ପୃଷ୍ଠା:ସ୍ୱାମୀ ବିବେକାନନ୍ଦ ବାଣୀ ଓ ରଚନା, ଖଣ୍ଡ ୧.pdf/୨୦

ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

୨୦ ସ୍ୱାମୀ ବିବେକାନନ୍ଦଙ୍କ ବାଣୀ ଓ ରଚନା ରୂପରେ ଉପଲବ୍ଧ କରିବା ପାଇଁ ଆମେ ନିମ୍ନରେ ରେଭରେ ଜନ୍ମ ହେନରି ବ୍ୟାରୋଜଙ୍କ ଦ୍ୱାରା ପ୍ରଦତ୍ତ କାର୍ଯ୍ୟ-ବିବରଣୀର ପ୍ରାମାଣ୍ୟ-ଇତିହାସରୁ ଗୋଟିଏ ଅଂଶ ଉଦ୍ଧୄତ କରୁଛୁ । । “ନିର୍ଦ୍ଦିଷ୍ଟ ସମୟର ବହୁ ପୂର୍ବରୁ ପ୍ରାସାଦଟି ପ୍ରତିନିଧି ଓ ଦର୍ଶକମାନଙ୍କ ଦ୍ୱାରା ପୂର୍ଣ୍ଣ ହେଲା ଏବଂ କଲମ୍ବସ୍ ହଲରେ ଦେଶବିଦେଶର ବିଭିନ୍ନ ସ୍ଥାନରୁ ଆଗତ ଚାରି ହଜାର ଉତ୍ସୁକ ଶ୍ରୋତୃବୃନ୍ଦ ଉପସ୍ଥିତ ହେଲେ । ଦଶଟାବେଳେ ବିଭିନ୍ନ ଜାତିର ଉଦୀୟମାନ ପତାକାତଳେ ବିଶାଳ ଜନତାର ଉଲ୍ଲାସ-ଧ୍ବନି ମଧ୍ୟରେ ଯେତେବେଳେ ବାରଟି ଧର୍ମର ପ୍ରତିନିଧୁଗଣ ହାତ ଧରାଧରି ହୋଇ ବାରଣ୍ଡା ଦେଇ ଆଗେଇ ଆସିଲେ, ସେତେବେଳେ ସଭାମଞ୍ଚଟି ଛବିଭଳି ଚିତ୍ତାକର୍ଷକ ରୂପ ଧାରଣ କଲା । କେନ୍ଦ୍ରସ୍ଥଳରେ ମାର୍କିନ୍ ଯୁକ୍ତରାଷ୍ଟ୍ରର ଗୀର୍ଜାର ପ୍ରଧାନ ଯାଜକ କାର୍ଡ଼ନାଲ୍ ଗିନସ୍ ଉଜ୍ଜଳ ରକ୍ତବର୍ଣ୍ଣ ବେଶରେ ସଜ୍ଜିତ ହୋଇ ଉଚ୍ଚାସନରେ ସମାସୀନ ହେଲେ । କଲମ୍ବସଙ୍କର ଏହି ସ୍ମୃତିବର୍ଷରେ ଯଥାଯୋଗ୍ୟ ବକ୍ତବ୍ୟ ଓ ପ୍ରାର୍ଥନା ଦ୍ୱାରା ସେ ସଭାର ଅଧିବେଶନ ଆରମ୍ଭ କଲେ ।

