ଦୀନବାନ୍ଧବ ହେ କେ କି ଦେଲା ମୁଁ ନ ଦେଲି

ଦୀନବାନ୍ଧବ ହେ କେ କି ଦେଲା ମୁଁ ନ ଦେଲି
ଲେଖକ/କବି: ବଙ୍କା ଦାସ

ଦୀନବାନ୍ଧବ ହେ କେ କି ଦେଲା ମୁଁ ନ ଦେଲି

 

ଦୀନ ବାନ୍ଧବ ହେ ! କେ କି ଦେଲା ମୁଁ ନ ଦେଲି ?
ଟେକିଅଛ କର ଡାକିଲା ପ୍ରକାର
ଠକି ଦେଲ ମୁଁ କି କଲି ।।

ତାରିଛ କରୀକି ମାରି ତା ଅରିକି
ସ୍ମରି ସେ ହେବାରୁ ଘାଲି
ବାଜାବଜା ପାପୀ ରାଜା ଅଜାମିଳ
ସଜାରୁ ହୋଇଲା ଖାଲି ।୧।

ଡରି ମରୁଥିଲା ହରି ଘେନି ଗଲା
ତରିଗଲା ହରି ବୋଲି ।
ଗଞ୍ଜାଇ ଭୁଞ୍ଜାଇ ଗଞ୍ଜାଇ ମାରୁଛ
କେଉଁ ଅପରାଧ କଲି ।୨।

ଅନ୍ଧ ବିପ୍ରକୁ ଚକ୍ଷୁଦାନ ଦେଲ ତା
ପୁତ୍ର ସଙ୍ଗେ ଖେଳି ବାଲି ।
ଅଧମ ଦାସକୁ ଉଦ୍ଧରିଲ ନାହିଁ
ବଧ ହେଲି ବୁଲି ବୁଲି ।୩।

ପିଲାଟି ଦିନରୁ ଡକା ପକାଉଛି
ଫକା ହୁଅନ୍ତାଣି ନାଲି ।
ବଙ୍କା ବୋଲେ ଚକା ନେତ୍ର ନ ଜାଣଇଁ
ଏଡ଼େ ଡକାଇତ ବୋଲି ।୪।