ଓଡ଼ିଶା ରାଜନୀତିର ଇତିହାସ/ମୁଖ୍ୟମନ୍ତ୍ରୀ ଆସନରେ ନନ୍ଦିନୀ ଦେବୀ ଓ ୧୯୭୪ର ମଧ୍ୟବର୍ତ୍ତୀ ନିର୍ବାଚନ

ଓଡ଼ିଶା ରାଜନୀତିର ଇତିହାସ  (୨୦୧୩)  ଲେଖକ/କବି: ଉଦ୍ଧବ ଚରଣ ନାୟକ
ମୁଖ୍ୟମନ୍ତ୍ରୀ ଆସନରେ ନନ୍ଦିନୀ ଦେବୀ ଓ ୧୯୭୪ର ମଧ୍ୟବର୍ତ୍ତୀ ନିର୍ବାଚନ


ବିଂଶ ପରିଚ୍ଛେଦ
ମୁଖ୍ୟମନ୍ତ୍ରୀ ଆସନରେ ନନ୍ଦିନୀ ଦେବୀ ଓ
୧୯୭୪ର ମଧ୍ୟବର୍ତ୍ତୀ ନିର୍ବାଚନ

ବିଶ୍ୱନାଥ ଦାସଙ୍କ ମିଳତ ସାମ୍ମୁଖ୍ୟ ମନ୍ତ୍ରିମଣ୍ଡଳ କାଳରେ ୧୯୭୨ ମସିହା ନଭେମ୍ବର ମାସରେ (ବଡଓଷା ଦିନ) ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ଭୟାବହ ବାତ୍ୟା ହେଲା । ଏହା ଫଳରେ ବହୁ ଧନ, ଜୀବନ ନଷ୍ଟ ହେବା ସଙ୍ଗେ ସଙ୍ଗେ ଓଡ଼ିଶାର ଆର୍ଥିକ ମାନଦଣ୍ଡ ଭାଙ୍ଗି ପଡ଼ିଲା । ପ୍ରାୟ ଦଶ ହଜାର ଲୋକ ଏହି ବାତ୍ୟାରେ ପ୍ରାଣ ହରାଇଲେ । ହଜାର ହଜାର ଲୋକ ଗୃହଶୂନ୍ୟ ହେଲେ । ସମୁଦ୍ରଠାରୁ ପ୍ରାୟ ପଚିଶ କି.ମି. ଦୂରଯାଏ ସମୁଦ୍ରପାଣି ମାଡ଼ି ଆସିଲା । କେତେ ଯେ ଗୃହପାଳିତ ପଶୁଙ୍କର ମୃତ୍ୟୁ ହେଲା ତା'ର ହିସାବ ମିଳିଲା ନାହିିଁ । ଭାରତର ତତ୍‍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଓ ଅର୍ଥମନ୍ତ୍ରୀ ଓ୍ୱାଇ. ଭି. ଚଭନ ଓଡ଼ିଶାର ବାତ୍ୟାଞ୍ଚଳ ଭ୍ରମଣରେ ଆସି ଲୋକମାନଙ୍କର ଦୁର୍ଦ୍ଦଶା ଦେଖିକରି ଗଲେ । କେନ୍ଦ୍ରରୁ ମଧ୍ୟ ସାହାଯ୍ୟ ମିଳିଲା ।

ଓଡ଼ିଶାରେ ଏଭଳି ପ୍ରାକୃତିକ ବିପଦ ଓ ଆର୍ଥିକ ବିପର୍ଯ୍ୟୟ ସହିତ ରାଜନୈତିକ ଓ ଶାସନଗତ ବିପଦ ମଧ୍ୟ ଦେଖାଗଲା । କୌଣସି କାରଣରୁ ମିଳିତ ସାମ୍ମୁଖ୍ୟ ସରକାରର ଅନ୍ୟତମ ମୁଖ୍ୟ ଅଂଶୀଦାର 'ଉତ୍କଳ କଂଗ୍ରେସ'ରେ ଆଭ୍ୟନ୍ତରୀଣ କନ୍ଦଳ ଦେଖାଗଲା । ଜାତୀୟ ସ୍ତରରେ ପ୍ରଜା ସମାଜବାଦୀ ଦଳ ଦୁଇ ଭାଗରେ ବିଭକ୍ତ ହୋଇଗଲା । ଅନ୍ୟ ଦଳଟି ସଂଯୁକ୍ତ ସମାଜବାଦୀ ଦଳ ଭାବରେ ନାମିତ ହେଲା । ରବି ରାୟ ଏହି ସଂଯୁକ୍ତ ସମାଜବାଦୀ ଦଳରେ ଯୋଗ ଦେଲେ । କିନ୍ତୁ ଓଡ଼ିଶାର କେତେଜଣ ନାମୀଦାମୀ ପି.ଏସ୍‍.ପି ନେତା ଯଥା ସୁରେନ୍ଦ୍ର ଦ୍ୱିବେଦୀ ଓ ବାଙ୍କ ବିହାରୀ ଦାସଙ୍କ ସମେତ ପ୍ରଜା ସମାଜବାଦୀ ଦଳର ପୂର୍ବତନ ବିଧାୟକ ରବୀନ୍ଦ୍ର ମୋହନ ଦାସ, କଣ୍ଡୁରୀ ଚରଣ ମଳିକ ଓ ଆକୁଳାନନ୍ଦ ବେହେରା ଆଦି ଜାତୀୟ କଂଗ୍ରେସରେ ଯୋଗ ଦେଲେ । ୧୯୭୧ ନିର୍ବାଚନରେ ପି.ଏସ୍‍.ପି ଦଳର କୌଣସି ସଭ୍ୟ ଲୋକସଭାକୁ ନିର୍ବାଚିତ ହୋଇନିବା ବେଳେ

ମାତ୍ର ଚାରିଜଣ ସଭ୍ୟ ଯଥା - ପ୍ରସନ୍ନ କୁମାର ଦାସ, ପ୍ରସନ୍ନ କୁମାର ପାଳ, ଭାଗବତ ପ୍ରସାଦ ମହାନ୍ତି ଓ ବାଙ୍କ ବିହାରୀ ଦାସ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ ।

ପୁ'ଣି ମିଳିତ ସାମ୍ମୁଖ୍ୟ ମନ୍ତ୍ରିମଣ୍ଡଳର ଦୁଇଜଣ ମନ୍ତ୍ରୀଙ୍କ ସମେତ ଛ'ଜଣ ବିଧାୟକ କଂଗ୍ରେସ ଦଳରେ ଆସି ଯୋଗ ଦେଲେ । ଏମାନଙ୍କର ନେତୃତ୍ୱ ନେଇଥିଲେ ଗଙ୍ଗାଧର ପ୍ରଧାନ । ସେ ଥିଲେ କୃଷି (ପଶୁପାଳନ ଓ ମତ୍ସ୍ୟ) ବିଭାଗର ମନ୍ତ୍ରୀ । ସୁନ୍ଦରଗଡ଼ ଜିଲ୍ଲାର ତଲସରା ନିର୍ବାଚନ ମଣ୍ଡଳୀର ସ୍ୱତନ୍ତ୍ର ଦଳର ସଭ୍ୟ । ଏପରି ସ୍ଥଳେ ମିଳିତ ସାମ୍ମୁଖ୍ୟ ମନ୍ତ୍ରିମଣ୍ଡଳ ଆଉ ବେଶୀଦିନ ତିଷ୍ଠି ରହିବା ଦେଖାଗଲା ନାହିିଁ ।

