ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଅବକାଶ-ଚିନ୍ତା

 



ଚନ୍ଦ୍ର
(୧)

ଆରେ ପୂର୍ଣ୍ଣ ନିଶାମଣି ଯେ କାଳେ ତୁ ନିଶିରାଣୀ
ସଙ୍ଗେ କରୁ ପ୍ରିୟ ସମ୍ଭାଷଣ,
କାହିଁ କିମ୍ପା ତୋ ଉତ୍ପତ୍ତ କଲା କେଉଁ ମହାମତି
ଏ ତତ୍ତ୍ୱ ସକଳ ସଦା ଭାବଇ ମୋ ମନ,
ଦେଖିଲେ ସେ କାଳେ ତୋର ବିମଳ ବଦନ ।

(୨)

କେ କହେ ତୋର ଶରୀର ଧରିଛି ବହୁ ଭୁଧର,
ବହୁ ଶତ ନିବିଡ଼ କାନନ,
ନାହିଁ ତୋହର ପରାଣ, ଅଟୁ ତୁ ଧରା ସମାନ,
ଅତି ସୁପ୍ରକାଣ୍ଡ ଏକ ବସ୍ତୁ ଅଚେତନ;
ମାତ୍ର ଏ ବିଚାର କେବେ ନ କରେ ମୋ ମନ ।

[ ୭୨ ]