ଦାର୍ଢ଼୍ୟତା ଭକ୍ତି/ବିଶ୍ଵମ୍ଭର ଦାସ ସମ୍ବାଦ

ଦାର୍ଢ଼୍ୟତା ଭକ୍ତି ଲେଖକ/କବି: ରାମ ଦାସ
ବିଶ୍ୱମ୍ଭର ଦାସ ସମ୍ବାଦ

ବିଶ୍ୱମ୍ଭର ଦାସ ସମ୍ବାଦ

ଚୈତନ୍ୟ ଉବାଚ ।
ପୁଣି କହନ୍ତି ଚଇତନ । ହେ ମନ ହୁଅ ସାବଧାନ ।
ଏ ବଡ଼ ଅପୂର୍ବ ଚରିତ । ଶୁଣିଲେ ନ ଚାଡ଼ିବ ଚିତ୍ତ ।
ଯେ ଭ୍ରତଖଣ୍ଡ ମତ୍ସଦେଶ । ଢେଙ୍କାନାଳରେ ତାର ବାସ ।
ଜାତିରେ ବଣିଆ କରଣ । ତାର କୁଟୁମ୍ୱ ତିନିଜଣ ।
ତାହାର ନାମ ବିଶ୍ୱମ୍ଭର । ଭକତିପଣେ ବଳିୟାର ।
ଭାରିଯା ନାମ ତା ରେବତୀ । ପତିର ଆଜ୍ଞା ନ ଲଙ୍ଘନ୍ତି ।
ପୁତ୍ର ନାମ ରଘୁନାଥ । ପିତାର ଚରଣେ ଭକତ ।
ଆପଣା ନାମ ବିଶ୍ୱମ୍ଭର । ବିଶ୍ୱସଂସାରେ ଗତି ପାର ।
ଏମନ୍ତେ ତିନିଜଣ ଥାନ୍ତି । ଶ୍ରୀକୃଷ୍ଣ ପାଦେ ଦେଇ ମତି ।
ନାମ ଭଜନ ଅପ୍ରମିତ । ନିତ୍ୟେ ପଢ଼ନ୍ତି ଭାଗବତ ।
ଯେ କହେ ପ୍ରଭୁ ନାମ ରସ । ତାକୁ ବୋଲନ୍ତି ଦଣ୍ଡେ ବସ ।
ତାହାର ନାମ ମୁଖୂ ଶୁଣି । ଶ୍ରୀଗୁରୁ ପ୍ରାୟେ ତାକୁ ମଣି ।
ଯୋଗୀ ସନ୍ନ୍ୟାସୀ ବ୍ରହ୍ମଚାରୀ