୧୯୭୨ ମସିହା ଜୁନ୍‍ ମାସ ୯ ତାରିଖ ଦିନ ଉତ୍କଳ କଂଗ୍ରେସ ଦଳର ଏକ ବୈଠକ ଅନୁଷ୍ଠିତ ହେଲା । ଏହି ବୈଠକରେ ସ୍ଥିର ହେଲା ଯେ, ଦଳ ଇନ୍ଦିରା ଗାନ୍ଧୀଙ୍କ ସମାଜବାଦୀ କାର୍ଯ୍ୟକ୍ରମରେ ପୂର୍ଣ୍ଣ ଆସ୍ଥା ପ୍ରକଟ କରି ପୂରାପୂରି ଭାରତୀୟ ଜାତୀୟ କଂଗ୍ରେସରେ ମିଶିଯିବା ସହିତ ଓଡ଼ିଶାର ମଳିତ ସାମ୍ମୁଖ୍ୟ ସରକାରଠାରୁ ସମର୍ଥନ ପ୍ରତ୍ୟାହାର କରି ନେବ । ସେହିଦିନ ସେହି ମୁହୂର୍ତ୍ତରେ ଉତ୍କଳ କଂଗ୍ରେସ ଦଳ ଭାଙ୍ଗିଗଲା ବୋଲି ବିଜୁ ପଟ୍ଟନାୟକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କଲେ । ମୁଖ୍ୟମନ୍ତ୍ରୀ ବିଶ୍ୱନାଥ ଦାସ ଏହି ପ୍ରସ୍ତାବ ପାଇବା ପରେ ସାଙ୍ଗେ ସାଙ୍ଗେ ରାଜଭବନକୁ ଯାଇ ରାଜ୍ୟପାଳ ସର୍ଦ୍ଦାର ଯୋଗୀନ୍ଦ୍ର ସିଂହଙ୍କୁ ମନ୍ତ୍ରିମଣ୍ଡଳର ଇସ୍ତଫା ପ୍ରଦାନ କଲେ । ଉତ୍କଳ କଂଗ୍ରେସ ପୂରାପୂରି ଭାରତୀୟ ଜାତୀୟ କଂଗ୍ରେସରେ ମିଶିଗଲା । ସ୍ୱତନ୍ତ୍ର ଦଳର ବିଶିଷ୍ଟ ଆଦିବାସୀ ନେତା ତଥା ମିଳିତ ସାମ୍ମୁଖ୍ୟ ସରକାରର ଅନ୍ୟତମ ବରିଷ୍ଠ ଓ ଦକ୍ଷ ମନ୍ତ୍ରୀ ଗଙ୍ଗାଧର ପ୍ରଧାନ କଂଗ୍ରେସ ଦଳର ସମାଜବାଦ ନୀତି ଉପରେ ଦୃଢ଼ ଆସ୍ଥା ଜ୍ଞାପନ କରି ମନ୍ତ୍ରିତ୍ୱକୁ ଜଳାଞ୍ଜଳି ଦେଇ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗଦାନ କଲେ । ସେହିପରି ସ୍ୱତନ୍ତ୍ର ଦଳର ଅନ୍ୟତମ ବରିଷ୍ଠ ହରିଜନ ନେତା ତଥା ଅଗ୍ରଣୀ ସଦସ୍ୟ ତଥା ସ୍ୱତନ୍ତ୍ର ଦଳର କାରପଟଦାର (Chief Wheep) ଅଚ୍ୟୁତାନନ୍ଦ ମହାନନ୍ଦ ମଧ୍ୟ ସ୍ୱତନ୍ତ୍ର ଦଳ ସହ ଆଦର୍ଶଗତ ମତଭେଦଯୋଗୁଁ ସମାଜବାଦ ନୀତିରେ ଦୃଢ଼ ବିଶ୍ୱାସ ଜ୍ଞାପନ କରି ୧୯୭୨ ମେ ମାସରେ ଭାରତୀୟ ଜାତୀୟ କଂଗ୍ରେସ ଦଳରେ ଯୋଗ ଦେଲେ । ଫଳରେ ଓଡ଼ିଶା ବିଧାନସଭାରେ ଭାରତୀୟ ଜାତୀୟ କଂଗ୍ରେସ ଦଳ ସଂଖ୍ୟାଗରିଷ୍ଠ ଦଳର ମାନ୍ୟତା ପାଇଲା । ଓଡ଼ିଶାରେ ମିଳିତ ସାମ୍ମୁଖ୍ୟ ସରକାରର ଅବସାନ ଘଟିଲା ।

ହାଇକମାଣ୍ଡଙ୍କ ନିର୍ଦେଶ ବଳରେ ୧୯୭୨ ଜୁନ୍‍ ମାସ ୧୩ ତାରିଖ ଦିନ ନନ୍ଦିନୀ ଶତପଥୀ ଓଡ଼ିଶା ବିଧାନସଭାର କଂଗ୍ରେସ ବିଧାୟକ ଦଳର ନେତ୍ରୀ ନିର୍ବାଚିତ ହେଲେ । ସେହି ସମୟରେ ସେ ଥିଲେ କେନ୍ଦ୍ର କ୍ୟାବିନେଟ୍‍ରେ ରାଷ୍ଟ୍ରମନ୍ତ୍ରୀ । ଜୁନ ୧୪ତାରିଖରେ ବିଶ୍ୱନାଥ ଦାସଙ୍କ ମନ୍ତ୍ରିମଣ୍ଡଳର ଇସ୍ତଫା ଗୃହୀତ ହେଲା ଓ ନନ୍ଦିନୀ ଶତପଥୀଙ୍କ ନେତୃତ୍ୱରେ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ୭ଜଣ କ୍ୟାବିନେଟ ମନ୍ତ୍ରୀ ଶପଥ ଗ୍ରହଣ କଲେ । ସେହି ମନ୍ତ୍ରୀମାନେ ଓ ସେମାନଙ୍କର ବିଭାଗଗୁଡ଼ିକ ହେଲା ।

କ୍ୟାବିନେଟ ମନ୍ତ୍ରୀ :

ନନ୍ଦିନୀ ଶତପଥୀ : ମୁଖ୍ୟମନ୍ତ୍ରୀ, ରାଜନୈତିକ ଓ ଶାସନ ସଂସ୍ଥା, ସ୍ୱରାଷ୍ଟ୍ର, ଶିକ୍ଷା, ସାଂସ୍କୃତିକ
ବ୍ୟାପାର, ଗ୍ରାମାଞ୍ଚଳ ଉନ୍ନୟନ ଏବଂ ସ୍ୱାସ୍ଥ୍ୟ ଓ ପରିବାର ନିୟନ୍ତ୍ରଣ
ନୀଳମଣି ରାଉତରାୟ : ଶିଳ୍ପ, ଯୋଗାଣ, ଆଇନ ଏବଂ ରାଜ୍ୟ ସରକାରୀ କର୍ପୋରେସନ ଓ
ଉଦ୍ୟୋଗ
ବ୍ରଜ ମୋହନ ମହାନ୍ତି : ରାଜସ୍ୱ, ଜଳସେଚନ ଓ ବିଦ୍ୟୁତ ଏବଂ ଖଣି ଓ ଭୂତତ୍ତ୍ୱ
ବିନାୟକ ଆଚାର୍ଯ୍ୟ : କୃଷି ଓ ସମବାୟ, ଶ୍ରମ, କର୍ମସଂସ୍ଥାନ ଓ ଗୃହ ନିର୍ମାଣ
ଏବଂ ନଗରଉନ୍ନୟନ
ବାଙ୍କ ବିହାରୀ ଦାସ : ଅର୍ଥ, ଯୋଜନା ଓ ସମନ୍ୱୟ ଏବଂ ବାଣିଜ୍ୟ
ଗଙ୍ଗାଧର ପ୍ରଧାନ : ଆଦିବାସୀ ଓ ଗ୍ରାମମଙ୍ଗଳ ଏବଂ ଜଙ୍ଗଲ ଓ ପଶୁପାଳନ
ଲକ୍ଷ୍ମଣ ମଲ୍ଲିକ : ନିର୍ମାଣ ଓ ପରିବହନ, ଅବକାରୀ ଏବଂ ଗୋଷ୍ଠୀ ଉନ୍ନୟନ ଓ
ପଞ୍ଚାୟତିରାଜ

ଓଡ଼ିଶା ବିଧାନସଭାର ସ୍ୱତନ୍ତ୍ର ପାର୍ଟିର ବିଧାୟକ ଦଳର ନେତା ରାଜେନ୍ଦ୍ର ନାରାୟଣ ସିଂହଦେଓ ହେଲେ ବିରୋଧୀ ଦଳର ନେତା ।

କଟକ ନଗର ଉପନିର୍ବାଚନ :

ନନ୍ଦିନୀ ଶତପଥୀ ଓଡ଼ିଶା ବିଧାନସଭାର ସଦସ୍ୟ ନଥାଇ ମୁଖ୍ୟମନ୍ତ୍ରୀ ପଦରେ ଅଧିଷ୍ଠିତ ହୋଇଥିବାରୁ ଛ'ମାସ ମଧ୍ୟରେ ବିଧାନସଭାକୁ ନିର୍ବାଚିତ ହୋଇ ଆସିବାର ଆବଶ୍ୟକତା ଥିଲା । ତାଙ୍କ ପାଇଁ ନିରାପଦ ବିଧାନସଭା ନିର୍ବାଚନ ମଣ୍ଡଳୀଟିଏ ଖୋଜା ପଡ଼ିଲା । ଶେଷରେ ଠିକ୍‍ ହେଲା ସେ କଟକ ନଗର ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିବେ । କଟକ ନଗର ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା କଂଗ୍ରେସ ସଦସ୍ୟ ଭୈରବ ଚନ୍ଦ୍ର ମହାନ୍ତି ତାଙ୍କ ପଦବୀରୁ ଇସ୍ତଫା ଦେଲେ । ନନ୍ଦିନୀ ଦେବୀ ଏହି ନିର୍ବାଚନ ମଣ୍ଡଳୀରୁ ଉପନିର୍ବାଚନ ଲଢ଼ିଲେ । ତାଙ୍କ ବିରୁଦ୍ଧରେ ମିଳିତ ବିରୋଧୀ ଦଳ ତରଫରୁ ବୀରେନ୍‍ ମିତ୍ର ସ୍ୱାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢିଲେ । ବହୁ ବିରୋଧ ସତ୍ତ୍ୱେ ନନ୍ଦିନୀ ଶତପୀ ବହୁ ଭୋଟ ବ୍ୟବଧାନରେ ନିର୍ବାଚନ

