ପୃଷ୍ଠା:Ama Deha (BB Patnaik 1940) o.pdf/୪୯

ଏହି ପୃଷ୍ଠାଟି ବୈଧ ହୋଇସାରିଛି
୪୧
ଆମ ଦେହ
ରକ୍ତକଣିକା

Blood Corpuscles) ଦେଖିବାକୁ ହଳଦିଆସିଆ କିନ୍ତୁ ଅନେକଗୁଡ଼ିଏ ଏକାଠି ରହିଲେ ଲାଲ ଦେଖାଯାନ୍ତି । ଏମାନେ ରକ୍ତରେ ଏତେ ବେଶି ଥାନ୍ତି ଯେ, ଏମାନଙ୍କ ଯୋଗେ ରକ୍ତ ଲାଲ ଦେଖାଯାଏ ନ‌ଚେତ୍ ରକ୍ତର ଜଳୀୟ ଅଂଶ ପ୍ରକୃତରେ ଲାଲ ନୁହେ । ଶ୍ୱେତରକ୍ତକଣିକା (White Blood Corpuscles) ଦେଖିବାକୁ ସ୍ୱଚ୍ଛ । ରକ୍ତକଣିକା ଓ ଖାଦ୍ୟସାର ଛଡ଼ା ରକ୍ତରେ ଆଉ ମଧ୍ୟ କେତେକ ପ୍ରକାର ଜିନିଷ ଥାଏ ।

ରକ୍ତର ପାଣିଭାଗ ସଙ୍ଗେ ଖାଦ୍ୟସାର ମିଶିଥିବାରୁ ତ‌ହିଁରୁ ଦେହର ସମସ୍ତ ତନ୍ତୁ ଖାଦ୍ୟ ପାଆନ୍ତି । ଦୁଧକୁ ଛିଣ୍ତାଇ ଦେଲେ ଛେନା ଓ ଛେନାପାଣି ହୋଇଯାଏ । ଛେନାପାଣି ଖାଣ୍ଟି ପାଣି ନୁହେ । ଖାଣ୍ଟି ପାଣିରେ ସ୍ୱାଦ ନାହିଁ କି ବର୍ଣ୍ଣ ନାହିଁ, କିନ୍ତୁ ଛେନାପାଣି ମିଠାଳିଆ ଲାଗେ ଓ ହଳଦିଆସିଆ ଦିଶେ, ଏହାର କାରଣ ଛେନାପାଣିରେ ଚିନି ପରି ଗୋଟାକେତେ ଜିନିଷ ମିଶିଥାଏ । ରକ୍ତ ଠିକ ଦୁଧପରି । ରକ୍ତକୁ ଟିକିଏ ରଖି ଦେଲେ ତାହା ବିଣ୍ତା ବାନ୍ଧିଯାଏ ଓ ମୁଣ୍ଡା ରକ୍ତ ଉପରେ ହଳଦିଆସିଆ ପାଣି ନିଗିଡ଼ି ବାହାରେ । ରକ୍ତର ଯେଉଁ ଅଂଶ ମୁଣ୍ଡା ବାନ୍ଧିଯାଏ, ତାହା