ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଗ୍ରୀଷ୍ମେ ଖୁଣ୍ଟାଗଛ

ଦେଖିଣ ଏ ନୀରସ ସ୍ଥବିର ତନୁ,
ଭୟ ଭକତି ଭାବ ଉପୁଜେ ମନୁ ।
ପଇଡ଼ ସ୍ମୃତି -ପଥେ ଅତୀତ କଥା,
ଭାରତର ଗୌରବ ଆଶ୍ରମପ୍ରଥା ।
ସମାଜ ସୁରକ୍ଷଣେ ଅପୂର୍ବ ବିଧି,
କାହିଁ ଗଲା ଏବେ ସେ ଅମୂଲ୍ୟ ନିଧି ।
ମୂକତିଲାଭେ ସେହି ଧର୍ମ୍ମ-ନିଶୁଣି,
ସତେ କି କେବେ ଫେରିଆସିବ ପୁଣି?
ଗୃହସ୍ଥାଶ୍ରମ ଏକା ଏ ଯୁଗେ ସାର,
ନ ତୁଟେ ମଲାଯାଏ ମାୟା-ସଂସାର ।
ଗୃହସ୍ଥାଶ୍ରମେ ପୁଣି ନାହିଁ ସେ ନୀତି,
ଧର୍ମ୍ମ-କର୍ମ୍ମ-ସାଧନେ ସରଳ ପ୍ରୀତି ।
ସ୍ୱାର୍ଥ-ସାଧନେ ରତ ସର୍ବେ ନିରତେ,
କେତେ କାଳ ଏପରି ହେବ ଭାରତେ !

[ ୭୭ ]