ଜିତିଲେ । ଏହି ଉପନିର୍ବାଚନ ୧୯୭୨ ମସିହା ନଭେମ୍ବର ଶେଷ ସପ୍ତାହରେ ଅନୁଷ୍ଠିତ ହୋଇଥିଲା । ଶ୍ରୀ ବି.ଡି. ଜତ୍ତି ୧୯୭୨ ମସିହା ନଭେମ୍ବର ୮ତାରିଖରେ ଓଡ଼ିଶାର ରାଜ୍ୟପାଳ ହୋଇ ଆସିଲେ ।

ମନ୍ତ୍ରିମଣ୍ଡଳ ସଂପ୍ରସାରଣ :

ନନ୍ଦିନୀ ଶତପଥୀଙ୍କ ମନ୍ତ୍ରିମଣ୍ଡଳ ୧୯୭୩ ମସିହା ଜାନୁଆରି ୨୯ତାରିଖରେ ସଂପ୍ରସାରିତ ହେଲା । ଏହି ସଂପ୍ରସାରଣରେ ୨ଜଣ ନୂଆ କ୍ୟାବିନେଟ୍‍ ମନ୍ତ୍ରୀ, ୫ଜଣ ରାଷ୍ଟ୍ରମନ୍ତ୍ରୀ ଓ ଜଣେ ଉପମନ୍ତ୍ରୀ ସ୍ଥାନ ପାଇଲେ । ସେମାନେ ଓ ସେମାନଙ୍କ ବିଭାଗଗୁଡିକ ହେଲା

କ୍ୟାବିନେଟ ମନ୍ତ୍ରୀ :

ଶ୍ରୀବଲ୍ଲଭ ପାଣିଗ୍ରାହୀ : ଶିକ୍ଷା, ସାଂସ୍କୃତିକ ବ୍ୟାପାର ଓ ସଂସଦୀୟ ବ୍ୟାପାର
ଅଚ୍ୟୁତାନନ୍ଦ ମହାନନ୍ଦ : ଜଙ୍ଗଲ ଓ ପଶୁପାଳନ

ରାଷ୍ଟ୍ର ମନ୍ତ୍ରୀ :

ଡମ୍ବରୁ ମାଝି : ଜଳସେଚନ ଓ ବିଦ୍ୟୁତ
ଭାଗୀରଥି ଗମାଙ୍ଗୋ : ଯୋଗାଣ
ସୋମନାଥ ରଥ : ସ୍ୱାସ୍ଥ୍ୟ ଓ ପରିବାର ନିୟୋଜନ
ଗୋବିନ୍ଦ ଚନ୍ଦ୍ର ସେଠ୍‍ : କୃଷି ଓ ସମବାୟ
ଡାକ୍ତର କୃପାସିନ୍ଧୁ ଭୋଇ : ଗୋଷ୍ଠୀ ଉନ୍ନୟନ ଓ ପଞ୍ଚାୟତିରାଜ

ଉପ ମନ୍ତ୍ରୀ :

ଭଜମନ ବେହେରା : ଗ୍ରାମାଞ୍ଚଳ ଉନ୍ନୟନ

ସେତେବେଳେ ଉତ୍କଳ ପ୍ରଦେଶ କମିଟିର ସଭାପତି ଥିଲେ ବ୍ରଜମୋହନ ମହାନ୍ତି । ସେ ସବୁଥିରେ ନନ୍ଦିନୀ ଶତପଥୀଙ୍କୁ ପରାମର୍ଶ ଦେଉ ଥାଆନ୍ତି । ବାଙ୍କ ବିହାରୀ ଦାସଙ୍କର ମଧ୍ୟ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଦେବୀଙ୍କ ସହ ଥାଏ ଖୁବ୍‍ ଭଲ ସ-ର୍କ । ପ୍ରଦେଶ କଂଗ୍ରେସ ସଭାପତି ବ୍ରଜମୋହନ ମହାନ୍ତି ଦିଲ୍ଲୀ ଓଡ଼ିଶା ଭବନରେ ଏକ ସାମ୍ବାଦିକ ସମ୍ମିଳନୀ ଡକାଇ ଡକ୍ଟର ହରେକୃଷ୍ଣ ମହତାବ କଂଗ୍ରେସ ଦଳରୁ ଦଳବିରୋଧୀ କାର୍ଯ୍ୟ ପାଇଁ ସସ୍‍ପେଣ୍ଡ ହେଲେ ବୋଲି ଘୋଷଣା କଲେ । ସେହିଦିନଟି ଥିଲା ୧୯୭୨ ମସିହା ଡିସେମ୍ବର ୩ତାରିଖ ।

ଏହାପରେ ନନ୍ଦିନୀ ଶତପୀଙ୍କ ମନ୍ତ୍ରିମଣ୍ଡଳରେ ବିପଦ ସୃଷ୍ଟି ହେଲା । ଉତ୍କଳ କଂଗ୍ରେସର ୨୧ଜଣ ବିଧାୟକ ଯେଉଁମାନେ କି କଂଗ୍ରେସ ଦଳସହ ମିଶିଯାଇଥିଲେ, ସେମାନେ ନନ୍ଦିନୀ ଶତପୀଙ୍କ ମନ୍ତ୍ରିମଣ୍ଡଳରୁ ସମର୍ଥନ ପ୍ରତ୍ୟାହାର କରିନେବା ପାଇଁ ସ୍ଥିର କଲେ । ଏ ସ-ର୍କରେ ମଧ୍ୟ ବାଚସ୍ପତିଙ୍କ ପାଖକୁ ଚିଠି ଲେଖି ଜଣାଇ ଦେଲେ । ଗୋଟିଏ ନୂଆ ଦଳ ଆଉ ଥରେ ଗଠିତ ହେଲା । ତାର ନାମ ପ୍ରଗତି ବିଧାୟକ ଦଳ । ଏହି ପ୍ରଗତି ବିଧାୟକ ଦଳରେ ଉତ୍କଳ କଂଗ୍ରେସ, ସ୍ୱତନ୍ତ୍ର ଓ ଅନ୍ୟ କିଛି ଦଳର ବିଧାୟକମାନେ ସାମିଲ ହେଲେ । ବିଜୁ ପଟ୍ଟନାୟକ ହେଲେ ପ୍ରଗତି ବିଧାୟକ ଦଳର ନେତା । ପ୍ରଗତି ବିଧାୟକ ଦଳ ୧୯୭୩ ଫେବ୍ରୁଆରି ୯ତାରିଖରେ ଗଠିତ ହେଲା । ଏହି ଦିନ ବିଜୁ ପଟ୍ଟନାୟକ ହେଲେ ବିରୋଧୀ ଦଳର ନେତା, ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ବଦଳରେ । ୧୯୭୩ ମାର୍ଚ୍ଚ ୧ ତାରିଖ ଦିନ ନନ୍ଦିନୀ ଦେବୀଙ୍କ ମନ୍ତ୍ରିମଣ୍ଡଳରୁ ନୀଳମଣି ରାଉତରାୟ ଓ ଗଙ୍ଗାଧର ପ୍ରଧାନ ଇସ୍ତଫା ପ୍ରଦାନ କଲେ । ଫଳରେ ବାଧ୍ୟ ହୋଇ ନନ୍ଦିନୀ ଶତପଥୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ପ୍ରଦାନ କଲେ । ମାର୍ଚ୍ଚ ୩ତାରିଖ ଦିନ ଓଡ଼ିଶାରେ ରାଷ୍ଟ୍ରପତି ଶାସନ ଜାରି ହେଲା, ରାଜ୍ୟପାଳଙ୍କ ସୁପାରିଶ କ୍ରମେ । ଏହା ଥିଲା ଓଡ଼ିଶାର ତୃତୀୟ ଥରପାଇଁ ରାଷ୍ଟ୍ରପତି ଶାସନ । ସେହିଦିନ ଓଡ଼ିଶା ବିଧାନସଭାକୁ ମଧ ଭାଙ୍ଗି ଦିଆଗଲା । ଏହି ବିଧାନସଭାର ପାଞ୍ଚଟି ଅଧିବେଶନ ଓ ୯୭ଟି ବୈଠକ ଅନୁଷ୍ଠିତ ହୋଇଥିଲା ।

ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ଓ କଂଗ୍ରେସର ବିଜୟ :

୧୯୭୧ ମସିହା ଜନଗଣନାକୁ ଆଧାର କରି ଓଡ଼ିଶାରେ ୭ଟି ବିଧାନସଭା ଆସନ ଓ ଗୋଟିଏ ଲୋକସଭା ଆସନ ବୃଦ୍ଧି ଘଟିଲା । ଫଳରେ ବିଧାନସଭା ଆସନ ସଂଖ୍ୟା ୧୪୦ରୁ

