ଓଡ଼ିଶା ରାଜନୀତିର ଇତିହାସ/ଦଶମ ଓଡ଼ିଶା ବିଧାନସଭା : ୨୭ ବର୍ଷ ପରେ ମୁଖ୍ୟମନ୍ତ୍ରୀ ଆସନରେ ବିଜୁବାବୁ

ଓଡ଼ିଶା ରାଜନୀତିର ଇତିହାସ  (୨୦୧୩)  ଲେଖକ/କବି: ଉଦ୍ଧବ ଚରଣ ନାୟକ
ଦଶମ ଓଡ଼ିଶା ବିଧାନ ସଭା : ୨୭ ବର୍ଷ ପରେ ମୁଖ୍ୟମନ୍ତ୍ରୀ ଆସନରେ ବିଜୁବାବୁ


ଚତୁର୍ବିଂଶ ପରିଚ୍ଛେଦ
ଦଶମ ଓଡ଼ିଶା ବିଧାନସଭା : ୨୭ ବର୍ଷ ପରେ
ମୁଖ୍ୟମନ୍ତ୍ରୀ ଆସନରେ ବିଜୁବାବୁ

ସଂସାରର ପ୍ରତ୍ୟେକ କ୍ଷେତ୍ରରେ ଉତ୍‍‌ଥାନ ପତନ ଲାଗି ରହିଛି । ଏହି ଦଶମ ବିଧାନସଭା ନିର୍ବାଚନରେ ବିଜୁ ପଟ୍ଟନାୟକଙ୍କ ନେତୃତ୍ୱରେ ଜନତାଦଳ ଭାରତୀୟ ଜାତୀୟ କଂଗ୍ରେସକୁ ପଛରେ ପକାଇ ୧୪୭ଟି ରୁ ୧୨୩ଟି ଆସନ ଲାଭ କରି ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ହାସଲ କଲା । ଏହା ପୂର୍ବର ଦୁଇଟି ବିଧାନସଭା ନିର୍ବାଚନରେ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ନେତୃତ୍ୱରେ କଂଗ୍ରେସ ୮ମ ଓ ୯ମ ବିଧାନସଭା ନିର୍ବାଚନରେ ସମାନ ସଂଖ୍ୟକ ୧୧୭ଟି କରି ଆସନ ଲାଭ କରିଥିଲା । ହେଲେ ୧୦ମ ବିଧାନସଭା ନିର୍ବାଚନରେ ପାଇଲା ମାତ୍ର ୧୦ଟି ଆସନ ।

ଏହି ନିର୍ବାଚନରେ ଥିଲେ ସମୁଦାୟ ୯୧୩ଜଣ ପ୍ରାର୍ଥୀ । ସେମାନଙ୍କ ମଧ୍ୟରେ କଂଗ୍ରେସର ୧୪୫, ଜନତାଦଳର ୧୩୯, ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ୯, ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟିର ୩, ଭାରତୀୟ ଜନତାପାର୍ଟିର ୬୨, ଜନତା ପାର୍ଟି ୬୧, ସ୍ୱାଧୀନ ଓ ଅନ୍ୟାନ୍ୟ ଦଳର ଥିଲେ ୪୯୪ଜଣ ପ୍ରାର୍ଥୀ । ଏହି ନିର୍ବାଚନରେ ଜନତା ଦଳ, ଦୁଇ କମ୍ୟୁନିଷ୍ଟ ଦଳ ସହ ମେଣ୍ଟ କରି ସେମାନଙ୍କୁ ୧୨ଟି ଆସନ ଛାଡି ଦେବାପାଇଁ ପ୍ରତିଶ୍ରୁତିବଦ୍ଧ ଥିଲା । ହେଲେ ଶେଷ ସମୟରେ , ସେମାନଙ୍କୁ ମାତ୍ର ୮ଟି ଆସନ ଛାଡି ଅନ୍ୟ ୪ଟି ଆସନରେ ବନ୍ଧୁତ୍ୱପୂର୍ଣ୍ଣ ଲଢେଇରେ ଅବତୀର୍ଣ୍ଣ ହୋଇଥିଲା ।

୧୦ମ ବିଧାନସଭା ପାଇଁ ସାଧାରଣ ନିର୍ବାଚନ ୧୯୯୦ ଫେବ୍ରୁଆରି ୨୭ ତାରିଖ ଦିନ ଅନୁଷ୍ଠିତ ହୋଇଥିଲା । ଏଥିରେ ଜନତାଦଳ ୧୨୩, ଜାତୀୟ କଂଗ୍ରେସ ୧୦, ବିଜେପି ୨, ସି.ପି.ଆଇ ୫, ସି.ପି.ଏମ୍‍. ୧ ଓ ସ୍ୱାଧୀନ ସଭ୍ୟମାନେ ୬ଟି ଆସନ ଲାଭ କରିଥିଲେ । ନିର୍ବାଚିତ ସଭ୍ୟମାନଙ୍କ ମଧ୍ୟରେ ଥିଲେ ୭ଜଣ ମହିଳା ସଦସ୍ୟ । ସେମାନେ ହେଲେ- ନନ୍ଦିନୀ ଶତପଥୀ (କଂ)- ଗନ୍ଦିଆ (ଢେ଼ଙ୍କାନାଳ), ଡାକ୍ତର କମଳା ଦାସ- (ଜନତାଦଳ)- ଭୋଗରାଇ (ବାଲେଶ୍ୱର),

ଶ୍ରୀମତୀ ସୁଜ୍ଞାନ କୁମାରୀ ଦେଓ- (ଜନତାଦଳ)- ଖଲ୍ଲିକୋଟ (ଗଂଜାମ), ଶ୍ରୀମତୀ ପ୍ରମିଳା ମଲ୍ଲିକ(ଜନତାଦଳ)- ଆଳି (କେନ୍ଦ୍ରାପଡା), ଶ୍ରୀମତୀ ଶାନ୍ତି ଦେବୀ- (ଜନତା ଦଳ)- ସୋରଡା (ଗଂଜାମ) ଓ ଶ୍ରୀମତୀ ଉଷା ଦେବୀ (ଜନତା ଦଳ)- ଚିକିଟି (ଗଂଜାମ) । ଦଶମ ବିଧାନସଭା ସଦସ୍ୟ (୧୯୯୦) :

