହିଁଲେ କୃଷ୍ଣ ଛନ୍ତି ଦୂରେ । ଡାକନ୍ତି ଆସ ଖରତରେ । ।୧୦୫
ଦୂରୁ ଡାକନ୍ତି ଦାମୋଦର । ନ ପଶ ସର୍ପର ଉଦର । ।୧୦୬
ନ ଜାଣି ସର୍ବ ଏକମେଳେ । ଯେତେ ବାଛୁରୀ ଗୋପବାଳେ । ।୧୦୭
କୃଷ୍ଣର ବୋଲ ନ ଶୁଣିଲେ । ଅସୁର ଉଦରେ ପଶିଲେ । ।୧୦୮
କୃଷ୍ଣ ଧାଇଁଲେ ମାୟାମୋହେ । ଡାକନ୍ତି ରହ ରହ ପୋଏ । ।୧୦୯
ତୁଣ୍ତŠ ନିକଟେ ଚକ୍ରଧର । ଦେଖି ବିଚାରଇ ଅସୁର । ।୧୧୦
ଏହାର ନାମ ବାସୁଦେବ । ଏ ତ କଂସକୁ ସଂହାରିବ । ।୧୧୧
ଗର୍ଭେ ପଶିଲେ ମୋର ଯେତେ । ବଇରୀ ନୁହନ୍ତି ବାଳୁତେ । ।୧୧୨
ପ୍ରଭୁ ବଇରୀ ଗୋତ୍ରହତ । ଏହା ଯେ ନ କରେ ନିପାତ । ।୧୧୩
ତାହାର ଦେହ ଅକାରଣ । ସେ ଛାର କିସ ବଡ଼ପଣ । ।୧୧୪
ପ୍ରଭୁ ଝିଙ୍ଗାସ ଯେବେ ଶୁଣି । ନାନା ବିଚାରେ ପରିମାଣି । ।୧୧୫
ମାରି ପାରିଲେ ହୋଏ ଭଲ । ନିଜ ଶରୀରେ ଯେହୁ ଶଲ । ।୧୧୬
ଏ ମୋର ପ୍ରଭୁର ବଇରୀ । ବେନି ସୋଦର ଅଛି ମାରି । ।୧୧୭
ଗର୍ଭେ ପଶିବ ଯେତେବେଳେ । ପାଟି ପାଡ଼ିବି ଅବହେଳେ । ।୧୧୮
କୃଷ୍ଣ ଜାଣିଲେ ତା'ର ମନ । ବିଚାର କଲେ ଭଗବାନ । ।୧୧୯
ଯେବେ ନ ପଶିବଇଁ ମୁହିଁ । ବ›ତ୍ସା ବାଳକ ମୁଁ ନ ପାଇ । ।୧୨୦
ଅସୁର ଉଦର ଅନଳ । ତୃଣ ପ୍ରାୟେକ ଗୋପବାଳ । ।୧୨୧
କି ବୁଦ୍ଧି କରିବଇଁ ଆଜ । ହେଳାଏ ହରାଇଲି କାର୍ଯ୍ୟ । ।୧୨୨
କେମନ୍ତେ ମାରିବି ଅସୁର । ବାଳକେ ହୋଇବେ ବାହାର । ।୧୨୩
କୃଷ୍ଣ ଚାହିଁଲେ ସ୍ଥିର ଦୃଷ୍ଟି । ଅସୁର ନ ପାଡ଼ଇ ପାଟି । ।୧୨୪
ଦେବେ ଦେଖନ୍ତି ଶୂନ୍ୟେ ରହି । ତୁଣ୍ତେŠ ପଶିଲେ ଭାବଗ୍ରାହୀ । ।୧୨୫
ଦେବେ କରନ୍ତି ହାହାକାର । ପାଟି ପାଡ଼ିଲା ଅଘାସୁର । ।୧୨୬
ଦେବଙ୍କୁ ଲାଗିଲା ବିଷାଦ । ଅସୁର ହୋଇଲା ଆନନ୍ଦ । ।୧୨୭
ସର୍ପ ଉଦରେ ଭଗବାନ । ଜାଣିଲେ ଦେବତାଙ୍କ ମନ । ।୧୨୮
ଦାସ ବତ୍ସ›ଳ ନନ୍ଦବଳା । ରୁନ୍ଧିଲ ଦାନବର ଗଳା । ।୧୨୯
ଗିଳି ନ ପାରି ସେ ଦଇତ୍ୟ । ଶବଦ କଲା ଗର୍ଭଗତ । ।୧୩୦
ପ୍ରାଣ ହୋଇଲା ଛଟପଟ । ଫୁଲିଲା ଅସୁରର ପେଟ । ।୧୩୧
ଅସୁର ହେଲା ମହାକାୟ । କଣ୍ଠେ ବଢ଼ିଲେ ଦେବରାୟ । ।୧୩୨
ବଢ଼ନ୍ତେ ଗୋବିନ୍ଦ ଶରୀର । ତାଳୁ ଫାଟିଲା ଧାତିକାର । ।୧୩୩
ପ୍ରାଣ ଗମିଲା ଶୂନ୍ୟପଥେ । କୃଷ୍ଣ ପଶିଲେ ଗର୍ଭଗତେ । ।୧୩୪
ଅଘାର ଜୀବ ଯିବା କାଳେ । ବାଳକ ବତ୍ସା ସବୁ ମଲେ । ।୧୩୫
ଅମୃତ ନୟନେ ଚାହିଁଲେ । ସକଳ ଜୀବନ ପାଇଲେ । ।୧୩୬
ଗର୍ଭ ଭିତରେ ଯେତେ ଥିଲେ । କୃଷ୍ଣଙ୍କୁ ସମସ୍ତେ ଦେଖିଲେ । ।୧୩୭
କୃଷ୍ଣ ବୋଇଲେ ବତ୍ସା ଘେନି । ବାହାର ହୁଅ ଏହିକ୍ଷଣି । ।୧୩୮
ଉପରେ ଦେଖି ତାଳୁ ଦ୍ୱାର । ଗୋପାଳେ ହୋଇଲେ ବାହାର । ।୧୩୯
ଆଗେ ବାଛୁରୀ କଲେ ପାରି । ଗର୍ଭେ ରହିଲେ ଦଇତ୍ୟାରି । ।୧୪୦
ଦେଖିଲେ ଗର୍ଭେ କେହି ନାହିଁ । ବାହାର ହେଲେ ଭାବଗ୍ରାହୀ । ।୧୪୧
ଅଘା ଜୀବନ ଶୂନ୍ୟେ ଗଲା । ପୁଣି ଲେଉଟି ଅନାଇଲା । ।୧୪୨
ତାଳୁ ବାହାର ବ୍ରହ୍ମରାଶି । କାଳମେଘରୁ ଯେହ୍ନେ ଶଶୀ । ।୧୪୩
ଜୀବନ ଲେଉଟିଲା ବେଗେ । ତେଜ ବିରାଜେ ଦଶଦିଗେ । ।୧୪୪
ସ୍ୱର୍ଗେ ଦେଖନ୍ତି ଦେବତାଏ । ପଶିଲା ଗୋବିନ୍ଦର ଦେହେ । ।୧୪୫
ଦେଖି ଚକିତ ତିନିପୁର । ଦେବେ କରନ୍ତି ଜୟକାର । ।୧୪୬
କୁସୁମ ବରଷିଲେ ଆଣି । ବ୍ରାହ୍ମଣେ ବେଦସ୍ତୁତି ଭଣି । ।୧୪୭
ନାଚନ୍ତି ଅପସରୀ ବୃନ୍ଦ । ଗନ୍ଧର୍ବେ ଗୀତ ବାଦ୍ୟନାଦ । ।୧୪୮
ଆକାଶେ କଲେ ଜୟେ ଜୟେ । ଶୁଭିଲା ବ୍ରହ୍ମଲୋକ ଯାଏ । ।୧୪୯
ବ୍ରହ୍ମାର ସମାଧି ଭାଜିଲା । ହଂସ ବାହାନେ ବିଜେ କଲା । ।୧୫୦
କୃଷ୍ଣଙ୍କୁ ଦେଖି ବୃନ୍ଦାବନେ । ସ୍ତୁତି କରଇ ତୋଷମନେ । ।୧୫୧
କୃଷ୍ଣ ମହିମା ବ୍ରହ୍ମା ଦେଖି । ତୋଷେ ବୁଜିଲେ ଅଷ୍ଟଆଖି । ।୧୫୨
କୃଷ୍ଣଚରିତ ମନେ ଗୁଣି । ଚତୁର ମୁଖେ ବେଦ ଭଣି । ।୧୫୩
ରାଜନ ଶୁଣ ସାବଧାନେ । ସଂଶୟ ନ କର ତୁ ମନେ । ।୧୫୪
ମନୁଷ୍ୟ ଦେହେ ଅବତାର । ପଞ୍ଚବରଷ ଦାମୋଦର । ।୧୫୫
ଘୋର ଦାନବ ସଂହାରିଲେ । ବ›ତ୍ସାବାଳକ ଉଦ୍ଧାରିଲେ । ।୧୫୬
ସଂଶୟ ମନେ ତୁ ନ କର । କୃଷ୍ଣେ ପଶିଲା ଅଘାସୁର । ।୧୫୭
ମିତ୍ର ଅଇରି ନାହିଁ ଯା'ର । ଭାବକୁ ଥାଇ ନିକଟର । ।୧୫୮
ଯାହାର ପାଦପୂଜା କରି । ପ୍ରାଣୀ ତରନ୍ତି ଭବବାରି । ।୧୫୯
ଗୋପୀ ଗୋପାଳ ଯା'ର ସଙ୍ଗେ । ତରିଲେ ଭବଜଳୁ ରଙ୍ଗେ । ।୧୬୦
ଏ କଥାମାନ କଉତୁକେ । ପୋଏ କହିଲେ ବରଷକେ । ।୧୬୧
ଆଜ ମାଇଲେ ସର୍ପ ହରି । ଶୁଣି ବିଷାଦ ନରନାରୀ । ।୧୬୨
ଯମୁନା ତୀରେ ଅଘାନାଶ । ଦେବଲୋକରୁ ଗଲା ତ୍ରାସ । ।୧୬୩
ଶ୍ରୀକୃଷ୍ଣ ଚରଣେ ବିଶ୍ୱାସ । କହଇ ଜଗନ୍ନାଥ ଦାସ । ।୧୬୪
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ଅଘାସୁରବଧୋ ନାମ ତ୍ରୟୋଦଶୋଽଧ୍ୟାୟଃ । ।

ଚତୁŸର୍ଦ୍ଦଶ ଅଧ୍ୟାୟସମ୍ପାଦନ କରନ୍ତୁ

ସୂତ ଉବାଚ

ଅଘା ଦଇତ୍ୟ ନାଶ ଶୁଣି । ପରୀକ୍ଷ ମନେ ମନେ ଗୁଣି । ।୧
କୃଷ୍ଣ ଚରିତ ଅଗୋଚର । ଦେଖି ଚକିତ ବେଦବର । ।୨
ସନ୍ଦେହ ବାକ୍ୟ ଶୁଣି ରାୟେ । ନମଇଁ ଶୁକମୁନି ପାୟେ । ।୩

ରାଜା ଉବାଚ

ଭୋମୁନି ତୁ ତ ପୁଣ୍ୟଚେତା । ହରିବ ଏ ମୋହର ଚିନ୍ତା । ।୪
ସନ୍ଦେହ ଫେଡ଼ିବା ମୋହର । ମାୟା କି କଲେ ଚକ୍ରଧର । ।୫
ସର୍ପର ଗର୍ଭୁ ଦାମୋଦର । ତାରିଲେ ବାଛୁରୀ କୁମର । ।୬
ମାତାଙ୍କ ଆଗେ ଗୋପସୁତେ । କହିଲେ ବରଷକ ଅନ୍ତେ । ।୭
ସର୍ପ ଆମ୍ଭଙ୍କୁ ଗିଳିଥିଲା । ଆଜ ଗୋ ଶ୍ରୀକୃଷ୍ଣ ରଖିଲା । ।୮
ତୁମ୍ଭର ଉଦର ଶୀତଳ । କଲ୍ୟାଣ ନେଉ ନନ୍ଦବାଳ । ।୯
ଏମନ୍ତ ବୋଲିଣ କୁମରେ । କହିଲେ ଯେ ଯାହାର ଘରେ । ।୧୦
ଆବର କଥାଏ ସଂଶୟ । ଭୋ ମୁନିବର ମୋତେ କହ । ।୧୧
ଅଘା ଜୀବନ ଦେହୁ ଛାଡ଼ି । ଗଗନପଥେ ଥିଲା ଉଡ଼ି । ।୧୨
ସେ କେହ୍ନେ ବାହୁଡ଼ି ଅଇଲା । ଗୋବିନ୍ଦ ଶରୀରେ ପଶିଲା । ।୧୩
ଏ ବେନି କଥା ଅଗୋଚର । ବିଚାରି କହ ମୁନିବର । ।୧୪
ଏ ବଡ଼ ସଂଶୟ ମୋ' ଚିତ୍ତେ । ଭୋ ମୁନି ନ ଯାଇ ପରତେ । ।୧୫
ବରଷେ ଥିଲେ ପୋଏ କାହିଁ । କିବା ମୋହିଲେ ଭାବଗ୍ରାହୀ । ।୧୬
ଏ କଥା ମୋତେ କଉତୁକ । କାହିଁ ବଞ୍ଚିଲେ ବରଷକ । ।୧୭
ମୋର ଜୀବନ ହେଉ ସୁଖ । ତୋ ବାଣୀ ଶୁଣି ଯାଉ ଦୁଃଖ । ।୧୮
କ୍ଷତ୍ରିୟ ବଂଶେ ମୁହିଁ ଜାତ । ଧନ୍ୟ ମୋହର ତାତ ମାତ । ।୧୯
ହରିଚରିତ ସୁଧାଜଳ । ତୋ ମୁଖୁଁ ଗଳୁଛି ନିର୍ମଳ । ।୨୦
ସେଜଳେ ଧୋଇ ମୋର ଚିତ୍ତ । ମରଣେ ହୋଇବି ନିଶ୍ଚିନ୍ତ । ।୨୧

ସୂତ ଉବାଚ

ଶୁଣି ପରୀକ୍ଷ ବାଣୀ କ‰ର୍ଣ୍ଣେ । ମୁନି ବସିଲେ ଯୋଗଧ୍ୟାନେ । ।୨୨
ଆନନ୍ଦେ ପୁଲକିତ ହୋଇ । ଗୋବିନ୍ଦ ପାଦେ ଚିତ୍ତ ଦେଇ । ।୨୩
ବେନି ଲୋଚନୁ ବହେ ନୀର । ବୋଲନ୍ତି ଶୁଣ ନୃପବର । ।୨୪

ଶୁକ ଉବାଚ

ହରି ସେବକ ଶିରୋମଣି । ଶୁଣ ଶ୍ରୀଭାଗବତ ବାଣୀ । ।୨୫
ସାଧୁଙ୍କ ମଧ୍ୟେ ତୁହି ସାଧୁ । ତରିବୁ ଭବ ପରମାଦୁ । ।୨୬
ଯେତେ କହିଲି ଭାଗବତ । ତୋଷ ନୋହିଲା ତୋର ଚିତ୍ତ । ।୨୭
ତୁପୁଣ୍ୟ ପୁରୁଷ ବିବେକ । ହେଳେ ଜିଣିଲୁ ତିନିଲୋକ । ।୨୮
ସାଧୁଜନଙ୍କର ଏ ଗତି । ଯେସନେ ବିଟପୀ ଯୁବତୀ । ।୨୯
ସ୍ୱାମୀ ସେବାରେ ରହି ପୁଣ । ବିଟପେ ଦେଇଥାଇ ମନ । ।୩୦
ସଂସାରେ ଥାଇ ଯେ ଏମନ୍ତ । ନିକଟେ ପାଇ ସେ ଅନନ୍ତ । ।୩୧
ଏବେ ତୁ ଶୁଣ ସ୍ଥିର ହୋଇ । ଭାବ ସେବକେ ଏହା କହି । ।୩୨
ଯାହା ତୁ ପୁଚ୍ଛିଲୁ ନୃପତି । ବାଳୁତମାନଙ୍କର ଗତି । ।୩୩
ଅଘାର ଜୀବନ ମୋକ୍ଷଣ । ଆଗ କହିବା ତାହାଶୁଣ । ।୩୪
ପଛେ କହିବା ବନଭୋଜା । ଶୁଣ ତୁ ସୋମବଂଶୀ ରାଜା । ।୩୫
ଅଘାର ମୁଖେ ଦେବହରି । କଣ୍ଠରେ ରହିଲେ ଆବୋରି । ।୩୬
ତାଳୁ ଫାଟିଣ ପ୍ରାଣଗଲା । ଶ୍ରୀକୃଷ୍ଣ ମୁଖ ନ ଦେଖିଲା । ।୩୭
ମନେ ବିଚାର କଲା ଜୀବ । ସଂସାର ସୁଖ ପଦ୍ମନାଭ । ।୩୮
ଏହାର ଶ୍ରୀଚରଣ ଧରି । ଭବୁ ଶଙ୍କର ଗଲେ ତରି । ।୩୯
ମୋହର ଆନେ କିସ କାର୍ଯ୍ୟ । ଏ ସେ ଦେବାଧି ଦେବରାଜ । ।୪୦
ଏତେକ ବିଚାରି ଲେଉଟି । ଗର୍ଭେ ପଶିଲା ତାଳୁ ଫାଟି । ।୪୧
ଚାହିଁଲା ଶ୍ରୀକୃଷ୍ଣର ମୁଖ । ତେଜିଲା ଭବ ଭୟ ଦୁଃଖ । ।୪୨
ପ୍ରାଣ ପବନ ପଞ୍ଚଭୂତ । ଅଖŠଣ୍ତ ସୁଖ ଜ୍ଞାନତତ୍ତ୍ୱ । ।୪୩
ଶ୍ରୀହରି ଶରୀରେ ମିଶିଲା । ନିର୍ବାଣ ମୁକ୍ତି ସେ ଲଭିଲା । ।୪୪
ଅର୍ଦ୍ଧ ଆକାଶେ ସୁରଗଣ । ଦେଖିଲେ ଅଘାର ମୋକ୍ଷଣ । ।୪୫
ବ୍ରହ୍ମ ଲୋକରୁ ବ୍ରହ୍ମାଆସି । ସନକ ଆଦି ବ୍ରହ୍ମଋଷି । ।୪୬
ଦେଖିଣ ରିପୁ ମୋକ୍ଷ ଗତି । କୃଷ୍ଣଙ୍କୁ ପ୍ରଶଂସା କରନ୍ତି । ।୪୭
ବସିଣ ହଂସ ବାହାନରେ । ଚତୁର୍ବଦନେ ସ୍ତୁତି କରେ । ।୪୮
ପିତା ଦେଖିଲେ ବୃନ୍ଦାବନ । କାଳିନ୍ଦୀ ସକଳ ପୁଲୀନ । ।୪୯
ମନେ ବିଚାର ବେଦପତି । ଦେଖିବେ ପୁଅଙ୍କର ଗତି । ।୫୦
ଅନ୍ତର ହୋଇଣ ରହିଲେ । ଶୁଣ ରାଜନ ଏହା ଭଲେ । ।୫୧
ମରଣୁଁ ତରି ଗୋପବାଳେ । ମିଳିଲେ ଯମୁନାର କୂଳେ । ।୫୨
ନିର୍ମଳ ଦେଖି ବାଲିକୁଦ । ଶ୍ରୀକୃଷ୍ଣ ହୋଇଲେ ଆନନ୍ଦ । ।୫୩
ଗୋପାଳ ପୁଅଙ୍କୁ ଅନାଇଁ । ବୋଲନ୍ତି ପ୍ରଭୁ ଭାବଗ୍ରାହୀ । ।୫୪
ଦେଖ ସୁସଞ୍ଚ ବାଲିକୁଦ । ଚାହାନ୍ତେ ଲାଗଇ ଆନନ୍ଦ । ।୫୫
ନିର୍ମଳ ଯମୁନାର ଜଳ । ପବନ ବହଇ ଶୀତଳ । ।୫୬
ନାନା କୁସୁମେ ଜଳ ସ୍ଥଳ । ସୁବାସ ବହେ ପରିମଳ । ।୫୭
ଶୁକ କୋକିଳ ନାଦ ଭଣି । ଭ୍ରମରେ ମନୋହର ଧ୍ୱନି । ।୫୮
ନବ ପଲ୍ଲବ ତରୁଗଣ । ମୟୂର କଣ୍ଠନାଦ ଶୁଣ । ।୫୯
ଏଠାରେ ହୁଅ ଏକମେଳ । ବୋଲନ୍ତି ପ୍ରଭୁ ଆଦିମୂଳ । ।୬୦
ବତ୍ସା କରନ୍ତୁ ଜଳପାନ । ସକଳେ କରିବା ସ୍ନାହାନ । ।୬୧
ଦେଖ କୋମଳ ଘାସ ତୀରେ । ବାଛୁରୀ ଚରନ୍ତୁ ସଧୀରେ । ।୬୨
ଅନ୍ନ ଭୋଜନ ବସି କର । ପଞ୍ଚପରାଣ ହେଉ ସ୍ଥିର । ।୬୩
ବେଳ ହିଁ ହେଉଛି ଉଛୁର । କ୍ଷୁଧାଏ ଦେହ ଥରହର । ।୬୪
ମରୁଣୁଁ ଉବୁରିଲ ଆଜି । ପେଟ ପୁରୋଇ ଅନ୍ନଭୁଞ୍ଜି । ।୬୫
ତୁମ୍ଭମାନଙ୍କୁ ଯେ ଯୋଗାଇ । ହସି ବୋଲନ୍ତି ଭାବଗ୍ରାହୀ । ।୬୬
କୃଷ୍ଣର ବୋଲ ଶୁଣି ପୋଏ । ହରଷ ହୋଇଲେ ଥୋକାଏ । ।୬୭
ଚାହିଁଲେ କୃଷ୍ଣଙ୍କୁ ଆନନେ୍ଦ । ଅନ୍ନ ଥୋଇଲେ ବାଲିକୁଦେ । ।୬୮
ବତ୍ସାଙ୍କୁ ଜଳ ପିଆଇଲେ । କୋମଳ ଘାସେ ଛାଡ଼ିଦେଲେ । ।୬୯
ସାରିଲେ ଗୋପ ପୋଏ ସ୍ନାନ । ସନ୍ତୋଷେ କଲେ ଜଳପାନ । ।୭୦
ତୀରେ ଉଠିଲେ ଧାତିକାରେ । ଅନ୍ନ ଫେଇଲେ ଯେ ଯାହାରେ । ।୭୧
କେ ବୃକ୍ଷୁ ପତ୍ର ତୋଳି ଆଣି । ବିଷ୍ଣୁ ସୁମରି ସିଞ୍ଚେ ପାଣି । ।୭୨
ପାଷାଣ ଆଣନ୍ତି କେ ଯାଇ । ଅନ୍ନ ବାଢ଼ନ୍ତି ତାହା ଧୋଇ । ।୭୩
ବସ୍ତ୍ର ପାଡ଼ନ୍ତି ପୀତ ନୀଳ । କେ ବୃକ୍ଷୁ ଆଣନ୍ତି ବକଳ । ।୭୪
ଯେ ଯାହା ମତେ ଅନ୍ନ ଥୋଇ । କୃଷ୍ଣ ବୋଲନ୍ତି ତାହା ଚାହିଁ । ।୭୫
ଅନ୍ନ ଦେଖାଅ ସବୁ ମୋତେ । ବ୍ୟଞ୍ଜନ ଆଣିଛ କେ କେତେ । ।୭୬
ଶୁଣି ସାନନ୍ଦ ମନେ ପୋଏ । ମଧ୍ୟେ ବସିଲେ ଦେବରାୟେ । ।୭୭
ଯେ ଯାହା ଅନ୍ନପୁଡ଼ା ଫେଡ଼ି । କହନ୍ତି ବେନିକର ଯୋଡ଼ି । ।୭୮
ଦେଖ ଶ୍ରୀକୃଷ୍ଣ ମୋର ଭାତ । ବ୍ୟଞ୍ଜନ ଆଣିଛି ବହୁତ । ।୭୯
ବଗଡ଼ା ଅନ୍ନ କେ ଆଣିଲା । ବେଲ କରଡ଼ି ଲୁଣ ଅଁଳା । ।୮୦
କେ ବୋଲେ ଦଧିଅନ୍ନ ମୋର । ନିର୍ମଳ ଦେଖ ଦାମୋଦର । ।୮୧
କେ ବୋଲେ ସରୁଭାତ ମୁହିଁ । ଆଣିଛି ଖାଇବାର ପାଇଁ । ।୮୨
କେ ବୋଲେ ତୁଚ୍ଛା ଅନ୍ନ ମୋର । ଭୁଞ୍ଜିବି ପଛେ ଗୋଳି ନୀର । ।୮୩
ଏମନ୍ତେ ନେଇ ଦେଖାଇଲେ । ବେଢ଼ି ଗୋବିନ୍ଦଙ୍କୁ ବସିଲେ । ।୮୪
ଶ୍ରୀକୃଷ୍ଣ ଭୁଞ୍ଜିବାର ଆଶେ । ବେଣୁ ଖୋଷିଲେ ବାମପାଶେ । ।୮୫
କାଖେ ଯାକିଲେ ଶିଙ୍ଗା ବେତ । ଅନ୍ନ ପୁଡ଼ାଏ ବାମହସ୍ତ । ।୮୬
ଅଙ୍ଗୁଳି ସନ୍ଧିରେ ଅଏଁଳା । ହୃଦେ ଲମ୍ବଇ ବନମାଳା । ।୮୭
ପୁଅଙ୍କୁ ବୋଲେ ଭାବଗ୍ରାହୀ । ବସ ମଣ୍ତାŠଳାକାର ହୋଇ । ।୮୮
ତୁମ୍ଭଙ୍କୁ ପରଷଇ ଅନ୍ନ । ନିଶ୍ଚିନ୍ତେ କର ହୋ ଭୋଜନ । ।୮୯
ଶ୍ରୀକୃଷ୍ଣ ବୋଲେ ବ୍ରଜପୋଏ । ବସି ମଣ୍ତŠଳାକାର ହୋଏ । ।୯୦
ସହସ୍ରେ କେଶର କମଳ । ଯେହ୍ନେ ବେଷ୍ଟିତ ପଦ୍ମଦଳ । ।୯୧
ଶୋଭା ପାଇଲା ବୃନ୍ଦାବନ । ହରଷେ କରନ୍ତି ଭୋଜନ । ।୯୨
ସକଳ ପୁଅଙ୍କୁ ପରଷି । ମଧ୍ୟେ ବସିଲେ ବ୍ରହ୍ମରାଶି । ।୯୩
କୃଷ୍ଣର ଗୋଷ୍ଠୀ ପଦ୍ମ‌ପ୍ରାୟେ । ସ୍ୱର୍ଗେ ଦେଖନ୍ତି ଦେବତାଏ । ।୯୪
ବିବିଧ ମତେ ପରିହାସ । ଗୋପ କୁମରେ ହସ ହସ । ।୯୫
ଦିବ୍ୟ ବ୍ୟଞ୍ଜନ ମୁଖେ ଭରି । ବୋଲନ୍ତି ଶୁଣ ନରହରି । ।୯୬
ଏ ସ୍ୱାଦ ଅଧିକ ମୋହର । ଗ୍ରାସେ ଭୋଜନ ତୁମ୍ଭେ କର । ।୯୭
ଶ୍ରୀକୃଷ୍ଣ ଅଧରେ ଦିଅନ୍ତି । ଏକକୁ ଅରେକ କହନ୍ତି । ।୯୮
ଆନନ୍ଦ ଗୋପାଳଙ୍କ ମନ । ହରଷେ କରନ୍ତି ଭୋଜନ । ।୯୯
ଯଜ୍ଞ ଭୋକତା ବାଳକେଳି । ଦେଖନ୍ତି ସ୍ୱର୍ଗଲୋକେ ମିଳି । ।୧୦୦
ମଧ୍ୟେ ବସାଇ ପୀତବାସ । ବାଳକେ ହୁଅନ୍ତି ହରଷ । ।୧୦୧
ଗୋବିନ୍ଦ କ୍ରୀଡ଼ାରସ ରଙ୍ଗେ । ଗୋପାଳ ବାଳକଙ୍କ ସଙ୍ଗେ । ।୧୦୨
ହରଷେ ହୋଇ ମତ୍ତଭୋଳ । ଏ କିସ ମଦନ ଗୋପାଳ । ।୧୦୩
ଅନ୍ନ ଲୋଚିଏ ଘେନି କରେ । ଦିଅନ୍ତି ପୁଅଙ୍କ ହସ୍ତରେ । ।୧୦୪
ପୋଏ ତା 'ଘେନି ଯା'ନ୍ତି ଦୂରେ । ଭୁଞ୍ଜନ୍ତି ଲତା ଅଭ୍ୟନ୍ତରେ । ।୧୦୫
ହସି ବୋଲନ୍ତି ପୁଣି ଆସି । ବୋଲନ୍ତି ଦେବ ବ୍ରହ୍ମରାଶି । ।୧୦୬
କେହୁ ବୋଲନ୍ତି ମୋତେ ଦିଅ । ହରଷ ନାଦ ଗହ ଗହ । ।୧୦୭
ପୁଣି ଦଅନ୍ତି ନନ୍ଦବାଳ । ଭୁଞ୍ଜନ୍ତି ନାଚନ୍ତି ଗୋପାଳ । ।୧୦୮
ହରି ଚହଳ ଘନ ଘନ । ଭୁଞ୍ଜନ୍ତି ପ୍ରଭୁ ଭଗବାନ । ।୧୦୯
ଏମନ୍ତେ ଅବଶେଷେ ଭୋଜି । ନୃତ୍ୟ କରନ୍ତି ମନମଜ୍ଜି । ।୧୧୦
ସ୍ୱର୍ଗେ ଦେଖନ୍ତି ଦେବବୃନ୍ଦ । ଗୋପାଳ ପୁଅଙ୍କ ଆନନ୍ଦ । ।୧୧୧
ବ୍ରହ୍ମା ଯେ ଦେଖୁଥିଲେ ଶୂନ୍ୟେ । ଆସି ମିଳିଲେ ବୃନ୍ଦାବନେ । ।୧୧୨
ଦେଖିଣ ଗୋବିନ୍ଦର ଗତି । ମନେ ଚିନ୍ତଇ ବେଦପତି । ।୧୧୩
ଅଳପ ଦିନେ ଭଗବାନ । ଗୋକୁଳେ ପଡ଼ି ହେଲେ ଭ୍ରମ । ।୧୧୪
ଆତ୍ମାକୁ ନ ଚିହ୍ନଇ କିଛି । ଗୋପାଳମେଳେ ଭୁଞ୍ଜୁ ଅଛି । ।୧୧୫
ଏହାର ଅବିବେକ ପଣ । କେହ୍ନେ ବୋଲାଇ ନାରାୟଣ । ।୧୧୬
ଏ କଥା ଜାଣିବା କେମନ୍ତେ । ସନ୍ଦେହ ଲାଗିଲା ତ ମୋତେ । ।୧୧୭
ଦେଖିଲି ଅସୁର ମୋକ୍ଷଣ । ଏବେ ଭୁଞ୍ଜଇ ପୁଡ଼ା ଅନ୍ନ । ।୧୧୮
ପୁଅଙ୍କ ଉଚ୍ଛିଷ୍ଟ ବ୍ୟଞ୍ଜନ । ଆପଣେ କରଇ ଭୋଜନ । ।୧୧୯
ଯେବେ ଅଟଇ ଚକ୍ରଧର । ମୋର ମାୟାରୁ ହେଉ ପାର । ।୧୨୦
ଏହାକୁ ମାୟା ମୁଁ କରିବି । ବତ୍ସା ବାଳକ ହରି ନେବି । ।୧୨୧
ଦେଖିବି ଏହାର ବିକଳ । କେମନ୍ତେ ରଖିବ ଗୋକୁଳ । ।୧୨୨
ଏମନ୍ତ ବିଚାରଇ ବସି । ଅନ୍ନ ଭୁଞ୍ଜନ୍ତି ବ୍ରହ୍ମରାଶି । ।୧୨୩
କୋମଳ ତୃଣ ଚରି ଚରି । ଗହନେ ପଶିଲେ ବାଛୁରୀ । ।୧୨୪
ମାୟାରେ ବ୍ରହ୍ମା ତାହା ହରି । ରଖିଲେ କମଣ୍ତŠଳେ ଭରି । ।୧୨୫
ଗୋପାଳେ ବତ୍ସା ନ ଦେଖିଲେ । ଅନ୍ନଭୋଜନ ଉପେକ୍ଷିଲେ । । ।୧୨୬
ଚକିତେ ଚଉଦିଗେ ଚାହିଁ । ବୋଲନ୍ତି କୃଷ୍ଣଙ୍କୁ ଅନାଇଁ । ।୧୨୭
ବତ୍ସାଏ ଗଲେ କେଉଁ କତି । ଶୁଣିମା ପ୍ରଭୁ ଦାଶରଥି । ।୧୨୮
ନିକଟେ ବତ୍ସା ନ ଦିଶଇ । ଯେଝାରେ ଆଣିବୁ ଅଡ଼ାଇ । ।୧୨୯
ଶୁଣି ବୋଲନ୍ତି କୃଷ୍ଣ ହସି । ମୁହିଁ ଆଣିବି ବନେ ପଶି । ।୧୩୦
ସମସ୍ତେ ଏହିଠାରେ ଥାଅ । ଅନ୍ନ ବ୍ୟଞ୍ଜନ ସବୁ ଖାଅ । ।୧୩୧
ଆମ୍ଭେ ଆସିବୁ ବତ୍ସା ଲୋଡ଼ି । ବୋଲିଣ ଘେନିଲେ ଲଉଡି । ।୧୩୨
ସୁଖେ ଭୋଜନ ପାନ କର । କହି ଚଳିଲେ ବେଣୁଧର । ।୧୩୩
ପଞ୍ଚଗରାସ ତୁଣ୍ତେŠ ଭରି । ଅନ୍ନ ପୁଡ଼ାଏ କରେ ଧରି । ।୧୩୪
ଗିରି କାନନ ନଦୀତୀରେ । ଖୋଜନ୍ତି ଝାଳ ଜରଜରେ । ।୧୩୫
କୃଷ୍ଣେ ନ ଦେଖି ବେଦପତି । ମିଳିଲେ କୁମରଙ୍କ କତି । ।୧୩୬
ମାୟାର ବଳେ ଜ୍ଞାନ ହରି । ପୁଅଙ୍କୁ କମଣ୍ତଳେ ଭରି । ।୧୩୭
ତକ୍ଷଣେ ଘେନିଣ ଚଳିଲେ । ପର୍ବତ କ୍ରୋଟରେ ରଖିଲେ । ।୧୩୮
ବୃନ୍ଦାବନକୁ ଅନାଇଲେ । ନିଜ ଭୁବନେ ବିଜେ କଲେ । ।୧୩୯
ବତ୍ସା ନ ପାଇ ବନମାଳୀ । ପୁଣି ଭୋଜନ ସ୍ଥାନେ ମିଳି । ।୧୪୦
ଦେଖିଲେ ଗୋପପୋଏ ନାହିଁ । ଚକିତେ ଚଉଦିଗେ ଚାହିଁ । ।୧୪୧
ବାଳକେ କେଣେ ଗଲେ ବୋଲି । ଡାକନ୍ତି ଯେଝା ନାମ ଧରି । ।୧୪୨
ବତ୍ସା ବାଳକେ ବନେ ଖୋଜି । ଡାକନ୍ତି ଗତିପଥ ହେଜି । ।୧୪୩
ବୋଲନ୍ତି କିସ ବିପରୀତ । କେ ନେଲା ବତ୍ସା ଗୋପସୁତ । ।୧୪୪
ବେଳ ହୋଇଲା ଅବସାନ । ଗୋରୁଏ ମିଳିଲେ ସଦନ । ।୧୪୫
ବତ୍ସା ନ ଦେଖି ଗାଈମାନେ । ଧାଇଁ ଲୋଡ଼ନ୍ତି ନାନା ସ୍ଥାନେ । ।୧୪୬
ଗୋପାଳେ ରଖି ନ ପାରନ୍ତି । ଗୋରୁଏ ବନକୁ ଧାମନ୍ତି । ।୧୪୭
ଗୋରୁଙ୍କ ଦେଖିଣ ବିକଳ । ଗୋପାଳେ ପାଡ଼ନ୍ତି ଚହଳ । ।୧୪୮
ସହି ନ ପାରିଲାକି ନନ୍ଦ । ଡାକଇ ଗୋବିନ୍ଦ ଗୋବିନ୍ଦ । ।୧୪୯
ରାମ ଗୋବିନ୍ଦ ବନମାଳୀ । ନନ୍ଦ ଡାକିଲା ନାମ ଧରି । ।୧୫୦
ଡାକଇ ବୃନ୍ଦାବନେ ପଶି । ବତ୍ସା ନ ପାଇ ବ୍ରହ୍ମରାଶି । ।୧୫୧
ଧ୍ୟାନେ ନିରୋପି ଦେବେ ଚାହିଁ । ଜାଣିଲେ ପ୍ରଭୁ ଭାବଗ୍ରାହୀ । ।୧୫୨
ବିଧାତା ମୋତେ ମାୟା କରି । ବତ୍ସାବାଳକେ ନେଲା ହରି । ।୧୫୩
ମୋତେ ଦେଖାଇଲା ସ୍ୱଭାବ । ଆଜ ଗଞ୍ଜିବି ତା'ର ଗର୍ବ । ।୧୫୪
ଗୋପ ଯୁବତୀଙ୍କର ହିତେ । ବ୍ରହ୍ମାଙ୍କୁ ଗଞ୍ଜିବା ନିମନ୍ତେ । ।୧୫୫
ଉଭୟ ରୂପ ଅଙ୍ଗୀକାର । ଜଗତନାଥ ମାୟାଧର । ।୧୫୬
ନିଜ ସ୍ୱାଭାବ ସୁମରିଲେ । ଆମ୍ଭେଟି ଈଶ୍ୱର ଜାଣିଲେ । ।୧୫୭
ବ୍ରହ୍ମା ଶଙ୍କର ମୋର ଦାସ । ସ୍ୱର୍ଗ ଭୁବନ ଚତୁŸର୍ଦ୍ଦଶ । ।୧୫୮
ଆମ୍ଭେ ତ ଅଟୁ ପ୍ରଜାପତି । ସଂସାର ସଂହାରଣ ନୀତି । ।୧୫୯
ମୋହର ସଞ୍ଚିଲା ଏ ସର୍ବ । କିପାଁ ମାଗିବି କଲା ଗର୍ବ । ।୧୬୦
ଦେବେ କରିବେ ଉପହାସ । ମାଗନ୍ତେ ନାହିଁ ପଉରୁଷ । ।୧୬୧
କୋଟି ବ୍ରହ୍ମାŠଣ୍ତ ଗର୍ଭୁ ଜାତ । ବତ୍ସା ବାଳକ କେତେ ମାତ୍ର । ।୧୬୨
ମାୟା ଭିଆଣ ଜଗନ୍ନାଥ । ଗର୍ଭୁ ସକଳ କଲେ ଜାତ । ।୧୬୩
ଏମନ୍ତେ ପ୍ରଭୁ ନରହରି । ବତ୍ସାବାଳକ ରୂପ ଧରି । ।୧୬୪
ଯେତେ ବାଛୁରୀ ଗୋପସୁତ । କୃଷ୍ଣ ଦେହରୁ ହେଲେ ଜାତ । ।୧୬୫
ଯାହାର ଯେମନ୍ତ ସ୍ୱଭାବ । ମାୟାଭିଆଣ ପଦ୍ମନାଭ । ।୧୬୬
ବିବିଧ ବନ୍ଧେ କାଛା ପିନ୍ଧି । ଚୂଳେ ମୟୂରପୁଚ୍ଛ ବାନ୍ଧି । ।୧୬୭
ଗୁଞ୍ଜରାପାଟି ଫୁଲମାଳେ । ରତ୍ନକୁŠଣ୍ତଳ ଗŠଣ୍ତସ୍ଥଳେ । ।୧୬୮
କର ପୟର ଶିକା ଡ଼ାଳି । କଣ୍ଠେ ମୁକୁତା ବିଦମାଳୀ । ।୧୬୯
ବେଣୁ କଠାଉ ଶିଙ୍ଗା ବେତ । ଯାହାର ସ୍ୱରୂପ ଯେମନ୍ତ । ।୧୭୦
ଯାହାର ବଚନ ଯେମନ୍ତ । ରୂପ ବୟସ ସେହି ମତ । ।୧୭୧
ଯେ ଯେତେ ଉଚ୍ଚ ସଞ୍ଚ ସ୍ଥୂଳ । ଯାହାର ଯେମନ୍ତ କୁନ୍ତଳ । ।୧୭୨
ଓଁକାରୁ ଯେହ୍ନେ ବେଦ କ୍ଷରି । ସର୍ବ-ସ୍ୱରୂପ ନରହରି । ।୧୭୩
ରୂପୁଁ ଅନେକ ରୂପ କଲେ । ବିଶ୍ୱ-ପ୍ରପଞ୍ଚ ଦେଖାଇଲେ । ।୧୭୪
ବେଳ ହୋଇଲା ଅବସାନ । ଗୋପେ ଚଳିଲେ ଭଗବାନ । ।୧୭୫
ଆପେ ବାଛୁରୀ ଆପେ ପୋଏ । ଆତ୍ମାକୁ ଆପଣେ ଅଡ଼ାଏ । ।୧୭୬
ପ୍ରବେଶ ଗୋପପୁର ଲାଗେ । ପୋଏ ନାଚନ୍ତି ନାନାରଙ୍ଗେ । ।୧୭୭
ମୁରଲୀ ଶୁଣି ଗୋପନାରୀ । ପାଛୋଟି ଗଲେ ଆଗସରି । ।୧୭୮
ପୁତ୍ରଙ୍କୁ ଦେଖି ସ୍ନେହଭରେ । ହୃଦେ ଚାପିଲେ ତୋଳି କରେ । ।୧୭୯
ଯେଝା ବାଳକ ଧରି କୋଳେ । ସ୍ନେହ କରନ୍ତି କୁତୂହଳେ । ।୧୮୦
ଆନନ୍ଦ କେ ପାରିବ କହି । ସ୍ତନ୍ୟ ପିଆନ୍ତି ଚୁମ୍ବ ଦେଇ । ।୧୮୧
ଯଶୋଦା ରୋହିଣୀ ମିଳିଲେ । ରାମ-କୃଷ୍ଣଙ୍କୁ କୋଳ କଲେ । ।୧୮୨
ଆନନ୍ଦେ ପିଆବନ୍ତି ସ୍ତନ୍ୟ । ଶ୍ରୀମୁଖେ ଦିଅନ୍ତି ଚୁମ୍ବନ । ।୧୮୩
ବୋଲନ୍ତି ଲୁଚିଯିବି ତୋର । ଆଜ ତ ବନସ୍ତେ ଉଛୁର । ।୧୮୪
କୃଷ୍ଣ ବୋଲନ୍ତି ଶୁଣ ମାଏ । ଗଲୁଁ ଥୋକାଏ ଦୂର ଯାଏଁ । ।୧୮୫
ତେଣୁ ସେ ହୋଇଲା ଉଛୁର । ଭାବେ ଭଣ୍ତିଲେ ଚକ୍ରଧର । ।୧୮୬
ଗୋବତ୍ସା ଗଲେ ଯେଝା ଘରେ । ଗୋପୀ ମିଳିଲେ ନିଜ ପୁରେ । ।୧୮୭
ପୁତ୍ରଙ୍କୁ ମାଜଣା କରାଇ । ଦଧି-ଲବଣି ଅନ୍ନ ଦେଇ । ।୧୮୮
ଯେଝାରେ କରାଇ ଶୟନ । ଆନନ୍ଦ ଗୋପୀଙ୍କର ମନ । ।୧୮୯
ରାତ୍ରେ ଅଇଲେ ବନୁଁ ଗାଈ । ହମ୍ବାଳି ଛାଡ଼ିଣ ବୋବାଇ । ।୧୯୦
କୋଳେ ଆବୋରି ବତ୍ସା ଲେହି । ସ୍ତନ ପିଆନ୍ତି ସ୍ନେହ ବହି । ।୧୯୧
କି ପୁଣ୍ୟ ଗୋପୀଜନଙ୍କର । କୋଳେ ଧଇଲେ ଚକ୍ରଧର । ।୧୯୨
ପୂର୍ବେ ଅଛନ୍ତି ତପ କରି । ସ୍ତନ୍ୟ ପିଆନ୍ତି ନରହରି । ।୧୯୩
ପୁଣ୍ୟ କେ କହୁ ତାହାଙ୍କର । ଯାହା ନ ପା'ନ୍ତି ବ୍ରହ୍ମା ହର । ।୧୯୪
ଏ କଥା ନଜାଣନ୍ତି କେହି । ମାୟା ଭିଆଣ ଭାବଗ୍ରାହୀ । ।୧୯୫
ନିତ୍ୟେ ଚରାନ୍ତି ବତ୍ସା ବନେ । ଗୋପେ ମିଳନ୍ତି ରାତ୍ରମାନେ । ।୧୯୬
ଏମନ୍ତେ ପୂରିଲା ବରଷ । ଶୁଣ ରାଜନ କୃଷ୍ଣ ରସ । ।୧୯୭
ଦିନେକ ରାମ ଘେନି ସଙ୍ଗେ । ବନେ ମିଳିଲେ ଶିରୀରଙ୍ଗେ । ।୧୯୮
ପର୍ବତ ନାମ ଗୋବର୍ଦ୍ଧନ । କାଳିନ୍ଦୀତୀରେ ବୃନ୍ଦାବନ । ।୧୯୯
ଗୋପକୁମର ଘେନି ହରି । ସେ ବନେ ଚରାନ୍ତି ବାଛୁରୀ । ।୨୦୦
ପର୍ବତେ ଗାଈ ଚରୁଥିଲେ । ତଳେ ବତ୍ସାଙ୍କୁ ଅନାଇଲେ । ।୨୦୧
ଦେଖି ଧାଇଁଲେ ଅତି ଖରେ । ତଳେ ମିଳିଲେ ସ୍ନେହଭରେ । ।୨୦୨
ଉର୍ଦ୍ଧ୍ୱେ ଲାଙ୍ଗୁଳ-ମୁଖ ହୋଇ । ପର୍ବତୁଁ ପଡ଼ନ୍ତେ ଓହ୍ଲାଇ । ।୨୦୩
ଗୋପାଳେ ଓଗାଳିଲେ ଆସି । କରେ ଲଉଡ଼ିମାନ ତ୍ରାସି । ।୨୦୪
ତା'ଙ୍କ ବାରଣ ନ ମାନିଲେ । ପର୍ବତ ତଳେଣ ମିଳିଲେ । ।୨୦୫
ଆବୋରି ଯେ ଯାହାର ବତ୍ସା । ହମ୍ବାଳି ଲିହିବାରେ ଇଚ୍ଛା । ।୨୦୬
ସ୍ତନ୍ୟ ପିଆନ୍ତି ଦେହ ଲିହି । ହୁଙ୍କାର ନାଦେ ସର୍ବ ଗାଈ । ।୨୦୭
ଓଗାଳି ନ ପାରି ଗୋପାଳେ । ଲଜ୍ଜାରେ ରହିଲେ ସକଳେ । ।୨୦୮
ଗୋପାଳେ ଥିଲେ ଗିରି ପରେ । ତଳେ ମିଳିଲେ ଧାତିକାରେ । ।୨୦୯
ପୁତ୍ରଙ୍କୁ କହନ୍ତି ପିଅର । କିମ୍ବା ଆଣିଲ ବତ୍ସାପଲ । ।୨୧୦
ପିଇଲେ ସକଳ ବାଛୁରୀ । ଓଗାଳ ନ ପାରିଲୁ କରି । ।୨୧୧
ମାୟା କୁମାର ମୁଖ ଚାହିଁ । ଗୋପାଳେ ହୋଇଲେକି ମୋହି । ।୨୧୨
ନିଜ ବାଳକ ଦେଖି ତଳେ । ସ୍ନେହେକରିଲେ କାଖେ କୋଳେ । ।୨୧୩
ଚୁମ୍ବନ ଦେଇ ହୃଦେ ଚାପି । ସ୍ନେହେ ବୁଜିଲେ ବେନି ଆଖି । ।୨୧୪
ଗୋରୁ-ଗୋପାଳ ସ୍ନେହଭରେ । ଦେଖିଣ ରୋହିଣୀ-କୁମରେ । ।୨୧୫
ଭାଳନ୍ତି ବୃକ୍ଷତଳେ ରହି । ଏମନ୍ତ ଦେଖିଲା ତ ନାହିଁ । ।୨୧୬
ପୂର୍ବହୁଁ ସ୍ନେହ ତ ଅତ୍ୟନ୍ତ । ଏ କଥା ଜାଣିବା କେମନ୍ତ । ।୨୧୭
ମୋତେ ତ ସନ୍ଦେହ ଲାଗିଲା । କିମ୍ବା ଗୋବିନ୍ଦ ମାୟା କଲା । ।୨୧୮
ରାମ ଚାହିଁଲେ ଯୋଗବଳେ । ଯେତେ ବାଛୁରୀ ଗୋପବାଳେ । ।୨୧୯
ଦିଶନ୍ତି ଚାରି ଚାରି ଭୁଜ । କୋଟିଏ କାମ ଜିଣି ତେଜ । ।୨୨୦
ପୀତବସନ କଟୀ ମାଝେ । ମଣି କୁଣ୍ତŠଳ ରବି ଗଞ୍ଜେ । ।୨୨୧
ଦେଖି ଚକିତ ହଳଧର । କୃଷ୍ଣଙ୍କୁ କହନ୍ତି ମଧୁର । ।୨୨୨
ଦେବତା ଋଷି ଏ ନୁହନ୍ତି । ତୋହର ପ୍ରାୟେକ ଦିଶନ୍ତି । ।୨୨୩
ନିଜ ବାଳକ-ବତ୍ସା କାହିଁ । ତୋ' ତହୁଁ ଆନ ନ ଦିଶଇ । ।୨୨୪
ମାୟା କି କରିଅଛୁ ମୋତେ । କେମନ୍ତେ ଯିବଇଁ ପରତେ । ।୨୨୫
ହସି ବୋଲନ୍ତି ନନ୍ଦବାଳା । ବ୍ରହ୍ମା କଷଣ ମୋତେ ଦେଲା । ।୨୨୬
ବନେ ଭୋଜନ ଦେଖି ମୋର । ହରିଲ ବାଛୁରୀ-କୁମର । ।୨୨୭
ଏମାନ ଭିଆଇଲି ମୁହିଁ । ଶୁଣିମା ସାବଧାନ ହୋଇ । ।୨୨୮
ଶୁଣି ସାନନ୍ଦ ବଳରାମ । କୃଷ୍ଣଙ୍କୁ ଦିଅନ୍ତି ଚୁମ୍ବନ । ।୨୨୯
ଗୋପେ ମିଳିଲେ ରାତ୍ରକାଳେ । ଶୟନ ଯଶୋଦାର କୋଳେ । ।୨୩୦
ରଜନୀ ହୋଇଲା ପ୍ରଭାତ । ବନେ ଚଳିଲେ ଗୋପୀନାଥ । ।୨୩୧
ବ୍ରହ୍ମା ଯେ ବତ୍ସା ହରି ନେଲା । ମଞ୍ଚକୁ ବରଷେ ହୋଇଲା । ।୨୩୨
ବିଧାତା ବିଚାରଇ ମନେ । କୃଷ୍ଣେ ଭେଟିବି ବୃନ୍ଧାବନେ । ।୨୩୩
କେମନ୍ତ କଲେ ଦାମୋଦର । ଆଜ ଦେଖିବି ଗୋପପୁର । ।୨୩୪
ବ୍ରହ୍ମା ବିଚାରି ଏହା ମନେ । ବେଗେ ମିଳିଲା ବୃନ୍ଦାବନେ । ।୨୩୫
ଦେଖିଲା ଯମୁନାର କୂଳେ । ବତ୍ସା-ବାଳକ କୃଷ୍ଣମେଳେ । ।୨୩୬
ମୁରଲୀ ବାଇ ନାନାଛନ୍ଦେ । ବାଳକେ ନାଚନ୍ତି ଆନନ୍ଦେ । ।୨୩୭
ନିଶ୍ଚିନ୍ତେ ଚରାନ୍ତି ବାଛୁରୀ । ମଧ୍ୟେ ବିଜୟ ନରହରି । ।୨୩୮
ଦେଖି ଚକିତ ପ୍ରଜାପତି । ବନେ ଚାହଁଇ ଚଉକତି । ।୨୩୯
ଚକିତ ଚିତ୍ତେ ଛନ୍ନ ଛନ୍ନ । ବିଧାତା ବିଚାରଇ ମନ । ।୨୪୦
ବତ୍ସା ବାଳକ ମୁହିଁ ନେଇ । ମାୟା ଶୟଳେ ଅଛି ଥୋଇ । ।୨୪୧
ଏହାଙ୍କୁ କାହୁଁ ଭିଆଇଲା । ଏମନ୍ତ ବୋଲି ବାହୁଡ଼ିଲା । ।୨୪୨
ଦେଖିଲା ନିଜ ପୁରେ ଯାଇ । ବତ୍ସା ବାଳକେ ଛନ୍ତି ଶୋଇ । ।୨୪୩
ପୁଣି ମିଳିଲା ନଦୀତୀରେ । ବାଳକେ ଅଛନ୍ତି ସେଠାରେ । ।୨୪୪
ଆନନ୍ଦେ ଚରାନ୍ତି ବାଛୁରୀ । ନାଚନ୍ତି ବେଣୁନାଦ କରି । ।୨୪୫
ଉଭୟ ସଙ୍କଟେ ବିଧାତା । ମନେ ପାଇଲା ଗୁରୁ ଚିନ୍ତା । ।୨୪୬
ପୁଣି ଦେଖିଲା ଯାଇ ଘରେ । ଆସି ମିଳିଲା ନଦୀତୀରେ । ।୨୪୭
ବିଧାତା ବିଚାରି ଚକିତ । ବୋଲଇ ଏ କି ବିପରୀତ । ।୨୪୮
ମୋର ଭୁବନେ ଶୋଇଛନ୍ତି । ପୁଣି ଏ ବନେ ଚରୁଛନ୍ତି । ।୨୪୯
ଏହାଙ୍କୁ କାହୁଁ ଏ ଆଣିଲା । ମୋତେ ତ ସନ୍ଦେହ ଲାଗିଲା । ।୨୫୦
କି ବୁଦ୍ଧି କରିବଇଁ ଆଜ । ମୋତେ ହୋଇଲା ବଡ଼ ଲାଜ । ।୨୫୧
ଯେବେ ମୁଁ ବତ୍ସା ଦେବି ଆଣି । କୋପ କରିବେ ଚକ୍ରପାଣି । ।୨୫୨
କିବା ମୋହର ବଡ଼ପଣ । ହାସ୍ୟ କରିବେ ଦେବଗଣ । ।୨୫୩
କରିବି କେବଣ ଉପାୟ । ନ ପୁଣ କୋପେ ଦେବରାୟ । ।୨୫୪
କୋପ କରିଣ ଶିରୀବତ୍ସୀ । ଆନ ବ୍ରହ୍ମାଏ ଭିଆଇଛି । ।୨୫୫
ନୁହଇ ମୋହର ସଞ୍ଚିଲା । ଆନ ବ୍ରହ୍ମା କି ଭିଆଇଲା । ।୨୫୬
ବାଳକ ବାଛୁରୀ ଭିଆଇ । ଗୋବିନ୍ଦ ଅଛି କି ଲୁଚାଇ । ।୨୫୭
ନିଜ ମାୟାରେ ନିଜେ ଜଡ଼ି । ବ୍ରହ୍ମା ଭ୍ରମିଲା ପଥ ହୁଡ଼ି । ।୨୫୮
ମାୟା ମୋହିଲେ ଭଗବାନ । ଆନ ମାୟା ଯେ ବିଡ଼ମ୍ବନ । ।୨୫୯
ଘୋର ଅନ୍ଧାର ରାତ୍ରମାନେ । କୁହୁଡ଼ି ଦିଶେ କି ଗଗନେ । ।୨୬୦
ଦିବସେ ଜୁଳୁଜୁଳା ପୋକ । ପ୍ରକାଶି ପାରେ କି ଆଲୋକ । ।୨୬୧
କ୍ଷଣକେ ହୋଇଲା ସଚେତ । ପୁଣି ଚାହଁଇ ଭୟଚିତ୍ତ । ।୨୬୨
ଯେତେ ବାଛୁରୀ ଗୋପବାଳେ । ବ୍ରହ୍ମାଙ୍କୁ ଦିଶନ୍ତି ସକଳେ । ।୨୬୩
ନୀଳ-ଜଳଦ ତୁନୁକାନ୍ତି । ପୀତବସନ ଝଟକନ୍ତି । ।୨୬୪
ଶ୍ରବଣେ କୁଣ୍ତŠଳ ବିରାଜେ । ରବିଶଙ୍କ ତେଜ ଗଞ୍ଜେ । ।୨୬୫
ଶ୍ରୀବ›ତ୍ସ ଚିହ୍ନ କଣ୍ଠେ ମଣି । କଟୀରେ ରତ୍ନ-ଓଡ଼ିଆଣି । ।୨୬୬
ମର୍କତସ୍ତମ୍ଭ ଭୁଜ ଚାରି । ଶଙ୍ଖ-କମଳ-ଗଦାଧାରୀ । ।୨୬୭
ଦକ୍ଷିଣ କରେ ଚକ୍ର ଶୋହେ । ରୂପେ କୋଟିଏ କାମ ମୋହେ । ।୨୬୮
କରେ କଙ୍କଣ ହୃଦେ ହାର । ଚରଣେ ବାଜେଣି ନୂପୁର । ।୨୬୯
କୋମଳ ତୁଳସୀର ମାଳେ । କଣ୍ଠୁ ଲମ୍ବଇ ପାଦତଳେ । ।୨୭୦
ବିକଟ-କମଳ-ଲୋଚନ । ଅଧର ବିମ୍ବଫଳ ବ‰ର୍ଣ୍ଣ । ।୨୭୧
ଯା'ର ମହିଁମା ପରିମାଣି । ବେଦ-ପୁରାଣେ ନୋହେ ଜାଣି । ।୨୭୨
ସ୍ତୁତି କରନ୍ତି ସୁରମୁନି । ପାଦେ କିଙ୍କର ପଦ୍ମଯୋନି । ।୨୭୩
ଅଶେଷ ବ୍ରହ୍ମାŠଣ୍ତ ଠାକୁର । ବ୍ରହ୍ମାଏ ଖଟନ୍ତି ପୟର । ।୨୭୪
ପୂଜନ୍ତି ନାନା ଉପହାରେ । ନୃତ୍ୟ କରନ୍ତି ଗୀତସ୍ୱରେ । ।୨୭୫
ସ୍ତମ୍ଭରୁ ବ୍ରହ୍ମ ପରିଯନ୍ତେ । ବ୍ରହ୍ମାଣ୍ତେŠ ଅଛନ୍ତି ଯେ ଯେତେ । ।୨୭୬
ପଞ୍ଚ ଇନ୍ଦ୍ରିୟ ପଞ୍ଚଭୂତ । ଯେ ଅଧିଷ୍ଠାତା ଦଇବତ । ।୨୭୭
ବୁଦ୍ଧି ଚେତନା ଅହଙ୍କାର । ଯେତେ ଏ ମନର ବିକାର । ।୨୭୮
ଯେଝା ବିଷୟ ଅନୁରୂପେ । ଖଟନ୍ତି ବ୍ରହ୍ମାଙ୍କ ସମୀପେ । ।୨୭୯
ଅଣିମା ଆଦି ଅଷ୍ଟନିଧି । କଳା ସ୍ୱଭାବେ କର୍ମସାଧି । ।୨୮୦
ସୃଷ୍ଟି କରନ୍ତି ଅପ୍ରମିତ । ଚଞ୍ଚଳ ବ୍ରହ୍ମାଙ୍କର ଚିତ୍ତ । ।୨୮୧
ଖଟନ୍ତି ଗୋବିନ୍ଦ ପୟର । ଦେଖି ଚକିତ ବେଦବର । ।୨୮୨
କୋଟି ଅଂଶରେ ତୁଲ୍ୟ ନୋହେ । ସ୍ୱରୂପ ବ୍ରବ୍ମାଙ୍କର ପ୍ରାୟେ । ।୨୮୩
ଏମନ୍ତ କୃଷ୍ଣମାୟା ଦେଖି । ଭୟେ ବୁଜିଲା ଅଷ୍ଟ ଆଖି । ।୨୮୪
ଯେସନେ ଦେବୀ ପୂଜା ଯୋଗେ । କାଷ୍ଠପିତୁଳା ଥୋଇ ଆଗେ । ।୨୮୫
ତେସନେ ହୋଇ ବେଦବର । ରହିଲା ଶ୍ରୀକୃଷ୍ଣ ଛାମୁର । ।୨୮୬
ବେଦେ ଗୋଚର ନୋହେ ଯେହୁ । ମହାମହିମ ମହାବାହୁ । ।୨୮୭
ପ୍ରମାଣି ନ ପାଇଲା ଅନ୍ତ । ବ୍ରହ୍ମା ହୋଇଲା ମୋହଗତ । ।୨୮୮
କଣ୍ଠେ ହୋଇଲା ପଞ୍ଚପ୍ରାଣ । ଜାଣିଲେ କମଳାରମଣ । ।୨୮୯
ଅଦୃଶ୍ୟ ଇନ୍ଦ୍ର ଜାଲ ମାୟା । ବିଶ୍ୱ ମୂରତି ଯା'ର କାୟା । ।୨୯୦
ମନେ ବିଚାରି ଚକ୍ରଧର । ଜାଣିଲେ ବ୍ରହ୍ମାର ଆତୁର । ।୨୯୧
ବୋଇଲେ ଅଳପ କର୍ମର । ଜ୍ଞାନ ହାରିଲା ବେଦବର । ।୨୯୨
ଏବେ କରିବା କର୍ମ ଯେତେ । ଧାତା କି ଜୀଇବ ଜୀବିତେ । ।୨୯୩
ବିଚାରି ପଟଳ କାଢ଼ିଲେ । ନିଜ ସ୍ୱରୂପ ଦେଖାଇଲେ । ।୨୯୪
ବ୍ରହ୍ମାଙ୍କୁ କୃଷ୍ଣ ଦୟା କଲେ । ମାୟା-ପଟଳ ଉହାଡ଼ିଲେ । ।୨୯୫
ଜ୍ଞାନ ପାଇଲା ପ୍ରଜାପତି । ଉଠି ଚାହିଁଲା ଚଉକତି । ।୨୯୬
ଦେଖିଲା ବୃନ୍ଦାବନ ଲାଗେ । ଲକ୍ଷ୍ମୀ ବିଜୟ ଚଉଦିଗେ । ।୨୯୭
ବନ୍ୟଜନ୍ତୁଙ୍କ ହିଂସା ନାହିଁ । ଚରନ୍ତି ମିତ୍ର ପ୍ରାୟ ହୋଇ । ।୨୯୮
ଦେଖିଲା କଦମ୍ବର ତଳେ । କୃଷ୍ଣ ନାଚନ୍ତି କୁତୂହଳେ । ।୨୯୯
ପୁଣି ଦେଖିଲା କେହି ନାହିଁ । ଚକିତେ ଚଉଦିଗେ ଚାହିଁ । ।୩୦୦
ସଭୟ ଚିତ୍ତେ ଛନଛନ । ଆରତେ ବୁଜିଲା ନୟନ । ।୩୦୧
ଘଡ଼ିକେ ପୁଣି ଅନାଇଲା । ଦେଖଇ ଗୋବିନ୍ଦର ଲୀଳା । ।୩୦୨
କରେଣ ଅନ୍ନପୁଡ଼ା ଘେନି । ବତ୍ସା ଖୋଜନ୍ତି ବନେ ଭ୍ରମି । ।୩୦୩
ଦେଖି ବାହନ ଉପେକ୍ଷିଲା । କୃଷ୍ଣର ନିକଟେ ମିଳିଲା । ।୩୦୪
ପାଦେ ପଡ଼ିଲା ବେଦବର । ଅବନୀ ଦିଶିଲା ସୁନ୍ଦର । ।୩୦୫
ନୀଳ-ପାଷାଣ ତଳେ ଥାଇ । ସୁବ‰ର୍ଣ୍ଣ ଯେମନ୍ତେ ଦିଶଇ । ।୩୦୬
ଚାରି ମୁକୁଟ ଶିରେ ଥିଲା । କୃଷ୍ଣର ଚରଣେ ଲାଗିଲା । ।୩୦୭
ବେନି ଚରଣେ ଶିର ଦେଇ । ଭୟେ ବୋଲଇ ତ୍ରାହି ତ୍ରାହି । ।୩୦୮
ପୂଜିଲା ଗୋବିନ୍ଦ ପୟର । ଦେଇ ବିବିଧ ଉପହାର । ।୩୦୯
ପାଦ ଧୋଇଲା ଚକ୍ଷୁ ଲୁହେ । ମନ ନିବେଶି କୃଷ୍ଣପାୟେ । ।୩୧୦
ଶତେକ ବେଳ ପାୟେ ପଡ଼ି । ଉଠିଲା ବେନିକର ଯୋଡ଼ି । ।୩୧୧
ସ୍ତୁତି କରଇ ଚାରିବେଦେ । ଆନନ୍ଦେ ଶୋକ ଗଦଗଦେ । ।୩୧୨
ସେ ହରି ଚରଣ-କମଳେ । ସୁଜନେ ଚିନ୍ତ ଧ୍ୟାନବଳେ । ।୩୧୩
ବତ୍ସା-ହରଣ ଏହୁ ଛାନ୍ଦ । ଏଣେ ଛାଡ଼ିବ ମୋହ-ଫାନ୍ଦ । ।୩୧୪
ଗର୍ବ ଗଞ୍ଜନ ଯା'ର ବାନା । ଭକ୍ତ-ଜନଙ୍କ ବଜ୍ର-ସେହ୍ନା । ।୩୧୫
ଭକ୍ତ ବ›ତ୍ସଳ ନରହରି । ଯାହାର ନାହିଁ ମିତ୍ର ଅରି । ।୩୧୬
ଶ୍ରୀକୃଷ୍ଣ ପାଦେ ଦେଇ ଚିତ୍ତ । କହଇ ଦାସ ଜଗନ୍ନାଥ । ।୩୧୭
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ବ୍ରହ୍ମା ଗର୍ବଗଞ୍ଜନେ ନାମ ଚତୁŸର୍ଦ୍ଦଶୋଽଧ୍ୟାୟଃ । ।

ପଞ୍ଚଦଶ ଅଧ୍ୟାୟସମ୍ପାଦନ କରନ୍ତୁ

ଶୁକ ଉବାଚ

ଶୁଣ ପରୀକ୍ଷ ମହୀପତି । ବ୍ରହ୍ମାର ମନୁ ଗଲା ଭ୍ରାନ୍ତି । ।୧
ସଭୟେ ବେନି କରଯୋଡ଼ି । କ୍ଷଣ କ୍ଷଣକେ ପାୟେ ପଡ଼ି । ।୨
କୃଷ୍ଣ ଚରଣେ ଦେଇ ଶିର । ସ୍ତୁତି କରଇ ବେଦବର । ।୩
ନମସ୍ତେ ବ୍ରହ୍ମାଣ୍ତŠ ଠାକୁର । ତୋହର ମାୟା ଏ ସଂସାର । ।୪
ତୋ ତନୁ ନୀଳଘନ ତ୍ରାସ । ବିଜୁଳି ପ୍ରାୟ ପୀତବାସ । ।୫
ଗୁଞ୍ଜରା ପାଟି ଶିଖି ପୁଚ୍ଛ । ଏଣେ ନିର୍ମଳ ଚୂଳ ସଞ୍ଚ । ।୬
ଅଳପ ସ୍ଥିତ ରଙ୍ଗ ମୁଖ । ଚିନ୍ତିଲେ ଖଣ୍ତେ ଭବଦୁଃଖ । ।୭
ବନମାଳାଏ ଲମ୍ବେ ଉରେ । ଅନ୍ନ ପୁଡ଼ାଏ ବାମକରେ । ।୮
ବେତ ମୁରଲୀ ଶିଙ୍ଗା କରେ । କମଳା ସେବଇ ପୟରେ । ।୯
ଏ ଯେତେ ବାଛୁରୀ କୁମର । ତୋହର ଶରୀରୁ ବାହାର । ।୧୦
ତୋ ଅବତାର ମୋର ହିତେ । ସୁଖ ସମ୍ପଦ ଅବିରତେ । ।୧୧
ଇଚ୍ଛାରେ ହୋଇଅଛୁ ଜାତ । ତୋର ନିର୍ମାଣ ପଞ୍ଚଭୂତ । ।୧୨
ଏ ଦେହ ମହିମା ନ ଜାଣୁ । ମୁଁ ବ୍ରହ୍ମା ରୁଦ୍ର ମୁନିମନୁ । ।୧୩
ବୁଦ୍ଧି ବିଚାର ଅନୁମାନି । ବେଦ ପୁରାଣେ ପରିମାଣି । ।୧୪
ଯେ ଜ୍ଞାନଯୋଗେ ଇନ୍ଦ୍ରି ଜିଣେ । ତୋର ମହିମା ନ ପ୍ରମାଣେ । ।୧୫
ସେ ପ୍ରାଣୀ ହୁଅଇ ନିରାଶ । କେବଳ ଲଭେ ଦେହପ୍ରାସ । ।୧୬
ଜ୍ଞାନର ପଥ ଛାଡ଼ି ଥୋକେ । ତୋତେ ଚିନ୍ତନ୍ତି ସନ୍ଥ ଲୋକେ । ।୧୭
ସାଧୁଜନଙ୍କ ମୁଖୁ ଶୁଣି । ତୋର ମହିମା ମନେ ଗୁଣି । ।୧୮
ମନବଚନ କରି ଏକ । ହେଲେ ଜିଣନ୍ତି ତିନିଲୋକ । ।୧୯
ତୋର ଚରଣେ ଭାବ ଛାଡ଼ି । ଯେ ଯା'ନ୍ତି ଯୋଗପଥ ମାଡ଼ି । ।୨୦
ମନ ବଚନ ହୃଦେ ଛନ୍ଦି । ତପେ ଇନ୍ଦ୍ରିୟବଳ ରୁନ୍ଧି । ।୨୧
ଯେତେ କରନ୍ତି ଦେହଶ୍ରମ । ତୋର ମାୟାରେ ହୋନ୍ତି ଭ୍ରମ । ।୨୨
କେବଳ ଲାଭ ଦେହପ୍ରାସ । ସେ ପ୍ରାଣୀ ହୁଅନ୍ତି ନିରାଶ । ।୨୩
ତŠଣ୍ତୁଳ ଆଶେ ଚଷୁ କୁଟି । ଯେହ୍ନେ ମରନ୍ତି ପ୍ରାଣୀ ଫୁଟି । ।୨୪
ନିରାଶ ହୋନ୍ତି ବେନିପଥ । ପଶୁ ଯୋନିରେ ହୋନ୍ତି ଜାତ । ।୨୫
ତୋତେ ନ ପାଇ ନରହରି । ଭ୍ରମନ୍ତି ତୋ' ମାୟା ଆବୋରି । ।୨୬
ପୂର୍ବେ ଅନେକ ମୁନିଜନ । ସେବିଲେ ତୋହର ଚରଣ । ।୨୭
ନିଜ କରମ ଫଳ ଭୁଞ୍ଜି । ତୋ' ଗତି ଏକୁ ଆରେ ହେଜି । ।୨୮
ପାଇଲେ ତୋ' ପରମ ପଦ । ଖŠଣ୍ତିଲେ ବିଷୟ-ବିଷାଦ । ।୨୯
ନିର୍ମଳ ଆତ୍ମା ମୁନିଗଣେ । ତୋର ମହିମା ପରିମାଣେ । ।୩୦
ତୋର ବିକାର ନ ପାଇଲେ । ଭକତି ହେଜି ତରିଗଲେ । ।୩୧
ନିର୍ଗୁଣ ଆତ୍ମା ଗୁଣବନ୍ତ । ତୋର ମହିମା ଗୋପୀନାଥ । ।୩୨
ବ୍ରହ୍ମାଣ୍ତେ ଦେହବନ୍ତ ହୋଇ । ତୋ' ଗୁଣ କେ ପାରିବ କହି । ।୩୩
ଭୂମିରେ ଯେତେ ରେଣୁଛନ୍ତି । ଆକାଶେ ଯେତେ ତାରାପନ୍ତି । ।୩୪
ବରଷା ଧାରା ପଡ଼େ ଯେତେ । କେ ଗଣିପାରେ ଏ ଜଗତେ । ।୩୫
ଏ ତିନି ଗଣନେ ସମର୍ଥ । କେହି ବା ଥିବେ ଏ ଜଗତ । ।୩୬
ତୋର ମହିମା ଗୁଣ ଗୁଣି । କେହି ନ ପାରେ ଚକ୍ରପାଣି । ।୩୭
ଯାହାକୁ ହେଉ ତୁ ସଦୟେ । ସେ ନ ପଡ଼ଇ ମାୟାମୋହେ । ।୩୮
ତୋର ଭକତି ହୃଦେ ହେଜି । ଅର୍ଜିଲା କର୍ମଫଳ ଭୁଞ୍ଜି । ।୩୯
ଚିତ୍ତ ନିବେଶି ତୋର ପାଦେ । ସଂସାରୁ ଯା'ନ୍ତି ମୋକ୍ଷପଦେ । ।୪୦
ଅଜ୍ଞାନ ପଣ ଦେଖ ମୋର । ତୋତେ ଭŠଣ୍ତିଲି ମାୟାଧର । ।୪୧
ମାୟାବୀମାନଙ୍କର ଶ୍ରେଷ୍ଠ । ତୋ' ସଙ୍ଗେ କଲି ମାୟା-ହଟ । ।୪୨
ଅନଳ ଶିଖା କି ଅନଳ । ସଙ୍ଗତେ ହୋଇପାରେ ତୁଲ । ।୪୩
ଅଳପ ଲୋକେ ଅଧିକାର । ତୁ କିପାଁ ଦେଲୁ ଦାମୋଦର । ।୪୪
ଅଳପ ଲୋକେ ଆଧି ଦେଲେ । ସମ୍ଭାଳି ନ ପାରଇ ଭଲେ । ।୪୫
ବ୍ରହ୍ମା ବୋଲି ମୁଁ ବହି ଗର୍ବ । ତୋତେ ଭŠଣ୍ତିଲି ପଦ୍ମନାଭ । ।୪୬
ଏଣୁ ହୋଇଲି ଅପରାଧୀ । ତୁ ନାଥ କରୁଣା ବାରିଧି । ।୪୭
ମୋ' ଅପରାଧ କ୍ଷମାକର । ଭୋ ନାଥ ଶରଣ ତୋହର । ।୪୮
ମୁଁ ତୋର ନାଭିପଦୁଁ ଜାତ । ତୁ କି ନ ଜାଣୁ ଜଗନ୍ନାଥ । ।୪୯
ମୁଁ ତୋର ଯେତେକ ଅନ୍ତର । ତୁ କି ନ ଜାଣୁ ଚକ୍ରଧର । ।୫୦
ଅବନୀ ଆଦି ପଞ୍ଚଭୂତେ । ମନ ଚେତନା ଅହଂକୃତେ । ।୫୧
ଜୀବ ପରମ ଭାବ ବହି । ବ୍ରହ୍ମାŠଣ୍ତ ପାଳୁ ଭାବଗ୍ରାହୀ । ।୫୨
କେତେ ବ୍ରହ୍ମାŠଣ୍ତ ରୋମମୂଳେ । ଉଡୁ ଅଛନ୍ତି ଅନ୍ତରାଳେ । ।୫୩
ଜଳାକବାଟି ବାଟେ ଯେହ୍ନେ । ରେଣୁଏ ଉଡ଼ନ୍ତି ଗଗନେ । ।୫୪
ମୁଁ ଏକ ଅŠଣ୍ତ ମଧ୍ୟେ ରହି । ସପ୍ତ ଚାଖŠଣ୍ତ ଦେହ ବହି । ।୫୫
ଅଛଇ ଜୀବ ଆତ୍ମା ଧରି । ତୋ' ମାୟା-ପଟଳ ଆବୋରି । ।୫୬
ଏତେ ଅନ୍ତର ତୋର ମୋର । ତୋତେ ଭଣ୍ତିଲି ମୁଁ ପାମର । ।୫୭
ଗର୍ଭ ଭିତରେ ସୁତ ଥାଇ । ସେ ଯେହ୍ନେ ପାଦ ପ୍ରହାରଇ । ।୫୮
ସେ ଅପରାଧ ଚିତ୍ତେ ଘେନି । କୋପ କି କରଇ ଜନନୀ । ।୫୯
ତୋ' ନାଭିକମଳୁ ମୁଁ ଜାତ । ତୋତେ ଭଣ୍ତିଲି ଜଗନ୍ନାଥ । ।୬୦
ତୋହର ଉଦରେ ପଶିଲି । ଅଶେଷ ବ୍ରହ୍ମାŠଣ୍ତ ଦେଖିଲି । ।୬୧
ଜଳଧି ଶୟନର କାଳେ । ଏ କଥା ଜାଣନ୍ତି ସକଳେ । ।୬୨
ନଭ-ଅବନୀ ଦେହବ୍ୟାପୀ । ତୁ ନାଥ ନାରାୟଣ ରୂପୀ । ।୬୩
ସକଳ ନର ଆତ୍ମା ହେଉ । ତେଣୁ ନାରାୟଣ ବୋଲାଉ । ।୬୪
ପ୍ରଳୟଜଳେ ଥିଲୁ ଶୋଇ । ତୋ ରୂପ ଦେଖିଲଇଁ ମୁହିଁ । ।୬୫
ଦେଖି ସାନନ୍ଦ ମୋର ମନ । ତୁ କି ନଜାଣୁ ଜନାŸର୍ଦ୍ଦନ । ।୬୬
ମିଥ୍ୟା ନୁହଁଇ ନା ଏ କଥା । ତୋତେହେଁ ସାକ୍ଷୀ ତୋରମାତା । ।୬୭
ଗୋପାଳକୁମରଙ୍କ ମେଳେ । ମାଟି ଭକ୍ଷିଲୁ ଯେତେବେଳେ । ।୬୮
ଯଶୋଦା ଦେଖିଲା ତୋ ତୁଣ୍ତŠ । ଉଦରେ ଅଶେଷ ବ୍ରହ୍ମାŠଣ୍ତ । ।୬୯
ବାହାର ଭିତର ଆଚ୍ଛାଦି । ତୋ' ମାୟାବଳେ ଅଛୁ ରୁନ୍ଧି । ।୭୦
ଏବେ ଏ ବୃନ୍ଦାବନେ ମୋତେ । ମାୟା ନ କଲୁ କେତେ କେତେ । ।୭୧
ପ୍ରଥମେ ଦେଖିଲଇଁ ଏକ । କ୍ଷଣକେ ହୋଇଲୁ ଅନେକ । ।୭୨
ଯେତେ ବାଛୁରୀ ଗୋପପୋଏ । ଦିଶିଲେ ତୋହରି ପରାୟେ । ।୭୩
ନୀଳ ଶରୀର ଚାରିକର । ବ୍ରହ୍ମାଏ ଖଟନ୍ତି ପୟର । ।୭୪
ତୁହି ତୋହର ମାୟା ବହୁ । ବ୍ରହ୍ମା-ଶଙ୍କର ରୂପ ବହୁ । ।୭୫
ସୃଷ୍ଟିର ଅଗ୍ରେ ମୋତେ କରି । ସଙ୍ଖୋଳି ଦେଲୁ ବେଦଚାରି । ।୭୬
ଜଗତ କରାଇ ଭିଆଣ । ତୁ ତାହା ପାଳୁ ନାରାୟଣ । ।୭୭
ଭୂତ-ଭାବନ ରୂପ ବହୁ । ଭକତ ହିତେ ନିତ୍ୟେ ଥାଉ । ।୭୮
ଶଙ୍କର ରୂପେ କରୁ ଅନ୍ତ । ଏଣୁ ତୁ ବୋଲାଉ ଅନନ୍ତ । ।୭୯
ଦେବ ବ୍ରାହ୍ମଣ ଋଷି ପଶୁ । ଏତେ ଶରୀର ତୁ ପ୍ରକାଶୁ । ।୮୦
ଦୁଷ୍ଟ ନିବାରି ସନ୍ଥ ପାଳୁ । ଦୟାରେ ଧର୍ମ ତୁ ସମ୍ଭାଳୁ । ।୮୧
ସଂସାରେ ହେଉ ଅବତାର । ଦୁଷ୍ଟଦଳନ ବାନା ତୋର । ।୮୨
ତୁ ନାଥ ଧର୍ମ କରୁ ରକ୍ଷା । ଖଳନାଶନ ତୋର ଦୀକ୍ଷା । ।୮୩
କାହିଁ କିପରି କିସ ପାଇଁ । କେତେବେଳେ ବା ଖେଳୁ ତୁହି । ।୮୪
ବିସ୍ତାରି ତୋର ଯୋଗମାୟା । କେ ଜାଣିପାରେପ୍ରଭୁ ଏହା । ।୮୫
ଯୋଗେଶ୍ୱରଙ୍କୁ ଅଗୋଚର । ଭୋ ନାଥ ଏ ଲୀଳା ତୋହର । ।୮୬
ତେଣୁ ତୋ ମାୟାର ଜଗତ । ତୋ' ତହୁଁ ହୋନ୍ତି ଆତଜାତ । ।୮୭
ବିଜୁଳି ଝଟକ ଯେସନ । ମେଘରେ ଦିଶି ହୋନ୍ତି ଲୀନ । ।୮୮
ତୁନାଥ ପୁରୁଷ ପୁରାଣ । ଜ୍ୟୋତି ସ୍ୱରୂପ ଠୁଳଶୂନ୍ୟ । ।୮୯
ନିୟତ ପୂ‰ର୍ଣ୍ଣ ନିରଞ୍ଜନ । ଉପାଧିହୀନ ସୁଖପୂ‰ର୍ଣ୍ଣ । ।୯୦
ସକଳ ଜନ୍ତୁ ମଧ୍ୟେ ତୁହି । ବିହରୁ ଆତ୍ମାରୂପ ହୋଇ । ।୯୧
ଗୁରୁ ବଚନୁ ଜ୍ଞାନସାର । ପାଇ ଯେ କରନ୍ତି ବିଚାର । ।୯୨
ଭକ୍ତି ଭାବରେ ଜ୍ଞାନଲାଭ । ହୁଅଇ ଯା'ର ପଦ୍ମନାଭ । ।୯୩
ଭବ ଜଳଧି ସେ ତରନ୍ତି । ମାୟା-ପଟଳେ ନ ପଡ଼ନ୍ତି । ।୯୪
ଆତ୍ମାକୁ ଆତ୍ମଜ୍ଞାନେ ଜାଣି । ଚିନ୍ତା ନ କରେ ଯେଉଁ ପ୍ରାଣୀ । ।୯୫
ଅଜ୍ଞାନ ଭାବେ ଜ୍ଞାନ ନାଶ । ରଜ୍ଜୁରେ ଯେହ୍ନେ ସର୍ପତ୍ରାସ । ।୯୬
ଜୀବର ବନ୍ଧ-ମୋକ୍ଷ ଦୁଇ । ଅଜ୍ଞାନ ଭାବୁଁ ଜାତ ହୋଇ । ।୯୭
ତୋହର ତତ୍ତ୍ୱ ଯେ ଜାଣଇ । ତାହାର ବନ୍ଧ-ମୋକ୍ଷ ନାହିଁ । ।୯୮
ଆଦିତ୍ୟ ସଦା ପ୍ରକାଶିଲେ । ନ ଥା'ନ୍ତା ଦିବାରାତ୍ର ଭଲେ । ।୯୯
ତେସନେ ସଦା ସର୍ବସ୍ଥାନ । ସମାନ ଭାବେ ଅଛ ପୂ‰ର୍ଣ୍ଣ । ।୧୦୦
ତୋତେ ଯେ ନ ପାରନ୍ତି ଚିନ୍ତି । ଆତ୍ମାକୁ ବାହାରେ ଲୋଡ଼ନ୍ତି । ।୧୦୧
ଶ୍ରମ ଯେ ଲାଭ ତାହାଙ୍କର । ନାହିଁ ତୋ' ଭିତର ବାହାର । ।୧୦୨
ଯେ ତୋତେ ଶରୀରେ ଲୋଡ଼ନ୍ତି । ସୂକ୍ଷ୍ମ ସ୍ୱରୂପ ରୂପେ ଚିନ୍ତି । ।୧୦୩
ଅଜ୍ଞାନ ନାଶେ ତାହାଙ୍କର । ଭବ ସାଗରୁ ହୋନ୍ତି ପାର । ।୧୦୪
ଏ ଜ୍ଞାନୀ ଲୋକଙ୍କର ମତ । ତୋହର ଦୟାରେ ଅନନ୍ତ । ।୧୦୫
ତୋତେ ନିରୋପି ଏ ଶରୀରେ । ଶରୀର-ଭ୍ରାନ୍ତି ଦୂର କରେ । ।୧୦୬
ନିକଟେ ସର୍ପ ଯା'ର ଥାଇ । ସେ କି ଆନକୁ ପାରେ ଚାହିଁ । ।୧୦୭
ସର୍ପର ପ୍ରାୟ ତୋ' ସ୍ୱରୂପେ । ଜ୍ଞାନୀଏ ଜାଗରିତ ଆପେ । ।୧୦୮
ତୋର ଦୟାରେ ତୋତେ ଜାଣି । ଭାବି ତରନ୍ତି ସାଧୁପ୍ରାଣୀ । ।୧୦୯
ତୋ' ଅନୁଗ୍ରହ ଯାରେ ନାହିଁ । ବ୍ରହ୍ମାଣ୍ତେŠ ଲୋଡ଼ିଲେ ନ ପାଇ । ।୧୧୦
କେତେ କହିବି ନାଥ ତୋତେ । ଏମନ୍ତ ଆଜ୍ଞା ହେଉ ମୋତେ । ।୧୧୧
ନାନା-ଯୋନିରେ ଜାତ କର । ତୋ'ର ସେବକ ମଧ୍ୟେ ବର । ।୧୧୨
ଅପ୍ରାଧ କ୍ଷମାକର ମୋତେ । ତୋ' ପାଦେ ସେବଇଁ ଯେମନ୍ତେ । ।୧୧୩
ଗୋପେ ଅଛନ୍ତି ଯେତେ ଜନ । କେ ତା'ଙ୍କ ପୁଣ୍ୟ କରୁ ଆନ । ।୧୧୪
ହୋଇଣ ବାଛୁରୀ-କୁମର । ସ୍ତନ୍ୟ ପିଇଲୁ ତାହାଙ୍କର । ।୧୧୫
ତୋ' ମନରଞ୍ଜନେ ଅନନ୍ତ । ଯଜ୍ଞେ ନୋହିଲେ ସମରଥ । ।୧୧୬
ନନ୍ଦ-ଯଶୋଦା ଗୋପୀ-ଗୋପ । ଅନେକ କରିଛନ୍ତି ତପ । ।୧୧୭
ତୁ ନାଥ ମିତ୍ର ତାହାଙ୍କର । ବ୍ରହ୍ମା-ଶଙ୍କରେ ଅଗୋଚର । ।୧୧୮
ତୋ'ପାଦ ପଦ୍ମରେ ଅମୃତ । ତେଣେ ଲୋଭିତ ଯା'ର ଚିତ୍ତ । ।୧୧୯
ମନ ଭ୍ରମରେ କରି ପାନ । ତେଜିବେ ତୋ' ମାୟା ଅଜ୍ଞାନ । ।୧୨୦
କୀଟପତଙ୍ଗ ରୂପ ହୋଇ । ଗୋକୁଳେ ପଡ଼ିଥିବି ମୁହିଁ । ।୧୨୧
ଗୋପଜନଙ୍କ ପାଦଧୂଳି । ଦେହରେ ହେଉଥିବି ବୋଳି । ।୧୨୨
ଦେବେ ନ ପାନ୍ତି ଯା'କୁ ଖୋଜି । ଗୋପୀଏ ମିତ୍ରପଣେ ଭଜି । ।୧୨୩
ପୂତନା କରି ଶତ୍ରୁପଣ । ତୋ'ଦେହେ ପଶି ହେଲା ଲୀନ । ।୧୨୪
ଏଣୁ ତୋ' ନାହିଁ ମିତ୍ର ଅରି । ଜଗୁ ଜୀବନ ନରହରି । ।୧୨୫
ତୋର ଚରଣେ ଗୋପୀନାଥ । ଶରଣ ନ ପଶେ ଯାବତ । ।୧୨୬
ତାବତ କାମ-କ୍ରୋଧ ବଳେ । ଡ଼କା କରନ୍ତି ଅବହେଳେ । ।୧୨୭
ଗୃହ ହୁଅଇ ବନ୍ଦିଘର । ମୋହ ଶାଙ୍କୁଳି ଏ ପୟର । ।୧୨୮
ଦାରା ତନୟ ମୋହେ ଜଡ଼ି । ଦୁଃଖ ସଂକଟେ ଥା'ନ୍ତି ପଡ଼ି । ।୧୨୯
ଶରଣ ଜନର ଆନନ୍ଦ । ବଢ଼ାଇବାକୁ ଆଦିକନ୍ଦ । ।୧୩୦
ଅରୂପ ହୋଇ ରୂପ ଧରୁ । ପୁତ୍ରାଦି ରୂପେ ଲୀଳା କରୁ । ।୧୩୧
ଯେ ବୋଲେ ତୋହର ମହିମା । ଜାଣଇ ବୋଲି ଗୁଣସୀମା । ।୧୩୨
ସେ ଜାଣୁ ମୁହିଁ ତ ବହୁତ । ବିଚାରି ନ ପାଇଲି ଅନ୍ତ । ।୧୩୩
ତୁ ଅନ୍ତର୍ଯ୍ୟାମୀ ଜଗନ୍ନାଥ । ତୋ'ର ଏ ଦେହ ଏଜଗତ । ।୧୩୪
ଅଧିକ କି କହିବି ଆଉ । କିସ କରିବି ଆଜ୍ଞା ହେଉ । ।୧୩୫
ତୁ ବୃଷ୍ଣିବଂଶ-ଦିନକର । ପାଷŠଣ୍ତ ଧର୍ମ-ତମ ହର । ।୧୩୬
ଭୂମି ଦେବତା ଗୋ-ବ୍ରାହ୍ମଣ । ସମୁଦ୍ରକୁ ଯେ ଚନ୍ଦ୍ର ସମ । ।୧୩୭
ଭାରା ନିବାରୁ ଦୁଷ୍ଟ ନାଶି । ନମୋ ନମସ୍ତେ ବ୍ରହ୍ମରାଶି । ।୧୩୮

ଶୁକ ଉବାଚ

ଶୁକ ବୋଲନ୍ତି ଶୁଣ ରାୟ । ବ୍ରହ୍ମା ଛାଡ଼ିଲା ମନୁ ଭୟ । ।୧୩୯
ପାଦେ ପଡ଼ିଲା ଶତେବାର । ବାହୁଡ଼ି ଗଲା ନିଜ ପୁର । ।୧୪୦
ବତ୍ସା ବାଳକ ଆଣିଦେଲା । ବିକଳେ କୃଷ୍ଣଙ୍କୁ ଚାହିଁଲା । ।୧୪୧
ବ୍ରହ୍ମାର ମୁଖକୁ ଅନାଇ । ବୋଲନ୍ତି ବ୍ରହ୍ମାଣ୍ତŠ ଗୋସାଇଁ । ।୧୪୨
ହସି ବୋଲନ୍ତି ଚକ୍ରଧର । ବିଧାତା ଯାଅ ନିଜପୁର । ।୧୪୩
ବ୍ରହ୍ମାଣ୍ତŠ ପାଳ ସୁଖେ ଯାଇ । ମୋହର ପାଦେ ଚିତ୍ତ ଦେଇ । ।୧୪୪
ଗୋବିନ୍ଦ ଆଜ୍ଞା ଘେନି ଶିରେ । ବ୍ରହ୍ମା ଚଳିଲେ ନିଜପୁରେ । ।୧୪୫
ମାୟା ମୋହିଲେ ଦେବରାୟେ । ଭୋଜନ କରୁଛନ୍ତି ପୋଏ । ।୧୪୬
କୃଷ୍ଣ ଆଣିଲେ ବତ୍ସା ଲୋଡ଼ି । ଅନ୍ନପୁଡ଼ାଏ କରେ ଧରି । ।୧୪୭
ଥୋକାଏ ତୁଣ୍ତେŠ ଅଛି ଭାତ । ପୋଏ ଦେଖିଲେ ଗୋପୀନାଥ । ।୧୪୮
କୃଷ୍ଣର ଅଙ୍ଗୁ ବହେ ଝାଳ । ଡ଼ାକନ୍ତି ଆସ ନନ୍ଦବାଳ । ।୧୪୯
ଏକଇ ଗ୍ରାସ ନାହୁଁ ଖାଇ । ଲୋଡ଼ି ଆଣିଲୁ ବ›ତ୍ସା ଯାଇ । ।୧୫୦
ଆସି ତୋହର ଠାବେ ବସ । ଶୁଣି ଗୋବିନ୍ଦ ହସ ହସ । ।୧୫୧
ଶୁଣ ରାଜନ ହରିରସ । ଯାହା କହିଲେ ବେଦବ୍ୟାସ । ।୧୫୨
ଗୋପାଳ କୁମର ବାଛୁରୀ । ଶରୀରୁ ଯାହା ଜାତ କରି । ।୧୫୩
ସର୍ବ ଶରୀରେ ସଂହରିଲେ । ସଙ୍ଗପୁଅଙ୍କୁ ଘେନି ତୁଲେ । ।୧୫୪
ଅନ୍ନ ଭୁଞ୍ଜନ୍ତି କୃଷ୍ଣ ବସି । ଗୋପାଳପୁଏ ପରଶଂସି । ।୧୫୫
ଭୋଜନ ସାରି ଜଳେ ଯାଇ । କର-ଚରଣ-ମୁଖ ଧୋଇ । ।୧୫୬
ବେଳ ହୋଇଲା ଅବସାନ । ଗୋପେ ଚଳିଲେ ଭଗବାନ । ।୧୫୭
ପଥେ ଅଘାର ଦେହ ଚାହିଁ । ବୋଲନ୍ତି ପ୍ରଭୁ ଭାବଗ୍ରାହୀ । ।୧୫୮
ନିତ୍ୟେ ଖେଳିବା ଏଥେ ପଶି । ଶୁଣି ଗୋପାଳପୋଏ ହସି । ।୧୫୯
ଗ୍ରାମ ନିକଟେ ପୋଏ ଯାଇ । ଅତି ସାନନ୍ଦେ ବେଣୁ ବାଇ । ।୧୬୦
ମୟୂର ପୁଚ୍ଛ ଗୁଞ୍ଜମାଳୀ । ଗୁଞ୍ଜରା ପାଟି ରଙ୍ଗ ଢାଳି । ।୧୬୧
ଗୋରଜ ଶୋହେ କୃଷ୍ଣ ଦେହେ । ବେଢ଼ି ନାଚନ୍ତି ଗୋପପୋଏ । ।୧୬୨
ଗୋପୀଙ୍କ ନୟନ ଆନନ୍ଦ । ହୃଦୟ ପୂ‰ର୍ଣ୍ଣିମାର ଚାନ୍ଦ । ।୧୬୩
ପୋଏ ମିଳିଲେ ଯେଝା ଘରେ । କହିଲେ ମାତାଙ୍କ ଛାମୁରେ । ।୧୬୪
ସର୍ପ ଆମ୍ଭଙ୍କୁ ଗିଳୁଥିଲା । ଆପଦୁଁ ଗୋବିନ୍ଦ ରଖିଲା । ।୧୬୫
ସର୍ପ ଯେ ପାଟି ଫାଡ଼ିଥିଲା । କୃଷ୍ଣ ତା' ତାଳୁ ବିଦାରିଲା । ।୧୬୬
ସେବାଟେ ହୋଇଲୁ ବାହାର । ପଛେ ଗୋ ଥିଲା ଦାମୋଦର । ।୧୬୭
ଶୁଣି ଚକିତ ଗୋପନାରୀ । ଭୟେ ବୋଲନ୍ତି ହରି ହରି । ।୧୬୮
ଶୁଣି ପରୀକ୍ଷ ନୃପବର । ଶୁକକୁ ବୋଲଇ ଉତ୍ତର । ।୧୬୯

ପରୀକ୍ଷିତ ଉବାଚ

ଭୋ ମୁନି ନିଜ ସୁତ ପାଇ । କେମନ୍ତ କଲେ ଗୋପଗୋଈ । ।୧୭୦
ମାୟା ବାଳକେ ସ୍ନେହ ଯେତେ । ନିଜ ବାଳକେ କଲେ କେତେ । ।୧୭୧
ଏଣେ ତ ମୋହର ସନ୍ଦେହ । ଭ୍ରାନ୍ତି ମୋ' ଯାଉ ମୁନି କହ । ।୧୭୨

ଶୁକ ଉବାଚ

ଶୁକ ବୋଲନ୍ତି ଶୁଣ ରାୟେ । ଜଗତ ଅଛି ମାୟାମୋହେ । ।୧୭୩
ଆତ୍ମାକୁ ନ କରନ୍ତି ଚିନ୍ତା । ବିଷୟ-ଜଡ଼େ ବଳବନ୍ତା । ।୧୭୪
ସୁତ କଳତ୍ର ଦେହ ବିତ୍ତ । ସ୍ନେହେ ଜଡ଼ିତ ଅବିରତ । ।୧୭୫
ତଥାପି ଜାଣ ରାଜା ତୁହି । ଆତ୍ମାହୁଁ ପ୍ରିୟ କେହି ନାହିଁ । ।୧୭୬
ସୁତ କଳତ୍ର ଦେହଭଙ୍ଗ । ଜରାବ୍ୟାଧିରେ କ୍ଷୀଣ ଅଙ୍ଗ । ।୧୭୭
ହେଲେ ହେଁ ପୁଣି ପ୍ରାଣୀ କେହି । ଜୀବନ ଆଶା କି ଛାଡ଼ଇ । ।୧୭୮
କୃଷ୍ଣ ତୋ' ଜୀବର ଜୀବନ । କିମ୍ବା ନୋହିବେ ପ୍ରିୟତମ । ।୧୭୯
ଏଣେ ପୁତ୍ରଙ୍କୁ କଲେ ଦୟା । ବିଶେଷେ ଗୋବିନ୍ଦର ମାୟା । ।୧୮୦
ପୂର୍ବହୁଁ ଅତି ସ୍ନେହଭରେ । କୃଷ୍ଣେ ପାଳିଲେ ଗୋପପୁରେ । ।୧୮୧
ସେ ହରିପାଦେ ଦେଇ ମନ । ନିରତେ କରଇ ଯେ ଧ୍ୟାନ । ।୧୮୨
ବିପଦେ ତା'ର ନାହିଁ ଭ୍ରାନ୍ତି । ଭବସାଗରୁ ତରି ଯା'ନ୍ତି । ।୧୮୩
କୁମାର କାଳେ ବନମାଳୀ । ଯେମନ୍ତ କଲେ ବାଳକେଳି । ।୧୮୪
ଷଡ଼ବରଷ ହୋଏ ଏବେ । ଯେତେକ କଲେ ବାଳଭାବେ । ।୧୮୫
ଏଣେ ତୁ ହୁଅ ସାବଧାନ । ଖଣ୍ତିବୁ ମୋହ ଜଡ଼ ଭ୍ରମ । ।୧୮୬
ଦାସର ଦାସ ଜଗନ୍ନାଥ । ଗୀତେ ଗାଇଲା ଭାଗବତ । ।୧୮୭
ପଣ୍ତିତେ ନ ଘେନିବ ଦୋଷ । ହରିଚରିତ ସୁଧାରସ । । ।୧୮୮
କୃଷ୍ଣ ସବୁରି ଦେହେ ଥାଇ । ଯାହାକୁ ଯେମନ୍ତ ବୁଝାଇ । ।୧୮୯
କେ କରି ପାରିବ ତା' ଆନ । ଚିତ୍ତକୁ ସାକ୍ଷୀ ଭଗବାନ । ।୧୯୦
ମୋ' ମନ ମୋହିଲେ ମୁରାରି । ପୁରାଣ ଗୀତ ଅର୍ଥ କରି । ।୧୯୧
ଏଣୁ ମୋହର ଜ୍ଞାନ ନାହିଁ । ବାଳୁତଜନ ପ୍ରାୟ ହୋଇ । ।୧୯୨
ସୁଜନେ ଏଣେ ମନ ଦେଲେ । କୃଷ୍ଣ ଭେଟିବ ତୁମ୍ଭେ ଭଲେ । ।୧୯୩
ସେ ଦୟାନିଧି ହେଲେ ଭେଟ । ନ ଥିବ ଏ ସଂସାର କଷ୍ଟ । ।୧୯୪
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ବ୍ରହ୍ମସ୍ତୁତିର୍ନାମ ପଞ୍ଚଦଶୋଽଧ୍ୟାୟଃ । ।

ଷୋଡ଼ଶ ଅଧ୍ୟାୟସମ୍ପାଦନ କରନ୍ତୁ

ଶୁକ ଉବାଚ

ଏବେ ହୋ ଶୁଣ ପରୀକ୍ଷିତ । ଶ୍ରୀକୃଷ୍ଣ ବାଳକ ଚରିତ । ।୧
ଷଡ଼ବରଷେ ନରହରି । କାନନେ ଚରାନ୍ତି ବାଛୁରୀ । ।୨
ଦିନକୁ ଦିନ ବଳୀୟାର । ଗାଈ ଜଗିଲେ ଦାମୋଦର । ।୩
ରୋହିଣୀସୁତ ଘେନି ସଙ୍ଗେ । ବନେ ଖେଳନ୍ତି ନାନା ରଙ୍ଗେ । ।୪
ଦିନେକ କୃଷ୍ଣ ବେଣୁନାଦେ । ବାଳକେ ମିଳିଲେ ଆନନ୍ଦେ । ।୫
କୃଷ୍ଣଙ୍କୁ ବେଢ଼ି ଗୋପବାଳେ । ବେଣୁ ବଜାନ୍ତି କୁତୂହଳେ । ।୬
ଆଗେ ଅଡ଼ାଇ ବତ୍ସା ଗାଈ । ମିଳିଲେ କୃଷ୍ଣ ବନେ ଯାଇ । ।୭
କୋମଳ ଘାସ ନାନା ଫୁଲ । କୋକିଳ ଶବଦେ ଚହଳ । ।୮
ମୟୁରନାଦ ଭୃଙ୍ଗ ମେଳେ । ଗନ୍ଧକୁସୁମ ଜଳସ୍ଥଳେ । ।୯
ନବପଲ୍ଲବ ତରୁସ୍ଥିତ । କୋମଳ ବହଇ ମରୁତ । ।୧୦
ପଦ୍ମ କୁମୁଦ ଗନ୍ଧ ଘେନି । ଆନନ୍ଦେ ବିରାଜେ ଅବନୀ । ।୧୧
ଦେଖିଣ ଆନନ୍ଦ ଶ୍ରୀରଙ୍ଗ । ବାଳକମେଳେ ରାମ ସଙ୍ଗ । ।୧୨
ଫଳ କୁସୁମ ତରୁଗଣେ । ଲାଗନ୍ତି ରାମର ଚରଣେ । ।୧୩
ଦେଖି ହସିଲେ ଦାମୋଦର । ରାମଙ୍କୁ ବୋଲନ୍ତି ମଧୁର । ।୧୪

ଶ୍ରୀକୃଷ୍ଣ ଉବାଚ

ଭୋ ଦେବ ଦେଖ ତରୁଗଣେ । ଲୋଟନ୍ତି ତୁମ୍ଭର ଚରଣେ । ।୧୫
ଦେବେ ନ ପାନ୍ତି ଯାହା ଖୋଜି । ତାହାଙ୍କୁ ତରୁଗଣେ ଭଜି । ।୧୬
ତରିବେ ଭବବନ୍ଧ ତାପୁଁ । ବୃକ୍ଷ ହୋଇଲେ କେଉଁ ପାପୁ । ।୧୭
ଏ ଯେ ଭ୍ରମର-ପକ୍ଷୀଗଣେ । ନାଦେ ଭଜନ୍ତି ତୋ' ଚରଣେ । ।୧୮
ଦେବେ ଗୁପତେ ବନଚାରୀ । ତୋତେ ପୂଜନ୍ତି ଧ୍ୟାନକରି । ।୧୯
ପକ୍ଷୀ ସ୍ୱରୂପେ ମୁନିଗଣେ । ମନ ନିରୋପି ତୋ' ଚରଣେ । ।୨୦
ଦେଖ ଏ ମୟୂରଙ୍କ ନୃତ୍ୟ । ମୃଗଯୁବତୀ ଯୂଥ ଯୂଥ । ।୨୧
ଗୋପୀଙ୍କ ପ୍ରାୟେ ଛନ୍ତି ରହି । ଦେଖନ୍ତି ନୟନ ପୁରୋଇ । ।୨୨
ଦେଖ ଗଭୀର ପିକନାଦ । ଶୁଣନ୍ତେ ଖଣ୍ତେ ମନଖେଦ । ।୨୩
ସାଧୁଜନଙ୍କ ପ୍ରାୟେ ହୋଇ । ଭାବନ୍ତି ତୋ' ମୁଖ ଅନାଇଁ । ।୨୪
ଏ ପୁଣ୍ୟବନ୍ତ ମହୀଧର । ଲାଗୁଛି ତୋହର ପୟର । ।୨୫
ତୋ'ପାଦ ଲାଗି ବୃକ୍ଷଲତା । ପୁଣ୍ୟେ ହୋଇଲେ ବଳବନ୍ତା । ।୨୬
ନଦୀ ପର୍ବତ ଖଗ ମୃଗ । ନିଶ୍ଚେ ଲଭିବେ ମୋକ୍ଷଯୋଗ । ।୨୭

ଶୁକ ଉବାଚ

ଏମନ୍ତେ ରାମକୁ ଦେଖାଇ । ମିଳିଲେ ନଦୀକୂଳେ ଯାଇ । ।୨୮
ଗାଈ ଚରାନ୍ତି ବେଣୁ ବାଇ । ଆନନ୍ଦ କେ ପାରିବ କହି । ।୨୯
ଗୋପାଳପୋଏ ଗୀତନାଦେ । ଶ୍ରୀକୃଷ୍ଣ ନାଚନ୍ତି ଆନନ୍ଦେ । ।୩୦
ଗୋପ କୁମରେ ପରଶଂସି । ମୁରଲୀନାଦେ ବ୍ରହ୍ମରାଶି । ।୩୧
ହଂସର ରାବ ଶୁଣି ଡ଼ାକି । ନାଚନ୍ତି ମୟୂରଙ୍କୁ ଦେଖି । ।୩୨
ଶୁକ କୋକିଳ ନାଦ ଶୁଣି । ମୁରଲୀ ନାଦେ ତାହା ଭଣି । ।୩୩
ଗୋରୁଙ୍କୁ ଡ଼ାକନ୍ତି ସୁସ୍ୱରେ । ଗମ୍ଭୀରେ ନାମ ଧରି ଧୀରେ । ।୩୪
ପକ୍ଷୀଙ୍କ ନାଦ ଶୁଣି ଡ଼ାକି । ପଶୁଙ୍କୁ ଚାହାଁନ୍ତି ନିରେଖି । ।୩୫
ବେଳ ହୋଇଲା ଅବସାନ । ଫୁଟିଲେ ରୋହିଣୀନନ୍ଦନ । ।୩୬
ରାମର ଶ୍ରମ ଅନୁସରି । ବୃକ୍ଷରେ ଉଠିଲେ ମୁରାରି । ।୩୭
କୋମଳ ପତ୍ର ବୃକ୍ଷୁ ଆଣି । ଶଯ୍ୟା ପାରିଲେ ଚକ୍ରପାଣି । ।୩୮
ତହିଁ ଶୁଆଇ ହଳଧରେ । ପାଦ ଚାପନ୍ତି ଧୀରେ ଧୀରେ । ।୩୯
ଗୋପାଳପୋଏ ନୃତ୍ୟ କରି । ମନ ତୋଷିଲେ ହଳଧାରୀ । ।୪୦
କେଳି କରନ୍ତି ନାନାରଙ୍ଗେ । ବେଣୁ ବଜାନ୍ତି କୃଷ୍ଣ ସଙ୍ଗେ । ।୪୧
ଉଠିଣ ରାମ ପରଶଂସି । ହସ୍ତ ଧଇଲେ ବ୍ରହ୍ମରାଶି । ।୪୨
କୃଷ୍ଣ କରନ୍ତି ରଙ୍ଗେ ନୃତ୍ୟ । ଗୋପାଳେ ବେଣୁନାଦେ ଗୀତ । ।୪୩
କୃଷ୍ଣର ଶ୍ରମ ଦେଖି ପୋଏ । ପଲ୍ଲବ ଆଣିଲେ ଥୋକାଏ । ।୪୪
ବୃକ୍ଷର ମୂଳେ ଶଯ୍ୟା କରି । ତହିଁ ଶୁଆଇଲେ ମୁରାରି । ।୪୫
ଜାନୁରେ ରଖି ସୀମସ୍ଥାନ । କେ ବସି ଚାପନ୍ତି ଚରଣ । ।୪୬
ପତ୍ର-ବିଞ୍ଚଣା କରି ବିଞ୍ଚି । କେ ପାଣି କୃଷ୍ଣଦେହେ ସିଞ୍ଚି । ।୪୭
ସୁସ୍ୱରେ କଲେ ଗୀତରସ । ଯେଣେ ହୋଇବ ମନତୋଷ । ।୪୮
ଏମନ୍ତେ ଗୋପବାଳ ସଙ୍ଗେ । କୃଷ୍ଣ ଖେଳନ୍ତି ନାନାରଙ୍ଗେ । ।୪୯
ସୁଦାମା ନାମେ ଗୋପସୁତ । କୃଷ୍ଣର ମିତ୍ର ସେ ଯୁକତ । ।୫୦
ସୁବଳ ସ୍ତୋକକୃଷ୍ଣ ଆଦି । ଏମନ୍ତ ନାମ ପରସିଦ୍ଧି । ।୫୧
ରାମ ଗୋବିନ୍ଦ ମୁଖ ଚାହିଁ । ବୋଲନ୍ତି ଶିରେ କର ଦେଇ । ।୫୨
ଭୋ ରାମ ଶୁଣ ସାବଧାନ । ଆଗେ ଯେ ଦିଶେ ତାଳବନ । ।୫୩
ସୁପକ୍ୱଫଳ ରସମୟେ । ଦେଖ ଲୋଭିତ ଦେବତାଏ । ।୫୪
ପାଚିଣ ପଡ଼ୁଅଛି ତଳେ । ପୁରୁଷେ ପ୍ରମାଣ ବହଳେ । ।୫୫
ବୃକ୍ଷେ ଅଛଇ ଅପ୍ରମିତ । ଗନ୍ଧେ ଲୋଭିତ ଆମ୍ଭ ଚିତ୍ତ । ।୫୬
ପୂର୍ବେ ଏ ଫଳ ଲୋକେ ଖା'ନ୍ତି । ଏବେ ତ ଯାଇ ନପାରନ୍ତି । ।୫୭
ଧେନୁକ ନାମେ ମହାସୁର । ସେ ତାଳବନେ ତା'ର ଘର । ।୫୮
ବନ୍ଧୁବାନ୍ଧବ ଅପ୍ରମିତେ । ସେ ବନେ ଅଛନ୍ତି ନିଶ୍ଚିନ୍ତେ । ।୫୯
ତାହାର ଭୟେ ଲୋକେ ଡ଼ରି । ତିନି ଭୁବନେପଡ଼େ ହୁରି । ।୬୦
ଦେବେ ଡ଼ରନ୍ତି ତାର ନାଏଁ । ପ୍ରଚଣ୍ତେ ପବନ ନ ବହେ । ।୬୧
ଡ଼ରାଏ ଭୂତରୂପ ହୋଇ । ଲୋକେ ନ ଯା'ନ୍ତି ତାଳ ଖାଇ । ।୬୨
ସୀମା ଆବୋରି ପୁର କରି । ସେ ପୁରେ ପଶି ତ ନ ପାରି । ।୬୩
ଅପାରଦିନୁ ସେହୁ ବାଟ । ପଡ଼ି ଅଛଇ ନନ୍ଦଚାଟ । ।୬୪
ବୃଦ୍ଧେ କହନ୍ତି ପୂର୍ବବାଣୀ । ସେ ବନେ ଭୂତ ଥାଇ ପୁଣି । ।୬୫
ଡ଼ରି ନ'ଯାନ୍ତି ତହିଁ ଲୋକେ । ସେ ବନେ ନ ଆସନ୍ତି ଥୋକେ । ।୬୬
ତୁ ନାଥ ହୋଇଲେ ସଦୟେ । ସେ ଫଳ ଭୁଞ୍ଜିବୁ ଥୋକାଏ । ।୬୭
ଗୋପପୁରକୁ ନେବୁ ବହି । ଶୁଣି ହସନ୍ତି ବେନିଭାଇ । ।୬୮
ବୋଲନ୍ତି କଢ଼ାଅ ସେ ପଥ । ଆଗ ହୋଇଲେ ଗୋପୀନାଥ । ।୬୯
ତା' ଦେଖି ରୋହିଣୀକୁମର । ଧାଇଁଲେ ପବନହୁଁ ଖର । ।୭୦
ବେଗେ ପଶିଲେ ତାଳବନେ । ଗୋପାଳେ ମିଳିଲେ ବହନେ । ।୭୧
ରୋହିଣୀସୁତ ଆଗ ହୋଇ । ବୃକ୍ଷକୁ ଦେଲେ ଦୋହଲାଇ । ।୭୨
ଫଳ ଝାଡ଼ିଲେ ବୃକ୍ଷ ଚାଳି । ଘୋରଶବଦେ ମହାବଳୀ । ।୭୩
ବୃକ୍ଷକୁ ବୃକ୍ଷ ଦେହ ଲାଗି । ସକଳେ ପଡୁଛନ୍ତି ଭାଙ୍ଗି । ।୭୪
ଫଳ ପଡ଼ିଲା ସବୁ ଝଡ଼ି । ଶବଦ ମେଘ ଘଡ଼ଘଡ଼ି । ।୭୫
ବନରେ ଚହଳ ପଡ଼ିଲା । ତାଳ ବିପିନ ଭାଜିଗଲା । ।୭୬
ଧେନୁକାସୁର ବୀରମଣି । ଲୋକମୁଖରୁ ତାହା ଶୁଣି । ।୭୭
ପ୍ରତିଜ୍ଞା କରି ମହାବଳୀ । ବେଗେ ଧାଇଁଲା ପରଜ୍ୱଳି । ।୭୮
ଭାଜିବା ଦେଖି ତାଳବନ । ଅସୁର କଲା ଘୋର ସ୍ୱନ । ।୭୯
ଶବଦେ ଅବନୀ କମ୍ପିଲା । ରାମର ନିକଟେ ମିଳିଲା । ।୮୦
ବେନିଚରଣ ତୋଳି ବେଗେ । ମାଇଲା ହଳଧର ଅଙ୍ଗେ । ।୮୧
କ୍ଷଣକେ ପଛଘୁଞ୍ଚା ଦେଇ । ପୁଣି ମାଇଲା ପାଦ ନେଇ । ।୮୨
ଗŸର୍ଦ୍ଦ‌ଭ ସ୍ୱଭାବେ ଶବଦ । କରି ମାଇଲା ବେନିପାଦ । ।୮୩
ଅନନ୍ତ କୋପେ ଗୁରୁତର । ଆକର୍ଷି ଧଇଲେ ପୟର । ।୮୪
ବେନି ଚରଣ ଧରି କରେ । ବୁଲାଇ ପିଟିଲେ ବୃକ୍ଷରେ । ।୮୫
କରେ ଘୂରାନ୍ତେ ହଳଧର । ଜୀବନ ଛାଡ଼ିଲା ଅସୁର । ।୮୬
ତାଳ ସଙ୍ଗତେ ମୃତପିŠଣ୍ତ । ମାଡ଼ି ପଡ଼ିଲା ଭୂମିଖଣ୍ତŠ । ।୮୭
ବନ୍ଧୁ କୁଟୁମ୍ବ ତା'ର ଯେତେ । ରାକ୍ଷସ ବଳ ଅପ୍ରମିତେ । ।୮୮
ଧାଇଁଲେ ଅତି ଖରତରେ । ମିଳିଲେ ରାମର ଛାମୁରେ । ।୮୯
ମାରନ୍ତି ପାଦଘାତ କରି । ଦେଖି ଧାଇଁଲେ ହଳଧାରୀ । ।୯୦
ପଛ-ଚରଣ କରେ ଧରି । ବୁଲାଇ ଅନ୍ତରାଳ କରି । ।୯୧
ଏକ ଆରକେ ପ୍ରହାରିଲେ । ନିମିଷ ମାତ୍ରେ ସଂହାରିଲେ । ।୯୨
ଅସୁରଙ୍କର ଦେହ ସଙ୍ଗେ । ତାଳ ପଡ଼ିଲା ଭୂମିଭାଗେ । ।୯୩
ମେଘ ଯେସନେ ଢ଼ାଙ୍କେ ଶୂନ୍ୟ । ଅସୁର ଦେହେ ବ୍ୟାପେ ବନ । ।୯୪
ଦେଖି ସାନନ୍ଦ ଦେବତାଏ । ଆକାଶେ କଲେ ଜୟେ ଜୟେ । ।୯୫
ପୁଷ୍ପ ବରଷି ଦେବତାଏ । ନିର୍ଭୟ ହୋଇଲେ ଥୋକାଏ । ।୯୬
ତାଳ ଭୁଞ୍ଜିଲେ ଗୋପପୋଏ । ଘରକୁ ଆଣିଲେ ଥୋକାଏ । ।୯୭
ସେଦିନୁ ଗୋପ ନରନାରୀ । ନିର୍ଭୟେ ତାଳ ଭୋଗ କରି । ।୯୮
ସେ ବନେ ଚରାଇଲେ ଗାଈ । ନିଶ୍ଚିନ୍ତେ ଶିଙ୍ଗା ବେଣୁ ବାଇ । ।୯୯
ଦିନ ଅନ୍ତରେ ଗୋପେ ପଶି । ପଥେ ମୁରଲୀ ନାଦ ଘୋଷି । ।୧୦୦
ଗୋପବାଳକ ମଧ୍ୟେ ଥାଇ । ରଙ୍ଗେ ନାଚନ୍ତି ବେନିଭାଇ । ।୧୦୧
ଗୋରଜ ଭୂଷଣ ଶରୀରେ । ଗୁଞ୍ଜ ମୟୂରପୁଚ୍ଛ ଶିରେ । ।୧୦୨
ହୃଦେ ଲମ୍ବଇ ବନମାଳ । କରେ ସୁରଙ୍ଗ ତାଳଫଳ । ।୧୦୩
ଗୋପୀଏ ରାମକୃଷ୍ଣ ଦେଖି । ନିର୍ମଳ କଲେ ଚର୍ମଆଖି । ।୧୦୪
ଶ୍ରୀକୃଷ୍ଣ ଚାହିଁ ରସଭରେ । ମିଳିଲେ ନନ୍ଦର ମନ୍ଦିରେ । ।୧୦୫
ଆନନ୍ଦେ ଯଶୋଦା ରୋହିଣୀ । କୋଳେ ବସାନ୍ତି ପୁତ୍ରେ ଆଣି । ।୧୦୬
ପୁତ୍ରଙ୍କୁ ମାଜଣା କରାଇ । ସର ଲବଣି ଅନ୍ନ ଦେଇ । ।୧୦୭
ଶେଯେ ଶୁଆଇ ପୁତ୍ରବେନି । ସୁସ୍ୱରେ କଳେ ଗୀତଧ୍ୱନି । ।୧୦୮
ଏମନ୍ତେ ବଞ୍ଚିଲେ ରଜନୀ । ପରୀକ୍ଷେ କହେ ଶୁକମୁନି । ।୧୦୯
ପ୍ରଭାତେ ଉଠି ଦାମୋଦର । ବନେ ଚଳିଲେ ଧାତିକାର । ।୧୧୦
ଗୋପ କୁମରେ ଗାଈ ଘେନି । ଆନନ୍ଦେ କଲେ ବେଣୁଧ୍ୱନି । ।୧୧୧
ଘରେ ରହିଲେ ହଳଧର । କୃଷ୍ଣ ବିଜୟେ ନଦୀତୀର । ।୧୧୨
ଗୋରୁ ଚରାନ୍ତି ବନେପଶି । ରବି କିରଣ ପରକାଶି । ।୧୧୩
ତୃଷ୍ଣାରେ ନ ପାରନ୍ତି ଚଳି । କାଳିନ୍ଦୀ ହ୍ରଦେ ଯାଇ ମିଳି । ।୧୧୪
ସକଳେ କଲେ ଜଳପାନ । ତକ୍ଷଣେ ଛାଡ଼ିଲେ ଜୀବନ । ।୧୧୫
ଗୋରୁ ଗୋପାଳପୋଏ ମରି । ଦେଖି ଚକିତ ନରହରି । ।୧୧୬
ହ୍ରଦକୁ ଗୋବିନ୍ଦ ଅନାଇ । ବିଚାର କଲେ ଭାବଗ୍ରାହୀ । ।୧୧୭
ଗରୁଡ଼ ପକ୍ଷୀରାଜ ଡରେ । କାଳୀୟ ଅଛି କାଳିନ୍ଦୀରେ । ।୧୧୮
ତାହାର ବିଷେ ଜଳ ନାଶ । ଜନ୍ତୁଏ ନ କରନ୍ତି ଗ୍ରାସ । ।୧୧୯
ଏ ଜଳ ବୃନ୍ଦାବନେ ଥିଲେ । ପ୍ରାଣ ପାଇବ କେହୁ ଭଲେ । ।୧୨୦
ଭାରା ନିବାରେ ମୁହିଁ ଜାତ । ପୋଏ ହୋଇଲେ ପ୍ରାଣେ ହତ । ।୧୨୧
ନିର୍ବିଷ କରିବଇଁ ଆଜ । ଏଣେ ମୋହର ବଡ଼ କାର୍ଯ୍ୟ । ।୧୨୨
ଏତେ ବିଚାରି ଭାବଗ୍ରାହୀ । ଅମୃତ ନୟନେ ଅନାଇଁ । ।୧୨୩
ଗୋପବାଳକ ଗୋରୁ ସଙ୍ଗେ । ଜୀବନ ଦେଲେ ଶିରୀରଙ୍ଗେ । ।୧୨୪
ଗୋରୁ ବାଳକ ସଙ୍ଗ କରି । ଗୋପେ ମିଳିଲେ ନରହରି । ।୧୨୫
ସେ ହରିଚରଣ କମଳେ । ଚିତ୍ତ ମୋ ରହୁ ଭୃଙ୍ଗମେଳେ । ।୧୨୬
ହେ ଦୟାନିଧି ଦୟାକରି । ଏ ଦୀନ ଜନେ କର ପାରି । ।୧୨୭
କୃଷ୍ଣ ଚରିତ ଭାଗବତ । କହଇ ଦାସ ଜଗନ୍ନାଥ । ।୧୨୮
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ଧେନୁକବଧୋ ନାମ ଷୋଡ଼ଶୋଽଧ୍ୟାୟଃ । ।

