ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ଆମ ଦେହ ୯୧

ମସ୍ତିଷ୍କରେ ସ୍ୱାଦଗ୍ରାହୀ କେନ୍ଦ୍ର ଅଛି ଓ ସେଠାରୁ ସ୍ୱାଦବାହୀ ନାଡୀ ଆସି ଖୁବ ଛୋଟ ଛୋଟ ଶାଖାପ୍ରଶାଖାରେ ବିଭକ୍ତ ହୋଇ ସ୍ୱାଦଗ୍ରାହୀ କନ୍ଦରେ ଶେଷ ହୋଇଅଛି । କୌଣସି ଜିନିଷ ଖାଇଲେ, ତାହା ଏହି ସ୍ଵାଦଗ୍ରାହୀ କନ୍ଦରେ ଲାଗେ । ସ୍ୱାଦଗ୍ରାହୀ କନ୍ଦ ସଦାବେଳେ ଓଦା ଥାଏ, ତେଣୁ ଉକ୍ତ ଜିନିଷ ତହିଁ ଉପରେ ମିଳାଇବାକୁ ଲାଗେ । ସ୍ୱାଦବାହୀ ନାଡ଼ୀ ତାର ସ୍ୱାଦ ଗ୍ରହଣ କରି କେନ୍ଦ୍ରକୁ ପଠାଏ, ଫଳରେ ଆମ୍ଭେମାନେ ସ୍ୱାଦ ବାରି ପାରୁଁ । ଯେଉଁ ଜିନିଷ ଜଳରେ ମିଳାଏ ନାହିଁ, ତାର ସ୍ୱାଦ ଆମେ ଜାଣି ପାରୁ ନାହିଁ ; ତେଣୁ ସେ ସବୁ ଜିନିଷକୁ ସ୍ଵାଦ‌ହୀନ ବୋଲି କ‌ହୁଁ । କେତେକ ଜିନିଷ କଡ଼ୁଆ ଲାଗେ, କେତେକ ଜିନିଷ ଆଇଗିଣିଆ ଲାଗେ । କଡୁଆ କିମ୍ବା ଆଇଗିଣିଆ ସ୍ଵାଦ ନୁହେ । କଡ଼ା ଜିନିଷ ଜିଭରେ ଲାଗି ସେଠାରେ ଥିବା ସାଧାରଣ ନାଡ଼ୀମାନଙ୍କୁ ଉତ୍ତେଜିତ କରେ । ଫଳରେ ସେଠାରେ ଏକ ପ୍ରକାର ଯନ୍ତ୍ରଣା ଜନ୍ମାଏ । ଏହି ଯନ୍ତ୍ରଣାକୁ ଆମେ କଡ଼ୁଆ, ଆଇଗିଣିଆ ଆଦି କହି ଥାଉଁ ।

ଭିନ୍ନ ଭିନ୍ନ ସ୍ଵାଦଗ୍ରାହୀ କନ୍ଦ ଭିନ୍ନ ଭିନ୍ନ ସ୍ଵାଦ ବାରି ପାରେ । ଯେଉଁ କନ୍ଦ ମିଠା ବାରିବ, ସେ ପିତା ବାରିବ ନାହିଁ, ଯେ ପିତା ବାରିବ, ସେ ଖଟା ବାରିବ ନାହିଁ – ଏହିପରି । ଜିଭର ଭିନ୍ନ ଭିନ୍ନ ଅଂଶରେ ବିଭିନ୍ନ ପ୍ରକାର ସ୍ୱାଦଗ୍ରାହୀ କନ୍ଦ ଅଳ୍ପାଧିକ ଅଂଶରେ ଦେଖାଯାଏ, ତେଣୁ ଜିଭ ସମାନଭାବରେ ସବୁ ଜାଗାରେ ସବୁ ସ୍ୱାଦ ବାରି ପାରେ ନାହିଁ । ଜିଭ ମୂଳରେ ପିତା ବାରିବା ରିବି ରିବି ବେର୍ଶା ଥିବାରୁ ସେଠାରେ ଅତି ସହଜରେ ଓ ଅପେକ୍ଷାକୃତ ଭଲ ଭାବରେ ପିତା ଚାଖି ହୁଏ । ଜିଭ କଡ଼ରେ ଖଟା ବାରିବା ରିବି ରିବି ବେଶି ଅଛି । ସେହିପରି ମିଠା ବାରିବା ରିବି ରିବି