କରଞ୍ଜିଆ ରଘୁନାଥ ହେମ୍ବ୍ରମ୍‍ ଜନତା ଦଳ
ଯଶୀପୁର ମଙ୍ଗଳସିଂହ ମୁଦି ଜନତା ଦଳ
ବହଲଦା ଖେଲାରାମ ମହାଲିି ସ୍ୱାଧୀନ
ରାଇରଙ୍ଗପୁର ଚୈତନ୍ୟ ପ୍ରସାଦ ମାଝି ଜନତା ଦଳ
ବାଙ୍ଗିରିପୋଷି ସୁଦାମ ଚରଣ ମାରାଣ୍ଡି ସ୍ୱାଧୀନ
କୁଳିଅଣା କାହ୍ନୁ ସୋରେନ ଜନତା ଦଳ
ବାରିପଦା ଛତିଶ ଚନ୍ଦ୍ର ଧଳ ଜନତା ଦଳ
ବୈସିଙ୍ଗା ଅନନ୍ତ ଚରଣ ମାଝି ଜନତା ଦଳ
ଖୁଣ୍ଟା ବୀରଭଦ୍ର ସିଂହ ଜନତା ଦଳ
ଉଦଳା ରୋହିଦାସ ସୋରେନ ଜନତା ଦଳ
ଭୋଗରାଇ ଡାଃ. କମଳା ଦାସ ଜନତା ଦଳ
ଜଳେଶ୍ୱର ଅଶ୍ୱିନୀ କୁମାର ପାତ୍ର ଜନତା ଦଳ
ବସ୍ତା ରଘୁନାଥ ମହାନ୍ତି ଜନତା ଦଳ
ବାଲେଶ୍ୱର ଅରୁଣ ଦେ କମ୍ୟୁନିଷ୍ଟ
ସୋରୋ କାର୍ତ୍ତିକ ମହାପାତ୍ର କଂଗ୍ରେସ
ସିମୂଳିଆ ପର୍ଶୁରାମ ପାଣିଗ୍ରାହୀ ଜନତା ଦଳ
ନୀଳଗିରି ଚିତ୍ତ ରଂଜନ ଷଡଙ୍ଗୀ ସ୍ୱାଧୀନ
ଭଣ୍ଡାରୀ ପୋଖରୀ ଅର୍ଜୁନ ଚରଣ ସେଠି ଜନତା ଦଳ
ଭଦ୍ରକ ପ୍ରଫୁଲ୍ଲ ସାମଲ ଜନତା ଦଳ
ଧାମନଗର ହୃଦାନନ୍ଦ ମଲ୍ଲିକ (ମୃତ୍ୟୁ ୩.୧.୯୦) ଜନତା ଦଳ
ଚାନ୍ଦବାଲି ବୈରାଗୀ ଜେନା ଜନତା ଦଳ
ବାସୁଦେବପୁର ବିଜୟଶ୍ରୀ ରାଉତରାୟ ଜନତା ଦଳ
ସୁକିନ୍ଦା ପ୍ରଫୁଲ୍ଲ ଚନ୍ଦ୍ର ଘଡେଇ ଜନତା ଦଳ
କୋରେଇ ଅଶୋକ କୁମାର ଦାସ ଜନତା ଦଳ
ଯାଜପୁର ଜଗନ୍ନାଥ ମଲ୍ଲିକ ଜନତା ଦଳ
ଧର୍ମଶାଳା ଗୁରୁଚରଣ ଟିକାୟତ ଜନତା ଦଳ
ବଡ଼ଚଣା ଅମର ପ୍ରସାଦ ଶତପଥୀ ଜନତା ଦଳ
ବରି-ଡେରାବିଶି କୁଳମଣି ରାଉତ ଜନତା ଦଳ
ବିଂଝାରପୁର ପ୍ରମିଳା ମଲ୍ଲିକ ଜନତା ଦଳ
ଆଳି ସୁଶୀ ଦେବୀ ଜନତା ଦଳ
ପଟ୍ଟାମୁଣ୍ଡାଇ ରାଧାକାନ୍ତ ସେଠି ମାର୍କ୍ସବାଦୀ କମ୍ୟୁନିଷ୍ଟ
ରାଜନଗର ନଳିନୀକାନ୍ତ ମହାନ୍ତି ଜନତା ଦଳ
କେନ୍ଦ୍ରାପଡ଼ା ବେଦ ପ୍ରକାଶ ଅଗ୍ରଓ୍ୱାଲ ଜନତା ଦଳ
ପାଟକୁରା ବିଜୟ ମହାପାତ୍ର ଜନତା ଦଳ
ତିର୍ତ୍ତୋଲ ବସନ୍ତ କୁମାର ବିଶ୍ୱାଳ କଂଗ୍ରେସ
ଏରସମା ଦାମୋଦର ରାଉତ ଜନତା ଦଳ
ବାଲିକୁଦା ଉମେଶ ଚନ୍ଦ୍ର ସ୍ୱାଇଁ ଜନତା ଦଳ
ଜଗତସିଂହପୁର ବିଷ୍ଣୁ ଦାସ ଜନତା ଦଳ
କିଶନ ନଗର ଯୁଧିଷ୍ଠିର ଦାସ ଜନତା ଦଳ
ମାହାଙ୍ଗା ଶରତ କୁମାର କର ଜନତା ଦଳ
ସାଲେପୁର କାଳିନ୍ଦୀ ଚରଣ ବେହେରା ଜନତା ଦଳ
ଗୋବିନ୍ଦପୁର ରବିନ୍ଦ୍ର କୁମାର ମଲ୍ଲିକ ସ୍ୱାଧୀନ
କଟକସଦର ରାଜେନ୍ଦ୍ର ସିଂହ ଜନତା ଦଳ
କଟକସହର ସୟଦ ମୁସ୍ତାଫିଜ ଅହମ୍ମଦ ଜନତା ଦଳ
ଚୌଦ୍ୱାର ରାଜକିଶୋର ରାମ ଜନତା ଦଳ
ବାଙ୍କୀ ଘନଶ୍ୟାମ ସାହୁ ଜନତା ଦଳ
ଆଠଗଡ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଜନତା ଦଳ
ବଡ଼ମ୍ବା ରାଜା ସାହେବ ତ୍ରିଲୋଚନ ସିଂହଦେଓ ଜନତା ଦଳ
ବାଲିପାଟଣା ହୃଷୀକେଶ ନାୟକ ଜନତା ଦଳ
ଭୁବନେଶ୍ୱର ବିଜୁ ପଟ୍ଟନାୟକ ଜନତା ଦଳ
ଜଟଣୀ ଶରତ ଚନ୍ଦ୍ର ପାଇକରାୟ ଜନତା ଦଳ
ପିପିଲି ପ୍ରଦୀପ କୁମାର ମହାରୀ ଜନତା ଦଳ
ନିମାପଡ଼ା ବେଣୁଧର ସେଠି ଜନତା ଦଳ
କାକଟପୁର ସୁରେନ୍ଦ୍ର ନାଥ ନାୟକ ଜନତା ଦଳ
ସତ୍ୟବାଦୀ ଚନ୍ଦ୍ର ମାଧବ ମିଶ୍ର ଜନତା ଦଳ
ପୁରୀ ବ୍ରଜକିଶୋର ତ୍ରିପାଠୀ ଜନତା ଦଳ
ବ୍ରହ୍ମଗିରି ଅଜୟ କୁମାର ଜେନା ଜନତା ଦଳ
ଚିଲିକା ବିଶ୍ୱଭୂଷଣ ହରିଚନ୍ଦନ ଜନତା ଦଳ
ଖୋର୍ଦ୍ଧା ପ୍ରସନ୍ନ କୁମାର ପାଟ୍ଟଶାଣୀ ଜନତା ଦଳ
ବେଗୁନିଆ ସୁରେନ୍ଦ୍ର ନାଥ ମିଶ୍ର ଜନତା ଦଳ
ରଣପୁର ଶରତ ଚନ୍ଦ୍ର ମିଶ୍ର ଜନତା ଦଳ
ନୟାଗଡ଼ ଭାଗବତ ବେହେରା ଜନତା ଦଳ
ଖଣ୍ଡପଡ଼ା ଅରୁଣ କୁମାର ପଟ୍ଟନାୟକ ଜନତା ଦଳ
ଦଶପଲ୍ଲା ରୁଦ୍ର ମାଧବ ରାୟ ଜନତା ଦଳ
ଜଗନ୍ନାଥ ପ୍ରସାଦ ମାଧବ ଚନ୍ଦ୍ର ବେହେରା ଜନତା ଦଳ
ଭଞ୍ଜନଗର ରାମକୃଷ୍ଣ ଗୌଡ଼ ଜନତା ଦଳ
ସୋରଡା ଶାନ୍ତିଦେବୀ ଜନତା ଦଳ
ଆସ୍କା ଦ୍ୟୁତିକୃଷ୍ଣ ପଣ୍ଡା ଭାରତୀୟ କମ୍ୟୁନିଷ୍ଟ
କବିସୂର୍ଯ୍ୟନଗର ନିତ୍ୟାନନ୍ଦ ପ୍ରଧାନ ଭାରତୀୟ କମ୍ୟୁନିଷ୍ଟ
କୋଦଳା ରାମକୃଷ୍ଣ ପଟ୍ଟନାୟକ ଜନତା ଦଳ
ଖଲ୍ଲିକୋଟ ଭି.ସୁଜ୍ଞାନ କୁମାରୀ ଦେଓ ଜନତା ଦଳ
ଛତ୍ରପୁର ପର୍ଶୁରାମ ପଣ୍ଡା ଭାରତୀୟ କମ୍ୟୁନିଷ୍ଟ
ହିଂଜିଳି ହରିହର ସାହୁ ଜନତା ଦଳ
ଗୋପାଳପୁର ରାମଚନ୍ଦ୍ର ସେଠି ଜନତା ଦଳ
ବ୍ରହ୍ମପୁର ବିନୟ କୁମାର ମହାପାତ୍ର ଜନତା ଦଳ
ଚିକିଟି ଉଷାଦେବୀ ଜନତା ଦଳ
ମୋହନା ସୂର୍ଯ୍ୟନାରାୟଣ ପାତ୍ର ଜନତା ଦଳ
ରାମଗିରି ହଳଧର କାର୍ଜୀ କଂଗ୍ରେସ
ପାରଳାଖେମୁଣ୍ଡି ଦରପୁ ଲଚ୍ଛନ୍ନା ନାଇଡୁ ଜନତା ଦଳ
ଗୁଣୁପୁର ରାମମୂର୍ତ୍ତି ଗମାଙ୍ଗ ଜନତା ଦଳ
ବିଷମ କଟକ ସାରଙ୍ଗ ଧର କାଦ୍ରକା ଜନତା ଦଳ
ରାୟଗଡା ଉଲାକା ରାମଚନ୍ଦ୍ର କଂଗ୍ରେସ
ଲକ୍ଷ୍ମୀପୁର ଅଖିଳ ସାଉଁଟା ଜନତା ଦଳ
ପଟ୍ଟାଙ୍ଗୀ ଜୟରାମ ପାଙ୍ଗୀ ଜନତା ଦଳ
କୋରାପୁଟ ହରିଶ୍ଚନ୍ଦ୍ର ବକ୍ସିପାତ୍ର ଜନତା ଦଳ
ମାଲକାନାଗିରି ନାକା କାନାୟା ଜନତା ଦଳ
ମୃତ୍ୟୁ ପରେ ଅରବିନ୍ଦ ଢ଼ାଲି ଭାଜପା
ଚିତ୍ରକୋଣ୍ଡା ପ୍ରହ୍ଲାଦ ଦୋରା ଜନତା ଦଳ
କୋଟପାଡ ସଦନ ନାୟକ ଜନତା ଦଳ
ଜୟପୁର ରଘୁନାଥ ପଟ୍ଟନାୟକ କଂଗ୍ରେସ
ନବରଙ୍ଗପୁର ହବିବୁଲ୍ଲା ଖାଁ କଂଗ୍ରେସ
କୋଡିଙ୍ଗା ଶ୍ୟାମଘନ ମାଝି ଜନତା ଦଳ
ଡାବୁଗାଁ ଜୟଦେବ ମାଝି ଜନତା ଦଳ
ଉମରକୋଟ ଗୁରୁବାରୀ ମାଝି ଜନତା ଦଳ
ନୂଆପଡ଼ା ଘାସିରାମ ମାଝି ଜନତା ଦଳ
ଖଡିଆଳ ଦୁର୍ଯ୍ୟୋଧନ ମାଝି ଜନତା ଦଳ
ଧରମଗଡ ଭାରତ ଭୂଷଣ ବେମାଲ ଜନତା ଦଳ
କୋକସରା ସୁରେନ୍ଦ୍ର ପଟ୍ଟଯୋଶୀ ଜନତା ଦଳ
ଜୁନାଗଡ ବିକ୍ରମ କେଶରୀ ଦେଓ ଭାଜପା
ଭବାନୀପାଟଣା ଅଜିତ୍‍ ଦାସ ଜନତା ଦଳ
ନର୍ଲା ବଳଭଦ୍ର ମାଝି ଜନତା ଦଳ
କେସିଙ୍ଗା କିରଣ ଚନ୍ଦ୍ର ସିଂହଦେଓ ଜନତା ଦଳ
ବାଲିଗୁଡା ଭଗବାନ କହଁର ଜନତା ଦଳ
ଉଦୟଗିରି ନାଗାର୍ଜୁନ ପ୍ରଧାନ କଂଗ୍ରେସ
ଫୁଲବାଣୀ ପଦ୍ମନାଭ ବେହେରା ଜନତା ଦଳ
ବୌଦ୍ଧ ସଚ୍ଚିଦାନନ୍ଦ ଦଲାଲ ଜନତା ଦଳ
ଟିଟିଲାଗଡ଼ ଯୋଗେନ୍ଦ୍ର ବେହେରା ଜନତା ଦଳ
କଣ୍ଟାବାଂଜି ପ୍ରସନ୍ନ କୁମାର ପାଲ ଜନତା ଦଳ
ପାଟଣାଗଡ ବିବେକାନନ୍ଦ ମେହେର ଜନତା ଦଳ
ସଇଁତଳା ଯଜ୍ଞେଶ୍ୱର ବାବୁ ଜନତା ଦଳ
ଲୋଇସିଙ୍ଗା ନରସିଂହ ମିଶ୍ର ଜନତା ଦଳ
ବଲାଙ୍ଗୀର ଅନଙ୍ଗ ଉଦୟ ସିଂହଦେଓ ଜନତା ଦଳ
ସୋନପୁର କୁନ୍ଦୁରୁ କୁଶଲ ଜନତା ଦଳ
ବିନିକା ପଞ୍ଚାନନ ମିଶ୍ର ସ୍ୱାଧୀନ
ବୀରମହାରାଜପୁର ରବିନାରାୟଣ ପାଣିଗ୍ରାହୀ ଜନତା ଦଳ
ଆଠମଲ୍ଲିକ ନଗେନ୍ଦ୍ର କୁମାର ପ୍ରଧାନ ଜନତା ଦଳ
ଅନୁଗୁଳ ଅଦ୍ୱୈତ ପ୍ରସାଦ ସିଂହ ଜନତା ଦଳ
ହିନ୍ଦୋଳ ତ୍ରିନାଥ ନାୟକ ଜନତା ଦଳ
ମୃତ୍ୟୁପରେ ପାଟ୍ଟ ନାୟକ ଜନତା ଦଳ
ଢେ଼ଙ୍କାନାଳ ତ‌ଥାଗତ ଶତପଥୀ ଜନତା ଦଳ
ଗଁଦିଆ ନନ୍ଦିନୀ ଶତପଥୀ କଂଗ୍ରେସ
କାମାଖ୍ୟାନଗର ପ୍ରସନ୍ନ କୁମାର ପଟ୍ଟନାୟକ ଜନତା ଦଳ
ପାଲଲହଡା ଡାଃ. ନୃସିଂହ ଚରଣ ସାହୁ ଜନତା ଦଳ
ତାଳଚେର ବୃନ୍ଦାବନ ବେହେରା ସ୍ୱାଧୀନ
ପଦ୍ମପୁର ବିଜୟ ରଂଜନ ସିଂହ ବରିହା ଜନତା ଦଳ
ମେଲଚ୍ଛାମୁଣ୍ଡା ମୁରାରୀ ପ୍ରସାଦ ମିଶ୍ର ଜନତା ଦଳ
ବିଜେପୁର ନିକୁଞ୍ଜ ବିହାରୀ ସିଂହ ଜନତା ଦଳ

