ପୃଷ୍ଠା:ସ୍ୱାମୀ ବିବେକାନନ୍ଦ ବାଣୀ ଓ ରଚନା, ଖଣ୍ଡ ୧.pdf/୩୨

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ସ୍ଵାମୀ ବିବେକାନନ୍ଦଙ୍କ ବାଣୀ ଓ ରଚନା ଈଶ୍ବରଙ୍କର ଦର୍ଶନ ଲାଭ କରନ୍ତି । ‘କେବଳ ସେତିକିବେଳେ ହୃଦୟର ସବୁ କୁଟୀଳତା ସରଳ ହୋଇଯାଏ, ସକଳ ସନ୍ଦେହ ବିଦୂରିତ ହୁଏ ।’ ମଣିଷ ସେତେବେଳେ ଭୟଙ୍କର କାର୍ଯ୍ୟ- କାରଣ-ନିୟମର ହସ୍ତରୁ ଅବ୍ୟାହିତ ପାଏ । ଏହା ହିଁ ହିନ୍ଦୁଧର୍ମର ମର୍ମସ୍ଥଳ, ତାହାର ପ୍ରାଣସ୍ୱରୂପ । ହିନ୍ଦୁ କେବଳ ମତବାଦ ଓ ଶାସ୍ତ୍ର-ବିଚାର ଘେନି ବ୍ୟସ୍ତ ରହିବାକୁ ଚାହେଁ ନାହିଁ । ସାଧାରଣ ଇନ୍ଦ୍ରିୟାନୁଭୂତିର ଊର୍ଦ୍ଧ୍ବରେ ଯଦି ଅତୀନ୍ଦ୍ରିୟ ସତ୍ତା ବୋଲି କିଛି ଥାଏ, ତେବେ ହିନ୍ଦୁ ସାକ୍ଷାତ୍ ଭାବେ ତାହାର ସମ୍ମୁଖୀନ ହେବାକୁ ଚାହେଁ । ଯଦି ତା’ଭିତରେ ଆତ୍ମା ବୋଲି କିଛି ଥାଏ, ଯାହା ଆଦୌ ଜଡ଼ ନୁହେଁ ଯଦି କରୁଣାମୟ ବିଶ୍ଵବ୍ୟାପୀ ପରମାତ୍ମା ବୋଲି କେହି ଥାଆନ୍ତି, ହିନ୍ଦୁ ସିଧା ତାଙ୍କ ପାଖକୁ ଯିବ, ନିଶ୍ଚିତ ରୂପରେ ତାଙ୍କୁ ଦର୍ଶନ କରିବ । ତେବେ ଯାଇ ତାର ସକଳ ସନ୍ଦେହ ଦୂର ହେବ । ଅତଏବ ଆତ୍ମା ଓ ଈଶ୍ବରଙ୍କର ସର୍ବେକୃଷ୍ଣ ପ୍ରମାଣ ଦେବା ପାଇଁ ଜ୍ଞାନୀ ହିନ୍ଦୁ କହନ୍ତି, ‘‘ମୁଁ ଆତ୍ମାକୁ ଦର୍ଶନ କରିଛି, ଈଶ୍ବରଙ୍କୁ ଦେଖୁଛି ।’’ ସିଦ୍ଧି ବା ପୂର୍ଣ୍ଣତ୍ବର ଏହା ଏକମାତ୍ର ନିଦର୍ଶନ । କୌଣସି ମତବାଦ ଅଥବା ବଦ୍ଧମୂଳ ଧାରଣାକୁ ବିଶ୍ଵାସ କରିବା ମଧ୍ୟରେ ହିନ୍ଦୁଧର୍ମ ଆବଦ୍ଧ ନୁହେଁ; ଅପରୋକ୍ଷାନୁଭୂତି ହିଁ ଏହାର ମୂଳମନ୍ତ୍ର, କେବଳ ବିଶ୍ୱାସ କରିବା ନୁହେଁ, ନିଜେ ଆଦର୍ଶସ୍ୱରୂପ ହୋଇଯିବା—ଏହାକୁ ଜୀବନରେ ପରିଣତ କରିବା ହିଁ ପ୍ରକୃତ ଧର୍ମ । ୩୨ ବର୍ତ୍ତମାନ ଦେଖାଯାଉଛି, କ୍ରମାଗତ ସଂଗ୍ରାମ ଓ ସାଧନା ଦ୍ବାରା