ପୃଷ୍ଠା:ସ୍ୱାମୀ ବିବେକାନନ୍ଦ ବାଣୀ ଓ ରଚନା, ଖଣ୍ଡ ୧.pdf/୫୪

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ସ୍ଵାମୀ ବିବେକାନନ୍ଦଙ୍କ ବାଣୀ ଓ ରଚନା ପାର୍ଶ୍ଵରେ କର୍ମ—ଯାହାର କ୍ଷିପ୍ତ ଆବର୍ଷରେ ଆମେ ବିଘୂର୍ଣ୍ଣିତ, ଅନ୍ୟ ପାର୍ଶ୍ବରେ ସବୁ ଶାନ୍ତିମୟ, ତାହା ଯେପରି ନିବୃତ୍ତି-ଉନ୍ମୁଖ, କୌଣସି ପ୍ରକାର ଶବ୍ଦ ବା କୋଳାହଳ ନାହିଁ, କେବଳ ଜୀବଜନ୍ତୁ ବୃକ୍ଷପୁଷ୍ପ –ପର୍ବତରାଜି –ସମନ୍ବିତ ପ୍ରକୃତିର ଶାନ୍ତିମୟ ଚିତ୍ର । ଏ ଦୁଇଟିରୁ କୌଣସିଟି ହିଁ ସମ୍ପୂର୍ଣ୍ଣ ଚିତ୍ର ନୁହେଁ । ଯେପରି ଗଭୀର ସମୁଦ୍ରବାସୀ ମତ୍ସ୍ୟ ଉପରକୁ ଆସିବା ମାତ୍ରେ ଖଣ୍ଡବିଖଣ୍ଡ ହୋଇଯାଏ—କାରଣ ଜଳର ପ୍ରବଳ ଚାପରେ ହିଁ ଏହା ଜୀବିତ ରହିବା ପାଇଁ ସମର୍ଥ, ସେହିପରି ଶାନ୍ତିପୂର୍ଣ୍ଣ ସ୍ଥାନରେ ବାସ କରିବାରେ ଅଭ୍ୟସ୍ତ କୌଣସି ବ୍ୟକ୍ତି ସଂସାରର ଏହି ଆବର୍ଷରେ ପଡ଼ିବା ମାତ୍ରେ ଧ୍ୱଂସ ହୋଇଯିବ । ପୁନଶ୍ଚ ଯେଉଁ ବ୍ୟକ୍ତି କେବଳ ସାଂସାରିକ ଓ ସାମାଜିକ ଜୀବନର କୋଳାହଳରେ ହିଁ ଅଭ୍ୟସ୍ତ, ସେ କ’ଣ କୌଣସି ବିଜନ ସ୍ଥାନରେ ସ୍ଵସ୍ତିରେ ବାସ କରିପାରିବ ? ଯନ୍ତ୍ରଣାରେ ହୁଏତ ତାହାର ମସ୍ତିଷ୍କ ବିକୃତ ହୋଇଯିବ । ଆଦର୍ଶ ପୁରୁଷ ସେହି, ଯେ ଗଭୀରତମ ନିର୍ଜନତା ଓ ନିସ୍ତବ୍ଧତା ମଧ୍ୟରେ ତୀବ୍ର କର୍ମ ଏବଂ ପ୍ରବଳ କର୍ମଶୀଳତା ମଧ୍ୟରେ ମରୁଭୂମିର ନିସ୍ତବ୍‌ଧତା ଓ ନିଃସଙ୍ଗତା ଅନୁଭବ କରନ୍ତି । ସେ ସଂଯମର ରହସ୍ୟ ବୁଝିଛନ୍ତି -ଆତ୍ମସଂଯମ କରିଛନ୍ତି । ଯାନବାହନ-ମୁଖରିତ ମହାନଗରୀରେ ଭ୍ରମଣ କଲେ ମଧ୍ୟ ତାଙ୍କ ମନ ଶାନ୍ତ ଥାଏ, ଯେପରି କି ସେ ନିଃଶବ୍ଦ ଗୁହାରେ ରହିଛନ୍ତି, ଅଥଚ ତାଙ୍କ ମନ ତୀବ୍ର ଭାବରେ କର୍ମ କରୁଅଛି । କର୍ମଯୋଗର ଏହା ହିଁ ଆଦର୍ଶ । ଯଦି ଏହି ଅବସ୍ଥା ଲାଭ କରିପାର, ତାହାହେଲେ କର୍ମର ପ୍ରକୃତ ରହସ୍ୟ ତୁମେ ଅବଗତ ହେବ । କିନ୍ତୁ ଆମକୁ ମୂଳରୁ ଆରମ୍ଭ କରିବାକୁ ହେବ । ଆମ ନିକଟକୁ ଯେଉଁ କର୍ମ ଆସିବ, ତାହା ହିଁ କରିବାକୁ ହେବ ଏବଂ ଆମକୁ କ୍ରମଶଃ ଅଧ୍ଵତର ନିଃସ୍ୱାର୍ଥପର ହେବାକୁ ପଡ଼ିବ । ଆମକୁ କର୍ମ କରିବାକୁ ହେବ ଏବଂ ଏହି କାର୍ଯ୍ୟ ପଶ୍ଚାତରେ କ’ଣ ଅଭିସନ୍ଧି ଅଛି, ତାହା ଦେଖିବାକୁ ହେବ । ତାହାହେଲେ ପ୍ରାୟ ସର୍ବତ୍ର ଦେଖିପାରିବ ଯେ ପ୍ରଥମେ ଆମର ଅଭିସନ୍ଧି ସ୍ବାର୍ଥପୂର୍ଣ୍ଣ ଥାଏ; କିନ୍ତୁ ଅଧ୍ୟବସାୟ ପ୍ରଭାବରେ କ୍ରମଶଃ ଏହି ସ୍ଵାର୍ଥପରତା କମିଯାଏ । ଅବଶେଷରେ ଏପରି ସମୟ ଆସିବ, ଯେତେବେଳେ ପ୍ରକୃତରେ ଆମେ ନିଃସ୍ୱାର୍ଥ କର୍ମ କରିବା ପାଇଁ ସମର୍ଥ ହେବା, ସେତେବେଳେ ଆମର ଆଶା ହେବ ଯେ, ଜୀବନ-ପଥରେ ଅଗ୍ରସର ହେଉ ହେଉ ଦିନେ ନା ଦିନେ ଏପରି ସମୟ ଆସିବ, ଯେବେ ଆମେ ସମ୍ପୂର୍ଣ୍ଣ ନିଃସ୍ୱାର୍ଥପର ହୋଇପାରିବା । ପୁନଶ୍ଚ ଆମେ ଯେଉଁ ମୁହୂର୍ତ୍ତରେ ସେହି ଅବସ୍ଥା ଲାଭ କରିବା, ସେହି ମୁହୂର୍ତ୍ତରେ ଆମର ସକଳ ଶକ୍ତି କେନ୍ଦ୍ରୀଭୂତ ହେବ ଏବଂ ଆମର ଅନ୍ତର୍ନିହିତ ଜ୍ଞାନ ପ୍ରକାଶିତ ହେବ । ୫୪