୧୯୯୧ ଅଗଷ୍ଟ ୨୪ରେ ପରଲୋକ ଗମନ କଲେ । ଉପନିର୍ବାଚନରେ ଏହି ଆସନଟି ଜନତାଦଳ ପାଇଥିଲା ।

ଭଟ୍‍ଲି କୁମର ବେହେରା ଜନତା ଦଳ
ବରଗଡ ପ୍ରସନ୍ନ ଆଚାର୍ଯ୍ୟ ଜନତା ଦଳ
ସମ୍ବଲପୁର ଦୁର୍ଗାଶଙ୍କର ପଟ୍ଟନାୟକ କଂଗ୍ରେସ
ବ୍ରଜରାଜନଗର ପ୍ରସନ୍ନ କୁମାର ପଣ୍ଡା ଭାରତୀୟ କମ୍ୟୁନିଷ୍ଟ
ଝାରସୁଗୁଡା କିଶୋର କୁମାର ମହାନ୍ତି ଜନତା ଦଳ
ଲାଇକେରା ହେମାନନ୍ଦ ବିଶ୍ୱାଳ କଂଗ୍ରେସ
କୁଚିଣ୍ଡା ବୃନ୍ଦାବନ ମାଝି ଜନତା ଦଳ
ରେଢ଼ାଖୋଲ ବସନ୍ତ କୁମାର ମହାନନ୍ଦ ଜନତା ଦଳ
ଦେବଗଡ ପ୍ରଦୀପ୍ତ ଗଙ୍ଗଦେବ ଜନତା ଦଳ
ସୁନ୍ଦରଗଡ ଭରତେନ୍ଦ୍ର ଶେଖର ଦେଓ ଜନତା ଦଳ
ତଲସରା ରଣଜିତ୍‍ ଭିତ୍ରିୟା ଜନତା ଦଳ
ରାଜଗାଙ୍ଗପୁର ମଙ୍ଗଳା କିଷାନ ଜନତା ଦଳ
ବୀରମିତ୍ରପୁର ସତ୍ୟ ନାରାୟଣ ପ୍ରଧାନ ଜନତା ଦଳ
ରାଉରକେଲା ଦିଲ୍ଲୀପ କୁମାର ରାୟ ଜନତା ଦଳ
ରଘୁନାଥପଲ୍ଲୀ ରବି ଦେହୁରୀ ଜନତା ଦଳ
ବଣାଇ ଜୁଏଲ ଓରାମ ଭାଜପା
ଚମ୍ପୁଆ ସହରାଇ ଓରାମ ଜନତା ଦଳ
ପାଟଣା କାହ୍ନୁଚରଣ ନାୟକ ଜନତା ଦଳ
କେନ୍ଦୁଝର ଛୋଟରାୟ ମାଝି ଜନତା ଦଳ
ତେଲକୋଇ ନୀଳାଦ୍ରି ନାୟକ ଜନତା ଦଳ
ରାମଚନ୍ଦ୍ରପୁର ବଦ୍ରି ନାରାୟଣ ପାତ୍ର ଜନତା ଦଳ
ଆନନ୍ଦପୁର ଦାଶରଥି ଜେନା ଜନତା ଦଳ

ଶପଥ ଗ୍ରହଣ : ବାଚସ୍ପତି, ଉପବାଚସ୍ପତି ନିର୍ବାଚନ:

ଦଶମ ବିଧାନସଭା ୩ ମାର୍ଚ୍ଚ ୧୯୯୦ରେ ଗଠିତ ହେଲା । ବିଜୁ ପଟ୍ଟନାୟକ ଜନତା ବିଧାୟକ ଦଳ ନେତା ଭାବରେ ନିର୍ବାଚିତ ହୋଇ ନିଜର ଜନ୍ମଦିନ ୫.୩.୧୯୯୦ରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ । ତାଙ୍କ ସହ ଅନ୍ୟ କୌଣସି ମନ୍ତ୍ରୀ ସେଦିନ ଶପଥ ଗ୍ରହଣ କରିନଥିଲେ । ପରେ ମନ୍ତ୍ରିମଣ୍ଡଳର ଅନ୍ୟ ସଦସ୍ୟମାନେ ଶପଥ ଗ୍ରହଣ କରିଥିଲେ । ନବନିର୍ବାଚିତ ସଦସ୍ୟମାନେ ମାର୍ଚ୍ଚ ୭ତାରିଖରେ ଶପଥ ଗ୍ରହଣ କଲେ । ବୟୋେଜ୍ୟେଷ୍ଠ ସଦସ୍ୟ ଘାସିରାମ ମାଝି ଅସ୍ଥାୟୀ ବାଚସ୍ପତି ଭାବରେ ସଦସ୍ୟମାନଙ୍କୁ ଶପଥ ଗ୍ରହଣ କରାଇଥିଲେ । ମାର୍ଚ୍ଚ ୯ ତାରିଖ ଦିନ ଯୁଧିଷ୍ଠିର ଦାସ ସର୍ବସମ୍ମତି କ୍ରମେ ବାଚସ୍ପତି ଓ ମାର୍ଚ୍ଚ ୨୨ ତାରିଖରେ ପ୍ରହ୍ଲାଦ ଦୋରା ଉପବାଚସ୍ପତି ନିର୍ବାଚିତ ହେଲେ । ବହଳଦା ଓ ବାଙ୍ଗିରପୋଷି ନିର୍ବାଚନମଣ୍ଡଳୀର ବିଧାୟକମାନେ ମାର୍ଚ୍ଚ ୨୮ ତାରିଖରେ ଶପଥ ଗ୍ରହଣ କଲେ । ଆବଶ୍ୟକ ସଂଖ୍ୟକ ସଭ୍ୟ ନଥିବାରୁ କୌଣସି ରାଜନୈତିକ ଦଳ ବିଧାନସଭାରେ ବିରୋଧିଦଳ ଭାବରେ ସ୍ୱୀକୃତି ଲାଭ କରିପାରିଲେ ନାହିିଁ । ଯାହାହେଉ କଂଗ୍ରେସଦଳ ମୁଖ୍ୟ ବିରୋଧୀଦଳ ଭାବରେ ବିବେଚିତ ହେଲା ।

ବିଜୁପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳ ଓ ଏହାର ସଂପ୍ରସାରଣ :

ଓଡ଼ିଶାର ତତ୍‍କାଳୀନ ରାଜ୍ୟପାଳ ଯଜ୍ଞଦତ୍ତ ଶର୍ମା ତା ୧୪.୩.୧୯୯୦ରିଖରେ ମନ୍ତ୍ରିମଣ୍ଡଳର ୯ଜଣ କ୍ୟାବିନେଟ ମନ୍ତ୍ରୀ, ୫ଜଣ ରାଷ୍ଟ୍ରମନ୍ତ୍ରୀ ଓ ଜଣେ ଉପମନ୍ତ୍ରୀଙ୍କୁ ଶପଥ ଗ୍ରହଣ କରାଇଲେ । ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନଙ୍କର ବିଭାଗ ବଣ୍ଟନ ଏହିପରି ଭାବରେ ହେଲା:

କ୍ୟାବିନେଟ ମନ୍ତ୍ରୀ :

ବିଜୁ ପଟ୍ଟନାୟକ : ମୁଖ୍ୟମନ୍ତ୍ରୀ: ସାଧାରଣ ପ୍ରଶାସନ, ସ୍ୱରାଷ୍ଟ୍ର, ଯୋଜନା ଓ ସମନ୍ୱୟ,
ଶିଳ୍ପ, ସେଚ ଓ ଶକ୍ତି (ଶକ୍ତି), ବିଜ୍ଞାନ, କାରିଗରୀ କୌଶଳ ଓ
ପରିବେଶ, ବାଣିଜ୍ୟ ଓ ପରିବହନ, ଖଣି ଓ ଭୂତତ୍ତ୍ୱ, ଗୋଷ୍ଠୀ
ଉନ୍ନୟନ ଓ ଗ୍ରାମ୍ୟ ପୁନର୍ଗଠନ, ହରିଜନ ଓ ଆଦିବାସୀମଙ୍ଗଳ,
ପର୍ଯ୍ୟଟନ, କ୍ରୀଡା ଓ ସଂସ୍କୃତି, ଖାଦ୍ୟ ଓ ଯୋଗାଣ; ଶ୍ରମ ଓ ନିଯୁକ୍ତି;
ସୂଚନା ଓ ଲୋକ ସମ୍ପର୍କ; ଶିକ୍ଷା ଓ ଯୁବ କଲ୍ୟାଣ (ଯୁବ କଲ୍ୟାଣ),
ଜଙ୍ଗଲ, ମତ୍ସ୍ୟ ଓ ପଶୁପାଳନ ଏବଂ ନିର୍ଦ୍ଦିଷ୍ଟ ଭାବରେ ବଣ୍ଟନ
କରାଯାଇନଥିବା ବିଭାଗର ମନ୍ତ୍ରୀ
ରାମକୃଷ୍ଣ ପଟ୍ଟନାୟକ : ଅର୍ଥ
ବିଜୟ ମହାପାତ୍ର : ଜଳସେଚନ, ଶକ୍ତି ଓ ସାଧାରଣ ପ୍ରଶାସନ (ସଂସଦୀୟ ବ୍ୟାପାର)
ଅଦ୍ୱୈତ ପ୍ରସାଦ ସିଂହ ଜଙ୍ଗଲ, ମତ୍ସ୍ୟ ଓ ପଶୁପାଳନ ଏବଂ ବିଜ୍ଞାନ କାରିଗରୀ କୌଶଳ ଓ
: ପରିବେଶ (ପରିବେଶ)
ଚୈତନ୍ୟ ପ୍ରସାଦ ମାଝି : ଶିକ୍ଷା ଓ ଯୁବକଲ୍ୟାଣ (ଶିକ୍ଷା)
ଘାସିିରାମ ମାଝି : ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ
ନଳିନୀକାନ୍ତ ମହାନ୍ତି : ପୂର୍ତ୍ତ, ଗୃହ ନିର୍ମାଣ ଓ ନଗର ଉନ୍ନୟନ
ଜଗନ୍ନାଥ ମଲ୍ଲିକ : କୃଷି ଓ ସମବାୟ
ନରସିଂହ ମିଶ୍ର : ଆଇନ
ସୁରେନ୍ଦ୍ର ନାଥ ନାୟକ : ରାଜସ୍ୱ ଓ ଅବକାରୀ

ରାଷ୍ଟ୍ରମନ୍ତ୍ରୀ :

ଛୋଟରାୟ ମାଝି : ହରିଜନ ଓ ଆଦିବାସୀ କଲ୍ୟାଣ
ଦିଲ୍ଲୀପ ରାୟ : ଶିଳ୍ପ
ଯାଦବ ମାଝି : ଯୋଜନା ଓ ସମନ୍ୱୟ
ପ୍ରଫୁଲ୍ଲ ସାମଲ : ଶ୍ରମ ଓ ନିଯୁକ୍ତି
ପ୍ରସନ୍ନ ଆଚାର୍ଯ୍ୟ : ଖାଦ୍ୟ ଓ ଯୋଗାଣ
ପଦ୍ମନାଭ ବେହେରା : କ୍ରୀଡ଼ା, ସଂସ୍କୃତି, ପର୍ଯ୍ୟଟନ (ଉପମନ୍ତ୍ରୀ)

ବିଜୁପଟ୍ଟନାୟକ ୨୪.୭.୧୯୯୦ ରିଖରେ ତାଙ୍କ ମନ୍ତ୍ରିମଣ୍ଡଳର ସଂପ୍ରସାରଣ କଲେ । ଭାଗବତ ବେହେରା, ବିଶ୍ୱଭୂଷଣ ହରିଚନ୍ଦନ, ଡାଃ. ଦାମୋଦର ରାଉତ ଓ ଶରତ କୁମାର କରଙ୍କୁ ନୂତନ ଭାବେ କ୍ୟାବିନେଟ ମନ୍ତ୍ରୀ ଭାବରେ ଗ୍ରହଣ କଲେ । ସେହିପରି ଡା. କମଳା ଦାସ, ମଙ୍ଗଳା କିଷାନ, ସୟଦ ମୁସ୍ତାଫିଜ ଅହମ୍ମଦ, ସହରାଇ ଓରାମ ଓ ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ନୂତନ ରାଷ୍ଟ୍ରମନ୍ତ୍ରୀ ଭାବରେ ଗ୍ରହଣ କଲେ । ଉଲ୍ଲେଖନୀୟ ଘଟଣା ହେଲା, ମୁଖ୍ୟମନ୍ତ୍ରୀ କ୍ୟାବିନେଟ ମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକଙ୍କ ହାତରୁ ଅର୍ଥ ବିଭାଗ କାଢ଼ି ନେଇ ନିଜ ହାତରେ ରଖିଲେ ଓ ରାମକୃଷ୍ଣଙ୍କୁ ଗ୍ରାମ ଉନ୍ନୟନ ବିଭାଗ ପ୍ରଦାନ କଲେ । ଏହି ପରିବର୍ତ୍ତନରେ ରାମକୃଷ୍ଣ ପଟ୍ଟନାୟକ ଅସୁଖୀ ହେଲେ । ଏହି ସଂପ୍ରସାରଣ ଫଳରେ ରାଜ୍ୟରେ ଥିବା ୧୬ ଜଣିଆ ମନ୍ତ୍ରିମଣ୍ଡଳର ସଂଖ୍ୟା ୨୬କୁ ବୃଦ୍ଧି ପାଇଲା ।

