ପୃଷ୍ଠା:Ama Deha (BB Patnaik 1940) o.pdf/୧୨୪

ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୧୨
ଆମ ଦେହ

ବେଳେ ବେଳେ ଗର୍ଭର ପହିଲି ମାସେ ଦୁଇମାସ ଋତୁ ହେବାର ଦେଖାଯାଏ, କିନ୍ତୁ ସେତେବେଳେ ଯେଉଁ ରକ୍ତ ବାହାରେ ତା' ଖୁବ୍ କମ୍ ।

ଗୋଟିଏ ଡିମ୍ବାଣୁରୁ ଗୋଟିଏ ଛୁଆ ହୁଏତ । ଯୌବନ ଆରମ୍ଭ ହେବା ଆଗରୁ ପିଲାଦିନେ ଡିମ୍ବକୋଷରେ ପ୍ରାୟ ୭୦୦୦୦ ଡିମ୍ବାଣୁ ଥାନ୍ତି । ଏହି ଭିତରୁ ଖୁବ୍ କମ ପାକଳ ହୁଅନ୍ତି । ଅନେକ ପାକଳ ଡିମ୍ବ ପୁଣି ଫାଟନ୍ତି ନାହିଁ । ମାସକେ ଗୋଟିଏ କରି ଧରିଲେ ୪୦ ବର୍ଷରେ ମୋଟେ ୪୦୦/୫୦୦ଟି ଡିମ୍ବାଣୁ ଫୁଟାନ୍ତି ଏଥିରୁ ଚାଳିଶ ଭାଗରୁ ଭାଗେ ବି ଛୁଆ ହୁଅନ୍ତି ନାହିଁ ।

ଡିମ୍ବାଣୁ ପାକଳ ହୋଇ ଫୁଟି ଡିମ୍ବବାହୀ ନଳରେ ପଡ଼େ । ଡିମ୍ବବାହୀ ନଳ ଡିମ୍ବକୋଷଠାରୁ ଜରାୟୁପର୍ଯ୍ୟନ୍ତ ଲମ୍ବିଛି । ଏହାର ଲମ୍ବ ପ୍ରାୟ ୩/୪ ଇଞ୍ଚ ହେବ । ଦୁଇପଟେ ଦୁଇଟି ନଳ ଅଛି ଏବଂ ତାହା ଆସି ଜରାୟୁ ସଙ୍ଗେ ମିଶିଛି । ଡିମ୍ବବାହୀ ନଳର ଡିମ୍ବକୋଷ ପାଖମୁଣ୍ଡ ଦେଖିବାକୁ ଗୋଟାଏ କାହାଳୀ ପରି ଓ ମେଲା । ଡିମ୍ବାଣୁ ଫୁଟି ବାହାରିଲ କ୍ଷଣି ଏହି କାହାଳୀ ଭିତରେ ପଡ଼େ । ସେଠାରୁ ତାହା ଆସ୍ତେ ଆସ୍ତେ ଡିମ୍ବବାହୀ ନଳ ଭିତର ଦେଇ ଜରାୟୁଆଡ଼କୁ ଆସେ । ଏହି ଡିମ୍ବବାହୀ ନଳ ଭିତରେ ଥିବାବେଳେ ଏହା ସଙ୍ଗେ ଶୁକ୍ରକୀଟାଣୁର ଭେଟ ହୁଏ ।

ଡିମ୍ବାଣୁ ଖାଲି ଆଖିରେ ଦେଖାଯାଏ ନାହିଁ । ଏହା ଗୋଲ ଗୋଲ । ଡିମ୍ବାଣୁ ସଙ୍ଗେ ଶୁକ୍ରିକୀଟାଣୁର ଭେଟ ହେଲାକ୍ଷଣି ଶୁକ୍ରକୀଟ ତାହା ଦେହରେ ଲାଗିଯାଏ ଓ ତାର ଦାଢ଼ୁଆ ମୁଣ୍ଡରେ ଡିମ୍ବାଣୁ ଦେହ ଚିରି ହୋଇ ତାହା ଭିତରକୁ ପଶିଯାଏ ଏବଂ ଡିମ୍ବାଣୁ