ପୃଷ୍ଠା:ସ୍ୱାମୀ ବିବେକାନନ୍ଦ ବାଣୀ ଓ ରଚନା, ଖଣ୍ଡ ୧.pdf/୫୧

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

୫୧ କର୍ମ– ଚରିତ୍ର ଉପରେ ଏହାର ପ୍ରଭାବ କରୁଛନ୍ତି ? ସୂତ୍ରଧର ଓ ତାଙ୍କର ଏହି ସନ୍ତାନ— ଯାହାଙ୍କୁ ଲକ୍ଷ ଲକ୍ଷ ଲୋକ ଇଶ୍ଵର ବୋଲି ଉପାସନା କରୁଛନ୍ତି – ଏ ଦୁଇଙ୍କ ମଧ୍ୟରେ ଏହି ଯେ ଅନତିକ୍ରମଣୀୟ ପ୍ରଭେଦ, ତାହା କିପରି ବ୍ୟାଖ୍ୟା କରାଯିବ ? ବଂଶାନୁକ୍ରମିକ ମତବାଦ ଦ୍ବାରା ଏହାର ବ୍ୟାଖ୍ୟା ହୁଏ ନାହିଁ । ବୁଦ୍ଧ ଓ ଯୀଶୁ ଜଗତରେ ଯେଉଁ ମହାଶକ୍ତି ସଞ୍ଚାର କରିଥିଲେ, ତାହା କେଉଁଠାରୁ ଆସିଲା ? ତାହା ଯୁଗଯୁଗାନ୍ତର ଧରି ଏଠାରେ ହିଁ ଥିଲା ଏବଂ କ୍ରମଶଃ ପ୍ରବଳରୁ ପ୍ରବଳତର ହେଉଥିଲା । ଅବଶେଷରେ ଏହା ବୁଦ୍ଧ ବା ଯୀଶୁ ନାମରେ ପ୍ରବଳ ଶକ୍ତି ରୂପେ ସମାଜରେ ଆବିର୍ଭୁତ ହେଲା । ବର୍ତ୍ତମାନ ମଧ୍ୟ ଏହି ଶକ୍ତି-ତରଙ୍ଗ ପ୍ରବାହିତ ହୋଇଚାଲିଛି । ପୁନଶ୍ଚ ଏହି ସମସ୍ତ ହିଁ କର୍ମ ଦ୍ୱାରା ନିୟନ୍ତ୍ରତ । ଉପାର୍ଜନ ନ କଲେ କେହି କିଛି ପାଇପାରେ ନାହିଁ । ଏହା ସନାତନ ନିୟମ । ଆମେ ଭାବିପାରୁ ଠକାଠକି କରି ଆମେ କିଛି ଲାଭ କରିଯିବୁ, କିନ୍ତୁ ଶେଷ ପର୍ଯ୍ୟନ୍ତ ଆମକୁ ପୂର୍ବୋକ୍ତ ନିୟମରେ ହିଁ ଦୃଢ଼ବିଶ୍ଵାସୀ ହେବାକୁ ପଡ଼େ । କୌଣସି ବ୍ୟକ୍ତି ଜୀବନସାରା ଧନୀ ହେବାର ଚେଷ୍ଟା କରିଚାଲିଲେ । ଏଥିପାଇଁ ସହସ୍ର ସହସ୍ର ବ୍ୟକ୍ତିଙ୍କୁ ଠକିଚାଲିଲେ। କିନ୍ତୁ ଅବଶେଷରେ ସେ ବୁଝିଲେ ଯେ ଏ ସମସ୍ତ ଧନର ପ୍ରକୃତ ଅଧିକାରୀ ସେ ନୁହନ୍ତି । ସେତେବେଳେ ତାଙ୍କ ନିକଟରେ ଜୀବନ କଷ୍ଟକର ଓ ଜଘନ୍ୟ ବୋଲି ନିଶ୍ଚୟ ବୋଧ ହେବ । ଆମେ ଆମର ଶାରୀରିକ ଭୋଗ ପାଇଁ ଅନେକ କିଛି ସଂଗ୍ରହ କରିପାରୁ: କିନ୍ତୁ ନିଜ କର୍ମଦ୍ୱାରା ଆମେ ଯାହା କିଛି ଉପାର୍ଜନ କରୁ, ସେଥୁରେ ହିଁ ଆମର ପ୍ରକୃତ ଅଧିକାର । ଜଣେ ନିର୍ବୋଧ ଜଗତର ସକଳ ପୁସ୍ତକ କ୍ରୟ କରିପାରେ, କିନ୍ତୁ ସେଗୁଡ଼ିକ ତାହାର ପୁସ୍ତକାଗାରରେ ପଡ଼ିରହିବ ମାତ୍ର, ସେ ଯେଉଁଗୁଡ଼ିକ ପଢ଼ିବାର ଉପଯୁକ୍ତ କେବଳ ସେହିଗୁଡ଼ିକ ହିଁ ପଢ଼ିପାରିବ ଏବଂ ଏହି ଯୋଗ୍ୟତା କର୍ମରୁ ହିଁ ଉତ୍ପନ୍ନ । ଆମେ କେଉଁ ବିଷୟର ଅଧିକାରୀ ବା ଆମେ କଅଣ ଆୟତ୍ତ କରିପାରୁ ଆମର କର୍ମ ହିଁ ତାହା ନିରୂପଣ କରେ । ଆମର ବର୍ତ୍ତମାନ ଅବସ୍ଥା ପାଇଁ ଆମେ ହିଁ ଦାୟୀ ଏବଂ ଆମେ ଯାହା ହେବାକୁ ଇଚ୍ଛା କରୁ ତାହା ହେବାର ଶକ୍ତି ମଧ୍ୟ ଆମର ଅଛି । ଆମର ବର୍ତ୍ତମାନ ଅବସ୍ଥା ଯଦି ପୂର୍ବ କର୍ମଦ୍ଵାରା ନିୟନ୍ତ୍ରିତ ହୋଇଥାଏ, ତାହାହେଲେ ଏହା ହିଁ ନିଶ୍ଚିତ ସିଦ୍ଧାନ୍ତ ହେବ ଯେ, ଭବିଷ୍ୟତରେ ଆମେ ଯାହା ହେବାକୁ ଇଚ୍ଛା କରୁ, ଆମର ବର୍ତ୍ତମାନ କର୍ମଦ୍ଵାରା ତାହା ହୋଇପାରେ । ଅତଏବ କିପରି କର୍ମ କରିବାକୁ ହେବ, ତାହା ଆମେ ଜାଣିବା ଉଚିତ। ତୁମେ କହିବ, ‘କର୍ମ କିପରି କରିବାକୁ ହୁଏ, ତାହା ପୁଣି ଶିଖିବାର ପ୍ରୟୋଜନ କ’ଣ ? ସମସ୍ତେ ଏ ଜଗତରେ କୌଣସି ନା କୌଣସି କର୍ମ କରିଛନ୍ତି ।’ କିନ୍ତୁ ଶକ୍ତିର ଅନର୍ଥକ କ୍ଷୟ ବୋଲି ଗୋଟିଏ କଥା ଅଛି । ଗୀତାରେ ଏହି କର୍ମଯୋଗ ସମ୍ବନ୍ଧରେ କଥ୍ତ ଅଛି, କର୍ମଯୋଗର ଅର୍ଥ ‘କର୍ମର କୌଶଳ’, ବିଜ୍ଞାନସମ୍ମତ ପ୍ରଣାଳୀ କର୍ମାନୁଷ୍ଠାନ କର୍ମ କିପରି କରିବାକୁ ହୁଏ ତାହା ଜାଣିଲେ କର୍ମରୁ ଶ୍ରେଷ୍ଠ ଫଳ ମିଳିବ । ତୁମର ସ୍ମରଣ ରଖୁବା ଉଚିତ ଯେ, ସକଳ କର୍ମର ଉଦ୍ଦେଶ୍ୟ ତୁମର ମନ ମଧ୍ୟରେ ପୂର୍ବରୁ ଯେଉଁ ଶକ୍ତି ଅଛି ତାହାକୁ ପ୍ରକାଶ କରିବା, ଆତ୍ମାକୁ ଜାଗ୍ରତ କରିବା । ପ୍ରତ୍ୟେକ ମନୁଷ୍ୟ ମଧ୍ୟରେ ଏହି ଶକ୍ତି ଅଛି ଏବଂ ଜ୍ଞାନ ମଧ୍ୟ ଅଛି । ଏହି ସକଳ କର୍ମ ଯେପରି ଏହି ଶକ୍ତି ଓ ଜ୍ଞାନକୁ ବାହାରେ ପ୍ରକାଶ କରିବା ପାଇଁ ଓ ଏହି ମହାଶକ୍ତିଗୁଡ଼ିକୁ ଜାଗ୍ରତ କରିବା ପାଇଁ ଆଘାତସ୍ଵରୂପ ଅଟେ । ମନୁଷ୍ୟ ନାନା ଉଦ୍ଦେଶ୍ୟରେ କର୍ମ କରିଥାଏ । କୌଣସି ଉଦ୍ଦେଶ୍ୟ ହୋଇପାରେ ନାହିଁ । କେହି କେହି ଯଶ ଚାହାଁନ୍ତି, ସେମାନେ ଯଶ ପାଇଁ କାର୍ଯ୍ୟ ବ୍ୟତୀତ କାର୍ଯ୍ୟ କରନ୍ତି । କେହି