ପୃଷ୍ଠା:ସ୍ୱାମୀ ବିବେକାନନ୍ଦ ବାଣୀ ଓ ରଚନା, ଖଣ୍ଡ ୧.pdf/୩୭

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ହିନ୍ଦୁଧର୍ମ ପରସ୍ପର ବିରୋଧୀଭାବ ଧାରଣ କରେ । ଏକ ଆଲୋକ ଭିନ୍ନ ଭିନ୍ନ ବର୍ଣ୍ଣର କାଚ ମଧ୍ୟ ଦେଇ ଆସୁଅଛି | ସମସ୍ତଙ୍କର ଉପଯୋଗୀ ହେବ ବୋଲି ଏହି ସାମାନ୍ୟ ବିଭିନ୍ନତାର ପ୍ରୟୋଜନ । କିନ୍ତୁ ସବୁର ଅନ୍ତସ୍ଥଳରେ ସେହି ଏକ ସତ୍ୟ ବିରାଜମାନ । ଶ୍ରୀକୃଷ୍ଣ ଅବତାରରେ ଭଗବାନ କହିଛନ୍ତି : ସୂତ୍ର ଯେପରି ମଣିଗଣ ମଧ୍ୟରେ, ମୁଁ ବି ସେହିପରି ସବୁଧର୍ମ ମଧ୍ୟରେ ଅନୁସୃତ ।* ଯାହା କିଛି ଅତିଶୟ ପବିତ୍ର ଓ ପ୍ରଭାବଶାଳୀ, ମାନବଜାତିର ଉନ୍ନତିକାରକ ଓ ପାବନକାରୀ, ଜାଣିବ ସେଠାରେ ମୁଁ ଅଛି ।** ଏହି ଶିକ୍ଷାର ତାତ୍ପର୍ଯ୍ୟ କଣ ? ମୁଁ ସାହସ କରି କହୁଛି, ସମୁଦାୟ ସଂସ୍କୃତ ଦର୍ଶନଶାସ୍ତ୍ର ମଧ୍ୟରେ ଏପରି ଭାବ କେହି ଦେଖାଇ ପାରିବେ ନାହିଁ ଯେ, ଏକମାତ୍ର ହିନ୍ଦୁ ମୁକ୍ତିର ଅଧିକାରୀ, ଆଉ କେହି ନୁହଁନ୍ତି । ବ୍ୟାସ କହିଛନ୍ତି, ‘ଆମ ଜାତି ଓ ଧର୍ମମତର ସୀମା ବାହାରେ ମଧ୍ୟ ଆମେ ସିଦ୍ଧପୁରୁଷ ଦେଖିବାକୁ ପାଉ ।’ ଆଉ ଗୋଟିଏ କଥା । କେହି ଏହିପରି ପ୍ରଶ୍ନ କରିପାରନ୍ତି ଯେ, ସର୍ବତୋଭାବରେ ଈଶ୍ୱରପରାୟଣ ହିନ୍ଦୁଗଣ କିପରି ଅଜ୍ଞେୟବାଦୀ ବୌଦ୍ଧ ଓ ନୀରୀଶ୍ବରବାଦୀ ଜୈନମାନଙ୍କ ମତରେ ବିଶ୍ବାସ ସ୍ଥାପନ କରିପାରନ୍ତି ? ବୌଦ୍ଧ ଓ ଜୈନମାନେ ଈଶ୍ବରଙ୍କ ଉପରେ ନିର୍ଭର କରି ନାହାନ୍ତି ସତ; କିନ୍ତୁ ସକଳ ଧର୍ମରେ ସେହି ଏକ ମହାନ୍ ମୂଳ ତତ୍ତ୍ବ ହେଉଛି ମଣିଷ ଭିତରେ ଦେବତ୍ଵକୁ ବିକଶିତ କରିବା, ସେମାନଙ୍କ ଧର୍ମର ସକଳ ଶକ୍ତି ମଧ୍ୟ ଏଥିପାଇଁ ନିୟୋଜିତ ହୁଏ । ସେମାନେ ଜଗତପିତାଙ୍କୁ ଦେଖୁ ନାହାନ୍ତି, କିନ୍ତୁ ତାଙ୍କର ପୁତ୍ରଙ୍କୁ (ଆଦର୍ଶ ମାନବଙ୍କୁ) ଦେଖୁଛନ୍ତି ଏବଂ ‘ଯେ ପୁତ୍ରଙ୍କୁ ଦେଖୁଛନ୍ତି, ସେ ପିତାଙ୍କୁ ମଧ୍ୟ ଦେଖୁଛନ୍ତି ।**** ଭ୍ରାତୃଗଣ ! ଏହା ହିଁ ହିନ୍ଦୁମାନଙ୍କର ଧର୍ମବିଷୟକ ଧାରଣାଗୁଡ଼ିକର ସଂକ୍ଷିପ୍ତ ବିବରଣୀ । ହିନ୍ଦୁମାନେ ହୁଏତ ତାଙ୍କର ସବୁ ପରିକଳ୍ପନା କାର୍ଯ୍ୟରେ ପରିଣତ କରିପାରି ନାହାନ୍ତି; କିନ୍ତୁ ଯଦି କେବେ ଗୋଟିଏ ସାର୍ବଜନୀନ ଧର୍ମର ଉଦ୍ଭବ ହୁଏ, ତେବେ ତାହା କେବେ କୌଣସି ଦେଶ ବା କାଳରେ ସୀମାବଦ୍ଧ ହେବ ନାହିଁ, ଯେଉଁ ଅସୀମ ଭଗବାନଙ୍କ ବିଷୟ ସେହି ଧର୍ମଦ୍ୱାରା ପ୍ରଚାରିତ ହେବ, ଏ ଧର୍ମକୁ ମଧ୍ୟ ତାଙ୍କରି ପରି ଅସୀମ ହେବାକୁ ହେବ; ସେହି ଧର୍ମର ସୂର୍ଯ୍ୟ କୃଷ୍ଣଭକ୍ତ, ଖ୍ରୀଷ୍ଟଭକ୍ତ, ସାଧୁ-ଅସାଧୁ-ସମସ୍ତଙ୍କ ଉପରେ ସମଭାବରେ ସ୍ବୀୟ କିରଣଜାଲ ବିସ୍ତାର କରିବ । ସେହି ଧର୍ମ ଖାଲି ବ୍ରାହ୍ମଣ୍ୟ ବା ବୌଦ୍ଧ, ଖ୍ରୀଷ୍ଟିୟାନ୍ ବା ମୁସଲମାନ୍‌ଙ୍କର ହେବ ନାହିଁ, ପରନ୍ତୁ ସକଳ ଧର୍ମର ସମଷ୍ଟିରୂପେ ହେବ, ଅଥଚ ତହିଁରେ ଉନ୍ନତିର ସୀମାହୀନ ଅବକାଶ ରହିବ; ସ୍ୱୀୟ ଉଦାରତାବଶତଃ ସେହି ଧର୍ମ ଅସଂଖ୍ୟ ପ୍ରସାରିତ ହସ୍ତରେ ପୃଥିବୀର ସମସ୍ତ ନରନାରୀଙ୍କୁ ସାଦରରେ ଆଲିଙ୍ଗନ କରିବ, ପଶୁତୁଲ୍ୟ ଅତି ହୀନ ବର୍ବର ମଣିଷଠାରୁ ଆରମ୍ଭ କରି ହୃଦୟ ଓ ମସ୍ତିଷ୍କର ଗୁଣରାଶି ପାଇଁ ଯେଉଁମାନେ ସମଗ୍ର ମାନବଜାତିର ଉର୍ଦ୍ଧ୍ବରେ ସ୍ଥାନ ପାଇଛନ୍ତି, ସମାଜ

ଗୀତା ୧୦/୪୧ ଗୀତା ୭-୨୨ ୩୭

      • Bible