ଏହି ପୃଷ୍ଠାଟି ବୈଧ ହୋଇସାରିଛି

 
ଛବିଶ ବର୍ଷ ପ୍ରବେଶ

ଅଲକ୍ଷିତେ ନିଶବଦେ ଆହା କି ବେଗରେ,
ବହି ଯାଉଅଛି କାଳ-ନିରପକ୍ଷେ-ନଦୀ !
ଅସଂଖ୍ୟ କଳ୍ପନା କଳି ରହିଛି ଅନ୍ତରେ,
ବିକଶିତ ହୋଇ ନାହିଁ ଗୋଟିଏ ଅବଧି ।

ପଚିଶି ଛବିଶି ବର୍ଷ ହେଲା ଏବେ ଗତ,
ପଛକୁ ଚାହିଁଲେ ହୃଦ ଆହା କି ବିକଳ!
ଅତୀତ କେବଳ ମୋର ରୁକ୍ଷ ସଇକତି,
ଦିଶେ ନାହିଁ କାହିଁ ଏକ ଶ୍ୟାମ ଦୂର୍ବାଦଳ ।

ଏ ଦଦରା ନାବ ଆଉ ଜୀବନ- ସରିତେ
ବାହିବି ବା କେତେ ଦିନ ବହନୀ ବିହୀନ,
ମଧ୍ୟାହ୍ନେ ପ୍ରଦୋଷ ଚିନ୍ତା ପଡ଼ଇ ମୋ ଚିତ୍ତେ,
ମୋ ଆଶା ମୁକୁଳରାଜି ବସନ୍ତେ ମଳିନ ।

ଧର୍ମ ଅନୂକୂଳ ଯେବେ ମୋ କାମନାଚୟ,
ସାଧନେ ଶକତି ଦିଅ ପ୍ରଭୁ ଦୟାମୟ !

[ ୬୯ ]