ପୃଷ୍ଠା:Aama Madhusudan.pdf/୩୬୭

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଗଂଜାମ ଜାତୀୟ ସମ୍ମିଳନୀର ଦ୍ୱିତୀୟ ଦିବସରେ ମଧୁସୂଦନ ସଭାପତିତ୍ୱ କରି ସମ୍ଭାବ୍ୟ ଉତ୍କଳ ସମ୍ମିଳନୀର ଅଧିବେଶନ ସଂପର୍କରେ ଘୋଷଣା କରିଥିଲେ । ମଧୁସୂଦନଙ୍କ ପରାମର୍ଶରେ କଟକରେ ୭.୫.୧୯୦୩ରେ ଉତ୍କଳ ସାହିତ୍ୟ ସମାଜ ପ୍ରତିଷ୍ଠିତ ହୋଇଥିଲା ।
୧୯୦୩ ସାଲରେ ବଂଗର ଗଭର୍ଣ୍ଣର ସାର୍‌ଜନ୍ ବୋର୍ଡ଼ ଲିନ୍ ମଧୁସୂଦନଙ୍କୁ ବଂଗ ବ୍ୟବସ୍ଥାପକ କାଉନ୍‌ସିଲ୍‌ର ଶ୍ରେଷ୍ଠ ସଦସ୍ୟ ରୂପେ ରୋମ୍‌ର ସିନେଟର୍ ‘କେଟୋ’ ନାମରେ ଆଖ୍ୟାୟିତ କରିଥିଲେ । ଏହି ବର୍ଷ ମଧୁସୂଦନଙ୍କ ପ୍ରେରଣାରେ ବାଙ୍କୀ, ଖୋର୍ଦ୍ଧା, ନିମାପଡ଼ା ଅଞ୍ଚଳରେ ପ୍ରାଥମିକ ଋଣ ସମବାୟ ସମିତିମାନ ସ୍ଥାପିତ ହୋଇଥିଲା ।
ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନ ୧୯୩ ସାଲର ଡିସେମ୍ବର ୩୦ ଓ ୩୧ ତାରିଖରେ ଅନୁଷ୍ଠିତ ହୋଇଥିଲା । ମାତ୍ର ଏହାର କିଛିଦିନ ପୂର୍ବରୁ ୩.୧୨.୧୯୦୩ରେ ଲର୍ଡ କର୍ଜନ ଓଡ଼ିଆଭାଷୀ ଅଂଚଳର ମିଶ୍ରଣକୁ ସ୍ୱୀକୃତି ଜଣାଇ ରିଲେ ସାର୍କୁଲାର୍ ପ୍ରଚଳିତ କରିଥିଲେ । ଏହି ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନରେ ମୟୁରଭଞ୍ଜର ରାଜା ଶ୍ରୀ ରାମଚନ୍ଦ୍ର ଇଂଜଦେଓ ଅଧ୍ୟକ୍ଷତା କରିଥିଲେ । ମଧୁସୁଦନ ୧୯୩ ସାଲରେ ସର୍ବପ୍ରଥମେ ସାରା ଭାରତରେ ଉତ୍କଳ ସମିଳନୀରେ ଗୃହୀତ ପ୍ରସ୍ତାବବଳୀ ଓଡ଼ିଆ ଭାଷାରେ ଗ୍ରହଣ କରିଥିଲେ । ମଧୁସୂଦନଙ୍କର ସ୍ୱତନ୍ତ୍ର ଅନୁରୋଧରେ ଲର୍ଡ କର୍ଜନ କୋଣାର୍କ ତଥା ଭୁବନେଶ୍ବରର ମନ୍ଦିରମାନଙ୍କର ସଂରକ୍ଷଣ କାର୍ଯ୍ୟ ଆରମ୍ଭ କରିଲେ ମଧୁସୂଦନଙ୍କ ପ୍ରେରଣାରେ ବାଙ୍କଠାରେ ପ୍ରଥମ କୃଷିଋଣ ସମବାୟ ସମିତିମାନ ସ୍ଥାପିତ ହୋଇଥିଲା ।
