ପୃଷ୍ଠା:ଶ୍ରୀରାମକୃଷ୍ଣ କଥାମୃତ ପ୍ରଥମ ଖଣ୍ଡ.pdf/୧୨୨

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

୧୧୪ ଶ୍ରୀରାମକୃଷ୍ଣ କଥାମୃତ ବ୍ରାହ୍ମସମାଜରେ ପ୍ରାର୍ଥନା-ପଦ୍ଧତି ଓ ଈଶ୍ୱରଙ୍କର ଐଶ୍ୱର୍ଯ୍ୟ ବର୍ଣ୍ଣନା ପୂର୍ବକଥା—ଦକ୍ଷିଣେଶ୍ୱରରେ ରାଧାକାନ୍ତଙ୍କ ଘରୁ ଗହଣା ଚୋରୀ—୧୮୬୯ ଶ୍ରୀରାମକୃଷ୍ଣ (ଶିବନାଥାଦିଙ୍କ ପ୍ରତି) – ହଇହେ, ତୁମେ ଈଶ୍ୱରଙ୍କର ଐଶ୍ୱର୍ଯ୍ୟ ଏତେ ବର୍ଣ୍ଣନା କର କାହିଁକି ? ମୁଁ କେଶବ ସେନ୍‌ଙ୍କୁ ଏହି କଥା କହିଥିଲି । ଦିନେ ସେମାନେ ସବୁ ସେଠାକୁ (କାଳୀମନ୍ଦିରକୁ) ଯାଇଥିଲେ । ମୁଁ କହିଲି – ତୁମେମାନେ କିପରି ଲେଚର ଦିଅ ମୁଁ ଶୁଣିବି । ତେଣୁ ଗଙ୍ଗାଘାଟରେ ଚଉତରା ଉପରେ ସଭା ହେଲା । ଆଉ କେଶବ ବତ୍କୃତା ଦେବାକୁ ଲାଗିଲା । ମୋର ଭାବି ହୋଇଯାଇଥିଲା । ପରେ କେଶବକୁ ମୁଁ କହିଲି, ତୁମେ ଏଗୁଡ଼ାକ ଏତେ କହ କାହିଁକି ?–‘ହେ ଈଶ୍ୱର, ତୁମେ କି ସୁନ୍ଦର ଫୁଲ କରିଛି, ଆକାଶ କରିଛି, ତୁମେ ତାରା କରିଛି, ତୁମେ ସମୁଦ୍ର କରିଛି’ – ଏଇସବୁ ? ଯେଉଁମାନେ ନିଜେ ଐଶ୍ୱର୍ଯ୍ୟ ଭଲ ପାଆନ୍ତି, ସେମାନେ ଈଶ୍ୱରଙ୍କର ଐଶ୍ୱର୍ଯ୍ୟ ବର୍ଣ୍ଣନା କରିବାକୁ ଭଲ ପାଆନ୍ତି । ଯେତେବେଳେ ରାଧାକାନ୍ତଙ୍କର ଗହଣା ଚୋରିହେଲା, ସେଜୋବାବୁ (ମଥୁରବାବୁ) ରାଧାକାନ୍ତଙ୍କ ମନ୍ଦିରକୁ ଯାଇ ଦିଅଁକୁ କହିବାକୁ ଲାଗିଲା – ‘ଛି ଠାକୁରେ ! ତୁମେ ତୁମର ଗହଣା ରକ୍ଷା କରିପାରିଲି ନାହିଁ । ମୁଁ ସେଜୋବାବୁଙ୍କୁ କହିଲି, ଏ ତୁମର କି ବୁଦ୍ଧି ! ସ୍ୱୟଂ ଲକ୍ଷ୍ମୀ ଯାହାଙ୍କର ଦାସୀ, ପଦସେବା କରନ୍ତି, ତାଙ୍କର କଅଣ ଐଶ୍ୱର୍ଯ୍ୟର ଅଭାବ ! ଏ ଗହଣା ତୁମ ପାଇଁ ଭାରୀ ବଡ଼; କିନ୍ତୁ ଈଶ୍ୱରଙ୍କର ପକ୍ଷରେ କେତେଗୁଡ଼ିଏ ମାଟିର ଟେଳା । ଛି ! ଏପରି ହୀନ ବୁଦ୍ଧିର କଥା କହିବ ନାହିଁ । ତୁମେ ତାଙ୍କୁ କି ଐଶ୍ୱର୍ଯ୍ୟ ଦେଇପାରିବ ?? ତେଣୁ କହେ – ଯାହାଙ୍କୁ ନେଇ ଆନନ୍ଦ ହୁଏ, ତାଙ୍କୁ ହିଁ କେବଳ ଲୋକେ ଚାହାଁନ୍ତି, ତାଙ୍କର ଘର କେଉଁଠି, କେତେ ଖଣ୍ଡ ଘର, କେତେଟା ବଗିଚା, କେତେ ଧନ ଜନ ଦାସ ଦାସୀ, ଏ ଖବରରେ କଅଣ ଦରକାର ? ନରେନ୍ଦ୍ରକୁ ଯେତେବେଳେ ଦେଖେ ସେତେବେଳେ ସବୁ ଭୁଲିଯାଏ । ତାହାର ଘର କେଉଁଠି, ତାହାର ବାପା କ’ଣ କରନ୍ତି, ତାହାର କେତୋଟି ଭାଇ, ଏସବୁ କଥା ଭୁଲରେ ବି ଦିନେ ପଚାରି ନାହିଁ । ଈଶ୍ୱରଙ୍କର ମାଧୁର୍ଯ୍ୟ-ରସରେ ବୁଡ଼ି ଯାଅ । ତାଙ୍କର ଅନନ୍ତ ସୃଷ୍ଟି, ଅନନ୍ତ ଐଶ୍ୱର୍ଯ୍ୟ । ଏତେ ଖବର ଆମମାନଙ୍କର କଅଣ ଦରକାର ! ପୁଣି ସେହି ଗନ୍ଧର୍ବବିନିନ୍ଦିତ କଣ୍ଠରେ ଠାକୁର ମଧୁର ସଙ୍ଗୀତ ଗାଇଲେ – ‘ଡୁବ୍ ଡୁବ୍ ଡୁବ୍ ରୂପସାଗରେ ଆମର ମନ ତଲାତଲ ପାତାଲ ଝୁଜଲେ ପାବିରେ ପ୍ରେମ-ରନ ।... ‘‘ତେବେ ଦର୍ଶନ ପରେ ଭକ୍ତର ଇଚ୍ଛା ହୁଏ, କିପରି ତାଙ୍କର ଲୀଳା ଦେଖୁବ । ରାମଚନ୍ଦ୍ର ରାବଣବଧ ପରେ ରାକ୍ଷସପୁରୀରେ ପ୍ରବେଶ କଲେ, ବୁଢ଼ୀ ନିକଷା ଦୌଡ଼ି ପଳାଇଗଲା । ଲକ୍ଷ୍ମଣ କହିଲେ – ରାମ ! ଏ କଅଣ କହନ୍ତୁ