ପୃଷ୍ଠା:ସ୍ୱାମୀ ବିବେକାନନ୍ଦ ବାଣୀ ଓ ରଚନା, ଖଣ୍ଡ ୧.pdf/୫୮

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ସ୍ଵାମୀ ବିବେକାନନ୍ଦଙ୍କ ବାଣୀ ଓ ରଚନା ସର୍ବୋଚ୍ଚ ଆଦର୍ଶ, ସେ ଆହୁରି ମଧ୍ୟ ଜାଣନ୍ତି ଯେ, ଏହା ହିଁ ଶକ୍ତିର ଉଚ୍ଚତମ ବିକାଶ ଏବଂ ଅନ୍ୟାୟର ପ୍ରତିକାର କେବଳ ପ୍ରତିକାର-ରୂପକ ଶ୍ରେଷ୍ଠ ଶକ୍ତିଲାଭର ସୋପାନ ମାତ୍ର । ଏହି ସର୍ବୋଚ୍ଚ ଆଦର୍ଶରେ ଉପନୀତ ହେବା ପୂର୍ବରୁ ମନୁଷ୍ୟର କର୍ତ୍ତବ୍ୟ ହେଉଛି ଅଶୁଭର ପ୍ରତିରୋଧ କରିବା। କାର୍ଯ୍ୟ କରିବାକୁ ହେବ, ସଂଗ୍ରାମ କରିବାକୁ ହେବ—ଯେତେଦୂର ସାଧ, ଆଘାତ କରିବାକୁ ହେବ । ଏହି ପ୍ରତିକାର କରିବାର ଶକ୍ତି ଯାହାଙ୍କର ଆୟତ୍ତ ହୋଇଅଛି, ତାଙ୍କ ପକ୍ଷରେ ଅପ୍ରତିକାର ହିଁ ଧର୍ମ ବା ପୁଣ୍ୟକର୍ମ । ଦିନେ ଆମ ଦେଶରେ ଜନୈକ ବ୍ୟକ୍ତି ସହିତ ମୋର ସାକ୍ଷାତ ହେଲା । ତାହାକୁ ମୁଁ ପୂର୍ବରୁ ଅତିଶୟ ଅଳସୁଆ, ଅଜ୍ଞ ଓ ନିର୍ବୋଧ ବୋଲି ଜାଣିଥିଲି, କିଛି ହେଲେ ଜାଣିବା ପାଇଁ ତାହାର ଆଗ୍ରହ ନ ଥିଲା—ସେ ପଶୁତୁଲ୍ୟ ଜୀବନଯାପନ କରୁଥିଲା । ମୋ ସହିତ ଦେଖା ହେବାରୁ ସେ ମୋତେ ପଚାରିଲା, ‘ଈଶ୍ଵର-ଲାଭ କରିବା ପାଇଁ ମୋତେ କଣ କରିବାକୁ ହେବ ? କେଉଁ ଉପାୟରେ ମୁଁ ମୁକ୍ତ ହେବି ? ‘ମୁଁ ତାକୁ ପଚାରିଲି, ‘ତୁମେ କଣ ମିଛ କଥା କହିପାର ?’ ସେ କହିଲା, ‘ନା’ । ଏହା ଶୁଣି ମୁଁ କହିଲି, ‘ତେବେ ତୁମକୁ କହି ଶିଖିବାକୁ ହେବ ।’ ଗୋଟିଏ ପଶୁ ବା କାଠ ପଥର ଭଳି ଜଡ଼ବତ୍ ଜୀବନଯାପନ କରିବା ଅପେକ୍ଷା ମିଛ କହିବା ବରଂ ଭଲ । ତୁମେ ଅକର୍ମଣ୍ୟ; କର୍ମର ଉର୍ଦ୍ଧ୍ବରେ ଯେଉଁ ଅବସ୍ଥାରେ ମନ ପୂର୍ଣ୍ଣ ଶାନ୍ତଭାବ ଧାରଣ କରେ ଏବଂ ଯାହା ସର୍ବୋଚ୍ଚ ଅବସ୍ଥା, ତୁମେ ନିଶ୍ଚୟ ତାହା ଲାଭ କରି ନାହିଁ । ତୁମେ ଏତେଦୂର ଜଡ଼ଭାବାପନ୍ନ ଯେ ଗୋଟିଏ ଅନ୍ୟାୟ କାମ ବି କରିପାର ନାହିଁ । ଅବଶ୍ୟ ଯେଉଁ ଲୋକଟିର କଥା କହୁଛି