୧୯୯୧ ମସିହା ଜାନୁଆରି ପହିଲାରେ ପୁନର୍ବାର ବିଜୁ ପଟ୍ଟନାୟକ ତାଙ୍କ ମନ୍ତ୍ରିମଣ୍ଡଳ ସଂପ୍ରସାରଣ କଲେ । ଏହି ସଂପ୍ରସାରଣରେ ସେ ୫ଜଣ କ୍ୟାବିନେଟ ମନ୍ତ୍ରୀ ଓ ୬ଜଣ ରାଷ୍ଟ୍ରମନ୍ତ୍ରୀଙ୍କୁ ସାମିଲ କଲେ । କ୍ୟାବିନେଟ ମନ୍ତ୍ରୀମାନେ ହେଲେ ଡ. ପ୍ରସନ୍ନ ପାଟ୍ଟଶାଣୀ, ଅନଙ୍ଗ ଉଦୟ ସିଂହଦେଓ, ବେଦପ୍ରକାଶ ଅଗ୍ରଓ୍ୱାଲ ଏବଂ ରାଷ୍ଟ୍ରମନ୍ତ୍ରୀ ପାହ୍ୟାରୁ ପଦୋନ୍ନତି ପ୍ରଦାନ କରି ଯେଉଁମାନଙ୍କୁ କ୍ୟାବିନେଟ ମନ୍ତ୍ରୀ କରାଗଲା; ସେମାନେ ହେଲେ ଦିଲ୍ଲୀପ ରାୟ, ସୟଦ ମୁସ୍ତାଫିଜ ଅହମଦ୍‍ ଓ ପ୍ରସନ୍ନ ଆଚାର୍ଯ୍ୟ । ସେହି ପରି ରାଷ୍ଟ୍ରମନ୍ତ୍ରୀ ପଦବୀରେ ପଦ୍ମନାଭ ବେହେରାଙ୍କୁ ଉପମନ୍ତ୍ରୀରୁ ଉନ୍ନୀତ କରାଗଲା । ଏତଦ୍‍ବ୍ୟତୀତ ଯେଉଁମାନେ ନୂତନ ଭାବରେ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ଲାଭ କଲେ ସେମାନେ ହେଲେ ବସନ୍ତ କୁମାର ମହାନନ୍ଦ, କାଳିନ୍ଦୀ ଚରଣ ବେହେରା (୭.୧.୧୯୯୧ରେ) କିରଣ ଚନ୍ଦ୍ର ସିଂହଦେଓ, ପ୍ରଫୁଲ୍ଲ ଚନ୍ଦ୍ର ଘଡେଇ ୧୭.୧.୧୯୯୧) ରଘୁନାଥ ହେମ୍ବ୍ରମ ଓ ତ୍ରିନାଥ ନାୟକ । ଏହି ସଂପ୍ରସାରଣ ଫଳରେ ମନ୍ତ୍ରିପରିଷଦର ସଭ୍ୟସଂଖ୍ୟା ୨୬ରୁ ୩୭କୁ ବୃଦ୍ଧି ପାଇଲା ।

୧୯୯୩ ମସିହା ଜାନୁଆରି ୪ ତାରିଖରେ ମୁଖ୍ୟମନ୍ତ୍ରୀ ତାଙ୍କ ମନ୍ତ୍ରିମଣ୍ଡଳର ସଭ୍ୟମାନଙ୍କ ବିଭାଗରେ ସାମାନ୍ୟ ଅଦଳବଦଳ କଲେ । ଏହି ଅଦଳବଦଳରେ ରାମକୃଷ୍ଣ ପଟ୍ଟନାୟକଙ୍କ ହାତରୁ ଗ୍ରାମ ଉନ୍ନୟନ ବିଭାଗ କାଢି ନେଇ କୃଷି ବିଭାଗ ପ୍ରଦାନ କଲେ । ଏହି ସମୟରେ ବିଶ୍ୱଭୂଷଣ ହରିଚନ୍ଦନ, ଶରତ କୁମାର କର ଓ ଜଗନ୍ନାଥ ମଲ୍ଲିକଙ୍କ ବିଭାଗରେ ମଧ୍ୟ ଅଦଳବଦଳ କରାଗଲା । ଫଳରେ ଏହି ୪ଜଣ ଯାକ ମନ୍ତ୍ରୀ ନିଜ ନିଜ ପଦବୀରୁ ଇସ୍ତଫା ପ୍ରଦାନ କଲେ । ସେମାନେ ଭାବିିଥିଲେ ଯେ, ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଡାକି ଆଲୋଚନା କରିବେ । ହେଲେ ମୁଖ୍ୟମନ୍ତ୍ରୀ ତାହା ନକରି ସେମାନଙ୍କ ଇସ୍ତଫା ପତ୍ରଗୁଡିକୁ ଗ୍ରହଣ କରିନେବାକୁ ରାଜ୍ୟପାଳଙ୍କୁ ସୁପାରିଶ କରିଦେଲେ । ଫଳରେ ଏହି ଚାରିଜଣ ଯାକ ମନ୍ତ୍ରୀ ଜାନୁଆରି ୨୨ ତାରିଖରୁ ମନ୍ତ୍ରିମଣ୍ଡଳରୁ ଅନ୍ତର ହୋଇଗଲେ । ଏହିଠାରୁ ହିିଁ ଜନତା ଦଳରେ ଗୋଷ୍ଠୀ ବିବାଦର ସୂତ୍ରପାତ ହୋଇଥିଲା । ସେହି ବିବାଦ ଶେଷଯାଏ ରହିିଲା ଓ ତାକୁ ବିଜୁବାବୁ ସମାଧାନ କରିପାରି ନଥିଲେ ।

ଦଶମ ଲୋକସଭା ନିର୍ବାଚନ (୧୯୯୧) :

୧୯୯୧ ମସିହାରେ ହେବାକୁ ଥିବା ଦଶମ ଲୋକସଭା ନିର୍ବାଚନରେ ତତ୍‍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ତାମିଲନାଡୁରେ ଦଳୀୟ ନିର୍ବାଚନ ପ୍ରଚାର ସଭାରେ ଯୋଗଦେବା ସମୟରେ ଏକ 'ମାନବ ବୋମା' ବିସ୍ଫୋରଣରେ ପ୍ରାଣ ହରାଇଲେ । ସେହି ଦିବସଟି ଥିଲା ୧୯୯୧

ମସିହା ମଇ ମାସ ୨୧ ତାରିଖ । ରାଜୀବଗାନ୍ଧୀଙ୍କ ଏହି ମର୍ମନ୍ତୁଦ ମୃତ୍ୟୁରେ ସମଗ୍ର ବିଶ୍ୱ ବିସ୍ମିତ

ହୋଇଯାଇଥିଲା । ଲୋକସଭା ନିର୍ବାଚନ ସାରା ଦେଶରେ ଅନୁଷ୍ଠିତ ହେଲା । ଓଡ଼ିଶାରେ ୨୧ ଆସନରୁ କଂଗ୍ରେସଦଳ ୧୨ଟି, ଜନତାଦଳ ୬ଟି, ସି.ପି.ଆଇ ଓ ସିପିଏମ୍‍- ଗୋଟିଏ ଲେଖାଏଁ ଏବଂ ସ୍ୱାଧୀନ ସଭ୍ୟ ଗୋଟିଏ ଆସନ ଲାଭ କଲେ ।

ଦଶମ ଲୋକସଭା ସଦସ୍ୟ (୧୯୯୧) :

ମୟୂରଭଞ୍ଜ ଭାଗେ ଗୋବର୍ଦ୍ଧନ ସ୍ୱାଧୀନ
ବାଲେଶ୍ୱର କାର୍ତ୍ତିକେଶ୍ୱର ପାତ୍ର କଂଗ୍ରେସ
ଭଦ୍ରକ ଅର୍ଜୁନ ଚରଣ ସେଠି ଜନତା ଦଳ
ଯାଜପୁର ଅନାଦି ଚରଣ ଦାସ ଜନତା ଦଳ
କେନ୍ଦ୍ରାପଡା ରବି ରାୟ ଜନତା ଦଳ
କଟକ ଶ୍ରୀକାନ୍ତ ଜେନା ଜନତା ଦଳ
ଜଗତସିଂହପୁର ଲୋକନାଥ ଚୌଧୁରୀ ସିପିଆଇ
ପୁରୀ ବ୍ରଜ କିଶୋର ତ୍ରିପାଠୀ ଜନତା ଦଳ
ଭୁବନେଶ୍ୱର ଶିବାଜୀ ପଟ୍ଟନାୟକ ସିପିଆଇ
ଆସ୍କା ରାମଚନ୍ଦ୍ର ରଥ କଂଗ୍ରେସ
ବ୍ରହ୍ମପୁର ଗୋପୀନାଥ ଗଜପତି ନାରାୟଣଦେବ କଂଗ୍ରେସ
କୋରାପୁଟ ଗିରିଧର ଗମାଙ୍ଗ କଂଗ୍ରେସ
ନବରଙ୍ଗପୁର ଖଗପତି ପ୍ରଧାନୀ କଂଗ୍ରେସ
କଳାହାଣ୍ଡି ସୁବାସ ଚନ୍ଦ୍ର ନାୟକ କଂଗ୍ରେସ
ଫୁଲବାଣୀ ମୃତ୍ୟୁଞ୍ଜୟ ନାୟକ କଂଗ୍ରେସ
ବଲାଙ୍ଗୀର ଶରତ ଚନ୍ଦ୍ର ପଟ୍ଟନାୟକ କଂଗ୍ରେସ
ସମ୍ବଲପୁର ଡା. କୃପାସିନ୍ଧୁ ଭୋଇ କଂଗ୍ରେସ
ଦେବଗଡ ଶ୍ରୀବଲ୍ଲଭ ପାଣିଗ୍ରାହୀ କଂଗ୍ରେସ
ଢେ଼ଙ୍କାନାଳ କାମାକ୍ଷା ପ୍ରସାଦ ସିଂହଦେଓ କଂଗ୍ରେସ
ସୁନ୍ଦରଗଡ ଫ୍ରିଡା ଟପ୍ନୋ କଂଗ୍ରେସ
କେନ୍ଦୁଝର ଗୋବିନ୍ଦ ଚନ୍ଦ୍ର ମୁଣ୍ଡା ଜନତା ଦଳ

ପ୍ରଧାନମନ୍ତ୍ରୀ ନରସିଂହ ରାଓ ଓଡ଼ିଶାରୁ ନିର୍ବାଚିତ :

