ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଅବକାଶ-ଚିନ୍ତା

କବିତା

କି ମୋହର ବେଶ ତୋର ହେ ସୁର-ସୁନ୍ଦର!
କିଏସେ ଏପରି ଅଛି ଅହୃଦୟ ଜନ ,
ତୋତେ ଦେଖି ନ ଯାଏ ଯା ଦୁଃଖ ଅପସରି,
ଆହ୍ଲାଦ-ଅମୃତେ ନୁହେ ପରିପ୍ଲୁତ ମନ ?

ଶୁଦ୍ଧ ସରଳତା ତୋର ବାହ୍ୟ ଆଭରଣ,
ଦିବ୍ୟ ରସମୟ ଭାବେ ଅନ୍ତର ପୂରିତ,
ବାହ୍ୟ ଦୃଶ୍ୟେ ବିମୋହିତ ଜନ ସାଧାରଣ,
ଅନ୍ତର ରସେ ମଗନ କେବଳ ପଣ୍ଡିତ ।

ପ୍ରକୃତିର ବିଚିନ୍ତ୍ରତା ତୋ ପବିତ୍ର ଅଙ୍ଗେ,
ନାନାବିଧ ମାନବର ବିଭିନ୍ନ ସ୍ବଭାବ,
ହୋଇଣ ପ୍ରତିଫଳିତ ଆହା କେଡେ ରଙ୍ଗେ!
ଉପୁଜାଏ ହୃଦ-କ୍ଷେନ୍ତ୍ରେ ନବ ନବ ଭାବ ।

ବିବେକ-ସଙ୍ଗିନୀ ଧନୀ କଳ୍ପନା-ସୁନ୍ଦରୀ
ଜ୍ଞାନଦାତ୍ରୀ ସଦାଶୟା ଭାବନା ସଙ୍ଗତେ,
ନିବସନ୍ତି ବେନି ପଶେ ବେନି କର ଧରି
ଅନୁଗତ ପରିକରୀ ପରାୟେ ନିରତେ ।

ରଜୋଗୁଣମୟୀ ଦେବୀ ବାଣୀ ସ୍ବରୂପିଣୀ,
ନାନା ଭାବେ ନାନା ସ୍ଥାନେ ହୁଏ ତୋ ପ୍ରକାଶ୍,
ଏ ମୂଢ ଅଜ୍ଞାନେ ଦୟା କର ଗୋ ଭାବିନି,
ପ୍ରକାଶୁ ଏ ପ୍ରାଣେ ପୁଣ୍ୟ ମଧୁର ଉଚ୍ଛ୍ବାସ ।

[ ୬ ]