ପୃଷ୍ଠା:Aama Madhusudan.pdf/୧୪୩

ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଦକ୍ଷିଣ ଓଡ଼ିଶା ଓ ମଧୁସୂଦନ

ବହିରାଗତ ପ୍ରଶାସକ ଓ ଜମିଦାର ଗୋଷ୍ଠୀଙ୍କର ନିଷ୍ପେଷଣରେ ଓଡ଼ିଆ ଜାତି ଓ ଓଡ଼ିଆ ଭାଷା କ୍ରମଶଃ ତା'ର ସତ୍ତା ହରାଇବାକୁ ବସିଥାଏ । ପ୍ରତିବାଦର ସ୍ୱର ଓଡ଼ିଶାର ଠାଏଠାଏ ଶୁଣାଯାଉଥିଲେ ମଧ୍ୟ ତାହା ଥିଲା କ୍ଷୀଣ, ଅସଂଗଠିତ ଓ ଅସମାହିତ ।
ଏହି ଅସଂହତ ସ୍ୱରକୁ ଐକତାନିକ କଲେ ମଧୁସୂଦନ, ଗଣ ଆନ୍ଦୋଳନ ମାଧ୍ୟମରେ । ଫଳରେ ପ୍ରାକୃତିକ ଓଡ଼ିଶା ନିଜର ସଂହତି ଓ ଏକତ୍ୱର ପରିଚୟ ଫେରିପାଇଲା । ଦିଶାହରା ଓଡ଼ିଆ ଜାତିକୁ ଦିଗ୍‍ଦର୍ଶନ ପ୍ରଦାନରଏହି ପ୍ରକି୍ରୟା ଆରମ୍ଭ ହେଲା ଊନବିଂଶ ଶତାବ୍ଦୀର ଶେଷ ପାଦରେ ।
ଦକ୍ଷିଣ ଓଡ଼ିଶା ମାନ୍ଦ୍ରାଜ ପ୍ରଦେଶରେ ଅନ୍ତର୍ଭୁକ୍ତ ହୋଇ ତା'ର ଭାଷା ସଂସ୍କୃତି ହରାଇଥାଏ । ଓଡ଼ିଆ ଭାଷା କୋର୍ଟ କଚେରିରୁ ଅବଲୁପ୍ତ । ଏହା ବିରୋଧରେ; ଖଲ୍ଲିକୋଟଠାରୁ ଆରମ୍ଭ କରି ଧରାକୋଟ, ସୋରଡ଼ା, ଜଳନ୍ତର, ସୁରଙ୍ଗୀ, ଟିକିଲି ଏବଂ ପାରଳା ଜମିଦାରି ଅଞ୍ଚଳର ପ୍ରତିନିଧିମାନେ ୧୮୭୦ ସେପ୍ଟେମ୍ବର ମାସରେ ଭଞ୍ଜନଗରଠାରେ ଦୀନବନ୍ଧୁ ମହାନ୍ତିଙ୍କ ଆହ୍ୱାନରେ ସଂଗଠିତ ହୋଇଥିଲେ । ଏଥିରେ ସହାୟତା ଦେଇଥିଲେ ଜନାର୍ଦ୍ଦନ ଦାସ । ଓଡ଼ିଆ ଭାଷାର ପ୍ରଚଳନପାଇଁ ସେମାନେ ନିବେଦନ ଜଣାଇଥିଲେ, ମାନ୍ଦ୍ରାଜ ସରକାର ଓ ବଡ଼ଲାଟଙ୍କୁ । ଏହାପରେ ୧୯୭୩ ଜୁଲାଇ ୨୯ ତାରିଖରେ ବ୍ରହ୍ମପୁରରେ ଉତ୍କଳ ସମାଜ ଗଠିତ ହେଲା । ଉଇଲିୟମ୍‍ ମହାନ୍ତି ଓଡ଼ିଆ ଭାଷା ପ୍ରଚଳନ ଲାଗି ସଂଗ୍ରାମ ଚଳାଇଲେ । ପାରଳା ମହାରାଜା ପଦ୍ମନାଭ ଦେବ ସାଂସ୍କୃତିକ ଜାଗରଣର କେନ୍ଦ୍ରବିନ୍ଦୁ ଥିଲେ । ଶ୍ୟାମସୁନ୍ଦର ରାଜଗୁରୁ ଓ ଗୋପୀନାଥ ନନ୍ଦଙ୍କର ସମ୍ମିଳିତ ରାଜକାର୍ଯ୍ୟ ବହୁ ପରିମାଣରେ ତେଲୁଗୁ ପ୍ରଭାବକୁ ପ୍ରତିହତ କରିଥିଲା । ଏ ସମସ୍ତ ସତ୍ତ୍ୱେ ୧୯୦୦ ସାଲ ବେଳକୁ ବ୍ରହ୍ମପୁରର କଲେକ୍ଟରଙ୍କ କାର୍ଯ୍ୟାଳୟରେ ଦେଢ଼ଶହ କର୍ମଚାରୀଙ୍କ ମଧ୍ୟରେ ମାତ୍ର ବାର ଜଣ ଓଡ଼ିଆ ନିମ୍ନ ସ୍ତରରେ ଅବସ୍ଥାପିତ ଥିଲେ । ସମସ୍ତ ଗଞ୍ଜାମ ଓ ଦକ୍ଷିଣ ଓଡ଼ିଶାକୁ ଆବରିତ କରି କୌଣସି ସଂଗଠିତ ସଂସ୍ଥା ଗଢ଼ି ଉଠି ନଥିଲା । ଏହି ବିକ୍ଷିପ୍ତ ଆନ୍ଦୋଳନକୁ ସାମଗ୍ରିକ

୧୪୪ ଆମ ମଧୁସୂଦନ