୧୯୦୪ :- ଭାରତ ସରକାରଙ୍କ ପକ୍ଷରୁ ମଧୁସୂଦନଙ୍କୁ ‘ସି.ଆଇ.ଇ' ବା ‘କମ୍ପାନିଅନ୍ ଅଫ୍ ଇଣ୍ଡିଆନ୍ ଏମ୍ପାୟର' ପଦବୀ ପ୍ରଦାନ କରାଯାଇଥିଲା । ଏହି ବର୍ଷ 'ଓଡ଼ିଶା ସ୍ପୋଟର୍ସ ଆସୋସିଏସନ୍' ମଧୁସୂଦନଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା । ଜୁନ୍ ୧୬ ତାରିଖରେ 'ଓଡ଼ିଶା ୟଙ୍ଗ୍‌ମ୍ୟାନ୍‌ସ ଆସୋସିଏସନ୍' ପ୍ରତିଷ୍ଠା ହୋଇଥିଲା । ମଧୁସୂଦନଙ୍କର ଅର୍ଥ ସାହାଯ୍ୟରେ ଗଂଗାଧର ମେହେରଙ୍କର ରଚନା 'କୀଚକ ବଧ', ପ୍ରକାଶିତ ହୋଇଥିଲା । ମଧୁସୂଦନ ବିଭିନ୍ନ ସଭା ଆହ୍ବାନ କରି ସାରା ଜୀବନ ଧରି ‘ସ୍ୱଦେଶୀ ବସ୍ତୁ ନିୟୋଜନ ଓ ବିଦେଶୀ ବର୍ଜନ' ଲାଗି ଶପଥ ପାଠ କରାଇଲେ । ମଧୁସୂଦନ ଉତ୍କଳ ସମ୍ମିଳନୀ ପକ୍ଷରୁ କେତେକ ପ୍ରଚାରକ ନିଯୁକ୍ତ କରାଇଥିଲେ । ଫଳରେ ଏହି ସାଲରେ ଉତ୍କଳ ସମ୍ମିଳନୀ ପକ୍ଷରୁ ୩୫୦ରୁ ଉର୍ଦ୍ଧଶାଖା ଖୋଲା ଯାଇଥିଲା । ଡିସେମ୍ବର ୨୮ଓ୨୯ ତାରିଖରେ କଟକରେ ଇଦ୍‌ଗା ପଡ଼ିଆରେ ଧରାକୋଟର ରାଜା ମଦନ ମୋହନ ସିଂହ ଦେଓଙ୍କର ଅଧ୍ୟକ୍ଷତାରେ ଉତ୍କଳ ସମ୍ମିଳନୀର ୨ୟ ଅଧିବେଶନ ଅନୁଷ୍ଠିତ ହୋଇଥିଲା ।
୧୯୦୫ :-ନବ ସ୍ୱତନ୍ତ୍ର ଓଡ଼ିଶାର ଆଦ୍ୟ ଜନ୍ମୋତ୍ସବ । ବଡ଼ଲାଟ ଲର୍ଡ କର୍ଜନ ଇଂଲଣ୍ଡରୁ ଫେରି ୩.୧୨.୧୯୦୩ରେ ପ୍ରଚାରିତ ରିଲେ ସାର୍କୁଲାର୍‌କୁ କାର୍ଯ୍ୟକାରୀ କରିଥିଲେ ମଧ୍ୟ ଲର୍ଡ଼ ଏମ୍ପଥିଲ୍‌ଙ୍କର ବିରୋଧଯୋଗୁଁ ଦକ୍ଷିଣ ଓଡ଼ିଶାର ମିଶ୍ରଣ ସମ୍ଭବପର ହୋଇନଥିଲା । ବଂଗର ଗଭର୍ତର ସାର୍ ଏଣ୍ଡ ଫେଜର ୧୬.୧୦.୧୯୦୫ରେ ସମ୍ବଲପୁରରେ ଦରବାରର ଆୟୋଜନ

୩୬୮ ଆମ ମଧୁସୂଦନ