ପୃଷ୍ଠା:Aama Odia Byakarana.pdf/୬୬

ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଓଡ଼ିଆ ଆମର ଭାଷା

ଓଡ଼ିଆ ଭାଷାର  ଗୌରବ ସୁମରି
ଉଲ୍ଲସିତ ହୁଏ ମନ
ଭାରତେ ଆମର  ଓଡ଼ିଆ ଭାଷା ତ
ଅଟେ ଭାଷା ପୁରାତନ ।
ଓଡ଼ିଆ ଭାଷାର  କବି ଜଗନ୍ନାଥ
‘ଅତିବଡ଼’ ନାମେ ଖ୍ୟାତ
ଘରେ ଘରେ ପରା  ପଢ଼ା ହେଉଅଛି
ତାଙ୍କ ଲେଖା ‘ଭାଗବତ’ ।
ଆବର ସାରଳା-  ଦାସ ଉପଇନ୍ଦ୍ର
ଅଭିମନ୍ୟୁ ବଳଦେବ
ଏହିପରି କେତେ କବି ଲେଖକଙ୍କ
ରଚନା ଆମ ବିଭବ ।
ଓଡ଼ିଆ ପାଇକେ  ରାଜ୍ୟ ଜିଣିଥିଲେ
ଗଙ୍ଗାଠାରୁ ଗୋଦାବରୀ
ଓଡ଼ିଆ ବଣିକେ  ଯାଉଥିଲେ ପୁଣି
ବୋଇତେ ଦରିଆ ପାରି ।
ବନ ପରବତ ନ‌ଦୀ ଶସ୍ୟକ୍ଷେତ
ଶୋଭେ ଓଡ଼ିଶା ଭୂଇଁରେ
ପରିଶ୍ରମ କରି  ହୃଦେ ସ୍ନେହ ଭରି
ଚଳନ୍ତି ଓଡ଼ିଆ ନରେ ।
ଓଡ଼ିଶା ଆମର  ଓଡ଼ିଆ ଆମେ ତ
ଓଡ଼ିଆ ଆମର ଭାଷା
ଏହି ଭାଷା ପଢ଼ି  ଲେଖି କହି ବୁଝି
ଉଚ୍ଚ ହେବା ଆମ ଆଶା ।

[[ଫାଇଲ:|432px|page=66]]

୬୮ ■ ଆମ ଓଡ଼ିଆ ବ୍ୟାକରଣ