ପୃଷ୍ଠା:ସ୍ୱାମୀ ବିବେକାନନ୍ଦ ବାଣୀ ଓ ରଚନା, ଖଣ୍ଡ ୧.pdf/୫୯

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ନିଜ ନିଜର କାର୍ଯ୍ୟକ୍ଷେତ୍ରରେ କେହି ଛୋଟ ନୁହଁନ୍ତ ଶାନ୍ତି ପାଇବ । ଅତଏବ ପ୍ରଭୁତ୍ଵଲାଭର ବାସନା ଏବଂ ଅନ୍ୟ ଯେଉଁସବୁ ବାସନା ଅଛି, ତାହା ପୂରଣ କର; ଏହି ସକଳ ବାସନା ପୂର୍ଣ୍ଣ ହେଲେ, ଏପରି ସମୟ ଆସିବ, ଯେତେବେଳେ ତୁମେ ଜାଣିପାରିବ ଯେ, ଏହା ସବୁ ଅତି କ୍ଷୁଦ୍ର ଜିନିଷ । କିନ୍ତୁ ଯେତେଦିନଯାଏ ତୁମର ବାସନା ପୂର୍ଣ ହୋଇଛି, ଯେତେଦିନ ପର୍ଯ୍ୟନ୍ତ ତୁମେ ଏହି କ୍ରିୟାଶୀଳତା ଭିତରଦେଇ ଗତି ନ କରିଛ, ସେତେଦିନଯାଏ ତୁମ ପକ୍ଷରେ ଆତ୍ମସମର୍ପଣ ଓ ବୈରାଗ୍ୟର ଭାବ ଲାଭ କରିବା ଅସମ୍ଭବ । ଏହି ‘ଶାନ୍ତି’ର ବାଣୀ ସହସ୍ର ସହସ୍ର ବର୍ଷଧରି ପ୍ରଚାରିତ ହୋଇଆସୁଛି, ସମସ୍ତେ ହିଁ ବାଲ୍ୟକାଳରୁ ଏହା ଶୁଣି ଆସୁଛନ୍ତି । ତଥାପି ଏହି ଅବସ୍ଥା ଲାଭ କରିଥିବା ବ୍ୟକ୍ତି ସଂସାରରେ ପ୍ରାୟ ଦେଖୁବାକୁ ମିଳନ୍ତି ନାହିଁ । ମୁଁ ପୃଥ୍ବୀର ଅକାଂଶ ବୁଲି ଦେଖୁଛି, କିନ୍ତୁ ମୋ ଜୀବନରେ ପ୍ରକୃତି ଶାନ୍ତ ଓ ପ୍ରତିକାର ଚେଷ୍ଟାଶୂନ୍ୟ କୋଡ଼ିଏ ଜଣ ହେଲେ ଲୋକଙ୍କୁ ଦେଖୁଛି କି ନାହିଁ ସନ୍ଦେହ । ପ୍ରତ୍ୟେକ ବ୍ୟକ୍ତିର କର୍ତ୍ତବ୍ୟ—ନିଜ ଆଦର୍ଶକୁ ସ୍ଵୀୟ ଜୀବନରେ କାର୍ଯ୍ୟରେ ପରିଣତ କରିବାକୁ ଚେଷ୍ଟା କରିବା । ଅନ୍ୟ ଜଣଙ୍କର ଆଦର୍ଶକୁ ଗ୍ରହଣ କରି ତଦନୁସାରେ ନିଜ ଜୀବନ ଗଠନ କରିବାର ଚେଷ୍ଟା ଅପେକ୍ଷା ଏହା ହିଁ ଉନ୍ନତିଲାଭ କରିବାର ନିଶ୍ଚିତ ଉପାୟ । ଅନ୍ୟର ଆଦର୍ଶ ହୁଏତ କେବେହେଲେ ଜୀବନରେ ପରିଣତ କରିହେବ ନାହିଁ । ମନେକର ଆମେ ଗୋଟିଏ ଶିଶୁକୁ କୋଡ଼ିଏ ମାଇଲ ବାଟ ଚାଲିବାକୁ ବାଧ୍ୟ କଲୁ । ତା’ ଫଳରେ ଶିଶୁଟି ହୁଏତ ମୃତ୍ୟୁବରଣ କରିବ, ନଚେତ୍ ଏହି ଦୂରତ୍ଵ କୌଣସି ଭାବରେ ଘୋଷାରି ହୋଇ ଚାଲି ମୃତପ୍ରାୟ ହୋଇ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବ । ପ୍ରାୟ ସବୁ କ୍ଷେତ୍ରରେ ଆମେ ମନୁଷ୍ୟ ସହିତ ଏ ପ୍ରକାର