ସପ୍ତଦଶ ଅଧ୍ୟାୟସମ୍ପାଦନ କରନ୍ତୁ

ଶୁକ ଉବାଚ

ଶୁଣ ରାଜନ କୃଷ୍ଣ କଥା । ଯେଣେ ଖŠଣ୍ତିବ ଭବବ୍ୟଥା । ।୧
ରଜନୀ ହୋଇଲା ପ୍ରଭାତ । ବନେ ଚଳିଲେ ଗୋପୀନାଥ । ।୨
ଗୋପ-ଗୋବ›ତ୍ସା ସଙ୍ଗେ ଘେନି । ସୁସ୍ୱରେ କଲେ ବେଣୁ ଧ୍ୱନି । ।୩
ଗୋପାଳେ ବନୁ ପୁଷ୍ପ ତୋଳି । କାଳିନ୍ଦୀ ହ୍ରଦ ତଟେ ମିଳି । ।୪
ତୀରେ କଦମ୍ବ ତରୁ ବନ । ଦେଖି ବାଳକେ ତୋଷମନ । ।୫
ବୃକ୍ଷେ ଉଠିଲେ ଧାତିକାରେ । ଗାଈ ଚରାନ୍ତି ନଦୀତୀରେ । ।୬
ଗୋବିନ୍ଦ ବୃକ୍ଷତଳେ ରହି । ବିଚାର କଲେ ଭାବଗ୍ରାହୀ । ।୭
ଗଭୀର ନିର୍ମଳ ଶୀତଳ । ବିଷେ ଦୂଷିତ ପୁଣ୍ୟଜଳ । ।୮
ଏ ଜଳେ କାଳୀୟ ନ ଥିବ । ଜଳ ପିଇବେ ସର୍ବଜୀବ । ।୯
ଏମନ୍ତ ମନେ ବିଚାରିଲେ । କଦମ୍ବ ବୃକ୍ଷରେ ଉଠିଲେ । ।୧୦
ଉଚ୍ଚ ଶିଖର ଡାଳେ ରହି । ହଲାନ୍ତି ଜଳକୁ ଅନାଇଁ । ।୧୧
ଶୁଣି ପରୀକ୍ଷ ମନତୋଷେ । ମୁନିଙ୍କି ବୋଲନ୍ତି ହରଷେ । ।୧୨

ପରୀକ୍ଷିତ ଉବାଚ

ଭୋ ମୁନି କାଳିନ୍ଦୀ ହ୍ରଦର । କାଳୀୟ କରିଥିଲା ଘର । ।୧୩
ଗୋବିନ୍ଦେ କି କଲାକ ଦୋଷ । କିମ୍ପା ତା' ଗର୍ବ କଲେ ନାଶ । ।୧୪
ଅଗାଧ ଜଳୁଁ ହୃଷୀକେଶ । ସର୍ପକୁ ଦେଲେ ପରବାସ । ।୧୫
ଅନେକ ଦିନୁଁ ଥିଲା ଜଳେ । କି ଦୋଷ କଲା ପାଦତଳେ । ।୧୬
କିମ୍ପା ନିର୍ବାସିଲେ ମୁରାରି । କହିବା ଶୁକ ବ୍ରହ୍ମଚାରୀ । ।୧୭
ହରିର ମହିମା ଅଶେଷ । ସଂସାର ହିତେ ପରକାଶ । ।୧୮
ମାୟା ମନୁଷ୍ୟ ଅବତାର । ଗୁପତେ ଛନ୍ତି ନନ୍ଦଘର । ।୧୯
ତା'ର ଚରିତ ଯେବା ଶୁଣି । ଅମୃତ ରସମୟ ବାଣୀ । ।୨୦
ସାଧବଜନଙ୍କର ମତେ । କେ ଛାଡ଼ି ପାରିବ ତା' ଚିତ୍ତେ । ।୨୧
କହ ତାହାଙ୍କ ବାଳକେଳି । ବୋଲେ ପରୀକ୍ଷ ଦଣ୍ତŠଧାରୀ । ।୨୨
କାଳୀୟ ଦର୍ପ ଚୂରି କେହ୍ନେ । ଏ କଥା ଶୁଣିବି ମୁଁ କ‰ର୍ଣ୍ଣେ । ।୨୩

ଶୁକ ଉବାଚ

ବୋଲନ୍ତି ବ୍ୟାସଙ୍କ କୁମର । ଶୁଣ ପରୀକ୍ଷ ନୃପବର । ।୨୪
ଭାରା ନିବାରେ ନରହରି । ମନୁଷ୍ୟ ଦେହେ ଅବତରି । ।୨୫
ଦୁଷ୍ଟ ନିବାରି ସନ୍ଥ ପାଳି । ଦୟା ସାଗର ବନମାଳୀ । ।୨୬
କାଳୀୟ ବିଷେ ଜଳ ନାଶ । ଜନ୍ତୁଏ ନ କରନ୍ତି ଗ୍ରାସ । ।୨୭
ଗରଳ ଯୋଗେ ଜଳବାୟେ । ପକ୍ଷୀଏ ନ ଉଡ଼ନ୍ତି ଭୟେ । ।୨୮
ବିଶେଷେ ଗରଳ ଲହରୀ । ଜଳ ପିଅନ୍ତେ ଜନ୍ତୁ ମରି । ।୨୯
ଏମନ୍ତ ଦେଖି ବନମାଳୀ । ବିଚାର କଲେ ମନେ ଭାଳି । ।୩୦
ମୋହର ନୋହଇ ସହିଲା । କାଳୀ ଅନୀତି ଆଚରିଲା । ।୩୧
ଭାରା ନିବାରେ ମୋର ଜନ୍ମ । ଏମନ୍ତେ ବିଚାରିଣ ମନ । ।୩୨
ଦାସବତ୍ସ›ଳ ହୃଷୀକେଶ । ଗାଢ଼େ ପିନ୍ଧିଲେ ପୀତବାସ । ।୩
ଆନନ୍ଦେ ବାହାସ୍ପୋଟ ମାରି । କଦମ୍ବ ଡାଳେ କରେ ଧରି । ।୩୪
ଜଳେ ପଡ଼ିଲେ କୃଷ୍ଣ ଡ଼େଇଁ । ଦେବେ ଦେଖନ୍ତି ସ୍ୱର୍ଗେ ରହି । ।୩୫
ଜଳ ଯେ ଉଛୁଳିଲା ବେଗେ । ଶତେକ ଧନୁ ଚାରିଦିଗେ । ।୩୬
କୃଷ୍ଣର ବଳ ଅପ୍ରମିତ । ସ୍ୱଭାବେ ମହିମା ଅନନ୍ତ । ।୩୭
ଖେଳନ୍ତି ବେନିଭୁଜ ତାଡ଼ି । ଶବଦ ମେଘ ଘଡ଼ଘଡ଼ି । ।୩୮
କାଳୀୟ ଶୁଣିଲା ପାତାଳେ । କିସ ଶବଦ ମୋର ଜଳେ । ।୩୯
ଦେଖିବ ବୋଲି ବିଜେକଲା । ସହସ୍ରଫଣା ଉଭାରିଲା । ।୪୦
ନୟନେ ଦେଖିଲା ମାଧବ । କୋପେ କମ୍ପଇ ଚକ୍ଷୁଶ୍ରବ । ।୪୧
ନୀଳଜୀମୂତ ଦେହକାନ୍ତି । ମଣିକଙ୍କଣ ଝଟକନ୍ତି । ।୪୨
ଶ୍ରୀବତ୍ସ› ଚିହ୍ନ ପୀତବାସ । ରଙ୍ଗଅଧରେ ମନ୍ଦହାସ । ।୪୩
ନିଶ୍ଚିନ୍ତେ ଖେଳନ୍ତି ମୁରାରି । ସର୍ପ ଧାଇଁଲା କୋପ କରି । ।୪୪
କୋମଳ-ଚରଣେ ଦଂଶିଲା । ଦେହ ନିବିଡ଼େ ବନ୍ଦୀ କଲା । ।୪୫
ଗୋପାଳେ ବୃକ୍ଷଡ଼ାଳେ ଥିଲେ । ଜଳେ କୃଷ୍ଣଙ୍କୁ ଅନାଇଲେ । ।୪୬
କାଳୀୟ କରିଛି ବନ୍ଧନ । ୠରଳ ବହଇ ବଦନ । ।୪୭
ନାଗରେ ବନ୍ଧନ ଶରୀର । ଦେଖି ବାଳକେ ଥରହର । ।୪୮
ମନନୟନ କୃଷ୍ଣ ଦେହେ । ଢ଼ଳି ପଡ଼ିଲେ ଶୋକମୋହେ । ।୪୯
କାନ୍ଦନ୍ତି କୃଷ୍ଣଙ୍କୁ ଅନାଇଁ । ବିକଳ କେ ପାରିବ କହି । ।୫୦
ହୃଦେ ତାଡ଼ନ୍ତି ବେନି ପାଣି । ମୂର୍ଚ୍ଛିତେ ପଡ଼ିଲେ ଧରଣୀ । ।୫୧
ଗୋରୁଏ କୃଷ୍ଣଙ୍କୁ ଅନାଇଁ । କାନ୍ଦନ୍ତି ଚଉଦିଗ ଚାହିଁ । ।୫୨
କୃଷ୍ଣର ଦେହେ ଚକ୍ଷୁ ଦେଇ । ଚିତ୍ର-ପ୍ରତିମା ପ୍ରାୟ ରହି । ।୫୩
ବତ୍ସାଏ କାନ୍ଦିଣ ବିକଳ । ଆବୋରି କଦମ୍ବର ତଳ । ।୫୪
ଗୋକୁଳେ ପଡ଼ିଲା ଅରିଷ୍ଟି । ରୁଧିର ସଙ୍ଗେ ଜଳ ବୃଷ୍ଟି । ।୫୫
ଭୂମି କମ୍ପଇ ଥରହର । ଦିବସେ ଘୋର ଅନ୍ଧକାର । ।୫୬
ଗଗନେ ଶୁଭେ ଘୋରନାଦ । ତ୍ରିବିଧ ରିଷ୍ଟ ପରମାଦ । ।୫୭
ଦେଖି ଗୋପାଳେ ଖରତରେ । ମିଳିଲେ ନନ୍ଦର ମନ୍ଦିରେ । ।୫୮
ବୋଲନ୍ତି କାହିଁ ତୋ କୁମର । ରିଷ୍ଟ ପଡ଼ିଲା ଗୋପପୁର । ।୫୯
ଶୁଣି ଯଶୋଦା ଥରହର । ରାମର କରେ ଦେଇ କର । ।୬୦
ନନ୍ଦ ବୋଇଲା କୃଷ୍ଣ ନାହିଁ । ବନେ ଯେ ଘେନିଗଲା ଗାଈ । ।୬୧
ଅନନ୍ତ ଅଛି ମୋର ଘରେ । ରିଷ୍ଟ ପଡ଼ିଲା ଗୋପପୁରେ । ।୬୨
ନନ୍ଦ ହୋଇଲା ସ୍ତମ୍ଭୀଭୂତ । କାନ୍ଦଇ ପ୍ରାଣ କଣ୍ଠଗତ । ।୬୩
କି ବୁଦ୍ଧି କରିବଇଁ ମୁହିଁ । କେମନ୍ତେ କୃଷ୍ଣ ଦେଖିବଇଁ । ।୬୪
ଯଶୋଦା ଶୁଣି ମୋହମାନ । ଧରଣୀ ପଡ଼ି ଅଚେତନ । ।୬୫
ଶୁଣି କାନ୍ଦନ୍ତି ଗୋପନାରୀ । ଚହଳ ଚଉଦିଗେ ପୂରି । ।୬୬
ଲୋଡ଼ନ୍ତି ଯଶୋଦାର ସୁତ । କ୍ଷଣ କ୍ଷଣକେ ମୋହଗତ । ।୬୭
ସକଳେ ରାମ ଘେନି ସଙ୍ଗେ । ଚଳିଲେ ବୃନ୍ଦାବନ ଲାଗେ । ।୬୮
ରୋହିଣୀ ସୁତ ମନେ ଗୁଣି । କୃଷ୍ଣ-ପ୍ରଭାବ ପରିମାଣି । ।୬୯
ଅଳପ ଅଳପ ହସିଲେ । ବଚନେ କିଛି ନକହିଲେ । ।୭୦
କୃଷ୍ଣ-ଚରଣଚିହ୍ନ ଚାହିଁ । ଚଳନ୍ତି ଅଙ୍ଗୁଳି ଦେଖାଇ । ।୭୧
କମଳ ଜବାଂକୁଶ ଚିହ୍ନ । ଗାଈଙ୍କ ପାଦ ଖୋଜମାନ । ।୭୨
କାଳିନ୍ଦୀ ନିକଟେ ମିଳିଲେ । ଲହରୀ ଗଗନେ ପ୍ରକାଶି । ।୭୩
ହ୍ରଦେ ଦେଖିଲେ ଜଳରାଶି । ଲହରୀ ଗଗନେ ପ୍ରକାଶି । ।୭୪
ଜଳେ ଦେଖିଲେ ଦାମୋଦର । ନାଗରେ ବନ୍ଧନ ଶରୀର । ।୭୫
ବିଷ-ଅନଳେ ଅଚେତନ । ଗରଳ ବହଇ ବଦନ । ।୭୬
ଦେଖି ରୋଦନ୍ତି ଉଚ୍ଚସ୍ୱରେ । ଗୋରୁ-ଗୋପାଳ ତୀରେତୀରେ । ।୭୭
ଗୋପୀଙ୍କ ଦୃଷ୍ଟି କୃଷ୍ଣ ଦେହେ । କାନ୍ଦନ୍ତି ଅତି ମାୟାମୋହେ । ।୭୮
ବିକଳେ ହୋଇଲେ ମୂର୍ଚ୍ଛିତ । ନିର୍ଜୀବ ହୋଇ ଭୂମିଗତ । ।୭୯
ପ୍ରଳୟ ମଣିଲେ ଜଗତ । କୃଷ୍ଣର ଦେହେ ସର୍ପାଘାତ । ।୮୦
ଯଶୋଦା ଦେଖି ମୋହ ଗଲା । ଗୋପୀଙ୍କ ସାହସ ଉଡ଼ିଲା । ।୮୧
କୃଷ୍ଣଙ୍କୁ ଚାହିଁ ଅଚେତନ । ନନ୍ଦର ଦେହେ ନାହିଁ ଜ୍ଞାନ । ।୮୨
ବାଳୁତ କାଳୁ ଯେତେ ଗୁଣ । ସୁମରି କାନ୍ଦେ ପୁଣ ପୁଣ । ।୮୩
ଆହା ଦଇବ ଏହା କଲୁ । ସୁଖରେ ଭେଳା ବୁଡ଼ାଇଲୁ । ।୮୪
ଜଳେ ପଶନ୍ତେ କୃଷ୍ଣମାତ । ଗୋପୀ ଧଇଲେ ପାଦ ହସ୍ତ । ।୮୫
ନିଶ୍ଚୟ ଦେଖି ହଳଧର । ଅବୋରି କାଳିନ୍ଦୀର ତୀର । ।୮୬
ରାମ ବୋଲନ୍ତି ରହ ରହ । ଦେଖିବା ଶ୍ରୀକୃଷ୍ଣର ଦେହ । ।୮୭
ଗୋକୁଳ ମନ ଜାଣି ହରି । କାଳୀୟ ଅଛି ଦେହେ ଜଡ଼ି । ।୮୮
କୃଷ୍ଣର ଶରୀର ବଢ଼ିଲା । କାଳୀୟ ଛନ୍ଦି ନ ପାରିଲା । ।୮୯
କୃଷ୍ଣର ଦେହଭାଗ ଲାଗି । ସର୍ପର ଗଣ୍ଠି ଛନ୍ଦ ଭାଙ୍ଗି । ।୯୦
ତକ୍ଷଣେ କୃଷ୍ଣଙ୍କୁ ଛାଡ଼ିଲା । ସମ୍ଭାଳି ନ ପାରି ବୁଡ଼ିଲା । ।୯୧
ଉଠିଲା ଖଣ୍ତେŠ ଦୂରେ ଯାଇ । ଗର୍ଜିଲା କୃଷ୍ଣଙ୍କୁ ଅନାଇ । ।୯୨
ଫଣା ସହସ୍ରେ ଉଭାରିଲା । ଗରଳ ଅଗ୍ନି ଉଦ୍‌ଗାରିଲା । ।୯୩
ଜିହ୍ୱା ବୁଲାଇ ଅନ୍ତରାଳେ । ନାଗ କୋଟିଏ ଛନ୍ତି ମେଳେ । ।୯୪
ନାଗେ କରନ୍ତି ଫୁ ଫୁ କାର । ବିଷେ ପିଙ୍ଗଳ ଦୃଷ୍ଟି ତା'ର । ।୯୫
କୋପେ କୃଷ୍ଣଙ୍କୁ ଗୋଡ଼ାଇଲା । ଶବଦେ ବ୍ରହ୍ମାŠଣ୍ତ କମ୍ପିଲା । ।୯୬
ମାୟା ମନୁଷ୍ୟ ଅବତାର । ତୀରେ ଦେଖନ୍ତି ସୁର ନର । ।୯୭
ସର୍ପଙ୍କୁ ଚାହିଁ ନରହରି । ବୁଡ଼ିଲେ ସର୍ପେ ମାୟାକରି । ।୯୮
କାଳୀୟ ଖୋଜିଲା ଅନେକ । ଗଭୀର ଜଳ ଦୀର୍ଘପାଖ । ।୯୯
ଲୋଡ଼ି ନ ପାଇ ଦାମୋଦର । ପୁଣି ତୋଳିଲା ନିଜ ଶିର । ।୧୦୦
କୃଷ୍ଣଙ୍କୁ ଦେଖିଲା ନିକଟେ । ଗୋପୀ-ଗୋପାଳେ ଜଳତଟେ । ।୧୦୧
ଦେଖି ପଳାନ୍ତି ଚକ୍ରଧର । ଘୂରିଲେ ମଣ୍ତŠଳ ଆକାର । ।୧୦୨
ସର୍ପ ଗୋଡ଼ାଇ ନ ପାରିଲା । ଫୁଟିଣ ଗରଳ ଛାଡ଼ିଲା । ।୧୦୩
କୃଷ୍ଣଙ୍କୁ ଆଗ ପଛେ ଚାହିଁ । ଗର୍ଜଇ ରସନା ବୁଲାଇ । ।୧୦୪
ଦଂଶଇ ପୁନଃ ପୁନଃ ପାୟେ । ଗରଳ ଛାଡ଼େ କୃଷ୍ଣ ଦେହେ । ।୧୦୫
ଗୋବିନ୍ଦ କୋପେ ଗୁରୁତର । ଉଠିଲେ କାଳୀୟର ଶିର । ।୧୦୬
ସର୍ପର ଶିରେ ମଣି ଥିଲା । ଶ୍ରୀକୃଷ୍ଣ ଚରଣେ ଲାଗିଲା । ।୧୦୭
ମଣିର ତେଜ ରଙ୍ଗବ‰ର୍ଣ୍ଣ । ସୁନ୍ଦର ଶ୍ରୀକୃଷ୍ଣ ଚରଣ । ।୧୦୮
ତ୍ରିଭଙ୍ଗୀ ଛନ୍ଦେ ଉଭା ହୋଇ । ନାଚନ୍ତି ଗୋପାଳଙ୍କୁ ଚାହିଁ । ।୧୦୯
ଶ୍ରୀକୃଷ୍ଣ ନୃତ୍ୟ ଦେବେ ଚାହିଁ । ମିଳିଲେ ବୃନ୍ଦାବନେ ଯାଇ । ।୧୧୦
ତାŠଣ୍ତବ ରସେ ଗୀତ ଗାଇ । ଗନ୍ଧର୍ବେ ବେଣୁ ବୀଣା ବାଇ । ।୧୧୧
ମୃଦଙ୍ଗ ତାଳ ବାଦ୍ୟ କରି । ରଙ୍ଗେ ନାଚନ୍ତି ଅପସରୀ । ।୧୧୨
କୁସୁମ ବରଷିଲେ ଆଣି । ଯେ ଯାହା ମତେ ସ୍ତୁତି ଭଣି । ।୧୧୩
ଶୁଣି ସାନନ୍ଦ ବନମାଳୀ । ନୃତ୍ୟ କରନ୍ତି ପାଦଚାଳି । ।୧୧୪
କାଳୀୟ ପ୍ରାଣ କଣ୍ଠାଗ୍ରତ । ସହସ୍ରେ ଫଣା ମୂରୁଛିତ । ।୧୧୫
ଯେବଣ ଫଣା ଉଚ୍ଚେ ଥାଇ । ତହିଁ ଉଠନ୍ତି କୃଷ୍ଣ ଡ଼େଇଁ । ।୧୧୬
ରୋଷେ ନାଚନ୍ତି ପାଦ ଚାଳି । ରୁଧିର ସର୍ପ ମୁଖୁ ଗଳି । ।୧୧୭
କାଳୀୟ ମନେ ବିଚାରିଲା । ନିଶ୍ଚୟେ ମରଣ ହୋଇଲା । ।୧୧୮
ହରିରେ ପଶିବି ଶରଣ । ଡ଼ାକିଲା ରଖ ନାରାୟଣ । ।୧୧୯
କାଳୀୟ ଶିରେ କୃଷ୍ଣ ଥାଇ । ଜାଣିଲେ ପ୍ରଭୁ ଭାବଗ୍ରାହୀ । ।୧୨୦
ଦାସବ›ତ୍ସଳ ପୀତବାସ । ତକ୍ଷଣେ ହୋଇଲେ ଉଶ୍ୱାସ । ।୧୨୧
କାଳୀୟ ଜୀବନ ପାଇଲା । ଶ୍ରୀକୃଷ୍ଣ ମୁଖକୁ ଚାହିଁଲା । ।୧୨୨
ସଭୟେ ନ ପାରଇ କହି । ତ୍ରାସେ କମ୍ପଇ ତା'ର ଦେହି । ।୧୨୩
ଶତେକ ପତ୍ନୀ ତା'ର ଥିଲେ । ସ୍ୱାମୀର ମରଣ ଜାଣିଲେ । ।୧୨୪
ଶ୍ରୀହରି ମହିମା ଜାଣନ୍ତି । ନାମ ଜପନ୍ତି ଦିବାରାତି । ।୧୨୫
ସୁତ ଦୁହିତା ଆଗ କରି । କରେ ଘେନିଲେ ଅର୍ଘ୍ୟଥାଳୀ । ।୧୨୬
ଗନ୍ଧ ଚନ୍ଦନ ନାନାମଣି । ନିର୍ମଳ ପଦ୍ମମାଳ ଘେନି । ।୧୨୭
ଶ୍ରୀକୃଷ୍ଣ ନିକଟେ ମିଳିଲେ । ବାଳକ ତଳେ ଶୁଆଇଲେ । ।୧୨୮
ପାଦେ ପଡ଼ିଲେ ସର୍ପବାଳୀ । ଦେଖି ସାନନ୍ଦ ବନମାଳୀ । ।୧୨୯
କେଶ ବସନ ଅସମ୍ଭାଳ । ନୟନୁ ଝରେ ଅଶ୍ରୁଜଳ । ।୧୩୦
ଉଠି କରନ୍ତି ଜୟେ ଜୟେ । ସ୍ୱର୍ଗେ ଦେଖନ୍ତି ଦେବତାୟେ । ।୧୩୧
ବୋଲନ୍ତି ଶରଣ ତୋହର । ତ୍ରାହି କରିବା ଚକ୍ରଧର । ।୧୩୨
ଦୋଷୀକୁ ଦŠଣ୍ତିବା ଯୁକତ । ଭାରା ନିବାରେ ତୁହି ଜାତ । ।୧୩୩
ତୋହର ଶତ୍ରୁ ମିତ୍ର ନାହିଁ । ତୋ'ର ଭିଆଣ ସର୍ବଦେହୀ । ।୧୩୪
ଭକତି କରନ୍ତି ଯେ ତୋତେ । ଯେ ଅବା ଭଜେ ଶତ୍ରୁମତେ । ।୧୩୫
ଦୁହିଁଙ୍କୁ ଦେଉ ଏକଗତି । ଦୟାସାଗର ଦାଶରଥି । ।୧୩୬
ଆମ୍ଭଙ୍କୁ କଲୁ ଅନୁଗ୍ରହ । ହେଲେ ନାଶିଲୁ ଦମ୍ଭ ମୋହ । ।୧୩୭
ସର୍ପ ହୋଇଲା ପାପକାରୀ । ତୋତେ ପାଇଲା ନରହରି । ।୧୩୮
ଏହାରେ ତରିଲୁ ସକଳ । ବନ୍ଧୁ ବାନ୍ଧବ ନାଗକୁଳ । ।୧୩୯
ପୂର୍ବେ ଏ କେତେ ତପ କଲା । ଅନେକ ଅନ୍ନଦାନ ଦେଲା । ।୧୪୦
ଜଳ ଦେଉଳ ନାନାମତେ । ପ୍ରାଣୀଙ୍କି ଦୟା ହୃଦ୍‌ଗତେ । ।୧୪୧
ତୋ' ନାମ-କୀର୍ତ୍ତନେ ଆନନ୍ଦ । ତେଣୁ ପାଇଲା ପଦ୍ମ‌ପାଦ । ।୧୪୨
କେତେ ବା ଅଛି ତପକରି । ତୋ' ପାଦରଜ ଶିରେ ଧରି । ।୧୪୩
ଯାହା ପାଇଲା ବଳି ପୁଣି । ତପ କରଇ କମଳିନୀ । ।୧୪୪
ଯାହା ପାଇବେ ବୋଲି ପୁଣି । ତପ କରନ୍ତି ସୁରମୁନି । ।୧୪୫
ତୋ ପାଦରଜ ପାଇ ଜନେ । ଅଧିକ ନବାଞ୍ଛ‚ନ୍ତି ମନେ । ।୧୪୬
ସ୍ୱର୍ଗ ଭୋଗକୁ ତୁଚ୍ଛ କରି । ବ୍ରହ୍ମ‌ପଦକୁ ନବିଚାରି । ।୧୪୭
ଏକାଙ୍ଗରାଜପଣେ ସଧ । ଯୋଗ-ସମାଧି-ଚତୁର୍ବେଦ । ।୧୪୮
ଯୋଗସିଦ୍ଧିକୁ ନ ଇଚ୍ଛଇ । ନିର୍ବାଣପଦ ନ ମାଗଇ । ।୧୪୯
ଏଣେ ନୁହନ୍ତି ସାବଧାନ । ତୋ' ପାଦେ ଥାଇ ଯାର ମନ । ।୧୫୦
ଦୁର୍ଲ୍ଲଭ ଅଟୁ ଦୁଷ୍ଟ ଚିତ୍ତେ । ଏ ତୋତେ ପାଇଲା କେମନ୍ତେ । ।୧୫୧
ତମ ଗୁଣରେ ଅଛି ଭେଦି । ବିଶେଷେ ସର୍ପ ଏ ପ୍ରମାଦି । ।୧୫୨
ତୋତେ ଏ ନିକଟେ ପାଇଲା । ଯେଣୁ ଏ ପୂର୍ବେ ତପ କଲା । ।୧୫୩
ନିର୍ଗୁଣ-ଆତ୍ମା ଗୁଣବନ୍ତ । ନମସ୍ତେ ପ୍ରଭୁ ଜଗନ୍ନାଥ । ।୧୫୪
ପଞ୍ଚଭୂତଙ୍କ ଆତ୍ମା ତୁହି । ତୋହର ଆଦିଅନ୍ତ ନାହିଁ । ।୧୫୫
ଜ୍ଞାନବିଜ୍ଞାନ-ନିଧି ହେଉ । ତ୍ରିଗୁଣେ ମାୟାରୂପ ବହୁ । ।୧୫୬
ସୃଷ୍ଟି ପାଳନ କରୁ ଅନ୍ତ । ତୁ କାଳରୂପୀ ଗୋପୀନାଥ । ।୧୫୭
ଅନନ୍ତ ରୂପ ସୂକ୍ଷ୍ମମୟ । ତ୍ରିଗୁଣ-ଭେଦେ ବହୁ ଦେହ । ।୧୫୮
ନିଗମମତେ ମାୟାକରି । ଜଗତେ ହେଉ ରୂପଧାରୀ । ।୧୫୯
ତୋହର ଦେହେ ତିନିଲୋକେ । କର୍ମ ଭୁଞ୍ଜନ୍ତି ଦୁଃଖସୁଖେ । ।୧୬୦
ଯେ ତୋତେ ସାଧୁପଣେ ଭଜେ । ସେ ତୋ'ର ଦେଲାଫଳ ଭୁଞ୍ଜେ । ।୧୬୧
ତୋତେ ଯେ ନ ଜାଣଇ ଚିତ୍ତେ । ସେ ପ୍ରାଣୀ ତରିବେ କେମନ୍ତେ । ।୧୬୨
ଆମ୍ଭର ସ୍ୱାମୀ ଏକବେଳେ । ଦ୍ରୋହ ଯେ କଲା ପାଦତଳେ । ।୧୬୩
ଏ ଦୋଷ ସହିବା ମୁରାରି । ଆମେ ତୋହର ପରିବାରୀ । ।୧୬୪
ପ୍ରାଣ ଛାଡ଼ିବ ଏହିକ୍ଷଣି । ତୁ କି ନ ଜାଣୁ ଚକ୍ରପାଣି । ।୧୬୫
ଆମ୍ଭଙ୍କୁ ଦିଅ ସ୍ୱାମୀ ଦାନ । ତୋରେ ଶରଣ ଭଗବାନ । ।୧୬୬
ଏବେ କରିବୁ କିସ କହ । ବିଚାର କରି ଆଜ୍ଞା ଦିଅ । ।୧୬୭
ପରୀକ୍ଷେ ଶୁକ ମୁନି କହେ । ଶୁଣି ହରଷ ଦେବରାୟେ । ।୧୬୮
ନାଗକାମିନୀ ସ୍ତୁତି ଶୁଣି । ଦୟାସାଗର କମ୍ବୁପାଣି । ।୧୬୯
ପାଦ ପ୍ରହାର ଛାଡ଼ି କରି । ଉଶ୍ୱାସ ହୋଇଲେ ମୁରାରି । ।୧୭୦
କାଳୀୟ ଜୀବନ ପାଇଲା । ଶ୍ରୀକୃଷ୍ଣ ମୁଖକୁ ଚାହିଁଲା । ।୧୭୧
ସଭୟେ ଶୋକ ଗଦଗଦେ । ପୁଣି ପଡ଼ଇ କୃଷ୍ଣପାଦେ । ।୧୭୨

କାଳୀୟ ଉବାଚ

ବୋଲଇ ଶୁଣ ନାରାୟଣ । ଜଗତ ତୋହର ଭିଆଣ । ।୧୭୩
ସର୍ପରେ ଜାତ କଲୁ ମୋତେ । ସ୍ୱଭାବ ଛାଡ଼ିବି କେମନ୍ତେ । ।୧୭୪
ତାମସଗୁଣେ ଜାତ କରି । ଗରଳେ କଲୁ ଅଧିକାରୀ । ।୧୭୫
ତେଣୁ ମୁଁ କ୍ରୋଧେ ବଶ ହୋଇ । ସ୍ୱଭାବ ଛାଡ଼ି ନ ପାରଇ । ।୧୭୬
ତୋହର ମାୟା ଜାଣୁ ତୁହି । ଭୋନାଥ ରଖ ଭାବଗ୍ରାହୀ । ।୧୭୭
ତାମସଗୁଣେ ହୋଇ ବଦ୍ଧ । ତୋତେ ମୁଁ କଲି ଅପରାଧ । ।୧୭୮
ଏଣୁ ନିଷ୍ଠୁର ମୋ' ସ୍ୱଭାବ । ବିଚାରି ଦŠଣ୍ତ ପଦ୍ମନାଭ । ।୧୭୯
ଯେ ତୋର ଇଚ୍ଛା ମୋତେ କର । ତୋରେ ଶରଣ ଚକ୍ରଧର । ।୧୮୦
ସର୍ପ ବିକଳ କ‰ର୍ଣ୍ଣେ ଶୁଣି । ଦୟାସାଗର ବେଣୁପାଣି । ।୧୮୧
ବୋଲନ୍ତି ସର୍ପମୁଖ ଚାହିଁ । କାଳିନ୍ଦୀ ହ୍ରଦେ ନ ଥା' ତୁହି । ।୧୮୨
ବନ୍ଧୁବାନ୍ଧବ ଘେନି ସଙ୍ଗେ । ସମୁଦ୍ରେ ପଶ ଯାଇ ବେଗେ । ।୧୮୩
ଜଳଧି ଦ୍ୱୀପ ମଧ୍ୟଗତେ । ଗରୁଡ଼ ଭୟ ନାହିଁ ତୋତେ । ।୧୮୪
ମୋହର ପାଦ ତୋ'ର ଶିରେ । ଲାଗିଲା ସହସ୍ର ଫଣାରେ । ।୧୮୫
ଗରୁଡ଼ ଦେଖି ନିସ୍ତରିବ । ତୋହର ଚରଣେ ପଡ଼ିବ । ।୧୮୬
ନିର୍ଭୟ ହୋଇ ବେଗେ ଯାଅ । ମୋର ଭକତି ହୃଦେ ବହ । ।୧୮୭
ଏଜଳ ଅମୃତ ମୁଁ କରି । ଗରଳ ଦୂରେ ପରିହରି । ।୧୮୮
ଏ ବନେ ଯେତେ ବନଚାରୀ । ଆନନ୍ଦେ ଜଳପାନ କରି । ।୧୮୯
ସୁଖେ ବଞ୍ଚିବେ ସର୍ବଜୀବେ । ଏ ବନେ ନିଶ୍ଚିନ୍ତେ ରହିବେ । ।୧୯୦
ଶୁଣ କାଳୀୟ ମୋ' ଉତ୍ତର । କହଇ ତୋତେ ଦେଇ ବର । ।୧୯୧
ତୋ'ର ମୋହର ଏ ଚରିତ । ଯେ ସୁମରିବେ ଅବିରତ । ।୧୯୨
ସର୍ପ-ବିଘାତେ ନାହିଁ ବାଧା । ଯେ ମୋତେ ସୁମରେ ତ୍ରିସନ୍ଧ୍ୟା । ।୧୯୩
ଏ ଜଳେ ସ୍ନାହାନ କରିବେ । ପିତୃତର୍ପଣେ ପିଣ୍ତŠ ଦେବେ । ।୧୯୪
ଆହାର ତେଜି ଉପବାସେ । ଜାଗର ଦେଇ ନଦୀପାଶେ । ।୧୯୫
ମୋ' ନାମେ ରଜନୀ ବଞ୍ଚିବେ । ସକଳ ପାପୁଁ ସେ ତରିବେ । ।୧୯୬
ଶ୍ରୀହରି ଆଜ୍ଞା ଘେନି ଶିରେ । ତୀରେ ଉଠିଲା ଧାତିକାରେ । ।୧୯୭
କୁଟୁମ୍ବ ଘେନିଣ ସଙ୍ଗରେ । ପୂଜିଲା ଗୋବିନ୍ଦ ପୟରେ । ।୧୯୮
ଗନ୍ଧଚନ୍ଦନ ରଙ୍ଗବାସ । ଅମୂଲ୍ୟ ରତ୍ନ ମଣି ତ୍ରାସ । ।୧୯୯
କମଳମାଳା କଣ୍ଠେ ଦେଇ । ନାଚେ ଆନନ୍ଦେ ଗୀତ ଗାଇ । ।୨୦୦
କୁଟୁମ୍ବ ଘେନି ପ୍ରଦକ୍ଷିଣ । କାଳୀୟ କଲା ପୁଣ ପୁଣ । ।୨୦୧
ଉତ୍ତରଦିଗକୁ ଚାହିଁଲା । ଗୋବିନ୍ଦ ଆଦେଶେ ଚଳିଲା । ।୨୦୨
ପଶିଲା ସାହେର ଭିତରେ । ହରିଚରଣ ବହି ଶିରେ । ।୨୦୩
ଜଳଧିପତି ପୂଜା କଲା । ନାଗ ଗୋତ୍ରଙ୍କୁ ଠାବ ଦେଲା । ।୨୦୪
କୃଷ୍ଣର ଅନୁରାଗୁଁ କରି । ପୂଜା ପାଇଲା ଖଗଅରି । ।୨୦୫
ସେଦିନୁ ଜଳପାନ କରି । ଆନନ୍ଦ ଗୋପ ନରନାରୀ । ।୨୦୬
ସେ ହରି ଚରଣ କମଳେ । ମନ ମୋ ରହୁ ସୁଖଭୋଳେ । ।୨୦୭
ସୁଜନେ ଶୁଣ ମୋ ବଚନ । କୃଷ୍ଣ ଚରଣେ ଦେଇ ମନ । ।୨୦୮
ହୃଦେ ଚିନ୍ତିବ ନରହରି । ସୁଖେ ତରିବ ଭବବାରି । ।୨୦୯
ଭକତଜନେ ଏଣେ ରସ । କହଇ ଜଗନ୍ନାଥ ଦାସ । ।୨୧୦
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ କାଳୀୟମୋକ୍ଷଣଂ ନାମ ସପ୍ତଦଶୋଽଧ୍ୟାୟଃ । ।

ଅଷ୍ଟାଦଶ ଅଧ୍ୟାୟସମ୍ପାଦନ କରନ୍ତୁ

ରାଜା ଉବାଚ

ବୋଲନ୍ତି ଅଭିମନ୍ୟୁ ସୁତ । ଭୋ ମୁନି କହ ଭାଗବତ । ।୧
କେବଣ ହେତୁ କାଳୀସର୍ପ । ଛାଡ଼ିଲା ରମଣକ ଦ୍ୱୀପ । ।୨
ଗରୁଡ଼େ କରି ଅପରାଧ । ଲୁଚି ଯେ ଥିଲା କାଳୀ ହ୍ରଦ । ।୩
ହରିଚରଣ-ଚିହ୍ନ ଶିରେ । ଧରିଣ ଗଲା ନିଜ ପୁରେ । ।୪
ଏ କଥା କହ ମୁନି ମୋତେ । ସଂସାରୁ ତରିବି ଯେମନ୍ତେ । ।୫
କହନ୍ତି ଶୁକମୁନି ତୋଷେ । ଶ୍ରୀକୃଷ୍ଣ ଚରଣ ବିଶ୍ୱାସେ । ।୬

ଶୁକ ଉବାଚ

ଶୁଣ ହୋ କାଳୀୟର କଥା । ତୁ ମୋକ୍ଷପଦେ ଶୁଦ୍ଧଚେତା । ।୭
ବ୍ରହ୍ମା ଯେ ବ୍ରହ୍ମାŠଣ୍ତ ଭିଆଇ । ଯେ ଯାହା ରୂପେ ଠାବ ଦେଇ । ।୮
କାଳୀୟ ଆଦି ଯେତେ ସର୍ପେ । ଥୋଇଲା ରମଣକଦ୍ୱୀପେ । ।୯
ନିର୍ଭୟ ହୋଇଥା'ନ୍ତି ତହିଁ । ଗରୁଡ଼େ ବଳିଭୋଜା ଦେଇ । ।୧୦
ବନ-ଗହନେ ବୃକ୍ଷମୂଳେ । ଗରୁଡେ ପୂଜନ୍ତି ସକଳେ । ।୧୧
ମାସକେ ନାନା ଉପହାର । ପାଳି ପଡ଼ଇ ଯେଝାଘର । ।୧୨
ସେ ବଳିଭୋଜା ଦେଇ ତୋଷେ । ପୂଜନ୍ତି ଜୀବନର ଆଶେ । ।୧୩
ଏମନ୍ତେ କାଳୀୟର ଘରେ । ପାଳି ପଡ଼ିଲା ଏକବାରେ । ।୧୪
ନାଗେ କହିଲେ ତା'ର ଆଗେ । ଗରୁଡ଼ ପୂଜା ତୋ'ର ଭାଗେ । ।୧୫
ଶୁଣି କାଳୀୟ ତୋଷଚିତ୍ତେ । ସଞ୍ଚା ସେ କଲା ନାନା ମତେ । ।୧୬
ଦଇବେ ନାଗଙ୍କର ରାଜା । ଅନେକ କଲା ବଳିଭୋଜା । ।୧୭
ବୃକ୍ଷର ମୂଳେ ନେଇ ଥୋଇ । ଅନେକ ବାଦ୍ୟନାଦ ବାଇ । ।୧୮
କାଳୀୟ ବିଚାରଇ ଦେଖି । ଗରୁଡ଼ ବୋଲି କେତେପକ୍ଷୀ । ।୧୯
ଏତେକ ଭୋଜା ତା'ଙ୍କୁ ଦେବି । ତେବେ ସେ ନିର୍ଭୟ ହୋଇବି । ।୨୦
ଏ ବଡ଼ ଲଜ୍ଜା ମୋତେ ହୋଇ । ବାସୁକି ମୋର ସାନଭାଇ । ।୨୧
ଏକ ଫଣାକେ ମହୀଧରି । ମୁଁ କିମ୍ବା ଗରୁଡ଼କୁ ଡ଼ରି । ।୨୨
ସହସ୍ର ଫଣା ଅଛି ମୋର । ଗରୁଡ଼ କେତେ ବଳୀୟାର । ।୨୩
ଏକା ପିଅର ପୁଅ ଆମ୍ଭେ । ସେ କିମ୍ବା ଏଡ଼େ ବଡ଼ ଦମ୍ଭେ । ।୨୪
ଆଜ ଗଞ୍ଜିବି ତାର ବଳ । ନିର୍ଭୟ ହେଉ ନାଗକୁଳ । ।୨୫
କେ ଅବା ନ ଜାଣନ୍ତି ମୋତେ । ବ୍ରହ୍ମାŠଣ୍ତ ମଧ୍ୟେ ଛନ୍ତି ଯେତେ । ।୨୬
ଏତେ ବିଚାରି ସର୍ପ ମନେ । ସବୁ ଖାଇଲା ଦୁଷ୍ଟପଣେ । ।୨୭
ଯେତେକ ନାଗବଳ ଥିଲେ । ତାହାର ଦୁର୍ବୁଦ୍ଧି ଦେଖିଲେ । ।୨୮
ଭୟେ ହୋଇଲେ ଥରହର । ଖଗନାଥଙ୍କୁ ବଡ଼ ଡ଼ର । ।୨୯
ନାଗଙ୍କୁ ବୋଇଲାକ ରାଇ । ଏଠାରେ ନ ଥିବଟି କେହି । ।୩୦
ଯାଅରେ ବୋଲି ଆଜ୍ଞା ଦେଲା । ଆପଣେ ବନସ୍ତେ ରହିଲା । ।୩୧
ସହସ୍ରଫଣା ଫୁ ଫୁ କରି । ବଦନୁଁ ଗରଳ ଉଦ୍‌ଗାରି । ।୩୨
ଏମନ୍ତେ ରଜନୀ ହୋଇଲା । ଗରୁଡ଼ ପକ୍ଷୀ ବିଜେ କଲା । ।୩୩
ଗଗନ ପୂରିଲା ଶବଦେ । କାନନେ ମିଳିଲା ଆନନ୍ଦେ । ।୩୪
ବୃକ୍ଷମୂଳକୁ ଦେଲା ଚାହିଁ । ଦେଖିଲା ବଳିଭୋଜା ନାହିଁ । ।୩୫
ମନେ ପାଇଲା ଗରୁତାପ । ମିଳିଲା କାଳୀୟ ସମୀପ । ।୩୬
କୋପେ ଚାହଁଇ ଖଗନାଥ । ଆବୋରି କାଳୀୟର ପଥ । ।୩୭
ଗର୍ଜେ ଗରୁଡ଼ କୋପଭରେ । କାଳୀୟ ମିଳିଲା ଛାମୁରେ । ।୩୮
ସହସ୍ରଫଣା ମେଘପ୍ରାୟେ । ଦଂଶିଲା ଗରୁଡ଼ର କାୟେ । ।୩୯
ଅର୍ଦ୍ଧଯୋଜନ ଘୁଞ୍ଚିଗଲା । ପୁଣି ହିଁ ଆଗେ ଓଗାଳିଲା । ।୪୦
ବିନତାସୁତ ବେଗେ ଧାଇଁ । ଚାପୋଡ଼େ ପ୍ରହାରିଲା ନେଇ । ।୪୧
ହରିଙ୍କି ବହଇ ଯେ କନ୍ଧେ । ସେ କି ପଡ଼ଇ ପରମାଦେ । ।୪୨
ଗରୁଡ଼ ପକ୍ଷଘାତ ପାଇ । କାଳୀୟ ମୂର୍ଚ୍ଛାଗତ ହୋଇ । ।୪୩
ଘଡ଼ିକେ ଚେତନା ପାଇଲା । ପବନୁଁ ବେଗେ ପଳାଇଲା । ।୪୪
କାଳନ୍ଦୀହ୍ରଦେ ପଶିଗଲା । ପାତାଳ-ବିବରେ ଲୁଚିଲା । ।୪୫
ନିର୍ଭୟେ ନିଶ୍ଚିନ୍ତେ ରହିଲା । ଗରୁଡ଼ ତହିଁ ନ ପଶିଲା । ।୪୬
କାଳୀୟ ଜାଣଇ ତଦନ୍ତ । ଗରୁଡ଼ ନ ପଶଇ ଏଥ । ।୪୭
ପୂର୍ବେ ସେ ଅଛି ଶାପ ପାଇ । କାଳିନ୍ଦୀ ହ୍ରଦକୁ ନ ଯାଇ । ।୪୮
ନିଶ୍ଚିନ୍ତେ ନାଗବଳ ସଙ୍ଗେ । ଜଳେ ରହିଲା ନବରଙ୍ଗେ । ।୪୯
ଗରୁଡ଼ ଦେଖି ବାହୁଡ଼ିଲା । ନିଜ ଭୁବନେ ବିଜେ କଲା । ।୫୦
ଶୁଣି ସାନନ୍ଦ ମହୀପତି । ମୁନିଙ୍କି ଚାହିଁ ତୋଷମତି । ।୫୧

ପରୀକ୍ଷିତ ଉବାଚ

ବୋଲଇ ନିସ୍ତରିଲି ମୁହିଁ । ତୋ'ର ବଚନେ ମନ ଦେଇ । ।୫୨
ଭୋ ମୁନି ଅସମ୍ଭବ କଥା । ଗରୁଡ଼ ମହା ବଳବନ୍ତା । ।୫୩
ଗୋବିନ୍ଦ ଯାହାର ଠାକୁର । କେ ତା'ର ତୁଲେ ବଳୀୟାର । ।୫୪
କାଳିନ୍ଦୀ ଜଳେ ନ ପଶିଲା । ମୋତେ ତ ସନ୍ଦେହ ଲାଗିଲା । ।୫୫
ହସି ବୋଲନ୍ତି ବ୍ୟାସସୁତ । ଶୁଣ ହୋ ନୃପତି ତଦନ୍ତ । ।୫୬

ଶୁକ ଉବାଚ

ପୂର୍ବେ ସେ ନଦୀତୀରେ ବନେ । ତପ କରନ୍ତି ମୁନିଜନେ । ।୫୭
ସୌଭରି ନାମେ ବ୍ରହ୍ମଋଷି । ତପ କରନ୍ତି ତଟେ ବସି । ।୫୮
ମୁନି ନିକଟେ ମୀନଗଣେ । କ୍ରୀଡ଼ା କରନ୍ତି ଅନୁକ୍ଷଣେ । ।୫୯
ବିଶ୍ୱାସ ଭାବେ ନିତିନିତି । ମୁନିଙ୍କି ନ କରନ୍ତି ଭୀତି । ।୬୦
ଦିନେକ ପ୍ରଭାତର କାଳେ । ଆସି ମିଳିଲେ ମ›ତ୍ସ୍ୟବାଳେ । ।୬୧
ରୋହିତ ନାମେ ମତ୍ସ୍ୟରାଜ । ଖେଳଇ ଉଦ୍ଭାରିଣ ଲାଞ୍ଜ । ।୬୨
ମୀନ ବାଳକେ କ୍ରୀଡ଼ା କରି । ଦେଖନ୍ତି ମୁନି ସଉଭରି । ।୬୩
ଏମନ୍ତେ ଗରୁଡ଼ ମିଳିଲା । କାଳିନ୍ଦୀ ଜଳେ ଓହ୍ଲାଇଲା । ।୬୪
ଆହାର ଯତ୍ନେ ଖୋଜୁଥିଲା । ଜଳରେ ମୀନକୁ ଦେଖିଲା । ।୬୫
ନିଶ୍ଚଳେ ମୀନ ଚରୁଥିଲା । ଜଳ ହାନ୍ଦୋଳ କରିଦେଲା । ।୬୬
ନିଶ୍ଚିନ୍ତେ ବିହରଇ ମତ୍ସ୍ୟ । ମୁନି ତା' ଦେଖନ୍ତି ପ୍ରତ୍ୟକ୍ଷ । ।୬୭
ମୁନି ବୋଲନ୍ତି ରହ ରହ । ଏମାନେ ମୋର ନିଜ ଦେହ । ।୬୮
ଏହାକୁ ନ କର ଆହାର । ଏ ତୋ'ର କେବଣ ବେଭାର । ।୬୯
ଗରୁଡ଼ ନ ଶୁଣିଲା କର୍ଣ୍ଣେ । ରୋହିତେ ଗିଳିଲା ବହନେ । ।୭୦
ଦେଖି ଚକିତ ମୁନିବର । କୋପେ କମ୍ପିଲେ ଗୁରୁତର । ।୭୧
ବୋଲନ୍ତି ହରିଙ୍କି ଏ ବହି । ଏହାକୁ କୋପ ନ ଯୋଗାଇ । ।୭୨
ମୁହିଁ ଏହାକୁ କଲେ ନାଶ । କୋପ କରିବେ ପୀତବାସ । ।୭୩
ଏମନ୍ତେ ଚିତ୍ତ ସ୍ଥିର କରି । କୋପେ ବୋଲନ୍ତି ସଉଭରି । ।୭୪
ରେରେ ଗରୁଡ଼ ଏଡ଼େ ଗର୍ବ । ମୋତେ ଦେଖାଇଲୁ ସ୍ୱଭାବ । ।୭୫
ମୋହର ମନେ ଦେଲୁ ତାପ । ଉଚିତେ ଘେନ ମୋର ଶାପ । ।୭୬
କାଳିନ୍ଦୀ ହ୍ରଦେ ନ ପଶିବୁ । ଜୀବନେ ଯେତେ କାଳ ଥିବୁ । ।୭୮
ଯେବେ ପଶିବୁ ଦୁଷ୍ଟପଣେ । ଭସ୍ମ ହୋଇବୁ ତତ୍‌କ୍ଷଣେ । ।୭୯
ଶୁଣି ଗରୁଡ଼ ପଳାଇଲା । କାଳିନ୍ଦୀହ୍ରଦେ ନ ପଶିଲା । ।୮୦
ତାହା କାଳୀୟ ଜାଣିଥିଲା । ପଳାଇ ତହିଁ ସେ ଲୁଚିଲା । ।୮୧
ଲୁଚିଲାଠାରୁ ନେଇ ପୁଣି । ଏମନ୍ତ କଲେ ଚକ୍ରପାଣି । ।୮୨
ଶୁଣ ପରୀକ୍ଷ ଦŠଣ୍ତଧାରୀ । କୂଳେ ବିଜୟ ନରହରି । ।୮୩
କାଳୀୟ ସ୍ୱକୁଟୁମ୍ବ ଘେନି । ପୂଜି ଯେ ଗଲା ପାଦବେନି । ।୮୪
କୃଷ୍ଣର ଦେଖିଣ ବଦନ । ଆନନ୍ଦ ଯଶୋଦାର ମନ । ।୮୫
ଗୋପୀ ଗୋପାଳେ ବେଗେଧାଇଁ । କୋଳ କରନ୍ତି ଚୁମ୍ବ ଦେଇ । ।୮୬
କୃଷ୍ଣଙ୍କୁ ପାଇଣ ସମସ୍ତେ । ଚିନ୍ତା ଛାଡ଼ିଲେ ହୃଦଗତେ । ।୮୭
କୃଷ୍ଣଙ୍କୁ ଦେଖି ହଳଧର । କୋଳ କରନ୍ତି ସ୍ନେହଭର । ।୮୮
ଗାଈ ଗୋବତ୍ସା ଦେଖି ତୋଷେ । ରହିଲେ ମନର ହରଷେ । ।୮୯
ଆସି ମିଳିଲେ ବିପ୍ରଜନ । ନନ୍ଦକୁ ବୋଲନ୍ତି ବଚନ । ।୯୦
ବୋଲନ୍ତି ଭାଗ୍ୟବନ୍ତ ତୁହିଁ । ଏମନ୍ତ ଦେଖିଲା ତ ନାହିଁ । ।୯୧
ଏତେ ଆପଦୁଁ ପୁତ୍ର ତରି । ନିଶ୍ଚୟେ ରଖିଲେ ମୁରାରି । ।୯୨
ପୂର୍ବେ ସୁକୃତ ଯା'ର ଥାଇ । ସକଳ ଦୁସ୍ତରୁ ତରଇ । ।୯୩
କାଳୀୟ ବିଷଜ୍ୱାଳାବାଏ । ପକ୍ଷୀଏ ନ ଉଡ଼ନ୍ତି ଭୟେ । ।୯୪
ଏଡ଼େ ଗରଳ କଲା ନାଶ । ପ୍ରତ୍ୟେକ୍ଷ ବିଷ୍ଣୁ ତୋ'ର ଶିଷ । ।୯୫
କଲ୍ୟାଣ ହେଉ ତୋ' କୁମରେ । ବୋଲି ଚଳିଲେ ବିପ୍ରବରେ । ।୯୬
ଏମନ୍ତେ ହୋଇଲା ରଜନୀ । ଗୋପାଳେ ରାମକୃଷ୍ଣ ଘେନି । ।୯୭
ଗୋପକୁ ଯାଇ ନ ପାରିଲେ । ରଜନୀ ବଞ୍ଚିବା ବୋଇଲେ । ।୯୮
କ୍ଷୁଧା-ପିପାସା-ଦୁଃଖ ଭରେ । ଶୋଇଲେ କାଳିନ୍ଦୀର ତୀରେ । ।୯୯
ଏମନ୍ତ ଶୁଣ ମହୀପତି । ଅଗ୍ନି ବେଢ଼ିଲା ଚଉକତି । ।୧୦୦
ଦଇବେ ନିଦାଘର କାଳ । ପବନ ବହଇ ପ୍ରବଳ । ।୧୦୧
ପ୍ରଳୟାନଳ ପ୍ରାୟ ହୋଇ । ବେଢ଼ିଲା ଗୋପାଳଙ୍କୁ ଯାଇ । ।୧୦୨
ନିଦ୍ରାରେ ନ ଜାଣନ୍ତି କେହି । ରଜନୀ ଅର୍ଦ୍ଧ ଅଛି ହୋଇ । ।୧୦୩
ପ୍ରତ୍ୟେକ୍ଷେ ଗୋପାଳେ ଦେଖିଲେ । ବେଗେ ଶୟନ ଉପେକ୍ଷିଲେ । ।୧୦୪
ଅଗ୍ନି ଜଳଇ ପରଖର । ପବନ ଯୋଗେ ବଳୀୟାର । ।୧୦୫
ଦେଖି ଗୋପାଳେ ଖରତରେ । ପଶିଲେ କାଳନ୍ଦୀ ଭିତରେ । ।୧୦୬
ଡାକନ୍ତି ରଖ ନାରାୟଣ । ଗୋକୁଳେ ତୋହର ଶରଣ । ।୧୦୭
ଆମ୍ଭଙ୍କୁ ସଂକଟୁ ତାରିଲୁ । ତୁ ନାଥ ପରମ ଦୟାଳୁ । ।୧୦୮
ଏବେ ଆପଦୁଁ ରଖ ତୁହି । ଅନାଥ ହୋଇଲୁ ଗୋସାଇଁ । ।୧୦୯
ଗାଈ ଗୋପାଳ ଗୋପ ଆଦି । ଅନଳ ଆଣିଲା ନିରୋଧି । ।୧୧୦
ଗୋକୁଳ କଷ୍ଟ ଦେଖି ହରି । ଅନନ୍ତମାୟା ଯୋଗକରି । ।୧୧୧
ଦାସବତ୍ସ›ଳ ଗୋପୀନାଥ । ଅନଳ କଲେ ଗର୍ଭଗତ । ।୧୧୨
ମାୟାରେ ମେଘମାନେ ଆସି । ବୃଷ୍ଟି କରନ୍ତି ବନେ ପଶି । ।୧୧୩
ତକ୍ଷଣେ ଅନଳ ଲିଭିଲା । ରବି କିରଣ ପ୍ରକାଶିଲା । ।୧୧୪
ଶୁଭେ ପାହିଲା ଘୋର ନିଶି । ନିର୍ମଳ ଦଶ ଦିଗ ଦିଶି । ।୧୧୫
ଯେ ହରି ମହିମା ଅନନ୍ତ । ଅନନ୍ତ ଶକ୍ତି ଗୁଣେ ଯୁତ । ।୧୧୬
ଗୋପୀ-ଗୋପାଳେ ରକ୍ଷା କରି । ଗୋପେ ମିଳିଲେ ନରହରି । ।୧୧୭
ସେ ହରି ଚରଣାରବିନ୍ଦେ । ମୋ ମନ-ଭ୍ରମର ଆନନ୍ଦେ । ।୧୧୮
ନିଶ୍ଚିନ୍ତେ ମକରନ୍ଦ ରସ । ସେବଇ ଜଗନ୍ନାଥ ଦାସ । ।୧୧୯
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ଦାବାଗ୍ନି ମୋଚନଂ ନାମ ଅଷ୍ଟାଦଶୋଽଧ୍ୟାୟଃ । ।

ଊନବିଂଶ ଅଧ୍ୟାୟସମ୍ପାଦନ କରନ୍ତୁ

ଶୁକ ଉବାଚ

ଏବେ ହୋ ଶୁଣ ନରନାଥ । ଅମୃତ କୃଷ୍ଣର ଚରିତ । ।୧
ଗୋପାଳେ ବୃନ୍ଦାବନେ ଥିଲେ । ସୁସ୍ଥେ ରଜନୀ ପୁହାଇଲେ । ।୨
ରାମ ଗୋବିନ୍ଦ ଘେନି ସଙ୍ଗେ । ମିଳିଲେ ଗୋପପୁର ଲାଗେ । ।୩
ଯେଝା ମନ୍ଦିରେ ଗୋପେ ଯାଇ । କହନ୍ତି ବୃଦ୍ଧଙ୍କୁ ବସାଇ । ।୪
କୃଷ୍ଣର ଯେତେ କର୍ମମାନ । ଶୁଣି ସକଳେ ତୋଷମନ । ।୫
ମାୟାଗୋପାଳ ରୂପ ହୋଇ । କ୍ରୀଡ଼ା କରନ୍ତି ବେନିଭାଇ । ।୬
ଏମନ୍ତେ ଶୁଣ ପରୀକ୍ଷିତ । ସ୍ୱଭାବେ ସରିଲା ବସନ୍ତ । ।୭
ନିଦାଘ କାଳ ଆଗମନେ । ଘର୍ମ ନ ଲାଗେ ବୃନ୍ଦାବନେ । ।୮
ସର୍ବଦା ବସନ୍ତ ପବନ । ସଧୀରେ ବହେ ଦିନୁ ଦିନ । ।୯
ବସନ୍ତ ନୋହେ ନା ଦୁର୍ଲ୍ଲଭ । ଯେ ବନେ ଶ୍ରୀରାମ ମାଧବ । ।୧୦
ନଦୀ ନିର୍ଝର ଜଳନାଦ । ନିବିଡ଼ ଝିଙ୍କାରି ଶବଦ । ।୧୧
ଅତି ଶୀତଳ ବନସ୍ଥଳୀ । ନିର୍ଝର ଜଳକଣା ମିଳି । ।୧୨
ନଦୀ ତଡ଼ାଗ ପ୍ରସ୍ରବଣ । ପବନ ଯୋଗେ ସ୍ନିଗ୍ଧବନ । ।୧୩
ଜଳେ ଅଛନ୍ତି ପୁଷ୍ପ ଯେତେ । କମଳ କୁମୁଦ ସହିତେ । ।୧୪
ତାହାଙ୍କ ରେଣୁ ଘେନି ବଳେ । ପବନ ବହେ କୁତୂହଳେ । ।୧୫
ଏଣୁ ସେ ବୃନ୍ଦାବନ ଦେଶେ । ନିଦାଘ ଗ୍ରୀଷମ ନ ପଶେ । ।୧୬
ଘନ ଗହନ ବନଭୂମି । ତେଣୁ ନୁହଁନ୍ତି ଜୀବେ ଶ୍ରମୀ । ।୧୭
ଅତି ଗଭୀର ନଦୀଜଳେ । ଲହରୀ ଉଠେ ବାୟୁବଳେ । ।୧୮
ପଙ୍କ ଦ୍ରବଇ ବେନିତଟେ । ସେ ଜଳେ ଗ୍ରୀଷ୍ମ ତ୍ରାସ କଟେ । ।୧୯
ତେଣୁ ଏ ବନଭୂମି ଦେଶ । ନ ଲାଗେ ଆଦିତ୍ୟର ତ୍ରାସ । ।୨୦
ଅରୁଣ ତେଜ ନ ଲାଗଇ । ଯହିଁ ବିଜୟ ଭାବଗ୍ରାହୀ । ।୨୧
ସ୍ୱଭାବେ କୁସୁମିତ ବନ । ମୃଗ ମୟୂର ପକ୍ଷୀସ୍ୱନ । ।୨୨
କୋକିଳ ସାରସ ନିକର । ଭ୍ରମରଧ୍ୱନି ମନୋହର । ।୨୩
ଏମନ୍ତେ ପ୍ରଭୁ ବନମାଳୀ । ଗୋପବାଳକ ମଧ୍ୟେ କେଳି । ।୨୪
ଆନନ୍ଦେ ଗୀତ ବେଣୁଧ୍ୱନି । ଗାଈ-ଗୋବତ୍ସା ସଙ୍ଗେ ଘେନି । ।୨୫
ମିଳିଲେ ବୃନ୍ଦାବନେ ଯାଇ । ରଙ୍ଗେ ନାଚନ୍ତି ବେନିଭାଇ । ।୨୬
ସଦାବସନ୍ତ ବୃନ୍ଦାବନେ । ନାନା କୁସୁମ ଫଳମାନେ । ।୨୭
ଯହିଁ ଗୋବିନ୍ଦ ବନଚାରୀ । ମିଶେଷ ସଙ୍ଗେ ହଳଧାରୀ । ।୨୮
ଶୀତଳ ଛାୟା ବୃକ୍ଷତଳେ । ଭ୍ରମର ପନ୍ତି ଫୁଲଡ଼ାଳେ । ।୨୯
ଶୋଭିତ ସରୋବର ଫୁଲ । ସୁଗନ୍ଧ ଶୀତଳ ଅମୂଲ୍ୟ । ।୩୦
ଅରୁଣ ତେଜ ନ ଲାଗଇ । ବନର ବହ୍ନି ବନେ ଥାଇ । ।୩୧
କୋମଳ ତୃଣ ଯୂଥେ ଯୂଥେ । ଗୋରୁଏ ଚରନ୍ତି ନିଶ୍ଚିନ୍ତେ । ।୩୨
ଯମୁନା ଜଳ ବୃକ୍ଷମୂଳେ । ପବନ ବହଇ ଶୀତଳେ । ।୩୩
ବନକୁସୁମ ପରିମଳ । ଦେଖି ସାନନ୍ଦ ଆଦିମୂଳ । ।୩୪
ବାଳକକ୍ରୀଡ଼ା ସାବଧାନେ । କୃଷ୍ଣ ବିଜୟେ ବୃନ୍ଦାବନେ । ।୩୫
ସେ ବନେ ଚରାଇଲେ ଗାଈ । ଗୋପେ ନାଚନ୍ତି ବେଣୁ ବାଇ । ।୩୬
ଶିରେ ଗୁଞ୍ଜରା ଜାମୁଡ଼ାଳୀ । ରତ୍ନଭୂଷଣ ଫୁଲମାଳୀ । ।୩୭
ପ୍ରବାଳ-ବରହିସ୍ତବକ । ଧାତୁଭୂଷଣ ରଙ୍ଗେରଖ । ।୩୮
ବାଳକେ ରାମକୃଷ୍ଣ ମେଳେ । ଯୁଦ୍ଧ କରନ୍ତି ବାହୁବଳେ । ।୩୯
ରାମଗୋବିନ୍ଦ ଗୋପସୁତେ । ଖେଳନ୍ତି ନୃତ୍ୟଗୀତ ଯୁତେ । ।୪୦
କୃଷ୍ଣର ନୃତ୍ୟ ଗୋପେ ଦେଖି । ମିଳିଲେ ଗୋବତ୍ସା ଉପେକ୍ଷି । ।୪୧
କେ ତାଳି ବାଇ ମନୋହରେ । ଗମ୍ଭୀର ଗୀତନାଦ ସ୍ୱରେ । ।୪୧
ଶିଙ୍ଗା ମୁରଲୀନାଦ ପୁରି । କେ ସାଧୁ ଧନ୍ୟ ଧନ୍ୟ କରି । ।୪୨
ଦେବେଯେ ଥିଲେ ଶୂନ୍ୟପଥେ । ମିଳିଲେ କୃଷ୍ଣର ଅଗ୍ରତେ । ।୪୩
ମାୟାବାଳକ ରୂପ ହୋଇ । କୃଷ୍ଣର ଚଉପାଶେ ଥାଇ । ।୪୪
ସ୍ତୁତି କରନ୍ତି କୃଷ୍ଣ ରାମେ । ଭାଟେ ଯେସନେ ଗୁଣଗାନେ । ।୪୫
ଏକ ଆରକେ ସାଧୁଭଣି । ଶୁଣ ପାଣ୍ତŠବ ଚୂଡ଼ାମଣି । ।୪୬
ତାଣ୍ତŠବ ରସେ ସୁଖେ ହରି । ବୃନ୍ଦା ବନରେ କ୍ରୀଡ଼ା କରି । ।୪୭
କୃଷ୍ଣର ନୃତ୍ୟ ଦେଖି ପୋଏ । ରାମଙ୍କୁ ବେଢ଼ିଲେ ଥୋକାଏ । ।୪୮
ଖେମଟାରସେ ଗୀତ ଗାଇ । କେ ଧାଏଁ ଶିଙ୍ଗାନାଦ ଦେଇ । ।୪୯
ତାଳି ମୁରଲୀ ଗାଲତୁର । ନାଚନ୍ତି ବ୍ରହ୍ମାଣ୍ତŠ ଠାକୁର । ।୫୦
ନୃତ୍ୟର ଅନ୍ତେ ପରଶଂସି । କେ ତହିଁ କହନ୍ତି ବିଶ୍ୱାସି । ।୫୧
ଥୋକେ କରନ୍ତି ନାନା ସ୍ତୁତି । ହରଷେ ପୁଷ୍ପ ପରଷନ୍ତି । ।୫୨
କୃଷ୍ଣ ସଙ୍ଗେ ନୃତ୍ୟ କରି । ବୁଲନ୍ତି ବୃନ୍ଦାବନେ ହେରି । ।୫୩
କେ ବଳେ ଏକୁ ଆରେ ଧରି । ଡାକନ୍ତି ବାହାନାଦ କରି । ।୫୪
କୃଷ୍ଣ ଉଠିଲେ ଉଚ୍ଚବୃକ୍ଷେ । ଫଳ ତୋଳିଲେ ନାନା ଶାଖେ । ।୫୫
ପୋଏ ତୋଳିଲେ ଯେଝାମତେ । ଅମର ଲୋକେ ଯୂଥେ ଯୂଥେ । ।୫୬
ଏକ ଆରକେ ମରାମରି । କେ ସାକ୍ଷୀ କରନ୍ତି ମୁରାରି । ।୫୭
କର ଚରଣ ଧରି ଛନ୍ଦେ । ଯୁଦ୍ଧ କରନ୍ତି ନାନା ବନ୍ଧେ । ।୫୮
କେ ପଛେ ଥାଇ ଚକ୍ଷୁ ବୁଜି । ନାମ ଧରନ୍ତି ମନେ ହେଜି । ।୫୮
ମୃଗଙ୍କ ପ୍ରାୟ କେହୁ ଧାଇଁ । ପକ୍ଷୀଙ୍କ ପ୍ରାୟ କେ ଉଡ଼ଇ । ।୫୯
ଭେକର ପ୍ରାୟ କେ ଡିଅଁନ୍ତି । ଚାଲନ୍ତି ଯେହ୍ନେ ହଂସପନ୍ତି । ।୬୦
ବସ୍ତ୍ର ବାନ୍ଧନ୍ତି ବୃକ୍ଷ ଡାଳେ । ଦୋଳି କରନ୍ତି କୁତୁହଳେ । ।୬୧
ପର୍ବତ କୁଞ୍ଜ ନଦୀକୂଳେ । ଖେଳନ୍ତି ରାମକୃଷ୍ଣ ମେଳେ । ।୬୨
ଗାଈ ଚରାଇ ବେଣୁବାଇ । ବନେ ଖେଳନ୍ତି ବେନି ଭାଇ । ।୬୩
ଏମନ୍ତେ କଂସ ଅନୁଚର । ବନେ ମିଳିଲା ନଦୀତୀର । ।୬୪
ପ୍ରଳମ୍ବ ନାମେ ମହାବଳୀ । ଲୁଚି ଦେଖଇ କୃଷ୍ଣକେଳି । ।୬୫
କ୍ଷଣକେ ସହି ନ ପାରିଲା । ଗୋପାଳ ରୂପେକ ହୋଇଲା । ।୬୬
ପ୍ରଳମ୍ବ ବିଚାରଇ ମନେ । କୃଷ୍ଣଙ୍କୁ ମାରିବି କେସନେ । ।୬୭
ପୁଅଙ୍କ ମେଳେ ଥିବି ବସି । ମୋର ନିକଟେ ଯେବେ ଆସି । ।୬୮
ମୁŠଣ୍ତ ମୋଡ଼ିବି ଧରି କରେ । କହିବି କଂସର ଛାମୁରେ । ।୬୯
ଏମନ୍ତ ବିଚାରିଲା ମନେ । ଲତାରେ ଥାଇ ବୃନ୍ଦାବନେ । ।୭୦
ମାୟା ଗୋପାଳ ରୂପ ହୋଇ । ମିଳିଲା ଗୋପ ମଧ୍ୟେ ଯାଇ । ।୭୧
ତାହା ଜାଣିଲେ ଭାବଗ୍ରାହୀ । କହନ୍ତି ଗୋପାଳଙ୍କୁ ଚାହିଁ । ।୭୨
ବାଳକେ ଶୁଣ ମୋ' ଉତ୍ତର । ମୁହିଁ ଜାଣଇଁ ଖେଡ଼ସାର । ।୭୩
ରାଜା ପରଜା ଖେଳ ଅଛି । ଆସ ଖେଳିବା ବଳ ଆଞ୍ଚି । ।୭୪
ଶୁଣି ସାନନ୍ଦ ମନେ ହସି । ରୁଣ୍ତŠ ହୋଇଲେ ପୋଏ ଆସି । ।୭୫
ରାମ ଗୋବିନ୍ଦେ କରି ରାଜା । ସକଳେ ହୋଇଲେ ପରଜା । ।୭୬
ଅଧେ ହୋଇଲେ ରାମ ଆଡ଼େ । ଥୋକେ ହୋଇଲେ କୃଷ୍ଣବାଡ଼େ । ।୭୭
କୃଷ୍ଣ ବୋଇଲେ ଦୁଇ ଦୁଇ । ବଳ କଷିବା ଯୁଦ୍ଧ ବିହି । ।୭୮
ଯୋଡ଼ି ଯୋଡ଼ିଏ ଏକ ସଙ୍ଗେ । ଯୁଦ୍ଧ କରିବା ନାନା ରଙ୍ଗେ । ।୭୯
ଖେଳ ପାଞ୍ଚିଲେ ଗୋପପୋଏ । ମାୟା ଭିଆଣ ଦେବରାୟେ । ।୮୦
ଜଣ ଜଣକେ ନାମ ଧରି । ଯୁନ୍ଧେ ପେଷିଲେ ନରହରି । ।୮୧
ଶ୍ରୀଦାମ ନାମ ଗୋପବାଳେ । ଯୁଝିଲା ଗୋବିନ୍ଦର ତୁଲେ । ।୮୨
ପ୍ରଳମ୍ବାସୁର ତୁଲେ ରାମ । କୃଷ୍ଣ ତୁଲେ ଭଦ୍ରସେନ । ।୮୩
ଏତେ ଭିଆଇ ଭାବଗ୍ରାହୀ । ବୋଲନ୍ତି ଗୋପାଳଙ୍କୁ ଚାହିଁ । ।୮୪
ଯୁଦ୍ଧ କରିବା ପୀଢ଼ କରି । ସଂଗ୍ରାମେ ଯେ ଯାହାକୁ ହାରି । ।୮୫
ଭାଣ୍ତୀର ବଟ ତଳେ ନେଇ । ଥୋଇବ କନ୍ଧରେ ବସାଇ । ।୮୬
ହେଉ ବୋଇଲେ ଗୋପବାଳେ । ଯୁଝନ୍ତି ଯେ ଯାହାର ବଳେ । ।୮୭
ହାରିଲେ ବୃକ୍ଷମୂଳେ ନେଇ । ଛାଡ଼ନ୍ତି କନ୍ଧରେ ବସାଇ । ।୮୮
ଏମନ୍ତେ ପ୍ରଭୁ ଦଇତାରି । ଶ୍ରୀଦାମ ତୁଲେ ଯୁଦ୍ଧ କରି । ।୮୯
ତାହାକୁ ଯୁଦ୍ଧେ କୃଷ୍ଣ ହାରି । ବଟେ ଛାଡ଼ିଲେ କଦ୍ଧେ କରି । ।୯୦
ଏବେ ହୋ ଶୁଣ ରସକଥା । ପ୍ରଳମ୍ବ ଅସୁର ବାରତା । ।୯୧
ପ୍ରଳମ୍ବାସୁର ରାମ ସଙ୍ଗେ । ପଡ଼ିଲା ପଞ୍ଚାପଞ୍ଚି ରଙ୍ଗେ । ।୯୨
ଯୁଦ୍ଧ କରନ୍ତେ ଗୁରୁତର । ରାମକୁ ହାରିଲା ଅସୁର । ।୯୩
ତକ୍ଷଣେ ବସାଇଲା କନ୍ଧେ । ଅସୁର ଭାଳଇ ଆନନ୍ଦେ । ।୯୪
ଏହାକୁ ବଟ ଯାଏ ନେଇ । ଘେନିଣ ପଳାଇବି ମୁହିଁ । ।୯୫
ମୁଣ୍ତŠ ମୋଡ଼ିବି ବନେ ପଶି । ପୁଣି ମିଳିବ ଏଥେ ଆସି । ।୯୬
କୃଷ୍ଣ ପଡ଼ିବ ଯେତେବେଳେ । ଘେନି ଉଡ଼ିବି ଅନ୍ତରାଳେ । ।୯୭
କଂସ ଛାମୁରେ ଦେବି ନେଇ । ନିଶ୍ଚିନ୍ତେ ଭୁଞ୍ଜିବ ସେ ମହୀ । ।୯୮
ଏତେ ବିଚାରି ମହାସୁର । କନ୍ଧେ ବସାଇ ହଳଧର । ।୯୯
ଭାŠଣ୍ତୀରବଟ ଗଲା ଜିଣି । ତାହା ଜାଣିଲେ ହଳପାଣି । ।୧୦୦
କୋଟିଏ ମେରୁ ଯେହ୍ନେ ଭାର । ଚଳି ନପାରିଲା ଅସୁର । ।୧୦୧
ତକ୍ଷଣେ ନିଜରୂପ ଧରି । ଅସୁର ଗଗନେ ସଞ୍ଚରି । ।୧୦୨
ନୀଳ-ଜୀମୂତ-ଦେହ କାନ୍ତି । ମଣିକଙ୍କଣ ଝଟକନ୍ତି । ।୧୦୩
ସ୍ୱାଭାବେ ନାନା ଅଳଙ୍କାର । ତେଜେ ବିରାଜିଲା ଅସୁର । ।୧୦୪
କି ଅବା ଦେବା ପଟାନ୍ତର । ଯାହାର କନ୍ଧେ ହଳଧର । ।୧୦୫
ବିଜୁଳି ଯେହ୍ନେ କଳାମେଘେ । ଯେସନେ ଶଶାଙ୍କର ଲାଗେ । ।୧୦୬
ଗଗନେ ବେଗେ ଯାଉଅଛି । ତା' ଦେଖି ରାମ ମନେ ପାଞ୍ଚି । ।୧୦୭
ଭ୍ରୂକୁଟି କୁଟିଳ ପ୍ରପଞ୍ଚ । ବିକଟ ଦନ୍ତ ତୀକ୍ଷ୍‌ଣ ଉଚ୍ଚ । ।୧୦୮
ସୁବ‰ର୍ଣ୍ଣ ତେଜେ ଦେହ ଝଳି । ନୀଳମେଘରେ କି ବିଜୁଳି । ।୧୦୯
ତକ୍ଷଣେ ପ୍ରଭୁ ହଳଧର । ଜାଣିଲେ ନିଶ୍ଚୟ ଅସୁର । ।୧୧୦
ମୁଷ୍ଟିଏ ପ୍ରହାରିଲେ ମୁଣ୍ତେŠ । ବଜ୍ର ଯେସନେ ଗିରିଖଣ୍ତେŠ । ।୧୧୧
ମୁଣ୍ତŠ ହୋଇଲା ଶତେ ଚୂର । ଶବଦ କଲା ମହାଘୋର । ।୧୧୨
ରୁଧିର ଉଦ୍‌ଗାରିଲା ମୁଖେ । ପଡ଼ିଲା ଗୋବର୍ଦ୍ଧନ ପାଖେ । ।୧୧୩
ଦେଖି ଚକିତ ଗୋପପୋଏ । ସ୍ୱର୍ଗେ ଯେ ଥିଲେ ଦେବତାଏ । ।୧୧୪
ସକଳେ ସାଧୁ ସାଧୁ ଭଣି । କୁସୁମ ବରଷିଲେ ଆଣି । ।୧୧୫
ରାମଙ୍କୁ ଧରି ଗୋପବାଳେ । କୋଳ କରିଣ ଚୁମ୍ବ ଦେଲେ । ।୧୧୬
ଅବନୀ ହୋଇଲା ଆନନ୍ଦ । ବାଳମୂରତି ଆଦିକନ୍ଦ । ।୧୧୭
ସେ ରାମଚରଣେ ବିଶ୍ୱାସ । ଶରଣ ଜଗନ୍ନାଥ ଦାସ । ।୧୧୮
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ପ୍ରଳମ୍ବବଧୋ ନାମ ଊନବିଂଶୋଽଧ୍ୟାୟଃ । ।

ବିଂଶ ଅଧ୍ୟାୟସମ୍ପାଦନ କରନ୍ତୁ

କହନ୍ତି ବ୍ୟାସମୁନି ସୁତ । ଶୁଣ ରାଜନ ପରୀକ୍ଷିତ । ।୧
ଖେଳନ୍ତି ରାମ ନରହରି । ଗୋରୁଏ ଗଲେ ବନେଚରି । ।୨
ଚରନ୍ତେ ତୃଣ ଲୋଭେ ଗାଈ । ପଶିଲେ ଗିରିକୁଞ୍ଜେ ଯାଇ । ।୩
ଅଜା ମହିଷୀ ଗୋରୁ ସଙ୍ଗେ । ପ୍ରବେଶ କୁଞ୍ଜବନ ଲାଗେ । ।୪
ଅନଳ ଆବୋରିଲା ଆସି । କୁଞ୍ଜ ଗହନେ ଛନ୍ତି ପଶି । ।୫
ବିକଳେ ଚଉଦିଗେ ଚାହିଁ । କାନ୍ଦନ୍ତି କୃଷ୍ଣ ମନେ ଧ୍ୟାୟି । ।୬
ପୋଏ ଯେ ଥିଲେ କୃଷ୍ଣ ସଙ୍ଗେ । ଖେଳୁଁ ଚାହିଁଲେ ଚାରିଦିଗେ । ।୭
ବିକଳେ ଖେଦମନେ ଧାଇଁ । ଲୋଡ଼ନ୍ତି ବନେ ବତ୍ସା ଗାଈ । ।୮
ଗୋରୁଙ୍କ ଖୋଜ ଅନୁସରି । ଡାକନ୍ତି ଗାଈ ନାମଧରି । ।୯
ଗାଈଙ୍କି ନ ଦେଖି ବିକଳ । ପଛେ ଅଛନ୍ତି ଆଦିମୂଳ । ।୧୦
ବତ୍ସା ନ ପାଇ କୁଞ୍ଜବନେ । ପୋଏ କାନ୍ଦନ୍ତି ଦୁଃଖମନେ । ।୧୧
ତୃଷିତ ହୋଇ ବାହୁଡ଼ିଲେ । କୃଷ୍ଣର ନିକଟେ ମିଳିଲେ । ।୧୨
ପୁଅଙ୍କ ଦୁଃଖ ଦେଖି ହରି । ବୃକ୍ଷେ ଉଠିଲେ ଅନୁସରି । ।୧୩
ନୀଳ-ଜୀମୂତ ଦେହ ହରି । ପୀତବସନ ବନମାଳୀ । ।୧୪
ମେଘ-ଗମ୍ଭୀର ରସଭରେ । ଗୋରୁଙ୍କୁ ଡାକନ୍ତି ସୁସ୍ୱରେ । ।୧୫
ଗୋରୁଏ ନାମ ଶୁଣି କ‰ର୍ଣ୍ଣେ । ହୁଙ୍କାର କଲେ ତୋଷମନେ । ।୧୬
ଏମନ୍ତେ ବେଢ଼ିଲା ଅନଳ । ଯେସନେ ପ୍ରଳୟର କାଳ । ।୧୭
ପବନ ବହେ ଖରତର । ପ୍ରଚଣ୍ତŠ ତେଜ ମହାଘୋର । ।୧୮
ଅନଳ ଦେଖି ଗୋପବାଳେ । କୃଷ୍ଣଙ୍କୁ ଡାକନ୍ତି ବିକଳେ । ।୧୯
ହେ ରାମକୃଷ୍ଣ ଆସ ବେଗେ । ଅଗ୍ନି ବେଢ଼ିଲା ଚାରିଦିଗେ । ।୨୦
ଆମ୍ଭେ ତୋହର ବନ୍ଧୁବଳ । ତୋହରେ ଶରଣ ଗୋକୁଳ । ।୨୧
ମୁନି ବୋଲନ୍ତି ଶୁଣ ରାୟେ । ଗୋକୁଳେ କୃଷ୍ଣ କଲେ ଦୟେ । ।୨୨
କୃଷ୍ଣ ବୋଇଲେ ଯେଝାମତେ । ଚକ୍ଷୁ ଲୁଚାଅ ବେନିହସ୍ତେ । ।୨୩
ଶୁଣି ଲୋଚନେ କର ଦେଇ । ବୋଲନ୍ତି କୃଷ୍ଣ ତ୍ରାହି ତ୍ରାହି । ।୨୪
ଗୋବିନ୍ଦ ଯୋଗମାୟା ବଳେ । ଅଗ୍ନି ଗିଳିଲେ କଣ୍ଠନାଳେ । ।୨୫
ଗୋପକୁମରେ ବେଗେ ଧାଇଁ । ମିଳିଲେ ବଟତଳେ ଯାଇ । ।୨୬
ଭାŠଣ୍ତୀର ତଳେ ଚକ୍ଷୁ ଫେଇ । ସଭୟେ ଚଉଦିଗେ ଚାହିଁ । ।୨୭
ଗୋରୁଏ ମିଳିଲେ ତକ୍ଷଣ । ରଙ୍ଗେ ନାଚନ୍ତି ନାରାୟଣ । ।୨୮
କୃଷ୍ଣଙ୍କୁ ଚାହିଁ ଗୋପପୋଏ । ଗୁପତେ ଭାଳନ୍ତି ଥୋକାଏ । ।୨୯
କି ଏ କେବଣ ଦେବତାଏ । ଜାତ ହୋଇଛି ନରଦେହେ । ।୩୦
ଅନେକ ସଙ୍କଟୁ ତାରିଲେ । ଯଶୋଦା ଭାଗ୍ୟେ ଜାତ କଲେ । ।୩୧
ଏମନ୍ତେ ଗୋପାଳଙ୍କ ମନ । ଜାଣିଲେ ପ୍ରଭୁ ଭଗବାନ । ।୩୨
ମାୟାରେ ମୋହିଲେ କୁମର । ବିଶ୍ୱ ପ୍ରପଞ୍ଚ ଖେଡ଼ଘର । ।୩୩
ଏମନ୍ତେ ରବି-ଅସ୍ତକାଳେ । ଗୋବିନ୍ଦ ଘେନି ଗୋପବାଳେ । ।୩୪
ଗୋପେ ହୋଇଲେ ପରବେଶ । ବେଣୁ ଶବଦେ ଗୀତରସ । ।୩୫
ଗୋପୀଏ ନ ଦେଖି ଶ୍ରୀପତି । ଘଡ଼ିକ ଯୁଗ ସେ ମଣନ୍ତି । ।୩୬
ରାମଗୋବିନ୍ଦ ମୁଖ ଚାହିଁ । ଚିନ୍ତା ଛାଡ଼ିଲେ ତୋଷ ହୋଇ । ।୩୭
ଘରେ କହିଲେ ପୁଅମାନେ । ଆମ୍ଭେ ଯେ ଗଲୁ ବୃନ୍ଦାବନେ । ।୩୮
ଖେଳ ଖେଳିଲୁ ବେନିବଳ । ରାଜା-ପରଜା ଖେଳ ସାର । ।୩୯
ପ୍ରଳମ୍ବ ନାମେଣ ଅସୁର । ଖେଳ ଭିତରେ ଥିଲା ବୀର । ।୪୦
ରାମକୁ ବହି ନେଉଥିଲା । ଜାଣି ସେ ମୁଥ ପ୍ରହାରିଲା । ।୪୧
ମୁଣ୍ତŠ ହୋଇଲା ଶତେ ଚୁର । ଗର୍ଜିଣ ପଡ଼ିଲା ଅସୁର । ।୪୨
ଗୋବରଧନ ଗିରି ଲାଗେ । ପଡ଼ିଣ ଅଛି ମହୀଭାଗେ । ।୪୩
ତହୁଁଣ କୁଞ୍ଜ ବନେ ଗଲୁ । ଗାଈବାଛୁରୀ ନ ପାଇଲୁ । ।୪୪
ଲୋଡ଼ିଲୁ ଗହନ ବନରେ । ଅଗ୍ନି ବେଢ଼ିଲା ଧାତିକାରେ । ।୪୫
ବନେ ଅନଳ ତେଜ ଦିଶି । ଡାକିଲୁ ରଖ ବ୍ରହ୍ମରାଶି । ।୪୬
ପ୍ରତ୍ୟକ୍ଷେ ଅନଳ ଦେଖିଲୁ । ଆରତେ କୃଷ୍ଣ ସୁମରିଲୁ । ।୪୭
କୃଷ୍ଣ ବୋଇଲେ ଆଖି ବୁଜ । ଅନଳ ଲିଭାଇବୁଁ ଆଜ । ।୪୮
ତାହାର ବୋଲେ ଆଖିମାନ । ହସ୍ତରେ ବୁଜିଲୁ ବହନ । ।୪୯
ଦଣ୍ତŠକେ ଫେଡ଼ିଣ ଚାହିଁଲୁ । ତେଡ଼େ ଅନଳ ନ ଦେଖିଲୁ । ।୫୦
କେବଣ ମନ୍ତ୍ର କୃଷ୍ଣ କଲା । ତେଡ଼େ ଅନଳ ଲିଭାଇଲା । ।୫୧
ପୁଅଙ୍କ କଥାମାନ ଶୁଣି । ବିଷାଦ ବରଜତରୁଣୀ । ।୫୨
ଗୋପାଳେ ହରଷ ବିସ୍ମୟେ । ତ୍ରାସ ଲାଗିଲା ସର୍ବଦେହେ । ।୫୩
ଯୋଗମାୟାରେ ମୋହ ହୋଇ । କ୍ଷଣକେ ପାସୋରିଲେ ତାହିଁ । ।୫୪
ପୁତ୍ରଙ୍କ ସ୍ନେହଭାବ ଘେନି । ଭଜନ୍ତି ଗୋପର କାମିନୀ । ।୫୫
ସୁଜନେ କୃଷ୍ଣପାଦେ ଚିନ୍ତ । ସଂସାରେ ନୁହଁ ଭ୍ରମଚିତ୍ତ । ।୫୬
ସମ୍ପଦ ସ୍ୱପ୍ନପ୍ରାୟ ଦେଖ । ଧ୍ୟାନେଣ ଚିନ୍ତ ପଦ୍ମମୁଖ । ।୫୭
ବ୍ରାହ୍ମଣ କୁଳେ ଜାତ ହୋଇ । ବିଷ୍ଣୁବାସନା ମୋର ନାହିଁ । ।୫୮
ସାଧୁଚରଣେ ଆଶ୍ରେ ମୋର । ଉଧର କୃଷ୍ଣ-ହଳଧର । ।୫୯
ହରିଚରଣେ ଦିଅ ମନ । ଯେ ହରି ବିପତ୍ତିନାଶନ । ।୬୦
ଆବର ଯେତେ ଦ୍ରବ୍ୟମାନ । ସେ ସର୍ବ ନିଶିର ସ୍ୱପନ । ।୬୧
ସଂସାରୁ ତରିବ ଯେମନ୍ତ । ଭଣଇଁ ଦାସ ଜଗନ୍ନାଥ । ।୬୨
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ଦାବାଗ୍ନିପାନଂ ନାମ ବିଂଶୋଽଧ୍ୟାୟଃ । ।

ଏକବିଂଶ ଅଧ୍ୟାୟସମ୍ପାଦନ କରନ୍ତୁ

ଶୁକ ଉବାଚ

ଶୁଣ ରାଜନ ହରିରସ । ତୁ ଅଟୁ ଗୋବିନ୍ଦର ଦାସ । ।୧
କୃଷ୍ଣ ମହିମା ଶୁଣି କ‰ର୍ଣ୍ଣେ । ଗୋପୀ ଗୋପାଳ ତୋଷମନେ । ।୨
ରାମକୃଷ୍ଣଙ୍କୁ ପରଶଂସି । କିଏ ଦେବତା ଏଥେ ଆସି । ।୩
ନୋହିଲେ ଏଡ଼େ କର୍ମ କାହିଁ । ବିଷମ ସଂକଟୁ ତାରଇ । ।୪
ପରମାନନ୍ଦ ମୁଖ ଚାହିଁ । ଚିନ୍ତା ଛାଡ଼ିଲେ ତୋଷ ହୋଇ । ।୫
ଏମନ୍ତେ ଗ୍ରୀଷ୍ମକାଳ ଗଲା । ବରଷା ଋତୁ ପ୍ରସରିଲା । ।୬
ସକଳ ଋତୁଙ୍କର ସାର । ଶସ୍ୟ-ସମ୍ପଦ ମଞ୍ଚପୁର । ।୭
ମେଘେ ମିଳିଲେ ଶୂନ୍ୟପଥେ । ବିଜୁଳି-ପବନ ସଙ୍ଗତେ । ।୮
ଭୂମି-ସାଗର ଶୂନ୍ୟ ବ୍ୟାପୀ । ନୀଳ ଜିମୂତ ବିଶ୍ୱରୂପୀ । ।୯
ଆକାଶ ମେଘାଚ୍ଛନ୍ନ ହୋଇ । ଜ୍ୟୋତି ପ୍ରକାଶ ନ ଦିଶଇ । ।୧୦
ଗୁଣେ ଆଚ୍ଛନ୍ନ ବ୍ରହ୍ମ ଯେହ୍ନେ । ଆକାଶ ନଦିଶେ ତେସନେ । ।୧୧
ଭୂମିର ରସ ଅଷ୍ଟମାସ । ଆଦିତ୍ୟ କରିଥିଲା ଗ୍ରାସ । ।୧୨
ତେଜେ ଅବନୀ ଦୁଃଖ ଚାହିଁ । ଜଳ ଛାଡ଼ିଲା ତୋଷ ହୋଇ । ।୧୩
ଘୋର-ଶବଦେ ମେଘମାଳ । ଗର୍ଜିଣ ବରଷନ୍ତି ଜଳ । ।୧୪
ପ୍ରାଣୀ-ଜୀବନ ଜଳରାଶି । କରୁଣାଚିତ୍ତରେ ବରଷି । ।୧୫
ପୃଥିବୀ ରବିତେଜ ତ୍ରାସେ । ତାପିତ ଥିଲା ଅଷ୍ଟମାସେ । ।୧୬
ଜଳ ପାଇଲା ତୋଷଚିତ୍ତେ । ତପସ୍ୱୀଜନଙ୍କର ମତେ । ।୧୭
ତପସ୍ୟା ଫଳ ଯେହ୍ନେ ପାଇ । ଭୁଞ୍ଜନ୍ତି ଅତି ସୁଖୀ ହୋଇ । ।୧୮
ଖଦ୍ୟୋତ କୀଟ ନିଶାମୁଖେ । ଜଗତ ଆବୋରିଲେ ସୁଖେ । ।୧୯
ପାଷଣ୍ତେŠ ଯେହ୍ନେ କଳିଯୁଗେ । ବେଦ ନିନ୍ଦନ୍ତି ପାପ ଯୋଗେ । ।୨୦
ମŠଣ୍ତୁକେ ମେଘନାଦ ଶୁଣି । ଗର୍ଜିନ୍ତି ଆବୋରିଣ ପାଣି । ।୨୧
ରଜନୀ ଅନ୍ତେ ବିପ୍ରଜନେ । କରନ୍ତି ବେଦଧ୍ୱନି ଯେହ୍ନେ । ।୨୨
ଅଳପ ନଦୀଏ ପୂରିଲେ । ଲହରି ଘେନି ଉଛୁଳିଲେ । ।୨୩
ପୁଣି ଶୁଖନ୍ତି ଜଳଅନ୍ତେ । ଅଳପ ଲୋକଙ୍କର ମତେ । ।୨୪
ତୃଣରେ ଇନ୍ଦ୍ର ଗୋପ ମିଶି । ସୈନ୍ୟ ସଂପଦ ପ୍ରାୟ ଦିଶି । ।୨୫
ଛତୁଏ ଛତ୍ର ପ୍ରାୟ ହୋଇ । ରାଜାଙ୍କ ପ୍ରାୟ ଦିଶେ ମହୀ । ।୨୬
ନାନାପ୍ରକାରେ ଶସ୍ୟରାଶି । ଏଣେ ପୂରିତ ମହୀ ଦିଶି । ।୨୭
ଶସ୍ୟ-ସଂପଦେ କ୍ଷେତ୍ରମାନେ । ଦେଖି ଆନନ୍ଦ କୃଷିଜନେ । ।୨୮
ଦରିଦ୍ରଙ୍କର କୃଷିନାଶେ । ତାପ କରାଇଲେ ବିଶେଷେ । ।୨୯
ଦଇବ ବଳ ଅବିଶ୍ୱାସେ । ତାପକେ ପାଇଲେ ବିଶେଷେ । ।୩୦
ଅଶେଷ ଜୀବ ଜଳସ୍ଥଳେ । ଜଳ ଭକ୍ଷିଲେ କୁତୂହଳେ । ।୩୧
ଦିନକୁ ଦିନ ପୁଷ୍ଟ ହୋଇ । ହରିସେବକ ପ୍ରାୟ ରହି । ।୩୨
ସମୁଦ୍ର-ନଦୀଙ୍କର ମେଳେ । କଲ୍ଲୋଳ ଉଠେ ପୁଣ୍ୟଜଳେ । ।୩୩
ଅଳପ ଯୋଗୀଙ୍କର ଚିତ୍ତ । ଯେହ୍ନେ ଚଞ୍ଚଳଗୁଣେ ଗ୍ରସ୍ତ । ।୩୪
ପର୍ବେତେ ଜଳଧାରା ଘାଏ । ଛିଡ଼ନ୍ତେ ନ କରନ୍ତି ଭୟେ । ।୩୫
କୃଷ୍ଣ-ଆଶ୍ରିତ ପ୍ରାଣୀ ଯେହ୍ନେ । ଦୁଃଖିତ ନୁହନ୍ତି ବ୍ୟସନେ । ।୩୬
ପଥ ହୋଇଲା ତୃଣମୟ । ବାଟର ନ ମିଳିଲା ଥୟ । ।୩୭
ବ୍ରାହ୍ମଣେ ବେଦ ପାସୋରିଲେ । ଯେମନ୍ତେ ହ୍ୱନ୍ତି ପଚାରିଲେ । ।୩୮
ଜଗତବନ୍ଧୁ ମେଘମାଳେ । ବିଜୁଳି ନ ରହେ ନିଶ୍ଚଳେ । ।୩୯
ଗୁଣି ପୁରୁଷ ଥାଉଁ ମେଳେ । ବିଟପୀ ମନ ଯେହ୍ନେ ଟଳେ । ।୪୦
ଜଳଦ ମଧ୍ୟେ ଇନ୍ଦ୍ରଚାପ । ଦିଶଇ ନୀଳ-ପୀତରୂପ । ।୪୧
ତୃତୀୟ ଗୁଣେ ହୋଇ ଯୁତ । ନିର୍ଗୁଣ-ପୁରୁଷ ଯେମନ୍ତ । ।୪୨
ଚନ୍ଦ୍ର ନଦିଶେ ମେଘାଚ୍ଛନ୍ନେ । ମିଥ୍ୟା-ବଚନେ ସତ୍ୟ ଯେହ୍ନେ । ।୪୩
ମୟୂରେ ଗିରିଶିଖେ ଥାଇ । ନୃତ୍ୟ କରନ୍ତି ମେଘେ ଚାହିଁ । ।୪୪
ଅତିଥି ଦେଖି ଭକ୍ତଜନେ । ଯେସନେ ତୋଷ ହ୍ୱନ୍ତି ମନେ । ।୪୫
ବୃକ୍ଷଙ୍କ ମୂଳେ ଜଳ ପଶି । ଫଳ-ପଲ୍ଲବ ପରକାଶି । ।୪୬
ତପର ଅନ୍ତେ ଫଳ ପାଇ । ତପସ୍ୱୀ ଯେହ୍ନେ ତୁଷ୍ଟ ହୋଇ । ।୪୭
ଜଳ କୁକ୍କୁଟ ଆଦି ହଂସ । ପଙ୍କ-କଣ୍ଟକେ କଲେ ବାସ । ।୪୮
ଦୁଃଖ-କଷଣେ ନରନାରୀ । ଯେସନେ ଗୃହେ ବାସକରି । ।୪୯
ଜଳପ୍ରବାହେ ବନ୍ଧ ଭାଙ୍ଗେ । ଯେହ୍ନେ ପାଷାଣ୍ତେŠ ବେଦମାର୍ଗେ । ।୫୦
ପବନ ଯୋଗେ ମେଘ ବଢ଼ି । ଅମୃତ ପ୍ରାୟ ଜଳ ଛାଡ଼ି । ।୫୧
ବିପ୍ରଙ୍କ ବୋଲେ ମହୀପାଳେ । ଯେହ୍ନେ ଦିଅନ୍ତି ଦାନକାଳେ । ।୫୨
ବରଷା ରସେ ବନ ଭୂଇଁ । ଖର୍ଜ୍ଜୁର ଜମ୍ବୁମୟ ହୋଇ । ।୫୩
ଗୋରୁ ଗୋପାଳ ସଙ୍ଗେ ଘେନି । ବନେ ବିଜୟ ଭାଇବେନି । ।୫୪
ଗାଈଏ ସ୍ତନଭର ହୋଇ । କŸର୍ଦ୍ଦମେ ନପାରନ୍ତି ଯାଇ । ।୫୫
କୃଷ୍ଣର ଡାକ ଶୁଣି କ‰ର୍ଣ୍ଣେ । ନିକଟେ ମିଳିଲେ ବହନେ । ।୫୬
କାନନେ ଯେତେ ଜୀବ ଥିଲେ । ଗିରିକନ୍ଦରେ ଆଶ୍ରେ କଲେ । ।୫୭
ସକଳ ବୃକ୍ଷେ ମଧୁ ସ୍ରବେ । ବରଷା ଋତୁର ସ୍ୱଭାବେ । ।୫୮
ଗାଈ ଚରାନ୍ତି ନନ୍ଦବାଳ । ଭକ୍ଷନ୍ତି ଫଳ କନ୍ଦମୂଳ । ।୫୯
ବସନ୍ତି ବୃକ୍ଷଙ୍କର ତଳେ । ଦିନ ହରନ୍ତି କୁତୂହଳେ । ।୬୦
ଦଧିଅନ୍ନାଦି ଘରୁ ଆଣି । ଜଳ ନିକଟେ ଚକ୍ରପାଣି । ।୬୧
ଗୋପାଳ ମେଳେ ବେନିଭାଇ । ଭୁଞ୍ଜନ୍ତି ଶିଳାପରେ ଥୋଇ । ।୬୨
କୋମଳ ଘାସେ ପଶୁଗଣେ । ଚରନ୍ତି ମୁଦ୍ରିତ ଲୋଚନେ । ।୬୩
ବରଷା ଦେଖି ବ୍ରହ୍ମରାଶି । ନିଜ ମହିମା ପରଶଂସି । ।୬୪
ବନେ ବୁଲନ୍ତି ନନ୍ଦବାଳ । ପ୍ରବେଶ ଶରଦର କାଳ । ।୬୫
ଶୁକଳ ମେଘ ଶୂନ୍ୟେ ଦିଶି । ବିଷ୍ଣୁର ତେଜ ପରକାଶି । ।୬୬
ଭୂମିରେ ଯେତେ ଜଳ ଥିଲା । ଶରଦେ ନିର୍ମଳ ହୋଇଲା । ।୬୭
ଭ୍ରଷ୍ଟ ଯୋଗୀଙ୍କ ଚିତ୍ତ ଯେହ୍ନେ । ପୁଣି ନିର୍ମଳ ଯୋଗ ଧ୍ୟାନେ । ।୬୮
ଶରଦ ଭୟେ ମେଘ ଗଲା । ଆକାଶ ନିର୍ମଳ ଦିଶିଲା । ।୬୯
ଭାଙ୍ଗିଲା ଜନ୍ତୁଙ୍କ ଗହଳ । ଜଳୁ ହରିଲା ପଙ୍କ-ମଳ । ।୭୦
ହରି ଭକତି ବଳେ ଯେହ୍ନେ । ପାତକ ନ ଲଗାଇ ମନେ । ।୭୧
ସକଳ ଜଳ ଛାଡ଼ି ମେଘେ । ଶୁଭ୍ର ଦିଶିଲେ ଶୂନ୍ୟମାର୍ଗେ । ।୭୨
ସଂସାର ମୋହ ଛାଡ଼ି ଜନେ । ଯେହ୍ନେ ଦିଶନ୍ତି ଯୋଗଧ୍ୟାନେ । ।୭୩
ପର୍ବତେ ଯେତେ ଜଳ ଥିଲା । ସଞ୍ଚରି ଭୂମିରେ ପଡ଼ିଲା । ।୭୪
ଉତ୍ତମ ଶିଷ୍ୟେ ତୋଷ ହୋଇ । ଗୁରୁ ଯେସନେ ଜ୍ଞାନ ଦେଇ । ।୭୫
ଅଳପ ଜଳେ ଜନ୍ତୁ ଥାଇ । ରବି କିରଣେ ଭୟ ପାଇ । ।୭୬
ଜୀବନ ଦିନୁ ଦିନ କ୍ଷୀଣ । ଦରିଦ୍ର-କୁଟୁମ୍ବ ଯେସନ । ।୭୭
ଗଭୀର ଜଳେ ମୀନ ଥିଲେ । ରବି କିରଣ ନ ଜାଣିଲେ । ।୭୮
ଜଳେ ରମନ୍ତି ତୋଷ ଚିତ୍ତେ । ଅଜ୍ଞାନୀ ଜନଙ୍କର ମତେ । ।୭୯
ଭୂମିରେ ପଙ୍କ ଧୀରେ ଧୀରେ । ଶୁଖିଲେ ଶରଦ ଶିଶିରେ । ।୮୦
ଯେସନେ ଯୋଗଲୟ ପାଇ । ଅଜ୍ଞାନ ଭାବ କ୍ଷୟ ଯାଇ । ।୮୧
ଶରଦ ଋତୁ ଗୁଣ ଭେଦି । ନିଶ୍ଚଳ ହୋଇଲା ବାରିଧି । ।୮୨
ବେଦ-ବେଦାନ୍ତେ ପାଇ ତତ୍ତ୍ୱ । ଯେସନେ ଜ୍ଞାନୀଙ୍କର ଚିତ୍ତ । ।୮୩
କୃଷକେ ମିଳି ଧାନ୍ୟକ୍ଷେତ୍ରେ । ଜଳ ବାନ୍ଧିଲେ ଦୃଢ଼ମତେ । ।୮୪
ଯୋଗୀଏ ପବନର ବଳେ । ଇନ୍ଦ୍ରି ରୁନ୍ଧନ୍ତି ଯେହ୍ନେ କାଳେ । ।୮୫
ଶରଦ-ରବି-ତେଜ ଲାଗି । ଜନ୍ତୁଏ ହୋନ୍ତି ଦୁଃଖଭାଗୀ । ।୮୬
ରଜନୀନାଥ ତାହା ହରି । ଯେହ୍ନେ ଗୋବିନ୍ଦ ବ୍ରଜନାରୀ । ।୮୭
ନିର୍ମଳ ଦିଶେ ଶୂନ୍ୟପଥ । ଗ୍ରହ ନକ୍ଷତ୍ର ନିଶିନାଥ । ।୮୮
ଶବଦ ବ୍ରହ୍ମ ଜାଣି ଯେହ୍ନେ । ସାଧୁ ପୁରୁଷଙ୍କର ମନେ । ।୮୯
ନକ୍ଷତ୍ରଗଣ ମଧ୍ୟେ ଶଶୀ । ଅଖଣ୍ତŠମŠଣ୍ତଳ ପ୍ରକାଶି । ।୯୦
ଯାଦବ ଭୋଜବଂଶ ମଧ୍ୟେ । ଗୋବିନ୍ଦ ଯେସନେ ଆନନ୍ଦେ । ।୯୧
ଚନ୍ଦ୍ର କୁମୁଦ ଜଳରାଶି । ପବନ ପ୍ରସରନ୍ତେ ନିଶି । ।୯୨
ଗାଈ ହରିଣୀ ପକ୍ଷୀ ନାରୀ । ଶରଦ ଋତୁ ମଧ୍ୟେ ଚାରି । ।୯୩
ଇଚ୍ଛନ୍ତି ନିଜ ସ୍ୱାମୀ ସଙ୍ଗ । ମାୟାଭିଆଣ ଶିରୀରଙ୍ଗ । ।୯୪
କୁମୁଦ ବିନା ଜଳ ଫୁଲେ । ଆନନ୍ଦ ଦିବାକର ତୁଲେ । ।୯୫
ରାଜାର ତେଜେ ପ୍ରଜା ଯେହ୍ନେ । ଆନନ୍ଦ ହୋନ୍ତି ଚୋର ବିନେ । ।୯୬
ପୁରପାଟଣା ଗ୍ରାମ ଭୂଇଁ । ଚନ୍ଦ୍ର ଉ›ତ୍ସବ ବିରାଜଇ । ।୯୭
କୃଷ୍ଣର ମାୟା ଶସ୍ୟରାଶି । ଦେଖି ମାନବେ ପରଶଂସି । ।୯୮
ଋଷି-ନୃପତି-ବଣିଜାରେ । ପ୍ରବାସ କଲେ ଯେ ଯାହାରେ । ।୯୯
ଆୟୁଷ ଅନ୍ତେ ଯେହ୍ନେ ସିଦ୍ଧେ । କାଳେ ଭୁଞ୍ଜନ୍ତି ବ୍ରହ୍ମ‌ପଦେ । ।୧୦୦
ମୁନି କହନ୍ତି ରାଜା ଆଗେ । ବାଳକ ଲୀଳା ରସ ଭାବେ । ।୧୦୧
ଶରଦ କାଳେ ବନଚାରୀ । ରାମ ଗୋପାଳ ନରହରି । ।୧୦୨
ହରି ଚରିତ ଭାଗବତ । କହଇ ଦାସ ଜଗନ୍ନାଥ । ।୧୦୩
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ପ୍ରାବୃଟ୍ ଶରଦ୍ ବ‰ର୍ଣ୍ଣ‌ନଂ ନାମ ଏକବିଂଶୋଽଧ୍ୟାୟଃ । ।

ଦ୍ୱାବିଂଶ ଅଧ୍ୟାୟସମ୍ପାଦନ କରନ୍ତୁ

ଶୁକ ଉବାଚ

ଶରଦ କାଳର ସ୍ୱାଭାବେ । ଗୋବିନ୍ଦ ବୃନ୍ଦାବନ ଠାବେ । ।୧
ନଦୀ ପୋଖରୀ ଜଳରାଶି । ସୁଗନ୍ଧ ଫୁଲେ ପରଶଂସି । ।୨
ବନକୁସୁମ ତରୁଡ଼ାଳେ । ଶୁକ କୋକିଳ ଭୃଙ୍ଗମେଳେ । ।୩
ବନଗହନ ଗିରିତଳେ । ଗାଈ ଚରାନ୍ତି ଗୋପବାଳେ । ।୪
ଆନନ୍ଦେ ବେଣୁ ନାଦକରି । ବନେ ବିଜୟ ନରହରି । ।୫
କୃଷ୍ଣ ମୁରଲୀ ନାଦ ଶୁଣି । ଗୋପୀଏ ଏକୁ ଆରେ ଭଣି । ।୬
କୃଷ୍ଣଲୀଳାରେ ଚିତ୍ତ ଦେଇ । ଅନଙ୍ଗରସ ଭାବେ ମୋହି । ।୭
ମନ ନିବେଶି କୃଷ୍ଟ ପାଦେ । ଗୋପୀଏ କହନ୍ତି ଆନନ୍ଦେ । ।୮
ଶୁଣ ଗୋ ସଖୀ କୃଷ୍ଣ କଥା । କାନନେ ଯେମନ୍ତ ବ୍ୟବସ୍ଥା । ।୯
ମୟୂରପୁଚ୍ଛ ଶିରେ ଶୋହେ । ତରୁଣୀଜନ ମନ ମୋହେ । ।୧୦
କ‰ର୍ଣ୍ଣେ ଖଞ୍ଜିତ କନିଅର । ସୁନ୍ଦର ସୁରଙ୍ଗ୍ ଅଧର । ।୧୧
ପୀତବସନ କଟୀତଟେ । ଲମ୍ବଇ ବନମାଳା କଣ୍ଠେ । ।୧୨
ବିବିଧ ନଟବେଶ ହୋଇ । ମଧୁରେ ବେଣୁ ନାଦ ବାଇ । ।୧୩
ଆନନ୍ଦେ ଶିଶୁଗଣ ସଙ୍ଗେ । କ୍ରୀଡ଼ନ୍ତି ବୃନ୍ଦାବନ ଲାଗେ । ।୧୪
ମୁରଲୀନାଦ ଶୁଭେ ବନେ । ଭୋ ସଖି ଶୁଣ ସାବଧାନେ । ।୧୫
ଗୋପାଳ ମେଳେ ନନ୍ଦସୁତ । ଗୋରୁ ଚରାନ୍ତି ଗୋପୀନାଥ । ।୧୬
ଚକ୍ଷୁ ବହନ୍ତି ଯେତେ ପ୍ରାଣୀ । କେ ପାରୁ ତା'ଙ୍କ ପୁଣ୍ୟ ଗଣି । ।୧୭
ଗୋପାଳ ମେଳେ କୃଷ୍ଣ ଦେଖି । ନିର୍ମଳ କଲେ ଚର୍ମ ଆଖି । ।୧୮
ଚୂତ ପଲ୍ଲବେ ଶିଖିପୁଚ୍ଛ । କଟୀରେ ପୀତ ନୀଳକାଛ । ।୧୯
ହୃଦେ କଦମ୍ବ ପଦ୍ମମାଳ । ରଙ୍ଗ ମୃତ୍ତିକା ଶ୍ରମଝାଳ । ।୨୦
ଗୋପାଳ ମେଳେ ବେନିଭାଇ । କି ପଟାନ୍ତର ଦେବା ସହି । ।୨୧
ରଙ୍ଗସଭାର ତଳେ ସାର । ଯେହ୍ନେ ଯୁଗଳ ନୃତ୍ୟକାର । ।୨୨
ଦେଖ ଗୋ ମୁରଲୀର ଭାଗ୍ୟ । ଅମୃତ ଅଧରେ ସଂଯୋଗ । ।୨୩
ଅନେକ ଜନ୍ମେ ପୁଣ୍ୟ ଦାହି । କୃଷ୍ଣ ଅଧର ପୁଟେ ଥାଇ । ।୨୪
ସବୁ ଖାଇଲା ସୁଧାରସ । ଗୋପୀଙ୍କି ନାହିଁ ଅବଶେଷ । ।୨୫
ଗୋପୀଙ୍କଠାରେ ଗର୍ବ ବହେ । ସୁହୃଦ ସପତଣୀ ପ୍ରାୟେ । ।୨୬
ନଦୀଏ ହୋଇ ସ୍ଥିରଗତି । ବୃକ୍ଷେ ଅଶ୍ରୁଜଳ ସ୍ରବନ୍ତି । ।୨୭
ଭୂମି ଆନନ୍ଦ ବୃନ୍ଦାବନେ । ଗୋବିନ୍ଦ-ପାଦପଦ୍ମ-ଚିହ୍ନେ । ।୨୮
କୃଷ୍ଣ-ମୁରଲୀନାଦ ଚାହିଁ । ଜନ୍ତୁଙ୍କ ଚକ୍ଷୁ ନ ଚଳଇ । ।୨୯
ମୃଗ ମୟୂର ପଶୁ ଯେତେ । ଗିରିକନ୍ଦରେ ଯୂଥେ ଯୂଥେ । ।୩୦
ଧନ୍ୟ ଏ ହରିଣ ଯୁବତୀ । ବେଣୁ ଶୁଣନ୍ତି କୃଷ୍ଣ କତି । ।୩୧
ଆବୋରି କୃଷ୍ଣ ମୁଖସାର । ନୟନେ ଦ୍ୟନ୍ତି ଉପହାର । ।୩୨
ଦେବକାମିନୀ ଶୂନ୍ୟେ ଥାଇ । ମୁରଲୀ ନାଦେ ମନଦେଇ । ।୩୩
ବଦନ-ନୟନ-ଆନନ୍ଦ । ଶୁଣି ମୋହନ-ବେଣୁନାଦ । ।୩୪
ବିମାନେ ଥାଇ ମୋହମାନ । ଫିଟିଲା କବରୀ-ବସନ । ।୩୫
ଗୋରୁଏ କୃଷ୍ଣ-ଗୀତ ଶୁଣି । ଚଳି ନ ପାରନ୍ତି ଧରଣୀ । ।୩୬
ତୃଣ କବଳ ତୁଣ୍ତେŠ କରି । ବେଶୁ ଶୁଣନ୍ତି କ‰ର୍ଣ୍ଣ ଡେରି । ।୩୭
ବତ୍ସାଏ ସ୍ତନେ ମୁଖ ଦେଇ । ବେଣୁ ଶୁଣନ୍ତି ସ୍ଥିର ହୋଇ । ।୩୮
ପକ୍ଷୀଏ ମୁନିଙ୍କର ତୁଲେ । ଧ୍ୟାନ କରନ୍ତି ବୃକ୍ଷ ଡାଳେ । ।୩୯
ନଦୀଏ ଶୁଣି ବେଣୁଗୀତ । ଅନଙ୍ଗବାଣେ ମୋହଗତ । ।୪୦
ଉର୍ମିର ଛଳେ ଭୁଜ ତୋଳି । କୋଳ କରିବେ ବନମାଳୀ । ।୪୧
କମଳ ଉପହାର ଦେଇ । ପୂଜା କରନ୍ତି ପାଦ ଦୁଇ । ।୪୨
ଇନ୍ଦ୍ର ଯେ ଦେଖୁଥିଲା ରହି । ମୁରଲୀ ନାଦେ ଚିତ୍ତ ଦେଇ । ।୪୩
ରାମ-ଗୋବିନ୍ଦ ଗୋପମେଳେ । ଫୁଟିଲେ ଶ୍ରମ ଘର୍ମ ଝାଳେ । ।୪୪
ଦଇବେ ଗୋବିନ୍ଦର ମିତ୍ର । ଉପରେ କଲା ମେଘଛତ୍ର । ।୪୫
ଶବରନାରୀମାନେ ଧନ୍ୟ । ଶୁଣ ଗୋ ତାହାଙ୍କର ପୁଣ୍ୟ । ।୪୬
ସ୍ତିରୀଙ୍କ ସ୍ତନ ବିଲେ ପନ । କୁଙ୍କୁମ ଅଗୁରୁ ଚନ୍ଦନ । ।୪୭
କୃଷ୍ଣର ପାଦଯୁଗେ ଥିଲା । କୋମଳ ଘାସେ ଗୋ ଲାଗିଲା । ।୪୮
କୃଷ୍ଣର ଶୁଣି ବେଣୁସ୍ୱନ । ଅନଙ୍ଗେ ହୋଇଲେ ଅଜ୍ଞାନ । ।୪୯
କୁଙ୍କୁମ ତୃଣ ମଧ୍ୟୁଁ ତୋଳି । ସ୍ତନ-ବଦନେ ତାହା ବୋଳି । ।୫୦
ବେଗେ ଛାଡ଼ିଲେ ମନତାପ । ଦେଖନ୍ତି ରାମକୃଷ୍ଣ ରୂପ । ।୫୧
ଦେଖ ଗୋ ଗିରି ଗୋବର୍ଦ୍ଧନ । ପୂର୍ବେ ଅନେକ କଲା ପୁଣ୍ୟ । ।୫୨
ହରି ସେବକ ଶିରୋମଣି । କୋମଳ ତୃଣ କନ୍ଦପାଣି । ।୫୩
ଏ ଉପହାରେ ସେ ଆନନ୍ଦ । ପୂଜିଲା ଗୋବିନ୍ଦର ପାଦ । ।୫୪
ଗୋରୁ-ଗୋପାଳ ଘେନି ସଙ୍ଗେ । ବେଣୁ ବଜାନ୍ତି କୃଷ୍ଣ ରଙ୍ଗେ । ।୫୫
ପ୍ରାଣୀଙ୍କି କଲେ ବିପରୀତ । ମୋହିତ ହୋଇଲେ ସମସ୍ତ । ।୫୬
ଶୁଣ ରାଜନ ତୋଷଚିତ୍ତେ । ଗୋପୀ କହନ୍ତି ଖେଦମତେ । ।୫୭
କୃଷ୍ଣର ପାଦେ ମନଦେଇ । ଦିନ ହରନ୍ତି ମୁଖ ଚାହିଁ । ।୫୮
ଗୋବିନ୍ଦ ମୁରଲୀର ନାଦ । ଶୁଣନ୍ତେ ଖŠଣ୍ତଇ ଆପଦ । ।୫୯
ସୁଜନେ ଶୁଣ ବେଣୁଗୀତ । କହଇ ଦାସ ଜଗନ୍ନାଥ । ।୬୦
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ବେଣୁଗୀତଂ ନାମ ଦ୍ୱାବିଂଶୋଽଧ୍ୟାୟଃ । ।

