ଜୟ ଜୟ ଦେବୀ ମା ଗୋ ଜୟ କଟକ ଚଣ୍ଡୀ

ବିଚିତ୍ର ରାମାୟଣ ଲେଖକ/କବି: ବିଶ୍ୱନାଥ ଖୁଣ୍ଟିଆ
ଆଦ୍ୟକାଣ୍ଡ

ଜୟ ଜୟ ଦେବୀ ମା ଗୋ ଜୟ କଟକ ଚଣ୍ଡୀ
କଟକ ଚଣ୍ଡୀଙ୍କ ବନ୍ଦନା

ଜୟ ଜୟ ଦେବୀ ମାଗୋ ଜୟ କଟକ ଚଣ୍ଡୀ
କଣ୍ଠେ ଧଣ୍ଡାମାଳ ଯେ ସିନ୍ଦୂର ମୁଖେ ମଣ୍ଡି ।
ମାଗୋ ଜୟ କଟକ ଚଣ୍ଡୀ ॥ଘୋଷା॥
 
ମନ୍ଦାର ପୁଷ୍ପକୁ ମାଗୋ ତୋହର ଶରଧା ।
ତୋହର ନାମ ଧରନ୍ତେ ତୁଟଇ ପାପ ବାଧା ॥୧॥
 
ତୋହର କରୁଣା ମାଗୋ ହୁଅଇ ଯାହାକୁ ।
ରାଜଦଣ୍ଡ କାଳଭୟ ନ ଥାଇ ତାହାକୁ ॥୨॥

ତୋହ ଶ୍ରୀଚରଣ ତଳେ ସର୍ୱଦା ଆଶ୍ରିତ ।
ଦୀନ ହୀନ ଲକ୍ଷ୍ମଣର ଫେଡ଼ ମୋ ଦୁରିତ ॥୩॥