କିଏ ଲୋ ସଜନୀ! କେଳି କଦମ୍ବ ମୂଳେ

କିଏ ଲୋ ସଜନୀ! କେଳି କଦମ୍ବ ମୂଳେ ଲେଖକ/କବି: ବନମାଳୀ ଦାସ
କିଏ ଲୋ ସଜନୀ! କେଳି କଦମ୍ବ ମୂଳେ

କିଏ ଲୋ ସଜନୀ! କେଳି କଦମ୍ବ ମୂଳେ

କିଏ ଲୋ ସଜନୀ! କେଳି କଦମ୍ବ ମୂଳେ
ଦିନେତ ଦେଖି ନଥିଲି ଏ ରୂପ ଡୋଳେ। ଘୋଷା।

ଜାଣଇ ସେ କି ଭେଳିକି? ଥରାଏ ହୃଦ ଥଳିକି,
ଲାଖି ରହେ କିଆଁ ଆଖି ତା ବାଙ୍କ ଚୂଳେ। ୧।

ଶୁଣି ତା ମୁରଲୀ ଗୀତ ଥୟ ହେଉନାହିଁ ଚିତ୍ତ,
ମୋହନ ମାଦକେ ମିତ ପାଦ ନ ଚଳେ। ୨।

ହସା ମିଶା ଭଙ୍ଗୀ ବାଣୀ ତା ଲାବଣ୍ୟ ଠିଆ ଠାଣି,
ପତିବ୍ରତା ନ ରଖିବ ପରା ଗୋକୁଳେ। ୩।

ବନମାଳୀ ଦାସ ଭଣି ଶୁଣ ରାଧେ-ଠାକୁରାଣୀ,
ସେ ମୋହନ ବଂଶୀପାଣି ତୁମ୍ଭରି ଛଳେ। ୪।