ତାଙ୍କର ଉଭୟ ପାର୍ଶ୍ବରେ ଉପବିଷ୍ଟ ପ୍ରାଚ୍ୟ ପ୍ରତିନିଧିଗଣଙ୍କର ନାନା ବର୍ଣ୍ଣର ପୋଷାକ ଉଜ୍ଜ୍ଵଳତାରେ ତାଙ୍କ ପୋଷାକର ସମତୁଲ୍ୟ ହୋଇଥିଲା । ବ୍ରାହ୍ମ, ବୌଦ୍ଧ ଓ ଇସଲାମ୍ ଧର୍ମାନୁଗାମୀଙ୍କ ମଧ୍ୟରେ ମନୋରମ ଉତ୍କଳ ରକ୍ତିମ ପୋଷାକ ପରିହିତ, ତାସୁବର୍ଣ୍ଣର ମୁଖମଣ୍ଡଳ, ଶୀର୍ଷରେ ହରିଦ୍ରା ବର୍ଣ୍ଣର ବୃହତ୍ ଉଷୀଷଭୂଷିତ ଭାରତର ବାଗ୍ନୀ ସନ୍ୟାସୀ ସ୍ୱାମୀ ବିବେକାନନ୍ଦ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ତାଙ୍କ ପାର୍ଶ୍ୱରେ ପୀତ, ଲୋହିତ ଓ ଶୁଭ୍ରବେଶରେ ସଜ୍ଜିତ ଭାରତର ଏକେଶ୍ୱରବାଦୀ ବା ବ୍ରାହ୍ମ-ସମାଜର ବି:ବି:ନଗରକର ଓ ସିଂହଳର ବୌଦ୍ଧପଣ୍ଡିତ ଧର୍ମପାଳ ବସିଥିଲେ । ଧର୍ମପାଳ ଚାରିକୋଟି ସାତ ଲକ୍ଷ ପଚାଶ ହଜାର ବୌଦ୍ଧମାନଙ୍କର ଅଭିନନ୍ଦନ ବହନ କରି ଆଣିଥିଲେ ଏବଂ ତାଙ୍କର କୃଶ କ୍ଷୁଦ୍ର ଦେହଟି ଶୁଭ୍ର ପରିଚ୍ଛଦରେ ସଜିତ ଥିଲା ଏବଂ ତାଙ୍କ କୁଞ୍ଚିତ କୃଷ୍ଣ କେଶ ସ୍କନ୍ଧ ଉପରେ ଆସି ପଡୁଥିଲା ।

ସେଠାରେ ମୁସଲମାନ, ପାର୍ଶୀ ଓ ଜୈନ ଧର୍ମଯାଜକଗଣ ନିଜ ନିଜ ବିଚିତ୍ର ବର୍ଣ୍ଣ ଓ ଗତିଭଙ୍ଗୀ ନେଇ ଉପସ୍ଥିତ ଥିଲେ । ସେମାନେ ସମସ୍ତେ ନିଜ ନିଜ ଧର୍ମର ବ୍ୟାଖ୍ୟା ଓ ସମର୍ଥନ ପାଇଁ ତତ୍ପର ହେଲେ ।

ଜାପାନ ଓ ଚୀନର ଖ୍ୟାତାନାମା ବ୍ୟକ୍ତିବର୍ଗ ଇନ୍ଦ୍ରଧନୁର ବିଚିତ୍ର ବର୍ଣ୍ଣବିଶିଷ୍ଟ ରେଶମ ନିର୍ମିତ ଉଜ୍ଜଳ ଓ ମୁଲ୍ୟବାନ୍ ବେଶରେ ଶୋଭା ପାଉଥିଲେ । ସେମାନେ ବୌଦ୍ଧଧର୍ମ, ତାଓ-ଧର୍ମ, କିନଫୁସିଅସଙ୍କ ମତ ଓ ଶିକ୍ଟୋଧର୍ମର ପ୍ରତିନିଧିତ୍ବ କରୁଥିଲେ । ତପସ୍ଵୀ ପରି କୃଷ୍ଣବର୍ଣ୍ଣର ବେଶ ପରିଧାନ କରି ପ୍ରାଚ୍ୟ ପ୍ରତିନିଧିଙ୍କ ମଧ୍ୟରେ ଉପବିଷ୍ଟ ଥିଲେ ଶ୍ରୀ ପ୍ରତାପ ଚନ୍ଦ୍ର ମଜୁମଦାର । ଭାରତର ବ୍ରାହ୍ମ ସମାଜର ନେତା ମଜୁମଦାର ମହାଶୟ