ପୃଷ୍ଠା:Aama Madhusudan.pdf/୧୮୮

ଏହି ପୃଷ୍ଠାଟି ବୈଧ ହୋଇସାରିଛି
ମାତୃଭାଷା ଆଉ ମାତୃଭୂମି

ନୂତନ ସହସ୍ରାବ୍ଦର ପ୍ରାରମ୍ଭ ବର୍ଷରେ ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ପାଳିତ ହୋଇଯାଇଛି ଜାତିସଂଘର ଆବାହକତ୍ୱରେ ସାରା ବିଶ୍ୱରେ "ମାତୃଭାଷା' ଦିବସ ୨୦୦୦ ସାଲର ଫେବ୍ରୁଆରି ୨୧ ତାରିଖରେ ।
ଏହି ଉପଲକ୍ଷେ, ଆମର ପ୍ରତିବେଶୀ ରାଜ୍ୟ ପଶ୍ଚିମ ବଙ୍ଗ ଆଉ ଆନ୍ତର୍ଜାତିକ ସୀମାରେଖା ସେପାରିର ସମଗ୍ର ବାଂଲା ଦେଶକୁ ଆବରିତ କରି କଲିକତା ଆଉ ଢ଼ାକାରେ ଏକ ସମୟରେ ବାଜି ଉଠିଥିଲା ଐକ୍ୟତାନିକ ମୂର୍ଚ୍ଛନା, ଭ୍ରାତୃତ୍ୱବୋଧର ଉଦ୍‍ଘୋଷଣାକରି, ଦୁଇଟି ଅଂଚଳ ମଧ୍ୟରେ ବହୁ ବିଭେଦ, ପ୍ରତିବନ୍ଧକ ଆଉ ଅନ୍ତରାୟ ମଧ୍ୟରେ । ଏହି ସମୟକୁ ଅତିକ୍ରମ କରି, ଆନ୍ତର୍ଜାତିକ ସୀମାରେଖାର ଉଭୟ ପାର୍ଶ୍ୱରେ ସେଦିନ ଏହି ଆହ୍ୱାନରେ ସମ୍ମିଳିତ ହୋଇଥିଲେ ୨୨କୋଟି ବଙ୍ଗଳାଭାଷୀ ଜନସଂପ୍ରଦାୟ, ମାନସିକ ସମନ୍ୱୟତାର ନିବିଡ଼ ବନ୍ଧନରେ- ଯେପରି ମାତୃଭାଷା ହିଁ ଥିଲା ସେମାନଙ୍କର ଏକମାତ୍ର ପରିଚୟ । ସେହି ମାତୃଭାଷାର ସମସ୍ତ ଆଞ୍ଚଳିକତା ଓ ତାରତମ୍ୟ ସତ୍ତ୍ୱେ ସବୁରି ଊର୍ଦ୍ଧ୍ୱରେ ଗୌରବର ଦୀପ୍ତିରେ ଯେପରି ଦଣ୍ଡାୟମାନ ହୋଇ ରହିଥିଲା ବଙ୍ଗଳା ଭାଷା । ୧୯୫୨ ସାଲର ଫେବ୍ରୁଆରି ୨୧ ତାରିଖଟି ଥିଲା, ବଳିଦାନର ରକ୍ତମୁଖା ଦିବସ ଯେଉଁଦିନ ମାତୃଭାଷାର ସୁରକ୍ଷା ଲାଗି ଯୁଝାଯାଇଥିଲା ଦୁର୍ଦ୍ଦମନୀୟ ସଂଗ୍ରାମ ବାଂଲାଦେଶରେ । ଏହି ଅବିସ୍ମରଣୀୟ ଦିବସର ସ୍ମୃତିକୁ ଉଜାଗର ରଖିବାପାଇଁ ବାଂଲାଦେଶର ପ୍ରଧାନମନ୍ତ୍ରୀ ମହିୟସୀ ହାସିନାଙ୍କର ଆବେଦନରେ ପାଳିତ ହୋଇଥିଲା ମାତୃଭାଷାର ଦିବସ ସମଗ୍ର ବିଶ୍ୱରେ ଜାତିସଂଘର ଆହ୍ୱାନରେ ।
ସ୍ୱାଧୀନତାର ବହୁ ପରବର୍ତ୍ତୀ କାଳରେ ୧୯୭୧ ସାଲରେ ବାଂଲାଦେଶ ଜନ୍ମଲାଭ କରିଥିଲା, ମାତ୍ର ଏହାର ସଂଯୋଜନାର ଭ୍ରୂଣ ସଂସ୍ଥାପିତ ହୋଇଥିଲା ୧୯୫୨ ସାଲର ଫେବ୍ରୁଆରି ୨୧ ତାରିଖରେ । ତାହାରି ସାକ୍ଷ୍ୟ ବହନ କରେ ଇତିହାସର ବହୁ ବିରଳ ପୃଷ୍ଠା ।
୧୯୪୭ ସାଲର ଅଗଷ୍ଟ ୧୪ ତାରିଖରେ ଭାରତର ବିଭାଜନ ପରେ ସୃଷ୍ଟି ହୋଇଥିଲା ପାକିସ୍ତାନ । ସ୍ୱାଧୀନତା ପ୍ରାପ୍ତିର ଅବ୍ୟବହିତ ପରେ ପାକିସ୍ତାନର ଉର୍ଦ୍ଦୁ ଆଉ ଇଂରାଜୀକୁ ରାଷ୍ଟ୍ରଭାଷା