ବ୍ୟବହାର କରିଥାଉ । ସମାଜର ସକଳ ନରନାରୀଙ୍କ ମନ ଏକ ପ୍ରକାର ହୋଇ ନ ପାରେ, ସମସ୍ତଙ୍କର ଧାରଣାଶକ୍ତି ବା କର୍ମଶକ୍ତି ମଧ୍ୟ ଏକା ନୁହେଁ, ତେଣୁ ସେମାନଙ୍କର ଆଦର୍ଶଗୁଡ଼ିକୁ ଅବଜ୍ଞା କରିବାର ଅଧିକାର ଆମର ନାହିଁ । ସମସ୍ତେ ନିଜ ନିଜ ଆଦର୍ଶରେ ପହଞ୍ଚିବା ପାଇଁ ଯଥାସାଧ୍ୟ ଚେଷ୍ଟା କରୁଛନ୍ତି । ମୋତେ ତୁମର ବା ତୁମକୁ ମୋ ଆଦର୍ଶ ଦ୍ବାରା ବିଚାର କରିବା ଠିକ୍ ନୁହେଁ । ଓକ୍ ବୃକ୍ଷର ଆଦର୍ଶରେ ଆପେଲ ଅଥବା ଆପେଲ ବୃକ୍ଷର ଆଦର୍ଶରେ ଓକ୍‌କୁ ବିଚାର କରିବା ଉଚିତ ନୁହେଁ । ଆପେଲ ବୃକ୍ଷକୁ ବିଚାର କରିବାକୁ ହେଲେ ଆପେଲର ଏବଂ ଓକ୍ ବୃକ୍ଷକୁ ବିଚାର କରିବାକୁ ହେଲେ ଓକ୍‌ର ଆଦର୍ଶ ଅନୁସାରେ ବିଚାର କରିବା ଆବଶ୍ୟକ । ୫୯ ବହୁତ୍ଵ ମଧ୍ୟରେ ଏକତ୍ଵ ହିଁ ସୃଷ୍ଟିର ନିୟମ । ବ୍ୟକ୍ତିଗତ ଭାବରେ ନରନାରୀଙ୍କ ମଧ୍ୟରେ ଯେତେ ପ୍ରଭେଦ ଥାଉନା କାହିଁକି, ସେମାନଙ୍କ ପଶ୍ଚାତ୍‌ରେ କିନ୍ତୁ ସେହି ଏକତ୍ଵ ବିଦ୍ୟମାନ । ବିଭିନ୍ନ-ଚରିତ୍ରବିଶିଷ୍ଟ ନରନାରୀ ସୃଷ୍ଟି-ନିୟମର ସ୍ବାଭାବିକ ବୈଚିତ୍ର ମାତ୍ର । ଏହି କାରଣରୁ ଗୋଟିଏ ମାତ୍ର ଆଦର୍ଶଦ୍ୱାରା ସମସ୍ତଙ୍କୁ ବିଚାର କରିବା, ଅଥବା ସମସ୍ତଙ୍କ ସମ୍ମୁଖରେ ଗୋଟିଏ ପ୍ରକାର ଆଦର୍ଶ ସ୍ଥାପନ କରିବା ଉଚିତ ନୁହେଁ । ଏହିପରି କର୍ମପ୍ରଣାଳୀ କେବଳ ଅସ୍ଵାଭାବିକ ସଂଗ୍ରାମ ସୃଷ୍ଟି କରେ । ତାହାର ଫଳ ଏହା ହୁଏ ଯେ, ମନୁଷ୍ୟ ନିଜକୁ ଘୃଣା କରିବାକୁ ଆରମ୍ଭ କରେ ଏବଂ ତାହାର ଧାର୍ମିକ ଓ ସାଧୁ ହେବା ପକ୍ଷରେ ବିଶେଷ ବାଧା ଉପସ୍ଥିତ ହୁଏ । ତେଣୁ ଆମର କର୍ତ୍ତବ୍ୟ, ପ୍ରତ୍ୟେକ ବ୍ୟକ୍ତିକୁ ତା’ର ସର୍ବୋଚ୍ଚ ଆଦର୍ଶ ଅନୁସାରେ ଚଳିବା ପାଇଁ ଉତ୍ସାହିତ କରିବା ଏବଂ ଏହି ଆଦର୍ଶ ସତ୍ୟର ଯେତେ ନିକଟବର୍ତ୍ତୀ ହୁଏ, ସେଥିପାଇଁ ଚେଷ୍ଟା କରିବା । ଆମେ ଦେଖିବାକୁ ପାଉ, ଅତି ପ୍ରାଚୀନ କାଳରୁ ହିନ୍ଦୁ ଧର୍ମନୀତିରେ ଏହି ତତ୍ତ୍ବଟି ସ୍ବୀକୃତ ହୋଇଅଛି; ଏବଂ ସେମାନଙ୍କର ଶାସ୍ତ୍ର ଓ ଧର୍ମନୀତି ବିଷୟକ ପୁସ୍ତକରେ ବ୍ରହ୍ମଚର୍ଯ୍ୟ, ଗ୍ରାର୍ହସ୍ଥ୍ୟ,