ଦଶମ ଲୋକସଭା ନିର୍ବାଚନରେ କଂଗ୍ରେସ ଦଳ ସଂଖ୍ୟା ଗରିଷ୍ଠତା ହାସଲ କରିବାରୁ

ନରସିଂହ ରାଓ ହେଲେ କଂଗ୍ରେସ ପାର୍ଲିଆମେଣ୍ଟାରୀ ଦଳର ଦଳପତି । ସେ ପ୍ରଧାନମନ୍ତ୍ରୀ ଭାବରେ

ଶପଥ ଗ୍ରହଣ କଲେ । ନରସିଂହ ରାଓ ପ୍ରଧାନମନ୍ତ୍ରୀ ହେବା ସମୟରେ ଲୋକସଭା ସଦସ୍ୟ ନଥିଲେ । ଛ'ମାସ ମଧ୍ୟରେ ଲୋକସଭାକୁ ନିର୍ବାଚିତ ହେବାର ନିୟମ ଥିବାରୁ ତାଙ୍କ ପାଇଁ ଗୋଟିଏ ନିରାପଦ ସ୍ଥାନର ଆବଶ୍ୟକ ହେଲା । ଫଳରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ରାଓଙ୍କୁ ଓଡ଼ିଶାର ବ୍ରହ୍ମପୁର ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବାପାଇଁ ପ୍ରସ୍ତାବ ଦେଲେ । ଜାନକୀ ବାବୁ ଓ ନରସିଂହ ରାଓ ଉଭୟ ଇନ୍ଦିରା ଗାନ୍ଧୀଙ୍କ କ୍ୟାବିନେଟରେ ମନ୍ତ୍ରୀ ଥିଲେ । ଦୁହିିଁଙ୍କ ମଧ୍ୟ ଉତ୍ତମ ସଂପର୍କ ଥିଲା । ଅନ୍ୟ ପକ୍ଷରେ ଓଡ଼ିଶାର ତତ୍‍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ସହିତ ମଧ୍ୟ ରାଓଙ୍କର ଉତ୍ତମ ସଂପର୍କ ଥିଲା ।

ବ୍ରହ୍ମପୁର ଆସନରୁ ଲୋକସଭା ସଦସ୍ୟ ଥିବା ଗୋପୀନା ଗଜପତି ହାଇକମାଣ୍ଡଙ୍କ ନିର୍ଦ୍ଦେଶରେ ନିଜ ସଭ୍ୟପଦରୁ ଇସ୍ତଫା ପ୍ରଦାନ କଲେ । ନରସିଂହ ରାଓଙ୍କ ବିରୁଦ୍ଧରେ ଜନତା ଦଳ ତରଫରୁ ଖଲ୍ଲିକୋଟ ରାଣୀ ଭି.ସୁଜ୍ଞାନ କୁମାରୀ ଦେଓ ପ୍ରତିଦ୍ୱନ୍ଦ୍ୱିତା କଲେ । ହେଲେ ତାଙ୍କର ବିଜୟ ନିମନ୍ତେ ମୁଖ୍ୟମନ୍ତ୍ରୀ ବିଜୁପଟ୍ଟନାୟକ ଉଦ୍ୟମ କରିନିବା ଜଣାଯାଏ । ଫଳରେ ନିର୍ବିଘ୍ନରେ ନରସିଂହ ରାଓ ନିର୍ବାଚନ ଜିତି ତାଙ୍କର ପ୍ରଧାନମନ୍ତ୍ରୀ ପଦ ବଜାୟ ରଖିପାରିଲେ । ଏହା ପରେ ଶ୍ରୀମତୀ ଜୟନ୍ତୀ ପଟ୍ଟନାୟକ ହେଲେ ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ।

ବିଧାନସଭା ଉପନିର୍ବାଚନ :

ଧାମନଗର ବିଧାନସଭା ଆସନର ନବନିର୍ବାଚିତ ପ୍ରତିନିଧି ହୃଦାନନ୍ଦ ରାୟଙ୍କର ୧୯୯୦ ମାର୍ଚ୍ଚ ୧ ତାରିଖରେ ପରଲୋକ ଘଟିଲା । ଫଳରେ ଏହି ଆସନଟି ଖାଲି ହେଲା । ଭଣ୍ଡାରି ପୋଖରୀ ବିଧାନସଭା ସଦସ୍ୟ ଅର୍ଜୁନ ଚରଣ ସେଠି ଓ ପୁରୀ ବିଧାନସଭା ସଦସ୍ୟ ବ୍ରଜକିଶୋର ତ୍ରିପାଠୀ ଯଥାକ୍ରମେ ଭଦ୍ରକ ଓ ପୁରୀ ଲୋକସଭା ଆସନରୁ ଜନତା ଦଳ ପ୍ରାର୍ଥୀ ଭାବରେ ନିର୍ବାଚିତ ହେବାରୁ ଏହି ଦୁଇଟି ଆସନ ଖାଲି ପଡିଲା । ବିଜେପୁର ନିର୍ବାଚନ ମଣ୍ଡଳୀର ବିଧାନସଭା ସଦସ୍ୟ ନିକୁଞ୍ଜ ବିହାରୀ ସିଂହଙ୍କର ୧୯୯୧ ମସିହା ଅଗଷ୍ଟ ୨୪ ତାରିଖରେ ପରଲୋକ ଘଟିବାରୁ ତାଙ୍କର ଆସନଟି ଖାଲି ପଡିଲା । ଫଳରେ ଏହି ସବୁ ଆସନ ପାଇଁ ୧୯୯୧ ମସିହା ନଭେମ୍ବର ୧୬ ତାରିଖରେ ଉପନିର୍ବାଚନ ଅନୁଷ୍ଠିତ ହେଲା । ଏହି ସସସ୍ତ ଆସନ ଜନତା ଦଳର ପ୍ରାର୍ଥୀମାନଙ୍କ ସପକ୍ଷରେ ଗଲା । ମାଲକାନାଗିରି ନିର୍ବାଚନ ମଣ୍ଡଳୀ ବିଧାନସଭା ସଦସ୍ୟ ନାକା କନାୟାଙ୍କର ୧୯୯୨ ମସିହା ଏପ୍ରିଲ ୨ ତାରିଖରେ ପରଲୋକ ଘଟିଲା । ଏହି ଆସନ ପାଇଁ ୧୯୯୨ ମସିହା ଜୁନ-୮ ତାରିଖରେ ଉପନିର୍ବାଚନ ଅନୁଷ୍ଠିତ ହେଲା । ଏହି ଉପନିର୍ବାଚନରେ ଜନତା ଦଳ ହାତରୁ ଆସନଟି ଖସିଗଲା । ଏଠାରୁ ଭାରତୀୟ ଜନତା ଦଳର ପ୍ରାର୍ଥୀ ଅରବିନ୍ଦ ଢ଼ାଲି ନିର୍ବାଚିତ ହେଲେ ।

୧୯୯୨ ମସିହା ଅବ୍ଧୋବର ୧୭ ତାରିଖରେ ହିନ୍ଦୋଳ ନିର୍ବାଚନ ମଣ୍ଡଳୀର ଜନତାଦଳ ବିଧାୟକ ତ୍ରିନାଥ ନାୟକଙ୍କର ପରଲୋକ ଘଟିଲା । ୧୯୯୩ ମେ'ମାସ ୧୯ ତାରିଖରେ ଉପନିର୍ବାଚନ ହେଲା । ଉପନିର୍ବାଚନରେ ସ୍ୱର୍ଗତ ନାୟକଙ୍କ ଧର୍ମପତ୍ନୀ ପାଟ୍ଟ ନାୟକ ଜନତାଦଳ ଟିକେଟରେ ନିର୍ବାଚନ ଲଢ଼ି ଜୟଯୁକ୍ତା ହେଲେ ।

ଦଳ ପରିବର୍ତ୍ତନ, ସଦସ୍ୟତା ରଦ୍ଦ ଓ ଇସ୍ତଫା:

ପଟ୍ଟାମୁଣ୍ଡାଇ ନିର୍ବାଚନ ମଣ୍ଡଳୀର ସିପିଏମ୍ ଦଳର ବିଧାନସଭା ସଦସ୍ୟ ରାଧାକାନ୍ତ ସେଠି ୧୯୯୧ ମସିହା ସେପ୍ଟେମ୍ବର ୧୯ ତାରିଖ ରେ ଜଣାଇଲେ ଯେ, ସେ ବିଧାନସଭାରେ ସ୍ୱାଧୀନ ସଦସ୍ୟ ଭାବରେ ରହିବେ । ତା'ପରେ ସେ ଜଣାଇଲେ ଯେ, ସେ ଓଡ଼ିଶା କମ୍ୟୁନିଷ୍ଟ ପାର୍ଟିର ସଦସ୍ୟ ଭାବରେ ରହିବେ । ଜନତା ଦଳରୁ ବହିଷ୍କୃତ ହେବା ଫଳରେ ଜଟଣୀ ବିଧାୟକ ଶରତ ଚନ୍ଦ୍ର ପାଇକରାୟ, ସତ୍ୟବାଦୀ ବିଧାୟକ ଚନ୍ଦ୍ରମାଧବ ମିଶ୍ର ଓ ପୁରୀ ବିଧାୟକ ଉମାବଲ୍ଲଭ ରଥ ୧୯୯୫ ମସିହା ଜାନୁଆରି ୧୫ ତାରିଖ ରେ ସ୍ୱାଧୀନ ସଦସ୍ୟ ଭାବରେ ମାନ୍ୟତା ଲାଭ କଲେ । ଜନତାଦଳରୁ ଚିଲିକା ନିର୍ବାଚନ ମଣ୍ଡଳୀର ବିଧାୟକ ବିଶ୍ୱଭୂଷଣ ହରିଚନ୍ଦନ ଓ ଯାଜପୁର ବିଧାୟକ ଜଗନ୍ନାଥ ମଲ୍ଲିକ ଯଥାକ୍ରମେ ବିଧାୟକ ପଦରୁ ଇସ୍ତଫା ପ୍ରଦାନ କଲେ । ଏମାନଙ୍କର ଇସ୍ତଫା ଯଥାକ୍ରମେ ୧୯୯୪ ମସିହା ନଭେମ୍ବର ୬ ତାରିଖ ଓ ନଭେମ୍ବର ୧୬ ତାରିଖରେ ବାଚସ୍ପତି ଗ୍ରହଣ କରିନେଲେ ।

