ପୂତନାଦି ବକ-ଶକଟ ଷଣ୍ଢ

ପୂତନାଦି ବକ-ଶକଟ ଷଣ୍ଢ
ଲେଖକ/କବି: ଚାନ୍ଦ ଦାସ

ଶ୍ରୀକୃଷ୍ଣ ବନ୍ଦନା

ପୂତନାଦି ବକ-ଶକଟ ଷଣ୍ଢ ଦନୁଜ କୁଳ ନିବାରିଲେ
ଯାମଳାର୍ଜୁନ ଆଦି ପତିତ କୁଳ ଅବହେଳେ ତାରିଲେ
ଗୋପ ରକ୍ଷଣେ ଗିରି ଉଭାରି ସୁରପତି ଗର୍ବ ଇଷିତେ ଗଂଜିଲେ
ଗୋପେ ଗୋପୀମନ ରଂଜିଲେ ।

ବିପିନେ ଭୋଜନ ବିନୋଦେ ଚତୁରାନନ ଭ୍ରମ ଭଂଜିଲେ
ମୋହ ଭରେଣ ଶରଣ ଜନର ତଦୁପରିରେ
ଚାର ପଣେ ଛିନ୍ନମତି ଛାନ୍ଦ ଭଣିଲେ ।