ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସେମାନେ ଗୋଟିଏ ଖାତାରେ ଦସ୍ତଖତ କରୁଥିଲେ । ଏହା ବିଟିଶ ଶାସନର ଦଣ୍ଡା ଲର୍ଡ କର୍ଜନଙ୍କର ବେଳ । ସଭାରେ ପୁଲିସ୍ ଜଗିରହିଛି । କିଏ ବା ଦସ୍ତଖତ କରୁଛି ? ସେ ଖାତାରେ ପ୍ରଥମେ ଦସ୍ତଖତ କଲେ ନରେନ୍ଦ୍ର ନାଥ ରକ୍ଷିତ ଓ ତାହା ପରେ ମୁଁ । ବିଦେଶୀ ବର୍ଜନ ଓ ସ୍ବଦେଶୀ ବ୍ୟବହାର । ସେହିଦିନ୍ତୁ ମୁଁ ଆରମ୍ଭ କରିଥିଲି । ଏହିଁ ଆରମ୍ଭ ମୂଳରେ ଥିଲା ଗୋଟିଏ ସଂକଳ୍ପ ଆଉ ଏହି ସଂକଳ୍ପକୁ । ଘେନି ଏକ ପ୍ରତିଜ୍ଞାପତ୍ରରେ ସ୍ବାକ୍ଷର ।
୧୯୧୧ରେ ଏମ.ଏ. ପାଶ୍ ପରେ ମୁଁ ସତ୍ୟବାଦୀ ବିଦ୍ୟାଳୟ ପ୍ରତିଷ୍ଠା କଲାପରେ, ମିଷ୍ଟର ଏମ୍. ଏସ୍. ଦାସ ମୋ ପାଖକୁ ଏକ ପ୍ରଶଂସାପତ୍ର ପଠାଇଲେ । ସେ ଖାଲି ମୋତେ ଧନ୍ୟବାଦ ଦେଇ ନ ଥୁଲେ, ଆଶ୍ଚର୍ଯ୍ୟାନ୍ବିତ ବି ହୋଇଥୁଲେ । ସେ ନିଜେ ଯେଭଳି ସ୍ବାର୍ଥତ୍ୟାଗ କରିଥଲେ, ମୁଁ ସେହିଭଳି କରିବାରୁ ସେ ମୋତେ ଉତ୍ସାହିତ କରିଥିଲେ ।
ନିଜ ଲୋକମାନେ କେଉଁଠି କିଛି ପ୍ରଶଂସନୀୟ କାର୍ଯ୍ୟ କରୁଛନ୍ତି, ତା’ର ସେ ଖବର ରଖୁଥଲେ ଓ ସେମାନଙ୍କୁ ଉତ୍ସାହିତ କରିବା ଭଳି ତାଙ୍କ ପରି ଲୋକଟିଏ ମୁଁ ଦେଖୁ ନାହିଁ। ମଣିଷ ଭିତରର ଏଭଳି ବିକାଶର ଉଦ୍ରେକ କରାନ୍ତି କେବଳ ତାଙ୍କ ଭଳି ମହାନ ଜନନେତା ।
ଗୋପବନ୍ଧୁ ଦାସ ଯେ କିଛି ସମୟ ତାଙ୍କ ଜୁନିଅରଭାବରେ ଓକିଲାତି ତାଲିମ ପାଇଥିଲେ, ତାଙ୍କୁ ବିହାର ଓଡ଼ିଶା ଲେଜିସ୍‌ଲେଟିଭ କାଉନ୍ସିଲ୍‌ରେ ପ୍ରବେଶ କରାଇବା କାଳରେ ମୁଁ ତାଙ୍କଠାରେ ଏଭଳି । ମହନୀୟ ଗୁଣ ଦେଖୁବାକୁ ପାଇଲି । ଅବଶ୍ୟ ମିଷ୍ଟର ଏମ୍.