ଖରା ମା
ଲେଖକ/କବି: ଚକ୍ରଧର ମହାପାତ୍ର

ଖରା ମା


ଖରା ମା ଖରେଇ ଦେ,
ଚନ୍ଦନକାଠି ଘୂରେଇ ଦେ ।

ଝଡ଼ି ବରଷା କଟେଇ ଦେ,
ବାଆ ବାଦଲ ହଟେଇ ଦେ ।

ଖରାକୁ ଚାଣ୍ଡେ ଦେଖେଇ ଦେ,
ଧାନ ଚାଉଳ ଶୁଖେଇ ଦେ ।

ଗଛ ପତର ଝଳେଇ ଦେ,
ଦାଣ୍ଡରେ ମୋତେ ଖେଳେଇ ଦେ ।

== ଟୀକା ==

  • ମୂଳ ରଚନା ଶ୍ରୀ ଚକ୍ରଧର ମହାପାତ୍ରଙ୍କର ବହି 'ପେଁକାଳି'ରେ ଛପା ଯାଇଥିଲା । ଗୀତଟିର ଏହି ପ୍ରତିଟି ଓଡ଼ିଶା ସାହିତ୍ୟ ଏକାଡେମୀ ଛାପିଥିବା ଶ୍ରୀ ରାମକୃଷ୍ଣ ନନ୍ଦ ସଙ୍କଳିତ 'ଓଡ଼ିଆ ଶିଶୁ ସଙ୍ଗୀତ ସଙ୍କଳନ'ରୁ ଆହୃତ ।