ତ୍ରୟୋବିଂଶ ଅଧ୍ୟାୟସମ୍ପାଦନ କରନ୍ତୁ

ଶୁକ ଉବାଚ

କହନ୍ତି ବ୍ୟାସଙ୍କ କୁମର । ଶୁଣ ରାଜନ ରସଭର । ।୧
ଶରଦଋତୁ ପୂ‰ର୍ଣ୍ଣ ହେଲା । ହେମନ୍ତ ଋତୁ ପ୍ରସରିଲା । ।୨
କୃଷ୍ଣ-ଆଦେଶେ ଗୋପପୁରୀ । ଯେତେ ଉପୁଜିଲେ କୁମାରୀ । ।୩
କୃଷ୍ଣ ଭଜନ ପୁଣ୍ୟଫଳେ । ରମିଲେ ବୃନ୍ଦାବନ ସ୍ଥଳେ । ।୪
ତୁଲ୍ୟବୟସୀ ନବବେଶେ । ଖେଳନ୍ତି ନାନା ଖେଳରସେ । ।୫
ହେମନ୍ତ ଋତୁ ଦେଖି ବନେ । କଳ୍ପିଲେ ଗଉରୀ ପୂଜନେ । ।୬
ବେଣୁ-ଶବଦେ ଗୀତରସ । ଗୋପୀଏ ହୋଇଲେ ହରଷ । ।୭
ହବିଷ୍ୟ ଭୁଞ୍ଜି ଏକବାରେ । ଦେବୀ ପୂଜନ୍ତି ନଦୀତୀରେ । ।୮
ଅଳପ ରାତ୍ର ଥାଉଁ ନିତ୍ୟେ । ଯମୁନା ଯା'ନ୍ତି ତୋଷଚିତ୍ତେ । ।୯
ସ୍ନାହାନ ସାରି ଶୀତଜଳେ । ବାଲୁକା ସ୍ଥାପି ନଦୀତୀରେ । ।୧୦
ପୂଜନ୍ତି ନାନା ଦ୍ରବ୍ୟଘେନି । ଜୟ ଶବଦେ ଗୀତ ଧ୍ୱନି । ।୧୧
ହର ଗଉରୀ କରି ଧ୍ୟାନ । ମନେ ଚିନ୍ତନ୍ତି ଭଗବାନ । ।୧୨
ପୂଜାର ଅନ୍ତେ ପାଦେ ପଡ଼ି । ଗୁପତେ କରନ୍ତି ଗୁହାରି । ।୧୩
ହେ କାତ୍ୟାୟନି ମହାମାୟି । ପରମ ଯୋଗେଶ୍ୱରୀ ତୁହି । ।୧୪
ଭୋ ମାତ ଶଙ୍କର-ଯୁବତୀ । ନନ୍ଦକୁମର ଦିଅ ପତି । ।୧୫
ଆନ ବରେଣ କାର୍ଯ୍ୟ ନାହିଁ । ପ୍ରସନ୍ନ ହୁଅ ମାତ ତୁହି । ।୧୬
ଷୋଳ ସହସ୍ର ଗୋପନାରୀ । ବର ଇଚ୍ଛିଲେ ନରହରି । ।୧୭
ଏକ ଅରକେ ନ ଜାଣନ୍ତି । ମନେ ବରିଲେ କୃଷ୍ଣେପତି । ।୧୮
ବୋଲନ୍ତି କୃଷ୍ଣ ବର ହେଉ । ତା' ପାଦ ସେବି ଦିନ ଯାଉ । ।୧୯
କୃଷ୍ଣ-ରମଣଭାବ ଆଶେ । ତପ ସାଧିଲେ ଏକମାସେ । ।୨୦
ପ୍ରଭାତୁଁ ଉଠି ଗୋପବାଳୀ । ଆନନ୍ଦେ ଦେଲେ ହୁଳହୁଳି । ।୨୧
ଚାଲନ୍ତି ଯୂଥ ଯୂଥ ହୋଇ । ମଙ୍ଗଳ ନାଦେ ଗୀତ ଗାଇ । ।୨୨
ଏକ ଆରେକ ଭୂଜ କନ୍ଧେ । କୃଷ୍ଣ ଭଜନ୍ତି ଗୀତବନ୍ଧେ । ।୨୩
ବିବିଧ ହାସ୍ୟରସ ଭରେ । ମିଳିଲେ ଯମୁନାର ତୀରେ । ।୨୪
ବସ୍ତ୍ର ପାଲଟି କୂଳେ ଥୋଇ । ଜଳେ ପଶିଲେ ଗୀତଗାଇ । ।୨୫
ଅନନ୍ଦ କେ କରିବ ଅନ୍ତ । ଯାହା ରମିବେ ଗୋପୀନାଥ । ।୨୬
ଏକ ଆରକେ ଜଳ ଫିଙ୍ଗେ । ବୁଡ଼ି ଉଠନ୍ତି ନାନା ରଙ୍ଗେ । ।୨୭
ବୁଡ଼ନ୍ତି ଏକୁ ଆରେ ଧରି । ମୁଖେ ସିଞ୍ଚନ୍ତି ଫୁ ଫୁ କରି । ।୨୮
କରନ୍ତି ହାସ୍ୟ-ପରିହାସ । ଏମନ୍ତେ ଜଳେ ଖେଳରସ । ।୨୯
ଶୁଣ ପରୀକ୍ଷ ନୃପବର । ତାହା ଜାଣିଲେ ଦାମୋଦର । ।୩୦
ଗୋପବାଳକ ଘେନି ସଙ୍ଗେ । ମିଳିଲେ ନଦୀତୀରେ ରଙ୍ଗେ । ।୩୧
କୂଳେ ଦେଖିଲେ ବସ୍ତ୍ରରାଶି । ପବନେ କହନ୍ତି ବିଶ୍ୱାସି । ।୩୨
ଶୁଣ ପବନ ମୋର ବାଣୀ । ବସ୍ତ୍ର ତୁ ଥୁଅ ବୃକ୍ଷେ ଆଣି । ।୩୩
ଗୋବିନ୍ଦ ଆଜ୍ଞା ଘେନି ଶିରେ । ପବନ ବହିଲା ସଧୀରେ । ।୩୪
ତକ୍ଷଣେ ପ୍ରଭୁ ଦାମୋଦର । ଉଠିଲେ କଦମ୍ବ ବୃକ୍ଷର । ।୩୫
ବସ୍ତ୍ର ଯେ ନଦୀତୀରେ ଥଲା । ପବନ ଯୋଗେ ଉଡ଼ିଗଲା । ।୩୬
କଦମ୍ବ ବୃକ୍ଷେ ଯାଇ ପଡ଼ି । ଦେଖି ହସନ୍ତି ନରହରି । ।୩୭
ଗୋପଙ୍କୁ ଚାହିଁ ଆଦିକନ୍ଦ । ବୋଇଲେ ଡାଳେ ବସ୍ତ୍ର ବାନ୍ଧ । ।୩୮
ଆଜ୍ଞା ପାଇଣ ଗୋପପୋଏ । ବୃକ୍ଷରେ ଉଠିଲେ ନିର୍ଭୟେ । ।୩୯
ଗୋପାଳେ ଉଠି ବୃକ୍ଷ ଡାଳେ । ବସ୍ତ୍ର ବାନ୍ଧିଲେ ମାଳେ ମାଳେ । ।୪୦
ବାଳକେ ବୃକ୍ଷ ଡାଳେ ଥାଇ । ନାଚନ୍ତି କରତାଳି ଦେଇ । ।୪୧
ମୁରଲୀ ଧ୍ୱନି ଉଚ୍ଚସ୍ୱର । ମଧ୍ୟେ ବିଜୟ ଦାମୋଦର । ।୪୨
ଗୋପୀଏ ଥିଲେ ଜଳ ମଧ୍ୟେ । କ‰ର୍ଣ୍ଣେ ଶୁଣିଲେ ବେଣୁ ନାଦେ । ।୪୩
ସଂଭ୍ରମେ ଛାଡ଼ି ଜଳକେଳି । ବୃକ୍ଷକୁ ଚାହାନ୍ତି ନିରୋଳି । ।୪୪
ବୋଲନ୍ତି ବୃକ୍ଷେ ଏତ କିସ । ଦେଖ ଗୋ ଦଇବ ଭବିଷ୍ୟ । ।୪୫
ଏଠାକୁ କେମନ୍ତେ ଅଇଲା । ବାଳକ ମେଳେ ନନ୍ଦବାଳା । ।୪୬
କେବୋଲେ ଏ ବନେ ନ ଥାଇ । ଆଜ ଅଇଲା କିସ ପାଇଁ । ।୪୭
କେବୋଲେ ଭଲ ତ ହୋଇଲା । ବ୍ରତ ଗୋ ଆଜହୁଁ ସରିଲା । ।୪୮
କେ ବୋଲେ ଦେଖ ବୃକ୍ଷ ଡାଳେ । ଅନେକ ଉଡ଼ଇ ଚିରାଳେ । ।୪୯
କୂଳକୁ ଚାହିଁଣ ବୋଲନ୍ତି । ମରଣ ହୋଇଲା ଏଘାନ୍ତି । ।୫୦
ପାଲଟା ବସ୍ତ୍ର କୂଳେ ନାହିଁ । ଚକିତେ ଚଉଦିଗେ ଚାହିଁ । ।୫୧
ବୋଲନ୍ତି ବସ୍ତ୍ର କେଣେ ଗଲା । ଏଡ଼େ ଗୋ ପବନ ବହିଲା । ।୫୨
ଉଡ଼ି କେବଣ ଦିଗେ ଗଲା । ଲଜ୍ଜା ତ ମରଣୁଁ ବଳିଲା । ।୫୩
କିସ କରିବୁ ଆଜ ଜଳେ । କନ୍ୟାଏ ଭାଳନ୍ତି ବିକଳେ । ।୫୪
ଦାସବତ୍ସ›ଳ ଭାବଗ୍ରାହୀ । କହନ୍ତି ଗୋପୀଙ୍କୁ ଅନାଇ । ।୫୫
ବସ୍ତ୍ର ଗୋ ବନେ ପଡ଼ିଥିଲା । ପବନ ଉଡ଼ାଇ ଆଣିଲା । ।୫୬
ରୁଣ୍ତାଇ ବସ୍ତ୍ର ଆମ୍ଭେ ଆଣି । ବୃକ୍ଷେ ବାନ୍ଧିଲୁ ଏହିକ୍ଷଣି । ।୫୭
ଏ ଯେବେ ତୁମ୍ଭର ହୋଇଲା । ଆମ୍ଭର ଯଶ ଉପୁଜିଲା । ।୫୮
ଯେ ଯାହା ବସ୍ତ୍ର ଆସି ନିଅ । ଶୀତଳ ଜଳେ ଗୋ ନ ଥାଅ । ।୫୯
ଶୁଣି ଚକିତ ଗୋପବାଳୀ । ବୋଲନ୍ତି ପଡ଼ିଲୁ ପଞ୍ଚାଳି । ।୬୦
ଏକ ଆରକେ ମୁଖ ଚାହିଁ । ବୋଲନ୍ତି ଗାଲେ ହସ୍ତ ଦେଇ । ।୬୧
କେମନ୍ତେ ଉପେକ୍ଷିବା ଲାଜ । ମରଣୁଁ ବଳିଲା ତ ଆଜ । ।୬୨
ଶ୍ରୀକୃଷ୍ଣ ମୁଖକୁ ଅନାଇ । ବୋଲନ୍ତି କୋପଭର ହୋଇ । ।୬୩
ତୁ ଅଟୁ ଯଶୋଦା କୁମର । ପିଅର ନନ୍ଦ ମହାଖୁଡ଼ । ।୬୪
ଜାଣିଲୁ ତୋର ବଡ଼ପଣ । ଆମ୍ଭର ବସ୍ତ୍ର ବେଗେ ଆଣ । ।୬୫
ପକାଇ ଦିଅ ବେଗେ କାଢ଼ି । ବୃକ୍ଷୁ ପାଲଟା ଆମ୍ଭ ଶାଢ଼ୀ । ।୬୬
ଏଡ଼େ ନିର୍ଲ୍ଲଜପଣ ତୋ'ର । କେବେ ଶିଖିଲୁ ବେଣୁଧର । ।୬୭
ଶୁଣି ବୋଲନ୍ତି ଦାମୋଦର । ଏ ବଡ଼ ଅନୀତି ତୁମ୍ଭର । ।୬୮
ଯେ ପ୍ରାଣୀ ପରଉପକାରୀ । ତାହାକୁ ପଥେ ନେଇ ମାରି । ।୬୯
ପବନ ନେଉଥିଲା ବଳେ । ଆଣି ବାନ୍ଧିଲି ବୃକ୍ଷଡାଳେ । ।୭୦
ତହିଁର ଫଳ ମୁଁ ପାଇଲି । ତୁମ୍ଭଙ୍କୁ ବସ୍ତ୍ର ଯେ ଯାଚିଲି । ।୭୧
ମୁଁ ତ ନ କଲି ପରିହାସ । ତୁମ୍ଭେତ ମୋହର ବିଶ୍ୱାସ । ।୭୨
ଏବେ ଗୋ ବସ୍ତ୍ର ଆସି ନିଅ । ନ ଜାଣି କେତେ ଗାଳି ଦିଅ । ।୭୩
ମୋହର ଦେହେ ମିଥ୍ୟା ନାହିଁ । ହସି ବୋଲନ୍ତି ଭାବଗ୍ରାହୀ । ।୭୪
ଶୁଣି ସାନନ୍ଦମନ ହୋଇ । ଗୋପୀ ବୋଲନ୍ତି କୃଷ୍ଣେ ଚାହିଁ । ।୭୫
ତୁ କୃଷ୍ଣ ଗୋପପୁର ସାର । ବନ୍ଧୁବାନ୍ଧବ ଆମ୍ଭେ ତୋର । ।୭୬
ବସ୍ତ୍ର ପକାଇ ଦିଅ ତଳେ । ପଡ଼ୁଛୁ ତୋର ପାଦତଳେ । ।୭୭
ଶ୍ୟାମସୁନ୍ଦର ତୋ ଚରଣେ । ସେବା କରିବୁ ଦାସୀପଣେ । ।୭୮
ତୁ ଯେବେ ନ ଦେବୁ ପକାଇ । କହିବୁ କଂସ ଆଗେ ଯାଇ । ।୭୯
ଶୁଣି ବୋଲନ୍ତି ଚକ୍ରଧର । ତୁମେ ହୋ ଦାସୀ ଯେବେ ମୋର । ।୮୦
ତେବେ କରିବ ମୋ' ଉତ୍ତର । ନ ଜାଣି କିମ୍ବା କୋପ କର । ।୮୧
ଯେ ଯାହା ବସ୍ତ୍ର ବାଛି ନିଅ । ନ ଦେଲେ ରାଜା ଆଗେ କହ । ।୮୨
କଂସକୁ କିସ ମୋର ଡ଼ର । ସୋଦର ମଉଳା ମୋହର । ।୮୩
ତାହାକୁ ମୋର ଭୟ ନାହିଁ । ଅନ୍ୟାୟ ନ କଲି ନା ମୁହିଁ । ।୮୪
ବସ୍ତ୍ର ପବନ ନେଉଥିଲା । ଆଣିବା ଦୋଷ ମୋ' ହୋଇଲା । ।୮୫
ଏ କଥା ତୁମ୍ଭଙ୍କୁ ଯୋଗାଇ । ଧର୍ମ ହିଁ ଅଛଇ ଅନାଇ । ।୮୬
ତୁମ୍ଭେ ଅଧର୍ମେ ଯିବ ନାଶ । ରାଜା କରିବ ମୋର କିସ । ।୮୭
କୃଷ୍ଣ ମୋହନ କଥା ଶୁଣି । ଗୋପୀଏ ମନେ ମନେ ଗୁଣି । ।୮୮
କଣ୍ଠ-ପ୍ରମାଣ ଜଳେ ଥାଇ । କମ୍ପନ୍ତି କୃଷ୍ଣ ମୁଖ ଚାହିଁ । ।୮୯
ହରିଙ୍କୁ ଜିଣି ନ ପାରିଲେ । ନିର୍ଭୟେ ଲାଜ ଉପେକ୍ଷିଲେ । ।୯୦
ଯୋନି ଆଚ୍ଛାଦି ବାମକରେ । ତୀରେ ଉଠିଲେ ଲାଜଭରେ । ।୯୧
ଦୟାସାଗର ଭାବଗ୍ରାହୀ । ବୃକ୍ଷର ଡାଳୁ ବସ୍ତ୍ର ଫେଇ । ।୯୨
ପାଲଟାବସ୍ତ୍ର ଘେନି କନ୍ଧେ । ବୃକ୍ଷରୁ ଓହ୍ଲାଇ ଆନନ୍ଦେ । ।୯୩
ଗୋପୀଙ୍କ ଶୁଦ୍ଧଭାବ ଚାହିଁ । ହସି ବୋଲନ୍ତି ଭାବଗ୍ରାହୀ । ।୯୪
ଏ ନୁହେଁ ତୁମ୍ଭର ଉଚିତ । ବିଶେଷ କରିଅଛ ବ୍ରତ । ।୯୫
ବିବସ୍ତ୍ର ହୋଇ ଦିଅଁ ଆଗେ । ତୀରେ ଉଠିଲ ଆସି ବେଗେ । ।୯୬
ଏ ବଡ଼ ଅପରାଧ ହୋଇ । ନରକେ ପଡ଼ିବଟି ଯାଇ । ।୯୭
ଏ ଦୋଷ ନ ଥାଉ ତୁମ୍ଭର । ଦେବତା କର ନମସ୍କାର । ।୯୮
ହସି ବୋଲନ୍ତେ ବନମାଳୀ । ଶୁଣି ଚକିତ ଗୋପବାଳୀ । ।୯୯
କପାଳେ ଦେଇ ଏକ କର । ଦେବତା କଲେ ନମସ୍କାର । ।୧୦୦
ଦେଖି ବୋଲନ୍ତି ଯଦୁପତି । ଶୁଣ ଗୋ ବରଜ ଯୁବତୀ । ।୧୦୧
ଏକ ହସ୍ତକେ ନମସ୍କାର । ଏ ତୁମ୍ଭ କେବଣ ଆଚାର । ।୧୦୨
ଶାସ୍ତ୍ର ଶୁଣିଲା ତୁମ୍ଭ ନାହିଁ । ମୁଁ ତାହା ଅଳପ ଜାଣଇ । ।୧୦୩
ଶୁଣ ଗୋ ନାରୀ ଏକଚିତ୍ତେ । ବିପ୍ରେ କହନ୍ତି ବେଦମତେ । ।୧୦୪
ଯେ ଦେବ ଗୁରୁ ଏକକରେ । ନମନ୍ତି ଅଜ୍ଞାନବେଭାରେ । ।୧୦୫
ତାହାର ଛେଦି ଯେବେ କର । ସେ ଅପରାଧୁଁ ହୋଇପାର । ।୧୦୬
ନୋହିଲେ ଯେତେ ଜନ୍ମ ହୋଇ । କରଯୁଗଳ ତା ନ ଥାଇ । ।୧୦୭
ଶୁଣି କୁମାରୀ ରସଭର । କପାଳେ ଦେଲେ ବେନିକର । ।୧୦୮
ହୃଦୟେ ଲାଜ ଭୟ ନାହିଁ । ଦେଖି ସାନନ୍ଦ ଭାବଗ୍ରାହୀ । ।୧୦୯
ନିର୍ମଳଚିତ୍ତ ତାହାଙ୍କର । ଜାଣିଲେ ବ୍ରହ୍ମାŠଣ୍ତଠାକୁର । ।୧୧୦
ଗୋପୀଙ୍କ ଭାବେ ତୋଷହୋଇ । ଯେ ଯାହା ବସ୍ତ୍ର ଦେଲେ ନେଇ । ।୧୧୧
ଗୋପୀଏ ପିନ୍ଧି ଯେଝା ବାସ । ମନସାନନ୍ଦେ ହସହସ । ।୧୧୨
ଦେବତା ପୂଜାର ବିଧାନେ । କୃଷ୍ଣଙ୍କୁ ବରିଛନ୍ତି ମନେ । ।୧୧୩
ଲାଜେ ରହିଲେ ଶିରପୋତି । କୃଷ୍ଣଙ୍କୁ ଚାହିଁ ନ ପାରନ୍ତି । ।୧୧୪
କୃଷ୍ଣ ଜାଣିଲେ ତା'ଙ୍କ ମନ । ଗୋପୀଙ୍କି ହୋଇ ସାବଧାନ । ।୧୧୫
ହସି କହନ୍ତି ଜନାŸର୍ଦ୍ଦନ । ମୁହିଁ ଜାଣଇଁ ତୁମ୍ଭ ମନ । ।୧୧୬
ଯାହା ମାଗିଲ ଦିଅଁ ପୂଜି । ସେ କଥା ଅଛଇ ମୁଁ ହେଜି । ।୧୧୭
ମୁହିଁ କରିବି ତାହା ସତ୍ୟ । ବୋଲନ୍ତି ପ୍ରଭୁ ଗୋପୀନାଥ । ।୧୧୮
ମୋର ଚରଣେ ଯା'ର ଚିତ୍ତ । ପୁଣି ବିଷୟେ ହେଲେ ରତ । ।୧୧୯
ଜନ୍ମ-ମରଣ ତା'ର ନାହିଁ । ଭାଜିଲାଧାନ ପ୍ରାୟ ହୋଇ । ।୧୨୦
ଏ ବୃନ୍ଦାବନେ ଗୁପ୍ତେ ଥାଇ । ତୁମ୍ଭଙ୍କୁ ରମିବଇଁ ମୁହିଁ । ।୧୨୧
ସଂକଳ୍ପ କଲ ବ୍ରତ କରି । ହସି ବୋଲନ୍ତି ନରହରି । ।୧୨୨
ଏମନ୍ତେ କୃଷ୍ଣଆଜ୍ଞା ପାଇ । ଗୋପୀଏ ଗଲେ ତୋଷ ହୋଇ । ।୧୨୩
ଗୋବିନ୍ଦପାଦେ ଚିତ୍ତ ଥୋଇ । ମିଳିଲେ ନିଜ ପୁରେ ଯାଇ । ।୧୨୪
ଗୋପାଳ ମେଳେ ଦାମୋଦର । ଗାଈ ଚରାଇ ଗଲେ ଦୂର । ।୧୨୫
ନିଦାଘ ରବିତେଜ ଲାଗି । ପୋଏ ହୋଇଲେ ଦୁଃଖଭାଗୀ । ।୧୨୬
ଚରାନ୍ତି ଗୋରୁ ଗୋପମେଳେ । ଶୀତଳ ତରୁଛାୟା ତଳେ । ।୧୨୭
ବୃକ୍ଷକୁ ଚାହିଁ ଦାମୋଦର । କହନ୍ତି ପୁଅଙ୍କ ଆଗର । ।୧୨୮
ହେ ସ୍ତୋକକୃଷ୍ଣ ମିତ୍ର ମୋର । ଶ୍ରୀଦାମ ଅର୍ଜୁନ ସୁବଳ । ।୧୨୯
ଅଂଶୁ ବିଶାଳ ଦେବପ୍ରସ୍ଥ । ଦେଖ ଏ ବୃକ୍ଷଙ୍କ ମହତ୍ତ୍ୱ । ।୧୩୦
ପରେ କରନ୍ତି ଉପକାର । ସୁଜନ ପ୍ରାଣୀଙ୍କ ବେଭାର । ।୧୩୧
ଶୀତ ବରଷା ଗ୍ରୀଷ୍ମ ଦୁଃଖ । ସହି ଆମ୍ଭଙ୍କୁ ଦ୍ୟନ୍ତି ସୁଖ । ।୧୩୨
ଧନ୍ୟ ଜୀବନ ଏହାଙ୍କର । ସାଧନ୍ତି ପ୍ରାଣୀ ଉପକାର । ।୧୩୩
ସୁଜନ ଘରେ ଯେହ୍ନେ ଯାଇ । ଅତିଥି ନିରାଶ ନୁହଇ । ।୧୩୪
ପତ୍ର କୁସୁମ ଫଳ ଛାଇ । ମୂଳ ବକଳ ଦାରୁ ଦେଇ । ।୧୩୫
କ୍ଷାର ଅଙ୍ଗାର ଭସ୍ମ ଅଠା । ଗୃହକୁ ସାଜି ବାଡ଼ କଣ୍ଟା । ।୧୩୬
ଏତେ ପ୍ରକାରେ ସେବା କରି । ନିତ୍ୟେ ଏ ପରଉପକାରୀ । ।୧୩୭
ଏହାଙ୍କ ପ୍ରାୟେ ଯେବେ ହୋଇ । ସଂସାର ମଧ୍ୟେ ଦେହ ବହି । ।୧୩୮
ମନ-ବଚନ-ଧନେ କରି । ଯେ ହୋଏ ପର-ଉପକାରୀ । ।୧୩୯
ଦିନ ହରନ୍ତି ଦୁଃଖ ସୁଖେ । ସେ ଧନ୍ୟ ଇହପରଲୋକେ । ।୧୪୦
ପୁଷ୍ପ-ପଲ୍ଲବ-ଫଳ-ଦଳେ । ତରୁର ଲମ୍ବ ଡ଼ାଳ ତଳେ । ।୧୪୧
ଗୋରୁ ଗୋପାଳ ଘେନି ସଙ୍ଗେ । ମିଳିଲେ ଯମୁନାର ଲାଗେ । ।୧୪୨
ଶୀତଳ ଜଳ ପାନକରି । ବୃକ୍ଷର ତଳେ ନରହରି । ।୧୪୩
କୃଷ୍ଣଙ୍କୁ ଚାହିଁ ଗୋପବାଳେ । କହନ୍ତି କ୍ଷୁଧାର ଆକୁଳେ । ।୧୪୪
ସେ ରାମ କୃଷ୍ଣର ଅଗ୍ରତ । ନମଇଁ ଦାସ ଜଗନ୍ନାଥ । ।୧୪୫
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧ ପୂର୍ବାର୍ଦ୍ଧେ ଗୋପୀବସ୍ତ୍ରାପହାରୋ ନାମ ତ୍ରୟୋବିଂଶୋଽଧ୍ୟାୟଃ । ।

ଚତୁର୍ବିଂଶ ଅଧ୍ୟାୟସମ୍ପାଦନ କରନ୍ତୁ

ଶୁକ ଉବାଚ

ପରୀକ୍ଷେ ଚାହିଁ ଶୁକମୁନି । କହନ୍ତି କୃଷ୍ଣଭାବ ଘେନି । ।୧
ବାଳକେ କୃଷ୍ଣକୁ ଅନାଇଁ । ବୋଲନ୍ତି ଶିରେ କରଦେଇ । ।୨
ହେ ରାମକୃଷ୍ଣ କର ତ୍ରାହି । କ୍ଷୁଧାରେ କମ୍ପୁଅଛି ଦେହୀ । ।୩
ଆଣିତ ନ ପାରିଲୁ ଅନ୍ନ । ରାତ୍ରହୁଁ କଲ ବେଣୁସ୍ୱନ । ।୪
ଘର ହୋଇଲା ଦୂରପଥ । ଆଜ ତ ହୋଇଲୁ ଅନାଥ । ।୫
ବାଳକ ବୋଲ ଶୁଣି କର୍ଣ୍ଣେ । ଗୋବିନ୍ଦ ବିଚାରନ୍ତି ମନେ । ।୬
ଅନେକ ଜନ୍ମେ ଦୁଃଖ ସହି । ବ୍ରାହ୍ମଣୀଛନ୍ତି ମୋତେ ଧ୍ୟାୟି । ।୭
ତାହାଙ୍କୁ ନିସ୍ତାରିବି ଆଜ । ଏଣେ ମୋହର ବଡ଼କାର୍ଯ୍ୟ । ।୮
ପୁଅଙ୍କ ମୁଖ ଚାହିଁ ହସି । ବୋଲନ୍ତି ପ୍ରଭୁ ବ୍ରହ୍ମରାଶି । ।୯
ଏ ଯେ ଦିଶଇ ଧୂମବ‰ର୍ଣ୍ଣ । ନିକଟେ ଅଶୋକ-ବିପିନ । ।୧୦
ଯଜ୍ଞ କରନ୍ତି ବିପ୍ରେ ଯହିଁ । ତହିଁକି ଯାଅ ବେଗ ହୋଇ । ।୧୧
ବିଚାରି ବେଦ-ବ୍ରହ୍ମଦୀକ୍ଷା । ଯଜ୍ଞେ କରନ୍ତି ସ୍ୱର୍ଗ ଇଚ୍ଛା । ।୧୨
ଧନ-ବସନ-ଅନ୍ନ ଭୋଜା । ଅତିଥି କରୁଥାନ୍ତି ପୂଜା । ।୧୩
ଅତିଥିମତେ ତୁମ୍ଭେ ଯାଅ । ମୋର ମାଗିଲା ବୋଲି କହ । ।୧୪
ରାମ ଅଛନ୍ତି କୃଷ୍ଣ ସଙ୍ଗେ । ଅନ୍ନପୁଡ଼ାଏ ଦିଅ ବେଗେ । ।୧୫
ଶୁଣି ସାନନ୍ଦମନ ହୋଇ । ଯଜ୍ଞେ ମିଳିଲେ ପୋଏ ଯାଇ । ।୧୬
କପୋଳେ ଦେଇ ବେନିକର । ନ ମିଲେ ବିପ୍ରଙ୍କ ପୟର । ।୧୭
ଉଠିଲେ ଶିରେ କର ଦେଇ । କହନ୍ତି ବିପ୍ରଙ୍କୁ ଅନାଇଁ । ।୧୮
ଶୁଣିମା ସାବଧାନ ହୋଇ । ବନେ ବିଜୟ ବେନିଭାଇ । ।୧୯
ରାମ-ଗୋବିନ୍ଦ ଗୋପମେଳେ । ଫୁଟିଲେ କ୍ଷୁଧାର ବିକଳେ । ।୨୦
ଅଶୋକ ବୃକ୍ଷତଳେ ରହି । ଆମ୍ଭଙ୍କୁ ଦେଲେ ପଠିଆଇ । ।୨୧
ଅନ୍ନପୁଡ଼ାଏ ସ୍ୱାମୀ ଦେବ । ଭୁଞ୍ଜିବେ ଶ୍ରୀରାମ-ମାଧବ । ।୨୨
ଘରୁ ଆଣନ୍ତି ପ୍ରତିଦିନେ । ବନେ ଭୁଞ୍ଜନ୍ତି ତୋଷମନେ । ।୨୩
ରାତ୍ର ହିଁ ବନେ ଆଗସରି । ଅନ୍ନ ଯେ ଅଇଲୁ ପାସୋରି । ।୨୪
ଏଠାକୁ ଦୂର ଗୋପପୁର । କ୍ଷୁଧାଏ କମ୍ପଇ ଶରୀର । ।୨୫
ଆମ୍ଭଙ୍କୁ ରାଇ କୃଷ୍ଣ ପେଷି । ଅଛନ୍ତି ବୃକ୍ଷତଳେ ବସି । ।୨୬
ତାହାଙ୍କୁ ଯେବେ କର ସ୍ନେହ । ଅନ୍ନପୁଡ଼ାଏ ବେଗେ ଦିଅ । ।୨୭
ଯଜ୍ଞର ସ୍ୱଭାବ ଏମନ୍ତ । ଅତିଥି ପୂଜିବା ଯୁକତ । ।୨୮
ବ୍ରାହ୍ମଣେ ଶୁଣି ନ ଶୁଣିଲେ । ମନଚଞ୍ଚଳେ ଯଜ୍ଞ କଲେ । ।୨୯
ହରିର ମାୟାଚକ୍ରେ ପଡ଼ି । ଅଳପକର୍ମେ ପୁଣ୍ୟ ଲୋଡ଼ି । ।୩୦
ମନ ବୁଡ଼ାଇଛନ୍ତି ଯଜ୍ଞେ । ବ୍ରାହ୍ମଣ ଜନ୍ମର ସ୍ୱଭାବେ । ।୩୧
ଯେ ହରି ଦେଶକାଳ ପାତ୍ର । ଯଜ୍ଞାଦିଧର୍ମର ଦୈବତ । ।୩୨
ଯଜ୍ଞଭୋକତା ଆଦି କରି । ସର୍ବସମ୍ପଦ ନରହରି । ।୩୩
ପରମବ୍ରହ୍ମ ନ ଚିହ୍ନିଲେ । ମନୁଷ୍ୟବୁଦ୍ଧି ଆଚରିଲେ । ।୩୪
ଦେବା ନ ଦେବା ନ ବୋଇଲେ । ଗୋପାଳେ ନିରାଶ ହୋଇଲେ । ।୩୫
ଘଡ଼ିଏ ଥାଇ ଦୁଃଖସୁଖେ । ପୁଣି ମିଳିଲେ କୃଷ୍ଣପାଖେ । ।୩୬
ବୋଲନ୍ତି ଶିରେ କରଦେଇ । ଅନ୍ନ ମାଗିଲୁ ଆମ୍ଭେ ଯାଇ । ।୩୭
ତୋକଥା ଶୁଣି ନ ଶୁଣିଲେ । ଦେବା ନ ଦେବା ନ ବୋଇଲେ । ।୩୮
ଆମ୍ଭେ ଅଇଲୁ ଦୁଃଖପାଇ । ଶୁଣି ହସନ୍ତି ବେନିଭାଇ । ।୩୯
ବୋଲନ୍ତି ଶୁଣ ଗୋପପୋଏ । ଯାଅ ବ୍ରାହ୍ମଣଘର ଯାଏ । ।୪୦
ବ୍ରାହ୍ମଣୀମାନେ ଛନ୍ତି ଘରେ । ସେ ମୋତେ ଜାଣନ୍ତି ଅନ୍ତରେ । ।୪୧
ମୋ ଭାବ ନିତ୍ୟେ ସେ ଚିନ୍ତନ୍ତି । ମୋହର ଦର୍ଶନ ଇଚ୍ଛନ୍ତି । ।୪୨
ତାହାଙ୍କୁ ଅନ୍ନ ମାଗ ଯାଇ । ଭୁଞ୍ଜିବା ଉଦର ପୂରାଇ । ।୪୩
ବାଳକେ ଦୟା ସେ କରନ୍ତି । ଅତିଥି ଧର୍ମମତେ ଥାନ୍ତି । ।୪୪
ନାନାବ୍ୟଞ୍ଜନ ଆଣି ଦେବେ । ବେଗେ ବାହୁଡ଼ିଯାଅ ଏବେ । ।୪୫
ଗୋବିନ୍ଦ ଆଜ୍ଞା ଘେନି ଶିରେ । ପୋଏ ଚଳିଲେ ବିପ୍ରଘରେ । ।୪୬
ବ୍ରାହ୍ମଣୀମାନେ ଛନ୍ତି ବସି । ଅଳକ ତିଳକ ପ୍ରକାଶି । ।୪୭
ସ୍ତିରୀ ସ୍ୱଭାବେ ଅଳଙ୍କାର । ମଙ୍ଗଳନାଦେ ଗୀତସ୍ୱର । ।୪୮
କୃଷ୍ଣରନାମ ତୁଣ୍ତେ ଗାଇ । ପୋଏ ମିଳିଲେ ଘରେ ଯାଇ । ।୪୯
ଚରଣେ ଗଡ଼ଘାଲି ଶୋଇ । ବୋଲନ୍ତି ଶିରେ କରଦେଇ । ।୫୦
ଶୁଣିମା ସାବଧାନେ ମାଏ । ଆମ୍ଭେ ସକଳ ଗୋପପୋଏ । ।୫୧
ରାମ-ଗୋବିନ୍ଦ ଆମ୍ଭ ତୁଲେ । ବନରେ ଗାଈ ରଖିଥିଲେ । ।୫୨
କ୍ଷୁଧା-ଅନଳେ ଦୁଃଖଶ୍ରମେ । ବିଜୟ ଅଶୋକ ବିପିନେ । ।୫୩
ଆମ୍ଭଙ୍କୁ ରାଇ ବେନିଭାଇ । ଏଥକୁ ଦେଲେ ପଠିଆଇ । ।୫୪
ଅନ୍ନପୁଡ଼ାଏ ମାଏ ଦେବ । ଭୁଞ୍ଜିବେ ଶ୍ରୀରାମ-ମାଧବ । ।୫୫
ବହନ ଦିଅ ମାଏ ଅନ୍ନ । ତେବେ ସେ ପାଇବେ ଜୀବନ । ।୫୬
ଆମ୍ଭର ଦେଖୁଅଛ ଦେହ । ଦେବା ନ ଦେବା ବେଗେ କହ । ।୫୭
ଶୁଣି ଉଷତ ବିପ୍ରନାରୀ । ସକଳ ଚରଚା ପାସୋରି । ।୫୮
ଆନନ୍ଦେ ପୁଲକିତ ହୋଇ । ନୟନୁ ଅଶ୍ରୁଜଳ ବହି । ।୫୯
କୃଷ୍ଣର ନାମ ଜପୁଛନ୍ତି । ଫିଟିଲା ଭବବନ୍ଧ-ଭ୍ରାନ୍ତି । ।୬୦
ତକ୍ଷଣେ ଶୁଚିମନ୍ତ ହୋଇ । ଘରେ ପଶିଲେ ବେଗେ ଯାଇ । ।୬୧
ଅନ୍ନ ବ୍ୟଞ୍ଜନ ଷଡ଼ରସେ । ଆନନ୍ଦେ ବାଢ଼ିଲେ ବିଶେଷେ । ।୬୨
ବିବିଧପାତ୍ରେ ଅନ୍ନ ଘେନି । ବାହାର ହୋଇଲେ କାମିନୀ । ।୬୩
ଆନନ୍ଦେ ଦେଲେ ହୁଳହୁଳି । ଯେସନେ ସମୁଦ୍ର ଉଛୁଳି । ।୬୪
ସମ୍ପଦ ତୁଚ୍ଛପ୍ରାୟ କରି । ଏକ ଆରକେ ଆଗସରି । ।୬୫
ବିପ୍ରେ ଯେ ଯଜ୍ଞଶାଳ ଥିଲେ । ଗୋଡ଼ାଇ ଆଗେ ଓଗାଳିଲେ । ।୬୬
ବୋଲନ୍ତି କୋପଭର ହୋଇ । ତୁମ୍ଭଙ୍କୁ କେହୁ କଲାବାଇ । ।୬୭
ଗୋପାଳେ ବନେ ବେଣୁବାଇ । ବୁଲନ୍ତି ଗାଈଙ୍କି ଚରାଇ । ।୬୮
ତା'ଙ୍କ ନିକଟେ ତୁମ୍ଭେ ଗଲେ । ଆଉ କି ଥିବ ଜାତି-କୁଳେ । ।୬୯
ଭଲେ ବାହୁଡ଼ିଯାଅ ଘର । ଗଉଡ଼େ ବନେ ବଳୀୟାର । ।୭୦
ବ୍ରାହ୍ମଣୀ ନ ଶୁଣିଲେ ତାହା । କୃଷ୍ଣରେ ବଳିଛି ଉତ୍ସାହା । ।୭୧
ଗହଳେ ଗଲେ ପେଲା ପେଲି । ସ୍ୱାମୀଙ୍କି ପକାଇଲେ ଠେଲି । ।୭୨
ସମୁଦ୍ରେ ଆସନ୍ତେ ଲହରୀ । ତା' ବାଲିବନ୍ଧ କି ଆବୋରି । ।୭୩
କୃଷ୍ଣ ଭକ୍ତିରେ ବଳବନ୍ତା । ତେଣୁ ସେ ସ୍ୱାମୀଙ୍କି ଜିଣନ୍ତା । ।୭୪
ବ୍ରାହ୍ମଣେ ଧରି ନ ପାରିଲେ । ଯଜ୍ଞଶାଳକୁ ବାହୁଡ଼ିଲେ । ।୭୫
ଏକ ବ୍ରାହ୍ମଣୀ କ୍ଷୀଣଦେହୀ । ଗହଳେ ନ ପାରିଲା ଯାଇ । ।୭୬
ଦରିଦ୍ରପଣେ ଦୁଃଖ ପାଇ । ଅନ୍ନ-ବସନ ନ ମିଳଇ । ।୭୭
କୃଷ୍ଣହୁଁ ନ ଜାଣଇ ଆନ । ମନ-ବଚନେ ନିତ୍ୟେ ଧ୍ୟାନ । ।୭୮
ଅନେକ ଜନ୍ମେ ଦୁଃଖ ପାଇ । ତାହା ଜାଣନ୍ତି ଭାବଗ୍ରାହୀ । ।୭୯
ତାହାର ସ୍ୱାମୀ ଧରି କରେ । ନେଇ ବାନ୍ଧିଲା ନିଜ ଘରେ । ।୮୦
ମାଡ଼ ମାଇଲା ରୋଷଭରେ । ରୋଳେ ବାନ୍ଧିଲା ଧାତିକାରେ । ।୮୧
ଦ୍ୱାର କବାଟ ଆଣ୍ଟେ କିଳି । ଯଜ୍ଞଶାଳାରେ ଯାଇ ମିଳି । ।୮୨
ବ୍ରାହ୍ମଣୀ ହୋଇଲା ମୂର୍ଚ୍ଛିତ । କୃଷ୍ଣଚରଣେ ଦେଇ ଚିତ୍ତ । ।୮୩
ପୁଣି କ୍ଷଣକେ ଜ୍ଞାନ ପାଇ । ବୋଲଇ କାନ୍ଦି କୃଷ୍ଣ ତ୍ରାହି । ।୮୪
ଗଲେ ଯେ ବିପ୍ରନାରୀମାନେ । ମିଳିଲେ ଅଶୋକ-ବିିପିନେ । ।୮୫
ବୃକ୍ଷର ତଳେ ଗୋପମେଳେ । କୃଷ୍ଣ ଦେଖିଲେ ଚର୍ମଡ଼ୋଳେ । ।୮୬
ଶ୍ୟମସୁନ୍ଦର ତନୁ ବ‰ର୍ଣ୍ଣ । ପୀତବସନ ଶୋଭାବନ । ।୮୭
କଙ୍କଣ କୁŠଣ୍ତଳ ବିରାଜେ । ତେଜେ କୋଟିଏ କାମଗଞ୍ଜେ । ।୮୮
ରଙ୍ଗମୃତ୍ତିକା ଅଙ୍ଗେ ବୋଲି । ମୟୂରପୁଚ୍ଛ ଗୁଞ୍ଜମାଳୀ । ।୮୯
ଆମ୍ବବଉଳ ଜାମୁଡ଼ାଳ । ହୃଦେ ଲମ୍ବଇ ବନମାଳ । ।୯୦
ପାଦେ କଠାଉ ରଙ୍ଗସାର । ଶ୍ରୀଦାମ କନ୍ଧେ ବାମକର । ।୯୧
ଦକ୍ଷିଣ କରେ ପଦ୍ମଘେନି । ଧୀରେ ଘୂରାନ୍ତି ଅନ୍ତର୍ଯ୍ୟାମି । ।୯୨
କ‰ର୍ଣ୍ଣରେ ନୀଳ ଉତପଳ । ସୁନ୍ଦର ଅଳକା କପୋଳ । ।୯୩
ଯେସନେ ନଟବର ବେଶ । ରଙ୍ଗ ଅଧରେ ମନ୍ଦହାସ । ।୯୪
ଈଷିତ ହାସ୍ୟମୁଖ ହୋଇ । ବ୍ରାହ୍ମଣୀମାନଙ୍କୁ ଅନାଇଁ । ।୯୫
ବ୍ରାହ୍ମଣନାରୀ କୃଷ୍ଣ ଦେଖି । ପିଛାଡ଼ି ନ ପାରନ୍ତି ଆଖି । ।୯୬
ଦେହ ତିନ୍ତିଲା ଅଶ୍ରୁଜଳେ । ଅନ୍ନ ଥୋଇଲେ କାଖୁଁ ତଳେ । ।୯୭
ତକ୍ଷଣେ ଶିରେ କର ଦେଇ । ବୋଲନ୍ତି କୃଷ୍ଣ ତ୍ରାହି ତ୍ରାହି । ।୯୮
ଅନଳ ଦେଖିଣ ପତଙ୍ଗ । ଯେହ୍ନେ ହୁଅନ୍ତି ଉଦ୍‌ବେଗ । ।୯୯
ବୋଲନ୍ତି କରିବା ଗୋ କୋଳ । ଜୀବନ ହୋଇବ ସୁଫଳ । ।୧୦୦
କେ ବୋଲେ ଏମନ୍ତ ନୁହଁଇ । ବ୍ରାହ୍ମଣେ ନ ଦେବେଟି ଯାଇ । ।୧୦୧
ପରପୁରୁଷ କୋଳ କଲେ । ବିପ୍ରେ ଦŠଣ୍ତିବେ ଘରେ ଗଲେ । ।୧୦୨
ଏମନ୍ତ ବିଚାରନ୍ତି ରହି । କୃଷ୍ଣବଦନେ ଚକ୍ଷୁ ଦେଇ । ।୧୦୩
କଣ୍ଠ-କୁଣ୍ଠିତ ରସଭର । ଅଧର କମ୍ପେ ଥରହର । ।୧୦୪
ପୁଣ ପୁଲକଭରେ କୁଚ । ଜାନୁ କମ୍ପଇ ଘନଘଞ୍ଚ । ।୧୦୫
ପଡ଼ିଲେ ପଞ୍ଚଶରେ ଘାରି । କୃଷ୍ଣଙ୍କୁ ଦେଖି ବିପ୍ରନାରୀ । ।୧୦୬
ଆତ୍ମା ହୋଇଲା ମୋହଗତ । ପଞ୍ଚପରାଣ କଣ୍ଠାଗ୍ରତ । ।୧୦୭
ଚକ୍ଷୁ ବୁଜିଲେ ଭାବଭରେ । କୃଷ୍ଣଙ୍କୁ ଦେଖିଲେ ଭିତରେ । ।୧୦୮
ହୃଦୟେ ଦେଖି ନାରାୟଣ । ନିବିଡ଼େ କଲେ ଆଲିଙ୍ଗନ । ।୧୦୯
ତାପ ଛାଡ଼ିଲେ ବିପ୍ରନାରୀ । ଜନ୍ମମରଣ ଆଦିକରି । ।୧୧୦
ଯେହ୍ନେ ଜ୍ଞାନୀଙ୍କ ସଙ୍ଗ ପାଇ । ବିଷୟଖେଦ ନ ଲାଗଇ । ।୧୧୧
ଜ୍ଞାନକୁ ପାଇ ଦିନେ ଦିନେ । ତାପ ଛାଡ଼ନ୍ତି ଯେହ୍ନେ ଜନେ । ।୧୧୨
ପୁଣି କ୍ଷଣକେ ଚକ୍ଷୁ ଫେଇ । ଦେଖନ୍ତି ନୟନ ପୂରାଇ । ।୧୧୩
ଚିତ୍ରପ୍ରତିମା ପ୍ରାୟ ହୋଇ । ମନ ବୁଡ଼ିଲା କୃଷ୍ଣ ତହିଁ । ।୧୧୪
ଜାଣିଲେ ପ୍ରଭୁ ଭଗବାନ । ବୋଲନ୍ତି ମଧୁର ବଚନ । ।୧୧୫
ଭଲେ ଅଇଲଟିକି ପଥେ । ମୋ' ରୂପ ଦେଖିବା ନିମନ୍ତେ । ।୧୧୬
ଆସଗୋ ବିପ୍ରନାରୀଗଣ । ନମଇଁ ତୁମ୍ଭର ଚରଣ । ।୧୧୭
ତୁମ୍ଭ ଚରଣରେଣୁ ଶିରେ । ଘେନି ସଂସାରୁ ପ୍ରାଣୀ ତରେ । ।୧୧୮
ବସ ଏ ବୃକ୍ଷତଳେ ଆଇ । ମୋତେ ଅଇଲ ଅନ୍ନ ଦେଇ । ।୧୧୯
ଆଜ ପବିତ୍ର ମୋର ଦେହୀ । ହୋଇବ ଯଜ୍ଞଅନ୍ନ ଖାଇ । ।୧୨୦
ତୁମ୍ଭଙ୍କୁ କି କରିବା ସେବା । ବିଚାରି ମୋତେ ଆଜ୍ଞା ଦେବା । ।୧୨୧
ଜ୍ଞାନୀଏ ଆତ୍ମଜ୍ଞାନ ପାଇ । ଧ୍ୟାନେ ଚିନ୍ତନ୍ତି ମୋର ଦେହୀ । ।୧୨୨
ତୁମ୍ଭର ସ୍ୱାମୀ ସେବା ପ୍ରାୟେ । ଜ୍ଞାନୀ କରନ୍ତି ମୋତେ ଲୟେ । ।୧୨୩
ଏବେ ଦେଖିଲ ମୋ' ଶରୀର । ନିଜ ମନ୍ଦିରେ ବିଜେକର । ।୧୨୪
ତୁମ୍ଭର ସ୍ୱାମୀପାଦେ ସେବ । ଯେବେ ଏ ସଂସାରୁ ତରିବ । ।୧୨୫
ବେଗେ ଘରକୁ ଯାଅ ଆଇ । ପୂ‰ର୍ଣ୍ଣଆହୂତି ବେଳ ହୋଇ । ।୧୨୬
ତୁମ୍ଭଙ୍କୁ ଘେନି ବିପ୍ରବରେ । ପୁଣ୍ୟ ସାଧିବେ ନିଜ ଘରେ । ।୧୨୭
ଶୁଣି ଗୋବିନ୍ଦ ମୁଖୁଁ ବାଣୀ । ବିକଳେ ବୋଲନ୍ତି ବ୍ରାହ୍ମଣୀ । ।୧୨୮
ଭୋ ନାଥ କମଳଲୋଚନ । ଅଶେଷ ଦୁଃଖ ବିମୋଚନ । ।୧୨୯
ତୋହର ଆଦିଅନ୍ତ ନାହିଁ । ପ୍ରକୃତି ତୋତେ ନ ଜାଣଇ । ।୧୩୦
ଅଶେଷ-ବ୍ରହ୍ମାଣ୍ତŠ-ଗୋସାଇଁ । ଏମନ୍ତ ବୋଲ କାହିଁପାଇଁ । ।୧୩୧
ଆମ୍ଭେ ଛାଡ଼ିଲୁ ମୋହପାଶ । ତୋହର ପାଦମୂଳେ ଆଶ । ।୧୩୨
ତୋହର ଚରଣ ତୁଳସୀ । କବରୀଭାରେ ତାହା ଖୋସି । ।୧୩୩
କବରୀଭାର ସଜ କରି । ତୋପାଦେ ସେବିବୁଁ ମୁରାରି । ।୧୩୪
ଖଟିବୁ ପାଦପଦ୍ମତଳେ । ଅଶେଷ ଜନ୍ମ ପୁଣ୍ୟଫଳେ । ।୧୩୫
ସ୍ୱାମୀ-ତନୟ-ବନ୍ଧୁ-ଗୁରୁ । ତେଜିଲୁଁ ତୋହର କୃପାରୁ । ।୧୩୬
ଅଷ୍ଟାଙ୍ଗ ଯୋଗଲୟେ ବସି । ତୋ' ରୂପ ଚିନ୍ତନ୍ତି ସନ୍ନ୍ୟାସୀ । ।୧୩୭
ତାହା ପାଇଲୁଁ ପୁଣ୍ୟବଳେ । ଭୋନାଥ ରଖ ପାଦତଳେ । ।୧୩୮
ଇଷ୍ଟ କୁଟୁମ୍ବେ କାର୍ଯ୍ୟ ନାହିଁ । ବଞ୍ଚିବୁ ତୋ ମୁଖ ଅନାଇଁ । ।୧୩୯
ଏଠାରେ ଯେବେ ଆମ୍ଭେ ଯିବୁ । ଘରେ ତ ପଶି ନ ପାରିବୁ । ।୧୪୦
ବନ୍ଧୁ-ପିଅର-ପୁତ୍ର-ପତି । ଆମ୍ଭଙ୍କୁ ବୋଲିବେ ଅସତୀ । ।୧୪୧
ସଂସାରେ ନ ବୋଲିବେ ଭଲ । ବିଚାରି କହ ଆଦିମୂଳ । ।୧୪୨
ଉଭୟକୁଳ ନ ପାଇଲୁ । ଏବେ ନିଶ୍ଚୟ ନାଶ ଗଲୁ । ।୧୪୩
କିସ କରିବୁ ଘରେ ଯାଇ । ତୋ' ତହୁଁ ଆନଗତି ନାହିଁ । ।୧୪୪
ହସି ବୋଲନ୍ତି ଭଗବାନ । ଏମନ୍ତ ନବିଚାର ମନ । ।୧୪୫
ମୋର ଚରଣେ ଚିତ୍ତ ଦେଇ । ଚŠଣ୍ତାଳଘରେ ଯେବେ ଥାଇ । ।୧୪୬
ସଂସାର ତା'ର ପାଦେ ପୂଜେ । ଯେ ମୋର ନାମ ନିତ୍ୟେଭଜେ । ।୧୪୭
ତୁମ୍ଭଙ୍କୁ ଦେଖି ସ୍ୱାମୀଗଣେ । ଖଟିବେ ତୁମ୍ଭର ଚରଣେ । ।୧୪୮
ତୁମ୍ଭଙ୍କୁ ନୟନେ ଦେଖିବେ । ଜନ୍ମ ମରଣର ପାଶୋରିବେ । ।୧୪୯
ମୋର ମହିମା ଶୁଣନାରୀ । ଯେମୋର ନିକଟେ ଆବୋରୀ । ।୧୫୦
ମୋକ୍ଷବିଧାନେ ଯେ ଭଜଇ । ମୋହର ତହିଁ ମନ ଦେଇ । ।୧୫୧
ମୋତେ ପାଇବା ଆଶେ ଜଗି । ବିଘ୍ନେ ହୁଅନ୍ତି ଦୁଃଖଭାଗୀ । ।୧୫୨
ମୋହର ଆଦି ଅନ୍ତ ନାହିଁ । ପ୍ରାଣୀ ପାଇବେ ମୋତେ କାହିଁ । ।୧୫୩
ଯେ ମୋତେ ଦୂରେ ଥାଇ ଚିନ୍ତି । ସେ ମୋତେ ନିକଟେ ଦେଖନ୍ତି । ।୧୫୪
ମନ-ବଚନ ଦ୍ୟନ୍ତି ମୋତେ । ମୁଁ ଥାଇ ତା'ଙ୍କ ହୃଦଗତେ । ।୧୫୫
ବେଗେ ମନ୍ଦିରେ ଯାଆ ମାଏ । ଚିତ୍ତ ନିବେଶି ମୋର ପାୟେ । ।୧୫୬
ସଂସାରେ ସୁଖ ଭୋଗକରି । ଅନ୍ତେ ପାଇବ ମୋର ପୁରୀ । ।୧୫୭
ମୋ' ପାଦେ ତୁମ୍ଭ ମନଥାଉ । ମୋ' ନାମ ଧରି ଦିନ ଯାଉ । ।୧୫୮
ଏବେ ତୁମ୍ଭଙ୍କୁ ବୋଲୁଁ ଯାହା । ହେତୁ କରିଣ ଘେନ ତାହା । ।୧୫୯
ତୁମ୍ଭେ ସ୍ୱଭାବେ ସ୍ତିରୀଜନ୍ମ । ନଜାଣ ବେଦ ଅଧ୍ୟୟନ । ।୧୬୦
ଶାସ୍ତ୍ର ସ୍ମୃତି ଯେ ତୁମ୍ଭ ନାହିଁ । ନାମ ଭଜିବ ଗୀତ ଗାଇ । ।୧୬୧
ନିଶ୍ଚଳେ ନାମ-ଗୁଣ ଭଜି । ମୋତେ ପାଇବ ଗୁଣେ ରଞ୍ଜି । ।୧୬୨
ତୁମ୍ଭଙ୍କୁ ମୋର ବଡ଼ ଦୟେ । ଗୃହେ ଚଳିବା ଏବେ ମାଏ । ।୧୬୩
ଏ କଥା ଶୁଣି ବିପ୍ରନାରୀ । କୃଷ୍ଣବଚନ ଚିତ୍ତେ ଧରି । ।୧୬୪
ହରଷ-ବିସ୍ମୟେ ଆରତ । ଏବେ ହୋ ଶୁଣ ନରନାଥ । ।୧୬୫
କୃଷ୍ଣବଚନେ ଛାଡ଼ି ଭ୍ରାନ୍ତି । ପାଦେ ପଡ଼ିଲେ ବିପ୍ରସତୀ । ।୧୬୬
ଚରଣରେଣୁ ଘେନି ଶିରେ । ବ୍ରାହ୍ମଣୀ ଗଲେ ନିଜ ପୁରେ । ।୧୬୭
କୃଷ୍ଣର ପାଦେ ଚିତ୍ତ ଦେଇ । ଆନନ୍ଦ କେ ପାରିବ କହି । ।୧୬୮
ମଙ୍ଗଳ-ହୁଳହୁଳି-ନାଦେ । କର ନିବେଶି କାନ୍ଧେ କାନ୍ଧେ । ।୧୬୯
ମଙ୍ଗଳନାଦେ ଗୀତ ଗାଇ । ନାଚନ୍ତି କୃଷ୍ଣଭାବ ବହି । ।୧୭୦
ଶୁଣ ରାଜନ ଚୂଡ଼ାମଣି । ବନ୍ଧନେ ଥିଲା ଯେ ବ୍ରାହ୍ମଣୀ । ।୧୭୧
ଶୁଣିଲା ହୁଳହୁଳି ନାଦ । ବ୍ରାହ୍ମଣୀମାନଙ୍କ ଆନନ୍ଦ । ।୧୭୨
ଆତ୍ମାକୁ କହେ ରୋଷ ବହି । ନିର୍ଲ୍ଲଜ ଅଛୁ କାହିଁପାଇଁ । ।୧୭୩
ତୁ ଛାର ଅତ୍ୟନ୍ତ ପାତକୀ । କୃଷ୍ଣଙ୍କୁ ନ ପାରିଲୁ ଦେଖି । ।୧୭୪
ଯାହାର ନାମ ହୃଦେ ଧରି । ଶଙ୍କର ନିତ୍ୟେ ବ୍ରହ୍ମଚାରୀ । ।୧୭୫
ତୁ ଛାର ନ କଲୁ ଯେ ପୁଣ୍ୟ । ବ୍ରାହ୍ମଣୀମାନେ ବଡ଼ ଧନ୍ୟ । ।୧୭୬
କୃଷ୍ଣଙ୍କୁ ଦେଖିଲେ ନୟନେ । ଆଜ୍ଞା ଶୁଣିଲେ ବେନିକର୍ଣ୍ଣେ । ।୧୭୭
କିସ ପାଇବୁ ମୋ' ଶରୀରେ । ଦରିଦ୍ର ଦୁଃଖୀ ନିରନ୍ତରେ । ।୧୭୮
ଏତେ ବୋଲିଣ ମନକରି । ହୃଦରେ କୃଷ୍ଣନାମ ଧରି । ।୧୭୯
ଉଚ୍ଚେ ରଟିଲା ନାମ ଗୁଣ । ତ୍ରାହି କରିବା ନାରାୟଣ । ।୧୮୦
ହେ କୃଷ୍ଣ ପରମମଙ୍ଗଳ । ଦାସବତ୍ସ›ଳ ଆଦିମୂଳ । ।୧୮୧
ମୁଁ ଛାର କୋଟିକେ ଅନ୍ତର । କାହିଁ ପାଇବି ତୋ' ପୟର । ।୧୮୨
ଏ ଛାର ଜୀବନ ନ ଥାଉ । ଗୋବିନ୍ଦନାମ ଶୁଣି ଯାଉ । ।୧୮୩
ମୁଣ୍ତŠ ମାଇଲା ସ୍ତମ୍ଭେ ନେଇ । ପ୍ରାଣ ଛାଡ଼ିଲା କୃଷ୍ଣଧ୍ୟାୟି । ।୧୮୪
କୃଷ୍ଣର ପାଦେ ମନ ଥିଲା । ତୁŠଣ୍ତରେ ନାମ ଉଚ୍ଚାରିଲା । ।୧୮୫
ତକ୍ଷଣେ ଦିବ୍ୟରୂପ ହୋଇ । ପଶିଲା କୃଷ୍ଣ-ଦେହେ ଯାଇ । ।୧୮୬
ଭକତବନ୍ଧୁ ଭାବଗ୍ରାହୀ । ହୃଦରେ ଠାବ ଦେଲେ ନେଇ । ।୧୮୭
ଏବେ ହୋ ଶୁଣ ମହୀପାଳ । ଶ୍ରୀକୃଷ୍ଣ-କ୍ରଡ଼ା-କୁତୂହଳ । ।୧୮୮
ଦାସବତ୍ସ›ଳ ଭାବଗ୍ରାହୀ । ବୋଲନ୍ତି ପୁଅଙ୍କୁ ଅନାଇଁ । ।୧୮୯
ଅନ୍ନଭୋଜନ କର ବସି । ଆନନ୍ଦେ ନିଜ ଆତ୍ମା ତୋଷି । ।୧୯୦
ଶୁଣି ସାନନ୍ଦ ଗୋପପୋଏ । ସଙ୍ଗେ ଭୁଞ୍ଜିଲେ ଦେବରାୟେ । ।୧୯୧
ସ୍ୱର୍ଗେ ଦେଖନ୍ତି ଦେବତାଏ । ଗୋପଙ୍କ ସ୍ନେହ କୃଷ୍ଣଠାଏଁ । ।୧୯୨
ଏମନ୍ତ ଲୀଳା ବନମାଳୀ । ଗୋପୀ-ଗୋପାଳ ମେଳେ କେଳି । ।୧୯୩
ଅନନ୍ତ ପ୍ରଭୁ ଆଦିମୂଳ । ଗୋପେ ମିଳିଲେ ରାତ୍ରକାଳ । ।୧୯୪
ବ୍ରାହ୍ମଣେ ନିଜ ନାରୀ ଦେଖି । କୃଷ୍ଣର ଭାବ ଉପଲକ୍ଷ୍ୟି । ।୧୯୫
ବେଦ-ପୁରାଣେ ପରିମାଣି । ନିଶ୍ଚେ ଜାଣିଲେ ଚକ୍ରପାଣି । ।୧୯୬
ଭକତି ଦେଖି ନାରୀଙ୍କର । ମନେ ପାଇଲେ ଖେଦଭର । ।୧୯୭
ବୋଲନ୍ତି ଆତ୍ମନିନ୍ଦା କରି । ଜଣଜଣକେ ନାମ ଧରି । ।୧୯୮
ଶ୍ରୀକୃଷ୍ଣେ କଲୁଁ ଅପରାଧ । ଧିକ ଆମ୍ଭର ବ୍ରହ୍ମ‌ପଦ । ।୧୯୯
ବେଦ-ପୁରାଣ ଯେତେ ପଢ଼ୁଁ । ଧିକ ଆମ୍ଭର ଆତ୍ମା ପୋଡ଼ୁ । ।୨୦୦
ବେଦ-ପୁରାଣ ଦୀକ୍ଷା ପାଇ । ଯେ କୃଷ୍ଣଭାବ ନ ଜାଣଇ । ।୨୦୧
ଧିକ ତାହାର ଜନ୍ମ-କର୍ମ । ଅନେକ ମତେ ହୋଏ ଭ୍ରମ । ।୨୦୨
ଏମନ୍ତ ବିଚାରି ବ୍ରାହ୍ମଣେ । ଧନ୍ୟ ବୋଲନ୍ତି ନାରୀଗଣେ । ।୨୦୩
ଯେ ଯାହା ପତ୍ନୀମୁଖ ଚାହିଁ । ତୋଷ ହୋଇଲେ ଯଜ୍ଞଦାହୀ । ।୨୦୪
କୃଷ୍ଣର ମାୟା ଅଗୋଚର । ଭ୍ରମନ୍ତି ବ୍ରହ୍ମାଶିବସୁର । ।୨୦୫
ଜଗତଗୁରୁପଣେ ଥାଇ । ବ୍ରାହ୍ମଣ ନାମ ଆମ୍ଭେ ବହି । ।୨୦୬
ସ୍ତିରୀଙ୍କି ନୋହିଲୁ ଭାଜନ । ଏହାଙ୍କ ନାହିଁ ଦିବ୍ୟଜ୍ଞାନ । ।୨୦୭
କେମନ୍ତେ କୃଷ୍ଣଙ୍କୁ ଜାଣିଲେ । ପୂର୍ବେ ଏ କେତେ ତପ କଲେ । ।୨୦୮
ଦେଖ ଆମ୍ଭର କର୍ମଫଳ । ଅନ୍ନ ମାଗିଲେ ଆଦିମୂଳ । ।୨୦୯
ଯଜ୍ଞେ ପୂଜୁଛୁଁ ଯା'ର ପାଦ । ପ୍ରତ୍ୟକ୍ଷେ ମିଳିଲେ ଗୋବିନ୍ଦ । ।୨୧୦
ତାହାଙ୍କୁ ନ ଚିହ୍ନୁଲୁ ମୋହେ । ଜୀବନ ଅଛି କିମ୍ବା ଦେହେ । ।୨୧୧
ଯେ ହରି ଦେଶ-କାଳ-ପାତ୍ର । ମଙ୍ଗଳ-ଦିବ୍ୟ-ବେଦତତ୍ତ୍ୱ । ।୨୧୨
ବିପ୍ର ଅନଳ ଦେବଗଣ । ଯଜ୍ଞକରତା ଜନାŸର୍ଦ୍ଦନ । ।୨୧୩
ସକଳ ପ୍ରଭୁ ଭଗବାନ । ନ ଜାଣି ହୋଇଲୁ ଅଜ୍ଞାନ । ।୨୧୪
କମଳା ଥାଇ ପାଦତଳେ । ବଦନ ନିରୋପି ନିଶ୍ଚଳେ । ।୨୧୫
ଚଞ୍ଚଳା ପଦ୍ମ‌ପାଦେ ସେବି । ଭାବି ନ ପାଇଲା ସାଧବୀ । ।୨୧୬
ଅନାଦି ପ୍ରଭୁ ଯୋଗେଶ୍ୱର । ଗୁପତେ ଅଛି ନନ୍ଦଘର । ।୨୧୭
ଜାଣି ନ ପାରିଲୁ ସକଳେ । କୃଷ୍ଣର ମାୟା-ଯୋଗ-ବଳେ । ।୨୧୮
ନମଉଁ ପ୍ରଭୁ ଯୋଗେଶ୍ୱର । ଗତି-ମୁକତି ଗଦାଧର । ।୨୧୯
ତୋହର ମାୟାଚକ୍ରେ ଭ୍ରମି । ଆମ୍ଭେ ବୋଲାଉ ନିତ୍ୟକର୍ମୀ । ।୨୨୦
ଅନେକ କଲୁ ଅପରାଧ । ତ୍ରାହି କରିବା ପଦ୍ମନାଭ । ।୨୨୧
ଏମନ୍ତ ବୋଲି ଗୋଡ଼ାଇଲେ । ବନେ ଅନେକ ଦୂର ଗଲେ । ।୨୨୩
କୃଷ୍ଣ ନ ଦେଖି ଘୋରବନେ । ବ୍ରାହ୍ମଣେ ବିଚାରନ୍ତି ମନେ । ।୨୨୪
ଗୋବିନ୍ଦ ବିଜେ ନନ୍ଦଘରେ । ଜାତ ହୋଇଲେ ମଧୁପୁରେ । ।୨୨୫
ଆମ୍ଭେ ନ ଯିବା ଗୋପପୁର । ନ ପୁଣ ଜାଣେ କଂସାସୁର । ।୨୨୬
ମଥୁରା ଯେତେବେଳେ ଯିବେ । କୃଷ୍ଣ କଂସକୁ ସଂହାରିବେ । ।୨୨୭
କୃଷ୍ଣେ ଦେଖିବା ରାମ ତୁଲେ । ଏମନ୍ତ ବୋଲି ବାହୁଡ଼ିଲେ । ।୨୨୮
ସୁଜନେ ଶୁଣ କ‰ର୍ଣ୍ଣଦ୍ୱାରେ । ନ ବୁଡ଼ ସଂସାର ସାଗରେ । ।୨୨୯
ସକଳ ପ୍ରାଣୀ ହୃଦେ ଥାଇ । ଭ୍ରମ କରାନ୍ତି ଭାବଗ୍ରାହୀ । ।୨୩୦
ତାହାର ନାମ ଉଚ୍ଚାରିଲେ । ଭ୍ରମ ନ ଥାଇ ଆତ୍ମାତୁଲେ । ।୨୩୧
କହିଲି ଏ ପରମତତ୍ତ୍ୱ । କୃଷ୍ଣସେବକ ବଳବନ୍ତ । ।୨୩୨
ରେ ମନ କୃଷ୍ଣ ଆଶ୍ରେକର । ସର୍ବ ଆପଦ ହେବ ଦୂର । ।୨୩୩
କହଇ ଦାସ ଜଗନ୍ନାଥ । କୃଷ୍ଣଚରିତ ଭାଗବତ । ।୨୩୪
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ଯଜ୍ଞପତ୍ନୀ ଉଦ୍ଧରଣଂ ନାମ ଚତୁର୍ବିଂଶୋଽଧ୍ୟାୟଃ ।

ପଞ୍ଚବିଂଶ ଅଧ୍ୟାୟସମ୍ପାଦନ କରନ୍ତୁ

ଶୁକ ଉବାଚ

ଶୁଣ ରାଜନ ଚୂଡ଼ାମଣି । ଗୋପନଗରେ ଚକ୍ରପାଣି । ।୧
ରୋହିଣୀ ନନ୍ଦନର ତୁଲେ । ଦିନ ହରନ୍ତି ଗୋପମେଳେ । ।୨
ଗୋପାଳେ ମିଳି ଏକଦିନେ । ଇନ୍ଦ୍ରର ଉ›ତ୍ସବ ବିଧାନେ । ।୩
ସକଳେ ବିଚାରନ୍ତି ବସି । କୃଷ୍ଣ ମିଳିଲେ ମଧ୍ୟେ ଆସି । ।୪
ଅଶେଷ-ବ୍ରହ୍ମାଣ୍ତŠ-ଠାକୁର । ଜାଣନ୍ତି ଗୋପଙ୍କ ବିଚାର । ।୫
ଲୋକବେଭାରେ ଭାବଗ୍ରାହୀ । ବୋଲନ୍ତି ନନ୍ଦ ମୁଖ ଚାହିଁ । ।୬
ବୃଦ୍ଧ ଗୋପାଳେ ଛନ୍ତି ଯେତେ । ବିଶ୍ୱାସକର ଯେଝାମତେ । ।୭
ନନ୍ଦକୁ ପୁଚ୍ଛନ୍ତି ଅନନ୍ତ । ଇନ୍ଦ୍ରଉ›ତ୍ସବର ବୃତ୍ତାନ୍ତ । ।୮
ଭୋ ତାତ କେବଣ ଉତ୍ସ›ବ । ଏ କଥା କହ ସର୍ବଭାବ । ।୯
ତୁମ୍ଭ ବିଚାର ଯଜ୍ଞମତେ । ଉଦ୍ଦେଶ୍ୟ ଜାଣିବୁ କେମନ୍ତେ । ।୧୦
କେବଣ ମତେ ସାଧ୍ୟ କରି । ଯଜ୍ଞ କରନ୍ତି ନରନାରୀ । ।୧୧
ଏ ଯଜ୍ଞ କଲେ କିସ ଫଳ । ହସି କହନ୍ତି ନନ୍ଦବାଳ । ।୧୨
ଭୋ ତାତ ହୋଇବା ପ୍ରସନ୍ନ । କହ ଏ ପୂଜାର ବିଧାନ । ।୧୩
ଗୁପତ ନ କର ପିଅର । ଏ ସାଧୁଜନଙ୍କ ବେଭାର । ।୧୪
ଭାବ-ସେବକେ ସତ୍ୟ କହି । ବିଶେଷ ତୋ'ର ପୁତ୍ର ମୁହିଁ । ।୧୫
ସମଦରଶୀ ଯା'ର ଚିତ୍ତ । ନାହିଁ ତାହାର ରିପୁ ମିତ୍ର । ।୧୬
ସଂସାରଧର୍ମେ ଥାଇ ଜନ୍ତୁ । ଇଚ୍ଛନ୍ତି ନାନାକର୍ମ ହେତୁ । ।୧୭
ଜାଣି ନ ଜାଣି ଫଳ ଆଶେ । କର୍ମସାଧନ୍ତି ମନତୋଷେ । ।୧୮
ଦଇବମତେ ଫଳ ହୋଇ । ଯେ ଯାହା କର୍ମବଳେ ପାଇ । ।୧୯
ବେଦପୁରାଣ-କ୍ରିୟା ଘେନି । କର୍ମ ସାଧନ୍ତି ବିପ୍ର ମୁନି । ।୨୦
ତୁମ୍ଭେ ସାଧିବ କେଉଁମତେ । ବିଚାରି କହ ତାତ ମୋତେ । ।୨୧
କୃଷ୍ଣ ବଚନ ନନ୍ଦ ଶୁଣି । କୋଳେ ବସାଇ ଚକ୍ରପାଣି । ।୨୨
ବୋଲଇ ଶୁଣ ଦାମୋଦର । ପୂଜା କରିବୁ ସୁରେଶ୍ୱର । ।୨୩
ତା'ର ଆଜ୍ଞାରେ ମେଘମାଳ । ସଂସାରେ ବରଷନ୍ତି ଜଳ । ।୨୪
ମେଦିନୀ ଜଳଯୋଗ ପାଇ । ଅନେକ ଶସ୍ୟ ଉପୁଜାଇ । ।୨୫
ଜୀବିକା ହୋଇ ପ୍ରାଣୀଙ୍କର । ତେବେ ସେ ବଞ୍ଚଇ ସଂସାର । ।୨୬
ଶସ୍ୟ-ସମ୍ପଦ ଘେନି ଜନେ । ଯଜ୍ଞ କରନ୍ତି ତୋଷମନେ । ।୨୭
ନାନା ଦେବତା ଯଜ୍ଞେ ଦାହୀ । ପୂଜି ଅନେକ ଫଳ ପାଇ । ।୨୮
ଏମନ୍ତେ ଯେ ଯାହାର ମତେ । ଇନ୍ଦ୍ରଙ୍କୁ ପୂଜନ୍ତି ଜଗତେ । ।୨୯
ଯେ ଯାହା ମତେ ନାନା ଯାଗ । କରି ଲଭନ୍ତି ତିନିବର୍ଗ । ।୩୦
ଇଷ୍ଟଦେବତା ଶୁଭକାଳେ । ପୂଜା କରନ୍ତି ମହୀତଳେ । ।୩୧
ଯେ ନର ଲୋଭବଶ ହୋଇ । ଇଷ୍ଟଦେବତା ନ ପୂଜଇ । ।୩୨
ତାହାର ନାହିଁ ସୁଖଲେଶ । ଆପଦ ହୋଏ ପରବେଶ । ।୩୩
ନନ୍ଦ ବଚନ କୃଷ୍ଣ ଶୁଣି । ବୃଦ୍ଧ ଗୋପାଳେ ଯାହା ଭଣି । ।୩୪
ଇନ୍ଦ୍ର ବିଷୟେ କୋପକରି । ନନ୍ଦକୁ ବୋଲନ୍ତି ମୁରାରି । ।୩୫
କୃଷ୍ଣ ବୋଲନ୍ତି ଶୁଣ ତାତ । ଜଗତ କର୍ମେ ଆତଯାତ । ।୩୬
ଏ ଜୀବ ଆତ୍ମା କର୍ମ ଘେନି । ଗତ ଆଗତ ପଥଶ୍ରମୀ । ।୩୭
କର୍ମର ମତେ ଦୁଃଖସୁଖ । ଜନ୍ମମରଣ ହୋଏ ଦେଖ । ।୩୮
କର୍ମଟି ଦୁଃଖସୁଖଦାତା । ବିଶ୍ୱ ସଂସାରେ ବଳବନ୍ତା । ।୩୯
ଭୋ ତାତ କର୍ମ‌ପାଦେ ସେବ । କର୍ମହୁଁ ନାହିଁ ଅନ୍ୟ ଦେବ । ।୪୦
କର୍ମଭୂଞ୍ଜନ୍ତା ପ୍ରାଣୀଙ୍କର । ଇନ୍ଦ୍ର ତ ନୋହଇ ଠାକୁର । ।୪୧
କର୍ମ-ସଞ୍ଚିଲା ଏ ଜଗତ । ସ୍ୱଭାବେ ହୋନ୍ତି ଆତଯାତ । ।୪୨
କର୍ମର ବଳେ ଦେହ ଘେନି । ଜୀବ ଭ୍ରମଇ ନାନାଯୋନି । ।୪୩
କର୍ମ ଯେ ଶତ୍ରୁମିତ୍ର ହୋଇ । ଗୁରୁଙ୍କ ପ୍ରାୟେ ଶିକ୍ଷା ଦେଇ । ।୪୪
ସକଳେ କର୍ମ ସେବା କର । କହନ୍ତି ପ୍ରଭୁ ଦାମୋଦର । ।୪୫
ଯେ ପ୍ରାଣୀ ନିଜକର୍ମ ଛାଡ଼ି । ଅନ୍ୟ ଜୀବିକା ଲୋଭେ ଲୋଡ଼ି । ।୪୬
ଦୁର୍ଗତିପଥ ଆବୋରୋନ୍ତି । ଯେସନେ ବିଟପୀ ଯୁବତୀ । ।୪୭
ଭୋ ତାତ ଶୁଣ କର୍ମକଥା । ବେଦପୁରାଣେ ଯେ ବ୍ୟବସ୍ଥା । ।୪୮
ବ୍ରାହ୍ମଣଆଦି ଚାରିବ‰ର୍ଣ୍ଣ । ଯେ ଯାହା ମତେ ବୃତ୍ତି ଭିନ୍ନ । ।୪୯
ବେଦବିଚାରେ ଷଟକର୍ମ । ବ୍ରାହ୍ମଣ ଜନର ଏ ଧର୍ମ । ।୫୦
ଭୂମିପାଳନ ଶୂରବନ୍ତ । ଦାନ-ପୌରୁଷ କ୍ଷତ୍ରିବୃତ୍ତ । ।୫୧
କୃଷି ବାଣିଜ୍ୟ ଗୋରୁବୃତ୍ତି । ବୈଶ୍ୟଜନଙ୍କର ଏ ଗତି । ।୫୨
ବ୍ରାହ୍ମଣପାଦେ ସେବାକରି । ଶୂଦ୍ରେ ହୋଇବେ ସୁଖଚାରୀ । ।୫୩
ଏ ଚାରି ବ‰ର୍ଣ୍ଣର ବେଭାର । ବୈଶ୍ୟଙ୍କ ମତଟି ଆମ୍ଭର । ।୫୪
ଭୋ ତାତ ଶୁଣ ଆଦିଅନ୍ତ । ଯେମନ୍ତ କହଇ ବେଦାନ୍ତ । ।୫୫
ସୃଷ୍ଟିର କାଳେ ନାରାୟଣ । ଆଗେ ସର୍ଜିଲା ତିନିଗୁଣ । ।୫୬
ରଜୋଗୁଣରୁ ବ୍ରହ୍ମା ହୋଇ । ସତ୍ତ୍ୱଗୁଣକୁ ବିଷ୍ଣୁ ପାଇ । ।୫୭
ରୁଦ୍ରଙ୍କୁ ଦେଲେ ତମୋଗୁଣ । ସୃଷ୍ଟି ପାଳନ ସଂହାରଣ । ।୫୮
ବ୍ରହ୍ମାଭିଆଣେ ମେଘମାଳ । ସଂସାରେ ବରଷନ୍ତି ଜଳ । ।୫୯
ଜନ୍ତୁ ଜୀବିକା ତେଣେ ହୋଇ । ଇଦ୍ରେ ତ ପ୍ରୟୋଜନ ନାହିଁ । ।୬୦
ଇନ୍ଦ୍ରର ଭାଗ୍ୟେ ବଡ଼ପଣ । ଜଗତ ବିଷ୍ଣୁର ଭିଆଣ । ।୬୧
ଗ୍ରାମପାଟଣା ଦେଶ ପୁରେ । ଇନ୍ଦ୍ରକୁ ପୂଜିବେ ବେଭାରେ । ।୬୨
ବନଗହନେ ଆମ୍ଭ ଘର । ଗୋରୁ ଚରାଉ ନଦୀତୀର । ।୬୩
ନିର୍ଝର ଜଳପାନ କରି । ଆମ୍ଭ ଦେବତା ବନଗିରି । ।୬୪
ତୁମ୍ଭର ଯଜ୍ଞ ଯେବେ ସତ୍ୟ । କହଇ ଶୁଣ ଏକଚିତ୍ତ । ।୬୫
ଗୋରୁ ବ୍ରାହ୍ମଣ ପ୍ରୀତିଫଳେ । ଯଜ୍ଞ କରିବା ଗିରିତଳେ । ।୬୬
ପୂଜିବା ଗୋବର୍ଦ୍ଧନ ଶିରେ । ଯେ ଇନ୍ଦ୍ର ଯଜ୍ଞର ସମ୍ଭାରେ । ।୬୭
ଦ୍ୱିଗୁଣ କରି ବଳି ଭୋଜା । ସୁଖେ କରିବା ଗିରିପୂଜା । ।୬୮
ନାନା ବ୍ୟଞ୍ଜନ ଷଡ଼ରସ । ପିଷ୍ଟକ ପ୍ରପାନ ପାୟସ । ।୬୯
ଗୋରସ ଘୃତ ସରପୁଳି । ନାନାପିଷ୍ଟକେ ଖଣ୍ତŠ ବୋଳି । ।୭୦
ଅନଳ ପୂଜା ହୋମ କର । ଋତ୍ୱିଜ ଚାରି ବେଦୁଁ ବର । ।୧
ପୂ‰ର୍ଣ୍ଣ ଆହୂତି ଯଜ୍ଞ ଅନ୍ତେ । ଦକ୍ଷିଣା ଦିଅ ଯଥୋଚିତ୍ତେ । ।୭୨
ଗୋରୁ କାଞ୍ଚନ ତିଳ ଅନ୍ନ । ଅତିଥି ପୂଜାର ବିଧାନ । ।୭୩
ଯେ ଯାହା ମତେ ତୋଷ କରି । ସୁଖେ ଭୁଞ୍ଜିବେ ନରନାରୀ । ।୭୪
କୋମଳତୃଣ ଅନ୍ନ ସଙ୍ଗେ । ଗୋରୁଙ୍କୁ ଭୁଞ୍ଜାଇବା ରଙ୍ଗେ । ।୭୫
ପର୍ବତେ ବଳି ଭୋଜା ଦେଇ । ସକଳେ ଅଳଙ୍କାର ଲାଇ । ।୭୬
କରିବା ଗିରି ପ୍ରଦକ୍ଷିଣ । ଆରାଧି ଅନଳ ବ୍ରାହ୍ମଣ । ।୭୭
ମୋହର ମତେ ଏ ଯୋଗାଇ । କୃଷ୍ଣ ବୋଲନ୍ତି ନନ୍ଦେ ଚାହିଁ । ।୭୮
ଶୁକ କହନ୍ତି ରାଜା ଆଗେ । ଶୁଣି ଗୋପାଳେ ଉଦ୍‌ବେଗେ । ।୭୯
କୃଷ୍ଣବଚନ ପ୍ରତିପାଳି । ନନ୍ଦକୁ ମଧ୍ୟେ ଘେନି ଭାଳି । ।୮୦
ଶ୍ରୀକୃଷ୍ଣ ବଚନ ପ୍ରଶଂସି । ମିଳିଲେ ଯେଝା ଘରେ ଆସି । ।୮୧
ଦ୍ୱିଗୁଣେ ନାନା ଦ୍ରବ୍ୟ ଘେନି । କରନ୍ତି ବାଦ୍ୟ ଶଙ୍ଖଧ୍ୱନି । ।୮୨
ପର୍ବତତଳେ ଯାଇ ମିଳି । କାମିନୀ ଦ୍ୟନ୍ତି ହୁଳହୁଳି । ।୮୩
ଯଜ୍ଞ ଆରମ୍ଭି ଗିରିତଳେ । ପୂଜିଲେ ଗୋ-ବିପ୍ର-ଅନଳେ । ।୮୪
ଯେ ଯାହା ମତେ ଦେଲେ ଦାନ । ସୁବ‰ର୍ଣ୍ଣ ବସ୍ତ୍ର ଗୋରୁ ଅନ୍ନ । ।୮୫
ଦେବ ଅତିଥି ତୋଷ କରି । ଭୋଜନ କଲେ ନରନାରୀ । ।୮୬
ବିବିଧ ଅଳଙ୍କାର ଲାଇ । ଗୋରୁ ବ୍ରାହ୍ମଣ ମଧ୍ୟେ ଥାଇ । ।୮୭
ପର୍ବତ କଲେ ପ୍ରଦକ୍ଷିଣ । ଗୋରୁଙ୍କୁ ଦେଲେ ଅନ୍ନ ତୃଣ । ।୮୮
ଶକଟ ମŠଣ୍ତିଲେ ଗୋପାଳେ । ଦିବ୍ୟବସନ ରତ୍ନମାଳେ । ।୮୯
ବାଳକ କୋଳେ ଘେନି ନାରୀ । ନନ୍ଦ ଯଶୋଦା ଆଦିକରି । ।୯୦
ରୋହିଣୀ ଯଶୋଦାର ମେଳେ । ରାମ ଗୋବିନ୍ଦ ଘେନି କୋଳେ । ।୯୧
ଶଙ୍ଖ ମହୁରୀ ନାଦ ଭେରୀ । ମୁରଲୀ ନାଦେ ଗୀତ ସ୍ଫୁରି । ।୯୨
ବୁଲନ୍ତି ଗିରି ଚାରିଦିଗେ । କୃଷ୍ଣ ଆନନ୍ଦ ବଳି ଯୋଗେ । ।୯୩
ଗୋବିନ୍ଦ ଯୋଗମାୟା ବଳେ । ପର୍ବତ ଶିଖେ ବିଜେ କଲେ । ।୯୪
ଯଶୋଦା କୋଳେ ଛନ୍ତି ବସି । ଗୋପୀ ଗୋପାଳଙ୍କୁ ବିଶ୍ୱାସି । ।୯୫
ପର୍ବତ ଶିଖେ ବିଶ୍ୱରୂପୀ । ଟେକି ଚାହାଁନ୍ତି ଗୋପଗୋପୀ । ।୯୬
ବେନି ଯୋଜନ ଲମ୍ବେ ଭୁଜ । ଶିରେ ଲାଗଇ ଗ୍ରହରାଜ । ।୯୭
ଶ୍ୟାମସୁନ୍ଦର ତନୁବ‰ର୍ଣ୍ଣ । ଗୋପଙ୍କୁ ଚାହିଁ ସାବଧାନ । ।୯୮
ବୋଲନ୍ତି ହୋଇଲି ମୁଁ ତୋଷ । ତୁମ୍ଭର ପୂରାଇବି ଆଶ । ।୯୯
ନିଶ୍ଚିନ୍ତ ହୋଇଥାଅ ବନେ । ମୋହର ପୂଜାର ବିଧାନେ । ।୧୦୦
ଖŠଣ୍ତିବି ସକଳ ଆପଦ । ଗୋକୁଳ ହୋଇବ ଆନନ୍ଦ । ।୧୦୧
ତଳେ ଲମ୍ବାଇ ବେନି ଭୁଜ । ବଳି ଭୁଞ୍ଜନ୍ତି ଗିରିରାଜ । ।୧୦୨
ଗୋପୀ ଗୋପାଳଙ୍କୁ ଅନାଇଁ । ବୋଲନ୍ତି ପ୍ରଭୁ ଭାବଗ୍ରାହୀ । ।୧୦୩
ଦେଖ ହୋ ପର୍ବତ ମହିମା । ଯଜ୍ଞର ବଳେ ପୁଣ୍ୟକର୍ମା । ।୧୦୪
ପ୍ରସନ୍ନ ହୋଇଲେଟି ଆଜ । କିସ କରିବେ ଦେବରାଜ । ।୧୦୫
ଏତେହେଁ କାଳ କଲ ପୂଜା । ଦେବତା ନ ଖାଇଲା ଭୋଜା । ।୧୦୬
ଏମନ୍ତ ଦିଅଁ ଅଛି କାହିଁ । ହସ୍ତ ପ୍ରସାରି ବଳି ଖାଇ । ।୧୦୭
ଇନ୍ଦ୍ରର ଚିହ୍ନ ବ‰ର୍ଣ୍ଣ ନାହିଁ । ନ ଜାଣି ପୂଜ ବାଇ ହୋଇ । ।୧୦୮
ଏମନ୍ତ ନ ଦେଖିଲ ଦିନେ । ବଳି ଭୁଞ୍ଜଇ ତୋଷମନେ । ।୧୦୯
ଏବେ ତୁମ୍ଭର ଚିନ୍ତା ନାହିଁ । ନିଶ୍ଚିନ୍ତେ ଥିବ ଏହା ଧ୍ୟାୟି । ।୧୧୦
ଏ ଆମ୍ଭ ପୁରାଇବେ ଆଶା । ଏଣେ ସେ ଆମ୍ଭର ଭରସା । ।୧୧୧
ଏହାଙ୍କୁ ନମସ୍କାର କର । ଏ ଆମ୍ଭ ଜୀବନ ଠାକୁର । ।୧୧୨
ଏହାଙ୍କୁ ଅବଜ୍ଞା ଯେ କରି । ପଡ଼ିବେ ନରକ ଆବୋରି । ।୧୧୩
ଏ ଆମ୍ଭ ରଖିବେ ଗୋକୁଳ । ବୋଲନ୍ତି ପ୍ରଭୁ ଆଦିମୂଳ । ।୧୧୪
ଏମନ୍ତ କହି ବନମାଳୀ । ଆପଣେ କଲେ ନିଉଛାଳି । ।୧୧୫
ଦେଖି ଆନନ୍ଦ ଗୋପଗୋପୀ । ନମିଲେ ପର୍ବତ ନିରୋପି । ।୧୧୬
ବୋଲନ୍ତି ଆମ୍ଭେ ଭାଗ୍ୟବନ୍ତ । ପ୍ରତ୍ୟକ୍ଷେ ଦେଖିଲୁ ପର୍ବତ । ।୧୧୭
କଲ୍ୟାଣ ହେଉ ନନ୍ଦବାଳେ । ଏ ଆମ୍ଭ ରଖିବ ଗୋକୁଳେ । ।୧୧୮
ଏମନ୍ତ ପୂଜାବିଧି କଲେ । ଗୋପେ ମିଳିଲେ ସନ୍ଧ୍ୟାକାଳେ । ।୧୧୯
କୃଷ୍ଣ ଚରିତ ପରଶଂସି । ମିଳିଲେ ନିଜ ପୁରେ ଆସି । ।୧୨୦
ସେ ହରିଚରଣେ ବିଶ୍ୱାସ । କହଇ ଜଗନ୍ନାଥ ଦାସ । ।୧୨୧
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ପଞ୍ଚବିଂଶୋଽଧ୍ୟାୟଃ । ।

ଷଡ଼ବିଂଶ ଅଧ୍ୟାୟସମ୍ପାଦନ କରନ୍ତୁ

ପରୀକ୍ଷରାଜା ମୁଖ ଚାହିଁ । ଶୁକ କହନ୍ତି ତୋଷ ହୋଇ । ।୧

ଶୁକ ଉବାଚ

ଶୁଣ ହୋ କୁରୁନୃପମଣି । ସ୍ୱର୍ଗେ ଜାଣିଲେ ବଜ୍ରପାଣି । ।୨
କୃଷ୍ଣର ଦେଖି ଦୁଷ୍ଟପଣ । କୋପେ କମ୍ପିଲା ସୁରରାଣ । ।୩
କହଇ ଦେବଙ୍କୁ ବସାଇ । ମେଘ ପବନକୁ ଅଣାଇ । ।୪
ପ୍ରଳୟକାରୀ ମେଘଗଣ । ଅନାଇଁ କହେ ମଘବାନ । ।୫
ଶୁଣ ପବନ ମେଘମାଳେ । ମୋ' ପୂଜା ଭାଙ୍ଗିଲେ ଗୋପାଳେ । ।୬
ଯଶୋଦାସୁତ କୃଷ୍ଣ ବୋଲେ । ଗୋପାଳେ ମୋତେ ନ ମାନିଲେ । ।୭
ବାଳକ କୃଷ୍ଣ ବୋଲି ନାମ । ତା ବେଲେ କଲେ ଏଡ଼େ କର୍ମ । ।୮
ମନୁଷ୍ୟ ହୋଇ ବଳୀୟାର । ପୂଜା ଭାଙ୍ଗିଲା ଗୋପେ ମୋର । ।୯
ଗଉଡ଼େ କୃଷ୍ଣ ସଙ୍ଗେ ଭୋଳ । ମୁଁ ଆଜ ପୂରାଇବି କାଳ । ।୧୦
ଏ ଅପମାନ କେବା ସହି । ସ୍ୱର୍ଗରେ ଇନ୍ଦ୍ରପଦ ବହି । ।୧୧
ସମ୍ପଦ-ମତ୍ତଗର୍ବ ଅନ୍ଧେ । ସିନ୍ଧୁ ତରିବେ ବାଲିବନ୍ଧେ । ।୧୨
ଦଦରା ନାବେ ଯେହ୍ନେ ବସି । ସମୁଦ୍ରତରଣେ ସାହସୀ । ।୧୩
ଭବତରଣେ ପଥ ଲୋଡ଼ି । ପଣ୍ତିତେ ଧର୍ମଶାସ୍ତ୍ର ଛାଡ଼ି । ।୧୪
ଏମନ୍ତ ମଣିଲେ ଗୋପାଳେ । ନନ୍ଦବାଳକ କୃଷ୍ଣ ବୋଲେ । ।୧୫
ବାଳକ ସପତବରଷ । ତାବୋଲେ କରିଲେ ବିଶ୍ୱାସ । ।୧୬
ବାଳୁତ ପ୍ରାୟ ଖେଳୁଥାଇ । ପାଠପଠନ ନ ଜାଣଇ । ।୧୭
ଗାଈ ଚରାଇ ବନେ ବନେ । ଗୋପାଳ ସଙ୍ଗେ ବେଣୁସ୍ୱନେ । ।୧୮
ପଣ୍ତିତ ପ୍ରାୟ ତା'କୁ ମଣି । ମୋହର ମହିମା ନ ଜାଣି । ।୧୯
ଏଡ଼େ ଅନୀତି ଆଚରିଲେ । ଆଜ ସଂଗ୍ରାମ କୃଷ୍ଣ ତୁଲେ । ।୨୦
ଜାଣିବା କୃଷ୍ଣ ଆଶ୍ରେ କରି । କେମନ୍ତେ ଥିବେ ଗୋପପୁରୀ । ।୨୧
ଗୋରୁ ଗୋପାଳ କୃଷ୍ଣ ଆଦି । ଏ ମୋର ଯଜ୍ଞଭଙ୍ଗେ ବାଦୀ । ।୨୨
ଏହାଙ୍କୁ କର ବେଗେ ନାଶ । ଆବୋରି ବୃନ୍ଦାବନଦେଶ । ।୨୩
ତୁମ୍ଭେ ପ୍ରଳୟ ଚାରିମେଘେ । ଗୋପେ ବରଷ ଯାଇ ବେଗେ । ।୨୪
ଶୁଣ ପବନ ଅଣଚାଶ । ଏ ଚାରିମେଘେ ତୁମ୍ଭେ ମିଶ । ।୨୫
ବିଜୁଳି ଘୋରନାଦ ଘେନି । ଶବଦେ କମ୍ପାଅ ମେଦିନୀ । ।୨୬
ବଜ୍ର ପାଷାଣ ସଙ୍ଗେ ବାରି । ବରଷ ଘୋରନାଦ କରି । ।୨୭
ମୁଁ ପୁଣି ତୁମ୍ଭ ପଛେ ଥାଇ । ଅଇରାବତରେ ଆରୋହୀ । ।୨୮
ବଜ୍ର ମାରିବି ନିରନ୍ତରେ । ଅନଳଜ୍ୟୋତି ପରଖରେ । ।୨୯
ନନ୍ଦସମ୍ପଦ କରି ନାଶ । ତେବେ ହୋଇବ ମନତୋଷ । ।୩୦
ରିପୁ ନ ସାଧନ୍ତି ଯେ ପ୍ରାଣୀ । ତାହାଙ୍କୁ ମନୁଷ୍ୟେ ନ ଗଣି । ।୩୧
ଶୁକ କହନ୍ତି ରାଜା ଆଗେ । ଇନ୍ଦ୍ରର ବୋଲେ ଚାରିମେଘେ । ।୩୨
ପବନ ଘେନି ଚଳିଗଲେ । ଗୋପନଗରକୁ ବେଢ଼ିଲେ । ।୩୩
ଗୋପନଗର ସୀମା ଯେତେ । ରୁନ୍ଧିଲେ ଦିଗ-ଶୂନ୍ୟପଥେ । ।୩୪
ବିଜୁଳିନାଦ ଖରତର । ଦିବସେ କଲେ ଅନ୍ଧକାର । ।୩୫
ପବନ ଘୋରନାଦ କରି । ଶବଦେ କମ୍ପେ ବସୁନ୍ଧରୀ । ।୩୬
ହସ୍ତୀର ଶୁଣ୍ଢ ପ୍ରାୟ ଜଳ । ଧାରା ବରଷନ୍ତି ଗହଳ । ।୩୭
ଜଳର ସଙ୍ଗେ ଶିଳା ପଡ଼ି । ଶବଦ ମେଘ ଘଡ଼ଘଡ଼ି । ।୩୮
ଦଣ୍ତŠକେ ଉଛୁଳିଲା ମହୀ । ସ୍ଥଳ ଗଭୀର ନ ଦିଶଇ । ।୩୯
ଶୀତ ପବନ ସଙ୍ଗେ ବାରି । କମ୍ପନ୍ତି ଗୋପ ନରନାରୀ । ।୪୦
ଗୋପାଳେ ଦେଖି ବିପରୀତ । ବୋଇଲେ ହୋଇଲୁ ଅନାଥ । ।୪୧
ଯଶୋଦା ନନ୍ଦନର ବୋଲେ । ବିବାଦ କଲୁ ଇନ୍ଦ୍ରତୁଲେ । ।୪୨
ବାଳବଚନ ସତ୍ୟ କରି । ଅନାଥ ହେଲୁ ଗୋପପୁରୀ । ।୪୩
କାହାରେ ପଶିବୁଁ ଶରଣ । ଅକାଳେ ହୋଇଲା ମରଣ । ।୪୪
ଅନାଥ ହୋଇଲୁ ଗୋକୁଳ । ଡ଼ାକନ୍ତ ରଖ ଆଦିମୂଳ । ।୪୫
ହେ କୃଷ୍ଣ ତୋ'ର ବୋଲ କରି । ନିଶ୍ଚେ ବୁଡ଼ିଲା ଗୋପଶିରୀ । ।୪୬
ଗୋରୁଏ ଶିଳା ଜଳେ କମ୍ପି । କୃଷ୍ଣଙ୍କୁ ଚାହାଁନ୍ତି ନିରୋପି । ।୪୭
ଲାଞ୍ଜେ ଆଚ୍ଛାଦି ମୁଖଦେଶେ । ମିଳିଲେ ଗୋବିନ୍ଦର ପାଶେ । ।୪୮
ବୃଦ୍ଧ ବାଳକେ ଥରହର । ଡ଼ାକନ୍ତି ରଖ ଦାମୋଦର । ।୪୯
ତୋରେ ଶରଣ ଗୋପପୁର । ତୁ ନାଥ ଆମ୍ଭ ବଳୀୟାର । ।୫୦
ତୁ ନାଥ ଆମ୍ଭର ପରାଣ । ତୋ ବେଳେ ଗଲା ଆମ୍ଭ ପ୍ରାଣ । ।୫୧
ଥୋକେ ବୋଲନ୍ତି କୃଷ୍ଣ ବୋଲେ । ବିବାଦ କଲୁଁ ଇନ୍ଦ୍ର ତୁଲେ । ।୫୨
ଏ କାହିଁ ରଖିବ ଗୋକୁଳ । ମନୁଷ୍ୟଜନ୍ମ ନନ୍ଦବାଳ । ।୫୩
ସକଳେ ହୋଇଲୁ ନିରେଖ । ଡ଼ାକନ୍ତି ନାରାୟଣ ରଖ । ।୫୪
ମଧୁସୂଦନ ଚକ୍ରଧର । ଅନାଦି ଧର୍ମ ନିରାକାର । ।୮୫
ତୋର ଶରଣୁଁ ଅନ୍ୟ ନାହିଁ । ଗୋକୁଳ ରଖ ଭାବଗ୍ରାହୀ । ।୮୬
ଇନ୍ଦ୍ରର ହୋଇଲୁଁ ବଇରୀ । ବୁଡ଼ିଲା ଗୋପପୁର ଶିରୀ । ।୮୭
ସକଳେ ହୋଇଲୁ ନିରାଶ । ଛାଡ଼ିଲୁଁ ଜୀବନର ଆଶ । ।୮୮
ଗୋପର ଦେଖିଣ ବିକଳ । ହସି ବୋଲନ୍ତି ନନ୍ଦବାଳ । ।୮୯
ଏତ ଅଋତୁ ବରଷଣ । ପ୍ରଚଣ୍ତŠ ପବନ ପାଷାଣ । ।୯୦
ବରଷା ଋତୁ ଏ ନୁହଁଇ । ଇନ୍ଦ୍ର ବରଷେ କୋପ ବହି । ।୯୧
ବାସବ ମୋତେ ନ ଜାଣଇ । ମନୁଷ୍ୟ ପ୍ରାୟେକ ମଣଇ । ।୯୨
ମୋହର ଜୀବନ ଗୋକୁଳ । ଏହାଙ୍କୁ କରଇ ବିକଳ । ।୯୩
ମୋତେ ସେ କଲା ଏଡ଼େ କର୍ମ । ଭୋଳେ ହୋଇଲା ମତିଭ୍ରମ । ।୯୪
ପୂର୍ବେ ଏ ଅଛି ତପ ଦାହୀ । ମୋହର ପାଦେ ଚିତ୍ତ ଦେଇ । ।୯୫
କେମନ୍ତେ ନାଶିବି ସମ୍ପଦ । ମୋହର ଦେଲା ଇନ୍ଦ୍ରପଦ । ।୯୬
ଏହାର ଗର୍ବ ଆଜ ନାଶି । ପୁଣି ମୁଁ ସ୍ଥାପିବି ଆଶ୍ୱାସି । ।୯୭
ମୋହର ଭାବ ଯେ ଜାଣଇ । ତାହାର ଦେହେ ଗର୍ବ ନାହିଁ । ।୯୮
ଗର୍ବଗଞ୍ଜନେ ବାନା ମୋର । ଦୁଷ୍ଟଦଳନେ ଅବତାର । ।୯୯
ମୋର ସମ୍ପଦ ଗୋପପୁରୀ । ମୁହିଁ ସେ ଗୋପପୁର ଶିରୀ । ।୧୦୦
ମୋତେ ମାରିବ ବୋଲେ କୋପେ । ଇନ୍ଦ୍ର ହିଁ ଆସିଅଛି ଗୋପେ । ।୧୦୧
ଅଇରାବତ ସେ ଆରୋହି । ବଜ୍ର ମାରଇ ମୋତେ ଚାହିଁ । ।୧୦୨
ଆଜ ମୁଁ ରଖିବି ଗୋକୁଳ । କେ ସହୁ ଗୋରୁଙ୍କ ବିକଳ । ।୧୦୩
ଏମନ୍ତ ବିଚାରି ଅନନ୍ତ । ବଢ଼ାଇ ଦେଲେ ବାମହସ୍ତ । ।୧୦୪
ପର୍ବତ ଥିଲା ନଦୀତୀରେ । ଗୋବିନ୍ଦ ଉପାଡ଼ିଲେ ହେଳେ । ।୧୦୫
ଅଚଳ ମୃତ୍ତବନ୍ତ ହୋଇ । ଶ୍ରୀଭୁଜେ ବସିଲାକ ଯାଇ । ।୧୦୬
ଜାଣି ସେ କୃଷ୍ଣ ନିଜ ଧାମ । ପର୍ବତ ତେଜିଲା ଆଶ୍ରମ । ।୧୦୭
ଯହୁଁ ସେ ପ୍ରଭୁ ଦେବରାଜ । ବିସ୍ତାର କଲେ ମହାଭୁଜ । ।୧୦୮
କରେ ପର୍ବତ ବସାଇଲେ । ବିଶ୍ୱମୂରତି ପ୍ରକାଶିଲେ । ।୧୦୯
ଛତ୍ର ପ୍ରାୟେକ ଗିରି ତୋଳି । ଡ଼ାକନ୍ତି ପ୍ରଭୁ ବନମାଳୀ । ।୧୧୦
ହେ ତାତ ମାତ ଗୋପବାଳେ । ବହନ ପଶ ଗିରିତଳେ । ।୧୧୧
ଗୋରୁ ଗୋପାଳ ଆଦିକରି । ସର୍ବସମ୍ପଦ ନରନାରୀ । ।୧୧୨
ନିର୍ଭୟ ହୋଇ ସର୍ବେ ପଶ । ମନେ ନ କର କିଛି ତ୍ରାସ । ।୧୧୩
ହସି ବୋଲନ୍ତି ପୀତବାସ । ତୁମ୍ଭେ ଯେ ମୋହର ବିଶ୍ୱାସ । ।୧୧୪
ମୋହର କରେ ଗିରି ଥିବ । ତୁମ୍ଭ ଉପରେ ନ ପଡ଼ିବ । ।୧୧୫
ପୁଷ୍ପ ହୁଁ ଉଶ୍ୱାସଟି ମୋତେ । ତୁମ୍ଭେ ନ ଯାଅ ଅପରତେ । ।୧୧୬
ତୁମ୍ଭର ହିତେ ଗିରିବରେ । ଦେଖ ତୋଳିଲି ବାମକରେ । ।୧୧୭
ତୁମ୍ଭେ ଯେ ମଲେ ହତ୍ୟା ମୋର । କହନ୍ତି ପ୍ରଭୁ ଦାମୋଦର । ।୧୧୮
ତୁମ୍ଭର ହିତେ ମୋହ ଦେହୀ । ଜନ୍ମିଛି ନରଦେହ ବହି । ।୧୧୯
ମୋହର ବୋଲେ ଯଜ୍ଞ ଭାଜି । ଏବେ ହୋଇଲେ ଇଦ୍ରେ ଗଞ୍ଜି । ।୧୨୦
ମୁଁ ଆଜ ରଖିବି ତୁମ୍ଭଙ୍କୁ । କିମ୍ପାଇ ଡ଼ର ବାସବକୁ । ।୧୨୧
ନିର୍ଭୟ ଚିତ୍ତେ ସର୍ବେପଶ । ପର୍ବତ ବଡ଼ଇ ଉଶ୍ୱାସ । ।୧୨୨
ଭୃତ୍ୟଙ୍କ ଛଳେ ନରହରି । ତୋଳିଲେ ଗୋବର୍ଦ୍ଧନ ଗିରି । ।୧୨୩
କୃଷ୍ଣବଚନେ ସୁଖଭୋଳେ । ପଶିଲେ ପର୍ବତର ତଳେ । ।୧୨୪
ଯାହାର ଘରେ ଯେତେ ଦ୍ରବ୍ୟ । ପଶିଲେ ସଙ୍ଗେ ଘେନି ସର୍ବ । ।୧୨୫
ଗିରିକନ୍ଦରେ ଗଲେ ପଶି । ଶ୍ରୀକୃଷ୍ଣ ବଚନେ ବିଶ୍ୱାସି । ।୧୨୬
ଦାସବତ୍ସାଳ ବନମାଳୀ । ପୁଷ୍ପର ପ୍ରାୟେ ଗିରି ତୋଳି । ।୧୨୭
ବାମ-କନିଷ୍ଠ-ଅଙ୍ଗୁଳିରେ । ଗୋବିନ୍ଦ ବସାଇଲେ ଧୀରେ । ।୧୨୮
ଅଙ୍ଗୁଳି-ଅଗ୍ରେ ଗିରି ଦେଖି । ଭୟେ ବୁଜିଲେ ସର୍ବେ ଆଖି । ।୧୨୯
ଗୋପୀଏ ଗୁରୁଙ୍କର ମେଳେ । ଅନାଇ କାନ୍ଦନ୍ତି ବିକଳେ । ।୧୩୦
ବୋଲନ୍ତି ଏବେ ନାଶଗଲୁ । ଗିରିକନ୍ଦରେ ପ୍ରାଣ ଦେଲୁ । ।୧୩୧
ସାତ ବରଷ ପୁଅ କରେ । ପର୍ବତ ଅଙ୍ଗୁଳି ଅଗ୍ରରେ । ।୧୩୨
ଏ କେତେବେଳ ଧରିଥିବ । ପବନ ବହିଲେ ପଡ଼ିବ । ।୧୩୩
କୋପ କରିଛି ଇନ୍ଦ୍ରରାଜା । ଆମେ ନ ଦେଲୁ ବଳି ଭୋଜା । ।୧୩୪
ନନ୍ଦର ସୁତ ଆମ୍ଭ କାଳ । ତୋବୋଲେ ବୁଡ଼ିଲା ଗୋକୁଳ । ।୧୩୫
ଏମନ୍ତେ ପର୍ବତକୁ ଚାହିଁ । ଗୋପୀଙ୍କ ଦେହେ ପ୍ରାଣ ନାହିଁ । ।୧୩୬
ସମସ୍ତ ଚକ୍ଷୁ ଏକମେଳେ । ଥୋଇଲେ କୃଷ୍ଣ କରତଳେ । ।୧୩୭
କ୍ଷୁଧା ପିପାସେ ନାହିଁ ମନ । ନିମିଷେ କଲେ ସାତଦିନ । ।୧୩୮
କୃଷ୍ଣର ମାୟାଯୋଗ ବଳେ । ରାତ୍ର ଦିବସ ନ ଜାଣିଲେ । ।୧୩୯
କୃଷ୍ଣଙ୍କୁ ବୋଲନ୍ତି ଗୋପାଳେ । ଗିରି ଧଇଲୁ ବାଳକାଳେ । ।୧୪୦
ଆମ୍ଭଙ୍କୁ ଲାଗୁଅଛି ଭୟ । ମରଣ ହୋଇଲା ନିଶ୍ଚୟ । ।୧୪୧
ଆସ ହୋ ଗୋପାଳେ ସମସ୍ତେ । ଗିରି ଧରିବା ଯେଝାମତେ । ।୧୪୨
ବାଳୁତ ପୁଅ ହସ୍ତେ ମେରୁ । ଏଡ଼େ ଅଚଳ ମହାଗରୁ । ।୧୪୩
ପଡ଼ିଲେ ସମସ୍ତେ ମରିବା । ଯେ ଯାହା ମତେ ଧରିଥିବା । ।୧୪୪
ଏତକ ବୋଲିଣ ଗୋପାଳେ । ଲଉଡ଼ି ଦେଲେ ଗିରିମୂଳେ । ।୧୪୫
ଯେ ଯାହା ଅନୁରୂପେ ଧରି । ରହିଲେ ଗୋପ ନରନାରୀ । ।୧୪୬
ଇନ୍ଦ୍ର ଯେ ଶୂନ୍ୟେ ରହିଥିଲା । ସପତ ଦିନ ବରଷିଲା । ।୧୪୭
ପ୍ରଳୟକାରୀ ମେଘମାଳ । ଫୁଟିଣ ହୋଇଲେ ନିର୍ଜଳ । ।୧୪୮
ପବନ ଚଳି ନ ପାରିଲେ । ଅଳପ ଅଳପ ବହିଲେ । ।୧୪୯
ବିଜୁଳି ମେଘେ ଲୀନ ହେଲା । ଶବଦ ନିଶ୍ଚଳ ହୋଇଲା । ।୧୫୦
ଦେଖି କମ୍ପିଲା ସୁରପତି । ଆରୋହି ଐରାବତ ହସ୍ତୀ । ।୧୫୧
ଆପଣା କରେ ବଜ୍ର ଘେନି । କୋପେ ଧାଇଁଲା ସସ୍ରଯୋନି । ।୧୫୨
ସହସ୍ର ଧାର ଶକ୍ତି ତୋଳି । ମନେ ଜାଣିଲେ ବନମାଳୀ । ।୧୫୩
ଇନ୍ଦ୍ର ଯେ ଆସୁଅଛି ରଙ୍ଗେ । ମାରିବ ଗୋବର୍ଦ୍ଧନ ଅଙ୍ଗେ । ।୧୫୪
ବଜ୍ରେ ପର୍ବତ ହେବ ଧ୍ୱଂସ । ଗୋପୀଗୋପାଳେ ଯିବେ ନାଶ । ।୧୫୫
ଏତେ ବିଚାରି ଚକ୍ରଧାରୀ । ପର୍ବତ ଚକ୍ରେଣ ଉହାଡ଼ି । ।୧୫୬
କୋପ ଯେ ହୋଇ ସୁରପତି । ବଜ୍ର ପ୍ରହାର କଲା ଧାତି । ।୧୫୭
ପର୍ବତେ ପଡ଼ି ବଜ୍ର ଶର । ଝଲକି ଉଠିଲା ଅନଳ । ।୧୫୮
ଦେଖି କ୍ରୋଧଇ ସୁରେଶ୍ୱର । ପୁଣି କଲାକ ସେ ପ୍ରହାର । ।୧୫୯
ବାସବ ଦେହେ ଶସ୍ତ୍ର ବାଜି । ପୁଣି ପିଟିଲା ଗଳଗାଜି । ।୧୬୦
ଚକ୍ରେ ପଡ଼ନ୍ତେ ବଜ୍ରଶର । ମୁଖରୁ ବହିଲା ରୁଧିର । ।୧୬୧
ସର୍ମ ପାଇଲା ସୁରପତି । ଜାଣିଲା ନିଶ୍ଚେ ଏ ଶ୍ରୀପତି । ।୧୬୨
ଇନ୍ଦ୍ରର କରେ ଶସ୍ତ୍ର ନାହିଁ । ବୋଲଇ ମେଘକୁ ଅନାଇ । ।୧୬୩
ଆଉ କି ଗର୍ବ ଅଛି ମୋର । ଗିରି ତୋଳିଲେ ଦାମୋଦର । ।୧୬୪
ରଖିଲେ ଗୋପପୁର ଶିରୀ । ଆସ ହୋ ଯିବା ନିଜ ପୁରୀ । ।୧୬୫
ଏମନ୍ତ ବୋଲି ବାହୁଡ଼ିଲା । ନିଜ ଭୁବନେ ବିଜେ କଲା । ।୧୬୬
କୃଷ୍ଣ ଯେ ଥିଲେ ଗିରିତୋଳି । ଜାଣିଲେ ମେଘେ ଗଲେ ଚଳି । ।୧୬୭
ହାରିଣ ବାହୁଡ଼ିଲା ଇନ୍ଦ୍ର । ଜାଣିଲେ ପ୍ରଭୁ ଆଦିକନ୍ଦ । ।୧୬୮
ବୋଲନ୍ତି ଗୋପାଳଙ୍କୁ ଚାହିଁ । ବାହାର ହୁଅ ବେଗ ହୋଇ । ।୧୬୯
ଗଗନ ନିର୍ମଳ ଦିଶିଲା । ରବି କିରଣ ପ୍ରକାଶିଲା । ।୧୭୦
ସକଳ ଜଳ ନଦୀମାର୍ଗେ । ପଶିଲେ ସମୁଦ୍ର ସଂଯୋଗେ । ।୧୭୧
ପବନ ବହିଲା ଉଶ୍ୱାସ । ଦିଶିଲା ବନ ଦିଗ ଦେଶ । ।୧୭୨
ଏବେ ବାହାର ହୁଅ ବେଗେ । ନିର୍ମଳ ବନଭୂମି ଭାଗେ । ।୧୭୩
ପର୍ବତ ଧରି ନ ପାରଇ । ପଡ଼ିଲେ ମୋର ଦୋଷ ନାହିଁ । ।୧୭୪
ଶୁଣି ଗୋପାଳେ ଥରହର । ବାହାର ହୋଇଲେ ସତ୍ୱର । ।୧୭୫
ଯେ ଯାହା ଧନ ଦ୍ରବ୍ୟ ଲଇ । ବୃଦ୍ଧ ବାଳକ ବତ୍ସା ଗାଈ । ।୧୭୬
ବାହାର ହୋଇଲେ ସକଳେ । କୃଷ୍ଣ ଚାହିଁଲେ ଗିରିତଳେ । ।୧୭୭
ଦେଖିଲେ ତଳେ ନାହିଁ କେହି । ଗୋପୀ ଗୋପାଳ ବତ୍ସା ଗାଈ । ।୧୭୮
ପରମାନନ୍ଦ ତୋଷମନେ । ଗିରି ସ୍ଥାପିଲେ ଯଥାସ୍ଥାନେ । ।୧୭୯
ଦେଖନ୍ତି ସ୍ୱର୍ଗେ ଦେବତାଏ । ହରଷେ କଲେ ଜୟେ ଜୟେ । ।୧୮୦
ନିବେଶି ନିଜ ସ୍ଥାନେ ଗିରି । ଗୋପେ ମିଳିଲେ ନରହରି । ।୧୮୧
କୃଷ୍ଣଙ୍କୁ ଦେଖିଣ ଗୋପାଳେ । ଧରନ୍ତି ଜଣେ ଜଣେ କୋଳେ । ।୧୮୨
ଦଧି ଅକ୍ଷତ ଜଳ ଘେନି । କୃଷ୍ଣଙ୍କୁ ସିଞ୍ଚନ୍ତି କାମିନୀ । ।୧୮୩
ନନ୍ଦ ରୋହିଣୀ ଯଶୋବନ୍ତୀ । କୃଷ୍ଣଙ୍କୁ କୋଳରେ ବସାନ୍ତି । ।୧୮୪
ଆଶିଷ ଦ୍ୟନ୍ତି ସ୍ନେହଭରେ । ଗୋରଜ ଲେପନ୍ତି ଶରୀରେ । ।୧୮୫
ଆକାଶେ ଥାଇ ଦେବନାରୀ । ସିଦ୍ଧ-ଚାରଣେ ସ୍ତୁତି କରି । ।୧୮୬
ଦୁନ୍ଦୁଭି ବାଦ୍ୟ ଗୀତନାଦେ । ଗନ୍ଧର୍ବେ ମଙ୍ଗଳ ଶବଦେ । ।୧୮୭
ପୁଷ୍ପ ବରଷି ସ୍ତୁତି କରି । ରଙ୍ଗେ ନାଚନ୍ତି ଅପସରୀ । ।୧୮୮
ଦିନକୁ ଦିନ ଅତି ରସ । ଗୋକୁଳେ ରାମ ହୃଷିକେଶ । ।୧୮୯
କୃଷ୍ଣ ମହିମା ଦେଖ ଜନେ । ଆନନ୍ଦ ଗୋପାଳଙ୍କ ମନେ । ।୧୯୦
ହରି ମହିମା ହୃଦେ ଧରି । ଦିନ ବଞ୍ଚନ୍ତି ଗୋପନାରୀ । ।୧୯୧
ସେ ଗିରିଧର ପଦ୍ମ‌ପାଦେ । ମୋ' ଚିତ୍ତ ରହୁ ଅପ୍ରମାଦେ । ।୧୯୨
ସେ ରାମକୃଷ୍ଣ ପାଦେ ଆଶ । କହଇ ଜଗନ୍ନାଥ ଦାସ । ।୧୯୩
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ଷଡ଼ବିଂଶୋଽଧ୍ୟାୟଃ । ।

ସପ୍ତବିଂଶ ଅଧ୍ୟାୟସମ୍ପାଦନ କରନ୍ତୁ

ଶୁକ ଉବାଚ

ଶୁଣ ପାଣ୍ତŠବ-ଚୂଡ଼ାମଣି । ନନ୍ଦନନ୍ଦନ କର୍ମବାଣୀ । ।୧
ଗୋପୀ ଗୋପାଳେ ରୁଣ୍ତŠ ହୋଇ । କହନ୍ତି ନନ୍ଦକୁ ବସାଇ । ।୨
ମନୁଷ୍ୟ ନୋହେ ତୋ ବାଳକ । ଏହାର କର୍ମମାନ ଦେଖ । ।୩
କେଉଁ ଦେବତା ଗୋପ୍ୟ ହୋଇ । ଜନ୍ମ ହୋଇଲା ଦେହ ବହି । ।୪
ଆମ୍ଭର ବଂଶେଜାତ ହୋଇ । ଏମନ୍ତ ଦେଖିଲା ତ ନାହିଁ । ।୫
ସାତ ବରଷ ତୋର ବାଳ । କରେ ତୋଳିଲା ଗିରିବର । ।୬
ନଳିନୀ ଯେହ୍ନେ ଗଜ-କରେ । ପର୍ବତ ତୋଳିଲା ସଧୀରେ । ।୭
ତିନିଦିନର ତୋର ସୁତ । ପୂତନା ପ୍ରାଣ କଲା ହତ । ।୮
ଅନ୍ତୁଡ଼ି ଉଠିଆରୀ ଦିନେ । ଶକଟ ଭାଙ୍ଗିଲା ଚରଣେ । ।୯
ଦିନେକ ଦ୍ୱାରେ ବସିଥିଲା । ତୃଣାବର୍ତ୍ତ ଯେ ହରିନେଲା । ।୧୦
ଗଗନେ ନେଇ ତା' ମାଇଲା । ଶିଳାରେ ପଡ଼ି ଉବୁରିଲା । ।୧୧
ଦଧିମନ୍ଥନ ବେଳେ ଧରି । ରୋଳେ ବାନ୍ଧିଲା ତୋର ନାରୀ । ।୧୨
ଘରୁ ବାହାର ହୋଇଗଲା । ବୃକ୍ଷର ତଳରେ ମିଳିଲା । ।୧୩
ବୃକ୍ଷ ମଧ୍ୟରେ ପଶିଗଲା । ଯାମଳା ଅର୍ଜୁନ ଭାଙ୍ଗିଲା । ।୧୪
ଅଘା ଦଇତ ବାଳକାଳେ । ମାଇଲା କୁମାରଙ୍କ ମେଳେ । ।୧୫
ଦିନେକ ବକ ଗିଳୁଥିଲା । ସେ ପୁଣି କେମନ୍ତେ ଜାଣିଲା । ।୧୬
ବକାସୁରକୁ କରେ ଧରି । ଚିରିଲା ବେନିଫାଳ କରି । ।୧୭
ଧେନୁକା ତାଳବନେ ନାଶି । ଫଳ ଆଣିଲା ମନ ତୋଷି । ।୧୮
ପ୍ରଳମ୍ବା ଯୁଦ୍ଧେ ମରାଇଲା । ଗୋକୁଳ ଅନଳୁଁ ତାରିଲା । ।୧୯
ଜାଣୁ ନା କାଳୀୟର କଥା । କେ ତା'ରେ ଅଛି ସାମରଥା । ।୨୦
ହେଳେ ଗଞ୍ଜିଲା ତା'ର ବଳ । ଅମୃତ କଲା ବିଷଜଳ । ।୨୧
ଲୋଚନେ ତା'ର ମୁଖ ଚାହିଁ । ଗୋପୀଗୋପାଳେ ହେଉଁ ବାଇ । ।୨୨
ଆମ୍ଭର ବଡ଼ଇ ମୁହାଁସ । ବାଳକେ ନଛାଡ଼ନ୍ତି ପାଶ । ।୨୩
ଏବେ ତୋଳିଲା ଗିରିବର । ସାତବରଷ ତୋ' କୁମର । ।୨୪
ଆମ୍ଭେ ପାଇଲୁ ମନେ ଶଙ୍କା । ନନ୍ଦ ତୁ ଏଥେ ଥାଅ ଏକା । ।୨୫
କିଏ ଅସୁର ତୋ'ର କୋଳେ । ଆମ୍ଭଙ୍କୁ ଗିଳିବ ସେ ହେଳେ । ।୨୬
ପଳାଇଯିବୁ ତୋର ପୁରୁ । ତୋର ସୁତକୁ ଆମ୍ଭେ ଡ଼ରୁ । ।୨୭
ଦଇବେ ଆମେ ରାଜଦ୍ରୋହୀ । ଏ ପୁରେ ନ ରହିବୁ କେହି । ।୨୮
ଯେତେ ଅସୁର ମଲେ ଏଥ । ସମସ୍ତେ ରାଜା ଅମନାତ୍ୟ । ।୨୯
ରାଜବଇରୀ ପଣ ହୋଇ । କେ ପ୍ରଜା ନଗ୍ରେ ଥାଇ ରହି । ।୩୦
ଏବେ ହୋଇଲା ବଡ଼ ଭୟ । ଯଜ୍ଞ ଭାଙ୍ଗିଲା ତୋର ପୁଅ । ।୩୧
ଇନ୍ଦ୍ରର ତୁଲେ ବାଦ କରି । କେ ରହିପାରେ ମର୍ତ୍ତ୍ୟପୁରୀ । ।୩୨
ନନ୍ଦ ବୋଇଲା ତାହା ଶୁଣି । ଗୋପବଚନ ପରିମାଣି । ।୩୩
ଶୁଣ ସକଳ ଗୋପଜନ । ଗର୍ଗ ଋଷିଙ୍କର ବଚନ । ।୩୪
ପୁତ୍ରଙ୍କ ନାମକର୍ମ କାଳେ । ମୋତେ କହିଲେ ଏକମେଳେ । ।୩୫
ବୋଇଲେ ତୋର ପୁତ୍ରକଥା । ଜାଣଇଁ ଜନ୍ମର ବାରତା । ।୩୬
ଚାରିଯୁଗରେ ଚାରିବ‰ର୍ଣ୍ଣ । ଶୁକ୍ଳ ଶୋଣିତ ପୀତ ଶ୍ୟାମ । ।୩୭
ପୂର୍ବେ ଏ ବସୁଦେବ ଘରେ । ଜନ୍ମିଲା ଦେବକୀ ଉଦରେ । ।୩୮
ଏହାର ନାମ ବାସୁଦେବ । ବିଦିତ ବୋଲନ୍ତି ସାଧବ । ।୩୯
ଏହାର ନାମ ଗୁଣ ଯେତେ । ମୁହିଁ ଜାଣଇ ଯୋଗମତେ । ।୪୦
ଗୋକୁଳ ତାରିବ ଏ ଭଲେ । ସୁଖେ ବଞ୍ଚିବ ଏହା ତୁଲେ । ।୪୧
ପୂର୍ବେ ସାଧବେ ସିଦ୍ଧେ ରହି । ତରିଲେ ଏହା ପାଦ ଧ୍ୟାୟି । ।୪୨
ଏହାର ପାଦେ ସେବା କରି । ହେଳେ ତରିବେ ନରନାରୀ । ।୪୩
ହେ ନନ୍ଦ ଶୁଣ ସାବଧାନ । ମନୁଷ୍ୟ ନୋହେ ତୋ' ନନ୍ଦନ । ।୪୪
ଦେଖ ଏହାର ବ‰ର୍ଣ୍ଣଚିହ୍ନ । ପ୍ରତ୍ୟକ୍ଷେ ବିଷ୍ଣୁର ସମାନ । ।୪୫
ଏମନ୍ତ କହିଗଲେ ମୁନି । ତାହାଙ୍କ ବୋଲ ଶିରେ ଘେନି । ।୪୬
ମଣିଲି ନାରାୟଣ ପ୍ରାୟ । ତୁମ୍ଭେ ନ କର ମନେ ଭୟ । ।୪୭
ପୁତ୍ରର ଜନ୍ମ ତିନିଦିନେ । ଅଇଲି ମଥୁରା ଭୁବନେ । ।୪୮
କଂସ ବିଡ଼ିଆକର ଘେନି । ରହିଲି ସେଦିନ ରଜନୀ । ।୪୯
ନବରେ ଦେଖି ବସୁଦେବ । ସେ ମୋର ପ୍ରିୟ ମିତ୍ରଭାବ । ।୫୦
ଏହାର ଯେତେ କଥାମାନ । ଯାହା କହିଲେ ତପୋଧନ । ।୫୧
ମୁଁ ହାଦେ ହେଜୁଥାଇ ବସି । ପ୍ରିୟବଚନ ଅହର୍ନିଶି । ।୫୨
ଆବର କଥା ଏକ ଶୁଣ । କହି ଅଛନ୍ତି ତପୋଧନ । ।୫୩
ଏ ପୁତ୍ର ଯେତେ ଯେତେ କଥା । ଏଥକୁ ନ କରିବୁ ବ୍ୟଥା । ।୫୪
ଯେତେ ଅରିଷ୍ଟ ତୋର ପୁରେ । ମରିବେ ଯେତେକ ଅସୁରେ । ।୫୫
ଏଥକୁ ନ ପାଇବୁ ଚିନ୍ତା । ତୋ' ପୁତ୍ର ପ୍ରତ୍ୟକ୍ଷେ ବିଧାତା । ।୫୬
ମୋତେ ଅଛନ୍ତି ଏତେ କହି । ଏଥକୁ ନ ବିଚାର କେହି । ।୫୭
ଏମନ୍ତ ନନ୍ଦ ମୁଖୁଁ ଶୁଣି । ଗର୍ଗବଚନ ମନେ ଗୁଣି । ।୫୮
ନନ୍ଦବଚନେ ମନଦେଇ । ଶଙ୍କା ଛାଡ଼ିଲେ କୃଷ୍ଣେ ଚାହିଁ । ।୫୯
ଆନନ୍ଦେ ଆଲିଙ୍ଗନ କରି । ମାୟା ମୋହିଲେ ନରହରି । ।୬୦
ଗୋପାଳେ ହୋଇଲେ ହରଷ । କୃଷ୍ଣଙ୍କୁ ଚାହିଁ ହସହସ । ।୬୧
ଆନନ୍ଦେ ଶିରେ କର ଦେଇ । ବୋଲନ୍ତି କୃଷ୍ଣ କର ତ୍ରାହି । ।୬୨
ବାସବ ତ୍ରାସୁ ଯେ ତାଲିଲା । ପର୍ବତ କରେ ଉପାଡ଼ିଲା । ।୬୩
ସେ ଆମ୍ଭ ରଖୁ ସର୍ବକାଳେ । ଗୋରୁ ଗୋପାଳ ଏକମେଳେ । ।୬୪
ଶରଣ ଗଲୁଁ ତା'ର ପାଦେ । ଗୋପାଳେ ବୋଲନ୍ତି ଆନନ୍ଦେ । ।୬୫
ହରିଚରିତ ସୁଧାବାରି । ଶ୍ରୁତିଯୁଗଳେ ପାନ କରି । ।୬୬
ଆନନ୍ଦମନେ କର ଲୟ । ହେଲେ ତାରିବେ ଦେବରାୟ । ।୬୭
ସୁଜନଜନେ ଏଣେ ରସ । ହେଳେ ଖଣ୍ତିବ ମୋହପାଶ । ।୬୮
ହରିଚରଣ ଆଶ୍ରା କର । ଆଉ ନ ଥିବ ଦୁଃଖ ଘୋର । ।୬୯
ବୋଲଇ ଦାସ ଜଗନ୍ନାଥ । ଗୀତ ପ୍ରବନ୍ଧେ ଭାଗବତ । ।୭୦
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ସପ୍ତବିଂଶୋଽଧ୍ୟାୟଃ । ।

ଅଷ୍ଟାବିଂଶ ଅଧ୍ୟାୟସମ୍ପାଦନ କରନ୍ତୁ

ବ୍ୟାସନନ୍ଦନ ହରଷିତ । ବୋଲନ୍ତି ଶୁଣ ନରନାଥ । ।୧
କୃଷ୍ଣଙ୍କୁ କରି ଅପରାଧ । ଇନ୍ଦ୍ର ପାଇଲା ମନେ ଖେଦ । ।୨
ଭାଳଇ ମନର ବିଷାଦେ । ଦ୍ରୋହ ଯେ କଲି ପଦ୍ମ‌ପାଦେ । ।୩
ଅଜ୍ଞାନେ ହୋଇଲି ମୁଁ ବାଇ । ଆଉ ସମ୍ପଦ ମୋର କାହିଁ । ।୪
କାହାରେ ପଶିବି ଶରଣ । ନିଶ୍ଚୟ ହୋଇଲା ମରଣ । ।୫
ଯାହାର ମହିମା ଅନନ୍ତ । ହୃଦରେ ଅଛଇ ଜଗତ । ।୬
ତା'ରେ ବଇରୀପଣ ହୋଇ । କେ ଥିଲା ଥିବ ଦେହ ବହି । ।୭
କି ବୁଦ୍ଧି କରିବଇଁ ଆଜ । ଭୟେ କମ୍ପଇ ଦେବରାଜ । ।୮
ସୁରଭି ସ୍ୱର୍ଗପୁରେ ଥିଲା । ଇନ୍ଦ୍ରର ରୋଦନ ଶୁଣିଲା । ।୯
ବୋଲଇ ଇନ୍ଦ୍ର ମୁଖ ଚାହିଁ । ରୋଦନ କରୁ କାହିଁପାଇଁ । ।୧୦
ଇନ୍ଦ୍ର ବୋଇଲେ ଶୁଣ ମାତ । କୃଷ୍ଣ ନ ଭାବି ଚଉମାଥ । ।୧୧
ବତ୍ସା ବାଳକ ହରିନେଲା । ଆପଣା ଭୁବନେ ଥୋଇଲା । ।୧୨
କୃଷ୍ଣ ତା'ଜାଣି ବିଚାରିଲେ । ବତ୍ସା ବାଳକ ଭିଆଇଲେ । ।୧୩
ଲଜ୍ଜା ପାଇଲେ ବେଦପତି । ବେଦେ ଅନେକ କଲେ ସ୍ତୁତି । ।୧୪
ଏ କଥା ଥିଲି ମୁହିଁ ଜାଣି । କାଳେ ପାସୋର ଗଲା ପୁଣି । ।୧୫
ନ ଜାଣି ହୋଇଲଇଁ ବଣା । ଲୋଚନ ଥାଇ ହେଲି କଣା । ।୧୬
କେମନ୍ତେ ଚାହିଁବି ତା' ମୁଖ । ଏତେ ହୋଇଲା ବଡ଼ଦୁଃଖ । ।୧୭
ସୁରଭି ବୋଇଲେ ତୁ ଜାଣି । ଦ୍ରୋହ ଚିନ୍ତୁଲୁ ଚକ୍ରପାଣି । ।୧୮
ଏମନ୍ତେ କଲୁ ଅପରାଧ । ସେ ତୋତେ ଦେଇଛି ସମ୍ପଦ । ।୧୯
ଅଜ୍ଞାନ ମତ୍ତବୁଦ୍ଧି ଫଳେ । ଦ୍ରୋହ ଯେ କଲୁ ପାଦତଳେ । ।୨୦
ମହିମା ନ ଜାଣୁ ତାହାର । ଅଶେଷ-ବ୍ରହ୍ମାଣ୍ତŠ-ଠାକୁର । ।୨୧
ଦାସବତ୍ସ›ଳ ପାଦଯୁଗେ । ଶରଣ ପଶଯାଇ ବେଗେ । ।୨୨
ତୋ'ର ରକ୍ଷକ କେହି ନାହିଁ । ବିଶ୍ୱ ସଂସାରେ ଦେହ ବହି । ।୨୩
ଶୋକ ସଂହରି ଦେବରାୟ । ଶରଣ ପଶ କୃଷ୍ଣପାୟେ । ।୨୪
ମୋହର ପଛେ ଥାଅ ତୁହି । କୃଷ୍ଣଙ୍କୁ ଭେଟାଇବି ନେଇ । ।୨୫
ସ୍ତୁତି କରିବି ତୋ'ର ପାଇଁ । ତାହାର ନାମ ଭାବଗ୍ରାହୀ । ।୨୬
ଚରଣେ ପଶ ଯା'ଶରଣ । ତୋତେ ରଖିବେ ନାରାୟଣ । ।୨୭
ଏମନ୍ତ କହି ଲୋକମାତ । ଘେନି ଚଳିଲେ ସୁରନାଥ । ।୨୮
ମିଳିଲେ ବୃନ୍ଦାବନେ ଯାଇ । ଜାଣିଲେ ପ୍ରଭୁ ଭାବଗ୍ରାହୀ । ।୨୯
ଗାଈ ଚରାଉଥିଲେ ବନେ । ଗୋପାଳମେଳେ ବେଣୁସ୍ୱନେ । ।୩୦
ଘୋର ଗହନେ ପଶିଗଲେ । ଗୋପାଳ ପୋଏ ନଜାଣିଲେ । ।୩୧
ଇନ୍ଦ୍ର ସୁରଭି ଯହିଁ ଛନ୍ତି । ଜାଣିଲେ ପ୍ରଭୁ ଶିରୀପତି । ।୩୨
ମିଳିଲେ ସୁରଭିର ଲାଗେ । ଇନ୍ଦ୍ର ହିଁ ଅଛି ପୃଷ୍ଠଭାଗେ । ।୩୩
ସୁରଭି ଦେଖି ତୋଷଚିତ୍ତେ । ନମିଲା କୃଷ୍ଣ ପାଦଗତେ । ।୩୪
ସ୍ତୁତି କରଇ କୃଷ୍ଣେ ଚାହିଁ । ବୋଲଇ ଶିରେ କରଦେଇ । ।୩୫
ଭୋ ନାଥ ଶୁଣ ନରହରି । ଇନ୍ଦ୍ର ଯେ ତୋତେ ହେୟ କରି । ।୩୬
ଘୋର ବରଷଣ ବିବାଦେ । ଦ୍ରୋହ ଯେ କଲା ପଦ୍ମ‌ପାଦେ । ।୩୭
ସମ୍ପଦ ଦେଇଛୁ ତାହାରେ । ଏବେ ଶରଣ ତୋ'ପୟରେ । ।୩୮
ଲୁଚିଣ ଅଛି ମୋର ପଛେ । ଭୋ ନାଥ ଦେଖସି ପ୍ରତ୍ୟକ୍ଷେ । ।୩୯
ଶୁଣି ଚାହିଁଲେ ଗିରିଧର । ବାସବ ପଡ଼ିଲା ପୟର । ।୪୦
ଭୟେ କମ୍ପଇ ତା'ର ଦେହୀ । ଦନ୍ତେ ତିରଣ ଅଛି ଦେଇ । ।୪୧
ପୁଣି ଉଠିଲା ଭୟଚିତ୍ତେ । କର ଅଞ୍ଜଳି ଦେଇ ମାଥେ । ।୪୨
ଶିର ନିବେଶି ପଦ୍ମ‌ପାଦେ । ବୋଲଇ ଶୋକ ଗଦଗଦେ । ।୪୩

ଇନ୍ଦ୍ର ଉବାଚ

ଭୋ ନାଥ ଆଦିନିରଞ୍ଜନ । ଜ୍ୟୋତି ପ୍ରକାଶ ମହାଶୂନ୍ୟ । ।୪୪
ଗୁଣେ ପ୍ରକାଶ ତୋ'ର ନାହିଁ । ଭକତହିତେ ବହୁ ଦେହୀ । ।୪୫
ମାୟା-ମୋହିତ-ଭବଜଳେ । ତୋର ବିାହାର ଯୋଗବଳେ । ।୪୬
ଲୋଭର ମୂଳେ ଷଡ଼ ଅରି । ତୋହର ମହିମା ଆବୋରି । ।୪୭
ନିରତେ ଭ୍ରମାନ୍ତି ଶୟଳେ । ତୋହର ମାୟାଚକ୍ର ବଳେ । ।୪୮
ଜଗତ ହୋଏ ଆତଯାତ । ତୋହର ମାୟାରେ ଅନନ୍ତ । ।୪୯
ତୁହି ସେ ମାୟାକୁ ଆବୋରି । ଶରୀର ବହୁ ନରହରି । ।୫୦
ଦୁଷ୍ଟଙ୍କୁ ଦŠଣ୍ତିବାରେ ଆଶେ । ସାଧୁଙ୍କୁ ରଖୁ ତୁ ବିଶ୍ୱାସେ । ।୫୧
ଜଗତ-ତାତ-ମାତ ତୁହି । ତୁ ଦŠଣ୍ତଧର ଭାବଗ୍ରାହୀ । ।୫୨
ତୋହର ସମ୍ପଦ ଆବୋରି । ଯେ ବୋଲେ ମୋହରି ମୋହରି । ।୫୩
ତାହାଙ୍ଗ ଗର୍ବ ନାଶିବାରେ । ଜନମ ହେଉ ଏ ସଂସାରେ । ।୫୪
ମୋହର ପ୍ରାୟେ ଜ୍ଞାନ ହାରି । ଯେ ତୋର ସମ୍ପଦ ଆବୋରି । ।୫୫
ଗର୍ବବହନ୍ତି ଦୁଷ୍ଟ ଚିତ୍ତେ । ତାହାଙ୍କୁ ଦŠଣ୍ତୁ ତୁ ଉଚିତେ । ।୫୬
ଗର୍ବଗଞ୍ଜନ ତୋର ଦେଖି । ଭୟେ ମୁଦ୍ରିତ ବେନି ଆଖି । ।୫୭
ତକ୍ଷଣ ଗର୍ବ ଦୂରକରି । ତୋହର ମହିମା ସୁମରି । ।୫୮
ତୋତେ ଭଜନ୍ତି ସାଧୁଚିତ୍ତେ । ଖଳନାଶନ ଦେଖି ତୋତେ । ।୫୯
ଏବେ ମୁଁ କଲି ଅପରାଧ । ଭୋ ନାଥ ରଖ ପଦ୍ମ‌ପାଦ । ।୬୦
ଏ ଅପରାଧ କ୍ଷମାକର । ଭୋ ନାଥ ଶରଣ ତୋହର । ।୬୧
ଅଜ୍ଞାନମତେ ଭୋଗ ପାଇ । ଭୋଳ ହୋଇଲି ଭାବଗ୍ରାହୀ । ।୬୨
ଭାରାନିବାରେ ତୋ'ର ଜାତ । ତୋହର ସଞ୍ଚିଲା ଜଗତ । ।୬୩
ଅବନୀଭାରା ନାଶ କରି । ସାଧୁଙ୍କୁ ରଖୁ ନରହରି । ।୬୪
ନମଇ ପରମ ମଙ୍ଗଳ । ପରମ ଆତ୍ମା ଆଦିମୂଳ । ।୬୫
ନମଇଁ ବସୁଦେବ ସୁତ । ଯାଦବବଂଶ ଦଇବତ । ।୬୬
ଶୁଦ୍ଧମୂରତି ଦିବ୍ୟଜ୍ଞାନ । ଇଚ୍ଛାଏ ହେଉ ନାନାବ‰ର୍ଣ୍ଣ । ।୬୭
ସକଳଜୀବ ଆଦିପିତା । ନମଇଁ କଇବଲ୍ୟଦାତା । ।୬୮
ତୁ ଦେଲୁ ଇନ୍ଦ୍ରପଦ ମୋତେ । ଦ୍ରୋହ ଚିନ୍ତିଲି ମୁହିଁ ତୋତେ । ।୬୯
ଅଳପ ଲୋକ ମୁଁ ସ୍ୱଭାବେ । ମୋତେ ଥୋଇଲୁ ଇନ୍ଦ୍ରପଦେ । ।୭୦
ମୁଁ ଛାର ନୁହଁଇ ଭାଜନ । ତୁ କି ନ ଜାଣୁ ଭଗବାନ । ।୭୧
ଅଳପଲୋକେ ସୁଖ ଦେଲେ । ଆବୋରି ନ ପାରଇ ଭଲେ । ।୭୨
ଏଣୁ ହୋଇଲି ଅପରାଧୀ । ତୁ ନାଥ କରୁଣା ବାରିଧି । ।୭୩
ତୋ'ର ଚରଣୁଁ ନାହିଁ ଆନ । ଶରଣ ରଖ ଭଗବାନ । ।୭୪
ଶୁକ ବୋଲନ୍ତି ଶୁଣ ରାୟେ । କମ୍ପଇ ବାସବର କାୟେ । ।୭୫
ଦାସବତ୍ସ›ଳ ଭାବଗ୍ରାହୀ । ବୋଲନ୍ତି ଇନ୍ଦ୍ରମୁଖ ଚାହିଁ । ।୭୬
ମେଘ-ଗମ୍ଭୀର ପ୍ରାୟ ବାଣୀ । ହସି କହନ୍ତି ଚକ୍ରପାଣି । ।୭୭

ଭଗବାନ ଉବାଚ

ଶୁଣ ହୋ ତ୍ରିଦଶର ନାଥ । ତୋ'ର ଦେଖିଲୁ ଦୁଷ୍ଟଚିତ୍ତ । ।୭୮
ମୋର ସମ୍ପଦେ ଅନ୍ଧ ହୋଇ । ମୋତେ ନ ଚିହ୍ନୁ ଗର୍ବ ବହି । ।୭୯
ତୋତେଟି ଅଛି ମୋର ଦୟା । ତେଣୁଟି ଦେଖାଇଲି ମାୟା । ।୮୦
ଭାଙ୍ଗିଲି ତୋ'ର ଯଜ୍ଞକର୍ମ । ତୁ ଯେଣୁ ହେଲୁ ମତିଭ୍ରମ । ।୮୧
ଛାଡ଼ିଲୁ ମୋର ପାଦଚିନ୍ତା । ସମ୍ପଦେ ହୋଇଲୁ ଅଚେତା । ।୮୨
ଯେ ମୋ ସମ୍ପଦେ ଅନ୍ଧ ହୋଇ । ଅଜ୍ଞାନେ ମୋତେ ନ ଜାଣଇ । ।୮୩
ସେ ଅପରାଧେ ଦŠଣ୍ତ ପାଇ । ତାହାର ସୁଖ ଲେଶ ନାହିଁ । ।୮୪
ଯାହାକୁ ହୁଅଇ ସଦୟେ । ସମ୍ପଦ ହରଇ ଥୋକାଏ । ।୮୫
ପୁଣି ଜାଣଇ ଯେବେ ମୋତେ । ନାମ ଜପଇ ହୃଦଗତେ । ।୮୬
ମୋହର ଭାବେ ଯେ ପଶଇ । ଜନ୍ମ-ମରଣ ତାର ନାହିଁ । ।୮୭
ଏବେ ତୁ ନିଜପୁରେ ଯାଅ । ମୋହର ପାଦେ ଚିତ୍ତ ଦିଅ । ।୮୮
ମୋହର ଆଜ୍ଞା ଘେନି ଶିରେ । ଗର୍ବ ନ ଥାଉ ତୋ' ଶରୀରେ । ।୮୯
ଇନ୍ଦ୍ରକୁ ଦେଖି ତୋଷଚିତ୍ତ । ସୁରଭି ନମଇ ଅଚ୍ୟୁତ । ।୯୦
ତକ୍ଷଣେ ହୃଷ୍ଟମୁଖ ହୋଇ । ସ୍ତୁତି କରଇ କୃଷ୍ଣେ ଚାହିଁ । ।୯୧
ହେ କୃଷ୍ଣ ତୁ ପରମଯୋଗୀ । ବିଶ୍ୱ ସଂସାରେ ବିଶ୍ୱଭୋଗୀ । ।୯୨
ତୁ ଆମ୍ଭ ପାଳକ ଗୋପାଳ । ନମସ୍ତେ ପ୍ରଭୁ ଆଦିମୂଳ । ।୯୩
ଆମ୍ଭର ଇନ୍ଦ୍ର ଅଟୁ ତୁହି । ତୋ' ପାଦୁଁ ଅନ୍ୟ ଗତି ନାହିଁ । ।୯୪
ଗୋରୁ-ବ୍ରାହ୍ମଣ-ଦେବଙ୍କର । ତୁ ନାଥ ଶରଣ ସୋଦର । ।୯୫
ବ୍ରହ୍ମାବଚନେ ମୁହିଁ ତୋତେ । ପୂଜିବି ଅଭିଷେକ ମତେ । ।୯୬
ତୁ ନାଥ ଗୋକୁଳର ଇନ୍ଦ୍ର । ନାମ ମୁଁ ଦେବଇଁ ଗୋବିନ୍ଦ । ।୯୭
ତକ୍ଷଣେ ଇନ୍ଦ୍ର ଚଳିଗଲା । ମେଘମାନଙ୍କୁ ଆଜ୍ଞା ଦେଲା । ।୯୮
ଅଇରାବତ ଦିଗପାଳେ । ପାରିଜାତକ ଗଙ୍ଗାଜଳେ । ।୯୯
ବ୍ରହ୍ମଣେ ମିଳି ବେଦନାଦେ । କୃଷ୍ଣେ ସଞ୍ଚିଲେ ଇନ୍ଦ୍ରପଦେ । ।୧୦୦
ସୁରଭି କ୍ଷୀର ବରଷିଲା । ଗୋବିନ୍ଦ ବୋଲି ନାମ ଦେଲା । ।୧୦୧
ନାରଦ ଆଦି ବିଦ୍ୟାଧରେ । ତୁମ୍ବୁରୁ ଚାରଣ କିନ୍ନରେ । ।୧୦୨
ଗୀତବିନୋଦେ ନୃତ୍ୟରଙ୍ଗେ । ସୁସ୍ୱରେ ବାଦ୍ୟନାଦ ସଙ୍ଗେ । ।୧୦୩
ପୁଷ୍ପ ବରଷି ସ୍ତୁତି ଭଣି । ସୁନ୍ଦର ଦିଶଇ ଧରଣୀ । ।୧୦୪
ସୁରଭି ପୟେ ଇନ୍ଦ୍ର ଜଳେ । ଆନନ୍ଦ ହୋଇଲେ ସକଳେ । ।୧୦୫
ମେଦିନୀ କ୍ଷୀର ନୀର ପାଇ । ବରଷାକାଳ ପ୍ରାୟ ହୋଇ । ।୧୦୬
ସରସ ହୋଇ ମହୀରୂହେ । ମଧୁ ବରଷିଲେ ଥୋକାଏ । ।୧୦୭
ଶସ୍ୟ ହୋଇଲା ଆକର୍ଷଣେ । ମଣିଏ ଉପୁଜିଲେ ବନେ । ।୧୦୮
ଗୋବିନ୍ଦ ନାମ ଶୁଣି କ‰ର୍ଣ୍ଣେ । ହିଂସା ଛାଡ଼ିଲେ ପଶୁଗଣେ । ।୧୦୯
ଗୋବିନ୍ଦ ଆଜ୍ଞା ଘେନି ଶିରେ । ଦେବେ ଚଳିଲେ ନିଜପୁରେ । ।୧୧୦
ସୁରଭି ଗଲା ତୋଷ ହୋଇ । ଗୋବିନ୍ଦପାଦ ହୃଦେ ଧ୍ୟାୟି । ।୧୧୧
ସୁଜନେ ଗୋବିନ୍ଦର ପାଦେ । ଚିତ୍ତକୁ ମଜ୍ଜାଅ ଆନନ୍ଦେ । ।୧୧୨
ଗୋବିନ୍ଦ ନାମ ଭେଳା କରି । ହେଳେ ତରିବ ଭବବାରି । ।୧୧୩
ସେ ହରି କରୁଣା ସାଗର । ନିŸର୍ଦ୍ଦୟାଭାବ ନାହିଁ ତା'ର । ।୧୧୪
ବୋଲଇ ଦାସ ଜଗନ୍ନାଥ । ଗୋବିନ୍ଦପାଦେ ଦେଇ ଚିତ୍ତ । ।୧୧୫
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ଇନ୍ଦ୍ରସ୍ତୁତିନାମ ଅଷ୍ଟାବିଂଶୋଽଧ୍ୟାୟଃ । ।

ଊନତ୍ରିଂଶ ଅଧ୍ୟାୟସମ୍ପାଦନ କରନ୍ତୁ

ଶୁକ ଉବାଚ

ଶୁଣ ପରୀକ୍ଷ ରାଜଋଷି । ନନ୍ଦ ଯେ କଲେ ଏକାଦଶୀ । ।୧
ପୂଜା କରାଇ ଚକ୍ରଧର । ରାତ୍ରେ ହୋଇଲେ ଉଜାଗର । ।୨
ଉଛୁର ପାରଣାର ବେଳା । ଯମୁନା ରାତ୍ର ଥାଉଁଗଲା । ।୩
ବରୁଣ ରାଜା ତାହା ଜାଣି । ଦୂତ ପେଷିଲା ପରିମାଣି । ।୪
ବୋଲଇ ଆଣ ହୋ ନନ୍ଦକୁ । ଏଠାରେ ଦେଖିବା କୃଷ୍ଣଙ୍କୁ । ।୫
ଆଜ୍ଞା ପ୍ରମାଣେ ଦୂତ ଗଲେ । ଯମୁନାଜଳେ ଲୁଚିଥିଲେ । ।୬
ଏମନ୍ତ ସମୟରେ ନନ୍ଦ । ଯମୁନା ସ୍ନାହାନେ ଆନନ୍ଦ । ।୭
ଢ଼ାଳ କଠଉ ବସ୍ତ୍ର କୂଳେ । ଥୋଇ ପଶିଲା ଯାଇ ଜଳେ । ।୮
ବରୁଣ ଦୂତେ ଲୁଚିଥିଲେ । ନନ୍ଦକୁ ଯାଇଣ ଧଇଲେ । ।୯
ନନ୍ଦ ବୋଲଇ ନାହିଁ ଦୋଷ । କାହାକୁ କଲି ଅବା କିସ । ।୧୦
କିପାଇଁ ଧରିନିଅ ମୋତେ । ଜାଣିଲେ ଯିବଇଁ ପରତେ । ।୧୧
ଗୋବିନ୍ଦ ମୋହର ତନୟ । ଧନକୁ ମୋର ନାହିଁ ଭୟ । ।୧୨
ଯେତେ ଲୋଡ଼ିବ ଧନ ଦେବି । ଦୋଷ କହିଲେ ମୁଁ ଜାଣିବି । ।୧୩
ନନ୍ଦର ବୋଲ ନ ଶୁଣିଲେ । ଦୂତେ ଯେ ଧରି ଘେନିଗଲେ । ।୧୪
ନନ୍ଦର ଧରି ବେନିକର । ମିଳିଲେ ବରୁଣ ଛାମୁର । ।୧୫
ଦେଖି ବରୁଣ ତୋଷ ହୋଇ । ନନ୍ଦଙ୍କୁ ଆସନେ ବସାଇ । ।୧୬
ବୋଲଇ ନିସ୍ତରିଲି ଆଜ । ଏବେ ଦେଖିବି ଦେବରାଜ । ।୧୭
ଅନେକ ପୂଜା ସନମାନ । ନନ୍ଦଙ୍କୁ କରଇ ବରୁଣ । ।୧୮
ପୂଜା ଗୌରବେ ନନ୍ଦ ରହି । ଏଣେ ଆଦିତ୍ୟ ଉଦେ ହୋଇ । ।୧୯
ଅମୃତ ପାକ ଯେ ସମ୍ପାଇ । ଯଶୋଦା ଛନ୍ତି ବାଟ ଚାହିଁ । ।୨୦
ଅପାର ହୋଇଲାଣି ବେଳ । ରନ୍ଧନ ହୋଇଲା ଶୀତଳ । ।୨୧
ମନ ବଚନେ ଯଶୋବନ୍ତ । ଯେସନେ ଅନାଏ ଯୁବତୀ । ।୨୨
ବାରତା ନ ପାଇଲେ ଯହୁଁ । ମନ ଚଞ୍ଚଳ କଲେ ତହୁଁ । ।୨୩
ଏବେ ହେଁ ନଇଲେଟି ନନ୍ଦ । କି ଅବା ପଡ଼ିଲା ପ୍ରମାଦ । ।୨୪
ନନ୍ଦର କଲା ଯେତେ ଗୁଣ । ସୁମରି କରଇ କାରୁଣ୍ୟ । ।୨୫
ନନ୍ଦକୁ ନ ଦେଖି ଗୋପାଳେ । କାଳିନ୍ଦୀ ନିକଟେ ମିଳିଲେ । ।୨୬
ସ୍ନାନଶକୁନ ଦେଖି କୂଳେ । ଖୋଜନ୍ତି ଯାଇ ଜଳସ୍ଥଳେ । ।୨୭
ନ ଦେଖି ଅତି ଶୋକଭରେ । କହିଲେ ଯଶୋଦା ଆଗରେ । ।୨୮
ଯଶୋଦା ଶୁଣି ମୋହଗଲା । ନିଚେଷ୍ଟେ ଭୂମିରେ ଶୋଇଲା । ।୨୯
ଗୋପୀଏ ମିଳିଲେ ତୁରିତେ । ତୋଳି ଧଇଲେ କୃଷ୍ଣମାତେ । ।୩୦
ଉଠି ଲୋଡ଼ନ୍ତି ଯଶୋବନ୍ତୀ । ରୋଦନ୍ତି ଗୋକୁଳ ଯୁବତୀ । ।୩୧
ଉଚ୍ଚେ ରୋଦନ୍ତି ଗୋପପୁର । ନନ୍ଦକୁ ଗିଳିଲା କୁମ୍ଭୀର । ।୩୨
ଗୋପାଳେ ଧାଇଁ ଅତି ଖରେ । କହିଲେ ଗୋବିନ୍ଦ ଛାମୁରେ । ।୩୩
ଶୁଣି ଚକିତ ଭାବଗ୍ରାହୀ । କହନ୍ତି ରାମଙ୍କୁ ଅନାଇଁ । ।୩୪
ପିତାଙ୍କୁ ନେଇଛି ବରୁଣ । ପୂଜିବ ମୋହର ଚରଣ । ।୩୫
ଏମନ୍ତେ ଧାଇଁ ବେନିଭାଇ । ଯମୁନାତଟେ ହେଲେ ଯାଇ । ।୩୬
ଦେଖି ଧାମନ୍ତି ଯଶୋବନ୍ତୀ । ଯେସନେ ଅନାଥ ଯୁବତୀ । ।୩୭
ନନ୍ଦର କଲା ଯେତେ ଗୁଣ । ସୁମରି କରଇ କାରୁଣ୍ୟ । ।୩୮
ବୋଲଇ କୃଷ୍ଣମୁଖ ଚାହିଁ । ଅନାଥ ହୋଇଲି ତ ମୁହିଁ । ।୩୯
କୃଷ୍ଣ କହନ୍ତି ଶୁଣ ମାତ । ଏକ୍ଷଣି ଆଣିବି ମୁଁ ତାତ । ।୪୦
ଏଥକୁ କାନ୍ଦ କାହିଁପାଇଁ । ମୁହିଁ ଆଣିବି ତାତ ଯାଇ । ।୪୧
ରାମଙ୍କୁ ବୋଲନ୍ତି ଅଚ୍ୟୁତ । ତୁ ସ୍ୱାମୀ ରହିଥାଅ ଏଥ । ।୪୨
ମୁହିଁ ପିତାଙ୍କୁ ଆଣେ ଯାଇ । ବୋଲନ୍ତି ବ୍ରହ୍ମାŠଣ୍ତ ଗୋସାଇଁ । ।୪୩
ସମସ୍ତେ ଯାଅ ନିଜ ଘରେ । କହି ଚଳିଲେ କୃଷ୍ଣ ଖରେ । ।୪୪
ବରୁଣପରେ ଦଇତ୍ୟାରି । ମିଳିଲେ ନିଜ ରୂପ ଧରି । ।୪୫
ଦେଖି ସାନନ୍ଦ ଜଳରାଜା । କୃଷ୍ଣଚରଣେ କଲା ପୂଜା । ।୪୬
ବିବିଧମତେ ଉପହାର । ଜାଣଇଁ ପୂଜାର ବେଭାର । ।୪୭
ଅନେକ ମଣିରତ୍ନ ଦେଇ । ପୂଜା କରଇ ଜଳସାଇଁ । ।୪୮
ବନ୍ଦଇ କୃଷ୍ଣର ଚରଣେ । କୁଟୁମ୍ବ ଘେନି ପ୍ରଦକ୍ଷିଣେ । ।୪୯
ପୂଜି ପଡ଼ିଲା କୃଷ୍ଣପାଦେ । ବୋଲଇ ଶୋକ ଗଦଗଦେ । ।୫୦
ଆଜ ଜୀବନ ମୋର ଧନ୍ୟ । ଦେଖିଲି ପ୍ରଭୁ ନିରଞ୍ଜନ । ।୫୧
ସୁତ-କୁଟୁମ୍ବ-ଘରଦ୍ୱାର । ପବିତ୍ର ହୋଇଲା ମୋହର । ।୫୨
ଯାହାର ପାଦରଜ ପାଇ । ଜନ୍ମ ମରଣ ଭୟ ନାହିଁ । ।୫୩
ବ୍ରହ୍ମା ଶଙ୍କର ଯା'ର ନିତ୍ୟେ । ନାମ ଜପନ୍ତି ହୃଦଗତେ । ।୫୪
ତୋହର ପାଦେ ଧ୍ୟାନ କରି । ସୁଖେ ତରନ୍ତି ଭବଭାରି । ।୫୫
ଅରୂପ ରୂପରାଶି ହୋଇ । ମନୁଷ୍ୟ ଦେହେ ବେନି ଭାଇ । ।୫୬
ଯେ ରୂପ ଦେଖିବାର ପାଇଁ । ନିରତେ ହୃଦରେ ଗୁଣଇ । ।୫୭
ବିଚାରେଁ ନନ୍ଦକୁ ଆଣିବି । ଗୋବିନ୍ଦ ଚରଣେ ପୂଜିବି । ।୫୮
ଭୋ ଦେବ ବା‚ଞ୍ଛାକଳ୍ପତରୁ । ତୋ'ର ମହିମା ମହାମେରୁ । ।୫୯
ଯେ ଯାହା ମନେ ତହିଁ ବା‚ଞ୍ଛି । ତୁ ତାହା ଦେଉ ଶିରୀବ›ତ୍ସି । ।୬୦
ମୋହର ମନବା‚ଞ୍ଛା ପୁରି । ଚରଣେ ଦେଖିଲି ମୁରାରି । ।୬୧
ଭୋ ନାଥ ଗର୍ବ ବହି ମୁହିଁ । ତୋର ପିତାକୁ ଆଣିଲଇଁ । ।୬୨
ତୋତେ ଦେଖିବା ମୋର ସଧ । ଭୋ ନାଥ କଲି ଅପରାଧ । ।୬୩
କ୍ଷମାସାଗର ନରହରି । ଶରଣସୋଦର ମୁରାରି । ।୬୪
ବରୁଣେ ଚାହିଁଣ ଶ୍ରୀବ›ତ୍ସି । ବୋଇଲେ ତାତ କାହିଁ ଅଛି । ।୬୫
ଶୁଣି ସାନନ୍ଦ ଜଳପତି । ନନ୍ଦକୁ ଆଣିଲା ତଡ଼ତି । ।୬୬
ବୋଇଲେ ଶିରେ ଦେଇ କର । ଭୋ ନାଥ ନିଅ ତୋ' ପିଅର । ।୬୭
ବରୁଣଭାବ ହୃଦେ ଘେନି । ଦାସବ›ତ୍ସଳ ଅନ୍ତର୍ଯ୍ୟାମୀ । ।୬୮
ନନ୍ଦର କରେ ଦେଇ ହସ୍ତ । ଗୋପେ ମିଳିଲେ ଗୋପୀନାଥ । ।୬୯
ଗୋପାଳେ ଦେଖିଣ ହରଷ । ଆସି ମିଳିଲେ ନନ୍ଦପାଶ । ।୭୦
ନନ୍ଦକୁ ପୁଚ୍ଛନ୍ତି ବାରତା । ଯଶୋଦା ଛାଡ଼ିଲାକି ଚିନ୍ତା । ।୭୧
ନନ୍ଦ ବୋଲଇ ମୋତେ ହରି । ନେଲା ଯେ ଜଳ ଅଧିକାରୀ । ।୭୨
ଦେଖିଲା କୃଷ୍ଣର ବଦନ । ଆଣି ସମର୍ପି ତତ୍‌କ୍ଷଣ । ।୭୩
ଗୋପେ ବୋଲନ୍ତି ତାହା ଶୁଣି । ନନ୍ଦ-ବଚନ ପରିମାଣି । ।୭୪
ବୋଲନ୍ତି ବରୁଣ ଯେ ନେଲା । କୃଷ୍ଣଙ୍କୁ ଦେଖି ଛାଡ଼ିଦେଲା । ।୭୫
ନୋହିଲେ ମରନ୍ତା ପିଅର । ଭାଗ୍ୟ ଦିଶିଲା ଗୋପପୁର । ।୭୬
ନନ୍ଦ ଆନନ୍ଦମନ ହୋଇ । ବୋଲନ୍ତି ଗୋପାଳଙ୍କୁ ଚାହିଁ । ।୭୭
ଦେଖିଲି ବରୁଣ ଭୁବନ । ନିର୍ମଳ ହୋଇଲା ନୟନ । ।୭୮
ଗୋପେ ବୋଲନ୍ତି ତାହା ଶୁଣି । ନନ୍ଦବଚନ ମନେ ଗୁଣି । ।୭୯
ତୁ ଭାଗ୍ୟବନ୍ତ ଗୋପବୀର । ଯାର କୁମର ଦାମୋଦର । ।୮୦
ଆମ୍ଭେ ଦେଖିବୁ ତାହା କାହିଁ । ମର୍ତ୍ତ୍ୟେ ମାନବ ଦେହ ବହି । ।୮୧
ଆମ୍ଭର ଗତି ତୋ' କୁମର । ଗୋକୁଳ ଶରଣ ତାହାର । ।୮୨
ଗୋପଙ୍କ ମନ କୃଷ୍ଣ ଜାଣି । ମାୟା ମୋହିଲେ ଚକ୍ରପାଣି । ।୮୩
ବୋଲନ୍ତି ଜୀବର ବେଭାର । ଭ୍ରମଇଁ ମାୟାଜଡ଼ ଘୋର । ।୮୪
ଆପଣା ଗତି ନ ଜାଣଇ । ନାନା ଯୋନିରେ ଦେହ ବହି । ।୮୫
ଗୋପେ ମୋସଙ୍ଗେ ଭାବକଲେ । ଏହାଙ୍କୁ ଦେଖାଇବି ଭଲେ । ।୮୬
ତକ୍ଷଣେ ଦେଖାଇଲେ ନେଇ । ବରୁଣ ପୁରେ ଭାବଗ୍ରାହୀ । ।୮୭
ପୁଣି ଦେଖାଇ ନିଜପୁର । ଯେ ବଇକୁଣ୍ଠର ବେଭାର । ।୮୮
ଅନନ୍ତ ସତ୍ୟଜ୍ଞାନ ଜ୍ୟୋତି । ବ୍ରହ୍ମାଶଙ୍କର ଯାହା ଚିନ୍ତି । ।୮୯
ଗୋପ-ଗୋପାଳେ କରି ଦୟା । ମାୟାରେ ଦେଖାଇଲେ ତାହା । ।୯୦
ମାୟା ଛାଡ଼ିଲେ ଭଗବାନ । ଗୋପାଳେ ପାଇଲେ ଚେତନ । ।୯୧
ଶୁଣ ପରୀକ୍ଷ ପୁଣ୍ୟଦେହା । ଅକ୍ରୁର ଦେଖିବଟି ତାହା । ।୯୨
ଚେତନା ପାଇଲେ ଗୋପାଳେ । ଆନନ୍ଦେ କୃଷ୍ଣ କଲେ କୋଳେ । ।୯୩
ହରି ମହିମା ଗୋପେ ଦେଖି । ଆନନ୍ଦେ ନୟନେ ନିରେଖି । ।୯୪
ଚକିତେ ନିଜପୁରେ ଯାଇ । କହନ୍ତି ଗୋପୀଙ୍କି ବସାଇ । ।୯୫
ସେ ଗୋପୀ-ଗୋପାଳଙ୍କ ପାୟେ । ସୁଜନଜନେ କର ଲୟେ । ।୯୬
କୃଷ୍ଣ କରିବେ ମୋତେ ତ୍ରାହି । କୃଷ୍ଣହୁଁ ଅନ୍ୟଗତି ନାହିଁ । ।୯୭
କୃଷ୍ଣ ଚରଣେ ଅବିରତ । ନମଇଁ ଦାସ ଜଗନ୍ନାଥ । ।୯୮
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ଊନତ୍ରିଂଶୋଽଧ୍ୟାୟଃ । ।

ତ୍ରିଂଶ ଅଧ୍ୟାୟସମ୍ପାଦନ କରନ୍ତୁ

ଶୁକ ଉବାଚ

ଶୁଣ ପରୀକ୍ଷ ନରନାଥ । କୃଷ୍ଣଚରିତ ଭାଗବତ । ।୧
ଶରଦକାଳର ଯେ ଶଶୀ । ମଲ୍ଲିକାପୁଷ୍ପ ପ୍ରାୟେ ଦିଶି । ।୨
ଦେଖି ସାନନ୍ଦ ଦାମୋଦର । ମାୟାମନୁଷ୍ୟ ମାୟାଧର । ।୩
ଗୋବିନ୍ଦ ବିଚାରନ୍ତି ମନେ । ଆଜ ରମିବା ବୃନ୍ଦାବନେ । ।୪
ଷୋଳସହସ୍ର ଗୋପନାରୀ । ମୋତେ ବରିଲେ ତପ କରି । ।୫
ମୁଁ ତାଙ୍କ ପୂରାଇବି ଆଶ । ସେ ମୋର ଭକତ ବିଶ୍ୱାସ । ।୬
ଅନେକ ଜନ୍ମେ ତପ କରି । ଏବେ ହୋଇଲେ ଗୋପନାରୀ । ।୭
ରମିଣ ଦେବି ନିଜପୁର । ଆଜ ମୁଁ କରିବି ନିସ୍ତାର । ।୮
ଏତେ ବିଚାରି ବନମାଳୀ । ଘେନିଲେ ବିରହ ମୁରଲୀ । ।୯
ସ୍ୱଭାବେ ଶରଦର କାଳ । ପବନ ବହେ ପରିମଳ । ।୧୦
ଫୁଟିଲେ ଜଳସ୍ଥଳେ ଫୁଲ । ସୁଗନ୍ଧ ଶୀତଳ ଅମୂଲ୍ୟ । ।୧୧
ଗଗନେ ପ୍ରକାଶିଲା ଶଶୀ । ନିର୍ମଳ ବିରାଜଇ ନିଶି । ।୧୨
ଚନ୍ଦ୍ରମଣ୍ତŠଳ ଅଖŠଣ୍ତିତ । ଦେଖି ଉଷତ ଗୋପୀନାଥ । ।୧୩
ଲକ୍ଷ୍ମୀର ମୁଖପ୍ରାୟ ଦିଶି । କିରଣେ ଦଶଦିଗ ତୋଷି । ।୧୪
କାଳିନ୍ଦୀକୂଳେ ବ୍ରହ୍ମରାଶି । ସହସ୍ରଯୁଗେ ଯାହା ଘୋଷି । ।୧୫
ତ୍ରିଭଙ୍ଗ ଛନ୍ଦେ ହୋଇ ଉଭା । ଚାରୁ ଅଧରେ ବେଣୁ ଶୋଭା । ।୧୬
ଗୋପୀଙ୍କ ନାମ ଧରି ଧୀରେ । ମୁରଲୀ ଡ଼ାକଇ ସୁସ୍ୱରେ । ।୧୭
ଗୋପୀଏ ଥିଲେ ନିଜ ପୁରେ । ନାଦ ଶୁଣିଲେ ଯେଝା ଘରେ । ।୧୮
ଦଣ୍ତେ ଶୁଣିଲେ ସ୍ଥିର କରି । ବେଣୁ ଡ଼ାକଇ ନାମ ଧରି । ।୧୯
ଶୁଣି ହୋଇଲେ ଛନଛନ । ବ୍ୟାପାରେ ନ ଲାଗିଲା ମନ । ।୨୦
କର ଚରଣ ନଚଳଇ । ମଦନେ କମ୍ପୁଅଛି ଦେହୀ । ।୨୧
ନାଦେ ମୋହିଲେ ବନମାଳୀ । ଷୋଳସହସ୍ର ଗୋପବାଳୀ । ।୨୨
ଏକକୁ ଆରେକ ଲୁଚାଇ । ଧାଇଁଲେ ଅସମ୍ଭାଳ ହୋଇ । ।୨୩
ବୋଲନ୍ତି ନ ପୁଣ ଏଜାଣି । ମୋତେ ହୋଇବ ସପତଣୀ । ।୨୪
ଆଗେ ମୁଁ ଯିବି ବୃନ୍ଦାବନେ । ରମିବି ନନ୍ଦର ନନ୍ଦନେ । ।୨୫
ଦେଖିବି ନୟନ ପୂରାଇ । ମୋହର ନାମେ ବେଣୁ ବାଇ । ।୨୬
କିପା ଡ଼ାକଇ ରାତ୍ରକାଳେ । ଉଭାରି କଦମ୍ବର ମୂଳେ । ।୨୭
ଜଳକ୍ରୀଡ଼ାର ବେଳେ ଗଲା । ଆମ୍ଭର ବସ୍ତ୍ର ଚୋରି କଲା । ।୨୮
କଦମ୍ବବୃକ୍ଷେ ନେଇ ଥୋଇ । ମାଗିଲେ ବସ୍ତ୍ର ନ ଦିଅଇ । ।୨୯
ଉଲଗ୍ନେ ଜଳମଧ୍ୟେ ଥାଇ । ଶୀତେ କମ୍ପଇ ଆମ୍ଭ ଦେହୀ । ।୩୦
ଅନେକ ବିନୟ ହୋଇଲୁ । ଦନ୍ତରେ ତିରଣ ଧଇଲୁ । ।୩୧
ବୋଇଲା ଉଠିଆସ ଜଳୁ । ଯେ ଯାହା ବସ୍ତ୍ର ନିଅ ଡ଼ାଳୁ । ।୩୨
ଯେ ଯାହା ବସ୍ତ୍ର ଚିହ୍ନି ନିଅ । ନୋହିଲେ ଜଳମଧ୍ୟେ ଥାଅ । ।୩୩
ତା'ର ବଚନେ ଲଜ୍ଜା ଛାଡ଼ି । ଆଣି ପିନ୍ଧୁଲୁ ଯେଝା ଶାଢ଼ୀ । ।୩୪
ଆମ୍ଭର ଶୁଦ୍ଧମନ ଜାଣି । ହସି ବୋଇଲେ ବେଣୁ ପାଣି । ।୩୫
ଦେବତା ପୂଜି ନଦୀତୀରେ । ମୋତେ ଯେ ବରିଅଛ ବରେ । ।୩୬
ସେ କଥା କରିବଇଁ ମୁହିଁ । ନିୟମ କଲେ ବେଣୁ ଛୁଇଁ । ।୩୭
ସେ କଥା ସୁମରିଲେ ଆଜ । ଆମ୍ଭର ଛଡ଼ାଇବେ ଲାଜ । ।୩୮
ପତି ତନୟ ଛନ୍ତି କୋଳେ । କେମନ୍ତେ ଯିବୁ ରାତ୍ରକାଳେ । ।୩୯
ନ ଗଲେ ନ ରହେ ଜୀବନ । କାଳ ହୋଇଲା ବେଣୁ ସ୍ୱନ । ।୪୦
ଏମନ୍ତେ ହୋଇଲେ ବାହାର । ମଦନେ କମ୍ପଇ ଶରୀର । ।୪୧
କେ ଗୋପୀ ଦୁହୁଁଥିଲା ଗାଈ । ବାଛୁରୀ ବାନ୍ଧି ଛନ୍ଦ ଦେଇ । ।୪୨
ମୁରଲୀ ଶୁଣି କ‰ର୍ଣ୍ଣମୂଳେ । ଦୁହୁଣୀ ପକାଇଲା ତଳେ । ।୪୩
ମୁରଲୀ ଧ୍ୱନି ଶୁଣି ବେଗେ । ଧାଇଁଲା ବୃନ୍ଦାବନ ଲାଗେ । ।୪୪
କେ ବସି କାଢ଼ୁଥିଲା ସର । ମୁରଲୀ ଶୁଣିଲା ସୁସ୍ୱର । ।୪୫
ଡ଼ାକଇ ତା'ର ନାମ ଧରି । ବେଗେ ଧାଇଁଲା ଗୋପନାରୀ । ।୪୬
କେ କରୁଥିଲା ଦଧି ଯୋଗ । ଶୁଣି ଧାଇଁଲା ବେଗବେଗ । ।୪୭
କେ ଦୁଧ ଚୁଲିରେ ବସାଇ । ମୁରଲୀ ଶୁଣି ଗଲା ଧାଇଁ । ।୪୮
କେ କୋଳେ ବାଳକ ବସାଇ । ଦୁଧ ପିଆଉଁ ଗୀତ ଗାଇ । ।୪୯
କ‰ର୍ଣ୍ଣେ ଶୁଣିଲା ବେଣୁଧ୍ୱନି । ଡ଼ାକଇ ତା'ର ନାମ ଘେନି । ।୫୦
ବାଳକ ପକାଇଲା ତଳେ । ଧାଇଁଲା ମଦନ ବିକଳେ । ।୫୧
ସ୍ୱାମୀ ଶୟନସ୍ଥାନେ ଥାଇ । କେ ଗୋପୀ ଚରଣ ଚାପଇ । ।୫୨
ମୁରଲୀ ତା'ର ନାମ ଧରି । ଡାକଇ ଆସ ବେଗ କରି । ।୫୩
ପତି ଚରଣ ଥୋଇ ତଳେ । ବେଗେ ଧାଇଁଲା କାମଭୋଳେ । ।୫୪
କେ ବସି ଭୁଞ୍ଜୁଥିଲା ଅନ୍ନ । କର୍ଣ୍ଣେ ଶୁଣିଲା ବେଣୁସ୍ୱନ । ।୫୫
ବୋଲଇ ଆସ ତୁହି ବେଗେ । କୃଷ୍ଣଙ୍କୁ ଦେଖ ବନଭାଗେ । ।୫୬
ଶୁଣି ଭୋଜନ ଉପେକ୍ଷିଲା । ହସ୍ତ ପଖାଳି ନ ପାରିଲା । ।୫୭
ବେଗେ ଧାଇଁଲା ବୃନ୍ଦାବନ । ଯେଣେ ଶୁଭଇ ବେଣୁସ୍ୱନ । ।୫୮
କେ ବସି ଲିପୁଥିଲା ଘର । ମୁରଲୀ ଶୁଣିଲା କ‰ର୍ଣ୍ଣର । ।୫୯
ବୋଲଇ ଆସ ତୁ ବହନେ । ହରିଙ୍କି ରମ ବୃନ୍ଦାବନେ । ।୬୦
ଘର ବ୍ୟାପାର ଉପେକ୍ଷିଲା । ବେଗେ ସେ ବୃନ୍ଦାବନେ ଗଲା । ।୬୧
କେ ବସିଥିଲା ନିଜ ଘରେ । କଜ୍ଜ୍ୱଳପାତି ଘେନି କରେ । ।୬୨
ଏକ ଲୋଚନେ ରଞ୍ଜିଥିଲା । ତା' ନାମେ ମୁରଲୀ ଡ଼ାକିଲା । ।୬୩
ଧାମଇଁ ଅସମ୍ଭାଳ ହୋଇ । କଜ୍ଜ୍ୱଳପାତି କରେ ଲଇଁ । ।୬୪
କେ ଗୋପୀ ବସ୍ତ୍ରତଳେ ଥୋଇ । କୁଙ୍କୁମ ଶରୀରେ ଲେପଇ । ।୬୫
କ‰ର୍ଣ୍ଣେ ଶୁଣିଲା ବେଣୁଧ୍ୱନି । ଉଠିଲା କରେ ବସ୍ତ୍ର ଘେନି । ।୬୬
ଜ୍ଞାନ ହାରିଲା କାମଭୋଳେ । ପିନ୍ଧିଲା କନ୍ଧରୁ ଅଞ୍ଚଳେ । ।୬୭
କେ ଗୋପୀ କୃଷ୍ଣନାମ ଧରି । ଗୃହ ବ୍ୟାପାର ଗୃହେ କରି । ।୬୮
ଶୁଣିଲା କୃଷ୍ଣ-ବେଣୁନାଦ । ମଦନବାଣେ ତନୁ ଖେଦ । ।୬୯
କେହୁ ତାମ୍ବୁଳ ଭୁଞ୍ଜୁଥିଲା । ଅର୍ଦ୍ଧେକ ହସ୍ତରେ ଘେନିଲା । ।୭୦
କେହୁ ପାହୁଡ଼ ଗୋଡୁ କାଢ଼ି । ଲେଉଟି ନ ପାରିଲା ଭରି । ।୭୧
କେହି ତିଳକ ଘେନୁଥିଲା । ଅର୍ଦ୍ଧେ ତିଳକ ସେ ଲିହିଲା । ।୭୨
କେ ଗୋପୀ ରତ୍ନଚାପସରି । ଚରଣେ ବାନ୍ଧିଲା ପାସୋରି । ।୭୩
ମୁରଲୀନାଦ ଅନୁସରି । ବନେ ଧାଇଁଲା ଗୋପନାରୀ । ।୭୪
ଏମନ୍ତେ କହିବଇଁ କେତେ । ଷୋଳସହସ୍ର ଯେଝାମତେ । ।୭୫
କାହାର ସ୍ୱାମୀ ବଳବନ୍ତ । ଆଗରେ ଓଗାଳିଲା ପଥ । ।୭୬
କାହାର ପୁତ୍ର ଗୋଡ଼ାଇଲା । ଶ୍ୱଶୁର ଖୁଡ଼ୁତା ମଉଳା । ।୭୭
ଭାଇ ଭଣଜା ଇଷ୍ଟ ମିତ୍ର । ଆଗରୁ ଓଗାଳିଲେ ପଥ । ।୭୮
ବୋଲନ୍ତି ଗୋପୀଙ୍କି ଅନାଇ । ଏ କଥା ଉଚିତ ନୁହଁଇ । ।୭୯
ରଜନୀକାଳେ ଯାଅ ବନ । ଲଜ୍ଜା କି ଛାଡ଼ିଲା ବଦନ । ।୮୦
ଶୁଣି ବୋଲନ୍ତି ଗୋପବାଳୀ । ବନେ ବିଜୟ ବନମାଳୀ । ।୮୧
ଶୁଣ ଶୁଭଇ ବେଣୁନାଦ । ମୁରଲୀ ବଡ଼ଇ ଆନନ୍ଦ । ।୮୨
କ୍ଷଣେ ମୁରଲୀ ନାଦ ଶୁଣି । ଆମ୍ଭେ ଆସିବୁ ଏହିକ୍ଷଣି । ।୮୩
ଦାସବତ୍ସ›ଳ ଭଗବାନ । ମୋହିଲେ ଗୋପାଳଙ୍କ ମନ । ।୮୪
ତୁŠଣ୍ତରୁ ନ ଇଲା ଉତ୍ତର । ବାହୁଡ଼ିଗଲେ ଯେଝା ଘର । ।୮୫
ଏକ ଗୋପିକା କ୍ଷୀଣଦେହୀ । ଗହଳେ ନ ପାରିଲା ଯାଇ । । ୮୬
ତାହାର ସ୍ୱାମୀ କର ଧରି । ଘରେ ଆଣିଲା ନିଜ ନାରୀ । ।୮୭
ଗମ୍ଭୀରୀ ଭିତରେ ବାନ୍ଧିଲା । ଅନେକ ମାଡ ହିଁ ମାଇଲା । ।୮୮
ଦ୍ୱାରେ କବାଟ ଦେଲା କିଳି । ବିକଳେ କାନ୍ଦଇ ଗୁଆଳୀ । ।୮୯
ମୁରଲୀ ତା'ର ନାମ ଧରି । ଡ଼ାକଇ ଆସ ବେଗକରି । ।୯୦
ସେ ଗୋପୀ ବନ୍ଧନରେ ପଡ଼ି । କାନ୍ଦଇ ସ୍ତମ୍ଭେ ମୁଣ୍ତŠକୋଡ଼ି । ।୯୧
କୃଷ୍ଣର ଦେହେ ଦେଇ ମନ । କ୍ଷଣକ୍ଷଣକେ ଅଚେତନ । ।୯୨
ସହି ନ ପାରି ତାପଭର । ବେନିଲୋଚନ କଲା ସ୍ଥିର । ।୯୩
ନୟନ ପିତୁଳି ଲେଉଟି । ଭିତରେ କଲା ଏକଦୃଷ୍ଟି । ।୯୪
ଧ୍ୟାନେ ଦେଖିଲା ଭଗବାନ । ନିର୍ଭରେ କଲା ଆଲିଙ୍ଗନ । ।୯୫
ଡ଼ାକିଲା କୃଷ୍ଣ ତ୍ରାହି ତ୍ରାହି । ପ୍ରାଣ ଛାଡ଼ିଲା ଚୁମ୍ବ ଦେଇ । ।୯୬
ଜୀବନ ଛାଡ଼ି ରସଭରେ । ପଶିଲା ଗୋବିନ୍ଦ ଶରୀରେ । ।୯୭
ଶୁଣି ପରୀକ୍ଷ ଦଣ୍ତŠଧାରୀ । ମୁନି ଚରଣତଳେ ପଡ଼ି । ।୯୮
ବୋଲଇ ହେଲି କୃତକୃତ୍ୟ । ଶୁଣି ଚରିତ ଭାଗବତ । ।୯୯
ଭୋ ମୁନି ହୋଇଲି ଚକିତ । ତୁମ୍ଭେ କହିଲ ବିପରୀତ । ।୧୦୦
ପରପୁରୁଷେ ମନ ଦେଇ । ଯେ ନାରୀ ଏକାନ୍ତେ ରମଇଁ । ।୧୦୧
ବିଟପୀବାଦ ହୋଇ ତାରେ । ନରକେ ପଡ଼ଇ ନିର୍ଭରେ । ।୧୦୨
ସେ କିମ୍ବା ଗୋବିନ୍ଦେ ପଶିଲା । ମୋତେ ତ ସନ୍ଦେହ ଲାଗିଲା । ।୧୦୩
ସ୍ୱଭାବେ ସ୍ତିରୀ ଜନ୍ମ ହୋଇ । ଧର୍ମ-ଅଧର୍ମ ନ ଜାଣଇ । ।୧୦୪
ପରପୁରୁଷେ ମନ ଦେଲା । ସେ କିପାଁ କୃଷ୍ଣଙ୍କୁ ପାଇଲା । ।୧୦୫
ଶୁଣି ହସିଲେ ମୁନିବର । ବୋଲନ୍ତି ଶୁଣ ଦŠଣ୍ତଧର । ।୧୦୬
ପୂର୍ବେ ମୁଁ କହିଅଛି ତୋତେ । ପୁରାଣ ଶିରୀଭାଗବତେ । ।୧୦୭
କୃଷ୍ଣଙ୍କୁ କରି ଶତ୍ରୁବଳ । ମୋକ୍ଷ ହେଇଲା ଶିଶୁପାଳ । ।୧୦୮
ଏ ଆଦି ଅରିପଣ କଲେ । ପଶିଲେ କୃଷ୍ଣର ଶରୀରେ । ।୧୦୯
ମିତ୍ର ସ୍ୱଭାବେ ଦାମୋଦର । ଏ ଆଦି ଯେତେ ମିତ୍ରବର । ।୧୧୦
ମିତ୍ର ଅଇରୀ ଯେଣୁ ନାହିଁ । ତରିଲେ ସୂକ୍ଷ୍ମ‌ପଦ ପାଇ । ।୧୧୧
ତାହାଙ୍କୁ ପ୍ରିୟପଣେ ସେବି । କିପାଁ ନୋହିବେ ମୋକ୍ଷଭାଗୀ । ।୧୧୨
ଭକତ ତାରିବାର ଆଶେ । ବ୍ରହ୍ମ ପ୍ରକାଶି ଅଛି ଅଂଶେ । ।୧୧୩
ନିର୍ଗୁଣ ହୋଇ ଗୁଣବନ୍ତ । ଦାସବ›ତ୍ସଳ ଗୋପୀନାଥ । ।୧୧୪
ତାହାର ନାହିଁ କାମ କ୍ରୋଧ । ଏକଇ ସ୍ୱଭାବ ସୁହୃଦ । ।୧୧୫
ଯାହାର ମନ ହୋଏ ଲୟେ । ସେ ପ୍ରାଣୀ ପଶେ କୃଷ୍ଣଦେହେ । ।୧୧୬
ଏଣେ ତୁ ସନ୍ଦେହ ନ କର । ମହାମହିମା ଯୋଗେଶ୍ୱର । ।୧୧୭
ଏଣେ ନ କର ଖେଦଚିତ୍ତ । କହଇ ଶୁଣ ଭାଗବତ । ।୧୧୮
ଗୋପୀଏ ଗଲେ ରାତ୍ରକାଳେ । ମିଳିଲେ କଦମ୍ବର ତଳେ । ।୧୧୯
ଷୋଳସହସ୍ର ଗୋପବାଳୀ । ଦେଖିଲେ ପ୍ରଭୁ ବନମାଳୀ । ।୧୨୦
ନାନା କୁସୁମେ ପରିମଳ । ହୃଦେ ଲମ୍ବଇ ବନମାଳ । ।୧୨୧
ଗୁଞ୍ଜରାପାଟି ତାଳୁମୂଳ । ଶ୍ରବଣେ ମକର କୁଣ୍ତŠଳ । ।୧୨୨
ନୁପୁର କଙ୍କଣ ବିରାଜେ । ରତ୍ନମେଖଳା କଟିମାଝେ । ।୧୨୩
ପୀତବସନ ବେଣୁଧର । ନିବିଡ଼ ସୁରଙ୍ଗ ଅଧର । ।୧୨୪
କୋଟିଏ କାମ ନୋହେ ସରି । ଦେଖି ଉଷତ ଗୋପନାରୀ । ।୧୨୫
ଅନଳ ଦେଖିଣ ପତଙ୍ଗ । ଯେହ୍ନେ ଧାମନ୍ତି ଉଦ୍‌ବେଗ । ।୧୨୬
ବେଢ଼ିଲେ ଶତେପୁର ହୋଇ । କମ୍ପନ୍ତି କୃଷ୍ଣଙ୍କୁ ଅନାଇଁ । ।୧୨୭
ଗୋପୀଙ୍କି ଦେଖି ବନମାଳୀ । ବଦନୁ ଥୋଇଲେ ମୁରଲୀ । ।୧୨୮
କୋମଳ ମଦୁର ବଚନ । କହନ୍ତି ପ୍ରଭୁ ଭଗବାନ । ।୧୨୯
ଶୁଣ ଗୋ ବ୍ରଜବଧୂ ଜନେ । ତୁମ୍ଭେ ଅଇଲ କିପାଁ ବନେ । ।୧୩୦
ଗୋପର କହ ଭଲ କଥା । ନନ୍ଦ-ଯଶୋଦାଙ୍କ ବାରତା । ।୧୩୧
ଗୋପେ କି ଆପଦ ପଡ଼ିଲା । ମୋତେ ତ ସନ୍ଦେହ ଲାଗିଲା । ।୧୩୨
ଗୋରୁଗୋପାଳେ ନେଲେ ବାନ୍ଧି । ତୁମ୍ଭେ ଅଇଲ ବନେ କାନ୍ଦି । ।୧୩୩
ସର୍ବ ସମ୍ପଦ କଲେ ଜୂର । କି ଅବା ମିଳିଲେ ଅସୁର । ।୧୩୪
ଏମନ୍ତ ପ୍ରାୟ ମୁଁ ମଣଇ । କିପାଁ ଅଇଲ ବନେ ଧାଇଁ । ।୧୩୫
ଭଲେ ଅଇଲ ମୋ' ନିକଟେ । ବଣା ନୋହିଲ ବଣବାଟେ । ।୧୩୬
ପତି-ତନୟ ଛାଡ଼ି କରି । ଗୃହ କୀରତି ପରିହରି । ।୧୩୭
କିପାଁ ଅଇଲ ଘୋରବନ । ନୁହଁଇ ଉଚିତ ବିଧାନ । ।୧୩୮
ଭାଗ୍ୟେ ମୁଁ ବାଉଥିଲି ବେଣୁ । ମୋତେ ଭେଟିଲ ଆସି ତେଣୁ । ।୧୩୯
ରଜନୀ ହୋଇଛି ଅପାର । ବନ ଗହନ କୁଞ୍ଜ ଘୋର । ।୧୪୦
ବ୍ୟାଘ୍ର ଭଲ୍ଲୁକ ବନଜୀବେ । ତୁମ୍ଭଙ୍କୁ ଦେଖିଲେ ଖାଇବେ । ।୧୪୧
ବେଗେ ବାହୁଡ଼ିଯାଅ ଘର । ରଜନୀ ହେଉଛି ଉଛୁର । ।୧୪୨
ସ୍ୱଭାବେ ସ୍ତିରୀଜନ୍ମ ହୋଇ । ବନେ ତୁମ୍ଭର ଭୟ ନାହିଁ । ।୧୪୩
ନିଶ୍ଚେ ହୋଇବ ଆଜ ନାଶ । ମରଣେ କଲଟି ବିଶ୍ୱାସ । ।୧୪୪
ଯାଅ ନ ଥାଅ ବନଘୋରେ । ତୁମ୍ଭଙ୍କୁ ଲୋଡ଼ୁଥିବେ ଘରେ । ।୧୪୫
ମାତା ପିଅର ପୁତ୍ର ଭାଇ । ଲୋଡୁ ଯେ ଥିବେ ନାମ ରାଇ । ।୧୪୬
ଯେ ଯାହା ସ୍ୱାମୀ କୋପଚିତ୍ତେ । ଲୋଡ଼ିବେ ଘରଦ୍ୱାର ପଥେ । ।୧୪୭
ନ ପାଇ କରିବେଟି ରୋଷ । ତୁମ୍ଭେ ହୋଇବ ଜାତି ନାଶ । ।୧୪୮
ବନ୍ଧୁ ବାନ୍ଧବେ ତୁମ୍ଭ ଘର । ଅନ୍ନ ନ କରିବେ ଆହାର । ।୧୪୯
ଜଳ ହିଁ ନକରିବେ ପାନ । ତୁମ୍ଭେ ହୋଇବ ଜାତିହୀନ । ।୧୫୦
ନ ଜାଣି ଯେବେ ଗୋ ଅଇଲ । ବହନ କର ମୋର ବୋଲ । ।୧୫୧
ଦେଖିଲ ବନ ପରିମଳ । ନାନା କୁସୁମେ ନଦୀଜଳ । ।୧୫୨
ମଳୟ ପବନ ଶୀତଳ । ତରୁପଲ୍ଲବେ ଭୃଙ୍ଗମେଳ । ।୧୫୩
ବହନ ଯାଅ ଗୋପପୁର । ନିଜ ପତିଙ୍କି ସେବା କର । ।୧୫୪
ଗାଈଙ୍କ ଗୋଡ଼େ ବତ୍ସା ବାନ୍ଧି । ତୁମ୍ଭେ ଯେ ଦୁହୁଁଥିଲ ଛନ୍ଦି । ।୧୫୫
କ୍ଷୀର ନ ପାଇଣ ବାଛୁରୀ । କାନ୍ଦନ୍ତି ହମ୍ବା ରାବ କରି । ।୧୫୬
ବାଳକ ଧରିଥିଲ କୋଳେ । ପକାଇ ଅଇଲ ଯେ ତଳେ । ।୧୫୭
ଛିଡ଼ିଲା ଓଷ୍ଟ ଦନ୍ତ ପାଟି । କାନ୍ଦନ୍ତି ତୁଣ୍ତେŠ ଭରି ମାଟି । ।୧୫୮
ବହନ ନିଜ ପୁରେ ଯାଅ । ସ୍ତନ୍ୟ ପିଆଇ ଗାଈ ଦୁହଁ । ।୧୫୯
ଯେବେ ଅଇଲ ବେଣୁ ନାଦେ । ମୋ' ରୂପ ଦେଖିବାର ସଧେ । ।୧୬୦
ଏବେ ଦେଖିଲ ମୋର ଦେହ । ଯାଅ ଗୋ ଦଣ୍ତେ ହେଁ ନ ରହ । ।୧୬୧
ସ୍ୱାମୀଙ୍କ ସଙ୍ଗେ ପ୍ରୀତିକର । ଉଚିତ ଧର୍ମ ଗୋ ତୁମ୍ଭର । ।୧୬୩
ସ୍ୱାମୀର ଯେତେ ଇଷ୍ଟଜନ । ବାଳତନୟଙ୍କ ପୋଷଣ । ।୧୬୪
ଏ ନିତ୍ୟକର୍ମ ଗୋ ତୁମ୍ଭର । ପୁଣି ବୋଲନ୍ତି ବେଣୁଧର । ।୧୬୫
ପୂର୍ବ ଅର୍ଜିଲା କର୍ମ ଲଇ । ଯେ ଯାହା ସ୍ୱାମୀ ଗୋ ମିଳଇ । ।୧୬୬
ସେ ଯେତେ ହୋଏ ଅସୁନ୍ଦର । ଦୁଃଖୀ ଦରିଦ୍ର ବ୍ୟାଧିକର । ।୧୬୭
ତାହାଙ୍କୁ ନ କରିବ ସାନ । ସେ ବିଷ୍ଣୁଦେବଙ୍କ ସମାନ । ।୧୬୮
ତାହାଙ୍କ ପାଦେ ଏକଚିତ୍ତେ । ସେବା କରିବ ଅବିରତେ । ।୧୬୯
ଏ ମାୟା ସଂସାର ବେଭାର । ଯାହା ସଞ୍ଚିଲା ବେଦବର । ।୧୭୦
ଏହା ଯେ ନ କରନ୍ତି ଭଲେ । ନରକେ ଯା'ନ୍ତି ଅନ୍ତଃକାଳେ । ।୧୭୧
ପରପୁରୁଷେ ଚିତ୍ତ ଦେଇ । ଯେ ନାରୀ ରମେ ଦେହ ବହି । ।୧୭୨
ତାହାଙ୍କ ନାହିଁ ସୁଖ ଲେଶ । ନରକେ ହୁଅନ୍ତି ପ୍ରବେଶ । ।୧୭୩
ନିନ୍ଦିତ ହୋ'ନ୍ତି ବେନିଲୋକେ । ନିରାଶ ହୋ'ନ୍ତି ସ୍ୱାମୀ ସୁଖେ । ।୧୭୪
ବିଧବା ହୋନ୍ତି ଜନ୍ମ ସାତ । ଯେ ନାରୀ ସ୍ୱାମୀ ଅଭକତ । ।୧୭୫
ମୋତେ ଅଇଲ ଯେବେ ଦେଖି । ଏତେକେ ପୂରିଲାନି ଆଖି । ।୧୭୬
ଯେ ମୋତେ ଦୂରେ ଥାଇ ଚିନ୍ତି । ମନ ବଚନ ମୋତେ ଦ୍ୟନ୍ତି । ।୧୭୭
ବେଗେ ହୁଅନ୍ତି ଭବୁଁ ପାର । ଖŠଣ୍ତଇ ଭ୍ରମ ତାହାଙ୍କର । ।୧୭୮
ଯେ ମୋର ନିକଟେ ରହଇ । ସେ ପ୍ରାଣୀ ମୋତେ ନ ଭଜଇ । ।୧୭୯
ମାୟାରେ ହୋଏ ଛନଛନ । ବିଷୟାଜଡ଼େ ଥାଇ ମନ । ।୧୮୦
ସେ ମୋତେ ପାଇବ କେମନ୍ତ । ହସି ବୋଲନ୍ତି ଗୋପୀନାଥ । ।୧୮୧
ମୁନି ବୋଲନ୍ତି ରାୟେ ଶୁଣ । ଯାହା କହିଲେ ନାରାୟଣ । ।୧୮୨
କେ ତାହା କରିବଟି ଆନ । ସବୁରି ପ୍ରଭୁ ଭଗବାନ । ।୧୮୩
ଗୋପିଏ କୃଷ୍ଣକଥା ଶୁଣି । ଚିନ୍ତା ବିକଳେ ମନେ ଗୁଣି । ।୧୮୪
ବଜ୍ରପଡ଼ିଲା ଯେହ୍ନେ ଶିର । ବଦନୁ ନ ଇଲା ଉତ୍ତର । ।୧୮୫
ନିଃଶ୍ୱାସ ବହେ ଖରତର । ଶୁଖିଲା ସୁରଙ୍ଗ ଅଧର । ।୧୮୬
ଦଶନେ ଅଧର କାମୋଡ଼ି । କରଯୁଗଳ ଶିରେ ତାଡ଼ି । ।୧୮୭
ଚରଣ ଅଙ୍ଗୁଳିର ଅଗ୍ରେ । ଭୂମି ଚିରନ୍ତି କାମ ବ୍ୟଗ୍ରେ । ।୧୮୮
କମ୍ପଇ ବିକଳେ ଶରୀର । ବେନି ଲୋଚନୁ ବହେ ନୀର । ।୧୮୯
ଅଞ୍ଜନ କୁଙ୍କୁମର ସଙ୍ଗେ । ଲୁହ ପଡ଼ଇ କୁଚଯୁଗେ । ।୧୯୦
ଦୁଃଖସାଗରେ ନିମଜ୍ଜିଲେ । ସଭୟେ ଲୋଚନ ବୁଜିଲେ । ।୧୯୧
ହୋଇଲେ ମୃତପିଣ୍ତŠ ପ୍ରାୟେ । ଦେଖନ୍ତି ପ୍ରଭୁ ଦେବରାୟେ । ।୧୯୨
କୃଷ୍ଣ ନିଷ୍ଠୁର ବୋଲ ଶୁଣି । ଧର୍ମ ଅଧର୍ମ ମନେ ଗୁଣି । ।୧୯୩
ଯାହାର ପାଇଁ ଗୃହବାସ । ଛାଡ଼ିଲୁ ଜୀବନର ଆଶ । ।୧୯୪
ତା'ର ନିଷ୍ଠୁର କଥା ପାଇ । ଜୀବନ ଦଣ୍ତେŠ ନ ରହଇ । ।୧୯୫
ବେନି ଲୋଚନ ଘଷି କରେ । କୃଷ୍ଣଙ୍କୁ ଚାହିଁଲେ ସଧୀରେ । ।୧୯୬
ପାଦେ ପଡ଼ିଲେ ଏକାବେଳେ । କହନ୍ତି ଜୀବନ ବିକଳେ । ।୧୯୭
ଶିର ଲଗାଇ ପଦ୍ମ‌ପାଦେ । ବୋଲନ୍ତି ଶୋକ ଗଦଗଦେ । ।୧୯୮
ଭୋ ନାଥ ପ୍ରଭୁ ଭାବଗ୍ରାହୀ । ଏମନ୍ତ ବୋଲୁ କାହିଁପାଇଁ । ।୧୯୯
ତୁ ନୋହୁ ଯଶୋଦାନନ୍ଦନ । ଅନାଦି ପ୍ରଭୁ ନିରଞ୍ଜନ । ।୨୦୦
ଆମ୍ଭେ ଅଭାଗୀ ଦୁଃଖିନାରୀ । ଆଉ କି ଯିବୁ ଗୋପପୁରୀ । ।୨୦୧
ଛାଡ଼ିଲୁ ବିଷୟା-ବିଷାଦ । ପାଇ ତୋହର ପଦ୍ମ‌ପାଦ । ।୨୦୨
ଲକ୍ଷ୍ମୀ ଯା' ନ ଛାଡ଼ଇ କ୍ଷଣେ । ଗଙ୍ଗା ରହିଲା ନଖକୋଣେ । ।୨୦୩
ସେ ପାଦ ପାଇ ଆମ୍ଭେ ସୁଖୀ । ଏବେ ହୋଇଲୁ ନିରିମାଖୀ । ।୨୦୪
ଆମ୍ଭଙ୍କୁ ତେଜୁ କାହିଁପାଇଁ । ତୋ' ତହୁଁ ଆନଗତି ନାହିଁ । ।୨୦୫
ତୋ' ପାଦପଙ୍କଜର ମୂଳେ । ଜ୍ଞାନୀ ଚିନ୍ତନ୍ତି ଯୋଗବଳେ । ।୨୦୬
ସେ ପାଦପଦ୍ମ ଆମ୍ଭେ ପାଇ । କାହିଁକି ଯିବୁ ଭାବଗ୍ରାହୀ । ।୨୦୭
ତୋହର ପାଇଁ ଦାମୋଦର । ଛାଡ଼ିଲୁ ପତି ସୁତ ଘର । ।୨୦୮
ଭଜନ୍ତି ଯେ ତୋହର ନାମ । ତାହାଙ୍କୁ ନାହିଁ ଦୁଃଖଶ୍ରମ । ।୨୦୯
ଆମ୍ଭେ ତୋ ପାଦେ ଚିତ୍ତ ଦେଇ । ନିରାଶ ହୋଇଲୁ ଗୋସାଇଁ । ।୨୧୦
ଉଭୟେ ନ ପାଇଲୁ କୂଳ । ତୁ ଯେ ବୋଲାଉ ଆଦିମୂଳ । ।୨୧୧
ଧର୍ମବକତାଙ୍କର ଗୁରୁ । ତୋ'ର ମହିମା ମହାମେରୁ । ।୨୧୨
ଯାହା ବୋଇଲୁ ବେଦମତେ । ଭୋନାଥ ଶୁଣ ଏକଚିତ୍ତେ । ।୨୧୩
ଏ ଯେ ତୋହର ସାଧୁପଣ । ସେବିବୁଁ ସ୍ୱାମୀଙ୍କ ଚରଣ । ।୨୧୪
ଏ କଥା ଉଚିତ ତୋହର । ଭୋ ନାଥ ଶୁଣ ବେଦସାର । ।୨୧୫
ତୁ ଯେ ସକଳ ପ୍ରାଣୀଙ୍କର । ଦେହ ଜୀବନର ଠାକୁର । ।୨୧୬
ଯେ ପ୍ରାଣୀ ତୋହରେ ଭଜଇ । ତାହାର ଜନ୍ମବନ୍ଧ ନାହିଁ । ।୨୧୭
ଅନେକ ପୁଣ୍ୟ କରିଥିଲେ । ତୋ' ନାମ ଧରି ଅନ୍ତଃକାଳେ । ।୨୧୮
ଅଭୟବ୍ରହ୍ମେ ସେ ପଶନ୍ତି । ଆମ୍ଭର ନାହିଁ ମନେ ଭ୍ରାନ୍ତି । ।୨୧୯
ଆଉ କି ଗୋପପୁର ଯିବୁଁ । ପତି-ତନୟ ଆବୋରିବୁଁ । ।୨୨୦
ଆମ୍ଭର ତେଣେ ନାହିଁ ଆଶା । ତୋ ନାମ କରିଛୁ ଭରସା । ।୨୨୧
ମନ କି ନ ଜାଣୁ ଆମ୍ଭର । ଆଶା-ବିଶ୍ରାମ-ବାନା ତୋ'ର । ।୨୨୨
କାଳିନ୍ଦୀତୀରେ ବ୍ରତ କରି । ପୂଜିଲୁ ଶଙ୍କର ଗଉରୀ । ।୨୨୩
ବର ମାଗିଲୁ ଆମ୍ଭେ ଯାହା । ଭୋ ନାଥ ନ ଜାଣୁ କି ତାହା । ।୨୨୪
ଆମ୍ଭର ବସ୍ତ୍ର ଚୋରି କରି । ତୁ ଯେ ବୋଇଲୁ ନରହରି । ।୨୨୫
ରମିବି ବୃନ୍ଦାବନେ ମୁହିଁ । ନିୟମ କଲୁ ବେଣୁ ଛୁଇଁ । ।୨୨୬
ଆମ୍ଭର ସାକ୍ଷୀ ଏ ମୁରଲୀ । କିପାଁ ପାସୋରୁ ବନମାଳୀ । ।୨୨୭
ତୋହର ଯେବେ ଦୟା ନାହିଁ । କିପାଁ ରାଇଲୁ ବେଣୁ ବାଇ । ।୨୨୮
ଆମ୍ଭର ମନ ନିଜ ଘରେ । ବୁଡ଼ାଇ ଥିଲୁ ମୁହାଁସରେ । ।୨୨୯
ଶ୍ରବଣେ ମୁରଲୀ ଶୁଭିଲା । କରଚରଣ ନ ଚଳିଲା । ।୨୩୦
ଜୀବନ ହରିଲୁ ଆମ୍ଭର । ଏବେ ତ କହିଲୁ ନିଷ୍ଠୁର । ।୨୩୧
ଭୋ ନାଥ କର ପ୍ରାଣ ରକ୍ଷା । ଆମ୍ଭେ ପାଇଲୁ ବେଣୁ ଦୀକ୍ଷା । ।୨୩୨
ତୋ'ର ଅଧରାମୃତ ରସ । ଆମ୍ଭର ମୁଖରେ ବରଷ । ।୨୩୩
ଜୀବନ ରଖ ନନ୍ଦବାଳ । ଆମ୍ଭର ପୂରିଲାଟି କାଳ । ।୨୩୪
କ୍ରୋଟ-ଅନଳ ପ୍ରାୟ ହୋଇ । କାମ ଅନଳ ହୃଦ ଦହି । ।୨୩୫
ଲିଭାଅ ମୁଖୁଁ ରସ ଦେଇ । ଦାସବତ୍ସ›ଳ ଭାବଗ୍ରାହୀ । ।୨୩୬
ଯେବେ ନ ରଖୁ ବନମାଳୀ । ମରିବୁ ସକଳ ଗୁଆଳୀ । ।୨୩୭
ହତ୍ୟା ହୋଇବ ତୋର କନ୍ଧେ । ଶୁଣି ହସନ୍ତି ଆଦିକନ୍ଦେ । ।୨୩୮
ଗୋପୀ ବୋଲନ୍ତି କୃଷ୍ଣେ ଚାହିଁ । ପୂତନା ପ୍ରାଣ ଅଛୁ ଖାଇ । ।୨୩୯
ତୁ କାହିଁ ରଖିବୁ ଆମ୍ଭନ୍ତ । ନିଶ୍ଚୟେ ହୋଇଲୁ କୃତାନ୍ତ । ।୨୪୦
ମରିବୁ ତୋହର ଉପରେ । ଜୀବନ ନ ରହେ ଶରୀରେ । ।୨୪୧
ଭୋ ନାଥ ତୋହର ପୟରେ । କମଳା ସେବେ ନିରନ୍ତରେ । ।୨୪୨
ଆମ୍ଭର ପ୍ରିୟ ଅଟୁ ତୁହି । ଆଶା ନ ଛେଦ ଭାବଗ୍ରାହୀ । ।୨୪୩
ତୋହର ପାଦର ତୁଳସୀ । ମାଳା କରିଣ ବ୍ରହ୍ମରାଶି । ।୨୪୪
କବରୀଭାର ସଜ କରି । ତୋ ପାଦେ ସେବିବୁ ମୁରାରି । ।୨୪୫
ତୋହର ପାଦ ହୃଦଗତେ । ମୁନିଏ ଭଜୁଥାନ୍ତି ନିତ୍ୟେ । ।୨୪୬
ସେ ପାଦେ ପଶିଲୁ ଶରଣ । ଜୀବନ ରଖ ନାରାୟଣ । ।୨୪୭
ତୋ'ର ଚରଣ ନରହରି । ସ୍ତନ-ବଦନ-ଶିରେ ଧରି । ।୨୪୮
ଆମ୍ଭର ତାପ ହୃଦୁଁ ଯିବ । ଶରଣ ରଖ ପଦ୍ମନାଭ । ।୨୪୯
ତୋ'ର ସମ୍ପଦ ଭୋଗ କରି । ତୋ' ମୁଖ ଚାହିଁ ଦିନ ହରି । ।୨୫୦
ତୋ'ର ସୁନ୍ଦର ରୂପ ଦେଖି । ପିଛାଡ଼ି ନ ପାରୁଁ ଯେ ଆଖି । ।୨୫୧
ତୋହର ରୂପ ହୃଦେ ଗୁଣି । ବ୍ରହ୍ମାଣ୍ତେŠ ଯେତେକ ତରୁଣୀ । ।୨୫୨
କେ ଦେହ ଧରିବ ନିର୍ଭରେ । ଶୁଣିଲା ନାହିଁ ତିନିପୁରେ । ।୨୫୩
ତୋ' ରୂପ ଦେଖି ପଶୁ ବନେ । ପୁଲ ହୋନ୍ତି ତରୁଗଣେ । ।୨୫୪
ବୋଲନ୍ତି ଶୁକ ମୁନିବର । ଶୁଣ ହୋ କୃଷ୍ଣ ରସ ସାର । ।୨୫୫
ଦେଖିଣ ଗୋପୀଙ୍କ ବିକଳ । ଦୟା ବସିଲା ଆଦିମୂଳ । ।୨୫୬
ଆନନ୍ଦେ ବେନିଭୁଜ ତୋଳି । ଆସ ବୋଇଲେ ବନମାଳୀ । ।୨୫୭
ବାହୁ ବିସ୍ତାରି କଲେ କୋଳ । ବିଶ୍ୱସ୍ୱରୂପୀ ଆଦିମୂଳ । ।୨୫୮
ଆକର୍ଷି ଆଣି ନିଜ କରେ । ହୃଦେ ଲଗାଇ କୋଳ କଲେ । ।୨୫୯
ଟାକି ଯେ ଥିଲା ଯୋଗମାୟା । ଶୂନ୍ୟରେ ବିକାଶିଲା କାୟା । ।୨୬୦
ଅତ୍ୟନ୍ତ ଦିବ୍ୟରୂପମାନ । ସୁରେଖ ତିଳକ ବଦନ । ।୨୬୧
ଅଙ୍ଗେ ଆଦିତ୍ୟରତ୍ନ ଶୋଭା । ଅଗ୍ନିଧଉତ ବାସ ପ୍ରଭା । ।୨୬୨
କପାଳେ ମଳୟ ଚନ୍ଦନ । ତାମ୍ବୁଳେ ସୁରଙ୍ଗ ବଦନ । ।୨୬୩
ମେଘେ ବିଜୁଳି ଯେହ୍ନେ ଜାଣି । ସୁରେଖ ତିଳକ ତରୁଣୀ । ।୨୬୪
କୃଷ୍ଣର ବେନିଭୁଜେ ପଶି । ତାପ ଛାଡ଼ିଲେ ଶୁଭ୍ରକେଶୀ । ।୨୬୫
ତକ୍ଷଣେ ପାଇଲେ ଜୀବନ । ହରଷ ଗୋପୀଙ୍କର ମନ । ।୨୬୬
କୃଷ୍ଣଙ୍କୁ ବେଢ଼ିଲେ ଯୁବତୀ । ଗଗନେ ଯେହ୍ନେ ତାରାପନ୍ତି । ।୨୬୭
ଗୋପୀଏ ତୋଷମନ ହୋଇ । ପୁଷ୍ପ ତୋଳନ୍ତି ବନେ ଯାଇ । ।୨୬୮
ମାଳା ଗୁନ୍ଥିଲେ ଯତ୍ନ କରି । ବର ବରିଲେ ନରହରି । ।୨୬୯
କାଳିନ୍ଦୀ ବାଲିକୁଦେ ଯାଇ । ଗୋପୀଙ୍କ ମଧ୍ୟେ ଭାବଗ୍ରାହୀ । ।୨୭୦
ଯୋଗମାୟାର ବଳେ ହରି । ଷୋଳସହସ୍ର ରୂପ ଧରି । ।୨୭୧
ହୋଇଲେ ବେନି-ବେନିଜନ । ଗୋପୀ ରମିଲେ ଭଗବାନ । ।୨୭୨
ରତି ପŠଣ୍ତିତ ବଳବନ୍ତ । ତୋଷିଲେ ଗୋପୀଙ୍କର ଚିତ୍ତ । ।୨୭୩
କୃଷ୍ଣରମଣ ରସ ପାଇ । ଜ୍ଞାନ ହାରିଲେ ସର୍ବଗୋଇ । ।୨୭୪
ସବୁରି ଦେହେ ନଖକ୍ଷତ । ସବୁ କୁଚରେ ପଦ୍ମହସ୍ତ । ।୨୭୫
ସକଳେ ଆଲିଙ୍ଗନ ପାଇ । ହରଷ ହୋଇ ସର୍ବଗୋଈ । ।୨୭୬
ମନେ ବିଚାର କଲେ ନାରୀ । ସ୍ୱାମୀର ଗର୍ବ ମନେ ଧରି । ।୨୭୭
ଆମ୍ଭର ପ୍ରାୟ ଭାଗ୍ୟବନ୍ତ । ନାହିଁ ନୋହିବ ଏ ଜଗତ । ।୨୭୮
ରମିଲୁ ଅନାଦି ପୁରୁଷ । ଆମ୍ଭରେ ହରି ହେଲେ ବଶ । ।୨୭୯
କୃଷ୍ଣ ଭକତ ଆମ୍ଭ ପ୍ରାୟେ । ସ୍ୱର୍ଗେ ନୋହିବେ ଦେବତାଏ । ।୨୮୦
ଏମନ୍ତେ ମନେ ଗର୍ବ ବହି । ତାହା ଜାଣିଲେ ଭାବଗ୍ରାହୀ । ।୨୮୧
ଗୋପୀଙ୍କ ଭାବ ଜାଣିବାରେ । ମାୟା ମୋହିଲେ ନଦୀତୀରେ । ।୨୮୨
ଗୋପୀଏ ବୃନ୍ଦାବତୀ ନାମେ । ଥିଲା ସେ କୃଷ୍ଣ ସନ୍ନିଧାନେ । ।୨୮୩
ପୂର୍ବେ ସେ ଅଛି ତପ କରି । ଗୋବିନ୍ଦ ତା'ର ଭୁଜ ଧରି । ।୨୮୪
ଛନ୍ଦିଲେ ଗୋପୀଙ୍କର ମନ । କୃଷ୍ଣ ହୋଇଲେ ଅନ୍ତର୍ଦ୍ଧାନ । ।୨୮୫
ବୋଲଇ ଦାସ ଜଗନ୍ନାଥ । ବନେ ନିରୋପି କୃଷ୍ଣପଥ । ।୨୮୬
ମୋହର ମନ ଗୋଡ଼ାଇଲା । କୃଷ୍ଣଙ୍କୁ ଭେଟ ନ ପାଇଲା । ।୨୮୭
ବାହୁଡ଼ି ହୋଇଲା ନିରାଶ । ସୁଜନେ ବୃନ୍ଦାବନେ ପଶ । ।୨୮୮
ମୁଁ ଅବା ହରିଙ୍କି ଅନାଇଁ । କାହିଁ ପାଇବି ଭାବଗ୍ରାହୀ । ।୨୮୯
ମୁଁ ଅବା କେତେକ ମାତର । କାହିଁ ପାଇବି ଚକ୍ରଧର । ।୨୯୦
ପାମର ହୀନ ମୋ'ର ବୁଦ୍ଧି । କୃଷ୍ଣ ଚରଣେ ମନ ଖେଦି । ।୨୯୧
ମୋ ଛାର ପାଇବଇଁ କାହିଁ । ଯାହାର ଆଦି ଅନ୍ତ ନାହିଁ । ।୨୯୨
ସେ ଦୟାମୟ ହରିପାଦେ । ମନ ମୋ' ରହୁ ଅପ୍ରମାଦେ । ।୨୯୩
ସୁଜନଜନଙ୍କର ହିତ । କହଇ ଦାସ ଜଗନ୍ନାଥ । ।୨୯୪
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ଭଗବତୋ ରସକ୍ରୀଡ଼ାବର୍ଣ୍ଣନଂ ନାମ ତ୍ରିଂଶୋଽଧ୍ୟାୟଃ ।

ଏକତ୍ରିଂଶ ଅଧ୍ୟାୟସମ୍ପାଦନ କରନ୍ତୁ

ଶୁକ ଉବାଚ

ଶୁଣ ରାଜନ ତୋଷମନେ । କୃଷ୍ଣ ଯେ ଗଲେ ଅନ୍ତର୍ଦ୍ଧାନେ । ।୧
ଗୋପଯୁବତୀ ନଦୀକୂଳେ । ଘଡ଼ିକେ ଜାଣିଲେ ସକଳେ । ।୨
କୃଷ୍ଣ ନ ଦେଖି ବନଘୋରେ । ଭୟେ ଚିନ୍ତନ୍ତି ସେ କାତରେ । ।୩
କମ୍ପନ୍ତି ଚଉଦିଗେ ଚାହିଁ । ରଜନୀ ଅଛି ଅର୍ଦ୍ଧ ହୋଇ । ।୪
ଶ୍ରୀକୃଷ୍ଣ ମାୟା ଘେନି ମେଘେ । ମିଳିଲେ ଶଶାଙ୍କର ଲାଗେ । ।୫
ଦେଖି ବିକଳ ଗୋପନାରୀ । ଡ଼ାକନ୍ତି କୃଷ୍ଣ ନାମ ଧରି । ।୬
ଭୋ ନାଥ ଆସ ତୁ ବହନ । ମେଘ ଆଚ୍ଛାଦିଲା ଗଗନ । ।୭
ବିଶେଷେ ଯମୁନାର ତୀରେ । ମେଘ ଅନ୍ଧାର ଘନଘୋରେ । ।୮
ଅନାଥ କରି ଗଲୁ କାହିଁ । ଅନ୍ଧାରେ ପଥ ନ ଦିଶଇ । ।୯
ଏମନ୍ତେ କରନ୍ତି ରୋଦନ । କ୍ଷଣ କ୍ଷଣକେ ଅଚେତନ । ।୧୦
ନିଶି ଅନ୍ଧାର ବନଘୋରେ । ରୋଦନ କଲେ ଉଚ୍ଚସ୍ୱରେ । ।୧୧
ବାଳୁତ ପ୍ରାୟ ହୋଇ କାନ୍ଦି । ଏକ ଅରକେ ଛନ୍ଦାଛନ୍ଦି । ।୧୨
କୃଷ୍ଣର ପ୍ରୀତି ଅନୁରାଗ । ଅଳପ ହାସ ମୁଖ ରଙ୍ଗ । ।୧୩
ମଧୁର ଚାହିଁବାର ରସେ । ମନ ନିବେଶି କୃଷ୍ଣ ପାଶେ । ।୧୪
ବାଳୁତ କାଳୁ ଯେତେ କଲା । ସୁମରି ଗୋବିନ୍ଦର ଲୀଳା । ।୧୫
ମନ ନିବେଶି କୃଷ୍ଣ ଦେହେ । ଗୋପୀପଡ଼ିଲେ ଶୋକ ମୋହେ । ।୧୬
ପୁଣି ଉଠିଲେ ଜ୍ଞାନ ପାଇ । କହନ୍ତି ବାଇ ପ୍ରାୟ ହୋଇ । ।୧୭
କେ ବୋଲେ ମୁହିଁ ନାରାୟଣ । ସେବଲୋ ମୋହରି ଚରଣ । ।୧୮
କେ ବୋଲେ ମୁହିଁ ନନ୍ଦବାଳ । ଦେଖ ମୋ ଶିରେ ଗୁଞ୍ଜାମାଳ । ।୧୯
ପୁଣି ଗୋପୀଏ ଆଗସରି । ବୋଲଇ ମୁହିଁ ନରହରି । ।୨୦
ଦେଖ ମୋଶିଙ୍ଗା ବେଣୁ ବେତ । ମୁଖେ ବଜାଇ ବେନି ହସ୍ତ । ।୨୧
ତ୍ରିଭଙ୍ଗ ଛନ୍ଦେ ଉଭା ହୋଇ । ବୋଲଇ ନନ୍ଦସୁତ ମୁହିଁ । ।୨୨
କେ ବୋଲେ ଦେଖିଲଇଁ ହରି । ସଖୀ ଗୋଟିଏ ସଙ୍ଗକରି । ।୨୩
ଜାଣଇଁ ଏହି ପଥେ ଗଲା । ମୁରଲୀ ଘେନି ନନ୍ଦବାଳା । ।୨୪
ପୁଣି ଉଠିଲେ ଧାତିକାରେ । ପଶିଲେ ଲତାକୁଞ୍ଜ ଘୋରେ । ।୨୫
ଖୋଜନ୍ତି ପଶି ବନେ ବନ । ଡ଼ାକନ୍ତି ଆସ ନନ୍ଦନାନ । ।୨୬
ବାତୁଳଙ୍କର ପ୍ରାୟ ହୋଇ । ପୁଚ୍ଛନ୍ତି ଆକାଶକୁ ଚାହିଁ । ।୨୭
ବୋଲନ୍ତି ଚାହିଁ ତରୁଗଣ । ତୁମ୍ଭେ ଦେଖିଲ ନାରାୟଣ । ।୨୮
କ୍ରୋଟ ଭିତରେ ଥୋଇଅଛ । ଏ କଥା ଅଟଇ ପ୍ରତ୍ୟକ୍ଷ । ।୨୯
ଅଶ୍ୱତ୍‌ଥ ବଟ ଶାଳବୃକ୍ଷେ । ତୁମ୍ଭେ କି ଦେଖିଲ ପ୍ରତ୍ୟକ୍ଷେ । ।୩୦
ପଣସ ଅସନ ବକୁଳ । ଚମ୍ପା ବରୁଣ ନାଗେଶ୍ୱର । ।୩୧
ବିଶେଷେ ଉଚ୍ଚବୃକ୍ଷ ଅଟ । ଦେଖିଯେ ଥିବ ନନ୍ଦଚାଟ । ।୩୨
ତୁମ୍ଭେ ବୋଲିବ କିପାଁ ଲୋଡ଼ । ପରର ପାଇଁ ମୁଣ୍ତŠକୋଡ଼ । ।୩୩
ଏମନ୍ତ ବୋଲ ଅବା ବୃକ୍ଷ । ଆମ୍ଭ ଜୀବନ ନନ୍ଦ ବତ୍ସ› । ।୩୪
ମଧୁର ହାସ୍ୟେ ଆମ୍ଭ ମନ । ବାନ୍ଧିଣ ନେଲେ ନନ୍ଦନାନ । ।୩୫
ହେ କୁରୁବକ ନାଗେଶ୍ୱର । ଚମ୍ପା ପୁନ୍ନାଗ କନିଅର । ।୩୬
ତୁମ୍ଭ ପୀରତି ଘେନି ଚିତ୍ତେ । ଗୋବିନ୍ଦ ଗଲେ କି ଏ ପଥେ । ।୩୭
ତୁ ଯେ ତୁଳସୀ ହରିପ୍ରିୟା । ଲୁଚାଇ କରୁଅଛୁ ମାୟା । ।୩୮
ଗୋବିନ୍ଦ ହୃଦେ ଲମ୍ବିଥାଉ । ଆମ୍ଭେ ପଚାରିଲେ ନ କହୁ । ।୩୯
ଆମ୍ଭେ ତୋ' କଥା ଭଲେ ଜାଣି । ତୁ ଯେ ଆମ୍ଭର ସପତଣୀ । ।୪୦
ମାଳତୀ ମଲ୍ଲୀ ଜାଈ ଯୁଇ । ତୁମ୍ଭେ ଦେଖିଲ ଭାବଗ୍ରାହୀ । ।୪୧
କୃଷ୍ଣର ନଖକ୍ଷତ ଲାଗି । ନପୁଣ ହୋଇଛ ସୁହାଗୀ । ।୪୨
ହେ ଚୂତ ପଣସ ପିଆଳ । ଅସନ ଜମ୍ବୁ କୋବିଦାର । ।୪୩
ବେଲ ବକୁଳ ଲିମ୍ବଯୁଥେ । ଗୋବିନ୍ଦ ଗଲେ କି ଏପଥେ । ।୪୪
ତୁମ୍ଭେ ଯେ ଯମୁନାର ତୀରେ । ଥାଅ ଯେ ଫଳପୁଷ୍ପ ଭରେ । ।୪୫
ପରେଣ କର ଉପକାର । ଏ ତୁମ୍ଭ ମହତ ବିଚାର । ।୪୬
କହ ଶ୍ରୀକୃଷ୍ଣ ଗଲେ କାହିଁ । ମରିବୁ ତା ମୁଖ ନ ଚାହିଁ । ।୪୭
ଯା'ନ୍ତେ ଦେଖିଲେ ବନଦେଶେ । ଅବନୀ ନ ଦିଶଇ ଘାସେ । ।୪୮
ତାହାକୁ ଚାହିଁ ଗୋପନାରୀ । ବୋଲନ୍ତି ଦେଖିଲୁକି ହରି । ।୪୯
ଏଣେ ଯେ ଗଲେ କୃଷ୍ଣ ଧାଇଁ । ତାପାଦ ଲାଗି ତୋର ଦେହୀ । ।୫୦
ପୁଲକ ହୋଇ ଅଛି ଦେଖ । ଆମ୍ଭେ ଯେ ହୋଇଲୁ ନିରେଖ । ।୫୧
ହରିଣୀ ଯୂଥଙ୍କୁ ଅନାଇ । ବୋଲନ୍ତି ଶୋକଭର ହୋଇ । ।୫୨
ଆମ୍ଭେ ଜାଣିଲୁ ସତ୍ୟ ଆଜ । ତୁମ୍ଭେ ଦେଖିଲ ଦେବରାଜ । ।୫୩
ହରି-ଚରଣଯୁଗ ଦେଖି । ନିର୍ମଳ କରିଅଛ ଆଖି । ।୫୪
ଏକ ଗୋପିକା ପଛେ ଥାଇ । ବୋଲଇ ଗୋପୀଙ୍କି ଅନାଇଁ । ।୫୫
କୃଷ୍ଣ ଏବାଟେ ଯାଉଥିଲେ । କୁସୁମମାଳ ଛାଡ଼ିଗଲେ । ।୫୬
ବହନ ଆଣିଲା ସାଉଁଟି । ଦେଖାଇ କୁନ୍ଦମାଳ ଗୋଟି । ।୫୭
ଯେ ନାରୀ କୃଷ୍ଣେ ଘେନିଗଲା । ଏମାଳ ତା'ର ହୃଦେ ଥିଲା । ।୫୮
କୃଷ୍ଣର ଆଲିଙ୍ଗନ କାଳେ । ଛିଡ଼ି ଗୋ ପଡ଼ିଅଛି ତଳେ । ।୫୯
ତେଣୁ ଗୋ ସୁଗନ୍ଧ ଏହାର । ଏବେ ପାଇବା ଦାମୋଦର । ।୬୦
ପ୍ରିୟାର କାନ୍ଧେ ଦେଇ ହାତ । ଏପଥେ ଗଲେ ଗୋପୀନାଥ । ।୬୧
ପଦ୍ମଗୋଟିଏ ଘେନି କରେ । ବୃକ୍ଷଙ୍କ ଫଳପୁଷ୍ପ ଭରେ । ।୬୨
ପଶି ଯେ ଗଲେ ଏଇବାଟେ । ଦେଖିଣ ନମନ୍ତି ଉଚ୍ଚାଟେ । ।୬୩
ପୁଣି ଗୋପିଏ ବୃକ୍ଷେ ଚାହିଁ । ମାଳତୀ ଯା'ର ହୃଦେ ଥାଇ । ।୬୪
ବୋଲଇ କେତେ ସଉଭାଗୀ । ଦେଖ ଗୋ କୃଷ୍ଣ ନଖ ଲାଗି । ।୬୫
ପୁଲକ ହୋଇଛି ଶରୀର । ଯେଣୁ ଲାଗିଲା କୃଷ୍ଣକର । ।୬୬
ଏମନ୍ତେ ହୋଇ ଉନମତ୍ତ । କୃଷ୍ଣର ପାଦେ ଦେଇ ଚିତ୍ତ । ।୬୭
ନଟନାରୀଙ୍କ ହଟମତେ । ଗୁଣ ପ୍ରକାଶ କଲେ ଅନ୍ତେ । ।୬୮
ମିଳିଲେ ମହାବନ ଘୋରେ । କାଳିନ୍ଦୀପୁଲିନ ତଟରେ । ।୬୯
ଉଜ୍ଜ୍ୱଳ ଚନ୍ଦ୍ରମା କିରଣ । ପିକ ଝିଙ୍କାରୀ ଶୁକ ତାନ । ।୭୦
ଏକାନ୍ତ ସ୍ଥାନେ ସର୍ବେ ବସି । କୃଷ୍ଣର ନାମ ଗୁଣ ଘୋଷି । ।୭୧
ଏକ ଗୋପିକା ଆଗ ସରି । କୋଳେ ଚାପିଲା ଗୋପନାରୀ । ।୭୨
ତାହାର କୁଚେ ମୁଖ ଦେଇ । ନିର୍ଭରେ ଦେଲାକ ପକାଇ । ।୭୩
ବୋଲଇ ମୁହିଁ ନାରାୟଣ । ଶୋଷିଲି ପୂତନାର ପ୍ରାଣ । ।୭୪
ମୋତେ ଲୋ ଭଜ ଗୋପନାରୀ । ଚାପଇ କରେ କର ଧରି । ।୭୫
ଏକ ଗୋପିକା ପଛେ ଥିଲା । ଚରଣେ ଛନ୍ଦି ପକାଇଲା । ।୭୬
ବୋଲଇ ମୁହିଁ ଦାମୋଦର । ପାଦେ ଶକଟ କଲି ଚୁର । ।୭୭
ଏକ ଗୋପୀକି କରି କାନ୍ଧେ । ପକାଇ ବୋଲଇ ଆନନ୍ଦେ । ।୭୮
ଦେଖ ମାଇଲି ତୃଣାବର୍ତ୍ତ । ମୁଁ ହାଦେ ଯଶୋଦାର ସୁତ । ।୭୯
କେ ଗୋପୀ ଉଦୁଖଳେ ଟାଣି । ଗୁରୁଣ୍ତେŠ ବଜାଇ କିଙ୍କିଣୀ । ।୮୦
ବୋଲଇ ମୋତେ ସେବାକର । ମୁଁ ସେ ଲୋ ଯଶୋଦାକୁମର । ।୮୧
ମୋ ଗର୍ଭେ ଥିଲାଟି ଜଗତ । ଯାହା ଦେଖିଲା ମୋର ମାତ । ।୮୨
କେ ବେନି ରାମକୃଷ୍ଣ ହୋଏ । ବାଛୁରୀ ଗୋପାଳ ଥୋକାଏ । ।୮୩
ପୁଣି ହିଁ ଏକଇ ଗୋପୀଏ । ହୋଇଲା ବ›ତ୍ସାସୁର ପ୍ରାୟେ । ।୮୪
ଏକ ଗୋପୀଏ ଧରି କରେ । ବୁଲାଇ ପିଟିଲା ବୃକ୍ଷରେ । ।୮୫
ବୋଲଇ ମୁହିଁ ଦାମୋଦର । ଦେଖ ମାଇଲି ବତ୍ସାସୁର । ।୮୬
ଆର ଗୋପୀଏ ବୃକ୍ଷଡ଼ାଳେ । ଧରି ଚିରିଲା ବେନିଫାଳେ । ।୮୭
ବୋଲେ ମୁଁ ଯଶୋଦା କୁମର । ଦେଖ ଚିରିଲି ବକାସୁର । ।୮୮
କେ ବୃକ୍ଷଡ଼ାଳେ ମୁଖ ଦେଇ । ଗୀତ ସୁସ୍ୱରେ ବେଣୁ ବାଇ । ।୮୯
ଏକର କନ୍ଧେ ଦେଇ ହସ୍ତ । ଚାଲଇ ଯେହ୍ନେ ଗୋପୀନାଥ । ।୯୦
ବୋଲଇ ମୁହିଁ ବେଣୁଧର । ଦେଖ ମୋ' ଚାଲିବା ସୁନ୍ଦର । ।୯୧
ପୁଣି ଗୋପୀଏ ଆଗସରି । ବୋଲଇ ହୃଦେ ହସ୍ତ ମାରି । ।୯୨
ଇନ୍ଦ୍ର ଛାରକୁ କିପାଁ ଡ଼ର । ଆଜ ତୋଳିବି ଗିରିବର । ।୯୩
କେତେ ଲୋ ବରଷିବ ଆଜ । ବଜ୍ର ପାଷାଣ ଦେବରାଜ । ।୯୪
ଶାଢ଼ୀ ପାଲଟି ବାମକରେ । ତୋଳିଲା ଅଙ୍ଗୁଳି ଅଗ୍ରରେ । ।୯୫
ଏକ ଗୋପିକା ବେଗେ ଧାଇଁ । ଆରକ ଶିରେ ପାଦ ଦେଇ । ।୯୬
ବୋଲଇ ପଳାଅ କାଳୀୟ । କାଳନ୍ଦୀ ହ୍ରଦରେ ନ ରହ । ।୯୭
ଖଳନାଶନ ବାନା ମୋର । ଅମୃତ କରିବଇଁ ନୀର । ।୯୮
ତୋହର ପ୍ରାୟ ଖଳଜନ । ନାଶିବୁ ଯେତେ ଦୁଷ୍ଟମାନ । ।୯୯
କେ ଗୋପୀ ଡ଼ାକଇ ସୁସ୍ୱରେ । ନୟନ ବୁଜି ଧାତିକାରେ । ।୧୦୦
ଅନଳ ଲିଭାଇବି ମୁହିଁ । ବସଲୋ ମୁଖେ କର ଦେଇ । ।୧୦୧
କେ ଗୋପୀ ଫୁଲମାଳ ଘେନି । କୋପେ ବୋଲଇ ଶିର ଝୁଣି । ।୧୦୨
ଲବଣୀ ଖାଉ ତୁ ଚୋରାଇ । ରୋଳେ ବାନ୍ଧିବି ତୋତେ ନେଇ । ।୧୦୩
ଆକର୍ଷି ପିନ୍ଧିଲା ବସନ । ବାନ୍ଧୁ ଅଛଇ ମନେ ମନ । ।୧୦୪
କେ ଗୋପୀ ଚାଲେ ଗୁଳୁଗୁଞ୍ଜା । କଟୀରେ ରୋଳ ବସ୍ତ୍ର ସଞ୍ଜା । ।୧୦୫
ବୋଲଇ ମୁହିଁ ନାରାୟଣ । ଭାଙ୍ଗିଲି ଯାମଳା ଅର୍ଜୁନ । ।୧୦୬
ଏମନ୍ତେ କୃଷ୍ଣ ଗୁଣମାନ । ଦେହେ ପୁରୋଇ ଗୋପୀଜନ । ।୧୦୭
କଳ୍ପନା ଭାବେ ଗୁଣ ବହି । ଯେ ଆତ୍ମା ପୂ‰ର୍ଣ୍ଣାନନ୍ଦ ଦେହି । ।୧୦୮
ହେ ନୃପ ସଂଶୟ ନ କର । ଯେ ଗୋପୀ-ଗୋଧନ ଗୋପାଳ । ।୧୦୯
ଦ୍ୱାଦଶ ବୃନ୍ଦାବନ ଯେତେ । ସବୁ ହିଁ କୃଷ୍ଣ ଗର୍ଭଗତେ । ।୧୧୦
ଯେ ହରି ସେହୁ ଗୋପନାରୀ । ଗୋପୀ ଗୋପାଳ କୃଷ୍ଣସରି । ।୧୧୧
ଏମନ୍ତେ ଗୋପୀ ବାଇପଣେ । ରାତ୍ରେ ବୁଲନ୍ତି ବନେ ବନେ । ।୧୧୨
ଯାଉଁ ଦେଖିଲେ ବାଲିକୁଦ । ପଡ଼ିଛି ଗୋବିନ୍ଦର ପାଦ । ।୧୧୩
ଚିହ୍ନିଲେ କୃଷ୍ଣପାଦ ବୋଲି । ଗୋପୀ ଧାଇଁଲେ ପେଲାପେଲି । ।୧୧୪
ଧ୍ୱଜ ଅଙ୍କୁଶ ପଦ୍ମଚିହ୍ନ । ଦେଖି ଆନନ୍ଦ କଲେ ମନ । ।୧୧୫
କୃଷ୍ଣର ପାଦ ଅନୁସରି । ବନେ ଚାଲନ୍ତି ଗୋପନାରୀ । ।୧୧୬
ପୁଣି କେତେହେଁ ଦୂର ଯାଇ । ବୋଲନ୍ତି କୃଷ୍ଣ ପାଦ ଚାହିଁ । ।୧୧୭
ଦେଖ ଗୋ ଚରଣ ପାଖର । ପଡ଼ିଛି କାହାର ପୟର । ।୧୧୮
ଯାହାକୁ କୃଷ୍ଣ ଘେନିଗଲା । ସେ ତା'ର ପାଶେ ଯାଉଥିଲା । ।୧୧୯
ଧନ୍ୟଗୋ ତାହାର ଜୀବନ । ମୋହିଲା ଯଶୋଦା ନନ୍ଦନ । ।୧୨୦
କେତେ ଏ କୃଷ୍ଣେ ଆରାଧିଲା । ଏକାନ୍ତେ କୃଷ୍ଣଙ୍କୁ ରମିଲା । ।୧୨୧
ଯେ ପାଦ ବ୍ରହ୍ମା ତ୍ରିପୁରାରି । ଲଭିବା ପାଇଁ ଆଶା କରି । ।୧୨୨
ଲକ୍ଷ୍ମୀ ଯା ସେବଇ ନିରତେ । ଏ ତାହା ଲଭିଲା ଏକାନ୍ତେ । ।୧୨୩
ତାହାର ପାଦ ବ‰ର୍ଣ୍ଣ ଚିହ୍ନ । ଦହଇ ଆମ୍ଭର ଜୀବନ । ।୧୨୪
କୃଷ୍ଣ ଅଧର ସୁଧାପାନ । ଯାହାଟି ଗୋପୀଙ୍କ ଜୀବନ । ।୧୨୫
ଏକାନ୍ତେ ନେଇ ପାନ କଲା । କେତେ ଗୋ ତପ କରିଥିଲା । ।୧୨୬
ପୁଣି ନଦେଖିଲେ ପୟର । ଗହଳେ ଅଛି ତୃଣାଙ୍କୁର । ।୧୨୭
ବୋଲନ୍ତି କୋମଳ ତା' ପାଦ । ଯେଣୁ ପାଇଲା ତୃଣେ ଖେଦ । ।୧୨୮
ତେଣୁ ତାହାକୁ କନ୍ଧେ କଲେ । ନ ଦିଶେ ପାଦଚିହ୍ନ ଭଲେ । ।୧୨୯
ପୁଣି କ୍ଷଣକେ ପାଦ ଦେଖି । ଗୋପୀଏ ଚାହାନ୍ତି ନିରେଖି । ।୧୩୦
ଦେଖ ଗୋ କୃଷ୍ଣ ପୟର । ଅଧିକେ ଦିଶଇ ଗଭୀର । ।୧୩୧
ଯାହାକୁ କୃଷ୍ଣ ନେଉଥିଲା । ସେ ବାମା ଫୁଟିଣ ରହିଲା । ।୧୩୨
କନ୍ଧେ ବସାଇ ନେଲା ପ୍ରାୟେ । ପାଦ ଗଭୀର ଦେଖ ମାଏ । ।୧୩୩
କୃଷ୍ଣ ଯାହାକୁ ନେଉଥିଲା । ଏଠାରେ କବରୀ ଖସିଲା । ।୧୩୪
କନ୍ଧୁ ଓହ୍ଲାଇ ତା'ର ଅର୍ଥେ । ଫୁଲ ତୋଳିଲା ପରା ଏଥେ । ।୧୩୫
ଅଗ୍ରପାଦରେ ଠିଆ ହୋଇ । ଦେଖ ଏ ଚିହ୍ନି ତ ଦିଶଇ । ।୧୩୬
ବସିଣ ଖୋଷିଛି କବରୀ । ପିଚା ଆକୃତି ଅନୁସରି । ।୧୩୭
ପାଦ ଉପରେ ତା'କୁ ତୋଳି । ଦେଖ ଗୋ ଫୁଲ ଅଛି ପଡ଼ି । ।୧୩୮
ରମଣ କଲା ତା'ର ତୁଲେ । କଥା ଥୋଇଲା ମହୀତଳେ । ।୧୩୯
ଦେଖ କାମିନୀ ଦୁଷ୍ଟପଣ । ବଶ ଗୋ କଲା ନାରାୟଣ । ।୧୪୦
ଶୁଣ ପରୀକ୍ଷ ରାସକେଳି । ଯାହାକୁ ନେଇ ବନମାଳୀ । ।୧୪୧
ସେ ଗୋପୀ କୃଷ୍ଣ ପଛେ ଥାଇ । ଗରବ ମନେ ବିଚାରଇ । ।୧୪୨
ମୁଁ ଯେ ମୋହିଲି ହରି ଚିତ୍ତ । ମୋ ତହୁଁ ନାହିଁ ଭାଗ୍ୟବନ୍ତ । ।୧୪୩
ତାହା ଜାଣିଲେ ଭାବଗ୍ରାହୀ । ଗର୍ବ ବହିଲା ଏହା ଦେହୀ । ।୧୪୪
ମାୟା ମୋହିଲେ ଗୋପୀ ମନ । କୃଷ୍ଣଙ୍କୁ ବୋଲଇ ବଚନ । ।୧୪୫
ଭୋ ନାଥ ନ ପାରଇ ଯାଇ । ନିଅତୁ କନ୍ଧରେ ବସାଇ । ।୧୪୬
ମୋହରେ ଅଛି ଯେବେ ମନ । ବିଶେଷେ ଘୋର ବୃନ୍ଧବନ । ।୧୪୭
ମୁଁ ଏବେ ନ ପାରଇ ଚାଲି । ଶୁଣି ହସିଲେ ବନମାଳୀ । ।୧୪୮
ବୋଇଲେ ବସ ମୋର କାନ୍ଧେ । କୃଷ୍ଣ ବସିଲେ ବାଲିକୁଦେ । ।୧୪୯
ଶୁଣି ଗୋପିକା ତୋଷ ହୋଇ । ବସିଲା କୃଷ୍ଣକାନ୍ଧେ ଯାଇ । ।୧୫୦
ଉଠିଲେ ପ୍ରଭୁ ଚକ୍ରଧର । କାମିନୀ ଧରିଅଛି ଶିର । ।୧୫୧
କେତେ ହେଁ ଦୂର ବନେ ଯାଇ । ଅନ୍ତର ହେଲେ ଭାବଗ୍ରାହୀ । ।୧୫୨
ଗୋପୀ ପଡ଼ିଲା ମୁଖ ମାଡ଼ି । ଅଧର ଓଷ୍ଠ ଗଲା ଛିଡ଼ି । ।୧୫୩
ଦଣ୍ତେŠ ହୋଇଲା ମୂରୁଛିତ । ଉଠି ଲୋଡ଼ଇ ଗୋପୀନାଥ । ।୧୫୪
ସେ କାହିଁ ପାଇବ ମୁରାରି । ଗର୍ବଗଞ୍ଜନ ନରହରି । ।୧୫୫
ବିକଳେ ଚଉଦିଗେ ଚାହିଁ । କାନ୍ଦଇ ମୁଣ୍ତେŠ କର ଦେଇ । ।୧୫୬
ଆସ ବହନ ଗୋପୀନାଥ । ଗହଳେ ନ ଦିଶଇ ପଥ । ।୧୫୭
ମୋତେ ନିଶ୍ଚୟେ ନାଶ କଲୁ । ଗୋପୀଙ୍କ ସଙ୍ଗ ଛଡ଼ାଇଲୁ । ।୧୫୮
ପୂର୍ବର ଭାଗ୍ୟେ ତୋତେ ଦେଖି । ଏବେ ହୋଇଲି ନିରିମାଖୀ । ।୧୫୯
ଏକା କରିଣ ମୋତେ ଆଣି । ସୁଖେ ରମିଲୁ ବେଣୁପାଣି । ।୧୬୦
ମୁଁ ଦୁଃଖୀ କଲି ଦ୍ରୋହ କର୍ମ । ମତ୍ତେ ଦୋଇଲି ମତିଭ୍ରମ । ।୧୬୧
କନ୍ଧରେ ବସାଅ ବୋଇଲି । ଅଜ୍ଞାନେ ଦେହ ପାସୋରିଲି । ।୧୬୨
ଅବଳାଜନ୍ମ ମାତ୍ର କେତେ । ଯହୁଁ ମୁଁ ରମିଲି ଏକାନ୍ତେ । ।୧୬୩
କି ଦୋଷ କଲି ମୁହିଁ ତୋରେ । ନିବେଶି ଗଲୁ ବନଘୋରେ । ।୧୬୪
ଏମନ୍ତେ କାନ୍ଦଇ ତରୁଣୀ । କୃଷ୍ଣ ହସିଲେ ତାହା ଶୁଣି । ।୧୬୫
ଭାବକୁ ନିକଟ ଗୋସାଇଁ । ଭାବେ ପାଲଟାବସ୍ତ୍ର ବହି । ।୧୬୬
ନିକଟେ ଥାଇ ନ ଦିଶନ୍ତି । ଗରବ କ୍ଷଣେ ନ ସହନ୍ତି । ।୧୬୭
ଗୋପୀଏ ଯାଉଥିଲେ ବନେ । ତା'ର ରୋଦନ ଶୁଣି କର୍ଣ୍ଣେ । ।୧୬୮
ନିକଟେ ମିଳିଲେ ତାହାର । ତୋଳିଲେ ଧରି ବେନି କର । ।୧୬୯
ସଚେତ କରି ପଚାରିଲେ । ବୋଇଲେ ଥିଲୁ କୃଷ୍ଣ ତୁଲେ । ।୧୭୦
ଏକା କରିଣ ତୋତେ ଆଣି । କି କି ଗୋ କଲେ ବେଣୁପାଣି । ।୧୭୧
ପୁରୁଷ ଦଇନ୍ୟ ବେଭାର । ପକାଇ ହୋଇଲା ଅନ୍ତର । ।୧୭୨
ତୋତେ ପକାଇ ଘୋରବନେ । ଗୋବିନ୍ଦ ଗଲେ କେଉଁସ୍ଥାନେ । ।୧୭୩
ଏଡ଼େ ନିଷ୍ଠୁର ତା'ର ଦେହୀ । ପୂତନା ପ୍ରାଣ ଅଛି ଖାଇ । ।୧୭୪
ଅନେକ ହତ୍ୟା ଅଛି କରି । ଏବେ ଖାଇବ ଗୋପନାରୀ । ।୧୭୫
ଅଇଲୁ ତା'ର ବେଣୁସ୍ୱନେ । ଘୋର ଗହନ ବୃନ୍ଦାବନେ । ।୧୭୬
ଛାଡ଼ିଲୁ ଗୃହ ସୁତ କାନ୍ତ । ଏବନେ ହୋଇଲୁଁ ଅନାଥ । ।୧୭୭
ଏମନ୍ତ ପଥ ଅନୁସରି । କାନ୍ଦନ୍ତି କୃଷ୍ଣଙ୍କୁ ସୁମରି । ।୧୭୮
ସଖୀକି ହୃଦେ କୋଳକରି । କାନ୍ଦନ୍ତି ଷୋଳସସ୍ର ନାରୀ । ।୧୭୯
ସାହେର ଶବଦ ରୋଦନ । ଉଚ୍ଚବିଳାପ ବହୁସ୍ୱନ । ।୧୮୦
ଚେତନା କରଇ ଅଥିର । ହୃଦରେ କ୍ରୋଧ ଗୁରୁତର । ।୧୮୧
ସଖୀକି ପଚାରନ୍ତି ପୁଣି । କାହିଁ ଛାଡ଼ିଲୁ ବେଣୁପାଣି । ।୧୮୨
ସେ ନାରୀ ସଖୀ ଆଗେ କହି । ଯାହା ସେ କଲେ ଭାବଗ୍ରାହୀ । ।୧୮୩
ତାହାର ଗର୍ବମାନ ଯେତେ । କହିଲା ସଖୀଙ୍କ ଅଗ୍ରତେ । ।୧୮୪
ଶୁଣି ବିକଳ ଗୋପନାରୀ । ଉଚ୍ଚେ ବିଳାପଧ୍ୱନି କରି । ।୧୮୫
କାନନେ ପଶିଲେ ସକଳେ । ଷୋଳସହସ୍ର ଏକାବେଳେ । ।୧୮୬
ବୃକ୍ଷଗହଳ ଛାୟା ଦେଖି । ଅନ୍ଧାର ପ୍ରାୟ ଉପଲକ୍ଷ୍ୟି । ।୧୮୭
ଭୟେ ବାହୁଡ଼ିଲେ ସକଳେ । ପୁଣି ମିଳିଲେ ନଦୀକୂଳେ । ।୧୮୮
ମନ ନିବେଶି କୃଷ୍ଣପାଦେ । କାନ୍ଦନ୍ତି ଶୋକ ଗଦଗଦେ । ।୧୮୯
ଦେହ-ସଂସାର ପାସୋରିଲେ । ମରଣପଥ ଆବୋରିଲେ । ।୧୯୦
କୃଷ୍ଣଚରଣେ ମନ ଦେଇ । କାନ୍ଦନ୍ତି ଶୋକଭର ହୋଇ । ।୧୯୧
ନିର୍ମଳ ବାଲୁକା ବିଶେଷି । ସକଳ ସଖୀ ତହିଁ ବସି । ।୧୯୨
ସମାଧି ଯୋଗଧ୍ୟାନ ପ୍ରାୟେ । କୃଷ୍ଣ ଚରଣେ କରି ଲୟେ । ।୧୯୩
କୋଟି ସମ୍ପଦ ଦୂର କଲେ । ବ୍ରହ୍ମପ୍ରଦୀପ ଦେଖାଇଲେ । ।୧୯୪
ସେ ଗୋପୀ ଗୋବିନ୍ଦର ପାୟେ । ସୁଜନ ଜନ କର ଲୟେ । ।୧୯୫
ହରିଚରିତ ଭାଗବତ । ଅମୃତ ରସମୟ ଗୀତ । ।୧୯୬
ଏଣେ କରିବା ମନତୋଷ । କହଇ ଜଗନ୍ନାଥ ଦାସ । ।୧୯୭
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ରାସକ୍ରୀଡ଼ାୟାଂ କୃଷ୍ଣାନ୍ୱେଷଣଂ ନାମ ଏକତ୍ରିଂଶୋଽଧ୍ୟାୟଃ । ।

ଦ୍ୱାତ୍ରିଂଶ ଅଧ୍ୟାୟସମ୍ପାଦନ କରନ୍ତୁ

ଶୁକ ଉବାଚ

ଗୋପୀଏ ବସି ବାଲିକୁଦେ । କାନ୍ଦନ୍ତି ଶୋକ ଗଦଗଦେ । ।୧

ଗୋପୀଜନ ଉବାଚ

ଭୋ ନାଥ ଯଶୋଦା କୁମର । ତୋ ଜନ୍ମ କାଳୁଁ ଗୋପପୁର । ।୨
ଦାରିଦ୍ର୍ୟ ଦୁଃଖ ତ ନ ଜାଣି । ଆମ୍ଭର ଘରେ କମଳିନୀ । ।୩
ଅନେକ ହୋଇଲା ସମ୍ପଦ । କେ କହୁ ଆମ୍ଭର ଆନନ୍ଦ । ।୪
ଆମ୍ଭ ଜୀବନ ଅଟୁ ତୁହି । ତୋ ତହୁଁ ଅନ୍ୟ ଗତି ନାହିଁ । ।୫
ତୋ'ର ସମ୍ପଦ ଭୋଗ କରି । ତୋ' ମୁଖ ଚାହିଁ ଦିନ ହରି । ।୬
ମୁରଲୀନାଦେ ଅଣାଇଲୁ । ମୁଖୁଁ ଅମୀୟରସ ଦେଲୁ । ।୭
ଘୋର-ଗହନ-ବନେ ଥୋଇ । ଅନାଥ କରି ଗଲୁ କାହିଁ । ।୮
ଏବେ ଦେଖାଅ ପଦ୍ମମୁଖ । ବାରେ ଜୀବନ ଆମ୍ଭ ରଖ । ।୯
ତୋହର ଆଶେ ବ୍ରଜନାରୀ । ଏ ବନେ ତୋତେ ଅନୁସରି । ।୧୦
ଆମ୍ଭର ଆରତ ବିନାଶୁ । କୋଟିଏ କାମ ପ୍ରାୟେ ଦିଶୁ । ।୧୧
ତୋ'ର ସେବକ ଦୁଃଖ ନାଶୁ । ନିରେଖଜନଙ୍କୁ ଆଶ୍ୱାସୁ । ।୧୨
ତୋର ସେବକ ଆମ୍ଭେମାନେ । ତୋ ମୁଖ ନ ଦେଖୁଁ ନୟନେ । ।୧୩
ପଥ ନ ଦିଶେ ରାତ୍ରକାଳେ । ବୁଡ଼ାଇ ଗଲୁ ଶୋକଜଳେ । ।୧୪
ଭୋ ନାଥ କମଳଲୋଚନ । ଦେଖାଅ ନିର୍ମଳ ବଦନ । ।୧୫
ତୋ' ମୁଖକମଳର ତେଜେ । ଶରଦ-ପଦ୍ମ-ଶିରୀ ଗଞ୍ଜେ । ।୧୬
ସେ ଧନେ କିଣିଲୁ ଆମ୍ଭନ୍ତ । ଏ ବନେ କଲୁ ତୁ ଅନାଥ । ।୧୭
ସୁରତନାଥ ତୁ ଆମ୍ଭର । କିଣିଲା ଦାସୀ ଆମ୍ଭେ ତୋ'ର । ।୧୮
ଯାହାକୁ କିଣି ଧନ ଦେଇ । କେ ତାହା ଛାଡ଼େ ଭାବଗ୍ରାହୀ । ।୧୯
ସେ କି ନୋହଇ ତା'ର ବଧ । ବେଦ ପୁରାଣେ ଏହି ବାଦ । ।୨୦
ଅନେକ ଦୁଖୁଁ ଅଛୁ ରଖି । ଏବେ ତୁ କଲୁ ନିରିମାଖୀ । ।୨୧
ବକ ଉଦକ ଅଘାସୁର । ଇନ୍ଦ୍ର ବରଷା ମହାଘୋର । ।୨୨
ବନ ଅନଳ ଷଣ୍ଢା ମୁଖୁଁ । ତୁ ନାଥ ରଖିଛୁ ଆମ୍ଭଙ୍କୁ । ।୨୩
ତୋହର ପାଦ ଆଶ୍ରେ କରି । ଜନ୍ମ ମରଣକୁ ନ ଡ଼ରି । ।୨୪
ତୁ ନୋହୁଁ ଯଶୋଦା କୁମର । ଜୀବନ ଅଟୁ ପ୍ରାଣୀଙ୍କର । ।୨୫
ସକଳ ଜନ୍ତୁ ହୃଦେ ଥାଇ । ଅନ୍ତର ଜାଣୁ ଭାବଗ୍ରାହୀ । ।୨୬
ତୋତେ ଚିନ୍ତିଲା ବେଦବର । ନାଶିଲୁ ଅବନୀର ଭାର । ।୨୫୭
ତେଣୁ ଯାଦବକୁଳେ ଜାତ । ତୋହର ନାହିଁ ଆଦି ଅନ୍ତ । ।୨୮
ଭୋ ବୃଷ୍ଣିବଂଶ ଚୂଡ଼ାମଣି । ଆମ୍ଭର ଶିରେ ଦିଅ ପାଣି । ।୨୯
ତୋହର କର ବ୍ରହ୍ମରାଶି । ଜନ୍ମ ମରଣ ଭୟ ନାଶି । ।୩୦
ପଦ୍ମ ହୁଁ ଅତି ସୁକୁମାର । କମଳା ବରିଅଛି ବର । ।୩୧
ତୋହର ପାଦପଦ୍ମ ଦୁଇ । ବନେ ଗୋରୁଙ୍କ ପଛେ ଥାଇ । ।୩୨
ପ୍ରଣତଦେହୀ ପାପ ନାଶ । ଜଳଧିତନୟାନିବାସ । ।୩୩
ସହସ୍ର ଫଣା କାଳୀୟର । ସୁନ୍ଦର କଲା ଯେ ପୟର । ।୩୪
ଆମ୍ଭର କୁଚେ ତା' ଲଗାଅ । କାମ ଅନଳ ତୁ ଲିଭାଅ । ।୩୫
ତୋହର ମଧୁର ବଚନ । ହୃଦେ ଭାବନ୍ତି ମୁନିଜନ । ।୩୬
ଆମ୍ଭେ ତୋହର ପରିବାରୀ । ମୂର୍ଚ୍ଛିତ ହୋଇଲୁ ମୁରାରି । ।୩୭
ତୋ'ର ଅଧରୁ ସୁଧା ଦେଇ । ଜୀବନ ରଖ ଭାବଗ୍ରାହୀ । ।୩୮
ତୋ'ର ଚରିତ ସୁଧାବାରି । ଶ୍ରୁତିଯୁଗଳେ ପାନ କରି । ।୩୯
ଜନ୍ମ ମରଣ ତାପ ନାଶେ । ଦୂରିତମାନ ଦେହୁ ଧ୍ୱଂସେ । ।୪୦
ମଙ୍ଗଳ କରେ ଶ୍ରୁତିପଥେ । ଯେ ଯାହା ବିଚାରେ ଜଗତେ । ।୪୧
ତେଣେ ଯେ ହୋଇ ଉନମତ୍ତା । ସେ ନର ଚଉବର୍ଗଦାତା । ।୪୨
ତୋ' ଦରହସିତ ବଦନ । କୋମଳ ମଧୁର ବଚନ । ।୪୩
ଧ୍ୟାନମଙ୍ଗଳ ତୋ' ବିହାର । ଏକାନ୍ତ କଥା ହୃଦହାର । ।୪୪
କପଟ ପ୍ରାୟ ତୋ'ର ରୀତି । ଆମ୍ଭର ମନ ଏ ଦହନ୍ତି । ।୪୫
ତୁନାଥ ଗୋରୁଙ୍କର ମେଳେ । କାନନେ ଯାଉ ଯେତେବେଳେ । ।୪୬
କୋମଳ ପାଦପଦ୍ମ ଚାହିଁ । ଆମ୍ଭର ହୃଦୟ ଦହଇ । ।୪୭
କଣ୍ଟା ପାଷାଣ ତୃଣ ଲାଗି । ନ ପୁଣ ହୋଏ ଦୁଃଖଭୋଗୀ । ।୪୮
ଯେବେ ଲୋଚନେ ଦେଖୁଁ ତାହା । ତେବେ ସେ ସ୍ଥିର ହୋଏ ହିଆ । ।୪୯
ବନୁ ଯେ ଆସୁ ଦିନଅନ୍ତେ । ଆତୁର ହୋଇ ଦେଖୁଁ ପଥେ । ।୫୦
କପୋଳେ କୁଟୀଳ କୁନ୍ତଳ । ହୃଦେ ଲମ୍ବଇ ବନମାଳ । ।୫୧
ଗୋରଜ ଦେଖି ତୋ'ର ଦେହେ । ଆମ୍ଭ ଜୀବନ କାମ ଦହେ । ।୫୨
ତୋ'ର ଅଭୟ ପଦ୍ମ‌ପାଦ । ଶରଣଜନଙ୍କ ସମ୍ପଦ । ।୫୩
କମଳା ଦଣ୍ତେŠ ନ ଛାଡ଼ଇ । ଆପଦ କାଳେ ଯାହା ଧ୍ୟାୟି । ।୫୪
ଅନେକ ସୁଖ ପ୍ରସରଇ । ରଖ ଆମ୍ଭଙ୍କୁ ସ୍ତନେ ଦେଇ । ।୫୫
ସୁରତ ପଣେ ବଳୀୟାର । ଶୋକ ବିନାଶେ ପ୍ରାଣୀଙ୍କର । ।୫୬
ସୁସ୍ୱର ବେଣୁ ଯେ ଅଧରେ । ଜନ୍ମ ମରଣ ତାପ ହରେ । ।୫୭
ତୁ ସେ ଅଧର ସୁଧାରସ । ଦେଇ ଆମ୍ଭର ମନ ତୋଷ । ।୫୮
ଗୋରୁ ଚରାଇ ଯାଉ ବନେ । ତୋତେ ନ ଦେଖିଲେ ନୟନେ । ।୫୯
ନିମିଷ ଯୁଗ ପ୍ରାୟ ମଣୁ । ଗୁରୁ ଗଉରବ ନ ଗଣୁ । ।୬୦
ତୁଯେତେବେଳେ ଗୋପେ ପଶୁ । ପଥେ ମୁରଲୀ ନାଦ ଘୋଷୁ । ।୬୧
କୁଟୀଳ-କୁନ୍ତଳ-ବଦନ । ଦେଖି ନ ଚଳଇ ନୟନ । ।୬୨
ପତି ତନୟ ବନ୍ଧୁ ଭାଇ । ଆମ୍ଭେ ତେଜିଲୁ ତୋ'ର ପାଇଁ । ।୬୩
ସୁସ୍ୱରେ ଗାଉ ବେଣୁଗୀତ । ଆମ୍ଭେ ହୋଇଲୁ ମୂରୁଛିତ । ।୬୪
ରାତ୍ରେ ଆଣିଲୁ ଘୋରବନେ । ଆମ୍ଭଙ୍କୁ ତେଜିଲୁ କେସନେ । ।୬୫
ଏଡ଼େ ନିŸର୍ଦ୍ଦୟ ତୋ'ଶରୀର । ବିଶ୍ୱାସ ନାଶିଲୁ ଆମ୍ଭର । ।୬୬
ଶୁଣି ତୋ' ଏକାନ୍ତ ବଚନ । ହୃଦୟ ଦହଇ ମଦନ । ।୬୭
ଅଳପ ହାସ୍ୟ ମୁଖ ଦେଖି । ପିଛାଡ଼ି ନ ପାରୁ ଯେ ଆଖି । ।୬୮
ତୋହର ଶ୍ରୀମୁଖ ଅନାଇଁ । ଆମ୍ଭର ମନ ନ ରହଇ । ।୬୯
ଆମ୍ଭ ଆରତ ଖଣ୍ତିବାରେ । ତୋର ଜନମ ଗୋପପୁରେ । ।୭୦
ସୁଫଳ କରଇ ସଂସାର । ଦେହୁ ଖଣ୍ତŠଇ ତମଘୋର । ।୭୧
ତୋ' ପାଦୁଁ ଆନଗତି ନାହିଁ । ନିରାଶ ନ କର ଗୋସାଇଁ । ।୭୨
ଯେବଣ ପାଦ ଆମ୍ଭେ ଧରି । ସ୍ତନେ ନ ଚାପୁ ଗୋପନାରୀ । ।୭୩
କର୍କଶସ୍ତନ ଯେ ଆମ୍ଭରି । ପ୍ରାସ କରିବ ବୋଲି ଡ଼ରି । ।୭୪
ସେ ବେନିପାଦେ ତୃଣାଙ୍କୁରେ । ଏବେ ଚାଲିଲୁ ବନଘୋରେ । ।୭୫
ନ ପୁଣ କ୍ଷତ ହୋଏ ପାଦ । ମନରେ ଲଭୁଛୁଁ ବିଷାଦ । ।୭୬
ତୋହର ଦାସ ଜଗନ୍ନାଥ । ସେ ପାଦେ ରଖ ଗୋପୀନାଥ । ।୭୭
ବୁଡ଼ିଲି ଘୋର ଭବଜଳେ । ଉଦ୍ଧରି ଥୁଅ ନେଇ କୂଳେ । ।୭୮
ପୁରାଣରସ ଭାଗବତ । କହଇ ଦାସ ଜଗନ୍ନାଥ । ।୭୯
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ରାସକ୍ରୀଡ଼ାୟାଂ ଗୋପୀଗୀତଂ ନାମ ଦ୍ୱାତ୍ରିଂଶୋଽଧ୍ୟାୟଃ । ।

ତ୍ରୟତ୍ରିଂଶ ଅଧ୍ୟାୟସମ୍ପାଦନ କରନ୍ତୁ

କହନ୍ତି ଶୁକ ମହାମୁନି । ଶୁଣ ରାଜନ ଚୂଡ଼ାମଣି । ।୧
ଏମନେ ବନେ ଗୋପନାରୀ । କାନ୍ଦନ୍ତି କୃଷ୍ଣନାମ ଧରି । ।୨
ଜୀବନ କୃଷ୍ଣପାଦେ ଦେଇ । ଦିଶ-ଆକାଶ ନ ଦିଶଇ । ।୩
ରୋଦନ ଉଚ୍ଚସ୍ୱରେ ଧ୍ୱନି । କ୍ଷତ ହରିଣୀପ୍ରାୟେ ଜାଣି । ।୪
ଗୋପୀଙ୍କ ରୋଦନ ଶବଦ । ରାତ୍ରେ କୋକିଳସ୍ୱର ନାଦ । ।୫
ଶୁକ ଝିଙ୍କାରୀ ପକ୍ଷୀକୁଳ । ଶୁଣିଲେ ଗୋପୀଙ୍କ ବିକଳ । ।୬
ପୃଥ୍ୱୀ ସହିତେ ଶୋକ କରି । ଆକାଶ ଦିଗେ ଧ୍ୱନି ପୂରି । ।୭
ଶ୍ରୀହରି ନାମ କୀରିତନ । ରୋଦନ କରି ଅଚେତନ । ।୮
ଭକ୍ତବତ୍ସ›ଳ ଦୟାନିଧି । ଶରଣ ସୋଦର ବାରିଧି । ।୯
ଭକତଜନ ମୋକ୍ଷପାଳ । ଶୁଣିଲେ ଗୋପୀଙ୍କ ବିକଳ । ।୧୦
ଭାବକୁ ନିକଟ ମୁରାରି । ଗର୍ବ ଯେ କଲେ ଗୋପନାରୀ । ।୧୧
ବନେ ଅନେକ ଦୁଃଖ ଦେଇ । ତୋଷ ହୋଇଲେ ଭାବଗ୍ରାହୀ । ।୧୨
ଯେସନେ ଜଳଦେ ବିଜୁଳି । ଗୋପୀଙ୍କ ମଧ୍ୟେ ଯାଇ ମିଳି । ।୧୩
ନୀଳ ଶରୀର ପୀତବାସ । ମୁଖପଙ୍କଜେ ମନ୍ଦହାସ । ।୧୪
କଣ୍ଠେ ଲମ୍ବଇ ବନମାଳ । ସୁନ୍ଦର ମଦନଗୋପାଳ । ।୧୫
ଭୁଜ ବିସ୍ତାରି ନରହରି । ଡ଼ାକନ୍ତି ଆସ ଗୋପନାରୀ । ।୧୬
ଗୋପୀ ଚାହିଁଲେ ତାହା ଶୁଣି । ମଧ୍ୟେ ବିଜୟ ଚକ୍ରପାଣି । ।୧୭
ଜୀବନ ପାଇଲେ ସକଳେ । ଗୋପୀ ଉଠିଲେ ଏକାବେଳେ । ।୧୮
ପତଙ୍ଗଅନଳକୁ ଚାହିଁ । ଯେହ୍ନେ ପଡ଼ନ୍ତି ବେଗେ ଧାଇଁ । ।୧୯
ବହନ ବେଢ଼ିଲେ ମୁରାରି । ଧନ୍ୟଜୀବନ ବ୍ରଜନାରୀ । ।୨୦
ପରମଆତ୍ମା ପୁରୁଷକୁ । ପାଇଣ ଦମ୍ଭ କଲେ ବୁକୁ । ।୨୧
ଅଙ୍ଗୁଳି ଛନ୍ଦନ୍ତି କେ କରେ । ଚରଣ ଭିଡ଼ନ୍ତି ନିର୍ଭରେ । ।୨୨
କେ ବାହୁମୂଳେ କୋଳ କଲା । କେ ପାଦ ଅଙ୍ଗୁଳି ଧଇଲା । ।୨୩
କେ ପିଠି କୋଳକରି ରହି । କେ ଜାନୁ ଧଇଲାକ ଯାଇ । ।୨୪
କେ ମୁଖେ ମୁଖଭରି ଚାହେଁ । କେ ସ୍ତମ୍ଭ ପ୍ରାୟେ ହୋଇ ରହେ । ।୨୫
କେ ଗୋପୀ ନୟନ ଆକର୍ଷି । କଟାକ୍ଷ ଭାବେ ଦରହାସି । ।୨୬
ବେଢ଼ି ଧଇଲେ ନାରାୟଣ । ବିଚିତ୍ର ଭଙ୍ଗିମା କରିଣ । ।୨୭
ପଣତେ ବାନ୍ଧି ବନମାଳୀ । ଆନନ୍ଦେ ଦେଲେ ହୁଳହୁଳି । ।୨୮
କେ କୁଚ ପରେ ଆଲିଙ୍ଗନ । କେ ମୁଖେ ଦିଅନ୍ତି ଚୁମ୍ବନ । ।୨୯
କେ ଗୋପୀ ଅଧରେ ଅଧର । ତାମ୍ବୁଳ କରନ୍ତି ଆହାର । ।୩୦
କେ ବେନିହସ୍ତେ ପାଦ ଧରି । ସ୍ତନେ ଚାପଇ ଗୋପନାରୀ । ।୩୧
କେ ଗୋପୀ ହୃଦେ ହସ୍ତ ଦେଇ । କଟାକ୍ଷ-ନୟନେ ଅନାଇଁ । ।୩୨
କେ ଦୂରୁଁ ଚାହେଁ କୋପକରି । ସୁରଙ୍ଗ ଅଧର କାମୋଡ଼ି । ।୩୩
କେ ଯାଇ ନ ପାରେ ଗହଳେ । ଧୀରେ ଚାହଁଇ ବେନିଡ଼ୋଳେ । ।୩୪
ଚକ୍ଷୁ ବୁଜିଣ ରସଭରେ । ଗୋବିନ୍ଦେ ଦେଖିଲା ଭିତରେ । ।୩୫
ଅଣ୍ତାଳି କଲା ଆଲିଙ୍ଗନ । ତାପ ଛାଡ଼ିଲା ଗୋପୀମନ । ।୩୬
କେ ରୂପ ଦେଖି ଚକ୍ଷୁ ବୁଜି । ପୁଲକ କଲା ରୋମରାଜି । ।୩୭
ଆନନ୍ଦମନେ ଧ୍ୟାନ କଲା । ଯୋଗୀଙ୍କ ପ୍ରାୟେ ସେ ରହିଲା । ।୩୮
କୃଷ୍ଣର ଦର୍ଶନେ ଆନନ୍ଦ । ଛାଡ଼ିଲେ ମନୁ ଚିନ୍ତା ଖେଦ । ।୩୯
ବ୍ରହ୍ମସମାଧି ଲଭି ଜନେ । ନିଶ୍ଚଳ ହୋନ୍ତି ଯୋଗଧ୍ୟାନେ । ।୪୦
ତକ୍ଷଣେ ଉଠିଲେ ମୁରାରି । ଆବୋରିଛନ୍ତି ବ୍ରଜନାରୀ । ।୪୧
ଯେସନେ ବ୍ରହ୍ମ ଗୁଣବନ୍ତ । ଅଧିକ ଶୋଭା ଗୋପୀନାଥ । ।୪୨
ଗୋପୀଙ୍କି ଘେନି ବନମାଳୀ । ଯମୁନା ବାଲିକୁଦେ ମିଳି । ।୪୩
କୁନ୍ଦ ମନ୍ଦାର ଫୁଲ ଗନ୍ଧ । ବିକାଶେ ଭ୍ରମର ସମ୍ପଦ । ।୪୪
ଶରଦଚନ୍ଦ୍ର ଯେହ୍ନେ ଝଳି । ନିର୍ମଳ ବିରାଜଇ ବାଲି । ।୪୫
କୃଷ୍ଣର ଦେହବ‰ର୍ଣ୍ଣ ଝଳି । ଯେସନେ ବିରାଜେ ବିଜୁଳି । ।୪୬
ପାଇଣ କୃଷ୍ଣ ଅଙ୍ଗସଙ୍ଗ । ତାପ ଛାଡ଼ିଲେ ଗୋପୀଅଙ୍ଗ । ।୪୭
ବ୍ରହ୍ମ ବିଚାରେ ଜ୍ଞାନ ପାଇ । ଯେହ୍ନେ ପଣ୍ତିତ ତୋଷ ହୋଇ । ।୪୮
ପାଲଟି ପାଡ଼ିଲେ ବସନ । କୃଷ୍ଣଙ୍କୁ ବସାଇ ଆସନ । ।୪୯
ବୋଲନ୍ତି ବସ ପ୍ରାଣନାଥ । ବୁଲି ଯେ ଅଛ ଘୋରପଥ । ।୫୦
ବସ୍ତ୍ର ଆସନେ କୃଷ୍ଣ ବସି । ଗୋପୀଙ୍କ ମୁଖ ଚାହିଁ ହସି । ।୫୧
ଯାହାଙ୍କୁ ହୃଦେ ଯୋଗୀଜନେ । ବସାନ୍ତି କଳ୍ପିତ ଆସନେ । ।୫୨
ଦିବ୍ୟ କନକ ସିଂହାସନ । ପାଟପତନି ବିଦ୍ୟମାନ । ।୫୩
ଅମରବୃନ୍ଦ ଏକମେଳେ । ଆସନ କରନ୍ତି ନିରୋଳେ । ।୫୪
ବସାଇ ନ ପାରନ୍ତି ହରି । ଧ୍ୟାନପଥରେ ଅନୁସରି । ।୫୫
ସେ ସ୍ୱାମୀ ପାଲଟା ବସନେ । ପାଡ଼ିଣ କଲେକ ଆସନେ । ।୫୬
ଭାବକୁ ହୋଏ ଏଡ଼େ ବାଇ । ପୂର୍ବେ ପାଲଟାବସ୍ତ୍ର ବହି । ।୫୭
ଗୋପୀଙ୍କ ଭାବ ହୃଦେ ଧରି । ମଧ୍ୟେ ବିଜୟ ନରହରି । ।୫୮
ଅଶେଷ-ବ୍ରହ୍ମାŠଣ୍ତ-ଠାକୁର । ରୂପେ କି ଦେବା ପଟାନ୍ତର । ।୫୯
କୃଷ୍ଣେ ବସାଇ ଗୋପୀଜନେ । ଚାହାାଁନ୍ତି କଟାକ୍ଷ ନୟନେ । ।୬୦
ହରିର ବେନିଭୁଜ ଧରି । କୋପେ ବୋଲନ୍ତି ଗୋପନାରୀ । ।୬୧
ତୁ ଧୂର୍ତ୍ତ ଚତୁର ନାଗର । ଆମ୍ଭଙ୍କୁ ଛାଡ଼ି ବନଘୋର । ।୬୨
ତୁ ପୁଣି ଯାଉ ଏକା ହୋଇ । ସଖୀ ଗୋଟିଏ ସଙ୍ଗେ ଲଇଁ । ।୬୩
ନିଶାରେ ଛାଡ଼ି ଗଲୁ କେଣେ । ଆମ୍ଭେ ବୁଲିଲୁ ବଣେ ବଣେ । ।୬୪
ଏଡ଼େ ନିଷ୍ଠୁର ତୋ'ର ଦେହୀ । ବିପିନେ ଛାଡ଼ି ଗଲୁ କାହିଁ । ।୬୫
ଆମ୍ଭେ ତ ନୋହୁ ତୋ'ର ରିପୁ । ତୋହର ନାମ ହୃଦେ ଜପୁ । ।୬୬
ଆମ୍ଭଙ୍କୁ ନିŸର୍ଦ୍ଦୟା ତୋହର । ଏବେ ଜାଣିଲୁ ବେଣୁଧର । ।୬୭
ବିଶ୍ୱାସେ ପୂତନା ପରାଣ । ପିଇ ଯେ ଅଛୁ ନାରାୟଣ । ।୬୮
ଏତେ କହିଣ ଗୋପନାରୀ । ବିମ୍ବଅଧର କରେ ଧରି । ।୬୯
ଶ୍ରୀମୁଖୁଁ କଲେ ମଧୁପାନ । ଆକର୍ଷି ଦେଲେକି ଚୁମ୍ବନ । ।୭୦
ଧନ୍ୟ ଜୀବନ ଗୋପବଧୁ । ଭାବେ ପାଇଲେ ସୁଖସିନ୍ଧୁ । ।୭୦
ସମସ୍ତେ ବେଢ଼ିଣ ବସିଲେ । ବିଚ୍ଛେଦ କଥା ପଚାରିଲେ । ।୭୧
ବୋଲନ୍ତି ଶୁଣ ପ୍ରାଣନାଥ । ଆମ୍ଭେ ଦେଖିଲୁ ବିପରୀତ । ।୭୨
ଭଜନ୍ତା ଜନେ କେ ଭଜଇ । ନ ଭଜିଲେ ବା ଭଜେ କେହି । ।୭୩
ଯେ ଯା'କୁ ଭାବେଣ ଭଜଇ । ସେ ପୁଣି ତାହାକୁ ତେଜଇ । ।୭୪
ଭୋ ନାଥ ତୋହର ପରାୟେ । ଭାବେ ନ ଭଜନ୍ତି ଥୋକାଏ । ।୭୫
ସେ ବେନିକୁଳ ନ ଭଜନ୍ତି । ଭୋ ନାଥ ଫେଡ଼ ମନୁ ଭ୍ରାନ୍ତି । ।୭୬
ଶୁଣି ବୋଲନ୍ତି କୃଷ୍ଣ ହସି । ବରଜଯୁବତୀ ଆଶ୍ୱାସି । ।୭୭
ଶୁଣ ସକଳ ଗୋପନାରୀ । ଯେ ଯାହା ଭାବେ ପ୍ରୀତିକରି । ।୭୮
ଏକ ଆରେକ ଉପକାରେ । ଭଜନ୍ତି ସଂସାର ବେଭାରେ । ।୭୯
ଯହିଁ ସୁହୃଦପଣ ନାହିଁ । ଭାବ ନ ଦେଖିଲେ ଛାଡ଼ଇ । ।୮୦
ଭାବ ନ ଦେଖିଲେ ଭଜଇ । ତାତ ଜନନୀ ପ୍ରାୟ ହୋଇ । ।୮୧
ତାହାକୁ ବୋଲି ବଡ଼ପଣ । ସେ ପାଇ ବିଷ୍ଣୁର ଚରଣ । ।୮୨
ଥୋକେ ଭକତ ନ ଭଜନ୍ତି । ଆତ୍ମବଡ଼ିମା ପ୍ରକାଶନ୍ତି । ।୮୩
ସେ ଗୁରୁଦ୍ରୋହ ଦୋଷ ପାଇ । ଉଭୟ ଲୋକେ ସୁଖ ନାହିଁ । ।୮୪
ଶୁଣ ଗୁଆଳୀ ସାବଧାନେ । ମୋତେଭଜନ୍ତି ଯେତେ ଜନେ । ।୮୫
ତାହାଙ୍କୁ ଭଜୁଥାଇ ମୁହିଁ । ମୁ ତାଙ୍କ ଭକତି ଜାଣଇଁ । ।୮୬
ମୋତେ ଯେ ଭକତି କରନ୍ତି । ନିଶ୍ଚଳ ହୋଏ ତାଙ୍କ ମତି । ।୮୭
ଦରିଦ୍ର ଯେହ୍ନେ ଧନ ପାଇ । ପ୍ରାଣୁ ଅଧିକ ସମ୍ଭାଳଇ । ।୮୮
କାଳେ ହରାଇ ସେହି ଧନ । ବିଷାଦ ହୋଏ ତାର ମନ । ।୮୯
ଭାଳଇ ଧନେ ମନ ଦେଇ । କ୍ଷୁଧା ପିପାସା ନ ଲାଗଇ । ।୯୦
ପୁଣି ପ୍ରାପତ ହୋଏ ଧନ । ଆତ୍ମାରୁ ଅଧିକେ ଯତନ । ।୯୧
ତେମନ୍ତ ହୋଇ ନରଲୋକେ । ଭକତି କରୁଥା'ନ୍ତି ଥୋକେ । ।୯୨
ତୁମ୍ଭେ ତେମନ୍ତ ପ୍ରାୟେ ହୋଇ । ମୋହର ପାଦେ ଚିତ୍ତ ଦେଇ । ।୯୩
ଲୋକ ବେଭାର ବେଦପଥ । ଛାଡ଼ି ଭଜିଲ ଅବିରତ । ।୯୪
ପ୍ରେମେ ବିଳାପ କଲ ଯେତେ । ଶୁଣିଲି ତୁମ୍ଭର ସଙ୍ଗତେ । ।୯୫
ପଛେ ମୁଁ ଥାଇ ତୁମ୍ଭ ତୁଲେ । ଭକତି ଜାଣିଲଇଁ ଭଲେ । ।୯୬
ଗରବ କଲ ତୁମ୍ଭେ ଯାହା । ମନେ ମୁଁ ଜାଣିଲଇଁ ତାହା । ।୯୭
ସେ ଘେନି ହୋଇଲି ଅନ୍ତର । ଗର୍ବଗଞ୍ଜନ-ବାନା ମୋର । ।୯୮
ତୁମ୍ଭର ଗର୍ବ ଗଞ୍ଜିବାରେ । ଅଦୃଶ୍ୟ ହୋଇଲି ଅନ୍ଧାରେ । ।୯୯
ତୁମ୍ଭର ପ୍ରେମଭକ୍ତି ଜାଣି । ଆସି ମିଳିଲି ଏବେ ପୁଣି । ।୧୦୦
ଏ କଥା ମୋର ଭଲପଣ । ତୁମ୍ଭଙ୍କୁ ହୋଇଲା କାରଣ । ।୧୦୧
ଆବର ଗର୍ବ ନ କରିବ । ମୋ' ନାମ ନିରତେ ଭାବିବ । ।୧୦୨
ମୋତେ ନ କର ତୁମ୍ଭେ ରୋଷ । ମୁଁ ତୁମ୍ଭ ପୁରାଇବି ଆଶ । ।୧୦୩
ତୁମ୍ଭର ଭାବ ମୁଁ ଜାଣଇ । ଛନ୍ଦ କୁଟିଳ ମାୟା ନାହିଁ । ।୧୦୪
ଅନେକ କାଳେହେଁ ତୁମ୍ଭର । ଶୁଝି ନ ପାରେ ଉପକାର । ।୧୦୫
ମୋହର ମାୟାର ଶାଙ୍କୋଳି । ଭାବେ କାଟିଲ ଗୋବାଳୀ । ।୧୦୬
ତୁମ୍ଭର ଜନ୍ମ ବନ୍ଧ ନାହିଁ । ମୋତେ କିଣିଲ ଭାବ ଦେଇ । ।୧୦୭
ମୋ'ର ଭକତି ଯେ ଲୋଡ଼ନ୍ତି । ସେ ମୋ'ର ପଥ ଆବୋରନ୍ତି । ।୧୦୮
ମୁହିଁ ଠାକୁର ତାହାଙ୍କର । ସୁଜନଜନଙ୍କ ବେଭାର । ।୧୦୯
କହଇ ଦାସ ଜଗନ୍ନାଥ । ମୁଁ କୃଷ୍ଣ ସେବକର ଭୃତ୍ୟ । ।୧୧୦
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ରାସକ୍ରୀଡ଼ାୟାଂ ଗୋପୀସାନ୍ତ୍ୱନଂ ନାମ ତ୍ରୟତ୍ରିଂଶୋଽଧ୍ୟାୟଃ । ।

ଚତୁସ୍ତ୍ରିଂଶ ଅଧ୍ୟାୟସମ୍ପାଦନ କରନ୍ତୁ

କହନ୍ତି ବ୍ୟାସଙ୍କ ତନୁଜ । ଶୁଣ ପରୀକ୍ଷ ମହାରାଜ । ।୧

ଶୁକ ଉବାଚ

ଗୋପୀଏ କୃଷ୍ଣ ବୋଲ ଶୁଣି । ଚିନ୍ତା ଛାଡିଲେ ମନେ ଗୁଣି । ।୨
ସେ ବାଲିକୁଦେ ହୃଷୀକେଶ । ଆରମ୍ଭ କଲେ କେଳିରସ । ।୩
ରାସଉତ୍ସ›ବେ ବ୍ରଜନାରୀ । ଏକର କର ଆରେ ଧରି । ।୪
ଅନନ୍ତ ମାୟାଯୋଗ କରି । ଷୋଳସହସ୍ର ରୂପ ଧରି । ।୫
ଗୋପୀ କେ ଗୋବିନ୍ଦ ଗୋଟିଏ । ସ୍ୱର୍ଗେ ଦେଖନ୍ତି ଦେବତାଏ । ।୬
କେ କଣ୍ଠତଟେ ଭିଡ଼ି ତୋଷେ । ଚୁମ୍ବନ ଦିଅନ୍ତି ହରଷେ । ।୭
କୃଷ୍ଣର ଦେଖି କ୍ରୀଡ଼ାରସ । ତ୍ରିଦଶେ ହୋଇଲେ ହରଷ । ।୮
ଗନ୍ଧର୍ବ ଯକ୍ଷ ଅପସରୀ । ବିମାନେ ଗଗନେ ସଞ୍ଚରି । ।୯
ଦେଖନ୍ତି ଗୋବିନ୍ଦର କେଳି । ସପତ-ସ୍ୱର୍ଗଲୋକେ ମିଳି । ।୧୦
ଦୁନ୍ଦୁଭିନାଦ ଗୀତସ୍ୱରେ । କୁସୁମ ବରଷନ୍ତି ଶିରେ । ।୧୧
ଗନ୍ଧର୍ବେ ଅପସରୀ ମେଳେ । ନୃତ୍ୟ କରନ୍ତି ରସଭୋଳେ । ।୧୨
ହରି-ବିନୋଦେ ବ୍ରଜନାରୀ । ଆନନ୍ଦେ ବୃନ୍ଦାବନେ ପୁରି । ।୧୩
ଅମରେ ସ୍ୱଦାରା ସହିତେ । ବିମାନେ ବସି ଶୂନ୍ୟପଥେ । ।୧୪
ଦେଖନ୍ତି ଗୋବିନ୍ଦର ନୃତ୍ୟ । ସମସ୍ତେ ହୋଇ ମୋହଗତ । ।୧୫
ଗୋପୀଙ୍କ ଢ଼ଳିବାର ଗତି । ଅଙ୍ଗଭଙ୍ଗିମା ଝଲକନ୍ତି । ।୧୬
ବଳୟ ନୂପୁର ଶବଦେ । କିଙ୍କିଣି ତାଳ ଗୀତନାଦେ । ।୧୭
କେହି ନ ଶୁଣନ୍ତି ଗହଳେ । କୃଷ୍ଣର ମାୟାଯୋଗ ବଳେ । ।୧୮
ନୀଳପର୍ବତ ମଧ୍ୟେ କରି । ଯେସନେ ସୁବ‰ର୍ଣ୍ଣପାଚେରୀ । ।୧୯
ଗୋପୀଙ୍କ ମଧ୍ୟେ ଶିରୀରଙ୍ଗ । ସୁନ୍ଦର କୋଟିଏ ଅନଙ୍ଗ । ।୨୦
ନୃତ୍ୟ କରନ୍ତି ଗୋପନାରୀ । ଗୀତେ ମୋହିଲେ ନରହରି । ।୨୧
ବେନି ଯୁବତୀ କନ୍ଧେ କର । ଦେଇଣ ଉଭା ଚକ୍ରଧର । ।୨୨
ଏ ବିଧି ସବୁ ନାରୀ କନ୍ଧେ । ଭୁଜଯୁଗଳ ଦେଇ ଛନ୍ଦେ । ।୨୩
ଯେହ୍ନେ କନକକଣ୍ଠି ବେନି । ମଧ୍ୟରେ ଶୋହେ ନୀଳମଣି । ।୨୪
ହୋଇଣ ଅନେକ ପୀରତି । ମଣ୍ତŠଳ ଆକାର ଯୁବତୀ । ।୨୫
ପାଦ ଚାଳନ୍ତି ଅଙ୍ଗଭଙ୍ଗେ । ଭ୍ରୁକୁଟି କୁଟିଳ ଅପାଙ୍ଗେ । ।୨୬
କୁଚମŠଣ୍ତଳୁ ବସ୍ତ୍ର ଚଳି । ନାଚନ୍ତି ଦେଇ କରତାଳି । ।୨୭
ମୁଖେ ଶୋହଇ ଶ୍ରମଝାଳ । କବରୀ ଖସି ଫୁଲମାଳ । ।୨୮
ବସ୍ତ୍ର ପଡ଼ଇ ଫିଟି ତଳେ । କଟୀମେଖଳା ଅସମ୍ଭାଳେ । ।୨୯
ବିଜୁଳି ଯେହ୍ନେ ନୀଳମେଘେ । ଦିଶନ୍ତି ଗୋବିନ୍ଦର ଲାଗେ । ।୩୦
ଗୋପୀଏ ମିଳି ନୃତ୍ୟରସେ । ଗାବନ୍ତି ଗୀତ ମନତୋଷେ । ।୩୧
ଅତି ସୁସ୍ୱରେ କଲେ ଗାନ । ଶବଦେ ପୂରିଲା ଗଗନ । ।୩୨
ଏକ ଗୋପିକା କୃଷ୍ଣ ସଙ୍ଗେ । ଆଳାପ କଲା ଗୀତରାଗେ । ।୩୩
ଷଡ଼ଜ ଆଦି ପଞ୍ଚସ୍ୱର । ମୋହିଲା କମଳାର ବର । ।୩୪
ସେ ନାଦ ଘେନି ଆର ଗୋପୀ । ଆଳାପ କଲାକ ନିରୋପି । ।୩୫
ଧ୍ରୁବତାଳରେ ବିଶ୍ରାମିଲା । ଶୁଣି ହସନ୍ତି ନନ୍ଦବଳା । ।୩୬
କେ ଶ୍ରମେ କୃଷ୍ଣ ପାଶେ ଥାଇ । ଭୁଜେ ଆଲିଙ୍ଗନ କରଇ । ।୩୭
କୃଷ୍ଣର କନ୍ଧେ ଦେଇ ହସ୍ତ । ଶିଥିଳ ହେଲା ଝୀନବସ୍ତ୍ର । ।୩୮
କବରୀ ଫିଟି ଫୁଲମାଳେ । ଅବନୀ ପଡ଼ିଲେ ଗହଳେ । ।୩୯
ଶ୍ରୀକୃଷ୍ଣ ଭୁଜ ଧରି ଗୋପୀ । ଆଘ୍ରାଣ କଲା ଶ୍ୱାସ କ୍ଷେପି । ।୪୦
ଚନ୍ଦନେ ସାମଳିଲା ହୋଇ । ଉତ୍ପଳ ପ୍ରାୟେକ ବାସଇ । ।୪୧
ଆଘ୍ରାଣ କରି ନାସା ଦ୍ୱାରେ । ରୋମାଞ୍ଚ ହୋଇଲା ଶରୀରେ । ।୪୨
କେ ଗୋପୀ ନାଟଶ୍ରମ ପାଇ । ଗୋବିନ୍ଦ କ‰ର୍ଣ୍ଣମୂଳେ ଯାଇ । ।୪୩
କୁŠଣ୍ତଳ ତଳେ ମୁଖ ଦେଲା । ଚୁମ୍ବନ୍ତେ ତାମ୍ବୁଳ ପାଇଲା । ।୪୪
କେ ଭୁଜ ଧରି କୁଚେ ଚାପି । କେ ମୁଖେ ଚାହାଁନ୍ତି ନିରୋପି । ।୪୫
କଟିମେଖଳା କ୍ଷୁଦ୍ରଘଣ୍ଟି । ଶବଦ କରି ନୃତ୍ୟେ ଫୁଟି । ।୪୬
ଗୋବିନ୍ଦ କର ଦେଇ ଶିରେ । ଶ୍ରମ ଛାଡ଼ିଲେ ସୁଖଭରେ । ।୪୭
କୃଷ୍ଣଙ୍କୁ କାନ୍ତପଣେ ପାଇ । ଗୋପୀ ରମିଲେ ତୋଷ ହୋଇ । ।୪୮
ହରିର କଣ୍ଠେ ଭୁଜ ଦେଇ । ତୋଷେ ରମିଲେ ଗୀତ ଗାଇ । ।୪୯
ନୀଳ ଉତ୍ପଳ ଗୋପୀ କ‰ର୍ଣ୍ଣେ । ଅଳକେ ଶୋହେ ଝାଳ ଶ୍ରମେ । ।୫୦
ବଳୟ ନୂପୁର ଶବଦେ । ଗୋବିନ୍ଦ ନାଚନ୍ତି ଆନନ୍ଦେ । ।୫୧
ଭ୍ରମିଣ ରଙ୍ଗେ ନୃତ୍ୟକରି । ରାସ ଉ›ତ୍ସବେ ବ୍ରଜନାରୀ । ।୫୨
କବରୀ ଫିଟି ଫୁଲମାଳ । କଟିମେଖଳା ଅସମ୍ଭାଳ । ।୫୩
ଏମନ୍ତେ ନାନାରସ ବନ୍ଧେ । ଗୋବିନ୍ଦ ରମନ୍ତି ଆନନ୍ଦେ । ।୫୪
କୁବେର ଯେହ୍ନେ ଗିରିଶିଖେ । କିନ୍ନରୀ ରମେ ଆତ୍ମା ସୁଖେ । ।୫୫
ବାଳକ ନିଜ ବିମ୍ବ ଦେଖି । ଖେଳଇ ଯେହ୍ନେ ହୋଇ ସୁଖୀ । ।୫୬
କୃଷ୍ଣର ଅଙ୍ଗସଙ୍ଗ ଲାଗି । ଗୋପୀ ହୋଇଲେ ଶ୍ରମଭାଗୀ । ।୫୭
କେଶ ବସନ ସ୍ତନବାସ । ଖସିଲେ ଭୂଷଣ ଅଶେଷ । ।୫୮
କୃଷ୍ଣର କ୍ରୀଡ଼ାରସ ଦେଖି । ତ୍ରିଦଶବଧୂଜନେ ସୁଖୀ । ।୫୯
ନକ୍ଷତ୍ରଗଣ ଚନ୍ଦ୍ର ସଙ୍ଗେ । ସକଳେ ପୀଡ଼ିଲେ ଅନଙ୍ଗେ । ।୬୦
ଗୋପୀକେ କୃଷ୍ଣରୂପ ହୋଇ । ଲୀଳାବିନୋଦେ ଭାବଗ୍ରାହୀ । ।୬୧
ଯାହାର ନାହିଁ ରୂପରେଖ । ଗୋପୀଙ୍କି ଦେଲେ ଆତ୍ମା ସୁଖ । ।୬୨
ଗୋପୀଙ୍କ ମୁଖେ ଘର୍ମ ଚାହିଁ । କରେ ପୋଛନ୍ତି ଭାବଗ୍ରାହୀ । ।୬୩
ଯେ ଯାହା ଅଳଙ୍କାର ଭରି । ଗୋପୀ ଚାହାନ୍ତି ନରହରି । ।୬୪
କୃଷ୍ଣ ନଖକ୍ଷତ ପାଇଁ । ଆନନ୍ଦେ ପୁଲକିତ ହୋଇ । ।୬୫
କୃଷ୍ଣର କର୍ମଗୁଣ ମୁଖେ । କହନ୍ତି ଏକକୁ ଆରକେ । ।୬୬
ବ୍ରଜକାମିନୀ ଘେନି ସଙ୍ଗେ । ସ୍ତନକୁଙ୍କୁମ କୃଷ୍ଣ ଅଙ୍ଗେ । ।୬୭
ବ୍ରହ୍ମଯାମିନୀ ଅବଶେଷ । ସମୟ ଜାଣି ହୃଷିକେଶ । ।୬୮
ଜଳକ୍ରୀଡ଼ାକୁ ମନ କରି । ଗୋପୀଙ୍କି ଘେନି ବନମାଳୀ । ।୬୯
ପଶିଲେ କାଳିନ୍ଦୀ ଭିତରେ । ଶ୍ରମ-ଆରତ ଖଣ୍ତିବାରେ । ।୭୦
କରିଣୀଯୂଥେ ଗଜ ଯେହ୍ନେ । ଗୋପୀଙ୍କ ଶ୍ରମ ଜାଣି ମନେ । ।୭୧
ଗୋବିନ୍ଦ ଦେହେ ଗୋପନାରୀ । ଜଳ ସିଞ୍ଚନ୍ତି କରେ ଧରି । ।୭୨
କଟାକ୍ଷେ ଚାହାଁନ୍ତି ଶ୍ରୀମୁଖ । ଖଣ୍ତିଲେ କୋଟିଜନ୍ମ ଦୁଃଖ । ।୭୩
ବିମାନେ ଥାଇ ଦେବନାରୀ । ପୁଷ୍ପ ବରଷି ସ୍ତୁତି କରି । ।୭୪
ଗଜେନ୍ଦ୍ର ପ୍ରାୟ ରଙ୍ଗମେଳେ । ଲୀଳା ବିନୋଦେ ନଦୀଜଳେ । ।୭୫
ଚନ୍ଦ୍ର କିରଣେ ବନଭୂମି । ସୁନ୍ଦର ପ୍ରକାଶେ ଯାମିନୀ । ।୭୬
ବ୍ରଜଅବଳା ଘେନି ସଙ୍ଗେ । କୃଷ୍ଣ କ୍ରୀଡ଼ନ୍ତି ସୁଖରଙ୍ଗେ । ।୭୭
ଯାହାର ନାହିଁ ରସଚ୍ୟୁତ । ଅଚ୍ୟୁତ ନାମ ତେଣୁ ଖ୍ୟାତ । ।୭୮
ଶୁଣି ଅଭିମନ୍ୟୁନନ୍ଦନ । ଚାହିଁଲେ ଶୁକଙ୍କ ବଦନ । ।୭୯
ସଭୟେ କହଇ ମଧୁର । ଚରଣେ ଦେଇ ବେନିକର । ।୮୦

ପରୀକ୍ଷିତ ଉବାଚ

ଭୋ ମୁନି ଅସମ୍ଭବ ବାଣୀ । ସଂଶୟ ଲାଗିଲା ତ ଶୁଣି । ।୮୧
ମନୁଷ୍ୟ ଅଂଶେ ଜାତ ହୋଇ । ଅଖିଳ-ବ୍ରହ୍ମାଣ୍ତŠ-ଗୋସାଇଁ । ।୮୨
ଅଧର୍ମ ନାଶିବାର ଆଶେ । ଜାତ ହୋଇଲେ ଯଦୁବଂଶେ । ।୮୩
ଧର୍ମ‌ପାଳନ ନରହରି । ସେ କିପାଁ ଅଧର୍ମ ଆଚରି । ।୮୪
ଜଗତଜନ ଗୁରୁ ପିତା । ନୀତି ଅନୀତି ଅଧିଷ୍ଠାତା । ।୮୫
ଯା' ନାମ ମୁକତିପସରା । ସେ କିପାଁ କଲେ ପରଦାରା । ।୮୬
ମହାନିଶାରେ ଜଳେ ପଶି । କ୍ରୀଡ଼ା କଲେକ ବ୍ରହ୍ମରାଶି । ।୮୭
ବେଦ-ବିରୋଧୀ କର୍ମ କରି । ନିଷେଧବନ୍ଧ ପରିହରି । ।୮୮
ସଂସାରେ ନୁହିଁଇ ଏ ଭଲ । କର୍ମକାଣ୍ତŠକୁ ଯେହୁ ସଲ । ।୮୯
ଈଶ୍ୱର ହୋଇ ହୀନକର୍ମ । କିପାଁ ଛାଡ଼ିଲେ ନିଜ ଧର୍ମ । ।୯୦
ନିଜ ମହିମା ଆତ୍ମାରତ । ସେ କିମ୍ବା କଲେ ବିପରୀତ । ।୯୧
କି ଅଭିପ୍ରାୟ ନ ଜାଣଇ । ସଂଶୟ ଛେଦ ମୋ ଗୋସାଇଁ । ।୯୨
ରାଜା ବଦନ ଚାହିଁ ମୁନି । କହନ୍ତି କୃଷ୍ଣ ଭାବ ଘେନି । ।୯୩

ଶୁକ ଉବାଚ

ଶୁଣ ରାଜନ ଭାଗବତ । ଏ ବଡ଼ଲୋକଙ୍କର ମତ । ।୯୪
ଏହାଙ୍କ କର୍ମ ବିପରୀତ । ଯେଣୁ ଏ ତେଜେ ବଳବନ୍ତ । ।୯୫
ତେଣୁଟି ଦୋଷଗୁଣ ନାହିଁ । ଅଗ୍ନି ଯେସନେ ସର୍ବ ଦହି । ।୯୬
ସତ୍ୟପୁରୁଷ ଆତ୍ମାରତ । ଆବୋରି ଅଛଇ ଜଗତ । ।୯୭
ତୁ ଅବା ବେଦକର୍ମ କହୁ । ବେଦପାଦରୁ ଜନ୍ମ ଯେହୁ । ।୯୮
ତେଣୁ ସେ ନମାନନ୍ତି ତାହା । ଖଟାନ୍ତି ପରିଚାରେ ଯାହା । ।୯୯
ଏହାଙ୍କ ମତ ଯେ ଆଚରି । ମନବଚନେ ଦେହ ଧରି । ।୧୦୦
ତୁ ଅବା ବୋଲୁ ମହିଲୋକେ । ଏକଥା କରିବେଟି ଥୋକେ । ।୧୦୧
ବଡ଼ର କର୍ମ ଅନୁସରି । ସାନ କି ତାହା କରିପାରି । ।୧୦୨
ଯେବେ କରିବେ ମୂଢ଼ପଣେ । ନାଶ ହୋଇବେ ତତ୍‌କ୍ଷଣ । ।୧୦୩
ଜଳଧିମନ୍ଥନର ବିଷ । ରୁଦ୍ରହୁଁ ଆନେ ନାହିଁ ଗ୍ରାସ । ।୧୦୪
କୃଷ୍ଣ ଯେ ଧଇଲେ ମନ୍ଦର । ଦ୍ୱାଦଶଯୁଣ ଗିରିବର । ।୧୦୫
ଆନର ଶକ୍ୟ ନୋହେ କରି । ଅଙ୍ଗୁଳି ଅଗ୍ରେ ଗିରି ଧରି । ।୧୦୬
ଏହାଙ୍କ ବଚନ ହିଁ ସତ୍ୟ । ଆନ ନ କରନ୍ତି ଏମନ୍ତ । ।୧୦୭
ଯେ ବୁଦ୍ଧିମନ୍ତ ସାଧୁ ଧୀର । ସେ ନ କରିବେ ଏ ବେଭାର । ।୧୦୮
ଈଶ୍ୱର ଆଦିଙ୍କର ମତ । ଅଳପଜନେ ବିପରୀତ । ।୧୦୯
ପଶୁ-ମନୁଷ୍ୟ-ଦେବଙ୍କର । ଈଶ୍ୱରଙ୍କର ସେ ଈଶ୍ୱର । ।୧୧୦
ଯାହାର ଦେହବୁଦ୍ଧି ନାହିଁ । ଶୁଭ-ଅଶୁଭ ତାର କାହିଁ । ।୧୧୧
ଯାହାର ପାଦପଦ୍ମ ଧୂଳି । ଆନନ୍ଦ ହୋଇ ଶିରେ ବୋଳି । ।୧୧୨
ନିଶ୍ଚଳ ଯୋଗେ ଶ୍ରମ କରି । କର୍ମ ନାଶନ୍ତି ବ୍ରହ୍ମଚାରୀ । ।୧୧୩
ଯାହାର ପଦ୍ମ‌ପାଦ ବାରି । ଆନନ୍ଦେ ଶିବ ଶିରେ ଧରି । ।୧୧୪
ତାହାର ଜନ୍ମବନ୍ଧ ନାହିଁ । ଇଚ୍ଛା ସମ୍ପଦ ଯା'ର ଦେହୀ । ।୧୧୫
ଗୋପୀ ଗୋପାଳ ଆଦିକରି । ଜନ୍ତୁ ଜୀବନ ଯେ ଆବୋରି । ।୧୧୬
ଜଗତଜନ ତାରିବାରେ । ଯେ ଜାତ ମନୁଷ୍ୟ ଶରୀରେ । ।୧୧୭
ତା'ର ଚରିତ ମନେ ଚିନ୍ତି । ଭକତିପଥ ଆବୋରନ୍ତି । ।୧୧୮
ଗୋପେ ଗୋବିନ୍ଦ ମାୟା ମୋହି । କୋପ ନ କଲେ ଗୋପୀ ଚାହିଁ । ।୧୧୯
ପାଶେ ଥିବାର ପ୍ରାୟେ ମଣି । ଗୋପାଳେ ଦେଖନ୍ତି ତରୁଣୀ । ।୧୨୦
ପୂର୍ବହୁଁ ଅଧିକ ସେନେହ । ଯୁବତୀଜନେ ନାହିଁ କୋହ । ।୧୨୧
ଶୁଣ ରାଜନ କୃଷ୍ଣରସ । ବ୍ରହ୍ମଯାମିନୀ ହେଲା ଶେଷ । ।୧୨୨
ଏମନ୍ତେ ରଜନୀ ପାହିଲା । ଗଗନେ ଅରୁଣ ଦିଶିଲା । ।୧୨୩
କୃଷ୍ଣର ଅଙ୍ଗସଙ୍ଗ ପାଇ । ଗୋପୀଏ ଗଲେ ତୋଷ ହୋଇ । ।୧୨୪
କୃଷ୍ଣ ଚରଣେ ଦେଇ ମନ । ମିଳିଲେ ଯେ ଯାହା ଭୁବନ । ।୧୨୫
ଗୋପୀ ଗୋବିନ୍ଦ କେଳିବନ । ଏଣେ ଯେ ହୋନ୍ତି ସାବଧାନ । ।୧୨୬
ଭକତି ହୃଦେ ପରିମାଣି । ଏଣେ ଭେଟିବେ ଚକ୍ରପାଣି । ।୧୨୭
ସକଳ ଦୁରିତରୁ ତରେ । ସେ ନ ପଡ଼ଇ ମାୟା ଘୋରେ । ।୧୨୮
ବୋଲଇ ଦାସ ଜଗନ୍ନାଥ । ରାସଉତ୍ସ›ବ ଭାଗବତ । ।୧୨୯
ସୁଜନଜନେ ଏହା ଚିନ୍ତି । ଏଣେ ଛାଡ଼ିବ ମନଭ୍ରାନ୍ତି । ।୧୩୦
ଭକତି ହୋଇବ ତୁମ୍ଭର । ହେଳେ ତରିବ ମାୟାଘୋର । ।୧୩୧
ମୁଁ ଛାର ହୀନ ମୂଢ଼ପଣେ । ସେବଇ ତୁମ୍ଭର ଚରଣେ । ।୧୩୨
ମୋହର ନ ଘେନିବା ଦୋଷ । ଗୀତେ କହିଲି କୃଷ୍ଣରସ । ।୧୩୩
ପୁରାଣ କଲି ଗୀତରସ । ଯାହା ବୋଇଲେ ପୀତବାସ । ।୧୩୪
କେ ତାହା କରିବଟି ଆନ । ସବୁରି ପ୍ରଭୁ ଭଗବାନ । ।୧୩୫
ଯହୁଁ ମୁଁ ହରିସେବା କଲି । ଭାବେଣ ତୃପତ ନୋହିଲି । ।୧୩୬
ଆଜ୍ଞା ମାଗିଲି ପାଦେ ପଡ଼ି । ଧ୍ୟାନ ଧାରଣା କର୍ମ ଛାଡ଼ି । ।୧୩୭
ମୋ ମନ ହୋଇଲା ପ୍ରସନ୍ନ । ଆଜ୍ଞା ଯେ ଦେଲେ ଭଗବାନ । ।୧୩୮
ପୁରାଣ ଦେଶଭାଷା ଗୀତ । ରଚିବୁ ଶିରୀଭାଗବତ । ।୧୩୯
ତୋହର ହୃଦେ ଆମ୍ଭେ ଥାଇ । ପଦକୁ ପଦ ଦେବୁ କହି । ।୧୪୦
ଅଠର ସହସ୍ର ଶୋଳକ । ଟୀକା ବଖାଣ ଏକୁ ଏକ । ।୧୪୧
ପୂର୍ବେ ପରୀକ୍ଷିତ ଆଗର । କହିଲେ ଶୁକ ମୁନିବର । ।୧୪୨
ତାହା ପ୍ରକାଶ ମଞ୍ଚେ କର । ଆଜ୍ଞା ସେ ଦେଲେ ଦାମୋଦର । ।୧୪୩
ତେଣୁ ମୁଁ ଏ ଗ୍ରନ୍ଥରେ ପଶି । ଗୀତ ପ୍ରବନ୍ଧରସେ ରସି । ।୧୪୪
ସୁଜନେ ଶୁଣ ଏକ ଚିତ୍ତେ । ହରିଙ୍କି ଭଜ ଅନୁବ୍ରତେ । ।୧୪୫
ପୁରାଣ ଶିରୀଭାଗବତ । ବେଦର ମଧ୍ୟେ ସାରସ୍ୱତ । ।୧୪୬
ଶୁକ କହିଲେ ଯେଉଁ କଥା । ଶୁଣିଲେ ଛାଡ଼େ ଭାବବ୍ୟଥା । ।୧୪୭
ଶ୍ରୀକୃଷ୍ଣ ଗୋପକ୍ରୀଡ଼ା ରସ । କହଇ ଜଗନ୍ନାଥ ଦାସ । ।୧୪୮
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ରାସକ୍ରୀଡ଼ା ବ‰ର୍ଣ୍ଣ‌ନଂ ନାମ ଚତୁଃତ୍ରିଂଶୋଽଧ୍ୟାୟଃ । ।

ପଞ୍ଚତ୍ରିଂଶ ଅଧ୍ୟାୟସମ୍ପାଦନ କରନ୍ତୁ

ଶୁକ ଉବାଚ

କହନ୍ତି ଶୁକ ପୁଣ୍ୟକର୍ମା । ଶୁଣ ହୋ ଶ୍ରୀକୃଷ୍ଣ ମହିମା । ।୧
ଦିନେକ ନନ୍ଦ ଆଦି ଲୋକେ । ତୀର୍ଥ ଉତ୍ସ›ବ କଉତୁକେ । ।୨
ଅମ୍ବିକାପୂଜାର ବିଧାନେ । ଗୋପୀଗୋପାଳ ତୋଷମନେ । ।୩
ଶକଟେ ନାନାଦ୍ରବ୍ୟ ଭରି । ଗୋପୁଁ ବାହାର ନରନାରୀ । ।୪
କାନନେ ମିଳିଲେ ସକଳେ । ନିର୍ମଳ ସରସ୍ୱତୀ କୂଳେ । ।୫
ଗୋପାଳେ ନିତ୍ୟକର୍ମ ସାରି । ପୁଜିଲେ ଶଙ୍କର ଗଉରୀ । ।୬
ବିବିଧ ଦ୍ରବ୍ୟ ଉପହାରେ । ତୋଷିଲେ ଭବାନୀଶଙ୍କରେ । ।୭
ଗୋରୁ କାଞ୍ଚନ ମିଷ୍ଟଅନ୍ନ । ଶିବ ସନ୍ତୋଷେ ଦେଲେ ଦାନ । ।୮
ବୋଲନ୍ତି ଦେବ ତ୍ରିଲୋଚନ । ଆମ୍ଭରେ ହୋଇବା ପ୍ରସନ୍ନ । ।୯
ସୁଲଭ ଲତା ତୃଣ ଜଳ । ଯେମନ୍ତେ ଗୋରୁ ଦ୍ୟନ୍ତି କ୍ଷୀର । ।୧୦
ସର୍ବବିପଦ ବିଘ୍ନନାଶ । ଭୋ ଦେବଦେବ ବିଶ୍ୱବାସ । ।୧୧
ଏମନ୍ତ ବୋଲି ସ୍ତୁତି କଲେ । ହର-ଚଣ୍ତିଙ୍କି ଆରାଧିଲେ । ।୧୨
ଆନନ୍ଦେ ବଞ୍ଚିଲେ ଦିବସ । ନୃତ୍ୟଖଟଣି ଗୀତରସ । ।୧୩
ବ୍ରତ ଆଚରି ଶୁଚିମନ୍ତେ । ସେବନେ ଶୋଇଲେ ନିଶ୍ଚିନ୍ତେ । ।୧୪
ନନ୍ଦ ସୁନନ୍ଦ ଆଦିକରି । ଗୋପର ଯେତେ ନରନାରୀ । ।୧୫
ରଜନୀ ଘୋର ଅନ୍ଧକାର । ଯଶୋଦା କୋଳେ ଦାମୋଦର । ।୧୬
ଘୋର ଗହନ ଅର୍ଦ୍ଧନିଶି । ସର୍ପେ ମିଳିଲା ତହିଁ ଆସି । ।୧୭
କେହି ନଦେଖିଲେ ନୟନେ । ମିଳିଲା ନନ୍ଦର ଶୟନେ । ।୧୮
ମୁଖ ବିସ୍ତାରି ମହାକାୟେ । କୋପେ ଗିଳିଲା କଣ୍ଠଯାଏ । ।୧୯
ସର୍ପଉଦରେ ଥାଇ ନନ୍ଦ । ବିକଳେ ଡ଼ାକଇ ଗୋବିନ୍ଦ । ।୨୦
ହେ କୃଷ୍ଣ ସର୍ପ ବଳୀୟାର । ଗିଳିଲା ମୋହର ଶରୀର । ।୨୧
ବହନ ଆସ ବେନିଭାଇ । ପିତା ତୁମ୍ଭର ନାଶ ଯାଇ । ।୨୨
ନନ୍ଦର ଦେଖିଣ ବିକଳ । ଗୋପାଳେ ପାଡ଼ନ୍ତି ଚହଳ । ।୨୩
ଉଠି ଧାଇଁଲେ ଧାତିକାରେ । କାଷ୍ଠ-ପାଷାଣ ଘେନି କରେ । ।୨୪
ସର୍ପ ଉପରେ ନେଇ ପିଟି । ନନ୍ଦ ଶରୀରେ ଅଛି ଘୋଟି । ।୨୫
କୃଷ୍ଣ ଧାଇଁଲେ ତାହା ଶୁଣି । ନିଦ୍ରା ଉପେକ୍ଷି ସେହିକ୍ଷଣି । ।୨୬
ସର୍ପକୁ ଦେଖି କୋପଭରେ । ପାଦ ପ୍ରହାରିଲେ ଉପରେ । ।୨୭
କୃଷ୍ଣର ଲାଗି ଶ୍ରୀପୟର । ପ୍ରାଣ ଛାଡ଼ିଲା ଅଜଗର । ।୨୮
ତକ୍ଷଣେ ନିଜ ରୂପ ହୋଇ । ତେଜେ ବିରାଜେ ବନଭୂଇଁ । ।୨୯
ଦିବ୍ୟପୁରୁଷ ଅବତାର । ତୁଲ୍ୟ ନୁହଁନ୍ତି ବିଦ୍ୟାଧର । ।୩୦
ଗଞ୍ଜଇ ଦଶଦିଶ ଦେହେ । ପଡ଼ିଲା କୃଷ୍ଣ ପଦ୍ମ‌ପାୟେ । ।୩୧
ଦେଖି ତାହାର ଦିବ୍ୟଭେକ । ହସିଲେ ପ୍ରଭୁ ପଦ୍ମମୁଖ । ।୩୨
ବିବିଧ ରତ୍ନମାଳ ରେଖ । ଶରଦଚନ୍ଦ୍ର ପାୟେ ମୁଖ । ।୩୩
ବିବିଧ ଆଭରଣ ଦେହେ । ଶିର ଦେଇଛି କୃଷ୍ଣପାୟେ । ।୩୪
ବୋଲନ୍ତି ଦେବକୀନନ୍ଦନ । କୋମଳ ମଧୁର ବଚନ । ।୩୫
ଏ ତ ଅଟଇ ବିପରୀତ । ସର୍ପ ଉଦରୁ ତୋର ଜାତ । ।୩୬
ତୋ ରୂପେ ପଟାନ୍ତର ନାହିଁ । କିପାଇଁ ଥିଲୁ ସର୍ପ ହୋଇ । ।୩୭
କହ ଏ କେବଣ ବେଭାର । ଶୁଣିତେ ଶରଧା ମୋହର । ।୩୮
ସଂସାରେ ତୋ'ର ରୂପ ଦେଖି । ପିଛାଡ଼ି ନ ପାରନ୍ତି ଆଖି । ।୩୯
ଏଗତି ପାଇଲୁ କେମନ୍ତେ । ସର୍ପଶରୀର ବିପରୀତେ । ।୪୦
କୃଷ୍ଣବଚନ ଶୁଣି ଧୀରେ । କରଅଞ୍ଜଳି ଦେଇ ଶିରେ । ।୪୧
ବେନି ଲୋଚନୁ ବହେ ନୀର । ବୋଲଇ ଶୁଣ ବେଣୁଧର । ।୪୨
ଭୋ ନାଥ ଶୁଣିମା ଅନନ୍ତ । ମୁଁ ଇନ୍ଦ୍ର ଦେବତାର ସୁତ । ।୪୩
ଅତି ସୁନ୍ଦର ରୂପ ଦେଖି । ପିତା ମୋ' ନାମ ଉପଲକ୍ଷ୍ୟି । ।୪୪
ରୂପେ ମୋହିଲି ତିନିପୁର । ସୁଦରଶନ ନାମ ମୋର । ।୪୫
ଶୁଣିମା ପ୍ରଭୁ ଦାଶରଥି । ଗର୍ବେ ହୋଇ ମୁଢ଼ମତି । ।୪୬
ଅଙ୍ଗିରା ଋଷିଙ୍କର ବାଳେ । ଖେଳନ୍ତି କଳ୍ପବୃକ୍ଷ ତଳେ । ।୪୭
ଦଇବେ ଋଷିଙ୍କ କୁମର । ତପସାଧନେ ଅସୁନ୍ଦର । ।୪୮
ତାହାଙ୍କୁ ବୋଇଲି ଧିକ୍କାରି । ଏ ଦେହ କିପାଁ ଅଛ ଧରି । ।୪୯
ଦେଖ ମୋହର ଦିବ୍ୟରୂପ । ଶ୍ରମେ କି ସାଧୁଅଛ ତପ । ।୫୦
ରକତ ମାଂସ ଦେହେ ନାହିଁ । ଶୁଭ୍ର ଦିଶିବ ତୁମ୍ଭେ କାହିଁ । ।୫୧
ମୁଖକୁ ନାହିଁ ପଟାନ୍ତର । ଯେସନେ ଚମ୍ପକ ବାନର । ।୫୨
କର ଚରଣ ବେକ ଜିଣି । ଯେସନେ ଭଲ୍ଲୁକ ଚାହାଣି । ।୫୩
ଏମନ୍ତ ଉପହାସ କଲି । ଖେଳର ସ୍ଥାନରେ ମିଳିଲି । ।୫୪
ଶୁଣି ଚାହିଁଲେ କୋପବହି । ବୋଇଲେ ସର୍ପ ହୁଅ ତୁହି । ।୫୫
କୁତ୍ସିତ ଅଜଗର ରୂପୀ । ରହିବୁ ବନଗିରି ବ୍ୟାପୀ । ।୫୬
ବନଗହନେ ପାଅ ଦୁଃଖ । ଯେହୁ ପଡ଼ିବ ତୋର ମୁଖ । ।୫୭
ସେ ବଳି ହୋଇବ ତୋହର । ପାଇଲେ କରିବୁ ଆହାର । ।୫୮
ଗରବ ବହିଲୁ ଯେ ମନେ । ସର୍ପ ତୁ ହୁଅ ବୃନ୍ଦାବନେ । ।୫୯
ଶୁଣି ଯୋଡ଼ିଲି ବେନିକର । ଭୟେ କମ୍ପିଲି ଥରହର । ।୬୦
ପଡ଼ି ତାହାଙ୍କ ପାଦତଳେ । କାନ୍ଦିଲି ଜୀବନ ବିକଳେ । ।୬୧
ମୋ'ର ବିକଳ ଦେଖି ମନେ । ଦୟା ବସିଲା ମୁନିଜନେ । ।୬୨
ବୋଇଲେ ଯାଅ ମଞ୍ଚପୁର । ଏ ଦେହେ ହୁଅ ଅଜଗର । ।୬୩
ମଥୁରା ବୃନ୍ଦାବନ ଲାଗେ । ଗୋବର୍ଦ୍ଧନର ପୂର୍ବଭାଗେ । ।୬୪
ସାରଦା ନଦୀର ଉତ୍ତରରେ । ଥାଅ ତୁ କୁଞ୍ଜବନ ଘୋରେ । ।୬୫
ଭାରା-ନିବାରଣେ ମୁରାରି । ମନୁଷ୍ୟଦେହେ ଅବତରି । ।୬୬
ଗୋପାଳ ମେଳେ ଯାତ୍ରାକାଳେ । ଭେଟିବୁ ସରସ୍ୱତୀକୂଳେ । ।୬୭
ନନ୍ଦକୁ ଗିଳିବୁ ତୁ ଯାଇ । ଦେଖି ଧାଇଁବେ ଭାବଗ୍ରାହୀ । ।୬୮
ତୋହର ଉପରେ ଶ୍ରୀଧର । କୋପେ ପ୍ରହାରିବେ ପୟର । ।୬୯
ତେବେ ହୋଇବୁ ଶାପୁଁ ପାର । ପୁଣି ଆସିବୁ ନିଜପୁର । ।୭୦
ତେଣୁ ହୋଇଲି ଅଜଗର । ତୁ ହରି କଲୁ ମୋତେ ପାର । ।୭୧
ତୁ ଯେ ଜଗତଜନ ବନ୍ଧୁ । ମୋତେ ଉଦ୍ଧର ଦୟାସିନ୍ଧୁ । ।୭୨
ମୋତେ ପ୍ରସନ୍ନ ହୁଅ ହରି । ପୁରାଣ- ପୁରୁଷ-ମୁରାରି । ।୭୩
ଲାଗିଣ ତୋହର ପୟର । ହୋଇଲି ପ୍ରହ୍ମଶାପୁଁ ପାର । ।୭୪
ଭୋନାଥ ଶରଣ ତୋହର । ଅଶେଷ-ବ୍ରହ୍ମାŠଣ୍ତ-ଠାକୁର । ।୭୫
ଏବେ ମୁଁ ହୋଇଲି ମୁକତ । ମେଲାଣି ଦିଅ ଜଗନ୍ନାଥ । ।୭୬
ତୋହର ନାମ କର୍ଣ୍ଣେ ଶୁଣି । ତରନ୍ତି ଭବଜଳୁଁ ପ୍ରାଣୀ । ।୭୭
ଧନଜୀବନ ଆଦି କରି । ପବିତ୍ର ହୋନ୍ତି ନରନାରୀ । ।୭୮
ତୋହର ପାଦ ଲାଗି ମୁହିଁ । ନିସ୍ତାର ହୋଇଲି ଗୋସାଇଁ । ।୭୯
ସୁଦରଶନ ଏତେ କହି । ପୟରେ ଶିର ଦେଲା ନେଇ । ।୮୦
କୃଷ୍ଣଙ୍କୁ ପ୍ରଦକ୍ଷିଣ କଲା । ତକ୍ଷଣେ ଗଗନେ ଚଳିଲା । ।୮୧
ଦେବବିମାନେ ବସି କରି । ଯାଇ ମିଳିଲା ସ୍ୱର୍ଗପୁରୀ । ।୮୨
ନନ୍ଦକୁ ରଖିଲେ ଗୋବିନ୍ଦ । ଗୋପାଳେ ଦେଖିଣ ଆନନ୍ଦ । ।୮୩
କୃଷ୍ଣ ମହିମା ଗୁଣ ଦେଖି । ଗୋପଗୋପୀ ଭୟ ଉପେକ୍ଷି । ।୮୪
ସୁଖେ ପହିଲା ଘୋର ନିଶି । ରବିକିରଣ ପରକାଶି । ।୮୫
ହରଗଉରୀ ପୂଜା ସାରି । ଗୋପେ ଚଳିଲେ ନରନାରୀ । ।୮୬
ଗୋପାଳେ ସକଳ ସମ୍ଭାର । ଘେନି ଚଳିଲେ ଗୋପପୁର । ।୮୭
ଯା'ନ୍ତେ କହନ୍ତି କୃଷ୍ଣକଥା । ଛାଡ଼ିଲେ ମନୁ ଦୁଃଖ ଚିନ୍ତା । ।୮୮
ଇନ୍ଦ୍ର କୁମରେ କୃଷ୍ଣ ତାରି । ଗୋପେ ବିଜୟ ନରହରି । ।୮୯
ପରୀକ୍ଷେ ଶୁକମୁନି କହେ । ସୁଜନଜନେ କର ଲୟେ । ।୯୦
କହଇ ଦାସ ଜଗନ୍ନାଥ । ହରିଚରିତ ଭାଗବତ । ।୯୧
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ଶ୍ରୀକୃଷ୍ଣ ବିଜୟେ ସୁଦର୍ଶନ ମୋକ୍ଷଣଂ ନାମ ପଞ୍ଚତ୍ରିଂଶୋଽଧ୍ୟାୟଃ । ।

ଷଟ୍‌‌ତ୍ରିଂଶ ଅଧ୍ୟାୟସମ୍ପାଦନ କରନ୍ତୁ

ଶୁକ ଉବାଚ

ଏବେ ହୋ ଶୁଣ ନରନାଥ । କୃଷ୍ଣ ଚରିତ ଭାଗବତ । ।୧
ଦିନେକ ଦେବ ଦଇତ୍ୟାରି । ସଙ୍ଗତେ ଘେନି ଗୋପନାରୀ । ।୨
ବଳଦେବଙ୍କୁ ଘେନି ସଙ୍ଗେ । ମିଳିଲେ ବୃନ୍ଦାବନ ଲାଗେ । ।୩
ଶୀତଳ-ବସନ୍ତର ବାୟେ । ବନେ ବିଜୟ ଦେବରାୟେ । ।୪
ଶଶାଙ୍କ-କିରଣେ ରଜନୀ । ସୁନ୍ଦର ଦିଶେ ବନଭୂମି । ।୫
ରାମଗୋବିନ୍ଦ ଗୋପନାରୀ । ବିବିଧମତେ ନାନାକେଳି । ।୬
ମଧ୍ୟେ ବିଜୟ ହଳଧର । ଗୋପୀ ସାନନ୍ଦେ ଗୀତସ୍ୱର । ।୭
କୃଷ୍ଣ କରନ୍ତି ଗୀତନାଦ । ହରିଲେ କାମିନୀ ବିଷାଦ । ।୮
କୁନ୍ଦ ମଲ୍ଲିକା ଗନ୍ଧସାର । ଶୀତଳ ବହଇ ସମୀର । ।୯
ଗୋବିନ୍ଦ ଗୀତ ଶୁଣି କର୍ଣ୍ଣେ । ମୂର୍ଚ୍ଛିତ ହେଲେ ପଶୁଗଣେ । ।୧୦
ପୁଲକ ହୋନ୍ତି ବୃକ୍ଷପନ୍ତି । ସ୍ୱର୍ଗେ ଦେବତା କଲେ ସ୍ତୁତି । ।
ଶୁଣି ଗୋବିନ୍ଦ ଗୀତନାଦ । ଗୋପୀ ପାଇଲେ ମନେ ଖେଦ । ।
କଟିମେଖଳା ଝୀନବାସ । କବରୀ ହୋଇଲା ଉଶ୍ୱାସ । ।
ମଦନଭୋଳେ ଗୀତଗାଇ । ଗୋପୀ ମୋହିଲେ ଭାବଗ୍ରାହୀ । ।
ଏମନ୍ତ ଶୁଣି ନରନାଥ । ସର୍ପେ ହୋଇଲା ଶଙ୍ଖଚୂଡ଼ । ।
ଦେଖନ୍ତି ରାମ ବନମାଳୀ । ଗୋପୀଙ୍କ ମଧ୍ୟେ ଆସି ମିଳି । ।
ଉତ୍ତର ଦିଗୁଁ ଫୁଫୁ କରି । ଦେଖି ପଳାନ୍ତି ବ୍ରଜନାରୀ । ।
ଡ଼ାକନ୍ତି ରାମକୃଷ୍ଣ ରଖ । ଏବନେ ହୋଇଲୁ ନିରେଖ । ।
ଶାŸର୍ଦ୍ଦୁଳେ ଦେଖି ଗୋରୁପଲ । ଯେହ୍ନେ ପଳାନ୍ତି ଅନ୍ତରାଳ । ।
ଶୁଣି ଧାଇଁଲେ ବେନିଭାଇ । ନଡ଼ର ବୋଲି ଡ଼ାକ ଦେଇ । ।
କରେ ଉପାଡ଼ି ବେନିଶାଳ । ମିଳିଲେ ଗୋପୀଙ୍କର ମେଳ । ।
ଯମର ଦୂତ ପ୍ରାୟେ ହୋଇ । ଦେଖି ଶଙ୍ଖଚୂଡ଼ ପଳାଇ । ।
ଗୋପକାମିନୀ ମଧ୍ୟେ ଥିଲା । ଜୀବନ ଭୟେ ପଳାଇଲା । ।
ତାହାର ଶିରେ ମଣି ଚାହିଁ । ବେଗେ ଧାଇଁଲେ ଭାବଗ୍ରାହୀ । ।
ପଛେ ରହିଲେ ହଳଧାରୀ । ଗୋପକାମିନୀଙ୍କି ଆବୋରି । ।
ପଛେ ଗୋଡ଼ାନ୍ତେ ନାରାୟଣ । ସର୍ପ ହୋଇଲା ବଳ କ୍ଷୀଣ । ।
ମୁଷ୍ଟି ପ୍ରହାରି ସର୍ପ ଶିରେ । ମଣି ଘେନିଲେ କୃଷ୍ଣ କରେ । ।
ଗୋବିନ୍ଦ ମୁଷ୍ଟି ଶିରେ ଲାଗି । ସର୍ପ ହୋଇଲା ମୋକ୍ଷଭାଗୀ । ।
ଗୋବିନ୍ଦ ମଣି ଘେନି କରେ । ମିଳିଲେ ରାମର ଛାମୁରେ । ।
ରାମର କରେ ମଣି ଦେଇ । ପ୍ରଣାମ କଲେ ଭାବଗ୍ରାହୀ । ।
ସେ ରାମକୃଷ୍ଣ ପାଦଗତେ । ନମଇଁ ଦାସ ଜଗନ୍ନାଥେ । ।
କର ସୁଦୟା ବେନିଭାଇ । ମରୁଛି ଭବେ ପଡ଼ି ମୁହିଁ । ।
ଇତି ଶ୍ରୀମଦ୍ଭଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ଶଙ୍ଖଚୂଡ଼ବଧୋ ନାମ ଷଟ୍‌‌ତ୍ରିଂଶୋଽଧ୍ୟାୟଃ । ।

ସପ୍ତତ୍ରିଂଶ ଅଧ୍ୟାୟସମ୍ପାଦନ କରନ୍ତୁ

ଶୁକ ଉବାଚ

ଶୁଣ ପରୀକ୍ଷ ଦŠଣ୍ତଧାରୀ । ଗୋପନଗର ନରନାରୀ । ।୧
କୃଷ୍ଣ ବନକୁ ଯିବା ଚାହିଁ । କହନ୍ତି ଯଶୋଦା ବସାଇ । ।୨

ଗୋପୀଜନ ଉବାଚ

ଶୁଣ ଗୋ ନନ୍ଦର ଘରଣୀ । ତୋ' ସୁତ କୃଷ୍ଣର କାହାଣୀ । ।୩
ବାଙ୍କନୟନ ଚାଳି ଧୀରେ । ମୁରଲୀ ଲଗାଇ ଅଧରେ । ।୪
ଅଙ୍ଗୁଳି ବେଣୁ ରନ୍ଧ୍ରେ ଦେଇ । ତ୍ରିଭଙ୍ଗ ଛନ୍ଦେ ଉଭା ହୋଇ । ।୫
ବାମକପୋଳ ଢ଼ାଳି ଧୀରେ । ନିବେଶି ବାମ ବାହୁମୂଳେ । ।୬
କପାଳେ କସ୍ତୁରୀ ବିରାଜେ । ପୀତବସନ କଟି ସାଜେ । ।୭
ଯମୁନା କଦମ୍ବର ମୂଳେ । ବେଣୁ ବଜାନ୍ତେ କୁତୂହଳେ । ।୮
ଆକାଶେ ସିଦ୍ଧଗଣ ତୁଲେ । ଦେବକାମିନୀ ମୋହ ଗଲେ । ।୯
ଲଜ୍ଜା ଛାଡ଼ିଲେ କାମଭୋଳେ । କେଶବସନ ଅସମ୍ଭାଳେ । ।୧୦
ଶୁଣ ଗୋ ବେଣୁଧର ମାତା । ତୋ'ର କୁମର ଚିତ୍ର କଥା । ।୧୧
ହୃଦେ ଲମ୍ବାଇ ବନମାଳ । ଅଳପ ହସି ତୋ'ର ବାଳ । ।୧୨
ବେଣୁ ବଜାଏ ଯେବେ ବନେ । ଆରତ ହୋନ୍ତି ଜନ୍ତୁଗଣେ । ।୧୩
ଗୋରୁ ମହିଷ ମୃଗଯୂଥ । ଶୁଣି ତୋ' ସୁତ ବେଣୁଗୀତ । ।୧୪
ତୃଣ କବଳ ଉପେକ୍ଷିଲେ । ମୁରଲୀ ନାଦେ ଚିତ୍ତ ଦେଲେ । ।୧୫
ବତ୍ସାଏ ମୁଖ ଦେଇ ସ୍ତନେ । ଶୁଣନ୍ତି ମୁଦ୍ରିତ ଲୋଚନେ । ।୧୬
ଚିତ୍ରପ୍ରତିମା ପ୍ରାୟ ହୋଇ । ଜନ୍ତୁଙ୍କ ଚକ୍ଷୁ ନ ଚଳଇ । ।୧୭
ପୁଷ୍ପ ସ୍ତବକେ ଶିଖୀ ପୁଚ୍ଛ । ରଙ୍ଗ ମୃତ୍ତିକା ମାଲକାଛ । ।୧୮
ଆମ୍ଭ କୁମର ଘେନି ସଙ୍ଗେ । ଗୋରୁଙ୍କୁ ଚରାନ୍ତି ସୁରଙ୍ଗେ । ।୧୯
ନଦୀଏ ନ ବହନ୍ତି ଘନେ । ଶୁଣି ତୋ' ସୁତ ବେଣୁସ୍ୱନେ । ।୨୦
ଅତି ସଧୀରେ ବହେ ବାରି । ପବନେ ଉଜାଣି ଲହରୀ । ।୨୧
ତା' ପାଦରଜେ ଚିତ୍ତ ଦେଇ । ବହଇ କି ସେ ସ୍ଥିର ହୋଇ । ।୨୨
ପବନ ଆଣିବ ଉଡ଼ାଇ । ଆମ୍ଭେ ତରିବୁ ରେଣୁ ପାଇ । ।୨୩
ଆଦି ପୁରୁଷ ପ୍ରାୟ ସେହି । ଆମ୍ଭ ବାଳକ ସଙ୍ଗେ ଥାଇ । ।୨୪
ଗିରି ନିକଟେ ପଶୁଗଣେ । ଚରନ୍ତି ତୃଣ ତୋଷମନେ । ।୨୫
ଗୋରୁଙ୍କ ନାମ ବେଣୁସ୍ୱନେ । ଡାକନ୍ତି ମଧୁର ବଚନେ । ।୨୬
ଲତାଏ ତରୁଙ୍କୁ ଆବୋରି । ଫଳ ପଲ୍ଲବ ପୁଷ୍ପେ ଭରି । ।୨୭
ଢ଼ାଳନ୍ତି ଚାମର ପରାଏ । ବସନ୍ତ ସୁଶୀତଳ ବାୟେ । ।୨୮
ବୃକ୍ଷେ ହୋଇଲେ ପୁଲକିତ । ଶୁଣି ତା' ମୁରଲୀର ଗୀତ । ।୨୯
ମଧୁ ବରଷିଲେ ଗହଳ । ଯେହ୍ନେ ନୟନୁ ଅଶ୍ରୁଜଳ । ।୩୦
ସୁନ୍ଦରବର ତୋ କୁମର । ତୁଳସୀମାଳ ଲମ୍ବେ ଊର । ।୩୧
ଗନ୍ଧେ ଭ୍ରମର ନ ଛାଡ଼ନ୍ତି । ବେଣୁ ଶବଦେ ଆବୋରନ୍ତି । ।୩୨
ନଦୀ ତଡ଼ାଗ ଜଳେ ଥାଇ । ହଂସ ସାରସେ ସ୍ଥିର ହୋଇ । ।୩୩
ମନ ନିରୋପି ବେଣୁସ୍ୱନେ । ମୁଦ୍ରିତ ହୋଇଲେ ଲୋଚନେ । ।୩୪
ନାନା କୁସୁମେ ବେଶ ହୋଇ । ରୋହିଣୀସୁତ ସଙ୍ଗେ ଥାଇ । ।୩୫
ବେଣୁ ଶବଦେ ତୋ'ର ବଳା । ଅଶେଷ ବ୍ରହ୍ମାŠଣ୍ତ ମୋହିଲା । ।୩୬
ଇନ୍ଦ୍ରବଚନେ ମେଘମାଳେ । ସୁନ୍ଦର ଗଗନମŠଣ୍ତଳେ । ।୩୭
ମିତ୍ରର ଶ୍ରମ ବନେ ଚାହିଁ । ମେଘେ ଢ଼ାଙ୍କିଲେ ଛତ୍ର ହୋଇ । ।୩୮
ଗୋପେ ବିବିଧ ରସେ ପୂରି । ଶିଖିଛି ବେଣୁନାଦ କରି । ।୩୯
ସପତ ସ୍ୱରେ ବେଣୁବାଇ । ବାଙ୍କନୟନେ ରଙ୍ଗେ ଚାହିଁ । ।୪୦
ତୋ'ର ନନ୍ଦନ ବେଣୁସ୍ୱରେ । ବ୍ରହ୍ମାଶଙ୍କର ଇନ୍ଦ୍ରତୁଲେ । ।୪୧
ମୁନିଙ୍କ ସଙ୍ଗେ ବନ ମଧ୍ୟେ । ମୋହ ହୋଇଲେ ବେଣୁନାଦେ । ।୪୨
ଅପୂର୍ବ ଶୁଣ କୃଷ୍ଣମାଏ । ଧ୍ୱଜ ଅଙ୍କୁଶ ପଦ୍ମ‌ପାୟେ । ।୪୩
ଚିତ୍ରିତ କଲା ବନଭୂଇଁ । ମତ୍ତମାତଙ୍ଗ ପ୍ରାୟ ହୋଇ । ।୪୪
ତା'ର ଚାଲିବା ଦେଖି ମାଏ । ଚାଲିତ ନ ପାରୁଁ ଭେଡ଼ାଏ । ।୪୫
ବୃକ୍ଷଙ୍କ ଗତି ଆମ୍ଭେ ଭଜୁ । ଚାହିଁ ନ ପାରି ଚକ୍ଷୁ ବୁଜୁ । ।୪୬
ମଦନଶରେ ହେଉଁ ଭୋଳ । ଫିଟଇ କବରୀ ଅଞ୍ଚଳ । ।୪୭
ମଣି-ଗୁଞ୍ଜରା ଶିରେ ଧରି । ଗାଈଙ୍କ ପଛେ ବନେଚାରୀ । ।୪୮
ତୁଳସୀମାଳା ଶୋହେ ହୃଦେ । ଭୁଜ ଗୋପାଳ ପୁଅ କନ୍ଧେ । ।୪୯
ମଧୁର ସ୍ୱରେ ବେଣୁବାଇ । ଚାଲନ୍ତି ଚଉଦିଗେ ଚାହିଁ । ।୫୦
ହରିଣୀଗଣ କୃଷ୍ଣ ଚାହିଁ । ବେଣୁ ଶବଦେ ଚିତ୍ତ ଦେଇ । ।୫୧
ଛାଡ଼ିଣ ସୁତ ଗୃହବାସ । କ୍ଷଣେ ନ ଛାଡ଼ନ୍ତି ତା' ପାଶ । ।୫୨
ସକଳ ଗୁଣଙ୍କର ସିନ୍ଧୁ । ମୁଖମଣ୍ତŠଳ ପୂ‰ର୍ଣ୍ଣଇନ୍ଦୁ । ।୫୩
ଉତ୍ତରୀଛଳେ କୁନ୍ଦମାଳ । ସଙ୍ଗତେ ଗୋରୁ ଗୋପବାଳ । ।୫୪
କାଳିନ୍ଦୀତଟେ ତୋ' କୁମର । ହୃଦୟ ଭେଦିଲା ଆମ୍ଭର । ।୫୫
ପବନ ଯୋଗେ ବୃକ୍ଷଡ଼ାଳେ । ଲାଗନ୍ତି ତା'ର ପାଦତଳେ । ।୫୬
ତ୍ରିଦଶେ ବାଦ୍ୟନାଦ କରି । ସ୍ତୁତି କରନ୍ତି ବ୍ରହ୍ମଚାରୀ । ।୫୭
ବିବିଧ ଅଙ୍ଗଭଙ୍ଗୀ ତା'ର । ମହିମା କେ କରୁ ଗୋଚର । ।୫୮
ଇନ୍ଦ୍ରର ଛଳେ ତୋ' କୁମର । କରେ ତୋଳିଲା ଗିରିବର । ।୫୯
ବ୍ରହ୍ମା ଶଙ୍କର ଆଦିକରି । ବନ୍ଦିଲେ ତା'ର ପାଦ ଧରି । ।୬୦
ଗୋଧନ ଘେନି ଦିନ ଅନ୍ତେ । ଗୋପେ ସେ ଆସନ୍ତି ଉଷତେ । ।୬୧
ଗୋଧୂଳି ଭୂଷଣ ଶରୀର । ଜୀବନ ଦହେ ଗୋ ଆମ୍ଭର । ।୬୨
ଗୋପବାଳକ ଇଷ୍ଟଦାତା । ଦେବକୀ ଦେବୀ ଯା'ର ମାତା । ।୬୩
ନକ୍ଷତ୍ର ପ୍ରାୟ ଗୋପବାଳ । ତୋ' ସୁତ ଶଶାଙ୍କମଣ୍ତŠଳ । ।୬୪
ବେନିଲୋଚନ ମତ୍ତଭୋଳେ । ନାଚେ ଗୋପାଳ ପୁଅମେଳେ । ।୬୫
ଗୋରୁଙ୍କ ଧୂଳି ମୁଖେ ମିଶି । ବଦରୀ ଫଳ ପ୍ରାୟ ଦିଶି । ।୬୬
ରତ୍ନକୁଣ୍ତŠଳ କ‰ର୍ଣ୍ଣେ ଶୋହେ । ରୂପେ କୋଟିଏ କାମମୋହେ । ।୬୭
ଚାଲଇ ମତ୍ତଗଜ ଛନ୍ଦ । ମୁଖ ତା ପୂ‰ର୍ଣ୍ଣମୀର ଚାନ୍ଦ । ।୬୮
ଆମ୍ଭେ ଗୋ ଚାହିଁ ତା'ର ମୁଖ । ଖଣ୍ତୁ ବିରହ ତାପ ଦୁଃଖ । ।୬୯

ଶୁକ ଉବାଚ

ନନ୍ଦଘରଣୀ ଆଗେଯାଇ । ଏମନ୍ତ କୃଷ୍ଣଲୀଳା କହି । ।୭୦
ଗୋଟିଏ କୃଷ୍ଣ ପାଦେ ଚିତ୍ତ । ଦିନକୁ ଦିନ ଅପ୍ରମିତ । ।୭୧
ଛାଡ଼ିଲେ ଭବବନ୍ଧ-ଭ୍ରମ । କୃଷ୍ଣ ହୁଁ ନ ଜାଣନ୍ତି ଆନ । ।୭୨
ସେ ଗୋପୀଗୋପଙ୍କ ପୟରେ । ମନ ମୋ ରହୁ ନିରନ୍ତରେ । ।୭୩
ନାମ ମୋହର ଜଗନ୍ନାଥ । ଭକତି ଛାଡ଼ି ଅରକ୍ଷିତ । ।୭୪
ବ୍ରାହ୍ମଣକୁଳେ ଜାତ ହୋଇ । ହରି ଭକତି ମୋର ନାହିଁ । ।୭୫
ସୁଜନଜନେ ହରିପଥେ । ସେବକ କରି ନିଅ ମୋତେ । ।୭୬
ନିବିଡ଼-ମୋହ-ଜଡ଼େ ଥାଇ । କୃଷ୍ଣଚରଣେ ମନ କାହିଁ । ।୭୭
ଏ ଘୋର-ସଂସାର-ସାଗର । ଏଣେ ହୋ ବିଶ୍ୱାସ ନ କର । ।୭୮
ନିରତେ ଭଜ ଦୃଢ଼ଚିତ୍ତେ । ହରିଚରଣ ଅବିରତେ । ।୭୯
ବ୍ରହ୍ମ ହୁଁ କୀଟ ଜନ୍ମଯାଏ । ସକଳେ ଛାଡ଼ି ମାୟାମୋହେ । ।୮୦
କେବଳ ଗୋବିନ୍ଦ ଭରସା । ଛାଡ଼ ସକଳ ମାୟା ଆଶା । ।୮୧
ପଥିକ ଯେହ୍ନେ ପଥଶ୍ରମେ । ମିଳନ୍ତି ବୃକ୍ଷର ଆଶ୍ରମେ । ।୮୨
ଶ୍ରମ ସରିଲେ ଯେଝାମତେ । ଚଳନ୍ତି ବୃକ୍ଷ ଥାଇପଥେ । ।୮୩
ଏସନ ସଂସାର କୁଟୁମ୍ବ । ସୁଖ ଦୁଃଖରେ ପରାଭବ । ।୮୪
ଗୋବିନ୍ଦ ବିନା ଆଶ୍ରେ ତା'ର । ଅନ୍ୟଥା ନାହିଁ ପ୍ରତିକାର । ।୮୫
ପୁରାଣ ଶିରି ଭାଗବତ । ବାଇଙ୍କ ପ୍ରାୟେ କଲି ଗୀତ । ।୮୬
ପଣ୍ତିତେ ନ କରିବା ହାସ । ତୁମ୍ଭ ଶ୍ରୀଚରଣେ ମୁଁ ଦାସ । ।୮୭
ବିନୋଇ ହୋଇଣ ବିଶ୍ୱାସ । କହଇ ଜଗନ୍ନାଥ ଦାସ । ।୮୮
ଇତି ଶ୍ରୀମଦ୍ଭଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ବୃନ୍ଦାବନ କ୍ରୀଡ଼ାୟାଂ ଗୋପିକାଯୁଗଳଗୀତଂ ନାମ
ସପ୍ତତ୍ରିଂଶୋଽଧ୍ୟାୟଃ । ।

ଅଷ୍ଟତ୍ରିଂଶ ଅଧ୍ୟାୟସମ୍ପାଦନ କରନ୍ତୁ

ଶୁକ ଉବାଚ

ଶୁଣ ରାଜନ ପରୀକ୍ଷିତ୍ । ଗୋପେ ଅସୁର ଉପଗତ । ।୧
ଅରିଷ୍ଟ ନାମେ ଷଣ୍ଢ‹ରୂପୀ । ମିଳିଲା ବନଗିରି ବ୍ୟାପୀ । ।୨
ବୃଷଭରୂପୀ ମହାକାୟେ । ଅବନୀ ଖୋଳୁଅଛି ପାୟେ । ।୩
ଗର୍ଜଇ ଘୋରନାଦ କରି । ପାଦେ କମ୍ପଇ ବସୁନ୍ଧରୀ । ।୪
ଲାଞ୍ଜ ଉଭାରି ବେଗେ ଧାଇଁ । ଶୃଙ୍ଗେ ଖୋଳଇ ଉଚ୍ଚଭୂଇଁ । ।୫
ଅଳପ ଅଳପ ମୂତଇ । ଚକ୍ଷୁ ବୁଜିଣ ପୁଣ ଚାହିଁ । ।୬
ଶୁଣି ତାହାର ଘୋରନାଦ । ଗାଈ ଗୁଆଳୀଙ୍କ ବିଷାଦ । ।୭
ପତନ ହୋଇ ଗର୍ଭତଳେ । ଦେବେ ଡ଼ରନ୍ତି ସ୍ୱର୍ଗଆଳେ । ।୮
ପିଠି ଉପରେ ଚୁଳ ଦେଖି । ପର୍ବତ ପ୍ରାୟ ଉପଲକ୍ଷ୍ୟି । ।୯
ମେଘ ଦିଶନ୍ତି ତା' ଉପରେ । ଶୃଙ୍ଗଯୁଗଳ ତୀକ୍ଷ୍‌ଣଧାରେ । ।୧୦
ଅସୁର ବଡ଼ ଭୟଙ୍କର । ଗର୍ଜଇ ଅତି ଘୋରତର । ।୧୧
ଗୋପୀଗୋପାଳ ଦେଖି ଡ଼ରେ । ପଳାଇ ଗଳେ ବନଘୋରେ । ।୧୨
ଗୋରୁଏ ପଳାଇଲେ ଦେଖି । ଭୟେ ବୁଜିଲେ ବେନିଆଖି । ।୧୩
ପଡ଼ିଲା ଗୋପପୁରେ ହୁରି । ଡ଼ାକନ୍ତି କୃଷ୍ଣନାମ ଧରି । ।୧୪
ରଖ ଗୋକୁଳ ଦାମୋଦର । ଆମ୍ଭେ ଯେ ଶରଣ ତୋହର । ।୧୫
ବିକଳ ଦେଖିଣ ଗୋକୁଳ । ଧାଇଁଲେ ପ୍ରଭୁ ଆଦିମୂଳ । ।୧୬
ଆନନ୍ଦେ ତୋଳି ବେନି ଭୁଜ । ଡ଼ାକନ୍ତି ପ୍ରଭୁ ଦେବରାଜ । ।୧୭
ଭୟ ନ କର ତୁମ୍ଭେ କେହି । ଅସୁର ସଂହାରିବି ମୁହିଁ । ।୧୮
ଏମନ୍ତ ବୋଲି ନରହରି । ଡ଼ାକିଲେ ଷ‹ଣ୍ଢ ନାମ ଧରି । ।୧୯
ରେରେ ଦଇତ୍ୟ ଷଣ୍ଢା‹ସୁର । କିପାଁ ଅଇଲୁ ଗୋପପୁର । ।୨୦
ଦୁଷ୍ଟଦଳନ ବାନା ମୋର । ଆଜି ପେଷିବି ଯମପୁର । ।୨୧
ଧାଇଁଲେ ବାହାନାଦ କରି । ସ୍ୱର୍ଗେ ଦେଖନ୍ତି ଦେବନାରୀ । ।୨୨
ଗୋବିନ୍ଦ ଦେଲେ କରତାଳ । ଶୁଣି ଅସୁର ଅସମ୍ଭାଳ । ।୨୩
ପଛେ ଅଛନ୍ତି ଭାବଗ୍ରାହୀ । ବାଳକକନ୍ଧେ ହସ୍ତ ଦେଇ । ।୨୪
କୃଷ୍ଣର ଶୁଣି କରତାଳି । କୋପେ ଅସୁର ପରଜ୍ୱଳି । ।୨୫
କ୍ଷୁରେ ଖୋଳଇ ମହୀସ୍ଥଳ । ଲାଞ୍ଜ ବୁଲାଇ ଅନ୍ତରାଳ । ।୨୬
ମେଘେ ଉଡ଼ିଲେ ଲାଞ୍ଜବାଏ । ନିଶ୍ୱାସ ଖରତର ବହେ । ।୨୭
ଆଗେ ଉଭାରି ଶୃଙ୍ଗ ଦୁଇ । ଚକ୍ଷୁ ବୁଜିଲା କୃଷ୍ଣେ ଚାହିଁ । ।୨୮
ଷŠଣ୍ଢ ଧାଇଁଲା ଧାତିକାରେ । ବଜ୍ର ଯେସନେ ଇନ୍ଦ୍ରକରେ । ।୨୯
ଆଗ ହୋଇଲେ ଭାବଗ୍ରାହୀ । କରେ ଧଇଲେ ଶୃଙ୍ଗ ଦୁଇ । ।୩୦
ଅସୁର ନ ପାରିଲା ଯାଇ । ପଛକୁ ଦେଲେ ହାବୁଡ଼ାଇ । ।୩୧
ଅସୁର ପାଇ ମହାତ୍ରାସ । ଘୁଞ୍ଚିଲା ଭେଡ଼ା ଅଷ୍ଟାଦଶ । ।୩୨
ଯେହ୍ନେ ଉଭାରି ବେନିଗଜ । ପଛେ ଘୁଞ୍ଚିଲେ ଦେବରାଜ । ।୩୩
ଦଇତ୍ୟ ମୂର୍ଚ୍ଛାଗତ ହୋଇ । ପୁଣି ଉଠିଲା ଜ୍ଞାନ ପାଇ । ।୩୪
ଧାଇଁଲା ପବନହୁଁ ଖର । ଶୃଙ୍ଗ ଧଇଲେ ଚକ୍ରଧର । ।୩୫
ଅସୁର ଦେହେ ପାଦ ଦେଇ । ତଳେ ପାଡ଼ିଲେ ବେଗେ ନେଇ । ।୩୬
ପଛ ଚରଣ ପାଦେ ଚାପି । ମୁଣ୍ତŠ ମୋଡ଼ିଲେ ବିଶ୍ୱରୂପୀ । ।୩୭
ଓଦା ବସନ ପ୍ରାୟେ ମୋଡ଼ି । ତା'ର ମସ୍ତକୁ ଶୃଙ୍ଗ ଝାଡ଼ି । ।୩୮
ମୁଖରୁ ବହିଲା ରୁଧିର । ବେଗେ ଛାଡ଼ିଲା ମୂତ୍ର ମଳ । ।୩୯
ଚାରିଚରଣ ପ୍ରସାରିଲା । ଗୋବିନ୍ଦ ମୁଖକୁ ଚାହିଁଲା । ।୪୦
ପ୍ରାଣ ଛାଡ଼ିଲା ମହାବଳୀ । ଦେଖନ୍ତି ସ୍ୱର୍ଗଲୋକେ ମିଳି । ।୪୧
ଦେବେ କରନ୍ତି ପୁଷ୍ପ ବୃଷ୍ଟି । ଶ୍ରୀକୃଷ୍ଣ ନାଶିଲେ ଅରିଷ୍ଟି । ।୪୨
ଏମନ୍ତେ ଅସୁର ନିବାରି । ଉଶ୍ୱାସ କଲେ ଗୋପପୁରୀ । ।୪୩
ଗୋପୀ-ଗୋପାଳ ନନ୍ଦମେଳେ । ସ୍ତୁତି କରନ୍ତି ପାଦତଳେ । ।୪୪
ଗୋପୀଏ ଚାହାଁନ୍ତି ଶ୍ରୀମୁଖ । ଖŠଣ୍ତିଲେ ଭବଭୟ-ଦୁଃଖ । ।୪୫
କୃଷ୍ଣ ଚରଣେ ଦେଇ ଚିତ୍ତ । କହଇ ଦାସ ଜଗନ୍ନାଥ । ।୪୬
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ଷ‹ଣ୍ଢାସୁରମୋକ୍ଷଣଂ ନାମ ଅଷ୍ଟତ୍ରିଂଶୋଽଧ୍ୟାୟଃ । ।

