ପୃଷ୍ଠା:ସ୍ୱାମୀ ବିବେକାନନ୍ଦ ବାଣୀ ଓ ରଚନା, ଖଣ୍ଡ ୧.pdf/୪୪

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ସ୍ଵାମୀ ବିବେକାନନ୍ଦଙ୍କ ବାଣୀ ଓ ରଚନା 'The Chicago Daily Inter-Ocean’ ସମ୍ବାଦପତ୍ର ୨୩ ସେପ୍ଟେମ୍ବରରେ ପ୍ରଥମ ବକ୍ତୃତା ସମ୍ବନ୍ଧରେ ନିମ୍ନଲିଖ୍ତ ମନ୍ତବ୍ୟ ପ୍ରକାଶ କରିଥିଲା । 88 ଧର୍ମମହାସଭାର ବୈଜ୍ଞାନିକ ବିଭାଗରେ ଗତ କାଲି ପୂର୍ବାହ୍ନରେ ସ୍ଵାମୀ ବିବେକାନନ୍ଦ ‘ଶାସ୍ତ୍ରନିଷ୍ଠ ହିନ୍ଦୁଧର୍ମ’ ବିଷୟ ଉପରେ ବକ୍ତୃତା ଦେଇଥିଲେ । ୩ ନମ୍ବର ହଲ୍ ଲୋକମାନଙ୍କ ଦ୍ୱାରା ପରିପୂର୍ଣ୍ଣ ହୋଇଥିଲା ଶ୍ରୋତୃବୃନ୍ଦ ବହୁ ପ୍ରଶ୍ନ ପଚାରିଲେ ଏବଂ ସନ୍ନ୍ୟାସୀ-ପ୍ରବର ଦକ୍ଷତାର ସହିତ ପ୍ରାଞ୍ଜଳ ଭାବରେ ଏଗୁଡ଼ିକର ଉତ୍ତର ଦେଲେ । ଅଧ୍ଵବେଶନ ଶେଷ ହେବା ପରେ ଆଗ୍ରହାନ୍ବିତ ଜିଜ୍ଞାସୁମାନେ ତାଙ୍କୁ ଘେରିଗଲେ ଏବଂ ତାଙ୍କ ଧର୍ମ ସମ୍ବନ୍ଧରେ ଅନ୍ୟ ଗୋଟିଏ ସଭାରେ ବକ୍ତୃତା ଦେବା ପାଇଁ ଅନୁରୋଧ ଜଣାଇଲେ । ସେ ଉତ୍ତରରେ କହିଲେ ଯେ ଏହି ପରିକଳ୍ପନାଟି ଇତିପୂର୍ବରୁ ତାଙ୍କ ମନରେ ଉଠିଛି । ପ୍ରାଚ୍ୟ ନାରୀ ( ଚିକାଗୋ ଧର୍ମ-ସଭାର ଏକ ଅଧିବେଶନରେ ମହାସଭାର ‘ମହିଳା ପରିଚାଳକ ବୋର୍ଡ଼’ର ଅଧ୍ୟକ୍ଷା ମିସେସ୍ ପଟାର୍ ପାମାର୍‌ଙ୍କ ଦ୍ବାରା ଆୟୋଜିତ ଏକ ସଭାରେ ଚିକାଗୋର ଜ୍ୟାକସନ୍‌ ଷ୍ଟ୍ରୀସ୍ଥିତ ମହିଳା ସଦନରେ ସ୍ବାମୀଜୀ ଏହି ବକ୍ତୃତା ଦେଇଥିଲେ । ୨୩ ସେପ୍ଟେମ୍ବର ‘Chicago Daily Inter-Ocean’ ସମ୍ବାଦପତ୍ରରେ ନିମ୍ନଲିଖତ ସଂକ୍ଷିପ୍ତ ବିବରଣୀ ପ୍ରକାଶିତ ହୋଇଥିଲା ।) ସ୍ଵାମୀବିବେକାନନ୍ଦ ଗୋଟିଏ ବିଶେଷ ସଭାରେ ପ୍ରାଚ୍ୟ ନାରୀମାନଙ୍କର ବର୍ତ୍ତମାନ ଓ ଭବିଷ୍ୟତ ସମ୍ବନ୍ଧରେ ନିମ୍ନଲିଖ୍ ଭାବରେ ଆଲୋଚନା କରିଥିଲେ: କୌଣସି ଜାତିର ଉନ୍ନତିର ଶ୍ରେଷ୍ଠ ମାପକାଠି ହେଉଛି ନାରୀମାନଙ୍କ ପ୍ରତି ତାହାର ମନୋଭାବ । ପ୍ରାଚୀନ ଗ୍ରୀସ୍‌ରେ ସ୍ତ୍ରୀ ଓ ପୁରୁଷଙ୍କର ମର୍ଯ୍ୟାଦାରେ କୌଣସି ପାର୍ଥକ୍ୟ ନଥୁଲା, ପ୍ରତ୍ୟେକର ସମାଜରେ ସମାନ ଅଧିକାର ଥିଲା । କୌଣସି ଅବିବାହିତ ହିନ୍ଦୁ ପୁରୋହିତ ହୋଇପାରେ ନାହିଁ; କାରଣ, ସେ ଅର୍ଦ୍ଧାଙ୍ଗ ଓ ଅସମ୍ପୂର୍ଣ୍ଣ । ପୂର୍ଣ୍ଣ ସ୍ୱାତନ୍ତ୍ର୍ୟ ହିଁ ପୂର୍ଣ୍ଣ ନାରୀତ୍ଵ । ସତୀତ୍ୱ ଆଧୁନିକ ହିନ୍ଦୁ ନାରୀର ପ୍ରଧାନ ଆଦର୍ଶ । ପତ୍ନୀ ଯେପରି ଗୋଟିଏ ବୃତ୍ତର କେନ୍ଦ୍ରସ୍ଥଳ ଓ ସେହି କେନ୍ଦ୍ରର ସ୍ଥିରତ୍ବ ନିର୍ଭର କରେ ତାର ସତୀତ୍ଵ ଉପରେ । ଏହି ଆଦର୍ଶର ଚରମ ଅବସ୍ଥାରେ ହିନ୍ଦୁ ବିଧବାମାନେ ସତୀଦାହ ପ୍ରଥା ଅନୁସରଣ କରୁଥିଲେ । ବୋଧହୁଏ ପୃଥିବୀର ଅନ୍ୟାନ୍ୟ ଦେଶର ନାରୀମାନଙ୍କ ଅପେକ୍ଷା ହିନ୍ଦୁ ନାରୀମାନେ ବେଶୀ ଧର୍ମଶୀଳା ଓ ଆଧ୍ୟାତ୍ମିକଭାବସମ୍ପନ୍ନା । ଯଦି ଆମେ ଚରିତ୍ରର ଏହି ସକଳ ସଦ୍‌ଗୁଣ ରକ୍ଷା କରିପାରୁ ଏବଂ ଆମ ନାରୀମାନଙ୍କର ବୁଦ୍ଧିବୃତ୍ତିକୁ ପରିପୁଷ୍ଟ କରିପାରୁ, ତେବେ ଭବିଷ୍ୟତରେ ସେମାନେ ପୃଥ୍ବୀର ଆଦର୍ଶସ୍ଥାନୀୟା ହେବେ ।