ସିଦ୍ଧିଲାଭ କରିବା— ଦିବ୍ୟ ଭାବରେ ଭାବାନ୍ଵିତ ହୋଇ ଈଶ୍ଵରଙ୍କର ସାନ୍ନିଧ୍ୟକୁ ଯିବା ଓ ତାଙ୍କର ଦର୍ଶନ ଲାଭ କରି ସେହି ସ୍ବର୍ଗସ୍ଥ ପିତା’ଙ୍କ ପରି ପୂର୍ଣ୍ଣ ହେବା ହିଁ ହିନ୍ଦୁମାନଙ୍କର ଧର୍ମ । ପୂର୍ଣ୍ଣତା ଲାଭ କଲେ ମାନବର କିପରି ଅବସ୍ଥା ହୁଏ ? –ତାଙ୍କର ଜୀବନ ଅସୀମ ଆନନ୍ଦରେ ପରିପୂର୍ଣ୍ଣ ହୁଏ । ଆନନ୍ଦର ଏକମାତ୍ର ଉସ୍ ଈଶ୍ବରଙ୍କୁ ଲାଭ କରି ସେ ପରମାନନ୍ଦର ଅଧିକାରୀ ହୁଅନ୍ତି ଏବଂ ଈଶ୍ବରଙ୍କ ସହିତ ସେହି ଆନନ୍ଦ ଉପଭୋଗ କରନ୍ତି—ହିନ୍ଦୁମାତ୍ରେ ଏ ବିଷୟରେ ଏକମତ । ଭାରତର ସକଳ ସଂପ୍ରଦାୟର ଏହା ସାଧାରଣ ଧର୍ମ । ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ, ପୂର୍ଣ୍ଣତ୍ବ ହିଁ ପରମ ତତ୍ତ୍ଵ ଏବଂ ସେହି ତତ୍ତ୍ଵ କେବେ ବି ଦୁଇ ବା ତିନି ହୋଇ ନ ପାରନ୍ତି, ତାଙ୍କର କୌଣସି ଗୁଣ ବା ବ୍ୟକ୍ତିତ୍ଵ ରହି ନ ପାରେ । ଅତଏବ ଯେତେବେଳେ ଆମର ଆତ୍ମା ଏହି ପୂର୍ବ ଓ ପରମ ଅବସ୍ଥାରେ ଉପନୀତ ହୁଅନ୍ତି, ସେତେବେଳେ ବ୍ରହ୍ମଙ୍କ ସହିତ ସେ ଏକ ହୋଇଯାଆନ୍ତି ଏବଂ ଏକମାତ୍ର ବ୍ରହ୍ମକୁ ହିଁ ନିତ୍ୟ ଓ ପୂର୍ଣ୍ଣରୂପେ ଉବଲବ୍‌ କରନ୍ତି । ଏପରି ଭାବରେ ଆତ୍ମା ନିରପେକ୍ଷ ସତ୍ତା, ନିରପେକ୍ଷ ଜ୍ଞାନ, ନିରପେକ୍ଷ ଆନନ୍ଦ-ସତ୍-ଚିତ୍-ଆନନ୍ଦସ୍ବରୂପ ହୋଇଯାଆନ୍ତି । ଆମେ ପ୍ରାୟ ପଡ଼ିଥାଉ ଯେ, ଆତ୍ମାର ଏହି ଅବସ୍ଥାରେ ବ୍ୟକ୍ତିତ୍ବର ଲୟ ହୁଏ ଓ ଏହା କାଠ ପଥର ପରି ଜଡ଼ ଅବସ୍ଥା । କିନ୍ତୁ ଏହାଦ୍ଵାରା ଲେଖକମାନଙ୍କର ଅନଭିଜ୍ଞତା ହିଁ ପ୍ରକାଶ ପାଏ । ଯେ କେବେହେଲେ ଆଘାତ କିମ୍ବା ବେଦନା ବୋଧ କରି ନାହାନ୍ତି, ସେ ଅନ୍ୟମାନଙ୍କର କ୍ଷତଚିହ୍ନ ଦେଖ୍ ପରିହାସ କରିଥାଆନ୍ତି । କିନ୍ତୁ ମୁଁ କହୁଛି ଯେ ଏହି ଅବସ୍ଥା ଏପ୍ରକାର ନୁହେଁ । ଆମର ଏହି କ୍ଷୁଦ୍ର ଦେହର ଚେତନା