ବାଙ୍ଗିରିପୋଷୀ ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ସ୍ୱାଧୀନ ସଦସ୍ୟ ସୁଦାମ ଚରଣ ମାରାଣ୍ଡିଙ୍କର ସଦସ୍ୟପଦ ସମ୍ବିଧାନର ଧାରା ୧୯୦(୩) ଅନୁଯାୟୀ ୧୯୯୨ ଜାନୁଆରି ୭ ତାରିଖ ଠାରୁ ୩ ବର୍ଷପାଇଁ ରଦ୍ଦ ହେଲା । ସେହିପରି ଭଟଲି ବିଧାନସଭା ନିର୍ବାଚନ ମଣ୍ଡଳୀର ଜନତାଦଳ ବିଧାୟକ କୁମର ବେହେରା ସମ୍ବିଧାନରେ ପରିଚ୍ଛେଦ-୧୦ ଅନୁଯାୟୀ ବିଧାନସଭା ପଦପାଇଁ ଅଯୋଗ୍ୟ ବିବେଚିତ ହେଲେ । ଫଳରେ ତାଙ୍କ ସଭ୍ୟପଦ ୧.୧୨.୧୯୯୪ଠାରୁ ରଦ୍ଦ ହୋଇଗଲା ।

ଏହି ଦଶମ ବିଧାନସଭାରେ ମୋଟ ୧୭ଟି ଅଧିବେଶନ ଅନୁଷ୍ଠିତ ହେବା ସହିତ ୨୩୯ଟି ବୈଠକ ବସିିଥିଲା । ଏହି ବିଧାନସଭା ୧୯୯୫ ମସିହା ମାର୍ଚ୍ଚ ୧୫ ତାରିଖରେ ଭଙ୍ଗ ହୋଇଥିଲା ।

ସରକାରଙ୍କର ସଫଳତା ଓ ବିଫଳତା :

ସରକାର ପଞ୍ଚାୟତିରାଜ ବ୍ୟବସ୍ଥାରେ ମହିଳାମାନଙ୍କ ନିମନ୍ତେ ଏକତୃତୀୟାଂଶ ସ୍ଥାନ ସଂରକ୍ଷଣର ବ୍ୟବସ୍ଥା କଲେ । ମୁଖ୍ୟମନ୍ତ୍ରୀଙ୍କ ଧ୍ୱନି ହେଲା "ଗାଁକୁ କାମ ଓ ମା'କୁ ସମ୍ମାନ" । ୧୯୯୨ ମସିହାଠାରୁ ବିଜୁବାବୁଙ୍କ ଜନ୍ମଦିନ ମାର୍ଚ୍ଚ ୫ତାରିଖକୁ ପଞ୍ଚାୟତିରାଜ ଦିବସ ଭାବରେ ପାଳନ କରିବା ଆରମ୍ଭ ହେଲା । ଏହି ଦିବସକୁ ମଧ୍ୟ ଛୁଟି ଦିବସ ଭାବରେ ସରକାର ଘୋଷଣା କଲେ । ୧୯୯୨ ମାର୍ଚ୍ଚ ୫ତାରିଖରେ ଭୁବନେଶ୍ୱରଠାରେ ଏକ ବିଶାଳ ମହିଳା ସମାବେଶ ଅନୁଷ୍ଠିତ ହେଲା । ପଞ୍ଚାୟତିରାଜ ଅନୁଷ୍ଠାନପାଇଁ ମହିଳାମାନଙ୍କ ନିମନ୍ତେ ସ୍ଥାନ ସଂରକ୍ଷଣ ଏକ ଉଲ୍ଲେଖନୀୟ ପଦକ୍ଷେପ । ଆଦିବାସୀ ମହିଳାମାନଙ୍କୁ ମଧ୍ୟ ପୋଲିସ କ୍ଷମତା ପ୍ରଦାନ କରାଗଲା । ସର୍ବନିମ୍ନ ମଜୁରିହାର ବୃଦ୍ଧି କରାଗଲା । ଫଳରେ ଗରିବ ଲୋକମାନେ ଉପକୃତ ହେଲେ ।

ତିରିଶଟି ଜିଲ୍ଲା ସୃଷ୍ଟି :

ଓଡ଼ିଶାରେ ଥିଲା ୧୩ଟି ଜିଲ୍ଲା । ଏହି ସରକାର ସମୁଦାୟ ଜିଲ୍ଲା ସଂଖ୍ୟା ୩୦କୁ ବୃଦ୍ଧି କଲେ । ଏହା ଥିଲା ଏକ ରାଜନୈତିକ ନିଷ୍ପତ୍ତି । କଟକ, କୋରାପୁଟ, ସମ୍ବଲପୁର ଜିଲ୍ଲାମାନଙ୍କୁ

ଚାରିଟି ଲେଖାଏଁ ଜିଲ୍ଲାରେ ପରିଣତ କରାଗଲା । ପୁରୀ ଜିଲ୍ଲାକୁ ତିନି ଭାଗରେ ଏବଂ ବାଲେଶ୍ୱର, ଢେ଼ଙ୍କାନାଳ, ଗଞ୍ଜାମ, କଳାହାଣ୍ଡି ଓ ଫୁଲବାଣୀ ଜିଲ୍ଲାକୁ ଦୁଇଟି ଲେଖାଏଁ ଜିଲ୍ଲାରେ ପରିଣତ କରାଗଲା । ସୁନ୍ଦରଗଡ, କେଉଁଝର ଓ ମୟୂରଭଞ୍ଜ ଜିଲ୍ଲାକୁ ବିଭାଜିତ କରାଗଲା ନାହିିଁ । ଓଡ଼ିଶାକୁ ୩୦ ଜିଲ୍ଲାରେ ପରିଣତ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଲା ପ୍ରଶାସନକୁ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚ।ଇବା ଓ ଜନସାଧାରଣଙ୍କୁ ଉତ୍ତମ ଶାସନ ପ୍ରଦ।ନ କରିବ। । କିନ୍ତୁ ସବ୍‍ଡିଭିଜନ୍‍,ବ୍ଲକ ଓ ତହସିଲ ପୁନର୍ଗଠନ କରିବା ନିମନ୍ତେ କୌଣସି ପଦକ୍ଷେପ ଗ୍ରହଣ କରାଗଲା ନାହିିଁ । ଏ ପର୍ଯ୍ୟନ୍ତ ମଧ୍ୟ ଗୋଟିଏ ହେଲେ ନୂତନ ସବ୍‍ଡିଭିଜନ ଓ ବ୍ଲକ୍‍ ପ୍ରତିଷ୍ଠା ହୋଇପାରି ନାହିିଁ ବା ସେିନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଇ ନାହିିଁ । ଯେଉଁ କେତୋଟି ନୂତନ ତହସିଲ ପ୍ରତିଷ୍ଠା ହୋଇଛି, ସେିରୁ ଅଧିକାଂଶରେ ସ୍ଥାୟୀ ତହସିଲଦାର ନିଯୁକ୍ତି ବି ହୋଇପାରି ନାହାନ୍ତି । ନବ ଗଠିତ ୩୦ଗୋଟି ଜିଲ୍ଲା ହେଲା- କଟକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ଦେଓଗଡ଼, ବରଗଡ଼, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, ସୁବର୍ଣ୍ଣପୁର, କୋରାଫୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, ଗଞ୍ଜାମ, ଗଜପତି, ବୌଦ୍ଧ, ଫୁଲବାଣୀ (କନ୍ଧମାଳ), ଢେଙ୍କାନାଳ, ଅନୁଗୁଳ ।

ସରକାରୀ ବାସଗୃହ ଛାଡିବାପାଇଁ ନିଷ୍ପତ୍ତି ଗ୍ରହଣ କଲେ ଏହି ସରକାର । ନିଷ୍ପତ୍ତି ହେଲା, ଯେଉଁ କର୍ମଚାରୀଙ୍କର ନିଜସ୍ୱ ଗୃହ ଥିବ ସେମାନେ ସରକାରୀ ଘର ରଖିପାରିବେ ନାହିିଁ । ହେଲେ ଏହା କାର୍ଯ୍ୟକାରୀ ହୋଇ ପାରିଲା ନାହିିଁ ।