୧୪୭କୁ ଓ ଲୋକସଭା ଆସନ ୨୦ ରୁ ୨୧ କୁ ବୃଦ୍ଧି ପାଇଲା । ଏହି ସମୟରେ ଇନ୍ଦିରା ଗାନ୍ଧୀଙ୍କର ଲୋକପ୍ରିୟତା ଖୁବ ବୃଦ୍ଧି ପାଇଥାଏ । କାରଣ ଭାରତ-ପାକିସ୍ତାନ ଯୁଦ୍ଧରେ ଭାରତର ବିଜୟଲାଭ ଘଟିଥାଏ ଓ ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ବରେ ପରିଚାଳିତ କଂଗ୍ରେସ ଦଳ ହିଁ ପ୍ରକୃତ କଂଗ୍ରେସ ଦଳ ବୋଲି ଗ୍ରହଣୀୟ ହୋଇସାରି ଥାଏ ।

୧୯୭୪ ଫେବୃଆରୀ ୨୨, ୨୪ ଓ ୨୬ ତାରିଖରେ ତିନୋଟି ପର୍ଯ୍ୟାୟରେ ଏହି ନିର୍ବାଚନ ଅନୁଷ୍ଠିତ ହେଲା । ଏହି ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ ଦଳ- ୧୩୫, ସଂଗଠନ କଂଗ୍ରେସ-୧୭, ଉତ୍କଳ କଂଗ୍ରେସ-୯୫, ସ୍ୱତନ୍ତ୍ର ଦଳ-୫୬, କମ୍ୟୁନିଷ୍ଟ ଦଳ-୧୪, ସୋସାଲିଷ୍ଟ ଦଳ-୧୭, ଜନସଙ୍ଘ ଦଳ-୧୨ ଓ ଜନ କଂଗ୍ରେସ ଦଳ-୯ ଓ ସ୍ୱାଧୀନ ଭାବରେ ୨୮୯ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ବିତା କରିଥିଲେ । ଏହି ପ୍ରାର୍ଥୀମାନଙ୍କ ମଧ୍ୟରୁ ୭ଜଣ, ଜନକଂଗ୍ରେସର ଜଣେ, ପ୍ରଜାସମାଜବାଦୀ ଦଳର ୨ ଜଣ ଓ ସ୍ୱାଧୀନ ପ୍ରାର୍ଥୀମାନଙ୍କ ମଧ୍ୟରୁ ୭ ଜଣ ପ୍ରାର୍ଥୀ ଜୟଯୁକ୍ତ ହେଲେ । ଚିଲିକା ବିଧାନସଭା ଆସନପାଇଁ ନିର୍ବାଚନ ଅନୁଷ୍ଠିତ ହୋଇନଥିଲା । କାରଣ ଏହି ଆସନ ପାଇଁ କୌଣସି ପ୍ରାର୍ଥୀ ପ୍ରାର୍ଥୀପତ୍ର ଦାଖଲ କରି ନଥିଲେ ।

ଏହି ନିର୍ବାଚନରେ ସଂଗଠନ କଂଗ୍ରେସ ଓ ଜନସଂଘ ଦଳ ଗୋଟିଏ ହେଲେ ସ୍ଥାନ ହାସଲ କରିପାରିଲେ ନାହିଁ । ୧୫ଜଣ ମହିଳା ପ୍ରାର୍ଥୀ ବିଭିନ୍ନ ଦଳରୁ ନିର୍ବାଚନ ଲଢୁଥିଲେ । ସେମାନଙ୍କ ମଧ୍ୟରୁ ମାତ୍ର ୪ଜଣ ନିର୍ବାଚିତ ହୋଇଆସିଲେ । ସେମାନେ ହେଲେ : ନନ୍ଦିନୀ ଶତପଥୀ

(କଂଗ୍ରେସ)- ଢେଙ୍କାନାଳ, ସୈରିନ୍ଦ୍ରୀ ନାୟକ (କଂଗ୍ରେସ)- ଝାରସୁଗୁଡା, ସୁଧାଂଶୁମାଳିନୀ ରାୟ (କଂଗ୍ରେସ)- ଗୋବିନ୍ଦପୁର ଓ ଶ୍ରୀମତୀ ଭି. ସୁଜ୍ଞାନ କୁମାରୀ ଦେଓ (ଉତ୍କଳ କଂଗ୍ରେସ)- ଖଲିକୋଟ ।

୧୯୭୪ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ବିଧାନସଭାର ସଦସ୍ୟ:

କରଞ୍ଜିଆ କରୁଣାକର ନାୟକ କଂଗ୍ରେସ
ଯଶୀପୁର ଘନଶ୍ୟାମ ହେମ୍ବ୍ରମ ସ୍ୱାଧୀନ
ବାହଲଦା ଶଶିଭୂଷଣ ମାରାଣ୍ଡି ସ୍ୱାଧୀନ
ରାଇରଙ୍ଗପୁର ଅର୍ଜୁନ ମାଝି ଉତ୍କଳ କଂଗ୍ରେସ
ବାଙ୍ଗିରିପୋଷି ରୁଦ୍ରମୋହନ ଦାସ କମ୍ୟୁନିଷ୍ଟ
କୁଳିଅଣା ଶରତ ଚନ୍ଦ୍ର ସିଂହ କଂଗ୍ରେସ
ବାରିପଦା ପ୍ରମୋଦ ଚନ୍ଦ୍ର ଭଞ୍ଜଦେଓ ସ୍ୱାଧୀନ
ବଇଶିଙ୍ଗା କୁଆଁରିଆ ମାଝି କଂଗ୍ରେସ
ଖୁଣ୍ଟା ରମେଶ ସୋରେନ୍‍ କଂଗ୍ରେସ
ଉଦଳା ରାବଣେଶ୍ୱର ମଢେ଼ଇ କଂଗ୍ରେସ
ଭୋଗରାଇ କାର୍ତ୍ତିକେଶ୍ୱର ପାତ୍ର କଂଗ୍ରେସ
ଜଳେଶ୍ୱର ଗଦାଧର ଗିରି ସମାଜବାଦୀ
ବସ୍ତା ଚିନ୍ତାମଣି ଜେନା କଂଗ୍ରେସ
ବାଲେଶ୍ୱର ଅରୁଣ ଦେ ମାର୍କ୍ସବାଦୀ କମ୍ୟୁ.
ସୋରୋ ଯଦୁନାଥ ଦାଶମହାପାତ୍ର କଂଗ୍ରେସ
ସିମୁଳିଆ ଶୈଲେନ୍‍ ମହାପାତ୍ର କଂଗ୍ରେସ
ନୀଳଗିରି ବନମାଳୀ ଦାସ ମାର୍କ୍ସବାଦୀ କମ୍ୟୁ.
ଭଣ୍ଡାରିପୋଖରୀ ବୈରାଗୀ ଜେନା ଉତ୍କଳ କଂଗ୍ରେସ
ଭଦ୍ରକ ଯୁଗଳ କିଶୋର ପଟ୍ଟନାୟକ କଂଗ୍ରେସ
ଧାମନଗର ହୃଦାନନ୍ଦ ମଲ୍ଲିକ ଉତ୍କଳ କଂଗ୍ରେସ
ଚାନ୍ଦବାଲି ମନମୋହନ ଦାସ କଂଗ୍ରେସ
ବାସୁଦେବପୁର ଜଗବନ୍ଧୁ ଦାସ କଂଗ୍ରେସ
ସୁକିନ୍ଦା ସନାତନ ଦେଓ କଂଗ୍ରେସ
କୋରେଇ ଅଶୋକ କୁମାର ଦାସ ଉତ୍କଳ କଂଗ୍ରେସ
ଯାଜପୁର ଜଗନ୍ନାଥ ମଲ୍ଲିକ କଂଗ୍ରେସ
ଧର୍ମଶାଳା ବାଙ୍କବିହାରୀ ଦାସ କଂଗ୍ରେସ
ବଡଚଣା ଦୁଃଶାସନ ଜେନା ଭାରତୀୟ କମ୍ୟୁ.
ବରୀ-ଡେରାବିଶି ପ୍ରହ୍ଲାଦ ମଲ୍ଲିକ କଂଗ୍ରେସ
ବିଂଝାରପୁର ବୈଷ୍ଣବ ଚରଣ ମଲ୍ଲିକ କଂଗ୍ରେସ
ଆଳି ଶରତ କୁମାର ଦେବ ସ୍ୱତନ୍ତ୍ର
ପଟ୍ଟାମୁଣ୍ଡାଇ ବିଶ୍ୱନାଥ ମଲ୍ଲିକ କଂଗ୍ରେସ
ରାଜନଗର ବିଜୟାନନ୍ଦ ପଟ୍ଟନାୟକ ଉତ୍କଳ କଂଗ୍ରେସ
କେନ୍ଦ୍ରାପଡ଼ା ବେଦପ୍ରକାଶ ଅଗରଓ୍ୱାଲ ଉତ୍କଳ କଂଗ୍ରେସ
ପାଟକୁରା ରାଜକିଶୋର ନାୟକ ଉତ୍କଳ କଂଗ୍ରେସ
ତିର୍ତ୍ତୋଲ ପ୍ରତାପ ଚନ୍ଦ୍ର ମହାନ୍ତି ଉତ୍କଳ କଂଗ୍ରେସ
ଏରସମା ଲୋକନାଥ ଚୌଧୁରୀ ଭାରତୀୟ କମ୍ୟୁ.
ବାଲିକୁଦା ବାସୁଦେବ ମହାପାତ୍ର କଂଗ୍ରେସ
ଜଗତସିଂହପୁର ଲକ୍ଷ୍ମଣ ମଲ୍ଲିକ କଂଗ୍ରେସ
କିଶନନଗର ବଟକୃଷ୍ଣ ଜେନା ଉଦାହରଣ
ମାହାଙ୍ଗା ସେକ୍‍ ମତଲୁବ ଅଲ୍ଲି କଂଗ୍ରେସ
ସାଲେପୁର ବାଇଧର ବେହେରା କଂଗ୍ରେସ
ଗୋବିନ୍ଦପୁର ଶ୍ରୀମତୀ ସୁଧାଂଶୁ ମାଳିନୀ ରାୟ କଂଗ୍ରେସ
କଟକସଦର ତ୍ରିଲୋଚନ କାନୁନ୍‍ଗୋ କଂଗ୍ରେସ
କଟକ ନଗର ଶ୍ରୀକାନ୍ତ ପଣ୍ଡା ଉତ୍କଳ କଂଗ୍ରେସ
ଚୌଦ୍ୱାର କାହ୍ନୁଚରଣ ଲେଙ୍କା କଂଗ୍ରେସ
ବାଙ୍କୀ ଡାକ୍ତର ଯୋଗେଶ ଚନ୍ଦ୍ର ରାଉତ ସ୍ୱାଧୀନ
ଆଠଗଡ଼ ରାଧାନାଥ ରଥ ସ୍ୱାଧୀନ
ବଡମ୍ବା ରାଜା ସାହେବ ତ୍ରିଲୋଚନ ସିଂହଦେଓ ସ୍ୱତନ୍ତ୍ର
ବାଲିପାଟଣା ଗୋପୀନାଥ ଭୋଇ ଉତ୍କଳ କଂଗ୍ରେସ
ଭୁବନେଶ୍ୱର ହରେକୃଷ୍ଣ ମହତାବ ଉତ୍କଳ କଂଗ୍ରେସ
ଜଟଣୀ ସତ୍ୟପ୍ରିୟ ମହାନ୍ତି ଉତ୍କଳ କଂଗ୍ରେସ
ପିପିଲି ବିପିନ ବିହାରୀ ଦାସ କଂଗ୍ରେସ
ନିମାପଡ଼ା ନୀଳମଣି ସିଂ କଂଗ୍ରେସ
କାକଟପୁର ବୃନ୍ଦାବନ ଚନ୍ଦ୍ର ପାତ୍ର କଂଗ୍ରେସ
ସତ୍ୟବାଦୀ ଗଙ୍ଗାଧର ମହାପାତ୍ର କଂଗ୍ରେସ
ପୁରୀ ବ୍ରଜମୋହନ ମହାନ୍ତି କଂଗ୍ରେସ
ବ୍ରହ୍ମଗିରି ସିଦ୍ଧେଶ୍ୱର ପାଣିଗ୍ରାହୀ ଭାରତୀୟ କମ୍ୟୁ.
ଚିଲିକା- (ଖାଲି)
ଖୋର୍ଦ୍ଧା ବେଣୁଧର ବଳୀୟାର ସିଂହ କଂଗ୍ରେସ
ବେଗୁନିଆ ସତ୍ୟାନନ୍ଦ ଚ-ତ୍ତିରାୟ ଉତ୍କଳ କଂଗ୍ରେସ
ରଣପୁର ରମେଶ ଚନ୍ଦ୍ର ପଣ୍ଡା ମାର୍କ୍ସବାଦୀ କମ୍ୟୁ.
ନୟାଗଡ଼ ଭଗବତ ବେହେରା ସୋସାଲିଷ୍ଟ
ଖଣ୍ଡପଡ଼ା ସତ୍ୟସୁନ୍ଦର ମିଶ୍ର ସ୍ୱାଧୀନ
ଦଶପଲ୍ଲା ହରିହର କରଣ ସ୍ୱାଧୀନ
ଜଗନ୍ନାଥପ୍ରସାଦ ଶ୍ରୀବତ୍ସ ନାୟକ ସ୍ୱାଧୀନ
ଭଞ୍ଜନଗର ସୋମନାଥ ରଥ କଂଗ୍ରେସ
ସୋରଡ଼ା ଶରତ ଚନ୍ଦ୍ର ପଣ୍ଡା କଂଗ୍ରେସ
ଆସ୍କା ହରିହର ଦାସ ଭାରତୀୟ କମ୍ୟୁ.
କବିସୂର୍ଯ୍ୟନଗର ସଦାନନ୍ଦ ମହାନ୍ତି ଭରତୀୟ କମ୍ୟୁ.
କୋଦଳା କାହ୍ନୁଚରଣ ନାୟକ କଂଗ୍ରେସ
ଖଲ୍ଲିକୋଟ ଭି.ସୁଜ୍ଞାନ କୁମାରୀ ଦେଓ ଉତ୍କଳ କଂଗ୍ରେସ
ଛତ୍ରପୁର ଦୈତ୍ୟାରି ବେହେରା ଉତ୍କଳ କଂଗ୍ରେସ
ହିଞ୍ଜିଳି ବୃନ୍ଦାବନ ନାୟକ ଉତ୍କଳ କଂଗ୍ରେସ
ଗୋପାଳପୁର ମୋହନ ନାୟକ କଂଗ୍ରେସ
ବ୍ରହ୍ମପୁର ବିନାୟକ ଆଚାର୍ଯ୍ୟ କଂଗ୍ରେସ
ଚିକିଟି ସଚ୍ଚିଦାନନ୍ଦ ଦେଓ ଉତ୍କଳ କଂଗ୍ରେସ
ମୋହନା ଉଦୟ ନାରାୟଣ ଦେଓ ଉତ୍କଳ କଂଗ୍ରେସ
ରାମଗିରି ଚକ୍ରଧର ପାଇକ ଉତ୍କଳ କଂଗ୍ରେସ
ପାରଳାଖେମୁଣ୍ଡି ନାଇକୁଲ କୁର୍‍ମା ଉତ୍କଳ କଂଗ୍ରେସ
ଗୁଣପୁର ଭାଗୀରଥି ଗମାଙ୍ଗୋ କଂଗ୍ରେସ
ବିଷମକଟକ ଡମ୍ବରୁଧର ଉଲାକା କଂଗ୍ରେସ
ରାୟଗଡ଼ା ରାମଚନ୍ଦ୍ର ଉଲାକା କଂଗ୍ରେସ
ଲକ୍ଷ୍ମୀପୁର ଅନନ୍ତରାମ ମାଝି କଂଗ୍ରେସ
ପଟ୍ଟାଙ୍ଗୀ ଦିସାରି ସାନୁ ଉତ୍କଳ କଂଗ୍ରେସ
କୋରାପୁଟ ହରିଶ୍ଚନ୍ଦ୍ର ବକ୍ସିପାତ୍ର ଉତ୍କଳ କଂଗ୍ରେସ
ମାଲକାନଗିରି ନାକା କାନାୟା ଉତ୍କଳ କଂଗ୍ରେସ
ଚିତ୍ରକୋଣ୍ଡା ଗଙ୍ଗାଧର ମାଢ଼ୀ କଂଗ୍ରେସ
କୋଟପାଡ଼ ବାସୁଦେବ ମାଝି କଂଗ୍ରେସ
ଜୟପୁର ରଘୁନାଥ ପଟ୍ଟନାୟକ କଂଗ୍ରେସ
ନବରଙ୍ଗପୁର ହବିବୁଲ୍ଲା ଖାଁ ସ୍ୱତନ୍ତ୍ର
କୋଡ଼ିଙ୍ଗା ସୋମ୍ବାରୁ ମାଝି ଉତ୍କଳ କଂଗ୍ରେସ
ଡାବୁଗାଁ ଶ୍ୟାମଘନ ମାଝି ସ୍ୱତନ୍ତ୍ର
ଉମରକୋଟ ରବି ସିଂହ ମାଝି ଉତ୍କଳ କଂଗ୍ରେସ
ନୂଆପଡ଼ା ଜଗନ୍ନାଥ ପଟ୍ଟନାୟକ କଂଗ୍ରେସ
ଖଡ଼ିଆଳ ଅନୁପ ସିଂହଦେଓ ଉତ୍କଳ କଂଗ୍ରେସ
ଧରମଗଡ଼ ଦୟାନିଧି ନାୟକ ସ୍ୱତନ୍ତ୍ର
କୋକସରା ଚନ୍ଦ୍ରଭାନୁ ସିଂହଦେଓ ସ୍ୱତନ୍ତ୍ର
ଜୁନାଗଡ଼ ଉଦିତ ପ୍ରତାପ ଦେଓ ସ୍ୱତନ୍ତ୍ର
ଭବାନୀପାଟଣା ଜଗମୋହନ ନାୟକ ସ୍ୱତନ୍ତ୍ର
ନରଲା ଧନେଶ୍ୱର ମାଝି ସ୍ୱତନ୍ତ୍ର
କେସିଙ୍ଗା ଶରତ ଚନ୍ଦ୍ର ସିଂହଦେଓ ସ୍ୱତନ୍ତ୍ର
ବାଲିଗୁଡ଼ା ସାହୁରା ମଲିକ କଂଗ୍ରେସ
ଜି. ଉଦୟଗିରି ଗୋପାଳ ପ୍ରଧାନ କଂଗ୍ରେସ
ଫୁଲବାଣୀ ଚନ୍ଦ୍ରଶେଖର ବେହେରା କଂଗ୍ରେସ
ବଉଦ ନଟବର ପ୍ରଧାନ ସ୍ୱତନ୍ତ୍ର
ଟିଟିଲାଗଡ଼ ତାପି ଜାଲ ସ୍ୱତନ୍ତ୍ର
କଣ୍ଟାବାଂଜି ରାମପ୍ରସାଦ ମିଶ୍ର ସ୍ୱତନ୍ତ୍ର
ପାଟଣାଗଡ଼ ଅଇଁଠୁ ସାହୁ ସ୍ୱତନ୍ତ୍ର
ସଇଁତଳା କୃଷ୍ଣଚନ୍ଦ୍ର ପଣ୍ଡା ସ୍ୱତନ୍ତ୍ର
ଲୋଇସିଂହା ଅନଙ୍ଗ ଉଦୟ ସିଂହଦେଓ ସ୍ୱତନ୍ତ୍ର
ବଲାଙ୍ଗୀର ରାଜେନ୍ଦ୍ର ନାରାୟଣ ସିଂହଦେଓ ସ୍ୱତନ୍ତ୍ର
ସୋନପୁର ଦୌଲତ ବାଗ ସ୍ୱତନ୍ତ୍ର
ବିନ୍‍କା ରାଧାମୋହନ ମିଶ୍ର ସ୍ୱତନ୍ତ୍ର
ବୀରମହାରାଜପୁର ହୃଷୀକେଶ ହୋତା କଂଗ୍ରେସ
ଆଠମଲ୍ଲିକ ଭଜମନ ବେହେରା କଂଗ୍ରେସ
ଅନୁଗୁଳ ଅଦ୍ୱୈତ ପ୍ରସାଦ ସିଂହ ଉତ୍କଳ କଂଗ୍ରେସ
ହିନ୍ଦୋଳ ଭାଗୀରଥି ନାୟକ କଂଗ୍ରେସ
ଢେଙ୍କାନାଳ ନନ୍ଦିନ୍ଦୀ ଶତପଥୀ କଂଗ୍ରେସ
ଗଁଦିଆ ଶ୍ରୀବତ୍ସ ନାୟକ କଂଗ୍ରେସ
କାମାକ୍ଷାନଗର ବ୍ରହ୍ମାନନ୍ଦ ବିଶ୍ୱାଳ କଂଗ୍ରେସ
ପାଲଲହଡା ନାରାୟଣ ସାହୁ କଂଗ୍ରେସ
ତାଳଚେର ବୃନ୍ଦାବନ ବେହେରା ଜନ କଂଗ୍ରେସ
ପଦ୍ମପୁର ଡାଃ. କୃପାସିନ୍ଧୁ ଭୋଇ କଂଗ୍ରେସ
ମେଳଛାମୁଣ୍ଡା ପ୍ରକାଶ ଚନ୍ଦ୍ର ଦେବତା କଂଗ୍ରେସ
ବିଜେପୁର ଗଣନାଥ ପ୍ରଧାନ ଉତ୍କଳ କଂଗ୍ରେସ
ଭଟ୍‍ଲି ମୋହନ ନାଗ କଂଗ୍ରେସ
ବରଗଡ଼ ନବୀନ କୁମାର ପ୍ରଧାନ ଉତ୍କଳ କଂଗ୍ରେସ
ସମ୍ବଲପୁର ଶ୍ରୀ ବଲ୍ଲଭ ପାଣିଗ୍ରାହୀ କଂଗ୍ରେସ
ବ୍ରଜରାଜନଗର ପ୍ରସନ୍ନ କୁମାର ପଣ୍ଡା ଭାରତୀୟ କମ୍ୟୁ.
ଝାରସୁଗୁଡ଼ା ସୌରିନ୍ଦ୍ରୀ ନାୟକ କଂଗ୍ରେସ
ଲାଇକେରା ହେମାନନ୍ଦ ବିଶ୍ୱାଳ କଂଗ୍ରେସ
କୁଚିଣ୍ଡା ଜଗତେଶ୍ୱର ମିର୍ଦ୍ଧା କଂଗ୍ରେସ
ରେଢ଼ାଖୋଲ ବସନ୍ତ କୁମାର ମହାନନ୍ଦ ଉତ୍କଳ କଂଗ୍ରେସ
ଦେଓଗଡ଼ ରାଜା ଭାନୁଗଙ୍ଗ ତ୍ରିଭୁବନ ଦେବ ସ୍ୱତନ୍ତ୍ର
ସୁନ୍ଦରଗଡ଼ ଦିବ୍ୟଲୋଚନ ଶେଖର ଦେଓ କଂଗ୍ରେସ
ତଲସରା ପ୍ରେମାନନ୍ଦ କାଲୋ କଂଗ୍ରେସ
ରାଜଗଙ୍ଗପୁର ଖ୍ରୀଷ୍ଟୋଫରଏକ୍କା କଂଗ୍ରେସ
ବୀରମିତ୍ରପୁର ଖ୍ରୀଷ୍ଟ ଦାସ ଲୁଗୁନ୍‍ ସ୍ୱାଧୀନ
ରାଉରକେଲା ଧନଞ୍ଜୟ ମହାନ୍ତି କଂଗ୍ରେସ
ରଘୁନାଥପଲ୍ଲୀ ଅଗାପିତ ଲାକ୍ରା କଂଗ୍ରେସ
ବଣେଇ ବେଣୁଧର ନାୟକ କଂଗ୍ରେସ
ଚୂ ଆ ଗୁରୁ ଚରଣ ନାଏକ କଂଗ୍ରେସ
ପାଟଣା ମହେଶ୍ୱର ମାଝି ଉତ୍କଳ କଂଗ୍ରେସ
କେନ୍ଦୁଝର ଗୋବିନ୍ଦ ମୁଣ୍ଡା ସ୍ୱତନ୍ତ୍ର
ତେଲକୋଇ ନୀଳାଦ୍ରି ନାୟକ ଉତ୍କଳ କଂଗ୍ରେସ
ରାମଚନ୍ଦ୍ରପୁର ମୁରଲୀଧର କୁଅଁର ଉତ୍କଳ କଂଗ୍ରେସ
ଆନନ୍ଦପୁର ଭୁବନାନନ୍ଦ ଜେନା କଂଗ୍ରେସ
ଚିଲିକା ବିଧାନସଭା ପାଇଁ ୭.୭.୧୯୭୪ରେ ଉପନିର୍ବାଚନ ହେଲା । ଏହି ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ରଘୁନାଥ ରାୟ ବିଜୟୀ ହେଲେ ।

ଓଡ଼ିଶାର ଷଷ୍ଠ ବିଧାନସଭାର ମାନ୍ୟବର ସଦସ୍ୟମାନେ ୧୯୭୪ ମସିହା ମାର୍ଚ୍ଚ ୧୧ ତାରିଖ ଦିନ ଶପଥ ଗ୍ରହଣ କଲେ । ନନ୍ଦିନୀ ଶତପଥୀ କଂଗ୍ରେସ ବିଧାୟକ ଦଳର ନେତ୍ରୀ ନିର୍ବାଚିତ ହୋଇ କମ୍ୟୁନିଷ୍ଟ ସଦସ୍ୟମାନଙ୍କ ସମର୍ଥନରେ ମାର୍ଚ୍ଚ ୬ତାରିଖରେ ମନ୍ତ୍ରିମଣ୍ଡଳ ଗଠନ କଲେ । ବ୍ରଜ ମୋହନ ମହାନ୍ତି ବାଚସ୍ପତି ଭାବରେ ନିର୍ବାଚିତ ହେଲେ । ପ୍ରଗତି ବିଧାୟକ ଦଳର ନେତା ବିଜୁ ପଟ୍ଟନାୟକ ମାର୍ଚ୍ଚ ୧୯ ତାରିଖରେ ବିରୋଧୀ ଦଳର ନେତା ଘୋଷିତ ହେଲେ । ସେ ଏହି ପଦବୀରେ ଡିସେମ୍ବର ୧୦ ତାରିଖ ଯାଏ ରହିଲେ । ତା'ପରେ ସେ ଭାରତୀୟ ଲୋକ ଦଳର ନେତା ଭାବରେ ୧୯୭୭ ମସିହା ମାର୍ଚ୍ଚ ୨୪ତାରିଖ ଯାଏ ବିରୋଧୀ ଦଳର ନେତା ପଦବୀରେ ରହିଲେ ।

ନନ୍ଦିନୀ ଦେବୀଙ୍କ ଦ୍ୱିତୀୟଥର ମୁଖ୍ୟମନ୍ତ୍ରୀ ଓ ତାଙ୍କ ମନ୍ତ୍ରିମଣ୍ଡଳ :

ନନ୍ଦିନୀ ଶତପଥୀଙ୍କର ମନ୍ତ୍ରିମଣ୍ଡଳରେ ତାଙ୍କୁ ମିଶାଇ ୬ଜଣ କ୍ୟାବିନେଟ ମନ୍ତ୍ରୀ, ୯ଜଣ ରାଷ୍ଟ୍ରମନ୍ତ୍ରୀ ଓ ୩ଜଣ ଉପମନ୍ତ୍ରୀ ଶପଥ ଗ୍ରହଣ କଲେ । ସେମାନଙ୍କ ବିଭାଗଗୁଡିକ ହେଲା-

କ୍ୟାବିନେଟ ମନ୍ତ୍ରୀ :

ନନ୍ଦିନୀ ଶତପଥୀ : ମୁଖ୍ୟମନ୍ତ୍ରୀ; ସ୍ୱରାଷ୍ଟ୍ର, ରାଜନୀତିକ ଓ ପ୍ରଶାସନ, ଶିଳ୍ପ,
ଯୋଜନା ଓ ସମନ୍ୱୟ ବିଭାଗ ମନ୍ତ୍ରୀ
ବିନାୟକ ଆଚାର୍ଯ୍ୟ : ଅର୍ଥ ଓ ଅବକାରୀ
ବାଙ୍କ ବିହାରୀ ଦାସ : ରାଜସ୍ୱ ଓ ଗ୍ରାମ ଉନ୍ନୟନ
ଯଦୁନାଥ ଦାଶ ମହାପାତ୍ର : ଶିକ୍ଷା ଓ ସାଂସ୍କୃତିକ ବ୍ୟାପାର
ଶ୍ରୀବଲ୍ଲଭ ପାଣିଗ୍ରାହୀ : କୃଷି ଓ ସମବାୟ, ଏବଂ ପୂର୍ତ୍ତ ଓ ପରିବହନ

ରାଷ୍ଟ୍ର ମନ୍ତ୍ରୀ :

ମୋହନ ନାୟକ : ଗ୍ରାମଗୋଷ୍ଠୀ ଓ ପଞ୍ଚାୟତିରାଜ
ସୋମନାଥ ରଥ : ସ୍ୱାସ୍ଥ୍ୟ ଓ ନଗର ଉନ୍ନୟନ
ରାମଚନ୍ଦ୍ର ଉଲାକା : ଆଦିବାସୀ ଓ ଗ୍ରାମ ମଙ୍ଗଳ
ବ୍ରହ୍ମାନନ୍ଦ ବିଶ୍ୱାଳ : ଆଇନ, ଜଙ୍ଗଲ ଓ ପଶୁପାଳନ
ଦିବ୍ୟଲୋଚନ ଶେଖର ଦେଓ : ଜଳସେଚନ ଓ ବିଦ୍ୟୁତ
ଡାକ୍ତର କୃପାସିନ୍ଧୁ ଭୋଇ : ଖଣି ଓ ଭୂତତ୍ତ୍ୱ
ଡା. ବେଣୁଧର ବଳୀୟାର ସିଂହ : ଶ୍ରମ, କର୍ମସଂସ୍ଥାନ ଓ ଗୃହ ନିର୍ମାଣ
କାହ୍ନୁଚରଣ ଲେଙ୍କା : ଶିଳ୍ପ ଯୋଜନା ଓ ସମନ୍ୱୟ
ଭାଗୀରଥି ଗମାଙ୍ଗ : କୃଷି ଓ ସମବାୟ

ଉପ ମନ୍ତ୍ରୀ :

ଶେଖ୍‍ ମତଲୁବ୍‍ ଅଲ୍ଲି : ସାଂସ୍କୃତିକ ବ୍ୟାପାର
କୁଆଁରିଆ ମାଝି : ଜଳସେଚନ ଓ ବିଦ୍ୟୁତ
ଜଗନ୍ନାଥ ପଟ୍ଟନାୟକ : ଯୋଜନା ଓ ସମନ୍ୱୟ, ସ୍ୱରାଷ୍ଟ୍ର ବିଭାଗର ଜେଲ,
ରାଜନୀତିକ ଓ ପ୍ରଶାସନ ବିଭାଗର ରାଜଧାନୀ ପ୍ରଶାସନ

ମୁଖ୍ୟମନ୍ତ୍ରୀ ଆସନରେ ବିନାୟକ ଆଚାର୍ଯ୍ୟ :

୨୪.୫.୧୯୭୫ ତାରିଖରେ ବାଙ୍କବିହାରୀ ଦାସ ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ । ୨୦.୧୦.୧୯୭୫ରେ ନନ୍ଦିନୀ ଦେବୀ ତାଙ୍କ ମନ୍ତ୍ରିମଣ୍ଡଳକୁ ସାମାନ୍ୟ ସଂପ୍ରସାରଣ କରି ମନ୍ତ୍ରୀମାନଙ୍କ ମଧ୍ୟରେ ବିଭାଗ ଅଦଳ ବଦଳ କଲେ । ଗଙ୍ଗାଧର ମହାପାତ୍ରଙ୍କୁ କ୍ୟାବିନେଟ ମନ୍ତ୍ରୀ ଭାବରେ ଗ୍ରହଣ କଲେ । ରାମଚନ୍ଦ୍ର ଉଲାକାଙ୍କୁ ରାଷ୍ଟ୍ରମନ୍ତ୍ରୀ ପଦବୀରୁ କ୍ୟାବିନେଟ ପାହ୍ୟା ମନ୍ତ୍ରୀ ପଦକୁ ଉନ୍ନୀତ କଲେ ଇତ୍ୟାଦି । ମନ୍ତ୍ରିମଣ୍ଡଳରେ ଆଭ୍ୟନ୍ତରୀଣ କନ୍ଦଳ ଦେଖାଦେବାରୁ ନନ୍ଦିନୀ ଶତପଥୀ ହାଇକମାଣ୍ଡଙ୍କ ଆସ୍ଥା ହରାଇଲେ ।

ଫଳରେ ଅଚାନକ ତାଙ୍କୁ ଇସ୍ତଫା ପ୍ରଦାନ କରିବାକୁ ପଡିଲା । ୧୬.୧୨.୧୯୭୬ରେ ନନ୍ଦିନୀ ଶତପଥୀ ତାଙ୍କ ପଦରୁ ଇସ୍ତଫା ପ୍ରଦାନ କଲେ । ଫଳରେ ସେହି ଦିନ ଓଡ଼ିଶାରେ ରାଷ୍ଟ୍ରପତି ଶାସନ ୨୯.୧୨.୧୯୭୬ ତାରିଖ ଯାଏ ପ୍ରଚଳିତ ହେଲା । ବିନାୟକ ଆଚାର୍ଯ୍ୟ ନନ୍ଦିନୀ ଶତପଥୀଙ୍କ ସ୍ଥାନରେ କଂଗ୍ରେସ ବିଧାୟକ ଦଳର ନେତା ନିର୍ବାଚିତ ହୋଇ ୨୯.୧୨.୧୯୭୬ରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ । ତାଙ୍କ ମନ୍ତ୍ରିମଣ୍ଡଳରେ ତାଙ୍କୁ ମିଶାଇ ରହିଲେ ୯ଜଣ କ୍ୟାବିନେଟ, ୪ଜଣ ରାଷ୍ଟ୍ରପାପୟା ଓ ଜଣେ ଉପମନ୍ତ୍ରୀ । ସେମାନେ ଓ ସେମାନଙ୍କ ବିଭାଗ ଗୁଡିକ ହେଲା:

କ୍ୟାବିନେଟ ମନ୍ତ୍ରୀ :
ବିନାୟକ ଆଚାର୍ଯ୍ୟ : ମୁଖ୍ୟମନ୍ତ୍ରୀ ଏବଂ ସ୍ୱରାଷ୍ଟ୍ର, ରାଜନୈତିକ ଓ ପ୍ରଶାସନ, ଅର୍ଥ,
ଯୋଜନା ଓ ସମନ୍ୱୟ ଏବଂ ଆଦିବାସୀ ଓ ଗ୍ରାମମଙ୍ଗଳ ବିଭାଗ
ମନ୍ତ୍ରୀ
ଶ୍ରୀବଲ୍ଲଭ ପାଣିଗ୍ରାହୀ : ରାଜସ୍ୱ, ଜଳସେଚନ ଓ ବିଦ୍ୟୁତ, ଶିକ୍ଷା ଓ ଯୁବସେବା ଏବଂ
ଆଇନ
ଲକ୍ଷ୍ମଣ ମଲ୍ଲିକ : ପୂର୍ତ୍ତ ଓ ପରିବହନ
ରାମଚନ୍ଦ୍ର ଉଲାକା : ଖାଦ୍ୟ ଓ ଯୋଗାଣ
ମୋହନ ନାୟକ : ଗୋଷ୍ଠୀ ଉନ୍ନୟନ, ସମାଜମଙ୍ଗଳ, ନଗର ଉନ୍ନୟନ
କାହ୍ନୁ ଚରଣ ଲେଙ୍କା : ଶିଳ୍ପ ଓ ବାଣିଜ୍ୟ
ବେଣୁଧର ବଳୀୟାର ସିଂହ : ଶ୍ରମ, ନିଯୁକ୍ତି ଓ ଗୃହଯୋଗାଣ ଏବଂ ଅବକାରୀ
ଭାଗୀରଥି ଗମାଙ୍ଗ : ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ
ଡା. ଯୋଗେଶ ଚନ୍ଦ୍ର ରାଉତ : କୃଷି ଓ ସମବାୟ

ରାଷ୍ଟ୍ର ମନ୍ତ୍ରୀ :

ଜଗନ୍ନାଥ ପଟ୍ଟନାୟକ : ରାଷ୍ଟ୍ରମନ୍ତ୍ରୀ; ଅର୍ଥ, ଯୋଜନା ଓ ସମନ୍ୱୟ, ଖଣି ଓ ଭୂତତ୍ତ୍ୱ
ଶେଖ୍‍ ମତଲୁବ ଅଲ୍ଲି : ରାଷ୍ଟ୍ରମନ୍ତ୍ରୀ; ରାଜସ୍ୱ, ଶିକ୍ଷା ଓ ଯୁବ ସେବା, ସାଂସ୍କୃତିକ ବ୍ୟାପାର
ଓ ପର୍ଯ୍ୟଟନ
ଅନଙ୍ଗ ଉଦୟ ସିଂହଦେଓ : ରାଷ୍ଟ୍ର ମନ୍ତ୍ରୀ, ଜଙ୍ଗଲ, ମତ୍ସ୍ୟ ଓ ପଶୁପାଳନ
ଭଜମନ ବେହେରା : ରାଷ୍ଟ୍ରମନ୍ତ୍ରୀ ଗ୍ରାମ ଉନ୍ନୟନ ଏବଂ ଆଦିବାସୀ ଓ ଗ୍ରାମମଙ୍ଗଳ
ମୋହନ ନାଗ : ଉପମନ୍ତ୍ରୀ; ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ

ସ୍ୱର୍ଗତ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ କନିଷ୍ଠ ପୁତ୍ର ଅନଙ୍ଗ ଉଦୟ ସିଂହଦେଓ ସ୍ୱତନ୍ତ୍ର ପାର୍ଟି ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ସେ କଂଗ୍ରେସରେ ଯୋଗ ଦେବାରୁ ତାଙ୍କୁ ମନ୍ତ୍ରିମଣ୍ଡଳରେ ଗ୍ରହଣ କରାଯାଇଥିଲା । ସେ ଡାକ୍ତରଖାନାରେ ଶପଥ ଗ୍ରହଣ କରିଥିଲେ । କାରଣ ସେହି ସମୟରେ କାର୍ଯ୍ୟନିର୍ବାହୀ ରାଜ୍ୟପାଳ ଶିବନାରାୟଣ ହୃଦ ରୋଗରେ ପୀଡିତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ଏହିଠାରେ ଅନଙ୍ଗ ଉଦୟଙ୍କୁ ମନ୍ତ୍ରୀ ହିସାବରେ ରାଜ୍ୟପାଳ ଶପଥ ଗ୍ରହଣ କରାଇଥିଲେ । ଡାଃ ଯୋଗେଶ ଚନ୍ଦ୍ର ରାଉତ ସ୍ୱାଧୀନ ପ୍ରାର୍ଥୀ ଭାବରେ ବାଙ୍କୀ ନିର୍ବାଚନ

ମଣ୍ଡଳୀର ନିର୍ବାଚିତ ହୋଇ କଂଗ୍ରେସରେ ଯୋଗଦେବାରୁ ତାଙ୍କୁ କ୍ୟାବିନେଟ ମନ୍ତ୍ରୀ ଭାବରେ ଗ୍ରହଣ କରାଯାଇିଲା ।

କାର୍ଯ୍ୟନିର୍ବାହୀ ରାଜ୍ୟପାଳ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାରୁ ୧୯୭୭ ଜାନୁଆରି ୨୬ ଜନରାଜ୍ୟ ଦିବସ ପ୍ୟାରେଡରେ ମୁଖ୍ୟମନ୍ତ୍ରୀ ବିନାୟକ ଆଚାର୍ଯ୍ୟ ରାଜ୍ୟସ୍ତରୀୟ ଅଭିବାଦନ ଗ୍ରହଣ କରିଥିଲେ । ବିନାୟକ ଆଚାର୍ଯ୍ୟ ମୁଖ୍ୟମନ୍ତ୍ରୀ ଭାବରେ ବେଶୀଦିନ ରହି ପାରିଲେ ନାହିିଁ । ୧୯୭୭ ମସିହା ଏପ୍ରିଲ ୩୦ ତାରିଖରେ ସେ ମନ୍ତ୍ରିମଣ୍ଡଳରୁ ଇସ୍ତଫା ପ୍ରଦାନ କଲେ । ରାଜ୍ୟ ପୁଣି ରାଷ୍ଟ୍ରପତି ଶାସନାଧୀନ ହେଲା । ଏହି ରାଷ୍ଟ୍ରପତି ଶାସନ ଜାରି ରହିଲା ୧୯୭୭ ମସିହା ଜୁନ୍‍ ୨୬ ତାରିଖ ଯାଏ- ନୂତନ ସରକାର ଓ ୭ମ ବିଧାନସଭା ଗଠିତ ହେବାଯାଏ ।

ନୂଆ ରାଜନୈତିକ ଦଳ- ଜନତାପାର୍ଟି :

୧୯୭୪ ମସିହା ଶେଷ ସମୟରେ 'ଭାରତୀୟ ଲୋକଦଳ' ନାମରେ ଏକ ନୂତନ ଜାତୀୟ ରାଜନୈତିକ ଦଳର ଆବିର୍ଭାବ ଘଟିଲା । ଏହି ନୂତନ ରାଜନୈତିକ ଦଳରେ ଉତ୍କଳ କଂଗ୍ରେସ, ସ୍ୱତନ୍ତ୍ର, ସଂଯୁକ୍ତ ସମାଜବାଦୀ ପାର୍ଟି ସମେତ ସାତଟି ରାଜନୈତିକ ଦଳର ମିଶଣ୍ର ଘଟିଲା । ଓଡ଼ିଶାର ପ୍ରଗତି ବିଧାୟକ ଦଳ ୧୯୭୪ ମସିହା ଡିସେମ୍ବର ୧୦ତାରିଖ ଦିନ 'ଭାରତୀୟ ଲୋକଦଳ' ଭାବରେ ନାମିତ ହେଲା । ବିଜୁ ପଟ୍ଟନାୟକ ହେଲେ ଓଡ଼ିଶାରେ ଏହି ଭାରତୀୟ ଲୋକଦଳର ନେତା ଏବଂ ବିଧାନସଭାରେ ବିରୋଧୀ ଦଳର ନେତା । ସେ ବିଧାନସଭାରେ ବିରୋଧୀ ଦଳର ନେତା ଭାବରେ ୨୪.୩.୧୯୭୭ ଯାଏ ରହିଲେ ।

ଏହାପରେ 'ଜନତା ପାର୍ଟି' ନାମରେ ସର୍ବଭାରତୀୟ ସ୍ତରରେ ଏକ ନୂତନ ରାଜନୈତିକ ଦଳ, ଭାରତୀୟ ଲୋକଦଳ, ସଂଗଠନ କଂଗ୍ରେସ, ସମାଜବାଦୀ ପାର୍ଟି ଆଦି ରାଜନୈତିକ ଦଳମାନଙ୍କୁ ନେଇ ୧୯୭୭ ମସିହା ପ୍ରାକ୍‍କାଳରେ ଗଠିତ ହେଲା । ୧୯୭୭ ମସିହାରେ ଓଡ଼ିଶାରେ ଜନତା ବିଧାୟକ ଦଳ ଗଠନ କରାଗଲା ଓ ରାମପ୍ରସାଦ ମିଶ୍ର ଜନତା ବିଧାୟକ ସଭାର ନେତା ନିର୍ବାଚିତ ହୋଇ ଓଡ଼ିଶା ବିଧାନସଭାର ବିରୋଧୀଦଳ ନେତା ଘୋଷିତ ହେଲେ । ସେ ବିରୋଧିଦଳ ନେତା ଭାବରେ ୧୯୭୭ ମସିହା ଏପ୍ରିଲ ୩୦ ତାରିଖ ଯାଏ ରହିଲେ (ବିଧାନସଭା ଭାଙ୍ଗିବା ଯାଏ) ।

ଏହି ଷଷ୍ଠ ବିଧାନସଭାର ୯ଟି ଅଧିବେଶନ ଅନୁଷ୍ଠିତ ହୋଇଥିଲା । ଏଥିରେ ୧୫୦ଟି ବୈଠକ ବସିଥିଲା । ଏହି ବିଧାନସଭାକୁ ୧୯୭୭ରେ ଭଙ୍ଗ କରାଯାଇଥିଲା ।

* * *