ପୃଷ୍ଠା:Ama Deha (BB Patnaik 1940) o.pdf/୨୯

ଏହି ପୃଷ୍ଠାଟି ବୈଧ ହୋଇସାରିଛି
୨୩
ଆମ ଦେହ

୪୦୦।୫୦୦ ପର୍ଯ୍ୟନ୍ତ ମାଂସପେଶୀ ଗଣାଯାଇ ପାରେ । ତାହା ଛଡ଼ା ଧମନୀ (Artery), ଅନ୍ତ (Intestines), ପାକସ୍ଥଳୀ ଆଦୀଋଏ ଯେଉଁ ମାଂସପେଶୀ ଅଛି, ତାହା ଗଣିବା ଅସମ୍ଭବ ।

ମାଂସପେଶୀ । ମାଂସପେଶୀର ଆକାର ଅନେକ ପ୍ରକାର । କିଏ ଦଉଡ଼ି ପରି ଲମ୍ବା, କିଏ ଚେପ୍ଟା, କିଏ ଗୋଲ, କିଏ ପତ୍ର ପରି, କିଏ ମୁଦି ପରି ଇତ୍ୟାଦି । ସାଧାରଣତଃ ମାଂସପେଶୀ ହାଡ଼ ସଙ୍ଗେ ଲାଗିଥାଏ । କିଏ ସେହପରି ଲାଗିଥାଏ, କିଏ ବା ଦଉଡ଼ିଭଳି ହୋଇ ଲାଗିଥାଏ । କେତେକ ମାଂସପେଶୀ ଗୋଟାଏ ପ୍ରାନ୍ତରେ ଖଣ୍ଡେ ହାଡ଼ ସଙ୍ଗେ ଲାଗି ଅନ୍ୟ ପ୍ରାନ୍ତରେ ଆଉ ଖଣ୍ଡେ ବା ଦୁଇଖଣ୍ଡ ହାଡ଼ ସଙ୍ଗେ ଲାଗିଥାନ୍ତି । ଅନେକ ମାଂସପେଶୀ ହାଡ଼ ଦେହରେ ନ ଲାଗି ଅନ୍ୟ ମାଂସପେଶୀ କିମ୍ବା ଚମ ଆଦିରେ ଲାଗିଥାନ୍ତି ।

ରନ୍ଧା ମାଂସ ଖଣ୍ଡେ ଟିପରେ ଦଳି ଦେଲେ ତାହା ସୂତାପରି କେରା କେରା ହୋଇଯାଏ । ଏଥିରୁ ଜଣାଯାଉଛି ଯେ, ମାଂସପେଶୀ ବିଣ୍ଡାଏ ମାଂସ ନୁହେଁ । ମାଂସର ସୂତା ପରି ଅସଂଖ୍ୟ ଖିଅ ଏକାଠି ମିଶି ମାଂସପେଶୀ ଗଢ଼ା ହୋଇଅଛି । ଏହି ଖିଅକୁ ପେଶୀସୂତ୍ର (Muscle-fibre) କ‌ହନ୍ତି । ଗୋଟିଏ ଗୋଟିଏ ଖିଅ ପେଶୀତନ୍ତୁର ଗୋଟିଏ ଗୋଟିଏ କୋଷ ।

ପେଶୀ ଭିତରକୁ ଧମନୀ ଯାଇ ଶେଷକୁ କୈଶିକାରେ (Capillary) ପରିଣତ ହୋଇଅଛି । ଏହି କୈଶିକା ପେଶୀସୂତ୍ରର ପାଖେ ପାଖେ ରହିଥାଏ, ଅଥଚ ତାହା ଭିତରକୁ ଯାଏ ନାହଁ । କୈଶିକା ଦେହରୁ ରକ୍ତର ଜଳୀୟ ଅଂଶ ଝରି ପେଶୀସୂତ୍ରକୁ ଖାଦ୍ୟ ଯୋଗାଏ । ଏହି ଖାଦ୍ୟ ପାଇ ତାହା ପୃଷ୍ଟ ହୁଏ ଓ ତ‌ହିଁରୁ ପ୍ରୟୋଜନାନୁସାରେ କାର୍ଯ୍ୟ କରିବା ପାଇଁ ବଳ ପାଏ । ମାଂସପେଶୀ