ଉଚ୍ଚ ସରକାରୀ କର୍ମଚାରୀ ଓ ମନ୍ତ୍ରୀମାନଙ୍କ ପାଖରେ ମାତ୍ର ଦୁଇଖଣ୍ଡି କରି ଗାଡି ରହିବାର ନିଷ୍ପତ୍ତି ହେଲା । ରବିବାର ଓ ସରକାରୀ ଛୁଟିଦିନମାନଙ୍କରେ ସରକାରୀ ଗାଡି ବ୍ୟବହାର କରାଯିବ ନାହିିଁ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଲେ । ଏପରିକି ସେ ନିଜେ ଛୁଟି ଦି ନ ରେ (ଦରକାରେ ବ ଳେ) ସେକ୍ରେଟାରିଏଟ୍‌କୁ ରିକ୍ସାରେ ଆସିଲେ । ତାଙ୍କର ଏହି ମିତବ୍ୟୟୀ ପଦକ୍ଷେପ ଯୋଗୁ ପ୍ରଧାନମନ୍ତ୍ରୀ ନରସିଂହ ରାଓ ତାଙ୍କୁ ଜାତୀୟ ମିତବ୍ୟୟ କମିଟିର ଅଧ୍ୟକ୍ଷ ଭାବରେ ନିଯୁକ୍ତି ଦେଲେ ।

ସରକାରୀ କର୍ମଚାରୀଙ୍କ ମନରେ ବିଦ୍ରୋହ :

ଓଡ଼ିଶା ରାଜ୍ୟର ସରକାରୀ କର୍ମଚାରୀମାନେ ବହୁ ବର୍ଷ ତଳୁ ନନ୍ଦିନୀ ଦେବୀଙ୍କ ମୁଖ୍ୟମନ୍ତ୍ରିତ୍ୱ କାଳରୁ ଏଲ୍‍.ଟି.ସି (ରାଜ୍ୟ ଭିତରେ ପରିବାର ସହ ବୁଲିଯିବା ପାଇଁ) ଓ ଅର୍ଜିତ ଛୁଟି ବିକ୍ରୀ (ସରେଣ୍ଡର ଲିଭ ଦୁଇବର୍ଷରେ ରେ) କରିବାର ସୁବିଧା ପାଇିଲେ । ହେଲେ ଖର୍ଚ୍ଚ କାଟ ବ୍ୟବସ୍ଥାନୁଯାୟୀ ସରକାର ଏହି ଦୁଇଟି ସୁବିଧାକୁ ବାତିଲ କରିଦେଲେ । ଫଳରେ ରାଜ୍ୟ ସାରା କର୍ମଚାରୀମାନଙ୍କ ମନରେ ବିଦ୍ରୋହ ଜାତ ହେବା ସ୍ୱାଭାବିକ ଥିଲା । ଏଥିପାଇଁ ୧୯୯୩ ମସିହା ମେ ମାସ ୫ ତାରିଖରେ ଲଙ୍କାକାଣ୍ଡ ଘଟିଲା ସଚିବାଳୟରେ । ମୁଖ୍ୟ ଶାସନ ସଚିବ ରବିନାରାୟଣ

ଦାସଙ୍କ ଉପରେ ଆକ୍ରମଣ ହେଲା । ମୁଖ୍ୟମନ୍ତ୍ରୀ ବି ଛାଡ ପାଇଲେ ନାହିିଁ । ଏଥିପାଇଁ ମୁଖ୍ୟମନ୍ତ୍ରୀ କାହା ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିବା ଜଣାଯାଏ ।

ଜାନକୀବଲ୍ଲଭ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ସମୟରେ ସୃଷ୍ଟି କରାଯାଇଥିବା 'ଲୋକପାଳ' ପଦବୀକୁ ଏହି ସରକାର ଉଠାଇ ଦେଲେ । ତା' ବଦଳରେ ସ୍ଥାପନା କଲେ ଜଣେ ହାଇକୋର୍ଟ ଜଜଙ୍କ ଅଧ୍ୟକ୍ଷତାରେ 'ସ୍ପେସାଲକୋର୍ର୍ଟ' । ରାଜନୈତିକ ନେତାମାନଙ୍କ ବିରୁଦ୍ଧରେ ଦୁର୍ନୀତି ଅଭିଯୋଗର ବିଚାରପାଇଁ ଏହି ସ୍ପେଶାଲ କୋର୍ଟ ସ୍ଥାପନ କରାଗଲା ।

କଟକ ମଦମୃତ୍ୟୁ ଘଟଣା :

୧୯୯୨ ମସିହା ମେ ମାସ ୭ ତାରିଖର ଘଟଣା । ଏହି ଦିନ କଟକ ସହରରେ ବିଷାକ୍ତ ମଦ ପିଇ ଏକ ଶହରୁ ଊର୍ଦ୍ଧ୍ୱ ଲୋକଙ୍କର ମୃତ୍ୟୁ ଘଟିଲା । ବହୁ ଲୋକ ଅସୁସ୍ଥ ଓ ବିକଳାଙ୍ଗ ହୋଇପଡିଲେ । ଏହି ଘଟଣା ସମଗ୍ର ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କଲା । ପ୍ରଥମେ ଏହାର ପ୍ରାଶାସନିକ ତଦନ୍ତ ତତ୍‍କାଳୀନ କେନ୍ଦ୍ରାଞ୍ଚଳ ରାଜସ୍ୱ ବିଭାଗ କମିଶନରଙ୍କଦ୍ୱାରା ଅନୁଷ୍ଠିତ ହେଲା । ଏହାର ବିଚାର ବିଭାଗୀୟ ତଦନ୍ତ ନିମନ୍ତେ ପ୍ରବଳ ଦାବି ଉଠିଲା । ଫଳରେ ସରକାର ଓଡ଼ିଶା ହାଇକୋର୍ଟର ବିଚାରପତି ବାଳକୃଷ୍ଣ ବେହେରାଙ୍କ ଅଧ୍ୟକ୍ଷତାରେ ଏକଜଣିଆ ତଦନ୍ତ କମିଶନ ବସାଇଲେ ୧୯୯୩ ମସିହା ଜୁଲାଇ ୧୩ ତାରିଖରେ । ବେହେରା କମିଶନ ୧୯୯୫ ଅବ୍ଧୋବର ୩୦ ତାରିଖରେ ତାଙ୍କର ରିପୋର୍ଟ ପ୍ରଦାନ କଲେ ।

କେନ୍ଦ୍ରାଞ୍ଚଳ ଡି.ଆଇ.ଜି ଅନାଦି ସାହୁ କମିଶନ ନିକଟରେ ସାକ୍ଷ୍ୟ ଦେଇ କହିଲେ କି, "ମଦମୃତ୍ୟୁ ଘଟଣାର ମୁଖ୍ୟ ଅଭିଯୁକ୍ତ ସୁରେନ୍ଦ୍ର କୁମାର ଦାସ ଓରଫ 'ବେଲୁ'ଙ୍କ ସହିତ ରାଜ୍ୟର ଜଳସେଚନ ମନ୍ତ୍ରୀ ବିଜୟ ମହାପାତ୍ର ଓ ପୂର୍ତ୍ତ ମନ୍ତ୍ରୀ ନଳିନୀକାନ୍ତ ମହାନ୍ତିଙ୍କର ସମ୍ପର୍କ ଥିଲା । ସେ ଦୁଇଜଣ ଏହି ତଦନ୍ତକୁ ଧୀରମନ୍ଥର କରିଦେବାପାଇଁ ତାଙ୍କ ଉପରେ ଚାପ ପକାଇ ଥିଲେ ।" ତାଙ୍କର ଏହି ବୟାନ ସମଗ୍ର ରାଜ୍ୟରେ ଚହଳ ସୃଷ୍ଟି କରିିଥିଲା । ଫଳରେ ଶାସକଦଳ ତରଫରୁ ଏହି ଦୁଇଜଣ ମନ୍ତ୍ରୀଙ୍କ ଇସ୍ତଫା ଦାବି ହେଲା । ନୈତିକ ଦାୟିତ୍ୱର ଦ୍ୱାହି ଦେଇ ଅବକାରୀ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ ନିଜ ପଦରୁ ଇସ୍ତଫା ପ୍ରଦାନ କଲେ । ହେଲେ ମୁଖ୍ୟମନ୍ତ୍ରୀ କାହାରି ଇସ୍ତଫା ପ୍ରଦାନ ଉପରେ ଗୁରୁତ୍ୱ ଦେଲେ ନାହିିଁ ।

ଏହିପରି ବହୁ ଘାତପ୍ରତିଘାତ ମଧ୍ୟରେ ବିଜୁ ପଟ୍ଟନାୟକଙ୍କର ମନ୍ତ୍ରିମଣ୍ଡଳ ପୂରା ପାଞ୍ଚବର୍ଷ ତିଷ୍ଠି ରହିିଥିଲା । ଏହାପରେ ଏକାଦଶ ବିଧାନସଭା ନିର୍ବାଚନ ୧୯୯୫ ମସିହା ମାର୍ଚ୍ଚ ୭ ଓ ୯ ତାରିଖରେ ଅନୁଷ୍ଠିତ ହେଲା । କଂଗ୍ରେସ ସଂଖ୍ୟା ଗରିଷ୍ଠତା ହାସଲ କଲା ଓ ଜାନକୀ ବଲ୍ଲଭ ପଟ୍ଟନାୟକ ତୃତୀୟ ଥରପାଇଁ ତା.୧୫.୩.୧୯୯୫ରିଖରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ ।