କବିତା କଲ୍ଲୋଳିନୀ/ମହାବାହୁ ଜଣାଣ

ମହାବାହୁ ଜଣାଣ ରାଗ-କାମୋଦୀ କମଳବାସିନୀ ପ୍ରାଣବାନ୍ଧବ ହେ ଆର୍ତ୍ତତ୍ରାଣ କମନୀୟ କଳାମୁଖଚନ୍ଦ୍ର , କମ୍ବୁମଧ୍ୟପୁରୀ ନୀଳବସୁନ୍ଧରାଚୂଳ ଗୁହାଗୃହ ବିହାରୀ ପାରୀନ୍ଦ୍ର ହେ . ମହାବାହୁ, କଉଣପକୁଳକ୍ଷୟଦକ୍ଷ, କୃପଣକାମିତ କଲ୍ପଵୃକ୍ଷ, କହି ନୋହିବା କଦନ, ସିନ୍ଧୁ ନିମଜ୍ଜଜନ କର୍ଣ୍ଣଧାରବର ରକ୍ଷ ରକ୍ଷ ହେ |୧|