ତାହା ପରି ତାମସିକ ପ୍ରକୃତିର ଲୋକ ପ୍ରାୟ ଦେଖାଯାଆନ୍ତି ନାହିଁ । ମୁଁ ତା ସହିତ ଥଟ୍ଟା କରୁଥିଲି; କିନ୍ତୁ ମୋର କହିବାର ଉଦ୍ଦେଶ୍ୟ ହେଉଛି ଯେ, ସମ୍ପୂର୍ଣ୍ଣ ନିଷ୍କ୍ରିୟ ଅବସ୍ଥା ବା ଶାନ୍ତଭାବ ଲାଭ କରିବାକୁ ହେଲେ ମନୁଷ୍ୟକୁ କର୍ମଶୀଳ ହେବାକୁ ପଡ଼ିବ । ଆଳସ୍ୟକୁ ପୂର୍ଣ୍ଣଭାବରେ ତ୍ୟାଗ କରିବାକୁ ହେବ । କ୍ରିୟାଶୀଳତାର ଅର୍ଥ ‘ପ୍ରତିକାର’ । ମାନସିକ ଓ ଶାରୀରିକ ସର୍ବପ୍ରକାର ଅସଦ୍‌ଭାବର ପ୍ରତିକାର କର; ଯେତେବେଳେ ତୁମେ ଏହି କାର୍ଯ୍ୟରେ ସଫଳ ହେବ, ସେତେବେଳେ ଶାନ୍ତି ପାଇବ । ଏ କଥା କହିବା ଅତି ସହଜ ଯେ, ‘କାହାରିକୁ ଘୃଣା କର ନାହିଁ, କୌଣସି ଅଶୁଭ କର୍ମର ପ୍ରତିକାର କର ନାହିଁ’; କିନ୍ତୁ କାର୍ଯ୍ୟକ୍ଷେତ୍ରରେ ଏହାର ପ୍ରକୃତ ଅର୍ଥ କଣ ତାହା ଆମେ ଜାଣୁ । ଯେତେବେଳେ ସମାଜର ଦୃଷ୍ଟି ଆମ ଉପରେ, ସେତେବେଳେ ଆମେ ଅପ୍ରତିକାରର ଅଭିନୟ କରିପାରୁ; କିନ୍ତୁ ଭୋଗଲିପ୍‌ସା ପ୍ରତିମୁହୂର୍ତ୍ତରେ ପଚା ଘା’ ପରି ଆମ ଶରୀରକୁ କ୍ଷୟ କରି ଚାଲିଥିବ । ଯଥାର୍ଥ ଅପ୍ରତିକାରରୁ ପ୍ରାଣରେ ଯେଉଁ ଶାନ୍ତି ଆସେ, ଆମେ ତାହାର ଏକାନ୍ତ ଅଭାବ ଅନୁଭବ କରୁଥୁ । ସେତେବେଳେ ମନେ ହେଉଥବ—ମୋର ପ୍ରତିକାର କରିବା ହିଁ ଉଚିତ ଥିଲା । ତୁମର ଯଦି ଅର୍ଥର ବାସନା ଥାଏ ଏବଂ ଯଦି ତୁମେ ଜାଣ ଯେ, ସମଗ୍ର ଜଗତ ଧନଲିପ୍‌ସୁ ପୁରୁଷକୁ ଅସତ୍ ଲୋକ ବୋଲି ମନେକରେ, ତେବେ ତୁମେ ହୁଏତ ଅର୍ଥର ଅନ୍ଵେଷଣ ପାଇଁ ପ୍ରାଣପଣ ଚେଷ୍ଟା କରିବାକୁ ସାହାସୀ ହେବ ନାହିଁ; କିନ୍ତୁ ତୁମର ମନ ସବୁବେଳେ ଅର୍ଥ ଆଡ଼କୁ ଧାବମାନ ହେଉଥିବ । ଏହା କପଟତା; ମାତ୍ର ଏହାଦ୍ଵାରା କୌଣସି କାର୍ଯ୍ୟସିଦ୍ଧି ହୁଏ ନାହିଁ । ସଂସାର-ସମୁଦ୍ରରେ ଝାସ ଦିଅ, କିଛିଦିନ ପରେ ଯେତେବେଳେ ସଂସାରରେ ସୁଖ-ଦୁଃଖ ଇତ୍ୟାଦି ଯାହା ଅଛି ତାହା ସବୁ ଭୋଗ କରି ସାରିବ, ସେତେବେଳେ ତୁମ ମନରେ ବୈରାଗ୍ୟ ଆସିବ–ସେତେବେଳେ ତୁମେ ୫୮