ଏସ୍. ଦାସଙ୍କ ବହୁ ଉଲ୍ଲେଖନୀୟ ଘଟଣାବହୁଳ ଜୀବନରେ ଏଇଟି ଅତି ଛୋଟିଆ ଘଟଣା । କିନ୍ତୁ ବହୁତ ଛୋଟଛୋଟ ଘଟଣାରୁ ମହାନ ବ୍ୟକ୍ତିମାନଙ୍କର ମହତ୍ତ୍ୱ ଜଣାପଡ଼ିଥାଏ । ପଣ୍ଡିତ ଗୋପବନ୍ଧୁ ସେଠାକୁ ନ ଯାଆନ୍ତୁ ବୋଲି ବହୁ ଉଦ୍ୟମ ହେଉଥିଲା । କିନ୍ତୁ ସେ ସେସବୁକୁ କାନ ଦେଇ ନ ଥିଲେ । ତାଙ୍କ ଭଳି ଜାତିର ସର୍ବୋଚ୍ଚ ସ୍ୱାର୍ଥ ସୁରକ୍ଷାକାରୀ ସେଭଳି ଉଦ୍ୟମକୁ ହୀନ ଓ ଘୃଣ୍ୟ ବୋଲି କହୁଥିଲେ । ଜାତିର ମଙ୍ଗଳଲାଗି ସେ କିଭଳି ଭାବୁଥିଲେ ଓ ଅନୁଭବ କରୁଥିଲେ ଏଥିରୁ ତା’ର ପ୍ରମାଣ ମିଳେ । ଏହା ଦେଖାଇ ଦିଏ ଯେ, ସେ କିଭଳି ମଣିଷ ବାଛିବା ଦିଗରେ ଗୁଣିଆ । ମଜାର କଥା ଯେ, ୧୯୦୪ ମସିହାରେ ଯେତେବେଳେ ସମ୍ବଲପୁର ସମେତ ଅନ୍ୟାନ୍ୟ ଓଡ଼ିଆ ଭାଷାଭାଷୀ ଅଂଚଳ ବଂଗଳା ପ୍ରଦେଶ ସହିତ ରହିବ ବା କେନ୍ଦ୍ର ପ୍ରଦେଶ (ପରବର୍ତ୍ତୀ କାଳରେ ମଧ୍ୟ ପ୍ରଦେଶ) ସହିତ ରହିବ ବୋଲି ଦୁଇଟି ମତ ଚାଲିଥାଏ, ସେତେବେଳେ ମଧୁବାବୁଙ୍କ ମତକୁ ବିରୋଧ କରିବା ଜରିଅରେହିଁ ଗୋପବନ୍ଧୁ ସାଧାରଣ କ୍ଷେତ୍ରରେ କାମ କରିବା ଦିଗରେପ୍ରଥମେ ସ୍ୱୀକୃତି ଲାଭ କରିଲେ । ୧୯୦୪ ମସିହାରେ କଟକରେ ଉତ୍କଳ ସମ୍ମିଳନୀ ଅଧୁବେଶନ ଚାଲିଥାଏ । ସେହି ସମୟରେ ପୂର୍ବୋକ୍ତ ବିବାଦ ତୁଙ୍ଗରେ ପହଞ୍ଚି ଥାଏ । ସମ୍ମିଳନୀର ଶିବିରରେ ଗୋପବନ୍ଧୁଙ୍କର ପ୍ରାର୍ଥନା’ ଶୀର୍ଷକ ଏକ ପ୍ରଚାର ପତ୍ର ବଣ୍ଟାଯାଇଥିଲା ଓ ତାକୁ ପ୍ରତିନିଧୁମାନେ ଆଗ୍ରହର ସହିତ ପଢ଼ିଲେ ଓ ପସନ୍ଦ କରିଲେ ବୋଲି ମୋର ବେଶ୍ ମନେଅଛି । ମିଷ୍ଟର ଏମ୍. ଏସ୍ ଦାସ ଗୋପବନ୍ଧୁଙ୍କର ଏଭଳି କାର୍ଯ୍ୟକୁ ପସନ୍ଦ କରି ନ ଥୁଲେ । ଆଉ ତାଙ୍କ ଆଦର୍ଶ ଓ କାମକରିବାର ଶୈଳୀ ଥିଲା ଭିନ୍ନା କିନ୍ତୁ ସେ ନ ଥିଲେ ସ୍ୱାର୍ଥପର । ଗୋପବନ୍ଧୁଙ୍କ ମଧ୍ୟରେ ମୌଳିକତା ଓ ମହାନତାର ବୀଜ ସେ ସେହି ସମୟରୁ ହିଁ ଲକ୍ଷ୍ୟ କରିଥିଲେ । ଗୋପବନ୍ଧୁଙ୍କ

୬୦ ଆମ ମଧୁସୂଦନ