ପୃଷ୍ଠା:Aama Parala Gajapati.pdf/୭୩

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ମନେକରୁଥିବା ଯୋଗୁଁ କମିଟିକୁ ସର୍ବାନ୍ତଃକରଣରେ ପ୍ରଭାବିତ କରାଇବାପାଇଁ ଯତ୍‌ପରୋନାସ୍ତି ଉଦ୍ୟମ କରିଥିଲେ ମହାରାଜା । ତାହାକୁ ଖୋଦ୍ ଫିଲଫ୍ ମଧ୍ୟ ମୁକ୍ତ କଣ୍ଠରେ ସ୍ୱୀକାର କରିଥିଲେ । ତାହାର ପ୍ରାୟ ଦଶବର୍ଷ ପରେ ଓଡ଼ିଶାରୁ ବିଦାୟ ନେବା ଅବସରରେ ୧୯୩୩ ମସିହାରେ କଟକଠାରେ ତାହାଙ୍କ ସମ୍ମାନାର୍ଥେ ଅୟୋଜିତ ସମ୍ବର୍ଦ୍ଧନା ସଭାରେ ଆପଣାର ହୃଦୟ ଖୋଲି ଦେଇଥିଲେ... "୧୯୨୪ ମସିହାରେ ଆମ୍ଭମାନଙ୍କଦ୍ବାରା ଗଠିତ କମିଟିର ସୁପାରିସଗୁଡ଼ିକ ମୁଖ୍ୟତଃ ଗଞ୍ଜାମର ଜଣେ ବିଶିଷ୍ଟ ଜମିଦାର-ପାରଳାଖେମଣ୍ଡିର ମହାରାଜାଙ୍କ ମତାମତ ଉପରେ ଭିତ୍ତିକରି ହିଁ ପ୍ରସ୍ତୁତ କରାଯାଇଥିଲା... ଏହା ମହାରାଜା କୃଷ୍ଣଚନ୍ଦ୍ରଙ୍କ ବଳିଷ୍ଠ ତଥା ପ୍ରଭାବଶଳୀ ନେତୃତ୍ୱକୁ ଯେତିକି ପ୍ରକାଶିତ କରାଇ ଦେଇଥାଏ ତା’ଠାରୁ ଅଧିକତର ଭାବରେ ପ୍ରକାଶିତ ହୋଇଥାଏ ତାଙ୍କର ହୃଦୟଗ୍ରାହୀ ଭାବ ଏବଂ ସବୁ ଓଡ଼ିଆ ଅଞ୍ଚଳ ଏକୀକୃତ ହୋଇ ନୂତନ ପ୍ରଦେଶଟିଏ ଗଠିତ ହେବାର ଅକାଂକ୍ଷା ।