ଊନଚତ୍ୱାରିଂଶ ଅଧ୍ୟାୟସମ୍ପାଦନ କରନ୍ତୁ

ଶୁକ ଉବାଚ

ଶୁଣ ପରୀକ୍ଷ ନୃପମଣି । ସ୍ୱର୍ଗେ ଶୁଭିଲା ଜୟବାଣୀ । ।୧
ଆକାଶେ ଥିଲେ ଯେ ନାରଦ । ଜାଣିଲେ ଷ‹ଣ୍ଢାସୁର ବଧ । ।୨
ଆନନ୍ଦ ମନେ ଦେବ ଋଷି । କୃଷ୍ଣ ମହିମା ପରଶଂସି । ।୩
ମଥୁରା ନବରେ ମିଳିଲେ । କଂସ ରାଜାର ସଭାତଳେ । ।୪
ଦେଖି ଉଠିଲା ଭୋଜବୀର । ନମିଲା ମୁନିଙ୍କ ପୟର । ।୫
ଆନନ୍ଦେ ଶିରେ କର ଦେଇ । ଆସନେ ବସାଇଲେ ନେଇ । ।୬
ସ୍ୱଭାବେ ଭୋଜବଂଶେ ରାଜା । ମୁନିଚରଣେ କଲା ପୂଜା । ।୭
କୁଶଳ ବାରତା ପଚାରି । ବିଶ୍ୱାସ କରି ପାଦ ଧରି । ।୮
କଂସର ଭକ୍ତିରେ ନାରଦ । କହନ୍ତି ପାଇ ମନେଖେଦ । ।୯
ତୁ ରାଜା ମୋହର ବିଶ୍ୱାସ । ହେଳେ ହୋଇବୁ ପ୍ରାଣେ ନାଶ । ।୧୦
ତୋତେ ମୋହର ଚିତ୍ତେ ଦୟା । ପୂର୍ବେ ମୁଁ କହିଗଲି ଯାହା । ।୧୧
ତୁ ରାଜା ନ ହେଜିଲୁ ମନେ । ଏବେ ମରିବୁ ଅଳ୍ପଦିନେ । ।୧୨
ଶୁଣିଲେ ପାଇବୁ ତୁ ଖେଦ । ମୁଖୁଁ ମୋ' ନସ୍ଫୁରଇ ପଦ । ।୧୩
ଦେବତାମାନେ ତୋ ବଇରୀ । ତୋ'ର ମରଣେ କୂଟ କରି । ।୧୪
ଗୋପେ ଯାଦବେ ଅବତାର । ଦେବକୀ ବସୁଦେବ ଘର । ।୧୫
ହରିଙ୍କି କରାଇଲେ ଜନ୍ମ । ଭିଣୋଇ କଲା ଏଡ଼େ କର୍ମ । ।୧୬
ଅଷ୍ଟମ ଗର୍ଭେ ଏହା ନାରୀ । ରାତ୍ରେ ପ୍ରସବିଲା ମୁରାରି । ।୧୭
ତୋ'ର ଭିଣୋଇ ତାହା ନେଇ । ଅଇଲା ନନ୍ଦଘରେ ଥୋଇ । ।୧୮
କନ୍ୟାଏ ଥିଲା ତା'ର ଘରେ । ତୁ ତାହା କଚାଡ଼ିଲୁ ଶିଳେ । ।୧୯
ଦେବଙ୍କ ବୋଲେ ମହାମାୟା । ହୋଇଲେ ବାଳରୂପ କାୟା । ।୨୦
ତୋହର ହାତୁ ଶୂନ୍ୟେ ଗଲା । ତେବେହେଁ ଜ୍ଞାନ ତୋନୋହିଲା । ।୨୧
କହିଲା ତୋର ମୃତ୍ୟୁଭେଦ । ତେବେହେଁ ନୋହିଲା ତୋ'ଖେଦ । ।୨୨
ରୋହିଣୀ ବସୁଦେବ ନାରୀ । ପଳାଇଗଲେ ତୋତେ ଡ଼ରି । ।୨୩
ତାହାର ଗର୍ଭ ହୋଇଥିଲା । ସେହି କୁମରେ ପ୍ରସବିଲା । ।୨୪
ହରିର ଅଂଶେ ଅବତାର । ସେ ତୋତେ ମାରିବେଟି ବୀର । ।୨୫
ରାମ ଗୋବିନ୍ଦ ବେନିଭାଇ । ବଢ଼ିଲେ ଗୋପପୁରେ ଥାଇ । ।୨୬
ବସୁଦେବର ମିତ୍ର ନନ୍ଦ । ସେ ତୋତେକଲା ଏଡ଼େ ଛନ୍ଦ । ।୨୭
ପୂତନା ଆଦି ଷ‹ଣ୍ଢା ଯାଏ । ସବୁ ମାଇଲେ ବେନିପୋଏ । ।୨୮
ଇନ୍ଦ୍ରର ଦର୍ପ କରି ଚୂର । କରେ ତୋଳିଲା ଗିରିବର । ।୨୯
କାଳୀୟ କାଳିନ୍ଦୀରେ ଥିଲା । ତାହାର ଡ଼ରେ ପଳାଇଲା । ।୩୦
କେତେ କହିବି ଗୁଣ ତା'ର । ଦେବଦାନବେ ଅଗୋଚର । ।୩୧
ଏମନ୍ତ ବୋଲି ମୁନିବର । କହିଲେ ସମସ୍ତ ବିଚାର । ।୩୨
ଶୁଣି ଅସୁର ଥରହର । କାତରେ କମ୍ପଇ ଶରୀର । ।୩୩
ଖଡଗ ଧରି ନିଜ କରେ । ବେଗେ ଉଠିଲା କୋପଭରେ । ।୩୪
ବସୁଦେବକୁ ଅଣାଇଲା । ଅନେକ ମାଡ଼ ମରାଇଲା । ।୩୫
ହାଣିବ ବୋଲି କୋପଭର । ନାରଦ ଧଇଲେ ତା' କର । ।୩୬
ନାରଦ ବଚନେ ବିଶ୍ୱାସ । ପାଦେ ଭରିଲା ଲୈାହପାଶ । ।୩୭
ଧନସମ୍ପଦ ଜୂର କଲା । ବନ୍ଦୀ ମନ୍ଦିରେ ରଖାଇଲା । ।୩୮
କଂସ ଆଗରେ ବ୍ରହ୍ମାସୁତ । କହନ୍ତି ବଚନ ନିୟତ । ।୩୯
ଶୁଣ ତୁ ଭୋଜ ନୃପନାଥ । ମୁହିଁ କହଇ ତୋ'ର ହି୍ତ । ।୪୦
କୃଷ୍ଣ ଯେ ତୋହର ବଇରୀ । ମର୍ତ୍ତ୍ୟମŠଣ୍ତଳେ ଅବତରି । ।୪୧
ଅବଶ୍ୟ ମାରିବ ସେ ତୋତେ । କଂସ ତୁ ଜାଣିଥା ଯୁକତେ । ।୪୨
କୃଷ୍ଣଙ୍କୁ ସଂହାରିଲେ ତୁହି । ରାଜ୍ୟେଣ ଥିବୁ ସୁସ୍ଥ ହୋଇ । ।୪୩
ବହୁତ ଉପାୟ କରିବୁ । ବୀରଙ୍କ ହସ୍ତେ ମରାଇବୁ । ।୪୪
କେଶୀ ଯେ ଅଛି ତୋ'ର ପାଶ । ସେ ତୋ'ର ଜୀବନ ବିଶ୍ୱାସ । ।୪୫
ପାରଇ ନାନା ମୂର୍ତ୍ତି ଧରି । ତାହାକୁ ପେଷ ଦŠଣ୍ତଧାରୀ । ।୪୬
ଏହାର ମରଣେ ତୋହର । ମାଲେ ଯେ ମୁଷ୍ଟିକ ଚାଣୂର । ।୪୭
ଏହାଙ୍କ ଥା'ନ୍ତେ କିସ ଭୀତି । ଯାଦବେ ତୋହର ଅପ୍ରୀତି । ।୪୮
ଏମନ୍ତ କହି ବ୍ରହ୍ମାସୁତ । ଆକାଶେ ଚଳିଲେ ତୁରିତ । ।୪୯
ମୁନି ଅନ୍ତରେ ଭୋଜରାୟେ । ଭାଳଇ ଜୀବନର ଭୟେ । ।୫୦
କେଶୀଦଇତ୍ୟକୁ ଅଣାଇଁ । କହଇ ବିଶ୍ୱାସ କରାଇ । ।୫୧
ତୁ ମୋର ଭ୍ରାତ ସହୋଦର । ବହନ ଯାଆ ଗୋପପୁର । ।୫୨
ବସୁଦେବର ପୁତ୍ର ଦୁଇ । ରାମଗୋବିନ୍ଦ ବେନିଭାଇ । ।୫୩
ଗୁପ‌ତେ ନନ୍ଦଘରେ ଥାଇ । ବଢ଼ିଲେ ବଳବନ୍ତ ହୋଇ । ।୫୪
ଯେତେ ଅସୁର ମୋର ଗଲେ । ଗୋପରେ ଥାଇ ସଂହାରିଲେ । ।୫୫
ଦୁହିଁଙ୍କି କର ପ୍ରାଣେ ନାଶ । ଦେବି ସମ୍ପଦ ଗ୍ରାମ ଦେଶ । ।୫୬
ଜୀବନ ରହିବ ମୋହର । ହେ ଭ୍ରାତ ବିଳମ୍ବ ନ କର । ।୫୭
କଂସର ଆଜ୍ଞା ଘେନି ଶିରେ । କେଶୀ ଚଳିଲା ଗୋପପୁରେ । ।୫୮
ଚାଣୁର ମୁଷ୍ଟିକର ମେଳେ । ଦର୍ପିଷ୍ଟ ମହାବଳୀୟାରେ । ।୫୯
ଗଜକୁବଳୟା ମାହୁନ୍ତ । ପାତ୍ର ସାମନ୍ତ ଇଷ୍ଟ ମିତ୍ର । ।୬୦
ଅଣାଇଁ କହଇ ଅସୁର । ଜଣ ଜଣକେ ଧରି କର । ।୬୧
ଭୋ ବୀର ମୁଷ୍ଟିକ ଚାଣୂର । କହି ଯେ ଗଲେ ମୁନିବର । ।୬୨
ବସୁଦେବ ତା' ପୁତ୍ରଦୁଇ । ଗୋପରେ ଅଇଲା ଲୁଚାଇ । ।୬୩
ଗୁପ‌ତେ ନନ୍ଦଘରେ ଥାଇ । ବଢ଼ିଲେ ବଳବନ୍ତ ହୋଇ । ।୬୪
ଯେତେକ ବୀର ମୋର ଗଲେ । ଗୋଟିଏ ବାହୁଡ଼ି ନଇଲେ । ।୬୫
ଦିନକୁ ଦିନ ବଳୀୟାର । କେମନ୍ତେ କରିବି ସଂହାର । ।୬୬
ତାହାଙ୍କୁ ଅଣାଇବି ଧରି । ଏଥେ ମାରିବି କୂଟ କରି । ।୬୭
ମାଲବିନ୍ଧାଣେ ମରାଇବି । ତେବେଟି ଜୀବନ ପାଇବି । ।୬୮
ସେ ମୋର ବୀରଙ୍କୁ ମାଇଲା । ବନସ୍ତେ କେହି ନ ଦେଖିଲା । ।୬୯
ମୁଁ ଆଣି ମଥୁରାରେ ଥୋଇ । ମାଲଙ୍କ ହସ୍ତେ ତାଙ୍କୁ ଦେଇ । ।୭୦
ମାରନ୍ତେ ଦେଖିବେ ସକଳ । ଯାଦବ ଭୋଜବଂଶ ବୀର । ।୭୧
ରଙ୍ଗସଭାଏ କରାଇବି । ଏମନ୍ତେ ଶତ୍ରୁ ସଂହାରିବି । ।୭୨
ତୁମ୍ଭେ ସକଳେ ମୋର ମିତ୍ର । ବେଗେ ନିବାର ନନ୍ଦସୁତ । ।୭୩
ଦେବଇଁ ସମ୍ପଦ ବହୁତ । ଗଜତୁରଙ୍ଗ ଯୂଥ ଯୂଥ । ।୭୪
ଶୁଣ ହୋ ପାତ୍ର ମନ୍ତ୍ରୀ ମୋର । ମଞ୍ଚା କରାଇବ ଅପାର । ।୭୫
ତୁମ୍ଭେ ସକଳେ ଦେଖୁଥିବ । ମୋହର ଶତ୍ରୁ ନାଶଯିବ । ।୭୬
ଦେବକୀ ବସୁଦେବ ଆସି । ମଞ୍ଚା ଉପରେ ଥିବେ ବସି । ।୭୭
ତୁମ୍ଭେ କରିବ ମାଲପଣ । ଦେଖିବେ ପୁତ୍ରଙ୍କ ମରଣ । ।୭୮
ମାହୁନ୍ତ ଥିବ ରଙ୍ଗଦ୍ୱାରେ । ବସି କୁବଳୟାପୀଡ଼ରେ । ।୭୯
ମାରିବ ସଭାତଳେ ନେଇ । ଦନ୍ତେ ଗୁନ୍ଥାଇ ବେନିଭାଇ । ।୮୦
ଅନେକ ଧନରତ୍ନ ଦେବି । ମୋହର ମଇତ୍ର କରିବି । ।୮୧
ଶୁଣ ହୋ ପାତ୍ରମନ୍ତ୍ରୀ ମୋର । ତୁମ୍ଭେ ଭିଆଅ ଧନୁଘର । ।୮୨
ଶୁକଳ ଚତୁŸର୍ଦ୍ଦଶୀ ଦିନେ । ପୂଜା କରିବ ରାତ୍ରମାନେ । ।୮୩
ଛେଳି ମହିଷ ବଳିଭୋଜା । କ୍ଷେତ୍ରପାଳଙ୍କୁ କର ପୂଜା ।୮୪
ଘୋଷଣା ଦିଅ ଚାରିଦିଗେ । ଗ୍ରାମ ପାଟଣା ପୁରଲାଗେ । ।୮୫
ଜନପରଜା ରଙ୍କି ଦୁଃଖୀ । ଆସିବେ ଧନୁଯାତ୍ରା ଦେଖି । ।୮୬
ଦେବଇଁ ଧନ ବସ୍ତ୍ର ଅନ୍ନ । ତୁଳାପୁରୁଷ ଆଦିଦାନ । ।୮୭
ଏମନ୍ତ କହି କଂସ ଗଲା । ଭିତର ପୁରେ ବିଜେକଲା । ।୮୮
ଅକ୍ରୁର ନାମେ ମନ୍ତ୍ରୀବର । ଯାଦବ ବଂଶେ ବଳୀୟାର । ।୮୯
କଂସର ବିଶ୍ୱାସ ଅପାର । ଡ଼କାଇ ଆଣିଲା ସତ୍ୱର । ।୯୦
ତାହାର କରେ ହସ୍ତ ଦେଇ । କହଇ ଏକାନ୍ତେ ବସାଇ । ।୯୧
ଭୋ ମିତ ଶୁଣ ମୋ' ଉତ୍ତର । ବିଶ୍ୱାସୀ ଅଟୁ ତୁ ମୋହର । ।୯୨
ଇଷ୍ଟ ବନ୍ଧୁରେ ସତ୍ୟ କହି । ବେଦପୁରାଣେ ଏ ଅଛଇ । ।୯୩
ତୋ' ତହୁଁ ନାହିଁ ଅନ୍ୟ ମିତ୍ର । ତୁ ମୋର ପ୍ରାଣ ପଞ୍ଚଭୂତ । ।୯୪
ତୋହର ବଳେ ଆଜ ମୁହିଁ । ଶତ୍ରୁ ସଂହାରିତେ ଲୋଡ଼ଇ । ।୯୫
ଯେସନେ ବିଷ୍ଣୁ ଆଶ୍ରେ କରି । ଦେବେ ହୁଅନ୍ତି ସୁଖଚାରୀ । ।୯୬
ନନ୍ଦଗୋକୁଳେ ବେଗେ ଯାଅ । ମୋହର ହିତେ ଯେବେ ଥାଅ । ।୯୭
ତୋହର ବଳେ ମୁଁ ନିଶ୍ଚିନ୍ତ । ଭୋ ମିତ୍ର କହିଲିଟି ସତ୍ୟ । ।୯୮
ବସୁଦେବର ପୁତ୍ର ଦୁଇ । ରାମଗୋବିନ୍ଦ ବେନିଭାଇ । ।୯୯
ଥୋଇଲା ନେଇ ନନ୍ଦଘରେ । ଲୁଚାଇ ବସୁଦେବ ଡ଼ରେ । ।୧୦୦
ତୁ ବେଗେ ରଥ ଘେନିଯାଅ । ମୋର ଛାମୁରେ ଆଣିଦିଅ । ।୧୦୧
ଦେବକୀ ବିଭା ହେଲା ଯେବେ । ମୋତେ ଯା କହିଥିଲେ ଦେବେ । ।୧୦୨
ସେ କଥା ହୋଇଲା ଯୁକତେ । ନାରଦ କହିଗଲେ ମୋତେ । ।୧୦୩
ମୋତେ ମାରିବେ ବେନିଭାଇ । ଏ କଥା ଉଚିତ ନୁହଁଇ । ।୧୦୪
ଗୋକୁଳେ ଥାଇ ବଳୀୟାର । ମାଇଲେ ଅନେକ ଅସୁର । ।୧୦୫
ବାଳୁତ କାଳୁଁ ତା'ଙ୍କୁ ଧରି । ବେଗେ ମୁଁ ପକାଇବି ମାରି । ।୧୦୬
ତେବେ ମୋହର ମନସ୍ଥିର । ଭୋ ମିତ୍ର ଧରୁଅଛି କର । ।୧୦୭
ନନ୍ଦଯଶୋଦାଙ୍କର ସଙ୍ଗେ । ଘେନାଇ ଆସ ଯାଇ ବେଗେ । ।୧୦୮
ଗୋରସ ଆଣ ଶତେଭାର । ଧନୁ ଉତ୍ସ›ବ ଯାତ୍ରା ମୋର । ।୧୦୯
ଅଣାଇ ମଥୁରା ନବରେ । ବନ୍ଦୀ କରିବି ବନ୍ଦୀଘରେ । ।୧୧୦
ରାମଗୋବିନ୍ଦ ଅଣାଇବି । ହସ୍ତୀର ଦନ୍ତେ ଗୁନ୍ଥାଇବି । ।୧୧୧
ଯେବେ ଉବୁରିବେ ସେଠାରୁ । ମାଲେ ଅଛନ୍ତି ମହାମେରୁ । ।୧୧୨
ଏହାଙ୍କ ହସ୍ତେ ମରାଇବି । ତେବେ ସେ ଜୀବନ ପାଇବି । ।୧୧୩
ମେହାର ଯଦୁବଂଶ ବାଦୀ । ସବୁଙ୍କୁ ପକାଇବି ଛେଦି । ।୧୧୪
ନନ୍ଦଯଶୋଦା ବସୁଦେବ । ଦେବକୀ ଯେତେକ ଯାଦବ । ।୧୧୫
ଏହାଙ୍କୁ ପେଷି ଯମପୁର । ତେବେ ଜୀବନ ସ୍ଥିର ମୋର । ।୧୧୬
ଉଗ୍ରସେନଙ୍କୁ ଧରି ଆଣି । ଏଠାରେ ପକାଇବି ହାଣି । ।୧୧୭
ଦେବକନାମେ ତା'ର ଭାଇ । ମୋର ମରଣ ସେ ଲୋଡ଼ଇ । ।୧୧୮
ମୋର ବଇରୀଛନ୍ତି ଯେତେ । ଭୋ ମିତ୍ର ମାରିବି ଏମନ୍ତେ । ।୧୧୯
ତେବେ ସେ ମହୀ ଅକଣ୍ଟକେ । ଭୋଗ କରିବି ମୁହିଁ ଏକେ । ।୧୨୦
ଶ୍ୱଶୁର ଜରାସନ୍ଧ ମୋର । ସଙ୍ଗାତ ଦ୍ୱିବିନ୍ଦ ବାନର । ।୧୨୧
ଶୂର ନାରକା ବାଣାସୁର । ଅଛନ୍ତି ମହା ମହା ବୀର । ।୧୨୨
ଶାଲ୍ୱକ ଦନ୍ତବକ୍ର ବୀର । ପୁଣ୍ତ୍ରକ କାଶୀ-ରାଜେଶ୍ୱର । ।୧୨୩
ଏ ମୋର ସମ ବଳୀୟାର । ମୋତେ ଡରଇ ସୁନାସୀର । ।୧୨୪
ଭୋ ମିତ୍ର ଯାଆ ବେଗ ହୋଇ । ଧନୁ ଉତ୍ସବ ଯାତ୍ରା କହି । ।୧୨୫
ବହନ ଆଣ ୧ବେନିଭାଇ । ମିତ୍ର ମୋହର ଯେବେ ତୁହି । ।୧୨୬
ସେ ବିଷ୍ଣୁଅଂଶେ ଜାତ ହୋଇ । ରାମଗୋବିନ୍ଦ ବେନିଭାଇ । ।୧୨୭
ବିଚାରେ ବଳବାନ କରି । ତା'ଙ୍କ ମରଣ ମନେ ଧରି । ।୧୨୮
ଯେତେକ ବୀର ମୋର ଗଲେ । ଗୋଟିଏ ବାହୁଡ଼ି ନଇଲେ । ।୧୨୯
ତାହାଙ୍କ ବଳ ପରିମାଣି । ବଳେ ନୋହଇ ତା'ଙ୍କୁ ଆଣି । ।୧୩୦
ତୁ ଯେଣୁ ବିଷ୍ଣୁଭକ୍ତଜନ । ତୋରେ ସଦୟ ଭଗବାନ । ।୧୩୧
ବହନ କରି ଭାବେ କହି । ବେଗେ ତୁ ଘେନି ଆସ ଯାଇ । ।୧୩୨
ଟାଣ ନ କହି ଆଣ ବେଗେ । ରଥେ ବସାଇ ତୋର ସଙ୍ଗେ । ।୧୩୩
ତୋହର ଭକ୍ତିଭାବ ଘେନି । ଏଥେ ଆସିବେ ଭାଇ ବେନି । ।୧୩୪
ଏମନ୍ତ କଂସ ବୋଲ ଶୁଣି । ଅକ୍ରୁର ମନେ ମନେ ଗୁଣି । ।୧୩୫

ଅକ୍ରୁର ଉବାଚ

ବୋଲଇ ଶୁଣ ନରନାଥ । ଏ କଥା ତୋହର ଉଚିତ । ।୧୩୬
ଶତ୍ରୁକୁ ବୁଦ୍ଧିବଳେ ମାରି । ତେବେ ଜୀବନ ସୁଖେ ଧରି । ।୧୩୭
କହଇ ଶୁଣ ନୃପବର । ଦଇବବଳ ବଳୀୟାର । ।୧୩୮
ଯେ ଯାହା କର୍ମଫଳ ବଳେ । ଭୋଗ କରନ୍ତି ମହୀତଳେ । ।୧୩୯
ମର୍ତ୍ତ୍ୟେମାନବ ଦେହ ବହି । ଲାଭ ଅଲାଭ ନ ଜାଣଇ । ।୧୪୦
ଯେ ଯାହା ପୂର୍ବେ ଥାଇ କରି । ଭୁଞ୍ଜଇ ସେ ଫଳ ଆବୋରି । ।୧୪୧
ଶୋକ ହରଷ ବେନିପଥେ । ମିଳନ୍ତି କର୍ମର ଆୟତ୍ତେ । ।୧୪୨
କର୍ମ ଯେ ବଡ଼ ବୁଦ୍ଧିଦାତା । କର୍ମ ହିଁ ଅଲେଖ ବିଧାତା । ।୧୪୩
ଯେବେ ତୋ' କର୍ମ ବଳୀୟାର । ଭୋଗ କରିବୁ ଦିବ୍ୟପୁର । ।୧୪୪
ବିବିଧ ରତ୍ନ ଅଶ୍ୱଗଜ । କରୀଦଶନଖଟ ଶେଯ । ।୧୪୫
ଅମୂଲ୍ୟପୁର ବାରସ୍ୱତୀ । ଦେବେ କରିବେ ତୋତେ ସ୍ତୁତି । ।୧୪୬
ଯଦି ତୋ କର୍ମ ବିଡ଼ମ୍ବନ । ହୋଇବ ଅକାଳ ମରଣ । ।୧୪୭
ଭଣଜା ହସ୍ତେ ଯେବେ ମୃତ୍ୟୁ । ଯାହା କହିଛି କୁଶକେତୁ । ।୧୪୮
ଏଥକୁ ନିଷତ ହୋଇଲେ । ଆଉ କି ଥିବ ଦେହ ଭଲେ । ।୧୪୯
ତୋହର ଆଜ୍ଞା ଶିରେ ଧରି । ଭୋ ରାଜା ଯିବି ଗୋପପୁରୀ । ।୧୫୦
ଶୁଣି ସନ୍ତୋଷ ଭୋଜରାଜା । ଅକ୍ରୁରେ କଲା ଦିବ୍ୟପୂଜା । ।୧୫୧
କଂସ ପଶିଲା ନିଜ ପୁର । ଅକ୍ରୁର ହୋଇଲା ବାହାର । ।୧୫୨
ପଥେ ସେ ବିଚାରଇ ମନେ । କୃଷ୍ଣଙ୍କୁ ଦେଖିବି କେସନେ । ।୧୫୩
ସତେ କି ଦେଖିବି ଶ୍ରୀମୁଖ । ଖŠଣ୍ତିବି କୋଟିଜନ୍ମ ଦୁଃଖ । ।୧୫୪
ମିଳିଲା ନିଜ ପୁରେ ଯାଇ । ଗୋବିନ୍ଦପାଦେ ଚିତ୍ତ ଦେଇ । ।୧୫୫
କହଇ ଦାସ ଜଗନ୍ନାଥ । ଅକ୍ରୁର ସଜକଲା ରଥ । ।୧୫୬
ସେ ରଥ ପଛେ ଥାଇ ଧୀରେ । ମନ ମୋ' ଯାଉ ଗୋପପୁରେ । ।୧୫୭
ସୁଜନେ ଆସ ସଙ୍ଗମେଳେ । କୃଷ୍ଣ ଦେଖିବା ବେନିଡ଼ୋଳେ । ।୧୫୮
ଅକ୍ରୁର ରଥେ ମନ ଥୁଅ । ସଂସାର ବନ୍ଧେ ଧନ୍ଦି ନୁହଁ । ।୧୫୯
ବାରେ ଦେଖିଲେ କୃଷ୍ଣ ରୂପ । ଆଉ କି ଥିବ ମନେ ତାପ । ।୧୬୦
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ଅକ୍ରୁରସମ୍ପ୍ରେଷଣଂ ନାମ ଊନଚତ୍ୱାରିଂଶୋଽଧ୍ୟାୟଃ । ।

ଚତ୍ୱାରିଂଶ ଅଧ୍ୟାୟସମ୍ପାଦନ କରନ୍ତୁ

ଶୁକ ଉବାଚ

ଶୁଣ ରାଜନ କୃଷ୍ଣ ଲୀଳା । କେଶୀ ଯେ ବୃନ୍ଦାବନେ ଗଲା । ।୧
ରଜନୀ ହୋଇଲା ପ୍ରଭାତ । ଗଗନେ ଉଦେ ଛାୟାକାନ୍ତ । ।୨
ଅଶ୍ୱର ପ୍ରାୟେ ରୂପ ଧରି । ଦେଖି ଗଗନେ ଦେବେ ଡ଼ରି । ।୩
ମନହୁଁ ବେଗବନ୍ତ ହୋଇ । କୋପେ ଖୋଳଇ କ୍ଷୁରେ ମହୀ । ।୪
କାନ୍ଧର ବାଳ ଠିଆ କରି । ଗଗନେ ପଡୁଅଛି ହୁରି । ।୫
ବିମାନେ ବସି ଦେବତାଏ । ଉଡ଼ିଣ ଗଲେ ଲାଞ୍ଜବାଏ । ।୬
ଗୋରୁଏ ପଳାଇଲେ ଛନ୍ନେ । ପଶିଲେ ଗହନ ବିପିନେ । ।୭
କେଶୀର ନିଶ୍ୱାସ ପବନେ । ଉଡ଼ିଲେ ବୃକ୍ଷେ ଘୋର ଶୂନ୍ୟେ । ।୮
ଶବଦ ଶୁଣି ମହାଘୋର । ଗୋବିନ୍ଦ ହୋଇଲେ ବାହାର । ।୯
ଦେଖିଲେ ଗୋପର ବିକଳ । ଶୂନ୍ୟେ କମ୍ପନ୍ତି ଦିଗପାଳ । ।୧୦
ଶୁଣି ଦୈତ୍ୟର ଘୋରରଡ଼ି । ଦେବେ ଗଗନ ଗଲେ ଛାଡ଼ି । ।୧୧
ଦେଖିଲେ ମଦନ ଗୋପାଳ । ଅସୁର ତେଜ ଅନର୍ଗଳ । ।୧୨
ଧନ ସମ୍ପଦ ଦାରା ଛାଡ଼ି । ଲୋକେ ପଳାନ୍ତି ବନମାଡ଼ି । ।୧୩
କିଜାଣି ବେଢ଼ିଲା ଅନଳ । କି ଅବା ପ୍ରଳୟର କାଳ । ।୧୪
ଉଲୁକାପାତ ଦିଶେ ମହୀ । ଦିବସେ ଅନ୍ଧକାର ହୋଇ । ।୧୫
କଂସର ହିତେ ମହାବଳୀ । ଲୋଡ଼ଇ ରାମ ବନମାଳୀ । ।୧୬
ଅସୁର ବିଚାରଇ ମନେ । କୃଷ୍ଣଙ୍କୁ ଦେଖିବି କେସନେ । ।୧୭
ଲୁଚାଇ ଅଛି ବସୁଦେବ । ମୋହର ଡରେ ପଳାଇବ । ।୧୮
ମୁଖ ବିସ୍ତାରି ବେଗେ ଧାଇଁ । ଆଜ ଗିଳିବି ବେନିଭାଇ । ।୧୯
ଏମନ୍ତ ବିଚାରି ଆନନ୍ଦେ । ମିଳିଲା ଗୋପପୁର ମଧ୍ୟେ । ।୨୦
ଗୋପବାଳକ ମଧ୍ୟେ ଥାଇ । ଦେଖିଲେ ପ୍ରଭୁ ଭାବଗ୍ରାହୀ । ।୨୧
ଗୋପକୁମର କନ୍ଧେ ହସ୍ତ । ଆଗ ହୋଇଲେ ଗୋପୀନାଥ । ।୨୨
ଗୋବିନ୍ଦ କଲେ ଶିଙ୍ଗାନାଦ । କେଶୀ ପାଇଲା ମନେ ଖେଦ । ।୨୩
ଜାଣିଲା ଏହି ନାରାୟଣ । ଶୋଷିଲା ପୂତନା ପରାଣ । ।୨୪
ଶକଟା ତୃଣା ବ›ତ୍ସାସୁର । ଅଘା ପ୍ରଳମ୍ବା ମହାବୀର । ।୨୫
ଧେନୁକ ଷଣ୍ଢ‹ ଆଦିକରି । ଏ ବନେ ମାଇଲା ମୁରାରି । ।୨୬
ଏହି ସେ ନନ୍ଦର କୁମର । ଜାଣି ଧାଇଁଲା ନିଶାଚର । ।୨୭
ମୁଖ ବିସ୍ତାରି କୋପଭରେ । ଧାଇଁଲା ପବନହୁଁ ଖରେ । ।୨୮
ମୁଖେ କି ପିଉଛି ଆକାଶ । ମିଳିଲା ଗୋବିନ୍ଦର ପାଶ । ।୨୯
ଉଞ୍ଚାଇ ପଛ ବେନିପାଦେ । ମାଇଲା ଗୋବିନ୍ଦର ହୃଦେ । ।୩୦
ଶ୍ରୀକୃଷ୍ଣ ବଞ୍ଚାଇଲେ ତାହା । ବଜ୍ର ହୁଁ ଆଣ୍ଟ ଯା'ର ହିଆ । ।୩୧
ଚରଣ ଧରି ବାମକରେ । ପକାଇଦେଲେ କୋପଭରେ । ।୩୨
ଗରୁଡ଼ ଯେହ୍ନେ ନାଗ ଧରି । ପକାଇ ରହଇ ଆବୋରି । ।୩୩
ପୁଣି କ୍ଷଣକେ ଜ୍ଞାନ ପାଇ । କେଶୀ ଧାଇଁଲା ରୋଷ ବହି । ।୩୪
ବିସ୍ତାର ଦେଖି ତା'ର ତୁŠଣ୍ତ । କୃଷ୍ଣ ଭରିଲେ ଭୁଜଦଣ୍ତŠ । ।୩୫
ସର୍ପ ପଶଇ ଯେହ୍ନେ ବିଳେ । ଦେଖି ହସନ୍ତି ଗୋପବାଳେ । ।୩୬
ଦଇତ୍ୟ କାମୋଡ଼ିଲା କର । ଦନ୍ତ ତା ଝଡ଼ିଲା ଅଧର । ।୩୭
ତପତଫାଳ ପ୍ରାୟେ କର । ଚାପି ନ ପାରିଲା ଅସୁର । ।୩୮
କେଶୀ ଉଦରେ କୃଷ୍ଣକର । ବଢ଼ିଲା ଯେହ୍ନେ ଗିରିବର । ।୩୯
ଗର୍ଭ ମନ୍ଥିଲେ ଭୁଜଦଣ୍ତ । ଖୁଆ ଯେସନେ ଦଧିଭାଣ୍ତେŠ । ।୪୦
ନିରୋଧ ହୋଇ କଣ୍ଠଦ୍ୱାର । ବିସ୍ତାର କଲା ଚାରି କ୍ଷୁର । ।୪୧
ବେଗେ ଛାଡ଼ିଲା ମଳମୂତ୍ର । ପଡ଼ି ହୋଇଲା ମୂରୁଚ୍ଛିତ । ।୪୨
ବେନି ଲୋଚନ କଲା ସ୍ଥିର । ଜୀବନ ଛାଡ଼ିଲା ଅସୁର । ।୪୩
ଦେଖନ୍ତି ସ୍ୱର୍ଗେ ଦେବତାଏ । ପଶିଲା ଗୋବିନ୍ଦର ଦେହେ । ।୪୪
ପାଚିଲା ଫୁଟି ପ୍ରାୟେ ହୋଇ । ଅସୁର ପଡ଼ିଲା ମିଳାଇ । ।୪୫
ତାହାର ଗର୍ଭୁ ଦାମୋଦର । ଫେଇ ଆଣିଲେ ନିଜ କର । ।୪୬
ଦେଖି ଆନନ୍ଦ ଦେବତାଏ । ଆକାଶେ କଲେ ଜୟେ ଜୟେ । ।୪୭
ପୁଷ୍ପ ବରଷିଲେ ଗହଳେ । ସ୍ତୁତି କରନ୍ତି ଦେବବରେ । ।୪୮
କେଶୀ ମରଣ ଦେଖି ହସି । ଆସି ମିଳିଲେ ଦେବଋଷି । ।୪୯
ଏକାନ୍ତେ ଦେଖି ନରହରି । ସ୍ତୁତି କରନ୍ତି ପାଦେ ପଡ଼ି । ।୫୦
ଉଠି ଗୋବିନ୍ଦ ମୁଖ ଚାହିଁ । ବୋଲନ୍ତି ଶିରେ କର ଦେଇ । ।୫୧

ନାରଦ ଉବାଚ

ଭୋ କୃଷ୍ଣ ପ୍ରଭୁ ଯୋଗେଶ୍ୱର । ଯାଦବବଂଶର ଠାକୁର । ।୫୨
ଅଶେଷ ଜନ୍ତୁ ହୃଦଗତେ । ଜ୍ଞାନୀ ଚିନ୍ତନ୍ତି ଯୋଗମତେ । ।୫୩
ଜ୍ୟୋତି ସ୍ୱରୂପ ନିରଞ୍ଜନ । ସକଳ ଆତ୍ମାରେ ଅଭିନ୍ନ । ।୫୪
ମନ ବୁଦ୍ଧିରେ ଅଗୋଚର । ମହାପୁରୁଷ ତୁ ଈଶ୍ୱର । ।୫୫
ତୋହର ମାୟାକୁ ଆବୋରି । ଶରୀର ବହୁ ନରହରି । ।୫୬
ସଂସାର କରୁ ତୁ ଭିଆଣ । ସୃଷ୍ଟି ପାଳନ ସଂହାରଣ । ।୫୭
ଭାରା ନିବାରେ ଦେହ ବହି । ସାଧୁଙ୍କୁ ରଖୁ ଭାବଗ୍ରାହୀ । ।୫୮
ଦୁଷ୍ଟ ନିବାରି ରଖୁ ମହୀ । ମର୍ତ୍ତ୍ୟେ ଉଦ୍ଧରୁ ରୂପ ବହି । ।୫୯
ଲୀଳାଏ ମାଇଲୁ ଅସୁର । ଦେଖି ହରଷ ସୁର ନର । ।୬୦
ଦେବେ ନ ରହନ୍ତି ଆକାଶେ । ଏ କେଶୀ ଦଇତ୍ୟର ତ୍ରାସେ । ।୬୧
ଭୋ ନାଥ ଶୁଣ ଚକ୍ରଧର । ମାରିବୁ ମୁଷ୍ଟିକ ଚାଣୂର । ।୬୨
ଧନୁ ଭାଙ୍ଗିବୁ ବାମକରେ । ହସ୍ତୀ ମାରିବୁ ରଙ୍ଗଦ୍ୱାରେ । ।୬୩
କଂସ ମାରିବୁ ଚାରିଦିନେ । ରାଜ୍ୟ ନିବେଶି ଉଗ୍ରେସେନେ । ।୬୪
କଂସର ଅଷ୍ଟମଲ୍ଲ ନାଶି । ଯାଦବ ବଂଶକୁ ଆଶ୍ୱାସି । ।୬୫
କାଳ ଯବନ ଶଙ୍ଖାସୁର । ମୁର ନାରକା ବେଗେ ମାର । ।୬୬
ଇନ୍ଦ୍ରଭୁବନୁ ପାରିଜାତ । ବଳେ ଆଣିବୁ ଗୋପୀନାଥ । ।୬୭
ବୀରରାଜାଙ୍କ କନ୍ୟା ଆଣି । ବିଭା ହୋଇବୁ ଚକ୍ରପାଣି । ।୬୮
ଜରାସନ୍ଧର ଭୟେ ଯାଇ । ସମୁଦ୍ରେ ଦ୍ୱାରକା ଭିଆଇ । ।୬୯
ନୃଗରାଜାଙ୍କୁ ସୁଖ ଦେବୁ । କୃକଲାଶ ରୂପ ନାଶିବୁ । ।୭୦
ତୋହର ପୁରେ ଶକ୍ରାଜିତ । ତୋତେ ବରିବ ଗୋପୀନାଥ । ।୭୧
ସତ୍ୟଭାମାର ତୁଲେ ମଣି । ତୋହର ପାଦେ ଦେବ ଆଣି । ।୭୨
ଯମର ଘରୁ ପୁତ୍ର ଆଣି । ତୋଷିବୁ ଗୁରୁଙ୍କ ଘରଣୀ । ।୭୩
ଘୋର ଦଇତ୍ୟ ପୁŠଣ୍ତରୀକ । ତାହାକୁ ମାରି ଦେବୁ ମୋକ୍ଷ । ।୭୪
ଦହନ କରି କାଶୀପୁର । ଯୁଦ୍ଧେ ମାରିବୁ ଦନ୍ତବକ୍ର । ।୭୫
ପାଣ୍ତŠବ ଯଜ୍ଞସଭା ତଳେ । ଚକ୍ରେ ଛେଦିବୁ ଶିଶୁପାଳେ । ।୭୬
ଦ୍ୱାରକା ପୁରେ ବନମାଳୀ । ଯେତେ କରିବୁ ସୁଖକେଳି । ।୭୭
ମୁଁ ତାହା ଦେଖିବି ଲୋଚନେ । ପୁରାଣେ ଶୁଣିଅଛି କର୍ଣ୍ଣେ । ।୭୮
ଅର୍ଜ୍ଜୁନ ରଥେ ତୁ ସାରଥି । ମୁଁ ପୁଣି ଥିବି ତୋ'ର କତି । ।୭୯
ଅନେକ ରାଜା ସୈନ୍ୟବଳ । ସଂହାର କରିବୁ ଗୋପାଳ । ।୮୦
ଶୁଦ୍ଧ ବିବେକ ନିରଞ୍ଜନ । ଆଦି ଅନାଦି ସ୍ଥୂଳ ଶୂନ୍ୟ । ।୮୧
ଅଶେଷ ପୁଣ୍ୟଫଳ ଦାତା । ତୁମ୍ଭେ ଜଗତ ପିତାମାତା । ।୮୨
ଆପଣା ମହିମା ବିସ୍ତାରି । ଗୁଣ ପ୍ରକାଶୁ ନରହରି । ।୮୩
ମନୁଷ୍ୟ ଦେହେ ଅବତାର । ଯାଦବବଂଶର ଠାକୁର । ।୮୪
ଏମନ୍ତେ ବ୍ରହ୍ମାର ନନ୍ଦନ । ଆନନ୍ଦେ କଲେ ସାମଗାନ । ।୮୫
ଗୋବିନ୍ଦ ଆଜ୍ଞା ଶିରେ ଘେନି । ଗଲେ ନାରଦ ମହାମୁନି । ।୮୬
ଏମନ୍ତେ ଅସୁର ସଂହାରି । ଗୋପେ ବିଜୟ ନରହରି । ।୮୭

ଶୁକ ଉବାଚ

ଏବେ ହୋ ଶୁଣ ନରନାଥ । କୃଷ୍ଣର ଲୀଳା ଭାଗବତ । ।୮୮
ଦିନେକ ପ୍ରଭୁ ଭଗବାନ । ବାଳକ ମେଳେ ଗଲେ ବନ । ।୮୯
ଗିରିକନ୍ଦରେ ଘୋରବନେ । ଗାଈ ଚରାନ୍ତି ତୋଷମନେ । ।୯୦
ହସି ବୋଲନ୍ତି ଦାମୋଦର । ଏମନ୍ତ ଖେଳଅଛି ମୋର । ।୯୧
ଥୋକାଏ ହୁଅ ତୁମ୍ଭେ ଚୋର । ଥୋକାଏ ହୁଅ ରାତ୍ରପାଳ । ।୯୨
ଖେଳିବା କଦମ୍ବର ତଳ । ଏମନ୍ତ କହି ଆଦିମୂଳ । ।୯୩
ଥୋକାଏ ହୁଅ ପଶୁଗଣ । ଛାଗଳ ମହିଷ ହରିଣ । ।୯୪
ଥୋକାଏ ହୁଅ ଦŠଣ୍ତୁଆସି । ହସି କହନ୍ତି ବ୍ରହ୍ମରାଶି । ।୯୫
ତକ୍ଷଣେ କରି ସନମତ । ପୋଏ ହୋଇଲେ ଯୂଥ ଯୂଥ । ।୯୬
ଥୋକେ ହୋଇଲେ ଗୃହବାସୀ । ଥୋକାଏ ଚୋର ଦŠଣ୍ତୁଆସୀ । ।୯୭
ଏମନ୍ତେ ଖେଳଲୀଳା କରି । ଖେଳନ୍ତି ବନେ ନରହରି । ।୯୮
ଶୁଣ ରାଜନ ବିପରୀତ । ଅସୁର ମିଳିଲା ତୁରିତ । ।୯୯
ମୟଦଇତ୍ୟର କୁମର । ନାମ ତାହାର ବ୍ୟୋମାସୁର । ।୧୦୦
ମାୟାଗୋପାଳ ରୂପ ଧରି । ଅନେକ ନେଲା ଚୋରି କରି । ।୧୦୧
ଗିରିକ୍ରୋଟରେ ଲୁଚାଇଲା । ଦ୍ୱାରେ ପାଷାଣ ଅଚ୍ଛାଦିଲା । ।୧୦୨
ଏମନ୍ତେ ନେଲା ବେଳ ଦଶ । ରହିଲେ ପାଞ୍ଚ ସାତ ଶେଷ । ।୧୦୩
ଗୋପକୁମରଙ୍କୁ ଅନାଇଁ । ଜାଣିଲେ ପ୍ରଭୁ ଭାବଗ୍ରାହୀ । ।୧୦୪
ଦଇତ୍ୟ ମୋତେ ମାୟା କଲା । ମୋର ବାଳକ ହରିନେଲା । ।୧୦୫
ଭଲା ମୁଁ କଲି ଖେଳ ରସ । ମୋର ଗୋପାଳେ ଗଲେ ନାଶ । ।୧୦୬
ଦଇତ୍ୟ ନେଇ ଗିରିବରେ । ଲୁଚାଇ ଢ଼ାଙ୍କିଛି ଦୁଆରେ । ।୧୦୭
କୃଷ୍ଣ ଧାଇଁଲେ ଧାତିକାରେ । ମିଳିଲେ ପର୍ବତ କନ୍ଦରେ । ।୧୦୮
ବେନିବାଳକ ଯାକି କାଖେ । ଦଇତ୍ୟ ଚଳେ ଗିରିପାଖେ । ।୧୦୯
ତାହାର କେଶ ବାମକରେ । କୃଷ୍ଣ ଧଇଲେ କୋପଭରେ । ।୧୧୦
ତକ୍ଷଣେ ନିଜ ରୂପ ହୋଇ । ପଳାଇ ଲୋଡ଼ଇ ଛଡ଼ାଇ । ।୧୧୧
କୃଷ୍ଣ ଧଇଲେ ତାର ହସ୍ତ । ଘୂରାଇ ପକାଇଲେ ପଥ । ।୧୧୨
ପଶୁଙ୍କ ପ୍ରାୟ ମୁŠଣ୍ତମୋଡ଼ି । ପଡ଼ିଲା ଦେଇ ଘୋରରଡ଼ି । ।୧୧୩
ତକ୍ଷଣେ ଛାଡ଼ିଲା ଜୀବନ । କୃଷ୍ଣର ଦେହେ ହେଲା ଲୀନ । ।୧୧୪
ପର୍ବତ କ୍ରୋଟଦ୍ୱାରେ ଯାଇ । ଦ୍ୱାର ଫେଇଲେ ଭାବଗ୍ରାହୀ । ।୧୧୫
ଗୋପବାଳକ ଉଦ୍ଧରିଲେ । ଦେବେ କୁସୁମ ବରଷିଲେ । ।୧୧୬
ଆନନ୍ଦେ ଘେନି ଗୋପବାଳ । ଗୋପେ ବିଜୟ ଆଦିମୂଳ । ।୧୧୭
ଏବେ ସରିଲା ବନକେଳି । ମଥୁରା ଯିବେ ବନମାଳୀ । ।୧୧୮
ତାରିଲେ ଗୋପ ନରନାରୀ । ଭକତ ବନ୍ଧୁ ଦଇତ୍ୟାରି । ।୧୧୯
ଭକତଜନ ତାରିବାରେ । ଗୋରୁ ଚରାଇ ବନଘୋରେ । ।୧୨୦
ବାଳକ ରୂପେ ଅବତାର । ବଢ଼ିଲେ ନନ୍ଦର ମନ୍ଦିର । ।୧୨୧
ମଥୁରାପୁର ନରନାରୀ । ପୂର୍ବେ ଅଛନ୍ତି ତପ କରି । ।୧୨୨
ନୟନେ ଦେଖି କୃଷ୍ଣରୂପ । ଖଣ୍ତିବେ ଭବବନ୍ଧ ତାପ । ।୧୨୩
ସୁଜନଜନେ ଶୁଣ ଧୀରେ । କୃଷ୍ଣ ଚରିତ କ‰ର୍ଣ୍ଣଦ୍ୱାରେ । ।୧୨୪
ରାମଗୋବିନ୍ଦ ବାଳକେଳି । ଗୁନ୍ଥି ଲମ୍ବାଅ କଣ୍ଠେ ମାଳୀ । ।୧୨୫
ଚିତ୍ତ ନିରୋପି କୃଷ୍ଣ ପାୟେ । ନ ବୁଡ଼ ଭବଜଳେ ମୋହେ । ।୧୨୬
କହଇ ଦାସ ଜଗନ୍ନାଥ । ଗୀତ ବିନୋଦେ ଭାଗବତ । ।୧୨୭
ଭକତଜନେ ଏହା ଗାଇ । କୃଷ୍ଣଲୀଳାରେ ମନ ଦେଇ । ।୧୨୮
ହୋଇବ ଭବଜଳୁଁ ପାର । କୃପା କରିବେ ଦାମୋଦର । ।୧୨୯
ଭକତଜନଙ୍କର ହିତ । ରଚିଲି ଶିରୀଭାଗବତ । ।୧୩୦
ଶୁଣି ସୁଜନେ ହୁଅ ତୋଷ । କହଇ ଜଗନ୍ନାଥ ଦାସ । ।୧୩୧
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ କେଶୀବ୍ୟୋମାସୁରବଧୋ ନାମ ଚତ୍ୱାରିଂଶୋଽଧ୍ୟାୟଃ । ।

ଏକଚତ୍ୱାରିଂଶ ଅଧ୍ୟାୟସମ୍ପାଦନ କରନ୍ତୁ

ଶୁକ ଉବାଚ

ବୋଲନ୍ତି ବ୍ୟାସଙ୍କ କୁମର । ଶୁଣ ପରୀକ୍ଷ ନୃପବର । ।୧
ଏଣେ ତୁ ହୋଇବୁ ନିସ୍ତାରି । ହେଳେ ତରିବୁ ଭବବାରି । ।୨
କେଶୀ କି ଆଶ କରି କଂସ । ରଖି ଯେ ଅଛି ଯଦୁବଂଶ । ।୩
କେଶୀ ଅଇଲେ କାର୍ଯ୍ୟ କରି । ସମସ୍ତ ପକାଇବ ମାରି । ।୪
ଏମନ୍ତ ସମୟେ ସଭାର । ବାରତା କହିଲା ଡ଼ଗର । ।୫
କରଅଞ୍ଜଳି ଶିରେ ଦେଇ । ଚରଣେ ନିବେଶିଲା ଯାଇ । ।୬
ଡଗର ମୁଖେ ପରକାଶେ । କହିଲେ ଦ୍ରୋହ ମୋରଶେଷେ । ।୭
ନାହିଁତ କିଛି ତୋ'ର ଦ୍ରୋହ । ଯାହା ଦେଖିଲୁ ତାହା କହ । ।୮
କଂସର ଏ ବଚନ ଶୁଣି । ଡଗର କହେ ପରିମାଣି । ।୯
ପୂର୍ବହୁଁ ଅଛଇ ଜଣାଇ । ପୂତନା ପଡ଼ିଲା ଗୋସାଇଁ । ।୧୦
ତୃଣା ଶକଟା ବତ୍ସାସୁର । ତିନିହେଁ ଗଲେ ଯମଆଳ । ।୧୧
ଅଘାର ଦେହ ନିସ୍ତାରଣ । ବିଚିତ୍ର ତାହାର ମରଣ । ।୧୨
ଧେନୁକ ପ୍ରଳମ୍ବ ଦଇତ୍ୟ । ତା' ଭାଇ ରାମ କଲା ହତ । ।୧୩
କଥାଏ କହିବି ଗୋସାଇଁ । ନୋହିଲେ ପ୍ରତେ ଯିବୁ ନାହିଁ । ।୧୪
ସାତବରଷର ବାଳୁତ । କରେ ତୋଳିଲା ପରବତ । ।୧୫
ପୋଏ ତୋଳନ୍ତି ଯେହ୍ନେ ଛତି । କୃଷ୍ଣର ବିକ୍ରମ ମୂରତି । ।୧୬
ବିବାଦେ ଇନ୍ଦ୍ର ହାରିଗଲା । କୃଷ୍ଣରେ ଶରଣ ପଶିଲା । ।୧୭
କାଳୀୟ କାଳିନ୍ଦୀ ହ୍ରଦରେ । ଫଣା ସେ ମŸର୍ଦ୍ଦିଲା ପୟରେ । ।୧୮
ଅରିଷ୍ଟ ଷଣ୍ଢ‹ ଗୋପେ ଚଳି । ଯାଇ ମିଳିଲେ ଗୋପପୁରୀ । ।୧୯
ହୋଇଲେ ଲୀଳାମାତ୍ରେ ଶେଷ । ଜନନୀ ଦେଖିଲା ଅଶେଷ । ।୨୦
ଶୁଣ ତୁ ଭୋଜ ରାଜବଂଶୀ । ଏବେ ପଡ଼ିଲା ତୋ'ର କେଶୀ । ।୨୧
ଶୁଣି କମ୍ପିଲା ତା'ର ତନୁ । ଢଳି ପଡ଼ିଲା ସିଂହାସନୁଁ । ।୨୨
ପଡ଼ିଣ ମୂର୍ଚ୍ଛାଗତ ହେଲା । ଅଚେଷ୍ଟ ହୋଇଣ ରହିଲା । ।୨୩
ପୁଣ ସେ ପାଇଣ ଚେତନ । କଲାକ ବହୁତ ରୋଦନ । ।୨୪
ତୁ କେଶୀ ମୋର ପ୍ରାଣ ସାହା । ଛିଡ଼ି ପଡ଼ିଲା ମୋର ବାହା । ।୨୫
ତୋତେ ନ ଦେଖି ମୋର ଡ଼କା । ତୁ କେଶୀ ମୋର ପ୍ରାଣସଖା । ।୨୬
ବାଳୁତ କାଳୁ ଯେତେ ଗୁଣ । ସୁମରି କାନ୍ଦେ ନୃପରାଣ । ।୨୭
ଅନେକ ରୋଦନ ଚହଳ । ସଭାରେ ହୋଇଲା ବିକଳ । ।୨୮
ଶୋକ ଦେଖିଣ ମହାମଲ୍ଲେ । ପ୍ରତିଜ୍ଞା କରିଣ ତୋଳିଲେ । ।୨୯
ଆମ୍ଭେ ଯେ ତୋହର ସେବକ । ତୁ ରାଜା କରୁ କିମ୍ବା ଶୋକ । ।୩୦
ତୋ'ର ଆଦେଶେ ଦିଗପାଳ । ସ୍ୱର୍ଗେ ଜିଣିଲୁଁ ଆଖଣ୍ତŠଳ । ।୩୧
ଏମନ୍ତ ପ୍ରତିଜ୍ଞା ତୋହର । ଏଥକୁ ଶୋଚନା ନ କର । ।୩୨
ରାମ ଗୋବିନ୍ଦ ବେନିଭାଇ । ପାରୁ କି ଏଥକୁ ଅଣାଇ । ।୩୩
ଦେଖିବୁ ବିଚିତ୍ର ସମର । ରାମକୃଷ୍ଣ ସଙ୍ଗେ ଆମ୍ଭର । ।୩୪
ଶୁଣି ସାନନ୍ଦ କଂସନୃପ । ମନରୁ ଛାଡ଼ିଲା ସନ୍ତାପ । ।୩୫
ବୀରଙ୍କୁ କହଇ ଉତ୍ତର । ସେ ମେର ଆତ୍ମା ଉର ଶଲ୍ୟ । ।୩୬
ଉପାୟ କରି ତା'କୁ ଜିଣ । ତା' ହସ୍ତେ ମୋହର ମରଣ । ।୩୭
ଅକ୍ରୁର ପେଷୁଅଛି ମୁହିଁ । ଘେନି ଆସିବ ବେନିଭାଇ । ।୩୮
ନନ୍ଦ ଯଶୋଦା ଆଦି କରି । ସଭିଙ୍କି ପକାଇବି ମାରି । ।୩୯
କହିଣ ଭିତରକୁ ଗଲା । ଶୁଣ ହୋ ଅଭିମନ୍ୟୁ ବଳା । ।୪୦
କଂସ ଆଦେଶ ଘେନି ଶିରେ । ଅକ୍ରୁର ବସିଲା ରଥରେ । ।୪୧
ଅରୁଣ ତେଜ ପ୍ରକାଶିଲା । ଦିଗ ଆନନ୍ଦେ ବିକାଶିଲା । ।୪୨
ବ୍ରାହ୍ମଣେ ଉଠି ରାତ୍ର ଅନ୍ତେ । ସ୍ତୁତି କରନ୍ତି ବେଦମନ୍ତ୍ରେ । ।୪୩
ମଙ୍ଗଳସ୍ୱରେ ବେଦଧ୍ୱନି । ଚଳିଲେ ତପୋବନେ ମୁନି । ।୪୪
ଜନେ ସୁମରନ୍ତି ମୁରାରି । ଯେ ଯାହାମତେ ସ୍ତୁତି କରି । ।୪୫
ମଳିନ ହୋଇ ତାରାଗଣ । ନିର୍ମଳ ଦିଶିଲା ଗଗନ । ।୪୬
ଉତ୍ତରଦିଗେ ବଳୀୟାର । ପବନ ବହଇ ମଧୁର । ।୪୭
ଶଙ୍ଖଶବଦ ଦେବଆଳେ । ଅମର ଗୁରୁ ଲଗ୍ନ ବେଳେ । ।୪୮
ଅଶ୍ୱ ଯୋଚିଲା ରଥଦଣ୍ତେ । ମଙ୍ଗଳ ମଥୁରାର ଦାଣ୍ତେŠ । ।୪୯
ମନେ ଚିନ୍ତଇ ଭଗବାନ । ଅକ୍ରୁର ହରଷ ବଦନ । ।୫୦
ଚିନ୍ତଇ ପ୍ରଭୁ ଆଦିମୂଳ । ଆନନ୍ଦେ ବହେ ଅଶ୍ରୁଜଳ । ।୫୧
ପଦ୍ମଲୋଚନ ପାଦତଳେ । ଭାବଇ ମତ୍ତଭୃଙ୍ଗ ବଳେ । ।୫୨
ମନ ନିବେଶି କୃଷ୍ଣପାଦେ । ବୋଲଇ ଶୋକ ଗଦଗଦେ । ।୫୩
ପୂର୍ବେ କି କରିଅଛି ପୁଣ୍ୟ । ତପ ସମାଧି ଯଜ୍ଞ ଦାନ । ।୫୪
ଦେବ ବ୍ରାହ୍ମଣ ପୂଜା ହିତେ । ଧନ ବା ଦେଲି ଅପ୍ରମିତେ । ।୫୫
କି ଅବା ଅଛି ତପକରି । ଦେଖିବି ପ୍ରଭୁ ନରହରି । ।୫୬
ଦୁର୍ଲ୍ଲଭ ପ୍ରାୟ ମୁଁ ମଣଇଁ । କୃଷ୍ଣ ଭେଟିବି ଅବା କାହିଁ । ।୫୭
ବେଦ ପଠନ ଶୂଦ୍ରଜନେ । ଦୁର୍ଲ୍ଲଭ ଜଗତେ ଯେସନେ । ।୫୮
ଗୋବିନ୍ଦ ଦରଶନ ମୋତେ । କେମନ୍ତେ ଯିବଇଁ ପରତେ । ।୫୯
ଭବସାଗରେ ଦେହ ଧରି । କୋଟିକେ ଗୋଟଏ ବା ତରି । ।୬୦
ଏମନ୍ତେ ଦୁଃଖ ମୋ' ଦହନ । ଧନ୍ୟ ହୋଇବ ଦେହ ଜନ୍ମ । ।୬୧
ଯେ ପାଦପଦ୍ମ ଗୋପୀଜନେ । ହୃଦେ ଲଗାନ୍ତି ଅବଧାନେ । ।୬୨
ତହିଁ ଲାଗିବ ମୋର ଶିର । ଧନ୍ୟରେ ଜୀବନ ମୋହର । ।୬୩
ମୋହରେ କଂସ ଦୟା କରି । ଯେଣେ ଦେଖିବି ନରହରି । ।୬୪
ଅଶେଷଜନ୍ମ ଘୋରତମ । ଆଜ ଛାଡ଼ିବି ମାୟାଭ୍ରମ । ।୬୫
ପାଦଯୁଗଳ ନଖ ତେଜ । ଦେଖି ମୁଁ ନିସ୍ତରିବି ଆଜ । ।୬୬
ବ୍ରହ୍ମା ଶଙ୍କର ଆଦି ଦେବେ । ଚିନ୍ତା କରନ୍ତି ପାଦସେବେ । ।୬୭
ଗୋପୀଙ୍କ କୁଚଯୁଗେ ଥାଇ । କୁଙ୍କୁମ ଲାଗିଅଛି ଯହିଁ । ।୬୮
ଗୋପକୁମର ଘେନି ବନେ । ଗୋରୁ ଚରାନ୍ତି ଅବଧାନେ । ।୬୯
ନନ୍ଦମନ୍ଦିରେ ତା'ଙ୍କୁ ଦେଖି । ନିର୍ମଳ ହେବ ଚର୍ମଆଖି । ।୭୦
ଅଶେଷ ତୀର୍ଥଙ୍କର ଘର । ସେବନ୍ତି ବ୍ରହ୍ମାଶିବ ସୁର । ।୭୧
କଳ୍ପବୃକ୍ଷର ପ୍ରାୟ ହୋଇ । ସକଳ ବା‚ଞ୍ଛାଫଳ ଦେଇ । ।୭୨
ସକଳ ସମ୍ପଦର ସାର । ସେବକଜନ ଦୁଃଖହର । ।୭୩
ଜନ୍ମମରଣ ପଥ ଦୁଇ । ଏଣେ ଯେ ଅଜ୍ଞାନେ ଭ୍ରମଇଁ । ।୭୪
ତାହାଙ୍କ ବିଶ୍ରାମ ମନ୍ଦିର । ଭବ-ନିଦାଘେ ଛତ୍ରସାର । ।୭୫
ଦେଖିବି ସୁନ୍ଦର କପୋଳ । ନାସା ଶ୍ରବଣ ବେନିଡ଼ୋଳ । ।୭୬
ଅଳପ ହାସ ରଙ୍ଗମୁଖ । ଗୁଞ୍ଜ ଅଳକାପାଟୀ ରେଖ । ।୭୭
ଶୁଭ ଲକ୍ଷଣ ଆଜଦିନେ । ଶୃଗାଳ ଯାଉଅଛି ବାମେ । ।୭୮
ଭାରା ନିବାରଣେ ମୁରାରି । ମର୍ତ୍ତ୍ୟେ ମାନବ ଦେହ ଧରି । ।୭୯
ଅତି ସୁନ୍ଦର ଦେଖି ରୂପ । ଖŠଣ୍ତିବି କୋଟିଜନ୍ମ-ପାପ । ।୮୦
ଯାହାର ନାମ ଭାବଗ୍ରାହୀ । କାର୍ଯ୍ୟ-କାରଣ ଯା'ର ନାହିଁ । ।୮୧
ସେ ରୂପେ ପୂରାଇ ଲୋଚନ । ତେଜିବି ମାୟା ମୋହ ଭ୍ରମ । ।୮୨
ଯେ ଆତ୍ମାମାୟା ଯୋଗ କରି । ଗୋପୀ ଗୋପାଳ ମଧ୍ୟେ ହରି । ।୮୩
ଯାହାର ଗୁଣ କର୍ମ ଘେନି । ଦିନ ହରନ୍ତି ବ୍ରହ୍ମମୁନି । ।୮୪
ପ୍ରାଣ ଧରନ୍ତି ଦୁଃଖ ସୁଖେ । ପବିତ୍ର କରି ତିନିଲୋକେ । ।୮୫
ଏଣେ ଯାହାର ଚିତ୍ତ ନାହିଁ । ପଶୁଙ୍କ ପ୍ରାୟ ସେ ଜିଅଇ । ।୮୬
ଅଂଶେ ମାନବ ଦେହ ଧରି । ଯାଦବବଂଶେ ଅବତରି । ।୮୭
ଯଶ ବିସ୍ତାରି ଏହାଙ୍କର । ସତ୍ୟସ୍ୱରୂପ ଦାମୋଦର । ।୮୮
ଯା' ନାମ ପରମମଙ୍ଗଳ । ମହତଗତି ଆଦିମୂଳ । ।୮୯
କୋମଳ ମନୋହର ରୂପ । ଦେଖି ତରିବି ଭବକୂପ । ।୯୦
ଏ ଉଷାକାଳ ଶୁଭ ମୋତେ । ମଙ୍ଗଳ ମଥୁରାର ପଥେ । ।୯୧
କୃଷ୍ଣଙ୍କୁ ଦେଖି ବୃନ୍ଦାବନେ । ରଥୁଁ ଓହ୍ଲାଇବି ବହନେ । ।୯୨
ରାମଗୋବିନ୍ଦ ପଦ୍ମ‌ପାଦେ । ପଡ଼ିବି ମୋକ୍ଷଫଳ ସଧେ । ।୯୩
ଯୋଗି ଚିନ୍ତନ୍ତି ଧ୍ୟାନବଳେ । ଦେଖିବି ଗୋପାଳଙ୍କ ମେଳେ । ।୯୪
ପାଦେ ପଡ଼ିବି ଯେତେବେଳେ । କୃଷ୍ଣଧରିବେ ମୋତେ କୋଳେ । ।୯୫
ଶିରେ ମୋ' ଦେବେ ପଦ୍ମକର । ନାଶିବେ ଦୁଃଖ ମହାଘୋର । ।୯୬
କାଳ-ଭୁଜଙ୍ଗ ଭୟ ପାଇ । ଯେ ନର ଶରଣ ପଶଇ । ।୯୭
ସେ ପଦ୍ମକର ରଖେ ତା'ରେ । ବେଗେ ପଶଇ ମୋକ୍ଷଦ୍ୱାରେ । ।୯୮
ଯେବଣ କରେ ଦାନ ଦେଇ । ବଳି ପାତାଳେ ଭୋଗ ପାଇ । ।୯୯
ଭୁଞ୍ଜଇ ପୂଜି କୃଷ୍ଣପାଦ । ସ୍ୱର୍ଗେ ପାଇବ ଇନ୍ଦ୍ରପଦ । ।୧୦୦
ରାସଉତ୍ସ›ବେ ବୃନ୍ଦାବନେ । ଯେବଣ ଭୁଜେ ଗୋପୀଜନେ । ।୧୦୧
ସୁଗନ୍ଧ କୁଚେ ଲଗାଇଲେ । କାମ-ଅନଳ ଲିଭାଇଲେ । ।୧୦୨
ଗୋପ କାମିନୀ ସ୍ୱେଦନୀରେ । ପୋଛିଲେ କାମ-ସ୍ନେହଭରେ । ।୧୦୩
ସେକର ଦେବେ ମୋର ମାଥେ । ଜନ୍ମ ସୁକୃତ ମହାପଥେ । ।୧୦୪
କଂସର ଦୂତ ବୋଲି ମୋତେ । କୋପ ନ ଥିବ କୃଷ୍ଣଚିତ୍ତେ । ।୧୦୫
ସେ ତାହା ଅଛଇନା ଜାଣି । ଯାହାର ନାମ ଅନ୍ତର୍ଯ୍ୟାମୀ । ।୧୦୬
ସକଳ ଜନ୍ତୁ ହୃଦେ ଥାଇ । ଭାବ-ଅଭାବ ସେ ଜାଣଇ । ।୧୦୭
ମୁଁ ଯେ ଚରଣତଳେ ପଡ଼ି । ଶିରେ ଅଞ୍ଜଳି ଥିବି ଯୋଡ଼ି । ।୧୦୮
ଅଳପ ହସି ବାଙ୍କେ ଚାହିଁ । ମୋତେ ଦେଖିବେ ଭାବଗ୍ରାହୀ । ।୧୦୯
ତକ୍ଷଣେ ହୋଇବି ନିର୍ମଳ । ଭୟ ଛାଡ଼ିଣ ରସେ ଭୋଳ । ।୧୧୦
ଅତି ଉଷତେ ସୁଖ ପାଇ । ବୋଲିବି କୃଷ୍ଣ ତ୍ରାହି ତ୍ରାହି । ।୧୧୧
ମୁଁ ତା'ର ଜ୍ଞାତି ସହୋଦର । ସୁହୃଦପଣେ ହେଁ ବେଭାର । ।୧୧୨
ମୋହର ବେନି ଭୁଜ ଧରି । ତୋଳିବେ ରାମ ଦଇତ୍ୟାରି । ।୧୧୩
ପବିତ୍ର ହୋଇବଇଁ ମୁହିଁ । କୋଟିଏ ତୀର୍ଥ ପୁଣ୍ୟ ପାଇ । ।୧୧୪
ନିକଟେ ଦେଖି ବ୍ରହ୍ମରାଶି । ଛେଦିବି କାଳଦŠଣ୍ତପାଶି । ।୧୧୫
କୃଷ୍ଣର ଅଙ୍ଗସଙ୍ଗ ପାଇ । ଚାହିଁବି ଶିରେ କର ଦେଇ । ।୧୧୬
ଦାସବ›ତ୍ସଳ ନରହରି । ମୋତେ ଡ଼ାକିବେ ନାମ ଧରି । ।୧୧୭
ପବିତ୍ର ହୋଇବଇଁ ମୁହିଁ । ଆଉ ରହିବ ପାପ କାହିଁ । ।୧୧୮
ତେବେ ସେ ଜନ୍ମସୁଖ ମୋର । ସଂସାର ପ୍ରାଣୀଙ୍କର ସାର । ।୧୧୯
ତାହାର ନାହିଁ ମିତ୍ର ଅରି । ପ୍ରିୟ ଉଦାସ ଆଦିକରି । ।୧୨୦
ତଥାପି ଭକତର ହିତେ । ଭଜଇ ସୁରଦ୍ରୁମ ମତେ । ।୧୨୧
ରୋହିଣୀସୁତ ଦେଖି ମତେ । ବେଗେ କରିବେ କୋଳାଗ୍ରତେ । ।୧୨୨
ଘରକୁ ନେଇ ମୋର ପାଶେ । ବସିବେ ସୁହୃଦ ବିଶ୍ୱାସେ । ।୧୨୩
ବନ୍ଧୁକୁଶଳ ପଚାରିବେ । ଜନ୍ମମରଣ ମୋ' ନାଶିବେ । ।୧୨୪
କଂସ ବିଚାରିଅଛି ଯାହା । ଗୋବିନ୍ଦ ଜାଣନ୍ତିନା ତାହା । ।୧୨୫
ରଥ ବାହିଲା ଖରତର । ଏମନ୍ତ କରିଣ ବିଚାର । ।୧୨୬
ସତ୍ୟସ୍ୱରୂପ ଦାମୋଦର । ହୃଦେ ଚିନ୍ତଇ ଚକ୍ରଧର । ।୧୨୭
ଅସ୍ତ ହୋଇଲେ ଦିନକର । ଗୋକୁଳେ ମିଳିଲା ଅକ୍ରୁର । ।୧୨୮
ବାଟେ ଦେଖିଲା ବାଲିକୁଦ । ପଡ଼ିଛି ଗୋବିନ୍ଦର ପାଦ । ।୧୨୯
ଧ୍ୱଜ ଅଙ୍କୁଶ ପଦ୍ମଚିହ୍ନ । ଦେଖି ସାନନ୍ଦ କଲା ମନ । ।୧୩୦
ପୁଲକ ହେଲା ରୋମରାଜି । ଅଶ୍ରୁ ଗଳଇ ଚକ୍ଷୁବୁଜି । ।୧୩୧
ରଥୁ ପଡ଼ିଲା ବେଗେ ଡ଼େଇଁ । ବୋଲଇ କୃଷ୍ଣ ତ୍ରାହି ତ୍ରାହି । ।୧୩୨
ପାଦପଙ୍କଜ ଚିହ୍ନ ଧୂଳି । ଅକ୍ରୁର ଶିରେ ବେଗେ ବୋଳି । ।୧୩୩
ଲୋଟଇ ପାଦଚିହ୍ନ ପରେ । ତାଡ଼ଇ ବେନିକର ଶିରେ । ।୧୩୪
ଅକ୍ରୁର ଥାଇ ନିଜ ଘରେ । ଯାହା ଶୁଣିଛି କ‰ର୍ଣ୍ଣଦ୍ୱାରେ । ।୧୩୫
ତାହାର ପାଦଚିହ୍ନ ପାଇ । ଉଠିଣ ଆନନ୍ଦେ ନାଚଇ । ।୧୩୬
ଆନନ୍ଦସାଗରେ ବୁଡ଼ିଲା । ଦେହ-ଜୀବନ ପାସୋରିଲା । ।୧୩୭
ଏମନ୍ତେ ଖଣ୍ତେŠଦୂର ଯାଇ । ଅକ୍ରୁର ଦୂରୁ ଦେଲା ଚାହିଁ । ।୧୩୮
ଦେଖିଲା ଗୋପାଳଙ୍କ ମେଳେ । ଗୋରୁଏ ଅଛନ୍ତି ଗହଳେ । ।୧୩୯
ଗାଈ ଦୁହଁନ୍ତି ଗୋପପୋଏ । ଶବଦ ସମୁଦ୍ର ପରାୟେ । ।୧୪୦
କ୍ଷୀର ଢ଼ାଳନ୍ତି ଭାଣ୍ତେŠ ନେଇ । ପୁଣ ଦୁହଁନ୍ତି ଗୀତ ଗାଈ । ।୧୪୧
ଯେ ଯାହା ଅନୁରୂପେ ରୂପ । ଦେଖଇ ଏକଇ ସ୍ୱରୂପ । ।୧୪୨
କଙ୍କଣ ନୂପୁର ବାଜେଣୀ । ବିବିଧ ଛନ୍ଦରେ କାଛେଣୀ । ।୧୪୩
ମୟୂରପୁଚ୍ଛ ଗୁଞ୍ଜ ଶିରେ । ସୁରଙ୍ଗ ପାଦୁକା ପୟରେ । ।୧୪୪
ଗୋରୁଙ୍କ ଲାଞ୍ଜଧୂଳି ସଙ୍ଗେ । ଭୂଷଣ ଗୋପାଳଙ୍କ ଅଙ୍ଗେ । ।୧୪୫
ଛନ୍ଦଦଉଡ଼ି ଧରି କରେ । ବାଛୁରୀ ଛନ୍ଦନ୍ତି ସଧୀରେ । ।୧୪୬
ଶ୍ରବଣେ ଶୋହଇ କୁଣ୍ତŠଳ । କଣ୍ଠେ ଲମ୍ବଇ ବନମାଳ । ।୧୪୭
ଅକ୍ରୁର ଦେଖି ବିଚାରଇ । ରାମ ଗୋବିନ୍ଦ ନ ଚିହ୍ନଇ । ।୧୪୮
ସର୍ବେ ଦିଶନ୍ତି ଏକମତେ । ମୁଁ ଅବା ଜାଣିବି କେମନ୍ତେ । ।୧୪୯
ଦାସବତ୍ସ›ଳ ଭଗବାନ । ଜାଣିଲେ ଅକ୍ରୁରର ମନ । ।୧୫୦
ତକ୍ଷଣେ ଦିବ୍ୟରୂପ ହୋଇ । ଗାଈ ଦୁହଁନ୍ତି ବେନିଭାଇ । ।୧୫୧
ଧବଳ ରୂପ ରାମକାୟେ । କୋଟିଏ ଚନ୍ଦ୍ର ସରି ନୋହେ । ।୧୫୨
ନୀଳ ପତନୀ କଟି ଭରେ । ରଙ୍ଗବସନ ପାଗ ଶିରେ । ।୧୫୩
ଶିରେ ସପତ ନାଗଫଣୀ । କରେ କଙ୍କଣ କଣ୍ଠେ ମଣି । ।୧୫୪
କ‰ର୍ଣ୍ଣେ କୁଣ୍ତŠଳ ରତ୍ନସାର । ନିବିଡ଼ ସୁରଙ୍ଗ ଅଧର । ।୧୫୫
କୃଷ୍ଣ ଦେଖିଲା ବାମପାଖେ । ଗୁଞ୍ଜ ମୟୂରପୁଚ୍ଛ ଶିଖେ । ।୧୫୬
ନୀଳ ଜୀମୂତ ତନୁ ଶୋହେ । କୋଟିଏ କାମ ସରି ନୋହେ । ।୧୫୭
ଶ୍ରବଣେ ମକରକୁଣ୍ତŠଳ । ହୃଦେ ଲମ୍ବଇ ବନମାଳ । ।୧୫୮
ଶ୍ରୀବତ୍ସ› ଚିହ୍ନ ପୀତବାସ । ରଙ୍ଗ ଅଧରେ ମନ୍ଦହାସ । ।୧୫୯
ରତ୍ନକଠାଉ ପାଦଯୁଗେ । ମଣିମେଖଳା କଟିଭାଗେ । ।୧୬୦
କ୍ଷୀର କଣିକା ନୀଳଦେହେ । ଦିଶନ୍ତି ନକ୍ଷତ୍ର ପରାୟେ । ।୧୬୧
ଲୋଚନ ପଦ୍ମ‌ପ୍ରାୟେ ଦିଶି । ମହାମହିମା ବ୍ରହ୍ମରାଶି । ।୧୬୨
ଅକ୍ରୁର ମନେ ବିଚାରଇ । ଭେଟିଲି ପ୍ରଭୁ ଭାବଗ୍ରାହୀ । ।୧୬୩
ଏ ସେ ରୋହିଣୀସୁତ ରାମ । ସୁନ୍ଦର ପଣେ ନାହିଁ ସମ । ।୧୬୪
ଆଜାନୁଭୁଜ ବଳୀୟାର । ମଝା ସିଂହକୁ ପଟାନ୍ତର । ।୧୬୫
ବିକ୍ରମ ସିଂହ ପ୍ରାୟେ ହୋଇ । ଏ ସେ ଗୋବିନ୍ଦ ବେନିଭାଇ । ।୧୬୬
ସ୍ୱଭାବେ ବୟସ କିଶୋର । ଅଟନ୍ତି ବେନି ସହୋଦର । ।୧୬୭
ଗନ୍ଧଚନ୍ଦନ ଦେହେ ବୋଳି । କପୋଳେ ଶୋହେ ଗୋରୁଧୂଳି । ।୧୬୮
ପ୍ରଧାନ ପୁରୁଷ ଏ ବେନି । ସଂସାର ପିଅର ଜନନୀ । ।୧୬୯
ମର୍କତ ରୌପ୍ୟ ଗିରି ଘେରି । ଶୋହେ କି କନକପାଚେରୀ । ।୧୭୦
ଅବନୀଭାରାର ଉଶ୍ୱାସେ । ଜନ୍ମ ହୋଇଲେ ଯଦୁବଂଶେ । ।୧୭୧
ତ୍ରୈଲୋକ୍ୟଠାକୁର ଗୋସାଇଁ । କଂସର ଡ଼ରେ ଗୋପେ ଥାଇ । ।୧୭୨
ଦଶଦିଗର ତମ ନାଶେ । ନିଜ ସ୍ୱରୂପ ପରକାଶେ । ।୧୭୩
ରଥରୁ ଓହ୍ଲାଇ ଅକ୍ରୁର । ପାୟେ ଚାଳଇ ସ୍ନେହଭର । ।୧୭୪
ଗୋବିନ୍ଦ ନିକଟେ ମିଳିଲା । ସଂଭ୍ରମେ ଲୋଚନ ବୁଜିଲା । ।୧୭୫
ଅଭୟ ପାଦେ ଶିର ଦେଇ । ପଡ଼ିଲା ଦଣ୍ତŠ ପ୍ରାୟ ହୋଇ । ।୧୭୬
ବେନି ନୟନୁଁ ବହେ ନୀର । କଣ୍ଠ ହୋଇଲା ଶୋକଭର । ।୧୭୭
କହି ନ ପାରି ଆତ୍ମ ନାମ । ମନେ ବୋଲଇ କୃଷ୍ଣ ରାମ । ।୧୭୮
ପୁଣି ଉଠିଲା ଭାବଭରେ । ପଡ଼ିଲା ରାମର ପୟରେ । ।୧୭୯
ଦେଖି ସାନନ୍ଦ ବେନିଭାଇ । ଉଠିଲେ ଅକ୍ରୁରକୁ ଚାହିଁ । ।୧୮୦
ଧରି ଅକ୍ରୁର ବେନିଭୁଜ । ତୋଳିଲେ ପ୍ରଭୁ ଦେବରାଜ । ।୧୮୧
ଚାପିଲେ ହୃଦରେ ଲଗାଇ । ଅକ୍ରୁର ବୋଲେ ତ୍ରାହି ତ୍ରାହି । ।୧୮୨
ପୁଣି ପଡ଼ଇ ପାଦତଳେ । ରାମ ଧଇଲେ ନେଇ କୋଳେ । ।୧୮୩
ଅକ୍ରୁର ମୁଖେ ନୀର ଦେଇ । ବସ୍ତ୍ରେ ପୋଛିଲେ ଭାବଗ୍ରାହୀ । ।୧୮୪
ଶାନ୍ତ କରାଇ ସହୋଦର । କନ୍ଧେ ଘେନାଇ ବେନିକର । ।୧୮୫
ରାମ ଗୋବିନ୍ଦ କନ୍ଧେ କର । ସଧୀରେ ଚାଲଇ ଅକ୍ରୁର । ।୧୮୬
ଆନନ୍ଦସାଗରେ ବୁଡ଼ିଲା । ରାତ୍ର ଦିବସ ନ ଜାଣିଲା । ।୧୮୭
ଅକ୍ରୁରେ ଘେନି ବେନିଭାଇ । ମିଳିଲେ ନନ୍ଦଘରେ ଯାଇ । ।୧୮୮
ବନ୍ଧୁଜନଙ୍କର ବେଭାର । କରନ୍ତି ରାମ ଦାମୋଦର । ।୧୮୯
ପାଦ ଧୋଇଲେ ଚକ୍ରଧର । ବିଞ୍ଚନ୍ତି ରୋହିଣୀକୁମର । ।୧୯୦
ଆସନ ଦେଇ ଦାମୋଦର । ପୂଜିଲେ ଅକ୍ରୁର ପୟର । ।୧୯୧
ସ୍ୱଭାବେ ଖୁଡୁତା ଅକ୍ରୁର । ବନ୍ଧୁଜନର ଯେ ବେଭାର । ।୧୯୨
ମଧୁର କୋମଳ ବଚନ । କହି ତୋଷିଲେ ତା'ର ମନ । ।୧୯୩
ଅନ୍ନ ବ୍ୟଞ୍ଜନ ବାସପାଣି । ଗୋବିନ୍ଦ ପରଶିଲେ ଆଣି । ।୧୯୪
ଦଧି ଅଧାମ ଘୃତ ସର । ଦିଅନ୍ତି ରୋହିଣୀକୁମର । ।୧୯୫
ଏମନ୍ତେ ନାନା ଭଲ ଦ୍ରବ୍ୟ । ଅକ୍ରୁରେ ଭୁଞ୍ଜାଇଲେ ସର୍ବ । ।୧୯୬
ଅକ୍ରୁର ଭୁଞ୍ଜିଣ ଶୀତଳ । ଆଚମନକୁ ବାସନୀର । ।୧୯୭
ମୁଖ ପଖାଳି ବାସଗୁଆ । ଗୋବିନ୍ଦ ଭୁଞ୍ଜାନ୍ତି ବିଡ଼ିଆ । ।୧୯୮
ଗନ୍ଧଚନ୍ଦନ ଫୁଲମାଳ । ଦେଇ ବସିଲେ ପାଦତଳ । ।୧୯୯
ଅକ୍ରୁର ପାଦେ କର ଦେଇ । ଧୀରେ ଚାପନ୍ତେ ଭାବଗ୍ରାହୀ । ।୨୦୦
ରାମ ଚାପନ୍ତେ କରସ୍ଥଳ । ପୁଲକ ଅକ୍ରୁର ଶରୀର । ।୨୦୧
ଅକ୍ରୁର ଦେହୁ ଶ୍ରମ ଗଲା । ଆନନ୍ଦେ ନନ୍ଦ ପଚାରିଲା । ।୨୦୨
ଭୋ ମିତ୍ର କହିବା କୁଶଳ । ଭଲେ କି ଛନ୍ତି ଯଦୁକୁଳ । ।୨୦୩
କି ଆର ପଚାରିବି ମୁହିଁ । ଜୀବନ ଡ଼ରେ ଘରେ ରହି । ।୨୦୪
ଯାବତ ଅଛି ଭୋଜପତି । ଆମ୍ଭର କାହିଁ ଭଲଗତି । ।୨୦୫
ପଶୁମାରକ ଘରେ ଯେହ୍ନେ । ବନ୍ଦୀରେ ଥା'ନ୍ତି ପଶୁଗଣେ । ।୨୦୬
କଂସ ଜୀବନେ ଯେବେ ଥାଇ । ଆମ୍ଭର ସୁଖ ଲେଶ ନାହିଁ । ।୨୦୭
ଭଗିନୀ ସହୋଦର ପୋଏ । କଂସ ଯେ ମାଇଲା ନିŸର୍ଦ୍ଦୟେ । ।୨୦୮
ତା'ର ପ୍ରଜାଙ୍କ କି କୁଶଳ । ସ୍ୱଭାବେ ଅଟଇ ଅସୁର । ।୨୦୯
ଏମନ୍ତ ବିଶ୍ୱାସେ ପଚାରି । ଅକ୍ରୁର କର କରେ ଧରି । ।୨୧୦
ନୟନୁ ବହେ ଅଶ୍ରୁଜଳ । ଅକ୍ରୁର ଦେଖିଲା ବିକଳ । ।୨୧୧
ଉଠି ନନ୍ଦକୁ ଧରି କୋଳେ । ମୁଖ ଧୋଇଲା ବାସଜଳେ । ।୨୧୨
ଛାଡ଼ିଲା ଆପଣାର ଶ୍ରମ । ଶୁଣିଣ ମଧୁର ବଚନ । ।୨୧୩
ଥିଲା ଯେ ଦାସ ଜଗନ୍ନାଥ । ଶିରେ ନିବେଶି ବେନିହସ୍ତ । ।୨୧୪
ସୁଜନ ଜନ ପଛେ ଥାଇ । ରାମ ଗୋବିନ୍ଦ ମୁଖ ଚାହିଁ । ।୨୧୫
ଛାଡ଼ିଲା ଭବବନ୍ଧ-ତ୍ରାସ । ଗୀତେ ଭିଆଇ କୃଷ୍ଣରସ । ।୨୧୬
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ଅକ୍ରୁର ଆଗମନଂ ନାମ ଏକଚତ୍ୱାରିଂଶୋଽଧ୍ୟାୟଃ । ।

ଦ୍ୱିଚତ୍ୱାରିଂଶ ଅଧ୍ୟାୟସମ୍ପାଦନ କରନ୍ତୁ

ଶୁକ ଉବାଚ

ବୋଲନ୍ତି ବ୍ୟାସଙ୍କ କୁମର । ଶୁଣ ପରୀକ୍ଷ ନୃପବର । ।୧
ପଲଙ୍କେ ବସାଇ ଅକ୍ରୁର । କୃଷ୍ଣ ଯେ ପୂଜିଲେ ପୟର । ।୨
ଯାହା ବିଚାରିଥିଲା ପଥେ । କୃଷ୍ଣ ପୂଜିଲେ ସେହିମତେ । ।୩
ଯାହାର ନାମ ପଦ୍ମନାଭ । ତାହାଙ୍କୁ କିସ ଅପୂରୁବ । ।୪
ଶୀତଳ ମଣୋହି କରାଇ । ବୋଲନ୍ତି ପ୍ରଭୁ ଭାବଗ୍ରାହୀ । ।୫
ବନ୍ଧୁ ବିଷୟେ ରାଜା କଂସ । ଯେମନ୍ତେ କରିଛି ବିଶ୍ୱାସ । ।୬

ଶ୍ରୀକୃଷ୍ଣ ଉବାଚ

କୃଷ୍ଣ ବୋଲନ୍ତି ଶୁଣ ତାତ । ଭଲେ ଅଇଲଟିକି ପଥ । ।୭
ବନ୍ଧୁ କୁଶଳ ଅଛ ଜାଣି । ଭୋ ତାତ କହ ପରିମାଣି । ।୮
ଯାବତ କୁଳବ୍ୟାଧି ହୋଇ । କଂସ ମାତୁଳ ମୋ' ଅଛଇ । ।୯
ତାବତ ସୁଖ କାହିଁ ଆର । ବନ୍ଧୁବାନ୍ଧବ ଯେତେ ମୋର । ।୧୦
ହୋଇଲେ ବଡ଼ ଦୁଃଖଭାଗୀ । ତାତ ଜନନୀ ମୋର ଲାଗି । ।୧୧
ସୁତମାରଣ ମୋର ବାଦେ । ଲୌହ ଶାଙ୍କୁଳି ବେନି‌ପାଦେ । ।୧୨
ଆଜ ମୋହର ଭାଗ୍ୟ ଦେଖ । ଦେଖିଲି ଜ୍ଞାତିଜନ ମୁଖ । ।୧୩
ଭୋ ତାତ ତୋର ଆମଗନ । କହିବା କେବଣ କାରଣ । ।୧୪
କପଟ ନ କର ତୁ ମୋତେ । କହ ହରଷ ବହି ଚିତ୍ତେ । ।୧୫

ଶୁକ ଉବାଚ

କୃଷ୍ଣବଚନ କ‰ର୍ଣ୍ଣେ ଶୁଣି । ଅକ୍ରୁର କହେ ମଞ୍ଜୁବାଣୀ । ।୧୬
ଭୋ ଦେବ ଯଦୁକୁଳ ଇନ୍ଦ୍ର । ଯୋଗୀଙ୍କ ଯୋଗ ପୂ‰ର୍ଣ୍ଣଚନ୍ଦ୍ର । ।୧୭
ମୁହିଁ ଅଇଲି ଯେଉଁ ପାଇ । ବଚନ ଶୁଣ ଭାବଗ୍ରାହୀ । ।୧୮
କଂସ କରିଛି ଯେତେ କର୍ମ । ଶୁଣିଲେ ଉପୁଜିବ ଶ୍ରମ । ।୧୯
ଯାଦବବଂଶେ ଦ୍ରୋହ କଲା । ବସୁଦେବଙ୍କୁ ହାଣୁଥିଲା । ।୨୦
ନାରଦ ଅନେକ କହିଲେ । ଖଡଗ ଛଡ଼ାଇ ଘେନିଲେ । ।୨୧
ମୁନିଙ୍କ ବୋଲେ ବେଳେ ରଖି । ପିଅର ଜନନୀ ତୋ ଦୁଃଖୀ । ।୨୨
ଧନୁ ଉତ୍ସ›ବ ଯାତ୍ରା ଛଳେ । ଗୋପେ ପେଷିଲା ମୋତେ ବଳେ । ।୨୩
ତୋହର ଜନ୍ମ ଆମ୍ଭ ଘରେ । ନାରଦ କହିଲେ ଛାମୁରେ । ।୨୪
ଶୁଣି ଯେତେକ କଷ୍ଟ ଦେଲା । ଭୋ ନାଥ ନୁହଁଇ କହିଲା । ।୨୫
କିସ କହିବି ଆଉ ମୁହିଁ । ତୁ କି ନ ଜାଣୁ ଭାବଗ୍ରାହୀ । ।୨୬
ଅକ୍ରୁର ବୋଲ କୃଷ୍ଣ ଶୁଣି । ହସନ୍ତି ରାମ ଚକ୍ରପାଣି । ।୨୭
ନନ୍ଦକୁ ଚାହିଁ ବେନିଭାଇ । କହନ୍ତି ଅକ୍ରୁରେ ବସାଇ । ।୨୮
ନନ୍ଦକୁ ବୋଲନ୍ତି ଅକ୍ରୁର । ମଥୁରା ଯିବା ସଜକର । ।୨୯
ଧନୁ ଉ›ତ୍ସବ ମଧୁପୁର । ଗୋରସ ଘେନି ଶତେ ଭାର । ।୩୦
ସରଲବଣୀ ଆଦିକରି । ଗୋପରେ ଯେତେ ନରନାରୀ । ।୩୧
ବହନ ସାଜ ରାତ୍ର ଥାଉଁ । କଂସ ରାଜାର କୋପନୋହୁ । ।୩୨
ଶକଟେ ନାନା ଦ୍ରବ୍ୟ ଭରି । ଆଗହୁଁ ଯା'ନ୍ତୁ ନରନାରୀ । ।୩୩
ରାଜା ହକରା ଚାରିଦିଗେ । ଲୋକେ ମିଳିବେ ଧନୁଯୋଗେ । ।୩୪
ଯେ ଯାହା ମତେ ପୂଜା କରି । ତୋଷ କରିବେ ଦଣ୍ତŠଧାରୀ । ।୩୫
ରାଜନ ହୋଇ ସାବଧାନ । ଯେ ଯାହା ମତେ ଦେବେ ଦାନ । ।୩୬
ଧନ ବସନ ଅଳଙ୍କାର । ଅନେକ କରିଛି ସମ୍ଭାର । ।୩୭
ଏମନ୍ତ କହି ରାଜା ଲୋକ । ନନ୍ଦକୁ ଦେଲାକ ଶ୍ରୀମୁଖ । ।୩୮
ନନ୍ଦ ଉଠିଣ ଘେନିକରେ । ଶ୍ରୀମୁଖ ଲଗାଇଲା ଶିରେ । ।୩୯
ପଢ଼ି ସାନନ୍ଦ ଗୋପବୀର । ଘୋଷଣା ଦେଲା ଗୋପପୁର । ।୪୦
ଗୋପାଳେ ବେଗେ ହୁଅ ସଜ । ଆଜ୍ଞା ଦେଇଛି ଭୋଜରାଜ । ।୪୧
ଧନୁଉତ୍ସ›ବ ମଧୁପୁର । ଗୋରସ ଘେନି ଶତେ ଭାର । ।୪୨
ଯେ ଯାହା ମତେ ବେଗେ ଯାଅ । ରାତ୍ର ହୁଁ ଦଣ୍ତେŠ ହେଁ ନରହ । ।୪୩
ବିଳମ୍ବ ନକର କେବେ ହେଁ । କୋପ କରିବ କଂସରାଏ । ।୪୪
ରାମଗୋବିନ୍ଦ ମୋର ସଙ୍ଗେ । ରଥେ ମଥୁରା ଯିବେ ବେଗେ । ।୪୫
ରାଜାଙ୍କୁ କରିବେ ଦର୍ଶନ । ଦେଖିବେ ଧନୁଯାତ୍ରାମାନ । ।୪୬
ରାତ୍ର ହୁଁ ଯାଅ ବେଗକରି । ଶକଟେ ଘୃତ ସର ଭରି । ।୪୭
ଗୋପରେ ଶୁଭିଲା ଘୋଷଣ । ମଥୁରା ଯିବେ ନରାୟଣ । ।୪୮
ରାଜାଙ୍କୁ ଦର୍ଶନ କରିବେ । ମଥୁରା କଟକେ ରହିବେ । ।୪୯
ବନ୍ଦୀ କରିବ ମଧୁପୁରେ । ଲୁଚିଯେ ଛନ୍ତି ନନ୍ଦଘରେ । ।୫୦
ଶୁଣି ଗୋପାଳେ ଛନ୍ନ ଛନ୍ନ । ବିକଳ ଗୋପୀଙ୍କର ମନ । ।୫୧
ଏକ ଆରକେ ମୁଖ ଚାହିଁ । କହନ୍ତି ବାଇ ପ୍ରାୟ ହୋଇ । ।୫୨
ଶୁଣ ଗୋ ସଖି ବିପରୀତ । ଆସି ଯେ ଅଛି କଂସଦୂତ । ।୫୩
ନନ୍ଦ ଗୋବିନ୍ଦ ଆଦିକରି । ମଥୁରା ଘେନିଯିବ ଧରି । ।୫୪
ନେଇ ମାରିବ ବେନିଭାଇ । ଆମ୍ଭର ନେବ ଗୋରୁଗାଈ । ।୫୫
କେ ବୋଲେ ନୁହଁଇ ଏମନ୍ତ । ମଥୁରାପୁରେ ଧନୁଯାତ । ।୫୬
ଯାତ୍ରାକୁ ଯିବେ ବେନିଭାଇ । ରଥ ଦେଇଛି ପଠିଆଇ । ।୫୭
ରାଜନିଯୋଗ ଆବୋରିବେ । ମଥୁରା କଟକେ ରହିବେ । ।୫୮
ନନ୍ଦ ଯଶୋଦା ଆଦି କରି । ଗୋପରେ ଯେତେ ନରନାରୀ । ।୫୯
ଗୋରସ ଦେବେ ରାଜା ଆଗେ । ଯାତ୍ରା ଦେଖିବେ ନବରଙ୍ଗେ । ।୬୦
ପୁଣି ଆସିବେ ଗୋପପୁର । ରହିବେ ରାମ ଦାମୋଦର । ।୬୧
ଶୁଣି ଗୁଆଳୀ ଶୋକଚିତ୍ତେ । ଥୋକେ ବୋଲନ୍ତି ଏହିମତେ । ।୬୨
କି ବୁଦ୍ଧି କରିବା ଗୋ ଏବେ । କୃଷ୍ଣ ମଥୁରା ଯେବେ ଯିବେ । ।୬୩
କେମନ୍ତେ ବଞ୍ଚିବା ଗୋ ଦିନ । କୃଷ୍ଣ ଯେ ଆମ୍ଭର ଜୀବନ । ।୬୪
କହି କାତରେ କମ୍ପେ କାୟେ । ମୂର୍ଚ୍ଛିତେ ପଡ଼ିଲେ ଥୋକାଏ । ।୬୫
ଶିଶିରେ ଯେହ୍ନେ ପଦ୍ମବନ । କ୍ଷଣକେ ହୁଅଇ ଦହନ । ।୬୬
କାହାର ମୁଖ ଗଲା ଶୁଖି । କେ ଭାବେ ବୁଜେ ବେନିଆଖି । ।୬୭
କାହାର ଫିଟିଲା ଅଞ୍ଚଳ । କଟିମେଖଳା ଅସମ୍ଭାଳ । ।୬୮
କେ ଗଡ଼ି କାନ୍ଦଇ ଧରଣୀ । ଦେହ ଅବନୀ କେ ନ ଜାଣି । ।୬୯
ହା କୃଷ୍ଣ ବୋଲି ମୋହେ ପଡ଼ି । କେ ମୁଣ୍ତେ ବେନିକର ତାଡ଼ି । ।୭୦
ଶିରେ କେ ମାରଇ ପଥର । ହା ହା ଗୋବିନ୍ଦ ହଳଧର । ।୭୧
କେ ବୋଲେ ଜାଣିବାଟି ଆଜ । ମୋର ମହିମା ତୁମ୍ଭେ ବୁଝ । ।୭୨
ଅକ୍ରୁର ସଂହାରିବି ଆଜ । କି କରିପାରେ ଭୋଜରାଜ । ।୭୩
ରାମଗୋବିନ୍ଦ ବେନିଭାଇ । ମୁଁ ହିଁ ଗୋ ଆସିବି ରୁହାଇ । ।୭୪
କଂସ କି କରିବ ମୋହର । ଆମ୍ଭର କୃଷ୍ଣ ବଳୀୟାର । ।୭୫
ଦେଖିଲଟିକି ଚକ୍ଷୁଦ୍ୱାରେ । ଗିରି ତୋଳିଲେ ବାମକରେ । ।୭୬
ପୂତନା ଆଦି କେଶୀ ଯାଏ । ଗୋବିନ୍ଦ ମାଇଲେ ନିର୍ଭୟେ । ।୭୭
ତାହାର ଭୁଜ ଆଶ୍ରେ କରି । ସୁଖେଣ ଗୋପରେ ବିହରି । ।୭୮
ଅକ୍ରୁର ମାରିବା ଗୋ ଆସ । କି କରି ପାରିବ ସେ କଂସ । ।୭୯
ଆଜ ଗୋବିନ୍ଦ ଗୋପୁଁଗଲେ । ଆମ୍ଭେ ମରିବା ଏକାବେଳେ । ।୮୦
କିସ କରିବା ଗୋପପୁର । କୃଷ୍ଣ ଯେ ଜୀବନ ଆମ୍ଭର । ।୮୧
ରାମଗୋବିନ୍ଦ ଅନୁରାଗ । ଅଳପସ୍ମିତ ମୁଖରଙ୍ଗ । ।୮୨
ହୃଦେ ସୁମରି ଲୁହ ବହି । ଚିତ୍ରପ୍ରତିମା ପ୍ରାୟ ରହି । ।୮୩
ସୁନ୍ଦର ଚାଲିବାର ଠାଣି । ଯେମନ୍ତ କହେ ମୃଦୁବାଣୀ । ।୮୪
ଅଳପ ହସି ବାଙ୍କେ ଚାହିଁ । କଟାକ୍ଷେ ଜଗତ ମୋହଇ । ।୮୫
ଯେତେ ସଙ୍କଟୁ ଅଛି ତାରି । କେତେ ଅସୁର ଅଛି ମାରି । ।୮୬
ଏଣେ ନିରୋପି ଶୋକମନ । କୃଷ୍ଣ ବିଯୋଗେ ଛନ ଛନ । ।୮୭
ସକଳେ ହୋଇ ଏକରୁଣ୍ତŠ । ଶୋକେ ଚହଳ ଗୋପଦାŠଣ୍ତ । ।୮୮
କାନ୍ଦନ୍ତି ଦଇବ ସୁମରି । ବିଚ୍ଛେଦ ଦୁଃଖେ ଗୋପନାରୀ । ।୮୯
ତୁ ହୋ ଦଇବ ବଡ଼ ମନ୍ଦ । ଗୋପନଗରେ କଲୁ ଛନ୍ଦ । ।୯୦
ସଂଯୋଗ କଲୁ କୃଷ୍ଣସଙ୍ଗ । ଏବେ ତ କରୁଛୁ ବିଯୋଗ । ।୯୧
ଆମ୍ଭର ନ ପୂରିଲା ଆଶ । ଅଳପେ କଲୁ ତୁ ନିରାଶ । ।୯୨
ନିଷ୍ଠୁର ସ୍ୱଭାବ ତୋ ହିଆ । ଆମ୍ଭରେ ନାହିଁ ତୋର ଦୟା । ।୯୩
ବାଳୁତ ପ୍ରାୟେ ତୋର କର୍ମ । କେମନ୍ତେ ସହିବଟି ଧର୍ମ । ।୯୪
ନୀଳକୁନ୍ତଳ ଚାରୁମୁଖ । ଦେଖିଲେ ଛାଡ଼େ ଭବଦୁଃଖ । ।୯୫
ମଧୁରହାସ ନାସା ରେଖ । ଦେଖିଲେ ପାଉଁ ମନେ ସୁଖ । ।୯୬
ସେ ସୁଖ କରାଉଛୁ ଦୂର । ଅସାଧୁ କର୍ମ ଏ ତୋହର । ।୯୭
ଏମନ୍ତେ ଅକ୍ରୁରକୁ ଚାହିଁ । ବୋଲନ୍ତି କୋପଭର ହୋଇ । ।୯୮
ତୁ ଯେବେ ଅକ୍ରୁର ବୋଲାଉ । କ୍ରୁର ସ୍ୱଭାବ କିପାଜ୍ଞ ବହୁ । ।୯୯
ଆମ୍ଭର ଚକ୍ଷୁ ବନମାଳୀ । ତୁ ତାହା ନେଉଅଛୁ ଖୋଳି । ।୧୦୦
ନନ୍ଦକୁମର କୃଷ୍ଣ ସଙ୍ଗେ । ସୁହୃଦ କଲୁଁ ଭାବରଙ୍ଗେ । ।୧୦୧
ଛାଡ଼ିଲୁଁ ସୁତ ଧନଘର । ଲଜ୍ଜା ସ୍ୱଭାବ ବନ୍ଧୁବର । ।୧୦୨
ପୀରତି କରିଅଛୁ ନୂଆ । ଅକ୍ରୁର ନ ଛଡ଼ା ତୁ ଏହା । ।୧୦୩
ମଥୁରାନାରୀଙ୍କର ଭାଗ୍ୟ । ଶତଜନମେ ଯାଗଯଜ୍ଞ । ।୧୦୪
ସୁଖେ ପାହିବ ଆଜ ନିଶି । ଦେଖିବେ କୃଷ୍ଣ ଦ୍ୱାରେ ବସି । ।୧୦୫
ନଗ୍ରେ ପଶନ୍ତେ ବେନିଭାଇ । ବାମଦକ୍ଷିଣେ ଥିବେ ଚାହିଁ । ।୧୦୬
କଟାକ୍ଷେ ଦେଖି କୃଷ୍ଣରୂପ । ଛାଡ଼ିବେ କୋଟିଜନ୍ମତାପ । ।୧୦୭
କୃଷ୍ଣର ମୁଖପଦ୍ମରସ । ନୟନପାନେ ହୋଇ ତୋଷ । ।୧୦୮
ଗୁରୁ-ଗଉରବ ନ ଗଣି । ଦାଣ୍ତେŠ ଦେଖିବେ ବେଣୁପାଣି । ।୧୦୯
ମଥୁରାପୁର ନାରୀଗଣ । ଚାହିଁ ମୋହିବେ ନାରାୟଣ । ।୧୧୦
ମଥୁରାହାସେ କୃଷ୍ଣମନ । ପଣତେ ବାନ୍ଧିବେ ବହନ । ।୧୧୧
ଏମନ୍ତେ ନାନାଭାବ କରି । ମନମୋହିବେ ନରହରି । ।୧୧୨
ଗୋବିନ୍ଦ ରତିରସେ ଜିତା । ଛାଡ଼ିବେ ଗୋପପୁର ଚିନ୍ତା । ।୧୧୩
ଭୁଲାଇ କୃଷ୍ଣ-ହଳଧର । ଛାଡ଼ି ନ ଦେବେ ଗୋପପୁର । ।୧୧୪
ଯାଦବ ଆଦି ସାତବଂଶ । ତାହାଙ୍କ ପୁଣ୍ୟ ଗୋ ଅଶେଷ । ।୧୧୫
ଆଜ ପାଇବେ ତପଫଳ । ଦେଖିବେ ମଦନଗୋପାଳ । ।୧୧୬
ଆମ୍ଭର ପୂର୍ବପାପେ ଜାଣ । ଅକ୍ରୁର ହୋଇଲା ଦାରୁଣ । ।୧୧୭
ଆମ୍ଭର ଦୁଃଖ ନ ଜାଣଇ । ମଥୁରା ନେବ ବେନିଭାଇ । ।୧୧୮
ଦେହରୁ ପ୍ରାଣ ନେବ ହରି । ଆଜ ମରିବୁ ଗୋପନାରୀ । ।୧୧୯
ଦେଖ ଗୋପାଳେ ଏଡ଼େ ମନ୍ଦ । ବିଚାର ନ କରଇ ନନ୍ଦ । ।୧୨୦
ପୁଅଙ୍କ ଭଲ ନ ଜାଣଇ । ଅକ୍ରୁର ବୋଲେ ପଠିଆଇ । ।୧୨୧
ଯଶୋଦା ନ ଜାଣଇ ଏହା । କେମନ୍ତେ ଧରିବଟି ହିଆ । ।୧୨୨
ଗଉଡ଼େ ବାଇ ପ୍ରାୟେ ହୋଇ । ସଜ ହୁଅନ୍ତି ଆଗେ ଯାଇ । ।୧୨୩
ଦଇବ ହୋଇଲା ବଇରୀ । ଆଜୁଁ ବୁଡ଼ିଲା ଗୋପଶିରୀ । ।୧୨୪
ଆସ ଗୋ ଓଗାଳିବା ପଥ । ଅକ୍ରୁର କେତେ ବଳବନ୍ତ । ।୧୨୫
ରଥ କରିବା ଖଣ୍ତŠ ଖŠଣ୍ତ । ଛେଦିବା ଅକ୍ରୁରର ମୁଣ୍ତŠ । ।୧୨୬
କି କରି ପାରିବେ ଗୋପାଳେ । ରଥ ଭାଙ୍ଗିବା ଆମ୍ଭେ ବଳେ । ।୧୨୭
ଶୁଣି ଗୋ କଂସ କରୁ ରୋଷ । ଆମ୍ଭେ ନ ଥିବା ତା'ର ଦେଶ । ।୧୨୮
ଅର୍ଦ୍ଧନିମିଷେ କୃଷ୍ଣ ସଙ୍ଗ । ଛାଡ଼ି ମଣିବୁ ଶତେଯୁଗ । ।୧୨୯
ସେ ଆମ୍ଭ ଦୁଃଖର ସୋଦର । ଦଇବ କଲା ଏବେ ଦୂର । ।୧୩୦
ଆମ୍ଭର ରାସକେଳି ରସେ । ଜାଣନା ବୃନ୍ଦାବନ ଦେଶେ । ।୧୩୧
ନିମିଷେ ନ ପାଇ ମୁରାରି । କେମନ୍ତ ହେଲୁ ଗୋପନାରୀ । ।୧୩୨
ତକ୍ଷଣେ ପାଇ ବ୍ରହ୍ମରାଶି । ନିମିଷ କଲୁଁ ବ୍ରହ୍ମନିଶି । ।୧୩୩
ତାହାର ଗୁଣ ମନେ ଗୁଣି । ଏବେ ମରିବୁ ଗୋପାଳୁଣୀ । ।୧୩୪
ଗୋରୁ ଚରାଉଥାଇ ବନେ । ଗୋପେ ଆସଇ ରାତ୍ରମାନେ । ।୧୩୫
ଯେବେ ଗୋ ତା'ର ମୁଖ ଦେଖି । ପିଛାଡ଼ି ନ ପାରୁ ଯେ ଆଖି । ।୧୩୬
କଟାକ୍ଷ କରି ବେଣୁବାଇ । ଚାହଁନ୍ତେ ଜଗତ ମୋହଇ । ।୧୩୭
ଏବେ ମଥୁରାପୁର ଗଲେ । କେମନ୍ତେ ବଞ୍ଚିବା ଗୋ ଭଲେ । ।୧୩୮
ଏମନ୍ତ ହୋଇ ଗୋପନାରୀ । କୃଷ୍ଣ ବିଚ୍ଛେଦେ ତନୁ ଘାରି । ।୧୩୯
ଲାଜ ଛାଡ଼ିଲେ ଗୋପଦାଣ୍ତେŠ । ତାଡ଼ନ୍ତି ବେନିକର ମୁଣ୍ତେ । ।୧୪୦
ବିକଳେ ବୁଜନ୍ତି ନୟନ । କାନ୍ଦନ୍ତି ଧରି କୃଷ୍ଣନାମ । ।୧୪୧
ମୁକୁନ୍ଦ ଦାମୋଦର ହରି । ମାଧବ କୃଷ୍ଣ ଦଇତ୍ୟାରି । ।୧୪୨
ଜୀବନ ଗଲାଟି ଆମ୍ଭର । ମଥୁରା ନ ଯା ଦାମୋଦର । ।୧୪୩
ତୋତେ ନ ପାଇ ଭାବଗ୍ରାହୀ । ଦିନ ବଞ୍ଚିବୁ କାହା ଚାହିଁ । ।୧୪୪
ଅକ୍ରୁର ଆମ୍ଭ ଚକ୍ଷୁ ନେଲା । ଜୀବନ ଜିଉଁ ଜିଉଁ ମଲା । ।୧୪୫
ରୋଦନ ଶୁଣି ଗୋପୀଜନେ । ଅକ୍ରୁର କୋପକଲା ମନେ । ।୧୪୬
ବୋଲଇ ନନ୍ଦ ମୁଖ ଚାହିଁ । ଲେଉଟି ଯିବି ଆଜ ମୁହିଁ । ।୧୪୭
ବଳେ ପାରିବୁଟିକି ରହି । ଗୋପୀଏ ହେଉଛନ୍ତି ବାଈ । ।୧୪୮
କହନ୍ତି ଆନୁଆନ କରି । ରୁଣ୍ତŠ ହୋଇଣ ସର୍ବନାରୀ । ।୧୪୯
ଜାଣୁନା କଂସର ମହିମା । ଗୋପନଗରେ ଯେତେ ବାମା । ।୧୫୦
କ୍ଷଣକେ କରିବ ନିପାତ । କିସ କରିବେ ବଳବନ୍ତ । ।୧୫୧
ଏହାଙ୍କୁ କରି ନିବାରଣ । ବେଗେଣ ଚଳ ମଧୁବନ । ।୧୫୨
ଲେଉଟିଗଲେ ଆଜ ମୁହିଁ । ଗୋପେ ପାରିବୁଟିକି ରହି । ।୧୫୩
ଦଣ୍ତେŠ ହେଁ ନ କର ଉଚୁର । କୁଶଳ ଇଚ୍ଛା ଯେବେ ତୋ'ର । ।୧୫୪
ରାମଗୋବିନ୍ଦ ମୋତେ ଦେଇ । ନ ଯାଇ ପଛେ ଥାଅ ତୁହି । ।୧୫୫
ଯଶୋଦା ଅକ୍ରୁରକୁ ଚାହିଁ । କାନ୍ଦଇ କୃଷ୍ଣ କୋଳେ ଲଇଁ । ।୧୫୬
ରୋହିଣୀ ଘେନି ହଳଧରେ । ରୋଦନ କଲେ ଉଚ୍ଚସ୍ୱରେ । ।୧୫୭
ବଜ୍ର ପଡ଼ିଲା ଶିରେ ଜାଣି । କାନ୍ଦନ୍ତି ଯଶୋଦା-ରୋହିଣୀ । ।୧୫୮
ଦଇବ କଲୁ ବିପରୀତ । କାହାକୁ ସମର୍ପିବୁ ସୁତ । ।୧୫୯
ଜୀବନ ଥିବ ଆମ୍ଭ କାହିଁ । ମରିବୁ ପୁତ୍ରକୁ ନ ପାଇ । ।୧୬୦
ଯଶୋଦା କୃଷ୍ଣ ମୁଖ ଚାହିଁ । କାନ୍ଦଇ ମୁଖେ ଚୁମ୍ବ ଦେଇ । ।୧୬୧
ତୁ କୃଷ୍ଣ ଗଲେ ମଧୁପୁରୀ । ଜୀବନ ନ ପାରିବି ଧରି । ।୧୬୨
ଗୋରୁ ଚରାଉ ଯେତେବେଳେ । କାନନେ ଗୋପସୁତ ମେଳେ । ।୧୬୩
ଦଣ୍ତେŠ ମୁଁ ନ ଦେଖିଲେ ତୋତେ । ନିମିଷ ହୁଏ ଯୁଗ ଶତେ । ।୧୬୪
ପୁଛଇଁ ଜଣେ ଜଣେ ମୁହିଁ । ପୁତ୍ର ମୋ' କେ ଦେଖିଛ କାହିଁ । ।୧୬୫
କ୍ଷତ-ହରିଣୀ ପ୍ରାୟ ହୋଇ । ରବିକିରଣେ ଚାହୁଁଥାଇ । ।୧୬୬
ବେଳ ତ ହୋଇଲା ଉଛୁର । କୃଷ୍ଣ ନ ଇଲା କିପାଁ ଘର । ।୧୬୭
ଅନ୍ନ ବ୍ୟଞ୍ଜନ ମୋତେ ପିତା । ତୋତେ ନ ଦେଖି ମୋର ଚିନ୍ତା । ।୧୬୮
ନିମିଷ ଯୁଗପ୍ରାୟ ହୋଇ । ଘରବାହାରେ ନ ରହଇ । ।୧୬୯
ତୋ'ର ବଦନ ଯେତେବେଳେ । ଦେଖଇ ନୟନ-ଯୁଗଳେ । ।୧୭୦
ତେବେ ମୋ' ଜୀବନ ପଶଇ । ସରଲବଣୀ ତୋତେ ଦେଇ । ।୧୭୧
ଏବେ ତୁ ମଧୁପୁର ଗଲେ । ମୁହିଁ ଯିବଇଁ ତୋର ତୁଲେ । ।୧୭୨
ପୁଣି ରାମକୁ କୋଳ କରି । ଶୋକେ ବୋଲଇ ନନ୍ଦନାରୀ । ।୧୭୩
ତୁ ରାମ ବଳେ ବଳୀୟାର । କୃଷ୍ଣ ମୋ' ନୁହଇ ଚତୁର । ।୧୭୪
ସଙ୍ଗ ତୁ ନ ଛାଡ଼ିବୁ ଦଣ୍ତେŠ । ଗହଳ ମଥୁରାର ଦାଣ୍ତେŠ । ।୧୭୫
ଏମନ୍ତ କହି ନନ୍ଦନାରୀ । ବେନିଲୋଚନୁ ବହେ ବାରି । ।୧୭୬
ଅକ୍ରୁର କୋପେ ପରଜ୍ୱଳି । ରୋଷେ ନନ୍ଦକୁ ଦେଲା ଗାଳି । ।୧୭୭
କୃଷ୍ଣ ସାରିଲେ ନିତ୍ୟକର୍ମ । ସଜ ହୋଇଲେ ବଳରାମ । ।୧୭୮
ଗୋପୀଙ୍କ ରୋଦନ ଚହଳ । ଗୋପରେ ଶୁଭୁଅଛି ଗୋଳ । ।୧୭୯
ପ୍ରଳୟ ସିନ୍ଧୁ ପ୍ରାୟ ମଣି । ବୋଲନ୍ତି ରାମଚକ୍ରପାଣି । ।୧୮୦
ଗୋପାଳେ ହୁଅ ଆଗୁସାର । ଗୋରସ ଶକଟ ସମ୍ଭାର । ।୧୮୧
ଅକ୍ରୁର ନିତ୍ୟକର୍ମ ସାରି । ରଥେ ତୋଳିଲା ରାମହରି । ।୧୮୨
ମଙ୍ଗଳବାଦ୍ୟ ଗୀତ ଧ୍ୱନି । ଆନନ୍ଦେ ଉଛୁଳେ ମେଦିନୀ । ।୧୮୩
ଆକାଶେ ଥାଇ ଦେବଲୋଭେ । କୁସୁମ ବରଷନ୍ତି ଥୋକେ । ।୧୮୪
ଦିଗେ ଦିଶନ୍ତି ପରିମଳ । ପବନ ବହଇ ଶୀତଳ । ।୧୮୫
କୃଷ୍ଣର ପଥ ଅନୁକୂଳ । ଶୂନ୍ୟେ ମିଳିଲେ ମେଘମାଳ । ।୧୮୬
ଗଗନେ ଦୁନ୍ଦୁଭି ଶବଦ । ମଙ୍ଗଳ କଲେ ଗୀତନାଦ । ।୧୮୭
ଦେଖନ୍ତି ଦଶଦିଗପାଳେ । ବାହାର ହୋଇଲେ ଗୋପାଳେ । ।୧୮୮
ଶକଟ ଯା'ନ୍ତି ଯୂଥ ଯୂଥ । ଗୋରସ-ଭାର ଅପ୍ରମିତ । ।୧୮୯
ବାଜଇ ମଙ୍ଗଳ-ମହୁରି । ମଥୁରା ଯିବେ ନରହରି । ।୧୯୦
ଗୋପୀଏ ଓଗାଳନ୍ତି ରଥ । କାହିଁକି ଯିବ ଗୋପୀନାଥ । ।୧୯୧
ଆମ୍ଭ ଜୀବନ ହସ୍ତେ ଘେନି । ମଥୁରା ଯାଆ ଭାଇବେନି । ।୧୯୨
ଏଡ଼େ ନିŸର୍ଦ୍ଦୟ ତୋ'ର ହିଆ । ଆମ୍ଭରେ ଛାଡ଼ିଲୁ ତୁ ଦୟା । ।୧୯୩
ଯେବେ ଅକ୍ରୁର ତୋତେ ଧରି । ନେଉଛି ମଥୁରା ନଗରୀ । ।୧୯୪
ଆମ୍ଭେ ସକଳେ ତୋର ସଙ୍ଗେ । ଥିବୁ ତୋ' ରଥ ଲାଗେ ଲାଗେ । ।୧୯୫
କଂସର ମୁଖେ ତୋତେ ଦେଇ । ଘରେ ରହିବୁ କିସ ପାଇଁ । ।୧୯୬
ଆମ୍ଭେ ତୋହର ସର୍ବବାଳୀ । ଗୋପ ନ ଛାଡ଼ ବନମାଳୀ । ।୧୯୭
କାକର ଘରେ ପିକ ପରି । ଏବେ ତ ପକାଉ ପାସୋରି । ।୧୯୮
ଶୁଣି ବୋଲନ୍ତି ଦାମୋଦର । କୋମଳ ବଚନ ଗଭୀର । ।୧୯୯
ଶୁଣ ଗୋ ସଖୀଜନେ ମୋର । ରାଜାର ଆକଟ ଅପାର । ।୨୦୦
ଦେଖ ଆମ୍ଭଙ୍କୁ ରଥେ ଭରି । ଅକ୍ରୁର ନେଉଅଛି ଧରି । ।୨୦୧
ଧନୁଉ›ତ୍ସବ ରଙ୍ଗସଭା । ଆମ୍ଭେ ଗୋ ନୟନେ ଦେଖିବା । ।୨୦୨
ରାଜା ହୋଇବ ବଡ଼ ତୋଷ । ଆମ୍ଭଙ୍କୁ ଦେବ ଗ୍ରାମ ଦେଶ । ।୨୦୩
ଚାରିଦିଗରୁ ଲୋକେ ଆସି । ରଙ୍ଗସଭାରେ ଥିବେ ବସି । ।୨୦୪
ଅନେକ ଦୁରୁଁ ନରନାରୀ । ଅଣାଇଅଛି ଦŠଣ୍ତଧାରୀ । ।୨୦୫
ଉତ୍ସ›ବ ଦେଖି ତୋଷମନେ । ଆମେ ଆସିବୁ ଚାରିଦିନେ । ।୨୦୬
ତୁମ୍ଭେ ଗୋ ଯାଅ ଯେଝାଘରେ । ମନ ନିବେଶି ମୋ' ପୟରେ । ।୨୦୭
ଅକ୍ରୁର ଶୁଣି କେପଭରେ । ରଥ ବାହିଲା ଧାତିକାରେ । ।୨୦୮
ଗୋପୀଏ ଛାଡ଼ନ୍ତି ବୋବାଳି । ବାଲିରେ ନ ପାରନ୍ତି ଚାଲି । ।୨୦୯
ଆହା ଗୋବିନ୍ଦ ନନ୍ଦସୁତ । ବୋଲି ହୋଇଲେ ମୂରୁଛି୍ତ । ।୨୧୦
କଦଳୀ ଯେହ୍ନେ ବାତଘାତେ । ପଡ଼ିଲେ ଗୋପବାଳୀ ପଥେ । ।୨୧୧
ପଡ଼ିଣ ଗୋପୀ ଅଣାୟତ୍ତେ । ଅଜ୍ଞାନ ମୋହେ ରାଜପଥେ । ।୨୧୨
ଗୋପୀ ବିକଳ କୃଷ୍ଣ ଚାହିଁ । ଗୋପାଳପୁଅଙ୍କୁ ସେ ରାଇ । ।୨୧୩
ଶ୍ରୀଦାମ ନାମେ ଗୋପବାଳ । ତା'ରେ ବିଶ୍ୱାସ ନନ୍ଦବାଳ । ।୨୧୪
ତାହାକୁ ନିକଟେ ଅଣାଇଁ । କହନ୍ତି ବିଶ୍ୱାସ କରାଇ । ।୨୧୫
ଗୋପୀଙ୍କି କହ ତୁ ବହନେ । ଆମ୍ଭେ ଆସିବୁ ଚାରିଦିନେ । ।୨୧୬
ଧନୁଉତ୍ସ›ବ ମୁଁ ଦେଖିବି । ରାଜାର ମନକୁ ତୋଷିବି । ।୨୧୭
ମଥୁରା ନ ରହିବି ଦଣ୍ତେŠ । ତୁମ୍ଭେ ଗୋ ଜଗିଥିବ ଦାଣ୍ତେŠ । ।୨୧୮
ମୋତେ ଦେଖିବ ରାତ୍ରମାନେ । ନନ୍ଦମନ୍ଦିରେ ଚାରିଦିନେ । ।୨୧୯
ମୋହର ସତ୍ୟ ଏ ବଚନ । ଏଥକୁ ସାକ୍ଷି ନିରଞ୍ଜନ । ।୨୨୦
ଆବର କହିବୁ ତୁ ଯାହା । କହଇ ଶୁଣ ତୋରେ ତାହା । ।୨୨୧
ମୁଁ ଯେ ଭକତ ଭାବେ ବାଇ । ଭାବ ନିକଟେ ନିତ୍ୟେ ଥାଇ । ।୨୨୨
ଶରଦରାସ କାଳେ ଯାହା । ହୋଇଲେ ଯେତେକ ଉ›ତ୍ସାହା । ।୨୨୩
ତାହାଙ୍କ ଭକ୍ତିଭାବ ଘେନି । ରମିଲି ସକଳ କାମିନୀ । ।୨୨୪
ସେ ମୋର ଦେହର ଜୀବନ । ଚକ୍ଷୁପିତୁଳୀ ନିରଞ୍ଜନ । ।୨୨୫
ଜୀବନ ଛାଡ଼ି ଯାଉଅଛି । ମୃତ୍ୟୁପିଣ୍ତŠକୁ କେହୁ ଗଚ୍ଛି । ।୨୨୬
କେବଳ ରାଜକାର୍ଯ୍ୟ ସାରି । ତହିଁ ରହିବୁ ଦିନ ଚାରି । ।୨୨୭
ଏ କଥା ଗୋପୀଙ୍କି କହିବୁ । ଘରକୁ ପଠିଆଇ ଦେବୁ । ।୨୨୮
ତକ୍ଷଣେ କୃଷ୍ଣ ଆଜ୍ଞା ପାଇ । ଶ୍ରୀଦାମ ଗଲା ବେଗ ହୋଇ । ।୨୨୯
କହିଲା ଗୋପୀଙ୍କ ଆଗର । ବୋଇଲା ଯାଅ ଯେଝାଘର । ।୨୩୦
ଶୁଣି ଗୋପୀଏ ଛନ ଛନ । କୃଷ୍ଣର ତହିଁ ଦେଇ ମନ । ।୨୩୧
ରଥକୁ ଚାହାଁନ୍ତି ନିରୋପି । ଚିତ୍ରପ୍ରତିମା ପ୍ରାୟ ଗୋପୀ । ।୨୩୨
କେ ବୃକ୍ଷେ ଉଠିଲେ ବହନ । ରଥରେ ନିବେଶି ନୟନ । ।୨୩୩
ପୀଢ଼ାରେ ଉଠି କେ ଦେଖନ୍ତି । ବୃକ୍ଷ ଆରୋହି କେ ଚାହାଁନ୍ତି । ।୨୩୪
କେ ଉଚ୍ଚଶିଖେ ଉଠି ଡ଼ାକି । ରଥ-ପତାକେ ଦେଇ ଆଖି । ।୨୩୫
କେ ବୋଲେ ଯିବା ଧାତିକାରେ । କୃଷ୍ଣ ଭେଟିବା ନଦୀତୀରେ । ।୨୩୬
ଏମନ୍ତେ କୁହାକୁହି ହୋନ୍ତେ । ବିମାନ ନ ଦିଶିଲା ପଥେ । ।୨୩୭
ହୋଇଲା ବିମାନ ଅଦୃଶ୍ୟ । ଗୋପୀଏ ହୋଇଲେ ନିରାଶ । ।୨୩୮
ନିଃଶ୍ୱାସ ଛାଡ଼ି ଖେଦଭରେ । ଜୀବନ ନ ରହେ ଶରୀରେ । ।୨୩୯
ଗୁରୁ ଗଉରବ ନ ଗଣି । ରାତ୍ର-ଦିବସ ଏକ ମଣି । ।୨୪୦
ମନ ନିବେଶି କୃଷ୍ଣପାଦେ । ଗୋପୀଏ ରହିଲେ ବିଷାଦେ । ।୨୪୧
ଅକ୍ରୁର ତୋଷମନ ହୋଇ । ବନଗହନେ ରଥ ବାହି । ।୨୪୨
ପବନୁଁ ବେଗେ ରଥ ଗଲା । କାଳିନ୍ଦୀ ନିକଟେ ମିଳିଲା । ।୨୪୩
ରଥୁଁ ଓହ୍ଲାଇ ବେନିଭାଇ । ଜଳ ପିଇଲେ ତୋଷ ହୋଇ । ।୨୪୪
ନିର୍ମଳ କାଳିନ୍ଦୀର ଜଳ । ସ୍ୱଭାବେ ସୁସ୍ୱାଦୁ ଶୀତଳ । ।୨୪୫
ଶିରବଦନେ ଜଳସିଞ୍ଚି । କରଯୁଗଳେ ମୁଖପୋଛି । ।୨୪୬
ବୃକ୍ଷର ମୂଳେ ନେଇ ରଥ । ବସିଲେ ରାମଗୋପୀନାଥ । ।୨୪୭
ଅକ୍ରୁର ବେନିକର ଯୋଡ଼ି । କହଇ କୃଷ୍ଣପାଦେ ପଡ଼ି । ।୨୪୮
ଭୋନାଥ ହୋଇବା ପ୍ରସନ୍ନ । କରିବି ଯମୁନାରେ ସ୍ନାନ । ।୨୪୯
ଉଠି ତୋହର ମୁଖ ଚାହିଁ । ପବିତ୍ର ହୋଇବଇଁ ମୁହିଁ । ।୨୫୦
ବୋଲନ୍ତି ପ୍ରଭୁ ଭଗବାନ । ଯା' ବେଗେ କରତୁ ସ୍ନାହାନ । ।୨୫୧
ବହନ ଯିବା ମଧୁପୁର । ଅକ୍ରୁର ନ କର ଉଚ୍ଛୁର । ।୨୫୨
ରଥୁଁ ଓହ୍ଲାଇ ଖରତରେ । ପଶିଲା କାଳିନ୍ଦୀ ଭିତରେ । ।୨୫୩
ବୁଡ଼ିଲା ମାଧବ ସୁମରି । ଜଳେ ଦେଖିଲା ରାମହରି । ।୨୫୪
ଯେସନେ କୂଳେ ଗଲା ଚାହିଁ । ଦେଖିଲା ଜଳମଧ୍ୟେ ତା ହିଁ । ।୨୫୫
ଦେଖି ଚକିତମନ ହୋଇ । ବୋଲେ ଅଇଲେ କି ପଳାଇ । ।୨୫୬
କଂସର ଡ଼ରେ ରଥେ ବସି । ବେନି ସୋଦର ଜଳେ ପଶି । ।୨୫୭
ପଳାଇ ଯିବେ ଗୋପପୁର । ମୋତେ ମାରିବ କଂସାସୁର । ।୨୫୮
କି ବୁଦ୍ଧି କରିବଇଁ ମୁହିଁ । କୂଳେ ଯେ ଅଇଲି ବସାଇ । ।୨୫୯
ଡ଼ରେଣ ଗଲେ କି ପଳାଇ । ଉଠି କୂଳକୁ ଦେଲା ଚାହିଁ । ।୨୬୦
ଦେଖଇ ବୃକ୍ଷତଳେ ରଥ । ଅଛନ୍ତି ରାମ-ଗୋପୀନାଥ । ।୨୬୧
ଚକିତ ହୋଇଲା ଅକ୍ରୁର । ଭୟେ କମ୍ପଇ ଥରହର । ।୨୬୨
ବୋଲଇ ଜଳେ ଅନ୍ୟକିସ । ମୁହିଁ ଯେ ଦେଖିଲି ସଦୃଶ । ।୨୬୩
କି ମୋର ଚିତ୍ତ ହୋଏ ଭ୍ରମ । ହୋଇଲା ଅଦଭୁତ କର୍ମ । ।୨୬୪
ମିଥ୍ୟା ନୁହଁଇନା ସେ ଜଳେ । ପୁଣି ବୁଡ଼ିଲା ଆଉ ବେଳେ । ।୨୬୫
ଦେଖଇ ରତ୍ନମୟ-ପୁରେ । ସୁବ‰ର୍ଣ୍ଣ ବିମାନ ଉପରେ । ।୨୬୬
ସୁରଙ୍ଗ ରତ୍ନସିଂହାସନ । ଶୀତଳ ବହଇ ପବନ । ।୨୬୭
ଅନନ୍ତ ରୂପେ ହଳଧର । କୋଟିଏ ଚନ୍ଦ୍ର ପଟାନ୍ତର । ।୨୬୮
ସହସ୍ର ଫଣା ମଣି ଶିର । କଟି ଦୂକୁଳ ନୀଳାମ୍ବର । ।୨୬୯
ରୂପେ ଶୋଭିତ ଶିବଗିରି । କୋଟିଏ କାମ ନୋହେ ସରି । ।୨୭୦
ମଣିକୁଣ୍ତŠଳ ବନମାଳ । ସୁରଙ୍ଗ ଅଳକ କପୋଳ । ।୨୭୧
କଟିମେଖଳା ରତ୍ନସାର । ନିବିଡ଼ ସୁରଙ୍ଗ ଅଧର । ।୨୭୨
ହାର କେୟୂର ଝଟକନ୍ତି । ଯେହ୍ନେ ଗଗନେ ତାରାପତି । ।୨୭୩
ଅନନ୍ତକୋଳେ ବନମାଳୀ । ନୀଳଜୀମୂତ ଦେହ ଝଳି । ।୨୭୪
ପୀତବସନ ବନମାଳ । ଶ୍ରବଣେ ମକର କୁଣ୍ତŠଳ । ।୨୭୫
ସୁନ୍ଦର ନୀଳଭୁଜ ଚାରି । ଶଙ୍ଖ କମଳ ଗଦା ଅରୀ । ।୨୭୬
ବିକଚ-କମଳ-ଲୋଚନ । ସୁରଙ୍ଗ ହସିତ ବଦନ । ।୨୭୭
ଅନଙ୍ଗ ଚାପ ଭୁରୁ ରେଖା । ସୁନ୍ଦର କପୋଳ ନାସିକା । ।୨୭୮
ରଙ୍ଗ ଅଧରେ ମନ୍ଦ ହାସ । କ‰ର୍ଣ୍ଣେ କୁŠଣ୍ତଳ ରବିତ୍ରାସ । ।୨୭୯
ଦୀର୍ଘ ଶ୍ରୀଭୁଜ ଜାନୁଯାଏଁ । ଦିଶେ ମର୍କତ ସ୍ତମ୍ଭ ପ୍ରାୟେ । ।୨୮୦
ତୁଙ୍ଗ ହୃଦୟ ଶ୍ରୀନିବାସ । ଶ୍ରୀବ›ତ୍ସ ଚିହ୍ନ ବାମପାଶ । ।୨୮୧
ଦକ୍ଷିଣାବର୍ତ୍ତ କମ୍ବୁଗ୍ରୀବ । ପେଟେ ତ୍ରିବଳୀ ପଦ୍ମନାଭ । ।୨୮୨
ନାଭି ଗଭୀର ମଝାକ୍ଷୀଣ । ବୃଶାଳକଟି ରତ୍ନଦାମ । ।୨୮୩
ନିତମ୍ବ କରୀକୁମ୍ଭ ଜିଣି । କଟିମେଖଳା ଓଡ଼ିଆଣୀ । ।୨୮୪
ଉଲଟରମ୍ଭା ଜାନୁ ଯୁଗ । ଗୁଳ୍ଫଯୁଗଳ ସଞ୍ଚତୁଙ୍ଗ । ।୨୮୫
ମାଣିକ୍ୟ ପ୍ରାୟ ନଖପନ୍ତି । ଅଙ୍ଗୁଳି ଅଗ୍ରେ ଝଟକନ୍ତି । ।୨୮୬
ନବପଲ୍ଲବ ପ୍ରାୟ ଝଳି । କୋମଳ ଦିଶଇ ଅଙ୍ଗୁଳି । ।୨୮୭
କମଳକୋଷ ପ୍ରାୟ ହୋଇ । ବେନି ଚରଣ ବିରାଜଇ । ।୨୮୮
ଅମୂଲ୍ୟରତ୍ନମୟ ରାଶି । ବିବିଧ ଅଳଙ୍କାର ମିଶି । ।୨୮୯
ଶିରେ ମୁକୁଟ ହୃଦେ ହାର । କଟିମେଖଳା ରତ୍ନସାର । ।୨୯୦
ଉତ୍ତରୀ ଯଜ୍ଞସୂତ୍ର କନ୍ଧେ । କୁŠଣ୍ତଳ କ‰ର୍ଣ୍ଣ‌ଯୁଗଭାଗେ । ।୨୯୧
ରତ୍ନସମୂହ ତେଜରାଶି । ଚତୁର ଭୁଜ ପରକାଶି । ।୨୯୨
ଚକ୍ର କମଳ ଗଦା ଶଙ୍ଖ । ଗŠଣ୍ତଯୁଗଳେ ରାହୁରେଖ । ।୨୯୩
ଶ୍ରୀବତ୍ସ› ଚିହ୍ନ ହୃଦୟରେ । ବନମାଳାଏ ଲମ୍ବେ ଉରେ । ।୨୯୪
ସୁନନ୍ଦ ଆଦି ପାରିଷଦେ । ପକାନ୍ତି ଚାମର ଆନନେ୍ଦ । ।୨୯୫
ସନକ ଆଦି ମୁନିଗଣେ । ଖଟନ୍ତି ଅଭୟଚରଣେ । ।୨୯୬
ବ୍ରହ୍ମା ଶଙ୍କର ଇନ୍ଦ୍ର ଘେନି । ସ୍ତୁତି କରନ୍ତି ସୁରମୁନି । ।୨୯୭
କିନ୍ନରୀ ତୁମ୍ବୁରୁ ନାରଦ । ବୀଣାଶବଦେ ଗୀତନାଦ । ।୨୯୮
ଭକତ ପ୍ରହଲ୍ଲାଦ ଆଦି । ଧ୍ରୁବଭୂଷŠଣ୍ତ ବେଦବାଦୀ । ।୨୯୯
ନିର୍ମଳବାଣୀ ଯେଝାମତେ । ସ୍ତୁତି କରନ୍ତି ଦୃଢ଼ଚିତ୍ତେ । ।୩୦୦
କମଳା ଆଦି ଯେତେ ଦେବୀ । ଧୀରେ ଚରଣେ ଛନ୍ତି ସେବି । ।୩୦୧
ଏମନ୍ତ କୃଷ୍ଣରୂପ ଜଳେ । ଦେଖି ଅକ୍ରୁର ବେନିଡ଼ୋଳେ । ।୩୦୨
ରୋମାଞ୍ଚ ହୋଇଲା ଶରୀର । ଅଶ୍ରୁ ଗଳଇ ନିରନ୍ତର । ।୩୦୩
ଆନନ୍ଦେ କଣ୍ଠ ଗଦ ଗଦ । ମୁଖୁଁ ନସ୍ଫୁରଇ ଶବଦ । ।୩୦୪
ଜଳୁ ବାହାର ହୋଇ ଆସି । କୂଳେ ଦେଖିଲା ବ୍ରହ୍ମରାଶି । ।୩୦୫
ପାଦେ ପଡ଼ିଲା ବେଗେ ଯାଇ । ଉଠିଲା ଶିରେ କର ଦେଇ । ।୩୦୬
ସଭୟେ ବୁଜିଲା ନୟନ । ପୁଣି ଚାହଁଇ ଛନଛନ । ।୩୦୭
ଆନନ୍ଦସାଗରେ ବୁଡ଼ିଲା । କରଅଞ୍ଜଳି ଶିରେ ଦେଲା । ।୩୦୮
ଭୟେ କମ୍ପିଲା ତା'ର ଦେହୀ । ସ୍ତୁତି କରଇ କୃଷ୍ଣ ଚାହିଁ । ।୩୦୯
କହଇ ଜଗନ୍ନାଥ ଦାସ । ଗୋବିନ୍ଦ ଚରଣେ ବିଶ୍ୱାସ । ।୩୧୦
କାଳିନ୍ଦୀଜଳେ ଦେଇ ଚିତ୍ତ । ସୁଜନେ ଚିନ୍ତ କୃଷ୍ଣପଥ । ।୩୧୧
ଜନ୍ମମରଣ ଭୟ ନାଶ । କୃଷ୍ଣ ଚରଣେ ହୁଅ ଦାସ । ।୩୧୨
ନିରତେ ଚିନ୍ତ ରାମହରି । ଭବସାଗରୁ ହୁଅ ପାରି । ।୩୧୩
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ଅକ୍ରୁର ପ୍ରତିଯାନେ ନାମ ଦ୍ୱିଚତ୍ୱରିଂଶୋଽଧ୍ୟାୟଃ । ।

