ପୃଷ୍ଠା:ସ୍ୱାମୀ ବିବେକାନନ୍ଦ ବାଣୀ ଓ ରଚନା, ଖଣ୍ଡ ୧.pdf/୨୯

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ହିନ୍ଦୁଧର୍ମ ପରବର୍ତୀ ପ୍ରଶ୍ନ ହେଉଛି, କାହିଁକି ଏହି ଶୁଦ୍ଧ, ପୂର୍ଣ୍ଣ ଓ ମୁକ୍ତ ଆତ୍ମା ଜଡ଼ର ଦାସତ୍ଵବନ୍ଧନରେ ଆବଦ୍ଧ ? ପୂର୍ଣ୍ଣ ହେଲେ ବି କାହିଁକି ସେ ନିଜକୁ ଅପୂର୍ବ ମନେ କରୁଛନ୍ତି ? ମୁଁ ଶୁଣିଛି ଯେ, କେହି କେହି ମନେ କରନ୍ତି—ହିନ୍ଦୁଗଣ ଏ ପ୍ରଶ୍ନର ଯଥାଯଥ ମୀମାଂସା କରିପାରିବେ ନାହିଁ ବୋଲି ଏହା ଏଡ଼ାଇ ଯିବାକୁ ଚେଷ୍ଟା କରନ୍ତି । କେଉଁ କେଉଁ ପଣ୍ଡିତ ଆତ୍ମା ଓ ଜୀବ—ଏହି ଦୁହିଁଙ୍କ ମଧ୍ୟରେ କେତେଗୁଡ଼ିଏ ପୂର୍ଣ୍ଣକଳ୍ପ ସତ୍ତାର ଅସ୍ତିତ୍ବ କଳ୍ପନା କରି ଏ ପ୍ରଶ୍ନର ମୀମାଂସା କରିବାକୁ ଚାହାଁନ୍ତି ଏବଂ ଶୂନ୍ୟସ୍ଥାନ ପୂର୍ଣ୍ଣ କରିବାକୁ ବହୁବିଧ ସୁଦୀର୍ଘ ବୈଜ୍ଞାନିକ ସଂଜ୍ଞା ବ୍ୟବହାର କରନ୍ତି । କିନ୍ତୁ ସଂଜ୍ଞାଦ୍ବାରା ବ୍ୟାଖ୍ୟା କରାହୁଏ ନାହିଁ । ପ୍ରଶ୍ନ ଯେପରି ଥିଲା ସେପରି ରହିଗଲା । ଯେ ପୂର୍ଣ, ସେ କିପରି ପୂର୍ଣ୍ଣକଳ୍ପ (Quashi-perfect) ହୋଇପାରିବେ ? ଯେ ନିତ୍ୟ-ଶୁଦ୍ଧ- ବୁଦ୍ଧ-ମୁକ୍ତସ୍ଵଭାବ, କିପରି ତାଙ୍କର ସେହି ସ୍ବଭାବର ଅଣୁମାତ୍ର ବ୍ୟକ୍ତିକ୍ରମ ହୁଏ ? ହିନ୍ଦୁମାନେ ଏ ସମ୍ବନ୍ଧରେ ସରଳ ଓ ସତ୍ୟବାଦୀ; ସେମାନେ ମିଥ୍ୟା ଯୁକ୍ତିତର୍କର ଆଶ୍ରୟ ଗ୍ରହଣ କରିବାକୁ ଚାହାଁନ୍ତି ନାହିଁ । ସେମାନେ ସାହସର ସହିତ ଏହି ପ୍ରଶ୍ନର ସମ୍ମୁଖୀନ ହୁଅନ୍ତି ଏବଂ ଉତ୍ତରରେ କହନ୍ତି, ‘ଆମେ ଜାଣୁ ନାହୁଁ, କିପରି ପୂର୍ଣ୍ଣ ଆତ୍ମା ନିଜକୁ ଅପୂର୍ବ ଏବଂ ଜଡ଼ ସହିତ ଯୁକ୍ତ ଓ ଜଡ଼ର ନିୟମାଧୀନ ବୋଲି ମନେକରନ୍ତି; ଏହା କିନ୍ତୁ ଗୋଟିଏ ଅନୁଭୂତ ସତ୍ୟ ପ୍ରତ୍ୟେକ ଲୋକ ହିଁ ନିଜକୁ ଦେହ ବୋଲି ମନେ କରନ୍ତି ।’ କାହିଁକି ଏପରି ହେଲା, କାହିଁକି ବା ଆତ୍ମା ଏହି ଦେହରେ ରହିଛନ୍ତି, ଏହି ତତ୍ତ୍ବ ସେମାନେ ବ୍ୟାଖ୍ୟା କରିବାକୁ ଚେଷ୍ଟା କରନ୍ତି ନାହିଁ । ଏହା ଈଶ୍ଵରଙ୍କ ଇଚ୍ଛା—ଏହିପରି କହିଲେ କିଛି ହେଲେ ବ୍ୟାଖ୍ୟା ହେଲା ନାହିଁ । ହିନ୍ଦୁମାନେ ଯେ କହନ୍ତି, ‘ଆମେ ଜାଣୁନାହୁଁ’, ତାହା ଅପେକ୍ଷା ଏ ଉତ୍ତର କିଛି ଅଧିକ ନୁହେଁ । ୨୯ ବେଶ, ତାହାହେଲେ ବୁଝାଗଲା ଯେ, ମଣିଷର ଆତ୍ମା ଅନାଦି, ଅମର, ପୂର୍ଣ୍ଣ ଓ ଅନନ୍ତ ଏବଂ କେନ୍ଦ୍ର ପରିବର୍ତ୍ତନ ବା ଦେହରୁ ଦେହାନ୍ତରକୁ ଗମନର ନାମ ମୃତ୍ୟୁ । ଆମର ବର୍ତ୍ତମାନ ଅବସ୍ଥା ପୂର୍ବାନୁଷ୍ଠିତ କର୍ମଦ୍ଵାରା ଏବଂ ବର୍ତ୍ତମାନ କର୍ମଦ୍ଵାରା ଭବିଷ୍ୟତ ନିରୂପିତ ହୁଏ । ଆତ୍ମା ଜନ୍ମରୁ ଜନ୍ମାନ୍ତରକୁ ଗୋଟିଏ ମୃତ୍ୟୁରୁ ଆଉ ଗୋଟିଏ ମୃତ୍ୟୁ ଦିଗକୁ କେତେବେଳେ ବିକଶିତ ହୋଇ, କେତେବେଳେ ସଂକୁଚିତ ହୋଇ ଅଗ୍ରସର ହେଉଛନ୍ତି । କିନ୍ତୁ ଏଠାରେ ଆଉ ଗୋଟିଏ ପ୍ରଶ୍ନ ଉଠେ: ପ୍ରଚଣ୍ଡ ଝଡ଼ରେ କ୍ଷୁଦ୍ର ତରଣୀ ଯେପରି ଥରେ ଫେନିଳ ତରଙ୍ଗର ଶୀର୍ଷକୁ ଉଠୁଛି ଓ ପରକ୍ଷଣରେ ମୁଖବ୍ୟାଦାନକାରୀ ତରଙ୍ଗଗହ୍ଵରରେ ନିକ୍ଷିପ୍ତ ହେଉଛି, ସେହିପରି ଆତ୍ମା କଣ ସଦସତ୍ କର୍ମର ଏକାନ୍ତ ବଶବର୍ତ୍ତୀ ହୋଇ କ୍ରମାଗତ ଥରେ ଉଠୁଛନ୍ତି ଓ ଥରେ ପଡ଼ୁଛନ୍ତି ? ଆତ୍ମା କଅଣ ନିତ୍ୟ ପ୍ରବାହିତ ପ୍ରଚଣ୍ଡ ଗର୍ଜନଶୀଳ ଅଦମ୍ୟ କାର୍ଯ୍ୟ-କାରଣ-ସ୍ରୋତରେ ଦୁର୍ବଳ ଅସହାୟ ଅବସ୍ଥାରେ କ୍ରମାଗତ ଇତସ୍ତତଃ ବିତାଡ଼ିତ ହେଉଛନ୍ତି ? ଆଉ କ’ଣ ଗୋଟିଏ କ୍ଷୁଦ୍ର କୀଟ ପରି କାର୍ଯ୍ୟକାରଣ—ଚକ୍ରର ନିମ୍ନରେ ଅବସ୍ଥିତ ? ଆଉ ଏହି ଚକ୍ର ସମ୍ମୁଖରେ ଯାହା ପାଉଛି, ତାହା ଚୂର୍ଣ୍ଣ କରି କ୍ରମାଗତ ବିଘୂଷ୍ଠିତ ହେଉଛି-ବିଧବାର ଅଶୁ ଦିଗକୁ ଚାହୁଁନାହିଁ, ପିତୃମାତୃହୀନ ବାଳକର କ୍ରନ୍ଦନ ମଧ୍ୟ ଶୁଣୁନାହିଁ ? ଏହା ଭାବିଲେ ମନ ନିରୁତ୍ସାହିତ ହୋଇଯାଏ । କିନ୍ତୁ ଏହା ପ୍ରକୃତିର ନିୟମ; ତେବେ