ଏହି ପୃଷ୍ଠାଟି ବୈଧ ହୋଇସାରିଛି

 
ସାରଳା ଦାସ


ତପସ୍ବୀ ସତ୍ତମ  ଭକ୍ତ ଅନୁପମ
ହେ ଭାରତୀ ଜ୍ୟେଷ୍ଠ ସୁତ!
ତବ ପରସାଦେ  ସାହିତ୍ୟ-ସମ୍ପଦେ
ଆମ୍ଭେ ସର୍ବେ କୃତକୃତ୍ୟ ।

ଭାଷା ଆଦି କାଳେ  ଅନ୍ଧାର ଉତ୍କଳେ
ସମୁଜ୍ଜ୍ବଳ ନବ ରବି,
ପଣ୍ଡିତେ ପାଷଣ୍ଡେ  ହାଟେ ବାଟେ ଦାଣ୍ଡେ
ଦେଖାଇଲ ଦିବ୍ୟ ଛବି ।

ମହା  ଜଟିଳ ବିଚାର
ଧର୍ମ୍ମନୀତି ରାଜନୀତି;
ଦୈବ ବଳେ କଲ  ସୁନ୍ଦର ସରଳ
ଶିଶୁକଣ୍ଠ-ଗେୟ ଗୀତି ।

ଓଜ ତେଜ ବଳ  ଶକତି ଅତୁଳ
ପୂରିଛି ପଦ ବନ୍ଧେ,
ଭାବଗାମୀ ଭାଷା  କଲ ମହାଯଶା
ବାନ୍ଧି ନୋହି ଛନ୍ଦୋବନ୍ଧେ ।

[ ୧୩ ]