ତ୍ରିଚତ୍ୱାରିଂଶ ଅଧ୍ୟାୟସମ୍ପାଦନ କରନ୍ତୁ

ଶୁକ ଉବାଚ

କହନ୍ତି ବ୍ୟାସଙ୍କର ସୁତ । ଶୁଣ ପରୀକ୍ଷ ଭାଗବତ । ।୧
ଅକ୍ରୁର ଶିରେ କର ଦେଇ । ବୋଲଇ କୃଷ୍ଣଙ୍କୁ ଅନାଇଁ । ।୨
ନମସ୍ତେ ଅନାଦି ପୁରୁଷ । ଅଖିଳ ଜ୍ୟୋତି ପରକାଶ । ।୩
ମାୟାର ହେତୁ ନାରାୟଣ । ନିର୍ଗୁଣ ପୁରୁଷ ପୁରାଣ । ।୪
ଅବ୍ୟକ୍ତ ବ୍ରହ୍ମ ନିରାକାର । ବ୍ରହ୍ମା ତୋ' ନାଭିରୁ ବାହାର । ।୫
ତୋହର ତହୁଁ ଏ ଜଗତ । ଲୋକେ ହୁଅନ୍ତି ଆତଯାତ । ।୬
ପୃଥିବୀ ଉଦକ ଅନଳ । ପବନ ଆକାଶମŠଣ୍ତଳ । ।୭
ମହତ ଆଦି ମହାଭୂତେ । ମନ ଇନ୍ଦ୍ରିୟ ଆଦି ଯେତେ । ।୮
ଇନ୍ଦ୍ରିୟ ଅର୍ଥେ ସୁରଗଣ । ଯେତେ ଏ ଜଗତେ ଭିଆଣ । ।୯
ଏମାନେ ତୋହର ଶରୀର । ତୁ ଆଦିଧର୍ମ ନିରାକାର । ।୧୦
ବ୍ରହ୍ମାଣ୍ତେ ତୋ'ର ଦେହେ ଥା'ନ୍ତି । ତୋହର ରୂପ ନ ଜାଣନ୍ତି । ।୧୧
ତ୍ରିଗୁଣେ ବ୍ରହ୍ମା ଜଡ଼ ହୋଇ । ତୋ'ର ସ୍ୱରୂପ ନ ଜାଣଇ । ।୧୨
ସନକଆଦି ଯୋଗୀଜନେ । ପୂଜନ୍ତି ତୋହର ଚରଣେ । ।୧୩
ମହାପୁରୁଷ ଶୂନ୍ୟରୂପ । ଜୀବସଞ୍ଚାରେ ତିନିରୂପ । ।୧୪
କର୍ମଯୋଗୀଏ ବେଦପଥେ । ତୋତେ ପୂଜନ୍ତି ଯଜ୍ଞମତେ । ।୧୫
ଅଖିଳ କର୍ମ ଦେଇ ତୋତେ । ଜ୍ଞାନୀ ସେବନ୍ତି ଯୋଗମତେ । ।୧୬
ନିଶ୍ଚଳ-ସମାଧିରେ ମନ । ତୋ'ର ଚରଣେ କରିଧ୍ୟାନ । ।୧୭
ଅନେକ ରୂପେ ଏକରୂପୀ । ତୋତେ ଜାଣିବ କେ ନିରୋପି । ।୧୮
ଶିବ ପୁରାଣର ଉକତେ । କେ ତୋତେ ଭଜେ ଶିବମତେ । ।୧୯
ଅନେକ ଋଷିଙ୍କ ସମେତେ । ଶଙ୍କର ପୂଜୁଥା'ନ୍ତି ତୋତେ । ।୨୦
ତୁନାଥ ସର୍ବଦେବମୟେ । ସର୍ବେ ଭଜନ୍ତି ତୋ'ର ପାୟେ । ।୨୧
ନାନା ଦେବଙ୍କୁ ସେ ଭଜନ୍ତି । ସେ ଭିନ୍ନ ବୁଦ୍ଧି ଆଚରନ୍ତି । ।୨୨
ଅନେକ କର୍ମଯୋଗେ ଭ୍ରମି । ଫୁଟି ହୁଅନ୍ତି ପଥଶ୍ରମି । ।୨୩
ନଦୀ ପୂରନ୍ତି ବୃଷ୍ଟିକାଳେ । ସମୁଦ୍ରେ ହୋନ୍ତି ଏକମେଳେ । ।୨୪
ସର୍ବଦେବତା ପୂଜା ଯେତେ । ଭଜନ ତୋ'ର ପାଦଗତେ । ।୨୫
ତୋ'ର ପ୍ରକୃତି ତହୁଁ ଜାତ । ତାମସ ରଜଗୁଣ ସତ୍ତ୍ୱ । ।୨୬
ଇନ୍ଦ୍ରିୟଗୁଣ ଗଳେ ଛନ୍ଦି । ଜନ୍ତୁଏ ମାୟାଜଡ଼େ ବନ୍ଦୀ । ।୨୭
ତୋତେ ପାଇବେ ଅବା କାହିଁ । ତୋହର ଆଦିଅନ୍ତ ନାହିଁ । ।୨୮
ନମସ୍ତେ ପ୍ରଭୁ ଜ୍ଞାନଆଖି । ସକଳ ବୁଦ୍ଧିଙ୍କର ସାକ୍ଷୀ । ।୨୯
ଦେବ ମନୁଷ୍ୟ ପଶୁଆଦି । ତୋ' ମାୟାବଳେ ସର୍ବେବନ୍ଦୀ । ।୩୦
ଅନଳ ତୋର ମୁଖୁଁ ଜାତ । ଚରଣୁଁ ଅବନୀ ସମ୍ଭୂତ । ।୩୧
ଆଦିତ୍ୟ ତୋହର ନୟନ । ନାଭିରୁ ପ୍ରକାଶ ଗଗନ । ।୩୨
ଶ୍ରବଣୁଁ ତୋର ଦଶଦିଶ । ଶିର ତୋହର ସ୍ୱର୍ଗଦେଶ । ।୩୩
ଭୁଜ ତୋ ଦଶଦିଗପାଳ । ଉଦର ବଡ଼ବା ଅନଳ । ।୩୪
ପଞ୍ଚପବନ ତୋର ପ୍ରାଣ । ରୋମ ଔଷଧିବୃକ୍ଷ ପୁଣ । ।୩୫
ମେଘ ତୋହର କେଶ ଶିର । ତୋ ନଖ ଅସ୍ଥି ଗିରିବର । ।୩୬
ନିମିଷ ହୋନ୍ତି ଦିବାରାତ୍ରି । ତୋର ବୃଷଣ ପ୍ରଜାପତି । ।୩୭
ତୋହର ତେଜେ ଦେବରାଜ । ବୃଷ୍ଟି କରଇ ତୋର ବୀର୍ଯ୍ୟ । ।୩୮
ଅବ୍ୟୟ ପୂ‰ର୍ଣ୍ଣ ନିରଞ୍ଜନ । ତୋ ଦେହେ ଚଉଦଭୁବନ । ।୩୯
ବାସବ ଆଦି ଦେବଗଣେ । ସ୍ଥାବର ସିଦ୍ଧ ଯେ ଚାରଣେ । ।୪୦
ବ୍ରହ୍ମାଣ୍ତେŠ ତୋହର ଶରୀରେ । ମଶା ଯେସନେ ଉଡ଼ୁମ୍ବରେ । ।୪୧
ମନର ଆଦିଅନ୍ତ ରୂପୀ । ଜଗତେ ଅଛୁ ନାଥ ବ୍ୟାପୀ । ।୪୨
ସଂସାର ଲୀଳାରେ ଶରୀର । ଭୋନାଥ ଯେତେ ରୂପ ତୋର । ।୪୩
ତେଣେ ନିର୍ମଳ ହୋଇ ଚିତ୍ତ । ତୋ ଯଶ ଭାବନ୍ତି ଜଗତ । ।୪୪
ନମସ୍ତେ ମ›ତ୍ସ୍ୟ ରୂପଧାରୀ । ପ୍ରଳୟ ଉଦକ ବିହାରୀ । ।୪୫
ହେ ହୟଗ୍ରୀବ ତୋ ଶରଣ । ମଧୁ କଇଟଭ ଦଳନ । ।୪୬
କମଠରୂପୀ କଳେବର । ନମସ୍ତେ ଶଙ୍ଖଚକ୍ରଧର । ।୪୭
ଶୂକର ରୂପେ ମହୀ ଧରି । ନମସ୍ତେ ପ୍ରଭୁ ଦଇତ୍ୟାରି । ।୪୮
ନୃସିଂହ ରୂପୀ ତୋ' ଶରୀର । ନାଶିଲୁ ହିରଣ୍ୟ-ଅସୁର । ।୪୯
ବାମନ ରୂପେ ବଳି ଚାପି । ନମସ୍ତେ ତ୍ରିବିକ୍ରମ ରୂପୀ । ।୫୦
ଦୁଷ୍ଟ କ୍ଷତ୍ରିୟ ନିବାରଣ । ନମସ୍ତେ ପ୍ରଭୁ ଭୃଗୁରାମ । ।୫୧
ଜାନକୀ-ଛଳେ ଦାଶରଥି । କୋପେ ନାଶିଲୁ ଲଙ୍କପତି । ।୫୨
ନମୋ ଗୋବିନ୍ଦ ଦାମୋଦର । ଗିରି ତୋଳିଲୁ ବାମକର । ।୫୩
ନମସ୍ତେ ବସୁଦେବସୁତ । ରେହିଣୀ ପୁତ୍ର ବଳବନ୍ତ । ।୫୪
ରୁକ୍ମିଣୀ ଦେବୀ ପୁତ୍ର ନାତି । ନମସ୍ତେ ଯଦୁ ଭୋଜପତି । ।୫୫
ବଉଦ୍ଧରୂପୀ ଶୁଦ୍ଧକର୍ମା । ଅସୁର ମୋହନେ ତୋ ବାନା । ।୫୬
ମ୍ଳେଚ୍ଛ କ୍ଷତ୍ରିୟ ବଳବନ୍ତ । କଳକୀ ରୂପେ କରୁ ଅନ୍ତ । ।୫୭
ତୋହର ମାୟାରେ ଜଗତ । ଅଜ୍ଞାନେ ହୋଇ ଆତଯାତ । ।୫୮
ପର ଆପଣା ବୋଲି ହୁଡ଼ି । ଭ୍ରମନ୍ତି ମାୟାଚକ୍ରେ ପଡ଼ି । ।୫୯
ମୋହର ଆତ୍ମା ପୁତ୍ର ଘର । ଦାରା ସମ୍ପଦ ବନ୍ଧୁ ମୋର । ।୬୦
ସପନ ପ୍ରାୟେ ଏ ଜଗତ । ଆବୋରି ଅଛି ମୋହପଥ । ।୬୧
ଅନିତ୍ୟ ସଂସାର ସାଗରେ । ମୁଁ ଯେ ବୁଡ଼ିଲି ଦୁଃଖଘୋରେ । ।୬୨
ଆତ୍ମାର ଗତି ନ ଜାଣଇ । ଭୋ ନାଥ ରଖ ଭାବଗ୍ରାହୀ । ।୬୩
ଶୀତଳ ଜଳ ଛାଡ଼ି ମୁହିଁ । ମୃଗତୃଷ୍ଣାକୁ ଅଛି ଧାଇଁ । ।୬୪
ତୃଷିତ ହୋଇଲି ଅପାର । ତୋତେ ନ ଜାଣି ଚକ୍ରଧର । ।୬୫
ଅଳପ ବଳ ନାଥ ମୋର । କର୍ମ ଅଶେଷ ବଳୀୟାର । ।୬୬
ମନ ପଶିଲା କର୍ମମେଳେ । ହାରିଲି ଇନ୍ଦ୍ରିୟଙ୍କ ବଳେ । ।୬୭
ଇନ୍ଦ୍ରିୟ ଅର୍ଥେ ବିପରୀତ । ହସ୍ତରୁ ପକାଇ ଅମୃତ । ।୬୮
ବିଷ ଭକ୍ଷଇ ସ୍ୱାଦୁ ମଣି । ଆତ୍ମାର ଗତି ନ ପ୍ରମାଣି । ।୬୯
ମନକୁ ନ ପାରଇ ଧରି । ତୁ ମୋତେ ରଖ ନରହରି । ।୭୦
ତୋହର ଚରଣ କମଳେ । ଶରଣ ରଖ ମୋତେ ବେଳେ । ।୭୧
ଅଭୟ ଚରଣ ତୋହର । ଅଜ୍ଞାନୀଜନେ ଅଗୋଚର । ।୭୨
ତୋହର ଭାବ ଯେ ଜାଣଇ । ତାହାର ଦୁଃଖ ଭୟ ନାହିଁ । ।୭୩
ସଂସାର ତୁଟଇ ତାହାର । ଯେ ତୋତେ କରଇ ବିଚାର । ।୭୪
ତୋର ଚରଣେ ଭଗବାନ । ନିଶ୍ଚଳ କର ମୋର ମନ । ।୭୫
ଜ୍ଞାନ-ବିଜ୍ଞାନ-ଦାତାରୂପୀ । ସର୍ବସଂପଦ ମାୟା ବ୍ୟାପୀ । ।୭୬
ପରମ ପୁରୁଷ ବିଧାତା । ଅନନ୍ତ ରୂପ ବଳବନ୍ତା । ।୭୭
ନମଇ ପ୍ରଭୁ ବାସୁଦେବ । ଭବସାଗରେ ସୁଖ-ନାବ । ।୭୮
ଇନ୍ଦ୍ରିୟମାନଙ୍କ ଈଶ୍ୱର । ଭୋ ନାଥ ଶରଣ ତୋହର । ।୭୯
କହଇ ଦାସ ଜଗନ୍ନାଥ । ଅକ୍ରୁର ଜଳେ ଦେଖି ରଥ । ।୮୦
ଆନନ୍ଦେ କଲା ଯେତେ ସ୍ତୁତି । ସୁଜନେ ଏଣେ କର ମତି । ।୮୧
ଅକ୍ରୁର ସ୍ତୁତି ଯେ ଶୁଣନ୍ତି । ଭବସାଗରେ ନ ପଡନ୍ତି । ।୮୨
କର୍ମ ବାସନା ହୋଏ କ୍ଷୟ । ତାରନ୍ତି ପ୍ରଭୁ ଦେବରାୟ । ।୮୩
ଇତି ଶ୍ରୀମଦ୍ଭଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ଅକ୍ରୁର ସ୍ତୁତିର୍ନାମୋ ତ୍ରିଚତ୍ୱାରିଂଶୋଽଧ୍ୟାୟଃ । ।

ଚତୁଃଚତ୍ୱାରିଂଶ ଅଧ୍ୟାୟସମ୍ପାଦନ କରନ୍ତୁ

ଶୁକ ଉବାଚ

ଶୁଣ ହେ ଅଭିମନ୍ୟୁବଳା । ଅକ୍ରୁର ଜଳେ ସ୍ତୁତି କଲା । ।୧
ପୁଣ ଚରଣତଳେ ଶୋଇ । ବୋଲଇ କୃଷ୍ଣ ତ୍ରାହି ତ୍ରାହି । ।୨
ଭକତବନ୍ଧୁ ଜନାŸର୍ଦ୍ଦନ । ଜଳେ ହୋଇଲେ ଅନ୍ତର୍ଦ୍ଧାନ । ।୩
ଯେସନେ ନଟଙ୍କର ଗତି । ପ୍ରସ୍ତାବ ସଦୃଶେ ଭଜନ୍ତି । ।୪
ଅକ୍ରୁରେ ଦେଖାଇ ଶରୀର । ତକ୍ଷଣେ ହୋଇଲେ ଅନ୍ତର । ।୫
ଅକ୍ରୁର ଥିଲା ପାୟେ ପଡ଼ି । ପୁଣି ଉଠିଲା କରଯୋଡ଼ି । ।୬
ଦେଖିଲା କେହି ନାହିଁ ଜଳେ । ଉଠି ଚାହିଁଲା ନଦୀକୂଳେ । ।୭
ବୃକ୍ଷର ମୂଳେ ରଥେ ଥାଇ । ଡ଼ାକନ୍ତି ପ୍ରଭୁ ଭାବଗ୍ରାହୀ । ।୮
ଅକ୍ରୁର ଦେଖି ତୋଷମନ । ବେଗେ ସାରିଲା ନିତ୍ୟକର୍ମ । ।୯
ଆସି ମିଳିଲା ରଥତଳେ । ପଡ଼ିଲା କୃଷ୍ଣପାଦତଳେ । ।୧୦
ହସି ବୋଲନ୍ତି ଦାମୋଦର । ଜଳେ ତ ବିଳମ୍ବ ତୋହର । ।୧୧
ମଥୁରା ଯିବା କେତେବେଳେ । କିସ ଦେଖିଲୁ ପୁଣ ଜଳେ । ।୧୨
ଗଗନ ଶୂନ୍ୟ ମହୀଭାଗେ । କି ଅବା ଦଶଦିଗ ଲାଗେ । ।୧୩
ଯାହା ଦେଖିଲୁ କହ ମୋତେ । ତେବେ ହେଁ ଯିବଇଁ ପରତେ । ।୧୪
ଅକ୍ରୁର ଶିରେ କର ଦେଇ । କହଇ ଶ୍ରୀମୁଖେ ଅନାଇଁ । ।୧୫
ଜଳେ ଦେଖିଲି ମୁହିଁ ଯାହା । ଭୋ ନାଥ ନ ଜାଣୁ କି ତାହା । ।୧୬
ମୋତେ ପଚାରୁ ମାୟା କରି । ଭକତ-ସୋଦର ମୁରାରି । ।୧୭
ତୋହର ତହୁଁ ଆନ ନାହିଁ । ଜଳେ ଦେଖିଲି ତୋତେ ମୁହିଁ । ।୧୮
ଭୋ ନାଥ ସର୍ବଘଟେ ପୂରି । ସଂସାର ଅଛୁ ଯେ ଆବୋରି । ।୧୯
ତୋର ନ ଥିଲା ଅଛି କାହିଁ । ଜଳ ଅନଳ ସ୍ଥଳେ ତୁହି । ।୨୦
ବଣ ପର୍ବତ ତରୁଲତା । ମେରୁ ସମାନ ବଳବନ୍ତା । ।୨୧
ତୃଣ ସମାନ ତନୁକ୍ଷୀଣ । ରୂପକୁ ରୂପ ଭିନ୍ନ ଭିନ୍ନ । ।୨୨
ମୁଁ କାହିଁ ଜାଣିବି ଅଶେଷ । ଘୋଟି ଯେ ଅଛୁ ଦଶଦିଶ । ।୨୩
ମୁହିଁ ମାନବ ତନୁ ବହି । ଜାଣିପାରିବି ତାହା କାହିଁ । ।୨୪
ବ୍ରହ୍ମା ଶଙ୍କର ପୁରନ୍ଦର । ଲକ୍ଷ୍ମୀ ସାରଦା ଶୀତକର । ।୨୫
ସୂର୍ଯ୍ୟ ପବନ ଗ୍ରହଗଣ । ମୁନି ମାନବ ଜଣେ ଜଣ । ।୨୬
ସୁର ଅସୁରଠାରେ ତୁହି । ସକଳଘଟେ ପୂ‰ର୍ଣ୍ଣ ହୋଇ । ।୨୭
ଏମାନେ ନ ପାଇଲେ ଲେଶ । ବିଶ୍ୱସଂସାରେ ତୋ' ପ୍ରକାଶ । ।୨୮
ଏତେ ବୋଲିଣ ପାଦତଳେ । ପଡ଼ିଲା ଆତ୍ମାର ବିକଳେ । ।୩୦
କୃଷ୍ଣ ବୋଲନ୍ତି ଶୁଣି ତାହା । ଅକ୍ରୁର ବେଗେ ରଥ ବାହା । ।୩୧
ତକ୍ଷଣେ କୃଷ୍ଣ ଆଜ୍ଞା ପାଇ । ରଥେ ବସିଲା ବେଗେ ଯାଇ । ।୩୨
ଗୋବିନ୍ଦ ପାଦେ ମନ ଦେଇ । ରଥ ବାହଇ ତୋଷ ହୋଇ । ।୩୩
ଆନନ୍ଦେ ତେଜ ଅବସାନେ । ମିଳିଲା ମଥୁରା ଭୁବନେ । ।୩୪
ପଥେ ଯେ ଥିଲେ ନରନାରୀ । ରଥେ ଦେଖିଲେ ରାମହରି । ।୩୫
ଦେଖି ଅପୂର୍ବ ରୂପ ଦୁଇ । ପାଦ-ନୟନ ନଚଳଇ । ।୩୬
ଗ୍ରାମେ ପ୍ରବେଶ ଭଗବାନ । ଦେଖି ସାନନ୍ଦ ମନେ ମନ । ।୩୭
ବୋଲନ୍ତି ପ୍ରଭୁ ଜଗନ୍ନାଥ । ଅକ୍ରୁର ଦଣ୍ତେŠ ରୁହା ରଥ । ।୩୮
ପଛେ ଅଛନ୍ତି ଗୋପବାଳ । ଏଠାରେ ହୋନ୍ତୁ ଏକମେଳ । ।୩୯
ଗୋରସ ଅଛି ଯେତେ ଭାର । ରାଜାର ଉଚିତ ଭŠଣ୍ତାର । ।୪୦
ସକଳେ ଏକରୁଣ୍ତŠ ହୋଇ । ମିଳିବୁ ରାଜା ଆଗେ ଯାଇ । ।୪୧
ତେବେ ହୋଇବ ତୋର ଯଶ । ପାଇବୁ ଶାଢ଼ୀ ଗ୍ରାମ ଦେଶ । ।୪୨
ଏମନ୍ତ କହୁଁ କହୁଁ ପଥେ । ଗୋପାଳେ ମିଳିଲେ ତୁରିତେ । ।୪୩
ଦେଖି ସାନନ୍ଦ ଭାବଗ୍ରାହୀ । ବୋଲନ୍ତି ଅକ୍ରୁରେ ରୁହାଇ । ।୪୪
ରଥୁଁ ଓହ୍ଲାଇ ଦାମୋଦର । ଅକ୍ରୁର ହସ୍ତେ ଦେଇ କର । ।୪୫
କୋମଳ ମଧୁର ବଚନ । ଆଶ୍ୱାସି ଅକ୍ରୁରର ମନ । ।୪୬
ଭୋ ତାତ ରଥ ଘେନିଯାଅ । ରାଜାର ଛାମୁରେ ଜଣାଅ । ।୪୭
ବୋଲ ଅଇଲେ ବେନିଭାଇ । ଅଇଲି ତୋଟାରେ ରୁହାଇ । ।୪୮
ସକଳେ ହୋଇ ଏକମେଳ । ସଙ୍ଗେ ଅଛନ୍ତି ଗୋପବାଳ । ।୪୯
ଧନ ଗୋରସ ଆଦି କରି । ଶକଟମାନଙ୍କରେ ଭରି । ।୫୦
ସକଳେ ହୋଇ ଏକସ୍ଥାନ । କାଲି କରିବେ ଦରଶନ । ।୫୧
ଏତେକ କହିଣ ଛାମୁର । ଭୋ ତାତ ଯାଅ ନିଜ ଘର । ।୫୨
ଆମ୍ଭେ ଦେଖିବୁ ମଧୁପୁର । କେମନ୍ତ ଦିଶଇ ସୁନ୍ଦର । ।୫୩
ଅକ୍ରୁର ଶିରେ କର ଦେଇ । ବୋଲଇ କୃଷ୍ଣମୁଖ ଚାହିଁ । ।୫୪
ଏ କଥା ନୁହଁଇ ଉଚିତ । ତୁ କି ନ ଜାଣୁ ଗୋପୀନାଥ । ।୫୫
ତୁମ୍ଭ ଦୁହିଁକି ଛାଡ଼ି କରି । ଜୀବନ ଥିବ କି ମୋହରି । ।୫୬
ଭକତବ›ତ୍ସଳ ମୁରାରି । ମୋତେ ନ ଛାଡ଼ କୋପକରି । ।୫୭
ଭୋ ନାଥ ଆସ ମୋର ଘର । ବାନ୍ଧବ ଯେବେ ମୁଁ ତୁମ୍ଭର । ।୫୮
ପବିତ୍ର କର ମୋର ପୁର । ଅଶେଷ ବ୍ରହ୍ମାŠଣ୍ତଠାକୁର । ।୫୯
ସଙ୍ଗତେ ରୋହିଣୀ କୁମର । ଯେତେ ଗୋପାଳେଛନ୍ତି ତୋର । ।୬୦
ସବୁନ୍ତ ଘେନି ମୋର ଘର । ବିଜୟ କର ଚକ୍ରଧର । ।୬୧
ତୋହର ପାଦରଜ-ନୀର । ପବିତ୍ର କରୁ ମୋର ଘର । ।୬୨
ପିତୃ ଯେ ଅଗ୍ନି ଦଇବତ । ଯାହା ଚିନ୍ତନ୍ତି ଅବିରତ । ।୬୩
ବଳି ଯେ ଧୋଇ ତୋ'ର ପାଦ । ପାଇଲା ଅଶେଷ ସମ୍ପଦ । ।୬୪
ଯଶ ରହିଲା ତିନିଲୋକେ । ଭକତି କଲା ସେହି ଏକେ । ।୬୫
ଗଙ୍ଗା ତୋ' ଚରଣୁ ବାହାର । ପବିତ୍ର କଲା ତିନିପୁର । ।୬୬
ଶଙ୍କର ବହିଅଛି ଶିରେ । ସଗରପୁତ୍ରେ ସ୍ୱର୍ଗେ ଗଲେ । ।୬୭
ତୁ ଦେବ ଦେବ ଜଗନ୍ନାଥ । ପୁଣ୍ୟକୀର୍ତ୍ତନ କୀର୍ତ୍ତିମନ୍ତ । ।୬୮
ଯଦୁଉତ୍ତମ ପୁଣ୍ୟଶ୍ଳୋକ । ନମଇଁ ଜଗତପାଳକ । ।୬୯
ଶୁଣି ବୋଲନ୍ତି ଚକ୍ରଧର । ଅକ୍ରୁର କନ୍ଧେ ଦେଇ କର । ।୭୦
ଭୋ ତାତ ଶୁଣ ମୋ ବଚନ । ମନେ ତୁ ନ ବିଚାର ଆନ । ।୭୧
ଅବଶ୍ୟ ଯିବି ତୋ'ର ପୁର । ସଙ୍ଗତେ ଘେନି ହଳଧର । ।୭୨
ଆଗେ ମୁଁ କଂସ ଦର୍ପ ଧ୍ୱଂସି । ବନ୍ଧୁବାନ୍ଧବ ମନତୋଷି । ।୭୩
ପଛେ ମୁଁ ଯିବି ତୋ'ର ପୁର । ଏ ସତ୍ୟବଚନ ମୋହର । ।୭୪
କୃଷ୍ଣ-ମୋହନ କଥା ଶୁଣି । ଅକ୍ରୁର ଗଲା ରଥ ଘେନି । ।୭୫
ଭୟେ ବିଚାର କରି ମନ । ନବରେ ପ୍ରବେଶି ବହନ । ।୭୬
ରଥ ରୁହାଇ ସିଂହଦ୍ୱାରେ । ଦର୍ଶନ କଲା ନୃପବରେ । ।୭୭
କଂସର ଆଗେ ଜଣାଇଲା । କୃଷ୍ଣଙ୍କୁ ଆଣିଲି ବୋଇଲା । ।୭୮
ନନ୍ଦ ସୁନନ୍ଦ ରାମ ସଙ୍ଗେ । ଗୋରସ ଗୋପାଳଙ୍କ ଲାଗେ । ।୭୯
ରୁŠଣ୍ତ ହୋଇଲେ ଗଡ଼ଦ୍ୱାରେ । ଆଜକ ରହିଲେ ତୋଟାରେ । ।୮୦
କାଲି କରିବେ ଦରଶନ । ଶୁଣ ହରଷ କଂସମନ । ।୮୧
ସନ୍ତୋଷ ମନେ ଭୋଜବୀର । ଅକ୍ରୁରେ ଦେଲା ଉପହାର । ।୮୨
ରତ୍ନବସନ ଅଳଙ୍କାର । ମେଲାଣି ପାଇଲା ଅକ୍ରୁର । ।୮୩
କଂସକୁ କରି ତୋଷମନ । ମିଳିଲା ଆପଣା ଭୁବନ । ।୮୪
କୃଷ୍ଣ ପ୍ରବେଶ କଥା ଶୁଣି । କଂସ ଯେ ମନେ ମନେ ଗୁଣି । ।୮୫
ନିକଟ ହୋଇଲା ବଇରୀ । ଅନେକ ବୀର ଅଛି ମାରି । ।୮୬
ହରଷ-ବିସ୍ମୟେ ରାଜନ । ମନ ହୋଇଲା ଛନ ଛନ । ।୮୭
କ୍ଷୁଧା ପିପାସା ସୁଖ ଭୋଗ । ସବୁ ହୋଇଲା ବିଷଯୋଗ । ।୮୮
କୃଷ୍ଣର ତହୁଁ ଏକମନ । ଚିତ୍ତ ନିରୋପି କରେ ଧ୍ୟାନ । ।୮୯
ନିକଟ ହୋଏ ସଂଜୀବନୀ । କହଇ ଆନୁଆନ ବାଣୀ । ।୯୦
ଏମନ୍ତେ ଶୁଣ ନରନାଥ । କୃଷ୍ଣ ଚରିତ ଭାଗବତ । ।୯୧
କୃଷ୍ଣ ଯେ ଥିଲେ ଉପବନେ । ଗୋପାଳେ ମିଳିଲେ ବହନେ । ।୯୨
ତୋଟାରେ ହୋଇଲେକ ରୁଣ୍ତŠ । ଆବୋରି ମଥୁରାର ଦାŠଣ୍ତ । ।୯୩
ଯେ ଯାହା ମତେ ସାଜି ଘର । ନାନା ପ୍ରକାରେ ଉପହାର । ।୯୪
କରନ୍ତି ରନ୍ଧନ ଭୋଜନ । ହରଷ ଗୋପାଳଙ୍କ ମନ । ।୯୫
ଭୋଜନ ସାରି ବେନିଭାଇ । ଗୋପାଳ ପୁଅଙ୍କୁ ଅନାଇ । ।୯୬
ବୋଲନ୍ତି ହୋଇ ହସହସ । ମଥୁରା ବୁଲିଯିବା ଆସ । ।୯୭
ବେଳ ହୋଇବ ଅବସାନ । ଥୋକାଏ ଦେଖିବା ଭୁବନ । ।୯୮
ଦେଖିବା ରାଜାର କଟକ । କେମନ୍ତ ଦିଶଇ ଛଟକ । ।୯୯
ଭିଆଇ ଧନୁଯାତ୍ରାଘର । କେମନ୍ତ କରିଛି ସମ୍ଭାର । ।୧୦୦
ଅକ୍ରୁର ହସ୍ତେ ଦେଇ ରଥ । ଆମ୍ଭଙ୍କୁ ଅଣାଇଛି ଏଥ । ।୧୦୧
ଏବେ କି କରିବ ଆମ୍ଭନ୍ତ । ହୋଇଲୁ ତାହାର ଆୟତ୍ତ । ।୧୦୨
ଆସ ହୋ ଯିବା ମଧୁପୁରୀ । ଆଗ ହୋଇଲେ ହଳଧାରୀ । ।୧୦୩
ଗୋପ କୁମରେ କୃଷ୍ଣ ସଙ୍ଗେ । ମିଳିଲେ ଗଡ଼ଦ୍ୱାରେ ଲାଗେ । ।୧୦୪
ଦେଖିଲେ ସ୍ପଟିକେ ନିର୍ମିତ୍ । ଉଚ୍ଚ ପୁରୁଷ ପାଞ୍ଚସାତ । ।୧୦୫
ବେନିକବାଟ ହେମମୟେ । ଲୁହାର କିଳିଣୀ ଯୋଡ଼ାଏ । ।୧୦୬
ତୋରଣ ବେନି ବୃକ୍ଷ ବାନ୍ଧି । ବିବିଧ ଫଳଡ଼ାଳେ ଛନ୍ଦି । ।୧୦୭
ତମ୍ବାର ପାଚେରୀ ବହଳ । ଖଣା ଗଭୀର ଶୁଦ୍ଧଜଳ । ।୧୦୮
ଭିତରେ ନାନା ବୃକ୍ଷମାନ । ଦେଖି ସାନନ୍ଦ କୃଷ୍ଣରାମ । ।୧୦୯
ଯେ ଯାହାମତେ ଅଳଙ୍କାର । ବେଦୀଏ ଦିଶନ୍ତି ସୁନ୍ଦର । ।୧୧୦
ଅ…ଟ୍ଟାଳୀ ଉପରେ ସୁନ୍ଦର । ସୁନା କଳସ ଧ୍ୱଜସାର । ।୧୧୧
ଉପରେ ଶୋହେ ରତ୍ନମାଳା । ସ୍ପଟିକ ହୀରାର ମେଖଳା । ।୧୧୨
ବୈଡ଼ୁର୍ଯ୍ୟ ମର୍କତ ମୁକୁତା । ଲମ୍ବନ୍ତି ମାଳ ମାଳ ଗୁନ୍ଥା । ।୧୧୩
ସୁବ‰ର୍ଣ୍ଣ କାନ୍ଥ ରତ୍ନ ଚାଳ । ଜଳାକବାଟି ପରିମଳ । ।୧୧୪
ପାରା ମୟୂର ନାଦ କରି । ଝିଙ୍କ କୋକିଳ ଶୁକ ଶାରୀ । ।୧୧୫
ଗଜ ତୁରଙ୍ଗଶାଳା ପାଖେ । ବରାହ ମୃଗ ଝାଙ୍କେଝାଙ୍କେ । ।୧୧୬
ବନକୁକ୍କୁଟ ରାଜହଂସୀ । ଦେଖି ଶ୍ରୀକୃଷ୍ଣ ପରଶଂସି । ।୧୧୭
ତହୁଁ ପଶିଲେ ପୁରେ ଯାଇ । ପୋଏ ଚାହାଁନ୍ତି ତୋଷ ହୋଇ । ।୧୧୮
ଦେଖିଲେ ରାଜମାର୍ଗେ ହରି । ଚନ୍ଦନ ଛେରାଏ ପହଁରି । ।୧୧୯
ତଣ୍ତୁଳ ଲାଜା ଦୁର୍ବାସଙ୍ଗେ । ନାରୀଏ ବନ୍ଦାନ୍ତି ସୁରଙ୍ଗେ । ।୧୨୦
ସବୁରି ଦ୍ୱାରେ ପୂ‰ର୍ଣ୍ଣକୁମ୍ଭ । ଦଧି ଅକ୍ଷତ ବସ୍ତ୍ରଲମ୍ବ । ।୧୨୧
ଫଳ ପଲ୍ଲବ ଦୀପାବଳୀ । ଶଙ୍ଖ ମହୁରି ହୁଳହୁଳି । ।୧୨୨
ଦ୍ୱାରେ କଦଳୀ ବେନିବୃକ୍ଷେ । ତୋରଣ ମାଳ ଧ୍ୱଜ ଉଚ୍ଚେ । ।୧୨୩
ଦ୍ୱାରର ଖମ୍ବେ ପାଟଶାଢ଼ୀ । ଉପରେ ଚାନ୍ଦୁଆ ଉହାଡ଼ି । ।୧୨୪
ବସୁଦେବର ବେନିସୁତେ । ଗୋପାଳ ମେଳେ ରାଜପଥେ । ।୧୨୫
ଦେଖି ଆନନ୍ଦ ନରନାରୀ । ପଡ଼ିଲା ରାଜପଥେ ହୁରି । ।୧୨୬
ନାନା ପସରା ହାଟବାଟେ । କାମିନୀ ଧାମନ୍ତି ଉଚ୍ଚାଟେ । ।୧୨୭
ବୃକ୍ଷ ଅଟ୍ଟାଳୀ ଆରୋହନ୍ତି । ପିଢ଼ାରେ ଉଠି କେ ଦେଖନ୍ତି । ।୧୨୮
କେ ନାରୀ ଚିତ୍ତ ଅନାୟତ୍ତେ । ବସ୍ତ୍ର ପିନ୍ଧିଲା ବିପରୀତେ । ।୧୨୯
ଅଙ୍ଗଭୂଷଣ ଆନୁ ଆନେ । ଅଞ୍ଜନ ଏକଇ ନୟନେ । ।୧୩୦
ଏକ ଶ୍ରବଣେ କାପ ଭରି । ନୂପୁର ଏକପାଦେ କରି । ।୧୩୧
ବଳୟ ଭରି ବାମହସ୍ତେ । କବରୀ ଫିଟିଅଛି ମାଥେ । ।୧୩୨
କେ ଭୁଞ୍ଜୁଥିଲା ଦଧିଭାତ । ଧାଇଁଲା ନ ପଖାଳି ହାତ । ।୧୩୩
ତୈଳ ଅଏଁଳା ଘେନି ଶିରେ । କେ ଅବା ଥିଲେ ନଦୀତୀରେ । ।୧୩୪
ସ୍ନାହାନ ଉପେକ୍ଷି ବହନ । ଧାଇଁଲେ ଶୁଣି ବାଦ୍ୟସ୍ୱନ । ।୧୩୫
ଶୋଇଲା ଲୋକଙ୍କୁ ଚିଆଇଁ । ଆସଗୋ ବୋଲି ବେଗେ ଧାଇଁ । ।୧୩୬
କାଖରୁ ବାଳକ ପକାଇ । ଧାମନ୍ତି କୃଷ୍ଣେ ମନ ଦେଇ । ।୧୩୭
ଦେଖିଣ ବସୁଦେବସୁତ । ନିର୍ମଳ କଲେ ଚର୍ମନେତ୍ର । ।୧୩୮
ମଥୁରାନାରୀଙ୍କର ମନ । ମୋହିଲେ ପ୍ରଭୁ ଭଗବାନ । ।୧୩୯
ଲଳିତଗତି ଦିବ୍ୟବେଶ । ରଙ୍ଗଅଧରେ ମନ୍ଦହାସ । ।୧୪୦
ମତ୍ତମାତଙ୍ଗ ପ୍ରାୟ ହୋଇ । କଟାକ୍ଷନୟନେ ଅନାଇଁ । ।୧୪୧
ମଥୁରାପୁରନାରୀଙ୍କର । ଉତ୍ସ›ବ ହୋଇଲା ଅପାର । ।୧୪୨
ଯାହାର ଜନ୍ମ-କର୍ମ-ପଥେ । ବାରତା ଶୁଣୁଥିଲେ ନିତ୍ୟେ । ।୧୪୩
ଦେଖିଲେ ନୟନ ପୂରାଇ । ଗୋବିନ୍ଦ-ସୁଧାରସ ପାଇ । ।୧୪୪
ଭିତରେ କୃଷ୍ଣଙ୍କୁ ଦେଖିଲେ । ଆନନ୍ଦେ ଲୋଚନ ବୁଜିଲେ । ।୧୪୫
ହୃଦରେ ଭିଡ଼ି ଆଲିଙ୍ଗନ । କରି ଛାଡ଼ିଲେ ଖେଦମନ । ।୧୪୬
ବୃକ୍ଷ ଅ…ଟ୍ଟାଳୀ ଗୃହେ ଥାଇ । ଆନନ୍ଦ ଲୋଚନେ ଅନାଇଁ । ।୧୪୭
ହରଷେ କୁସୁମ ଅଞ୍ଜଳି । ଦେଇ କରନ୍ତି ହୁଳାହୁଳି । ।୧୪୮
ଅନେ୍ଧ ବନ୍ଧୁଙ୍କ କନେ୍ଧ ହସ୍ତ । ଦେଖି ଆସନ୍ତି ଗୋପୀନାଥ । ।୧୪୯
ବ୍ରହ୍ମଣେ ଆସି ରାଜଦାଣ୍ତେŠ । କରଅଞ୍ଜଳି ଦେଇ ମୁଣ୍ତେŠ । ।୧୫୦
ଦଧି ଅକ୍ଷତ ଗଙ୍ଗାନୀର । କୁସୁମ ଗନ୍ଧ ଉପହାର । ।୧୫୧
ଆନନ୍ଦେ କୃଷ୍ଣ ବଳରାମ । ବ୍ରାହ୍ମଣେ ପୂଜି ତୋଷମନ । ।୧୫୨
ମଥୁରାପୁର ଲୋକେ ମିଳି । ଦେଖିଲେ ରାମ ବନମାଳୀ । ।୧୫୩
କହନ୍ତି ଗୋପାଳଙ୍କ ଭାବ । ଶତ-ଜନମେ କେ ପାଇବ । ।୧୫୪
ଅନେକ ଜନ୍ମେ ତପ କରି । ଗୋପରେ ଯେତେ ନରନାରୀ । ।୧୫୫
ଗାଈ ମହିଁଷି ବନଭାଗେ । ଦିନ ବଞ୍ଚିଲେ କୃଷ୍ଣ ସଙ୍ଗେ । ।୧୫୬
ରାମ ଗୋବିନ୍ଦ ମୁଖ ଚାହିଁ । ଜନ୍ମ ମରଣ ଭୟ ନାହିଁ । ।୧୫୭
ଏମନ୍ତ ବୋଲୁଁ ବୋଲୁଁ ଲୋକେ । ରଜକ ମିଳିଲା ଛଟକେ । ।୧୫୮
ଭାଇ ସୋଦର ବନ୍ଧୁବଳ । ଘେନାଇଁ ରାଜା ମଢ଼ିଆଳ । ।୧୫୯
ଆଗେ ବାଜଇ ଶଙ୍ଖ ବେନି । ଚାଲଇ ମଢ଼ିଆଳ ଘେନି । ।୧୬୦
ଦେଖି ପଚାରିଲେ ମୁରାରି । କେ ଯାଏ ବାଦ୍ୟନାଦ କରି । ।୧୬୧
ଲୋକେ ବୋଇଲେ ଏ ରଜକ । ଅଟଇ କଂସର ସେବକ । ।୧୬୨
ନିତ୍ୟେ ଏ ମଢ଼ିଆଳ ନେଇ । ଯମୁନାନଦୀରେ କାଚଇ । ।୧୬୩
ଏ ନେଇ ଦେବ ଗନ୍ତାଘରେ । ଭୋଜ ନୃପତିଙ୍କ ଛାମୁରେ । ।୧୬୪
ଶୁଣି ଗୋବିନ୍ଦ ତୋଷ ହୋଇ । ଡ଼ାକନ୍ତି ରହ ରହ ଭାଇ । ।୧୬୫
ଆଗେ ଓଗାଳି ହଳଧର । ପୋଏ ବେଢ଼ିଲେ ଧାତିକାର । ।୧୬୬
ରଜକ ମୁଖ ଚାହିଁ ହସି । ବୋଲନ୍ତି ପ୍ରଭୁ ବ୍ରହ୍ମରାଶି । ।୧୬୭
ଦେଖିବା ରାଜା ମଢ଼ିଆଳ । ବସ୍ତ୍ର ତୁ ବେଗେ ଥୁଅ ତଳ । ।୧୬୮
ଆମ୍ଭେ ହୋ ବସୁଦେବସୁତେ । ଗୋପରେ ଥିଲୁ ଦିନାକେତେ । ।୧୬୯
ଦେଖିବା କେମନ୍ତ ସୁନ୍ଦର । କଂସ ରାଜାର ମଢ଼ିଆଳ । ।୧୭୦
ଯେବେ ତୁ ନ ଦେବୁ ଦେଖାଇ । ଆମ୍ଭଙ୍କୁ ଦିଅ ବସ୍ତ୍ର ଦୁଇ । ।୧୭୧
ନୀଳ ଧବଳ ଦେହ ଚାହଁ । ଆମ୍ଭ ଉଚିତେ ବସ୍ତ୍ର ଦିଅ । ।୧୭୨
ଆମ୍ଭେଟି ରାଜାର ଭଣଜା । ବସ୍ତ୍ର ତୁ ଦେଇଣ କହ ଯା । ।୧୭୩
ଶୁଣି ନୃପତି ହେବେ ତୋଷ । ସଂସାରେ ଥିବ ତୋର ଯଶ । ।୧୭୪
ରଜକ ଛଦ୍ରମେଣ କାଲ । ନ ଶୁଣି ରାମକୃଷ୍ଣ ବୋଲ । ।୧୭୫
ପୁଣି ଚାଲଇ ପହଲାଇ । ଆଗ ହୋଇଲେ ଭାବଗ୍ରାହୀ । ।୧୭୬
ମିଳିଲେ ରୋହିଣୀର ବଳା । ଦେଖି ରଜକ କୋପ କଲା । ।୧୭୭
ଦଇବେ ରାଜାର ସେବକ । ରଜକ ସ୍ୱଭାବେ ମୂରୁଖ । ।୧୭୮
ବୋଲଇ ଧିକ୍କାର ବଚନ । ତୁମ୍ଭେ ଯେ ଅଟ ଜାତିହୀନ । ।୧୭୯
ତୁମ୍ଭର କୁଳମୂଳ ନାହିଁ । ବନେ ଚରାଉଥାଅ ଗାଈ । ।୧୮୦
ଗଉଡ଼ଜାତି ହୀନ ଲୋକ । ଶୃଗାଳ ପ୍ରାୟେ ତୁମ୍ଭ ମୁଖ । ।୧୮୧
ବାଇଙ୍କ ପ୍ରାୟ ଗାଈ ଘେନି । କରୁ ଯେ ଥାଅ ବେଣୁଧ୍ୱନି । ।୧୮୨
ଏଡ଼େ ଭରସା ଗର୍ବ ବହ । ରାଜା ମଢ଼ିଆଳ ରୁହାଅ । ।୧୮୩
ନିର୍ଲ୍ଲଜ ବୋଲି ଏହା ବୋଲ । ଜୀବନ ଥାଉଁ ଥାଉଁ ମଲ । ।୧୮୪
ତୁମ୍ଭର ପୂର୍ବେ ତପ ନାହିଁ । ଗଉଡ଼େ ଅଛ ଜାତ ହୋଇ । ।୧୮୫
ଜୀବନେ ଯେବେ ଅଛି ଆଶ । ବେଗେ ପଳାଅ ନିଜ ଦେଶ । ।୧୮୬
ରାଜାର ଲୋକେ ଏହା ଶୁଣି । ସବୁନ୍ତ ପକାଇବେ ହାଣି । ।୧୮୭
ତୁମ୍ଭେ ନ ମାଗ ମଢ଼ିଆଳ । ତୁମ୍ଭର ପୂରିବଟି କାଳ । ।୧୮୮
କଂସ ହିଁ ଅଛଇ ଅଣାଇ । ନିଶ୍ଚେ ମରିବ ବେନିଭାଇ । ।୧୮୯
ଜୀବନେ ମାରିବ ତୁମ୍ଭଙ୍କୁ । ବନ୍ଦୀ ସେ କରିବ ନନ୍ଦକୁ । ।୧୯୦
ହୋଇବ ତୁମ୍ଭେ ବିଷାବଳି । ଶୁଣି କୋପିଲେ ବନମାଳୀ । ।୧୯୧
ଚାପୁଡ଼େ ମାରି ବାମକର । ଛେଦିଲେ ରଜକର ଶିର । ।୧୯୨
ତାହାର ସଙ୍ଗେ ଯେତେ ଥିଲେ । ବସ୍ତ୍ର ପକାଇ ପଳାଇଲେ । ।୧୯୩
ରଜକ ଭୂମିରେ ପଡ଼ିଲା । ଜୀବନ ଗୋବିନ୍ଦେ ପଶିଲା । ।୧୯୪
ହସି ବୋଲନ୍ତି ଭଗବାନ । ବସ୍ତ୍ର ଯେ ଘେନ ଯେଝାମନ । ।୧୯୫
ରାମ ଫେଡ଼ିଲେ ବସ୍ତ୍ରପୁଡ଼ା । ଥିଲା ତହିଁରେ ଯେତେ ଯୋଡ଼ା । ।୧୯୬
ବାଛି ଘେନିଲେ ପୀତ ନୀଳ । ସୁନ୍ଦର ରାଜା ମଢ଼ିଆଳ । ।୧୯୭
ଗୋପାଳ ପୋଏ ଯେଝାମତେ । ବସ୍ତ୍ର ପିନ୍ଧିଲେ ତୋଷଚିତ୍ତେ । ।୧୯୮
ଯେତେ ମଢ଼ିଆଳ ଉବୁରି । ପକାଇ ଗଲେ କୁଢ଼ କରି । ।୧୯୯
କନ୍ଧେପକାଇ ମଢ଼ିଆଳ । ଚାହାଁନ୍ତି ମଦନ ଗୋପାଳ । ।୨୦୦
ଥିଲା ଯେ କଂସ ବେଶକାରୀ । ଆଗେ ମିଳିଲା କରଯୋଡ଼ି । ।୨୦୧
ବୋଲଇ ଶିରେ କର ଦେଇ । ରାଜାର ଗନ୍ତାୟତ ମୁହିଁ । ।୨୦୨
ବସ୍ତ୍ର ମୁଁ ପିନ୍ଧାଇବି ରଙ୍ଗେ । କାଛେଣି ନାନା ପରିଭଙ୍ଗେ । ।୨୦୩
ଶୁଣି ସାନନ୍ଦ ଗୋପୀନାଥ । ବସନ ଦେଲେ ତା'ର ହସ୍ତ । ।୨୦୪
ତକ୍ଷଣେ ପିନ୍ଧାଇଲା କାଛି । ରାମ ଗୋବିନ୍ଦେ ବଳ ଆଞ୍ଚି । ।୨୦୫
ବିବିଧମତେ ଅଳଙ୍କାର । ସ୍କଭାବେ ଦିଶିଲା ସୁନ୍ଦର । ।୨୦୬
ବସ୍ତ୍ର ପିନ୍ଧିଲେ ପୀତନୀଳ । ଉତ୍ସ›ବ ଯେହ୍ନେ ପର୍ବକାଳ । ।୨୦୭
ବାଳକହସ୍ତୀ ବେଶକରି । ଯେସନେ ଆନନ୍ଦେ ବିହରି । ।୨୦୮
ରାମଗୋବିନ୍ଦ ସେହିମତେ । ଦିଶନ୍ତି ମଥୁରାର ପଥେ । ।୨୦୯
ଗୋବିନ୍ଦ ଗନ୍ତାୟତେ ଚାହିଁ । ବୋଲନ୍ତି ପ୍ରଭୁ ଭାବଗ୍ରାହୀ । ।୨୧୦
ସମ୍ପଦ ହେଉ ତୋ' ଅନେକ । ବହୁତ ପୁତ୍ର ନାତି ଦେଖ । ।୨୧୧
ବଳ ତୋହର ଦେହେ ଥାଉ । ମୋହର ପାଦେ ଚିତ୍ତ ରହୁ । ।୨୧୨
ଅନ୍ତେ ପଶିବୁ ମୋର ଦେହେ । କହି ଚଳିଲେ ଦେବରାୟେ । ।୨୧୩
ଚଳନ୍ତି ମଥୁରାଏ ହେରି । ଗୋପାଳ ପୋଏ ରାମହରି । ।୨୧୪
ସୁଦାମା ନାମେ ମାଳାକାର । କୃଷ୍ଣ ମିଳିଲେ ତା'ର ଘର । ।୨୧୫
ନାନା କୁସୁମେ ପରିମଳ । ପବନ ବହଇ ଶୀତଳ । ।୨୧୬
ମାଳୀର ଦ୍ୱାରେ ଉଭା ହୋଇ । ଡ଼ାକନ୍ତି ପ୍ରଭୁ ଭାବଗ୍ରାହୀ । ।୨୧୭
କୋମଳ ମଧୁର ବଚନ । ସୁଦାମା ଶୁଣି ତୋଷମନ । ।୨୧୮
ବାହାର ହୋଇଲା ବହନ । ଦେଖିଲା ରାମ ଭଗବାନ । ।୨୧୯
ଆନନ୍ଦେ ଗଡ଼ଘାଲି ଶୋଇ । ବୋଲଇ ନିସ୍ତରିଲି ମୁହିଁ । ।୨୨୦
ପତ୍ନୀ ଆଣିଲା ଜଳଝରି । ପାଦ ଧୋଇଲା ଯତ୍ନକରି । ।୨୨୧
ପାଦଉଦକ ଘେନି ଶିରେ । ସିଞ୍ଚିଲା ନେଇ ଘରଦ୍ୱାରେ । ।୨୨୨
ପତିପତ୍ନୀ ସେ ଜଳ ପାଇ । ନାଚନ୍ତି ଶିରେ କର ଦେଇ । ।୨୨୩
ଆନନ୍ଦ ସାଗରେ ବୁଡ଼ିଲେ । ଗୋବିନ୍ଦ ଚରଣେ ପୂଜିଲେ । ।୨୨୪
ଯେତେକ ଅର୍ଘ୍ୟ ଆଚମନ । ଧୂପ ଦୀପ ଗନ୍ଧ ଚନ୍ଦନ । ।୨୨୫
ରୋହିଣୀସୁତ କୃଷ୍ଣ ସଙ୍ଗେ । ପୂଜିଲା ପଦ୍ମ‌ପାଦ ଯୁଗେ । ।୨୨୬
ପୂଜାର ଅନ୍ତେ ପାଦେ ପଡ଼ି । ବୋଲଇ ଶିରେ କରଯୋଡ଼ି । ।୨୨୭
ଧନ୍ୟ ହୋଇଲା ଆଜଦିନ । ପବିତ୍ର ହେଲା ମୋର ଜନ୍ମ । ।୨୨୮
ନିର୍ମଳ ହୋଇଲା ମୋ' କୁଳ । ଦେଖିଲି ପ୍ରଭୁ ଆଦିମୂଳ । ।୨୨୯
ପିତୃ ଦେବତା ଋଷି ଯେତେ । ତୋଷ ହୋଇଲେ ଆଜମୋତେ । ।୨୨୯
ଦେଖିଲି ପୁରୁଷ ପୁରାଣ । ଅନାଦି ପରମ କାରଣ । ।୨୩୦
ଅବନୀଭାରାର ଉଶ୍ୱାସେ । ଦେହ ବହିଲେ ନରଅଂଶେ । ।୨୩୧
ଏ ରୂପ ଅସୁର ନାଶନ । ସାଧୁଙ୍କୁ ଦେଲ ଆତ୍ମଜ୍ଞାନ । ।୨୩୨
ତୁମ୍ଭେ ଜଗତ ପିତାମାତ । ନାହିଁ ତୁମ୍ଭର ଆଦିଅନ୍ତ । ।୨୩୩
ସକଳଜନ୍ତୁଙ୍କ ଜୀବନ । ପାଳନ ହେତୁ ନିରଞ୍ଜନ । ।୨୩୪
ଭାବକରନ୍ତି ପ୍ରାଣୀ ଯେତେ । ତାହାଙ୍କୁ ଭାବୁ ଏକଚିତ୍ତେ । ।୨୩୫
ଭୋ ନାଥ ମୋତେ ଆଜ୍ଞାକର । କିମ୍ବା ଅଇଲ ମୋର ଘର । ।୨୩୬
ତୋହର ଆଜ୍ଞା ଶିରେ ଘେନି । ତରନ୍ତି ଭବଜଳୁଁ ପ୍ରାଣୀ । ।୨୩୭
ଏମନ୍ତ ବୋଲି ତୋଷମନେ । ପାଦେ ପଡ଼ିଲେ ବେନିଜନେ । ।୨୩୮
କୃଷ୍ଣ ବୋଇଲେ ଶୁଣ ତୁହି । ଆମ୍ଭେ ଅଇଲୁ ଯହିଁ ପାଇଁ । ।୨୩୯
ଦିଅ କୁସୁମମାଳମାନ । ଯାହାକୁ ଯେହୁ ଶୋଭାବନ । ।୨୪୦
ସୁଦମା କୃଷ୍ଣର ବଚନେ । ପଶିଲା ଆପଣା ଭୁବନେ । ।୨୪୧
ସୁଗନ୍ଧ କୁସୁମର ଗଭା । ସୁନ୍ଦର ଦିଶୁଅଛି ଶୋଭା । ।୨୪୨
କୃଷ୍ଣ ନିକଟେ ଦେଲା ନେଇ । ରାମ ଦେଖନ୍ତି ତାଟ ଫେଇ । ।୨୪୩
ରାମ ଗୋବିନ୍ଦ ବେନିଭାଇ । ତାଟୁ ଘେନିଲେ ମାଳ ଦୁଇ । ।୨୪୪
ଲମ୍ବାଇ ରାମକୃଷ୍ଣ ହୃଦେ । ସୁଦାମା ଚାହଁଇ ଆନନ୍ଦେ । ।୨୪୫
ଚୂଳେ ବାନ୍ଧିଲା ବେନିଗଭା । ଦିଶନ୍ତି ରାମକୃଷ୍ଣ ଶୋଭା । ।୨୪୬
ତ୍ରିମୁଣ୍ତି ଗଭା ଶିରେ ଦେଇ । ବୋଲଇ କୃଷ୍ଣ ତ୍ରାହି ତ୍ରାହି । ।୨୪୭
ସୁଦାମା ମୁଖ ଚାହିଁ ହରି । ବୋଲନ୍ତି ରାମ କର ଧରି । ।୨୪୮
ବର ତୁ ମାଗ ତୋଷମନେ । ତୋହର ବା‚ଞ୍ଛା ଯେତେ ମନେ । ।୨୪୯
ମାଳୀ ବୋଲଇ ଯୋଡ଼ିକର । ଶୁଣିମା ପ୍ରଭୁ ଦାମୋଦର । ।୨୫୦
ସର୍ବସମ୍ପଦ ଅଟୁ ତୁହି । ତୋ' ତହୁଁ ଅନ୍ୟଗତି ନାହିଁ । ।୨୫୧
ମୋର ସମ୍ପଦେ ନାହିଁ କାର୍ଯ୍ୟ । ଶୁଣିମା ପ୍ରଭୁ ଦେବରାଜ । ।୨୫୨
ତୋ'ର ଭକତ ଯେତେ ଜନେ । ସେବିବି ତାହାଙ୍କ ଚରଣେ । ।୨୫୩
ପ୍ରାଣୀଙ୍କ ହିତେ ମୋର ଦୟା । ଭୋ ନାଥ ମୋତେ ଦିଅ ଏହା । ।୨୫୪
ଶୁଣି ସାନନ୍ଦ ମହାବାହୁ । ବୋଇଲେ ବାଞ୍ଛା ସିଦ୍ଧ ହେଉ । ।୨୫୫
ମାଳୀର ମନ ତୋଷ କରି । ଧନ ଆୟୁଷ ଯଶ ଶିରୀ । ।୨୫୬
ଦେଇ ଚଳିଲେ ଦାମୋଦର । ଗୋପ କୁମରେ ହଳଧର । ।୨୫୭
କହଇ ଦାସ ଜଗନ୍ନାଥ । ଗୋବିନ୍ଦ ମଥୁରାର ପଥ । ।୨୫୮
ଏବେ ହୋଇବ ମହୀ ସ୍ଥିର । ଅସୁର କରିବେ ସଂହାର । ।୨୫୯
ଭକତଜନେ ଶୁଣି ଏହା । ଖଣ୍ତିବେ ଘୋର ଜଡ଼ ମାୟା । ।୨୬୦
ଏଣେ ହରିଙ୍କି ଧ୍ୟାନ କରି । ଭବସାଗରୁ ଯିବ ତରି । ।୨୬୧
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ମଥୁରାପୁରପ୍ରବେଶୋ ନାମ ଚତୁଃଚତ୍ୱାରିଂଶୋଽଧ୍ୟାୟଃ । ।

ପଞ୍ଚଚତ୍ୱାରିଂଶ ଅଧ୍ୟାୟସମ୍ପାଦନ କରନ୍ତୁ

ଶୁକ ଉବାଚ

କହନ୍ତି ଶୁକ ବ୍ରହ୍ମଋଷି । ଶୁଣ ରାଜନ କୁରୁବଂଶୀ । ।୧
ସେଠାରୁ ଗଲେ ବନମାଳୀ । ଦେଖନ୍ତି ପୁରଜନେ ମିଳି । ।୨
ଚାଲନ୍ତେ ପ୍ରଭୁ ଦେବରାଜା । ବାଟରେ ମିଳିଲା କୁବୁଜା । ।୩
ସୁଗନ୍ଧପେଡ଼ି ଘେନି କାଖେ । ଚାଲଇ ପଥେ ତିନିବାଙ୍କେ । ।୪
ମୁଖ ତା' ଦିଶଇ ସୁନ୍ଦର । କଟାକ୍ଷେ ଚାହଁଇ ମଧୁର । ।୫
ଗନ୍ଧଚନ୍ଦନ ନିତ୍ୟେ ନେଇ । କଂସର ଛାମୁରେ ଭେଟଇ । ।୬
ତା'ର ଚନ୍ଦନ ଦେଖି କଂସ । ମନେ ଅନେକ ହୋଏ ତୋଷ । ।୭
କୁବୁଜା କୃଷ୍ଣଙ୍କୁ ଦେଖିଲା । ସଭୟେ ପଥ ଉପେକ୍ଷିଲା । ।୮
ଲାଜରେ ଗଲା ଆଡ଼ ହୋଇ । ଦେଖନ୍ତି ରାମକୃଷ୍ଣ ଦୁଇ । ।୯
କୃଷ୍ଣ ମିଳିଲେ ତା'ର ପାଖେ । ବୋଲନ୍ତି କିସ ତୋର କାଖେ । ।୧୦
ଚନ୍ଦନ ପ୍ରାୟେକ ବାସଇ । କାହାକୁ ଦେବୁ ଏହା ନେଇ । ।୧୧
କହ ତୋହର ନାମ କିସ । ଦିଶୁଛୁ ଏମନ୍ତ ଭବିଷ୍ୟ । ।୧୨
କାହାର ପତ୍ନୀ ତୁ ବୋଲାଉ । ପିଠିରେ ତିନି କୁଜ ବହୁ । ।୧୩
କି କର୍ମେ ହୋଇଲୁ ଏମନ୍ତ । ଭୟ ନ କରି କହ ସତ୍ୟ । ।୧୪
ଆମ୍ଭେ ଗୋ ଅଟୁ ସହୋଦର । ରେହିଣୀସୁତ ଦାମୋଦର । ।୧୫
ଦେଖ ଆମ୍ଭର ଦେହ ଶୂନ୍ୟ । ଥୋକାଏ ଦେବୁକି ଚନ୍ଦନ । ।୧୬
ଆମ୍ଭେ ହୋଇବୁ ତୋଷ ମନ । ପାଇବୁ ପରଲୋକ ଧର୍ମ । ।୧୭
ରାଜା ହୋଇବ ମନେତୋଷ । ଜଗତେ ଥିବ ତୋର ଯଶ । ।୧୮
କୁବୁଜା କୃଷ୍ଣ ବୋଲ ଶୁଣି । କହେ ଅମୀୟ ରସ ବାଣୀ । ।୧୯
ଯାହା ତୁ ପଚାରିଲୁ ସ୍ୱାମୀ । ସକଳଭୂତେ ଅନ୍ତର୍ଯ୍ୟାମୀ । ।୨୦
ତୁ ଅଟୁ ଜଗତ ସୁନ୍ଦର । ଦାସୀ ମୁଁ ହୋଇବି ତୋହର । ।୨୧
କଂସର ଅଟଇ ନିଯୋଗୀ । କରଇ ଚତୁଃସମ ଲାଗି । ।୨୨
ସ୍ୱାମୀ ତନୟ ମୋର ନାହିଁ । ଜନ୍ମହୁଁ କୁବୁଜା ଅଟଇ । ।୨୩
ବିରୂପ ଦେଖି ମୋର ଶୋଭା । କେହିନୋହିଲେ ମୋତେ ବିଭା । ।୨୪
ଜାତି ମୋହର ଘଟୁଆରୀ । ଜୀବିକା କଂସ-ସେବାକାରୀ । ।୨୫
ପିତା ମୋ' ଅପୁତ୍ରିକ ହୋଇ । କାଳେ ଲଭିଲା ସ୍ୱର୍ଗ ଭୂଇଁ । ।୨୬
ପିତାର ପୁତ୍ର ଯହୁଁ ନାହିଁ । ସେବା ଆବୋରିଅଛି ମୁହିଁ । ।୨୭
ମୋର ଚନ୍ଦନେ ନୃପ ତୋଷ । ଦେଇଛି ମୋତେ ତିନିଦେଶ । ।୨୮
ବହୁତ ଧନରତ୍ନ ମୋର । ଜୀବନ ହୋଇଲା ଅସାର । । ୨୯
ନିଷ୍ଫଳ ହୋଇଲା ମୋ' ଦେହୀ । ପୂର୍ବେ ଅର୍ଜିଲି ଯାହା ମୁହିଁ । ।୩୦
ତୋ ରୂପ ଦେଖି ମୋର ମନ । ନିର୍ମଳ ହୋଇଲା ନୟନ । ।୩୧
ଏ ହାଦେ ରାଜାଗନ୍ଧପେଡ଼ି । ଦେଖାଇ କୃଷ୍ଣ ଆଗେ ଫେଡ଼ି । ।୩୨
ରାଜାର ଗନ୍ଧ ଏ ଅଟଇ । ତୁମ୍ଭ ଦୁହିଁଙ୍କି ଏ ଯୋଗାଇ । ।୩୩
ଥୋକାଏ ଦେବି ଗନ୍ଧ ତୋତେ । କଂସ କୋପିବଯେବେ ମୋତେ । ।୩୪
ତାହାକୁ ନାହିଁ ମୋର ଡ଼ର । ତୁମ୍ଭେ ମୋହର ବଳୀୟାର । ।୩୫
ଏମନ୍ତ ବୋଲି ଗନ୍ଧ ଫେଇ । ଲେପିଲା କୃଷ୍ଣ ଅଙ୍ଗେ ନେଇ । ।୩୬
ନାଭିରୁ ଶିରଯାଏ ବୋଳି । ଆନନ୍ଦେ ଦେଲା ହୁଳହୁଳି । ।୩୭
କପାଳେ ଦେଲା ଠିଆ ଚିତା । କର୍ପୂର କସ୍ତୁରୀ ଶୋଭିତା । ।୩୮
ରାମଙ୍କୁ କଲା ସେହି ମତ । ଦେଖି ହସନ୍ତି ଗୋପୀନାଥ । ।୩୯
ଦୟାସାଗର ଦାମୋଦର । ଧଇଲେ କୁବୁଜାର କର । ।୪୦
ବେନିଚରଣେ ପାଦ ଦେଇ । ଓଷ୍ଠରେ ଅଙ୍ଗୁଳି ଲଗାଇ । ।୪୧
ଅଳପେ କରି ଦେଲେ ଟେକି । ପୋଏ ହସନ୍ତି ତାହା ଦେଖି । ।୪୨
ଲାଗନ୍ତେ ଚକ୍ରଧର କର । ତକ୍ଷଣେ ହୋଇଲା ସୁନ୍ଦର । ।୪୩
ତା' ତିନିକୁଜ କେଣେ ଗଲା । ରୁପେଣ ଅନଙ୍ଗ ମୋହିଲା । ।୪୪
ହୋଇଲା ଅପୂର୍ବ କାମିନୀ । ଦେଖି ଟଳିବେ ସୁର ମୁନି । ।୪୫
ଜଗତେ ନାହିଁ ପଟାନ୍ତର । ଦିଶଇ ଅତ୍ୟନ୍ତ ସୁନ୍ଦର । ।୪୬
ଦେଖି ଚକିତ ଦେବତାଏ । କୃଷ୍ଣ ହୁଁ ଆନେ ନ ଯୋଗାଏ । ।୪୭
କୁବୁଜା ନିଜ ରୂପ ଚାହିଁ । କୃଷ୍ଣଙ୍କୁ ଦେଖି ବିଚାରଇ । ।୪୮
ଏତ ଅନାଦି ବିଶ୍ୱକର୍ମା । ନାହିଁ ନା ଜଗତେ ଉପମା । ।୪୯
ଏ ମୋତେ କଲାକି ସୁନ୍ଦର । ଏ ଯେ ମୋହର ନିଜ ବର । ।୫୦
ଅନେକ ଅଛି ମୋର ଭାଗ୍ୟ । ଦଇବ କରିଛି ସଂଯୋଗ । ।୫୧
ଏମନ୍ତ କୁବୁଜା ବିଚାରି । ଧଇଲା କୃଷ୍ଣର ଉତ୍ତରୀ । ।୫୨
ଲଜ୍ଜା ହିଁ ନ କଲା ରାମଙ୍କୁ । ବୋଇଲା ଆସ ମୋ' ଘରକୁ । ।୫୩
ମୋର ମନ୍ଦିରେ ଆଜ ରହି । କାଲି ଭେଟିବ ନୃପସାଇଁ । ।୫୪
ତୁମୋତେ କଲୁ ଏଡ଼େ ରୂପ । ଭୋ ନାଥ ନ କରିବା କୋପ । ।୫୫
ଏ ଦେହ ହେଲେ ଆନେଭୋଗ୍ୟ । ଅନଳେ କରିବି ସଂଯୋଗ । ।୫୬
ତୁ ଆଜ ଗଲେ ମୋତେ ଛାଡ଼ି । ବଜ୍ର ପଡ଼ିବ ଶିରେ ମାଡ଼ି । ।୫୭
ଜୀବନ ରଖ ମୋର ଆଜ । ଶୁଣି ପାଇଲେ କୃଷ୍ଣ ଲାଜ । ।୫୮
ଗୋପକୁମରଙ୍କୁ ଅନାଇ । ବୋଇଲେ କୁବୁଜୀ ରୁହାଇ । ।୫୯
ଆମ୍ଭେ ଗୋ ଥିଲୁ ଗୋପପୁରୀ । ରାଜା ଅଣାଇ ଅଛି ଧରି । ।୬୦
କାଲି ଭେଟିବୁ ନୃପବର । ଛାମୁରେ ଦେଇ ଘୃତସର । ।୬୧
ମେଲାଣି ଦେଲେ କଂସ ରାୟେ । ସଙ୍ଗେ ନ ଥିବେ ଗୋପପୋଏ । ।୬୨
ଏବେ ଅଛନ୍ତି ସଙ୍ଗେ ଯେତେ । ଦଣ୍ତେ ହେଁ ନ ଛାଡ଼ନ୍ତି ମୋତେ । ।୬୩
ମୋହର ଜ୍ୟେଷ୍ଠ ହଳଧର । ଦେଖ ଏ ଧରିଛନ୍ତି କର । ।୬୪
ରାଜା ମେଲାଣି ଘେନି ଶିରେ । ଏହାଙ୍କୁ ପେଶି ଗୋପପୁରେ । ।୬୫
ନିଶ୍ଚୟ ଯିବି ତୋ'ର ଘର । ସଙ୍ଗେ ନ ଥିବେ ହଳଧର । ।୬୬
ଏମନ୍ତେ ପ୍ରଭୁ ଭଗବାନ । ତୋଷିଲେ କୁବୁଜାର ମନ । ।୬୭
କୁବୁଜା ବେନିକର ଯୋଡ଼ି । ପୁଣି କହିଲା ପାଏ ପଡ଼ି । ।୬୮
ମୁଁ ଯାଇ ମଣ୍ତୁଅଛି ଘର । ଭୋ ନାଥ ବିଳମ୍ବ ନ କର । ।୬୯
ମୁଁ ତୋତେ ନ ପାରିଲେ ଦେଖି । ଉପାଡ଼ି ପକାଇବି ଆଖି । ।୭୦
ମନ ମୋ' ଅଛି ତୋର ତହିଁ । ଉଛୁର ନ କର ଗୋସାଇଁ । ।୭୧
ଉତ୍ତରୀ ଛାଡ଼ିଲା କୁବୁଜା । କୃଷ୍ଣ ବୋଇଲେ ଘରେ ଯା ଯା । ।୭୨
ଗୋବିନ୍ଦ ପାଦେ ଚିତ୍ତ ଥୋଇ । କୁବୁଜା ଗଲା ତୋଷ ହୋଇ । ।୭୩
ଥିଲା ଯେ ବିପ୍ର ଜଗନ୍ନାଥ । ଗୋଡ଼ାଇ ଅଛି କୃଷ୍ଣ ପଥ । ।୭୪
ଗୋବିନ୍ଦ ଯା'ନ୍ତେ ଆଗସରି । ପଡ଼ିଲା ଧନୁଘରେ ହୁରି । ।୭୫
ବାଟେ ଯେ ଥିଲେ ବଣିଜାରେ । ପସରା ଘେନି ଯେ ଯାହାରେ । ।୭୬
ରାମ ଗୋବିନ୍ଦ ମୁଖ ଦେଖି । ନିର୍ମଳ କଲେ ଚର୍ମଆଖି । ।୭୭
ଯେଝାରେ ଘେନି ଉପହାର । ପୁଷ୍ପ ତାମ୍ବୁଳ ଗନ୍ଧସାର । ।୭୮
ଗୋପାଳକୁମରଙ୍କ ମେଳେ । ପୂଜିଲେ ବସୁଦେବବାଳେ । ।୭୯
କାମିନୀ ଚାହିଁ କୃଷ୍ଣ ମୁଖ । କନ୍ଦର୍ପବାଣେ ମନ ଦୁଃଖ । ।୮୦
କୃଷ୍ଣର ଦେହେ ଦେଇ ଡ଼ୋଳ । କେଶ ବସନ ଅସମ୍ଭାଳ । ।୮୧
ମଥୁରାପୁର ଲୋକେ ଚାହିଁ । ବୋଲନ୍ତି ବ୍ରହ୍ମାŠଣ୍ତ ଗୋସାଇଁ । ।୮୨
ରାଜାର ଧନୁଘର କାହିଁ । ଆମ୍ଭଙ୍କୁ ଦେଖାଅସି ନେଇ । ।୮୩
ରାଜା ହିଁ ଅଛନ୍ତି ଅଣାଇ । ଆମ୍ଭେ ଦେଖିବୁ ଧନୁ ଯାଇ । ।୮୪
ଲୋକେ ହୋଇଲେ ଆଗୁସାର । ପଛେ ଗୋବିନ୍ଦ ହଳଧର । ।୮୫
ଗୋପକୁମରେ ଗଲେ ଆଗେ । ମିଳିଲେ ଧନୁଘର ଲାଗେ । ।୮୬
ଦେଖିଲେ ରାଜା ଧନୁଘର । ଉତ୍ସ›ବ ମଣ୍ତŠଣି ବେଭାର । ।୮୭
ଧ୍ୱଜ ପତାକା କେରା କେରା । ତୋରଣେ ମୁକୁତାର ଝରା । ।୮୮
ଚାନ୍ଦୁଆ ଟାଣି ଫୁଲମାଳ । ଚିତ୍ରବିଚିତ୍ରେ ମŠଣ୍ତି ଚାଳ । ।୮୯
ସପତ ଖମ୍ବେ ଧନୁ ଡ଼େରି । ବାଜଇ ମŸର୍ଦ୍ଦଳ ମହୁରି । ।୯୦
ସୁବ‰ର୍ଣ୍ଣ‌ଘଣ୍ଟି ଧନୁ ହୁଳେ । ଲମ୍ବେ ମୁକୁତା ରତ୍ନମାଳେ । ।୯୧
ବିବିଧ ଚାମର ଖଞ୍ଜଣି । ଇନ୍ଦ୍ରର ଧନୁପ୍ରାୟ ମଣି । ।୯୨
ବାଜଇ ବୀର ତୂର ନାଦ । କେ କହୁ ଧନୁର ସମ୍ପଦ । ।୯୩
ଅନେକ ଦେଶୁଁ ରାଜାମାନେ । ମିଳିଲେ କଂସର ଭୁବନେ । ।୯୪
ଧନୁ ଦେଖନ୍ତି ନରନାରୀ । ଅଙ୍ଗେଣ ଅଳଙ୍କାର ଭରି । ।୯୫
ଆନନ୍ଦ ହୋଇ ଯୂଥ ଯୂଥ । ଗହଳ ଧନୁଘର ପଥ । ।୯୬
କାମିନୀ ଦ୍ୟନ୍ତି ହୁଳ ହୁଳି । ମିଳିଲେ ରାମ ବନମାଳୀ । ।୯୭
ପାହାରି ଧନୁ ଦ୍ୱାରେ ରହି । ଭିତରେ ନ ଦିଅନ୍ତି ଯାଇ । ।୯୮
କୃଷ୍ଣ ବୋଲନ୍ତି ଛାଡ଼ ଦ୍ୱାର । ଆମ୍ଭେ ଦେଖିବୁ ଧନୁଘର । ।୯୯
ଶୁଣି ପାହାରୀ ପରଜ୍ୱଳି । ରାମକୃଷ୍ଣଙ୍କୁ ଦ୍ୟନ୍ତି ଗାଳି । ।୧୦୦
ତୁମ୍ଭେ ଯେ ସ୍ୱଭାବେ ଗୋପାଳ । ରାଜ୍ୟେ କି କରୁଅଛ ଗୋଳ । ।୧୦୧
ତୁମ୍ଭର କୁଳମୂଳ ନାହିଁ । ବନେ ଚରାଉଥାଅ ଗାଈ । ।୧୦୨
ଆମ୍ଭଙ୍କୁ ରାଜା ଆଜ୍ଞା ନାହିଁ । ଦ୍ୱାରା ଛାଡ଼ିବୁ କାହିଁପାଇଁ । ।୧୦୩
ରାଜାଙ୍କ ଆଗେ ଜଣାଇଲେ । ଏଥେ ପଶିବ ତୁମ୍ଭେ ଭଳେ । ।୧୦୪
ଶୁଣି ବୋଇଲେ ଦାମୋଦର । ଆମ୍ଭର ପାଇଁ ଧନୁଘର । ।୧୦୫
ରାଜା ଅକ୍ରୁରେ ପଠିଆଇ । ଆମ୍ଭଙ୍କୁ ଅଛଇ ଅଣାଇ । ।୧୦୬
ଆମ୍ଭର ପାଇଁଟି ଉତ୍ସ›ବ । ହସି ବୋଲନ୍ତି ପଦ୍ମନାଭ । ।୧୦୭
ପାହାରୀ ନ ଛାଡ଼ନ୍ତି ଦ୍ୱାର । ଆଗ ହୋଇଲେ ହଳଧର । ।୧୦୮
ଦେଖି ବେଢ଼ିଲେ ଆସି ଲୋକେ । କୋପେ ଜାକିଲେ ବେନିକାଖେ । ।୧୦୯
ଭୁଜ ଉପାଡ଼ି ପକାଇଲେ । ଦେଖି ଥୋକାଏ ପଳାଇଲେ । ।୧୧୦
ଦ୍ୱାର ଅର୍ଗଳି ଭାଙ୍ଗିଗଲା । ପାହାରୀ ଦ୍ୱାର ଛାଡ଼ିଦେଲା । ।୧୧୧
ପୁଣି ଯେ ଶସ୍ତ୍ରମାନ ଧରି । ରାଗେଣ ଧାଇଁଲେ ପାହାରୀ । ।୧୧୨
ରଜନୀମୁଖେ ଗୋଳବାଣୀ । ପଳାନ୍ତି ନରନାରୀ ଶୁଣି । ।୧୧୩
ରୋହିଣୀସୁତ ଆଗ ହୋଇ । ଯଷ୍ଟି ପ୍ରହାର କଲେ ନେଇ । ।୧୧୪
କେଶ ଧରିଣ ହଳଧର । ବୁଲାଇ ଫିଙ୍ଗିଲେ ଭୂମିର । ।୧୧୫
ଶତେ ପାହାରୀ ଗଲେ ନାଶ । ମାଇଲେ ରାମ ହୃଷିକେଶ । ।୧୧୬
ତକ୍ଷଣେ ସେଠାବରୁ ଚଳି । ପୁଣି ବହୁତ ଯୋଦ୍ଧା ମିଳି । ।୧୧୭
ଅନେକ ସୈନ୍ୟ ଜଗିଥିଲେ । ରାମକୃଷ୍ଣଙ୍କୁ ଓଗାଳିଲେ । ।୧୧୮
କରେଣ ଶସ୍ତ୍ରମାନ ଧରି । ଓଗାଳି କଲେ ଦ୍ୱାର ପାରି । ।୧୧୯
ଏଡ଼େରେ ସାହସ ତୁମ୍ଭର । ପଶିଲ ଆସି ଧନୁଘର । ।୧୨୦
ଗଉଡ଼ ହୋଇ ଏଡ଼େ ଟାଣ । ମଥୁରା କଲ ରଣଭଣ । ।୧୨୧
ବୋଲାଅ ନୃପତି ଭଣଜା । ତହୁଁ ଅଣାଇଅଛି ରାଜା । ।୧୨୨
ରାଜା ସୁହୃଦପଣ ଯହୁଁ । ସେ ଘେନି ନ ମାରନ୍ତି କେହୁ । ।୧୨୩
ରଜକ ମୁଣ୍ତŠ ଛିŠଣ୍ତାଇଲ । ରାଜାର ବସ୍ତ୍ର ଜୂର କଲ । ।୧୨୪
କୁବୁଜା ଚତୁଃସମ ପେଡ଼ି । ହାତରୁ ଘେନିଲ ଉଛୁଡ଼ି । ।୧୨୫
ଏବେ ପଶିଲ ଧନୁଘରେ । ମାଇଲ ଶତେ ଦ୍ୱାରପାଳେ । ।୧୨୬
ଶସ୍ତ୍ର ଧରିଣ ଯୁଦ୍ଧ କଲେ । ଏମନ୍ତ ବୋଲି ଆକ୍ରୋଶିଲେ । ।୧୨୭
ପୋଏ ଲଉଡ଼ିମାନ ଘେନି । ଦୈତ୍ୟଙ୍କୁ ପିଟିଲେକି ପୁଣି । ।୧୨୮
ଗୋପାଳେ ବୋବୀ ଦେଇ ଉଠି । ପ୍ରହାର କଲେ ଦୃଢ଼େ ଯଷ୍ଟି । ।୧୨୯
ଜଣ ଜଣକେ ଦଶବିଂଶ । ଗୋପାଳବଳ ନୋହେ ଶେଷ । ।୧୩୦
ଗୋଳ କରିଣ ପ୍ରହାରିଲେ । ଅସୁରେ ରହି ନ ପାରିଲେ । ।୧୩୧
ତ୍ରାଶ ପାଇଣ ପଳାଇଲେ । ଥୋକାଏ ପ୍ରାଣ ହରାଇଲେ । ।୧୩୨
ପଶିଲେ ରାମ ଦାମୋଦର । ଗୋପକୁମରଙ୍କ ସଙ୍ଗର । ।୧୩୩
ଗୋବିନ୍ଦ ପଶି ଅତି ଖରେ । ଧନୁ ଧଇଲେ ବାମକରେ । ।୧୩୪
ଇନ୍ଦ୍ରର ଧନୁ ପ୍ରାୟ ଶୋଭା । ରାମ ବୋଇଲେ ଗୁଣ ଦେବା । ।୧୩୫
ଧନୁରେ ଅଛି କେତେ ବଳ । ଗୁଣ ଘେନିଲେ ନନ୍ଦବାଳ । ।୧୩୬
ଗୋବିନ୍ଦ ପାଦେ ଧନୁ ମାଡ଼ି । ହୁଳେ ବସାଇ ଧନୁ ଭିଡ଼ି । ।୧୩୭
ତୋଳିଲେ ବାମ ଭୁଜେ ହରି । ଗୁଣ ଟଙ୍କାରି ନାଦ କରି । ।୧୩୮
ଦକ୍ଷିଣ କ‰ର୍ଣ୍ଣ ଯାଏଁ ଟାଣି । ବଳ ଆଞ୍ଚିଲେ ଚକ୍ରପାଣି । ।୧୩୯
ଧନୁ ହୋଇଲା ବେନିଖଣ୍ତŠ । ଶବଦ କଲା ପରଚଣ୍ତŠ । ।୧୪୦
ଶୁଭିଲା ବ୍ରହ୍ମଲୋକ ଯାଏ । କଂସ ପାଇଲା ମନେ ଭୟେ । ।୧୪୧
ପାହାରୀ ଥିଲେ ଯେ ପଳାଇ । ଅଇଲେ ଧନୁଭଗ୍ନ ଚାହିଁ । ।୧୪୨
ମାରନ୍ତି ନାନା ଶସ୍ତ୍ର ଘେନି । ଚହଳେ କମ୍ପଇ ମେଦିନୀ । ।୧୪୩
ଦେଖି ଧାଇଁଲେ ହଳଧରେ । ଭାଜିଲା ଧନୁ ଘେନିକରେ । ।୧୪୪
ବୁଲାଇ ପିଟିଲେ କୋପରେ । ପାହାରୀ ଗଲେ ଯମପୁରେ । ।୧୪୫
ରାଜାର ଯେତେ ବଳ ଥିଲେ । ରାମର ହସ୍ତେ ପ୍ରାଣ ଦେଲେ । ।୧୪୬
ଦେଖିଣ ଅନନ୍ତ ମୂରତି । ଭୟେ କମ୍ପଇ ସୁରପତି । ।୧୪୭
କମ୍ପିଲେ ଦଶଦିଗପାଳେ । ଚହଳ ଆକାଶମŠଣ୍ତଳେ । ।୧୪୮
ନିମିଷମାତ୍ରେ ଧନୁ ଭାଙ୍ଗି । କଂସର ବଳ ଦର୍ପ ଗଞ୍ଜି । ।୧୪୯
ଗୋବିନ୍ଦ ହୋଇଲେ ବାହାର । ଗୋପକୁମରେ ହଳଧର । ।୧୫୦
ଦେଖିଲେ ରବି ଅସ୍ତ ଗଲା । ହସି ବୋଲନ୍ତି ନନ୍ଦବାଳା । ।୧୫୧
ଚାଲ ହୋ ଯିବା ନିଜ ସ୍ଥାନ । କାଲି ଯେ ରାଜା ଦରଶନ । ।୧୫୨
ଏମନ୍ତ ବୋଲି ବାହୁଡ଼ିଲେ । ମଥୁରା ତୋଟାରେ ମିଳିଲେ । ।୧୫୩
କହନ୍ତି ଶୁକ ମୁନିବର । ଶୁଣ ରାଜନ ରସଭର । ।୧୫୪
ଅକ୍ରୁର ମୁଖ ଚାହିଁ କୋପେ । ଯାହାବୋଇଲେ ନାରୀ ଗୋପେ । ।୧୫୬
ବୋଇଲେ ମଥୁରା ଭୁବନେ । ଭାଗ୍ୟଟି କଲେ ନାରୀଜନେ । ।୧୫୭
ତାହାଙ୍କ ନୟନ ଆନନ୍ଦ । ଦେଖିବେ ପୂ‰ର୍ଣ୍ଣମୀର ଚାନ୍ଦ । ।୧୫୮
ଦେଖିଣ ରାମକୃଷ୍ଣ ମୁଖ । ଖŠଣ୍ତିବେ କୋଟିଜନ୍ମ ଦୁଃଖ । ।୧୫୯
ସେ କଥା ହୋଇଲା ସ୍ୱରୂପ । ଦେଖିଲେ ରାମକୃଷ୍ଣ ରୂପ । ।୧୬୦
ଗୋପାଳେ ଦେଖି ମଧୁପୁର । କହନ୍ତି ନନ୍ଦର ଛାମୁର । ।୧୬୧
ଆମ୍ଭେ ତୋ' କୃଷ୍ଣସଙ୍ଗେ ଥାଇ । ମଥୁରା ଦେଖିଲୁ ଗୋସାଇଁ । ।୧୬୨
ନିର୍ମଳ ହୋଇଲା ନୟନ । ଆମ୍ଭ ଜୀବନ କଲୁ ଧନ୍ୟ । ।୧୬୩
ନନ୍ଦ ଯେ ଘେନି ବେନିସୁତ । କୋଳେ ବସାଇ ତୋଷଚିତ୍ତ । ।୧୬୪
ଚୁମ୍ବନ ଦେଲେ ନନ୍ଦରାୟେ । ପାଖେ ବସିଲେ ବେନିପାଏ । ।୧୬୫
ସ୍ନାହାନ କରାଇ ହରଷ । ଭୁଞ୍ଜାନ୍ତି ରାମ ହୃଷୀକେଶ । ।୧୬୬
ଛେନା ଗୋଟିକା ଦୁଧ ସର । ଗୋରସ ଅନେକ ପ୍ରକାର । ।୧୬୭
ଗୋପସୁତଙ୍କୁ ଘେନି ସଙ୍ଗେ । ଭୁଞ୍ଜନ୍ତି ରାମକୃଷ୍ଣ ରଙ୍ଗେ । ।୧୬୮
ମଣୋହି ସାରି ଭଗବାନ । ଶୀତଳ ଜଳେ ଆଚମନ । ।୧୬୯
କର୍ପୂର ମୁଖବାସ ଗୁଆ । ତାମ୍ବୁଳ ଭୁଞ୍ଜନ୍ତି ବିଡ଼ିଆ । ।୧୭୦
ଗନ୍ଧଚନ୍ଦନ ଅଙ୍ଗେ ବୋଳି । ବସିଲେ ରାମ ବନମାଳୀ । ।୧୭୧
ଚାମର ଗୋପପୁଅ କରେ । ଢ଼ାଳନ୍ତି ନାନା ଗୀତସ୍ୱରେ । ।୧୭୨
ପୁଷ୍ପ ବରଷି ସ୍ତୁତି କରି । ଶୋଇଲେ ରାମ ନରହରି । ।୧୭୩
କହଇ ଦାସ ଜଗନ୍ନାଥ । କୃଷ୍ଣଚରଣେ ଦେଇ ଚିତ୍ତ । ।୧୭୪
ବୋଲନ୍ତି ଶୁକ ମୁନିବର । କୃଷ୍ଣ ଚରିତ ସୁଧାସାର । ।୧୭୫
ରଜନୀ ହୋଇଲା ବହୁତ । କଂସକୁ ଜଣାଇଲା ଦୂତ । ।୧୭୬
ଶୁଣନ୍ତୁ ଭୋଜ ନୃପଇନ୍ଦ୍ର । ଅବନୀପତି କୁଳଚନ୍ଦ୍ର । ।୧୭୭
ଅକ୍ରୁର ରାମକୃଷ୍ଣ ବେନି । ଗୋପବାଳକ ନନ୍ଦ ଘେନି । ।୧୭୮
ତୋଟାରେ ପ୍ରବେଶ ହୋଇଲେ । ନଗ୍ର ବିହାର କରିଗଲେ । ।୧୭୯
ଗୋପାଳ ପୁଅ ସଙ୍ଗେ ଘେନି । ଦାଣ୍ତେŠ ଆସନ୍ତେ ଭାଇ ବେନି । ।୧୮୦
ରଜକ ବସ୍ତ୍ର ଘେନିଯା'ନ୍ତେ । ଗଉଡ଼େ ବେଢ଼ିଲେ ତୁରିତେ । ।୧୮୧
ରଜକେ କଲେ ପ୍ରାଣେ ନାଶ । ଫେଡ଼ିଣ ମଢ଼ିଆଳ ବାସ । ।୧୮୨
ଯେ ଯାହା ମତେ ଜୂର କଲେ । ମାଳୀର ଦ୍ୱାରେଣ ମିଳିଲେ । ।୧୮୩
ଭୟେଣ ଫୁଲ ଦେଲା ମାଳୀ । ତହୁଁ ଅଇଲେ ବେଗେ ଚଳି । ।୧୮୪
କୁବୁଜା ଚତୁଃସମପେଡ଼ି । କାଖରୁ ଘେନିଲେ ଉଛୁଡ଼ି । ।୧୮୫
ଗନ୍ଧ ଚନ୍ଦନ ଚତୁଃସମ । ବୋଳି ହୋଇଲେ କୃଷ୍ଣରାମ । ।୧୮୬
ସଳଖ କଲେ ତିନିବାଙ୍କ । ଦେଖିଲେ କଟକର ଲୋକ । ।୧୮୭
କି ସେ ଈଶ୍ୱର ଅଂଶେ ଜାତ । ଏ କଥା ଲୋକେ ବିପରୀତ । ।୧୮୮
ଶୁଣ ତୁ ବୀର ଭୋଜବଂଶୀ । ଗଉଡ଼େ ଧନୁଘରେ ପଶି । ।୧୮୯
ଶତେ ପାହାରୀ ନାଶକଲେ । ଅନେକ ସଇନ ମାଇଲେ । ।୧୯୦
ଧନୁ ଆମଞ୍ଚି ଗୁଣ ଦେଲେ । ଓଟାରି ବେନିଖଣ୍ତŠ କଲେ । ।୧୯୧
କଟକେ ପଡ଼ିଲା ଚହଳ । ଭାଜିଲେ ହାଟ ବଣିଜାର । ।୧୯୨
ତୋଟାରେ ରନ୍ଧନ ଭୋଜନ । ସୁଖେଣ କଲେକ ଶୟନ । ।୧୯୩
ବାରତା କହିଲାକି ଦୂତ । କଂସ ଭାଳଇ ଭୟ ଚିତ୍ତ । ।୧୯୪
ରଜନୀ ହୋଇଲା ଅପାର । ଶୁଣ ହୋ ରାଜାର ବିଚାର । ।୧୯୫
ଧନୁର ଭଗ୍ନ କଥା ଶୁଣି । କୃଷ୍ଣର କର୍ମ ମନେ ଗୁଣି । ।୧୯୬
ରଜକେ ପେଶି ଯମପୁର । ମୋହର ବସ୍ତ୍ର କଲେ ଜୂର । ।୧୯୭
କୁବୁଜା ଗନ୍ଧ ବଳେ ନେଇ । ସୁନ୍ଦର କଲେ ତା'ର ଦେହୀ । ।୧୯୮
ଏବେ ଭାଙ୍ଗିଲେ ଧନୁ ମୋର । ବାଳକେ ଏଡ଼େ ବଳୀୟାର । ।୧୯୯
ଧନୁଘରେଣ ଯୋଦ୍ଧା ଯେତେ । ସମସ୍ତେ ମଲେ ତା'ଙ୍କ ହସ୍ତେ । ।୨୦୦
ନନ୍ଦର ଘରେ ବାଳକାଳେ । ଯେତେ ଅସୁର ମୋର ଗଲେ । ।୨୦୧
ସବୁ ମାଇଲେ ବେନିଭାଇ । ବନେ ଚରାଉଥା'ନ୍ତି ଗାଈ । ।୨୦୨
ଏବେ ମୁଁ କରିବି କେମନ୍ତ । ଅଛନ୍ତି ମାଲ ଯେ ମାହୁନ୍ତ । ।୨୦୩
ଗଜ ମୋ' ଅଛି କୁବଳୟା । ନ ଜାଣି ବିଧାତାର ମାୟା । ।୨୦୪
କେମନ୍ତେ ରଖିବି ଜୀବନ । ଏମନ୍ତଭାଳି ଛନଛନ । ।୨୦୫
ନିଦ୍ରା ନ ମାଡ଼ଇ ନୟନେ । ଭାଳଇ ଅତି ଭୟମନେ । ।୨୦୬
ପୁଣି କ୍ଷଣକେ ନିଦ୍ରା ମୋହି । ସଭୟେ ପୁଣି ହିଁ ଚିଆଇଁ । ।୨୦୭
ଦେଖଇ ସ୍ୱପ୍ନ ନାନା ବ‰ର୍ଣ୍ଣ । ମରଣ ହେତୁଙ୍କର ଚିହ୍ନ । ।୨୦୮
ସୁବ‰ର୍ଣ୍ଣ କାନ୍ଥେ ଦେହ ଛାଇ । ଦେଖଇ ତା'ର ମୁŠଣ୍ତ ନାହିଁ । ।୨୦୯
ଦର୍ପଣେ ଆଦିତ୍ୟର ଜ୍ୟୋତି । ରାତ୍ରେ ଦେଖଇ ଭୋଜପତି । ।୨୧୦
ଦୀପେ ଦିଶନ୍ତି ଦୁଇ ଦୁଇ । ଚନ୍ଦ୍ର ହିଁ ତେମନ୍ତ ଦିଶଇ । ।୨୧୧
ଛାୟାର ଦେହେ ଛିଦ୍ରମୟେ । ନିଃଶ୍ୱାସ ଶୁଭେ ଶଙ୍ଖପ୍ରାୟେ । ।୨୧୨
ସୁବ‰ର୍ଣ୍ଣ ପ୍ରତିମାଏ ବୃକ୍ଷେ । କଂସକୁ ଦିଶଇ ପ୍ରତ୍ୟକ୍ଷେ । ।୨୧୩
ବୃକ୍ଷର ଡ଼ାଳେ ପଶୁଗଣ । ବରାହ ଶୃଗାଳ ହରିଣ । ।୨୧୪
ମୃତ୍ୟୁପିଣ୍ତŠକୁ କରି କୋଳ । ସାନନ୍ଦେ ଗୀତନାଦେ ଭୋଳ । ।୨୧୫
ଗର୍ଦ୍ଧଭ କନ୍ଧେ ଚଢ଼ିଯା'ନ୍ତେ । ବିଷ ଭକ୍ଷଇ ଲୌହପାତ୍ରେ । ।୨୧୬
ତଇଳେ ସିକ୍ତ ଦିଗମ୍ବର । ହୃଦରେ ରଙ୍ଗପୁଷ୍ପମାଳ । ।୨୧୭
ଦକ୍ଷିଣଦିଗେ ଯାଏ ଧାଇଁ । ଚୂଳ ବନ୍ଧନ ଶିରେ ନାହିଁ । ।୨୧୮
ଏମନ୍ତ ଦେଖଇ ସ୍ୱପନ । କ୍ଷଣକ୍ଷଣକେ ମୁହ୍ୟମାନ । ।୨୧୯
ଏମନ୍ତେ ପାହିଲା ରଜନୀ । କଂସ ଭାଲଇ ଭୟ ଘେନି । ।୨୨୦
ଯେମନ୍ତ ଦେଖିଲି ସ୍ୱପନ । ନିଶ୍ଚୟେ ହୋଇଲା ମରଣ । ।୨୨୧
କଂସ ଜାଣଇ ଯୋଗବଳେ । ଗୋବିନ୍ଦ ମାରିଅଛି ବେଳେ । ।୨୨୨
ସେ ବେଳେ ନୋହିଲି ମୁଁ ମୋକ୍ଷ । ଏବେ ତ ଦେଖିବି ପ୍ରତ୍ୟକ୍ଷ । ।୨୨୩
ଉଦେ ହୋଇଲେ ଦିନକର । କଂସ ହିଁ ହୋଇଲା ବାହାର । ।୨୨୪
ରଙ୍ଗସଭାରେ ବିଜେ କଲା । ରାଜାମାନଙ୍କୁ ଅଣାଇଲା । ।୨୨୫
ଆସି ଯେ ଥିଲେ ରାଜାଗଣେ । କଂସ ଡ଼ାକଇ ଜଣେ ଜଣେ । ।୨୨୬
ରାଜାଏ ଶମ୍ବରର ମୂଳେ । ନାରକାସୁର ଶିଶୁପାଳେ । ।୨୨୭
ବଜ୍ରକବଚ ବାଣାସୁର । ପୁŠଣ୍ତ୍ରକ ଶାଲ୍ୱ ଦନ୍ତବକ୍ର । ।୨୨୮
ଯୋଜନାବାହୁ ବଜ୍ରନାଭ । ଏ ଆଦି ଯେତେକ ଦାନବ । ।୨୨୯
ଏମାନେ ମହୀପତି ଛଳେ । ଆସି ଅଛନ୍ତି ସୈନ୍ୟବଳେ । ।୨୩୦
କାହାର ଭାଇ ପୁତ୍ର ନାତି । କେ ଆପେ ଖଟଇ ନୃପତି । ।୨୩୧
କ୍ଷତ୍ରିୟ ରବି-ସୋମ-ବଂଶ । କଂସର ଯେତେକ ବିଶ୍ୱାସ । ।୨୩୨
ନୃଗ କଳିଙ୍ଗ ଭଦ୍ରସେନ । ବିଦେହ ନୈଷଧ ରାଜନ । ।୨୩୩
କଂସର ପ୍ରିୟପଣେ ଆସି । ମିଳିଲେ ସୋମ-ସୂର୍ଯ୍ୟବଂଶୀ । ।୨୩୪
ଦଇବେ ଭୋଜ ଦŠଣ୍ତଧାରୀ । ଅନେକ ମଞ୍ଚା ଅଛି କରି । ।୨୩୫
ମŠଣ୍ତିଛି ନାନା ଉପହାରେ । ନିର୍ମଳ-ଦର୍ପଣ-ଚାମୁରେ । ।୨୩୬
ବିବିଧମତେ ବସ୍ତ୍ର ଦେଇ । ଉପରେ ଚାନ୍ଦୁଆ ଖଞ୍ଜାଇ । ।୨୩୭
ଲମ୍ବଇ ମୁକୁତାର ଝରା । ମାଳ କୁସୁମ କେରା କେରା । ।୨୩୮
କାଞ୍ଚନମୟ ସିଂହାସନ । ଦେଖିଲେ ତୋଷ ହୋଏ ମନ । ।୨୩୯
ସୁଗନ୍ଧ ଧୂପ ଦୀପପାତ୍ର । ଉପରେ ଶୋହେ ଧ୍ୱଜ ଛତ୍ର । ।୨୪୦
ରାଜାଏ କଂସ ଆଜ୍ଞା ପାଇ । ମଞ୍ଚାରେ ବସିଛନ୍ତି ଯାଇ । ।୨୪୧
ରାଜା ଗୋଟିକେ ଏକ ମଞ୍ଚା । ସକଳ କରିଅଛି ସଞ୍ଚା । ।୨୪୨
ତାହାଙ୍କୁ ପୂଜି ଜଣେ ଜଣେ । ଚନ୍ଦନ କୁସୁମ ବସନେ । ।୨୪୩
ବିବିଧମତେ ଭୋଗ ଦେଇ । କହଇ ରାଜାଙ୍କୁ ଅନାଇ । ।୨୪୪
ତୁମ୍ଭେ ସକଳ ବନ୍ଧୁଜନେ । କହଇ ଶୁଣ ସାବଧାନେ । ।୨୪୫
ବସୁଦେବର ପୁତ୍ର ଦୁଇ । ବଢ଼ିଲେ ଗୋପପୁରେ ଥାଇ । ।୨୪୬
ଭିଣୋଇ କଲା ଏଡ଼େ ଛନ୍ଦ । ମୋତେ ଯେ ନ ଗଣଇ ନନ୍ଦ । ।୨୪୭
ଅନେକ ବଳ ମୋର ଥିଲେ । ରାମଗୋବିନ୍ଦ ସଂହାରିଲେ । ।୨୪୮
ବଳେ ମୋ' ଧନୁ ହିଁ ଭାଙ୍ଗିଲେ । ପାହାରୀମାନଙ୍କୁ ମାଇଲେ । ।୨୪୯
ରଜକ ମାରି ବସ୍ତ୍ର ଜୂର । ଗନ୍ଧ ଛଡ଼ାଇ ନେଲେ ମୋର । ।୨୫୦
ଗଉଡ଼ମେଳି ଏ ଭିଆଇ । ମୋତେ ମାରିବେ ବେନିଭାଇ । ।୨୫୧
ଏବେ ମୁଁ ଅଣାଇଲି ଧରି । ତାତ ଜନନୀ ଆଦିକରି । ।୨୫୨
ହସ୍ତୀର ହସ୍ତେ ମରାଇବି । ଏମନ୍ତେ ବଇରୀ ସାଧିବି । ।୨୫୩
ଯେବେ ସେଠାରୁ ଉବୁରିବେ । ମାଲଙ୍କ ହସ୍ତେ ପ୍ରାଣ ଦେବେ । ।୨୫୪
ମଞ୍ଚାରେ ବସି ପିତାମାତା । ଦେଖିବେ ପୁତ୍ରଙ୍କର ହତ୍ୟା । ।୨୫୫
ତୁମ୍ଭେ ସକଳେ ଦେଖୁଥିବ । ମୋହର ଶତ୍ରୁ ନାଶଯିବ । ।୨୫୬
ସେ ମୋର ଭଗ୍ନିର କୁମରେ । ଦ୍ରୋହ ପାଞ୍ଚିଲେ ମୋହଠାରେ । ।୨୫୭
ତୁମ୍ଭେ ମୋହର ବନ୍ଧୁ ଶୁଣ । କହିଲି ହିତକଥା ପୁଣ । ।୨୫୮
ଏମନ୍ତ ବୋଲି ଭୋଜସାଇଁ । ରାଜାଙ୍କୁ ମଞ୍ଚାରେ ବସାଇ । ।୨୫୯
ବାଜଇ ବୀର ତୂର ବାଦ୍ୟ । କେ କହୁ କଂସର ସମ୍ପଦ । ।୨୬୦
ଚାଣୁର ମୁଷ୍ଟିକର ମେଳେ । ଶଲ ତୋଷଳ ଚାରିମାଲେ । ।୨୬୧
ଏହାଙ୍କ ତୁଲେ ଶତେ ମାଲ । ଅଣାଇ କହେ ଭୋଜପାଳ । ।୨୬୨
ତୁମ୍ଭର ବଳେ ମୋ' ଭରସା । ଆଜ ମୋ' ପୂରାଇବ ଆଶା । ।୨୬୩
ନନ୍ଦ-ଗୋପାଳଙ୍କୁ ଅଣାଇ । ଗୋରସ ଭŠଣ୍ତାରେ ଥୁଆଇ । ।୨୬୪
ମଞ୍ଚାରେ ନେଇ ବସାଇଲା । ସମର ଦେଖିବୁ ବୋଇଲା । ।୨୬୫
ବସୁଦେବର ପୁତ୍ର ଦୁଇ । ଘରେ ଲୁଚାଇଥିଲୁ ନେଇ । ।୨୬୬
ବସୁଦେବର ମିତ୍ରପଣୁଁ । ତୋହର ଦୋଷ ନାହିଁ ତେଣୁ । ।୨୬୭
ବନ୍ଧୁର ହିତ କଲୁ ଯେବେ । ତା'ଙ୍କ ମରଣ ଦେଖ ଏବେ । ।୨୬୮
ନନ୍ଦକୁ ମଞ୍ଚାରେ ବସାଇ । ବୋଲଇ ପାତ୍ର ମନ୍ତ୍ରୀ ଚାହିଁ । ।୨୬୯
ତୁମ୍ଭେ ହୋ ଥିବ ମୋର ପାଖେ । ମଞ୍ଚାରେ ବସି ଦେଖ ସୁଖେ । ।୨୭୦
ଆପଣେ ମଞ୍ଚାରେ ବସିଲା । ଦୂତଙ୍କୁ ରାଇ ଆଜ୍ଞା ଦେଲା । ।୨୭୧
ବେଗରେ ଯାଅ ମଧୁବନ । ରାମକୃଷ୍ଣଙ୍କୁ ଧରିଆଣ । ।୨୭୨
କଂସର ଆଜ୍ଞା ଘେନି ଶିରେ । ଦୂତେ ଚଳିଲେ ଧାତିକାରେ । ।୨୭୩
ବୋଲଇ ଦାସ ଜଗନ୍ନାଥ । ଭେଟିଲେ ରାମ ଗୋପୀନାଥ । ।୨୭୪
ସେ ରାମକୃଷ୍ଣର ଚରଣେ । ସୁଜନେ ଚିନ୍ତ ଅନୁକ୍ଷଣେ । ।୨୭୫
ଗୋବିନ୍ଦ ଆଜ୍ଞା ଶିରେ ଲଇଁ । ଯାହା ବା ପାରିଲଇଁ କହି । ।୨୭୬
କହିଲେ ପ୍ରଭୁ ଚକ୍ରଧର । ପୁରାଣ ରସ ଗୀତସାର । ।୨୭୭
ଏଣୁ ନ କର ଖେଦମନ । ସବୁରି ପ୍ରଭୁ ଭଗବାନ । ।୨୭୮
ରୂପ-ଅରୂପ ଜ୍ଞାନଗୁରୁ । ଯାହା ମହିମା ମହାମେରୁ । ।୨୭୯
କୃଷ୍ଣଚରଣେ ମନ ଦେଇ । ସଂସାରୁ ତର ଏହା ଗାଇ । ।୨୮୦
ଏଣେ ହୋଇବ ଭବୁଁ ପାର । ତାରିବେ ଦେବ ଦାମୋଦର । ।୨୮୧
ଦୟାସାଗର ରାମହରି । ବିପଦୁଁ ଧରିବେ ଉଦ୍ଧରି । ।୨୮୨
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ମଲ୍ଲରଙ୍ଗ ଉପବ‰ର୍ଣ୍ଣ‌ନଂ ନାମ ପଞ୍ଚଚତ୍ୱାରିଂଶୋଽଧ୍ୟାୟଃ । ।

