ଲେଖକ/କବି: ବନମାଳୀ ଦାସ
କି ଲାଜ ପାଇଲି ଆଜ

କି ଲାଜ ପାଇଲି ଆଜ

                                        
କି ଲାଜ ପାଇଲି ଆଜ ବାନ୍ଧବୀ, କି ଲାଜ ପାଇଲି ଆଜ । (ଘୋଷା)

କି ଲାଜ ପାଇଲି ଆଜ ବାନ୍ଧବୀ, କି ଲାଜ ପାଇଲି ଆଜ ।
ଉରେ ଚିର ଦେଇ ତର ନ ସହଇ ଆଗରେ ନାଗର ରାଜରେ ॥
ଚଉଦିଗେ ଚାହିଁ କେଣେ କେହି ନାହିଁ ନିଛାଟ ଘାଟକୁ ଗଲି ।
ଅଙ୍କରେ କୁଙ୍କୁମ ବୋଳି ହେଉଥିଲି ଉତାରି ଅମ୍ବର ଚୋଲିରେ ॥
ପାଣି ପଲ୍ଲବରେ ଘୋଡଣା ନ ଯାଇ ବର୍ତ୍ତୁଳତର ଉରଜ ।
ଯେତେ ଯତ୍ନ କଲେ ମହା ମହୀଧର ଢାଙ୍କଇ ନିକି ସରୋଜରେ ॥
ପାଖେ ଘୋଡାଇଲେ ଆରପାଖେ ଦିଶେ ଉପାୟ କିଛି ନ ଦିଶେ ।
ମୁଖ ଅବନତ କଲେ ସେ ଉନ୍ନତ ପୟୋଧର ବେନି ଠେସେରେ ॥
କୁନ୍ତଳ ଉହାଡି ରଖନ୍ତି ମୁଁ ଅବା ବାନ୍ଧିଥିଲି ବେଣୀ ଟେକି ।
ବୋଲେ ବନମାଳୀ ଶୁଣ ଠାକୁରାଣୀ ଜଳେ ଲୁଛିଥାନ୍ତ ଟେକିରେ ॥