ପୃଷ୍ଠା:ସ୍ୱାମୀ ବିବେକାନନ୍ଦ ବାଣୀ ଓ ରଚନା, ଖଣ୍ଡ ୧.pdf/୨୬

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ସ୍ଵାମୀ ବିବେକାନନ୍ଦଙ୍କ ବାଣୀ ଓ ରଚନା ଆପ୍ତବାକ୍ୟ ବେଦରୁ ହିନ୍ଦୁମାନେ ସନାତନ ଧର୍ମ ଲାଭ କରିଛନ୍ତି । ସେମାନେ ବେଦସମୂହକୁ ଅନାଦି ଓ ଅନନ୍ତ ବୋଲି ବିଶ୍ଵାସ କରନ୍ତି । ଗୋଟିଏ ପୁସ୍ତକକୁ ଅନାଦ ଓ ଅନନ୍ତ କହିଲେ ଏହି ଶ୍ରୋତୃମଣ୍ଡଳୀଙ୍କ ପାଖରେ ତାହା ହାସ୍ୟକର ବୋଲି ମନେ ହୋଇପାରେ ସତ, କିନ୍ତୁ ‘ବେଦ’ ଶବ୍ଦଦ୍ୱାରା କୌଣସି ପୁସ୍ତକବିଶେଷକୁ ବୁଝାଏ ନାହିଁ । ଭିନ୍ନ ଭିନ୍ନ ବ୍ୟକ୍ତି ବିଭିନ୍ନ ସମୟରେ ଯେଉଁ ଆଧ୍ୟାତ୍ମିକ ସତ୍ୟସମୂହ ଆବିଷ୍କାର କରିଯାଇଛନ୍ତି, ବେଦ ସେହିସବୁର ସଞ୍ଚି ଭଣ୍ଡାରସ୍ୱରୂପ । ଆବିଷ୍କୃତ ହେବା ପୂର୍ବରୁ ମଧ୍ୟ ମାଧ୍ୟାକର୍ଷଣର ନିୟମାବଳୀ ଯେପରି ସର୍ବତ୍ର ବିଦ୍ୟମାନ ଥିଲା ଏବଂ ସମୁଦାୟ ମନୁଷ୍ୟସମାଜ ଭୁଲିଗଲେ ମଧ୍ୟ ଯେପରି ସେଗୁଡ଼ିକ ବିଦ୍ୟମାନ ରହିବ, ଆଧ୍ୟାତ୍ମିକ ଜଗତର ନିୟମାବଳୀ ମଧ୍ୟ ତଦ୍ରୁପ । ଆତ୍ମା ସହିତ ଆତ୍ମାର ଯେଉଁ ନୈତିକ ଓ ଆଧ୍ୟାତ୍ମିକ ସମ୍ବନ୍ଧ, ପ୍ରତ୍ୟେକ ଜୀବାତ୍ମା ସହିତ ସମସ୍ତଙ୍କର ପିତାସ୍ବରୂପ ପରମାତ୍ମାଙ୍କର ଯେଉଁ ଦିବ୍ୟ ସମ୍ବନ୍ଧ, ଆବିଷ୍କୃତ ହେବାପୂର୍ବରୁ ମଧ୍ୟ ସେସବୁ ଥିଲା ଏବଂ ସମସ୍ତେ ବିସ୍ତୃତ ହୋଇଗଲେ ମଧ୍ୟ ଏଗୁଡ଼ିକ ରହିବ । ଏହି ଆଧ୍ୟାତ୍ମିକ ସତ୍ୟଗୁଡ଼ିକର ଆବିଷ୍କାରମାନଙ୍କର ନାମ ‘ଋଷି’ । ଆମେ ସେମାନଙ୍କୁ ସିଦ୍ଧ ବା ପୂର୍ଣ୍ଣ ବୋଲି ଭକ୍ତି ଓ ମାନ୍ୟ କରୁ । ମୁଁ ଏହି ଶ୍ରୋତୃମଣ୍ଡଳୀଙ୍କୁ ଅତି ଆନନ୍ଦର ସହିତ କହୁଛି ଯେ, ଅତିଶୟ ଉନ୍ନତ ଋଷିମାନଙ୍କ ମଧ୍ୟରେ କେତେ ଜଣ ନାରୀ ମଧ୍ୟ ଥିଲେ । ଏ ସ୍ଥଳରେ ଏପରି କୁହାଯାଇପାରେ ଯେ, ଉକ୍ତ ଆଧ୍ୟାତ୍ମିକ ନିୟମଗୁଡ଼ିକ ନିୟମ ହିସାବରେ ଅନନ୍ତ ହୋଇପାରେ, କିନ୍ତୁ ନିଶ୍ଚୟ ସେମାନଙ୍କର ଆଦି ଅଛି । ବେଦ କହେ—ସୃଷ୍ଟି ଅନାଦି ଓ ଅନନ୍ତ । ବିଜ୍ଞାନ ମଧ୍ୟ ପ୍ରମାଣ କରିଛି ଯେ, ବିଶ୍ଵଶକ୍ତିର ସମଷ୍ଟି ସର୍ବଦା ସମପରିମାଣ । ଆଚ୍ଛା, ଯଦି ଏପରି ଏକ ସମୟ ଆମେ କଳ୍ପନା କରୁ, ଯେତେବେଳେ କିଛି ବି ନ ଥିଲା, ତେବେ ଏହିସକଳ ବ୍ୟକ୍ତ ଶକ୍ତି ସେତେବେଳେ କେଉଁଠି ଥିଲା ? କେହି ହୁଏତ କହିବେ ଯେ, ଏଗୁଡ଼ିକ ଅବ୍ୟକ୍ତ ଅବସ୍ଥାରେ ଈଶ୍ଵରଙ୍କଠାରେ ହିଁ ଥିଲା । ତାହାହେଲେ ଈଶ୍ବର କେବେ ସୁପ୍ତ ବା ନିଷ୍କ୍ରିୟ, କେବେ ପୁଣି ସକ୍ରିୟ ବା ଗତିଶୀଳ; ଅର୍ଥାତ୍ ସେ ବିକାରଶୀଳ । ବିକାରଶୀଳ ପଦାର୍ଥ ମାତ୍ରେ ହିଁ ମିଶ୍ରପଦାର୍ଥ ଏବଂ ମିଶ୍ରପଦାର୍ଥ ମାତ୍ରେ ହିଁ ଧ୍ବଂସ ନାମକ ପରିବର୍ତ୍ତନର ଅଧୀନ । ତାହାହେଲେ ଈଶ୍ବରଙ୍କର ମଧ୍ୟ ମୃତ୍ୟୁ ହେବ; କିନ୍ତୁ ଏହା ଅସମ୍ଭବ । ସୁତରାଂ ଏପରି ସମୟ କେବେହେଲେ ନ ଥୁଲା, ଯେତେବେଳେ ସୃଷ୍ଟି ନ ଥିଲା; ତେଣୁ ସୃଷ୍ଟି ଅନାଦି । ଯଦି କୌଣସି ଉପମାଦ୍ୱାରା ବୁଝାଇବାକୁ ହୁଏ; ତାହାହେଲେ ସୃଷ୍ଟି ଓ ସ୍ରଷ୍ଟା ଦୁଇଟି ଅନାଦି ଓ ଅନନ୍ତ ସମାନ୍ତରାଳ ରେଖା । ଈଶ୍ଵର ଶକ୍ତିସ୍ୱରୂପ—ନିତ୍ୟ ସକ୍ରିୟ ବିଧାତା; ତାଙ୍କର ହିଁ ନିର୍ଦ୍ଦେଶରେ ବିଶୃଙ୍ଖଳ ପ୍ରଳୟ ଅବସ୍ଥାରୁ ଗୋଟିଏ କରେ ଗୋଟିଏ ଶୃଙ୍ଖଳାପୂର୍ଣ୍ଣ ଜଗତର ସୃଷ୍ଟି ହେଉଛି, କିଛି କାଳ ଚାଳିତ ହେଉଛି, ପୁନରାୟ ଧ୍ବଂସ ପାଇଯାଉଛି । ହିନ୍ଦୁ ବାଳକ ଗୁରୁଙ୍କ ସହିତ ପ୍ରତ୍ୟେକ ଦିନ ଆବୃତ୍ତି କରିଥାଏ: ‘ସୂର୍ଯ୍ୟଚନ୍ଦ୍ରାମସୌ ଧାତା ଯଥା ପୂର୍ବମକଳ୍ପୟତ୍’ – ଅର୍ଥାତ୍ ବିଧାତା ପୂର୍ବ ପୂର୍ବ କଳ୍ପର ସୂର୍ଯ୍ୟ ଓ ଚନ୍ଦ୍ରଙ୍କ ପରି ଏହି ସୂର୍ଯ୍ୟ ଓ ଚନ୍ଦ୍ରଙ୍କୁ ମଧ୍ଯ ସୃଷ୍ଟି କରିଛନ୍ତି । ଏହା ଆଧୁନିକ ବିଜ୍ଞାନସମ୍ମତ । ମୁଁ ଏଠାରେ ଠିଆ ହୋଇଛି । ଯଦି ଚକ୍ଷୁ ମୁଦ୍ରିତ କରି ମୋର ସତ୍ତାସମ୍ବନ୍ଧରେ ଚିନ୍ତା ୨୬