ପଚାର ସହି ଗୋ ତାଙ୍କ ଆନକୁ

ପଚାର ସହି ଗୋ ତାଙ୍କ ଆନକୁ
ଲେଖକ/କବି: ଲକ୍ଷ୍ମୀନାରାୟଣ ଦେବ

ପଚାର ସହି ଗୋ ତାଙ୍କ ଆନକୁ
ରାଗ-ମୁଖାରୀ

ପଚାର ସହି ଗୋ ତାଙ୍କ ଆନକୁ
ମୋହ ରାଣକୁ ଦେଇ ।
ଏପରିରେ ଯେବେ ଥିଲା ତାଙ୍କ ମନେ
କିମ୍ପା କହୁଥିଲେ ମୁରଲୀକି ଛୁଇଁ ।ପଦ।

କନ୍ଦର୍ପ ସୁନ୍ଦର ରୂପକୁ ଚାହିଁ
ବନ୍ଦୀ କଲା କେଉଁ ଚନ୍ଦ୍ରମାମୁହୀଁ
ଛନ୍ଦ କରି କାହା ମନ୍ଦିରେ ରହିଲେ
ମନ୍ଦପଣ ମୋର ଦେଖାଇବେ ବୋଲି ।୧।