ଷଟ୍‌ଚତ୍ୱାରିଂଶ ଅଧ୍ୟାୟସମ୍ପାଦନ କରନ୍ତୁ

ଶୁକ ଉବାଚ

ବୋଲନ୍ତି ଶୁକ ମୁନିବର । ସାନନ୍ଦେ ଶୁଣ କୁରୁବୀର । ।୧
ରାମଗୋବିନ୍ଦ ମଧୁବନେ । ଭେଟିଲେ କଂସଦୂତମାନେ । ।୨
ନିକଟେ ଦୂତଙ୍କୁ ରୁହାଇ । ସ୍ନାହାନ କଲେ ବେନିଭାଇ । ।୩
ଭୋଜନ କଲେ ଦୁଧସର । ଆନନ୍ଦେ ନାନା ଉପହାର । ।୪
ବିବିଧ ରତ୍ନ ଅଳଙ୍କାର । ବସ୍ତ୍ର ପିନ୍ଧିଲେ ପୀତ ନୀଳ । ।୫
ମାଲ ଦୁନ୍ଦୁଭିଘୋଷ ଶୁଣି । ସାନନ୍ଦ କୃଷ୍ଣ ହଳପାଣି । ।୬
ଗୋପାଳ ପୋଏ ସଜ ହୋଇ । ମଧ୍ୟେ ବିଜୟ ବେନିଭାଇ । ।୭
ମଥୁରା ନଗରେ ପଶିଲେ । କଂସର ଦୂତେ ଆଗେ ଗଲେ । ।୮
ପଡ଼ଇ କ୍ଷଣେ କ୍ଷଣେ ହୁରି । ଉଲୁକାପାତେ ବସୁନ୍ଧରୀ । ।୯
ଆକାଶେ ଧୂମମୟ ଜ୍ୟୋତି । ମେଘେ ଲୁଚିଲେ ଛାୟାପତି । ।୧୦
ପଥେ ଆସନ୍ତେ ଭାଇ ବେନି । ବିବିଧ ବାଦ୍ୟନାଦ ଧ୍ୱନି । ।୧୧
ଯୋଡ଼ି ମŸର୍ଳ ଶଙ୍ଖ ବାଜେ । ଶରଦମେଘ ଯେହ୍ନେ ଗର୍ଜେ । ।୧୨
ରାମଗୋବିନ୍ଦ ଦେଖି ପଥେ । ଲୋକେ ମିଳିଲେ ଯୂଥେଯୂଥେ । ।୧୩
ଏକ ଆରକେ ସଜ ହୋଇ । କାମିନୀଗଣେ ଛନ୍ତି ଧାଇଁ । ।୧୪
ସକଳେ ଘରଦ୍ୱାରା ଛାଡ଼ି । ଧାମନ୍ତି ରାଜପଥ ମାଡ଼ି । ।୧୫
ସ୍ତିରୀ ପୁରୁଷ ବାଳବୃନ୍ଦେ । ଗୋବିନ୍ଦ ଦେଖିବାର ସଧେ । ।୧୬
ଆଗେ ଧାମନ୍ତି ବଳବନ୍ତ । ଗହଳ ମଥୁରାର ପଥ । ।୧୭
ଅନଳ ଦେଖିଣ ପତଙ୍ଗେ । ଯେହ୍ନେ ଧାମନ୍ତି ଉଦ୍‌ବେଗେ । ।୧୮
ଦେଖନ୍ତି ନରନାରୀ ମିଳି । ହରଷେ ଦେଇ ହୁଳହୁଳି । ।୧୯
ରାମଗୋବିନ୍ଦ ମୁଖ ଚାହିଁ । ନୟନ ପିଛାଡ଼ି ନୋହଇ । ।୨୦
ଦେହ ସଂସାର ପାସୋରିଲେ । ଆନନ୍ଦସାଗରେ ବୁଡ଼ିଲେ । ।୨୧
ସ୍ୱର୍ଗେ ଦେଖନ୍ତି ଦେବତାଏ । ରାମଗୋବିନ୍ଦର ବିଜୟେ । ।୨୨
ମଙ୍ଗଳନାଦେ ଅପସରୀ । ଦେଖନ୍ତି ଦିଗପାଳେ ମିଳି । ।୨୩
ପବନ ବହଇ ଶୀତଳ । ଶୂନ୍ୟେ ଉଡ଼ନ୍ତି ମେଘମାଳ । ।୨୪
ଜନଗହଳ ରାଜପଥେ । ଗୋବିନ୍ଦ ଦେଖନ୍ତି ଉଷତେ । ।୨୫
କହନ୍ତି ଏକ ଆରେ ଚାହିଁ । କାନ୍ଦି ହୃଦୟେ କର ଦେଇ । ।୨୬
ଦେଖ ଗୋ କଂସର ନିŸର୍ଦ୍ଦୟେ । କି ଦୋଷ କଲେ ବାଳପୋଏ । ।୨୭
ଲୁଚି ଏ ଥିଲେ ନନ୍ଦଘରେ । ସୋଦର ମଉଳାର ଡ଼ରେ । ।୨୮
କି ଦୋଷ କଲେ ଏ ତାହାର । ଦୁଷ୍ଟ ଦାନବ ଦୁରାଚାର । ।୨୯
ଏହାଙ୍କୁ ଆଣିଅଛି ଧରି । ବଳେ ମାରିବ ଘରେ ଭରି । ।୩୦
କେମନ୍ତେ ସହିବଟି ଧର୍ମ । ଏହାଙ୍କୁ କରି ଏଡ଼େ କର୍ମ । ।୩୧
ଏ ପୋଏ ଗୋପପୁରେ ଥିଲେ । କି ଅପରାଧ ଅବା କଲେ । ।୩୨
ଏହାଙ୍କୁ କରି ପ୍ରାଣେ ନାଶ । ଭାଙ୍ଗିବ ଗୋପପୁର ଦେଶ । ।୩୩
ଏହାଙ୍କ କଷ୍ଟ ଦେଖିବାରେ । ଚାଲ ନ ଥିବା ଏ ନଗରେ । ।୩୪
ହୃଦୟ ଧରିବା କେମନ୍ତେ । ଏହାଙ୍କୁ ନ ଦେଖିଲେ ନେତ୍ରେ । ।୩୫
ଏମନ୍ତ କହି ନରନାରୀ । ବିକଳେ ଚାହାନ୍ତି ମୁରାରି । ।୩୬
ହୃଦୟେ ବିଚାରି ବିକଳ । ନୟନୁ ବହେ ଅଶ୍ରୁଜଳ । ।୩୭
ରାମଗୋବିନ୍ଦ ଗୋପବାଳେ । ମିଳିଲେ କଂସ ରଙ୍ଗଦ୍ୱାରେ । ।୩୮
ଦେଖିଲେ ଦ୍ୱାରେ ଅଛି ଗଜ । ମାହୁନ୍ତ ହୋଇଅଛି ସଜ । ।୩୯
କୃଷ୍ଣଙ୍କୁ ଦେଖିଣ ମାହୁନ୍ତ । ଆକ୍ରୋଷି ଗଜ ବଳବନ୍ତ । ।୪୦
ଦ୍ୱାର ଆବୋରିଲା ବହନ । ମାରିବା ପ୍ରାୟ କୋପମନ । ।୪୧
ସ୍ୱଭାବେ ମତ୍ତ କରୀବର । ତେଜେ ପ୍ରଚଣ୍ତŠ ମହାଘୋର । ।୪୨
ତାହା ଜାଣିଲେ ଭାବଗ୍ରାହୀ । ଗୋପାଳ ପୁଅଙ୍କୁ ରୁହାଇ । ।୪୩
ଦୃଢ଼େ ବାନ୍ଧିଲେ ତାଳୁ ଚୁଳ । ସୁନ୍ଦର ଅଳକାକପୋଳ । ।୪୪
ବସନ ବାନ୍ଧି ଆଣ୍ଟ କରି । ସଜ ହୋଇଲେ ହଳଧାରୀ । ।୪୫
ମାହୁନ୍ତ କୋପଭର ହୋଇ । ଅଳପ ଅଳପ ଟିପଇ । ।୪୬
ହସ୍ତୀ ଟିପଇ ପାଦ ଲଇଁ । ଦେଖି ଗୋବିନ୍ଦ ଆଗ ହୋଇ । ।୪୭
ବୋଇଲେ ଆଡ଼ହୁଅ ଭାଇ । ମାହୁନ୍ତ ଶୁଣି ନ ଶୁଣଇ । ।୪୮
ଶୁଣ ମାହୁନ୍ତ ମୋ' ଉତ୍ତର । ଆମ୍ଭଙ୍କୁ ଛାଡ଼ ରଙ୍ଗଦ୍ୱାର । ।୪୯
ରାଜା ଆମ୍ଭରେ କୋପମନ । ବେଗେ କରିବୁ ଦରଦଶନ । ।୫୦
ଦ୍ୱାର ତୁ ଛାଡ଼ ବେଗ ହୋଇ । ଉଛୁର ବେଳ ନ ଯୋଗାଇ । ।୫୧
ଶୁଣି ମାହୁନ୍ତ କୋପକଲା । କୃଷ୍ଣର ବୋଲ ନ ଶୁଣିଲା । ।୫୨
ହସ୍ତୀର କୁମ୍ଭେ ଦେଇ କର । ଦନ୍ତ କରାଇଲା ଉଭାର । ।୫୩
କୃଷ୍ଣ ବୋଇଲେ ମାହୁନ୍ତକୁ । ମାରିବା ପ୍ରାୟେ ତ ସଳଖୁ । ।୫୪
ଜୀବନେ ଅଛି ଯେବେ କାର୍ଯ୍ୟ । ହସ୍ତୀ ଦୁଆରୁ ନିଅ ଆଜ । ।୫୫
ନୋହିଲେ ଯିବୁ ଯମପୁର । ହସ୍ତୀ ହିଁ ସଙ୍ଗତେ ତୋହର । ।୫୬
ଶୁଣି ମାହୁନ୍ତ ପରଜ୍ୱଳି । ହସ୍ତୀ ଟିପିଲା ପାଦଚାଳି । ।୫୭
କୃଷ୍ଣଙ୍କୁ ଦେଖି ଗଜ ଧାଇଁ । କାଳଦେବତା ପ୍ରାୟ ହୋଇ । ।୫୮
ପବନୁଁ ବେଗେ ଧାଇଁ ଖରେ । ଶୁ‹ଣ୍ଢ ପିଟିଲା କୃଷ୍ଣଶିରେ । ।୫୯
କେଶ ଧଇଲା ଧାତିକାର । ଛଡ଼ାଇ ଗଲେ ଦାମୋଦର । ।୬୦
ଗୋବିନ୍ଦ ମାୟା ଯୋଗବଳେ । ରହିଲେ ହସ୍ତୀ ପେଟତଳେ । ।୬୧
ହସ୍ତୀ ଚାହଁଇ ଚଉଦିଗେ । କୋପେ ଗର୍ଜଇ ଘୋରରଙ୍ଗେ । ।୬୨
ଆଘ୍ରାଣେ କୃଷ୍ଣ ବାସ ପାଇ । ପୁଣି ଧଇଲା ଶୁଣ୍ଢେ‹ ନେଇ । ।୬୩
ପୁଣି ଛଡ଼ାଇ ତା'ର କର । ପଛେ ମିଳିଲେ ମାୟାଧର । ।୬୪
ହସ୍ତୀର ଲାଞ୍ଜ କରେ ଧରି । ପଛକୁ ଆଣିଲେ ଓଟାରି । ।୬୫
ପଚିଶଧନୁ ଯାଏଁ ଟାଣି । ରହିଲେ ପ୍ରଭୁ ଚକ୍ରପାଣି । ।୬୬
ସର୍ପର ଲାଞ୍ଜ ତୁଣ୍ତେŠ ଭରି । ଯେସନେ ଗରୁଡ଼ ଓଟାରି । ।୬୭
ଲାଙ୍ଗୁଳ ଧରି ବନମାଳୀ । ବାମଦକ୍ଷିଣ ପାଖେ ଚାଳି । ।୬୮
ଗଜ ଚାହଁଇ ଦୁଇପାଶେ । କୃଷ୍ଣଙ୍କୁ ଧରିବାର ଆଶେ । ।୬୯
ବ›ତ୍ସାଙ୍କ ଲାଞ୍ଜ ପୋଏ ଧରି । ଯେମନ୍ତେ ହୋନ୍ତି ଘୂରାଘୂରି । ।୭୦
ଲାଙ୍ଗୁଳ ଛାଡ଼ି ଅତି ଖରେ । ଆଗ ହୋଇଲେ ରୋଷଭରେ । ।୭୧
ଚାପୁଡ଼େ ମାରି ହସ୍ତୀ ମୁଣ୍ତେŠ । କୃଷ୍ଣ ପଳାନ୍ତି ରାଜଦାଣ୍ତେŠ । ।୭୨
ପ୍ରଚଣ୍ତŠକୋପେ ଖରତର । ଦେଖି ଧାଇଁଲା କରୀବର । ।୭୩
ଦେଖନ୍ତି ପୁର ନରନାରୀ । ଭୟେ ପଳାନ୍ତି ନରହରି । ।୭୪
ଶିର ଲାଗଇ ଥୋର-ହସ୍ତେ । ଲୋକେ ଦେଖନ୍ତି ରାଜପଥେ । ।୭୫
ପାଦର ଘାଏ ଧୂଳି ଉଡ଼ି । କୃଷ୍ଣ ପଡ଼ିଲେ ମୁଖ ମାଡ଼ି । ।୭୬
ତକ୍ଷଣେ ହୋଇଲେ ଅନ୍ତର । ମାହୁନ୍ତ ବୋଲେ ମାର ମାର । ।୭୭
କୃଷ୍ଣ ପଡ଼ିଲା ପ୍ରାୟ ମଣି । ଗଜ ମାଇଲା ଦନ୍ତ ଆଣି । ।୭୮
ଲୋକେ ହୋଇଲେ ହତଜ୍ଞାନ । ଡ଼ାକନ୍ତି ରଖ ନାରାୟଣ । ।୭୯
ଏଡ଼େ କରମ କଂସ କଲା । କେ ବୋଲେ ଜୀଉଁଜୀଉଁ ମଲା । ।୮୦
ଚାଲ ନ ଥିବା ଏହା ଦେଶେ । କଂସକୁ ଗାଳିଦ୍ୟନ୍ତି ରୋଷେ । ।୮୧
ଏମନ୍ତ ବୋଲୁଁ ବୋଲୁଁ ଜନେ । ଶ୍ରୀକୃଷ୍ଣ ମିଳିଲେ ବହନେ । ।୮୨
ନୀଳ-ଜୀମୂତ ଦେହ ଝଳି । ଝାଳ ଗଳଇ ଲାଗି ଧୂଳି । ।୮୩
ଡାକନ୍ତି ତୋଳି ବେନିକର । ହସ୍ତୀରେ ସମ୍ଭାଳ ତୋହର । ।୮୪
ଦେଖି ଚକିତ ନରନାରୀ । ଚାପୁଡ଼େ ମାଇଲେ ମୁରାରି । ।୮୫
ପଛେ ଯେ ଥିଲେ ହଳଧର । ହସ୍ତୀକି ମାଇଲେ ପୟର । ।୮୬
ଧାମଇଁ ପଛକୁ ଅନାଇଁ । ମୁଥେ ମାଇଲେ କୃଷ୍ଣ ନେଇ । ।୮୭
ଗଜ ଚାହଁଇ ଆଗପଛ । ମାହୁନ୍ତ ଟିପଇ ପ୍ରତ୍ୟକ୍ଷ । ।୮୮
ନ ଯାଇ ଆଗପଛେ ଡ଼ରେ । ଗର୍ଜଇ ଅତି କୋପଭରେ । ।୮୯
ମାହୁନ୍ତ ପୁଣି ହିଁ ଟିପଇ । ଦେଖି ପଳାନ୍ତି ବେନିଭାଇ । ।୯୦
ଦେଖିଣ ଗଜ କୋପଭରେ । ଧାଇଁଲା ପବନହୁଁ ଖରେ । ।୯୧
କୃଷ୍ଣର ଶିରେ ଥୋର-ହସ୍ତ । ଦେଖି ପଳାନ୍ତି ଗୋପୀନାଥ । ।୯୨
ଧାଇଁଲେ ପବନ ହୁଁ ବେଗେ । ଘୂରି କୁମ୍ଭାରଚକ୍ର ମାର୍ଗେ । ।୯୩
ଗୋବିନ୍ଦ ଯୋଗମାୟା ବଳେ । ଘୂରାଇ ପକାଇଲେ ତଳେ । ।୯୪
ତଳେ ପଡ଼ନ୍ତେ ପ୍ରାଣଗଲା । ତକ୍ଷଣେ ଗୋବିନ୍ଦେ ପଶିଲା । ।୯୫
ଚରଣ ଦେଇ ଗଜମୁଣ୍ତେŠ । ଦନ୍ତ ଧୋଇଲେ ଭୁଜଦଣ୍ତେ । ।୯୬
ବେଗେ ଉପାଡ଼ି ବେନିକରେ । ପିଟିଲେ ମାହୁନ୍ତ ଉପରେ । ।୯୭
ମାହୁନ୍ତ ପ୍ରାଣ ବେଗେ ଗଲା । ଜୀବନ ଗୋବିନ୍ଦେ ପଶିଲା । ।୯୮
ରାମ ଗୋବିନ୍ଦ ବେନିଭାଇ । କନ୍ଧେ ଘେନିଲେ ଦନ୍ତ ଦୁଇ । ।୯୯
ରୁଧିର-ଭୂଷଣ ଶରୀର । ଝାଳ ଧୂଳିରେ ଜରଜର । ।୧୦୦
ମୁଖପଙ୍କଜେ ଝାଳ ଶୋଭା । କି ଅବା ପଟାନ୍ତର ଦେବା । ।୧୦୧
ଗୋପକୁମରେ ଛନ୍ତି ବେଢ଼ି । ପଶିଲେ ରଙ୍ଗଦ୍ୱାର ମାଡ଼ି । ।୧୦୨
କନ୍ଧେ ପକାଇ ଗଜଦନ୍ତ । ମିଳିଲେ ରାମ-ଗୋପୀନାଥ । ।୧୦୩
ଲୋକେ ପଶିଲେ ବଳୀୟାରେ । କେ ବେଗେ ଉଠିଲେ ବୃକ୍ଷରେ । ।୧୦୪
ଜଗତୀ ଅଟ୍ଟାଳୀ ଆରୋହି । ଦେଖନ୍ତି ରାମକୃଷ୍ଣ ଦୁଇ । ।୧୦୫
ରଙ୍ଗସଭାରେ ଯେତେ ଲୋକେ । କେତେ କହିବା ଏକେ ଏକେ । ।୧୦୬
ମାଲେ ଯେ ଥିଲେ ମଞ୍ଚାତଳେ । ରାମକୃଷ୍ଣଙ୍କୁ ଅନାଇଲେ । ।୧୦୭
ବଜ୍ର ପଡ଼ିଲା ପ୍ରାୟେ ଦେଖି । ଭୟେ ବୁଜିଲେ ବେନି ଆଖି । ।୧୦୮
ଯେତେ ଅଛନ୍ତି ପୁରନର । ତାହାଙ୍କୁ ଦିଶନ୍ତି ସୁନ୍ଦର । ।୧୦୯
କାମିନୀ-ଲୋଚନେ ଅନଙ୍ଗ । ଗୋପାଳ ପୋଏ ବାଳଅଙ୍ଗ । ।୧୧୦
ଅସୁର-ନୃପତିଙ୍କି କାଳ । ମାତାପିତାଙ୍କୁ ବେନିବାଳ । ।୧୧୧
କଂସକୁ ଦିଶେ ଯମ ପ୍ରାୟ । ଜ୍ଞାନୀଜନଙ୍କୁ ଜ୍ଞାନମୟ । ।୧୧୨
ଯୋଗୀଙ୍କ ନେତ୍ରେ ଜ୍ଞାନତତ୍ତ୍ୱ । ବୃଷ୍ଣିବଂଶକୁ ଦଇବତ । ।୧୧୩
ଏମନ୍ତେ ରାମକୃଷ୍ଣ ରୂପ । ଦିଶନ୍ତି ଯାହାକୁ ଯେ ରୂପ । ।୧୧୪
ସଭାର ତଳେ ବେନିଭାଇ । ଆକାଶେ ଦେବେ ଛନ୍ତି ଚାହିଁ । ।୧୧୫
ବ୍ରହ୍ମା ଶଙ୍କର ଇନ୍ଦ୍ରମୂଳେ । ତେତିଶକୋଟି ଦେବ ବଳେ । ।୧୧୬
ଶୂନ୍ୟେ ଦେଖନ୍ତି ରାମହରି । ଗନ୍ଧର୍ବଗଣ-ଦେବନାରୀ । ।୧୧୭
କଂସ ଚାହିଁଲା ବେନିଭାଇ । ଭୟେ କମ୍ପଇ ତାର ଦେହୀ । ।୧୧୮
ଗଜ-ମାହୁନ୍ତ ଦ୍ୱାରେ ମାରି । ଦନ୍ତ ଅଛନ୍ତି କରେ ଧରି । ।୧୧୯
ନିଶ୍ଚୟ ମରଣ ହୋଇଲା । ଏମନ୍ତ ମନେ ବିଚାରିଲା । ।୧୨୦
କାତରେ କମ୍ପଇ ଶରୀର । ବଦନୁଁ ନ ଇଲା ଉତ୍ତର । ।୧୨୧
ରଙ୍ଗସଭାର ତଳେ ଥାଇ । ରାମଗୋବିନ୍ଦ ବେନିଭାଇ । ।୧୨୨
ନାନା ବିଚିତ୍ର ବେଶ ହୋଇ । ଯେସନେ ନଟବର ଦୁଇ । ।୧୨୩
ଦେଖନ୍ତା ପ୍ରାଣୀଙ୍କର ମନ । ମୋହିଲେ ରାମ-ଭଗବାନ । ।୧୨୪
ମଞ୍ଚାରେ ଯେତେ ରାଜାଗଣେ । ଗ୍ରାମ ପାଟଣା ପୁରଜନେ । ।୧୨୫
ହରଷ ବଶେ ଚକ୍ଷୁ ଫେଇ । ଦେଖନ୍ତି ରାମକୃଷ୍ଣ ଦୁଇ । ।୧୨୬
ଚକୋର ଦେଖି ଚନ୍ଦ୍ର ଯେହ୍ନେ । ତେସନେ ପିବନ୍ତି ନୟନେ । ।୧୨୭
ତୋଷ ନୋହିଲେ ମୁଖ ଚାହିଁ । ଚାହାନ୍ତେ ପି‚ଞ୍ଛା ନଚଳଇ । ।୧୨୮
ପିଇବା ପ୍ରାୟେ ଚକ୍ଷୁଦ୍ୱାରେ । ଜିହ୍ୱା କି ଲିହିବ ଶରୀରେ । ।୧୨୯
ଆଘ୍ରାଣ କରି ନାସାଦ୍ୱାରେ । ଆଣି ଭିଡ଼ିବେ ବେନିକରେ । ।୧୩୦
ଏମନ୍ତ ହୋଇ ଉଦ୍‌ବେଗ । ଅଗ୍ନି କି ଯେସନେ ପତଙ୍ଗ । ।୧୩୧
ଯେମନ୍ତେ ଶୁଣୁଥିଲେ କ‰ର୍ଣ୍ଣେ । ପ୍ରତ୍ୟକ୍ଷ ଦେଖିଲେ ନୟନେ । ।୧୩୨
କୃଷ୍ଣର ରୂପ ଗୁଣମାନ । ଦେଖି ପାଇଲେ ଦିବ୍ୟଜ୍ଞାନ । ।୧୩୩
ଏକକୁ ଆରେକ ଅନାଇଁ । ବୋଲନ୍ତି ଅଙ୍ଗୁଳି ଦେଖାଇ । ।୧୩୪
ଏ ବେନି ବସୁଦେବ ସୁତେ । ଭାରା ନିବାରିବା ନିମନ୍ତେ । ।୧୩୫
ବିଷ୍ଣୁର ଅଂଶେ ଜାତ ହୋଇ । ନୀଳ ଧବଳ ରୂପ ଦୁଇ । ।୧୩୬
ଦେଖ ଏ କୃଷ୍ଣଦେହ କଳା । ଦେବକୀଗର୍ଭେ ଉପୁଜିଲା । ।୧୩୭
ଏହାକୁ ବସୁଦେବ ନେଇ । ଗୋପରେ ଅଇଲା ଲୁଚାଇ । ।୧୩୮
ବଢ଼ିଲେ ନନ୍ଦର ଭୁବନେ । ଏହି ବାଳକ ତିନିଦିନେ । ।୧୩୯
ଶୋଷିଲା ପୂତନା ପରାଣ । ଭାଜିଲା ଯାମଳା ଅର୍ଜୁନ । ।୧୪୦
ପାଦେ ଶକଟା କଲା ଚୂର । ନାଶିଲା ତୃଣାବର୍ତ୍ତ ବୀର । ।୧୪୧
ଅଘା ଧେନୁକା ବକ କେଶୀ । ବତ୍ସା ମାୟାବୀ ଷ‹ଣ୍ଢା ନାଶି । ।୧୪୨
କାଳୀୟ ଘଉଡ଼ିଲା ବଳେ । ଅମୃତ କଲା ବିଷଜଳେ । ।୧୪୩
ଗୋରୁମହିଷ ଗୋପଶିରୀ । ବନଅନଳୁ ଅଛି ତାରି । ।୧୪୪
ଇନ୍ଦ୍ରର ଦର୍ପ କଲା ଚୂର । କରେ ତୋଳିଲା ଗିରୀର । ।୧୪୫
ସପତ ଦିନ ବରଷିଲା । ଏହାର କରେ ଗିରି ଥିଲା । ।୧୪୬
ଗୋପୀଏ ଚାହିଁ ଏହା ମୁଖ । ଖଣ୍ତିଲେ ଜନ୍ମବନ୍ଧ-ଦୁଃଖ । ।୧୪୭
ଯାଦବବଂଶ ଏ ରଖିବ । ଅବନୀଭାରା ଉଶ୍ୱାସିବ । ।୧୪୮
ଦେଖ ଏ ରୋହିଣୀକୁମର । କୋଟିଏ କାମ ପଟାନ୍ତର । ।୧୪୯
ଆଗେ ହୋଇଲେ ଗୋପେଜାତ । ଏହାଙ୍କ ବଳ ଅପ୍ରମିତ । ।୧୫୦
ଯୁଦ୍ଧେ ପ୍ରଳମ୍ବା ନାଶ କଲା । ବତ୍ସା ଧେନୁକା ସଂହାରିଲା । ।୧୫୧
ଏମନ୍ତ କହୁଁ କହୁଁ ଜନ । ବାଜିଲା ବୀରତୂର ମାନ । ।୧୫୨
ମାଲେ ଯେ ଥିଲେ ସଭାତଳେ । କୃଷ୍ଣର ନିକଟେ ମିଳିଲେ । ।୧୫୩
ଚାଣୂର ବୀର ଆଗ ହୋଇ । ବୋଲଇ କୃଷ୍ଣମୁଖ ଚାହିଁ । ।୧୫୪
ତୁ ପରା ଥିଲୁ ନନ୍ଦଘରେ । ରୋହିଣୀସୁତ ସଙ୍ଗତରେ । ।୧୫୫
ତୁମ୍ଭେ ଯେ ରାମବନମାଳୀ । ବୋଲଅ ବାହୁଯୁଦ୍ଧେ ବଳୀ । ।୧୫୬
ରାଜା ତୁମ୍ଭର କଥା ଶୁଣି । ଯୁଦ୍ଧର ପାଇଁ ଅଛି ଆଣି । ।୧୫୭
ଦେଖିବେ ଯୁଦ୍ଧକଉତୁକ । ରାଜାଏ ଅଛନ୍ତି ଅନେକ । ।୧୫୮
ପ୍ରଜାଏ ରାଜାଙ୍କୁ ମନାଇଁ । ଭୋଗ କରନ୍ତି ସୁଖେ ମହୀ । ।୧୫୯
ରାଜାର ସମୀପେ ବସନ୍ତି । ଧନ୍ୟ ଇହଲୋକେ ବୋଲାନ୍ତି । ।୧୬୦
ରାଜାର ନୁହଁନ୍ତି ଯେ ପ୍ରିୟ । ତାହାଙ୍କ ସୁଖ କାହିଁ କହ । ।୧୬୧
ତୁମ୍ଭେ ଯେ ଗୋପାଳଙ୍କ ମେଳେ । ଗୋରୁ ଚରାଅ ନଦୀକୂଳେ । ।୧୬୨
ଦେହରେ ଘଷି ରଙ୍ଗମାଟି । ଲଲାଟେ ଗୁଞ୍ଜରାର ପାଟି । ।୧୬୩
ଏକ ଆରକେ ବାହୁବଳେ । ମାଲ ବିନ୍ଧାଣ କୁତୂହଳେ । ।୧୬୪
ବାଳକ କାଳୁଁ ସାଧୁଅଛ । ଏବେ ତ ପ୍ରତ୍ୟକ୍ଷ ଦିଶୁଛ । ।୧୬୫
ତେଣୁ ତୁମ୍ଭର ସଙ୍ଗେ ଆମ୍ଭେ । ବିନ୍ଧାଣ କରିବା ଆରମ୍ଭେ । ।୧୬୬
ଯେତେ ଅଛନ୍ତି ରାଜାଗଣେ । ଗ୍ରାମ ପାଟଣା ପୁରଜନେ । ।୧୬୭
ସକଳେ ହୋଇବେ ପ୍ରସନ୍ନ । ତୋଷିବା କଂସରାଜା ମନ । ।୧୬୮
ମାଲଙ୍କ ଟାଣକଥା ଶୁଣି । କହନ୍ତି ପ୍ରଭୁ ଚକ୍ରପାଣି । ।୧୬୯
ଉଚିତବାଣୀ ଦେଶକାଳ । କହନ୍ତି ମଦନଗୋପାଳ । ।୧୭୦
ଯୁଦ୍ଧ ହିଁ ଇଚ୍ଛା ଆପଣାର । କହନ୍ତି ମନୁଷ୍ୟବେଭାର । ।୧୭୧
ଶୁଣ ଚାଣୁର ବୀରମଣି । ଉଚିତ ପ୍ରସ୍ତାବ ତୋ' ବାଣୀ । ।୧୭୨
ସ୍ୱଭାବେ ଆମ୍ଭେ ବନଲୋକ । ନ ଜାଣୁ ଯୁଦ୍ଧ କଉତୁକ । ।୧୭୩
ଧନ ଗୋରସ ଦେଇ ଖଟୁ । ରାଜା ଭଣଜା ଆମ୍ଭେ ଅଟୁ । ।୧୭୪
ଅଳପେ କରଇ ସଦୟ । ଆମ୍ଭ ମଉଳା କଂସରାୟ । ।୧୭୫
ବାଳୁତ ପୁଅଙ୍କର ମେଳେ । ଖେଳୁ କାନନ ନଦୀକୂଳେ । ।୧୭୬
ନାନା ଭିଆଣେ ଖେଳ ଖେଳି । ବନସ୍ତେ ଚରାଉଁ ବାଛୁରୀ । ।୧୭୭
ପୁଅଙ୍କ ଖେଳର ଉଚିତ । ଆମ୍ଭର ଯୁଦ୍ଧ ସେହିମତ । ।୧୭୮
ଏ ତ ନୁହଁଇ ଖେଳମୟେ । ତୁମ୍ଭେ ଯେ ପର୍ବତପରାୟେ । ।୧୭୯
ତୁମ୍ଭର ପ୍ରାୟ ଯେବେ ହୋଇ । ତେବେ ସେ ସଂଗ୍ରାମ ଯୋଗାଇ । ।୧୮୦
ବାଳକ ଆମ୍ଭେ ବାଳମେଳେ । ଯୁଝିବୁ ରଙ୍ଗ-କୁତୂହଳେ । ।୧୮୧
ତୁମ୍ଭର ତୁଲେ ଯୁଦ୍ଧ କାହିଁ । ଏ କଥା ଉଚିତ ନୁହଁଇ । ।୧୮୨
ଅଧର୍ମ ହୋଇବଟି ଭଲେ । ତୁମ୍ଭେ ଯୁଝିଲେ ଆମ୍ଭ ତୁଲେ । ।୧୮୩
ସଭାକୁ ହୋଇବ ଧିକ୍କାର । ତା ଶୁଣି ହସଇ ଚାଣୂର । ।୧୮୪
ବୋଲଇ ପରୁଷ ବଚନ । କରାଇ କଂସ ସାବଧାନ । ।୧୮୫
ତୁମ୍ଭେ ଯେ ବାଳକ ବୋଲାଅ । କହିଲେ ଲଜ୍ଜା ହିଁ ନ ପାଅ । ।୧୮୬
ବାଳକୁମର ନୁହଁ ଯୁବା । ତୁମ୍ଭର ମହିମା କହିବା । ।୧୮୭
ଏଯେ ତୋହର ଜ୍ୟେଷ୍ଠ ରାମ । ବଳେ ତ ନାହିଁ ସରିସମ । ।୧୮୮
ସହସ୍ରେ ମତ୍ତଗଜ ଦେହା । ବଳ ବହଇ କୁବଳୟା । ।୧୮୯
ତାହାକୁ ଲୀଳାଏ ମାଇଲ । ଇଷିତେ ଦନ୍ତ ଉପାଡ଼ିଲ । ।୧୯୦
ରଜକ ମାରି ବାମକରେ । ଧନୁ ଭାଙ୍ଗିଲ ବଳାକ୍ରାରେ । ।୧୯୧
ତୁମ୍ଭ ମହିମା ସର୍ବଜନେ । ଭଲେ ଜାଣନ୍ତି ତ୍ରିଭୁବନେ । ।୧୯୨
ଏମନ୍ତ ନ କହନା ଆର । ମୁଷ୍ଟିକ ବୋଲେ ଧରଧର । ।୧୯୩
ଅଧର କାମୁଡ଼ି ଚାଣୂର । ବୋଇଲା ରାମକୁ ତୁ ଧର । ।୧୯୪
କୃଷ୍ଣର ତୁଲେ ଯୁଦ୍ଧ ମୋର । ଏ ଯେ ବୋଲାଇ ବଳୀୟାର । ।୧୯୫
ମୁଷ୍ଟିକ ରାମ ଆଗେ ରହି । କୋପେ ଅଧର କାମୋଡ଼ଇ । ।୧୯୬
କହଇ ଦାସ ଜଗନ୍ନାଥ । ଚାଣୂର ଧରି ଗୋପୀନାଥ । ।୧୯୭
ମୁଷ୍ଟିକ ରାମଙ୍କୁ ଧଇଲା । ସେଠାରେ ମନ ମୋ' ରହିଲା । ।୧୯୮
ଦେଖ ହୋ ଗୋବିନ୍ଦର ରଣ । ସୁଜନେ ପଶିବା ଶରଣ । ।୧୯୯
ବାଳକ ସଙ୍ଗେ ଯୁଦ୍ଧ କରି । ଦେଖନ୍ତି ପୁରନରନାରୀ । ।୨୦୦
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ କୁବଳୟାପୀଡ଼ବଧୋ ନାମ ଷଟ୍‌ଚତ୍ୱାରିଂଶେଽଧ୍ୟାୟଃ । ।

ସପ୍ତଚତ୍ୱାରିଂଶ ଅଧ୍ୟାୟସମ୍ପାଦନ କରନ୍ତୁ

ଶୁକ ଉବାଚ

ଶୁଣ ରାଜନ ବୀରରସ । କଂସ ଯେ ହୋଇଲା ହରଷ । ।୧
ରାମ ମୁଷ୍ଟିକ ଧରାଧରି । ଚାଣୂର ସଙ୍ଗେ ନରହରି । ।୨
ହସ୍ତଚରଣ ଛନ୍ଦାଛନ୍ଦି । ଗଜକୁ ଯେହ୍ନେ ଗଜବାନ୍ଧି । ।୩
ଏକ ଆରକେ ବଳୀୟାର । ମୁଷ୍ଟିକି ମୁଷ୍ଟି ପଡ଼ିତାଳ । ।୪
ଦେହୁ ଗଳଇ ଶ୍ରମଝାଳ । କେ ପଡ଼େ ଉପରେ କେ ତଳ । ।୫
ଜାନୁରେ ଜାନୁ ପରିବନ୍ଧ । କୋପେ କରନ୍ତି ବୀରନାଦ । ।୬
ମୁଣ୍ତŠକୁ ମୁŠଣ୍ତ ମରାମରି । ହୃଦରେ ହୃଦ ଭିଡ଼ାଭିଡ଼ି । ।୭
ଧରି ଘୂରାଇ ପୁଣି ଛାଡ଼ି । ପୁଣି ବସନ୍ତି ବେଗେ ମାଡ଼ି । ।୮
ପୁଣି ଛାଡ଼ିଣ ପଛଘୂଞ୍ଚି । ଧରନ୍ତି ବେଗେ ବଳ ଆଞ୍ଚି । ।୯
ଏକ ଆରକେ ଧରି ବେଗେ । ଗର୍ଜି ପଡ଼ନ୍ତି ଭୂମିଭାଗେ । ।୧୦
ପେଲି ପକାଇ ପୁଣି ଉଠି । ହୃଦେ ତାଡ଼ନ୍ତି ବଜ୍ରମୁଷ୍ଟି । ।୧୧
ପୁଣି ଧରନ୍ତି ତଳେ ମାଡ଼ି । ମୁŠଣ୍ତକୁ ମୁଣ୍ତŠ କୋଡ଼ାକୋଡ଼ି । ।୧୨
ରୁଧିର ବହେ ତାଳୁ ଫାଟି । ଦେହକୁ ଦେହ ପିଟାପିଟି । ।୧୩
ପର୍ବତ ପ୍ରାୟ ବେନି ମାଲେ । ଯୁଝନ୍ତି ରାମକୃଷ୍ଣ ତୁଲେ । ।୧୪
ଦେଖି ବୋଲନ୍ତି ନରନାରୀ । ଅନ୍ୟାୟ କଲା ଦଣ୍ତŠଧାରୀ । ।୧୫
ବାଳକ ରାମକୃଷ୍ଣ ଦୁଇ । ମାଲଙ୍କ ସଙ୍ଗତେ ଯୁଝାଇ । ।୧୬
କେମନ୍ତେ ଦେଖୁଅଛି ଏହା । ହୃଦ୍‌ରେ ନ ବସଇ ଦୟା । ।୧୭
ମରାଇ ବାଳୁତ ପୁଅଙ୍କୁ । ଧର୍ମ କି ସହିବ ଏହାକୁ । ।୧୮
ସଭାରେ ବସି ବଡ଼ଲୋକେ । ଅଧର୍ମ କରୁଛନ୍ତି ଥୋକେ । ।୧୯
ସକଳେ କଂସ-ପ୍ରିୟକାରୀ । ଧର୍ମ ଅଧର୍ମ ନ ବିଚାରି । ।୨୦
ଯୁଦ୍ଧେ କେ ଅବା ବଳୀୟାର । ଏହା ନ କରନ୍ତି ବିଚାର । ।୨୧
ପର୍ବତପ୍ରାୟ ବେନିମାଲ । ବଜ୍ର-ଶରୀର ଏହାଙ୍କର । ।୨୨
ବାଳକ ପୁଅଙ୍କୁ ଅନାଅ । ଅତି ହିଁ ସୁକୁମାର ଦେହ । ।୨୩
ଏହା ସଭାରେ ଧର୍ମ ନାହିଁ । ଏଠାରେ ଥିବା ନ ଯୋଗାଇ । ।୨୪
ମୁନିଏ କହିଛନ୍ତି ପୂର୍ବେ । ବେଦ ପୁରାଣର ପ୍ରସ୍ତାବେ । ।୨୫
ଅଧର୍ମ-କୁଟସଭା ଯହିଁ । ପଣ୍ତିତେ ନ ବସିବେ ତହିଁ । ।୨୬
ସଭାର ଦୋଷ ଯେ ଜାଣନ୍ତି । ବିଚାରି ପ୍ରବେଶ ନୁହଁନ୍ତି । ।୨୭
ଜାଣିଣ ଯେହୁ ପକ୍ଷ କହି । ନରକେ ପଡ଼ନ୍ତି ସେ ଯାଇ । ।୨୮
ଏମନ୍ତ ରାମକୃଷ୍ଣ ତୁଲେ । ସମର କରୁଛନ୍ତି ମାଲେ । ।୨୯
ଏକ ଆରକେ ଛିଦ୍ର ଟାକି । ନିଶ୍ଚଳ କରୁଛନ୍ତି ଆଖି । ।୩୦
ରାମଗୋବିନ୍ଦେ ଲୋକେ ଚାହିଁ । କହନ୍ତି ଅଙ୍ଗୁଳି ଦେଖାଇ । ।୩୧
ଦେଖ ଏ କୃଷ୍ଣର ବଦନ । ଗଳୁଛି ଝାଳକଣା ମାନ । ।୩୨
ଫୁଟିଲା ପଦ୍ମକୋଷ କିସେ । ଜଳ ସିଞ୍ଚିଲା ପ୍ରାୟ ଦିଶେ । ।୩୪
ଦେଖ ଏ ରାମର ବଦନ । ତମ୍ବାର ପ୍ରାୟେକ ଲୋଚନ । ।୩୫
ଏ ବେନି ଲୋଚନ ବଦନ । ଅଳପହାସେ ଶୋଭାବନ । ।୩୬
ଧନ୍ୟ ସେ ବ୍ରଜଭୂମି ଦେଶ । ପୁଣ୍ୟ ସେ କଲା ଗୋ ଅଶେଷ । ।୩୭
ମାୟା ମନୁଷ୍ୟ ରୂପ ଧରି । ଯହିଁ ବୁଲନ୍ତି ରାମହରି । ।୩୮
ଚିତ୍ର-ବିଚିତ୍ର ବନମାଳେ । ଗୋପାଳ ପୁଅଙ୍କର ମେଳେ । ।୩୯
ଗାଈ ଚରାଇ ବେଣୁସ୍ୱନେ । ପାଦେ ବୁଲନ୍ତି ବନେ ବନେ । ।୪୦
ଧ୍ୱଜ ଅଙ୍କୁଶ ଚିହ୍ନ ପାଦେ । ଶଙ୍କର ପୂଜନ୍ତି ଆନନ୍ଦେ । ।୪୧
ନନ୍ଦର ବ୍ରଜେ ଗୋପନାରୀ । ଅନେକ ଛନ୍ତି ତପକରି । ।୪୨
ଅପୂର୍ବ ରୂପ ଏହାଙ୍କର । ଦେଖି ତେଜିଲେ ଘରଦ୍ୱାର । ।୪୩
ପିବନ୍ତି ଚକ୍ଷୁଦ୍ୱାରେ ରୂପ । ଅଜ୍ଞାନୀଜନେ କରେ ତାପ । ।୪୪
ଦୋହନେ ମନ୍ଥନେ ରନ୍ଧନେ । ଲେପନେ ଦୋଳା ଅବଧାନେ । ।୪୫
ଅଗଣା ପିŠଣ୍ତା ଛେରା ଦେଇ । ଯେତେ ବ୍ୟାପାର ଗୃହେ ଥାଇ । ।୪୬
ଏହାଙ୍କ ନାମ ଗାଇ ତୁଣ୍ତେ । ଗୋପୀଏ ହାଟ ରାଜଦାଣ୍ତେŠ । ।୪୭
ଏହାଙ୍କ ପାଦେ ଚିତ୍ତ ଦେଇ । ସୁସ୍ୱର କଣ୍ଠେ ଗୀତ ଗାଈ । ।୪୮
ଧନ୍ୟ ତାହାଙ୍କର ଜୀବନ । କୃଷ୍ଣହୁଁ ନ ଜାଣନ୍ତି ଆନ । ।୪୯
ଗୋରୁ ଚରାଇ ବୃନ୍ଦାବନେ । ଏ ଯେ ଆସନ୍ତି ରାତ୍ରମାନେ । ।୫୦
ଯିବାର ବେଳେ ବେଣୁଗୀତ । ଶୁଣି ହୁଅନ୍ତି ମୂରୁଛିତ । ।୫୧
ଘରୁ ବାହାର ହୋଇ ଦେଖି । ନିର୍ମଳ କରୁଥା'ନ୍ତି ଆଖି । ।୫୨
ଏମନ୍ତ ବୋଲୁଁ ବୋଲୁଁ ଜନେ । କୋପ ବସିଲା କୃଷ୍ଣମନେ । ।୫୩
ମଞ୍ଚାରେ ବସି ତାତମାତ । ତାଡ଼ନ୍ତି ନିଜ ଶିରେ ହସ୍ତ । ।୫୪
ଦଇବ କରିଅଛି ଏହା । ଆମ୍ଭରେ ନାହିଁ ତା'ର ଦୟା । ।୫୫
ନନ୍ଦର ଘରେ ଲୁଚାଇଲୁ । ଏବେ କଂସର ମୁଖେ ଦେଲୁ । ।୫୬
ବିଧାତା ଦେଉଛି କଷଣ । ଦେଖିବୁ ପୁତ୍ରଙ୍କ ମରଣ । ।୫୭
ଦେବକୀ ପୁତ୍ରମୁଖ ଚାହିଁ । ବେନିନୟନୁ ଅଶ୍ରୁବହି । ।୫୮
ବୁଡ଼ିଲା ମହାଶୋକଜଳେ । ଧରିଛି ବସୁଦେବ କୋଳେ । ।୫୯
ମନୁଷ୍ୟ ମଣି କଲେ ଭ୍ରାନ୍ତି । ପୁତ୍ରଙ୍କ ବଳ ନ ଜାଣନ୍ତି । ।୬୦
ମାଲଙ୍କ ତୁଲେ ବେନିବାଳେ । ଯୁଦ୍ଧ କରନ୍ତି କୁତୂହଳେ । ।୬୧
କୃଷ୍ଣର ମୁଷ୍ଟିବଜ୍ରପ୍ରାୟ । କମ୍ପଇ ଚାଣୂରର କାୟ । ।୬୨
ମୂର୍ଚ୍ଛିତ ହୋଇ ମହାବଳୀ । ମୁଖରୁ ରୁଧିର ନିକିଲି । ।୬୩
ପୁଣି ଉଠିଲା ଜ୍ଞାନ ପାଇ । ଧାଇଁଲା ମୁଥେକ ଉଞ୍ଚାଇ । ।୬୪
କୃଷ୍ଣର ହୃଦରେ ପ୍ରହାରି । ଗର୍ଜଇ ବାହାନାଦ କରି । ।୬୫
ଚାଣୂର ମୁଷ୍ଟି ପଡ଼ି ହୃଦେ । ଗୋବିନ୍ଦ ନ ଘୁଞ୍ଚିଲେ ପାଦେ । ।୬୬
ଫୁଲମŠଣ୍ତାଏ କରେ ଧରି । ଗଜ ଶରୀରେ ଯେହ୍ନେ ମାରି । ।୬୭
ଚାଣୂର କର କୃଷ୍ଣ ଧରି । ବୁଲାଇ ଅନ୍ତରାଳ କରି । ।୬୮
ଭୂମିରେ ପାଡ଼ିଲେ ତକ୍ଷଣ । ଚାଣୂର ଛାଡ଼ିଲା ଜୀବନ । ।୬୯
ଇନ୍ଦ୍ରଧ୍ୱଜର ପ୍ରାୟେ ପଡ଼ି । ଗୋବିନ୍ଦ କଲେ ସିଂହରଡ଼ି । ।୭୦
ଉଠିଲେ ଚାଣୂର ଉପରେ । ଅଳପ କେଶ ଧରି କରେ । ।୭୧
କୃଷ୍ଣଙ୍କୁ ଚାହିଁ ବଳରାମ । ଦେହେ ବସିଲା ଗରୁତମ । ।୭୨
ବଜ୍ରମୁଷ୍ଟିଏ ପ୍ରହାରିଲେ । ମୁଷ୍ଟିକ ମୁଣ୍ତŠ ଚୂର କଲେ । ।୭୩
ମୁଖରୁ ରୁଧିର ଗଳଇ । ପଡ଼ିଲା ମୃତପିŠଣ୍ତ ହୋଇ । ।୭୪
ପବନଘାତେ ମହାବୃକ୍ଷ । ଯେସନେ ପଡ଼ଇ ପ୍ରତ୍ୟକ୍ଷ । ।୭୫
ମାଲେକ କୂଟ ନାମେ ଥିଲା । ରାମର ନିକଟେ ମିଳିଲା । ।୭୬
ବାମମୁଷ୍ଟିରେ ମୁŠଣ୍ତ ଚୂର । ପଡ଼ିଲା କରି ନାଦଘୋର । ।୭୭
ଶଲ ତୋଶଳ ମାଲ ଦୁଇ । ମିଳିଲେ କୃଷ୍ଣପାଶେ ଯାଇ । ।୭୮
ପାଦ ପ୍ରହାରନ୍ତେ ମୁରାରି । ମାଲେ ପଡ଼ିଲେ ନାଦ କରି । ।୭୯
ଆଉ ଯେତେକ ମାଲେ ଥିଲେ । ରଣ ଉପେକ୍ଷି ପଳାଇଲେ । ।୮୦
ମାଲେ ପଳାନ୍ତେ ବେନିଭାଇ । ଡ଼ାକନ୍ତି ପଳାଅ କିପାଁଇଁ । ।୮୧
ଗୋପକୁମରେ ଥିଲେ ସଙ୍ଗେ । ମିଳିଲେ ରାମକୃଷ୍ଣ ଆଗେ । ।୮୨
ମାଲ ବିନ୍ଧାଣ ଗରୁତର । ଭୂମି କମ୍ପଇ ଥରହର । ।୮୩
କୃଷ୍ଣର ମାଲଯୁଦ୍ଧ ଦେଖି । ଅସୁରେ ଚାହାଁନ୍ତି ନିରେଖି । ।୮୪
କୃତାନ୍ତ ପ୍ରାୟ ରୂପ ଦେଖି । ଡ଼ରେ ବୁଜିଲେ ବେନିଆଖି । ।୮୫
କମ୍ପଇ କଂସର ଶରୀର । ଦେଖି ହରଷ ସୁରନର । ।୮୬
ବୋଲନ୍ତି କୃଷ୍ଣ ସାଧୁ ସାଧୁ । ତରିଲେ ମାଲଙ୍କ ପ୍ରମାଦୁ । ।୮୭
ନୂପୁର କୃଷ୍ଣଙ୍କ ଚରଣ । ଚାଲନ୍ତେ ବାଜେ ରୁଣଝୁଣ । ।୮୮
ଶୁଭଇ ବୀରତୂର ଧ୍ୱନି । ସ୍ତୁତି କରନ୍ତି ସୁରମୁନି । ।୮୯
ପଡ଼ି ଅଛନ୍ତି ପଞ୍ଚମାଲେ । ସକଳେ ଭୟେ ପଳାଇଲେ । ।୯୦
ଦେଖିଣ ଉଗ୍ରସେନବଳା । ବାଦ୍ୟଶବଦ ରୁହାଇଲା । ।୯୧
କୋପେ ବୋଲଇ ଶିର ଝୁଣି । କରେ ଖଡଗ ଅଛି ଘେନି । ।୯୨
ଭୃତ୍ୟଙ୍କୁ ବୋଲଇ ବଚନ । ମାରରେ ଗୋପପୁର ଜନ । ।୯୩
ବସୁଦେବର ପୁତ୍ର ଦୁଇ । ରାଜ୍ୟ ବାହାରେ ଛାଡ଼ ନେଇ । ।୯୪
ନନ୍ଦସମ୍ପଦ ଗୋପପୁର । ବହନ କର ଯାଇ ଜୂର । ।୯୫
ନନ୍ଦ-ବସୁଦେବକୁ ନିଅ । ଶିର ଛେଦିଣ ଶୂଳି ଦିଅ । ।୯୬
ଦେବକୀ ଉଗ୍ରେସେନ ମୂଳେ । ଚାରିହେଁ ବସିଥିବେ ଶୂଳେ । ।୯୭
ରାମକୃଷ୍ଣଙ୍କୁ ଧରି ନିଅ । ତାହାଙ୍କ ମରଣ ଦେଖାଅ । ।୯୮
ଶିର ଛେଦିବ ଏହାଙ୍କର । ତେବେ ସେ ଶତ୍ରୁଯିବେ ମୋର । ।୯୯
ଯେତେ ଗୋପାଳପୁଅ ସଙ୍ଗେ । ହାଣି ପକାଅ ନେଇ ବେଗେ । ।୧୦୦
ଏମନ୍ତ କଂସମୁଖୁଁ ଶୁଣି । କୋପେ ଚାହିଁଲେ ଚକ୍ରପାଣି । ।୧୦୧
ବୋଇଲେ ପ୍ରଳାପ ଉତ୍ତର । କେତେରେ କହୁଛୁ ଅସୁର । ।୧୦୨
ଏଥି ସଙ୍ଗତେ ତୋ'ର ମୃତ୍ୟୁ । ଯାହା କହିଛି କୁଶକେତୁ । ।୧୦୩
ମରଣକାଳେ ପ୍ରାଣୀଙ୍କର । ଯେସନ ପ୍ରଳାପ ଉତ୍ତର । ।୧୦୪
ଜୀବନ ଯିବାର ନିକଟ । କିପାଁ ତୁ ହେଉ ଛଟପଟ । ।୧୦୫
ଯେତେ ଦିନକୁ ଥିଲା ଯୋଗ । ଅମୂଲ୍ୟରତ୍ନ କଲୁ ଭୋଗ । ।୧୦୬
ଈଶ୍ୱରେ ନିନ୍ଦିଲୁ ପାପିଷ୍ଠ । ତହିଁର ଫଳେ ମୃତ୍ୟୁକଷ୍ଟ । ।୧୦୭
କଂସର ମର୍ମକଥାମାନ । କହି ଚଳିଲେ ଭଗବାନ । ।୧୦୮
କଂସର ମଞ୍ଚାରେ ଉଠିଲେ । ସ୍ୱର୍ଗେ ଦେବତାଗଣ ଥିଲେ । ।୧୦୯
ଦେଖି କରନ୍ତି ଜୟ ଜୟ । ଅବନୀ ହୋଇଲା ନିର୍ଭୟ । ।୧୧୦
କୃଷ୍ଣଙ୍କୁ ଦେଖି କଂସ ଉଠି । ଖଡ଼ଗେ କଲାଦୃଢ଼ମୁଷ୍ଟି । ।୧୧୧
ଉଞ୍ଚାଇ ଗୋବିନ୍ଦ ଉପରେ । ଡ଼େଇଁ ପଡ଼ନ୍ତେ ରୋଷଭରେ । ।୧୧୨
ଛଞ୍ଚାଣ ପ୍ରାୟେ ଧାତିକାରେ । କେଶ ଧଇଲେ କୃଷ୍ଣ କରେ । ।୧୧୩
ଅସୁର ନ ପାରିଲା ଚଳି । କୃଷ୍ଣଙ୍କୁ ଚାହିଁଲା ନିରୋଳି । ।୧୧୪
ଚକ୍ଷୁର ବାଟେ ପ୍ରାଣ ଗଲା । କୃଷ୍ଣର ଶରୀରେ ପଶିଲା । ।୧୧୫
ନାଗ ଆବୋରି ଖଗପତି । ତେସନ ଗୋବିନ୍ଦର ଗତି । ।୧୧୬
ରତ୍ନମୁକୁଟ କଂସ ଶିରେ । କୃଷ୍ଣେ ଝିଙ୍କିଲେ ରୋଷଭରେ । ।୧୧୭
କଂସକୁ ଧରି ବାମକରେ । ଗୋବିନ୍ଦ ମଞ୍ଚାର ଉପରେ । ।୧୧୮
ଜଗତସ୍ୱାମୀ ଯୋଗବଳେ । ପଡ଼ିଲେ ରଙ୍ଗସଭାତଳେ । ।୧୧୯
କଂସ ଉପରେ ଦାମୋଦର । ଅବନୀ ଦିଶିଲା ସୁନ୍ଦର । ।୧୨୦
ଯେତେ ଅସୁରରାଜା ଥିଲେ । କୃଷ୍ଣଙ୍କୁ ଦେଖି ପଳାଇଲେ । ।୧୨୧
ସମସ୍ତ ଲୋକେ ଛନ୍ତି ଚାହିଁ । ବିକ୍ରମସିଂହ ପ୍ରାୟ ହାଇ । ।୧୨୨
କଂସର କେଶ ଧରି କରେ । କୃଷ୍ଣ ଝିଙ୍କିଲେ ରୋଷଭରେ । ।୧୨୩
ରଙ୍ଗସଭାର ତଳେ ଥାଇ । ମୃତପିŠଣ୍ତକୁ ଘୋଷଡ଼ାଇ । ।୧୨୪
ଉତ୍ତାନ କରି ପକାଇଲେ । ଗୋପବାଳକେ ଡ଼େଇଁଗଲେ । ।୧୨୫
ଲୋକେ କରନ୍ତି ହାହାକାର । କେ ବୋଲେ ପଡ଼ିଲା ଅସୁର । ।୧୨୬
ଦେଖି ସାନନ୍ଦ ପୁରଜନ । ମଥୁରା ନାରୀଙ୍କର ମନ । ।୧୨୭
ଆକାଶୁ କୁସୁମ ବରଷି । ନିର୍ମଳ ଦଶଦିଗ ଦିଶି । ।୧୨୮
ପବନ ବହଇ ଶୀତଳ । ନିଶ୍ଚଳେ ଜଳଇ ଅନଳ । ।୧୨୯
ଆକାଶ ଦିଶିଲା ନିର୍ମଳ । ଖŠଣ୍ତିଲା ଅବନୀର ଭାର । ।୧୩୦
ଜୟଶବଦ ଶୂନ୍ୟେ ପୂରି । ନୃତ୍ୟ କରନ୍ତି ଅପସରୀ । ।୧୩୧
ଗୀତବିନୋଦେ ବିଦ୍ୟାଧର । ଦୁନ୍ଦୁଭି ବାଜଇ ସୁସ୍ୱର । ।୧୩୨
ଦଇବେ କଂସ ଅବିରତେ । କୃଷ୍ଣଙ୍କୁ ଭୟ କରି ଚିତ୍ତେ । ।୧୩୩
ଜଳ ପିବନ୍ତେ କମ୍ପେ ଦେହୀ । ଭୋଜନ କରନ୍ତେ ଡ଼ରଇ । ।୧୩୪
ଭୟେ ନ ସ୍ଫୁରଇ ବଚନ । ନିଦ୍ରା ନ ମାଡ଼ଇ ନୟନ । ।୧୩୫
ଯାହାକୁ ଡ଼ରୁଥାଇ ନିତ୍ୟେ । ପ୍ରତ୍ୟକ୍ଷ ଦେଖିଲା ଅଗ୍ରତେ । ।୧୩୬
ଦେହେ ପଶିଲା କଂସରାୟ । ଖŠଣ୍ତିଲା ଜନ୍ମମୃତ୍ୟୁ ଭୟ । ।୧୩୭
ନିର୍ମଳ ଯୋଗୀଙ୍କି ଦୁର୍ଲ୍ଲଭ । କଂସକୁ ହୋଇଲା ସୁଲଭ । ।୧୩୭
କଂସର ଅଷ୍ଟଭ୍ରାତ ଥିଲେ । ମିଳିଲେ ରାମକୃଷ୍ଣ ତୁଲେ । ।୧୩୮
କଙ୍କ ନ୍ୟଗ୍ରୋଧ ଆଦିକରି । ଧାଇଁଲେ ଖଡ଼ଗ ଉଭାରି । ।୧୩୯
ଭାଇ ମରଣେ କ୍ରୋଧ ପାଇ । ବେଢ଼ିଲେ ଗୋବିନ୍ଦଙ୍କୁ ଯାଇ । ।୧୪୦
ଜଗତିଦ୍ୱାର ରୁନ୍ଧି ବୀରେ । କୁନ୍ତ ଶାବେଳୀ ଭାଲା କରେ । ।୧୪୧
ଆଚ୍ଛାଦି କଲେ ମହାରଣ । ପଡ଼ିଲା କୋଟିବଜ୍ର ବାଣ । ।୧୪୨
ଦିବସ ହୋଇଲା ଅନ୍ଧାର । ବିଚିତ୍ର ଗତି କରବାଳ । ।୧୪୩
ଦେଖି ଧାଇଁଲେ ହଳଧର । ବୁଲାଇ ଲୌହର ମୂଷଳ । ।୧୪୪
ସିଂହ ଯେସନେ ଗଜଯୂଥେ । ପିଟନ୍ତି ଅତି ବଳବନ୍ତେ । ।୧୪୫
ଶସ୍ତ୍ରକୁ ଶସ୍ତ୍ର ପଡ଼ିତାଳ । ନ ପାରି ଘୁଞ୍ଚିଲେ ସକଳ । ।୧୪୬
ରାମର ବଜ୍ରଦଣ୍ତŠ ଘାୟେ । ପଡ଼ିଲେ ଇନ୍ଦୁମତୀ ପୋଏ । ।୧୪୭
ଗତ ଜୀବନ ଅଷ୍ଟବୀର । ମୁଖରୁ ଗଳଇ ରୁଧିର । ।୧୪୮
ଦେଖି ସାନନ୍ଦ ଦେବଗଣ । ବଳଦେବଙ୍କ ବୀରପଣ । ।୧୪୯
ପୁଷ୍ପବରଷି ସ୍ତୁତି କରି । ଜୟଶବଦେ ଅପସରୀ । ।୧୫୦
କଂସର ଅଷ୍ଟ୍ରଭ୍ରାତା ମୂଳେ । ଯେତେ କାମିନୀ ପୁରେ ଥିଲେ । ।୧୫୧
ବାହାର ହୋଇଲେ ବିକଳେ । କାନ୍ଦନ୍ତି ସ୍ୱାମୀ ଧରି କୋଳେ । ।୧୫୨
ମୁଣ୍ତେ ହୃଦୟେ କରତାଡ଼ି । ଗଡ଼ନ୍ତି ମହୀତଳେ ପଡ଼ି । ।୧୫୩
ଭୋ ନାଥ ପ୍ରିୟ ମହୀପତି । ଅନାଥ ହୋଇଲୁ ଯୁବତୀ । ।୧୫୪
ଭୋ ନାଥ ମରଣେ ତୋହର । ମଥୁରା ନ ଦିଶେ ସୁନ୍ଦର । ।୧୫୫
ତୋର ବିଯୋଗେ ମଧୁପୁରୀ । ଏବେ ଦିଶିଲା ହତଶିରୀ । ।୧୫୬
ତୁ ନାଥ ପ୍ରାଣୀଙ୍କର ତୁଲେ । ଦ୍ରୋହ ଚିନ୍ତିଲୁ ସର୍ବକାଳେ । ।୧୫୭
ଅସୁରବୁଦ୍ଧି ତୋ'ର ମନ୍ଦ । ସାଧୁଙ୍କ ତୁଲେ କଲୁ ବାଦ । ।୧୫୮
ଧର୍ମକୁ ନିଶ୍ଚୟ ଛାଡ଼ିଲୁ । ଭଣଜା ହସ୍ତେ ପ୍ରାଣ ଦେଲୁ । ।୧୫୯
ପ୍ରାଣୀଙ୍କ ହୃଦୟେ ଅନନ୍ତ । ଜଗତ ଯା'ର ଗର୍ଭଗତ । ।୧୬୦
ବ୍ରହ୍ମାŠଣ୍ତଠାକୁର ଶ୍ରୀହରି । ତାହାର ହୋଇଲୁ ବଇରୀ । ।୧୬୧
ତାହାର ସଙ୍ଗେ ବାଦ କଲୁ । ଅକାଳେ ପ୍ରାଣ ହରାଇଲୁ । ।୧୬୨
ସୃଷ୍ଟି ପାଳନ ଯା'ର ବାନା । ଭକତଜନ ବଜ୍ରସେହ୍ନା । ।୧୬୩
ସଂସାରେ ଧର୍ମରୂପ ହୋଇ । ଭାବ ଅଭାବ ସେ ଘେନଇ । ।୧୬୪
ତା'ର ମହିମା ତୁ ନ ଜାଣି । ଦ୍ରୋହ ଚିନ୍ତିଲୁ ଚକ୍ରପାଣି । ।୧୬୫
ମରିବା ଉଚିତ ତୋହର । ଅନାଥ କଲୁ ମଧୁପୁର । ।୧୬୬
କହନ୍ତି ବ୍ୟାସଙ୍କ ନନ୍ଦନ । ଗୋବିନ୍ଦ ଶୁଣିଲେ ରୋଦନ । ।୧୬୭
ଛାଡ଼ିଲେ କଂସେ କୋପମନ । ଦୟାସାଗର ଭଗବାନ । ।୧୬୮
ରାଜକାମିନୀ ମଧ୍ୟେ ଯାଇ । ବିଜୟ ବ୍ରହ୍ମାŠଣ୍ତ ଗୋସାଇଁ । ।୧୬୯
ଲୋକବେଭାରେ ନରହରି । ଲୋଚନୁ ବହେ ଅଶ୍ରୁବାରି । ।୧୭୦
କାନ୍ଦନ୍ତି ମାଇଁଙ୍କର ମେଳେ । ଗୋବିନ୍ଦ ମାୟା ଯୋଗ ବଳେ । ।୧୭୧
ବୋଲନ୍ତି ମୋର କର୍ମ ମନ୍ଦ । ଦଇବ କରିଅଛି ଛନ୍ଦ । ।୧୭୨
ମୋହର କର୍ମେ ଭଲ ନାହିଁ । କଷ୍ଟ ମୁଁ ଯେତେ ପାଇଛଇଁ । ।୧୭୩
ଜାତ ହୋଇଲି ବନ୍ଦୀଘରେ । ପିତା ମୋ'ଘେନି ଗଲେ ଡ଼ରେ । ।୧୭୪
ଲୁଚାଇ ନନ୍ଦର ମନ୍ଦିରେ । ସୋଦର ମଉଳାର ଡ଼ରେ । ।୧୭୫
ଗଉଡ଼ ପଣେ ଦିନ ନେଇ । ମୋହର କୁଳ ମୂଳ ନାହିଁ । ।୧୭୬
ସେବକ ପ୍ରାୟେ ନନ୍ଦ ଘରେ । ଗୋରୁ ଚରାଏ ବନଘୋରେ । ।୧୭୭
ଦିବସେ ନ ରହଇ ଘରେ । ଅନ୍ନପୁଡ଼ାଏ ଘେନି କରେ । ।୧୭୮
ବନେ ଭୁଞ୍ଜଇ ଏକବେଳେ । ନିଦ୍ରା ନ ମାଡ଼େ ରାତ୍ରକାଳେ । ।୧୭୯
ରାତ୍ର ପାହିଲେ ବନେ ଯାଇ । ଏମନ୍ତେ ଜୀବନ ପୋଷଇ । ।୧୮୦
ଯେତେ ପଡ଼ିଲା ରିଷ୍ଟ ମତେ । ସୁମରି କହିବଇଁ କେତେ । ।୧୮୧
ମୁଁ ମାର ଦୁଃଖ ସୁଖେ ଥାଇ । ମଉଳା ତାହା ନ ଜାଣଇ । ।୧୮୨
ମାଇଲା ମୋର ଷଡ଼ଭାଇ । ମାତାପିତାଙ୍କୁ ଦୁଃଖ ଦେଇ । ।୧୮୩
ସୋଦର କଷ୍ଟ ବାଳବଧ । କେହି ତ ନ କଲ ବିରୋଧ । ।୧୮୪
ମତେ ମାରିବ ବିଚାରିଲା । ଅକ୍ରୁର ହସ୍ତେ ଅଣାଇଲା । ।୧୮୫
ଧନୁଯାତ୍ରା ଏ ମିଛେ କଲା । ଦ୍ୱାରେ ଗୋ ହସ୍ତୀଏ ଥୋଇଲା । ।୧୮୬
ଦଇବେ ତହୁଁ ଉବୁରିଲି । ମାମୁଁଙ୍କ ଛାମୁରେ ମିଳିଲି । ।୧୮୭
ତେବେ ହେଁ ଦୟା ଗୋ ନ କଲା । ମାଲଙ୍କ ସଙ୍ଗେ ଯୁଝାଇଲା । ।୧୮୮
ତହୁଁ ଜୀଇଁଲି କର୍ମବଳେ । ମିଳିଲି ଯାଇ ମଞ୍ଚାତଳେ । ।୧୮୯
ବୋଇଲା କୋପଭର ହୋଇ । ତାଡାଇ ଦିଅ ବେନିଭାଇ । ।୧୯୧
ବସୁଦେବକୁ ନନ୍ଦ ସଙ୍ଗେ । ହାଣି ପକାଅ ନେଇ ବେଗେ । ।୧୯୨
ଦେବକୀ ସଙ୍ଗେ ଉଗ୍ରସେନ । ଶୂଳରେ ବସାଅ ବହନ । ।୧୯୩
ନନ୍ଦ ସମ୍ପଦ କର ଜୂର । ରାମ ଗୋବିନ୍ଦ ବେଗେ ମାର । ।୧୯୪
ଶୁଣି ମୋ' ଦେହ ଥରହର । ଜୀବନ ଉଡ଼ିଲା ମୋହର । ।୧୯୫
ବିକଳେ ଉଠିଲି ମଞ୍ଚାରେ । ତା' କୋପ ଶାନ୍ତି କରିବାରେ । ।୧୯୬
ପାଦେ ପଡ଼ିଲି ମୁହିଁ ଯାଇ । ଧାଇଁଲା ଖଡ଼ଗ ଉଞ୍ଚାଇ । ।୧୯୭
ତା' ଦେଖି ହୋଇଲି ବିକଳ । ବେଗେ ଧଇଲା ମୋର ବାଳ । ।୧୯୮
ମଞ୍ଚାରୁ ଦେଲା ଫୋପଡ଼ାଇ । ତଳେ ଗୋ ପଡୁଥିଲି ମୁହିଁ । ।୧୯୯
ବିକଳେ ଧଇଲି ପୟର । ପଡ଼ିଲା ମୋହର ଉପର । ।୨୦୦
ମଞ୍ଚାରୁ ପଡ଼ି ମାମୁଁ ମଲା । ମୋତେ ତ ଦଇବ ରଖିଲା । ।୨୦୧
ମୋହର କର୍ମେ ନାହିଁ ଭୋଗ । ରାଜା ଭଣଜା ପଣେ ଯୋଗ । ।୨୦୨
ଅରଜି ଥିଲି ଯାହା ପୂର୍ବେ । ଫଳିଲା ମୋତେ ଆସି ଏବେ । ।୨୦୩
ମାୟା ସଂସାରେ ଏହି ମତେ । ଜନ୍ମମରଣ ବେନିପଥେ । ।୨୦୪
ପ୍ରାଣୀ ହୁଅନ୍ତି ଆତଜାତ । କର୍ମର ଫଳେ ସେ ପ୍ରାପତ । ।୨୦୫
ପଥୁକୀ ପଥଶ୍ରମ ପାଇ । ବସନ୍ତି ବୃକ୍ଷ ତଳେ ଯାଇ । ।୨୦୬
ଶ୍ରମ ସରିଲେ ଯେଝାମତେ । ଚଳନ୍ତି ବୃକ୍ଷ ଥାଇ ପଥେ । ।୨୦୭
ତେମନ୍ତ ପ୍ରାୟ ଜନ୍ତୁ ମିଳି । ମାୟା ସଂସାରେ ବିଷ୍ଣୁକେଳି । ।୨୦୮
ଜଗତଜୀବ ଏହି ମତେ । ସମସ୍ତେ ଯିବା ଶୂନ୍ୟପଥେ । ।୨୦୯
କେ ଆଗ ପଛ କେ ତୁରିତ । ସବୁରି ଦ୍ୱାରେ ଯମଦୂତ । ।୨୧୦
ଏଣେ ଯେ ନ କରନ୍ତି ଖେଦ । ତାହାଙ୍କୁ ନ ଲାଗେ ପ୍ରମାଦ । ।୨୧୧
ତୁମ୍ଭେ ଗୋ ଅର୍ଜିଅଛ ଯାହା । ଅବଶ୍ୟ ଭୁଞ୍ଜିବଟି ତାହା । ।୨୧୨
ଏମନ୍ତ ବୋଲି ଭଗବାନ । ମୋହିଲେ ମାଇଁଙ୍କର ମନ । ।୨୧୩
ଆଶ୍ୱାସ କରି କଂସନାରୀ । ବଦନ ପୋଛିଲେ ମୁରାରି । ।୨୧୪
ଜଣ ଜଣକେ ବୋଧ କଲେ । ଅନଳେ କଂସ ପୋଡ଼ାଇଲେ । ।୨୧୫
ରାମ ଗୋବିନ୍ଦ ବେନିଭାଇ । ପିତାମାତାଙ୍କ ପାଶେ ଯାଇ । ।୨୧୬
କଷ୍ଟ ଦେଖିଣ ତାହାଙ୍କର । ନୟନୁ ବହେ ଅଶ୍ରୁଜଳ । ।୨୧୭
ମଞ୍ଚା ଉପରେ କୃଷ୍ଣରାମ । ପୟର ଦେଖି ଶୋକମନ । ।୨୧୮
ଚରଣୁଁ ବନ୍ଧନ ଫେଡ଼ାଇ । ପିତାମାତାଙ୍କ ମୁଖ ଚାହିଁ । ।୨୧୯
ଦେବକୀ ବସୁଦେବ ପାଦେ । ପଡ଼ିଲେ ଶୋକ ଗଦଗଦେ । ।୨୨୦
ଦେଖି ଚକିତ ତାତମାତ । ପୟର ଘୁଞ୍ଚାଇ ତୁରିତ । ।୨୨୧
ମନେ ଜାଣିଲେ ଅବହେଳେ । ବିଷ୍ଣୁମୂରତି ପାଦତଳେ । ।୨୨୨
ଭୟେ କମ୍ପନ୍ତି ଥରହର । ବୋଲନ୍ତି ଶରଣ ତୋହର । ।୨୨୩
ଅନାଦି ନାଥ ନିରଞ୍ଜନ । ଆମ୍ଭର ଦୋଷ ତୁ ନ ଘେନ । ।୨୨୪
ପୁତ୍ର ପ୍ରାୟେକ ତୋତେ ମଣି । ଯାହା ଚିନ୍ତିଲୁ ଚକ୍ରପାଣି । ।୨୨୫
ସେ ଦୋଷ ନ ଘେନ ଆମ୍ଭର । ଶରଣ ରଖ ଚକ୍ରଧର । ।୨୨୬
ଏମନ୍ତ ବୋଲି ବାପମାୟେ । ଚକ୍ଷୁ ବୁଜିଲେ ମହାଭୟେ । ।୨୨୭
ବୋଲନ୍ତି ଶୁକ ମୁନିବର । ଜାଣିଲେ ପ୍ରଭୁ ଦାମୋଦର । ।୨୨୮
ବଳଦେବଙ୍କୁ ଅନାଇଲେ । ବୋଇଲେ ଜ୍ଞାନ ଏ ପାଇଲେ । ।୨୨୯
ଆମ୍ଭଙ୍କୁ ଚିହ୍ନିଲେ ଏ ଆଜ । କେମନ୍ତେ ହେବ ଦେବକାର୍ଯ୍ୟ । ।୨୩୦
ଏମନ୍ତ ବୋଲି ବିଚାରିଲେ । ବିଷ୍ଣୁ ମାୟାକୁ ପ୍ରକାଶିଲେ । ।୨୩୧
ପିତାମାତାଙ୍କ ଦେହେ ଯାଇ । ପଶିଲେ ଶୋକମୋହ ହୋଇ । ।୨୩୨
ସେ ମାୟାଧର ପାଦଗତ । ଭଜଇ ବିପ୍ର ଜଗନ୍ନାଥ । ।୨୩୩
କଂସ ଦାନବ ସଂହାରିଲେ । ଅବନୀ ଭାରା ନିବାରିଲେ । ।୨୩୪
ଭକତଜନଙ୍କର ବନ୍ଧୁ । ନାମ କରୁଣାମୟ ସିନ୍ଧୁ । ।୨୩୫
ଏଣେ ନିବେଶି କୃଷ୍ଣେମନ । ଶରଣ ପଶ ଭଗବାନ । ।୨୩୬
ବୁଡ଼ି ନ ମର ଭବଜଳେ । କଷ୍ଣ ସୁମରି ଉଠ କୂଳେ । ।୨୩୭
ବ୍ରାହ୍ମଣ କୁଳେ ଜାତ ହୋଇ । ବିଷ୍ଣୁ ବାସନା ମୋର ନାହିଁ । ।୨୩୮
ସ୍ୱପନେ କହିଲେ ମୁରାରି । ପୁରାଣ ଗୀତନାଦ କରି । ।୨୩୯
ରଚିବୁ ଶିରୀ ଭାଗବତ । ବେଦ ପୁରାଣେ ଯାହା ତତ୍ତ୍ୱ । ।୨୪୦
ଏଣୁ ମୋହର ଭୟ ନାହିଁ । ସୁଜନେ ତର ଏହା ଗାଇ । ।୨୪୧
ସୁଜନେ ନ ଧର ମୋ ଦୋଷ । କହଇ ଜଗନ୍ନାଥ ଦାସ । ।୨୪୨
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ କଂସବଧୋ ନାମ ସପ୍ତଚତ୍ୱାରିଂଶୋଽଧ୍ୟାୟଃ । ।

ଅଷ୍ଟଚତ୍ୱାରିଂଶ ଅଧ୍ୟାୟସମ୍ପାଦନ କରନ୍ତୁ

ଶୁକ ଉବାଚ

କହନ୍ତି ବ୍ୟାସଙ୍କ କୁମର । ଶୁଣ ପରୀକ୍ଷ ନୃପବର । ।୧
ଜଗତବନ୍ଧୁ ଜନାŸର୍ଦ୍ଦନ । ମୋହିଲେ ପିତାମାତା ମନ । ।୨
ରାମର ମୁଖକୁ ଚାହିଁଲେ । ବିଷ୍ଣୁର ମାୟା ପ୍ରକାଶିଲେ । ।୩
ଅଶେଷ ଜୀବଜନ୍ତୁ ଦେହେ । ବିଶ୍ୱ ସଂସାରେ ମାୟାମୋହେ । ।୪
ତାତ ଜନନୀ ପାଦତଳେ । ରାମଗୋବିନ୍ଦ ଏକମେଳେ । ।୫
ପଡ଼ନ୍ତି ପୁଣ ପୁଣ ପାଦେ । କହନ୍ତି ଶୋକ ଗଦଗଦେ । ।୬
ହେ ତାତ ମାତ ଶୁଣ ମୋର । ଦଇବବଳ ବଳୀୟାର । ।୭
କଂସର ଡ଼ରେ ବେନିଭାଇ । ଏତେ ଦିବସ ଗୋପେ ଥାଇ । ।୮
ବାଳକକାଳେ ମାତା କୋଳେ । ସୁତେ ବସନ୍ତି ସୁଖ ଭୋଳେ । ।୯
ସେ ସୁଖ ନୋହିଲା ଆମ୍ଭର । କର୍ମର ଫଳ ବଳୀୟାର । ।୧୦
ତାତ ଜନନୀ ଉପକାର । ସୁଝିବ କେବଣ କୁମର । ।୧୧
ଗର୍ଭେ ବହନ୍ତି ଦୁଃଖ ସହି । ପୁଣି ପାଳନ୍ତି କ୍ଷୀର ଦେଇ । ।୧୨
ସର୍ବ ସମ୍ପଦ ପୁଣ ଦେଇ । ତାହାଙ୍କ ପୋଷଣେ ଜୀଅଇ । ।୧୩
ତାହାଙ୍କ ପ୍ରତି ଉପକାରେ । ଶତଜନମେ କେହୁ ପାରେ । ।୧୪
ସେ ତାତ ଜନନୀ ପୋଷଣେ । ସମର୍ଥ ନୁହନ୍ତି ଯେ ଜନେ । ।୧୫
ତାହାଙ୍କ ଜୀବନର ଅନ୍ତେ । ବେଗେ ମିଳନ୍ତି ଯମଦୂତେ । ।୧୬
କର-ଚରଣ ବାନ୍ଧି କୋପେ । ନିଅନ୍ତି ଯମର ସମୀପେ । ।୧୭
ନିରାଶ ପଥେ ସେ ବିକଳେ । କାନ୍ଦଇ କ୍ଷୁଧାର ଆକୁଳେ । ।୧୮
ତା'ର ବିକଳ ଦେଖି ପଥେ । କୋପେ ବୋଲନ୍ତି ଯମଦୂତେ । ।୧୯
ପିତାମାତାଙ୍କୁ ଦୁଃଖ ଦେଇ । ଜୀବନ ପୋଷିଲୁ ଯେ ତୁହି । ।୨୦
ଯେ ଅବା ପୁଣ୍ୟ ଥିଲା ତୋ'ର । ସେ ପାପେ ହୋଇଲା ଅନ୍ତର । ।୨୧
ଏବେ ଖାଇବୁ ଆଉ କିସ । ଏମନ୍ତ ବୋଲି ତା'ର ମାଂସ । ।୨୨
କାଟି ତାହାର ମୁଖେ ଦ୍ୟନ୍ତି । ନିŸର୍ଦ୍ଦୟେ ଯଷ୍ଟି ପ୍ରହାରନ୍ତି । ।୨୩
ଭୋ ତାତ ଶୁଣ ଏକଚିତ୍ତେ । ବିପ୍ରେ କହନ୍ତି ବେଦମତେ । ।୨୪
ତାତ ଜନନୀ ବୃଦ୍ଧକାଳେ । ନିଜ ଭାରିଜା ଶିଶୁମେଳେ । ।୨୫
ଗୋରୁ ବ୍ରାହ୍ମଣ ଗୁରୁଜନ । ଏହାଙ୍କୁ ନ ଦେଇ ଭୋଜନ । ।୨୬
ଯେ ପ୍ରାଣୀ ଆତ୍ମାକୁ ପୋଷନ୍ତି । ଜୀବନ ଥାଉଁ ସେ ମରନ୍ତି । ।୨୭
କଂସର ଡରେ ଗୋପେ ଥାଇ । ଦୁଃଖେ ବଢ଼ିଲୁ ବେନିଭାଇ । ।୨୮
ତୁମ୍ଭ ସେବାରେ ନାହିଁ ମନ । ନିଷ୍ଫଳେ ଗଲା ଏତେ ଦିନ । ।୨୯
ସେ ଦୋଷ କ୍ଷମାକର ତାତ । ଆମ୍ଭେ ହୋଇଲୁ ପରାୟତ୍ତ । ।୩୦
ଏମନ୍ତ କହି ଦାମୋଦର । ମନ ମୋହିଲେ ତାହାଙ୍କର । ।୩୧
କୃଷ୍ଣ ବଚନେ ମାତାପିତା । ଛାଡ଼ିଲେ ମନୁ ଖେଦ ଚିନ୍ତା । ।୩୨
ଅତି ଆନନ୍ଦେ ବେନିଜନ । ପୁତ୍ରଙ୍କୁ ଦିଅନ୍ତି ଚୁମ୍ବନ । ।୩୩
କୋଳେ ବସାଇ ହୃଦେ ଭିଡ଼ି । ବେନିଲୋଚନୁ ବହେ ବାରି । ।୩୪
ବୁଡ଼ିଲେ ମାୟାମୋହ ଜଳେ । କଣ୍ଠ ନସ୍ଫୁରେ ଶୋକଭରେ । ।୩୫
ଏମନ୍ତେ ପ୍ରଭୁ ବ୍ରହ୍ମରାଶି । ତାତଜନନୀ ମନ ତୋଷି । ।୩୬
କୋମଳ-ମଧୁର-ବଚନେ । ମଞ୍ଚାରୁ ଉତୁରି ବହନେ । ।୩୭
ଉଗ୍ରସେନଙ୍କୁ ଅଣାଇଲେ । ରାଜଆସନେ ବସାଇଲେ । ।୩୮
ବୋଲନ୍ତି ପ୍ରଭୁ ଦେବରାଜା । ଆମ୍ଭେ ସକଳେ ତୋର ପ୍ରଜା । ।୩୯
ତୁ ଭୋଜବଂଶ ନୃପବର । ଆମ୍ଭେ ଖଟିବୁ ତୋ' ପୟର । ।୪୦
ଯଯାତି ନାମେ ମହାନୃପ । ଯଦୁଙ୍କୁ ଦେଇଅଛି ଶାପ । ।୪୧
ତେଣୁ ଯଦୁଙ୍କୁ ପାଟ ନାହିଁ । ରାଜା ହୋଇଲେ କ୍ଷୟ ଯାଇ । ।୪୨
ତୁ ଆମ୍ଭ ବୋଲେ ନୃପବର । ବହିବୁ ରାଜ୍ୟ ମହାଭାର । ।୪୩
ଏମନ୍ତ ବୋଲି ବନମାଳୀ । ଆପଣେ କଲେ ନିଉଛାଳି । ।୪୪
ସୁବ‰ର୍ଣ୍ଣ କୁମ୍ଭେ ଗଙ୍ଗାନୀର । ଦଧି ଅକ୍ଷତ ଗନ୍ଧସାର । ।୪୫
ଗୋବିନ୍ଦ ତୋଳି ନିଜ କରେ । ଢ଼ାଳିଲେ ଉଗ୍ରସେନ ଶିରେ । ।୪୬
ନାନା ଉ›ତ୍ସବେ ଅଭିଷେକ । ସ୍ୱର୍ଗେ ଦେଖନ୍ତି ସୁରଲୋକ । ।୪୭
ବାଜଇ ବୀରତୂର ବାଦ୍ୟ । ମଥୁରା ହୋଇଲା ଆନନ୍ଦ । ।୪୮
ଉଗ୍ରସେନଙ୍କୁ ରାଜା କରି । କୃଷ୍ଣ କହନ୍ତି କରଯୋଡ଼ି । ।୪୯
ଭ୍ରାନ୍ତି ତୁ ନ କର ମନରେ । ତୋ ରିପୁ ନହିଁ ଏ ସଂସାରେ । ।୫୦
ମୁହିଁ ଯାହାର ଆଜ୍ଞାକାରୀ । କେ ତା'ର ହୋଇବ ବଇରୀ । ।୫୧
ମହେନ୍ଦ୍ର ଆଦି ଦିଗପାଳେ । ଖଟିବେ ତୋ'ର ପାଦତଳେ । ।୫୨
ମର୍ତ୍ତ୍ୟରାଜାଙ୍କୁ ନାହିଁ ଡ଼ର । ବୋଲନ୍ତି ବ୍ରହ୍ମାଣ୍ତŠ ଠାକୁର । ।୫୩
ଏମନ୍ତେ ରାଜପଦ ଦେଇ । ରାମଗୋବିନ୍ଦ ବେନିଭାଇ । ।୫୪
ଯେତେ ଡ଼ଗର ଥିଲେ ଦେଶେ । ଅଣାଇଁ କହନ୍ତି ବିଶ୍ୱାସେ । ।୫୫
ତୁମେ ହୋ ଯାଅ ଚାରିଦିଗେ । ମୋହର ଆଜ୍ଞା ଘେନି ବେଗେ । ।୫୬
ଯାଦବ ଆଦି ସାତବଂଶେ । ଯେବା ଅଛନ୍ତି ଯେଉଁ ଦେଶେ । ।୫୭
ବୋଲିବ ଆସ ହେ ନିର୍ଭୟେ । ତୁମ୍ଭଙ୍କୁ ଗୋବିନ୍ଦ ସଦୟେ । ।୫୮
ଏମନ୍ତ ବୋଲି ଆଜ୍ଞା ଦେଲେ । ବହନ ଆଣ ହୋ ବୋଇଲେ । ।୫୯
ତକ୍ଷଣେ ଡ଼ଗରାଏ ଯାଇ । ଚାରିଦିଗରେ ଆଜ୍ଞା କହି । ।୬୦
ଯେତେକ ଗୋବିନ୍ଦ ଉତ୍ତର । ସମସ୍ତ କହିଲେ ଡଗର । ।୬୧
ରାମଗୋବିନ୍ଦଙ୍କ ଚରିତ । ତୁମ୍ଭଙ୍କୁ ସଦୟ ବହୁତ । ।୬୨
ଏମନ୍ତ ଡଗରେ କହିଲେ । ତକ୍ଷଣେ ଆସ ହୋ ବୋଇଲେ । ।୬୩
ବନ୍ଧୁବାନ୍ଧବ ଆଦି କରି । ତକ୍ଷଣେ ଆଜ୍ଞା ଶିରେ ଧରି । ।୬୪
ସକଳେ ହୋଇଲେ ବାହାର । ଆସନ୍ତି ଅତି ଖରତର । ।୬୫
ରାମଗୋବିନ୍ଦଙ୍କୁ ଭେଟିଲେ । ସମସ୍ତେ ଆନନ୍ଦ ହୋଇଲେ । ।୬୬
ରାମଗୋବିନ୍ଦ ବେନିଜନ । କହିଲେ ମଧୁର ବଚନ । ।୬୭
ଜଣଜଣକେ ତୋଷ କରି । ଦାସବତ୍ସ›ଳ ନରହରି । ।୬୮
ଯେଝାର ପୁରେ ଦେଲେ ବାସ । ଧନ ସମ୍ପଦ ଗ୍ରାମ ଦେଶ । ।୬୯
ଯାଦବେ କୃଷ୍ଣର ବିଶ୍ୱାସେ । ଗୃହେ ରହିଲେ ମନତୋଷେ । ।୭୦
ରାତ୍ର ଦିବସେ କୃଷ୍ଣମୁଖ । ଦେଖି ଛାଡ଼ିଲେ ମନୁଦୁଃଖ । ।୭୧
ବୃଦ୍ଧ ବାଳକ ରୂପ ନାହିଁ । ସକଳେ ଯୁବାପ୍ରାୟ ହୋଇ । ।୭୨
କୃଷ୍ଣର ଅପୂର୍ବ ବଦନ । ଦେଖି ହୋଇଲେ ତୋଷମନ । ।୭୩
ସେ କୃଷ୍ଣ ଚରଣେ ବିଶ୍ୱାସ । ଭଣଇ ଜଗନ୍ନାଥ ଦାସ । ।୭୪
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ଉଗ୍ରସେନ ସିଂହାସନ ଆରୋହଣଂ ନାମ ଅଷ୍ଟଚତ୍ୱାରିଂଶୋଽଧ୍ୟାୟଃ । ।

ଦଶମସ୍କନ୍ଧ (ଦ୍ୱାରକାଲୀଳା)ସମ୍ପାଦନ କରନ୍ତୁ

ଊନପଞ୍ଚାଶତ୍ ଅଧ୍ୟାୟସମ୍ପାଦନ କରନ୍ତୁ

ଶୁକ ଉବାଚ

କହନ୍ତି ବ୍ୟାସଙ୍କର ସୁତ । ଶୁଣ ରାଜନ ପରୀକ୍ଷିତ । । ୧
ରାମଗୋବିନ୍ଦ ଏକମେଳେ । ନନ୍ଦର ନିକଟେ ମିଳିଲେ । । ୨
କରଅଞ୍ଜଳି ଦେଇ ଶିରେ । ନମିଲେ ତାହାଙ୍କ ପୟରେ । । ୩
ନନ୍ଦର ଚରଣେ ପ୍ରଣମି । ଅଶେଷ ଜନ୍ତୁ ଅନ୍ତର୍ଯ୍ୟାମୀ । । ୪
ରାମଗୋବିନ୍ଦ ମାୟାବଳେ । ବସିଲେ ବେନିଭାଇ କୋଳେ । । ୫
ବେନିବାଳକ କୋଳେ ଜାକି । ସ୍ନେହେ ବୁଜିଲେ ବେନି ଆଖି । । ୬
ଆନନ୍ଦେ ଅଶ୍ରୁଜଳ ବହେ । ନନ୍ଦକୁ ଚାହିଁ ଦେବରାୟେ । । ୭
କହନ୍ତି ଶୁଣ ଆହେ ତାତ । ଆମ୍ଭେ ତୁମ୍ଭର ବେନିସୁତ । । ୮
ତୁମ୍ଭେ ପାଳିଲ ସ୍ନେହ ବହି । ତାତ ଜନନୀ ପ୍ରାୟ ହୋଇ । । ୯
ଅନାଥ ବାଳକଙ୍କୁ ଆଣି । ଧର୍ମେ ପୋଷନ୍ତି ଯେଉଁ ପ୍ରାଣୀ । । ୧୦
ସେ ଧର୍ମପିଅର ଜନନୀ । ବୋଲନ୍ତି ବେଦମତେ ମୁନି । । ୧୧
ହେ ତାତ ଯାଅ ଗୋପପୁର । ବନ୍ଧୁବାନ୍ଧବ ଘେନି ତୋର । । ୧୨
ମୁଁ ଏଥି ରହି ଦିନାକେତେ । ବନ୍ଧୁବାନ୍ଧବ ମୋର ଯେତେ । । ୧୩
ତାହାଙ୍କୁ ନିଶ୍ଚିନ୍ତ କରାଇ । ଯେ ଯାହା ବାସ ତାଙ୍କୁ ଦେଇ । । ୧୪
ପଛେ ମୁଁ ଯିବି ଗୋପପୁର । ଭୋ ତାତ ବିଳମ୍ବ ନ କର । । ୧୫
ଏମନ୍ତ କହି ଭାବଗ୍ରାହୀ । ନନ୍ଦର ହସ୍ତେ ହସ୍ତ ଦେଇ । । ୧୬
କଂସର ଯେତେକ ଭଣ୍ତାର । ନନ୍ଦକୁ ଦେଲେ ଦାମୋଦର ।। ୧୭
ବୋଇଲେ ଗୋପେ ହୁଅ ରାଜା । ଆନନ୍ଦେ ପାଳ ଜନ ପ୍ରଜା ।। ୧୮
ନନ୍ଦ ଗୋପାଳଙ୍କର ମନ । ମୋହିଲେ ପ୍ରଭୁ ଭଗବାନ ।। ୧୯
ରାମଗୋବିନ୍ଦେ ଘେନି କୋଳେ । ଚୁମ୍ବନ ଦେଲେ ସୁଖଭୋଳେ ।। ୨୦
ଯେତେ ବାଳକ କୃଷ୍ଣସଙ୍ଗେ । ଗୋପେ ବଢ଼ିଲେ ନବରଙ୍ଗେ ।। ୨୧
କୃଷ୍ଣଙ୍କୁ ଜଣେ ଜଣେ ଧରି । ବୋଲନ୍ତି ଆଲିଙ୍ଗନ କରି ।। ୨୨
ହେ ରାମକୃଷ୍ଣ ତୁମ୍ଭ ସଙ୍ଗେ । ବନେ ବଞ୍ଚିଲୁ ନାନାରଙ୍ଗେ ।।୨୩
ହେ ପ୍ରଭୁ ତୋର ଜନ୍ମକାଳୁ । ଆମ୍ଭେ ଯେ କ୍ଷଣେ ଛାଡ଼ିଲୁାା ୨୪
ଏବେ ଛାଡ଼ିଲ କିସପାଇଁ । ବଞ୍ଚିବୁ କାହା ମୁଖ ଚାହିଁ ।।୨୫
ଶୁଣି ବୋଲନ୍ତି ବେନିଭାଇ । ମୋହନ ନୟନେ ଅନାଇଁ ।।୨୬
ଗୋପାଳେ ଯାଅ ଯେଝା ଘର । ମନ ନିବେଶି ମୋ ପୟର ।।୨୭
ଆମ୍ଭର ମନ ତୁମ୍ଭ ତହିଁ । ନିକଟେ ଯିବୁ ବେନିଭାଇ ।।୨୮
ଏମନ୍ତେ ଜଣେ ଜଣେ ତୋଷି । ଗୋପାଳ ପୁଅକୁ ଆଶ୍ୱାସି ।।୨୯
କୃଷ୍ଣର ଆଜ୍ଞା ନନ୍ଦ ପାଇ । କାନ୍ଦଇ ପୁଣ ପୁଣ ଚାହିଁ ।।୩୦
ପୁଣି ସେ ରାମକୃଷ୍ଣ ଲଇ । କୋଳେ ବସାଇ ଚୁମ୍ବ ଦେଇ ।।୩୧
ମନ ନିବେଶି କୃଷ୍ଣପାଦେ । ବୁଡ଼ିଲା ଶୋକ ଗଦଗଦେ ।।୩୨
ବାଜଇ ବୀରତୂର ବାଦ୍ୟ । ଘେନାଇ ସକଳ ସମ୍ପଦ ।।୩୩
ନନ୍ଦ ଚଳିଲା ଗୋପପୁର । ଶୁଣ ରାଜନ କୁରୁବୀର ।।୩୪
ଏ ଯେତେ ଦେଖି କୃଷ୍ଣଭାବ । ପୁତ୍ରଙ୍କୁ ପାଇ ବସୁଦେବ ।।୩୫
ଦ୍ୱିଜଙ୍କ ସଙ୍ଗେ ପୁରୋହିତ । ଅଣାଇଁ କହଇ ଉଚିତ ।।୩୬
ଏ ଯେ ମୋହର ବେନିବାଳେ । ଗୋପୁଁ ଅଇଲେ ଏତେକାଳେ ।।୩୭
ଏହାଙ୍କ କ୍ରିୟା-କର୍ମ ନାହିଁ । ସଂସ୍କାର କର ବେନିଭାଇ ।।୩୮
ବସୁଦେବର ବୋଲ ଶୁଣି । ବ୍ରାହ୍ମଣେ ରାମକୃଷ୍ଣ ଘେନି ।।୩୯
କଲେ ଯେ ବେଦ-କ୍ରିୟାକର୍ମ । କୁଳଉଚିତ ଯଥାଧର୍ମ ।।୪୦
ଆନନ୍ଦ ହୋଇ ବସୁଦେବ । ବିପ୍ରଙ୍କୁ କରାଇ ଉତ୍ସବ ।।୪୧
ଅୟୁତେ ଧେନୁ ବତ୍ସାମୂଳେ । ମଣ୍ତିଲା ନାନା ଅଳଙ୍କାରେ ।।୪୨
କୃଷ୍ଣର ଜନ୍ମକାଳେ ଯାହା । ମନେ କଳ୍ପିଲା ପୁଣ୍ୟଦେହା ।।୪୩
ବିପ୍ରଙ୍କୁ ଦେଲା ମନତୋଷେ । କଲ୍ୟାଣ କଲେ ସେ ହରଷେ ।।୪୪
ବସାଇ ରାମକୃଷ୍ଣ ଦୁଇ । ଆନନ୍ଦମନେ ବେଦ କହି ।।୪୫
ଗାୟତ୍ରୀମନ୍ତ୍ର ବିଦ୍ୟାଧର୍ମ । କୁଳଉଚିତ ଦଶକର୍ମ ।।୪୬
କରାଇ ଗଲେ ବିପ୍ରଜନେ । କୃତାର୍ଥ ବସୁଦେବ ମନେ ।।୪୭
ଯେ ହରି ସର୍ବବିଦ୍ୟା ହେତୁ । ଦାନ ଆଶ୍ରମ ତପ ତତ୍ତୁ ।।୪୮
ମନୁଷ୍ୟ ଜନ୍ମ ଯଦୁପତି । ତେଣୁ ହୋଇଲେ ବିଦ୍ୟାଅର୍ଥୀ ।।୪୯
ଗୋବିନ୍ଦ ବିଚାରନ୍ତି ରହି । ବିଦ୍ୟା ପଢିବା ଆମ୍ଭେ କାହିଁ ।।୫୦
ଶୁଣି ବୋଲନ୍ତି ହଳଧର । ଅବନ୍ତୀ ରାଜ୍ୟେ ବିପ୍ରବର ।।୫୧
କଶ୍ୟପ ଗୋତ୍ରେ ବିଦ୍ୟମାନ । ତାହାଙ୍କ ସାନ୍ଦୀପନୀ ନାମ ।।୫୨
ଏମନ୍ତ ଭାଳି ବେନିଭ୍ରାତେ । ବିଜୟ କଲେ ଏକରଥେ ।।୫୩
ରାମଗୋବିନ୍ଦ ଯୋଗବଳେ । ଅବନ୍ତୀ ନଗରେ ମିଳିଲେ ।।୫୪
ନିତି ଘେନନ୍ତି ଗୁରୁଦୀକ୍ଷା । ପାଠ ପଠନେ ବଡ଼ ଇଚ୍ଛା ।।୫୫
ପୂଜନ୍ତି ଗୁରୁଙ୍କ ଚରଣ । ଦେବତା ପ୍ରାୟେ ଆଚରଣ ।।୫୬
ସେବନ୍ତି ଗୁରୁଭାବ ଜାଣି । ଧର୍ମପାଳନେ ଚକ୍ରପାଣି ।।୫୭
ଭକ୍ତି ଦେଖି କୃଷ୍ଣରାମ । ଗୁରୁ ହୋଇଲେ ତୋଷମନ ।।୫୮
ପଢାନ୍ତି ବ୍ରହ୍ମ-ବେଦସାର । ସକଳ ଶାସ୍ତ୍ର ନିତ୍ୟାଚାର ।।୫୯
କହିଲେ ଧନୁର୍ବେଦ ରଙ୍ଗେ । ଧର୍ମ ମୀମାଂସା ନ୍ୟାୟ ସଙ୍ଗେ ।।୬୦
ଉପାୟ ଦଣ୍ତ ତର୍କବିଧି । ଯେ ରାଜନୀତି ସର୍ବସିଦ୍ଧି ।।୬୧
ଯେ ହରି ସର୍ବଶାସ୍ତ୍ରମୟେ । କୋଟି ବ୍ରହ୍ମାଣ୍ତ ଯାର ଦେହେ ।।୬୨
ଗୁରୁଙ୍କ ମୁଖୁଁ ଶୁଣି ବେଳେ । ସକଳ ବିଦ୍ୟା ଅବହେଳେ ।।୬୩
ରାମଗୋବିନ୍ଦ ମନତୋଷେ । ଚାରିଦିବସ ବେନିମାସେ ।।୬୪
ପଢି ସାନନ୍ଦ ବେନିଭାଇ । ବୋଲନ୍ତି ଶିରେ କରଦେଇ ।।୬୫
ଭୋ ବିପ୍ର ଆଜ୍ଞା ଯେବେ ହୋଇ । ଗୁରୁଦକ୍ଷିଣା ଆମ୍ଭେ ଦେଇ ।।୬୬
ପୂଜିବୁ ତୁମ୍ଭର ପୟର । ମେଲାଣି ଦିଅ ଯିବୁ ଘର ।।୬୭
ଶୁଣି ସାନନ୍ଦ ବିପ୍ରବର । କହିଲେ ପତ୍ନୀର ଆଗର ।।୬୮
ଶୁଣ ଭାବିନୀ ଚିତ୍ରକଥା । ରାମଗୋବିନ୍ଦଙ୍କ ବ୍ୟବସ୍ଥା ।।୬୯
ସକଳଶାସ୍ତ୍ର ଆମ୍ଭ ପାଶେ । ବସି ପଢିଲେ ବେନିମାସେ ।।୭୦
କେ କହୁ ତାହାଙ୍କ ମହିମା । ସକଳଗୁଣେ ସିଦ୍ଧକର୍ମା ।।୭୧
ନୁହନ୍ତି ମନୁଷ୍ୟ ଶରୀର । କି ଅବା ରବି ସୁନାସୀର ।।୭୨
ଗୁରୁଦକ୍ଷିଣା ସେ ଯାଚନ୍ତି । କହ ତୁ ଫିଟୁ ମନଭ୍ରାନ୍ତି ।।୭୩
ଶୁଣି ସାନନ୍ଦ ବିପ୍ରନାରୀ । କହନ୍ତି ବେନିକର ଯୋଡ଼ି ।।୭୪
ଭୋ ନାଥ ଶୁଣ ମୋର ବାଣୀ । ଆମ୍ଭର ପୁରେ କମଳିନୀ ।।୭୫
ଅନେକ ସମ୍ପତ୍ତି ଆମ୍ଭର । ଜୀବନ ହୋଇଲା ଅସାର ।।୭୬
ସନ୍ତତି ନାହିଁ ଆମ୍ଭ ଘରେ । କି ସୁଖ ସଂସାର ବେଭାରେ ।।୭୭
ଆମ୍ଭର ପୁତ୍ରଗୋଟି ଥିଲା । ପ୍ରଭାସତୀର୍ଥେ ନାଶ ଗଲା ।।୭୮
ସେ ପୁତ୍ର ଯେବେ ଆଣିଦ୍ୟନ୍ତେ । ତେବେ ସେ ଜୀବନ ରଖନ୍ତେ ।।୭୯
ଆନ ସମ୍ପଦେ ନାହିଁ କାର୍ଯ୍ୟ । ଶୁଣି ସାନନ୍ଦମନେ ଦ୍ୱିଜ ।।୮୦
ରାମଗୋବିନ୍ଦ ମୁଖଚାହିଁ । ବୋଲନ୍ତି ଶୁଣ ମନଦେଇ ।।୮୧
ପ୍ରଭାସତୀର୍ଥେ ମୋ କୁମର । ମରିଛି ଦ୍ୱାଦଶବସ୍ତ୍ରର ।।୮୨
ତାହାକୁ ଯେବେ ଦେବ ଆଣି । ତୋଷିବ ଆମ୍ଭର ଘରଣୀ ।।୮୩
ଯେବେ ପାରିବ ତାହା ଦେଇ । ତେବେ ଦକ୍ଷିଣା ମୋର ପାଇ ।।୮୪
ହୋଇବ କୃତାର୍ଥ ଜୀବନ । ତୁମ୍ଭେ ପାଇବ ଯଶ-ଧର୍ମ ।।୮୫
ଶୁଣି ସାନନ୍ଦମନ ହୋଇ । ରଥେ ବସିଲେ ବେନିଭାଇ ।।୮୬
ଗୋବିନ୍ଦ ଯୋଗମାୟା ବଳେ । ମିଳିଲେ ବାରାନିଧି କୂଳେ ।। ୮୭
ବଳରାମଙ୍କୁ କୃଷ୍ଣ ଚାହିଁ । ଭୋ ପ୍ରଭୁ ଥାଅ କୂଳେ ରହି ।।୮୮
ରଥୁଁ ଓହ୍ଲାନ୍ତେ ନନ୍ଦବଳା । ତକ୍ଷଣେ ବରୁଣ ମିଳିଲା ।।୮୯
ଜଳୁଁ ବାହାର ବେଗେ ହୋଇ । କରଅଞ୍ଜଳି ଶିରେ ଦେଇ ।।୯୦
ବୋଇଲ ଶୁଣ ନାରାୟଣ । ଅଶେଷ ବ୍ରହ୍ମାଣ୍ତ କାରଣ ।।୯୧
କିମ୍ପାଇ ଅଇଲ ମୋ ପୁର । ଶୁଣି ବୋଲନ୍ତି ଚକ୍ରଧର ।।୯୨
ଆମ୍ଭର ଗୁରୁପୁତ୍ର ନେଇ । ଲୁଚାଇ ଥୋଇଅଛୁ କାହିଁ ।।୯୩
ଆମ୍ଭେ ତୋଷିବୁ ଗୁରୁନାରୀ । ବରୁଣ ଆଣ ବେଗକରି ।।୯୪
ଶୁଣି ବରୁଣ ମହାଭୟେ । ପଡ଼ିଲା କୃଷ୍ଣପଦ୍ମପାଏ ।।୯୫
ଭୋ ନାଥ ଗୁରୁପୁତ୍ର କାହିଁ । ତୁ କି ନ ଜାଣୁ ଭାବଗ୍ରାହୀ ।।୯୬
ମୋର ଭିତରେ ଶଙ୍ଖାସୁର । ତୁ ଯେ ମାଇଲୁ ଚକ୍ରଧର ।।୯୭
ବ୍ରହ୍ମାଙ୍କୁ ଦେଲୁ ବେଦ ନେଇ । ତାହାର ପୁତ୍ରେକ ଅଛଇ ।।୯୮
ନାମ ତାହାର ପଞ୍ଚଜନ । ମାୟାଦୀ ଅସୁରନନ୍ଦନ ।।୯୯
ସେ ଅବା ନେଇଅଛି ହରି । ଶୁଣି ସାନନ୍ଦ ନରହରି ।।୧୦୦
ବଳଦେବଙ୍କୁ ତୀରେ ଥୋଇ । ଜଳେ ପଶିଲେ କୃଷ୍ଣ ଯାଇ ।।୧୦୧
ଅଗାଧଜଳେ ଭାବଗ୍ରାହୀ । ଧଇଲେ ଅସୁରକୁ ଯାଇ ।।୧୦୨
ମୁଷ୍ଟି ପ୍ରହାରିଲେ ପ୍ରଚଣ୍ତ । ଶିର ହୋଇଲା ବେନିଖଣ୍ତ ।।୧୦୩
ତାର ଉଦରେ ଭଗବାନ । ଖୋଜିଲେ ଗୁରୁଙ୍କ ନନ୍ଦନ ।।୧୦୪
ଖୋଜି ନ ପାଇ ପଦ୍ମମୁଖ । ତାର ଉଦରୁ ନାଭିଶଙ୍ଖ ।।୧୦୫
ଘେନି ବାହାର ବ୍ରହ୍ମରାଶି । ରାମର ସଙ୍ଗେ ରଥେ ବସି ।।୧୦୬
କହନ୍ତି କମଳାର ବର । ଭୋ ସ୍ୱାମୀ ଯିବା ଯମପୁର ।।୧୦୭
ଗୁରୁବାଳକ ଏଥେ ନାହିଁ । ଏମନ୍ତ ବୋଲି ରଥବାହି ।।୧୦୮
ଯାନ୍ତେ କରନ୍ତି ଶଙ୍ଖନାଦ । ଖଣ୍ତିଲେ ଜନ୍ତୁଙ୍କ ବିଷାଦ ।।୧୦୯
ଯମର ଗଡ଼ଦ୍ୱାରେ ଯାଇ । ଗୋବିନ୍ଦ ଶଙ୍ଖନାଦ ବାଇ ।।୧୧୦
ଯମଯାତନା ଘୋରପଥେ । ନିବାସିଥିଲେ ପ୍ରାଣୀ ଯେତେ ।।୧୧୧
ଶୁଣି କୃଷ୍ଣର ଶଙ୍ଖନାଦ । ଖଣ୍ତିଲେ ଘୋର-ପାପବନ୍ଧ ।।୧୧୨
ହୋଇଲେ ଚାରିଚାରି ଭୁଜ । ଶଙ୍ଖ କମଳ ଗଦାତେଜ ।।୧୧୩
ଚକ୍ରତେଜ ସହିତେ ଚିହ୍ନ । ତକ୍ଷଣେ ଉଠିଲେ ଗଗନ ।।୧୧୪
ଶଙ୍ଖ ଶବଦ ଘନେ ସ୍ପୁରି । ଯମଭୁବେନେ ପଡେ଼ ହୁରି ।।୧୧୫
ଯମକୁ ଜଣାଇଲେ ଦୂତ । ବିଜୟ କଲେ ଗୋପୀନାଥ ।।୧୧୬
ତୋର ସମ୍ପଦ ଆଜୁଁ ଗଲା । ତା ଶୁଣି ଯମ ଭୟ କଲା ।।୧୧୭
ଚିତ୍ରଗୁପତ କର ଧରି । ବେଗେ ଭେଟିଲା ନରହରି ।।୧୧୮
କୃଷ୍ଣଚରଣ ତଳେ ପଡି । ଯମ ବୋଲଇ କରଯୋଡି ।।୧୧୯
ଭୋ ନାଥ ନିସ୍ତରିଲି ମୁହିଁ । ବିଜୟ କଲ କାହିଁପାଇଁ ।।୧୨୦
ଶୁଣି ବୋଲନ୍ତି ଶିରୀରଙ୍ଗ । ଗୁରୁଙ୍କ ପୁତ୍ର ଆଣ ବେଗ ।।୧୨୧
ତାର ମରଣକାଳ ଜାଣି । ତୋହର ଦୂତେ ଛନ୍ତି ଆଣି ।।୧୨୨
ମୋର ବଚନେ ଆଣ ତୁହିଁ । ଆନ କେ ପାରିବଟି ନେଇ ।।୧୨୩
ଶୁଣି ସାନନ୍ଦ ଜନ୍ତୁନାଥ । କୃଷ୍ଣଙ୍କୁ ଦେଲା ଗୁରୁପୁତ୍ର ।।୧୨୪
ଗୁରୁ-ବାଳକ କର ଧରି । ରଥେ ବସିଲେ ଦଇତ୍ୟାରି ।।୧୨୫
ବସିଲେ ଯାଇ ରାମ ତୁଲେ । ଗୁରୁ-ବାଳକ ଘେନି କୋଳେ ।।୧୨୬
ଅବନ୍ତୀପୁରେ ବନମାଳୀ । ଗୁରୁ-ମନ୍ଦିରେ ବେଗେ ମିଳି ।।୧୨୭
ରଥୁଁ ଓହ୍ଲାଇ ଦାମୋଦର । ଗୁରୁକୁମର ଧରି କର ।।୧୨୮
ଭିତରେ ପଶି ବେନିଭାଇ । ଗୁରୁ-କାମିନୀ କୋଳେ ନେଇ ।।୧୨୯
ସୁତ ବସାଇ ପ୍ରଦକ୍ଷିଣ । ହସି ବୋଲନ୍ତି ନାରାୟଣ ।।୧୩୦
ତୁମ୍ଭର ପୁତ୍ର ମାଏ ନିଅ । ଦକ୍ଷିଣା ଦେବୁ ଆଜ୍ଞା ଦିଅ ।।୧୩୧
ଶୁଣି ଉଠିଲେ ଗୁରୁନାରୀ । ରାମ-ଗୋବିନ୍ଦ କର ଧରି ।।୧୩୨
କଲ୍ୟାଣ କରି ଚୁମ୍ବ ଦେଇ । ତୁମ୍ବରେ ନିଉଛାଳି ହୋଇ ।।୧୩୩
ଆନ ସମ୍ପଦେ କାର୍ଯ୍ୟ ନାହିଁ । କୃତାର୍ଥ କଲ ପୁତ୍ର ଦେଇ ।।୧୩୪
ଏମନ୍ତ କହି ବେନିଜନ । ଚାହାଁନ୍ତି କୃଷ୍ଣର ବଦନ ।।୧୩୫
ଲୋଚନୁ ଅଶ୍ରୁଜଳ ବହେ । କୃଷ୍ଣ ମୋହିଲେ ମାୟାମୋହେ ।।୧୩୬
ତକ୍ଷଣେ ହୋଇ ତୋଷମନ । ଆନନ୍ଦେ କରନ୍ତି କଲ୍ୟାଣ ।।୧୩୭
ଯାଅ ମଥୁରା ବେନିଭାଇ । ଅକ୍ଷୟ ହେଉ ତୁମ୍ଭ ଦେହୀ ।।୧୩୮
ଯେତେ ପଢ଼ିଲ ମୋର ତହୁଁ । ଅକ୍ଷୟ ହୋଇ ହୃଦେ ରହୁ ।।୧୩୯
ମୋର ଆୟୁଷ ଯଶ ଯେତେ । ତୁମ୍ଭଙ୍କୁ ହେଉ ପରାପତେ ।।୧୪୦
ତକ୍ଷଣେ ଗୁରୁ-ଆଜ୍ଞା ପାଇ ।