୧୮୯୭ ସାଲରେ ଯେତେବେଳେ ମଧୁସୂଦନ ଇଂଲଣ୍ଡକୁ ଓଡ଼ିଶାର ଭାଗ୍ୟ ନିର୍ଦ୍ଧାରଣର
ସୂତ୍ର ଖୋଜିବାକୁ ଯାଇଥିଲେ, ସେତେବେଳେ ବହୁ ଶୁଭାକାଙ୍କ୍ଷୀ ବନ୍ଧୁଙ୍କଠାରୁ ପରାମର୍ଶ ମିଳିଲା
ଯେ ଭାରତରେ ନିଯୁକ୍ତ ହୋଇଥିବା ନୂତନ ବଡ଼ଲାଟଙ୍କ ହାତରେ ଏହି ସମସ୍ୟାର ସମାଧାନର
ସୂତ୍ର ରହିଛି । ୧୮୯୯ ସାଲରେ ବଡ଼ଲାଟ ଭାବେ ଯୋଗଦେଲେ, ସଂସ୍କୃତି, ପ୍ରତ୍ନତତ୍ତ୍ୱ ଆଉ
ସ୍ଥାପତ୍ୟରେ ଅଭିରୁଚି ରଖିଥିବା ଲର୍ଡ କର୍ଜନ । ମଧୁସୂଦନ ବଡ଼ଲାଟଙ୍କ ପାଖକୁ କ୍ରମାଗତ ଭାବେ
ଆବେଦନ ପତ୍ର ପ୍ରେରଣ କରିବାକୁ ଲାଗିଲେ । ଆବେଦନ ପତ୍ରର ଭାଷା ଅତ୍ୟନ୍ତ ମାର୍ମିକ ଆଉ
ପ୍ରାଣସ୍ପର୍ଶୀ ଥିଲା ।
ମଧୁସୂଦନ କର୍ଜନଙ୍କୁ ସିମଲାଠାରେ ୧୯୦୦ ସାଲର ଅକ୍ଟୋବର ୨ୟ ସପ୍ତାହରେ ଭେଟି ଦାବୀ ଉପସ୍ଥାପନା ପରେ ପୁରୀ ଓ ଭୁବନେଶ୍ୱରର ମନ୍ଦିରମାଳିନୀ ନଗରୀ ପରିଦର୍ଶନ କରିବାକୁ
ଅନୁରୋଧ କଲେ । ନୂତନ ରେଳପଥ ସଂଯୁକ୍ତି ସୁଯୋଗ ନେଇ ୧୬.୧୨.୧୯୦୦ରେ କର୍ଜନ
ପୁରୀ ଓ ଭୁବନେଶ୍ୱର ନଗରୀ ପରିଦର୍ଶନ ପରେ ଓଡ଼ିଶାର ଭାଗ୍ୟ ଉନ୍ମୋଚିତ ହେଲା ।
ମଧୁସୂଦନଙ୍କ ସ୍ୱଦେଶୀ ଶିଳ୍ପାୟନର କାର୍ଯ୍ୟକ୍ରମ ୧୯୦୦ ସାଲବେଳକୁ ପୂର୍ଣ୍ଣାଙ୍ଗତା ଲାଭ କରିଥିଲା । ଦଳିତମାନଙ୍କର ଆର୍ଥିକ ଅଭ୍ୟୁତ୍ଥାନ ଜୋତା ତିଆରି ମାଧ୍ୟମରେ ରୂପରେଖ ନେଇ ପାରିଥିଲା ।
ଏ ସମସ୍ତ ଦୃଷ୍ଟିରୁ ୧୯୦୦ ସାଲ ଥିଲା ଓଡ଼ିଶାର ଅଭ୍ୟୁଦୟ ପାଇଁ ଏକ ଗରିମାଦୀପ୍ତ ସମ୍ବତ୍ସର ।
ପୃଷ୍ଠା:Aama Madhusudan.pdf/୨୪୧
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୨୪୨ ଆମ ମଧୁସୂଦନ